ରିଲାଏନ୍ସ ଜିଓ ବନ୍ଦ କଲା ଏକ୍ସଟ୍ରା ଡାଟା ପ୍ୟାକ । ଟପ-ଅପ ଭଉଚର ଉପଲବ୍ଧ ହେବ ହେଲେ ପୂର୍ବ ପରି ଆଉ ଆସିବନି ଏକ୍ସଟ୍ରା ଡାଟା ।

କନକ ବ୍ୟୁରୋ : ଜିଓ ନିଜ ଗ୍ରାହକଙ୍କୁ କେତେବେଳେ  ଖୁସି କରୁଛି ତ କେତେବେଳେ ନିରାଶ । ନୂଆବର୍ଷଠାରୁ ଜିଓ ତାର ସମସ୍ତ ଲୋକାଲ କଲକୁ ମାଗଣା କରି ନିଜ ଗ୍ରାହକଙ୍କୁ ଖୁସି କରିଦେଇଛି । ଅର୍ଥାତ ଏଣିକି ଯେକୌଣସି ନମ୍ବରକୁ କଲ କଲେ ଦେୟ ପଡିବ ନାହିଁ । ହେଲେ ଏହାପରେ ରିଲାଏନ୍ସ ଜିଓ ଆଜି ପୁଣି ଏକ ଘୋଷଣା କରିଛି । କମ୍ପାନୀ ନିଜ ଉପଭୋକ୍ତାଙ୍କୁ ଦେଉଥିବା ଏକ୍ସଟ୍ରା ଡାଟା ପ୍ୟାକ ବନ୍ଦ କରିଦେଇଛି । ଫଳରେ ଉପଭୋକ୍ତା ନିଜ ରିଚାର୍ଜ ପ୍ଲାନ ଛଡା କେବଳ ଡାଟା ପାଇଁ ଆଉ ଏକ ଡାଟା ପ୍ୟାକ ରିଚାର୍ଜ କରି ଏହାର ସୁବିଧା ପାଉଥିଲେ । ହେଲେ ଏବେଠାରୁ ଜିଓ ଏହି ସୁବିଧା ଦେବା ବନ୍ଦ କରିଦେଇଛି ।

ରିଲାଏନ୍ସ ଜିଓ ବ୍ୟବହାରକାରୀଙ୍କୁ ଟପ-ଅପ ଭାଉଚର ସହିତ ୧ଜିବି, ୨ ଜିବି, ୩ଜିବି, ୫ଜିବି, ୧୦ଜିବି, ୫୦ଜିବି ଓ ୧୦୦ ଜିବି ଡାଟା ଯୋଗାଉଥିଲା । ଏହି ଟକ-ଟାଇମ ଭାଉଚର ୧୦ ଟଙ୍କାରୁ ଆରମ୍ଭ ହୋଇ ୧୦୦୦ ଟଙ୍କା ପର୍ଯ୍ୟନ୍ତ ରହିଥିଲା । ଯେଉଁଥିରେ ଟକ-ଟାଇମ ସହ ଅତିରିକ୍ତ ଡାଟା ମଧ୍ୟ ରହୁଥିଲା ।

ଜିଓରୁ ଅନ୍ୟ ଏକ ନମ୍ବରକୁ କଲ କରିବା ପାଇଁ ୧୦ ଟଙ୍କା ରିଚାର୍ଜ କରାଯାଉଥିଲା । ଆଉ ଏହି ଟଙ୍କାରେ ଉପଭୋକ୍ତାଙ୍କୁ ୧ ଜିବି ସପ୍ଲିମେଣ୍ଟାରୀ ଡାଟା ଦିଆଯାଉଥିଲା । ବର୍ତ୍ତମାନ ଜିଓ ଦ୍ୱାରା ଲୋକାଲ ଅଫ ନେଟ କଲିଂ ମାଗଣା କରିଦିଆଯାଇଛି । ଏଭଳି ପରିସ୍ଥିତିରେ ଏହି ଡାଟା ଅଫର ଆଉ କାମ କରିବ ନାହିଁ । ଏହାର ଟପ-ଅପ ଭଉଚର ଉପଲବ୍ଧ ହେବ ହେଲେ ପୂର୍ବ ପରି ଏଥିରେ ଆଉ ଏକ୍ସଟ୍ରା ଡାଟା ଉପଲବ୍ଧ ହେବନାହିଁ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।

ରିଲାଏନ୍ସ ଜିଓ ୨୦୨୦ ମସିହାରେ ଅନ୍ୟ ନେଟୱାର୍କକୁ ଭଏସ କଲ ପାଇଁ ବ୍ୟବହାରକାରୀଙ୍କଠାରୁ ଟଙ୍କା ନେବା ଆରମ୍ଭ କରିଥିଲା । ପ୍ରତି ମିନିଟରେ ୬ ପଇସା ଚାର୍ଜ କରାଯାଉଥିଲା । ଏହାସହ କମ୍ପାନୀ ବିଶେଷ ରିଚାର୍ଜ ପ୍ଲାନ ମଧ୍ୟ ଆଣିଥିଲା । ହେଲେ ନୂଆ ବର୍ଷଠାରୁ ଏହି ଲୋକାଲ କଲକୁ ମାଗଣା କରିଦେଇଛି ଜିଓ ।

