ନୂଆ ଉନ୍ନୟନ କମିଶନର ଭାବେ ପିକେ ଜେନାଙ୍କ ଦାୟିତ୍ୱ ଗ୍ରହଣ : କୋଭିଡ ଟିକାକରଣ ପରିଚାଳନା , ରାଜ୍ୟ ଅର୍ଥନୀତି ସୁଧାରିବା ରହିବ ବଡ ଚ୍ୟାଲେଂଜ

କନକ ବ୍ୟୁରୋ : ନୂଆ ଉନ୍ନୟନ କମିଶନର ଭାବେ ପ୍ରଦୀପ କୁମାର ଜେନା ମଧ୍ୟ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ଆଗରୁ ସେ ଏସଆରସି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ଦାୟିତ୍ୱ ତୁଲାଇ ସାରିଛନ୍ତି । ବର୍ତମାନ ନୂଆବର୍ଷରେ ନୂଆ ଉନ୍ନୟନ କମିଶନର ଭାବେ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି । ୧୯୮୯ ବ୍ୟାଚର ଆଇଏଏସ୍ ହେଉଛନ୍ତି ପ୍ରଦୀପ ଜେନା । ରାଜ୍ୟରେ କରୋନା ଟିକାକରଣ, ଶ୍ରୀମନ୍ଦିର ବିକାଶ ପରି ଅନେକ ଚ୍ୟାଲେଂଜ ରହିବ ତାଙ୍କ ପାଇଁ । ସୁରେଶ ମହାପାତ୍ର ପଦବୀ ଛାଡିବା ପରେ ପିକେ ଜେନା ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି ।

୧୯୬୪ ମସିହାରେ ଜନ୍ମ ପ୍ରଦୀପ ଜେନା ଆଇଏଏସ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ପ୍ରଶିକ୍ଷଣ ପରେ ୧୯୯୧ ମସିହାରେ ପ୍ରଥମେ କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ର ଉପଜିଲ୍ଲାପାଳ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ। ପରେ ସେଠାରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଓ ଜିଲ୍ଲାପାଳ ଭାବେ ଦାୟିତ୍ବ ତୁଲାଇଥିଲେ । କେନ୍ଦ୍ରାପଡ଼ା ଜିଲ୍ଲାପାଳ ଭାବେ ବଦଳି କରାଯାଇଥିଲା । ୧୯୯୯ ମସିହା ମହାବାତ୍ୟା ସମୟରେ କଟକ ଜିଲ୍ଲାପାଳ ପଦରେ ଥିଲେ । ମହାବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟକୁ ସୁଚାରୁରୂପେ ତୁଲାଇଥିବାରୁ ପ୍ରଦୀପ ଜେନା ରାଜ୍ୟ ଓ ଜାତୀୟ ସ୍ତରରେ ଉଚ୍ଚପ୍ରଶଂସିତ ହୋଇଥିଲେ । ଜଣେ ଦକ୍ଷ ପ୍ରଶାସନିକ ଅଧିକାରୀ ଓ ଲୋକାଭିମୁଖୀ କାର୍ଯ୍ୟ କରିବାରେ ତାଙ୍କର ବହୁ ସୁନାମ ରହିଛି । କୃଷି ନିର୍ଦ୍ଦେଶକ ପଦରେ ଥାଇ ଚାଷୀମାନଙ୍କ ପାଇଁ ଅନେକ ସୁଦୂର ପ୍ରସାରୀ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି ।

