ଜଗା ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ଭିଡ: ହେଲେ କରୋନା ନେଗେଟିଭ ରିପୋର୍ଟ ନଥିଲେ ଶ୍ରୀମନ୍ଦିରକୁ ପ୍ରବେଶ ମନା; ଏଥିପାଇଁ ଘରୋଇ ମେଡିକାଲରେ ଲାଗିଛି ଶ୍ରଦ୍ଧାଳୁଙ୍କ ଲମ୍ବା ଲାଇନ

କନକ ବ୍ୟୁରୋ: କାଳିଆ ଦର୍ଶନ ପାଇଁ କରୋନା ନେଗେଟିଭି ରିପୋର୍ଟକୁ ବାଧ୍ୟତାମୂଳକ କରାଯାଇଛି । କରୋନା ନେଗେଟିଭ ରିପୋର୍ଟ ସାଂଗରେ ନେଲେ ହିଁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ ଅନୁମତି ମିଳିଛି । ଏଥିପାଇଁ ଘରୋଇ ମେଡିକାଲରେ ଲୋକଙ୍କ ଲମ୍ବାଲାଇନ ଲାଗିଛି ରିପୋର୍ଟ ପାଇଁ । ଗତ ୨୩ ତାରିଖରେ ଶ୍ରୀମନ୍ଦିର ଖୋଲିଥିବା ବେଳେ ଆଜିଠୁ ସମସ୍ତଙ୍କ ପାଇଁ ମନ୍ଦିର ଖୋଲାଯାଇଛି । କୋଭିଡ କଟକଣା ମଧ୍ୟରେ ଜଗା ଦର୍ଶନ କରୁଛନ୍ତି ଭକ୍ତ ।

ଭକ୍ତ ଓ ଭଗବାନ ଏକାକାର । କରୋନା ଯୋଗୁଁ ୯ ମାସ ଧରି ବନ୍ଦ ରହିବା ପରେ ଆଜିଠୁ ସର୍ବସାଧାରଣଙ୍କ ପାଇଁ ଖୋଲିଛି ଶ୍ରୀମନ୍ଦିର, ଲିଙ୍ଗରାଜ ସମେତ ପ୍ରମୁଖ ମନ୍ଦିର ଓ ପୀଠ । ଶ୍ରୀମନ୍ଦିରରେ ଆଜିଠାରୁ ଆରମ୍ଭ ହୋଇଛି ସର୍ବସାଧାରଣ ଦର୍ଶନ । ପୁରୀ ଜିଲ୍ଲା ସହ ରାଜ୍ୟ ତଥା ରାଜ୍ୟ ବାହାରର ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦର୍ଶନ ଆଜିଠୁ କରିପାରିବେ । ହେଲେ, ମନ୍ଦିରକୁ ପ୍ରବେଶ କରିବା ପୂର୍ବରୁ କରୋନା ନେଗେଟିଭ୍ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ କରାଯାଇଛି । ସେହିପରି ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ମଧ୍ୟ ଆଜି ଭକ୍ତଙ୍କ ପାଇଁ ଖୋଲିଛି । ୩ରୁ ୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରବାସୀ ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିପାରିବେ ।

ଯଦି ଭୁବନେଶ୍ୱରରେ କେହି ଚାକିରୀ କରିଥିବେ ତେବେ ସେମାନେ ନିଜ ପରିଚୟ ପତ୍ର ଦେଖାଇ ମହାପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିପାରିବେ । ସେପଟେ ଗଂଜାବର ତାରାତାରିଣୀ ମନ୍ଦିର ଆଜି ଠାରୁ ଖୋଲିଛି । ଭକ୍ତ ଶାନ୍ତି ଶୃଙ୍ଖଳା ସହ ମାଙ୍କ ଦର୍ଶନ କରୁଛନ୍ତି । କେନ୍ଦ୍ରପଡାର ବଳଦେବଜୀଉ ମନ୍ଦିର ଭକ୍ତଙ୍କ ପାଇଁ ଖୋଲୁଛି । ଦୀର୍ଘ ୧୦ ମାସ ପରେ ବଳଦେବଜୀଉଙ୍କୁ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । କୋଭିଡ ନିମୟ ପାଳନ କରି ଠାକୁରଙ୍କ ଦର୍ଶନ କରିବେ ଭକ୍ତ । ସଂବଲପୁରର ମାଆ ସମଲେଶ୍ୱରୀଙ୍କ ମନ୍ଦିର ଆଜି ଖୋଲୁଛି । କେବଳ ସ୍ଥାନୀୟ ଭକ୍ତଙ୍କ ପାଇଁ ଖୋଲିବ ମାଆ ସମଲେଶ୍ୱରୀ ମନ୍ଦିର । ପ୍ରଥମେ ସଂବଲପୁରର ସ୍ଥାନୀୟ ଲୋକ ମାଆଙ୍କ ଦର୍ଶନର ସୁବିଧା ପାଇବେ । କୋଭିଡ କଟକଣା କାରଣରୁ ମନ୍ଦିର ଦର୍ଶନ ସମୟରେ କିଛିଟା ପରିବର୍ତନ କରିଛି ମନ୍ଦିର ଟ୍ରେଷ୍ଟ ବୋର୍ଡ ।

from Kanak News
via <a href="https://ifttt.com/?

ଦେଶରେ ୨ ଟି କରୋନା ଟିକାକୁ ମଞ୍ଜୁରୀ ମିଳିବା ପରେ ଭାରତକୁ ଶୁଭେଚ୍ଛା ଜଣାଇଲା ବିଶ୍ୱସ୍ୱାସ୍ଥ୍ୟ ସଂଗଠନ । ସେପଟେ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ । କହିଲେ ଏହା ଦେଶପାଇଁ ଏକ ଗର୍ବର ମୁହୁତ୍ତ୍ୱ

କନକ ବ୍ୟୁରୋ : ଭାରତରେ କୋଭିସିଲ୍ଡ ଓ କୋଭାକ୍ସିନ ଟିକାର ସାର୍ବଜନୀନ ବ୍ୟବହାର ପାଇଁ ଡ୍ରଗ୍ସ କଣ୍ଟ୍ରୋଲ ଜେନେରାଲ ଅଫ୍ ଇଣ୍ଡିଆ (ଡିସିଜିଆଇ) ପକ୍ଷରୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ଭାରତର ଏଭଳି ସଫଳତାକୁ ନେଇ ବିଶ୍ୱସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଭାରତକୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି । ଏହାସହ ଭାରତ ଯେଭଳି ଭାବେ କରୋନା ଲଢେଇରେ ନିଜର ପାରଦର୍ଶିତା ଦେଖାଇଲା ତାହାକୁ ନେଇ ବିଶ୍ୱସ୍ୱାସ୍ଥ୍ୟ ସଂଗଠନ ବି ଭାରତକୁ ସ୍ୱାଗତ ଜଣାଇଛି । ବିଶ୍ୱସ୍ୱାସ୍ଥ୍ୟ ସଂଗଠନର ଦକ୍ଷିଣ ପୂର୍ବ ଏସିଆର ଆଞ୍ଚଳିକ ନିର୍ଦ୍ଦେଶକ ଡ. ପୁନମ୍ କ୍ଷେତ୍ରପାଳ ସିଂ କହିଛନ୍ତି କି, କରୋନା ଲଢେଇରେ ଭାରତ ବେସ୍ ଭଲ ପ୍ରଦର୍ଶନ କରିଛି । ଭାରତ ସରକାର ଠିକ୍ ସମୟରେ ଉପଯୁକ୍ତ ପଦକ୍ଷେପ ନେଇଥିବାରୁ ଭାରତଭଳି ଜନସଂଖ୍ୟା ବହୁଳ ରାଷ୍ଟ୍ରରେ କରୋନା ଭୟାବହତାକୁ ରୋକାଯାଇ ପାରିଛି ।