ରିଲାନ୍ସ ଜିଓ ଆରମ୍ଭ ହେବା ପରଠୁ ଦେଶରେ ଏହା ଆକର୍ଷଣୀୟ ଅଫର ଦେଇ ଗ୍ରାହକଙ୍କୁ ନିଜ ଆଡକୁ ଆକର୍ଷିତ କରି ଆସିଛି । ଶସ୍ତା ଅଫର ସହ କଲ୍୍ ଓ ନେଟର ସୁବିଧା ଯୋଗୁଁ ସାରା ଦେଶରେ ଜିଓ ଲୋକମାନଙ୍କର ପ୍ରିୟ ହୋଇ ରହିଛି ।

ରିଲାଏନ୍ସ ଜିଓ ଅକ୍ଟୋବର ମାସ ସୁଦ୍ଧା ୨୨ ଲକ୍ଷରୁ ଅଧିକ ଗ୍ରାହକଙ୍କୁ ନିଜ ସହିତ ଯୋଡି ସାରିଛି । ଏହାସହ କମ୍ପାନୀ ପାଖରେ ଏବେ ୪୦ କୋଟିରୁ ଅଧିକ ଗ୍ରାହକ ଥିବା ସ୍ପଷ୍ଟ କରିଛି କମ୍ପାନୀ ।

from Kanak News
via <a href="https://ifttt.com/?

ନିଜ ବୟସର ଅସହାୟ ଲୋକଙ୍କ ସହ ବୃଦ୍ଧାଶ୍ରମରେ ନୂଆବର୍ଷ ପାଳିଲେ ୧୦୫ ବର୍ଷର ବୃଦ୍ଧା ଅମିୟ ବିଶ୍ୱାସ । ସ୍ନେହର ଉପହାର ପାଇ ଅନ୍ତେବାସୀଙ୍କ ଓଠରେ ଫୁଟିଲା ଚେନାଏ ହସ ।

କନକ ବ୍ୟୁରୋ: ସେ ଜଣେ ମାଆ, ସେ ବୁଝିଛନ୍ତି ଆଉ ଜଣେ ମାଆକୁ.. ସେ ଜଣେ ନାରୀ, ସେ ଜାଣିଛନ୍ତି ଆଉ ଜଣେ ନାରୀକୁ । ପିଲାମାନେ ବାପାମାଆଙ୍କୁ ପରକଲା ପରେ, ପୁଅ ବୋହୂ ଶାଶୁ ଶ୍ୱଶୁରଙ୍କୁ ତଡିଦେବା ପରେ କେତେ କଷ୍ଟ ପାଆନ୍ତି ବାପାମାଆ । କେତେ ଯନ୍ତ୍ରଣା ପାଆନ୍ତି ଜନ୍ମ ଦେଇଥିବା ଜୀବନ୍ତ ଦେବତା… ଏଇ କଥାକୁ ଅନ୍ତରରୁ ବୁଝିଛନ୍ତି ଏ ବୃଦ୍ଧା । ଆଉ ଧାଇଁ ଆସିଛନ୍ତି ତାଙ୍କରି ବୟସର ଅସହାୟ ମଣିଷମାନଙ୍କ ପାଖକୁ । ଯେଉଁମାନେ ଘରଠୁ ଦୂରରେ ଏଇ ବୃଦ୍ଧାଶ୍ରମରେ ରହିଛନ୍ତି ।

ସିନ୍ଦୂରା ଫାଟି ଯେତେବେଳ ସକାଳ ହୋଇଛି । ଆଉ ବର୍ଷ ୨୦୨୧ ନୂଆ ଆଶା, ଆଶିର୍ବାଦ ନେଇ ଉଦୟ ହୋଇଛି ଠିକ ସେତିକିବେଳେ ନୂଆବର୍ଷକୁ ନିଜ ନିଜ ଢଙ୍ଗରେ ସ୍ୱାଗତ କରିଛନ୍ତି ଲୋକେ । ଆଉ ଠିକ ଏତିକି ବେଳେ ଅସହାୟଙ୍କ ଗହଣରେ ଏମିତି ଏକ ମୁହୂର୍ତ୍ତ ବିତାଇଛନ୍ତି ୧୦୫ ବର୍ଷର ଏ ବୃଦ୍ଧା । ଚାଲିବାକୁ ପାଦରେ ବଳ ନାହିଁ, ଚାହିଁବାକୁ ଏ ଆଖିରେ ଶକ୍ତି ବି ନାହିଁ କିନ୍ତୁ ଯେଉମାନଙ୍କର କେହି ନାହିଁ ସେମାନଙ୍କ ଠାରୁ ଟିକେ ଆତ୍ମୀୟତା ପାଇବାକୁ ସେ ଏଠାକୁ ଆସିଛନ୍ତି, ସେମାନଙ୍କ ସହ ନୂଆବର୍ଷ ପାଳିଛନ୍ତି ।

