ମାଡିଆସିଲା ମୃତ୍ୟୁ… ଘର ଉପରେ ମାଡିଗଲା ବରଯାତ୍ରୀ ବସ । ଘଟଣାସ୍ଥଳରେ ୫ ମୃତ, ଅନେକ ଗୁରୁତର ।

କନକ ବ୍ୟୁରୋ: କେରଳର ରାଜାପୁରମସ୍ଥିତ କାସରଗୋଡରେ ରବିବାର ଏକ ମର୍ମନ୍ତୁଦ ବସ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣା‌ରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଏଥିରେ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେଠାରେ ସେମାନଙ୍କ ଚିକିତ୍ସା ଜାରି ରହିଛି। ଏହି ଦୁର୍ଘଟଣାରେ କର୍ଣ୍ଣାଟକର ପାଞ୍ଚ ଜଣଙ୍କ ମୃତ୍ୟୁକୁ ନେଇ କେରଳ ମୁଖ୍ୟମନ୍ତ୍ରୀ ପିନାରଇ ବିଜୟନ ଶୋକ ପ୍ରକାଶ କରିଛନ୍ତି।

ଏକ ବସରେ ୭୦ଜଣ ଯାତ୍ରୀ ବସି କର୍ଣ୍ଣାଟକରୁ କେରଳକୁ ବିବାହ ଭୋଜିରେ ଯୋଗ ଦେବାକୁ ଯାଉଥିଲେ। ଏହି ସମୟରେ ରାସ୍ତାରେ ଏକ ଅଘଟଣ ଘଟିଥିଲା। ବସ ଚାଳକ କୌଣସି କାରଣବଶତଃ ତାଙ୍କ ଚାଳନା ଉପରୁ ନିୟନ୍ତ୍ରଣ ହରାଇ ଦେଇଥିଲେ। ଫଳରେ ବସଟି ଭାରସାମ୍ୟ ହରାଇ ଗୋଟିଏ ଘର ଭିତରକୁ ପଶି ଯାଇଥିଲା। ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ୫ଜଣଙ୍କ ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ସମ୍ପର୍କରେ ସ୍ଥାନୀୟଲୋକ ପୁଲିସକୁ ଖବର ଦେବା‌ ସହ ଉଭୟ କନ୍ୟା ଓ ବର ଘରେ ବି ଏହି ଦୁଃଖଦ ଖବର ପହଁଞ୍ଚିଥିଲା। ଏହି ଖବର ପାଇ ଖୁସି ଓ ଉତ୍ସାହରେ ଭରି ଯାଇଥିବା ଉଭୟ କନ୍ୟା ଓ ବର ଘରେ ଶୋକରଛାୟା ଖେଳିଯାଇଥିଲା।

from Kanak News
via <a href="https://ifttt.com/?

ଦୁବାଇ ଯିବ ଧୋନିଙ୍କ ପରିବା । ଦୁବାଇବାସୀ ଖାଇବେ ମାହିଙ୍କ ଫାର୍ମହାଉସ ପନିପରିବା, ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ଚାଷ କରୁଛନ୍ତି ଧୋନି ।

କନକ ବ୍ୟୁରୋ: ଦୁବାଇ ଯିବ ଧୋନିଙ୍କ କ୍ଷେତର ପନିପରିବା । ଖୁବ ଶୀଘ୍ର ଆରବ ଦେଶରେ ମିଳିବ ଧୋନିଙ୍କ କ୍ଷେତ ପରିବା । ବିଦେଶ ଯିବ ଦେଶୀ ପରିବା । ତାହା ବି ପୁଣି ଧୋନିଙ୍କ କ୍ଷେତରୁ ଅମଳ ହେଉଥିବା ପନିପରିବା । ଖୁବଶୀଘ୍ର ଦୁବାଇ ବଜାରରେ ଦେଖିବାକୁ ମିଳିବ ଚାମ୍ପିୟନ ଖେଳାଳିଙ୍କ ଚାଷ କ୍ଷେତର ପରିବା । ଏନେଇ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି । ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଫାର୍ମ ହାଉସରେ ଉତ୍ପାଦନ ହୋଇଥିବା ପନିପରିବାକୁ ଦୁବାଇ ପଠାଇବାକୁ ଝାଡଖଣ୍ଡ କୃଷି ବିଭାଗ ଦାୟିତ୍ୱ ନେଇଛି ।

