ଜାନୁଆରୀ ୮ରୁ ବ୍ରିଟେନକୁ ଚାଲିବ ବିମାନ । ଟ୍ୱିଟ କରି ସୂଚନା ଦେଲେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ

କନକ ବ୍ୟୁରୋ : ଜାନୁଆରି ୮ରୁ ଭାରତରୁ ବ୍ରିଟେନକୁ ଚଳାଚଳ କରିବ ବିମାନ। ଇଂଲଣ୍ଡ୍‌ର ନୂତନ ଗୁଣସୂତ୍ରଧାରୀ କରୋନାଭାଇରସ୍‌ ସଂକ୍ରମଣ ଆରମ୍ଭ ହୋଇଥିବା ବେଳେ ସଂକ୍ରମଣକୁ ରୋକିବା ପାଇଁ ଭାରତ ସରକାର ଡିସେମ୍ବର ୩୧ ପର୍ୟ୍ୟନ୍ତ ବ୍ରିଟେନରୁ ଆସୁଥିବା ସମସ୍ତ ବିମାନ ଉଡ଼ାଣ ଉପରେ ରୋକ ଲଗାଇଥିଲେ। ଏହି ପ୍ରତିବନ୍ଧକ ଡିସେମ୍ବର ୨୨ତାରିଖ ରାତି ୧୧ଟା ୫୯ମିନିଟରୁ ଲାଗୁ ହୋଇ ଡିସେମ୍ବର ୩୧ ରାତି ୧୧ଟା୫୯ ମିନିଟ ପର୍ୟ୍ୟନ୍ତ ବଳବତ୍ତର ରହିବ ବୋଲି କୁହାଯାଇଥିଲା।

କିନ୍ତୁ ପରେ ପରିସ୍ଥିତିକୁ ଦେଖି ପ୍ରତିବନ୍ଧକ ଅବଧି ଆଗକୁ ବଢ଼ାଇ ଦିଆଯାଇପାରେ ବୋଲି କହିଥିଲେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ଏବଂ ଏହି ଅବଧି ଜାନୁଆରି ୭କୁ ବୃଦ୍ଧି କରାଯାଇଥିଲା । ଏବେ ଜାନୁଆରି ୮ରୁ ଭାରତରୁ ବ୍ରିଟେନକୁ ବିମାନ ଚଳାଚଳ କରିବ ବୋଲି ଆଜି ଶ୍ରୀ ପୁରୀ କହିଛନ୍ତି ।

https://platform.twitter.com/widgets.js

ଟୁଇଟ କରି ସେ ଲେଖିଛନ୍ତି, ଭାରତ ଏବଂ ବ୍ରିଟେନ ମଧ୍ୟରେ ଜାନୁଆରି ୮, ୨୦୨୧ରୁ ଆରମ୍ଭ ବିମାନ ଚଳାଚଳ ଆରମ୍ଭ ହେବ। ଜାନୁଆରି ୨୩ ପର୍ୟ୍ୟନ୍ତ ସପ୍ତାହକୁ ବ୍ରିଟେନ-ଭାରତ ମଧ୍ୟରେ ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ ଏବଂ ହାଇଦ୍ରାବାଦକୁ କେବଳ ୧୫ଟି ବିମାନ ଚଳାଚଳ କରିବ। ଏ ସଂକ୍ରାନ୍ତରେ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ ପକ୍ଷରୁ ଅଧିକ ବିବରଣୀ ପ୍ରଦାନ କରାଯିବ।

from Kanak News
via <a href="https://ifttt.com/?

ସୁନ୍ଦରଗଡ଼ରେ ଟୋକନ୍ ସ୍କାମ, ଦଲାଲଙ୍କ କବଜାରେ ମଣ୍ଡି । ମିଛ ଚାଷୀଙ୍କ ନାଁରେ ଦିଆଯାଉଛି ଟୋକନ୍ । ଅସାଧୁ କର୍ମଚାରୀ, ମିଲର୍ସ ଓ ଦଲାଲଙ୍କ ମଧୁଚନ୍ଦ୍ରିକାରେ ହଡପ୍ ହେଉଛି ସରକାରୀ ଅର୍ଥ

କନକ ବ୍ୟୁରୋ : ଚାଷୀଙ୍କ ଟୋକନ ପାଉଛନ୍ତି ଦଲାଲ । ଚାଷୀଙ୍କ ନାଁର ପଞ୍ଜୀକରଣ କରି ମଣ୍ଡିରେ କ୍ୱିଂଟାଲ କ୍ୱିଟାଂଲ ଧାନ ବିକ୍ରି କରୁଛନ୍ତି ଅସାଧୁ ବ୍ୟବସାୟୀ । ଆଉ ଏସବୁ ଚାଲୁଛି ସରକାରୀ ବାବୁ, ଲ୍ୟାମ୍ପସ ଅଧିକାରୀ ଓ ଦଲାଲଙ୍କ ମଧୁଚନ୍ଦ୍ରିକାରେ । ସୁନ୍ଦରଗଡରୁ ଆସିଛି ଏଭଳି ସାଂଘାତିକ ଅଭିଯୋଗ । ତେଣୁ ଧାନ କିଣାରେ ସ୍ୱଚ୍ଛତା ଆଣିବା ପାଇଁ ସରକାର ଆରମ୍ଭ କରିଥିବା ଟୋକନ ବ୍ୟବସ୍ଥା ବାଟବଣା ହୋଯାଇଛି ।

ଫାର୍ମର ରେଜିଷ୍ଟ୍ରେସନ କରିବା ପାଇଁ ଚାଷୀ, ନିଜର ସମସ୍ତ ତଥ୍ୟ ଦେବା ସହିତ ଯଦି ନିଜସ୍ୱ ଜମି ଥାଏ ତେବେ ସେନେଇ ତଥ୍ୟ ପ୍ରଦାନ କରିଥାନ୍ତି । ନହେଲେ ଭାଗ ନେଇ ଚାଷ କରୁଥିଲେ ଜମି ମାଲିକଙ୍କ ନାଁ ସହିତ କେତେ ଜମି ଚାଷ କରୁଛନ୍ତି ସେ ବାବଦରେ ମଧ୍ୟ ସଂପୂର୍ଣ୍ଣ ତଥ୍ୟ ପ୍ରଦାନ କରିବାର ନିୟମ ଅଛି । ହେଲେ ଏହି ତଥ୍ୟ ପ୍ରଦାନରେ କିଭଳି ଚାଲିଛି ସାଂଘାତିକ ଷଡଯନ୍ତ୍ର ଟିକେ ଦେଖି ନିଅନ୍ତୁ ।