ଅନ୍ୟପଟେ ୨ ଟି ଟିକାକୁ ମଞ୍ଜୁରୀ ମଳିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ ଯୋଗେ କହିଛନ୍ତି କି ଭାରତୀୟ ମାନେ ଗର୍ବ କରିବା ଉଚିତ୍ ଯେ ଯେଉଁ ୨ ଟି ଟିକାକୁ ମଞ୍ଜୁରୀ ମିଳିଛି ତାହା ଭାରତରେ ପ୍ରସ୍ତୁତ କରାଯାଇଛି । ଏହା ଅତ୍ମନିର୍ଭର୍ର ଭାରତର ସ୍ୱପ୍ନ ପୁରା କରିବାରେ ଦେଶରେ ବୈଜ୍ଞାନିକ ମାନଙ୍କ ତ୍ୟାଗ ଏକ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ।କହିରଖୁ କି ଡିସିଜିଆଇ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କି ଦେଶର ସିରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଦ୍ୱାରା ପ୍ରସ୍ତୁତ କୋଭିସିଲ୍ଡ ଓ ବାୟୋଏନଟେକ୍ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ ସମ୍ପୁର୍ଣ୍ଣ ସୁରକ୍ଷିତ ।

from Kanak News
via <a href="https://ifttt.com/?

କରୋନା ଟିକା ନେଇ ଆସିଲା ଖୁସି ଖବର: ଦେଶରେ କୋଭିସିଲ୍ଡ ଓ କୋଭାକ୍ସିନକୁ ଜରୁରୀକାଳୀନ ବ୍ୟବହାରକୁ ଡିସିଜିଆଇର ଅନୁମତି; ସ୍ୱାଗତ ଜଣାଇଲା ‘ହୁ’

କନକ ବ୍ୟୁରୋ: କରୋନାର ମୁକାବିଲା ପାଇଁ ଭାରତରେ ୨ଟି ଟିକାକୁ ଡିସିଜିଆଇର ମିଳିଲା ଅନୁମତି । କୋଭିଡ଼ ଭ୍ୟାକସିନ୍ କୋଭିସିଲ୍ଡ ଓ କୋଭାକ୍ସିନକୁ ଜରୁରୀ ବ୍ୟବହାର ନେଇ ଡିସିଜିଆଇର ଅନୁମତି ମିଳିଛି । ସେରମ୍ ଇନଷ୍ଟିଚ୍ୟୁଟ, ଭାରତ ବାୟୋଟେକ ଟିକାକୁ ମିଳିଲା ଅନୁମୋଦନ । କୋଭିସିଲ୍ଡ ଓ କୋଭାକ୍ସିନ ଟିକାକରଣ ନେଇ ବିଧିବଦ୍ଧ ଅନୁମୋଦନ ମଳିଛି । ପୂର୍ବରୁ ବିଶେଷଜ୍ଞ କମିିଟି ଟିକା ବ୍ୟବହାରକୁ ଦେଇଥିଲେ ଅନୁମତି । ଏବେ ଜିସିଜିଆଇ ଟିକାକୁ ଅନୁମତି ଦେବା ପରେ ଖୁବଶୀଘ୍ର ଦେଶରେ କରୋନା ଟିକାକରଣ ଆରମ୍ଭ ହେବ । ଅନୁମୋଦନ ପାଇବାକୁ ଥିବା କୋଭାକ୍ସିନ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରଥମ ଟିକା । ଭାରତ ବାୟୋଟେକ୍ ଏବଂ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ ମିଳିତ ଭାବେ କୋଭାକ୍ସିନର ବିକାଶ କରିଛନ୍ତି । ସେହିଭଳି କେଭିସିଲ୍ଡକୁ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଓ ଆଷ୍ଟ୍ରାଜେନିକା ବିକଶିତ କରିଥିବା ବେଳେ ପୁଣେର ସେରମ ଇନଷ୍ଟିଚ୍ୟୁଟ ଭାରତରେ ଏହାକୁ ପ୍ରସ୍ତୁତ କରିଛି । ଏହି ସଂସ୍ଥା କୋଭିସିଲ୍ଡର ୫ କୋଟି ଡୋଜ ପ୍ରସ୍ତୁତ କରିସାରିଛି । ଏବେ ଡ୍ରାଏରନର ପ୍ରକ୍ରିୟା ଜାରି ରହିଛି ଓ ଏହା ସକାରାତ୍ମକ ରହିଛି ।

କରୋନା ଟିକାର ଜରୁରୀକାଳୀନ ବ୍ୟବହାର ନେଇ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାରତରେ ନିର୍ମିତ ଟିକାକୁ ଅନୁମତି ମିଳିବା ଗର୍ବର ବିଷୟ ବୋଲି କହିଛନ୍ତି ମୋଦି । ଏହା ସହ ସେରମ ଓ ଭାରତ ବାୟୋଟେକକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାରତବାସୀଙ୍କ ପାଇଁ ଏହା ଗର୍ବର ବିଷୟ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ବୈଜ୍ଞାନିକମାନଙ୍କୁ ଧନ୍ୟବାଦ ସହ ଅଭିନନ୍ଦନ ଜଣାଇଛନ୍ତି ମୋଦି । ସେହିପରି କୋଭିଡ଼ ଭ୍ୟାକ୍ସିନକୁ ନେଇ ଭାରତର ପଦକ୍ଷେପକୁ ସ୍ୱାଗତ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଏନେଇ ଟୁଇଟ କରି ସୁଚନା ଦେଇଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସାଉଥ-ଏସିଆ ରିଜିଅନର ଆଂଚଳିକ ନିର୍ଦ୍ଦେଶକ ପୁନମ୍ କ୍ଷେତ୍ରପାଲ ସିଂ ।

ତେବେ ଭ୍ୟାକ୍ସିନର ପାଶ୍ୱର୍ ପ୍ରତିକ୍ରିୟା ନେଇ ପ୍ରଶ୍ନ ଉଠିଥିବା ବେଳେ ଏହାର ଉତର ରଖିଛନ୍ତି ଡ଼ିସିଜିଆଇର ନିର୍ଦ୍ଦେଶକ ବି.ଜି ସୋମାନୀ । ସେ କହିଛନ୍ତି ଟିକା ସମ୍ପୁର୍ଣ୍ଣ ଭାବେ ଲୋକଙ୍କ ପାଇଁ ସୁରକ୍ଷିତ । ଶହେ ରୁ ଶହେ ଦଶ ପ୍ରତିଶତ ସୁରକ୍ଷିତ ଥିବା ନେଇ ଉତର ରଖିଛନ୍ତି ବିଜି ସୋମାନୀ । ଟିକାର ଅଳ୍ପ ପାଶ୍ୱର୍ ପ୍ରତିକ୍ରିୟା ରହିଛି ଏଥିପାଇଁ ଚିନ୍ତା କରିବାର କିଛି ନାହିଁ ବୋଲି କହିଛନ୍ତି ବିଜି ସୋମାନୀ । ସାମାନ୍ୟ ଜ୍ୱର, ଆଲର୍ଜିକ୍ ଭଳି ରିଆକ୍ସନ୍ ପ୍ରତେକ ଭ୍ୟାକ୍ସିନ୍ରେ ରହିଥାଏ ବୋଲି ସେ କହିଛନ୍ତି । ନମ୍ପୁସକତା ନେଇ ଗୁଜବକୁ ବକବାସ୍ ବୋଲି କହିଛନ୍ତି ବିଜି ସୋମାନୀ । ଏଥିପ୍ରତି ଧ୍ୟାନ ଦେବାର କିଛି ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି ।

from Kanak News
via <a href="https://ifttt.com/?