ଗୋଟିଏ ସମୟରେ ରାଜ୍ୟର ଆର୍ଥିକ ସ୍ଥିତି ଭଲ ନ ଥିବାବେଳେ ପ୍ରଦୀପ ଜେନାଙ୍କୁ ରାଜ୍ୟ ସରକାର ସମ୍ବଳ ସଂଗ୍ରହ ପାଇଁ ଏକାବେଳେ ବାଣିଜ୍ୟ କମିସନର ଓ ରାଜ୍ୟ ପରିବହନ କମିସନର ଭଳି ଗୁରୁତ୍ବପୂର୍ଣ୍ଣ ପଦରେ ନିଯୁକ୍ତ କରିଥିଲେ। ଏହି ଦୁଇଟି ପଦରେ ରହି ରାଜସ୍ବ ସଂଗ୍ରହ କ୍ଷେତ୍ରରେ ରେକର୍ଡ଼ ସୃଷ୍ଟି କରି ସେ ଅତି ସଫଳତାର ନିଜର ଦକ୍ଷତା ପ୍ରତିପାଦିତ କରିପାରିଥିଲେ । ୟୁଏନ୍‌ଡିପିର ଟିମ୍‌ ମୁଖ୍ୟ ଭାବେ କାର୍ଯ୍ୟ କରିବା ପରେ ୨୦୦୬ ମସିହାରେ ଓଡ଼ିଶା ସରକାରଙ୍କ ବହୁ ପ୍ରଶଂସିତ ଥଇଥାନ ଓ ପୁନର୍ବାସ ନୀତି ପ୍ରସ୍ତୁତ କରିବାରେ ମୁଖ୍ୟ ବିନ୍ଧାଣି ରହିଥିଲେ । ପରେ ସେ ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଦୀର୍ଘ ୬ ବର୍ଷ ଧରି ଦାୟିତ୍ବ ତୁଲାଇଥିଲେ। ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ପଦରେ ଥିଲାବେଳେ ୨୦୧୩ ମସିହାରେ ଫାଇଲିନ୍‌ ବାତ୍ୟା ହୋଇଥିଲା। ଅଳ୍ପ ଦିନ ଭିତରେ ବିଦ୍ୟୁତ ସରବରାହ ବ୍ୟବସ୍ଥାକୁ ପୁନଃପ୍ରତିଷ୍ଠା କରିବାରେ ଶ୍ରୀ ଜେନାଙ୍କ ଯେଭଳି ଆଖିଦୃଶିଆ ପଦକ୍ଷେପ ନେଇଥିଲେ ତାହା ଆଜି ବି ଓଡ଼ିଶା ପ୍ରଶାସନ କ୍ଷେତ୍ରରେ ଉଦାହରଣ ବୋଲି ଗଣାଯାଏ ।

ଅ​ଳ୍ପ ଦିନ ପାଇଁ ସେ ପଞ୍ଚାୟତିରାଜ ବିଭାଗର ଦାୟିତ୍ବ ରହିବା ପରେ ଲମ୍ବା ସମୟ ପାଇଁ ଜଳ ସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଦାୟିତ୍ବ ତୁଲାଇଛନ୍ତି । ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମହାନଦୀ ଜଳ ବିବାଦ ଘଟଣା ସାମନାକୁ ଆସିବା ପରେ ତତ୍‌କ୍ଷଣାତ ପଦକ୍ଷେପ ନେଇ ରାଜ୍ୟର ସ୍ବାର୍ଥକୁ ସୁରକ୍ଷା ଦେବା ପାଇଁ କେନ୍ଦ୍ର ସରକାରଙ୍କ ପାଖରେ ବଳିଷ୍ଠ ଯୁକ୍ତି ରଖିଥିଲେ। ଏପରିକି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ମହାନଦୀ ଜଳ ବିବାଦ ନେଇ ସ୍ବତନ୍ତ୍ର ଟ୍ରିବ୍ୟୁନାଲ୍‌ ଗଠନ ପାଇଁ ସୁପ୍ରିମକୋର୍ଟରେ ମାମଲା ଦାୟର ହୋଇଥିଲା । ଯାହା ଆଜି ବି ଚର୍ଚ୍ଚାର ବିଷୟ ହୋଇ ରହିଛି।

ପ୍ରଶାସନିକ ଅଧିକାରୀ ଭାବେ ଯେତିକି ଦକ୍ଷ, ସେତିକି ମଧ୍ୟ ଶ୍ରୀ ଜେନା ମହାପ୍ରଭୁ ଜଗନ୍ନାଥଙ୍କ ଜଣେ ପରମ ଶ୍ରଦ୍ଧାଳୁ । ୨୦୧୭ ମସିହାରେ ପୁରୀ ଶ୍ରୀମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଭାବେ ତାଙ୍କୁ ନିଯୁକ୍ତ କରାଯାଇଥିଲା । ପରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପାହ୍ୟାକୁ ପଦୋନ୍ନତି ମିଳିବା ପରେ ତାଙ୍କୁ ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ସ୍ବତନ୍ତ୍ର ରିଲିଫ୍‌ କମିସନର ଭାବେ ଦାୟିତ୍ବ ଦିଆଯାଇଛି। ଚଳିତ ବର୍ଷ କୋଭିଡ୍‌ ମହାମାରୀ ସମୟରେ ସାରା ରାଜ୍ୟ ସଂଗ୍ରାମ କରୁଥିବାବେଳେ ସ୍ବତନ୍ତ୍ର ରିଲିଫ୍‌ କମିସନର ପଦରେ ରହି ପ୍ରଦୀପ କୁମାର ଜେନା ଅଦ୍ୟାବଧି ତାଙ୍କର ଗୁରୁଦାୟିତ୍ବ ତୁଲାଇଆସୁଛନ୍ତି । ଖାଲିସେତିକି ନୁହେଁ ଚଳିତ ବର୍ଷ ଅମ୍ଫାନ୍‌ ବାତ୍ୟାରେ ଉତ୍ତର ଓଡ଼ିଶାରେ ବିପର୍ଯ୍ୟୟ ଘଟାଇଥିଲା।ଏହାର ସଫ​ଳ ମୁକାବିଲା କରାଯାଇପାରିଥିଲା ।