ପୂର୍ବରୁ ଧାନ କିଣାରେ ସାରା ରାଜ୍ୟରେ ବ୍ୟାପକ ଦୁର୍ନିତୀ ସାମ୍ନାକୁ ଆସିଥିଲା । କେତେବେଳେ ବାହାର ରାଜ୍ୟର ଧାନକୁ ଚାଷୀଙ୍କ ନାଁରେ ଦଲାଲ ବିକ୍ରି କରି ଦେଉଥିଲା । ତ ଆଉ କେତେବେଳେ ଦଲାଲ ଓ ମିଲର ମିଶି ଚାଷୀର ଧାନକୁ କମ ମୂଲ୍ୟରେ କିଣି ସରକା ଙ୍କୁ ଉଚ୍ଚ ଦରରେ ବିକ୍ରି କରୁଥିଲେ । ଆଉ ସରକାରଙ୍କୁ ହଜାର ହଜାର କୋଟି କ୍ଷତି ସହିବାକୁ ପଡୁଥିଲା । ହେଲେ ଏହି ତମାମ ଦୁର୍ନୀତିକୁ ରୋକିବା ପାଇଁ ୨୦୧୮ ରେ ରାଜ୍ୟ ସରକାର ଟୋକନ ବ୍ୟବସ୍ଥା ମାଧ୍ୟମରେ ଧାନ କିଣିବା ବ୍ୟବସ୍ଥା ଆରମ୍ଭ କଲେ । ହେଲେ ଏହି ନୂଆ ବ୍ୟବସ୍ଥାରେ ମଧ୍ୟ ଦୁର୍ନୀତିର ନୂଆ ବାଟ ବାହାର କରିଛନ୍ତି ଅସାଧୁ କର୍ମଚାରୀ ଓ ଦଲାଲ ।

ପୁରା ଦୁର୍ନୀତିରେ ଜଣେ ଲ୍ୟାମ୍ପ୍ସ ସିଇଓଙ୍କ ନାଁ ସାମ୍ନାକୁ ଆସିଛି । ଦଲାଲକୁ ଟଙ୍କା ଦେଇ ସେ ଏହିଭଳି ମିଥ୍ୟା ରେଜିଷ୍ଟ୍ରେସନ ଜରିଆରେ ଟୋକନ ହାସଲ କରୁଛନ୍ତି । ମଣ୍ଡିରୁ ଫେରି ଆସୁଥିବା ଚାଷୀଙ୍କୁ ଫୁସୁଲାଇ କମ ଦାମରେ ଧାନ କିଣୁଛନ୍ତି । ଏବଂ ସେହି ଧାନକୁ ପୁଣି ସରକାରୀ ଦରରେ ମଣ୍ଡିରେ ବିକ୍ରି କରୁଛନ୍ତି । ହେଲେ ଏଭଳି ଅଭିଯୋଗ ଆସିଥିଲେ ସୁଦ୍ଧା ନିଜ ସଫେଇ କିଛି କହିନାହାନ୍ତି ସରକାରୀ ବାବୁ ଜଣକ ।

ଚାଷୀ ଚାଷ କାମ ଆରମ୍ଭ କରିବା ପରେ ଲ୍ୟାମ୍ପସକୁ ଯାଇ ସେଠାରେ ତାର ଜମିର ତଥ୍ୟ, ଆଧାରକାର୍ଡ ଏବଂ ଅନ୍ୟାନ୍ୟ ସମସ୍ତ ଫର୍ମରେ ପୂରଣ କରି ଦେଲା ପରେ ଲ୍ୟାମ୍ପସ କର୍ମଚାରୀ ତାହାକୁ ତନଖି କରି ସରକାରଙ୍କ ଫୁଡ ଓଡିଶା ପୋଟାଲରେ ଅପଲୋଡ କରିଥାନ୍ତି । ଏହାପରେ ରାଜ୍ୟସ୍ତରରେ ଏହି ତଥ୍ୟ ଗୁଡିକୁ ଚେକ୍ କରାଗଲା ପରେ ଚାଷୀଙ୍କ ନାଁରେ ଟୋକନ ଇସ୍ୟୁ ହୋଇଥାଏ ।

ଚାଷୀର ଟୋକନ ତାରିଖର ୭ ଦିନ ପୂର୍ବରୁ ତାଙ୍କ ପାଖରେ ମେସେଜ୍ ମାଧ୍ୟମରେ ଟୋକନ ନମ୍ବର ଓ ସେ କେତେ କୁଇନ୍ଟାଲ ଧାନ ବିକ୍ରି କରିବେ ତାହା ଜଣାଯାଇଥାଏ । ହେଲେ ଏହି ଘଟଣାକୁ ନେଇ ମହୁଲପାଲି ଲ୍ୟାମ୍ପସର ଏମଡି ସବୁ ଠିକ୍ ଠାକ ଚାଲିଥିବା ସଫେଇ ରଖିଛନ୍ତି । ଅର୍ଥାତ ବଡଧରଣର ଦୁର୍ନୀତି ଚାଲିଥିଲେ ମଧ୍ୟ ସମସ୍ତେ ଆଖି ବୁଜି ଦେଇଛନ୍ତି ।

from Kanak News
via <a href="https://ifttt.com/?

