ଓବିସି ସଂରକ୍ଷଣକୁ ନେଇ ତେଜିଲା ରାଜନୀତି । ଧର୍ମେନ୍ଦ୍ର ପ୍ରଧାନ କହିଲେ, ଓବିସିଙ୍କୁ ଦିଆଯାଉ ୨୭ ପ୍ରତିଶତ ସଂରକ୍ଷଣ । ବିଜେଡି କହିଲା, ସଂରକ୍ଷଣ ନେଇ ଚାଲିଛି ପୁର୍ନବିଚାର ।

କନକ ବ୍ୟୁରୋ : ମହାରାଷ୍ଟ୍ର, ବିହାର, ଗୁଜୁରାଟ ରାଜ୍ୟ ଭଳି ଓଡିଶାରେ ଆରମ୍ଭ ହୋଇଛି ଜାତି ଭିତିକ ରାଜନୀତି । ଓଡିଶା ଲୋକସଂଖ୍ୟାର ଏକ ବଡ ଭାଗ ଓବିସି ବର୍ଗର ହୋଇଥିବାରୁ ସେମାନଙ୍କୁ ସଂରକ୍ଷଣ ଦେବା ପାଇଁ ବିଜେଡି ଓ ବିଜେପି ମଧ୍ୟରେ ଆରମ୍ଭ ହୋଇଛି ବୟାନବାଜି ।

ଉତରପ୍ରଦେଶ, ବିହାର, ମହାରାଷ୍ଟ୍ର ଓ ଗୁଜୁରାଟ ଭଳି ଓଡିଶାରେ ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି ଜାତିଭିତିକ ରାଜନୀତି । ରାଜ୍ୟର ପ୍ରାୟ ସବୁ ନିର୍ବାଚନ ମଣ୍ଡଳୀରେ ଓବିସି ବର୍ଗର ଏକ ବଡ ଭାଗ ଲୋକ ରହୁଛନ୍ତି । ତେଣୁ ଏହି ବର୍ଗର ଲୋକଙ୍କ ସଂରକ୍ଷଣକୁ ନେଇ ଜୋରଦାର ହୋଇଛି ବୟାନବାଜି । ମଣ୍ଡଳ କମିଶନଙ୍କ ସୁପାରୀଶର ୩୦ ବର୍ଷ ପରେ ବି ଓବିସି ବର୍ଗର ଲୋକଙ୍କୁ କାହିଁକି ସଂରକ୍ଷଣ ଦିଆଯାଉ ନାହିଁ ତାକୁ ନେଇ ବିଜେଡିକୁ ଘେରିଛି ବିଜେପି । ଆଉ ଏହି ପ୍ରସଙ୍ଗ ଠିକ୍ ସେତିକିବେଳେ ସାମନାକୁ ଆସିଛି, ଯେତେବେଳେ ଓବିସି କମିଶନ ରାଜ୍ୟରେ ତାଙ୍କର କାର୍ଯ୍ୟ ଆରମ୍ଭ କରିଛନ୍ତି ।

ବିଜେଡି ମହିଳା ସଂରକ୍ଷଣ ନେଇ ଜାତୀୟ ଦଳମାନଙ୍କୁ ଟାର୍ଗେଟ କରିବା ପରେ ଓଡିଶାରେ ଓବିସି ଓ ଏସଇବିସି ବର୍ଗର ଲୋକଙ୍କ ପାଇଁ କାହିଁକି ସଂରକ୍ଷଣ ବ୍ୟବସ୍ଥା କରାଯାଇ ନାହିଁ ତାକୁ ନେଇ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଥିଲା ବିଜେପି । ଏହାର ଜବାବ ଦେବାକୁ ଯାଇ ବିଜେଡି ସାଂସଦ ସସ୍ମିତ ପାତ୍ର ଟୁଇଟ୍ କରି ଲେଖିଥିଲେ ବିଜେଡି ରାଜ୍ୟ ପରିଷଦ ଓବିସି ସଂରକ୍ଷଣ କାର୍ଯ୍ୟକାରୀ କରିବା ପାଇଁ ଏକ ପ୍ରସ୍ତାବ ପାରିତ କରିଛି ।

ଓବିସି ସଂରକ୍ଷଣକୁ ନେଇ ରାଜନୀତି ଭିତରେ ଓଏସସିବିସି କମିଶନ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ରଘୁନାଥ ବିଶ୍ୱାଳ । ଦାୟିତ୍ୱ ଗ୍ରହଣ ପରେ କମିସନ କହିଛନ୍ତି, ସଂରକ୍ଷଣ ପାଇଁ ପାଇଁ ମଣ୍ଡଳ କମିସନଙ୍କ ସୁପାରୀଶ ଅଛି ତାକୁ ଲାଗୁ କରିବା ପାଇଁ ଚେଷ୍ଟା କରାଯିବ

ଓଡିଶା ରାଜନୀତିରେ ସାଧାରଣତଃ ଶିକ୍ଷା, ସ୍ୱାସ୍ଥ୍ୟ, ଚାଉଳ, ମହିଳା ଭୋଟର ଓ ସ୍ଥାନୀୟ ସମସ୍ୟା ନିର୍ବାର୍ଚନୀ ପ୍ରସଙ୍ଗ ପାଲଟିଥାଏ । ହେଲେ ଏବେ ଠୁ ଜାତିଭିତିକ ସଂରକ୍ଷଣକୁ ନେଇ, ଯେଉଁଭଳି ବୟାନ ବାଜି ଆରମ୍ଭ ହୋଇଛି ଆଗାମି ଦିନରେ ଏହା ଏକ ପ୍ରମୁଖ ନିର୍ବାଚନୀ ପ୍ରସଙ୍ଗ ହେବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ ।

from Kanak News
via <a href="https://ifttt.com/?

