ମାହାଙ୍ଗାର ବିଜେପି ନେତା କୂଳମଣି ବରାଳଙ୍କୁ ନିର୍ମମ ହତ୍ୟା: ନୃତାଙ୍ଗ ନିକଟରେ ଧାରୁଆ ଅସ୍ତ୍ରରେ କୁଳମଣି ଓ ତାଙ୍କ ସହଯୋଗୀଙ୍କୁ ହାଣି ହତ୍ୟାକଲେ ଦୁବୃର୍ତ୍ତ; ଘଟଣାର ନିନ୍ଦା ସହ କାର୍ଯ୍ୟାନୁଷ୍ଠାନ ଦାବି କଲେ ଧର୍ମେନ୍ଦ୍ର

କନକ ବ୍ୟୁରୋ: ମାହାଙ୍ଗାର ବିଜେପି ନେତା ତଥା ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ କୂଳମଣି ବରାଳ ଓ ତାଙ୍କ ସହଯୋଗୀଙ୍କୁ ନିର୍ମମ ଭାବେ ହତ୍ୟା କଲେ ଦୁର୍ବୃତ । ଏହାକୁ ନେଇ ଅଂଚଳରେ ଉତେଜନା ଦେଖା ଦେବାରୁ ତିନି ପ୍ଲାଟୁନରୁ ଅଧିକ ପୁଲିସ ଫୋର୍ସ ମୁତୟନ କରାଯାଇଛି । ଗତକାଲି ରାତି ପ୍ରାୟ ୭ଟାରେ କୂଳମଣି ଓ ତାଙ୍କ ସହଯୋଗୀ ଦିବ୍ୟସିଂ ବରାଳଙ୍କ ଏକ ବାଇକରେ ଯଁକୋଟି ଗ୍ରାମ ଦେଇ ସେମାନଙ୍କ ଗାଁ ନୃତାଙ୍ଗକୁ ଫେରୁଥିଲେ । ଯଁକୋଟି ବ୍ରାହ୍ମଣସାହି ନିକଟରେ ୬ ଜଣରୁ ଅଧିକ ଦୁବୃର୍ତ ସେମାନଙ୍କୁ ଅତର୍କିତ ଆକ୍ରମଣ କରିଥିଲେ ।

ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ କୂଳମଣି ବରାଳ ଓ ତାଙ୍କ ସହଯୋଗୀ ବାଇକରୁ ତଳେ ପଡିଯିବା ପରେ ତାଙ୍କ ମୁହଁ ଓ ମୁଣ୍ଡକୁ ଧାରୁଆ ଅସ୍ତ୍ରରେ ହାଣି ଫେରାର ହୋଇଯାଇଥିଲେ ଦୁର୍ବୃତମାନେ । ଏହା ପରେ ଉଭୟଙ୍କୁ ସଂକଟାପନ୍ନ ଅବସ୍ଥାରେ ମାହାଙ୍ଗା ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ କୂଳମଣିଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ଦିବ୍ୟସିଂ ବରାଳଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ହତ୍ୟା ପଛରେ ରାଜନୈତିକ ଉଦ୍ଦେଶ୍ୟ ରହିଥିବା ଅଭିଯୋଗ କରିଛନ୍ତି ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା ଓ ମାହାଙ୍ଗା ବିଜେପି ବିଧାୟକ ପ୍ରାର୍ଥୀ ସାରଦା ପ୍ରଧାନ ।

ମହାଙ୍ଗାର ପୂର୍ବତନ ବ୍ଲକ ଅଧ୍ୟକ୍ଷ କୁଳମଣି ବରାଳଙ୍କୁ ହତ୍ୟା ଘଟଣାକୁ ନେଇ ଟୁଇଟ କରି ଶୋକ ପ୍ରକାଶ କରିବା ସହ ନିନ୍ଦା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଟୁଇଟରରେ ସେ ଲେଖିଛନ୍ତି, ଶ୍ରୀ ବରାଳ ଜଣେ ସରଳ ଓ ନିଷ୍ଠାପର ସାମାଜିକ କାର୍ଯ୍ୟକର୍ତା ଭାବେ ପରିଚିତ ଥିଲେ । ସାମାଜିକ ଜୀବନରେ ମତ ପାର୍ଥକ୍ୟ ଏବଂ ବାଦବିବାଦ ରହିବ କିନ୍ତୁ ହିସାଂ ଓ ହତ୍ୟା କରିବା ଏହାଠୁ ଦୁଃଖଦ ଘଟଣା କିଛି ଥାଇନପାରେ । ଏହି ଘଟଣାରେ ପ୍ରଶାସଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି କେନ୍ଦ୍ରମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି । ଏଥିସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

from Kanak News
via <a href="https://ifttt.com/?

ଯଶସ୍ୱୀ ଜନନାୟକଙ୍କୁ ମନେ ପକାଉଛି ଓଡିଶା: ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଆଜି ୯୪ତମ ଜୟନ୍ତୀ; ରାଜ୍ୟର ସଂସ୍କୃତିଠାରୁ ଆରମ୍ଭ କରି କ୍ରୀଡ଼ା କ୍ଷେତ୍ରର ବିକାଶ ପର୍ଯ୍ୟନ୍ତ ସବୁଠି ଲମ୍ବିଛି ତାଙ୍କର ଅଭୁଲା ସ୍ୱାକ୍ଷର