ବାଲେଶ୍ୱର ସହଦେବଖୁଣ୍ଟା ଅଞ୍ଚଳରେ ଥିବା ଅମୃତଧାରା ବୃଦ୍ଧାଶ୍ରମରେ ଅନ୍ତେବାସୀଙ୍କ ସହ ନବବର୍ଷ ପାଳିଛନ୍ତି ଏ ଶତାୟୂ ବୃଦ୍ଧା ଅମିୟ ବିଶ୍ୱାସ । ଉପହାରରେ ମିଠା, ବିସ୍କୁଟ ଓ କମ୍ବଳ ଦେଇଛନ୍ତି ବୁଢି ମାଉସୀ ତା ସାଙ୍ଗଙ୍କୁ କିଛି ଆର୍ଥିକ ସହାୟତା ବି କରିଛନ୍ତି । ତେବେ ଅତୀତରେ ଗଣିତ ଶିକ୍ଷୟିତ୍ରୀ ଥିବା ବୁଢି ମାଉସୀ ପୂର୍ବରୁ ଅନେକ ସାମାଜିକ କାମ କରିଛନ୍ତି ଆଉ ଏବେ ନିଆରା ନୂଆବର୍ଷ ପାଳି ସମସ୍ତଙ୍କୁ ଖୁସି ଦେଇଛନ୍ତି ।

ତେବେ କରୋନା ଭଳି ଏକ ଦୁଃସମୟରେ ମଣିଷ ଜାତିକୁ ଭଗବାନ ବଞ୍ଚାଇ ଦେଇଥିବାରୁ ଥରିଲା ହାତରେ ପ୍ରଣାମ ଜଣାଇ ଭଗବାନଙ୍କୁ ଧନ୍ୟବାଦ ଦେଇଛନ୍ତି ମାଉସୀ । ଖାଲି ନୂଆବର୍ଷ କାହିଁକି, ଖାଲି ଦୀପାବଳି, ପର୍ବପର୍ବାଣୀ କାହିଁକି । ଏ ବୁଢିମାଉସୀ ଅମିୟଙ୍କ ପରି ଯଦି ଅନ୍ୟମାନେ ବୃଦ୍ଧାଶ୍ରମକୁ ଅନ୍ୟସମୟରେ ବି ଆସନ୍ତେ ତେବେ ବୟସର ପଶ୍ଚିମ ତୀରରେ ଜୀବନ ବିତାଉଥିବା ଏ ଅସହାୟ ମଣିଷମାନେ ହୁଏତ ଟିକେ ଖୁସି ହୁଅନ୍ତେ, ତାଙ୍କ ମୁହଁରେ ହୁଏତ ଚେନାଏ ହସ ଫେରି ଆସନ୍ତା…

from Kanak News
via <a href="https://ifttt.com/?

ଭୟ ବଢାଉଛି ରାଜକନିକା ଫେରିଘାଟ । ଡଙ୍ଗାରେ ଯାଉଛନ୍ତି ଆବଶ୍ୟକତା ଠାରୁ ଅଧିକ ଯାତ୍ରୀ । ନା ଅଛି ଲାଇଫ ଜ୍ୟାକେଟ୍ ନା କୌଣସି ସୁରକ୍ଷା ବ୍ୟବସ୍ଥା ।

କନକ ବ୍ୟୁରୋ : ପ୍ରତିଦିନ ହଜାର ହଜାର ଲୋକମାନେ କେନ୍ଦ୍ରାପଡା ଜୟନଗର ଫେରି ଘାଟ ଦେଇ ଭିତରକନିକା ଜାତୀୟ ଉଦ୍ୟାନକୁ ବୁଲିବାକୁ ଯାଉଛନ୍ତି । କେବଳ ବୁଲିବାକୁ ନେୁହଁ ବେପାର ବାଣିଜ୍ୟ ପାଇଁ ବି ବିପଦ ପୂର୍ଣ ଯାତ୍ରା କରୁଛନ୍ତି ନଇକୂଳିଆ ଲୋକ । ଦେଶୀ ଡଙ୍ଗାରେ ନଦୀ ପାରି ବେଳେ କେତେବେଳେ କ’ଣ ହେବ ତା କହିବା ଅସମ୍ଭବ । ତେଣୁ ତୁରନ୍ତ ପ୍ରସାଶନ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି ।

ବିଭିନ୍ନ ସମୟରେ ଡଙ୍ଗାବୁଡି ଘଟଣା ସାରା ରାଜ୍ୟକୁ ଦୋହଲାଇ ଦେଇଛି । ଏହାକୁ ରୋକିବା ପାଇଁ ସରକାର ବିଭିନ୍ନ କଟକଣା ଲଗାଇବା ସହ ତାଲିମ ପ୍ରାପ୍ତ ଡଙ୍ଗା ଚାଳକ ଡଙ୍ଗା ଚଳାଇବା ସହ ଲାଇଫ ଜ୍ୟାକେଟ ରଖିବା ବାଧ୍ୟତାମୂଳକ କରିଛନ୍ତି । କିନ୍ତୁ ପ୍ରଶାସନର ନିୟମକୁ ଫୁ କରି ଉଡାଇ ଦେଇଛନ୍ତି ରାଜକନିକା ବ୍ଲକ ଜୟନଗର ଫେରି ଘାଟର ଡଙ୍ଗା ଚାଳକ ।

ବ୍ରାହ୍ମଣୀ, ବୈତରଣି ଓ ଖରସ୍ରୋତା ନଦୀର ସଙ୍ଗମ ସ୍ଥଳ ଦେଇ ପ୍ରତିଦିନ ରାଜକନିକା ବ୍ଲକର ଶହଶହ ରାଜନଗରକୁ ବେପାର ବାଣିଜ୍ୟ କରିବାକୁ ଯିବା ଆସିବା କରିବା ସହ ଭିତରକନିକାକୁ ଯାଉଛନ୍ତି । ନଦୀ ପାରି ହୋଇ ମାତ୍ର ୧୨ କିଲୋମିଟର ଗଲେ ଭିତରକନିକା ପଡିବ । ତେଣୁ କୁମ୍ଭୀରିଆ ନଦୀରେ ବିପଦପୂର୍ଣ୍ଣ ଯାତ୍ରା କରୁଛନ୍ତି ଲୋକେ ।