ଆଇଆଇଏମ୍ ସମ୍ବଲପୁରର ସ୍ଥାୟୀ କ୍ୟାମ୍ପସର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ । ଓଡ଼ିଶାର ପର୍ଯ୍ୟଟନ ଓ ହସ୍ତକଳାକୁ ବିଶ୍ୱସ୍ତରରେ ପହଞ୍ଚାଇବାକୁ ପିଲାଙ୍କୁ ଦେଲେ ଆହ୍ୱାନ ।

କନକ ବ୍ୟୁରୋ: ଆଂଚଳିକ ବ୍ରାଣ୍ଡକୁ ବିଶ୍ୱସ୍ତରୀୟ ବ୍ରାଣ୍ଡ ଭାବେ ଗଢ଼ି ତୋଳିବାକୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓଡ଼ିଶାର ପର୍ଯ୍ୟଟନ ଓ ହସ୍ତକଳାକୁ ବିଶ୍ୱସ୍ତରରେ ପହଂଚାଇବା ଦିଗରେ ସମ୍ବଲପୁର ଆଇଆଇଏମର ଛାତ୍ରଛାତ୍ରୀମାନେ ବ୍ରିଜ୍ ତିଆରି କରିବେ । ଆଜି ସମ୍ବଲପୁର ଆଇଆଇଏମର ସ୍ଥାୟୀ କ୍ୟାମ୍ପସର ଶିଳାନ୍ୟାସ ଅବସରରେ ଏଭଳି କହିଛନ୍ତି ପ୍ରଧାନମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀଙ୍କୁ ବନ୍ଧୁ ଏବଂ ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ଓଡ଼ିଶାର ରତ୍ନ କହିବା ସହ ସମ୍ବଲପୁର ଆଇଆଇଏମର ସ୍ଥାୟୀ କ୍ୟାମ୍ପସର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ । ସମ୍ବଲପୁର ଆଇଆଇଏମର ଛାତ୍ରଛାତ୍ରୀମାନେ କେମିତି ସ୍ଥାନୀୟ ଅଂଚଳର ପର୍ଯଟନ ଓ ହସ୍ତକଳାର ବିକାଶ ପାଇଁ ଖସଡ଼ା ପ୍ରସ୍ତୁତ କରିବା ଦିଗରେ ସହାୟକ ହୋଇପାରିବେ, ସେନେଇ ଆହ୍ୱାନ ଦେଇଛନ୍ତି ମୋଦି ।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି- ଆଇଆଇଏମ୍ ସ୍ଥାନୀୟ ଓ ଗ୍ଲୋବାଲ ଉତ୍ପାଦ ମଧ୍ୟରେ ବ୍ରିଜ୍ ତିଆରି କରିବ । ସମ୍ବଲପୁରୀ ହସ୍ତକଳାକୁ ବିଶ୍ୱସ୍ତରରେ ପହଂଚାଇବା ଦିଗରେ ଆଇଆଇଏମ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ । ଛାତ୍ରଛାତ୍ରୀମାନେ ନିଜ ପରିଚାଳନା ଦକ୍ଷତାର ଉପଯୋଗ କରି ପର୍ଯ୍ୟଟନ ଶିଳ୍ପକୁ ନୂଆ ଦିଗ ଦେଇପାରିବେ । ଏପଟେ ଓଡ଼ିଶା ପୂର୍ବ ଭାରତରେ ଶିକ୍ଷାର ହବ୍ ହେବାକୁ ଯାଉଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏସବୁ ଭିତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଶଂସାରେ ପୋତି ଦେଇଥିଲେ ପ୍ରଧାନମନ୍ତ୍ରୀ । ଉଜ୍ୱଳା ଯୋଜନାରେ କେନ୍ଦ୍ର ସରକାର ଯୋଗାଇ ଦେଉଥିବା ଗ୍ୟାସ୍ ସଂଯୋଗର ସଫଳତା ପାଇଁ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଶ୍ରେୟ ଦେଇଥିଲେ ମୋଦି । ୨୦୧୪ରେ ୧୪ କୋଟି ଉପଭୋକ୍ତାଙ୍କ ପାଖରେ ଗ୍ୟାସ ସଂଯୋଗ ଥିଲା, ବର୍ତମାନ ତାହା ୨୮ କୋଟିରେ ପହଂଚିଛି । ୬ ବର୍ଷର ମୋଦି ଶାସନର ଆଉ ୧୪ କୋଟି ଗ୍ୟାସ୍ ସଂଯୋଗ କରାଯାଇଥିବା କୁହାଯାଇଛି । ଆଉ ଶ୍ରେୟ ଯାଇଛି ଧର୍ମେନ୍ଦ୍ର ପ୍ରଧାନଙ୍କ ଖାତାକୁ ।

ଭର୍ଜୁଆଲ ମାଧ୍ୟମରେ ହୋଇଥିବା ଏହି ଶିଳାନ୍ୟାସ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ବ୍ୟତିତ କେନ୍ଦ୍ର ଶିକ୍ଷାମନ୍ତ୍ରୀ, ଦୁଇ ଓଡ଼ିଆ କେନ୍ଦ୍ରମନ୍ତ୍ରୀ ଓ ଆଇଆଇଏମ୍ ସମ୍ବଲପୁର ବୋର୍ଡର ଅଧ୍ୟକ୍ଷ ଏବଂ ଆଇଆଇଏମ୍ ସମ୍ବଲପୁରର ନିର୍ଦ୍ଦେଶକ ପ୍ରମୁଖ ସାମିଲ ଥିଲେ । ବର୍ତମାନ ଆଇଆଇଏମ୍, ସମ୍ବଲପୁର ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ପରିଚାଳିତ ହେଉଛି ।

from Kanak News
via <a href="https://ifttt.com/?

