ଭାରତରେ ଆଉ ୪ ଜଣ ବ୍ରିଟେନ ଷ୍ଟ୍ରେନ ପଜିଟିଭ । ଦେଶରେ ମୋଟ ୨୯ ଜଣ ବ୍ରିଟେନ ଷ୍ଟ୍ରେନ ଚିହ୍ନଟ ।

କନକ ବ୍ୟୁରୋ : ଭାରତରେ ଆଜି ଆଉ ୪ ଜଣ ବ୍ରିଟେନ ଷ୍ଟ୍ରେନରେ ସଂକ୍ରମିତ ହୋଇଛନ୍ତି । ଗତକାଲି ୨୫ ଜଣ କରୋନା ଭୁତାଣୁର ନୂଆ ରୁପରେ ଆକ୍ରାନ୍ତ ହୋଇଥିଲେ । ଆଜି ୪ ଜଣ ଆକ୍ରାନ୍ତ ହେବା ପରେ ଏହାକୁ ମିଶାଇ ଦେଶରେ ବ୍ରିଟେନ ଷ୍ଟ୍ରେନ ଆକ୍ରାନ୍ତଙ୍କ ସଂଖ୍ୟା ୨୯କୁ ଛୁଇଁଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏହି ସୂଚନା ଦେଇଛି ।

\କରେନାର ପୁରୁଣା ରୁପ ଠାରୁ ଏହି ନୂଆ ଷ୍ଟ୍ରେନ ୫୬ ପ୍ରତିଶତ ବେଗରେ ସଂକ୍ରମଣ କରୁଥିବାରୁ ସରକାରଙ୍କ ଚିନ୍ତା ବଢିଛି । ନୂଆ ଷ୍ଟ୍ରେନରେ ସଂକ୍ରମିତଙ୍କୁ ଅଲଗା କୋଠରୀରେ ସଙ୍ଗରୋଧରେ ରଖାଯାଇଛି । ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ କଂଟାକ୍ଟ ଟ୍ରେସିଂ କରାଯାଉଛି । ବ୍ରିଟେନରୁ ଫେରିଥିବା ଯାତ୍ରୀଙ୍କୁ ନିଜ ବିଷୟରେ ସମସ୍ତ ତଥ୍ୟ ଜଣାଇବାକୁ ସରକାରଙ୍କୁ ପକ୍ଷରୁ ନିର୍ଦ୍ଦେଶ ରହିଛି ।

from Kanak News
via <a href="https://ifttt.com/?

ନୂଆବର୍ଷରେ ବିହାର ଦେଖିପାରେ ନୂଆ ସରକାର । ରାବ୍ରୀ ଦେବୀ କହିଲେ ମହାଗଠବନ୍ଧନରେ ନିତୀଶଙ୍କୁ ସାମିଲ କରିବା ନେଇ ଚାଲିଛି ବିଚାର । ସେପଟେ ଜେଡିୟୁ ଓ ବିଜେପି ସଂପର୍କରେ ଫାଟକୁ ନେଇ ଚର୍ଚ୍ଚା

କନକ ବ୍ୟୁରୋ : ନୂଆବର୍ଷରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରୀ ଦେବୀ ବିହାରବାସୀଙ୍କୁ ଅଭିନନ୍ଦନ ଜଣାଇବା ସହ ବିରୋଧୀ ନିତୀଶ କୁମାରଙ୍କ ବାବଦରେ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ରାବ୍ରୀ ଦେବୀ କହିଛନ୍ତି କି, ନିତୀଶ କୁମାରଙ୍କୁ ପୁଣିଥରେ ମହାଗଠବନ୍ଧନରେ ସାମିଲ କରିବା ନେଇ ଆରଜେଡି ଭିତରେ ଆଲୋଚନା ଚାଲିଛି । ଅରୁଣାଚଳ ପ୍ରଦେଶରେ ୬ ଜଣ ଜେଡିୟୁ ବିଧାୟକ ବିଜେପିରେ ସାମିଲ ହେବାକୁ ନେଇ ରାରାବ୍ରୀ ଦେବୀ କହିଛନ୍ତି କି ଖାଲି ଅରୁଣାଚଳ ପ୍ରଦେଶ ନୁହେଁ ବିହାରରେ ବି ବିଜେପି ଏଭଳି କରିପାରେ ?

କହିରଖୁ କି ଅରୁଣାଚଳପ୍ରଦେଶରେ ଜେଡିୟୁର ଥିବା ୭ ଜଣ ବିଧାୟକଙ୍କ ମଧ୍ୟରୁ ୬ ଜଣ ବିଜେପିରେ ସାମିଲ ହୋଇସାରିଛନ୍ତି । ଏପଟେ ଏହାକୁ ନେଇ ବିଜେପି ଓ ଜେଡିୟୁ ମଧ୍ୟରେ ଯେଭଳି ଭାବେ ବିତ୍ତର୍କ ଦେଖା ଦେଇଛି ତାହାକୁ ହାତଛଡା କରିବାକୁ ଚାହୁଁ ନାହାନ୍ତି ଲାଲୁ ଯାଦବ । ଏଭଳି ସମୟରେ ନିତୀଶଙ୍କୁ ପୁଣିଥରେ ମହାଗଠବନ୍ଧନକୁ ଫେରାଇଆଣିବାକୁ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଏକ ମୋର୍ଚ୍ଚା ଖୋଲି ତାହାର ଦାୟିତ୍ୱ ନେଇଛନ୍ତି ।

