ସାବଧାନ ! ଟିକା ନାଁରେ ବଢ଼ିଲାଣି ସାଇବର୍‌ ଠକେଇ । ଟିକାପାଇଁ ପଂଜୀକରଣ କରିବାକୁ କହି କଲ୍‌ କରି ମାଗୁଛନ୍ତି ଆଧାର, ବ୍ୟାଙ୍କ୍‌ ଆକାଉଣ୍ଟ୍‌ ନମ୍ବର

ଟିକା ନାଁରେ ସାଇବର୍‌ ଠକେଇ ବଢ଼ିଲାଣି । ମଧ୍ୟପ୍ରଦେଶ ପରେ ଏବେ ଉତ୍ତରପ୍ରଦେଶରେ ବି ସାଇବର୍‌ ଠକେଇ ଆରମ୍ଭ ହୋଇଯାଇଛି। ଟିକା ପାଇଁ ପଂଜିକରଣ କରିବାକୁ କହି କିଛି ସାଇବର୍‌ ଠକ ଉତ୍ତରପ୍ରଦେଶ ବାସିନ୍ଦାଙ୍କୁ ଫୋନ୍‌ କରୁଛନ୍ତି ଏବଂ ସେମାନଙ୍କ ଆଧାର ନମ୍ବର ସହ ବ୍ୟାଙ୍କ୍‌ ଆକାଉଣ୍ଟ୍‌ ନମ୍ବର ମାଗୁଛନ୍ତି ।

ଉତ୍ତରପ୍ରଦେଶର ଗୋରଖପୁର, ଦେଓରିଆ, ବସ୍ତି, ମଉ, ଗାଜିପୁର ଏବଂ ପ୍ରତାପଗଡ଼ରେ ଅନେକ ସଂଖ୍ୟାରେ ଲୋକ ଏନେଇ କିଛି ସାଇବର୍‌ ଅପରାଧିଙ୍କ କଲ୍‌ ପାଇଛନ୍ତି। ସେମାନେ କଲ୍‌ କରି ଆଧାର ନମ୍ବର, ବ୍ୟାଙ୍କ୍‌ ଆକାଉଣ୍ଟ୍‌ ଏବଂ ଇନସୁରାନ୍ସ ପଲିସି ତଥ୍ୟ ବିସ୍ତୃତ ଭାବେ ମାଗୁଛନ୍ତି। ତେବେ ପୁଲିସ ଏନେଇ ଲୋକମାନଙ୍କୁ ସଚେତନ କରାଇଛନ୍ତି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଟିକାକରଣ ପାଇଁ କୌଣସି କଲ୍‌ କରାଯାଉ ନାହିଁ ବୋଲି କୁହାଯାଇଛି।

ଉଲ୍ଲେଖଯୋଗ୍ୟ , ଜାନୁଆରି ତୃତୀୟ ସପ୍ତାହରେ ଆଗଧାଡ଼ିର କରୋନା ଯୋଦ୍ଧାଙ୍କୁ ଟିକା ମିଳିବ ବୋଲି ଜଣେ ବରିଷ୍ଠ ସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି। ତେବେ ଟିକା ପାଇଁ ନାମ ପଂଜୀକରଣ କରିବା ନାଁରେ ସାଇବର୍‌ ଠକେଇର ଶିକାର ନହେବାପାଇଁ ଲୋକମାନଙ୍କୁ ସଚେତନ କରାଯାଇଛି। ଟିକାକରଣ ପ୍ରକ୍ରିୟା କେବେ ଆରମ୍ଭ ହେବ ସେନେଇ ଜନସାଧାରଣଙ୍କୁ ଅବଗତ କରାଯିବ ବୋଲି ସେ କହିଛନ୍ତି।

from Kanak News
via <a href="https://ifttt.com/?

ବୁର୍ଲା ଆଇଆଇଏମର ସ୍ଥାୟୀ କ୍ୟାମ୍ପସ ପାଇଁ ଆଜି ହେବ ଭିତ୍ତିପ୍ରସ୍ତର ସ୍ଥାପନ : ଭିଡିଓ କନଫରେସିଂ ମାଧ୍ୟମରେ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

କନକ ବ୍ୟୁରୋ : ଆଜି ସଂବଲପୁର ବୁର୍ଲା ଆଇଆଇଏମର ସ୍ଥାୟୀ କ୍ୟାମ୍ପସର ଶିଳାନ୍ୟାସ ହେବ । ନୂଆ କ୍ୟାମ୍ପସର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦିନ ୧୧ଟା ସମୟରେ ଭର୍ଚୁଆଲ୍ ସିଷ୍ଟମରେ ଏହାକୁ ଶିଳାନ୍ୟାସ କରିବେ ମୋଦି । ବର୍ତମାନ ସଂବଲପୁର ବୁର୍ଲା ଆଇଆଇଏମ୍ ସଂବଲପୁର ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ପରିଚାଳିତ ହେଉଛି ।

ନୂଆ ସ୍ଥାୟୀ କ୍ୟାମ୍ପସ ପାଇଁ ରାଜ୍ୟ ସରକାର ବସନ୍ତପୁର ଠାରେ ଜମି ଯୋଗାଇ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରୀୟାଲ୍ ନିଶଙ୍କ ଯୋଡି ହେବେ । ସେହିପରି ୫ ହଜାରରୁ ଅଧିକ ବିଶିଷ୍ଟ ବ୍ୟକ୍ତି ଭର୍ଚୁଆଲ୍ ମାଧ୍ୟମରେ ଯୋଡି ହେବେ ।

from Kanak News
via <a href="https://ifttt.com/?

