କରୋନାରୁ ଉପଶମ ଦେବ ନାଲି ପିମ୍ପୁଡିର ଆଚାର? ଏହାର ବ୍ୟବହାର ହେଉନାହିଁ ବୋଲି କୋର୍ଟରେ ହୋଇଥିଲା ମାମଲା । ତିନି ମାସ ଭିତରେ ନିଷ୍ପତି ନେବାକୁ ନିର୍ଦ୍ଦେଶ ଦେଲେ ଓଡିଶା ହାଇକୋର୍ଟ

କନକ ବ୍ୟୁରୋ : ଆଦିବାସୀ ଇଂଜିନିଅର ନୟାଧର ପଡିଆଲ ରୁଜୁ କରିଥିବା ଏକ ଜନସ୍ୱାର୍ଥ ମାମଲାର ବିଚାର କରି ଓଡିଶା ହାଇକୋର୍ଟ ଆୟୁଷ ମନ୍ତ୍ରାଳୟର ମହାନିର୍ଦ୍ଦେଶକଙ୍କୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି । ଓଡିଶା, ଛତିଶଗଡ ସମେତ ଅନ୍ୟରାଜ୍ୟର ଆଦିବାସୀ ବହୁଳ ଅଂଚଳରେ ନାଲି ପିମ୍ପୁଡି ବା କାଈ ଆଚାର ବା ଚଟଣୀକୁ ଔଷଧ ଭାବେ ବ୍ୟବହାର କରାଯାଏ ।

ଏସବୁ ଅଂଚଳରେ ଥଣ୍ଡା, କଫ, ହାଲିଆ ଲାଗିଲେ, ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେବା, ଫ୍ଲୁ ପରି ରୋଗର ଚିକିତ୍ସା ପାଇଁ ଏହି ଆଚାର ବା ଚଟଣୀର ଉପଯୋଗ ହୋଇଥାଏ । ତେଣୁ କରୋନାରୁ ଉପଶମ ପାଇଁ ଏହା ଉପରେ କାହିଁକି ଗବେଷଣା କରାଯାଉ ନାହିଁ ବୋଲି ଇଂଜିନିଅର ନୟାଧର ପଡିଆଲଙ୍କ କୋର୍ଟରେ ଆବେଦନ କରିଥିଲେ ।

ଓଡିଶା, ଛତିଶଗଡ, ଝାଡଖଣ୍ଡ ଆଦି ଅଂଚଳର ଜଙ୍ଗଲରେ ଦେଖାଯାଉଥିବା ଏହି କାଈକୁ ସଂଗ୍ରହ କରାଯାଇଥାଏ ଏବଂ କଂଚା ଲଙ୍କା ଓ ନାଲି ପିମ୍ପୁଡିକୁ ମିଶାଇ ଆଚାର ପ୍ରସ୍ତୁତ କରାଯାଇଥାଏ । ଏହି ଆଚାର ବା ଚଟଣୀକୁ ବିଭିନ୍ନ ରୋଗ ପାଇଁ ଆଦିବାସୀ ବ୍ୟବହାର କରିଥାନ୍ତି । ଏହାର କରୋନାରେ ପ୍ରୟୋଗ କରିବା ପାଇଁ ହାଇକୋର୍ଟରେ ନୟାଧର ଆବେଦନ କରିବା ପୂର୍ବରୁ ସିଆଇଏସଆରକୁ ଜୁନ ୨୩ ତାରିଖ ଏବଂ ଆୟୁଷ ମନ୍ତ୍ରାଳୟକୁ ଜୁଲାଇ ୭ ତାରିଖରେ କାଈ ଆଚାର ଉପକାରିତା ବିଷୟରେ ଲେଖିଜଣାଇଥିଲେ ।

ଏଥିରେ ସେ କାଈ ଆଚାର ବା ଚଟଣୀରେ ଭୂତାଣୁ ନିରୋଧୀ ଉପାଦାନ ଥିବାରୁ ଏହା ପାଚନ କ୍ରିୟାରେ ସହାୟକ ହୋଇଥାଏ ବୋଲି ଦାବି କରିଥିଲେ । ସେହିପରି ନାଲି ପିମ୍ୁୁଡି ବା କାଈର ଆଚାରରେ ପ୍ରୋଟିନ, କାଲସିୟମ ଓ ଜିଙ୍କ ରହିଥିବାରୁ ଏହା ପ୍ରତିରୋଧକ ଶକ୍ତି ବୃଦ୍ଧିରେ ସହାୟକ ବୋଲି ନିଜ ଦାବି ଆବେଦନରେ ନୟାଧର ଦର୍ଶାଇଛନ୍ତି ।

ଆଗତ ଜନସ୍ୱାର୍ଥ ମାମଲାର ବାଚାର କରିଥିଲେ ଜଷ୍ଟିସ ବିଆର ଷଡଙ୍ଗୀ ଓ ଜଷ୍ଟିସ ପ୍ରମଥ ପଟ୍ଟନାୟକଙ୍କ ଖଣ୍ଡପୀଠ । ଏହି ମାମଲାର ଶୁଣାଣି କରି ହାଇକୋର୍ଟ, ଆୟୁଷ ମନ୍ତ୍ରାଳୟ ଓ କାଉନସିଲ ଅଫ ସାଇନଟିଫିକ୍ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚକୁ ୩ ମାସ ଭିତରେ ଏନେଇ ନିଷ୍ପତି ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଖଣ୍ଡପୀଠ କାଈ ଆଚାର ଉପରେ କୌଣସି ମତ ନଦେଇ ଏସଂପର୍କରେ ଅଧିକ ତଥ୍ୟ ଦେବା ସହ ନିଷ୍ପତି ନେବାକୁ ଆୟୁଷ ମନ୍ତ୍ରାଳୟକୁ କହିଛନ୍ତି । ଅନ୍ୟପଟେ ଏଭଳି ଦାବି ପଛରେ କୌଣସି ବୈଜ୍ଞାନିକ ତଥ୍ୟ ନାହିଁ ବୋଲି କହିଛନ୍ତି ବରିଷ୍ଠ ଚିକିତ୍ସକ ।

from Kanak News
via <a href="https://ifttt.com/?