 

from Kanak News
via <a href="https://ifttt.com/?

ନୂଆବର୍ଷରେ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ କାର୍ଯ୍ୟକ୍ରମ । ୬ ରାଜ୍ୟକୁ ଉପହାର ଦେଲେ ଲାଇଟ ହାଉସ୍ ପ୍ରକଳ୍ପ । ତିଆରି ହେବ ଭୂକମ୍ପ ପ୍ରତିରୋଧକ ଘର

କନକ ବ୍ୟୁରୋ : ନୂଆବର୍ଷର ପ୍ରଥମ କାର୍ଯ୍ୟକ୍ରମ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୬ ଟି ରାଜ୍ୟକୁ ଉପହାର ଦେଇଛନ୍ତି । ଏହି କ୍ରମରେ ଶୁକ୍ରବାର ଭିଡିଓ କନଫରେନ୍ସିଂ ଯୋଗେ ପ୍ରଧାନମନ୍ତ୍ରୀ ୬ ଟି ରାଜ୍ୟର ଲାଇଟ୍ ହାଉସ୍ ପ୍ରୋଜେକ୍ସର ଶିଳାନ୍ୟାସ କରିଛନ୍ତି । ପ୍ରଧାନମନ୍ତ୍ରୀ ଗ୍ଲୋବାଲ ହାଉସିଂ ଟେକ୍ନୋଲୋଜି ଚ୍ୟାଲେଞ୍ଜ ଇଣ୍ଡିଆ ଆଧାରରେ ୬ ଟି ରାଜ୍ୟପାଇଁ ଏହି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମ ସହରୀ ଭାରତର ରୂପରେଖ ବଦଳାଇବାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଏହି କ୍ରମରେ ଲାଇଟ୍ ହାଉସ୍ ପ୍ରକଳ୍ପ ପାଇଁ ଯେଉଁ ରାଜ୍ୟ ମାନଙ୍କୁ ସାମିଲ କରାଯାଇଛି ସେମାନଙ୍କ ମଧ୍ୟରେ ରହିଛି ଉତରପ୍ରଦେଶ, ଗୁଜୁରାଟ, ତାମିଲନାଡୁ, ତ୍ରିପୁରା ଓ ଝାଡଖଣ୍ଡ । ଏହି ପ୍ରକଳ୍ପରେ ସ୍ଥାନୀୟ ଜଳବାୟୁକୁ ଆଧାରକରି ଲୋକମାନଙ୍କୁ ସୁରକ୍ଷିତ ଘର ପ୍ରଦାନ କରାଯିବ । ଏହା ସହ ନିର୍ମାଣ ହେବାକୁ ଥିବା ଏହି ଘର ଗୁଡିକ ଭୂକମ୍ପ ପ୍ରତିରୋଧୀ ହେବ ବୋଲି କୁହାଯାଇଛି ।

ପ୍ରଧାନମନ୍ତ୍ରୀ ଏହାସହ ପିଏମୱାଇ ଓ ଆଶା ଇଣ୍ଡିଆ ଆୱାର୍ଡ ମଧ୍ୟ ବିତରଣ କରିଛନ୍ତି । ଏହାସହ ସହରୀ ଆବାସ କାର୍ଯ୍ୟକ୍ରମ ଲାଗୁ କରିଥିବା ଶ୍ରେଷ୍ଠ ରାଜ୍ୟକୁ ମଧ୍ୟ ପୁରସ୍କୃତ କରିଛନ୍ତିା ଏହି ଅବସରରେ ପ୍ରଧାନମନ୍ତ୍ରୀ ଆର୍କିଟେକଚର୍, ପ୍ଲାନିଂ ଓ ନିର୍ମାଣ କ୍ଷେତ୍ର ସହ ଜଡିତ ସମସ୍ତ ବ୍ୟକ୍ତି ବିଶେଷଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମଧ୍ୟ କଥା ହୋଇଛନ୍ତି ।

from Kanak News
via <a href="https://ifttt.com/?