କୁହାଯାଉଛି କି ଲାଲୁ ଯାଦବଙ୍କ ପରିବାର ଓ ଆରଜେଡିର କୌଣସି ନେତା ରାଜନୈତିକ ସ୍ତରରେ ନିତୀଶ କୁମାରଙ୍କ ବିରୋଧରେ କୌଣସି ମନ୍ତବ୍ୟ ଦେବାକୁ ବାରଣ କରାଯାଇଛି । ଏହାସହ ସରକାରଙ୍କ ବିରୋଧରେ ହେଉ କି ନିଜ ଦଳ ସପକ୍ଷରେ ହେଉ ଆରଜେଡିର କୌଣସି ନେତା ବା ପ୍ରବକ୍ତା ଗଣମାଧ୍ୟମ ଆଗରେ ବୟାନ ଦେବା ପୂର୍ବରୁ ଚିନ୍ତା କରି ବୟାନ ଦେବାକୁ ଲାଲୁ ଯାଦବଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।
ଏହାସହ ଏଭଳି କିଛି ଖବର ସୂତ୍ର ମାଧ୍ୟମରେ ମିଳିଛି କି ନିତୀଶ କୁମାରଙ୍କୁ ପୁଣିଥରେ ମହାଗଠବନ୍ଧନରେ ସାମିଲ କରିବାକୁ ଲାଲୁ ଯାଦବ ୟୁପିଏର ବଡ ବଡ ନେତା ମାନଙ୍କ ସହାୟତାରେ ନିତୀଶ କୁମାରଙ୍କ ଉପରେ ଚାପ ପକାଉଥିବା ସୂଚନା ମିଳିଛି । ଏହାସହ ଏନସିପି ମୁଖ୍ୟ ଶରଦ ପାୱାର କହିଛନ୍ତି କି ଯଦି ନିତୀଶ କୁମାର ମହାଗଠବନ୍ଧନ ଦେଇ ୟୁପିଏକୁ ଫେରିବାକୁ ଚାହିଁବେ ତେବେ ତାଙ୍କ ପାଇଁ ୟୁପିଏର ଦ୍ୱାର ସବୁବେଳେ ଖୋଲା ରହିଛି ।

from Kanak News
via <a href="https://ifttt.com/?

ବିଚାରପତି ହେବ କ୍ଷୀର ବିକାଳିର ଝିଅ । ଗୋବର ଗୋଟେଇ, ଗାଈ ଗୁହାଳରେ ପାଠପଢି ବିଚାରପତି ବନିଲେ ଗରିବ ଘରର ଝିଅ । ସୋନଲ ଶର୍ମା…

କନକ ବ୍ୟୁରୋ: ଆତ୍ମବିଶ୍ୱାସ ଆଗରେ ଆତ୍ମସମର୍ପଣ କଲା ଅଭାବ । ଜିତିଗଲା ଗରିବ ଝିଅ, ହାରିଗଲା ଦାରିଦ୍ରତା । ଇଚ୍ଛାଶକ୍ତି ସାମ୍ନାରେ ସଙ୍ଘର୍ଷର ପରିଭାଷା ବି ବଦଳିଗଲା । ହଁ ସିନେମାର ସୁନ୍ଦର ସ୍କ୍ରିପ୍ଟ ପରି ଏ ସତସତିକା କାହାଣୀ । ଯେଉଁଠି ଜଣେ କ୍ଷୀର ବିକାଳିର ଝିଅ ବିଚାରପତି ହୋଇଛି । ଅଭାବ ଅନଟନ ଭିତରେ ଭୟଙ୍କର ପରିସ୍ଥିତିକୁ ସାମ୍ନା କରି ଗରିବ ଝିଅ ସୁନା ଝିଅ ସାଜିଛି ଆଉ ସାରା ଦେଶ ପାଇଁ ଗାଇ ଜଗୁଆଳିରୁ ଜଜ ବନିଥିବା ସୋନଲଙ୍କୁ ସାବାସୀ ମିଳିଛି ।

ସୋନଲ ଶର୍ମା । ରାଜସ୍ଥାନ ଉଦୟପୁର ପ୍ରତାପ ନଗର ଅଞ୍ଚଳର ଜଣେ ଗରିବ ଓ ମେଧାବୀ ଝିଅ । ବାପା ଜଣେ ଗୋପାଳକ । କ୍ଷୀର ବିକି ଯାହା ରୋଜଗାର ହୁଏ ସେଇଥିରେ ଚଳେ ପରିବାର । ଆଉ ସେହି ତେଲଲୁଣର ସଂସାର ଭିତରେ ଝିଅ ସୋନଲ କିନ୍ତୁ ଦେଖନ୍ତି ବଡ ହେବାର ସ୍ୱପ୍ନ । ଧନ ସିନା ନାହିଁ ହେଲେ ଛାତିରେ ଅସୀମ ଧର୍ଯ୍ୟ । ସେହି ସାହସ, ସେହି ଆତ୍ମବିଶ୍ୱାସ ପାଇଁ ସୋନଲ କରନ୍ତି ଅକ୍ଳାନ୍ତ ପରିଶ୍ରମ । ଗୁହାଳରେ ଗାଈଙ୍କ ସେବା କରିବା ସହ ସେଇଠି ହିଁ ସେ ପଢାପଢି କରନ୍ତି । ଗୁହାଳରେ ଥିବା ତେଲ ଟିଣକୁ ଟେବୁଲ କରି ତାପରେ ବସି ନ୍ୟାୟିକ ପରୀକ୍ଷା ପାଇଁ ପ୍ରସ୍ତୁତ ହୁଅନ୍ତି ସୋନଲ । ଆଉ ଶେଷରେ ସେ ସଫଳ ବି ହୁଅନ୍ତି ।