କେରଳ ପରେ ତାମିଲନାଡୁ ବିଧାନସଭାରେ ହୋଇପାରେ କୃଷି କାନୁନ୍ ବିରୋଧରେ ପ୍ରସ୍ତାବ ପାରିତ । ମୁଖ୍ୟମନ୍ତ୍ରୀ ପାଲାନୀ ସ୍ୱାମୀଙ୍କ ନିକଟରେ ଦାବି କଲେ ଷ୍ଟାଲିନ୍ । କହିଲେ ଅନ୍ନଦାତାଙ୍କ ସପକ୍ଷରେ ଛିଡା ହୁଅନ୍ତୁ ସମସ୍ତ ବିରୋଧୀ ଦଳ

କନକ ବ୍ୟୁରୋ : ତାମିଲନାଡୁ ବିଧାନସଭାର ମୁଖ୍ୟ ବିରୋଧୀଦଳ ଡି.ଏମ୍.କେ ମୁଖ୍ୟ ଏମ.କେ ଷ୍ଟାଲିନ ମୁଖ୍ୟମନ୍ତ୍ରୀ ପାଲାନୀ ସ୍ୱାମୀଙ୍କୁ ଚିଠି ଲେଖି କୃଷି କାନୁନ ବିରୋଧରେ ତୁରନ୍ତ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକି ପ୍ରସ୍ତାବ ପାରିତ କରିବାକୁ ଦାବି କରିଛନ୍ତି । ଷ୍ଟାଲିନ କହିଛନ୍ତି କି ଦେଶର ପ୍ରଥମ ରାଜ୍ୟ ଭାବେ ତାମିଲନାଡୁ ରାଜ୍ୟର କୃଷକ ମାନଙ୍କ ଋଣ ଛାଡ କରିବା ସହ ମାଗଣା ବିଜୁଳି ଯୋଗାଇ ଦେଉଛି । ତେଣୁ ସମୟ ଆସିଛି କି ରାଜ୍ୟସରକାର କେନ୍ଦ୍ରସରକାରଙ୍କ ଦ୍ୱାରା ପାରିତ କୃଷକ ବିରୋଧି କୃଷି ଆଇନ ବିରୋଧରେ ଏକଜୁଟ୍ ହୋଇ କୃଷି କାନୁନ ବିରୋଧରେ ବିଧାନସଭାରେ ସଂକଳ୍ପ ପାରିତ କରିବା ।

ଷ୍ଟାଲିନ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଲେଖିଥିବା ପତ୍ରରେ ଉଲ୍ଲେଖ କରିଛନ୍ତି ରାଜ୍ୟର ସମସ୍ତ ରାଜନୈତିକ ଦଳ ରାଜ୍ୟର କୃଷକ ମାନଙ୍କ ହିତରେ ସେମାନଙ୍କ ଦାବିକୁ ସମ୍ମାନ ଜଣାଇ ବିଧାନସଭାରେ କୃଷିବିଲ୍ ବିରୋଧରେ ସଂକଳ୍ପ ପାରିତ କରିବା । ଏହାସହ ସେ କେରଳର ଉଦାହରଣ ଦେଇ ଲେଖିଛନ୍ତି କି ଦେଶର ପ୍ରଥମରାଜ୍ୟ ଭାବେ କେନ୍ଦ୍ରସରକାରଙ୍କ ବିରୋଧରେ ପ୍ରସ୍ତାବ ଆଣିବାକୁ ସାହସ କରିଥିବା ବେଳେ ପଂଜାବ ସରକାର ବି ଏନେଇ ସଂକଳ୍ପ ପାରିତ କରିସାରିଛନ୍ତି ।

କହିରଖୁ କି କୃଷକ ଆନ୍ଦୋଳନକୁ ସମର୍ଥନ ଜଣାଇ ଡିଏମକେ ଓ ତାଙ୍କର ସହଯୋଗୀ ଦଳମାନେ ଡିସେମ୍ବର ୧୮ ତାରିଖ ଦିନ ଚେନ୍ନାଇ ଠାରେ ଗୋଟିଏ ଦିନ ପାଇଁ ଉପବାସ ଅନଶନ କରିଥିଲେ । ସୂଚନା ଥାଉକି କେନ୍ଦ୍ରସରକାରଙ୍କ ଦ୍ୱାରା ପାରିତ ହୋଇଥିବା ୩ ଟି କୃଷିବିଲକୁ ବିରୋଧ କରି ଦେଶର କୃଷକ ମାନେ ନଭେମ୍ବର ୨୬ ତାରିଖ ଠାରୁ ଦିଲ୍ଲୀର ବିଭିନ୍ନ ସୀମାରେ ଧାରଣା ଦେଇଛନ୍ତି । ଏହାରି ମଧ୍ୟରେ ୪୫ ଜଣ କୃଷକ ଆନ୍ଦୋଳନ ସ୍ଥଳରେ ପ୍ରାଣ ହରାଇଛନ୍ତି । କୃଷକ ସଂଗଠନ ଓ ସରକାରଙ୍କ ମଧ୍ୟରେ ସମସ୍ୟାର ସମାଧାନ ପାଇଁ ୬ ଥର ବୈଠକ ବସି ସାରିଥିଲେ ବି ଏପର୍ଯ୍ୟନ୍ତ କୌଣସି ନିଷ୍କର୍ସ ବାହାରିପାରି ନାହିଁ । ଗୋଟିଏ ପଟେ ସରକାର ତାଙ୍କ ଜିଦରେ ଅଟଳ ରହିଥିବା ବେଳେ ଆନ୍ଦୋଳନରତ କୃଷକ ମାନେ କହିଛନ୍ତି କି ସରକାର ସମ୍ପୁର୍ଣ୍ଣ ବିଲ୍ ପ୍ରତ୍ୟାହାର ନକରିବାଯାଏଁ ଆନ୍ଦୋଳନ ଜାରି ରହିବ ।

from Kanak News
via <a href="https://ifttt.com/?