ମାହାଙ୍ଗାରେ ବିଜେପି ନେତାଙ୍କୁ ନିର୍ମମ ହତ୍ୟା ଘଟଣାରେ ୧୨ ଜଣଙ୍କ ନାଁରେ ଏତଲା: ଜଣଙ୍କୁ ଅଟକ ରଖି ପୁଲିସର ପଚରାଉଚରା; ସାଇଟିଫିକ ଟିମର ତନାଘନା

କନକ ବ୍ୟୁରୋ: ମାହାଙ୍ଗାର ବିଜେପି ନେତା ତଥା ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ କୂଳମଣି ବରାଳ ଓ ତାଙ୍କ ସହଯୋଗୀଙ୍କୁ ନିର୍ମମ ଭାବେ ହତ୍ୟା ଘଟଣାରେ ୧୨ ଜଣଙ୍କ ନାଁରେ ଏତଲା । ମୃତ କୂଳମଣି ବରାଳଙ୍କ ପୁଅ ଏନେଇ ମାହାଙ୍ଗା ଥାନାରେ ଏତଲା ଦେଇଛନ୍ତି । ଘରକୁ ଫେରୁଥିବା ସମୟରେ ଏହି ୧୨ ଜଣ ତାଙ୍କ ବାପାଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିବା ସେ ଅଭିଯୋଗ ଆଣିଛନ୍ତି । ପୁଲିସ ମଧ୍ୟ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡିଛି । ଘଟଣାସ୍ଥଳରେ ସାଇଂଟିଫିକ୍ ଟିମ୍ ପହଂଚି ତନାଘନା କରୁଥିବାର ସୂଚନା ରହିଛି । ଅଂଚଳରେ ଉତେଜନା ଦେଖା ଦେବାରୁ ତିନି ପ୍ଲାଟୁନରୁ ଅଧିକ ପୁଲିସ ଫୋର୍ସ ମୁତୟନ କରାଯାଇଛି । ଗତକାଲି ରାତି ପ୍ରାୟ ୭ଟାରେ କୂଳମଣି ଓ ତାଙ୍କ ସହଯୋଗୀ ଦିବ୍ୟସିଂ ବରାଳଙ୍କ ଏକ ବାଇକରେ ଯଁକୋଟି ଗ୍ରାମ ଦେଇ ସେମାନଙ୍କ ଗାଁ ନୃତାଙ୍ଗକୁ ଫେରୁଥିଲେ ।

ଯଁକୋଟି ବ୍ରାହ୍ମଣସାହି ନିକଟରେ ୬ ଜଣରୁ ଅଧିକ ଦୁବୃର୍ତ ସେମାନଙ୍କୁ ଅତର୍କିତ ଆକ୍ରମଣ କରିଥିଲେ । ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ କୂଳମଣି ବରାଳ ଓ ତାଙ୍କ ସହଯୋଗୀ ବାଇକରୁ ତଳେ ପଡିଯିବା ପରେ ତାଙ୍କ ମୁହଁ ଓ ମୁଣ୍ଡକୁ ଧାରୁଆ ଅସ୍ତ୍ରରେ ହାଣି ଫେରାର ହୋଇଯାଇଥିଲେ ଦୁର୍ବୃତମାନେ । ଏହା ପରେ ଉଭୟଙ୍କୁ ସଂକଟାପନ୍ନ ଅବସ୍ଥାରେ ମାହାଙ୍ଗା ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ କୂଳମଣିଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ଦିବ୍ୟସିଂ ବରାଳଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ହତ୍ୟା ପଛରେ ରାଜନୈତିକ ଉଦ୍ଦେଶ୍ୟ ରହିଥିବା ଅଭିଯୋଗ କରିଛନ୍ତି ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା ଓ ମାହାଙ୍ଗା ବିଜେପି ବିଧାୟକ ପ୍ରାର୍ଥୀ ସାରଦା ପ୍ରଧାନ  ।

ସେପଟେ ମାହାଙ୍ଗା ଘଟଣାକୁ ରାଜନୀତି ଆରମ୍ଭ ହୋଇଛି । ଆଇନ ମନ୍ତ୍ରୀ ପ୍ରତାପ ଜେନା ଏହି ଘଟଣାକୁ ନିନ୍ଦା କରିଛନ୍ତି । ସେ କହିଛନ୍ତି ଦୋଷୀକୁ କିଭଳି ଦଣ୍ଡ ବିଧାନ ହେବ ସେଦିଗରେ ଦୃଷ୍ଟି ଦେବେ । ସେପଟେ ଏନେଇ ବିଜେଡ଼ିକୁ ଘେରିଛି ବିଜେପି । ଦଳ କହିଛି ରାଜନୈତିକ ଆକ୍ରୋଶ ରଖି ଏପରି ଘଟଣା ଘଟିଛି । ଅନ୍ୟପକ୍ଷରେ ପିସିସି ସଭାପତି ନିରଂଜନ ପଟ୍ଟନାୟକ ଏହି ଘଟଣାକୁ ନିନ୍ଦା କରିଛନ୍ତି ।

from Kanak News
via <a href="https://ifttt.com/?

ସବୁ ମନୋମାଳିନ୍ୟକୁ ପଛରେ ପକାଇ ପୁଣି ପଞ୍ଜାବ କଂଗ୍ରେସର ମଙ୍ଗ ଧରିପାରନ୍ତି ନବଜୋତ୍ ସିଂ ସିଦ୍ଧୁ । ମନ୍ତ୍ରୀ ମଣ୍ଡଳରେ ସ୍ଥାନ ମିଳିବା ନେଇ ଆଶା ସଂଚାର

କନକ ବ୍ୟୁରୋ : ୨ ବର୍ଷ ଧରି କଂଗ୍ରେସ ଠାରୁ ଦୂରେଇ ଯାଇଥିବା ପୂର୍ବତନ କ୍ରିକେଟର ନବଜୋତସିଂ ସିଦ୍ଧୁ ପୁଣିଥରେ କଂଗ୍ରେସକୁ ଫେରି ପାରନ୍ତି ବୋଲି ସୂଚନା ମିଳିଛି । ତାଙ୍କୁ ଦଳକୁ ଫେରାଇ ଆଣିବାକୁ କଂଗ୍ରେସ ଦଳ ୩ ଟି ଫର୍ମୁଲାରେ କାମ କରୁଥିବା କୁହାଯାଇଛି । ଏପରି ସ୍ଥଳେ ଦଳର ନେତୃତ୍ୱ ଓ ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂଙ୍କ ସହ ତାଙ୍କର ଥିବା ମନୋମାଳିନ୍ୟ ତୁଟିଥିବା ବି କୁହାଯାଇଛି । ତାଙ୍କୁ ଦଳକୁ ଫେରାଇ ଆଣି ତାଙ୍କୁ ଦଳରେ କେଉଁ ଭୂମିକା ଦିଆଯିବ କଂଗ୍ରେସର କେନ୍ଦ୍ରୀୟ ନେତୃତ୍ୱ ମାନେ ଚିନ୍ତା କରୁଛନ୍ତି । ଏହାସହ ଅମରିନ୍ଦରଙ୍କ ଘୋର ବିରୋଧି ଥିବା ରାଜ୍ୟସଭା ସାଂସଦ ପ୍ରତାପ ସିଂ ବାୱଜା ବି ପୁଣିଥରେ ଦଳରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଏହାରି ମଧ୍ୟରେ ଅମରିନ୍ଦର ଓ ସିଦ୍ଧୁଙ୍କ ମଧ୍ୟରେ ଥିବା ବିବାଦ ପଞ୍ଜାବ କଂଗ୍ରେସର ନୂଆ ପ୍ରଭାରୀ ହରିଶ ରାୱତଙ୍କ ହାତ ଥିବା ଆଲୋଚନା ହେଉଛି । ଦଳ ପକ୍ଷରୁ କୁହାଯାଇଛି ଯେ ଯଦି ସିଦ୍ଧୁ ଦଳକୁ ଫେରନ୍ତି ତାହେଲେ ଅମରିନ୍ଦର ସିଂ ତାଙ୍କ କୌଣସି ନୂଆ ଦାୟିତ୍ୱ ଦେବାର କିଛି ଅସୁବିଧା ନାହିଁ ।