ଧୋନିଙ୍କ ଫାର୍ମ ହାଉସରେ ଉତ୍ପାଦିତ ହେଉଥିବା ପନିପରିବାକୁ ଦୁବାଇ ବଜାରରେ ବିକ୍ରି କରିବାର ଦାୟିତ୍ୱ ନେଇଛି ଅଲ୍ ସିଜିନ ଫାର୍ମ ଫ୍ରେସ୍ ଏଜେନ୍ସି । ଏହି ଏଜେନ୍ସି ମାଧ୍ୟମରେ ଆରବ ଦେଶ ଗୁଡିକରେ ପୂର୍ବରୁ ମଧ୍ୟ ଦେଶୀ ପନିପରିବା ବିକିଛି କୃଷି ବିଭାଗ । ତେବେ ଧୋନୀ ଅର୍ଗାନିକ ଉପାୟରେ ଚାଷ କରୁଥିବାରୁ ଏହାର ଚାହିଦା ଭାରତୀୟ ବଜାର ଖାସକରି ସ୍ଥାନୀୟ ବଜାରରେ ଯଥେଷ୍ଟ ଅଧିକ ରହିଛି । ଭାରତରେ ଲୋକପ୍ରିୟ କ୍ରିକେଟରର ଟ୍ୟାଗ୍ ପାଇଥିବା ଧୋନୀଙ୍କର ଫ୍ୟାନ୍ ଯଥେଷ୍ଟ ଅଧିକ ରହିଥିବାରୁ ତାଙ୍କ କ୍ଷେତରୁ ଉତ୍ପାଦିତ ହେଉଥିବା ପରିବାକୁ ମଧ୍ୟ ଲୋକେ ବେଶ କରୁଛନ୍ତି ।

ଦେଶ ଓ ବିଦେଶରେ ଧୋନୀ ଏକ ବ୍ରାଣ୍ଡ ଭାବେ ଜଣାଶୁଣା । ଲୋକପ୍ରିୟ ଆଇକନ ହୋଇଥିବାରୁ ତାଙ୍କ କ୍ଷେତରୁ ଉତ୍ପାଦିତ ହେଉଥିବା ପନିପରିବା ସହ ଝାଡଖଣ୍ଡର ନାଁ ଯୋଡି ହେଲେ ଏହାର ଫାଇଦା ସିଧାସଳଖ ସ୍ଥାନୀୟ ଚାଷୀଙ୍କୁ ମିଳିବ ବୋଲି କହିଛନ୍ତି ସରକାରୀ ଅଧିକାରୀ । ଏପରିକି ଯେଉଁ ଏଜେନ୍ସି ଝାଡଖଣ୍ଡ ବଜାରକୁ ଆସିବାକୁ ନାକ ଟେକୁଥିଲେ ସେମାନେ ଏବେ ଧୋନୀଙ୍କ ପନିପରିବା ସହ ସ୍ଥାନୀୟ ଚାଷୀଙ୍କ ପନିପରିବାକୁ ମଧ୍ୟ ବିଦେଶ ପଠାଇବା ପାଇଁ ଆଗେଇ ଆସିବେ ।

ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିବା ପରେ ରାଞ୍ଚିର ସେମ୍ବୋରେ ଥିବା ଫାର୍ମ ହାଉସରେ ଅର୍ଗାନିକ ଫାର୍ମି ଆରମ୍ଭ କରିଛନ୍ତି ଧୋନି । ଫାର୍ମହାଉସର ପ୍ରାୟ ୪୩ ଏକର ଜମିରୁ ୧୦ ଏକର ଜମିରେ ଏହି ଅର୍ଗାନିକ ଫାର୍ମିଂ କରୁଛନ୍ତି ଧୋନି । ଟମାଟର, କୋବି, ମଟର, ଓଲ, ବ୍ରୋକଲି ଭଲି ପନିପରିବା ଏବେ ଧୋନିଙ୍କ ଫାର୍ମ ହାଉସରୁ ଉତ୍ପାଦନ ହେଉଛି । ଆଉ ଏହି ପନିପରିବାର ଡିମାଣ୍ଡ ସ୍ଥାନୀୟ ବଜାରରେ ବେଶ ଅଧିକ ରହିଛି । ସେହିଭଳି ଦୁବାଇକୁ ଏହି ପନିପରିବା ପଠାଇବା ପଛର ବଡ କାରଣ ହେଉଛି ଦୁବାଇରେ ଥିବା ଧୋନିଙ୍କ ପ୍ରଂଶସକ । ଦୁବାଇରେ ଧୋନିଙ୍କର ଯଥେଷ୍ଟ ପ୍ରଂଶସକ ରହିଛନ୍ତି । ଯେତେବେଳେ ବି ଭାରତ ଦୁବାଇରେ ମ୍ୟାଚ୍ ଖେଳିଥାଏ ଧୋନିଙ୍କୁ ଚିୟର ଅପ୍ କରିବାକୁ ଷ୍ଟାଡିୟକୁ ବହୁ ମାତ୍ରାରେ ପ୍ରଂଶସକ ଆସିଥାନ୍ତି । ତେଣୁ ଧୋନିଙ୍କ ଟ୍ୟାଗ୍ ଥିବା ପନିପରିବାକୁ ଦୁବାଇ ବଜାରରେ ମଧ୍ୟ ବେଶ ପସନ୍ଦ କରିବେ ବୋଲି ଆଶା କରାଯାଉଛି ।

from Kanak News
via <a href="https://ifttt.com/?