ପ୍ରାଇଭେଟ ଚାକିରିଆଙ୍କଠାରୁ ଆରମ୍ଭ କରି ଶ୍ରମିକ ସବୁ ପାଇବେ ପେନସନ୍ । ସରକାରଙ୍କ ଏହି ସବୁ ଯୋଜନାରେ କରନ୍ତୁ ନିବେଶ ।

କନକ ବ୍ୟୁରୋ : କଣ ଆପଣ ପ୍ରାଇଭେଟ ଚାକିରି କରୁଛନ୍ତି? କଣ ଆପଣଙ୍କର ଛୋଟମୋଟ କାରବାର ଅଛି? ତାହାଲେ ଆପଣ ବି ପାଇ ପାରିବେ ପେନସନ । କିଛି ସରକାରୀ ସ୍କିମ ମାଧ୍ୟମରେ ଆପଣ ଏହି ପେନସନର ଲାଭ ଉଠାଇ ପାରିବେ । ପ୍ରତ୍ୟକ ମାସ ଅବା ସପ୍ତାହରେ ଆପଣ କିଛି କିଛି ଟଙ୍କା ଜମା କରି ୬୦ ବର୍ଷ ପରେ ପେନସନ ପାଇପାରିବେ । ଆଉ ବୃଦ୍ଧା ଅବସ୍ଥାରେ ନିଜ ନିଜର ସାହାରା ହୋଇ ପାରିବେ । ଆଜି ଆମେ ଆପଣଙ୍କୁ ଏଭଳି ସ୍କିମ ବିଷୟରେ କହିବାକୁ ଯାଉଛୁ ।

ଅଟଳ ପେନସନ ଯୋଜନା
ଏହି ପେନସନ ଯୋଜନାରେ ୧୮ ବର୍ଷରୁ ୪୦ ବର୍ଷ ଯାଏଁ ଲୋକମାନେ ନିବେଶ କରିପାରିବେ । ଆଉ ୬୦ ବର୍ଷ ପରେ ପେନସନ ପାଇପାରିବେ । ହେଲେ ୪୦ ବର୍ଷରୁ ଅଧିକ ଲୋକ ଏଥିରେ ନିବେଶ କରିପାରିବେ ନାହିଁ । ଏଥିରେ ନିବେଶ କରିବା ପାଇଁ ଆପଣଙ୍କୁ ଆପଣଙ୍କ ନିକଟସ୍ଥ ବ୍ୟାଙ୍କକୁ ଯାଇ ଆବେଦନ କରିବାକୁ ହେବ । ଯଦି ଆପଣଙ୍କୁ ୧୮ ବର୍ଷ ତେବେ ୪୦ ବର୍ଷ ଯାଏଁ ୨୧୦ ଟଙ୍କା ଜମା କରନ୍ତୁ ଆଉ ଏହାପରେ ଆପଣଙ୍କୁ ମାସକୁ ୫ ହଜାର ଟଙ୍କା ପେନସନ ମିଳିବ ।

ପିଏମ କିସାନ ମାନଧନ ଯୋଜନା
ସାଧାରଣତଃ ଚାଷୀମାନଙ୍କୁ ପେନସନ ଦେବା ପାଇଁ ସରକାର ଏହି ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନା ସହ ଜଡିତ ହେଲେ ୬୦ ବର୍ଷ ପରେ ପେନସନ ପାଇପାରିବେ । ଯଦି ଆପଣଙ୍କୁ ୧୮ ବର୍ଷ ତେବେ ଆପଣଙ୍କୁ ପ୍ରତି ମାସରେ ୫୫ ଟଙ୍କା ଜମା କରିବାକୁ ହେବ । ଯଦି ଆପଣଙ୍କୁ ୩୦ ବର୍ଷ ତେବେ ପ୍ରତି ମାସରେ ୧୧୦ ଟଙ୍କା ଜମା କରିବାକୁ ହେବ । ଆଉ ୪୦ ବର୍ଷ ହୋଇଥିଲେ ପ୍ରତି ମାସରେ ୨୦୦ ଟଙ୍କା ଜମା କରିବାକୁ ହେବ । ଅର୍ଥାତ ଆପଣଙ୍କ ବୟସ ଯେତେ ଅଧିକା ହୋଇଥିବ ସେତେ ଅଧିକ ଟଙ୍କା ଜମା କରିବାକୁ ହେବ ।

ପିଏମ ଶ୍ରମ ୟୋଗୀ ମାନଧନ ଯୋଜନା
ଏହି ଯୋଜନା ମାଧ୍ୟମରେ ଶ୍ରମିକ ଶ୍ରେଣୀର ଲୋକମାନେ ପେନସନ ପାଇପାରିବେ । ଏହା ଦ୍ୱାରା ଶ୍ରମିକ, ଛୋଟ ଦୋକାନୀମାନେ ଉପକୃତ ହୋଇପାରିବେ । ଏଥିରେ ଏକ ସର୍ତ୍ତ ରହିଛି ଯେଉଁଥିରେ କୁହାଯାଇଛି ଆପଣଙ୍କ ମାସିକ ଆୟ ୧୫ ହଜାରରୁ କମ ହୋଇଥିବ । ଯଦି ଆପଣଙ୍କୁ ୧୮ ବର୍ଷ ତେବେ ଆପଣଙ୍କୁ ପ୍ରତି ମାସରେ ୫୫ ଟଙ୍କା ଜମା କରିବାକୁ ହେବ । ଆଉ ୩୦ ବର୍ଷ ହୋଇଥିଲେ ୧୧୦ ଟଙ୍କା, ୪୦ ବର୍ଷ ହୋଇଥିଲେ ପ୍ରତି ମାସରେ ୨୦୦ ଟଙ୍କା ଜମା କରିବାକୁ ହେବ । ଆଉ ୬୦ ବର୍ଷ ପରେ ଆପଣଙ୍କୁ ୩ ହଜାର ଟଙ୍କା ପେନସନ ମିଳିବ ।

ପିଏମ ଲଘୁ ବ୍ୟାପାରୀ ମାନଧନ ଯୋଜନା
ଏହି ପେନସନ ଯୋଜନା ମାଧ୍ୟମରେ ଆପଣ ମାସକୁ ୩ ହଜାର ଟଙ୍କା ପେନସନ ପାଇପାରିବେ । ଏହି ଯୋଜନା ଛୋଟମୋଟ କାରବାର କରୁଥିବା ଲୋକଙ୍କ ପାଇଁ ଉଦ୍ଦିଷ୍ଟ । ଯେମିତି କି ତେଜରାତି ଦୋକାନୀ, କପଡା ଦୋକାନୀ, ଫଳ ପନିପରିବା ଦୋକାନୀ ଏହାର ଲାଭ ଉଠାଇ ପାରିବେ ।

ନିଜ ବୃଦ୍ଧାବସ୍ଥାକୁ ସୁଖମୟ କରିବା ପାଇଁ ଆପଣ ବି ଚାହିଁଲେ ଏହି ସବୁ ଯୋଜନାରେ ଆବେଦନ କରିପାରିବେ । ଆଉ ୬୦ ବର୍ଷରେ ପେନସନ ପାଇ ଖୁସିରେ ଜୀବନଯାପନ କରିପାରିବେ ।

 

from Kanak News
via <a href="https://ifttt.com/?