ନଦୀର ସଙ୍ଗମ ସ୍ଥଳରେ ଡଙ୍ଗା ଚଳାଉଥିବା ଚାଳକ ଅଣତାଲିମ ପ୍ରାପ୍ତ ହୋଇଥିବା ବେଳେ ସେମାନଙ୍କ ଡଙ୍ଗାରେ ଲାଇଫ ଜ୍ୟାକେଟ ନାହିଁ । କୌଣସି ସୁରକ୍ଷା ବ୍ୟବସ୍ଥା ନଥିବା ଡଙ୍ଗାର କ୍ଷମତା ଠାରୁ ଅଧିକ ଲୋକ ସହ ଗାଡି ନେଉଛନ୍ତି ଚାଳକ । ତେଣୁ କିଛି ଅଘଟଣ ଘଟିବା ଆଗରୁ ପ୍ରଶାସନ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

from Kanak News
via <a href="https://ifttt.com/?

ଓବିସି ଅଧ୍ୟକ୍ଷ ଭାବେ ରଘୁନାଥ ବିଶ୍ୱାଳ ନେଲେ ଦାୟିତ୍ୱ । କହିଲେ, ଖୁବ ଶୀଘ୍ର ପ୍ରସ୍ତୁତ ହେବ ଓବିସି ତାଲିକା । ସେପଟେ ଓବିସି ସଂରକ୍ଷଣକୁ ନେଇ ଆରମ୍ଭ ହେଲା ରାଜନୀତି ।

କନକ ବ୍ୟୁରୋ : ଓଏସସିବିସି କମିସନ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ରଘୁନାଥ ବିଶ୍ୱାଳ । ତାଙ୍କ ସହ ୩ ଜଣ ସଦସ୍ୟ ଡାକ୍ତର ନବନୀତ ରଥ, ମିତାଲି ଚିନ୍ନାରା, ଓ ପ୍ରଶନ୍ନ କୁମାର ପାତ୍ର ଦାୟିତ୍ୱ ନେଇଛନ୍ତି । ଦାୟିତ୍ୱ ଗ୍ରହଣ ପରେ କମିସନ ରଘୁନାଥ ବିଶ୍ୱାଳ କହିଛନ୍ତି, ଯେ ଯଦି କୌଣସି ଜାତିର ଲୋକ ଓବିସି ବର୍ଗକୁ ଅ୍ରାସିବା ପାଇଁ ଚାହିଁବେ ଆସିପାରିବେ ।

ଏହା ସହ କୌଣସି ଓବିସି ବର୍ଗରେ ଥାଇ ଯଦି ସାମାଜିକ ଓ ଆର୍ଥିକ ସ୍ତରରେ ସ୍ୱଚ୍ଚଳ ଥାନ୍ତି ସେ ସେମାନଙ୍କ ନାମ ଓବିସି ତାଲିକାରୁ ହଟାଇପାରିବେ । ଏଥିପାଇଁ ଏକ ଡାଟା ପ୍ରସ୍ତୁତ କରାଯିବ । ରିଜରଭେସନ ପାଇଁ ମଣ୍ଡଳ କମିସନ ଯାହା ଅଛି, ତାକୁ ଲାଗୁ କରିବା ପାଇଁ ଚେଷ୍ଟା କରାଯିବ ବୋଲି ସେ କହିଛନ୍ତି ।

ସେପଟେ ଓବିସି ସଂରକ୍ଷଣକୁ ନେଇ ଆରମ୍ଭ ହେଲ ରାଜନୀତି । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଓବିସିଙ୍କୁ ୨୭ ପ୍ରତିଶତ ସଂରକ୍ଷଣ ଦିଆଯାଉ ।

ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି, ଓଡିଶାରେ ଜାତିଆଣ ରାଜନୀତି କାମ ଦେବ ନାହିଁ । ରାଜ୍ୟ ସରକାର ଏହାକୁ ନେଇ ରାଜନୀତି କରିବାକୁ ଚେଷ୍ଟା କରୁଛନ୍ତି । ସବୁ ବର୍ଗ ଲୋକଙ୍କ ସାମଗ୍ରିକ ବିକାଶ ହେଉ । ସେପଟେ ବିଜେଡି କହିଛି, ସଂରକ୍ଷଣ ନେଇ ଚାଲିଛି ପୁର୍ନବିଚାର ।

from Kanak News
via <a href="https://ifttt.com/?