ଆଗାମୀ ୩ ଦିନ ରାଜ୍ୟରେ ଘନ କୁହୁଡି ନେଇ ପାଣିପାଗ ବିଭାଗର ପୂର୍ବାନୁମାନ । ସତର୍କମୂଳକ ପଦକ୍ଷେପ ନେବାକୁ ଜିଲ୍ଲାମାନଙ୍କୁ ଚିଠି ଲେଖିଲେ ଏସଆରସି ।

କନକ ବ୍ୟୁରୋ : ଆଗାମୀ ତିନିଦିନ ଧରି ରାଜ୍ୟର ଅନେକ ଜିଲ୍ଳାରେ ସକାଳୁ ସକାଳୁ ଘନ କୁହୁଡ଼ି ପଡ଼ିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ପାଣିପାଗ ବିଭାଗର ଏହି ପୂର୍ବାନୁମାନ କୁହୁଡ଼ି ରିପୋର୍ଟକୁ ଦେଖି ରାଜ୍ୟର ଜିଲ୍ଲାଗୁଡ଼ିକୁ ସତର୍କତାମୂଳକ ପଦକ୍ଷେପ ନେବାକୁ ସ୍ବତନ୍ତ୍ର ରିଲିଫ କମିସନର (ଏସ୍‌ଆର୍‌ସି) ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଚିଠି ଲେଖିଛନ୍ତି।

ପାଣିପାଗ ବିଭାଗର ପୂର୍ବାନୁମାନ ରିପୋର୍ଟ ଅନୁଯାୟୀ, ଜାନୁଆରି ୪ତାରିଖ ସକାଳୁ ଅନୁଗୁଳ, ବୌଦ୍ଧ, ସୁବର୍ଣ୍ଣପୁର, ଜଗତସିଂହପୁର, କନ୍ଧମାଳ ଓ ଭଦ୍ରକରେ ସକାଳୁସକାଳୁ ଘନ କୁହୁଡ଼ି ପଡ଼ିବ। ସେହିପରି ଜାନୁଆରି ୫ ତାରିଖରେ ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, କନ୍ଧମାଳ ଓ ଜଗତସିଂହପୁରରେ ଓ ଜାନୁଆରି ୬ ତାରିଖରେ ଭଦ୍ରକ, ଯାଜପୁର,କେନ୍ଦ୍ରାପଡ଼ା, କଟକ, କନ୍ଧମାଳ, ଜଗତସିଂହପୁର ଓ ନୟାଗଡ଼ରେ ସକାଳସକାଳୁ ଘନ କୁହୁଡି ହୋଇପାରେ।

କୁହୁଡ଼ି ପଡ଼ୁଥିବା ସମୟରେ ଜାତୀୟ ଓ ରାଜ୍ୟ ରାଜପଥଗୁଡ଼ିକରେ ଯେପରି ଗାଡ଼ି ଚଳାଚଳ ନିୟନ୍ତ୍ରଣ ରହିବ। କୁହୁଡି ସମୟରେ ଯେପରି କୌଣସି ଦୁର୍ଘଟଣା ନଘଟେ ସେଥିପାଇଁ ପୁଲିସ ଓ ପରିବହନ କର୍ୟ୍ୟାଳୟଗୁଡ଼ିକୁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।

from Kanak News
via <a href="https://ifttt.com/?

ସେଲଫି ନେବା ହେଲା କାଳ । ପିକନିକ ଯାଇ ଭାସିଗଲେ ଯୁବକ-ଯୁବତୀ । ଗୁରୁତର ଅବସ୍ଥାରେ ଯୁବକ ଉଦ୍ଧାର, ଯୁବତୀଙ୍କ ମିଳୁନି ପତ୍ତା ।

କନକ ବ୍ୟୁରୋ : ସେଲଫି ନେବା ହେଲା କାଳ । ପିକନିକ ଯାଇ ଭାସିଗଲେ ଯୁବକ ଯୁବତୀ, ଗୁରୁତର ଅବସ୍ଥାରେ ଯୁବକଙ୍କୁ ଉଦ୍ଧାର କରାଯାଇଛି । ସୁନ୍ଦରଗଡ ତଲସରା ଘୋଘର ନିକଟ ଇବ ନଦୀର କାନାକୁଣ୍ଡରେ ପଥର ଉପରେ ଛିଡା ହୋଇ ସେଲଫି ନେଉଥିଲେ । ତେବେ ହଠାତ୍ ଗୋଡ ଖସିଯିବାରୁ ନଦୀର ସ୍ରୋତରେ ଭାସିଯାଇଥିଲେ ।