ସ୍କୁଲ ସମୟ ପରେ ଛାତ୍ରଛାତ୍ରୀଙ୍କ ଘରେ ପାଠପଢ଼ାକୁ ପହଞ୍ଚାଇବୁ: ବିକାଶ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନ୍ସର ଅଧ୍ୟକ୍ଷ ଦଶାରୀ ମୂରଲୀ କ୍ରିଷ୍ଣା

କନକ ବ୍ୟୁରୋ: ମହାମାରୀ ସମୟରେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଜାରି ରଖିବା ଏକ ବଡ଼ ଆହ୍ବାନ ହୋଇ ଉଭା ହୋଇଥିଲା। ସେଥିପାଇଁ ଶିକ୍ଷାନୁଷ୍ଠାନଗୁଡ଼ିକ ନିଜକୁ ପ୍ରସ୍ତୁତ କରିବା ଲାଗି ଯଥା ସମ୍ଭବ ଉଦ୍ୟମ କରିଛନ୍ତି। ଅନଲାଇନ୍ ପାଠପଢ଼ା, ଶିକ୍ଷାଦାନରେ ପ୍ରଯୁକ୍ତିର ବ୍ୟବହାର ଏବଂ ନିଜ ଅନୁଷ୍ଠାନ ସମ୍ପର୍କରେ ବିକାଶ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନ୍ସର ଅଧ୍ୟକ୍ଷ ଦଶାରୀ ମୂରଲୀ କ୍ରିଷ୍ଣା ଯାହା କହିଛନ୍ତି ତାହା ଏଠାରେ ଉପସ୍ଥାପନ କରାଯାଇଛି

ଓଡ଼ିଶାର ଛାତ୍ରଛାତ୍ରୀଙ୍କ ପାଇଁ ଅନ୍‌ଲାଇନ୍‌ ପାଠପଢ଼ା କେତେ ପ୍ରଭାବଶାଳୀ?

କୋଭିଡ୍ ସମୟରେ ଶିକ୍ଷା କ୍ଷେତ୍ର ଲାଗି କେବଳ ଅନ୍‌ଲାଇନ୍‌ ପାଠପଢ଼ା ବିକଳ୍ପ ହିଁ ରହିଥିଲା। ଯେହେତୁ ଶ୍ରେଣୀ ଗୃହରେ ପାଠପଢ଼ା ବନ୍ଦ ଥିଲା ତେଣୁ ଶିକ୍ଷାଦାନକୁ ସମ୍ପୂର୍ଣ୍ଣ ବନ୍ଦ କରିବା ଅପେକ୍ଷା ଅନ୍‌ଲାଇନ୍‌ରେ ପାଠପଢ଼ା ଜାରି ରଖିବା ଉତ୍ତମ ବିକଳ୍ପ ସାବ୍ୟସ୍ତ ହୋଇଥିଲା। ଆନିମେଟେଡ୍‌ ଭିଡିଓ, ପାୱାର ପଏଣ୍ଟ୍‌ ‌ପ୍ର‌େଜେଣ୍ଟେସନ ପିଲାମାନଙ୍କ ବୁଝିବା ପାଇଁ ପାଠପଢ଼ାକୁ ଅଧିକ ସହଜ କରିଥିଲା। ମୋ ମତରେ ମହାମାରୀ ସମୟରେ ଏହା ଏକ ବରଦାନ ସଦୃଶ ଥିଲା। ଅନ୍‌ଲାଇନ୍ ପାଠପଢ଼ା ଯୋଗୁଁ ୮୦% ପିଲା ନିଜର ପାଠ୍ୟକ୍ରମ ସଫଳତାର ସହ ଶେଷ କରିପାରିଛନ୍ତି ଯେଉଁଥିପାଇଁ ଗୋଟିଏ ବର୍ଷ ଅପଚୟ ହେବାରୁ ବଞ୍ଚିଯାଇଛି।

ପ୍ରଯୁକ୍ତି ବ୍ୟବହାର କରିବା ଦୃଷ୍ଟିରୁ ସରକାରୀ ସ୍କୁଲ୍‌ ତୁଳନାରେ ଘରୋଇ କ୍ଷେତ୍ର ସ୍କୁଲ୍‌ଗୁଡ଼ିକ ଆଗୁଆ ବୋଲି ଆପଣ ଭାବୁନାହାନ୍ତି କି?

ଘରୋଇ ‌ସ୍କୁଲ୍‌ରେ ବିଭିନ୍ନ କାରଣ ଯୋଗୁଁ ପ୍ରଯୁକ୍ତି ଗ୍ରହଣୀୟତା ଅଧିକ ରହୁଛି। ସରକାରୀ ସ୍କୁଲ୍ ଏକ ବୃହତ ଓ ବ୍ୟାପକ ବ୍ୟବସ୍ଥା ହୋଇଥିବା ବେଳେ ଘରୋଇ କ୍ଷେତ୍ରର ସ୍କୁଲ୍‌ଗୁଡ଼ିକ ସେହି ତୁଳନାରେ ଛୋଟ ଏବଂ ବ୍ୟକ୍ତିଗତ ସ୍ତରରେ ସ୍କୁଲ୍‌ଗୁଡ଼ିକର ପରିଚାଳନା ଓ ନି‌ଷ୍ପତ୍ତି ଆଦି ଗ୍ରହଣ କରିବା ଅଧିକ ସହଜ ରହୁଛି। ଘରୋଇ କ୍ଷେତ୍ରର ଛାତ୍ରଛାତ୍ରୀ-ଅଭିଭାବକ-ଅଧ୍ୟାପନା ମଣ୍ଡଳୀ ଅନ୍‌ଲାଇନ୍ ପାଠପଢ଼ାକୁ ଖୁବ୍‌ କମ୍ ସମୟରେ ଗ୍ରହଣ କରିଥିଲେ। ବିକାଶ ଗ୍ରୁପ୍‌ରେ ଆମେ ତୁରନ୍ତ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଅନ୍‌ଲାଇନ୍‌ ଶିକ୍ଷା ଉପରେ ପ୍ରଶିକ୍ଷଣ ଦେଇଥିଲୁ। କରୋନା ସମୟରେ ସରକାରୀ କ୍ଷେତ୍ରରେ ମଧ୍ୟ ଅନ୍‌ଲାଇନ୍ ଶିକ୍ଷାକୁ ଛାତ୍ରଛାତ୍ରୀମାନଙ୍କ ନିକଟରେ ପହଞ୍ଚାଇବା ଲାଗି ଶ୍ରେଷ୍ଠ ପ୍ରୟାସ କରାଯାଇଛି।

ସ୍କୁଲ୍‌ ଖୋଲିବା ପରେ ବିକାଶ ଗ୍ରୁପ୍ କ’ଣ କରିବ?

