ରାଜଧାନୀରେ କଡାକଡି ହେଉଛି ଡବଲ ହେଲମେଟ ଚେକିଂ : ବିଭିନ୍ନ ଛକରେ ପୋଲିସର ଧରପଗଡ

କନକ ବ୍ୟୁରୋ : ରାଜଧାନୀରେ କଡାକଡି ଆରମ୍ଭ ହୋଇଛି ହେଲମେଟ ଚେକିଂ । ବିଭିନ୍ନ ସ୍ଥାନରେ ପୁଲିସ ଡବଲ ହେଲମେଟ ପିନ୍ଧିନଥିବା ଲୋକଙ୍କୁ ଅଟକାଉଛନ୍ତି । ଯେଉଁ ଗାଡିରେ ଦୁଇ ଜଣ ଯାଉଛନ୍ତି, ଆଉ ଦୁଇଜଣ ହେଲମେଟ ପିନ୍ଧିନାହାନ୍ତି ସେମାନଙ୍କୁ ଅଟକାଇ ମୋଟା ଅଙ୍କର ଫାଇନ ଆଦାୟ କରାଯାଉଛି । ଅନେକ ସଚେତନ ହୋଇ ଡବଲ ହେଲମେଟ ପିନ୍ଧିଯାଉଥିବା ବେଳେ ନିୟମ ଉଂଲଘନ କରୁଥିବା ବ୍ୟକ୍ତିଙ୍କ ଠାରୁ ଫାଇନ ଆଦାୟ କରାଯାଉଛି ।

ବାଇକ ଚଳାଉଥିବା ଓ ବସିଥିବା ଲୋକ ଉଭୟ ହେଲମେଟ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ନଚେତ୍ ସେମାନଙ୍କୁ ଫାଇନ ଦେବାକୁ ପଡିବ । ଏଥିସହ ଗାଡିର ଅନ୍ୟାନ୍ୟ କାଗଜପତ୍ର ଯାଂଚ କରାଯିବ । ଜାନୁଆରୀ ପହିଲାରୁ ହେଲମେଟ ଚେକିଂକୁ କଡାକଡି କରିବା ପାଇଁ ପୂର୍ବରୁ ଘୋଷଣା କରିଥିଲା ପରିବହନ ବିଭାଗ । ତେବେ ଅନ୍ୟାନ୍ୟ କାଗଜପତ୍ର ଯାଂଚ ଅବଧିକୁ ସରକାର ଘୁଂଚାଇ ଦେଇଛନ୍ତି ।

from Kanak News
via <a href="https://ifttt.com/?

ସିବିଏସଇ ବୋର୍ଡ ପରୀକ୍ଷା ତାରିଖ ଘୋଷଣା ପରେ ଚିନ୍ତାରେ ଗଣଶିକ୍ଷା ବିଭାଗ : ଆଦର୍ଶ ବିଦ୍ୟାଳୟ ସହ କିଛି ଘରୋଇ ସ୍କୁଲ ଛାତ୍ରଛାତ୍ରୀ ଦେବେ ପରୀକ୍ଷା

କନକ ବ୍ୟୁରୋ : ସିବିଏସଇ ବୋର୍ଡ ପରୀକ୍ଷା ନେଇ ତାରିଖ ଘୋଷଣା ପରେ ଏବେ ଚିନ୍ତାରେ ଗଣଶିକ୍ଷା ବିଭାଗ । ସ୍କୁଲ କେବେ ଖୋଲିବ ସେ ନେଇ ନିଷ୍ପତି ହୋଇପାରୁୁନି । ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ କହିଛନ୍ତି, ସିବିଏସଇ ପରୀକ୍ଷା ତାରିଖ ଘୋଷଣା ପରେ ଏହି ଆଧାରରେ ଆଦର୍ଶ ବିଦ୍ୟାଳୟ ସହ କେତେକ ଘରୋଇ ବିଦ୍ୟାଳୟର ଛାତ୍ରଛାତ୍ରୀ ପରୀକ୍ଷା ଦେବେ ।

ସେ ନେଇ କିପରି ବ୍ୟବସ୍ଥା କରାଯିବ ସେ ନେଇ ବିଚାର ବିମର୍ଷ ଚାଲିଛି । କରୋନାର ନୂଆ ଷ୍ଟ୍ରେନକୁ ନେଇ ଭୟ ରହିଛି । ସ୍କୁଲ ଖୋଲିବା ନେଇ ଖୁବ ଶୀଘ୍ର ନିଷ୍ପତି ନିଆଯିବ । ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ସମ୍ପଦ ଆଗ ବୋଲି କହିଛନ୍ତି ସମୀର ଦାଶ ।

from Kanak News
via <a href="https://ifttt.com/?

ଦେଶରେ ସମସ୍ତଙ୍କୁ ମିଳିବ ମାଗଣା କରୋନା ଟିକା । ଘୋଷଣା କଲେ କେନ୍ଦ୍ର ସ୍ୱାସ୍ଥମନ୍ତ୍ରୀ । ସେପଟେ ଆଜିଠୁ ଆରମ୍ଭ ହେଲା ଟିକାକରଣର ପାକ୍ ପ୍ରସ୍ତୁତି ଡ୍ରାଏ ରନ୍

କନକ ବ୍ୟୁରୋ : ଭାରତରେ କରୋନା ଟିକାକରଣ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି । ଟିକାକରଣ ବେଳେ ଦେଖାଦେବାକୁ ଥିବା ସମସ୍ୟାର ସମାଧାନ ପାଇଁ ଆଜିଠାରୁ ସାରା ଦେଶରେ ପାକ୍ ପ୍ରସ୍ତୁତି ବା ଡ୍ରାଏ ରନ୍ ଆରମ୍ଭ କରିଛି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଏଭଳି ଉପଯୁକ୍ତ ସମୟରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଏକ ବଡ ଘୋଷଣା କରିଛନ୍ତି । ଡ୍ରାଏ ରନ୍ ର ଶୁଭାରମ୍ଭ କରିବାକୁ ଦିଲ୍ଲୀର ଜିଟିବି ହସ୍ପିଟାଲ ଯାଇଥିବା ବେଳେ  ସେ କହିଛନ୍ତି କି ଦେଶସାରା ପ୍ରତିଟି ଭାରତୀୟଙ୍କୁ କରୋନା ଟିକା ମାଗଣାରେ ଦିଆଯିବ ।