କନକ ବ୍ୟୁରୋ: ସଂଘର୍ଷ ଓ ସଂଘାତ ମଧ୍ୟରୁ ସୃଷ୍ଟି ହୋଇଥାନ୍ତି ଜନନେତା । ଦୂରଦୃଷ୍ଟି ଓ ଅଧ୍ୟବସାୟ ବଳରେ ସେମାନେ ଲେଖିଥାନ୍ତି ଦେଶ ଓ ଜାତିର ଇତିହାସ । ସେହିଭଳି ଜଣେ ଜନନେତା ଥିଲେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ । ଗୋଟିଏ ସାଧାରଣ ପରିବାରରେ ଜନ୍ମ ନେଇ ନିଜର ଅସାଧାରଣ ବ୍ୟକ୍ତିତ୍ୱ ବଳରେ ସୃଷ୍ଟି କରିଥିଲେ ନିଜର ସ୍ୱତନ୍ତ୍ର ପରିଚୟ । ସାହିତ୍ୟ, ସାମ୍ବାଦିକତା ଓ ରାଜନୀତିରେ ସେ ଏପରି ଛାପ ଛାଡ଼ି ଯାଇଛନ୍ତି, ଯାହା ତାଙ୍କୁ ଅମର କରିଦେଇଛି । ଗରିବ ଓ ଅସହାୟ ବ୍ୟକ୍ତିଙ୍କ ଦୁଃଖ ଦୂର କରିବା ପାଇଁ ତାଙ୍କର ନିଷ୍ଠାପର ପ୍ରୟାସ ଓ ଦୂରଦୃଷ୍ଟି ସଂପନ୍ନ ପଦକ୍ଷେପ ଆଜି ବି ଉଦାହରଣ ହୋଇ ରହିଛି । ୯୪ ତମ ଜନ୍ମ ଜୟନ୍ତୀ ଅବସରରେ ଏହି ଯୋଗଜନ୍ମା ଜନନେତାଙ୍କୁ ଗଭୀର ଶ୍ରଦ୍ଧାଂଜଳି ଜଣାଉଛୁ ।

“ଉଚ୍ଚ କୁଳରେ ଜାତହେବା ଦୈବର ଅଧୀନ କିନ୍ତୁ ପୁରୁଷକାର ମୋର ଅଧୀନ’’ । ବେଣୀ ସଂହାରମ୍ ନାଟକରେ ମହାବୀର କର୍ଣ୍ଣଙ୍କ ଏହି ସଂଳାପ କେବଳ ଜାନକୀ ବଲ୍ଲଭଙ୍କ ମୂଳମନ୍ତ୍ର ନଥିଲା ବରଂ ନିଜ କର୍ମ ମାଧ୍ୟମରେ ସେ ଏହାକୁ ପ୍ରମାଣିତ କରିଥିଲେ । ଗୋଟିଏ ପଟେ ସାହିତ୍ୟ ଓ ସାମ୍ବାଦିକତା, ଅନ୍ୟପଟେ ରାଜନୀତି । ପ୍ରତିଟି କ୍ଷେତ୍ରରେ ସଫଳତାର ଶିଖର ଛୁଇଁ ପାରିଥିଲେ ସେ । ସତୁରୀ ଦଶକର ଆରମ୍ଭରେ ରାଜନୈତିକ ମଇଦାନରେ ନିଜର ଭାଗ୍ୟ ପରୀକ୍ଷା କରିଥିଲେ ଜାନକୀ ବଲ୍ଲଭ । ୧୯୭୧ରେ ସାଂସଦ ଭାବେ ନିର୍ବାଚିତ ହେବା ସହ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇବା ଥିଲା ତାଙ୍କ ସଫଳତାର ପ୍ରଥମ ପାହାଚ । ୧୯୮୦ ସାଧାରଣ ନିର୍ବାଚନରେ ଓଡିଶାରେ କଂଗ୍ରେସକୁ ଯେଉଁ ସଫଳତା ଆଣିଦେଲେ ତାହା ଥିଲା ତାଙ୍କର ଚମକ୍ରାରିତା । ଜାନକୀ ବଲ୍ଲଭଙ୍କ ସାଂଗଠନିକ ଦକ୍ଷତା ଉପରେ ତକ୍ରାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଅଖଣ୍ଡ ବିଶ୍ୱାସ ରହିଥିଲା । ଶ୍ରମ, ପର୍ଯ୍ୟଟନ ଓ ବେସାମରିକ ବିମାନ ଚଳାଚଳ ବିଭାଗର ମନ୍ତ୍ରୀ ହୋଇଥିଲେ ସେ ।

ଲୋକସଭା ନିର୍ବାଚନରେ ବିପୁଳ ସଫଳତା ପରେ ହୋଇଥିଲା ଓଡିଶା ବିଧାନସଭା ନିର୍ବାଚନ । ଏହି ନିର୍ବାଚନରେ ଜାନକୀଙ୍କ ନେତୃତ୍ୱରେ କଂଗ୍ରେସର ବିପୁଳ ବିଜୟ ହେଲା । ଜାନକୀ ପଟ୍ଟନାୟକ ବିଧାୟକ ଦଳ ନେତା ହୋଇ ମୁଖ୍ୟମନ୍ତ୍ରୀ ମୁକୁଟ ପିନ୍ଧିଲେ । ୧୯୮୫ରେ ମଧ୍ୟ ତାଙ୍କରି ନେତୃତ୍ୱରେ ଦଳ ବିଜୟ ଲାଭ କଲା ଓ ଦ୍ୱିତୀୟ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଆସନରେ ଅଳଂକୃତ ହୋଇଥିଲେ । ସେହିପରି ଜାନକୀଙ୍କ ନେତୃତ୍ୱରେ ୧୯୯୫ ବିଧାନସଭା ନିର୍ବାଚନ ଜିତି ସରକାର ଗଢିଲା କଂଗ୍ରେସ ଓ ତୃତୀୟଥର ପାଇଁ ସେ ହୋଇଥିଲେ ରାଜ୍ୟର ମୁଖ୍ୟମନ୍ତ୍ରୀ । ୨୦୦୪ରେ ପୁଣିଥରେ ବିଧାନସଭାକୁ ନିର୍ବାଚିତ ହୋଇ ବିରୋଧୀ ଦଳ ନେତା ଏବଂ ୨୦୦୯ରୁ ୨୦୧୪ ଯାଏଁ ଆସାମର ରାଜ୍ୟପାଳ ଭାବେ ଦାୟିତ୍ୱ ତୁଲାଇଥିଲେ ।