ବିକାଶ ଗ୍ରୁପ୍ ପ୍ରତିଟି ସ୍ଥିତିରେ ଅଗ୍ରଣୀ ରହିଥାଏ। ନୂଆ ନିୟମରେ ବିକାଶ ଗ୍ରୁପ୍ ମିଶ୍ରିତ ଶିକ୍ଷାରେ ଉଦାହରଣ ସୃଷ୍ଟି କରିବ। କୋଭିଡ୍ ସମୟରେ ଆମେ ଆମ ବ୍ୟବସ୍ଥାରେ ଉନ୍ନତି ଆଣିଛୁ। ଆମ ଟିମ୍‌ ଗବେଷଣା ଓ ବିକାଶ କାର୍ଯ୍ୟ ଜାରି ରଖିଛି। ସ୍କୁଲ ସମୟ ପରେ ଘରେ ପାଠପଢ଼ାକୁ ପହଞ୍ଚାଇ ଆମେ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କ ଚାପ କମ୍ କରିବାକୁ ଚାହୁଛୁ।

ଆର୍ଥିକ ସ୍ତରରେ ଦୁର୍ବଳ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ସମସ୍ୟା କମ୍ କରିବାକୁ କ’ଣ କରାଯିବା ଦରକାର?

ଏହି ବର୍ଗର ପିଲାମାନଙ୍କ ପାଇଁ ସରକାର ‌ଅନେକ ସହାୟତା ଦେଉଛନ୍ତି। କିନ୍ତୁ ଶିକ୍ଷାର ଗୁରୁତ୍ବ ବିଷୟରେ ସେମାନଙ୍କୁ ବୁଝାଇବା ଲାଗି ସରକାର ସ୍ତରରେ ଇଚ୍ଛାଶକ୍ତିକୁ ଆହୁରି ଦୃଢ଼ କରିବାକୁ ହେବ। ଆଜିର ଡିଜିଟାଲ୍ ଦୁନିଆରେ ପ୍ରତିଟି ବର୍ଗ ପାଖରେ ସୁଲଭ ମୂଲ୍ୟରେ ସ୍ମାର୍ଟଫୋନ୍ ଓ ବ୍ୟାଣ୍ଡ୍‌ ଆଦି ପହଞ୍ଚିଛି। ମହାମାରୀ ସମୟରେ ଉଭା ହୋଇଥିବା ଅନ୍‌ଲାଇନ୍ ଶିକ୍ଷା ସମସ୍ତଙ୍କ ନିକଟରେ ପହଞ୍ଚିଛି।

ବିଦେଶର କୌଣସି ଶିକ୍ଷାନୁଷ୍ଠାନ ସହ ସହଯୋଗିତା ସ୍ଥାପନ କରିବାକୁ ଚାହୁଛନ୍ତି କି?

ନୂଆ ଶିକ୍ଷା ନୀତିରେ ସେଭଳି ସହଯୋଗିତା ପାଇଁ ବାଟ ଫିଟିଛି। ଯଦି ଆମ ପାଖକୁ ସେଭଳି କିଛି ସୁଯୋଗ ଆସିବ ଆମେ ନିଶ୍ଚିତ ତାହାକୁ ଗ୍ରହଣ କରିବୁ। ଆମ ଶିକ୍ଷାନୁଷ୍ଠାନକୁ ବିଶ୍ବସ୍ତରୀୟ କରିବା ଲାଗି ମୋର ସ୍ପଷ୍ଟ ଚିନ୍ତାଧାରା ରହିଛି।

ଦେଶର ଅନ୍ୟ ସ୍ଥାନରେ ଶିକ୍ଷାନୁଷ୍ଠାନ ଖୋଲିବା ଯୋଜନା ଅଛି କି?

୨୦୧୦ ପରେ ଆମେ ଆମର ସମ୍ପ୍ରସାରଣ ଆରମ୍ଭ କରିଥିଲୁ ଏବଂ ସ୍କୁଲ ଓ କଲେଜ ଦୃଷ୍ଟିରୁ ଓଡ଼ିଶା ଭିତରେ ରହିଛୁ। ଆସନ୍ତା ଦଶନ୍ଧୀରେ ଆମେ ଅନ୍ୟ ରାଜ୍ୟକୁ ଯିବୁ। ଏଥିପାଇଁ ଅନେକ ପ୍ରସ୍ତାବ ରହିଛି।

ସମ୍ବାଦର ବ୍ରାଣ୍ଡସ୍‌ ଅଫ୍ ଓଡ଼ିଶା ପ୍ରାଇଡ୍‌ ଅଫ୍ ଇଣ୍ଡିଆ ଅଭିଯାନ ବିଷୟରେ ଆପଣଙ୍କ ମତ କ’ଣ?

ସମ୍ବାଦର ଏହି ଅଭିଯାନ ଏଭଳି ଏକ ମଞ୍ଚ ଯାହା ରାଜ୍ୟର ଲୋକମାନଙ୍କୁ ସେମାନଙ୍କ ବ୍ରାଣ୍ଡ୍‌କୁ କେବଳ ଦେଶରେ ନୁହେଁ ବରଂ ସାରା ଦୁନିଆରେ ପ୍ରଦର୍ଶିତ କରିବାର ସୁଯୋଗ ଦେଉଛି। ଏହା ଓଡ଼ିଶା ପାଇଁ ଅନେକ ବ୍ରାଣ୍ଡ୍‌ ଆମ୍ବାସାଡର ସୃଷ୍ଟି କରିବ ଯେଉଁମାନେ ଓଡ଼ିଶାକୁ ଅନେକ ଉଦ୍ୟୋଗୀଙ୍କୁ ଆସିବା ପାଇଁ ଅନୁପ୍ରାଣିତ କରିପାରିବେ। ଓଡ଼ିଶାରେ ବ୍ୟବସାୟ କରିବା ବହୁତ ସହଜ ବୋଲି ଏକ ବିଶ୍ବାସ ସୃଷ୍ଟି ହେବ। ମୁଁ ଭାବୁଛି ସମ୍ବାଦ ଗ୍ରୁପ୍‌ ତରଫରୁ ଏହା ଏକ ଅଭିନବ ଏବଂ ଉତ୍ସାହ ପ୍ରଦାନକାରୀ ଅଭିଯାନ।

from Kanak News
via <a href="https://ifttt.com/?