ହେଲେ ତାଙ୍କର ଦଳକୁ ଫେରିବା କଥା କେବଳ ଅମରିନ୍ଦର ସିଂଙ୍କ ଉପରେ ନିର୍ଭର କରୁଛି । ଏମିତି କି ଅମରିନ୍ଦର ତାଙ୍କ ମନ୍ତ୍ରୀ ମଣ୍ଡଳରେ ସିଦ୍ଧୁଙ୍କୁ ସ୍ଥାନ ଦେବା କଥା ବି ଆଲୋଚନା ପରିସରକୁ ଆସିଛି । କହିରଖୁ କି ବର୍ତ୍ତମାନ ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ ଥିବା ସୁନିଲ ଜାଖଡଙ୍କ କାର୍ଯ୍ୟକାଳ ସରି ଆସୁଥିବାରୁ ସିଦ୍ଧୁଙ୍କୁ ରାଜ୍ୟ କଂଗ୍ରେସର ଅଧ୍ୟକ୍ଷ ପଦ ମିଳିପାରେ ବୋଲି ଅନୁମାନ କରାଯାଉଛି ।

କହିରଖୁ କି ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଖେଳାଳୀ ଓ ଏବେ କ୍ରିକେଟ୍ ଭାଷ୍ୟକାର ଭାବେ କାମ କରୁଥିବା ନଭଜୋତ୍ ସିଂ ସିଦ୍ଧୁ ପଞ୍ଜାବ କଂଗ୍ରେସର ଜଣେ ଲୋକପ୍ରିୟ ନେତା ଭାବେ ଉଭା ହୋଇଥିଲେ । ହେଲେ ଦଳ ଅମରିନ୍ଦର ସିଂଙ୍କୁ ମୁଖ୍ୟମନ୍ତ୍ରୀ କରିବା ପରେ ଏହାକୁ ନେଇ ଅମରିନ୍ଦର ଓ ସିଦ୍ଧୁଙ୍କ ମଧ୍ୟରେ ବିବାଦ ଦେଖା ଦେଇଥିଲା । ଏହାପରେ ସିଦ୍ଧୁ ଦଳ ଭିତରେ ରହି ନିଷ୍କ୍ରିୟ ହୋଇଯାଇଥିଲେ ।

from Kanak News
via <a href="https://ifttt.com/?

କରୋନା ଟିକା ନେବାକୁ କେମିତି କରିବେ ପଞ୍ଜିକରଣ । ସରକାରଙ୍କ ‘କୋ ୱିନ୍’ ଆପ୍ କେତେ ହେବ ସହାୟକ । ଜାଣନ୍ତୁ ପୁରା ପ୍ରୋସେସ୍

କନକ ବ୍ୟୁରୋ : ଏବେ ଏବେ ଦେଶବାସୀଙ୍କ ପାଇଁ ଏକ ବଡ ଖୁସି ଖବର ଆସିଛି । ଡିସିଜିଆଇ ସ୍ୱାଦେଶୀ ଜ୍ଞାନ କୌଶଳରେ ପ୍ରସ୍ତୁତ ହୋଇଥିବା କୋଭାସିଲ୍ଡ ଓ କୋଭାକ୍ସିନ ଟିକାକୁ ଜରୁରିକାଳୀନ ବ୍ୟବହାର ପାଇଁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏପଟେ ସରକାର ପ୍ରଥମ ପର୍ଯ୍ୟାୟରେ ୩ କୋଟି ଭାରତୀୟଙ୍କୁ ଟିକା ଦେବାକୁ ପୁରା ଦମରେ ପ୍ରସ୍ତୁତି ଚଳାଇଛନ୍ତି । ଏହାରି ମଧ୍ୟରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟିକା ନେବା ପୂର୍ବରୁ ପଞ୍ଜିକରଣ କରିବା ପାଇଁ ‘କୋ ୱିନ୍’ ନାମରେ ଏକ ଆପ୍ କରିଛନ୍ତି । ଏହି ଆପ୍ ମାଧ୍ୟମରେ ଆପଣ ପଞ୍ଜିକରଣ କରିବେ ଓ ଏହାର କନଫରମେସନ ଆସିବା ପରେ ଆପଣଙ୍କ ନିକଟରେ ଟିକା ଦାତା ମାନେ ପହଂଚିଯିବେ ।

ହେଲେ କିଭଳି କରିବେ ପଞ୍ଜିକରଣ । କେମିତି ଜାଣିବେ ଆପଣଙ୍କୁ କେବେ ମିଳିବ ଟିକା । ଏନେଇ ଆସନ୍ତୁ ଜାଣିବା ପୁରା ପ୍ରୋସେସ୍ । ହେଲେ କହିରଖୁ ଯଦି ଆପଣ ସ୍ୱାସ୍ଥ୍ର୍ୟକର୍ମୀ କିମ୍ବା କୋଭିଡ ଯୋଦ୍ଧା ତାହେଲେ ଆପଣଙ୍କୁ ପଞ୍ଜିକରଣ କରିବାକୁ ପଡିବ ନାହିଁ । ସାଧାରଣ ଲୋକମାନେ ପ୍ରଥମେ ମୋବାଇଲର ଗୁଗଲ ପ୍ଲେ ଷ୍ଟୋର କିମ୍ବା ଆପଲ ପ୍ଲେ ଷ୍ଟୋରକୁ ଯାଇ ‘କୋ ୱିନ୍’ ଆପ୍ ଡାଉନଲୋଡ କରିପାରିବେ । ଟିକାକରଣ ଉପଯୋଗ ପାଇଁ ଯେଉଁମାନେ ଏହି ଆପ୍ ରେ ପ୍ରଥମେ ପଞ୍ଜିକରଣ କରିଥିବେ ସେମାନଙ୍କୁ ଶୀଘ୍ର ଭ୍ୟାକସିନ ମିଳିବ ।
ଭ୍ୟାକସିନ ପାଇଁ କିଭଳି ରେଜିଷ୍ଟ୍ରେସନ କରିବେ ଜାଣନ୍ତୁ :

