ବିଜେପି ନେତା କୁଳମଣି ବରାଳ ଓ ସହଯୋଗୀଙ୍କୁ ନିର୍ମମ ହତ୍ୟା ପରେ ସାଇଟିଫିକ ଟିମ ତନାଘନା: ଗାଁରେ ଉତ୍ତେଜନା, ୩ ପ୍ଲାଟୁନରୁ ଅଧିକ ପୁଲିସ ଫୋର୍ସ ମୁତୟନ

କନକ ବ୍ୟୁରୋ: ମାହାଙ୍ଗାର ବିଜେପି ନେତା ତଥା ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ କୂଳମଣି ବରାଳ ଓ ତାଙ୍କ ସହଯୋଗୀଙ୍କୁ ନିର୍ମମ ଭାବେ ହତ୍ୟା କଲେ ଦୁର୍ବୃତ । ଏହାକୁ ନେଇ ଅଂଚଳରେ ଉତେଜନା ଦେଖା ଦେବାରୁ ତିନି ପ୍ଲାଟୁନରୁ ଅଧିକ ପୁଲିସ ଫୋର୍ସ ମୁତୟନ କରାଯାଇଛି । ଗତକାଲି ରାତି ପ୍ରାୟ ୭ଟାରେ କୂଳମଣି ଓ ତାଙ୍କ ସହଯୋଗୀ ଦିବ୍ୟସିଂ ବରାଳଙ୍କ ଏକ ବାଇକରେ ଯଁକୋଟି ଗ୍ରାମ ଦେଇ ସେମାନଙ୍କ ଗାଁ ନୃତାଙ୍ଗକୁ ଫେରୁଥିଲେ । ଯଁକୋଟି ବ୍ରାହ୍ମଣସାହି ନିକଟରେ ୬ ଜଣରୁ ଅଧିକ ଦୁବୃର୍ତ ସେମାନଙ୍କୁ ଅତର୍କିତ ଆକ୍ରମଣ କରିଥିଲେ ।

ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ କୂଳମଣି ବରାଳ ଓ ତାଙ୍କ ସହଯୋଗୀ ବାଇକରୁ ତଳେ ପଡିଯିବା ପରେ ତାଙ୍କ ମୁହଁ ଓ ମୁଣ୍ଡକୁ ଧାରୁଆ ଅସ୍ତ୍ରରେ ହାଣି ଫେରାର ହୋଇଯାଇଥିଲେ ଦୁର୍ବୃତମାନେ । ଏହା ପରେ ଉଭୟଙ୍କୁ ସଂକଟାପନ୍ନ ଅବସ୍ଥାରେ ମାହାଙ୍ଗା ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ କୂଳମଣିଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ଦିବ୍ୟସିଂ ବରାଳଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ହତ୍ୟା ପଛରେ ରାଜନୈତିକ ଉଦ୍ଦେଶ୍ୟ ରହିଥିବା ଅଭିଯୋଗ କରିଛନ୍ତି ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା ଓ ମାହାଙ୍ଗା ବିଜେପି ବିଧାୟକ ପ୍ରାର୍ଥୀ ସାରଦା ପ୍ରଧାନ ।

from Kanak News
via <a href="https://ifttt.com/?

ଭକ୍ତ ଓ ଭଗବାନ ଏକାକାର: ୯ ମାସର କୋଭିଡ କଟକଣା ପରେ ଶ୍ରୀମନ୍ଦିରରେ ଆଜିଠୁ ସର୍ବସାଧାରଣ ଦର୍ଶନ ଆରମ୍ଭ; ପ୍ରବେଶ ପାଇଁ କରୋନା ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ

କନକ ବ୍ୟୁରୋ: ଭକ୍ତ ଓ ଭଗବାନ ଏକାକାର । କରୋନା ଯୋଗୁଁ ୯ ମାସ ଧରି ବନ୍ଦ ରହିବା ପରେ ଆଜିଠୁ ସର୍ବସାଧାରଣଙ୍କ ପାଇଁ ଖୋଲିଛି ଶ୍ରୀମନ୍ଦିର, ଲିଙ୍ଗରାଜ ସମେତ ପ୍ରମୁଖ ମନ୍ଦିର ଓ ପୀଠ । ଶ୍ରୀମନ୍ଦିରରେ ଆଜିଠାରୁ ଆରମ୍ଭ ହୋଇଛି ସର୍ବସାଧାରଣ ଦର୍ଶନ । ପୁରୀ ଜିଲ୍ଲା ସହ ରାଜ୍ୟ ତଥା ରାଜ୍ୟ ବାହାରର ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦର୍ଶନ ଆଜିଠୁ କରିପାରିବେ । ହେଲେ, ମନ୍ଦିରକୁ ପ୍ରବେଶ କରିବା ପୂର୍ବରୁ କରୋନା ନେଗେଟିଭ୍ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ କରାଯାଇଛି । ସେହିପରି ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ମଧ୍ୟ ଆଜି ଭକ୍ତଙ୍କ ପାଇଁ ଖୋଲିଛି ।

୩ରୁ ୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରବାସୀ ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିପାରିବେ । ଯଦି ଭୁବନେଶ୍ୱରରେ କେହି ଚାକିରୀ କରିଥିବେ ତେବେ ସେମାନେ ନିଜ ପରିଚୟ ପତ୍ର ଦେଖାଇ ମହାପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିପାରିବେ । ସେପଟେ ଗଂଜାବର ତାରାତାରିଣୀ ମନ୍ଦିର ଆଜି ଠାରୁ ଖୋଲିଛି । ଭକ୍ତ ଶାନ୍ତି ଶୃଙ୍ଖଳା ସହ ମାଙ୍କ ଦର୍ଶନ କରୁଛନ୍ତି । କେନ୍ଦ୍ରପଡାର ବଳଦେବଜୀଉ ମନ୍ଦିର ଭକ୍ତଙ୍କ ପାଇଁ ଖୋଲୁଛି । ଦୀର୍ଘ ୧୦ ମାସ ପରେ ବଳଦେବଜୀଉଙ୍କୁ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ ।

କୋଭିଡ ନିମୟ ପାଳନ କରି ଠାକୁରଙ୍କ ଦର୍ଶନ କରିବେ ଭକ୍ତ । ସଂବଲପୁରର ମାଆ ସମଲେଶ୍ୱରୀଙ୍କ ମନ୍ଦିର ଆଜି ଖୋଲୁଛି । କେବଳ ସ୍ଥାନୀୟ ଭକ୍ତଙ୍କ ପାଇଁ ଖୋଲିବ ମାଆ ସମଲେଶ୍ୱରୀ ମନ୍ଦିର । ପ୍ରଥମେ ସଂବଲପୁରର ସ୍ଥାନୀୟ ଲୋକ ମାଆଙ୍କ ଦର୍ଶନର ସୁବିଧା ପାଇବେ । କୋଭିଡ କଟକଣା କାରଣରୁ ମନ୍ଦିର ଦର୍ଶନ ସମୟରେ କିଛିଟା ପରିବର୍ତନ କରିଛି ମନ୍ଦିର ଟ୍ରେଷ୍ଟ ବୋର୍ଡ ।

from Kanak News
via <a href="https://ifttt.com/?

ପ୍ରତି ବିଷୟରେ ୮୦ ମାର୍କର ହେବ ମାଟ୍ରିକ ପରୀକ୍ଷା: ୫୦ ମାର୍କର ଅବଜେକ୍ଟିଭ ଏବଂ ୩୦ ମାର୍କର ସବଜେକ୍ଟିଭ ପ୍ରଶ୍ନ ରହିବ; ଫଳାଫଳ ପ୍ରକାଶ ବେଳେ ୧୦୦ ମାର୍କର ହେବ ମୂଲ୍ୟାୟନ