ତେବେ ରାଜସ୍ଥାନ ନ୍ୟାୟିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି ୨୬ ବର୍ଷୀୟ ସୋନଲ । ୨୦୧୮ରେ ୨ୟ ଥର ପରୀକ୍ଷା ଦେବା ପରେ ସେ ସଫଳ ଉତୀର୍ଣ୍ଣ ହୋଇଛନ୍ତି । ଗତବର୍ଷ ଟିକେ କମ ନମ୍ବର ଥିବାରୁ ତାଙ୍କୁ ୱେଟିଂ ଲିଷ୍ଟରେ ରଖାଯାଇଥିଲା ଆଉ ଏଥର ସେ ପାସ୍ କରିଛନ୍ତି । ଆଉ ତାଙ୍କୁ ଏକ ସେସନ୍ସ କୋର୍ଟରେ ଦାୟିତ୍ୱ ମିଳିବ । ବର୍ଷେ ତାଲିମ ନେବା ପରେ ସେ ଏହି ଦାୟିତ୍ୱ ତୁଲାଇବେ ବୋଲି ସୂଚନା ମିଳିଛି । ତେବେ ବିଏ, ଏଲଏଲବି, ଏଲଏଲଏମରେ ସ୍ୱର୍ଣ୍ଣ ପଦକ ପାଇଥିବା ସୋନଲଙ୍କ ଏହି ସଫଳତା ପଛରେ ରହିଛି ଅନେକ ସଙ୍ଘର୍ଷ ।

ସେପଟେ ରାତି ୪ଟାରୁ ଉଠି ବାପାଙ୍କୁ ଗୁହାଳ କାମରେ ସାହାଯ୍ୟ କରନ୍ତି ସୋନଲ । ଗାଈ ଗୋବର ଉଠାଇବା, କ୍ଷୀର ଦୁହିଁବା ସହ ଗୁହାଳ ସଫା ସୁତୁରା ରଖନ୍ତି ସୋନଲ । ତେବେ ଅର୍ଥ ଅଭାବରୁ ବିନା କୋଟିଂରେ ଏହି ଗୁହାଳ ଘରେ ପାଠପଢି ବିଚାରପତି ବନିଛନ୍ତି ସୋନଲ । ଆଉ ଝିଅର ଏହି ସଫଳତାରେ ପୂରା ପରିବାର ଖୁସି ଥିବା ବେଳେ ଗର୍ବ କରୁଛି ପୂରା ସହର । ଗାଈ ଗୁହାଳରୁ ଜଜ ବନି ଏବେ ସବୁ ଝିଅଙ୍କ ପାଇଁ ଉଦାହରଣ ସାଜିଛନ୍ତି ସୋନଲ ।

from Kanak News
via <a href="https://ifttt.com/?

କରୋନାରୁ ଉପଶମ ପାଇଁ ନାଲି ପିମ୍ପୁଡିର ଆଚାର ଉପରେ ନିଷ୍ପତି ନେବାକୁ କହିଲେ ହାଇକୋର୍ଟ । କାହିଁକି ଏହା ବ୍ୟବହାର ହେଉନାହିଁ ବୋଲି କୋର୍ଟରେ ହୋଇଥିଲା ଜନସ୍ୱାର୍ଥ ମାମଲା 

କନକ ବ୍ୟୁରୋ : ଆଦିବାସୀ ଅଂଚଳରେ ପାରମ୍ପରିକ ଔଷଧ ଭାବେ ବ୍ୟବହାର ହେଉଥିବା ନାଲି ପିମ୍ପୁଡିର ଆଚାର ଉପରେ ଅଧିକ ତଥ୍ୟ ମାଗିଛନ୍ତି ଓଡିଶା ହାଇକୋର୍ଟ । ଏନେଇ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା । ବାରିପଦାର ଜଣେ ବ୍ୟକ୍ତି ଜନସ୍ୱାର୍ଥ ମାମଲା ରୁଜୁ କରି କହିଥିଲେ, ଆଦିବାସୀ ଅଂଚଳରେ ଥଣ୍ଡା ହେଲେ, କଫ, ହାଲିଆ ଲାଗିଲେ, ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେବା ଭଳି, ଫ୍ଲୁ ପରି ରୋଗର ଚିକିତ୍ସା ପାଇଁ ନାଲି ପିମ୍ପୁଡିର ଆଚାର ବ୍ୟବହାର କରାଯାଏ । କଂଚା ଲଙ୍କା ଓ ନାଲି ପିମ୍ପୁଡିକୁ ମିଶାଇ ଏହି ଆଚାର ପ୍ରସ୍ତୁତ କରାଯାଇଥାଏ ।