ଚିକିତ୍ସା ପରେ ସୁସ୍ଥ ହେଲେ ସୌରଭ ଗାଙ୍ଗୁଲି । ସ୍ୱାସ୍ଥ୍ୟବସ୍ଥା ସ୍ଥିର ନେଇ ସୂଚନା ଦେଲେ ଡାକ୍ତର

କନକ ବ୍ୟୁରୋ : ବିସିସିଆଇର ଅଧ୍ୟକ୍ଷ ତଥା ଭାରତର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି କୋଲକାତାର ଉଡ୍‌ଲ୍ୟାଣ୍ଡ୍‌ ଡାକ୍ତରଖାନାରେ ପ୍ରାଥମିକ ଆଞ୍ଜିଓପ୍ଲାଷ୍ଟି ପରେ ଏବେ ସୁସ୍ଥ ଅଛନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି ବୋଲି ଡାକ୍ତରମାନେ ସୂଚନା ଦେଇଛନ୍ତି। ସାମ୍ବାଦିକ ବୋରିଆ ମଜୁମ୍‌ଦାର୍‌ ଏକ ଟ୍ବିଟ୍‌ ପୋଷ୍ଟ୍‌ କରି ଜଣାଇଛନ୍ତି କି ଉଡ୍‌ଲ୍ୟାଣ୍ଡ୍‌ ଡାକ୍ତରଖାନାରୁ ମିଳିଥିବା ସୂଚନାନୁସାରେ ସୌରଭ ଗାଙ୍ଗୁଲୀ ଏବେ ସୁସ୍ଥ ଅଛନ୍ତି। ତେବେ ତାଙ୍କର ଆର୍ଟେରି ବ୍ଳକେଜ ରହିଥିବା ହେତୁ ଏଭଳି ସମସ୍ୟା ଦେଖ‌ ଦେଇଥିବା ଡାକ୍ତରମାନେ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଆଜି ସକାଳେ କୋଲକାତା ବାସଭବନରେ ଥିବା ତାଙ୍କ ଜିମରେ ବ୍ୟାୟାମ କରିବା ସମୟରେ ଗାଙ୍ଗୁଲି ହୃଦଘାତର ଶିକାର ହୋଇଥିଲେ । ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କୁ କୋଲକାତାର ଉଡଲ୍ୟାଣ୍ଡସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ପରେ ଆଞ୍ଜିଓପ୍ଲାଷ୍ଟି ହୋଇଥିଲା।

ଏହି ଖବର ପାଇବା ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦୁଃଖ ପ୍ରକାଶ କରିଥିଲେ। ସେ ସୌରଭ ଗାଙ୍ଗୁଲିଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ। ଏଥସହ ଅନ୍ତର୍ଜାତୀୟ କ୍ରିକେଟ୍ କାଉନ୍ସିଲ୍ ( ଆଇସିସି), ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ ଭଳି ଶୀର୍ଷ କ୍ରିକେଟ୍ ସଂଗଠନଗୁଡ଼ିକ ପକ୍ଷରୁ ମଧ୍ୟ ଟୁଇଟ୍ କରାଯାଇ ଗାଙ୍ଗୁଲିଙ୍କ ଆଶୁ ଆରୋଗ୍ୟ କାମନା କରାଯାଇଛି।

ପୂର୍ବତନ ଅର୍ଥମନ୍ତ୍ରୀ ତଥା ଦିଲ୍ଲୀ ଏବଂ ଜିଲ୍ଲା କ୍ରିକେଟ୍ ଆସୋସିଏସନ୍ ମୁଖ୍ୟ ସ୍ୱର୍ଗତ ଅରୁଣ ଜେଟଲୀଙ୍କ ୬୮ତମ ଜନ୍ମ ବାର୍ଷିକୀରେ ଦିଲ୍ଲୀ କ୍ରିକେଟ୍ ଷ୍ଟାଡିୟମରେ ତାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ପାଇଁ ଗାଙ୍ଗୁଲି ନୂଆଦିଲ୍ଲୀ ଯାଇଥିଲେ।

ଏହାପୂର୍ବରୁ ସେ ଡିସେମ୍ବର ୨୪ରେ ଅନୁଷ୍ଠିତ ହୋଇଥିବା ବିସିସିଆଇର ବାର୍ଷିକ ଅଧିବେଶନରେ ଯୋଗଦେବା ପାଇଁ ଅହମ୍ମଦାବାଦରେ ଥିଲେ। ସେ ନୂଆ ବର୍ଷର ଠିକ ପୂର୍ବରୁ କୋଲକାତା ଫେରିଥିଲେ ଏବଂ କ୍ରିକେଟ୍ ଆସୋସିଏସନ୍ ଅଫ୍ ବେଙ୍ଗଲ (କ୍ୟାବ) ସଭାପତି ଅଭିଷେକ୍ ଡାଲମିଆଙ୍କ ସହ ଆଗାମୀ ସୟଦ ମୁସ୍ତାକ୍ ଅଲୀ ଟ୍ରଫି ପାଇଁ ପ୍ରସ୍ତୁତିର ତଦାରଖ କରିବା ପାଇଁ ଇଡେନ୍ ଗାର୍ଡେନ୍ ଷ୍ଟାଡିୟମ୍ ପରିଦର୍ଶନ କରିଥିଲେ।

from Kanak News
via <a href="https://ifttt.com/?