ଶୁଭାରମ୍ଭ କରିବା ପରେ ସେ ଯେତେବେଳେ ଜିଟିବି ହସ୍ପିଟାଲରୁ ବାହାରିଥିଲେ ସେତେବେଳେ ଗଣମାଧ୍ୟମ ପ୍ରଶ୍ନର ଉତର ଦେଇ ସେ କହିଥିଲେ କି ‘ଲୋକଙ୍କୁ ଅନୁରୋଧ କରୁଛୁ କି ସେମାନେ ମିଥ୍ୟା ପ୍ରଚାର ଠାରୁ ଦୂରେଇ ରୁହନ୍ତୁ । ଭ୍ୟାକସିନ୍ ର ସୁରକ୍ଷାକୁ ସୁନିଶ୍ଚିତ କରିବା ଆମର ଦାୟିତ୍ୱ ।’ ଏହାସହ ସେ ପୋଲିଓ ଟିକା କଥା ବି ମନେପକାଇ କହିଥିଲେ କି ପୋଲିଓ ଟିକାକାରଣ ବେଳେ ବି ଏଭଳି କିଛି ମିଥ୍ୟା ପ୍ରଚାର କରାଯାଉଥିଲା । ହେଲେ ଟିକାକରଣ ସୁରଖୁରୁରେ ଚାଲିଲା ଓ ଏବେ ଦେଶ ପୋଲିଓମୁକ୍ତ ହୋଇଛି ।

ଡ୍ରାଏ ରନ୍ କୁ ନେଇ ଶ୍ରୀ ହର୍ଷବର୍ଦ୍ଧନ କହିଛନ୍ତି କି ପୂର୍ବଥର ୪ ଟି ରାଜ୍ୟରେ ସଫଳତାର ସହ ଡ୍ରାଏ ରନ୍ ହୋଇଛି । ଏହାସହ ଡ୍ରଏ ରନ୍ ବେଳେ ଦେଖା ଦେଇଥିବା ସମସ୍ୟାକୁ ନଜରରେ ରଖି ଏବେ ତାହାର ସୁଧାର ଅଣାଯାଇପାରିଛି । ଏହି ଡ୍ରଏ ରନ୍ ବେଳେ ଟିକାକୁ ଛାଡି ଅନ୍ୟସବୁ ଦିଗ ଉପରେ ଯାଂଚ କରାଯାଉଛି । ଏହାସହ ସ୍ୱାସ୍ଥ୍ୟ ବିଭାଗ ୨ ହଜାରରୁ ଅଧିକ ମାଷ୍ଟର ଟ୍ରେନରଙ୍କୁ ପ୍ରଶିକ୍ଷିତ କରାଯାଇଛି । ଏହାସହ ଜିଲ୍ଲା ଓ ବ୍ଲକ ସ୍ତରରେ ପ୍ରଶିକ୍ଷକଙ୍କୁ ଟ୍ରେନିଂ ଦିଆଯାଇଛି । ଯେଉଁମାନେ କି ଟିକାକରଣ ବେଳେ ଲୋକ ମାନଙ୍କୁ ଟିକାକରଣର ପ୍ରକ୍ରିୟା ଓ ତା ପରବର୍ତ୍ତି ସ୍ତରର ସାବଧାନତା ଉପରେ ଶିକ୍ଷା ଦେବେ ।

from Kanak News
via <a href="https://ifttt.com/?

ସମ୍ବଲପୁର ଆଇଆଇଏମ ସ୍ଥାୟୀ କ୍ୟାମ୍ପସର ଭିତ୍ତିପ୍ରସ୍ତର ସ୍ଥାପନ: ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶିଳାନ୍ୟାସ କଲେ ମୋଦୀ; କହିଲେ, ଶିକ୍ଷାର ହବ୍ ହେବାକୁ ଯାଉଛି ଓଡ଼ିଶା

କନକ ବ୍ୟୁରୋ: ଆଜି ସଂବଲପୁର ଆଇଆଇଏମର ସ୍ଥାୟୀ କ୍ୟାମ୍ପସର ଶିଳାନ୍ୟାସ ହୋଇଛି । ଭିଡିଓ କନଫରେସିଂ ମାଧ୍ୟମରେ ନୂଆ କ୍ୟାମ୍ପସର ଶିଳାନ୍ୟାସ କରିଛନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କାର୍ଯ୍ୟକ୍ରମ ଆରମ୍ଭରେ ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା କେମିତି ଶିକ୍ଷାର ହବ୍ ପାଲଟିଛି, ସେ ସମ୍ପର୍କରେ ନିଜର ଆଭିମୁଖ୍ୟ ରଖିଛନ୍ତି । ରାଜ୍ୟରେ ଏମ୍ସ ଆଇଆଇଏମ, ଆଇଆଇଟି, ନାଇଜର ଓ ଆଇଜର ପରି ଅନୁଷ୍ଠାନରୁ ବାହାରୁଥିବା ଛାତ୍ରଛାତ୍ରୀ ଦେଶର ସାମଗ୍ରିକ ବିକାଶରେ ସହାୟକ ହେଉଛନ୍ତି । ଓଡ଼ିଶାର ମାନବ ସମ୍ବଳକୁ ବିନିଯୋଗ କରି ରାଜ୍ୟକୁ ଓ ଦେଶକୁ ବିକାଶ ପଥରେ ନିଆଯାଇ ପାରିବ ବୋଲି ମତ ଦେଇଛନ୍ତି ନବୀନ ପଟ୍ଟନାୟକ ।

ଏଥିସହ ସ୍ଥାୟୀ କ୍ୟାମ୍ପସର ଶିଳାନ୍ୟାସ କରି ମୋଦୀ କହିଛନ୍ତି ଯେ ଏଣିକି ଲୋକାଲ ଫର ଭୋକାଲ ନୁହେଁ ଲୋକାଲ ଫର ଗ୍ଲୋବାଲର ସମୟ । ମାନବ ସମ୍ବଳର ପରିଚାଳନା ସହିତ ଏବେ ବୈଷୟିକ ପରିଚାଳନାର ସମୟ ।ଦେଶର ଯୁବପୀଢୀ ଷ୍ଟାର୍ଟଅପ ମାଧ୍ୟମରେ କମ୍ପାନୀ ପ୍ରତିଷ୍ଠା କରୁଛନ୍ତି ଏବଂ ଏସବୁର ପରିଚାଳନା ପାଇଁ ନୂଆ ପରିଚାଳନା ଦକ୍ଷତା ଆବଶ୍ୟକ ଯାହା ସମ୍ବଲପୁର ଆଇଆଇଏମ ପରି ଅନୁଷ୍ଠାନ ପୂରଣ କରିପାରିବ । ଏଥିସହ ଇନୋଭେସନ, ଇଂଟିଗ୍ରେଟି, ଏନ୍ଥୁଜିମନେଓ ଉପରେ ଗୁରୁତ୍ୱ ଦେଇଛନ୍ତି ମୋଦୀ । ବର୍ତମାନ ସଂବଲପୁର ବୁର୍ଲା ଆଇଆଇଏମ୍ ସଂବଲପୁର ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ପରିଚାଳିତ ହେଉଛି । ନୂଆ ସ୍ଥାୟୀ କ୍ୟାମ୍ପସ ପାଇଁ ରାଜ୍ୟ ସରକାର ବସନ୍ତପୁର ଠାରେ ଜମି ଯୋଗାଇ ଦେଇଛନ୍ତି ।

from Kanak News
via <a href="https://ifttt.com/?