ଓଡିଶା, ଛତିଶଗଡ ସମେତ ଅନ୍ୟରାଜ୍ୟର ଆଦିବାସୀ ବହୁଳ ଅଂଚଳରେ ନାଲି ପିମ୍ପୁଡି ଆଚାର ବା ଚଟଣୀକୁ ଔଷଧ ଭାବେ ବ୍ୟବହାର କରାଯଇଥାଏ । ତେଣୁ କରୋନାରୁ ଉପଶମ ପାଇଁ ଏହା ଉପରେ କାହିଁକି ଗବେଷଣା କରାଯାଉ ନାହିଁ ବୋଲି ସେ କୋର୍ଟରେ ଆବେଦନ କରିଥିଲେ । ସେହି ଜନସ୍ୱାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ, ଆୟୁଷ ମନ୍ତ୍ରାଳୟ ଓ କାଉନସିଲ ଅଫ ସାଇନଟିଫିକ୍ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚକୁ ୩ ମାସ ଭିତରେ ଏନେଇ ନିଷ୍ପତି ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଖଣ୍ଡପୀଠ ନାଲି ପିମ୍ପୁଡି ଆଚାର ଉପରେ କୌଣସି ମତ ନଦେଇ ଏସଂପର୍କରେ ଅଧିକ ତଥ୍ୟ ଦେବା ସହ ନିଷ୍ପତି ନେବାକୁ ଆୟୁଷ ମନ୍ତ୍ରାଳୟକୁ କହିଛନ୍ତି ।

ଜଷ୍ଟିସ ବିଆର ଷଡଙ୍ଗୀ ଓ ଜଷ୍ଟିସ ପ୍ରମଥ ପଟ୍ଟନାୟକଙ୍କ ଖଣ୍ଡପୀଠ ଏହି ଜନସ୍ୱାର୍ଥର ମାମଲାର ଶୁଣାଣି କରିଥିଲେ । ସେପଟେ ଆବେଦନକାରୀ ପୂର୍ବରୁ ସିଆଇଏସଆରକୁ ଜୁନ ୨୩ ତାରିଖ ଏବଂ ଆୟୁଷ ମନ୍ତ୍ରାଳୟକୁ ଜୁଲାଇ ୭ ତାରିଖରେ ନାଲି ପିମ୍ପୁଡିର ଆଚାର ଉପକାରିତା ବିଷୟରେ ଲେଖିଜଣାଇଥିବା ଆବେଦନରେ ଦର୍ଶାଇଛନ୍ତି ।  ଆବେଦନରେ ଉଲ୍ଲେଖ କରିଛନ୍ତି, ନାଲି ପିମ୍ୁୁଡିର ଆଚାର ବା ଚଟଣୀରେ ଭୂତାଣୁ ନିରୋଧୀ ଉପାଦାନ ଥିବାରୁ ଏହା ପାଚନ କ୍ରିୟାରେ ସହାୟକ ହୋଇଥାଏ । ସେହିପରି ନାଲି ପିମ୍ୁୁଡିର ଆଚାରରେ ପ୍ରୋଟିନ, କାଲସିୟମ ଓ ଜିଙ୍କ ରହିଥିବାରୁ ଏହା ପ୍ରତିରୋଧକ ଶକ୍ତି ବୃଦ୍ଧିରେ ସହାୟକ ବୋଲି ଆବେଦନରେ ଦର୍ଶାଇଛନ୍ତି ।

from Kanak News
via <a href="https://ifttt.com/?

ଆଇଏଏସ ସ୍ତରରେ ବଡ ଧରଣର ଅଦଳ ବଦଳ : ବରିଷ୍ଠ ଆଇଏଏସ ଭିନିଲ କ୍ରିଷ୍ଣାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଦାୟିତ୍ୱ

କନକ ବ୍ୟୁରୋ : ରାଜ୍ୟ ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ । ବରିଷ୍ଠ ଆଇଏଏସ ଭିନିଲ କ୍ରିଷ୍ଣାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ଦାୟିତ୍ୱ ଦିଆଯାଇଛି । ସେହିପରି ପୁରୀ ଜିଲ୍ଲାପାଳ ବଲବନ୍ତ ସିଂଙ୍କୁ ଓଏମସି ଏମଡି ଭାବେ ନିଯୁକ୍ତ କରିଛନ୍ତି ସରକାର । ତାଙ୍କ ସ୍ଥାନରେ ପୁରୀ ଜିଲ୍ଲାପାଳ ଭାବେ ସମର୍ଥ ବର୍ମା ଦାୟିତ୍ୱ ପାଇଛନ୍ତି । ସମର୍ଥ ବର୍ମା ଏବେ କେନ୍ଦ୍ରାପଡା ଜିଲ୍ଲାପାଳ ଅଛନ୍ତି ।

ସେହିପରି ବରିଷ୍ଠ ଆଇଏଏସ ପାରୁଲ ପଟୱାରୀ ହେଲେ ପୂର୍ତ ବିଭାଗର ଉପସଚିବ । କେନ୍ଦ୍ରାପଡାର ନୂଆ ଜିଲ୍ଲାପାଳ ହୋଇଛନ୍ତି ଅମ୍ରିତ ରୁତୁରାଜ । ଆଇଏଏଲ ବିଶାଳ ସିଂଙ୍କୁ ପିଡି, ଯାଜପୁର ଡିଆରଡିଏ ଦାୟିତ୍ୱ ମିଳିଛି । ଆଇଏଏସ ପ୍ରମୋଦ ବେହେରାଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ସଚିବ ଦାୟିତ୍ୱ ଦିଆଯାଇଛି । ରାୟଗଡାର ନୂଆ ଜିଲ୍ଲାପାଳ ହୋଇଛନ୍ତି ଆଇଏଏସ ସରୋଜ ମିଶ୍ର ।

from Kanak News
via <a href="https://ifttt.com/?