ସଂପର୍କୀୟ ଦେଖି ପାଟି କରିବା ପରେ ସ୍ଥାନୀୟ ଲୋକ ଖୋଜାଖୋଜି କରିଥିଲେ । ପୁଲିସ ଓ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଚିଂ ଖୋଜାଖୋଜି କରୁଛନ୍ତି । ଯୁବତୀଙ୍କର କୌଣସି ପତା ମିଳିନାହିଁ । ଯୁବତୀଙ୍କୁ ଖୋଜିବାକୁ ଏବେ ବି ଅଗ୍ନୀଶମ ବାହିନୀ ପ୍ରୟାସ ଜାରି ରଖିଛି ।

from Kanak News
via <a href="https://ifttt.com/?

ଯୁବପିଢି ପାଳିଲେ ନିଆରା ନୂଆବର୍ଷରେ । ହାଡଭଙ୍ଗା ଶୀତରେ ଅସହାୟଙ୍କୁ ହେଲେ ସାହା । ଶୀତ କାକର ଭିତରେ କଟକରୁ ଆସିଲା ମାନବିକତାର ଅସଲି ଚିତ୍ର ।

କନକ ବ୍ୟୁରୋ: ଆମେ ଥାଉ ଥାଉ ସେମାନେ ଥରିବେନି ଶୀତରେ କି କାଙ୍କୁରି କୁଙ୍କୁରି ହେବେନି କାକରରେ । ଜାଡର ଯନ୍ତ୍ରଣାରେ ବି ଜର୍ଜରିତ ହେବେନି ନିରାଶ୍ରୟୀ ଅସହାୟ ଲୋକ । ଏମିତି ଏକ ଭାବନା ନେଇ ରାସ୍ତାକଡର ଗରିବ ଲୋକଙ୍କୁ ନୂଆବର୍ଷରେ ଶୀତବସ୍ତ୍ର ଦେଇଛନ୍ତି କଟକର କିଛି ଯୁବପିଢି । ମାନବ ସେବା ହିଁ ମାଧବ ସେବା ଆଉ ନୂଆ ବର୍ଷକୁ ସ୍ୱାଗତ କରିବାକୁ ଏହି ନିରାଶ୍ରୟୀଙ୍କ ସେବା ପରି ରାତି କାଟିଛନ୍ତି ସହୃଦୟ ବ୍ୟକ୍ତି ।

ଯେତେବେଳେ ପୁରୁଣା ବର୍ଷର ରାତି ସରି ସରି ଆସୁଥିଲା, ନୂଆବର୍ଷର ସକାଳ ଧିରେଧିରେ ଆସୁଥିଲା ଠିକ ମଝି ରାତିର ମୁହୂର୍ତ୍ତକୁ ନେଇ ଝୁମୁଥିଲେ ଲୋକେ । ନୂଆବର୍ଷକୁ ଘରେ ରହି ସ୍ୱାଗତ କରିବା ସହ ପାର୍ଟି କରୁଥିଲେ । ହେଲେ ଘର ବାହାରେ, ରାସ୍ତାକଡରେ ନୂଆବର୍ଷର ନୂଆ ଶୀତର ଶାସ୍ତିକୁ ସହୁଥିଲେ ନିରାଶ୍ରୟୀ । କିଏ ବସଷ୍ଟାଣ୍ଡରେ କିଏ ରେଳ ଷ୍ଟେସନରେ ଶୀତ ସହ କରୁଥିଲା ରିତିମତ କସରତ । ଥିଲାବାଲାଙ୍କ ପାଇଁ ସିନା ସରକାର ଲଗାଇଥିଲେ କଟକଣା ହେଲେ ନଥିଲା ବାଲାଙ୍କ ପାଇଁ କିନ୍ତୁ କର୍ଫ୍ୟୁ ଲଗାଇଥିଲା କାକର । ଆଉ ଏତକି ବେଳେ ସେମାନଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ କଟକର ଯୁବକ ।