ରାଜ୍ୟବାସୀଙ୍କୁ ନୂଆବର୍ଷର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ । ନୂଆବର୍ଷ ସୁଖ, ସମୃଦ୍ଧ ଓ ପ୍ରଗତିର ବର୍ଷ ହେଉ ।

ବିଦାୟୀ ବର୍ଷ ୨୦୨୦ର କଷ୍ଟ ନୂଆ ବର୍ଷ ୨୦୨୧ରେ ଦୂର ହେଉ । ସମସ୍ତଙ୍କ ଜୀବନରେ ଖୁସି ଭଲି ଯାଉ । ନୂଆ ବର୍ଷ ଅବସରରେ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇବା ସହ ୨୦୨୧ରେ କରୋନା କଷ୍ଟ ଦୂର ହେଉ ବୋଲି ଆଶା ରଖିଛନ୍ତି । ରାଜ୍ୟର ପ୍ରଗତି ଓ ରାଜ୍ୟବାସୀଙ୍କ ସୁଖମୟ ଜୀବନ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସେହିପରି ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ରାଜ୍ୟବାସୀଙ୍କୁ ନୂତନ ବର୍ଷର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ନିଜର ଶୁଭେଚ୍ଛା ବାର୍ତ୍ତାରେ ୨୦୨୧ ବର୍ଷ ରାଜ୍ୟବାସୀଙ୍କ ଜୀବନରେ ହସ, ଖୁସି, ଶାନ୍ତି ଓ ସମୃଦ୍ଧି ଭରିଦେଉ ବୋଲି କହିଛନ୍ତି। ଏହାଛଡ଼ା ରାଜ୍ୟକୁ ଦେଶର ଶ୍ରେଷ୍ଠ ରାଜ୍ୟରେ ପରିଣତ କରିବା ପାଇଁ ସମସ୍ତେ ନିଜ ନିଜ ସ୍ତରରେ ନିଷ୍ଠାପର ପ୍ରୟାସ ଜାରି ରଖିବାକୁ ସେ ଆହ୍ବାନ ଦେଇଛନ୍ତି।

from Kanak News
via <a href="https://ifttt.com/?

ନୂଆବର୍ଷରେ ନୂଆ ଦାୟିତ୍ୱ ସୁରେଶ ମହାପାତ୍ର : ମୁଖ୍ୟ ଶାସନ ସଚିବ ଭାବରେ ଆଜି ଗ୍ରହଣ କଲେ ଦାୟିତ୍ୱ

କନକ ବ୍ୟୁରୋ : ନୂଆ ବର୍ଷରେ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ସୁରେଶ ମହାପାତ୍ର । ଗତକାଲି ଅସିତ ତ୍ରିପାଠୀ ମୁଖ୍ୟ ଶାସନ ସଚିବ ପଦ ଛାଡିବା ପରେ ସୁରେଶ ମହାପାତ୍ର ଆଜି ଏହି ଦାୟିତ୍ୱ ନେଇଛନ୍ତି । ୧୪ମାସ ପାଇଁ ଅର୍ଥାତ ୨୦୨୦ ଫେବ୍ରୁଆରୀ ଯାଏ ସେ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ରହିବେ । ଏହା ପୂର୍ବରୁ ଉନ୍ନୟନ କମିଶନର, କେନ୍ଦ୍ରାଂଚଳ ରାଜସ୍ୱ କମିଶନର, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସମେତ ବିଭିନ୍ନ ବିଭାଗର କମିଶନର ରହି ନିଜ ଦକ୍ଷତାର ପ୍ରମାଣ ଦେଇସାରିଛନ୍ତି ସୁରେଶ । ହେଲେ ମହାମାରୀ କୋଭିଡ୍ ଯୋଗୁଁ ଦୋହଲି ଯାଇଥିବା ରାଜ୍ୟର ଅର୍ଥନୀତିକୁ ପୁଣି ଥରେ ଟ୍ରାକକୁ ଫେରାଇ ଆଣିବା ତାଙ୍କ ପାଇଁ ବଡ ଚ୍ୟାଲେଞ୍ଜ ହେବ ।