କରୋନା ଟିକାକରଣରେ ଇତିହାସ ରଚିବ ଭାରତ  । ପ୍ରଥମ ପର୍ଯ୍ୟାୟରେ ୩କୋଟି ଲୋକଙ୍କୁ ଦିଆଯିବ ଭ୍ୟାକସିନ, ସୂଚନା ଦେଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ 

କନକ ବ୍ୟୁରୋ : ଚିକିତ୍ସା ବିଜ୍ଞାନରେ ଏକ ବିରଳ ଇତିହାସ ରଚିବା ପାଇଁ ଆରମ୍ଭ ହୋଇଛି କସରତ୍ । ପ୍ରକୃତ ଟିକା ଦିଆଯାଉନି, ହେଲେ ଟିକାକରଣର ସବୁ ପ୍ରକ୍ରିୟା ସଂପାଦନ କରାଯାଉଛି । କରୋନା ବିରୋଧୀ ଲଢ଼େଇ ଏକ ନିର୍ଣ୍ଣାୟକ ମୋଡରେ ପହଁଚିଥିବା ବେଳେ କୋଟି କୋଟି ଲୋକଙ୍କ ଟିକାକରଣ ପାଇଁ ସାରା ଦେଶରେ ହୋଇଛି ଡ୍ରାଏ ରନ୍ ବା ପ୍ରାକ୍ ଅଭ୍ୟାସ । ବିଶାଳ ଜନସଂଖ୍ୟାର ଟିକାକରଣ ପୂର୍ବରୁ ଭାରତରେ ହୋଇଛି ଟିକା ପାଇଁ ଦୁନିଆର ସବୁଠୁ ବଡ଼ ମକଡ୍ରିଲ୍ ।

ଦିଲ୍ଲୀର ଗୁରୁ ତେଗ୍ ବାହାଦୂର ହସପିଟାଲକୁ ଯାଇ ଡ୍ରାଏରନ୍ର ତଦାରଖ କରିବା ସହ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି, ସ୍ୱାସ୍ଥ୍ୟ କର୍ମୀ ଓ ଆଗଧାଡ଼ିର କରୋନା ଯୋଦ୍ଧାଙ୍କୁ ମିଶାଇ ପ୍ରାଥମିକ ପର୍ଯ୍ୟାୟରେ ୩ କୋଟି ଲୋକଙ୍କର ଟିକାକରଣ ହେବ ।

ଓଡିଶାରେ କ୍ୟାପିଟାଲ ହସ୍ପିଟାଲ ସମେତ ୩୦ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଟିକାକରଣର ପ୍ରାକ୍ ଅଭ୍ୟାସ କରାଯାଇଛି । ସକାଳ ୧୦ଟାରୁ ୧୨ ଟା ପର୍ଯ୍ୟନ୍ତ ଡ୍ରାଏ ରନ୍ ଚାଲିଥିଲା । ଟିକା ଆସିବା ପରେ କିପରି ଟିକା ଦିଆଯିବ, ପୂରା ପ୍ରକ୍ରିୟାର ମକ୍ ଡ୍ରିଲ୍ କରାଯାଇଛି । ଟିକାକରଣ କେନ୍ଦ୍ରରେ ଜଣେ ଭ୍ୟାକ୍ସିନେଟରଙ୍କୁ ମିଶାଇ ୫ ଜଣ ଉପସ୍ଥିତ ରହିଥିବା ବେଳେ ୨୫ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ଏଥିରେ ସାମିଲ କରାଯାଇଛି ।

ଯେଉଁ ବ୍ୟବସ୍ଥା ଭିତରେ ଟିକାକରଣ ହେବ, ତା’ର ଅବିକଳ ଅଭ୍ୟାସ କରାଯାଇଥିଲା । ପ୍ରତ୍ୟେକ ଟିକାଦାନ କେନ୍ଦ୍ରରେ ଗୋଟିଏ ବିଶ୍ରାମ ଗୃହ, ଟିକାକରଣ ଗୃହ ଓ ଗୋଟିଏ ନିରୀକ୍ଷଣ ଗୃହ ରହିଥିବା ବେଳେ ଟିକା ନେବା ପରେ ଅଧଘଂଟା ପାଇଁ ନିରୀକ୍ଷଣରେ ରଖାଯିବା ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ଡ୍ରାଏ ରନ୍ ସମୟରେ କୋଭିଡର ସମସ୍ତ ନିୟମ ପାଳନ କରାଯାଇଛି ।

ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ସ୍ୱାସ୍ଥ୍ୟକର୍ମୀଙ୍କ ସମେତ ଅଙ୍ଗନବାଡି କର୍ମୀ ଆଦି କରୋନା ଟିକା ନେବେ । ଟିକାକରଣ ପାଇଁ ୩ ଲକ୍ଷ ୭୦ ହଜାର ଲୋକଙ୍କ ନାଁ ତାଲିକାଭୁକ୍ତ ହୋଇଛନ୍ତି । ଟିକା ନେବା ପାଇଁ ସେମାନେ ପ୍ରସ୍ତୁତ ହୋଇ ରହିଛନ୍ତି ବୋଲି କହିଛନ୍ତି କିଛି ସ୍ୱାସ୍ଥ୍ୟ କର୍ମୀ ।