ଓଡ଼ିଶାକୁ ଏକ ଶିଳ୍ପ ବିକାଶିତ ରାଜ୍ୟରେ ପରିଣତ କରିବାରେ ଥିଲା ଜାନକୀ ବଲ୍ଲଭଙ୍କ ବଳିଷ୍ଠ ଯୋଗଦାନ । ହଜାରେ ଦିନରେ ହଜାର ଶିଳ୍ପ ପ୍ରତିଷ୍ଠା ପାଇଁ ଦେଇଥିବା ଆହ୍ୱାନ ଯୋଗୁଁ ମଧ୍ୟମ ଓ କ୍ଷୁଦ୍ର ଶିଳ୍ପର ବିପ୍ଳବ ହୋଇଥିଲା ଓଡ଼ିଶାରେ । କେବଳ ଶିଳ୍ପ ନୁହେଁ କୃଷି କ୍ଷେତ୍ରରେ ମଧ୍ୟ ସେ ଆଣିଥିଲେ ବୈପ୍ଳବିକ ପରିବର୍ତନ । ଓମଫେଡ୍ ପ୍ରତିଷ୍ଠା ହୋଇଥିଲା ୧୯୮୦ ମସିହାରେ ଯେତେବେଳେ ଜାନକୀ ପଟ୍ଟନାୟକ ପ୍ରଥମଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିଲେ । ସେହିପରି ଅଣ୍ଡା ଉତ୍ପାଦନ ବଢାଇବା ପାଇଁ ଓପୋଲଫେଡ୍ ମଧ୍ୟ ତାଙ୍କରି ସମୟରେ ଆରମ୍ଭ ହୋଇଥିଲା । ହୋଟେଲକୁ ଶିଳ୍ପର ମାନ୍ୟତା ଦେବା ସହ ସିନେମା ଶିଳ୍ପର ବିକାଶ ପାଇଁ ସ୍ଥାପନ ହୋଇଥିଲା ଓଡିଶା ଚଳଚ୍ଚିତ୍ର ଉନ୍ନୟନ ସଂସ୍ଥା ଓ କଳିଙ୍କ ଷ୍ଟୁଡିଓ ।

ଓଡ଼ିଶାକୁ ଶିଳ୍ପ ସମୃଦ୍ଧ ରାଜ୍ୟ କରିବାକୁ ତାଙ୍କର ଯେତିକି ଉଦ୍ୟମ ଥିଲା ଗରିବଙ୍କ କଲ୍ୟାଣ ପାଇଁ ସେତିକି ଥିଲା ଦରଦ । ଆଦିବାସୀ ଓ ମରୁଡି ପ୍ରବଣ ଅଂଚଳରେ ୨ ଟଙ୍କିଆ ଚାଉଳ ଯୋଜନା ଥିଲା ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ବଡ କାର୍ଯ୍ୟକ୍ରମ । ଜଣେ ଦୂରଦୃଷ୍ଟି ସଂପନ୍ନ ଓ ବିଚକ୍ଷଣ ରାଜନେତା, ଜଣେ ସମାଜ ସଂସ୍କାରକ ଭାବେ ଜାନକୀ ବଲ୍ଲଭ ଯେତିକି ଜଣାଶୁଣା ଥିଲେ, ଜଣେ ସୁସାହିତ୍ୟିକ ଓ ସଂସ୍କୃତ ବିଶାରଦ ଭାବେ ଥିଲା ତାଙ୍କର ସେତିକି ଖ୍ୟାତି । ରାଜ୍ୟର କଳା, ସଂସ୍କୃତିଠାରୁ ଆରମ୍ଭ କରି କ୍ରୀଡ଼ା କ୍ଷେତ୍ରର ବିକାଶ ପର୍ଯ୍ୟନ୍ତ ସବୁଠି ଲମ୍ବିଛି ତାଙ୍କର ଅଭୁଲା ସ୍ୱାକ୍ଷର ।

from Kanak News
via <a href="https://ifttt.com/?

ଆଜିଠୁ ୨ ଦିନ ଘନ କୁହୁଡ଼ି ! ରାଜ୍ୟର ୬ ଜିଲ୍ଲାରେ ପ୍ରବଳ କୁହୁଡ଼ି ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା

କନକ ବ୍ୟୁରୋ: ଆଜିଠାରୁ ଦୁଇଦିନ ପାଇଁ ରାଜ୍ୟର ୬ଟି ଜିଲ୍ଲାରେ ସକାଳୁ ସକାଳୁ ଘନ କୁହୁଡ଼ି ପଡ଼ିବ। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଏହି ସବୁ ଜିଲ୍ଲାରେ ସତର୍କତାମୂଳକ ପଦକ୍ଷେପ ନେବାକୁ ସ୍ବତନ୍ତ୍ର ରିଲିଫ କମିସନର (ଏସଆରସି) ସମ୍ପୃକ୍ତ ଜିଲ୍ଲାପାଳ ଓ ଏସପିଙ୍କୁ ଚିଠି ଲେଖିଛନ୍ତି। କୁହୁଡ଼ି ସମୟରେ ଜାତୀୟ ଓ ରାଜ୍ୟ ରାଜପଥଗୁଡ଼ିକରେ ଯେପରି ଗାଡ଼ି ଚଳାଚଳ ନିୟନ୍ତ୍ରଣ ରହିବ, ସେଥିପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।

ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଜାନୁଆରି ୪ ତାରିଖ ସକାଳେ ଅନୁଗୁଳ, କଟକ, ଜଗତସିଂହପୁର, ଭଦ୍ରକ ଏବଂ କନ୍ଧମାଳ ଜିଲ୍ଲାରେ ଘନ କୁହୁଡ଼ି ହେବ। ସେହିପରି ୫ ତାରିଖରେ ଭଦ୍ରକ, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ କନ୍ଧମାଳ ଜିଲ୍ଲାରେ କୁହୁଡ଼ି ସ୍ଥିତି ଜାରି ରହିବ।

from Kanak News
via <a href="https://ifttt.com/?