କଟକ ସହରର ବିଭିନ୍ନ କ୍ଲବର ପିଲାମାନେ ଏଥର ନୂଆବର୍ଷ ନପାଳି କରିଥିଲେ ନିଆରା କାମ । ମେଡିକାଲ, ବାଦାମବାଡି ବସଷ୍ଟାଣ୍ଡ, ରେଳ ଷ୍ଟେସନ ଏସବୁ ସ୍ଥାନରେ ଯେଉଁ ଅସହାୟମାନେ ରାତି କାଟୁଥିଲେ, ଘର ନଥିବାରୁ ଫୁଟପାଥରେ ମୁଣ୍ଡଗୁଞ୍ଜିଥିଲେ ସେମାନଙ୍କୁ କମ୍ବଳ ଦେଇ ଶୀତରୁ ରକ୍ଷା କରିଛନ୍ତି ଏମାନେ । ଆଉ ପାଳିଛନ୍ତି ନିଆରା ନୂଆବର୍ଷ । ତେବେ ଏମିତି କିଛି କାମ କରି ଏବେ ମାନବିକତାର ପରିଚୟ ଦେଇଛନ୍ତି କଟକର ଯୁବପିଢି ।

from Kanak News
via <a href="https://ifttt.com/?

ଶ୍ମଶାନରେ ଶବ ସତ୍କାର କରୁଥିବା ବେଳେ ଭୁଶୁଡି ପଡିଲା ଶ୍ମଶାନର ଛାତ । ଘଟଣା ସ୍ଥଳରେ ୧୬ ମୃତ

କନକ ବ୍ୟୁରୋ : ମୃତ୍ୟୁ କାହାପାଇଁ ଯେ କେତେବେଳେ ଆସିବ ତାହା କହିବା ବା ଅନୁମାନ କରିବା ମାନବ ଦ୍ୱାରା ଜମା ବି ସମ୍ଭବପର ନୁହେଁ । ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିିଳିଛି ଉତ୍ତରପ୍ରଦେଶ ଗାଜିଆବାଦର ଏକ ମଶାଣୀରେ । ଏଠାରେ ଏକ ବଡଧରଣର ଦୁର୍ଘଟଣା ଘଟିଛି। ଶ୍ମଶାନର ଛାତ ଭୁଶୁଡି ପଡିବାରୁ ଶବଦାହ କରିବାକୁ ଆସିଥିବା ଲୋକମାନଙ୍କ ମଧ୍ୟରୁ ଛାତତଳେ ଚାପି ହୋଇ ୧୬ ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ ଏହି ଦୁର୍ଘଟଣାରେ ଅନେକ ଲୋକ ଆହତ ହୋଇଛନ୍ତି । ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏହାସହ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ପୋଲିସ ଅନୁମାନ ଲଗାଇଛି ।
ସୂଚନା ମୁତାବକ ଗାଜିଆବାଦ ପୋଲିସ ଷ୍ଟେସନର ମୁରାଦନଗର ଅଞ୍ଚଳରେ ଏଭଳି ଦୁର୍ଘଟଣା ଦେଖିବାକୁ ମିଳିଛି । ଆଜି ସକାଲେ ମୁରାଦନଗରର ଶ୍ମାଶାନକୁ କିଛି ଲୋକ ଜଣେ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର କରିବାକୁ ଆସିଥିଲେ । ଏହି ସମୟରେ ବର୍ଷା ଆରମ୍ଭ ହୋଇଥିଲା । ଲୋକମାନେ ବର୍ଷାରୁ ରକ୍ଷା ପାଇବାକୁ ଶ୍ମଶାନ ଛାତ ତଳେ ଆଶ୍ରୟ ନେଇଥିବା ବେଳେ ହଠାତ ଛାତ ଭାଙ୍ଗିବା ଆରମ୍ଭ ହୋଇଥିଲା । କେହି କିଛି ବୁଝିବା ଆଗରୁ ଛାତ ତଳେ ରହିଥିବା ଲୋକମାନଙ୍କ ଉପରେ ଛାତଟି ପଡି ଯାଇଥିଲା ଓ ଲୋକମାନେ ଚାପି ହୋଇଯାଇଥିଲେ । ପୋଲିସ ଓ ଏନଡିଆରଏଫ୍ ଟିମ୍ ସୂଚନା ପାଇ ଘଟଣା ସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଖବର ଲେଖାହେବା ଯାଏ ଛାତ ତଳୁ ୧୬ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏହା ସହ ଅନେକ ଆହତଙ୍କୁ ଉଦ୍ଧାର କରି ମେଡିକାଲ ପଠାଯାଇଛି । ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏହାସହ ପୋଲିସ ଅନୁମାନ ଲଗାଇଛି କି ଛାତ ତଳେ ଆହୁରି କିଛି ଲୋକ ରହିଛନ୍ତି ।

from Kanak News
via <a href="https://ifttt.com/?