ଝାରସୁଗୁଡାରୁ ମୁମ୍ବାଇ ଓ ବେଙ୍ଗାଲୁରକୁ ଉଡିବ ବିମାନ । ୧୨ ତାରିଖରୁ ଆରମ୍ଭ ହେବ ବିମାନ ସେବା ।

କନକ ବ୍ୟୁରୋ : ଆସନ୍ତା ୧୨ ତାରିଖ ଠାରୁ ଝାରସୁଗୁଡା ଠାରୁ ବେଙ୍ଗାଳୁରୁ ଓ ମୁମ୍ବାଇକୁ ଆରମ୍ଭ ହେବ ସିଧାସଳଖ ବିମାନ ସେବା । ସ୍ପାଇସ ଜେଟ ପକ୍ଷରୁ ଏହି ଉଡାଣ କରାଯିବ ବୋଲି ସୂଚନା ଦେଇଛନ୍ତି ବିମାନ ବନ୍ଦର ନିର୍ଦ୍ଦେଶକ । ଉଭୟ ସ୍ଥାନକୁ ସପ୍ତାହକୁ ୪ ଦିନ ବିମାନ ଚଳାଚଳ କରିବ । ବିମାନ ବନ୍ଦରରେ ଆବଶ୍ୟକିୟ ସଂଖ୍ୟକ ଫାୟାରମ୍ୟାନ ନିଯୁକ୍ତି ହେବା ପରେ ଏହା ୬ ରୁ ୭ କ୍ୟାଟାଗୋରୀ ଯାଇଛି ।

ଫଳରେ ଏଠାରୁ ବୋଇଂ ଉଡାଣ ପଥ ପରିଷ୍କାର ହୋଇଛି । ସେହିପରି ଆସନ୍ତା ୧୧ ତାରିଖରୁ ଦିଲ୍ଲୀ ଓ ଝାରସୁଗୁଡା ମଧ୍ୟରେ ବଡ ବିମାନ ଚଳାଚଳ ଆରମ୍ଭ କରିବ । ମୁମ୍ବାଇ ଓ ବେଙ୍ଗାଳୁରୁକୁ ବିମାନ ଚଳାଚଳ ଖବର ପ୍ରକାଶ ହେଲା ପରେ ଝାରସୁଗୁଡା ବାସୀଙ୍କ ମନରେ ଖୁସିର ଲହରି ଖେଳି ଯାଇଛି ।

ଝାରସୁଗୁଡାକୁ ନୂଆବର୍ଷ ଭେଟି । ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ମୁମ୍ବାଇ ଏବଂ ବାଙ୍ଗାଲୋରକୁ ଉଡାଣ ଭରିବ ସ୍ପାଇସ ଜେଟ୍ । ସ୍ପାଇସଜେଟ ପକ୍ଷରୁ ୧୪୪ ଯାତ୍ରୀଙ୍କ ପାଇଁ ବୋଇଂ ବିମାନ ଚଳାଚଳ କରିବ । ଆସନ୍ତା ୧୨ ତାରିଖରୁ ଆରମ୍ଭ ହେଉଥିବା ସେବା, ସପ୍ତାହରେ ୪ ଦିନ ମିଳିବ । ଏଥିପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ସମୟ ତାଲିକା ଘୋଷଣା କରାଯାଇଛି । ପ୍ରତି ମଙ୍ଗଲବାର, ଗୁରୁବାର, ଶନିବାର ଓ ରବିବାର ଦିନ ମୁମ୍ବାଇରୁ ଝାରସୁଗୁଡା ହୋଇ ବେଙ୍ଗଳୁରୁକୁ ଉଡିବ ବିମାନ । ସେହିଭଳି ବେଙ୍ଗଳୁରରୁୁ ଝାରସୁଗୁଡା ଦେଇ ମୁମ୍ବାଇକୁ ବିମାନ ଚଳାଚଳ କରିବ ।

ଶିଳ୍ପ ବହୁଳ ଝାରସୁଗୁଡାରେ ବିମାନ ବନ୍ଦର ପ୍ରତିଷ୍ଠା ହେବା ପରେ ମୁମ୍ବାଇ ଓ ବେଙ୍ଗାଳୁରୁକୁ ବିମାନ ସେବା ପାଇଁ ଦାବି ହୋଇଥିଲା । ଲୋକଙ୍କ ଦାବିକୁ ନଜରରେ ରଖି ଉଡାଣ ସ୍କିମରେ ଝାରସୁଗୁଡାରୁ ବିମାନ ଚଳାଚଳ ପାଇଁ ଯୋଜନା କରିଥିଲେ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ । ହେଲେ କରୋନା କାଳରେ ଯାତ୍ରୀଙ୍କ ଯାତାୟତ କମ ଥିବାରୁ ବିମାନ ଚଳାଚଳ ପାଇଁ ଅରାଜି ଥିଲେ ବିମାନ ସେବା ପ୍ରଦାନ କାରୀ ସଂସ୍ଥା ।

ଆଉ ଏବେ ସ୍ଥିତିରେ ଟିକେ ସୁଧାର ଆସିବା ପରେ ଝାରସୁଗୁଡାରୁ ମୁମ୍ବାଇ ଓ ବେଙ୍ଗାଳୁରୁକୁ ବିମାନ ସେବା ଆରମ୍ଭ ହେବାକୁ ଯାଉଛି । ବିମାନ ଚଳାଚଳ ହେଲେ ପଶ୍ଚିମ ଓଡିଶାବାସୀ ସମେତ ପଡୋଶୀ ଛତିଶଗଡ ଓ ଝାରଖଣ୍ଡର ଯାତ୍ରୀ ଉପକୃତ ହେବେ । ମୁମ୍ବାଇ ଓ ବେଙ୍ଗାଳୁରୁକୁ ବିମାନ ଚଳାଚଳ କଲେ ପର୍ଯ୍ୟଟକଙ୍କ ସଂଖ୍ୟା ବଢିବା ସହ ସ୍ଥାନୀୟ ଲୋକେ ଲାଭବାନ ହେବେ ବୋଲି ମତ ପ୍ରକାଶ କରିଛନ୍ତି ।

from Kanak News
via <a href="https://ifttt.com/?