ଜିଓର ନୂଆବର୍ଷ ଅଫର । ଏଣିକି ପୁଣି ଜିଓ ସମସ୍ତ ଭଏସ କଲ ମାଗଣା କରିଦେଇଛି । ଏବେ ଯେ କୌଣସି ନମ୍ବରକୁ କଲ ବି ଆପଣଙ୍କୁ କୌଣସି ଦେୟ ପଡିବ ନାହିଁ ।

କନକ ବ୍ୟୁରୋ : ନୂଆ ବର୍ଷରେ ଜିଓ ଦେଇଛି ଅଫର । ଯଦି ଆପଣ ଜିଓ ନମ୍ବର ବ୍ୟବହାର କରୁଛନ୍ତି ତେବେ ଆପଣ ଏହି ସୁବିଧା ପାଇପାରିବେ । ଏଣିକି ପୁଣି ଜିଓ ସମସ୍ତ ଭଏସ କଲ ମାଗଣା କରିବାକୁ ଯାଉଛି । ଅର୍ଥାତ ଜାନୁଆରୀ ୧ରୁ ଆପଣ ଯେ କୌଣସି ନମ୍ବରକୁ କଲ ବି ଆପଣଙ୍କୁ କୌଣସି ଦେୟ ଦେବାକୁ ପଡିବ ନାହିଁ । ରିଲାଏନ୍ସ ଜିଓ ତରଫରୁ ଏଭଳି ସୂଚନା ଦିଆଯାଇଛି । କମ୍ପାନୀ ତରଫରୁ କୁହାଯାଇଛି କି ଅଫ ନେଟ ଡୋମେଷ୍ଟିକ କଲ କରିବା ପାଇଁ ଉପଭୋକ୍ତାଙ୍କୁ ଆଉ କୌଣସି ରିଚାର୍ଜ କରିବାକୁ ପଡିବ ନାହିଁ ।

ଏହାର ଅର୍ଥ ନୁହେଁ ଯେ କୌଣସି ବି ପ୍ଲାନ ରିଚାର୍ଜ ନକରି ଆପଣ ଲୋକାଲ ଭଏସ କଲ କରିପାରିବେ । ମାଗଣା ଲୋକାଲ କଲର ସୁବିଧା ପାଇବା ପାଇଁ ଆପଣଙ୍କୁ ଜିଓର ଥିବା ଅନ୍ୟ ରିଚାର୍ଜ ପ୍ଲାନ ଆକ୍ଟିଭ କରିବାକୁ ହେବ । ଜିଓର ଏହି ଅଫର ପରେ ଏବେ ପୁଣି ଅନ୍ୟ କମ୍ପାନୀଙ୍କୁ ଅନେକ କ୍ଷତି ସହିବାକୁ ପଡିଛି ।

୨୦୧୯ରେ ରିଲାଏନ୍ସ ଜିଓରୁ ଅନ୍ୟ ନମ୍ବରକୁ କଲ କଲେ ଚାର୍ଜ ଲାଗିବ ବୋଲି ନିଷ୍ପତ୍ତି ନେଇଥିଲା ରିଲାଏନ୍ସ । ଏଥିପାଇଁ କମ୍ପାନୀ ଟ୍ରାଇକୁ ଆୟୁସି ଚାର୍ଜ ଆଦାୟ କରିବାକୁ କହିଥିଲା । ଏହାପରେ ଜିଓ ୟୁଜର୍ସଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଥିଲା । ଏହି ସମୟରେ ଗ୍ରାହକଙ୍କୁ ଖୁସି କରିବାକୁ ଜିଓ ବିଭିନ୍ନ ରିଚାର୍ଜ ପ୍ଲାନ ଲଞ୍ଚ କରିଥିଲା ।

ବର୍ତ୍ତମାନ ଟ୍ରାଇ ଆୟୁସି ଶେଷ କରିବାର ନିଷ୍ପତ୍ତି ନେଇଛି । ଫଳରେ ରିଲାଏନ୍ସ ପୁଣି ଲୋକଙ୍କୁ ଲୋକାଲ କଲ୍୍ ମାଗଣା କରିବାକୁ ଘୋଷଣା କରିଛି । ନୂଆ ବର୍ଷରେ ଲୋକମାନେ ଏହି ସୁବିଧା ପାଇ ପାରିବେ ।

ଜିଓର ଏହି ସୁବିଧା ପୂରା ଦେଶରେ ଲାଗୁ ହୋଇଛି । ନୂଆ ବର୍ଷଠାରୁ ଜିଓ ତାର ଗ୍ରାହକଙ୍କୁ ଏଭଳି ମନଲୋଭା ଅଫର ଦେଇଛି । ରିଲାନ୍ସ ଜିଓ ଆରମ୍ଭ ହେବା ପରଠୁ ଦେଶରେ ଏହା ଆକର୍ଷଣୀୟ ଅଫର ଦେଇ ଗ୍ରାହକଙ୍କୁ ନିଜ ଆଡକୁ ଆକର୍ଷିତ କରି ଆସିଛି । ଶସ୍ତା ଅଫର ସହ କଲ୍୍ ଓ ନେଟର ସୁବିଧା ଯୋଗୁଁ ସାରା ଦେଶରେ ଜିଓ ଲୋକମାନଙ୍କର ପ୍ରିୟ ହୋଇ ରହିଛି ।

ରିଲାଏନ୍ସ ଜିଓ ଅକ୍ଟୋବର ମାସ ସୁଦ୍ଧା ୨୨ ଲକ୍ଷରୁ ଅଧିକ ଗ୍ରାହକଙ୍କୁ ନିଜ ସହିତ ଯୋଡି ସାରିଛି । ଏହାସହ କମ୍ପାନୀ ପାଖରେ ଏବେ ୪୦ କୋଟିରୁ ଅଧିକ ଗ୍ରାହକ ଥିବା ସ୍ପଷ୍ଟ କରିଛି କମ୍ପାନୀ ।

from Kanak News
via <a href="https://ifttt.com/?