ପ୍ରଶାସନିକ ମହଲରେ ଜଣେ ଦକ୍ଷ ଅଧିକାରୀ ଭାବେ ଜଣାଶୁଣା ଶ୍ରୀ ମହାପାତ୍ର ୧୯୮୬ ମସିହାରେ ସର୍ବଭାରତୀୟ ସେବାରେ ଯୋଗଦାନ କରିଥିଲେ। ଓଡ଼ିଶା କ୍ୟାଡରର ଏହି ଅଧିକାରୀ ତାଙ୍କର ଦୀର୍ଘ ୩୪ ବର୍ଷର ଚାକିରି ଜୀବନରେ ରାଜ୍ୟର ଭିନ୍ନ ଭିନ୍ନ ଜିଲ୍ଲାରେ ଭିନ୍ନ ଭିନ୍ନ ପଦବୀରେ ସଫଳତାର ସହ କାର୍ଯ୍ୟ କରି ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି ।

ତାଙ୍କର  ଚାକିରି ଜୀବନ ଆରମ୍ଭ ହୋଇଥିଲା ନୂଆପଡ଼ା ଜିଲ୍ଲାରୁ। ଏହାପରେ ୧୯୯୦ରେ ପୁରୀ ଜିଲ୍ଲାର ଏଡିଏମ୍ ଭାବେ ଅବସ୍ଥାପିତ ହୋଇଥିଲେ ସୁରେଶ ଚନ୍ଦ୍ର ମହାପାତ୍ର । ଘଟଣାଚକ୍ରରେ ଜଗନ୍ନାଥ ଧାମ ପୁରୀ ସହ ତାଙ୍କର ଗଢ଼ି ଉଠିଥିଲା ନିଆରା ସଂପର୍କ । ୧୯୯୬ ମସିହାରେ ମହାପ୍ରଭୁଙ୍କ ନବକଳେବର ସମୟରେ ସେ ପୁରୀର ଜିଲ୍ଲାପାଳ ଭାବେ ଅବସ୍ଥାପିତ ହୋଇଥିଲେ। ଏହି ସମୟରେ ଶ୍ରୀମନ୍ଦିର ମେଘନାଦ ପାଚେରୀ ଚତୁଃପାର୍ଶ୍ବରେ ଥିବା ଜବରଦଖଲକୁ ହଟାଇ ନବକଳେବର ଯାତ୍ରା ସୁରୁଖୁରୁରେ ସଂପନ୍ନ ହେବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ସେ ।

ପରବର୍ତ୍ତୀ ସମୟରେ ସେ ପୁରୀ ଶ୍ରୀମନ୍ଦିରର ମୁଖ୍ୟପ୍ରଶାସକ ଭାବେ ନିଯୁକ୍ତ ହୋଇଥିଲେ। ଦୀର୍ଘ ୩ ବର୍ଷ ଧରି ସେ ଏହି ପଦବୀରେ ରହି ମନ୍ଦିର ପରିଚାଳନାକୁ ଶୃଙ୍ଖଳିତ କରିବାରେ ବ୍ରତୀ ରହିଥିଲେ । ତେବେ ଏହାପରେ ୨୦୧୫ ମସିହାରେ ଶ୍ରୀଜଗନ୍ନାଥଙ୍କ ନବକଳେବରର ଅବ୍ୟବହିତ ପୂର୍ବରୁ ତାଙ୍କୁ ପୁଣି ଶ୍ରୀମନ୍ଦିରର ମୁଖ୍ୟପ୍ରଶାସକ ଭାବେ ଅବସ୍ଥାପିତ କରାଯାଇଥିଲା। ଜଗନ୍ନାଥ ମନ୍ଦିର ସହ ତାଙ୍କର ସଂପର୍କ ଏବେ ବି ଅତୁଟ ରହିଛି, ସଂପ୍ରତି ସେ ଶ୍ରୀମନ୍ଦିର ପରିଚାଳନା ସମିତିର କାର୍ଯ୍ୟକାରୀ ଅଧ୍ୟକ୍ଷ ରହିଛନ୍ତି।