  •  ସ୍ୱାସ୍ଥ୍ୟକର୍ମୀ କୋ-ୱିନ୍ ଆପରେ ରେଜିଷ୍ଟ୍ରେସନ୍ ମୋଡ୍ୟୁଲ୍ ମାଧ୍ୟମରେ ଭ୍ୟାକସିନ୍ ପାଇଁ ପଞ୍ଜିକୃତ କରିପାରିବେ। କୋ-ୱିନ୍ ଆପକୁ ଗୁଗଲ ପ୍ଲେଷ୍ଟୋର କିମ୍ବା ଆପଲ୍ ଷ୍ଟୋରରୁ ଡାଉନଲୋଡ଼ କରିପାରିବେ। ତେବେ ଏହି ଆପ୍ଲିକେସନ ଏବେ ଯାଏଁ ଲଞ୍ଚ ହୋଇନାହିଁ।
  • କୋ-ୱିନ୍ ୱେବସାଇଟରେ ସେଲ୍ଫ ରେଜିଷ୍ଟ୍ରେସନ ପାଇଁ ୧୨ଟି ଫୋଟୋ ଆଇଡି (ଭୋଟ ପରିଚୟ ପତ୍ର, ଆଧାର କାର୍ଡ, ଡ୍ରାଇଭିଙ୍ଗ ଲାଇସେନ୍ସ, ପାସପୋର୍ଟ, ପେନ୍ସନ ଡକୁମେଣ୍ଟ) ମଧ୍ୟରୁ ଯେକୌଣସି ଗୋଟିଏ ଆବଶ୍ୟକ ହେବ।
  • ଅନଲାଇନ ରେଜିଷ୍ଟ୍ରେସନ ପରେ ଉପଭୋକ୍ତାଙ୍କ ରେଜିଷ୍ଟର ମୋବାଇଲ ନମ୍ବରକୁ ଏକ ଏସଏମଏସ ଆସିବ। ଏହି ଏସଏମଏସରେ ଭେକସିନଏସନ ପାଇଁ ତାରିଖ, ସମୟ ଓ ସ୍ଥାନ ଦିଆଯାଇଥିବା।
  • କହିରଖୁ କି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାୟର ସୂଚନା ମୁତାବକ ୩ ଟି ପର୍ଯ୍ୟାୟରେ ଟିକାକରଣ କରାଯିବ । ପ୍ରଥମ ପର୍ଯ୍ୟାୟରେ ସମସ୍ତ କୋଭିଡ୍ ଯୋଦ୍ଧା, ଦ୍ୱିତୀୟ ପର୍ଯ୍ୟାୟରେ ଜରୁରୀକାଳୀନ ସେବା ସହିତ ଜଡିତ ଲୋକମାନଙ୍କୁ ଟିକା ପ୍ରଦାନ କରାଯିବ (ଯେଉଁ ମାନଙ୍କର ତଥ୍ୟ ଏବେ ରାଜ୍ୟ ସରକାର ମାନେ ସଂଗ୍ରହ କରିବାରେ ଲାଗିଛନ୍ତି) , ତୃତୀୟ ପର୍ଯ୍ୟାୟରେ ଯେଉଁମାନେ ଗମ୍ଭୀର ରୋଗରେ ପୀଡିତ ସେମାନଙ୍କୁ ଟିକାକରଣ କରାଯିବ ।

ଭ୍ୟାକସିନକୁ ସହଜରେ ଟ୍ରେକିଂ ଓ ପଞ୍ଜିକରଣ ସୁନିଶ୍ଚିତ କରିବାକୁ ‘କୋ-ୱିନ’ ଆପ୍ କୁ ୫ ଟି ମୋଡ୍ୟୁଲରେ ବିଭକ୍ତ କରାଯାଇଛି । ପ୍ରଶାସନିକ ମୋଡ୍ୟୁଲ୍, ରେଜିଷ୍ଟ୍ରେସନ ମୋଡ୍ୟୁଲ, ଭ୍ୟାକସିନେସନ୍ ମୋଡ୍ୟୁଲ, ଲାଭାନ୍ୱିତ ସ୍ୱୀକୃତି ମୋଡ୍ୟୁଲ ଓ ରିପୋର୍ଟ ମୋଡ୍ୟୁଲ, ଯେଉଁମାନେ ଟିକା ନେବାକୁ ଚାହୁଁଛନ୍ତି ସେମାନଙ୍କୁ ରେଜିଷ୍ଟ୍ରେସନ ମୋଡ୍ୟୁଲରେ ନିଜର ସବିଶେଷ ବିବରଣୀ ଦେବାକୁ ପଡିବ । ଭ୍ୟାକସିନେସନ୍ ମୋଡ୍ୟୁଲରେ ସେମାନଙ୍କ ବିବରଣୀକୁ ଯାଂଚ କରାଯିବ । ଲାଭାନ୍ୱିତ ସ୍ୱୀକୃତି ମୋଡ୍ୟୁଲରେ ଟିକାକରଣ ସମ୍ବନ୍ଧୀୟ ଏକ ସାର୍ଟିଫିକେଟ ସେମାନଙ୍କ ମୋବାଇଲକୁ ପଠାଯିବ ।

from Kanak News
via <a href="https://ifttt.com/?

ମହିଳା କ୍ରାନ୍ତିର ମହାନ କର୍ଣ୍ଣଧାର ସାବିତ୍ରୀ ବାଇ ଫୁଲେଙ୍କର ଆଜି ୧୯୦ ତମ ଜନ୍ମ ବାର୍ଷିକୀ । ଏହି ଅବସରରେ ଆମର ସ୍ୱତନ୍ତ୍ର ଆଲେଖ୍ୟ ‘ମହିଳା କ୍ରାନ୍ତିରେ ଫୁଲେ’ ।

କନକ ବ୍ୟୁରୋ: ଭାରତ ଇତିହାସରେ ରହିଛି ଅନେକ କଳଙ୍କିତ ଅଧ୍ୟାୟ । ସେ ସତୀଦାହ ପ୍ରଥା ହେଉ କି କ୍ରୀତଦାସ ପ୍ରଥା । ହେଲେ ସବୁ କଳଙ୍କିତ ପ୍ରଥାରୁ ମାନବ ସମାଜକୁ ଉଦ୍ଧାର କରିବାକୁ କେହି ନା କେହି ମହା ମାନବ ଧରାବତରଣ କରିଛନ୍ତି । ହେଲେ ସେମାନଙ୍କ ମଧ୍ୟରୁ ଟିକେ ସ୍ୱତନ୍ତ୍ର ହେଉଛନ୍ତି ସାବିତ୍ରୀବାଈ ଫୁଲେ । ଯିଏ କି ଏକାଧାରରେ ଦେଶର ପ୍ରଥମ ମହିଳା ଶିକ୍ଷକ, ସମାଜ ସୁଧାରକ ଓ ଆଧୁନିକ ମରାଠୀ କାବ୍ୟର ଅଗ୍ରଦୂତା । ସମାଜ ସଂସ୍କାରରେ ଯାହାର ତ୍ୟାଗ ଓ ବଳିଦାନ କେବେ ବି ଭୂଲିବାର ନୁହେଁ ।

ଅଷ୍ଟାଦଶ ରୁ ଉନବିଂଶ ଶତାବ୍ଦି ମଧ୍ୟରେ ଯେତେବେଳେ ମହାରାଷ୍ଟ୍ରରେ ପେଶୱାଙ୍କ ରାଜୁତି ଚାଲିଥିଲା ସେତେବେଳେ ଶୁଦ୍ର ଓ ନାରୀ ମାନଙ୍କ ପାଇଁ ଅଭିଶପ୍ତ ପାଲଟି ଯାଇଥିଲା ପେଶ୍ୱାରାଜ ଓ ବ୍ରାହ୍ମଣବାଦ । ଶୁଦ୍ରଙ୍କ ଦ୍ୱାରା ଅପବିତ୍ର ହେବା ଭୟରେ ଉଚ୍ଚ ଜାତିର ଲୋକମାନେ ଶୁଦ୍ର ମାନଙ୍କ ବେକରେ ହାଣ୍ଡି ବାନ୍ଧି ଚାଲିବା ଭଳି ଆଦେଶ ଦିଆଯାଉଥିଲା । ଅଶିକ୍ଷା ଓ ଅଜ୍ଞାନତା କାରଣରୁ ଅସବର୍ଣ୍ଣ ସମାଜ ସବର୍ଣ୍ଣ ସମାଜ ପାଖରେ ଗୋଲାମ ହୋଇଯାଇଥିଲା । ଅସବର୍ଣ୍ଣ ମାନଙ୍କୁ ଧର୍ମ, ଜାତି ଦେବା ଦେବୀ ଓ ରୀତିନୀତି ଭଳି ଅନ୍ଧ ବିଶ୍ୱାସ ମଧ୍ୟରେ ଛନ୍ଦି ଦେଇ ସେମାନଙ୍କର ଅଧିକାରକୁ ଚୋରାଇ ନେଉଥିଲେ ତଥା କଥିତ ବ୍ରାହ୍ମଣବାଦୀ ମାନେ ।