ଓଡିଶା ଆସିଥିବା ବିଟ୍ରେନ ଫେରନ୍ତାଙ୍କ ନମୁନାରେ ନାହିଁ ନୂଆ ଷ୍ଟ୍ରେନ । ରାଜ୍ୟ ସ୍ୱାସ୍ଥ୍ୟ ସଚିବ ପ୍ରଦୀପ ମହାପାତ୍ରଙ୍କ ସୂଚନା । 

କନକ ବ୍ୟୁରୋ : ଓଡିଶାକୁ ଆସିଥିବା ବ୍ରିଟେନ ଫେରନ୍ତାଙ୍କ ନମୂନାରେ ନୂଆ ଷ୍ଟ୍ରେନ ଠାବ ହୋଇ ନାହିଁ । ଏହି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ସଚିବ ପ୍ରଦୀପ ମହାପାତ୍ର । ସେ କହିଛନ୍ତି ବ୍ରିଟେନ ଫେରନ୍ତା ୩ ଜଣ ଯାତ୍ରୀ ସଂକ୍ରମିତ ଚିହ୍ନଟ ପରେ ତାଙ୍କ ନମୁନାକୁ ପୁଣେ ପଠାଯାଇଥିଲା । ତେବେ ସେମାରେ ନୂଆ ଷ୍ଟ୍ରେନରେ ସଂକ୍ରମିତ ହୋଇନଥିବା ରିପୋର୍ଟ ଆସିଛି ।

ହେଲେ ଭାରତରେ ଆଜି ପୁଣି ୪ ଜଣ ପାଖରେ କରୋନାର ନୂଆ ଷ୍ଟ୍ରେନ ପଜିଟିଭ ଆସିଛି । ଏହାସହ ଏଯାଏଁ ଭାରତରେ ମୋଟ ୨୯ ଜଣଙ୍କଠାରେ କରୋନାର ନୂଆଷ୍ଟ୍ରେନ ଚିହ୍ନଟ ହୋଇଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।

from Kanak News
via <a href="https://ifttt.com/?

କରୋନାର ନୂଆ ଷ୍ଟ୍ରେନ ଭିତରେ ଭଲ ଖବର । ଭାରତରେ ଅକ୍ସଫୋର୍ଡ ଟିକାକୁ ମିଳିଲା ଅନୁମତି । ପ୍ରଥମ କୋଭିଡ ଟିକା ଭାବେ ଦେଶରେ ମିଳିଲା ଅନୁମତି ।

କନକ ବ୍ୟୁରୋ : କରୋନାର ନୂଆ ଷ୍ଟ୍ରେନ ଭିତରେ ଭଲ ଖବର । ଭାରତରେ ଅକ୍ସଫୋର୍ଡ ଟିକାକୁ ମିଳିଲା ଅନୁମତି । ବିଶେଷଜ୍ଞ କମିଟି ଦେଲେ ଟିକାକୁ ଅନୁମତି । ସିରମ ଇନଷ୍ଟିଚ୍ୟୁଟର କରୋନା ଟୀକାକୁ ସବଜେକ୍ଟ ଏକ୍ସପର୍ଟ କମିଟିର ଅନୁମତି ମିଳିଛି । ପ୍ରଥମ କୋଭିଡ ଟିକା ଭାବେ ଦେଶରେ ଅକ୍ସଫୋର୍ଡ ଓ ଆଷ୍ଟ୍ରାଜେନିକା ନିର୍ମିତ ଟିକାକୁ ଅନୁମତି ଦିଆଯାଇଛି ।

ଅକ୍ସଫୋର୍ଡ ଟିକାର ଭାରତୀୟ ନାଁ ହେଉଛି ‘କୋଭିସଲ୍ଡ’ । ଟିକାର ଦୁଇଟି ଡୋଜର ଜାମ ୪୪୦ ଟଙ୍କା ରହିପାରେ । ୫ କୋଟି ଟିକା ପ୍ରସ୍ତୁତ ହୋଇ ଗଚ୍ଛିତ ରହିଛି ବୋଲି ତଥ୍ୟ ମିଳିଛି । ଅକ୍ସଫୋର୍ଡ ବିଶ୍ୱ ବିଦ୍ୟାଳୟ ଓ ଆଷ୍ଟ୍ରାଜେନିକା କମ୍ପାନୀ ମିଳିତ ଭାବେ ଏହି ଟିକା ପ୍ରସ୍ତୁତ କରିଛନ୍ତି ।

from Kanak News
via <a href="https://ifttt.com/?

ଭାରତରେ ଅଷ୍ଟ୍ରାଜେନିକା ଟିକାକୁ ମିଳିପାରେ ଅନୁମତି । ଡ୍ରଗ୍ସ କଂଟ୍ରୋଲର ଅଫ ଇଣ୍ଡିଆର ବୈଠକ ଜାରି । ଭ୍ୟାକସିନ ଟ୍ରାଏଲର ବିସ୍ତୃତ ତଥ୍ୟ ଦେଉଛନ୍ତି ତିନି ଟିକା ନିର୍ମାତା କଂପାନୀ ।

କନକ ବ୍ୟୁରୋ : ଭାରତରେ ଅଷ୍ଟ୍ରାଜେନିକା ଓ ଅକ୍ସଫୋର୍ଡ ପ୍ରସ୍ତୁତ କୋଭିଡ୍ ଟିକାକୁ ଆଜି ମିଳିପାରେ ଅନୁମତି । ଡ୍ରଗ୍ସ କଂଟ୍ରୋଲର ଅଫ ଇଣ୍ଡିଆର ସବଜେକ୍ଟ ଏକ୍ସପର୍ଟ କମିଟି ବା ବିଶେଷଜ୍ଞ କମିଟି ଟିକାର ଜରୁରୀ ବ୍ୟବହାର ପାଇଁ ଅନୁମତି ଦେବା ନେଇ ବୈଠକ ବସିଛି । ଏହି ବୈଠକରେ ଅଷ୍ଟ୍ରେଜେନିକା ଟିକାକୁ ବ୍ୟବହାର ପାଇଁ ଅନୁମତି ମିଳିବ ବୋଲି କୁହାଯାଉଛି ।