.ସେହିପରି ଦଙ୍ଗାଗ୍ରସ୍ତ ଜିଲ୍ଲାରେ ପରିସ୍ଥିତି ସୁଧାରିବାରେ ଶ୍ରୀ ମହାପାତ୍ରଙ୍କର ରହିଛି ବିଶେଷ ଦକ୍ଷତା ଓ ଅଭିଜ୍ଞତା । ୧୯୯୩ ମସିହାରେ ସଂପ୍ରଦାୟିକ ଦଙ୍ଗାଗ୍ରସ୍ତ ହୋଇଥିବା ନବଗଠିତ ଭଦ୍ରକ ଜିଲ୍ଲାର ଜିଲ୍ଲାପାଳ ଦାୟିତ୍ବ ଦିଆଯାଇଥିଲା ତାଙ୍କୁ। ଏହାପରେ କନ୍ଧମାଳ ଜିଲ୍ଲାରେ ଦଙ୍ଗା ପରିସ୍ଥିତି ସୃଷ୍ଟି ହୋଇଥିଲା ଏବଂ ଏହାର ନିୟନ୍ତ୍ରଣ ଲାଗି ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ତାଙ୍କୁ ସେଠାକୁ ଜିଲ୍ଲାପାଳ ଭାବେ ପଠାଇଥିଲେ। କନ୍ଧମାଳରେ ଅତ୍ୟନ୍ତ ଦକ୍ଷତାର ସହିତ ସେ ପରିସ୍ଥିତିକୁ ସମ୍ଭାଳି ନେଇଥିଲେ। ୨୦୦୮ ମସିହାରେ ପୁଣି ଥରେ ଦଙ୍ଗାଗ୍ରସ୍ତ ହୋଇଥିଲା କନ୍ଧମାଳ ଜିଲ୍ଲା ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀ ମହାପାତ୍ରଙ୍କୁ ସେଠାକୁ ପଠାଇଥିଲେ।

ନିଜର କାର୍ଯ୍ୟକାଳ ଭିତରେ ସେ କଟକର ଆରଡିସି, ଶକ୍ତି ସଚିବ, ଜଳ ସମ୍ପଦ ସଚିବ ଏବଂ ଜଙ୍ଗଲ ବିଭାଗର ସଚିବ ଭାବେ ପ୍ରାୟ ୧୦ ବର୍ଷ ଅତିବାହିତ କରିଥିଲେ। ଏହି ସମୟ ମଧ୍ୟରେ ଶ୍ରୀ ମହାପାତ୍ର ବହୁ ସଫଳତାର ସହିତ ମେଗା ଲିଫ୍ଟ, ଡିପ୍ ବୋରୱେଲ୍, ଚେକ୍ ଡ୍ୟାମ୍ ଏବଂ ଇକୋ ଟୁରିଜିମ୍ ଭଳି ଅଭିନବ ଯୋଜନାର ଆରମ୍ଭ କରିଥିଲେ | ଏହି କାର୍ଯ୍ୟକ୍ରମଗୁଡିକ ଖୁବ୍ ସଫଳ ହୋଇଥିଲା ଏବଂ ପରବର୍ତ୍ତୀ ସମୟରେ ରାଜ୍ୟ ସରକାରଙ୍କ ସଫଳ ଯୋଜନା ଭାବେ ପରିଗଣିତ ହୋଇଥିଲା।

ଏଥିସହିତ ବରିଷ୍ଠ ପ୍ରଶାସକ ସୁରେଶ ମହାପାତ୍ର ଓମଫେଡ୍ ପରିଚାଳନା ନିର୍ଦ୍ଦେଶକ, ସେସୁର ସିଇଓ ଏବଂ ଗ୍ରିଡକୋର ସିଏମଡି ଭଳି ଗୁରୁତ୍ବପୂର୍ଣ୍ଣ ପଦରେ ରହି ରାଜ୍ୟ ସରକାରଙ୍କ ବ୍ୟାବସାୟିକ ସଂସ୍ଥାକୁ ସୁପରିଚାଳିତ କରିଥିଲେ। ରାଜ୍ୟ ପ୍ରଶାସନର ମୁଖିଆ ଭାବେ ସେ ଦୀର୍ଘ ସମୟ ଅତିବାହିତ କରିବେ। ଏହି ସମୟ ମଧ୍ୟରେ ରାଜ୍ୟବାସୀ ତାଙ୍କ ଠାରୁ ଏକ ପାରଦର୍ଶୀ ଓ ବିକାଶୋନ୍ମୁଖୀ ପ୍ରଶାସନର ଅପେକ୍ଷା ରଖନ୍ତି।