ଚୀନ ସହ ଚାଲିଥିବା ବିବାଦକୁ ନଜରରେ ରଖି ପ୍ରସ୍ତୁତ ହେଉଛି ଭାରତ । ‘ପାଙ୍ଗୋଙ୍ଗ’ ହ୍ରଦ ନିମନ୍ତେ ୧୨ ଟି ଦ୍ରୁତଗାମୀ ପାଟ୍ରୋଲ ବୋଟ୍ ପାଇଁ ଚୁକ୍ତି ସ୍ୱାକ୍ଷର

କନକ ବ୍ୟୁରୋ : କେବେ ବି ଚୀନ ସହ ଭାରତର ହୋଇପାରେ ଯୁଦ୍ଧ । ଏଭଳି ପରିସ୍ଥିତି ଦୀର୍ଘ ୮ ମାସ ହେବ ଲାଗି ରହିଛି । ଏହାକୁ ନେଇ ଉଭୟ ଦେଶର ସାମରିକ ବାହୀନି ଏବେ ପୁରା ପ୍ରସ୍ତୁତ ହେବାରେ ଲାଗିଛନ୍ତି । ଏହାକୁ ନଜରରେ ରଖି ଭାରତୀୟ ସେନା ବି ତା’ର ପ୍ରସ୍ତୁତିକୁ ଜୋରଦାର କରିବାରେ ଲାଗିଛି । ପୂର୍ବ ଲଦାଖର ‘ପାଙ୍ଗୋଙ୍ଗ’ ହ୍ରଦ ନିଟରେ ପାଟ୍ରୋଲିଙ୍ଗ ପାଇଁ ‘ସର୍ଭଲାନ୍ସ ଗିଅର’ ଓ ଅନ୍ୟାନ୍ୟ ଉପକରଣ ଥିବା ସ୍ୱତନ୍ତ୍ର ଭାବେ ନିର୍ମିତ ୧୨ ଟି ଦ୍ରୁତଗାମୀ ପାଟ୍ରୋଲିଙ୍ଗ ବୋଟ ନିମନ୍ତେ ଭାରତୀୟ ସେନା ବରାଦ ଦେଇଛି ।

ଏହି ବୋଟ ଓ ତା’ର ୪ ବର୍ଷର ରକ୍ଷଣାବେକ୍ଷଣ ଓ ଯନ୍ତ୍ର।ଶ ନିମନ୍ତେ ଗୁରୁବାର ଦିନ ‘ପ୍ରତିରକ୍ଷା ପିଏସ୍ୟୁ ଗୋଆ ସିପ୍୍ୟାର୍ଡ’ ସହ ସେନା ପ୍ରାୟ ୬୫ କୋଟି ଟଙ୍କାର ଚୁକ୍ତି ସ୍ୱାକ୍ଷର କରିଛି । ଜଣେ ସରକାରୀ ଅଧିକାରୀଙ୍କ କହିବା ମୁତାବକ ଚଳିତ ବର୍ଷ ମେ ମାସରେ ଏହି ବୋଟଗୁଡିକର ଡେଲିଭରି ଆରମ୍ଭ ହେବ । ସମ୍ପ୍ରତି ଥଣ୍ଡାରେ ବରଫ ପାଲଟି ଯାଇଥିବା ‘ପାଙ୍ଗୋଙ୍ଗ’ ହ୍ରଦରେ ସେଗୁଡିକର ମୁତୟନ କରାଯିବ ।
ଚୀନ୍‌ ସହ ଦୀର୍ଘକାଳୀନ ମୁକାବିଲା କରିବା ନିମନ୍ତେ ସଶସ୍ତ୍ରବାହିନୀ ପ୍ରସ୍ତୁତ ହେଉଥିବା କଥା ପାଟ୍ରୋଲିଙ୍ଗ୍‌ ବୋଟ୍‌ ପାଇଁ ଦିଆଯାଉଥିବା ବରାଦରୁ ସୂଚନା ମିଳୁଛି। ସମ୍ପ୍ରତି ‘ପାଙ୍ଗୋଙ୍ଗ୍‌’ ହ୍ରଦର ୧୩୪ କିଲୋମିଟର୍‌ ଦୀର୍ଘ ଉତ୍ତର ଓ ଦକ୍ଷିଣ ତଟରେ ଭାରତ ଓ ଚୀନ୍‌ ସେନା ମୁହାଁମୁହିଁ ହୋଇ ରହିଛନ୍ତି। ଏହି ହ୍ରଦ ତିବ୍ଦତରୁ ଭାରତ ଆଡ଼କୁ ପ୍ରସାରିତ ହୋଇଥିବାରୁ ଏହାର ଦୁଇ ତୃତୀୟାଂଶ ଚୀନ୍‌ ନିୟନ୍ତ୍ରଣରେ ରହିଛି।‘ପାଙ୍ଗୋଙ୍ଗ୍‌’ ହ୍ରଦରେ ପାଟ୍ରୋଲିଙ୍ଗ୍‌ ନିମନ୍ତେ ସେନା ପାଖରେ ଏବେ ୧୭ଟି ‘କ୍ୱିକ୍‌-ରିଆକ୍ସନ୍‌ ଟିମ୍‌’ ପାଟ୍ରୋଲିଙ୍ଗ୍‌ ବୋଟ୍‌ ରହିଛି।

from Kanak News
via <a href="https://ifttt.com/?