ଭୁବନେଶ୍ୱରରୁ ଧରାପଡିଲା ଝାଡଖଣ୍ଡ ମୋବାଇଲ ଲୁଟେରା ଗ୍ୟାଙ୍ଗ । ଶହେରୁ ଅଧିକା ମୋବାଇଲ ଫୋନ ଜବତ, ୩ ଗିରଫ

କନକ ବ୍ୟୁରୋ : ଭୁବନେଶ୍ୱରରୁ ଧରାପଡିଲା ଝାଡଖଣ୍ଡ ମୋବାଇଲ ଲୁଟେରା ଗ୍ୟାଙ୍ଗ । ୧୦୩ଟି ମୋବାଇଲ ଫୋନକୁ ଜବତ କରାଯାଇଛି । ଏହାସହ ୩ ଜଣଙ୍କୁ ପୁଲିସ ଗିରଫ କରିଛି । ଆଇଫୋନ ଭଳି ନାମୀଦାମୀ ଫୋନକୁ ଟାର୍ଗେଟ କରିଥିଲେ ଲୁଟେରା । ମୋବାଇଲ ଚୋରି ନେଇ ବହୁ ଅଭିଯୋଗ ହେବା ପରେ ପୁଲିସ ଛାନଭିନ ଚଳାଇଥିଲା । ଆଜି ଏହି ଗ୍ୟାଙ୍ଗକୁ ଧରିବାରେ ପୁଲିସ ସକ୍ଷମ ହୋଇଛି ।

ଏହାପୂର୍ବରୁ ମଧ୍ୟ ଝାଡଖଣ୍ଡ ଜମତରାର ଅନଲାଇନ ଠକେଇ ଗ୍ୟାଙ୍ଗ କଥା ସାମ୍ନାକୁ ଆସିଥିଲା । ଫୋନରେ ବିଭିନ୍ନ ପ୍ରଲୋଭନ ଦେଖାଇ ଲୋକମାନଙ୍କୁ ଠକୁଥିଲା ଏହି ଗ୍ୟାଙ୍ଗ । ଏହି ଗ୍ୟାଙ୍କଠାରୁ ସାବଧାନ ରହିବାକୁ ପରାମର୍ଶ ଦେଇଥିଲା କମିଶନରେଟ ପୋଲିସ । ଏବେ ସେହି ଝାଡଖଣ୍ଡର ଏକ ମୋବାଇଲ ଲୁଟେରା ଗ୍ୟାଙ୍ଗକୁ ଧରିଛି ପୋଲିସ ।

from Kanak News
via <a href="https://ifttt.com/?

କରୋନା ଟିକା କୋଭାକ୍ସିନକୁ ନେଇ ପ୍ରଶ୍ନ ଉଠାଇଲେ ବରିଷ୍ଠ କଂଗ୍ରେସ ନେତା ଶଶି ଥରୁର୍ । ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପୂର୍ବରୁ କେମିତି ମିଳିଲା ମଞ୍ଜୁରୀ । ଶଶିଙ୍କ ଅଭିଯୋଗକୁ ଜୟରାମ ରମେଶଙ୍କ ସମର୍ଥନ

କନକ ବ୍ୟୁରୋ : ଡ୍ରଗ୍ସ୍ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ (ଡିସିଜିଆଇ) ସିରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଦ୍ୱାରା ପ୍ରସ୍ତୁତ କରୋନା ଟିକା କୋଭାକ୍ସିନକୁ ଜରୁରୀକାଳୀନ ବ୍ୟବହାର ପାଇଁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହାକୁ ନେଇ ଦେଶବାସୀଙ୍କ ମଧ୍ୟରେ ଖୁସି ଭରିଯାଇଥିବା ବେଳେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶଶି ଥରୁର୍ ଓ ଜୟରାମ ରମେଶ ଅଭିଯୋଗ କରିଛନ୍ତି କି ଆନ୍ତରାଷ୍ଟ୍ରୀୟ ସୂଚକାଙ୍କକୁ ଆଧାର କରି ଏହି ଭ୍ୟାକସିନକୁ ଅନୁମତି ଦିଆଯାଇଛି । ହେଲେ ଏହା ଦେଶବାସୀଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ଆଣିବ ।