ରାଜଧାନୀରେ ଛୋଟ ବିଲ୍ଡିଂ ପାଇଁ ଅନୁମୋଦନ ସହଜ: ଲୋ ରିସ୍କ କୋଠା ପାଇଁ ଆଉ ଦରକାର ପଡିବନି ବିଲଣ୍ଡିଂ ପ୍ଲାନ ମଂଜୁରୀ

କନକ ବ୍ୟୁରୋ: ଭୁବନେଶ୍ୱର ଆଖପାଖରେ ଛୋଟ ବିଲଣ୍ଡିଂ ପାଇଁ ପ୍ଲାନ ଅନୁମୋଦନ ସହଜ ହେଲା । ଲୋ ରିସ୍କ କୋଠା ପାଇଁ ଆଉ ବିଲଣ୍ଡିଂ ପ୍ଲାନ ମଂଜୁରୀର ଆବଶ୍ୟକତା ପଡିବ ନାହିଁ । ସର୍ବାଧିକ ୧୦ମିଟର ଉଚ୍ଚତା ଓ ୫ହଜାର ୪ଶହ ବର୍ଗ ଫୁଟ ବିଶିଷ୍ଟ କୋଠା ନିର୍ମାଣ ପାଇଁ ପ୍ଲାନ ମଂଜୁରୀ ଦରକାର ନାହିଁ । ବିଡିଏ ୱେବସାଇଟରେ ୧୦୪ଟି ଅନୁମୋଦିତ ବିଲଣ୍ଡଂ ପ୍ଲାନ ରହିଛି । ଏଥିରୁ ଘର ମାଲିକ ମନପସନ୍ଦର ପ୍ଲାନ ଚୟନ କରିପାରିବେ । ଏହି ୧୦୪ ନିର୍ଦ୍ଧାରିତ ପ୍ଲାନରୁ କିଛି ପ୍ଲାନ ନେଲେ କେବଳ ଫି ଦେବାକୁ ପଡିବ ।

ବିଡିଏ, ବିଏମସି ଓ ହାଉସିଂ ବୋର୍ଡର ଅନୁମୋଦନ ପାଇଥିବା ପ୍ଲାନ ନେଲେ କେବଳ ଅନଲାଇନରେ ଦେୟ ଦେଇ ପ୍ଲାନ ନେଇପାରିବେ । ‘ଡବ୍ଲୁଡବ୍ଲୁଡବ୍ଲୁ ଡଟ ଭୁବେନଶ୍ୱର ଡଟ ମି’ ରେ ଏଥିପାଇଁ ଅନଲାଇନରେ ଆବେଦନ କରିପାରିବେ । ଏନେଇ ସୂଚନା ଦେଇଛନ୍ତି ବିଡିଏ ଉପାଧ୍ୟକ୍ଷ ତଥା ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ । ଏହା ସହ ୱେବାସାଇଟରେ ନୂଆ ଫିଚର ‘ରୋଡ କୋଡିଂ’ ଯୋଡା ଯାଇଛି । ଏହାଦ୍ୱାରା କେଉଁ ସଂସ୍ଥା ନିର୍ଦ୍ଧାରିତ ସମୟ ପରେ ରାସ୍ତା ସଜାଡୁନି ସେନେଇ ଜଣାପଡିବ ।

ରାଜଧାନୀ ଓ ଏହାର ଆଖପାଖ ଅଂଚଳରେ ଛୋଟ ବିଲ୍ଡିଂ ପାଇଁ ପ୍ଲାନ ଅନୁମୋଦନ ସହଜ ହୋଇଛି। ୧୦ ମିଟର ଉଚ୍ଚତା ଓ ୫୪୦୦ ବର୍ଗ ଫୁଟ ଘର ତିଆରି ପ୍ଲାନ ପାଇଁ ଅନୁମୋଦନ ସହଜ ହୋଇଛି। ବିଡିଏର ୧୦୪ ନିର୍ଧାରିତ ପ୍ଲାନ ନେଲେ କେବଳ ଦେବାକୁ ପଡିବ। ଅନୁମୋଦିତ ପ୍ଲାନ ଥିଲେ ପ୍ଲଟ ମାଲିକଙ୍କୁ କେବଳ ବିଡିଏ/ବିଏମସିକୁ ଜଣାଇବାକୁ ପଡିବ। ଏଥି ପାଇଁ http://www.bhubaneswar.meରେ ଅନଲାଇନରେ ଆବେଦନ କରିହେବ। ବିଡିଏ ଉପାଧ୍ୟକ୍ଷ ତଥା ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀଙ୍କ ସୂଚନା ଦେଇଛନ୍ତି। ଏଣିକି ଏହି ୱେବସାଇଟରେ ଯୋଡ଼ା ଗଲା ନୂଆ ଫିଚର- ‘ରୋଡ଼ କଟିଙ୍ଗ’। କେଉଁ ସଂସ୍ଥା ନିର୍ଧାରିତ ସମୟ ପରେ ରାସ୍ତା ସଜାଡୁନି ଜଣାପଡିବ।

from Kanak News
via <a href="https://ifttt.com/?