କନକ ବ୍ୟୁରୋ: ପ୍ରତି ବିଷୟରେ ୮୦ ମାର୍କର ହେବ ମାଟ୍ରିକ ପରୀକ୍ଷା । ୫୦ ମାର୍କର ଓଏମଆର ଅବଜେକ୍ଟିଭ ଏବଂ ୩୦ ମାର୍କର ସବଜେକ୍ଟିଭ ପ୍ରଶ୍ନ କରାଯିବ । କିନ୍ତୁ ଫଳାଫଳ ପ୍ରକାଶ ବେଳେ ୧୦୦ ମାର୍କର ମୂଲ୍ୟାୟନ ହେବ । ୮୦ ମାର୍କରୁ ପରୀକ୍ଷାର୍ଥୀ ରଖିଥିବା ମାର୍କ ଅନୁଯାୟୀ ବଳକା ୨୦ ମାର୍କ ପାଇଁ ଆଭରେଜ ମାର୍କ ପାଇବେ । ସେହିପରି ପରୀକ୍ଷା ସରିବାର ୪୫ରୁ ୫୦ ଦିନ ଭିତରେ ରେଜଲ୍ଟ ପ୍ରକାଶ ପାଇବ । ଏନେଇ ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ହଷ୍ଟେଲ ଖୋଲିବ କି ନାହିଁ ପରବର୍ତୀ ସମୟରେ ନିଷ୍ପତି ନିଆଯବି ବୋଲି କହିଛନ୍ତି ମନ୍ତ୍ରୀ ।

from Kanak News
via <a href="https://ifttt.com/?

ବାବୁସାନଙ୍କ କ୍ୟାଲେଣ୍ଡର ଉନ୍ମୋଚିତ । କ୍ୟାଲେଣ୍ଡରର ପ୍ରତିଟି ପୃଷ୍ଠାରେ ସ୍ଥାନ ପାଇଛି ପିଲାଙ୍କ ସହ ଫୁଟବଲ, କ୍ରିକେଟ୍, କ୍ୟାରମ ଖେଳୁଥିବା ଫଟୋ

କନକ ବ୍ୟୁରୋ: ବଲିଉଡ ଅଭିନେତା ବାବୁସାନଙ୍କ କ୍ୟାଲେଣ୍ଡର ଦି ଜେନେରେସନ ଅଫ ଟୁମାରୋ ଉନ୍ମୋଚିତ ହୋଇଯାଇଛି । ଛୋଟ ଛୋଟ ପିଲାଙ୍କ ବାବୁସାନଙ୍କ ଫୋଟୋ ଦେଖିବାକୁ ମିଳିଛି । ପିଲାଙ୍କ ସହ ଫୁଟବଲ, କ୍ରିକେଟ, କ୍ୟାରେମ ଖେଳୁଥିବା ଫଟୋଗୁଡାକ କ୍ୟାଲେଣ୍ଡରର ପ୍ରତିଟି ପୃଷ୍ଠାରେ ରହିଛି । ଭୁବନେଶ୍ୱର ପ୍ରେସକ୍ଲବରେ ସିଗନେଚର ୨୪ ପ୍ରଡକ୍ସନ ଓ ବାବୁସାନ ମିଳିତ ଭାବେ ପ୍ରସ୍ତୁତ କରିଥିବା ଏହି କ୍ୟାଲେଣ୍ଡରକୁ ଉନ୍ମୋଚିତ କରାଯାଇଛି । ପ୍ରଥମେ ଏହାର ଡିଜିଟାଲ ଲଂଚ ବାବୁସାନଙ୍କ ବାପା ଉତମ ମହାନ୍ତି ଓ ମାଆ ଅପରାଜିତା ମହାନ୍ତି କରିଥିଲେ ।

from Kanak News
via <a href="https://ifttt.com/?

ବ୍ରହ୍ମପୁର ମଡେଲ ପବ୍ଲିକ୍ ଲାଇବ୍ରେରୀକୁ ନୂଆବର୍ଷ ଉପହାର । ପ୍ରବାସୀ ଓଡିଆ ସମାଜ ପକ୍ଷରୁ ମିଳିବ ସହାୟତା