କାଲିଠୁ ସ୍ଥାନୀୟ ଭକ୍ତଙ୍କ ପାଇଁ ଖୋଲିବ ସମଲେଶ୍ୱରୀ ମନ୍ଦିର: କୋଭିଡ କାରଣରୁ ଦର୍ଶନ ସମୟରେ ହେଲା ପରିବର୍ତ୍ତନ; ଜାଣନ୍ତୁ ମାଆଙ୍କ ଦର୍ଶନ ବେଳାର ପୂରା ତାଲିକା

କନକ ବ୍ୟୁରୋ: ଆସନ୍ତାକାଲି ଠାରୁ ସଂବଲପୁରରେ ସ୍ଥାନୀୟ ଭକ୍ତଙ୍କ ପାଇଁ ଖୋଲିବ ମାଆ ସମଲେଶ୍ୱରୀ ମନ୍ଦିର । ପ୍ରଥମେ ସଂବଲପୁରର ସ୍ଥାନୀୟ ଲୋକ ମାଆଙ୍କ ଦର୍ଶନର ସୁବିଧା ପାଇବେ । ତେବେ କୋଭିଡ କଟକଣା କାରଣରୁ ମନ୍ଦିର ଦର୍ଶନ ସମୟରେ କିଛିଟା ପରିବର୍ତନ କରିଛି ମନ୍ଦିର ଟ୍ରେଷ୍ଟ ବୋର୍ଡ । ଆସନ୍ତାକାଲି ସକାଳ ୬ଟାରୁ ଦିନ ସାଢେ ୧୧ ଏବଂ ଅପରାହ୍ନ ୩ଟାରୁ ସଂଧ୍ୟା ସାଢେ ୭ଟା ଯାଏଁ ଦର୍ଶନ ସୁବିଧା ରହିଛି । ସମସ୍ତେ ମନ୍ଦିର ବାହାରୁ ଦର୍ଶନ କରିବେ । ଗମ୍ଭୀରା ଭିତରକୁ ପ୍ରବେଶ କରିପାରିବେ ନାହିଁ । ଆସନ୍ତାକାଲି ଠାରୁ ୫ ଦିନ ପାଇଁ ସଂବଲପୁର ବାସିନ୍ଦାଙ୍କୁ ମାଆ ସମଲେଶ୍ୱରୀଙ୍କ ଦର୍ଶନ କରିପାରିବେ ।

ସେହିଭଳି ଆସନ୍ତାକାଲି ଅର୍ଥାତ୍ ଜାନୁଆରି ୩ ତାରିଖରେ ଶ୍ରୀମନ୍ଦିରରେ ଆରମ୍ଭ ହେବ ସର୍ବସାଧାରଣ ଦର୍ଶନ । ନୂଆବର୍ଷରେ ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ମୁଖ୍ୟ ପ୍ରଶାସକ କ୍ରିଷନ କୁମାର । ସମୀକ୍ଷା କରିବା ପରେ କ୍ରିଷନ କୁମାର କହିଛନ୍ତି, ୩ ତାରିଖରୁ ଦୈନିକ ପ୍ରାୟ ୧୫ରୁ ୧୭ ହଜାର ଭକ୍ତ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ । ଏଥିରେ କୌଣସି ସମସ୍ୟା ହେବ ନାହିଁ । ପୂର୍ବରୁ ୫ ହଜାର ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ କୁହାଯାଇଥିଲା । ତେବେ ପରୀକ୍ଷା ମୂଳକ ଭାବେ ପୁରୀବାସୀଙ୍କ ଦର୍ଶନ ପରେ ଅନେକ ଅଭିଜ୍ଞତା ହୋଇଥିବା କହିଛନ୍ତି ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ । ଶୃଙ୍ଖଳିତ ଭାବେ ଦର୍ଶନ କରିଥିବାରୁ ପୁରୀବାସୀଙ୍କୁ ଧନ୍ୟବାଦ ଦେବା ସହ କ୍ରିଷନ କୁମାର କହିଛନ୍ତି ଫେବ୍ରୁଆରି ମାସରୁ ଦର୍ଶନ ବ୍ୟବସ୍ଥାକୁ ଆହୁରି କୋହଳ କରାଯିବ ।

from Kanak News
via <a href="https://ifttt.com/?

ଓଡିଶାରେ କରୋନା ଟିକାର ଡ୍ରାଏ ରନ୍: କ୍ୟାପିଟାଲ ହସ୍ପିଟାଲରେ ବ୍ୟବସ୍ଥାର ତଦାରଖ କଲେ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ; ରାଜ୍ୟର ୩୧ଟି ସ୍ଥାନରେ ଟିକାକରଣର ପ୍ରାକ୍ ଅଭ୍ୟାସ

କନକ ବ୍ୟୁରୋ: ଆଜିଠାରୁ ସାରା ଦେଶରେ କରୋନା ଟିକାର ଡ୍ରାଏ ରନ୍ ହୋଇଛି । ଏହିକ୍ରମରେ ଓଡିଶାରେ ମଧ୍ୟ କୋଭିଡ୍ ଟିକାର ଡ୍ରାଏ ରନ୍ ହୋଇଛି । ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ସମେତ ରାଜ୍ୟର ୩୦ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଟିକାକରଣର ପ୍ରାକ ଅଭ୍ୟାସ କରାଯାଇଛି । ଦେଶରେ ଓଡ଼ିଶା କେବଳ ଗୋଟିଏ ରାଜ୍ୟ ଯେଉଁଠାରେ ସବୁ ଜିଲ୍ଲାରେ ଡ୍ରାଏ ରନ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର । ଏଥିପାଇଁ ସମସ୍ତ ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀଙ୍କୁ ଏସଓପି ପ୍ରଦାନ କରାଯାଇଥିଲା । କ୍ୟାପିଟାଲ ହସ୍ପିଟାଲ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପାଇଁ କୋ ୱିନ୍ ୱେବ୍ ପୋର୍ଟାଲରେ ୟୁଜର ଆଇଡି ପ୍ରସ୍ତୁତ କରାଯାଇଛି ।

ପ୍ରତ୍ୟକ ଟିକାକରଣ କେନ୍ଦ୍ରରେ ଜଣେ ଭ୍ୟାକ୍ସିନେଟରଙ୍କୁ ମିଶାଇ ୫ ଜଣ ଉପସ୍ଥିତ ଅଛନ୍ତି । ୨୫ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ସାମିଲ କରାଯାଇଛି । ଗୋଟିଏ ଟିକାକରଣ କେନ୍ଦ୍ର, ଟିକାକରଣ ଗୃହ ଓ ଗୋଟିଏ ନିରୀକ୍ଷଣ ଗୃହ ରହିଛି । ଟିକା ନେଉଥିବା ବ୍ୟକ୍ତିଙ୍କୁ ଅଧଘଂଟା ପାଇଁ ନିରୀକ୍ଷଣରେ ରଖାଯିବ । ଡ୍ରାଏ ରନ୍ ସମୟରେ କୋଭିଡର ସମସ୍ତ ନିୟମ ପାଳନ କରାଯିବାକୁ ନିର୍ଦ୍ଦେଶ ରହିଛି । ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀଙ୍କ ସମେତ ଅଙ୍ଗନବାଡି କର୍ମୀ ଓ ବୟସ୍ତ ବ୍ୟକ୍ତିଙ୍କୁ ଟିକା ଦେବା ଲାଗି ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ୩ ଲକ୍ଷ ୨୦ ହଜାର ଲୋକଙ୍କୁ ଟିକାଦାନ ପାଇଁ ପ୍ରାଥମିକ ତାଲିକା ପ୍ରସ୍ତୁତ ହୋଇଛି । ଏଥିରେ ପରବର୍ତି ସମୟରେ ଆଉ ୫ ହଜାର ସ୍ୱାସ୍ଥ୍ୟକର୍ମୀ ସାମିଲ ହୋଇଛନ୍ତି ।