କେବେ ଖୋଲିବ ସ୍କୁଲ ? କିଭଳି ହେବ ଦଶମ ଓ ଦ୍ବାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ? ଦ୍ବନ୍ଦ୍ବରେ ଛାତ୍ରଛାତ୍ରୀ

କନକ ବ୍ୟୁରୋ : ମେ’ ମାସରେ ସିବିଏସ୍‌ଇ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା କରିବାକୁ ନିଷ୍ପତ୍ତି ନିଆଯାଇଛି। ଏବେ ଓଡ଼ିଶାର ଦୁଇ ବୋର୍ଡ ଯଥା ମାଧ୍ୟମିକ ଶିକ୍ଷା ପରିଷଦ(ବିଏସ୍‌ସି) ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଉପରେ ଛାତ୍ରଛାତ୍ରୀଙ୍କ ନଜର। ଏ ପର୍ଯ୍ୟନ୍ତ କ୍ଲାସରୁମ୍‌ ପାଠପଢ଼ା ହୋଇ ନ ଥିବାରୁ ଦଶମ ଓ ଦ୍ବାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା କିଭଳି ହେବ, ତାହାକୁ ନେଇ ସମସ୍ତେ ଚିନ୍ତାରେ। ଏପ୍ରିଲ କିମ୍ବା ମେ’ ମାସରେ ପରୀକ୍ଷା ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ନଭେମ୍ବର ମାସରେ ସୂଚନା ଦେଇଥିଲେ।

ଛାତ୍ରଛାତ୍ରୀଙ୍କ ୩ ମାସ କ୍ଲାସରୁମ୍‌ ପାଠପଢ଼ା ହେବା ପରେ ଯାଇ ପରୀକ୍ଷା କରାଯିବାକୁ ସ୍ଥିର ହୋଇଛି। ତେବେ ଏପର୍ଯ୍ୟନ୍ତ ସ୍କୁଲ ଖୋଲିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ। ଏମିତିକି ଜାନୁଆରି ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ନିର୍ଦେଶାବଳୀରେ ସ୍କୁଲ, କଲେଜ ଓ ବିଶ୍ବବିଦ୍ୟାଳୟ ଖୋଲିବା ନେଇ କିଛି ସୂଚନା ଦିଆଯାଇ ନାହିଁ। କେବଳ ଜାନୁଆରି ୩୧ ପର୍ଯ୍ୟନ୍ତ ଅଙ୍ଗନବାଡ଼ି ବନ୍ଦ ରହିବ ବୋଲି କୁହାଯାଇଛି । ଏଭଳି ସମୟରେ ଓଡ଼ିଆ ମାଧ୍ୟମ ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀ ଦ୍ବନ୍ଦ୍ବରେ ପଡ଼ିଛନ୍ତି। କେବେ ସ୍କୁଲ ଖୋଲିବ, କେମିତି ପାଠପଢ଼ା ହେବ, କେବେ ପରୀକ୍ଷା କରାଯିବ, ଏହାକୁ ନେଇ ଚିନ୍ତା‌ରେ। ପ୍ରାୟ ସାଢ଼େ ୫ଲକ୍ଷ ଛାତ୍ରଛାତ୍ରୀ ଦଶମ ପରୀକ୍ଷା ଦେବାକୁ ଥିବା ବେଳେ ସାଢ଼େ ୩ ଲକ୍ଷ ଛାତ୍ରଛାତ୍ରୀ ଦ୍ବାଦଶ ଶ୍ରେଣୀ ପରୀକ୍ଷାରେ ଭାଗ ନେବେ।

ମୋଟ ଉପରେ ପାଖାପାଖି ୯ ଲକ୍ଷ ଛାତ୍ରଛାତ୍ରୀ ଏଥର ଉକ୍ତ ଶ୍ରେଣୀର ବୋର୍ଡ ପରୀକ୍ଷା ଦେବେ। କ୍ଲାସରୁମ୍‌ ପାଠପଢ଼ା ହୋଇପାରୁ ନ ଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନ୍‌ଲାଇନ୍‌ ମାଧ୍ୟମରେ ଶିକ୍ଷା ଦିଆଯାଉଛି। ଟିଭି, ରେଡିଓ, ମୋବାଇଲ୍‌ ଆପ୍‌, ହ୍ପାଟସ୍‌ଆପ୍‌ ମାଧ୍ୟମରେ ପିଲାଙ୍କ ନିକଟରେ ଶିକ୍ଷା ପହଞ୍ଚୁଛି। ତା’ ପରେ ବି ୫୦ ପ୍ରତିଶତରୁ ଅଧିକ ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ ଶିକ୍ଷା ପାଇବାରୁ ବଞ୍ଚିତ ହେଉଛନ୍ତି। ସେମାନଙ୍କ ଲାଗି ଏବେ କେବଳ କ୍ଲାସରୁମ୍‌ ଶିକ୍ଷା ହିଁ ଏକମାତ୍ର ଭରସା। କେବେ ଶିକ୍ଷାନୁଷ୍ଠାନ ‌ଖୋଲିବ ଓ କେମିତି ପାଠପଢ଼ା ହେବ, ତାହାକୁ ଚାତକ ଭଳି ଚାହିଁ ରହିଛନ୍ତି। ଏପର୍ଯ୍ୟନ୍ତ ଫର୍ମ ପୂରଣ ବି ହୋଇପାରି ନାହିଁ। କରୋନା ସମୟରେ ଅଭିଭାବକଙ୍କ ଆର୍ଥିକ ସ୍ଥିତି ଦୋହଲି ଯାଇଥିବାରୁ ପରୀକ୍ଷା ଫି’ ଛା‌ଡ଼ କରିବାକୁ ଦାବି ଉଠିଲାଣି।