ସିରମ୍ ଇନଷ୍ଟିଚ୍ୟୁଟ୍ ନିର୍ମାଣ କରୁଥିବା କରୋନା ଟିକା କୋଭିସିଲ୍ଡର ଜରୁରୀକାଳୀନ ବ୍ୟବହାର ପାଇଁ ବିଶେଷଜ୍ଞ ପ୍ୟାନେଲ ସୁପାରିସ୍ କରିବା ଓ ଟିକାକରଣ ପାଇଁ ବିଶ୍ୱର ସବୁଠୁ ବଡ଼ ମକ୍ ଡ୍ରିଲ୍ ହେବା ପରେ ଏବେ ଅପେକ୍ଷା ଡ୍ରଗ୍ସ କଂଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆର ସବୁଜ ସଂକେତକୁ ।

from Kanak News
via <a href="https://ifttt.com/?

ସ୍ୱଦେଶୀ ଟିକା କୋଭାକ୍ସିନକୁ ମିଳିଲା ଅନୁମତି । ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଲା ବିଶେଷଜ୍ଞ କମିଟି ।

କନକ ବ୍ୟୁରୋ : କୋଭାକ୍ସିନକୁ ଅନୁମତି ଜରୁରୀକାଳୀନ ବ୍ୟବହାର ପାଇଁ କୋଭାକ୍ସିନକୁ ଏକ୍ସପର୍ଟ କମିଟିର ଅନୁମତି । ଭାରତ ବାୟୋଟେକର କରୋନା ଭ୍ୟାକ୍ସିନ ହେଉଛି କୋଭାକ୍ସିନ୍ । ଗତକାଲି ଭାରତରେ ଟୀକାକରଣ ନେଇ ଅକ୍ସଫୋର୍ଡ ଟୀକା କୋଭିସିଲ୍ଡକୁ ମିଳିଥିଲା ଅନୁମତି ଆଜି ଦ୍ୱିତୀୟ ଟୀକା ଭାବେ କୋଭାକ୍ସିନକୁ ଅନୁମତି ମିଳିଥିବା ଜାତୀୟ ଗଣମାଧ୍ୟମରେ ଖବର ।

ଗତକାଲି ବସିଥିବା ବିଶେଷଜ୍ଞ କମିଟି ବୈଠକରେ ୩ଟି ଟିକା-ସେରମ ଇନଷ୍ଟିଚ୍ୟୁଟ ଦ୍ବାରା ପ୍ରସ୍ତୁତ କୋଭିସିଲ୍ଡ (ଅକ୍ସଫୋର୍ଡ ଟିକା), କୋଭାକ୍ସିନ ଓ ଫାଇଜରକୁ ବିଚାରକୁ ନିଆଯାଇଥିଲା । ଏହି ୩ଟି ମଧ୍ୟରୁ କେବଳ କୋଭିସିଲ୍ଡକୁ ଅନୁମତି ଦିଆଯାଇଥିଲା । ଆଜି କୋଭାକ୍ସିନକୁ ଜରୁରୀ ବ୍ୟବହାର ଲାଗି ଅନୁମତି ମିଳିଛି ।

ସୂଚନାଯୋଗ୍ୟ ଯେ, ଭାରତ ସରକାର ପ୍ରଥମ ପର୍ୟ୍ୟାୟରେ ୩୦ କୋଟି ଲୋକଙ୍କୁ ଟିକା ଦେବାକୁ ଯୋଜନା କରୁଛନ୍ତି । ଏହି ୩୦ କୋଟି ଲୋକ ହେଉଛନ୍ତି ବିଭିନ୍ନ ଅଗ୍ରାଧିକାର ତଥା ଦୁର୍ବଳ ବର୍ଗର ଲୋକ ଯେପରିକି ସ୍ବାସ୍ଥ୍ୟକର୍ମୀ, ପୁଲିସ କର୍ମଚାରୀ,ବୟସ୍କ ବ୍ୟକ୍ତି, ଅନ୍ୟ ରୋଗଥିବା ବ୍ୟକ୍ତି ।

from Kanak News
via <a href="https://ifttt.com/?

ସ୍କୁଲ ଖୋଲିବା ନେଇ ଜାରି ହେଲା ଗାଇଡଲାଇନ । ସ୍କୁଲ ଯିବା ଆଗରୁ ଜାଣନ୍ତୁ କେଉଁ ସବୁ ଦିଗ ପ୍ରତି ଦିଆଯିବ ଧ୍ୟାନ ?