କନକ ବ୍ୟୁରୋ: ବ୍ରହ୍ମପୁରରେ ଥିବା ମଡେଲ ପବ୍ଲିକ ଲାଇବ୍ରେରୀକୁ ନୂଆ ବର୍ଷରେ ମିଳିଛି ଅଭିନବ ଉପହାର । ପ୍ରବାସୀ ଓଡିଆ ସମାଜ ‘ଦ ଓଡିଶା ସୋସାଇଟି ଅଫ ଆମେରିକାସ’ ଓ ବ୍ରହ୍ମପୁର ନଗର ନିଗମ ମଧ୍ୟରେ ପାଠାଗାରୁ ଅଧିକ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ଚୁକ୍ତିର ନବୀକରଣ ହୋଇଛି । ଅଧିକ ୫ ବର୍ଷ ପାଇଁ ପାଠାଗାରକୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବାକୁ ରାଜିନାମା ହୋଇଛି । ଓସାର କର୍ମକର୍ତାଙ୍କ ଆଗ୍ରହ ଓ ଆଂଚଳିକ ସ୍ୱେଚ୍ଛାସେବୀଙ୍କ ସହ ଯୋଗରେ ଏହି ପାଠାଗାର ଏବେ କାର୍ଯ୍ୟକ୍ଷମ ।

ଶହ ଶହ ଛାତ୍ରଛାତ୍ରୀ ସଭ୍ୟ ହୋଇ ପାଠାଗାରର ସମସ୍ତ ଆନୁସଙ୍ଗିକ ସୁବିଧା ପାଉଛନ୍ତି । ଜୁମ-ୱେବନାର ଜରିଆରେ ଯୋଡି ହୋଇଥିଲେ ଆମେରିକାରୁ  ଓସା ସଭାପତି କୁକୁଦାସ, ଉପସଭାପତି ଅନୀଲ ପଟ୍ଟନାୟକ, ଓପିଏଲଆଇର ନିଶିକାନ୍ତ ସାହୁ, ଅଜୟ ମହାନ୍ତିଙ୍କ ସମେତ ବ୍ରହ୍ମପୁର ନଗର ନିଗମ କମିଶନର ଡକ୍ଟର ସିଦେ୍ଧଶ୍ୱର ବଳିରାମ ବୋନ୍ଦାର, ପାଠାଗାରର ସହଯୋଗୀ ବି ନାଗାରାଓ ସୁବିଦ୍ଧି । ବ୍ରହ୍ମପୁରର ସାଧାରଣ ଜନତା ଏହି ପାଠାଗାର ପ୍ରକଳ୍ପରେ ଯୋଡି ହେଲେ ଏହାର ପ୍ରକୃତ ଲକ୍ଷ୍ୟ ପୂରଣ ହେବ ବୋଲି ଓସା ପକ୍ଷରୁ ବିବୃତି ଦିଆଯାଇଛି ।

from Kanak News
via <a href="https://ifttt.com/?

ଗୋପ ବନବିଭାଗ ପକ୍ଷରୁ ପକ୍ଷୀ ଗଣନା ଆରମ୍ଭ । ୧୦ ଜଣିଆ ଟିମ୍ ପକ୍ଷୀଗଣନାରେ ସାମିଲ । ୫ ଦିନ ଧରି ଚାଲିବ ପକ୍ଷୀଗଣନା କାର୍ଯ୍ୟ

କନକ ବ୍ୟୁରୋ: ପୁରୀ ଜିଲ୍ଲା ବ୍ରହ୍ମଗିରି ରେଂଜରେ ପକ୍ଷୀ ଗଣନା । ସକାଳ ୬ଟାରୁ ବ୍ରହ୍ମଗିରି ରେଂଜରେ ପକ୍ଷୀ ଗଣନା ଆରମ୍ଭ ହୋଇଛି । ରେଂଜକୁ ୪ଟି ଜୋନରେ ଭାଗ କରାଯାଇଛି । ସୁନା ମୁହିଁରୁ ବରକୁଦି, ବ୍ରହ୍ୁଗିରି ଢ଼ବା ଉକରୁ ଗୋଲରା, କାଠୁଆରେଡ଼ି ଛକରୁ ଖଜୁରିଆ, ଜଗନ୍ନାଥ ସଡ଼କରୁ ପଥରପଦରେ ଚାଲିଛି ଗଣନା ।