ସିବିଏସ୍‌ଇ ପରିଚାଳିତ ସ୍କୁଲର ଦଶମ ଓ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀ ବି ଚିନ୍ତାରେ। କାରଣ ଏପର୍ଯ୍ୟନ୍ତ କ୍ଳାସରୁମ୍‌ ପାଠପଢ଼ା ହୋଇପାରି ନାହିଁ। ଯାହା କିଛି ପାଠପଢ଼ା କେବଳ ଅନ୍‌ଲାଇନ୍‌ରେ। ଶତପ୍ରତିଶତ ସଫଳତା ମିଳିନି। ମେ’ ୪ରେ ପରୀକ୍ଷା ହେବା ନେଇ ତାରିଖ ଘୋଷଣା ହୋଇଥିବାରୁ ଯେତେଶୀଘ୍ର ସମ୍ଭବ ସ୍କୁଲ ଖୋଲିବା ଲାଗି ଛାତ୍ରଛାତ୍ରୀ ମତପ୍ରକାଶ କରିଛନ୍ତି। କୋଭିଡ୍‌-୧୯ କଟକଣା ମଧ୍ୟରେ ସ୍କୁଲ ଖୋଲିବା ଲାଗି କର୍ତୃପକ୍ଷମାନେ ବି କହିଛନ୍ତି। କାରଣ ହାତରେ ଆଉ ମାତ୍ର ୪ ମାସ ସମୟ ରହୁଛି। ମାର୍ଚ୍ଚ ମାସ ୧ ତାରିଖରେ ପ୍ରାକ୍ଟିକାଲ ପରୀକ୍ଷା ହେବ। ତେଣୁ ଯଦି ଜାନୁଆରିରେ ସ୍କୁଲ ଖୋଲିବାକୁ ରାଜ୍ୟ ସରକାର ଅନୁମତି ଦିଅନ୍ତି ତେବେ ଯାଇ ଛାତ୍ରଛାତ୍ରୀଙ୍କୁ ପ୍ରାକ୍ଟିକାଲ ଓ ଥିଓରି ଶିକ୍ଷା ଦିଆଯିବା ସମ୍ଭବପର ହେବ ବୋଲି ସ୍କୁଲ କର୍ତୃପକ୍ଷ ମତାମତ ଦେଇଛନ୍ତି।

ଜାନୁଆରିରେ ସ୍କୁଲ ଖୋଲିବା ଲାଗି କେତେକ ରାଜ୍ୟ ପଦକ୍ଷେପ ନେଇ ସାରିଛନ୍ତି। ଜାନୁଆରି ୪ରୁ ବିହାର ସମେତ କେତେକ କେନ୍ଦ୍ରଶାସିତ ଅଞ୍ଚଳରେ ସ୍କୁଲ ଖୋଲିବ। କର୍ଣ୍ଣାଟକରେ ଜାନୁଆରି ପହିଲାରୁ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀର ପିଲାଙ୍କ ପାଇଁ ସ୍କୁଲ ଖୋଲିବାକୁ ଥିବା ବେଳେ ଜାନୁଆରି ପହିଲାରୁ ସମସ୍ତ ଶ୍ରେଣୀର ପିଲାମାନଙ୍କ ପାଇଁ ସ୍କୁଲ ଖୋଲିବ ବୋଲି ଆସାମ ସରକାର ଘୋଷଣା କରିଛନ୍ତି। ଜୁନ୍‌ରେ ପରୀକ୍ଷା କରିବାକୁ ପଶ୍ଚିମବଙ୍ଗ ସରକାର ଘୋଷଣା କରି ସାରିଛନ୍ତି। ତେଣୁ ଏବେ ସମସ୍ତଙ୍କ ନଜର ଓଡ଼ିଶା ସରକାରଙ୍କ ଉପରେ। କେବେ ଓ କେଉଁଭଳି ନିୟମରେ ସ୍କୁଲ ଖୋଲିବାକୁ ଅନୁମତି ଦେଉଛନ୍ତି, ତାହାକୁ ଚାହିଁ ରହିଛନ୍ତି ଲକ୍ଷାଧିକ ଛାତ୍ରଛାତ୍ରୀ।

from Kanak News
via <a href="https://ifttt.com/?

କାଲିଠୁ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ପାଇଁ ମିଳିବ ଅନୁମତି: ଦର୍ଶନ ବ୍ୟବସ୍ଥାର ସମୀକ୍ଷା କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

କନକ ବ୍ୟୁରୋ: ଆସନ୍ତାକାଲି ଅର୍ଥାତ୍ ଜାନୁଆରି ୩ ତାରିଖରେ ଶ୍ରୀମନ୍ଦିରରେ ଆରମ୍ଭ ହେବ ସର୍ବସାଧାରଣ ଦର୍ଶନ । ନୂଆବର୍ଷରେ ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ମୁଖ୍ୟ ପ୍ରଶାସକ କ୍ରିଷନ କୁମାର । ସମୀକ୍ଷା କରିବା ପରେ କ୍ରିଷନ କୁମାର କହିଛନ୍ତି, ୩ ତାରିଖରୁ ଦୈନିକ ପ୍ରାୟ ୧୫ରୁ ୧୭ ହଜାର ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ । ଏଥିରେ କୌଣସି ସମସ୍ୟା ହେବ ନାହିଁ । ପୂର୍ବରୁ ୫ ହଜାର ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ କୁହାଯାଇଥିଲା ।

ତେବେ ପରୀକ୍ଷା ମୂଳକ ଭାବେ ପୁରୀବାସୀଙ୍କ ଦର୍ଶନ ପରେ ଅନେକ ଅଭିଜ୍ଞତା ହୋଇଥିବା କହିଛନ୍ତି ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ । ଶୃଙ୍ଖଳିତ ଭାବେ ଦର୍ଶନ କରିଥିବାରୁ ପୁରୀବାସୀଙ୍କୁ ଧନ୍ୟବାଦ ଦେବା ସହ କ୍ରିଷନ କୁମାର କହିଛନ୍ତି ଫେବ୍ରୁଆରି ମାସରୁ ଦର୍ଶନ ବ୍ୟବସ୍ଥାକୁ ଆହୁରି କୋହଳ କରାଯିବ ।

from Kanak News
via <a href="https://ifttt.com/?