ଆଜିଠୁ ଖୋଲିଲା ମା’ ସମଲେଇ ଓ କେନ୍ଦ୍ରାପଡାର ବଳଦେବଜୀୟ ମନ୍ଦିର: କେବଳ ସ୍ଥାନୀୟ ଭକ୍ତଙ୍କ ପାଇଁ ଖୋଲିଲା ମା’ ସମଲେଶ୍ୱରୀଙ୍କ ମନ୍ଦିର; କୋଭିଡ କଟକଣା ମାନି ଦର୍ଶନ କରିବେ ଶ୍ରଦ୍ଧାଳୁ

କନକ ବ୍ୟୁରୋ: ସଂବଲପୁରର ମାଆ ସମଲେଶ୍ୱରୀଙ୍କ ମନ୍ଦିର ଆଜି ଖୋଲୁଛି । କେବଳ ସ୍ଥାନୀୟ ଭକ୍ତଙ୍କ ପାଇଁ ଖୋଲିବ ମାଆ ସମଲେଶ୍ୱରୀ ମନ୍ଦିର । ପ୍ରଥମେ ସଂବଲପୁରର ସ୍ଥାନୀୟ ଲୋକ ମାଆଙ୍କ ଦର୍ଶନର ସୁବିଧା ପାଇବେ । କୋଭିଡ କଟକଣା କାରଣରୁ ମନ୍ଦିର ଦର୍ଶନ ସମୟରେ କିଛିଟା ପରିବର୍ତନ କରିଛି ମନ୍ଦିର ଟ୍ରେଷ୍ଟ ବୋର୍ଡ । ଆଜି ସକାଳ ୬ଟାରୁ ଦିନ ସାଢେ ୧୧ ଏବଂ ଅପରାହ୍ନ ୩ଟାରୁ ସଂଧ୍ୟା ସାଢେ ୭ଟା ଯାଏଁ ଦର୍ଶନ ସୁବିଧା ରହିଛି । ସମସ୍ତେ ମନ୍ଦିର ବାହାରୁ ମାଆଙ୍କ ଦର୍ଶନ କରିବେ । ଗମ୍ଭୀରା ଭିତରକୁ ପ୍ରବେଶ କରିପାରିବେ ନାହିଁ । ଆଜିଠୁ ୫ ଦିନ ପାଇଁ ସଂବଲପୁରବାସୀ ମାଆ ସମଲେଶ୍ୱରୀଙ୍କ ଦର୍ଶନ କରିପାରିବେ ।

ସେପଟେ ଆଜି କେନ୍ଦ୍ରାପଡାର ବଳଦେବଜୀଉ ମନ୍ଦିର ଭକ୍ତଙ୍କ ପାଇଁ ଖୋଲୁଛି । ଦୀର୍ଘ ୧୦ ମାସ ପରେ ବଳଦେବଜୀଉଙ୍କୁ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । କୋଭିଡ ନିମୟ ପାଳନ କରି ଠାକୁରଙ୍କ ଦର୍ଶନ କରିବେ ଭକ୍ତ । କରୋନା କଟକଣା ଯୋଗୁଁ ମନ୍ଦିର ବନ୍ଦ ରହିଥିବା ବେଳେ ଆଜି ଠାକୁରଙ୍କ ଦର୍ଶନ ପାଇଁ ସୁଯୋଗ ମିଳିଥିବାରୁ ଭକ୍ତମାନେ ଆନନ୍ଦିତ ହୋଇଛନ୍ତି । ଧାଡିବାନ୍ଧି ଭକ୍ତମାନେ ମନ୍ଦିର ଭିତରକୁ ଯାଇ ଶୃଙ୍ଖଳିତ ଦର୍ଶନ କରୁଥିବା ଦେଖିବାକୁ ମିଳିଛି ।

from Kanak News
via <a href="https://ifttt.com/?

ଶ୍ରୀମନ୍ଦିରରେ ଆଜିଠୁ ଆରମ୍ଭ ସର୍ବସାଧାରଣ ଦର୍ଶନ: ମନ୍ଦିରରେ ପ୍ରବେଶ ପାଇଁ ଦେଖାଇବାକୁ ପଡିବ କରୋନା ନେଗେଟିଭ୍ ରିପୋର୍ଟ