ସୁନ୍ଦରଗଡ ଧାନ ମଣ୍ଡିରେ ଟୋକନ ସ୍କାମ୍ ଅଭିଯୋଗ ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ । ଜିଲ୍ଲା ଯୋଗାଣ ବିଭାଗ ଅଧିକାରୀଙ୍କ ଅଧ୍ୟକ୍ଷତାରେ ତଦନ୍ତ କରିବ ସ୍ୱତନ୍ତ୍ର ଟିମ ।

କନକ ବ୍ୟୁରୋ : କନକ ନ୍ୟୁଜର ବଡ ପ୍ରଭାବ । ଟୋକନ ସ୍କାମ୍ ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲ୍ଲପାଳ । ସୁନ୍ଦରଗଡ ଜିଲ୍ଲାର ବିଭିନ୍ନ ମଣ୍ଡି ସହିତ ମହୁଲପାଲି ଲ୍ୟାମ୍ପସରେ ଟୋକନ ସ୍କ୍ୟାମ୍ ନେଇ କନକ ନ୍ୟୁଜ୍ରେ ଖବର ପ୍ରସାରଣ ପରେ ଆଜି ଖୋଦ୍ ଜିଲ୍ଲପାଳ ମହୁଲପାଲି ମଣ୍ଡିକୁ ଯାଇ ସ୍ଥିତିର ସମୀକ୍ଷା କରିଛନ୍ତି ।

ଏକ ସ୍ୱତନ୍ତ୍ର ଟିମ୍ କରି ଘଟଣାର ତଦନ୍ତ ନିର୍ଦେଶ ଦେଇଛନ୍ତି । ଏହି ଟିମ୍ରେ ଜିଲ୍ଲା ଯୋଗାଣ ଅଧିକାରୀ, ସମବାୟ ଅଧିକାରୀ ଓ ବିଭିନ୍ନ ବ୍ଲକର ତହସିଲଦାର ମାନେ ରହିଛନ୍ତି । ଏହି ଟିମକୁ ଅତିଶୀଘ୍ର ତଦନ୍ତ କରି ରିପୋର୍ଟ ଦେବା ପାଇଁ ଜିଲ୍ଲପାଳ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟେ ଗତକାଲି କନକ ନ୍ୟିୁଜ୍ ଟୋକନ ସ୍କ୍ୟାମ୍ ଦୁର୍ନୀତି ର ବିତର୍କରେ ଯୋଗ ଦେଇଥିବା ବିଜେଡି ନେତା ତଥା ସୁନ୍ଦରଗଡର ପୂର୍ବତନ ବିଧାୟକ ଯୋଗେଶ ସିଂ ଏହି ସ୍କ୍ୟାମ୍ରେ ବିଧାୟିକାଙ୍କ ସ୍ୱାମୀ ସଂଶ୍ଳିଷ୍ଟ ବୋଲି ଅଭିଯୋଗ ଆଣିଥିଲେ ।

 ଏହି ଘଟଣା ନେଇ ବିଧାୟିକା କୁସୁମ ଟେଟେ ମୁହଁ ଖୋଲିଛନ୍ତି । ସରକାର ନିଜେ ଦଲାଲ ରଖି ଏହି କାମ କରୁଛନ୍ତି ବୋଲି ବିଧାୟିକା କହୁଥିବା ବେଳେ ସୁନ୍ଦରଗଡ ଜିଲ୍ଲା କଂଗ୍ରେସ ସଭାପତି ବେଣୁ ମାଧବ ତ୍ରିପାଠୀ ସିଧାସଳଖ ୫-ଟିକୁ ପ୍ରଶ୍ନ କରିଛନ୍ତି ।

from Kanak News
via <a href="https://ifttt.com/?

ଗଞ୍ଜେଇ ଚୋରା ଚାଲାଣର ନୂଆ ତରିକା । ବୋଲେରୋ ଗାଡିର ହୁଡରେ ୧୦ଲକ୍ଷ ଟଙ୍କାର ଗଞ୍ଜେଇ ଚାଲାଣ ବେଳେ ଧରିଲା ଜୟପୁର ସଦର ପୁଲିସ । 

କନକ ବ୍ୟୁରୋ : ନୂଆ ବର୍ଷରେ ଗଞ୍ଜେଇ କାରବାରର ନୂଆ ତରିକା । ପୁଲିସକୁ ଚକମା ଦେଇ ସବୁଜ ଜହର କାରବାର ଚଳାଇଛନ୍ତି ଗଞ୍ଜେଇ ମାଫିଆ । ବୋଲେରୋ ଗାଡିର ହୁଡରେ ଗଞ୍ଜେଇ ଚାଲାଣ ବେଳେ ଗାଡିକୁ ଧରିଛି ଜୟପୁର ସଦର ପୁଲିସ । ବିହାରର ୨ ଜଣ ଗିରଫ ହୋଇଛନ୍ତି ।

ଏହି ସବୁ ଗଞ୍ଜେଇ କୋରାପୁଟରୁ ବିହାରକୁ ଚାଲଣ ହେଉଥିଲା । ଏନେଇ ପୋଲିସକୁ ସୂଚନା ମିଳିବା ପରେ ପୋଲିସ ଚଢାଉ କରିଥିଲା । ଚଢାଉ ପରେ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିଥିଲା ପୋଲିସ ।

from Kanak News
via <a href="https://ifttt.com/?

୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ତଥା ଲସ୍କର ଆତଙ୍କୀ ଜାକି ଓର ରେହମାନ ଗିରଫ୍ । ଆତଙ୍କବାଦୀଙ୍କ ସହଯୋଗ କରିବା ଓ ସେମାନଙ୍କ ଟଙ୍କା ଦେବା ଅଭିଯୋଗରେ ଗିରଫ୍

କନକ ବ୍ୟୁରୋ : ୨୦୦୮ ମସିହା ନଭେମ୍ବର ମାସ ୨୬ ତାରିଖରେ ମୁମ୍ବାଇରେ ହୋଇଥିବା ଆକ୍ରମଣ ଘଟଣାର ମାଷ୍ଟର ମାଇଣ୍ଡ ତଥା ଲସ୍କର ଆତଙ୍କବାଦୀ ସଂଗଠନର ପ୍ରମୁଖ ଜାକି ଓର ରେହମାନ ଲଖବୀକୁ ଗିରଫ୍ କରାଯାଇଛି । ତାକୁ ଆତଙ୍କବାଦୀ ମାନଙ୍କୁ ସାହାଯ୍ୟ କରିବା, ସେମାନଙ୍କୁ ଆର୍ଥିକ ସହାୟତା ଦେବା ଅଭିଯୋଗରେ ଗିରଫ୍ କରାଯାଇଛି । ସୂଚନା ଥାଉକି ଜାକି ଓର ରେହମାନ ଲଖବୀ ହାଫିଜ୍ ସଇଦ ସହ ମିଶି ୨୬/୧୧ ମୁମ୍ବାଇ ଆକ୍ରମଣ ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ ।
ଆତଙ୍କବାଦୀ ସଂଗଠନ ଲସ୍କରେ-ଏ- ତୋଇବା ର ଅପରେସନ କମାଣ୍ଡର ଲାଖବୀ ମୁମ୍ବାଇ ଆକ୍ରମଣ ପରେ ୨୦୦୮ରେ ୟୁଏନଏସସିର ପ୍ରସ୍ତାବ ମାଧ୍ୟମରେ ସଂଯୁକ୍ତ ରାଷ୍ଟ୍ର ତାକୁ ବିଧିବଦ୍ଧ ଭାବେ ଆତଙ୍କବାଦୀ ଘୋଷଣା କରିଥିଲା । ମୁମ୍ବାଇ ଆକ୍ରମଣ ବାବଦରେ ଚାଲିଥିବା ତଦନ୍ତ ସ୍ପଷ୍ଟ କରିଥିଲା କି ଲଖବୀ ହାଫିଜ୍ ସଇଦର ସମସ୍ତ ଆକ୍ରମଣ ପୂର୍ବରୁ ଯୋଜନା ପ୍ରସ୍ତୁତ କରୁଥିଲା ଓ ତାକୁ ସଫଳ କରିବାକୁ କମାଣ୍ଡର ଭାବେ କାର୍ଯ୍ୟ କରୁଥିଲା ।
୨୬/୧୧ ମୁମ୍ବାଇ ଆକ୍ରମଣରେ ବେଳେ ପାକିସ୍ତାନର ଆତଙ୍କୀ ସଂଗଠନ ଲସ୍କର-ଏ-ତୋଇବାର ୧୦ ଜଣ ଆତଙ୍କବାଦୀ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଧରି ମୁମ୍ବାଇ ସହରରେ ଆଖିବୁଜା ଗୁଳି ଚଳାଇଥିଲେ । ଏହି ଆକ୍ରମଣରେ ମୁମ୍ବାଇର ୧୬୬ ଜଣ ସାଧାରଣ ଲୋକଙ୍କ ଜୀବନ ଯାଇଥିଲା , ଏହାସହ ୩୦୦ ରୁ ଅଧିକ ଲୋକ ଆହତ ହୋଇଥିଲେ । ଲାଖବୀ ପାଖା ପାଖି ୬ ବର୍ଷ ପାକିସ୍ତାନ ଜେଲରେ ରହିବା ପରେ ୨୦୧୫ ଏପ୍ରିଲ ମାସରେ ସେ ଜେଲରୁ ମୁକୁଳିଥିଲେ । ଏହାପରେ ଆଜି ତାଙ୍କୁ ଗିରଫ୍ କରାଯାଇଥିବା ସୂଚନା ମିଳିଛି ।

from Kanak News
via <a href="https://ifttt.com/?

କରୋନା ଟିକାକୁ ନେଇ ଅଖିଳେଶ ଯାଦବଙ୍କ ବିବାଦୀୟ ବୟାନ । ଗଣମାଧ୍ୟମ ଆଗରେ କହିଲେ ମୁଁ ଲଗାଇବି ନାହିଁ ବିଜେପି ଟିକା । ବିଜେପି ନେତା କହିଲେ ଟିକା ବିଜେପିର ହେଲେ ଅଖିଳେଶ ହେଉଛନ୍ତି ଭାଇରସ୍ ।