ଆସନ୍ତା ୩ ଦିନ ଯାଏଁ ସ୍ବାଭାବିକ ରହିବ ତାପମାତ୍ରା । ୫ରୁ ବଢିବ ପାରଦ, କମିବ ଶୀତ । ୩ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ ରାଜ୍ୟର ତାପମାତ୍ରା

କନକ ବ୍ୟୁରୋ: ରାଜ୍ୟରେ ଏବେ ଶୀତପ୍ରବାହ ଜାରି ରହିଛି। ୪ ତାରିଖ ପର୍ଯ୍ୟନ୍ତ ଏଥିରେ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ତେବେ ୫ ତାରିଖ(ମଙ୍ଗଳବାର)ରୁ ତାପମାତ୍ରା ବୃଦ୍ଧି ପାଇବ ଓ ଶୀତ ଧୀରେ ଧୀରେ କମିବ। ରାଜ୍ୟର ତାପମାତ୍ରା ୩ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ଘଟିବ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏପରି ସୂଚନା ଦିଆଯାଇଛି।

କେନ୍ଦ୍ରର ସୂଚନାନୁଯାୟୀ, ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକ ରହିବ। ଫଳରେ ଏହିଭଳି ଶୀତ ଜାରି ରହିବ। ଏହି ସମୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ହାଲ୍କାରୁ ମଧ୍ୟମ ଧରଣର କୁହୁଡ଼ି ଦେଖିବାକୁ ମିଳିବ। ଗତ ୨୪ ଘଣ୍ଟାରେ ରାଜ୍ୟର ସମସ୍ତ ଜିଲ୍ଲାରେ ପାଗ ଶୁଖିଲା ରହିଛି। ଅନୁଗୁଳ, ଝାରସୁଗୁଡ଼ା, କୋରାପୁଟ, ମାଲକାନଗିରି, ନୟାଗଡ଼ ଓ ବୌଦ୍ଧ ଆଦି ଜିଲ୍ଲାରେ ଆଜି ହାଲ୍କାରୁ ମଧ୍ୟମ ଧରଣର କୁହୁଡ଼ି ଦେଖିବାକୁ ମିଳିଛି। ଆସନ୍ତାକାଲି ସକାଳେ ସୁନ୍ଦରଗଡ଼, ଝାରସୁଗୁଡ଼ା, ଅନୁଗୁଳ, ଢେଙ୍କାନାଳ, କଟକ, ବୌଦ୍ଧ, ଖୋର୍ଧା, ନୟାଗଡ଼, କନ୍ଧମାଳ, ରାୟଗଡ଼ା ଓ କୋରାପୁଟ ଆଦି ଜିଲ୍ଲାରେ ହାଲ୍କାରୁ ମଧ୍ୟମ ଧରଣର କୁହୁଡ଼ି ହେବାର ସମ୍ଭାବନା ରହିଛି।

from Kanak News
via <a href="https://ifttt.com/?

ଝାରସୁଗୁଡାରୁ ମୁମ୍ବାଇ ଓ ବେଙ୍ଗାଲୁରକୁ ଚାଲିବ ବିମାନ: ୧୨ରୁ ବିମାନ ସେବା ଆରମ୍ଭ; ସ୍ପାଇଟ୍ ଜେଟ ପକ୍ଷରୁ ସମୟ ସାରଣୀ ପ୍ରକାଶ

କନକ ବ୍ୟୁରୋ: ଝାରସୁଗୁଡାରୁ ମୁମ୍ବାଇ ଓ ବେଙ୍ଗାଲୁରକୁ ଚାଲିବ ବିମାନ । ଆସନ୍ତା ୧୨ ତାରିଖରୁ ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ଆରମ୍ଭ ହେବ ବହୁ ପ୍ରତୀକ୍ଷିତ ମୁମ୍ବାଇ- ଝାରସୁଗୁଡା- ବେଙ୍ଗାଲୁର ବିମାନସେବା । ଏଥିପାଇଁ ସ୍ପାଇସ୍ ଜେଟ୍ ପକ୍ଷରୁ ସମୟ ସାରଣୀ ପ୍ରକାଶ ପାଇଛି । ଏହି ସେକ୍ଟରରେ ବୋଇଂ ୭୩୭ ଚଳାଚଳ କରିବ ବୋଲି ସ୍ପାଇସ୍ ଜେଟ୍ ସୂତ୍ରରୁ ଜଣାଯାଇଛି । ସପ୍ତାହକୁ ୪ ଦିନ ଏହି ବିମାନ ସେବା ଉପଲବ୍ଧ ହେବ । ମଙ୍ଗଳବାର, ଗୁରୁବାର, ଶନିବାର ଓ ରବିବାର ଦିନ ଏହି ରୁଟରେ ବିମାନ ଉଡାଣ କରିବ । ଏହା ଦ୍ୱାରା ପଶ୍ଚିମଓଡିଶାର ଅର୍ଥନୀତି ଆହୁରି ଗତିଶୀଳ ହେବା ସହ ଲୋକଙ୍କ ଆବଶ୍ୟକତା ପୂରଣ କରିବ ବୋଲି କୁହାଯାଉଛି ।

from Kanak News
via <a href="https://ifttt.com/?

ନୂଆ ବର୍ଷର ପ୍ରଥମ ଦିନରେ ଆସିଲା ସବୁଠୁ ବଡ଼ ଖବର: ଭାରତରେ ଅକ୍ସଫୋର୍ଡ ଟିକାକୁ ମିଳିଲା ସବୁଜ ସଂକେତ; ସିରମ୍ ଇନଷ୍ଟିଚ୍ୟୁଟକୁ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଲେ ନବୀନ

କନକ ବ୍ୟୁରୋ: ନୂଆ ବର୍ଷର ପ୍ରଥମ ଦିନରେ କୋଭିଡ ବିରୋଧୀ ଲଢେଇ ଅଭିଯାନ ପାଇଁ ଭଲ ଖବର ଆସିଛି । ଯାହାକୁ ମାସ ମାସ ଧରି ସମସ୍ତେ ଅପେକ୍ଷା କରିଥିଲେ, ଶେଷରେ ସେହି ଭଳି ସମୟ ନିକଟବର୍ତି ହୋଇଛି । ଦେଶରେ ସିରମ ଇନଷ୍ଟିଚ୍ୟୁଟ ପ୍ରସ୍ତୁତ କରିଥିବା ‘କୋଭିସିଲ୍ଡ’ ଟିକାର ଜରୁରୀ କାଳୀନ ବ୍ୟବହାର ପାଇଁ ସବୁଜ ସଂକେତ ଦେଇଛନ୍ତି ସରକାରଙ୍କ ଦ୍ୱାରା ନିଯୁକ୍ତ ବିଶେଷଜ୍ଞ କମିଟି । ଡ୍ରଗ୍ସ କଂଟ୍ରୋଲ ଅଫ ଇଣ୍ଡିଆରେ ବିଶେଷଜ୍ଞ କମିଟିର ବୈଠକ ବସିଥିଲା ।