କନକ ବ୍ୟୁରୋ: ସ୍କୁଲ ଖୋଲିବା ନେଇ ଘୋଷଣା ପରେ ଜାରି ହେଲା ଗାଇଡ ଲାଇନ । ଜାନୁୟାରୀ ୮ରେ ଖୋଲିବ ସ୍କୁଲ । ଏଥିପାଇଁ ଜାରି ହୋଇଛି ଗାଇଡଲାଇନ । କରୋନା ଭିତରେ ମାଟ୍ରିକ ଓ ପ୍ଲସ ୨ ପରୀକ୍ଷା ଗୁରୁତ୍ୱପୂର୍ଣ୍ଣ ଥିବାରୁ କୋଭିଡ୍ ନିୟମରେ ଏସଓପି ଜାରି କରିଛନ୍ତି ରାଜ୍ୟ ସରକାର । ତେବେ ସ୍କୁଲରେ ସାମାଜିକ ଦୂରତା ସହ ଅନେକ ନିୟମ ମାନିବାକୁ ଜାରି ହୋଇଛି ଏସଓପି ।

ତେବେ ଅବରୋଧ ଅଞ୍ଚଳ ବାହାରେ ଥିବା ସ୍କୁଲ ଖୋଲିବାକୁ ଅନୁମତି । ଅବରୋଧ ଅଞ୍ଚଳ ଭିତରେ ରହୁଥିବା ଛାତ୍ରଛାତ୍ରୀ, ଶିକ୍ଷକଙ୍କୁ ସ୍କୁଲ ମନା । ଅବରୋଧ ଅଞ୍ଚଳ ଘୋଷଣା ହେଲେ ସ୍କୁଲ ତୁରନ୍ତ ବନ୍ଦ ହେବ । ଯଦି କୌଣସି ଶିକ୍ଷକ କିମ୍ବା ପିଲା ଅବରୋଧ ଅଞ୍ଚଳରୁ ଥାନ୍ତି ତେବେ ସେମାନଙ୍କ ଆସିବା ଉପରେ ରୋକ ଲଗାଯିବ । ସ୍କୁଲ ପରିସରର ସାଧାରଣ ସ୍ଥାନ ଗୁଡ଼ିକୁ ବାରମ୍ବାର ସାନିଟାଇଜ କରାଯିବ । ସ୍କୁଲ ଖୋଲିବା ପୂର୍ବରୁ ଶୌଚାଳୟ ଓ ପିଇବା ପାଣି ସୁରକ୍ଷିତ କରାଯିବ । ସ୍କୁଲ ପରିସରରେ ଥିବା କୌଣସି ହଷ୍ଟେଲ ଖୋଲିବାକୁ ଅନୁମତି ନାହିଁ । ଯେବେ ହଷ୍ଟେଲ ଖୋଲିବା ସୁରକ୍ଷିତ ମନେକରାଯିବ ଏସଓପି ଜାରି ହେବ ।

ସ୍କୁଲ ପକ୍ଷରୁ ପରିବହନ ବ୍ୟବସ୍ଥାକୁ ନିରୁତ୍ସାହିତ କରାଯିବ । ଛାତ୍ରଛାତ୍ରୀଙ୍କୁ ସ୍କୁଲ ପହଞ୍ଚାଇବା ବ୍ୟବସ୍ଥା ଅଭିଭାବକ ନିଶ୍ଚିତ କରିବେ
ା ସ୍କୁଲ ଭିତରେ ପ୍ରବେଶ ବେଳେ ୬ ଫୁଟର ଦୂରତା ରହିବ । କ୍ଲାସରୁମ ଭିତରେ ପିଲାଙ୍କ ମଧ୍ୟରେ ସୁରକ୍ଷିତ ଦୂରତା ରହିବ । ରୋଲ ନମ୍ବର ଅନୁସାରେ କ୍ଲାସରୁମରେ ବସିବା ନିର୍ଦ୍ଧାରଣ କରାଯିବ । ଗୋଟିଏ କ୍ଲାସରୁମରେ ୨୦ରୁ ୨୫ ଜଣ ପିଲା ବସିପାରିବେ । ସ୍କୁଲ ସମୟରେ କୌଣସି ପରିବର୍ତ୍ତନ ହେବନାହିଁ । ସ୍କୁଲ ହତାର ୧୦୦ ମିଟର ଭିତରେ କୌଣସି ଖାଦ୍ୟ ସାମଗ୍ରୀ ବିକ୍ରି ମନା ।

ସେପଟେ କମନ ରୁମ ଓ ଷ୍ଟାଫ୍ ରୁମରେ ଦୂରତା ରଖିବାକୁ ନିର୍ଦ୍ଦେଶ । ହାତ ସାନିଟାଇଜ ପାଇଁ ସମସ୍ତ ଶୌଚାଳୟରେ ସାବୁନ ରଖିବାକୁ ପରାମର୍ଶ । କ୍ଲାସରୁମ ଭିତରକୁ ପଶିବା ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ହାତ ଧୋଇବାକୁ ଉତ୍ସାହିତ କରିବେ ଶିକ୍ଷକ । ଜରୁରୀକାଳୀନ ପରିସ୍ଥିତି ପାଇଁ ସ୍କୁଲ ପରିସରରେ ସ୍ଥାନୀୟ ସ୍ୱାସ୍ଥ୍ୟ ଅଧିକାରୀ ଓ ରାଜ୍ୟର କୋଭିଡ ହେଲ୍ପଲାଇନ ନମ୍ବର ଲେଖାରହିବ । ସ୍କୁଲ ପରିସରରେ ଏକ ନିର୍ଦ୍ଦିଷ୍ଟ ଆଇସୋଲେସନ ରୁମ୍ ରହିବ । ସ୍କୁଲ ଚାଲୁଥିବା ବେଳେ ହଠାତ୍ ଯଦି କାହା ଦେହରେ କୋଭିଡ ଲକ୍ଷଣ ଦେଖାଯାଏ ତେବେ ସେଠାରେ ସେମାନଙ୍କୁ ଆଇସୋଲେଟ କରାଯିବ । ଘରୁ ଉଷୁମ ଓ ପୁଷ୍ଟିକର ଖାଦ୍ୟଳ ଆଣିବା ସହ ଏହାକୁ କାହା ସହ ନ ବାଣ୍ଟିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦିଆଯାଇଛି ।

from Kanak News
via <a href="https://ifttt.com/?