ଗୁଜରାଟ ଅହମଦାବାଦରେ ରହସ୍ୟମୟ ମୋନୋଲିଥ । ସହରର ସିମ୍ପୋନୀ ପାର୍କରେ ହେଲା ଠାବ । ଏଲିଏନଙ୍କ ସହ ମୋନୋଲିଥର ସମ୍ପର୍କ ନେଇ ଅର୍ନ୍ତଜାତୀୟ ସ୍ତରରେ ଜାରି ରହିଛି ବିତର୍କ ।

କନକ ବ୍ୟୁରୋ : ମୋନୋଲିଥକୁ ନେଇ ସାରା ବିଶ୍ୱରେ ରହସ୍ୟ ଓ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଗୁଜରାଟରେ ଏପରି ଏକ ମୋନୋଲିଥ ଠାବ ହୋଇଛି । ଅହମଦାବାଦର ଏକ ପାର୍କରେ ଏହାକୁ ଦେଖିବାକୁ ମିଳିଛି । ତେବେ ଏହା କିପରି ଏଠାକୁ ଆସିଲା ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ୭ଫୁଟ ଉଚ୍ଚର ପ୍ରିଜାମେଟିକ ଫିଗର ମୋନାଲିଥ ଯାହା ବିଶ୍ୱର ୩୦ରୁ ଅଧିକ ସହରରେ ରହସ୍ୟ ହୋଇ ରହିଛି । ଏହା ଭାରତରେ ପ୍ରଥମ ଥର ପାଇଁ ଅହମଦାବାଦରେ ଦେଖିବାକୁ ମିଳିଛି । ଏପରିକି ଏହି ମୋନୋଲିଥ ଦେଖାଯାଇଥିବା ପାର୍କରେ କାମ କରୁଥିବା କର୍ମଚାରୀଙ୍କ ନିକଟରେ ମଧ୍ୟ ଏନେଇ କୌଣସି ଖବର ନଥିବା ସୂଚନା ମିଳିଛି ।

ଗୁରୁବାର ଦିନ ଅହମଦାବାଦର ସିମ୍ପୋନୀ ପାର୍କରେ ଏହା ଦେଖିବାକୁ ମିଳିଥିଲା । ଏହି ମୋନୋଲିଥର ଉଚ୍ଚତା ୭ଫୁଟ ପାଖାପାଖି ହେବ ବୋଲି ଅନୁମାନ କରାଯାଉଛି । ତେବେ ଏହା କେମିତି ଏବଂ କେଉଁଠୁ ଆସିଲା ତାହା ଏବେବି ରହସ୍ୟରେ ରହିଛି । ପରଗ୍ରହର ଜୀବଙ୍କୁ ନେଇ ବିତର୍କ ଜାରି ରହିଥିବା ବେଳେ ମୋନୋଲିଥକୁ ନେଇ ମଧ୍ୟ ସବୁବେଳେ ବିତର୍କ ଚାଲିଛି । ଅନେକ ଏହି ମୋନୋଲିଥକୁ ପରଗ୍ରହର ଜୀବଙ୍କ ସହ ଯୋଡୁଥିବା ବେଳେ ଆଉ କିଛି ବିଶେଷଜ୍ଞ ଏହାକୁ ଖଣ୍ଡନ କରୁଛନ୍ତି । ସେପଟେ ଅହମଦାବାଦ ମ୍ୟୁନିସିପାଲିଟି କର୍ପୋରେସନ ଉଦ୍ୟାନ କୃଷି ବିଭାଗର ନିର୍ଦ୍ଦେଶକଙ୍କ କହିବା କଥା ହେଲା ସିମ୍ପୋନୀ କମ୍ପାନୀ ପକ୍ଷରୁ ଏହାକୁ ସ୍ଥାପିତ କରାଯାଇପାରିଥାଏ ।

ଏଭଳି ମୋନୋଲିଥ ସର୍ବପ୍ରଥମେ ଉଟା, ଆମେରିକାରେ ଦେଖାଦେଇଥିଲା । ଏବଂ କିଛି ଦିନ ପରେ ଅଦୃଶ୍ୟ ମଧ୍ୟ ହୋଇଯାଇଥିଲା । ଏହା ସାରା ବିଶ୍ୱରେ ପ୍ରାୟ ୩୦ଟି ଦେଶରେ ଦେଖାଯାଇଛି ।

from Kanak News
via <a href="https://ifttt.com/?

ଥଣ୍ଡାରେ ଥରୁଛି ଉତ୍ତର ଭାରତ । ନୂଆ ବର୍ଷରେ ରାଜଧାନୀ ଦିଲ୍ଲୀରେ ରେକର୍ଡ ଶୀତ । ଦିନର ସର୍ବନିମ୍ନ ତାପମାତ୍ରା ୧ ଦଶମିକ ୧ ରେକର୍ଡ ।

କନକ ବ୍ୟୁରୋ : ଥଣ୍ଡାରେ ଥରୁଛି ଉତର ଭାରତ । ଦେଶର ଉତର ଭାଗରେ ରହିଥିବା ରାଜ୍ୟ ଗୁଡିକରେ ଏବେ ଜାରି ରହିଛି ଶୀତ ଲହରି । ଦିଲ୍ଲୀରେ ଜାନୁୟାରୀ ପହିଲାରେ ୧୫ବର୍ଷର ରେକର୍ଡ ଭାଙ୍ଗିଛି ଶୀତ । ସର୍ବନିମ୍ନ ତାପମାତ୍ରା ୧ଦଶମିକ ୧ଡିଗ୍ରୀ ରେକର୍ଡ କରାଯାଇଛି ।

ଖସୁଛି ପାରଦ, ଥରୁଛି ଦେଶ । ଦେଶର ଅଧିକାଂଶ ସ୍ଥାନରେ ଜାରି ରହିଛି ଶୀତ ଲହରି । ଜାଡରେ ଥରୁଛି ସାରା ଉତର ଭାରତ । ଦେଶର ରାଜଧାନୀ ଦିଲ୍ଲୀରେ ସକାଳୁ ସକାଳୁ ଘନ କୁହୁଡିର ଆସ୍ତରଣ ଛାଇ ରହିଥିବା ଦେଖିବାକୁ ମିଳିଛି । ଦିନ ୧୧ଟା ସୁଦ୍ଧା ମଧ୍ୟ ଏପରି ଘନ କୁହୁଡି ରହିଥିଲା । ଏପରିକି ଗତ ୧୫ବର୍ଷର ରେକର୍ଡ ଭାଙ୍ଗିଛି ବର୍ଷର ପ୍ରଥମ ଦିନର ଥଣ୍ଡା । ଶୁକ୍ରବାର ଦିନ ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ୧.୧ଡିଗ୍ରୀ ରେକର୍ଡ କରାଯାଇଛି ।