ଏଥିରେ ଅକ୍ସଫୋର୍ଡ ଟିକାର ଜରୁରୀ କାଳୀନ ବ୍ୟବହାର ପାଇଁ ସବୁଜ ସଂକେତ ମିଳିବା ପରେ ଦେଶରେ କୋଭିଡ ବିରୋଧରେ ଲଢେଇ ଏକ ନିର୍ଣ୍ଣାୟକ ମୋଡରେ ପହଂଚିଛି ବୋଲି କୁହାଯାଇ ପାରିବ । ଏହାପରେ ଡିସିଜିଆଇ ବା ଡ୍ରଗ୍ସ କଂଟ୍ରୋଲ ଜେନେରାଲ ଅଫ ଇଣ୍ଡିଆ ଚୂଡାନ୍ତ ଅନୁମତି ଦେବେ । କିନ୍ତୁ ବିଶେଷଜ୍ଞ କମିଟିର ଅନୁମୋଦନ ପରେ ଦେଶରେ କୋଭିଡ ଟିକା ଆସିବାର ବାଟ ଫିଟିଯାଇଛି ।

https://platform.twitter.com/widgets.js

ତେବେ କୋଭିସିଲ୍ଡକୁ ଜରୁରୀକାଳୀନ ବ୍ୟବହାର ପାଇଁ ବିଶେଷଜ୍ଞ ପ୍ୟାନେଲ ସୁପାରିସ କରିବା ପରେ ଏହାର ନିର୍ମାତା ସିରମ୍ ଇନଷ୍ଟିଚ୍ୟୁଟକୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ୱିଟ୍ କରି ନବୀନ ଆଶା ପ୍ରକାଶ କରିଛନ୍ତି ଯେ ଏହି ଟିକା ଗେମ୍ ଚେଂଜର ପାଲଟିବ । ଟିକାକରଣ ପାଇଁ ଓଡ଼ିଶା ପ୍ରସ୍ତୁତ ବୋଲି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

from Kanak News
via <a href="https://ifttt.com/?

ଆଜି ଓଡିଶା ସମେତ ସାରା ଦେଶରେ ହେବ କରୋନା ଟିକାର ଡ୍ରାଏ ରନ୍: ରାଜ୍ୟର ୩୧ଟି ସ୍ଥାନରେ ଟିକାକରଣର ପ୍ରାକ୍ ଅଭ୍ୟାସ

କନକ ବ୍ୟୁରୋ: ଆଜିଠାରୁ ଓଡ଼ିଶା ସମେତ ସାରା ଦେଶରେ ହେବ କରୋନା ଟିକାର ଡ୍ରାଏ ରନ୍ ବା ପ୍ରାକ୍ ଅଭ୍ୟାସ । ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରେ ଏହି ଡ୍ରାଏ ରନ୍ ହେବ । ପୂର୍ବରୁ ଦେଶର ୪ଟି ରାଜ୍ୟରେ ଟିକାର ଏହି ମକ୍ ଡ୍ରିଲ୍ ସଫଳ ହୋଇଥିବାବେଳେ ଆଜି ସାରା ଦେଶରେ ଡ୍ରାଏ ରନ୍ ହେବ । ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ସାରା ଦେଶ ଭଳି ଆଜି ଓଡିଶାରେ ମଧ୍ୟ କରୋନା ଟିକାର ଡ୍ରାଏ ରନ୍ ହେବ ।

ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ସମେତ ରାଜ୍ୟର ୩୦ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଟିକାକରଣର ପ୍ରାକ୍ ଅଭ୍ୟାସ ପାଇଁ ପ୍ରସ୍ତୁତି ସରିଛି । ଅର୍ଥାତ ରାଜ୍ୟର ୩୧ଟି ସ୍ଥାନରେ ଟିକାର ଡ୍ରାଏ ରନ୍ ହେବ । ଏଥିପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନକ୍ସା ପ୍ରସ୍ତୁତ କରାଯାଇଛି । ଟିକାକରଣ ପାଇଁ ମକ୍ ଡ୍ରିଲ ହେବାର କାରଣ ହେଉଛି ଦେଶର କୋଟି କୋଟି ଲୋକ ଟିକା ପାଇଁ ଅପେକ୍ଷା କରିଛନ୍ତି । ଏତେ ବଡ଼ ଜନସଂଖ୍ୟାକୁ ଟିକା ଦେବା ପାଇଁ ବଡ଼ ପ୍ରସ୍ତୁତି ଆବଶ୍ୟକ । ଏହି କ୍ରମରେ ଓଡ଼ିଶାକୁ କିପରି ଟିକା ମିଳିବ, କିପରି ଲୋକଙ୍କ ପାଖରେ ପହଁଚିବ, ଏହାର ସଂପୂର୍ଣ୍ଣ ନକ୍ସା ପ୍ରସ୍ତୁତ କରାଯାଇଛି ।

ଏପଟେ ଟିକାର ଡ୍ରାଏ ରନ୍ ପାଇଁ ରାଜ୍ୟ ସରକାର କିପରି ବ୍ୟବସ୍ଥା କରିଛନ୍ତି , ସେ ନେଇ ସୂଚନା ଦେଇଛନ୍ତି ଭ୍ୟାକସିନ ଇନଚାର୍ଜ ବିଜୟ ପାଣିଗ୍ରାହୀ ।

from Kanak News
via <a href="https://ifttt.com/?

Design a site like this with WordPress.com
Get started