ରାଜ୍ୟରେ ଜାନୁଆରୀ ୮ରୁ ଖୋଲିବ ସ୍କୁଲ । ଶନି-ରବି ହେବ ପାଠପଢା । 

କନକ ବ୍ୟୁରୋ : ରାଜ୍ୟରେ ଜାନୁଆରୀ ୮ ତାରିଖରୁ ଖୋଲିବ ସ୍କୁଲ । ଏହାସହ ଶନିବାର ଓ ରବିବାର ମଧ୍ୟ ପାଠପଢା ହେବ । ଏନେଇ ଘୋଷଣା କରିଛି ସ୍କୁଲ ଓ ଗଣ ଶିକ୍ଷା ବିଭାଗ । ବୋର୍ଡ ପରୀକ୍ଷା ପାଇଁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପ୍ରସ୍ତୁତି ଓ ସର୍ବଭାରତୀୟ ସ୍ତରରେ ହେଉଥିବା ପ୍ରତିଯୋଗୀତା ପାଇଁ ପିଲାଙ୍କୁ ପ୍ରସ୍ତୁତି କରିବା ପାଇଁ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ହୋଇଛି ।

ଦଶମ ଶ୍ରେଣୀ ପିଲାଙ୍କ ପାଇଁ ଜାନୁଆରୀ ୮ରୁ ଏପ୍ରିଲ ୨୬ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ଜାନୁଆରୀ ୮ରୁ ଏପ୍ରିଲ ୨୮ ଯାଏଁ ସ୍କୁଲ ଚାଲିବ । ଶନିବାର ଓ ରବିବାରକୁ ମିଶାଇ ମୋଟ ୧୦୦ ଦିନ ଧରି ହେବ ପାଠପଢା । ପାଠପଢା ପାଇଁ ବିସ୍ତୃତ ମାର୍ଗଦର୍ଶିକା ମଧ୍ୟ ଜାରି କରାଯାଇଛି ।

ଏହାସହ ବୋର୍ଡ ପରୀକ୍ଷା ପାଇଁ ମଧ୍ୟ ତାରିଖ ଘୋଷଣା ହୋଇଛି । ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ମେ ୩ ତାରିଖରୁ ମେ ୧୫ ତାରିଖ ପର୍ଯ୍ୟନ୍ତ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ମେ ୧୫ରୁ ଜୁନ ୧୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ସେହିପରି ଦଶମ ଶ୍ରେଣୀ ପିଲାଙ୍କ ପ୍ରକ୍ଟିକାଲ ପରୀକ୍ଷା ଏପ୍ରିଲ ୨୭ରୁ ମେ ୨ ଓ ଦ୍ୱାଦଶ ପିଲାଙ୍କ ପ୍ରାକ୍ଟିକାଲ ପରୀକ୍ଷା ଏପ୍ରିଲ ୨୯ରୁ ମେ ୧୪ ଯାଏଁ ହେବ ।

from Kanak News
via <a href="https://ifttt.com/?

ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର । ମେ’ ୧୫ରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା । ଏପ୍ରିଲ ୨୯ରୁ ମେ’ ୧୪ ଯାଏଁ ଚାଲିବ ପ୍ରାକ୍ଟିକାଲ ପରୀକ୍ଷା । 

କନକ ବ୍ୟୁରୋ : ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର । ମେ ୧୫ ତାରିଖରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା । ମେ ୧୫ ଜୁନ ୧୧ ଯାଏଁ ଚାଲିବ ପରୀକ୍ଷା । ସେହିପରି ଦ୍ୱାଦଶ ଶ୍ରେଣୀର ପ୍ରାକ୍ଟିକାଲ ପରୀକ୍ଷା ଏପ୍ରିଲ ୨୯ରୁ ଆରମ୍ଭ ହୋଇ ମେ ୧୪ ଯାଏଁ ଚାଲିବ । ଏହାସହ ଆଜି ରାଜ୍ୟ ସରକାର ଜାନୁଆରୀ ୮ରୁ ସ୍କୁଲ ଖୋଲିବ ବୋଲି ଘୋଷଣା କରିଛନ୍ତି ।

ବାର୍ଷିକ ପରୀକ୍ଷା ପାଇଁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପ୍ରସ୍ତୁତି ଓ ସର୍ବଭାରତୀୟ ସ୍ତରରେ ହେଉଥିବା ପ୍ରତିଯୋଗୀତା ପାଇଁ ପିଲାଙ୍କୁ ପ୍ରସ୍ତୁତି କରିବା ପାଇଁ ସ୍କୁଲ ଖୋଲାଯିବ । ଦଶମ ଶ୍ରେଣୀ ପିଲାଙ୍କ ପାଇଁ ଜାନୁଆରୀ ୮ରୁ ଏପ୍ରିଲ ୨୬ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ଜାନୁଆରୀ ୮ରୁ ଏପ୍ରିଲ ୨୮ ଯାଏଁ ସ୍କୁଲ ଚାଲିବ ।

ଶନିବାର ଓ ରବିବାରକୁ ମିଶାଇ ମୋଟ ୧୦୦ ଦିନ ଧରି ହେବ ପାଠପଢା । ପାଠପଢା ପାଇଁ ବିସ୍ତୃତ ମାର୍ଗଦର୍ଶିକା ମଧ୍ୟ ଜାରି କରାଯାଇଛି । ଏହି ଗାଇଡଲାଇନ ଅନୁସାରେ ବେସରକାରୀ ସ୍କୁଲ ମଧ୍ୟ ଖୋଲିବ । ସ୍କୁଲ ଖୋଲିବା ସହ କୋଭିଡ ଗାଇଡଲାଇନ ପାଳନ ମଧ୍ୟ ବାଧ୍ୟତାମୂଳକ କରାଯାଇଛି ।

from Kanak News
via <a href="https://ifttt.com/?