ଘନ କୁହୁଡି କାରଣରୁ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଜିରୋ ଭିଜିବିଲିଟି ସ୍ଥିତି ଦେଖା ଦେଇଛି । ଅର୍ଥାତ୍ ଖାଲି ଆଖିରେ କିଛି ମିଟର ଦୂରକୁ ଦେଖିବା ବି ସମ୍ଭବ ନୁହଁ । ଦିଲ୍ଲୀର ଆଇଟିଓ ଏବଂ ଏନସିଆର ପରି ଅଂଚଳରେ ଘନ କୁହୁଡିର ଆସ୍ତରଣ ଛାଇ ରହିଛି । ଏଥିପାଇଁ ଗମନାଗମନ ପ୍ରଭାବିତ ହୋଇଛି । ରାସ୍ତା ଘାଟ କୁହୁଡ଼ିରେ ଭର୍ତି ହୋଇ ରହୁଛି । ସକାଳୁ ସକାଳୁ ଘରୁ ବାହାରିବା ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି । କିଏ ନିଆଁ ଜାଳି ତ ଆଉ କିଏ ବ୍ୟାୟାମ କରି ଶୀତର ମୁକାବିଲା କରୁଛନ୍ତି ।

ପଂଜାବ, ହରିଆଣା, ଦିଲ୍ଲୀ, ଉତରପ୍ରଦେଶ, ରାଜସ୍ଥାନରେ ଭୀଷଣ ଶୀତ ଅନୁଭୂତ ହେଉଛି । ସେପଟେ ଉତରପ୍ରଦେଶରେ ମଧ୍ୟ ଶୀତଲହରି ଜାରି ରହିଛି । ଆଗାମୀ ୩,୪ ଓ ୫ତାରିଖରେ ବର୍ଷା ହେବାର ଆକଳନ କରିଛି ପାଣିପାଗ ବିଭାଗ ।

ସେପଟେ ପାହାଡିଆ ରାଜ୍ୟ ହିମାଚଳ ପ୍ରଦେଶ, ଉତରାଖଣ୍ଡ ଓ ଜମ୍ମୁକଶ୍ମୀରରେ ମଧ୍ୟ ଜାଡ ଅନୁଭୁତ ହେଉଛି । ଜାନୁୟାରୀ ୩ରୁ ୫ତାରିଖ ପର୍ଯ୍ୟନ୍ତ ପାଗ ଖରାପ ରହିବା ସହ ବରଫ ବର୍ଷା ହେବାର ଆକଳନ କରିଛି ପାଣିପାଗ ବିଭାଗ ।

from Kanak News
via <a href="https://ifttt.com/?

ଅକ୍ସଫୋର୍ଡ ଟୀକାକୁ ଅନୁମତି ପରେ ଓଡିଶାରେ ଆରମ୍ଭ ହେଲା ସଜବାଜ । ଡିଏମଇଟି କହିଲେ ଟୀକାକରଣ ପାଇଁ ଆମେ ପ୍ରସ୍ତୁତ…

କନକ ବ୍ୟୁରୋ: ଅକ୍ସଫୋର୍ଡ ଟୀକାକୁ ଅନୁମତି ପରେ ଓଡିଶାରେ ଆରମ୍ଭ ହେଲା ସଜବାଜ । ଅକ୍ସଫୋର୍ଡ ଟୀକାନେଇ ଡିଏମଇଟି ସିବିକେ ମହାନ୍ତିଙ୍କ ପ୍ରତିକ୍ରିୟା । ଅକ୍ସଫୋର୍ଡ ଟୀକା ଦେଶ ଓ ଦେଶବାସୀଙ୍କ ପାଇଁ ସୌଭାଗ୍ୟ । ପ୍ରଥମେ ଅ୍ଧଜ୍ଞଧାଡିର କର୍ମଚାରୀଙ୍କୁ ମିଳିବ ଟୀକା । ଟୀକା କେତେଦୂର ଫଳପ୍ରଦ ହେବ ସମୟ କହିବ । ୪ ସପ୍ତାହ ବ୍ୟବଧାନରେ ୨ ଡୋଜ ଦିଆଯିବ । ଯାହା ଶରୀରରେ ୭୦ ପ୍ରତିଶତ ପ୍ରତିଶେଧକ ଶକ୍ତି ବଢାଇବ । ୩ ଲକ୍ଷ ୭୦ ହଜାରର ଡାଟାବେସ ପ୍ରସ୍ତୁତ ହୋଇଛି । ଯୁଦ୍ଧକାଳୀନ ଭିତ୍ତିରେ ଆମେ ସମସ୍ତଙ୍କୁ ଟୀକା ଦେବାର ବ୍ୟବସ୍ଥା କରିବା । ସିରମ ପାଖରେ ୫ କୋଟି ଭ୍ୟାକ୍ସିନ ଉପଲବ୍ଧ ଅଛି । ଗୋଟିଏ ଡୋଜର ମୂଲ୍ୟ ୨୦୦ ଆସିବ । ଯୋଗ୍ୟ ବ୍ୟକ୍ତିଙ୍କୁ ସରକାରଙ୍କ ତରଫରୁ ମାଗଣାରେ ଦିଆଯିବ । ତେଣୁ ଆମେ ପ୍ରସ୍ତୁତ ଅଛୁ ଟୀକା ଓଡିଶା ଆସିବା ମାତ୍ରେ ଦିଆଯିବ ବୋଲି ଡିଏମଇଟି କହିଛନ୍ତି ।