ଏହି ପକ୍ଷୀ ଗଣନା କାର୍ଯ୍ୟରେ ମୋଟ ୨୫ଜଣ ନିୟୋଜିତ ହୋଇଛନ୍ତି । ଗତବର୍ଷ ଏହି ରେଂଚରେ ୯୦ ହଜାର ୭୬୩ଟି ବଦେଶଗତ ପକ୍ଷୀ ଗଣନା ବେଳେ ଦେଖିବାକୁ ମିଳିଥିଲେ ୧୦୧ ପ୍ରଜାତି ପକ୍ଷୀ । ଏହା ସହ ୫ଟି ନୂଆ ଅତିଥି ପକ୍ଷୀ ମଧ୍ୟ ଚିହ୍ନଟ ହୋଇଥିବା ସୂଚନା ରହିଛି ।

from Kanak News
via <a href="https://ifttt.com/?

ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଲା ଲିଙ୍ଗରାଜ ମନ୍ଦିର: ୩ରୁ ୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରବାସୀଙ୍କୁ ଦର୍ଶନ ଅନୁମତି;ଚାକିରୀ କରିଥିବା ବ୍ୟକ୍ତି ନିଜ ପରିଚୟ ପତ୍ର ଦେଖାଇ କରିପାରିବେ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ

କନକ ବ୍ୟୁରୋ: ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ମଧ୍ୟ ଆଜି ଭକ୍ତଙ୍କ ପାଇଁ ଖୋଲିଛି । ୩ରୁ ୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରବାସୀ ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିପାରିବେ । ଯଦି ଭୁବନେଶ୍ୱରରେ କେହି ଚାକିରୀ କରିଥିବେ ତେବେ ସେମାନେ ନିଜ ପରିଚୟ ପତ୍ର ଦେଖାଇ ମହାପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିପାରିବେ । ସେପଟେ ଗଂଜାବର ତାରାତାରିଣୀ ମନ୍ଦିର ଆଜି ଠାରୁ ଖୋଲିଛି । ଭକ୍ତ ଶାନ୍ତି ଶୃଙ୍ଖଳା ସହ ମାଙ୍କ ଦର୍ଶନ କରୁଛନ୍ତି । କେନ୍ଦ୍ରପଡାର ବଳଦେବଜୀଉ ମନ୍ଦିର ଭକ୍ତଙ୍କ ପାଇଁ ଖୋଲୁଛି ।

ଦୀର୍ଘ ୧୦ ମାସ ପରେ ବଳଦେବଜୀଉଙ୍କୁ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । କୋଭିଡ ନିମୟ ପାଳନ କରି ଠାକୁରଙ୍କ ଦର୍ଶନ କରିବେ ଭକ୍ତ । ସଂବଲପୁରର ମାଆ ସମଲେଶ୍ୱରୀଙ୍କ ମନ୍ଦିର ଆଜି ଖୋଲୁଛି । କେବଳ ସ୍ଥାନୀୟ ଭକ୍ତଙ୍କ ପାଇଁ ଖୋଲିବ ମାଆ ସମଲେଶ୍ୱରୀ ମନ୍ଦିର । ପ୍ରଥମେ ସଂବଲପୁରର ସ୍ଥାନୀୟ ଲୋକ ମାଆଙ୍କ ଦର୍ଶନର ସୁବିଧା ପାଇବେ । କୋଭିଡ କଟକଣା କାରଣରୁ ମନ୍ଦିର ଦର୍ଶନ ସମୟରେ କିଛିଟା ପରିବର୍ତନ କରିଛି ମନ୍ଦିର ଟ୍ରେଷ୍ଟ ବୋର୍ଡ ।

from Kanak News
via <a href="https://ifttt.com/?