ଅନ୍ୟପଟେ, ଆଜି ସାରା ଦେଶରେ କରୋନା ଟିକାକରଣର ଡ୍ରାଏ ରନ୍ । ସକାଳ ୧୦ଟାରୁ ଅପରାହ୍ନ ୪ଟା ଯାଏଁ ଚାଲିବ ଏହି ଡ୍ରାଏ ରନ୍ । ଦେଶରେ କରୋନା ଭାକସିନର କିପରି କରାଯିବ ଟିକାକରଣର ପୁରା ପ୍ରକ୍ରିୟା, ଏହି ଡ୍ରାଏ ରନ୍ ଜରିଆରେ ବ୍ୟବସ୍ଥା ତଦାରଖ କରାଯିବା ମୁଖ୍ୟ ଉଦ୍ଦେଶ୍ୟ ରହିଛି । ଟିକା ଭଣ୍ଡାରରୁ ଯାଇ ଟିକାକରଣ କେନ୍ଦ୍ରରେ ପହଁଚିବା, ଟିକାଦାନ ଓ ଏହାର ପରବର୍ତି ବ୍ୟବସ୍ଥା ତଦାରଖ ପାଇଁ ପୁରା ନକସା ପ୍ରସ୍ତୁତ ହୋଇଛି । ଏଥିନେଇ ସ୍ୱତନ୍ତ୍ର ଏସଓପି ମଧ୍ୟ ଜାରି ହୋଇଛି । ଦିଲ୍ଲୀରେ ତିନୋଟି ସେଂଟରରେ କରାଯାଉଛି ଡ୍ରାଏ ରନ୍ । ଦିଲ୍ଲୀର ଦ୍ୱାରକା ଜିଲ୍ଲାର ଭେଙ୍କଟେଶ୍ୱର ହସ୍ପିଟାଲ, ଦରିୟାଗଂଜ ଡିସପେନସରୀ ଏବଂ ଶାହଦରା ଜିଲ୍ଲାର ଦିଲସାନ୍ ଗାର୍ଡେନ ଡାକ୍ତରଖାନାକୁ ଚୟନ କରାଯାଇଛି ।

ସେହିପରି ଉତରପ୍ରଦେଶର ଲଖନୌର ସହରା ଡାକ୍ତରଖାନା, ଆରଏମଏଲ ଡାକ୍ତରଖାନା, କେଜିଏମୟୁ ଡାକ୍ତରଖାନା ଏବଂ ଏସଜିପିଜିଆଇ ସମେତ ୬ଟା ଡାକ୍ତରଖାନାରେ ହେବ ଡ୍ରାଏ ରନ୍ । ଝାଡଖଣ୍ଡରେ ୫ଟି ଜିଲ୍ଲା ଡାକ୍ତରଖାନା, ଜାମ୍ମୁକାଶ୍ମୀରର ୩ଟି ଜିଲ୍ଲା ଡାକ୍ତରଖାନା, କେରଳର ୪ଟି ଜିଲ୍ଲା ଡାକ୍ତରଖାନା, କର୍ଣ୍ଣାଟକର ୫ଟି ଜିଲ୍ଲା ଡାକ୍ତରଖାନାରେ କରୋନା ଟିକାକରଣର ଡ୍ରାଏ ରନ୍ କରାଯାଇଛି । ଏହି କ୍ରମରେ ସାରା ଦେଶରେ ମୋଟ୍ ୧୧୬ ଟି ଜିଲ୍ଲାର ୨୫୯ ଟି କେନ୍ଦ୍ରରେ ଆଜି ଏହି ଡ୍ରାଏ ରନ୍ କରାଯିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।

from Kanak News
via <a href="https://ifttt.com/?

ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ଗୃହମନ୍ତ୍ରୀ ସର୍ଦ୍ଦାର ବୁଟା ସିଂଙ୍କ ଦେହାନ୍ତ । ଦୀର୍ଘଦିନ ଅସୁସ୍ଥ ରହିବା ପରେ ୮୬ ବର୍ଷ ବୟସରେ ତାଙ୍କର ପରଲୋକ ।

କନକ ବ୍ୟୁରୋ : ପୂର୍ବତନ କେନ୍ଦ୍ର ଗୃହମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ସର୍ଦ୍ଦାର ବୁଟା ସିଂଙ୍କର ଆଜି ଦେହାନ୍ତ ହୋଇଛି । ସେ ଦୀର୍ଘଦିନ ଧରି ଶାରିରୀକ  ଅସୁସ୍ଥତା କାରଣରୁ ଚିକିତ୍ସିତ ହେଉଥିଲେ । ଆଜି (ଶନିବାର) ୮୬ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ସେ ପଞ୍ଜାବର ଜଳନ୍ଧର ଜିଲ୍ଲାରେ ମୁସ୍ତାଫାପୁର ଗ୍ରାମରେ ୧୯୩୪ ମସିହା ମାର୍ଚ୍ଚ ୨୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ବୁଟା ସିଂ ତାଙ୍କ ରାଜନୈତିକ କ୍ୟାରିୟର ମଧ୍ୟରେ ୮ ଥର ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । ସେ ତାଙ୍କର ଲମ୍ବା ରାଜନୈତିକ ଜୀବନ କାଳରେ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଗୃହମନ୍ତ୍ରୀ, କୃଷି ମନ୍ତ୍ରୀ, ରେଳ ମନ୍ତ୍ରୀ ଓ କ୍ରିଡାମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଛନ୍ତି ।
ସେ ଜଣେ ଦଳିତ ନେତା ଭାବେ ବେସ୍ ପରିଚିତ ଥିଲେ । ପଞ୍ଜାବରେ ତାଙ୍କୁ ଦଳିତ ମାନଙ୍କର ମସିହା ଭାବେ ଲୋକମାନେ ମାନୁଥିଲେ । ସେ କଂଗ୍ରେସ ଦଳ ସହିତ ରାଜନୀତିରେ ଯୋଡି ହୋଇ ଶେଷ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ । ନେହେରୁ ପରିବାରରୁ ଗାନ୍ଧୀ ପରିବାର ପର୍ଯ୍ୟନ୍ତ ତାଙ୍କର ବେସ୍ ଭଲ ସଂପର୍କ ରହିଥିଲା । ସେ ତାଙ୍କର ଦୀର୍ଘ ରାଜନୈତିକ କାର୍ଯ୍ୟକାଳ ମଧ୍ୟରେ କେନ୍ଦ୍ରରେ ବିଭିନ୍ନ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇବା ପରେ ତାଙ୍କୁ କଂଗ୍ରେସ ସରକାର ବିହାରର ରାଜ୍ୟପାଳ ଭାବେ ଅବସ୍ଥାପିତ କରାଇଥିଲେ । ଏହା ବ୍ୟତିତ ସେ ରାଷ୍ଟୀୟ ଅନୁସୂଚିତ ଜାତି ଆୟୋଗର ଅଧ୍ୟକ୍ଷ ଭାବେ ବି କାର୍ଯ୍ୟ କରିଛନ୍ତି । ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ପୁରା ପଞ୍ଜାବରେ ଶୋକର ଛାୟା ଖେଳି ଯାଇଛି । ବହୁ ବରିଷ୍ଠ କଂଗ୍ରେସ ନେତା ତାଙ୍କ ଶୋକସନ୍ତପ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।