ନୂଆବର୍ଷରେ ଦେଶ ପାଇଁ ନୂଆ ଆଶା । ଆଜିଠାରୁ ଜାତିସଂଘ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ଭାବେ ଯୋଗ ଦେବ ଭାରତ

କନକ ବ୍ୟୁରୋ : ଜାତିସଂଘରେ ଭାରତର ପ୍ରତିନିଧିତ୍ୱକୁ ନେଇ ନୂଆ ବର୍ଷରେ ନୂଆ ଆଶା ସଂଚାର ହୋଇଛି । ଆଜିଠାରୁ ଭାରତ ଜାତିସଂଘର ସୁରକ୍ଷା ପରିଷଦର ସଦସ୍ୟ ଭାବେ ଯୋଗ ଦେବ । ଏନେଇ ମିଳିତ ଜାତିସଂଘର ରାଷ୍ଟ୍ରଦୂତ ଟି.ଏସ୍ ତିରୁମୂର୍ତ୍ତି ଭାରତର ସ୍ଥାୟୀ ପ୍ରତିନିଧି ଭାବେ କହିଛନ୍ତି କି ବହୁପକ୍ଷବାଦ ଉପରେ ମଧ୍ୟ ଭାରତ ଗୁରୁତ୍ୱ ଦେବ । ସେପଟେ ଜାତିସଂଘ ସୁରକ୍ଷା ପରିଷଦରେ ବ୍ୟାପକ ସହଯୋଗର ଆବଶ୍ୟକତା ଉପରେ ଭାରତ ତରଫରୁ କୁହାଯାଇଛି କି ଅସ୍ଥାୟୀ ସଦସ୍ୟ ଭାବେ କାର୍ଯ୍ୟ କରିବା ସମୟରେ ଭାରତ ମାନବିକ ଅଧିକାର ତଥା ବିକାଶ ଭଳି ମୂଲ୍ୟବୋଧକୁ ପ୍ରୋତ୍ସାହିତ କରିବ ।
ସୂଚନା ଥାଉକି, ଜାନୁଆରୀ ପହିଲାରୁ ଭାରତ ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି) ରେ ଅସ୍ଥାୟୀ ସଦସ୍ୟ ଭାବେ ଯୋଗ ଦେବାକୁ ଯାଉଛି । ୟୁଏନଏସସିରେ ୧୦ ଅସ୍ଥାୟୀ ସଦସ୍ୟ ଥିବା ବେଳେ ୫ ସ୍ଥାୟୀ ସଦସ୍ୟ ରହିଛନ୍ତି । ଅସ୍ଥାୟୀ ସଦସ୍ୟ ଭାବେ ଅଷ୍ଟମ ଥର ପାଇଁ ୟୁଏନଏସସି ରେ ଭାରତ ସ୍ଥାନ ପାଇଛି ।
ତିରୁମୂର୍ତ୍ତି କହିଛନ୍ତି କି, ଆମେ ଅସ୍ଥାୟୀ ସଦସ୍ୟ ଭାବେ ଯୋଗ ଦେଇଥିବାରୁ ଗଣତନ୍ତ୍ର, ମାନବିକ ଅଧିକାର ଓ ବିକାଶ ଭଳି ମୂଳ ମୂଲ୍ୟବୋଧକୁ ଗୁରୁତ୍ୱ ଦେଇ କାର୍ଯ୍ୟ କରିବୁ । ଏହାସହ ସମନ୍ୱିତ କାର୍ଯ୍ୟ ଢାଞ୍ଚାରେ ବିବିଧତାକୁ କିଭଳି ପ୍ରୋତ୍ସାହିତ କରିହେବ ତାହା ଭାରତର ବାର୍ତ୍ତା ହେବ । ଯାହାକି ମିଳିତ ଜାତିସଂଘରେ ଅନେକ କ୍ଷେତ୍ରରେ ପ୍ରତିଫଳିତ ହୋଇଛି । ଏହାସହ ତିରୁମୂର୍ତ୍ତି କହିଛନ୍ତି କି ଭାରତ ନିଶ୍ଚିତ ଭାବେ ସୁରକ୍ଷା ପରିଷଦରେ ଅଧିକ ସହଯୋଗର ଆବଶ୍ୟକତା କରିବ ଓ ଏହା ଏପରି ଏକ ସ୍ଥାନ ହେବା ଉଚିତ ନୁହେଁ ଯେଉଁଠାରେ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ କୌଣସି ଅବରୋଧ ବିନା ଜରୁରୀ ଆବଶ୍ୟକତାର ସଠିକ୍ ଭାବେ ସମାଧାନ ହୋଇପାରିବ ନାହିଁ ।
ୟୁଏନଏସସି ରେ ଅସ୍ଥାୟୀ ସଦସ୍ୟ ଭାବେ ଭାରତ ବ୍ୟତିତ କେନିଆ, ଆୟର୍ଲାଣ୍ଡ, ନରୱେ ଓ ମେକ୍ସିକୋ ଆଜିଠାରୁ ଯୋଗ ଦେଉଛନ୍ତି । ଏହା ପୂର୍ବରୁ ସେଣ୍ଟ, ଭିନ୍ସେଣ୍ଟ, ଗ୍ରେନାଡାଇନ୍ସ, ଇଷ୍ଟୋନିଆ, ଭିଏତନାମ ଓ ଟ୍ୟୁନିସିଆ ଭଳି ରାଷ୍ଟ୍ରମାନେ ୟୁଏନଏସସି ରେ ଅସ୍ଥାୟୀ ସଦସ୍ୟ ଭାବେ କାର୍ଯ୍ୟ କରୁଛନ୍ତି ।