ଖୋଲୁନି ମଣ୍ଡି, ବର୍ଷା ଆଶଙ୍କାରେ ଚିନ୍ତାରେ ଚାଷୀ । ମାସ ମାସ ଧରି ରାଜରାସ୍ତା ଆଉ ଖଳାରେ ପଡ଼ି ରହିଛି ଧାନ

କନକ ବ୍ୟୁରୋ: ଖୋଲୁନି ଧାନ ମଣ୍ଡି, ଚିନ୍ତାରେ ଚାଷୀ । ପୁରୀ ଜିଲ୍ଲା ଗୋପ ବ୍ଲକର ୩୧ଟି ପଂଚାୟତରୁ ଆସିଲା ମଣ୍ଡି ସମସ୍ୟା । ମାସ ମାସ ଧରି ଅମଳ ଧାନ ବସ୍ତା ରାଜରାସ୍ତା ଆଉ ଖଳାରେ ପଡ଼ି ରହିଛି । ଖୋଲା ଆକାଶ ତଳେ ଶୀତ କାକରରେ ପଡ଼ି ରହିଛି ଧାନ । ବ୍ଲକର ଅନେକ ପଂଚାୟତରେ ଦେଖିବାକୁ ମିଳିଛି ଚାଷୀଙ୍କ ଏହି ଦୁର୍ଦ୍ଦଶା । ମଣ୍ଡି ଖୋଲୁନଥିବାରୁ କିଏ ବିଲ, ରାସ୍ତା ନଚେତ ଖଳାରେ ଅମଳ ଧାନ ବସ୍ତାକୁ ପକାଇ ରଖିଛନ୍ତି । ହେଲେ ମଣ୍ଡି ଖୋଲୁ ନଥିବାରୁ ଚିନ୍ତାରେ ବଡ଼ି ଯାଇଛନ୍ତି ଚାଷୀ । ସମବାୟ ସମିତି ଓ ଗୋପ ବ୍ଲକ ଯୋଗାଣ ବିଭାଗ ନିରୀକ୍ଷକଙ୍କ ପାଖକୁ ଦୌଡ଼ି ଦୌଡ଼ି ନିରାଶ ହେଲେଣୀ ଚାଷୀ । ଶେଷରେ ଶାଗ ମାଛ ଦରରେ ବର୍ଷକର କଷ୍ଟ ଉପାର୍ଜିତ ଫସଲକୁ ବିକିବାକୁ ବାଧ୍ୟ ହେଉଛନ୍ତି ଗୋପ ଚାଷୀ ।

from Kanak News
via <a href="https://ifttt.com/?

କରୋନା ମୁକାବିଲାରେ ସାରା ବିଶ୍ୱରେ ଭାରତ ଆଗୁଆ: ପ୍ରଥମ ରାଷ୍ଟ୍ର ଭାବେ ୪ଟି କୋଭିଡ ଟିକା ପ୍ରସ୍ତୁତ କରିଥିବା କହିଲେ କେନ୍ଦ୍ରମନ୍ତ୍ରୀ ଜାଭଡେକର

କନକ ବ୍ୟୁରୋ: କରୋନା ବିରୋଧୀ ଲଢେଇ ଅଭିଯାନରେ ସାରା ବିଶ୍ୱରେ ଭାରତ ହେଉଛି ଏକମାତ୍ର ଦେଶ, ଯେଉଁଠି ୪ଟି କୋଭିଡ ଟିକା ପ୍ରସ୍ତୁତ ହେଉଛି । ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାବଡେକର । ଦେଶରେ କୋଭିସଲଡ, କୋଭାକ୍ସିନ, ଫାଇଜର ଓ ଜାଇଡସ କାଡେଲା ଟିକା ବ୍ୟବାହର ପାଇଁ ପ୍ରସ୍ତୁତ ହୋଇ ରହିଛି । ସେଥିମଧ୍ୟରୁ କୋଭିସିଲଡ ଓ କୋଭାକ୍ସିନକୁ ଜରୁରୀ କାଳୀନ ବ୍ୟବହାର ପାଇଁ ଭାରତ ସରକାର ସବୁଜ ସଙ୍କେତ ଦେଇସାରିଛନ୍ତି । ଅନ୍ୟ ଟିକା ଅନୁମତି ପାଇବା ଅପେକ୍ଷାରେ ରହିଛନ୍ତି । କରୋନା ମହାମାରୀକୁ କାବୁ କରିବା ପାଇଁ ଭାରତ ସରକାର ନେଇଥିବା ପଦକ୍ଷେପ କାଟୁ କରିବ ବୋଲି ଆଶା କରାଯାଉଛି ।

କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭାଡେକର କହିଛନ୍ତି, ବିଶ୍ୱରେ ଭାରତ ଏକମାତ୍ର ଦେଶ ଯେଉଁଠି ୪ଟି କରୋନା ଟିକାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି । ଦେଶରେ ବର୍ତମାନ ୬ଟି ଟିକାର କ୍ଲିନିକାଲ୍ ଟ୍ରାଏଲ୍ ଚାଲିଛି । ସେଥିମଧ୍ୟରୁ ସିରମ ଇନଷ୍ଟିଚ୍ୟୁଟର କୋଭାସିଲ୍ଡ ଓ ଭାରତ ବାୟୋଟେକ୍ର ଦେଶୀ ଟିକା କୋଭାକ୍ସିନ ଆଗରେ ଅଛନ୍ତି । ଏହି ଦୁଇ ଟିକାକୁ ବିଶେଷଜ୍ଞ କମିଟି ସବୁଜ ସଂକେତ ଦେଇଥିବା ବେଳେ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତିକୁ ଦେବାକୁ ଡିସିଜିଆଇକୁ ସୁପାରିସ୍ କରିଛି । ବିଟ୍ରେନରେ ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ଓ ଫାଇଜର ଟିକାକୁ ଅନୁମତି ମିଳିଥିବା ବେଳେ ଆମେରିକାରେ ଜରୁରୀକାଳୀନ ବ୍ୟବହାର ପାଇଁ ଫାଇଜର ଟିକାକୁ ଅନୁମତି ମିଳିଛି । ତେବେ ଭାରତରେ ୪ଟି ଟିକା ପହଁଚିଛି ଚୂଡ଼ାନ୍ତ ପର୍ଯ୍ୟାୟରେ ।

ଚୂଡ଼ାନ୍ତ ପର୍ଯ୍ୟାୟରେ ୪ କରୋନା ଟିକା

• ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ଓ ସିରମ୍ ଇନଷ୍ଟିଚ୍ୟୁଟର ଟିକା ‘କୋଭାସିଲ୍ଡ’

• ଆଇସିଏମ୍ଆର୍ ଓ ଭାରତ ବାୟୋଟେକ୍ ନିର୍ମିତ ‘କୋଭାକ୍ସିନ୍’

• କାଡିଲା ହେଲ୍ଥକେୟାର ବିକଶିତ କରୁଥିବା ଟିକା ‘ଜାଇକୋଭ୍-ଡି’

• ନୋଭାଭାକ୍ସ ଓ ସିରମ୍ ଇନଷ୍ଟିଚ୍ୟୁଟ୍ ପ୍ରସ୍ତୁତ କରୁଥିବା ଟିକା ‘ଏନ୍ଭିଏକ୍ସ-କୋଭ୍୨୩୭୩’

ତେବେ ଏହି ୪ଟି ଟିକା ସହ ହାଇଦ୍ରାବାଦ ସ୍ଥିତ ବାଓଲଜିକାଲ୍ ଇ ଲିମିଟେଡ୍ ଏବଂ ପୁନେ ସ୍ଥିତ ଜେନୋଭା ବାଓ-ଫାର୍ମାଚ୍ୟୁଟିକାଲ୍ସ ବିକଶିତ କରୁଥିବା ୨ଟି ଟିକାର ପରୀକ୍ଷଣ ଚାଲିଛି ।

from Kanak News
via <a href="https://ifttt.com/?