କନକ ବ୍ୟୁରୋ: ଶ୍ରୀମନ୍ଦିରରେ ଆଜିଠାରୁ ଆରମ୍ଭ ହେବ ସର୍ବସାଧାରଣ ଦର୍ଶନ । ପୁରୀ ଜିଲ୍ଲା ସହ ରାଜ୍ୟ ତଥା ରାଜ୍ୟ ବାହାରର ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦର୍ଶନ ଆଜିଠୁ କରିପାରିବେ । ହେଲେ, ମନ୍ଦିରକୁ ପ୍ରବେଶ କରିବା ପୂର୍ବରୁ କରୋନା ନେଗେଟିଭ୍ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ କରାଯାଇଛି । ଦର୍ଶନ ପାଇ ଭକ୍ତଙ୍କୁ ୯୬ ଘଂଟା ପୂର୍ବର କୋଭିଡ ନେଗେଟିଭ ରିପୋର୍ଟ ଦେଖାଇବାକୁ ପଡିବ । ପୁରୀବାସୀଙ୍କ ପାଇଁ ମଧ୍ୟ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି । ନିଜ ଅଂଚଳରୁ ରିପୋର୍ଟ ଆଣି ଆସିବାକୁ କୁହାଯାଇଛି । କିଓସ୍କ କେନ୍ଦ୍ରର ଶ୍ରଦ୍ଧାଳୁ ଆଣିଥିବା କୋଭିଡ ନେଗେଟିଭ ରିପୋର୍ଟର ଯାଂଚ ହେବ । ଏଥିସହ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଥିବା ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ।

ଦୀର୍ଘ ୯ ମାସରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ସୁଯୋଗ ଆସିଥିବାରୁ ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ଉକ୍ରଣ୍ଠା ବଢ଼ିଯାଇଛି । ପୂର୍ବରୁ ସେବାୟତ ଓ ପୁରୀବାସୀ ପର୍ଯ୍ୟାୟ କ୍ରମେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ଧାଡି ଦର୍ଶନ ପାଇଁ ମାର୍କେଟ ଛକରୁ ବାରିକେଡ ବ୍ୟବସ୍ଥା କରାଯାଇଛି । କରୋନା ମହାମାରୀ ଗତ ବର୍ଷ ମାର୍ଚ୍ଚ ୨୦ରୁ ଶ୍ରୀମନ୍ଦିର ବନ୍ଦ ରହିଥିଲା । ଭକ୍ତଙ୍କୁ ଦର୍ଶନରୁ ବଂଚିତ ରଖାଯାଇଥିଲେ ମଧ୍ୟ ପୂର୍ବ ଭଳି ସ୍ୱଭାବିକ ଚାଲିିଥିଲା ମନ୍ଦିରର ନୀତିକାନ୍ତି ।

ସ୍ଥିତି ସ୍ୱାଭାବିକ ହୋଇନଥିଲେ ମଧ୍ୟ ଡିସେମ୍ବର ୨୩ରୁ ପୁନର୍ବାର ଦର୍ଶନ ଆରମ୍ଭ ହୋଇଛି । ଡିସେମ୍ବର ୨୩ରୁ ୨୫ ତାରିଖ ଯାଏଁ ସେବାୟତ ଓ ସେବାୟତଙ୍କ ପରିବାର ଦର୍ଶନ ସୁଯୋଗ ପାଇଥିଲେ । ଡିସେମ୍ବର ୨୬ରୁ ୩୧ ତାରିଖ ପୁରୀ ସହରବାସୀ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି । ଏହାପରେ ଗହଳି ଏଡାଇବା ପାଇଁ ଜାନୁୟାରୀ ୧ ଓ ୨ ତାରିଖ ଦର୍ଶନ ବନ୍ଦ ରହିବା ପରେ ଆଜିଠାରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ ।

from Kanak News
via <a href="https://ifttt.com/?

ମହଙ୍ଗାରେ ବିଜେପି ନେତା କୁଳମଣି ବରାଳଙ୍କୁ ହତ୍ୟା ଅଭିଯୋଗ । ହତ୍ୟା ଅଭିଯୋଗ ଆଣିଲେ ପୂର୍ବତନ ବିଧାୟକ ପ୍ରକାଶ ବେହେରା ।

କନକ ବ୍ୟୁରୋ : ମହଙ୍ଗାରେ ବିଜେପି ନେତା କୁଳମଣି ବରାଳଙ୍କୁ ହତ୍ୟା ଅଭିଯୋଗ । ହତ୍ୟା ଅଭିଯୋଗ ଆଣିଲେ ପୂର୍ବତନ ବିଧାୟକ ପ୍ରକାଶ ବେହେରା । ମହାଙ୍ଗା ନୃତାଙ୍ଗରେ କୁଳମଣିଙ୍କୁ ଆକ୍ରମଣ କରିଥିଲେ ଦୁର୍ବୃତ୍ତ । ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

କୁଳମଣିଙ୍କ ଅନ୍ୟ ଜଣେ ସହଯୋଗୀ ଏବେ ଗୁରୁତର ଅଛନ୍ତି । ତାଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି । କୁଳମଣି ବରାଳ ହେଉଛନ୍ତି ମହାଙ୍ଗା ବ୍ଲକର ପୂର୍ବତନ ଚେୟାରମ୍ୟାନ । ତାଙ୍କ ମୃତ୍ୟୁ ପରେ ତାଙ୍କୁ ହତ୍ୟା କରିଥିବା ବିଜେପିର ନେତାମାନେ ଅଭିଯୋଗ କରିଛନ୍ତି ।

from Kanak News
via <a href="https://ifttt.com/?