ଏନେଇ ସେ ଏକ ଟ୍ୱିଟ୍ ରେ ଲେଖିଛନ୍ତି କି, କୋଭାକ୍ସିନ ଭ୍ୟାକ୍ସିନ ଏପର୍ଯ୍ୟନ୍ତ ତା’ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଶେଷ କରିନାହିଁ । ତେଣୁ ଏହା ବ୍ୟବହାର ଉପଯୋଗୀ ହୋଇନାହିଁ । ଏହାକୁ ବ୍ୟବହାର କଲେ ଦେଶବାସୀଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ଦେଖା ଦେଇପାରେ ବୋଲି ସେ ଲେଖିଛନ୍ତି। ଯେତେବେଳେ ପର୍ଯ୍ୟନ୍ତ ଏହି ଭ୍ୟାକସିନର ଶେଷ ପର୍ଯ୍ୟାୟ ପରୀକ୍ଷଣ ହୋଇନାହିଁ ତାହାକୁ ବ୍ୟବହାର କରିବାକୁ ଅନୁମତି ନଦେବାକୁ ସେ ସରକାରଙ୍କୁ ଅନୁରୋଧ କରିଛନ୍ତି । ଏହାସହ ଯେ ପର୍ଯ୍ୟନ୍ତ କୋଭାକ୍ସିନର ପରୀକ୍ଷଣ ସରି ନାହିଁ ସେତେବେଳ ଯାଏ ଏଷ୍ଟ୍ରାଜେନେକା ଭ୍ୟାକସିନ ବ୍ୟବହାର କରାଯାଉ ବୋଲି ସେ କହିଛନ୍ତି ।


ଶଶି ଥରୁରଙ୍କ ବ୍ୟତିତ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ବି କୋଭାକସିନକୁ ନେଇ ଅଭିଯୋଗ ଆଣିଛନ୍ତି। ଏନେଇ ସେ ଏକ ଟ୍ୱିଟ୍ କରିଛନ୍ତି । ଟ୍ୱିଟରରେ ସେ ଲେଖିଛନ୍ତି କି ଭାରତ ବାୟୋଟେକ୍ ଟିକା ପ୍ରସ୍ତୁତ କରିବା ନେଇ ପ୍ରଥମେ କାର୍ଯ୍ୟ ଆରମ୍ଭ କରିଥିଲା । ହେଲେ ଦୁର୍ଭାଗ୍ୟର ବିଷୟ ଏହି କମ୍ପାନୀ ଦ୍ୱାରା ପ୍ରସ୍ତୁତ ହୋଇଥିବା ଟିକାର ଏପର୍ଯ୍ୟନ୍ତ ଅନ୍ତିମ ପର୍ଯ୍ୟାୟ ପରୀକ୍ଷଣ ହୋଇପାରିନାହିଁ। ହେଲେ ଆର୍ନ୍ତରାଷ୍ଟ୍ରୀୟ ପୋଟକଲକୁ ବଦଳାଇ ଭାରତ ସରକାର ଏହାକୁ ବ୍ୟବହାର ପାଇଁ ଅନୁମତି ଦେଇଦେଲେ । ଏହାକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ସ୍ପଷ୍ଟ କରନ୍ତୁ ବୋଲି ସେ କହିଛନ୍ତି ।

from Kanak News
via <a href="https://ifttt.com/?

ରାଜ୍ୟରେ ଖୋଲିବ କଲେଜ ଓ ବିଶ୍ୱବିଦ୍ୟାଳୟ । ମାର୍ଚ୍ଚ ୧୬ରୁ ଆରମ୍ଭ ହେବ ସେମିଷ୍ଟାର ପରୀକ୍ଷା ।

କନକ ବ୍ୟୁରୋ : ରାଜ୍ୟରେ ଜାନୁଆରୀ ୧୧ରୁ ଖୋଲିବ ବିଶ୍ୱବିଦ୍ୟାଳୟ ଓ ଡିଗ୍ରୀ କଲେଜ । ଏହାସହ ମାର୍ଚ୍ଚ ୧୬ରୁ ୩୧ ମାର୍ଚ୍ଚ ଯାଏଁ ଚାଲିବ ବିଶ୍ୱବିଦ୍ୟାଳୟ ଓ କଲେଜର ସେମିଷ୍ଟାର ପରୀକ୍ଷା । ୩୦ ଏପ୍ରିଲରେ ବାହାରିବ ସେମିଷ୍ଟାର ପରୀକ୍ଷା ଫଳ । ଫାଇନାଲ ସେମିଷ୍ଟାର ପାଇଁ ୨ ଏପ୍ରିଲରୁ ୧୫ ଜୁନ ଯାଏଁ ହେବ ପାଠପଢା । ୧୬ରୁ ୩୧ ଜୁନ ଯାଏଁ ଚାଲିବ ଫାଇନାଲ ସେମିଷ୍ଟାର ପରୀକ୍ଷା । ଏହାପରେ ଜୁଲାଇ ୧୫ରୁ ବାହାରିବ ଫାଇନାଲ ସେମିଷ୍ଟାର ପରୀକ୍ଷା ଫଳ ।