୧୯୬୨ ମସିହାରେ ଶ୍ରୀ ମହାପାତ୍ର ଦେବଗଡ଼ ଜିଲ୍ଲାର କନସର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। କେଉଁଝରର ଡିଏନ୍ ହାଇସ୍କୁଲରୁ ମାଟ୍ରିକ ପାସ କରିବା ପରେ ରେଭେନ୍ସା କଲେଜରୁ ୧୯୮୨ରେ ବିଏସସି ପାସ କରିଥିଲେ ସେ । ଏହାପରେ ୧୯୮୫ରେ ସେ ଆଇଏସମ୍, ଧାନବାଦରୁ ଏମଏସସି ଟେକ୍ ପାଠ୍ୟକ୍ରମ ସମାପ୍ତ କରି ୟୁପିଏସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଭାରତୀୟ ପ୍ରଶାସନିକ ସେବାରେ ଯୋଗଦାନ କରିଥିଲେ।

from Kanak News
via <a href="https://ifttt.com/?

ଆସନ୍ତାକାଲି ଠାରୁ ରାଜ୍ୟରେ ଚାଲିବ କରୋନା ଟିକାର ଡ୍ରାଏ ରନ୍ : ୩ ଲକ୍ଷ ୭୦ ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯିବ ଭାକସିନ୍; ଡିଏମଇଟି ସିବିକେ ମହାନ୍ତିଙ୍କ ସୂଚନା

କନକ ବ୍ୟୁରୋ : ଆସନ୍ତାକାଲି ଠାରୁ ରାଜ୍ୟରେ କରୋନା ଟିକାର ଡ୍ରାଏ ରନ୍ । ପ୍ରାଥମିକ ପର୍ଯ୍ୟାୟରେ ୩ ଲକ୍ଷ ୭୦ ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ କରୋନା ଭାକ୍ସିନ ଦିଆଯିବ । ଟିକାର ଡ୍ରାଏ ରନ୍ କରିବା ପାଇଁ ରାଜ୍ୟ ସରକାର ସବୁ ପ୍ରକାର ବନ୍ଦୋବସ୍ତ କରିଛନ୍ତି । ଏନେଇ ଡିଏମ୍ଇଟି ସିବିକେ ମହାନ୍ତିଙ୍କ ସୂଚନା ଦେଇଛନ୍ତି ।

କ୍ୟାପିଟାଲ ହସ୍ପିଟାଲ ସମେତ ରାଜ୍ୟର ୩୦ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହା କାର୍ଯ୍ୟକାରୀ ହେବ । ଏଥିପାଇଁ ଜାଗା ଚିହ୍ନଟ କରାଯାଇଛି । ପ୍ରତ୍ୟେକ ଟିକାକରଣ କେନ୍ଦ୍ରରେ ୨୫ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ସାମିଲ କରାଯିବ । ସବୁ ଟିକାକରଣ କେନ୍ଦ୍ରରେ ଜଣେ ଭ୍ୟାକ୍ସିନେଟରଙ୍କୁ ମିଶାଇ ୫ଜଣିଆ ଟିମ୍ ଉପସ୍ଥିତ ରହିବେ । ଡ୍ରାଏ ରନ୍ ସମୟରେ କୋଭିଡ୍-୧୯ର ସମସ୍ତ ନିୟମ ପାଳନ କରାଯିବ । ଜାନୁଆରୀ ୨ ତାରିଖରୁ ଅର୍ଥାତ ଆସନ୍ତାକାଲି ଦେଶର ସମସ୍ତ ରାଜ୍ୟରେ କୋଭିଡ୍ ଟିକାର ଡ୍ରାଏ ରନ୍ ଆରମ୍ଭ ହେବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା ।

ଡ୍ରାଏ ରନ୍ ସମୟରେ କୋଭିଡ୍-୧୯ର ସମସ୍ତ ନିୟମ ପାଳନ କରାଯିବ । ପ୍ରଥମ ପର୍ଯ୍ୟାୟରେ ଦେଶର ୪ଟି ରାଜ୍ୟରେ ହୋଇଥିବା ଭାକସିନ୍ ଡ୍ରାଏ ରନ୍ ସଫଳ ହେବା ପରେ ଏହି ନିଷ୍ପତି ନେଇଛନ୍ତି କେନ୍ଦ୍ର ସରକାର । ପ୍ରଥମ ପର୍ଯ୍ୟାୟରେ ଆନ୍ଧ୍ରପ୍ରଦେଶ, ଆସାମ, ଗୁଜରାଟ ଓ ପଂଜାବର ୨ଟି ଲେଖାଏଁ ଜିଲ୍ଲାରେ ଡିସେମ୍ୱର ୨୮ ଓ ୨୯ ତାରିଖ ଦୁଇ ଦିନ ଧରି ହୋଇଥିଲା ଭାକସିନ୍ ର ଡ୍ରାଏରନ୍ ।

from Kanak News
via <a href="https://ifttt.com/?