from Kanak News
via <a href="https://ifttt.com/?

ଅସହ୍ୟ ହେଲାଣି କୃଷକ ଆନ୍ଦୋଳନ । ଗାଜିପୁର ସୀମାରେ ଆନ୍ଦୋଳନରତ କୃଷକ ମାନଙ୍କ ମଧ୍ୟରୁ ଜଣେ ଶୌଚାଳୟରେ ଫାଶି ଲଗାଇ ଆତ୍ମହତ୍ୟା । କୃଷକ ନେତା କହିଲେ ଭାବନାତ୍ମକ ରୂପ ନେଲାଣି ଆନ୍ଦୋଳନ ।

କନକ ବ୍ୟୁରୋ : ଅସହ୍ୟ ହେଲାଣି ଚାଷୀ ଆନ୍ଦୋଳନ । ୩୮ ଦିନର ଆନ୍ଦୋଳନରେ ପାଖା ପାଖି ୪୫ ଜଣ କୃଷକଙ୍କ ଦେହାନ୍ତ ହୋଇସାରିଲାଣି । ଅତିରିକ୍ତ ଥଣ୍ଡା, ଅସ୍ୱଭାବିକ ଜୀବନ ଶୈଳୀ ଫଳରେ ଆନ୍ଦୋଳନ ସ୍ଥଳରେ ଜଣଙ୍କ ପରେ ଜଣେ ଚାଷୀଙ୍କ ଜୀବନ ଯାଉଛି । ହେଲେ ଶନିବାର ସକାଳେ ଜଣେ କୃଷକଙ୍କ ଆତ୍ମହତ୍ୟାକୁ ନେଇ ପୁରା ଆନ୍ଦୋଳନ ସ୍ଥଳରେ ଶୋକର ଛାୟା ଖେଳିଯାଇଛି । ସୂଚନା ମିଳିଛି କି ଗାଜିପୁର ସୀମା ନିକଟ ଧାରଣା ପ୍ରଦର୍ଶନ ସ୍ଥଳୀ ପାଖରେ ଥିବା ଏକ ଶୌଚାଳୟ ଭିତରେ ଚାଷୀ ଜଣଙ୍କ ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି ।
ତାଙ୍କ ଆତ୍ମହତ୍ୟା ଖବର ପ୍ରଚାରିତ ହେବା ପରେ କିଷାନ ୟୁନିୟନର ନେତା ରାକେଶ ଟିକାୟତ କହିଛନ୍ତି କି କୃଷକ ଆନ୍ଦୋଳନ ଏବେ ଭାବନାତ୍ମକ ରୂପ ସହିତ ଯୋଡି ହୋଇସାରିଛି । ଗୋଟିଏପଟେ ସରକାର ତାଙ୍କ ଜିଦ୍ ରେ ଅଟଳ ରହିବା ଯୋଗୁ କୃଷକମାନେ ସେମାନଙ୍କର ଭବିଷ୍ୟତକୁ ନେଇ ସନ୍ଦିହାନ ହୋଇପଡିଲେଣି । ଯାହା ଫଳରେ ଏବେ ଆମକୁ ଏଭଳି ଘଟଣାକୁ ସାମ୍ନା କରିବାକୁ ପଡୁଛି । ଏନେଇ ଭାବୁକ ହୋଇପଡିଥିଲେ ଟିକାୟତ । ସେ ଆହୁରି କହିଛନ୍ତି କି ଯଦି ସରକାର ଏଭଳି ଜିଦ୍ ରେ ଅଟଳ ରହନ୍ତି ତାହେଲେ କୃଷକମାନେ ସରକାରକୁ ମାଟିରେ ମିଶାଇ ଦେବେ ।
କହିରଖୁ କି ଆତ୍ମହତ୍ୟା କରିଥିବା କୃଷକଙ୍କ ପକେଟରୁ ଏକ ଚିଠି ମିଳିଛି । ଏହି ଚିଠିରୁ ଯାହା ସନ୍ଧାନ ମିଳିଛି କୃଷକ ଜଣକ ପଶିୟାପୁର ଅଞ୍ଚଳର । ତାଙ୍କ ମୃତ୍ୟୁ ପରେ ରାକେଶ ଟିକାୟତ ପୁରା ଗମ୍ଭୀର ହୋଇପଡିଛନ୍ତି । ସେ କହିଛନ୍ତି କି ଯେତେବେଳେ ପର୍ଯ୍ୟନ୍ତ ସରକାର କୃଷକ ମାନଙ୍କର ଦାବି ଶୁଣି ନାହାନ୍ତି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ । ଅନ୍ୟପଟେ ଆସନ୍ତା ୪ ତାରିଖରେ ସରକାର ଓ କୃଷକ ମାନଙ୍କ ମଧ୍ୟରେ ହେବାକୁ ଥିବା ଆଲୋଚନା ଯଦି ସଫଳ ନହୁଏ ତାହେଲେ ୫ ତାରିଖ ଠାରୁ ଦେଶର ସମସ୍ତ ପେଟ୍ରୋଲ ପମ୍ପ ଓ ମଲ ଗୁଡିକୁ ବନ୍ଦ କରିବାକୁ ଚେତାବନୀ ଦେଇଛନ୍ତି କୃଷକ ସଂଗଠନ ମାନେ ।

from Kanak News
via <a href="https://ifttt.com/?