ଗିରଫ ହେଲା ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ: ଟେରର ଫଣ୍ଡିଂ ମାମଲାରେ ଲସ୍କର ଇ ତୋଇବା ଆତଙ୍କୀ ଲଖଭିକୁ ବାନ୍ଧିଲା ପାକିସ୍ତାନ ସ୍ୱତନ୍ତ୍ର ପୋଲିସ

କନକ ବ୍ୟୁରୋ: ମୁମ୍ବାଇ ଆକ୍ରମଣ ଘଟଣାର ଅନ୍ୟତମ ମାଷ୍ଟର ମାଇଣ୍ଡ ଲକ୍ଭିକୁ ଗିରଫ କରିଛି ପାକିସ୍ତାନ ପୁଲିସ । ଟେରର ଫଣ୍ଡ ମାମଲାରେ ତାଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ଲସ୍କର-ଇ-ତୋଇବାର ଏହି ପ୍ରମୁଖ ନେତା ମୁମ୍ବାଇ ଆକ୍ରମଣ ମାମଲାରେ ଗିରଫ ପରେ ୨୦୧୫ରୁ ଜାମିନରେ ରହିଥିଲା । ୨୬-୧୧ ଆକ୍ରମଣ ଘଟଣାର ଷଡଯନ୍ତ୍ରରେ ଆତଙ୍କବାଦୀ ଲକ୍ଭିର ପ୍ରମୁଖ ହାତ ରହିଥିଲା ।

ମୁମ୍ବାଇ ଆକ୍ରମଣ ମାଷ୍ଟର ମାଇଣ୍ଡ ଗିରଫ । ଲସ୍କର-ଇ-ତୋଇବା ଆତଙ୍କୀ ଲଖଭି ଗିରଫ । ୨୬-୧୧ ମୁମ୍ବାଇ ଆକ୍ରମଣର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଲସ୍କର ଇ ତୋଇବାର ଅପରେସନ କମାଣ୍ଡର ଜାକି-ଉର-ରେହମାନ ଲଖଭିକୁ ପାକିସ୍ତାନରେ ଗିରଫ କରିଥିବା ନେଇ ସୂଚନା ମିଳିଛି । ଆତଙ୍କୀ ବିରୋଧୀ ବିଭାଗ ଟେରର ଫଣ୍ଡ ମାମଲାରେ ଗିରଫ କରିଥିବା ନେଇ ବିଭାଗ ପକ୍ଷରୁ ଦିଆଯାଇଛି ସୂଚନା ।

ଏକ ଡିସପେନସରୀ ଜରିଆରେ ଲଖଭି ଆତଙ୍କବାଦ ପାଇଁ ଅର୍ଥ ସଂଗ୍ରହ କରୁଥିବା ନେଇ ଲାହୋର ପୋଲିସ ନିକଟରେ ଏକ ମାମଲା ରୁଜୁ ହୋଇଥିବା ସିଡିଟି ସୂଚନା ଦେଇଛି । ଏହି ଅର୍ଥକୁ ନିଜ ବ୍ୟକ୍ତିଗତ ଖର୍ଚ୍ଚ ପାଇଁ ମଧ୍ୟ ଏହି ଆତଙ୍କବାଦୀ ବ୍ୟବହାର କରୁଥିବା ଜଣାପଡିଛି । ଲଖଭି ବିରୋଧରେ ଲାହୋର ସ୍ଥିତ ଆଂଟି ଟେରରିଜମ୍ କୋର୍ଟରେ ମାମଲାର ଶୁଣାଣି ହେବ ।
୨୦୦୮ ମସିହା ନଭେମ୍ବର ୨୬ ତାରିଖରେ ଲସ୍କର-ଇ ତୋଇବାର ଆତଙ୍କବାଦୀମାନେ ମୁମ୍ବାଇରେ ଏକାଧିକ ସ୍ଥାନରେ ବିସ୍ଫୋରଣ ଘଟାଇଥିଲେ । ଏହି ଘଟଣାରେ ମୋଟ ୧୭୪ ଜଣଙ୍କ ମୃତ୍ୟୁ ଘଟିଥିଲା । ଏଥିରେ ୨୯ ଜଣ ବିଦେଶୀ ମଧ୍ୟ ସାମିଲ ଥିଲେ । ପାକିସ୍ତାନର ହସ୍ତକ୍ଷେପ ପରେ ଏବେ ବି ପ୍ରମୁଖ ଅଭିଯୁକ୍ତମାନଙ୍କୁ ଶାସ୍ତି ମିଳିପାରି ନାହିଁ ବୋଲି ଭାରତ ଅଭିଯୋଗ କରିଆସୁଛି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started