from Kanak News
via <a href="https://ifttt.com/?

ପୁରୀରେ ହେଉ ଆନ୍ତର୍ଜାତୀୟ ବିମାନ ବନ୍ଦର । ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚାରିଧାମ ମଧ୍ୟରୁ ପୁରୀ ଅନ୍ୟତମ ଧାମ ଯୋଗୁଁ ବଢୁଛି ପର୍ଯ୍ୟଟକଙ୍କ ଭିଡ

କନକ ବ୍ୟୁରୋ : ପୁରୀରେ କରାଯାଉ ଅନ୍ତର୍ଜାତୀୟ ବିମାନ ବନ୍ଦର । ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଦାବି ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶ୍ରୀକ୍ଷେତ୍ରକୁ ଦେଶ ବିଦେଶର ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଥିବାରୁ ଏହି ବିମାନବନ୍ଦରକୁ ଶ୍ରୀ ଜଗନ୍ନାଥ ଇଂଟରନାସନାଲ ଏୟାରପୋର୍ଟ ନାଁରେ ନାମିତ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ଦାବି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଦେଶର ଚାରି ପ୍ରସିଦ୍ଧ ଧାମ ମଧ୍ୟରୁ ପୁରୀ ହେଉଛି ଗୋଟିଏ ପ୍ରମୁଖ ଧାମ । ସାରା ବିଶ୍ୱର ଶ୍ରଦ୍ଧାଳୁ ପୁରୀ ଶ୍ରୀମନ୍ଦିରଦର୍ଶନ ପାଇଁ ଆସିଥାନ୍ତି । ପୁରୀ ଜିଲ୍ଲାରେ କୋଣାର୍କ ସୂର୍ଯ୍ୟ ମନ୍ଦିର ମାତ୍ର ୩୫ କିଲୋମିଟର ଦୂରରେ ରହିଛି । ଏହାର ଅତି ନିକଟରେ ରହିଛି ରାମଚଣ୍ଡୀ –ଚନ୍ଦ୍ରଭାଗା ବେଳାଭୂମି । ଯାହାକି ଜାତୀୟ ଅନ୍ତର୍ଜାତୀୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ ।

ୟୁନେସ୍କୋର ବିଶ୍ୱ ଐତିହ୍ୟରେ ସ୍ଥାନପାଇଥିବା ରାମସର ସାଇଟ ଚିଲିକା ସହିତ ମଧ୍ୟ ପୁରୀର ସଂପୃକ୍ତି ଅଛି । ଏପଟେ ଭିତରକନିକା , ସେପଟେ ଚିଲିକା , ପୁରୀରେ ଏକ ଭଲ ଇକୋଟୁରିଜିମ୍ ଉନ୍ନତିକରଣ ପାଇଁ ଭଲ ପ୍ଲାଟଫର୍ମ ରହିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ମୁଖମନ୍ତ୍ରୀ । ସେହିପରି ରାଜ୍ୟର ପ୍ରସିଦ୍ଧ ବୌଦ୍ଧ କୀର୍ତିରାଜି ଧଉଳି, ରତ୍ନଗିରି ପ୍ରଭୃତି ପୁରୀ ଠାରୁ ମାତ୍ର ୩ ଘଂଟାର ଦୂରତାରେ ଅବସ୍ଥିତ । ସାରା ବିଶ୍ୱର ବୌଦ୍ଧ ଧର୍ମ ପର୍ଯ୍ୟଟକଙ୍କୁ ଏହି ପ୍ରସିଦ୍ଧ ପୀଠକୁ ଆକର୍ଷିତ କରିଥାଏ । ସେହିପରି କୋଷ୍ଟାଲ ହାଇୱେ ମଧ୍ୟ ଏହି ପୁରୀ ଦେଇ ଯାଉଛି । ଯାହାକି ପାରାଦୀପ ଠାରୁ ୧୧୪ କିମି ଦୂରରେ । ଏହି ସବୁ କାରଣ ଦେଖାଇ ପୁରୀରେ ଅନ୍ତର୍ଜାତୀୟ ବିମାନ ବନ୍ଦର ସ୍ଥାପନ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହିତ ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା ମଧ୍ୟ ଅନ୍ୟତମ ଆକର୍ଷଣ ।  ଏହାସହିତ ପୁରୀ ଆଧ୍ୟାତ୍ମିକ, ପର୍ଯ୍ୟଟନ ଏବଂ ଅର୍ଥନୈତିକ ବିକାଶର କ୍ଷେତ୍ର ବନିପାରିବ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ନବୀନ ।

from Kanak News
via <a href="https://ifttt.com/?