ବିଶ୍ୱର ଦ୍ୱିତୀୟ ଜନବହୁଳ ରାଷ୍ଟ୍ର ଭାରତରେ ଜରୁରୀକାଳିନ ଟିକା ବ୍ୟବହାର ପାଇଁ ଫାଇଜର, ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ, ଭାରତ ବାୟୋଟେକ୍ ପ୍ରାଇଭେଟ ଲିମିଟେଡ ଆବେଦନ କରିଛନ୍ତି । ସବଜେକ୍ଟ ଏକ୍ସପର୍ଟ କମିଟି ବା ବିଶେଷଜ୍ଞ କମିଟି ପାଖରେ ତିନୋଟି ଟିକା ନିର୍ମାତା କଂପାନୀ ଭ୍ୟାକିସନ ଟ୍ରାଏଲର ତଥ୍ୟ ଦାଖଲ କରିଛନ୍ତି । ଗତ ବୁଧବାର ସବଜେକ୍ଟ ଏକ୍ସପର୍ଟ କମିଟିର ବୈଠକ ବସିଥିଲା । ବୈଠକରେ ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ, ଭାରତ ବାୟୋଟେକ୍ ପ୍ରାଇଭେଟ ଲିମିଟେଡ ପକ୍ଷରୁ ଟିକା ପରୀକ୍ଷଣ ସମୟର ସମସ୍ତ ତଥ୍ୟ ଦାଖଲ କରାଯାଇଥିଲା ।

ତେବେ ପରୀକ୍ଷଣର ତଥ୍ୟ ଦେବାକୁ ଅଧିକ ସମୟ ମାଗିଥିଲା ଫାଇଜର । ଏହାପରେ ଜାନୁୟାରୀ ୧ ତାରିଖ ଅର୍ଥାତ ଆଜି ପୁଣି ବୈଠକ ବସି ନିଷ୍ପତି ନିଆଯିବ ବୋଲି ଡ୍ରଗ୍ସ କଂଟ୍ରୋଲର ଅଫ ଇଣ୍ଡିଆ ପକ୍ଷରୁ କୁହାଯାଇଥିଲା । ନୂଆ ବର୍ଷର ପ୍ରଥମ ଦିନରେ କୋଭିଡ ଟିକାକରଣ ପ୍ରସ୍ତାବକୁ ମଂଜୁରୀ ମିଳିବା ପରେ ଔଷଧ ନିୟନ୍ତ୍ରକଙ୍କ ଅନୁମୋଦନ ପାଇଁ ସୁପାରିଶ ପଠାଯିିବ । ଏହା ପରେ ଦେଶରେ ଟିକାକରଣ ପ୍ରକ୍ରିୟା ଆରମ୍ଭ ହେବ ।

from Kanak News
via <a href="https://ifttt.com/?

ମିସଡ୍ କଲ କରନ୍ତୁ, ଗ୍ୟାସ୍ ବୁକିଂ କରନ୍ତୁ… ଏଣିକି ଗୋଟିଏ ମିସଡ୍ କଲ କଲେ ବୁକିଂ ହେବ ଏଲପିଜି ଗ୍ୟାସ । କେନ୍ଦ୍ରମନ୍ତ୍ରୀଙ୍କ ଘୋଷଣା

କନକ ବ୍ୟୁରୋ: ମିସଡ୍ କଲ କଲେ ହେବ ଏଲପିଜି ଗ୍ୟାସ ବୁକିଂ । ଗୋଟିଏ ମିସଡ କଲରେ ଲୋକେ ପାଇ ପାରିବେ ଗ୍ୟାସ ବୁକିଂ ସେବା । ୮୪୫୪୯୫୫୫୫୫ ନମ୍ବରରେ ମିସଡ କଲ କଲେ ବୁକଂ ହେବ । ଓଡିଶାରୁ ଶୁଭାରମ୍ଭ କଲେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଗ୍ୟାସ୍ ସିଲିଣ୍ଡର ବୁକିଂ କରିବା ପାଇଁ ଆହୁରି ସହଜ ମାଧ୍ୟମ ଆସିଯାଇଛି। ମିସଡ କଲରେ ଏଲିପିଜି ଗ୍ୟାସ୍ ରିଫିଲିଂ ବୁକିଂ ହୋଇପାରିବ। କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ବରରେ ଏହି ସୁବିଧା ଆରମ୍ଭ କରିଛନ୍ତି। ଭୁବନେଶ୍ବର ସମେତ ଦେଶର ଆଉ ୭ଟି ସହରରେ ସୁବିଧା ଉପଲବ୍ଧ। ଗ୍ରାହକ ଏହି ନମ୍ବରରେ ମିସଡ କଲ ଦେବା ପରେ ସୁନିଶ୍ଚିତ ପାଇଁ ମୋବାଇଲକୁ ଏକ ମେସେଜ ଆସିବ। ଏହା ପରେ ଆପଣ ଜାଣିପାରିବେ ଯେ, ଗ୍ୟାସ ବୁକିଂ ସଫଳ ହୋଇଛି। ଏହି ସେବା ଆରମ୍ଭ ହେବା ଦ୍ବାରା ଗ୍ରାହକ ଅତି ସହଜରେ ଗ୍ୟାସ ବୁକିଂ କରିପାରିବେ।

ଏତଦ ବ୍ୟତୀତ ମିସଡ କଲ ଜରିଆରେ ନୂଆ ଗ୍ୟାସ୍ ସଂଯୋଗ ମଧ୍ୟ କରିହେବ। ସ୍ବତନ୍ତ୍ର ନମ୍ବରକୁ ମିସଡ କଲ କଲାପରେ ଏକ ଲିଙ୍କ ଆସିଯିବ। ଏଥିରେ ଥିବା ଫର୍ମକୁ ଅନଲାଇନ ପୂରଣ କରିବାକୁ ହେବ। ପରେ ଏହାର ଏକ ହାର୍ଡ କପି ନିକଟସ୍ଥ ଡିଲରଙ୍କ ପାଖରେ ଦାଖଲ କରିବାକୁ ପଡ଼ିବ।
ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ୨୦୨୦ ଭଳି ଚ୍ୟାଲେଞ୍ଜିଂ ସମୟ ଆମେ ଅତିକ୍ରମ କରିସାରିଛୁ। ବିଶ୍ବରେ ଯେଉଁ ସଂକଟ ଆସିଥିଲା, ଏଥିରେ ଆମେରିକା, ୟୁରୋପ, ଅଷ୍ଟ୍ରେଲିଆ, ଓ ଭାରତ ସମେତ ବିଶ୍ବର ଅର୍ଥନୀତି ଦୋହଲିଯାଇଛି। ସମଗ୍ର ବିଶ୍ବରେ ଯେତେବେଳେ କରୋନା ସଂକଟରେ ଆସିଯାଇଥିଲା, ଭାରତକୁ ଏକତା ସୂତ୍ରରେ ବାନ୍ଧି ବିଶ୍ବ ଆଗରେ ଚ୍ୟା‌ଲେଞ୍ଜିଂକୁ ସମ୍ମୁଖୀନ ହୋଇଥିଲେ। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ୬ ବର୍ଷରେ ଓଡ଼ିଶାରେ ଏଲପିଜି ସଂଯୋଗ ୨୨ ପ୍ରତିଶତରୁ ବଢ଼ି ଏବେ ୮୦ ପ୍ରତିଶତ ପହଂଚିଛି। ଏଥିରୁ ମହିଳାମାନେ ଲାଭବାନ ହୋଇଛନ୍ତି।