ଭିଜିଲାନ୍ସ ରିପୋର୍ଟ କାର୍ଡ : ୨୦୨୦ରେ ଧରାପଡ଼ିଛନ୍ତି ୪୦୦ ସରକାରୀ ବାବୁ; ୧୮୭ ଗିରଫ, ୧୫ ଜଣ ଚାକିରିରୁ ବିଦା

କନକ ବ୍ୟୁରୋ : ୨୦୨୦ ବର୍ଷରେ ପାଖାପାଖି ୪୦୦ ଜଣ ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀ ଓ ଅଧିକାରୀ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସେମାନଙ୍କ ମଧ୍ୟରୁ କେବଳ ୧୧୩ ଜଣ ଲାଞ୍ଚ ନେଉଥିବାବେଳେ ଧରାପଡ଼ିଛନ୍ତି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ୯୩ଜଣ ଓ ଅର୍ଥ ଆତ୍ମସାତ୍‌ କରିବା ମାମଲାରେ ୯୯ ଜଣ ସରକାରୀ କର୍ମଚାରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଚଳିତବର୍ଷ ମୋଟ ୧୮୭ ଜଣଙ୍କୁ ଭିଜିଲାନ୍ସ ଗିରଫ କରିଥିଲାବେଳେ ସେମାନଙ୍କ ମଧ୍ୟରେ ରହିଛନ୍ତି ୩୪ ଜଣ ପ୍ରଥମ ଶ୍ରେଣୀ ଅଧିକାରୀ, ୨୮ଜଣ ଦ୍ବିତୀୟ ଶ୍ରେଣୀ ଅଧିକାରୀ, ୧୦୬ ତୃତୀୟ ଶ୍ରେଣୀ କର୍ମଚାରୀ, ୬ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀ, ୫ଜଣ ଅନ୍ୟାନ୍ୟ ସରକାରୀ କର୍ମଚାରୀ ଓ ୮ଜଣ ଘରୋଇ କର୍ମଚାରୀ। ଏହାବ୍ୟତୀତ ୨୦୨୦ରେ ଲୋକାୟୁକ୍ତଙ୍କ ନିର୍ଦ୍ଦେଶ ଆଧାରରେ ଭିଜିଲାନ୍ସ ପକ୍ଷରୁ ୫୪ଟି ମାମଲାର ଯାଞ୍ଚ କରାଯାଇଥିବା ସୂଚନା ଦିଆଯାଇଛି। ଅନ୍ୟପଟେ କିନ୍ତୁ ଭିଜିଲାନ୍ସ ମାମଲାରେ ଦୋଷୀ ସାବ୍ୟସ୍ତ ହାର ୪୬ ପ୍ରତିଶତ ରହିଛି।

ଏହି ବର୍ଷରେ ରାଜ୍ୟ ଭିଜିଲାନ୍ସ ପକ୍ଷରୁ ମୋଟ ୩୮୧ ଜଣଙ୍କ ବିରୋଧରେ ୨୪୫ ଅପରାଧିକ ମାମଲା ରୁଜୁ କରାଯାଇଛି। ସେମାନଙ୍କ ମଧ୍ୟରେ ୫୩ଜଣ ପ୍ରଥମ ଶ୍ରେଣୀ, ୩୭ଜଣ ଦ୍ବିତୀୟ ଶ୍ରେଣୀ ଅଧିକାରୀ, ୧୮୪ ତୃତୀୟ ଶ୍ରେଣୀ କର୍ମଚାରୀ, ୫ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀ, ୨୬ଜଣ ଅନ୍ୟାନ୍ୟ ସରକାରୀ କର୍ମଚାରୀ ଓ ୭୬ଜଣ ଘରୋଇ ବ୍ୟକ୍ତିଙ୍କ ନାମରେ ମାମଲା ରୁଜୁ କରାଯାଇଛି। ସେହିପରି ୨୪୫ଟି ଆୟ ବର୍ହିଭୂତ ସମ୍ପତ୍ତି ମାମଲା ରୁଜୁ ହୋଇଥିଲାବେଳେ ସେମାନଙ୍କ ମଧ୍ୟରେ ୯୩ ସରକାରୀ କର୍ମଚାରୀ ଓ ୪୫ଜଣ ଘରୋଇ କର୍ମଚାରୀ ଅଛନ୍ତି। ସରକାରୀ କର୍ମଚାରୀଙ୍କ ପାଖରୁ ୧୨୩.୯୧ କୋଟି ଟଙ୍କାର ଆୟବର୍ହିଭୂତ ସମ୍ପତ୍ତି ଠାବ କରାଯାଇଛି। ୯୩ଟି ମାମଲା ମଧ୍ୟରୁ ୩୬ଟି ମାମଲାରେ ସମ୍ପତ୍ତି ୧କୋଟି ପାର‌୍‌ କରିଯାଇଥିଲାବେଳେ ୪ଟି ମାମଲାରେ ୪କୋଟିରୁ ଅଧିକ ଟଙ୍କାର ସଂପତ୍ତି ଠାବ ହୋଇଛି। ତେବ ମୋଟ ପଞ୍ଜୀକୃତ ମାମଲା ମଧ୍ୟରେ ପ୍ରଥମ ଶ୍ରେଣୀ ଅଧିକାରୀ ୨୪ଜଣ ଓ ଦ୍ବିତୀୟ ଶ୍ରେଣୀ ଅଧିକାରୀ ୧୯ ଜଣ ରହିଛନ୍ତି।