ନୂଆ ବର୍ଷରେ ନୂଆ ନିୟମ । ଭୁବନେଶ୍ୱରରେ ଜୋରଦାର ହେଲା ଡବଲ ହେଲମେଟ ଚେକିଂ ।

କନକ ବ୍ୟୁରୋ : ନୂଆ ବର୍ଷରେ ନୂଆ ନିୟମ, ମୋଟର ସାଇକେଲ ଚାଳକ ପାଇଁ ଏକ ନୂଆ ଅଭ୍ୟାସ ଆଣିବାକୁ ବାଧ୍ୟ କରିଛି । ମୋଟର ସାଇକେଲ ଚଳାଉଥିଲେ ଏବଂ ପଛରେ କିଏ ସହଯାତ୍ରୀଙ୍କୁ ବସାଇଥିଲେ, ଉଭୟ ଚାଳକ ଏବଂ ସହଯାତ୍ରୀଙ୍କ ପାଇଁ ହେଲମେଟ୍ ମାଧ୍ୟତାମୁଳକ । ଏହି ନିୟମ ଭୁବନେଶ୍ୱରରେ ଏବେ କଡ଼ାକଡ଼ି ହୋଇଛି । କିଛି ବାଇକ୍ ଚାଳକ ନିୟମ ମାନି ଡବଲ ହେଲମେଟ୍ ପରିଧାନ କରୁଛନ୍ତି, ଆଉ କିଛି ବାହାନା ଖୋଜୁଛନ୍ତି ।

ନୂଆ ବର୍ଷର ପ୍ରଥମ ଦିନରେ ବାଇକ ଚାଳକ ମାନଙ୍କୁ ସଚେତନତା ଉର୍ଦ୍ଦେଶ୍ୟରେ ଛାଡ଼ି ଦେଇଥିବା ବେଳେ ଦ୍ୱିତୀୟ ଦିନରେ କିନ୍ତୁ କଟକଣା କଡ଼ାକଡ଼ି ହୋଇଛି । ରାଜଧାନୀ ଭୁବନେଶ୍ୱରରର ଜୟଦେବ ବିହାର, ରାଜମହଲ ଛକ, ଏଜି ଛକ ଏବଂ ଲିଙ୍ଗପୁର ଟ୍ରାଫିକ ଛକରେ କଡା ଚେକିଂ ହୋଇଛି । ଏମିତି କି ନିୟମ ଉଲଂଘନ କରୁଥିବା କିିଛି ବାଇକ୍ ଚାଳକଙ୍କୁ ଫାଇନ୍ ମଧ୍ୟ କରାଯାଇଛି ।

କରୋନା କାରଣରୁ ଗାଡ଼ିକାଗଜ ପତ୍ର ପାଇଁ ସମୟ ସୀମା ବଢ଼ାଯାଇଛି । ହେଲେ ବାଇକ୍ରେ ଦୁଇ ଜଣ ଯାତ୍ରା କରୁଥିଲେ ଡବଲ ହେଲମେଟ୍ ବାଧ୍ୟତାମୂଳକ କରାଯାଇଛି । ଦିନକୁ ଦିନ ବଢୁଥିବା ଦୁର୍ଘଟଣାକୁ ଦୃଷ୍ଟିରେ ରଖି ଏହି ନିୟମକୁ କଡ଼ାକଡ଼ି ପାଳନ କରାଯାଇଛି ।

from Kanak News
via <a href="https://ifttt.com/?

ଥମୁନି ଚାଷୀ ଆନ୍ଦୋଳନ । ଚାଷୀଙ୍କ ଚେତାବନୀ, ଆସନ୍ତା ୪ ତାରିଖ ବୈଠକରେ ଚାଷୀଙ୍କ ସପକ୍ଷରେ ନିଷ୍ପତି ନହେଲେ ସ୍ଥିତି ହେବ ଭୟଙ୍କର ।

କନକ ବ୍ୟୁରୋ : ୩୮ଦିନରେ ପହଂଚିଲା ଚାଷୀଙ୍କ ଆନ୍ଦୋଳନ । ହେଲେ ସମାଧାନର କୌଣସି ବାଟ ବାହାରି ପାରୁ ନଥିବାରୁ କଡା ଚେତାବନୀ ଦେଇଛନ୍ତି ଚାଷୀ ସଂଗଠନ । ଆସନ୍ତା ୪ ତାରିଖରେ ହେବାକୁ ଥିବା ବୈଠକ ଉପରେ ରହିଛି ସମସ୍ତଙ୍କ ନଜର । କେନ୍ଦ୍ର ସରକାର ସହ ହେବାକୁ ଥିବା ଅ୩ାଲୋଚନାରେ ସେମାନଙ୍କ ସପକ୍ଷରେ ନିଷ୍ପତି ନନେଲେ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ବ୍ୟାପକ ହେବ ଏବଂ କଠୋର ପଦକ୍ଷେପ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି ଚାଷୀ ନେତା ।

ହରିଆଣାର ସମସ୍ତ ପେଟ୍ରୋଲ ପମ୍ପ ଓ ସପିଂ ମଲ ବନ୍ଦ କରିବାକୁ ଚାଷୀମାନେ ଧମକ ଦେଇଛନ୍ତି । ଏହା ସହ ଜାନୁଆରୀ ୬ ତାରିଖରେ ସରକାରଙ୍କ ବିରୋଧରେ ଟ୍ରାକ୍ଟର ରାଲି କରାଯିବ । କେବଳ ସେତିକି ନୁହେଁ ବିଜେପି ବିରୋଧରେ ଦଳଛାଡ ଆନ୍ଦୋଳନ ମଧ୍ୟ ଆରମ୍ଭ ହେବ ବୋଲି ଚାଷୀ ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି ।

ସିଂଘୁସୀମାରେ ଏକ ସାମ୍ବାଦିକ ସମ୍ମିଳନୀ କରି ଚାଷୀ ନେତା କହିଛନ୍ତି, ସେମାନଙ୍କ ମୁଖ୍ୟ ଦାବୀ ପୂରଣ ନହେଲେ, ସେମାନେ କଠୋର କାର୍ଯ୍ୟପନ୍ଥା ଗ୍ରହଣ କରିବେ ଏବଂ ଏଥିପାଇଁ ସରକାର ଦାୟୀ ରହିବେ । ଆସନ୍ତା ୪ ତାରିଖରେ ସରକାର ଓ କୃଷକଙ୍କ ମଧ୍ୟରେ ବୈଠକ ହେବ । ପୂର୍ବରୁ ୬ଥର ବୈଠକ ହୋଇଥିଲେ ମଧ୍ୟ ସମାଧାନର ବାଟ ବାହାରି ପାରିନାହିଁ । ତିନିଟି ନୂଆ କୃଷି ଆଇନକୁ ପ୍ରତ୍ୟାହାର ଦାବିରେ ଅଡି ରହିଛନ୍ତି ଚାଷୀ । କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ମଧ୍ୟ ଭରସା ଦେଇଛନ୍ତି ୪ ଜାନୁଆରୀରେ ଥିବା ବୈଠକରେ ନିଷ୍ପତି ସକରାତ୍ମକ ହେବ ।