from Kanak News
via <a href="https://ifttt.com/?

ଓଡିଶାରେ କେମିତି ମିଳିବ କରୋନା ଟିକା । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରସ୍ତୁତ କରାଗଲା ନକ୍ସା । ୨୯ ହଜାର ୨୭୨ କେନ୍ଦ୍ରରେ ମିଳିବ ଟିକା ।

କନକ ବ୍ୟୁରୋ : ଓଡିଶାରେ କେମିତି ଦିଆଯିବ କରୋନା ଟିକା । ଏନେଇ ବ୍ଲୁ ପ୍ରିଂଟ ବା ନକ୍ସା ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର । କେନ୍ଦ୍ରରୁ ଟିକା ଆସିବା ପରେ ପ୍ରଥମେ ଟିକାକୁ ରାଜ୍ୟ ଟିକା ଷ୍ଟୋରରେ ରଖାଯିବ । ପରେ ସେଠାରୁ ୨ଟି ଆଂଚଳିକ ଟିକା ଷ୍ଟୋରକୁ ପଠାଯିବ । ଏବଂ ଆଂଚଳିକ ଟିକା ଷ୍ଟୋରରୁ ୩୨ଟି ଟିକା ଷ୍ଟୋରକୁ ଯିବ ଭାକ୍ସିନ ।

ପୁଣି ସେଠାରୁ ୧୨ଶହ ୨୨ କୋଲ୍ଡ ଚେନ ପଏଂଟକୁ ଟିକା ପଠାଯିବ । ସେଠାରୁ ୨୯ ହଜାର ୨୭୨ ସେସନ ସାଇଟ୍କୁ ପଠାଯିବ । ଏବଂ ସେଠାରେ ହିଁ ଟିକାକରଣ ପାଇଁ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ । ଏହି ସୂଚନା ଦେଇଛନ୍ତି ଭ୍ୟାକସିନ ଇନଚାର୍ଜ ବିଜୟ ପାଣିଗ୍ରାହୀ

ଆସନ୍ତାକାଲି ଠାରୁ ରାଜ୍ୟରେ କରୋନା ଟିକାର ଡ୍ରାଏ ରନ୍ । ପ୍ରାଥମିକ ପର୍ଯ୍ୟାୟରେ ୩ ଲକ୍ଷ ୭୦ ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ କରୋନା ଭାକ୍ସିନ ଦିଆଯିବ । କ୍ୟାପିଟାଲ ହସ୍ପିଟାଲ ସମେତ ରାଜ୍ୟର ୩୦ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହା କାର୍ଯ୍ୟକାରୀ ହେବ । ଏଥିପାଇଁ ଜାଗା ଚିହ୍ନଟ କରାଯାଇଛି । ପ୍ରତ୍ୟେକ ଟିକାକରଣ କେନ୍ଦ୍ରରେ ୨୫ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ସାମିଲ କରାଯିବ । ସବୁ ଟିକାକରଣ କେନ୍ଦ୍ରରେ ଜଣେ ଭ୍ୟାକ୍ସିନେଟରଙ୍କୁ ମିଶାଇ ୫ଜଣିଆ ଟିମ୍ ଉପସ୍ଥିତ ରହିବେ ।

ଡ୍ରାଏ ରନ୍ ସମୟରେ କୋଭିଡ୍-୧୯ର ସମସ୍ତ ନିୟମ ପାଳନ କରାଯିବ । ଜାନୁଆରୀ ୨ ତାରିଖରୁ ଅର୍ଥାତ ଆସନ୍ତାକାଲି ଦେଶର ସମସ୍ତ ରାଜ୍ୟରେ କୋଭିଡ୍ ଟିକାର ଡ୍ରାଏ ରନ୍ ଆରମ୍ଭ ହେବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା । ଡ୍ରାଏ ରନ୍ ସମୟରେ କୋଭିଡ୍-୧୯ର ସମସ୍ତ ନିୟମ ପାଳନ କରାଯିବ ।

ପ୍ରଥମ ପର୍ଯ୍ୟାୟରେ ଦେଶର ୪ଟି ରାଜ୍ୟରେ ହୋଇଥିବା ଭାକସିନ୍ ଡ୍ରାଏ ରନ୍ ସଫଳ ହେବା ପରେ ଏହି ନିଷ୍ପତି ନେଇଛନ୍ତି କେନ୍ଦ୍ର ସରକାର । ପ୍୍ରଥମ ପର୍ଯ୍ୟାୟରେ ଆନ୍ଧ୍ରପ୍ରଦେଶ, ଆସାମ, ଗୁଜରାଟ ଓ ପଂଜାବର ୨ଟି ଲେଖାଏଁ ଜିଲ୍ଲାରେ ଡିସେମ୍ୱର ୨୮ ଓ ୨୯ ତାରିଖ ଦୁଇ ଦିନ ଧରି ହୋଇଥିଲା ଭାକସିନ୍ ର ଡ୍ରାଏରନ୍ ।

from Kanak News
via <a href="https://ifttt.com/?

ସିଲଭରସିଟି ସାଜିଛି ଭେଜାଲର ହବ୍, ବାହାରୁଛି ପୁଳାପୁଳା ଅପମିଶ୍ରିତ ସାମଗ୍ରୀ । ନକଲି ପଛର ନାୟକ କିଏ ?