ରାଜ୍ୟରେ ଜାନୁଆରୀ ୧୧ରୁ ବିଶ୍ୱବିଦ୍ୟାଳୟ ଓ ଡିଗ୍ରୀ କଲେଜ ଖୋଲିବ ବୋଲି ଘୋଷଣା କରିଛନ୍ତି ସରକାର । କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବାକୁ ଉଚ୍ଚ ଶିକ୍ଷା ବିଭାଗର ବିଜ୍ଞପ୍ତି ପ୍ରକାଶ ପାଇଛି । ୧୫ ମାର୍ଚ୍ଚ ଯାଏଁ ଚାଲିବ କଲେଜ ଓ ବିଶ୍ୱବିଦ୍ୟାଳୟରେ ପାଠପଢା । ଫାଇନାଲ ସେମିଷ୍ଟାର ପରୀକ୍ଷା ପାଇଁ ବିଶ୍ୱବିଦ୍ୟାଳୟ ଖୋଲାଯିବ ।

ସେହିପରି ଜାନୁଆରୀ ୮ରୁ ସ୍କୁଲ ଖୋଲିବ ବୋଲି ଗତକାଲି ଗଣଶିକ୍ଷା ବିଭାଗ ଘୋଷଣା କରିଛି । ଏଣିକି ଦୀର୍ଘଦିନ ପରେ ରାଜ୍ୟରେ ସ୍କୁଲ ଓ କଲେଜ ଖୋଲିବାକୁ ଯାଉଛି । ଏହାସହ କୋଭିଡ ଗାଇଡଲାଇନ ମଦ୍ୟ ପାଳନ କରାଯିବ ।

from Kanak News
via <a href="https://ifttt.com/?

ରାଜ୍ୟରେ ୧୧ରୁ ଖୋଲିବ ବିଶ୍ୱବିଦ୍ୟାଳୟ ଓ ଡିଗ୍ରୀ କଲେଜ । କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବାକୁ ଉଚ୍ଚ ଶିକ୍ଷା ବିଭାଗର ବିଜ୍ଞପ୍ତି ।

କନକ ବ୍ୟୁରୋ : ରାଜ୍ୟରେ ୧୧ରୁ ଖୋଲିବ ବିଶ୍ୱବିଦ୍ୟାଳୟ ଓ ଡିଗ୍ରୀ କଲେଜ । କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବାକୁ ଉଚ୍ଚ ଶିକ୍ଷା ବିଭାଗର ବିଜ୍ଞପ୍ତି । ୧୫ ମାର୍ଚ୍ଚ ଯାଏଁ ଚାଲିବ କଲେଜ ଓ ବିଶ୍ୱବିଦ୍ୟାଳୟରେ ପାଠପଢା । ଫାଇନାଲ ସେମିଷ୍ଟାର ପରୀକ୍ଷା ପାଇଁ ଖୋଲାଯିବ ବିଶ୍ୱବିଦ୍ୟାଳୟ ।

୧୬ରୁ ୩୧ ମାର୍ଚ୍ଚ ଯାଏଁ ଚାଲିବ ବିଶ୍ୱବିଦ୍ୟାଳୟ ଓ କଲେଜର ସେମିଷ୍ଟାର ପରୀକ୍ଷା । ୩୦ ଏପ୍ରିଲରେ ବାହାରିବ ସେମିଷ୍ଟାର ପରୀକ୍ଷା ଫଳ । ଫାଇନାଲ ସେମିଷ୍ଟାର ପାଇଁ ୨ ଏପ୍ରିଲରୁ ୧୫ ଜୁନ ଯାଏଁ ପାଠପଢା । ୧୬ରୁ ୩୧ ଜୁନ ଯାଏଁ ଚାଲିବ ସେମିଷ୍ଟାର ପରୀକ୍ଷା । ଜୁଲାଇ ୧୫ରୁ ବାହାରିବ ଫାଇନାଲ ସେମିଷ୍ଟାର ପରୀକ୍ଷା ଫଳ ।

ସେହିପରି ଜାନୁଆରୀ ୮ରୁ ସ୍କୁଲ ଖୋଲିବ ବୋଲି ଗତକାଲି ଗଣଶିକ୍ଷା ବିଭାଗ ଘୋଷଣା କରିଛି । ଏଣିକି ଦୀର୍ଘଦିନ ପରେ ରାଜ୍ୟରେ ସ୍କୁଲ ଓ କଲେଜ ଖୋଲିବାକୁ ଯାଉଛି । ଏହାସହ କୋଭିଡ ଗାଇଡଲାଇନ ମଦ୍ୟ ପାଳନ କରାଯିବ ।

from Kanak News
via <a href="https://ifttt.com/?

Design a site like this with WordPress.com
Get started