ସେପଟେ ଗାଜିଆବାଦ ଦିଲ୍ଲୀ ସୀମାରେ ଆନ୍ଦୋଳନରେ ଥିବା ଚାଷୀଙ୍କ ମଧ୍ୟରୁ ଜଣେ ଆତ୍ମହତ୍ୟା କରିଛନ୍ତି । ଧାରଣା ସ୍ଥାନରେ ଥିବା ଶୌଚାଳୟରେ ଫାସୀ ଦେଇ ଆତ୍ମହତ୍ୟା କରିଛନ୍ତି । ସେପଟେ ଧାରଣାରେ ଥିବା ଚାଷୀଙ୍କ ପାଇଁ ବର୍ଷା ସମସ୍ୟା ବଢ଼ାଇଛି । ବର୍ଷା ଯୋଗୁ ଥଣ୍ଡାର ପ୍ରକୋପ ମଧ୍ୟ ବଢ଼ି ଯାଇଛି । କଂଗ୍ରେସ ନେତା ପି ଚିଦାମ୍ବରମ କହିଛନ୍ତି ଚାଷୀଙ୍କ ଆବଶ୍ୟକତା ଏବଂ ତାଙ୍କ ଇଛା ଉପରେ ମଧ୍ୟ ସରକାର ଧ୍ୟାନ ରଖିବା ଉଚିତ । ଆଜି ଚାଷୀଙ୍କ ଆନ୍ଦୋଳନରେ କିଛି ବରିଷ୍ଠ କଂଗ୍ରେସ ନେତା ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା ।

from Kanak News
via <a href="https://ifttt.com/?

ଦେଶରେ ମାଗଣାରେ ମିଳିବ କରୋନା ଟିକା । ସୂଚନା ଦେଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ । କହିଲେ ପ୍ରଥମ ପର୍ଯ୍ୟାୟରେ ୩ କୋଟି ବ୍ୟକ୍ତିଙ୍କୁ ଦିଆଯିବ ଭ୍ୟାକ୍ସିନ

କନକ ବ୍ୟୁରୋ : ସାରା ଦେଶରେ ପ୍ରଥମ ପର୍ଯ୍ୟାୟ କରୋନା ଟିକା ମାଗଣା ଦିଆଯିବ ବୋଲି ଶନିବାର ଘୋଷଣା କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ । ଦେଶରେ ହୋଇଥିବା ଡ୍ରାଏ ରନ୍ର ସମୀକ୍ଷା ଅବସରରେ ଏହି ସୂଚନା ଦେଇଛନ୍ତି ମନ୍ତ୍ରୀ । ପ୍ରଥମ ପର୍ଯ୍ୟାୟରେ ମୋଟ ୩ କୋଟି କରୋନା ଯୋଦ୍ଧାଙ୍କୁ ଏହି ଟିକା ପ୍ରଦାନ କରାଯିବ । ଏମାନଙ୍କ ମଧ୍ୟରେ ୧ କୋଟି ସ୍ୱାସ୍ଥ୍ୟ କର୍ମୀ ଥିବା ବେଳେ ୨ କୋଟି ଆଗଧାଡିର କରୋନା ଯୋଦ୍ଧା ଅଛନ୍ତି ବୋଲି କହିଛନ୍ତି ହର୍ଷବର୍ଦ୍ଧନ ।

ଟିକା ପ୍ରଦାନ ନେଇ ପ୍ରସ୍ତୁତ ହୋଇଥିବା ପ୍ରାଥମିକତା ତାଲିକାରେ ମୋଟ ୩୦ କୋଟି ବ୍ୟକ୍ତି ରହିଛନ୍ତି । ତେବେ ଅବଶିଷ୍ଟ ୨୭ କୋଟି ଲୋକଙ୍କୁ ଟିକା କିଭଳି ଦିଆଯିବ ସେନେଇ ଆଲୋଚନା ଚାଲିଛି ବୋଲି କେନ୍ଦ୍ର ମନ୍ତ୍ରୀ ସୂଚନା ଦେଇଛନ୍ତି । ତେବେ ଏମାନଙ୍କୁ ଜୁଲାଇ ସୁଦ୍ଧା ଦିଆଯିବ ବୋଲି ସେ କହିଛନ୍ତି । ସ୍ୱାସ୍ଥ୍ୟ କର୍ମୀ ଏବଂ ଆଗଧାଡିର କରୋନା ଯୋଦ୍ଧାଙ୍କୁ ଟିକା ଦିଆଯିବା ପରେ ୫୦ ବର୍ଷରୁ ଅଧିକ ବୟସ୍କଙ୍କ ଲୋକଙ୍କୁ ଟିକା ଦିଆଯିବାର ବ୍ୟବସ୍ଥା ହେବ । ଏହା ପରେ ୫୦ ବର୍ଷରୁ କମ୍ ବୟସ୍କ ଏବଂ କୌଣସି ରୋଗରେ ଆକ୍ରାନ୍ତ ଥିବା ଲୋକଙ୍କୁ ଦିଆଯିବ କରୋନା ଟିକା ବୋଲି କେନ୍ଦ୍ରମନ୍ତ୍ରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ବାଇଟ – ଡାକ୍ତର ହର୍ଷବର୍ଦ୍ଧନ, କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