କନକ ବ୍ୟୁରୋ: ଘିଅ, ହଳଦୀ, ମସଲା, ସୋୟାବିନ ଆଉ ଏବେ ପନିର ପାଳି । ନକଲି… ନକଲି… ସବୁ ନକଲି । ସିଲଭଲ ସିଟିରେ ସବୁ ନକଲି । କଟକ ସାଜିଛି ଭେଜାଲର ହବ । ଜଗତପୁର ପାଲଟିଛି ନକଲି ସାମଗ୍ରୀର ପେଣ୍ଠସ୍ଥଳ । ଲଗାତାର ଗୋଟିଏ ମାସ ଧରି ଧରପଗଡ ଚାଲିଥିବା ବେଳେ କଟକରୁ ଆସୁଛି ଗୋଟେ ପରେ ଗୋଟେ ନକଲିର ଖବର । ଯାହା ସମସ୍ତଙ୍କୁ ଚିନ୍ତାରେ ପକାଇଛି । ଟିଭି ଖୋଲିଲେ, ମୋବାଇଲ ଦେଖିଲେ କୁତ୍ସିତ କାରବାରର ଏ କଳା କାହାଣୀ ଲୋକଙ୍କୁ ଡରାଇ ଦେଉଛି । ଖାଇଲେ, ପିଇଲେ, ଜିନିଷ କିଣିଲେ ନକଲିର କଥା ଆଖିରେ ନାଚିଯାଉଛି ମନରେ ପ୍ରଶ୍ନ ଉଠୁଛି କଟକରୁ ଆଉ କେତେ ନକଲି ବାହାରିବ…?

ନାମୀଦାମୀ କମ୍ପାନୀ ନାଁରେ କଳା କାରବାର । ଅସଲି ଖୋଳରେ ନକଲି ଜିନିଷ । ରୋଷେଇ କଳା ବେଳେ ନକଲିର ଭୟ ଘାରୁଛି । କାଳେ ରୋଷେଇ ସାମଗ୍ରୀ ନକଲି ହୋଇଥିବ । କାରଣ ପୂର୍ବରୁ ଅନେକ ଥର ସେହି ସିଲଭରସିଟିରୁ ନକଲି ଘିଅ. ନକଲି ହଳଦୀ, ନକଲି ମସଲା ଘଟଣା ସାମ୍ନାକୁ ଆସିଛି । ଖାଲି ରୋଷେଇ କାହିଁକି ଘର ତିଆରି କରିବାକୁ ବି ଲୋକେ ଆତଙ୍କିତ ହେଉଛନ୍ତି କାରଣ ମାର୍କେଟରେ ମିଳୁଛି ନକଲି ସିମେଣ୍ଟ । ଜଗତପୁରରେ ନକଲି ସିମେଣ୍ଟର କାରଖାନା ଠାବ ହେବା ପରେ ଏବେ କଟକରୁ ମିଳୁଥିବା ଜିନିଷ ଉପରେ ସାଧାରଣ ଲୋକଙ୍କ ସନ୍ଦେହ ବଢୁଛି । ତେଣୁ ସାବଧାନ କେତେବେଳେ ବି ଆପଣ ହୋଇପାରନ୍ତି ନକଲିର ଶିକାର ।

କଟକରୁ ବାରମ୍ବାର ନକଲି ସାମଗ୍ରୀ ଜବତ ହେବା ଘଟଣା ସାରା ରାଜ୍ୟର ମୁଣ୍ଡ ବିନ୍ଧାର କାରଣ ହୋଇଥିବା ବେଳେ ଏବେ ଯାହା ସାମ୍ନାକୁ ଆସିଛି ତାହା ସମସ୍ତଙ୍କୁ ଚମକାଇ ଦେଇଛି । କାରଣ କଟକରୁ ଜବତ ହୋଉଛି ନକଲି ପନିର । ପାଖାପାଖି ୧ କ୍ୱିଣ୍ଟାଲରୁ ଅଧିକ ସିନ୍ଥେଟିକ ପନିର ସିଲଭରସିଟିରୁ ଧରିଛି ଚାଉଳିଆଗଞ୍ଜ ପୋଲିସ । କୁହାଯାଉଛି ଭେଜାଲ ପନିରର ରହିଛି କୋଲକାତା ଲିଙ୍କ । କୋଲାକାତାରୁ ଆସି କଟକ ବଜାରରେ ବିକ୍ରି ହେଉଛି ଏହି ବିଷମିଶା ଖାଦ୍ୟ । ନଷ୍ଟ ହୋଇଯାଇଥିବା କ୍ଷୀର ସହ ରାସାୟନିକ ପଦାର୍ଥ ମିଶାଇ ଏହି ଅପମିଶ୍ରିତ ସାମଗ୍ରୀକୁ ମାର୍କେଟରୁ ଛଡାଯାଉଛି ।

ତେବେ ପିଠାପୁରରୁ ଅପମିଶ୍ରିତ ଘିଅ, ଜଗତପୁରରୁ ନକଲି ସିମେଣ୍ଟ ସହ ବିଭିନ୍ନ ସମୟରେ ଭେଜାଲର ଆଡ୍ଡା ପାଲଟିଥିବା ଜଗତପୁରରୁ ଜବତ ହୋଇଛି ପୁଳାପୁଳା ନକଲି ସାମଗ୍ରୀ । ତେବେ ନକଲିର ନଗରୀରୁ ବାରମ୍ବାର ଏସବୁର ଖବର ଆସିବା ପରେ ଏଠି ପ୍ରଶ୍ନ ଉଠୁଛି, ନକଲି ପଛର ନାୟକ କିଏ ? କାହା ଛତ୍ରଛାୟା ତଳେ ଚାଲୁଛି ନକଲି କାରବାର ? କେତେବାଟ ଲମ୍ବିଛି ନକଲି କାରବାରର ଚେର ? ପୋଲିସର ନାକତଳେ ଭେଜାଲ ହେଉଥିଲେ ବି ଆଗରୁ କେମିତି ଜାଣିପାରୁ ନଥିଲା ପୋଲିସ ? ପର୍ଦ୍ଦାଫାସ ହେବ କି ଗୋଟି ଗୋଟି ନକଲି କାରଖାନାର କଳା କାରନାମା ?

from Kanak News
via <a href="https://ifttt.com/?

Design a site like this with WordPress.com
Get started