ଜୟପୁରରେ ନୂଆବର୍ଷର ଆମିଷ ବଜାର : ଆମିଷ କିଣିବାକୁ ଦୋକାନ ଆଗରେ ପ୍ରବଳ ଭିଡ; ପାଦ ପକାଇବାକୁ ନାହିଁ ଜାଗା

କନକ ବ୍ୟୁରୋ : ନୂଆବର୍ଷକୁ ନେଇ ଜୟପୁର ଉତ୍ସବମୁଖର । ଗତକାଲି ଜିରୋ ନାଇଟ୍ ସେଲିବ୍ରେସନ୍ ଉପରେ କଟକଣା ଲାଗିବା ପରେ ଆଜି କଟକଣା ହଟିବା ପରେ ପରେ ଜୟପୁର ଆମିଷ ବଜାରରେ ଦେଖିବାକୁ ମିଳିଛି ପ୍ରବଳ ଭିଡ । ମନ ପସନ୍ଦର ଆମିଷ କିଣିନେବାକୁ ଦୋକାନ ଆଗରେ ଲାଗିଛି ଲୋକଙ୍କ ଗହଳି । ସ୍ଥିତି ଏପରି ଯେ ଖାଲିରେ ପାଦ ପକାଇବାକୁ ବି ଜାଗା ନାହିଁ । କରୋନା କଟକଣାକୁ ଏଡାଇ ନୂଆବର୍ଷର ପ୍ରଥମ ଦିନରେ ଏପରି ଗହଳି ନେଇ ଅନେକ ଆଶଙ୍କା ପ୍ରକାଶ କରିଛନ୍ତି ।

from Kanak News
via <a href="https://ifttt.com/?

ଦାବି ନମାନିଲେ ୪ ତାରିଖରୁ ଜୋରଦାର ଆନ୍ଦୋଳନ । ୨୬ ରେ ପ୍ୟାରେଡ୍ ଗ୍ରାଉଣ୍ଡରେ ପଶିବାକୁ ଅଭ୍ୟାସ । ଆଜି ୮୦ ଟି ଚାଷୀ ସଂଗଠନ ମଧ୍ୟରେ ଗରୁତ୍ୱପୂର୍ଣ୍ଣ ବୈଠକ ।

କନକ ବ୍ୟୁରୋ : ୨ ଡିଗ୍ରୀ ତାପମାତ୍ରାରେ ଥରୁଛି ଦେଶର ରାଜଧାନୀ ଦିଲ୍ଲୀ । ଏହାରି ମଧ୍ୟରେ ଦେଶର ଅନ୍ନଦାତାଙ୍କ ଆନ୍ଦୋଳନ ୩୭ ଦିନରେ ପହଂଚିଛି । ହଜାର ହଜାର ଅନ୍ନଦାତା ସେମାନଙ୍କର ଦାବି ନେଇ ଦିଲ୍ଲୀର ଗାଜିପୁର, ଟିକ୍ରି ଓ ସିଂଘୁ ବର୍ଡରରେ ଆନ୍ଦୋଳନ ଚଳାଇଛନ୍ତି   । ନିଜର ହକ ଗଣ୍ଡାକ ନେବାକୁ ପଣକରି ଆନ୍ଦୋଳନରେ ଝାସ ଦେଇଥିବା କୃଷକ ମାନଙ୍କ ପାଇଁ ଏହି ଶୀତ କିଛି ବି ପ୍ରଭାବ ପକାଇପାରି ନାହିଁ । ବରଂ ଦିନକୁ ଦିନ ସାରା ଦେଶରୁ ଚାଷୀ ଆନ୍ଦୋଳନପ୍ରତି ସମର୍ଥନ ବଢିବାରେ ଲାଗିଛି । ଏହାସହ ଆନ୍ଦୋଳନରତ ଚାଷୀମାନଙ୍କ ସହ ଦୈନିକ ବିଭିନ୍ନ ରାଜ୍ୟରୁ ହଜାର ହଜାର ଚାଷୀ ଆସି ଯୋଡି ହେଉଛନ୍ତି ।