ସେପଟେ ନୂଆ ବର୍ଷର ପ୍ରଥମ ଦିନରେ କୋଭିଡ ବିରୋଧୀ ଲଢେଇ ଅଭିଯାନ ପାଇଁ ଭଲ ଖବର ଆସିଛି । ଯାହାକୁ ମାସ ମାସ ଧରି ସମସ୍ତେ ଅପେକ୍ଷା କରିଥିଲେ, ଶେଷରେ ସେହି ଭଳି ସମୟ ନିକଟବର୍ତି ହୋଇଛି । ଦେଶରେ ସିରମ ଇନଷ୍ଟିଚ୍ୟୁଟ ପ୍ରସ୍ତୁତ କରିଥିବା ‘କୋଭିସିଲ୍ଡ’ ଟିକାର ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି ସରକାରଙ୍କ ଦ୍ୱାରା ନିଯୁକ୍ତ ବିଶେଷଜ୍ଞ କମିଟି । ଆଜି ଡ୍ରଗ୍ସ କଂଟ୍ରୋଲ ଅଫ ଇଣ୍ଡିଆରେ ବିଶେଷଜ୍ଞ କମିଟିର ବୈଠକ ବସିଥିଲା । ଏଥିରେ ଅକ୍ସଫୋର୍ଡ ଟିକାର ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ଦେବା ପରେ ଦେଶରେ କୋଭିଡ ବିରୋଧରେ ଲଢେଇ ଏକ ନିର୍ଣ୍ଣାୟକ ମୋଡରେ ପହଂଚିଛି ବୋଲି କୁହାଯାଇ ପାରିବ । ଏହାପରେ ଡିସିଜିଆଇ ବା ଡ୍ରଗ୍ସ କଂଟ୍ରୋଲ ଜେନେରାଲ ଅଫ ଇଣ୍ଡିଆ ଏହାର ଚୂଡାନ୍ତ ଅନୁମତି ଦେବେ । କିନ୍ତୁ ଆଜିର ବିଶେଷଜ୍ଞ କମିଟିର ଅନୁମତି ପରେ ଦେଶରେ କୋଭିଡ ଟିକା ଆସିବାର ବାଟ ଫିଟିଯାଇଛି ।

ଅନ୍ୟପଟେ ଭାରତର ବିଶାଳ ଜନସଂଖ୍ୟାକୁ କିପରି ଟିକା ଦିଆଯିବ, ସେ ନେଇ ବଡ଼ ପ୍ରସ୍ତୁତି କରାଯାଇଛି । ଓଡ଼ିଶାରେ ଏହି ପ୍ରକ୍ରିୟା କିପରି ହେବ, ଏ ନେଇ ପ୍ରସ୍ତୁତ ହୋଇଛି ବ୍ଲୁ-ପ୍ରିଂଟ । ଦିଲ୍ଲୀରୁ ଓଡ଼ିଶା ଆସିବ ଭ୍ୟାକ୍ସିନ୍ । ଦିଲ୍ଲୀରୁ ଟିକା ଆସି ଷ୍ଟେଟ୍ ଭ୍ୟାକ୍ସିନ୍ ଷ୍ଟୋର ଭୁବନେଶ୍ୱରରେ ରହିବ ଟିକା । ଭୁବନେଶ୍ୱରରୁ ଆଂଚଳିକ ଟିକା କେନ୍ଦ୍ରକୁ ପଠାଯିବ ।

କଟକ, ଭୁବନେଶ୍ୱର, ଗଂଜାମ, ସୁନ୍ଦରଗଡ଼, ସମ୍ବଲପୁର, କୋରାପୁଟ, କନ୍ଧମାଳ ଓ ବଲାଙ୍ଗୀରରେ ୯ଟି ଆଂଚଳିକ କେନ୍ଦ୍ରରେ ଟିକା ରଖାଯିବ । ସେଠାରୁ ୩୨ଟି ଜିଲ୍ଲା ଭ୍ୟାକ୍ସିନେସନ୍ ଷ୍ଟୋରକୁ ପଠାଯିବ ଟିକା । ଏହାପରେ ପ୍ରସ୍ତୁତ ହୋଇ ରହିଥିବା ୧,୨୨୨ କୋଲ୍ଡ ଚେନ୍ ପଏଂଟ ବା ଶୀତଳ ଶୃଙ୍ଖଳ କେନ୍ଦ୍ରରେ ଟିକାକୁ ରଖାଯିବ । ଏହି କୋଲ୍ଡ ଚେନ୍ ପଏଂଟରୁ ୨୯,୨୭୨ ସେସନ୍ ସାଇଟ୍ ବା ଟିକାଦାନ କେନ୍ଦ୍ରକୁ ପଠାଯିବ । ଆଉ ଏହି କେନ୍ଦ୍ରରୁ ହିଁ ଦିଆଯିବ ଟିକା ।

from Kanak News
via <a href="https://ifttt.com/?

୩୭ଦିନରେ ପହଂଚିଛି ଚାଷୀଙ୍କ ଆନ୍ଦୋଳନ । ଆଗାମୀ ଆଭିମୁଖ୍ୟ ନେଇ ୮୦ଟି ଚାଷୀ ସଂଗଠନ ମଧ୍ୟରେ ଆଲୋଚନା ।

କନକ ବ୍ୟୁରୋ : ୩୭ଦିନରେ ପହଂଚିଛି ଚାଷୀଙ୍କ ଆନ୍ଦୋଳନ । ନୂଆବର୍ଷର ପ୍ରଥମ ଦିନରେ ମଧ୍ୟ ନିଜ ଜିଦରେ ଅଟଳ ଚାଷୀ ଦିଲ୍ଲୀର ପ୍ରବେଶ ପଥରେ ଆନ୍ଦୋଳନ କରୁଛନ୍ତି । ସରକାରଙ୍କ ସହ ଚାଷୀ ସଂଗଠନର ୬ଟି ପର୍ଯ୍ୟାୟରେ ଆଲୋଚନା ଶେଷ ହୋଇଥିଲେ ମଧ୍ୟ ଏଯାଏଁ ସମାଧାନର ବାଟ ବାହାରି ପାରିନାହିଁ । ବୁଧବାର ଦିନ ଅନୁଷ୍ଠିତ ଷଷ୍ଠ ପର୍ଯ୍ୟାୟ ଆଲୋଚନାରେ ଦୁଇଟି ପ୍ରସ୍ତାବ ବିଜୁଳି ବିଲ ଓ ନଡା ଜାଳିବା ପ୍ରସଙ୍ଗରେ ସହମତି ହୋଇଛି ।