ଯେପରି ଶୁଦ୍ର ମାନଙ୍କର ଅଧିକାରକୁ ସବର୍ଣ୍ଣମାନେ କଳ ବଳ କୌଶଳ ଖଟାଇ ଛଡାଇ ନେଇଥିଲେ ସେହିଭଳି ‘ନାରୀ ମାତ୍ରେଣ ଶୂଦ୍ରାଣୀ’ କଥା କହି ନାରୀ ମାନଙ୍କୁ ଶିକ୍ଷାରୁ ବଂଚିତ କରାଯାଉଥିଲା । ଶୂଦ୍ର ସମାଜର ନାରୀ ମାନେ ସ୍କୁଲ ଯିବା ବା ଶିକ୍ଷାଗ୍ରହଣ କରିବା ଏକ ପାପ ବୋଲି ସେମାନଙ୍କୁ ବୁଝାଇ ଦିଆଯାଇଥିଲା । ଏଭଳି ସ୍ଥିତିରେ ଆର୍ବିଭାବ ଘଟିଥିଲା କ୍ରାନ୍ତିକାରୀ ସାବିତ୍ରୀବାଈ ଫୁଲେଙ୍କର ।

୧୮୩୧ ମସିହା ଜାନୁଆରୀ ୩ ତାରିଖରେ ମହାରାଷ୍ଟ୍ରର ସତାରା ଜିଲ୍ଲାର ନାୟଗାଓଁ ଭଳି ଏକ ନିପଟ ମଫସଲ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ସାବିତ୍ରୀବାଈ ଫୁଲେ । ତାଙ୍କ ପିତାଙ୍କ ନାମ ଥିଲା ନେୱସ୍ ପାଟିଲ ଓ ମାତାଙ୍କ ନାମ ଲକ୍ଷ୍ମୀବାଈ ଥିଲା । ସେ ସମୟରେ ରୂଢିବାଦ ବ୍ୟବସ୍ଥାର ପ୍ରଚଳନ ଖୁବ ଜୋରରେ ଚାଲିଥିଲା । ହେଲେ ପିଲାଟି ବେଳୁ ସାବିତ୍ରୀବାଈଙ୍କର ଚିନ୍ତାଧାରାରେ ପ୍ରଗତିଶୀଳତା ଓ ପରିବର୍ତ୍ତନ ଦେଖା ଦେଇଥିଲା । ରକ୍ଷଣଶୀଳତାର ଶିକୁଳିରୁ ମୁକ୍ତ ହେବା ପୁରୁଷ ମାନଙ୍କ ଭଳି ମହିଳା ମାନେ ବି ଶିକ୍ଷିତ ହେବା ଭଳି ଇଚ୍ଛା ତାଙ୍କ ମନରେ ଉଦ୍ରେକ ହୋଇଥିଲା । ଏଭଳି ସାମାଜିକ ପରିବର୍ତ୍ତନ ତାଙ୍କ ମନକୁ ଆନ୍ଦୋଳିତ କରିଥିଲା । ହେଲେ ମାତ୍ର ୯ ବର୍ଷ ବୟସରେ ତାଙ୍କର ବିବାହ ହୋଇଥିଲା । ସେତେବେଳେ ତାଙ୍କର ସ୍ୱାମୀ ବୋଲି ଯାହାଙ୍କୁ ଚିହ୍ନାଇ ଦିଆଗଲା ସେ ବି ମାତ୍ର ୧୩ ବର୍ଷ ବୟସର ଓ ତାଙ୍କ ନାମ ଥିଲା ଜ୍ୟୋତିବା ଫୁଲେ । ପରବର୍ତ୍ତି ସମୟରେ ଜ୍ୟୋତିବା ଫୁଲେ ଦେଶର ଜଣେ ଆଗଧାଡିର ସମାଜ ସୁଧାରକ ଭାବେ ପ୍ରଶିଦ୍ଧି ଲାଭ କରିଥିଲେ । ଏଭଳି ଜଣେ ସ୍ୱାମୀ ପାଇବା ପରେ ସାବିତ୍ରୀଙ୍କ ମନରେ ଯେଉଁ ସଂସ୍କାର ଆନ୍ଦୋଳିତ କରୁଥିଲା ତାହାକୁ ସଫଳ ରୂପଦେବାକୁ ତାଙ୍କୁ ସହଜ ହେଲା ।
୧୮୪୮ ଜାନୁଆରୀ ୧ ରେ ସାବିତ୍ରୀବାଇ ମାତ୍ର ୧୭ ବର୍ଷ ବୟସରେ ସ୍ୱାମୀଙ୍କ ସହ ମିଶି ଭିଡେୱାଡାଠାରେ ବିଭିନ୍ନ ଜାତିର ନଅ ଜଣ ବାଳିକାଙ୍କୁ ନେଇ ପ୍ରଥମ ବାଳିକା ବିଦ୍ୟାଳୟ ସ୍ଥାପନା କଲେ ଓ ନିଜେ ଶିକ୍ଷୟିତ୍ରୀ ରୂପେ ଏହାର ଦାୟିତ୍ୱ ନେଲେ।ରୋଷେଇ, ଘରକରଣା,ପରିବାର ବୃଦ୍ଧି ଯାଏଁ ସୀମିତ ଥିବା ବାଳିକାଙ୍କ ଦାୟିତ୍ୱ ଓ ପ୍ରଥା ପରମ୍ପରାର କଟକଣା ବିଦ୍ୟାଳୟ ଯିବାରେ ବାଧା ଉପୁଜାଉଥିବା ବେଳେ ନିଜ ଲକ୍ଷ୍ୟ ରେ ଅଟଳ ରହି ସାବିତ୍ରୀବାଇ ଘର ଘର ବୁଲି ବାଳିକା ମାନଙ୍କୁ ବିଦ୍ୟାଳୟ ଯିବାପାଇଁ ଡାକୁଥିଲେ। ଏଥିପାଇଁ ତାଙ୍କୁ ଅନେକ ନିନ୍ଦା ଅପବାଦର ଶିକାର ହେବାକୁ ପଡିଲା।ଲୋକେ ବିରୋଧ କରି ତାଙ୍କ ଉପରକୁ ଟେକା ପଥର, ଅଳିଆଆବର୍ଜନା, ଗାଈଗୋବର ଆଦି ଫିଙ୍ଗିବାକୁ ପଛାଇଲେ ନାହିଁ। ଏଭଳି ଭାବେ ବହୁ ଘାତ ପ୍ରତିଘାତ ମଧ୍ୟରେ ଚାଲିଲା ମହିଳା ଶିକ୍ଷା । ଏହା ସହ ସେ ପ୍ରଥମ ବାଳିକା ବିଦ୍ୟାଳୟର ପ୍ରଥମ ଅଧ୍ୟକ୍ଷା ହେଲେ ଓ ସେ ବି ପ୍ରଥମ କିଷାନ ବିଦ୍ୟାଳୟର ସଂସ୍ଥାପିକା ଥିଲେ ।

ଅଶିକ୍ଷା ଓ ନିରକ୍ଷରତାକୁ ଦୂର କରିବା ସହ ସାବିତ୍ରୀବାଇ ଅନେକ ଅଗ୍ରଣୀ କାମରେ ଜୀବନବ୍ୟାପି ଲିପ୍ତ ରହିଥିଲେ।ତାଙ୍କର ସମଗ୍ର ଜୀବନ ସମାଜର ଦଳିତ,ଶୋଷିତ, ନିଷ୍ପେଷିତ ବର୍ଗଙ୍କ ଅଧିକାର ପାଇଁ ସଂଘର୍ଷରେ ବିତିଥିଲା।ଅସ୍ପୃଶ୍ୟତା, ଜାତି ଓ ଲିଙ୍ଗ ଭିତ୍ତିକ ଭେଦଭାବ, ଛୁଆଁଅଛୁଆଁ, ସତୀପ୍ରଥା, ବାଲ୍ୟବିବାହ, ବିଧବା ବିବାହ ନିଷେଧ ପରି କୁରୀତି ଗୁଡିକ ବିରୁଦ୍ଧରେ ଅନେକ କାର୍ୟ୍ୟ ସେ କରିଯାଇଛନ୍ତି।