ମାଟ୍ରିକ ପିଲାଙ୍କ ପାଇଁ ବଡ ଖବର । ଜାନୁଆରୀ ୮ରେ ଖୋଲିବ ସ୍କୁଲ, ମେ ୩ରେ ହେବ ମାଟ୍ରିକ ପରୀକ୍ଷା ।

କନକ ବ୍ୟୁରୋ: ମାଟ୍ରିକ ପରୀକ୍ଷା ନେଇ ବଡ ଖବର । ମେ ୩ ତାରିଖରେ ମାଟ୍ରିକ ପରୀକ୍ଷା । ଦଶମ ବୋର୍ଡ ପରୀକ୍ଷା ମେ ୩ରୁ ୧୫ ତାରିଖ ପର୍ଯ୍ୟନ୍ତ ହେବ । ଦଶମ ଶ୍ରେଣୀ ପ୍ରାକ୍ଟିକାଲ ପରୀକ୍ଷା ଏପ୍ରିଲ ୨୭ରୁ ମେ ୨ ତାରିଖ ଯାଏଁ ହେବ । ପରୀକ୍ଷା ନେଇ ମାର୍ଗଦର୍ଶିକା ଜାରି କଲେ ସରକାର ।

ତେବେ ଜାନୁଆରୀ ୮ରୁ ଖୋଲିବ ସ୍କୁଲ । ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ଖୋଲିବ ସ୍କୁଲ । ମୋଟ ୧୦୦ ଦିନ ପାଇଁ ହେବ ପାଠପଢା । ଶନି , ରବି ବି ପାଠପଢା ହେବ ।
ଦଶମ, ପ୍ଲସ ୨ ପିଲାଙ୍କ ପାଇଁ ଶନିବାର ଓ ରବିବାର ପାଠପଢା ହେବ । ଶନି, ରବିକୁ ମିଶାଇ ମୋଟ ୧୦୦ ଦିନ ପାଠପଢା ହେବ । ତେବେ ସ୍କୁଲ ଖୋଲିବା ନେଇ ବଡ ଘୋଷଣା କରିଛନ୍ତି ରାଜ୍ୟ ସରକାର । କରୋନା କଟକଣା ପାଇଁ ଗତ ମାର୍ଚ୍ଚ ମାସରୁ ବନ୍ଦ ରହିଥିଲା ସ୍କୁଲ ।

from Kanak News
via <a href="https://ifttt.com/?

ଜାନୁଆରୀ ୮ରୁ ରାଜ୍ୟରେ ଖୋଲିବ ସ୍କୁଲ । କେବଳ ଦଶମ ଓ ଦ୍ୱାଦଶ ପିଲା ଯିବେ ସ୍କୁଲ । ୧୦୦ ଦିନ ପାଇଁ ହେବ ପାଠ ପଢା ।

କନକ ବ୍ୟୁରୋ : ଜାନୁଆରୀ ୮ ତାରିଖରୁ ରାଜ୍ୟରେ ସ୍କୁଲ ଖୋଲିବ । ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିବ । କେବଳ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲା ସ୍କୁଲ ଯିବେ । ୧୦୦ ଦିନ ପାଇଁ ପାଠପଢା ହେବ । ତେବେ ୮ ତାରିଖରୁ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନେଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ।

ବାର୍ଷିକ ପରୀକ୍ଷା ପାଇଁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପ୍ରସ୍ତୁତି ଓ ସର୍ବବାରତୀୟ ସ୍ତରରେ ହେଉଥିବା ପ୍ରତିଯୋଗୀତା ପାଇଁ ପିଲାଙ୍କୁ ପ୍ରସ୍ତୁତି କରିବା ପାଇଁ ସ୍ୁଲ ଖୋଲାଯିବ । ଦଶମ ଶ୍ରେଣୀ ପିଲାଙ୍କ ପାଇଁ ଜାନୁଆରୀ ୮ରୁ ଏପ୍ରିଲ ୨୬ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ଜାନୁଆରୀ ୮ରୁ ଏପ୍ରିଲ ୨୮ ଯାଏଁ ସ୍କୁଲ ଚାଲିବ । ସେହିପରି ଦଶମ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରାକ୍ଟିକାଲ ପରୀକ୍ଷା ଏପ୍ରିଲ ୨୭ରୁ ମେ ୨ ତାରିଖ ଓ ଦ୍ୱାଦଶ ଛାତ୍ରଛାତ୍ରୀଙ୍କ ପାଇଁ ଏପ୍ରିଲ ୨୯ରୁ ମେ ୧୪ ଯାଏଁ ହେବ ।

ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ମେ ୩ ତାରିଖରୁ ମେ ୧୫ ତାରିଖ ପର୍ଯ୍ୟନ୍ତ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ମେ ୧୫ରୁ ଜୁନ ୧୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ପାଠପଢା ପାଇଁ ମାର୍ଗଦର୍ଶିକା ମଧ୍ୟ ଜାରି କରାଯାଇଛି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started