ସରକାର ଓ ଚାଷୀଙ୍କ ମଧ୍ୟରେ ଦୁଇଟି ପ୍ରସଙ୍ଗରେ ସହମତି ହୋଇଥିଲେ ମଧ୍ୟ ସମ୍ପର୍ଣ୍ଣ ଭାବେ ସମାଧାନ ନହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ଚାଷୀ ସଂଗଠନ କହିଛନ୍ତି । ସର୍ବନିମ୍ନ ସହାୟକ ମୂଲ୍ୟ ନେଇ ଲିଖିତ ପ୍ରତିଶ୍ରୁତି ଓ କୃଷି ଆଇନ ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ଚାଷୀ ସଂଗଠନ । ସେପଟେ ଜାନୁୟାରୀ ୪ତାରିଖରେ ଚାଷୀ ଓ ସରକାରଙ୍କ ମଧ୍ୟରେ ହେବାକୁ ଥିବା ପରବର୍ତି ଆଲୋଚନା ଉପରେ ରହିଛି ସମସ୍ତଙ୍କ ନଜର ।

ରାଜଧାନୀର ଶୀତ କାକରରେ ଅଡି ବସିଛନ୍ତି ଚାଷୀ । ୧.୧ଡିଗ୍ରୀ ତାପମାତ୍ରାରେ ବି ଚାଷୀଙ୍କ ଆନ୍ଦୋଳନ ଜାରି ରହିଛି । ସେପଟେ ସିଂଘୁ, ଗାଜିପୁର ଓ ଟିକରି ସୀମାରେ ଚାଷୀଙ୍କ ଆନ୍ଦୋଳନକୁ ନଜରରେ ରଖି ସୁରକ୍ଷା ବ୍ୟବସ୍ଥା ବଢାଯାଇଛି । ନୂଆ କୃଷି ଆଇନକୁ ବିରୋଧ କରି ବିଭିନ୍ନ ରାଜ୍ୟରୁ ଆସିଥିବା ଚାଷୀ ମାନେ ରାଜଧାନୀ ଦିଲ୍ଲୀରେ ୩୭ଦିନ ହେବ ଆନ୍ଦୋଳନ କରୁଛନ୍ତି ।

from Kanak News
via <a href="https://ifttt.com/?

କେମିତି ତିଆରି ହୁଏ କରୋନା ଟିକା? ସିମ୍ପାଂଜିକୁ ଥଣ୍ଡା, କାଶ ହେବା ପରେ କ୍ରମଶଃ ଦୁର୍ବଳ ହୁଏ ଭୂତାଣୁ । ସେହି ଭୂତାଣୁରୁ ତିଆରି ହୁଏ ଅକ୍ସଫୋର୍ଡ ଟିକା ।

କନକ ବ୍ୟୁରୋ : କେମିତି ତିଆରି ହୁଏ ଅକ୍ସଫୋର୍ଡ ଭ୍ୟାକସିନ ଏବଂ ଏହା କେମିତି କାମ କରେ ।  ଏକ ସିମ୍ପାଜୀକୁ ଥଣ୍ଡା ଜ୍ୱର ହେବା ପରେ ସେହି ଭୂତାଣୁ କ୍ରମଶଃ ଦୁର୍ବଳ ହୋଇଯାଏ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏହି ଦୁର୍ବଳ ଭୂତାଣୁରୁ ତିଆରି ହୁଏ କରୋନା ଟିକା ।

ଅକ୍ସଫୋର୍ଡ ଆଷ୍ଟ୍ରାଜେନିକାର ଏହି ଟିକା ସିମ୍ପାଞ୍ଜିର ଶରୀରରେ ଥିବା ଏକ ଭୂତାଣୁରୁ ହିଁ ତିଆରି ହୁଏ । ସିମ୍ପାଞ୍ଜିର ଥଣ୍ଡା  ଜ୍ୱର ଭଲ ହେବା ପରେ, ସେହି ଭୂତାଣୁ କ୍ରମଶଃ ଦୁର୍ବଳ ହୋଇଯାଏ । ସିମ୍ପାଜିକୁ ସାଧାରଣ ଥଣ୍ଡା  ଜରରେ ପକାଉଥିବା ଭୂତାଣୁର ନାଁ ହେଉଛି ଆଡିନୋ-ଭାଇରସ । କରୋନା ଭାଇରସର ଗଠନ ଯେଉଁଭଳି, ଆଡିନୋ-ଭାଇରସ ଆକାରରେ ସେହିଭଳି ପରିବର୍ତନ ଅଣାଯାଏ । ଯାହା ମଣିଷ ଦେହକୁ ଅସୁସ୍ଥ କରେନାହିଁ ।

ମଣିଷ ଦେହରେ ଯେତେବେଳେ ଏହି ଅକ୍ସଫୋର୍ଡ ଟିକା ଦିଆଯାଏ, ଟିକା ଜରିଆରେ ଭୂତାଣୁ ପ୍ରବେଶ କରିବା ମାତ୍ରେ, ଶରୀରର ଇମ୍ୟୁନ୍ ସିଷ୍ଟମ୍ ବା ପ୍ରାକୃତିକ ପ୍ରତିଷେଧକ ବ୍ୟବସ୍ଥା ଆଂଟିବଡ଼ି ତିଆରି କରିବା ଆରମ୍ଭ କରିଥାଏ । ଯଦି ସେହି ବ୍ୟକ୍ତି ଶରୀରରେ କରୋନା ଭାଇରସ୍ ପ୍ରବେଶ କରେ, ତେବେ ସୃଷ୍ଟି ହୋଇଥିବା ଆଂଟିବଡି ତୁରନ୍ତ କରୋନା ଭାଇରସ୍କୁ ଆକ୍ରମଣ କରେ । ଏବଂ କରୋନା ଭୂତାଣୁର ପ୍ରଭାବକୁ ନଷ୍ଟ କରିଦିଏ । ଫଳରେ ଟିକା ନେଇଥିବା ବ୍ୟକ୍ତି କରୋନା ସଂକମଣରୁ ରକ୍ଷା ପାଇଥାଏ ।

from Kanak News
via <a href="https://ifttt.com/?