କରୋନା ଟିକାକୁ ନେଇ ଅନେକ ଗୁଜବ ସୃଷ୍ଟି ହୋଇଛି । ଏହାକୁ ଗୁରୁତ୍ୱ ନଦେବାକୁ ସେ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି । ପୂର୍ବରୁ ପୋଲିଓ ଟିକା ପ୍ରଦାନ କରାଯିବା ସମୟରେ ଏଭଳି ଗୁଜବ ସୃଷ୍ଟି ହୋଇଥିଲା । ତେବେ କୌଣସି ପ୍ରକାର ଗୁଜବ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ।

from Kanak News
via <a href="https://ifttt.com/?

ବସନ୍ତ ଦାସଙ୍କ ବହିରେ ଓଡ଼ିଶା ରାଜନୀତିର ଗୋପନ କଥା । ଶିକ୍ଷକରୁ ମୁଖ୍ୟମନ୍ତ୍ରୀ ବନିଥିବା ବିନାୟକ ଆଚାର୍ଯ୍ୟଙ୍କ କ୍ୟାବିନେଟର ରୋଚକ କାହାଣୀ ।

କନକ ବ୍ୟୁରୋ : ୧୯୭୬ ବେଳର କଥା । ଶିକ୍ଷକରୁ ରାଜନେତା ବନିଥିବା ବିନାୟକ ଆଚାର୍ଯ୍ୟ ଯେବେ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ, ସେତେବେଳେ ତାଙ୍କ କ୍ୟାବିନେଟରେ ଘଟିଥିଲା ଏକ ରୋଚକ ଘଟଣା । ଓଡିଶା ରାଜନୀତିର ଇତିହାସରେ ଏଭଳି ଦୃଷ୍ଟାନ୍ତ ବୋଧହୁଏ ନଥିବ, ଯେତେବେଳେ ମନ୍ତ୍ରୀ ଭାବେ ଶପଥଗ୍ରହଣ ଉତ୍ସବ ଆଇସିୟୁ ଭିତରେ ହୋଇଥିଲା ।

ବିନାୟକ ଆଚାର୍ଯ୍ୟଙ୍କ କ୍ୟାବିନେଟରେ ମନ୍ତ୍ରୀ ଥିବା ରାଜେନ୍ଦ୍ର ନାରାୟଣ ସିଂଦେଓଙ୍କ ଦେହାନ୍ତ ପରେ ତାଙ୍କ ପୁଅ ଅନଙ୍ଗ ଉଦୟ ସିଂଦେଓ କଂଗ୍ରେସରେ ଯୋଗଦେଲେ । ତାଙ୍କୁ ନିଜ କ୍ୟାବିନେଟରେ ସାମିଲ କରାଇବାକୁ ବିନାୟକ ଆଚାର୍ଯ୍ୟଙ୍କ ସାମ୍ନାରେ ରାଜନୈତିକ ବାଧ୍ୟବାଧକତା ଥିଲା ।

ଏହି ସମୟ ବେଳକୁ ରାଜ୍ୟର କାର୍ଯ୍ୟକାରୀ ରାଜ୍ୟପାଳ ଶିବ ନାରାୟଣ ଶଙ୍କର ଅସୁସ୍ଥ ଥିଲେ । ଏସସିବି ମେଡିକାଲ କଲେଜରେ ତାଙ୍କର ଚିକିତ୍ସା ଚାଲିଥିଲା । ଆଉ ଆଇସିୟୁ ଭିତରେ ଖୁବ ସତର୍କତାର ସହ କମ ଲୋକଙ୍କ ଉପସ୍ଥିତିରେ ପଦ ଏବଂ ଗୋପନୀୟତାର ଶପଥ ନେଇଥିଲେ ଏୟୁ ସିଂଦେଓ ।

ରାଜନୀତିର ଏମିତି କିଛି ରୋଚକ କାହାଣୀ ରହିଛି ବରିଷ୍ଠ ସାମ୍ବାଦିକ ବସନ୍ତ ଦାସଙ୍କ ବହି ପଲିଟିକାଲ ହିଷ୍ଟ୍ରୀ ଅଫ୍ ମଡର୍ଣ୍ଣ ଓଡିଶାରେ । ୪୬୩ ପୃଷ୍ଠାର ଏହି ବହିରେ ରାଜ୍ୟର ବିଭିନ୍ନ ସରକାର ସମୟରେ ଘଟିଥିବା ରୋଚକ କାହାଣୀ ସ୍ଥାନ ପାଇଛି । ଚାରୋଟି ଭାଗରେ ବିଭକ୍ତ ହୋଇଥିବା ଏହି ବହିରେ ଓଡିଶା ଉପରେ ବିଭିନ୍ନ ସମୟରେ ଶାସନ ବେଳର କାହାଣୀରୁ ଆରମ୍ଭ କରି ୨୦୦୦ ମସିହାରେ ଶାସନ ଭାରକୁ ଆସି ପାଂଚ ପାଂଚ ଥର କ୍ଷମତାସୀନ ହୋଇଥିବା ବିଜୁ ଜନତା ଦଳ ସରକାର ସାମ୍ନାରେ ଥିବା ଆହ୍ୱାନ ଏପରିକି ଏହା ପଛର ତଥ୍ୟ ଭିତ୍ତିକ କଥାକୁ ସାମ୍ନାକୁ ଆଣିଛନ୍ତି ବସନ୍ତ ଦାସ ।

from Kanak News
via <a href="https://ifttt.com/?

Design a site like this with WordPress.com
Get started