୧୯୮୩ ରେ ପୁନେ ସିଟି କର୍ପୋରେସନ୍ ସାବିତ୍ରୀବାଇଙ୍କ ସ୍ମୃତିରେ ଏକ ସ୍ମାରକ ତିଆରି କରାଇଲା।ଭାରତୀୟ ଡାକ ୧୯୯୮ ରେ ତାଙ୍କ ସମ୍ମାନରେ ଡାକ ଟିକେଟ ଜାରି କରିଥିଲା।୨୦୧୫ ରେ ପୁନେ ବିଶ୍ୱବିଦ୍ୟାଳୟର ନାମ ବଦଳାଇ ସାବିତ୍ରୀବାଇ ଫୁଲେ ପୁନେ ବିଶ୍ୱବିଦ୍ୟାଳୟ ରଖାଗଲା।୨୦୧୭ ରେ ତାଙ୍କ ସ୍ମୃତିଚାରଣ କରି ସର୍ଚ୍ଚ ଇଞ୍ଜିନ୍ ଗୁଗଲ୍ ୧୮୬ତମ ଜୟନ୍ତୀ ପାଳନ କରିଥିଲା। ଆଜିବି ମହାରାଷ୍ଟ୍ରରେ ମହିଳା ସମାଜ ସୁଧାରିକାଙ୍କୁ ସାବିତ୍ରୀବାଇ ଫୁଲେ ପୁରସ୍କାର ପ୍ରଦାନ କରାଯାଉଛି। ୧୮୯୭ ରେ ପୁଅ ସହ ମିଶି ସାବିତ୍ରୀବାଇ ପ୍ଲେଗ ରୋଗୀଙ୍କ ସେବା କରୁ କରୁ ନିଜେ ଗ୍ରସିତ ହୋଇ ଶେଷରେ ୧୦ ମାର୍ଚ୍ଚରେ ପ୍ରାଣତ୍ୟାଗ କଲେ।

from Kanak News
via <a href="https://ifttt.com/?

କୋଭିଡ୍ ଟିକାକୁ ନେଇ ଅପେକ୍ଷାର ହେଲା ଅନ୍ତ: କୋଭିସିଲ୍ଡ ଓ କୋଭାକ୍ସିନକୁ ଡିସିଜିଆଇର ଅନୁମତି; ଟିକାର ଜରୁରୀକାଳୀନ ବ୍ୟବହାରକୁ ଅନୁମତି

କନକ ବ୍ୟୁରୋ: କରୋନାର ମୁକାବିଲା ପାଇଁ ଭାରତରେ ୨ଟି ଟିକାକୁ ଡିସିଜିଆଇର ମିଳିଲା ଅନୁମତି । କୋଭିଡ଼ ଭ୍ୟାକସିନ୍ କୋଭିସିଲ୍ଡ ଓ କୋଭାକ୍ସିନକୁ ଜରୁରୀ ବ୍ୟବହାର ନେଇ ଡିସିଜିଆଇର ଅନୁମତି ମିଳିଛି । ସେରମ୍ ଇନଷ୍ଟିଚ୍ୟୁଟ, ଭାରତ ବାୟୋଟେକ ଟିକାକୁ ମିଳିଲା ଅନୁମୋଦନ । କୋଭିସିଲ୍ଡ ଓ କୋଭାକ୍ସିନ ଟିକାକରଣ ନେଇ ବିଧିବଦ୍ଧ ଅନୁମୋଦନ ମଳିଛି । ପୂର୍ବରୁ ବିଶେଷଜ୍ଞ କମିିଟି ଟିକା ବ୍ୟବହାରକୁ ଦେଇଥିଲେ ଅନୁମତି । ଏବେ ଜିସିଜିଆଇ ଟିକାକୁ ଅନୁମତି ଦେବା ପରେ ଖୁବଶୀଘ୍ର ଦେଶରେ କରୋନା ଟିକାକରଣ ଆରମ୍ଭ ହେବ ।

ଅନୁମୋଦନ ପାଇବାକୁ ଥିବା କୋଭାକ୍ସିନ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରଥମ ଟିକା । ଭାରତ ବାୟୋଟେକ୍ ଏବଂ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ ମିଳିତ ଭାବେ କୋଭାକ୍ସିନର ବିକାଶ କରିଛନ୍ତି । ସେହିଭଳି କେଭିସିଲ୍ଡକୁ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଓ ଆଷ୍ଟ୍ରାଜେନିକା ବିକଶିତ କରିଥିବା ବେଳେ ପୁଣେର ସେରମ ଇନଷ୍ଟିଚ୍ୟୁଟ ଭାରତରେ ଏହାକୁ ପ୍ରସ୍ତୁତ କରିଛି । ଏହି ସଂସ୍ଥା କୋଭିସିଲ୍ଡର ୫ କୋଟି ଡୋଜ ପ୍ରସ୍ତୁତ କରିସାରିଛି । ଏବେ ଡ୍ରାଏରନର ପ୍ରକ୍ରିୟା ଜାରି ରହିଛି ଓ ଏହା ସକାରାତ୍ମକ ରହିଛି ।

https://platform.twitter.com/widgets.js

କରୋନା ଟିକାର ଜରୁରୀକାଳୀନ ବ୍ୟବହାର ନେଇ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାରତରେ ନିର୍ମିତ ଟିକାକୁ ଅନୁମତି ମିଳିବା ଗର୍ବର ବିଷୟ ବୋଲି କହିଛନ୍ତି ମୋଦି । ଏହା ସହ ସେରମ ଓ ଭାରତ ବାୟୋଟେକକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାରତବାସୀଙ୍କ ପାଇଁ ଏହା ଗର୍ବର ବିଷୟ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ବୈଜ୍ଞାନିକମାନଙ୍କୁ ଧନ୍ୟବାଦ ସହ ଅଭିନନ୍ଦନ ଜଣାଇଲେ ମୋଦି ।

from Kanak News
via <a href="https://ifttt.com/?

ନିର୍ବାଚନ ପ୍ରକ୍ରିୟା ଭଳି ପ୍ରସ୍ତୁତ ଚାଲିଛି ଟିକାକରଣ ପ୍ରକ୍ରିୟା । ୧୨୫ ଜିଲ୍ଲାର ୨୮୫ ସେଣ୍ଟରରେ ହେଲା ଡ୍ରାଏ ରନ୍ । ଖୁବଶୀଘ୍ର ଟିକା କରଣ ପାଇଁ ସୂଚନା ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ

କନକ ବ୍ୟୁରୋ : କରୋନା ମହାମାରୀରେ ଅତିଷ୍ଠ ହୋଇ ବଡ ଉତ୍ସୁକତାର ସହିତ ଟିକାକୁ ଅପେକ୍ଷା କରିଛନ୍ତି ଦେଶବାସୀ । କେନ୍ଦ୍ରସରକାର ଏହାକୁ ଗରୁତ୍ୱର ସହ ନେଇ ଦେଶର ସମସ୍ତ ନାଗରିକଙ୍କ ପାଖରେ କିଭଳି କରୋନାଟିକା ସୁରଖୁରୁରେ ପହଂଚାଇପାରିବେ ସେନେଇ ପ୍ରସ୍ତୁତି ଜାରି ରଖିଛନ୍ତି । ଶନିବାର ଟିକାକରଣ ପୂର୍ବରୁ ପ୍ରାକ୍ ପ୍ରସ୍ତୁତି ବା ଡ୍ରାଏ ରନ୍ କରାଯାଇଛି । ଏଥିରେ ଦେଶର ୧୨୫ ଜିଲ୍ଲାର ୨୮୫ ସେଣ୍ଟରକୁ ସାମିଲ କରାଯାଇଥିଲା । ଏହି ଡ୍ରାଏରନ୍ ର ସମୀକ୍ଷା ବେଳେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ କହିଛନ୍ତି କି ଖୁବ୍ ଶୀଘ୍ର ଦେଶରେ ଟିକାକରଣ ଆରମ୍ଭ କରାଯିବ । ଏହାସହ ପ୍ରଥମ ପର୍ଯ୍ୟାୟରେ ୩ କୋଟି ଲୋକଙ୍କୁ ମାଗଣାରେ ଟିକା ପ୍ରଦାନ କରାଯିବ । ଏହି ୩ କୋଟି ଲୋକଙ୍କ ମଧ୍ୟରେ ୨ କୋଟି କରୋନାଯୋଦ୍ଧାଙ୍କୁ ଅଗ୍ରାଧିକାର ଦିଆଯିବ । ଏହାସହ ୧ କୋଟି ସ୍ୱାସ୍ଥ୍ୟକର୍ମୀଙ୍କୁ ମଧ୍ୟ ଅଗ୍ରାଧିକାର ଭିତ୍ତିରେ ଏହି ଟିକା ପ୍ରଦାନ କରାଯିବ ।
ଟିକାକରଣ ପୂର୍ବରୁ କେନ୍ଦ୍ରସରକାର ଯେଭଳି ପ୍ରସ୍ତୁତ ଚଳାଇଛନ୍ତି ତାହାକୁ ଦେଖିଲେ ଲାଗୁଛି ଯେମିତି ନିର୍ବାଚନ ପୂର୍ବରୁ ପ୍ରସ୍ତୁତ ଚାଲିଛି । ତେବେ ଟିକାକରଣ ନିର୍ବାଚନ ପ୍ରକ୍ରିୟା ଭଳି ବୁଥ୍ ସ୍ତର ପର୍ଯ୍ୟନ୍ତ ପ୍ରସ୍ତୁତି ଚାଲିଥିବା କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ । ଏନେଇ ଦେଶର ୭୧୯ ଜିଲ୍ଲାରେ ୫୭.୦୦୦ ସ୍ୱେଚ୍ଛାସେବୀଙ୍କୁ ପ୍ରସ୍ତୁତ କରାଯାଇଛି । ଅନ୍ୟପଟେ ୯୬୦୦ ଭ୍ୟାକ୍ସିନେଟର୍ସଙ୍କୁ ଟ୍ରେନିଂ ଦିଆଯାଇଛି । ଡ୍ରାଏ ରନ୍ ବେଳେ କେବଳ ଭ୍ୟାକସିନ୍ ନକଲି ଥିବା ବେଳେ ଆଉ ସବୁ ଅସଲି ଥିଲା ବୋଲି କୁହାଯାଇଛି । ଏହି ଡ୍ରାଏ ରନ୍ ବେଳେ ୨୫ ଜଣ ଲୋକଙ୍କୁ ଡମି ଭ୍ୟାକସିନ ମଧ୍ୟ ଦିଆଯାଇଛି ।
କହିରଖୁ କି କରୋନା ଟିକାକୁ ଦେଶବାସୀ ଅପେକ୍ଷା କରିଥିବା ବେଳେ ସ୍ୱଦେଶୀ ଜ୍ଞାନ କୌଶଳରେ ପ୍ରସ୍ତୁତ ହୋଇଥିବା ୪ ଟି ଟିକା ମଧ୍ୟରୁ ଡ୍ରଗ୍ସ କଣ୍ଟ୍ରୋଲ ବୋର୍ଡ କାହାକୁ ମଞ୍ଜୁରୀ ପ୍ରଦାନ କରିବ ତାହା ଆଜି ସ୍ପଷ୍ଟ ହେବାକୁ ଯାଉଛି ।

from Kanak News
via <a href="https://ifttt.com/?

ତାସଖେଳରୁ ବୀଭତ୍ସ ହତ୍ୟା ! ନାବାଳକର ଶିଳପୁଆ ମାଡରେ ଯୁବକଙ୍କ ଶୋଚନୀୟ ମୃତ୍ୟୁ: ଖେଳ ଚାଲିଥିବାବେଳେ ସାମାନ୍ୟ ଯୁକ୍ତିତର୍କରୁ ମାରପିଟ୍

କନକ ବ୍ୟୁରୋ: ତାସ ଖେଳ ସମୟରେ ବିଭତ୍ସ ହତ୍ୟା । ନାବାଳକର ଶିଳପୁଆ ମାଡ଼ରେ ଯୁବକଙ୍କର ଶୋଚନୀୟ ମୃତ୍ୟୁ । ଭଦ୍ରକ ଜିଲ୍ଲା ତିହିଡ଼ି ଥାନା ଦୋଳସାହି ଗାଁରେ ଘଟିଛି ହତ୍ୟାକାଣ୍ଡ । ତାସ ଖେଳ ଚାଲିଥିବା ବେଳେ ରବିନ୍ଦ୍ର ଓ ଅଭିଯୁକ୍ତ ନାବାଳକଙ୍କର କୌଣସି କଥାରୁ ଯୁକ୍ତିତର୍କ ଲାଗିବା ସହ ମାଡ଼ପିଟ ଲାଗିଥିଲା । ପରେ ନାବାଳକ ଜଣକ ଉତକ୍ଷିପ୍ତ ହୋଇ ପାଖରେ ଥିବା ଶିଳପୁଆକୁ ରବିନ୍ଦ୍ର ଉପରକୁ ଆକ୍ରମଣ କରିଥିଲା । ଘଟଣା ସ୍ଥଳରେ ରବୀନ୍ଦ୍ରଭ୍କର ମୃତ୍ୟୁ ହୋଇଛି । ଦୁଇ ଜଣଙ୍କ ଭିତରେ ପୂର୍ବରୁ ଅନେକ ଥର ଝଗଡ଼ା ଏବଂ ବିବାଦ ଲାଗି ରହିଥିବା ସୂଚନା ରହିଛି । ଘଟଣା ସ୍ଥଳରୁ ଅଭିଯୁକ୍ତ ନାବାଳକ ଫେରାର ହୋଇଯାଇଥିବା ବେଳେ ଘଟଣା ସ୍ଥଳରେ ପୋଲିସ ପହଂଚି ତଦନ୍ତ ଜାରି ରଖିଛନ୍ତି ।

ସୂଚନା ଅନୁଯାୟୀ, ତିହିଡି ଥାନାର ଦୋଳସାହି ଗ୍ରାମରେ ତାସ ଖେଳ ଚାଲିଥିବା ବେଳେ ରବୀନ୍ଦ୍ର ଓ ଅଭିଯୁକ୍ତ ନାବାଳକଙ୍କ ସହ କୌଣସି କାରଣରୁ ଯୁକ୍ତିତର୍କ ଲାଗିଥିଲା। ପରେ ନାବାଳକ ଜଣକ ଉତକ୍ଷିପ୍ତ ହୋଇ ପାଖରେ ଥିବା ଶିଳପୁଆକୁ ରବୀନ୍ଦ୍ର ଉପରକୁ ଛାଟିଥିଲା। ପରେ ଶିଳପୁଆର ମାଡ଼ରେ ରବୀନ୍ଦ୍ରଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଥିଲା।

ମୃତ ରବୀନ୍ଦ୍ରଙ୍କ ସହ ନାବାଳକ ପରିବାର ମଧ୍ୟରେ ପୂର୍ବରୁ ବିବାଦ ଲାଗି ରହିଥିବା ସୂଚନା ମିଳିଛି। ଯାହାକୁ ନେଇ ଏଭଳି ହତ୍ୟାକାଣ୍ଡ ହୋଇଥିବା ଜଣାପଡ଼ିଛି। ଘଟଣାସ୍ଥଳରୁ ଅଭିଯୁକ୍ତ ନାବାଳକ ଫେରାର ହୋଇଯାଇଥିବା ବେଳେ, ତିହିଡି ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

from Kanak News
via <a href="https://ifttt.com/?

Design a site like this with WordPress.com
Get started