ଭାରତ-ପାକିସ୍ତାନ ମଧ୍ୟରେ ପରମାଣୁ ସ୍ଥଳର ତାଲିକା ବିନିମୟ । ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଦିଆଗଲା ସୂଚନା ।

କନକ ବ୍ୟୁରୋ : ଭାରତ ପାକିସ୍ତାନ ମଧ୍ୟରେ ପରମାଣୁ ସ୍ଥଳର ତାଲିକା ବିନିମୟ ।  ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ୩୦ବର୍ଷ ହେଲା ଜାରି ରହିଛି ଏହି ପରମ୍ପରା । ୧୯୮୮ରେ ହୋଇଥିଲା ଚୁକ୍ତି । ଭାରତ ଓ ପାକିସ୍ତାନ ପରସ୍ପରକୁ ନିଜ ନିଜ ଦେଶର ପରମାଣୁ ସ୍ଥଳ ଗୁଡ଼ିକର ତାଲିକା ଦେଇଛନ୍ତି ।

ଏନେଇ ବିଦେଶ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରତିବର୍ଷ ଆରମ୍ଭରେ ଏହି ତାଲିକା ଦିଆନିଆ ହୋଇଥାଏ । ଏନେଇ ୧୯୮୮ ଡିସେମ୍ବର ୩୧ରେ ଉଭୟ ଦେଶ ମଧ୍ୟରେ ଚୁକ୍ତି ସ୍ୱାକ୍ଷର ହୋଇଥିଲା । ଏବଂ ଏହି ଚୁକ୍ତି ୧୯୯୧ରୁ ଲାଗୁ ହୋଇଥିଲା । ୩୦ ବର୍ଷ ହେଲା ଭାରତ ଓ ପାକିସ୍ତାନ ପରମାଣୁ ସ୍ଥଳର ତାଲିକା ବିନିମୟ କରୁଛନ୍ତି ।

from Kanak News
via <a href="https://ifttt.com/?

ଦେଶରେ ଜିଏସଟି ଆଦାୟରେ ହେଲା ରେକର୍ଡ । ଡିସେମ୍ବରରେ ମୋଟ୍ ୧ ଲକ୍ଷ ୧୫ ହଜାର କୋଟି ଟଙ୍କାର ସାମଗ୍ରୀ ଏବଂ ସେବା କର ଆଦାୟ ।

କନକ ବ୍ୟୁରୋ : ଦେଶରେ ସାମଗ୍ରୀ ଏବଂ ସେବା କର ଜିଏସଟି ଲାଗୁ ହେବା ପରେ ଗତ ମାସରେ ରେକର୍ଡ ପରିମାଣର ରାଜସ୍ୱ ସଂଗ୍ରହ ହୋଇଛି । ରେକର୍ଡ ଛୁଇଁଛି ଜିଏସଟି ଆଦାୟ । ଡିସେମ୍ବର ମାସରେ ମୋଟ୍ ୧ ଲକ୍ଷ ୧୫ ହଜାର କୋଟି ଟଙ୍କା ଜିଏସଟି ଆଦାୟ ହୋଇଛି । ଗତବର୍ଷ ଏହି ସମୟ ମଧ୍ୟରେ ଆଦାୟ ଜିଏସଟି ଠାରୁ ଏହା ୧୨ ପ୍ରତିଶତ ଅଧିକ ।

ମୋଟ୍ ଆଦାୟ ମଧ୍ୟରୁ କେନ୍ଦ୍ରୀୟ ଜିଏସଟି ୨୧ ହଜାର ୩୬୫ କୋଟି ହୋଇଥିବା ବେଳେ ରାଜ୍ୟ ଜିଏସଟି ୨୭ ହଜାର ୮୦୪ କୋଟି ରହିଛି । ଏହାସହ ଉଭୟ କେନ୍ଦ୍ର ଓ ରାଜ୍ୟର ସଂଯୁକ୍ତ ଜିଏସଟି ୫୭ ହଜାର ୪୨୬ କୋଟି ଅଛି । ଜିଏସଟି ଲାଗୁ ହେବା ପରେ ଏହା ସବୁଠୁ ଅଧିକ ଆଦାୟ । ପୂର୍ବରୁ ସବୁଠୁ ଅଧିକ ଜିଏସଟି ଆଦାୟ ଥିଲା ୧ ଲକ୍ଷ ୧୩ ହଜାର କୋଟି ।

୨୦୧୯ ଏପ୍ରିଲରେ ଏହା ଆଦାୟ ହୋଇଥିଲା । ଅର୍ଥ ମନ୍ତ୍ରଣାଳୟର ସୂଚନା ଅନୁସାରେ ଗତ ୨୧ମାସ ମଧ୍ୟରେ ଏହା ହେଉଛି ମାସିକ ରାଜସ୍ୱ ସଂଗ୍ରହ କ୍ଷେତ୍ରରେ ସର୍ବାଧିକ ଅଭିବୃଦ୍ଧି । ଦ୍ରୁତ ଅର୍ଥନୈତିକ ପୁନରୁଦ୍ଧାର ମହାମାରୀ ପରର ମିଳିତ ପ୍ରଭାବ ଏବଂ ଜିଏସଟି ଫାଙ୍କି ବିରୋଧରେ ଦେଶବ୍ୟାପୀ କାର୍ଯ୍ୟକ୍ରମ ଏବଂ ନିକଟରେ ପ୍ରଚଳିତ ଅନେକ ବ୍ୟବସ୍ଥିତ ପରିବର୍ତନ ଯୋଗୁଁ ଏହା ସମ୍ଭବ ହୋଇଛି ।

from Kanak News
via <a href="https://ifttt.com/?