ଏହି ୩୭ ଦିନର ଆନ୍ଦୋଳନ ଭିତରେ କୃଷକ ସଂଗଠନ ଓ ସରକାରଙ୍କ ମଧ୍ୟରେ ଅନେକ ଥର ଦ୍ୱିପାକ୍ଷୀକ ଆଲୋଚନା ବି ହୋଇଛି । ହେଲେ ଶେଷ ଆଲୋଚନାରେ ଚାଷୀ ଓ ସରକାରଙ୍କ ମଧ୍ୟରେ ୨ ଟି ପ୍ରସ୍ତାବ ଉପରେ ସହମତି ହୋଇଛି । ହେଲେ ଚାଷୀମାନଙ୍କର ରହିଥିବା ପ୍ରମୁଖ ଦାବି ୨ ଟି ଉପରେ ଏପର୍ଯ୍ୟନ୍ତ ସହମତି ହୋଇପାରି ନାହିଁ । ଯାହାକି ଏମଏସପିକୁ ଆଇନସିଦ୍ଧ କରିବା ଓ କେନ୍ଦ୍ରସରକାରଙ୍କ ଦ୍ୱାରା ପାରିତ ହୋଇଥିବା ୩ ଟି କୃଷି କାନୁନକୁ ସମ୍ପୁର୍ଣ୍ଣ ପ୍ରତ୍ୟାହାର କରିବା । ଏନେଇ ସରକାର ତାଙ୍କ ଜିଦ୍ରେ ଅଟଳ ଥିବା ବେଳେ କୃଷକ ମାନେ ବି ତାଙ୍କ ଜିଦରେ ଅଟଳ ରହିଛନ୍ତି । ଏନେଇ ଆସନ୍ତା ୪ ତାରି୍ଖ ଦିନ ସରକାର ଓ ଚାଷୀ ସଂଗଠନ ମାନଙ୍କ ମଧ୍ୟରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି ।

ହେଲେ ତା ପୂର୍ବରୁ ଆଜି ଦିନ ୨ ଟା ବେଳେ ଚାଷୀ ସଂଗଠନ ମାନଙ୍କ ମଧ୍ୟରେ ଏକ ଆଲୋଚନା ହେବ ବୋଲି ସୂଚନା ମିଳିଛି । ଏହି ଆଲୋଚନାରେ ପାଖା ପାଖି ୮୦ ଟି ଛୋଟ ବଡ କୃଷକ ସଂଗଠନ ଭାଗ ନେବେ । ଆଲୋଚନାରେ ଆଗାମୀ ରଣନୀତି ସମ୍ବନ୍ଧରେ ନିଷ୍ପତ୍ତି ନିଆଯାଇପାରେ । ସରକାର ଯଦି କୃଷକ ମାନଙ୍କର ଦାବିକୁ ନମାନନ୍ତି ତାହେଲେ ଆସନ୍ତା ୪ ତାରିଖରୁ ଆନ୍ଦୋଳନକୁ ଜୋରଦାର କରାଯିବା ସହ ଜାନୁଆରୀ ୨୬ ତାରିଖରେ ଲାଲକିଲ୍ଲାରେ ହେବାକୁ ଥିବା ପ୍ୟାରେଡରେ କୃଷକ ସଂଗଠନ ମାନେ ଟ୍ରାକ୍ଟର ଓ ଟ୍ରଲିସହ ଧସେଇ ପଶିବାକୁ ଯୋଜନା କରୁଥିବା ଜଣାପଡିଛି । ଏନେଇ ଗତକାଲି ଠାରୁ ଚାଷୀମାନେ ସେମାନଙ୍କ ଟ୍ରାକ୍ଟର ଓ ଟ୍ରଲିକୁ ନେଇ ପ୍ୟାରେଡ୍ ଅଭ୍ୟାସ ଆରମ୍ଭ କରିଛନ୍ତି ।

from Kanak News
via <a href="https://ifttt.com/?

ଘନ କୁହୁଡିରେ ଛାଇ ରହିଛି ସାରା ଉତ୍ତର ଭାରତ  : ଦିଲ୍ଲୀରେ ଅନେକ ସ୍ଥାନରେ ଘନ କୁହୁଡି କାରଣରୁ ଦୃଶ୍ୟମାନ ହେଉନି ରାସ୍ତାଘାଟ , ଗମନାଗମନ ପ୍ରଭାବିତ

କନକ ବ୍ୟୁରୋ : ଜାଡରେ ଥରୁଛି ସାରା ଉତ୍ତର ଭାରତ । ଦେଶର ରାଜଧାନୀ ଦିଲ୍ଲୀରେ ଆଜି ସକାଳୁ ସକାଳୁ ଘନ କୁହୁଡିର ଆସ୍ତରଣ ଛାଇ ରହିଛି । ଦନ ୧୧ଟା ସୁଦ୍ଧା ମଧ୍ୟ ସୂର୍ଯ୍ୟଙ୍କର ଦେଖା ମିଳିନି । ଘନ କୁହୁଡି କାରଣରୁ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଜିରୋ ଭିଜିବିଲିଟି ସ୍ଥିତି ଦେଖା ଦେଇଛି ।

ଅର୍ଥାତ୍ ଖାଲି ଆଖିରେ କିଛି ମିଟର ଦୂରକୁ ଦେଖିବା ବି ସମ୍ଭବ ନୁହଁ । ଦିଲ୍ଲୀର ଆଇଟିଓ ଏବଂ ଏନସିଆର ପରି ଅଂଚଳରେ ଘନ କୁହୁଡିର ଆସ୍ତରଣ ଛାଇ ରହିଛି । ଏହାକୁ ନେଇ ଗମନାଗମନ ପ୍ରଭାବିତ ହୋଇଛି । ଦିନରେ ଆଲୋକ ଜାଳି ଗାଡି ଚାଳକ ଯା ଆସ କରୁଥିବା ଦେଖିବାକୁ ମିଳିଛି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started