ଚଳିତବର୍ଷ ଆଇଏଫ୍‌ଏସ୍‌ ଅଧିକାରୀ ଅଭୟକାନ୍ତ ପାଠକଙ୍କ ବିରୋଧରେ ୯.୩୫ କୋଟି ଟଙ୍କାର ଆୟ ବର୍ହିଭୂତ ସମ୍ପତ୍ତି ମାମଲା ସବୁଠୁ ବଡ ସର୍ଚ୍ଚ ଅପରେସନ୍‌ ହୋଇଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି। ଏଥିରେ ୧୫୦ ଭିଜିଲାନ୍ସ ଅଧିକାରୀ ଓ କର୍ମଚାରୀମାନେ ୪ଟି ରାଜ୍ୟକୁ ଯାଇ ସର୍ଚ୍ଚ ଅପରେସନ୍‌ରେ ସାମିଲ ହୋଇଥିଲେ। ୮ଜଣ ପ୍ରଥମ ଶ୍ରେଣୀ ଓ ଦ୍ବିତୀୟ ଶ୍ରେଣୀ ଅଧିକାରୀଙ୍କୁ ଟଙ୍କା ନେଇ ଯାଉଥିବାବେଳେ ଭିଜିଲାନ୍ସ ପକ୍ଷରୁ ଧରାପଡ଼ିଛନ୍ତି। ସେମାନଙ୍କଠାରୁ ମୋଟ ୨୬ଲକ୍ଷ ୯୫ହଜାର ୪୪୦ ଟଙ୍କା ଜବତ କରାଯାଇଛି। ସେହିପରି ଲାଞ୍ଚ ନେଉଥିବାବେଳେ ୧୧୩ ଜଣ ସରକାରୀ କର୍ମଚାରୀ ଓ ୨ଜଣ ଘରୋଇ ବ୍ୟକ୍ତିଙ୍କୁ ଭିଜିଲାନ୍ସ ଧରିଥିଲା। ସେମାନଙ୍କ ମଧ୍ୟରେ ୯ଜଣ ପ୍ରଥମ ଶ୍ରେଣୀ ଓ ୧୬ଜଣ ଦ୍ବିତୀୟ ଶ୍ରେଣୀ ଅଧିକାରୀ, ୮୦ଜଣ ତୃତୀୟ ଶ୍ରେଣୀ କର୍ମଚାରୀ, ୪ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀ, ୪ଜଣ ଅନ୍ୟ ସରକାରୀ କର୍ମଚାରୀ ଓ ୨ଜଣ ଘରୋଇ ବ୍ୟକ୍ତି ମୋଟ ୧୬.୬୨ଲକ୍ଷ ଟଙ୍କା ଲାଞ୍ଚ ନେଉଥିବାବେଳେ ଧରାପଡ଼ିଛନ୍ତି ।

ଅର୍ଥ ଆତ୍ମସାତ୍‌ କରିବା ମାମଲାରେ ୧୨୮ଜଣଙ୍କ ବିରୋଧରେ ୪୯ଟି ମାମଲା ରୁଜୁ ହୋଇଛି। ସେମାନଙ୍କ ମଧ୍ୟରେ ୯୯ଜଣ ସରକାରୀ କର୍ମଚାରୀ ଓ ୨୯ଜଣ ଘରୋଇ ବ୍ୟକ୍ତି ଅନ୍ତର୍ଭୁକ୍ତ। ଏମାନେ ମୋଟ ୧୫.୮୩ କୋଟି ଟଙ୍କା ସରକାରୀ ପାଣ୍ଠିରୁ ଅର୍ଥ ଆତ୍ମସାତ୍‌ କରିଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି। ଏହି ବର୍ଷରେ ୩୬ଜଣ ପ୍ରଥମ ଶ୍ରେଣୀ, ୩୩ଜଣ ଦ୍ବିତୀୟ ଶ୍ରେଣୀ, ୧୪୯ଜଣ ତୃତୀୟ ଶ୍ରେଣୀ, ୭ଜଣ ଚତୁର୍ଥ ଣେଣୀ, ୧୦ଜଣ ଅନ୍ୟ ସରକାରୀ କର୍ମଚାରୀ ଓ ୧୨ଜଣ ଘରୋଇ ବ୍ୟକ୍ତିଙ୍କ ବିରୋଧରେ ଦୁର୍ନୀତି ମାମଲାକୁ ନେଇ ତଦନ୍ତ କରାଯାଇଥିଲା। ସେଥିମଧ୍ୟରୁ ୧୨୯ଟି ମାମଲାର ତଦନ୍ତ ଶେଷ ହୋଇଛି। ଏହାଭିତରୁ ୬୫ଟି ମାମଲାର ତଦନ୍ତକୁ ସେମାନଙ୍କ ନିଜନିଜ ବିଭାଗକୁ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ପଠାଇ ଦିଆଯାଇଛି ଏବ˚ ୧୦୭ ମାମଲାକୁ ଅପରାଧିକ ମାମଲାରେ ପରିବର୍ତ୍ତନ କରାଯାଇଛି।

୨୦୨୦ରେ ୧୬୧ଟି ମାମଲାର ତଦନ୍ତ ଶେଷ ହୋଇ ୧୫୩ଟି ମାମଲାରେ କୋର୍ଟରେ ଚାର୍ଜସିଟ୍‌ ଦାଖଲ କରାଯାଇଛି। ୨୦୪ଜଣ ବ୍ୟକ୍ତିଙ୍କ ବିରୋଧରେ ଏହି ଚାର୍ଜସିଟ୍‌ ଦାଖଲ ହୋଇଛି। ଯାହାଫଳରେ ଚାର୍ଜସିଟ୍‌ ଦାଖଲ କରିବାର ହାର ୯୫ ପ୍ରତିଶତକୁ ବୃଦ୍ଧି ପାଇଛି। ଏହି ବର୍ଷରେ ୧୬ଟି ମାମଲାରେ କୋର୍ଟ ଦଣ୍ତାଦେଶ ଶୁଣାଇଛନ୍ତି। ଏଥିଯୋଗୁଁ ଦଣ୍ତବିଧାନ ହାର ୪୬ ପ୍ରତିଶତକୁ ବଢିଛି। ୧୫ଜଣ ସରକାରୀ କର୍ମଚାରୀଙ୍କ ବିରୋଧରେ ଦଣ୍ତବିଧାନ ହୋଇଥିବାରୁ ସେମାନଙ୍କୁ ଚାକିରି ହରାଇବାକୁ ପଡ଼ିଛି। ଅନ୍ୟପକ୍ଷରେ ୧୬ଜଣ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ଦୁର୍ନୀତି ମାମଲାରେ ଦୋଷୀସାବ୍ୟସ୍ତ କରାଯାଇଥିବାରୁ ସେମାନଙ୍କ ପେନସନ୍‌ ବନ୍ଦ କରିଦିଆଯାଇଛି। ଏହି ବର୍ଷରେ ଫରେଷ୍ଟ ଵିଙ୍ଗ ପକ୍ଷରୁ ସ୍ଥାନୀୟ ବନ କର୍ମଚାରୀଙ୍କ ସହଯୋଗରେ ୯୬ଟି ଚଢାଉ କରାଯାଇଛି। ଚଢଉରେ ପାଖାପାଖି ୩.୨୫ କୋଟି ଟଙ୍କା ମୂଲ୍ୟର କାଠ, ଯନ୍ତ୍ରା˚ଶ, ଗାଡ଼ି ଇତ୍ୟାଦି ଜବତ ହୋଇଛି। ୧୭ ଜଣଙ୍କ ନାମରେ ମାମଲା ରୁଜୁ ହୋଇଥିବା ସୂଚନା ଦିଆଯାଇଛି।

from Kanak News
via <a href="https://ifttt.com/?

Design a site like this with WordPress.com
Get started