ଆସନ୍ତାକାଲି ରାଜ୍ୟରେ ହେବ କରୋନା ଟିକାର ଡ୍ରାଏ ରନ୍ । ୩୧ଟି ସ୍ଥାନରେ ଟିକାକରଣର ପ୍ରାକ୍ ଅଭ୍ୟାସ, ସବୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସରିଛି ପ୍ରସ୍ତୁତି ।

କନକ ବ୍ୟୁରୋ : ଭାରତର ବିଶାଳ ଜନସଂଖ୍ୟାକୁ କିପରି ଟିକା ଦିଆଯିବ, ସେ ନେଇ ବଡ଼ ପ୍ରସ୍ତୁତି କରାଯାଇଛି । ଓଡ଼ିଶାରେ ଏହି ପ୍ରକ୍ରିିୟା କିପରି ହେବ, ଏ ନେଇ ପ୍ରସ୍ତୁତ ହୋଇଛି ବ୍ଲୁ-ପ୍ରିଂଟ । ଦିଲ୍ଲୀରୁ ଓଡ଼ିଶା ଆସିବ ଭ୍ୟାକ୍ସିନ୍ । ଦିଲ୍ଲୀରୁ ଟିକା ଆସି ଷ୍ଟେଟ୍ ଭ୍ୟାକ୍ସିନ୍ ଷ୍ଟୋର ଭୁବନେଶ୍ୱରରେ ରହିବ ଟିକା । ଭୁବନେଶ୍ୱରରୁ ଆଂଚଳିକ ଟିକା କେନ୍ଦ୍ରକୁ ପଠାଯିବ ।

କଟକ, ଭୁବନେଶ୍ୱର, ଗଂଜାମ, ସୁନ୍ଦରଗଡ଼, ସମ୍ବଲପୁର, କୋରାପୁଟ, କନ୍ଧମାଳ ଓ ବଲାଙ୍ଗୀରରେ ୯ଟି ଆଂଚଳିକ କେନ୍ଦ୍ରରେ ଟିକା ରଖାଯିବ । ସେଠାରୁ ୩୨ଟି ଜିଲ୍ଲା ଭ୍ୟାକ୍ସିନେସନ୍ ଷ୍ଟୋରକୁ ପଠାଯିବ ଟିକା । ଏହାପରେ ପ୍ରସ୍ତୁତ ହୋଇ ରହିଥିବା ୧,୨୨୨ କୋଲ୍ଡ ଚେନ୍ ପଏଂଟ ବା ଶୀତଳ ଶୃଙ୍ଖଳ କେନ୍ଦ୍ରରେ ଟିକାକୁ ରଖାଯିବ । ଏହି କୋଲ୍ଡ ଚେନ୍ ପଏଂଟରୁ ୨୯,୨୭୨ ସେସନ୍ ସାଇଟ୍ ବା ଟିକାଦାନ କେନ୍ଦ୍ରକୁ ପଠାଯିବ । ଆଉ ଏହି କେନ୍ଦ୍ରରୁ ହିଁ ଦିଆଯିବ ଟିକା ।

ସେହିପରି ଟିକାଦାନ କେନ୍ଦ୍ରରେ ୪ଟି କୋଠରୀ ରହିବ, ଗୋଟିଏ ଅପେକ୍ଷା ଗୃହ, ଯାଂଚ ଗୃହ, ଟିକାଦାନ ଗୃହ ଏବଂ ନିରୀକ୍ଷଣ ଗୃହ । କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ଏକମାତ୍ର ବିକଳ୍ପ ହେଉଛି ଟିକା । କିପରି ଭାରତର କୋଟି କୋଟି ଲୋକଙ୍କ ଟିକାକରଣ ସୁଚାରୁ ରୂପେ ହୋଇପାରିବ, ସାରାଦେଶରେ ହେବାକୁ ଯାଉଛି ଟିକାଦାନର ଡ୍ରାଏ-ରନ୍ ବା ମକ୍ଡ୍ରିଲ । ଓଡ଼ିଶାରେ କ୍ୟାପିଟାଲ୍ ହସପିଟାଲ ଓ ୩୦ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟକୁ ମିଶାଇ ମୋଟ ୩୧ଟି ସ୍ଥାନରେ ହେବ ଟିକାକରଣର ଅଭ୍ୟାସ ।

ଡ୍ରାଏ ରନ୍ ପାଇଁ ରାଜ୍ୟରେ କିପରି ହୋଇଛି ପ୍ରସ୍ତୁତି?

୩୧ଟି ହସପିଟାଲରେ ହେବ ଡ୍ରାଏ ରନ୍

ପ୍ରତି କେନ୍ଦ୍ରରେ ୫ ଜଣିଆ ଟିକାକରଣ ସଦସ୍ୟ ରହିବେ

ସେମାନଙ୍କ ମଧ୍ୟରେ ରହିବେ ଜଣେ ଭ୍ୟାକ୍ସିନେଟର୍ ବା ଟିକା ଦେବା ବ୍ୟକ୍ତି

ଡ୍ରାଏ ରନ୍ ପାଇଁ ପ୍ରତି କେନ୍ଦ୍ରରେ ୨୫ ଜଣ ସ୍ୱାସ୍ଥ୍ୟକର୍ମୀ ତାଲିକାଭୁକ୍ତ ହୋଇଛନ୍ତି

ଶନିବାର ସକାଳ ୧୦ଟାରୁ ୧୨ଟା ମଧ୍ୟରେ କରାଯିବ ଡ୍ରାଏ ରନ୍

ଟିକାକରଣ ପାଇଁ ରାଜ୍ୟକୁ ୨୧ ଲକ୍ଷ ସିରିଂଜ୍ ପହଁଚି ଯାଇଛି । ଟିକାଦାନ ପାଇଁ ୮,୬୧୯ ଜଣ ଭ୍ୟାକ୍ସିନେଟର ବା ଟିକା ଦେବା ବ୍ୟକ୍ତିଙ୍କୁ ତାଲିମ ଦିଆଯାଇଛି । ପ୍ରଥମ ପର୍ଯ୍ୟାୟ ଟିକାକରଣ ପାଇଁ ରାଜ୍ୟର ପ୍ରାୟ ୩ ଲକ୍ଷ ୭୦ ହଜାର ସ୍ୱାସ୍ଥ୍ୟ କର୍ମୀଙ୍କ ତାଲିକା କରାଯାଇଛି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started