କନକ ବ୍ୟୁରୋ : ମାଗଣାରେ ଭାରତୀୟ ମାନଙ୍କୁ କରୋନା ଟିକା ଦେବାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବୟାନ ଏବେ ରାଜନୀତି ସରଗରମ ହେବାରେ ଲାଗିଛି । ଅଖିଳେଶ ଯାଦବ କହିଛନ୍ତି କି ଆମେ ବିଜେପି ଟିକା ଲଗାଇବୁ ନାହିଁ    । ଏହି ଟିକା ବିଜେପି ଭଳି ନକଲି ବୋଲି ସେ କହିଛନ୍ତି । ଏହାକୁ ନେଇ ଏବେ ରାଜନୀତି ସରଗରମ ହୋଇଛି । ଉତ୍ତରପ୍ରଦେଶର ଜଣେ ବରିଷ୍ଟ ବିଜେପି ନେତା ଅଖିଳେଶଙ୍କ ବୟାନ ଉପରେ କହିଛନ୍ତି କି ଭାଇରସ୍ ତୁମର ହୋଇପାରେ କିନ୍ତୁ ଭ୍ୟାକସିନ୍ ଆମର ନୁହେଁ । ଦେଶର ବୈଜ୍ଞାନିକ ମାନେ ଫାର୍ମାସ୍ୟୁଟିକାଲ କମ୍ପାନୀ ସହାୟତାରେ ପ୍ରସ୍ତୁତ କରିଛନ୍ତି । ତେଣୁ ଟିକା କେବଳ ବିଜେପି ମନ୍ତ୍ରୀ ମାନଙ୍କ ସହାୟତା ଓ ଦୃଢମନୋବଳ ଯୋଗୁଁ ଖୁବଶୀଘ୍ର ପ୍ରସ୍ତୁତ ହୋଇପାରିଛି । ତେଣୁ ଏହାକୁ ଅଖିଳେଶ କିମ୍ବା ତାଙ୍କ ପରିବାର ଲଗାଇବାକୁ ମନା କରିପାରନ୍ତି । ହେଲେ ତାଙ୍କର କୌଣସି ଅଧିକାର ନାହିଁ ରାଜ୍ୟର ଲୋକଙ୍କୁ କରୋନା ଟିକାରୁ ବଞ୍ଚିତ କରିବାକୁ । ଅନ୍ୟପଟେ ଅଳ୍ପଦିନ ପରେ ଉତରପ୍ରଦେଶରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ତେଣୁ ଏଭଳି ଏକ ଦାୟିତ୍ୱହୀନ ମନ୍ତ୍ରବ୍ୟ ଦେଇ ଅଖିଳେଶ ତାଙ୍କ ରାଜନୈତିକ ବରିଷ୍ଠତାକୁ କ୍ଷତି ପହଂଚାଉଛନ୍ତି ।

କହିରଖୁ କି ସମାଜବାଦୀ ପାର୍ଟି ଉତରପ୍ରଦେଶରେ ଦିନକୁ ଦିନ ତା’ର ସ୍ଥିତି ଜାହିର କରିବାରେ ବିଫଳ ହେବା ଭଳି ଲାଗୁଛି । ବିଜେପିରୁ ଯୋଗୀ ଆଦିତ୍ୟନାଥ ମୁଖ୍ୟମନ୍ତ୍ରୀ ହେବା ପରେ ଏସ.ପି ହେଉ କି ବିଏସପି ହେଉ , ଯେଉଁମାନେ ଦିନେ କ୍ଷମତାରେ ଥିଲେ ସେମାନେ ଆଜି ବିରୋଧୀଦଳର ମାନ୍ୟତା ହରାଇବାକୁ ବସିଲେଣି । ଏଭଳି ସ୍ଥିତିରେ ଆଗକୁ ପଞ୍ଚାୟତ ନିର୍ବାଚନ ଥିବା ବେଳେ ଅଖିଳେଶଙ୍କ ଏଭଳି ନକରାତ୍ମକ ମନ୍ତବ୍ୟ ଦଳ ପାଇଁ କ୍ଷତି ପହଂଚାଇବ ବୋଲି କୁହାଯାଉଛି ।

from Kanak News
via <a href="https://ifttt.com/?

ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଅସୁସ୍ଥ । ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ କୋଲକାତାର ଉଡଲ୍ୟାଣ୍ଡ ହସ୍ପିଟାଲରେ ଭର୍ତ୍ତି

କନକ ବ୍ୟୁରୋ: ବିସିସିଆଇ ଅଧ୍ୟକ୍ଷ ତଥା ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଅସୁସ୍ଥ ହୋଇଥିବା ଜଣାଯାଇଛି। ସେ ହୃଦଘାତର ଶିକାର ହୋଇଥିବା କୁହାଯାଉଛି। ଅସୁସ୍ଥ ହେବା ପରେ ତାଙ୍କୁ କୋଲକାତାର ଉଡଲ୍ୟାଣ୍ଡସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

https://platform.twitter.com/widgets.js

ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ଜିମରେ ବ୍ୟାୟାମ କରୁଥିବା ବେଳେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଏହାପରେ ତାଙ୍କୁ କୋଲକାତାର ଉଡଲ୍ୟାଣ୍ଡସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସନ୍ଧ୍ୟାରେ ତାଙ୍କର ଆଞ୍ଜିଓପ୍ଲାଷ୍ଟି କରାଯିବ ଏବଂ ଏହାପରେ ସୌରଭ ଗାଙ୍ଗୁଲି ହସ୍ପିଟାଲରୁ ଘରକୁ ଫେରିବେ ବୋଲି ସୂଚନା ମିଳିଛି।

https://platform.twitter.com/widgets.js

from Kanak News
via <a href="https://ifttt.com/?

Design a site like this with WordPress.com
Get started