ଆଜିଠୁ ଗାଡି ଚାଳକଙ୍କୁ ଆଉ ମିଳିବନି ନିସ୍ତାର : ରାସ୍ତାରେ ଜୋରଦାର ହେବ ହେଲମେଟ ଚେକିଂ

କନକ ବ୍ୟୁରୋ : ନୂଆ ବର୍ଷରୁ ଆଜିଠୁ ଗାଡି ଚାଳକଙ୍କୁ ଆଉ ମିଳିବନି ତ୍ରାହି । ଆଜି ଠାରୁ ହେଲମେଟ ଚେକିଂ ଜୋରଦାର । ଗାଡିରେ ଚାଳକଙ୍କ ସହିତ କେହି ବସିକି ଯିବାକୁ ହେଲେ ଦୁଇଜଣଙ୍କୁ ପିନ୍ଧିବାକୁ ପଡିବ ହେଲମେଟ୍ । ବାଇକ ଚଳାଉଥିବା ଓ ବସିଥିବା ଲୋକ ଉଭୟ ହେଲମେଟ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ନଚେତ୍ ସେମାନଙ୍କୁ ଫାଇନ ଦେବାକୁ ପଡିବ । ଏଥିସହ ଗାଡିର ଅନ୍ୟାନ୍ୟ କାଗଜପତ୍ର ଯାଂଚ କରାଯିବ ।

ଜାନୁଆରୀ ପହିଲାରୁ ହେଲମେଟ ଚେକିଂକୁ କଡାକଡି କରିବା ପାଇଁ ପୂର୍ବରୁ ଘୋଷଣା କରିଥିଲା ପରିବହନ ବିଭାଗ । ତେବେ ଅନ୍ୟାନ୍ୟ କାଗଜପତ୍ର ଯାଂଚ ଅବଧିକୁ ସରକାର ଘୁଂଚାଇ ଦେଇଛନ୍ତି । ରାଜ୍ୟରେ ଯେତିକି ଦୁର୍ଘଟଣା ଜନିତ ମୃତ୍ୟୁ ହେଉଛି ସେଥିରୁ ଅଧିକ ବାଇକ ଦୁର୍ଘଟଣାରେ ଘଟୁଛି । ତେଣୁ ହେଲମେଟ ପିନ୍ଧି ଗାଡି ଚଳାଇଲେ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା କମିବ ବୋଲି ଆଶା ରଖିଛନ୍ତି ରାଜ୍ୟ ସରକାର ।

from Kanak News
via <a href="https://ifttt.com/?

ନୂଆବର୍ଷରେ କରୋନା ଟିକା ଫାଇଜର ବାୟୋଟେକକୁ ନେଇ ‘ହୁ’ ଦେଲା ଖୁସି ଖବର : ଫାଇଜର ଟିକାକୁ ବିଶ୍ୱସ୍ୱାସ୍ଥ୍ୟ ସଂଗଠନର ଗ୍ରୀନ୍ ସିଗନାଲ୍; ଜରୁରୀକାଳୀନ ବ୍ୟବହାରକୁ ଅନୁମତି

କନକ ବ୍ୟୁରୋ : ନୂଆ ବର୍ଷରେ କରୋନା ଟିକାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନରୁ ଆସିଛି ଭଲ ଖବର । ଫାଇଜର ଆଣ୍ଡ ବାୟୋଟେକ୍ କରୋନା ଟିକାକୁ ଶେଷରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦେଇଛି ଅନୁମତି । ଜରୁରୀକାଳିନ ବ୍ୟବହାର ପାଇଁ ଫାଇଜର ଟିକାକୁ ଅନୁମତି ଦେଇଛି ହୁ । ହୁ ର ଏହି ଅନୁମତି ଏବେ ବିଶ୍ୱର ଆର୍ଥିକ ଦୁର୍ବଳ ଦେଶ ଗୁଡିକ ପାଇଁ ବରଦାନ ପରି ରହିବ ।

କାରଣ ଏହି ରାଷ୍ଟ୍ର ଗୁଡିକ ସହଜରେ ପାଇପାରିବେ ଫାଇଜର ଟିକା । ବର୍ତମାନ ଫାଇଜର ଆଣ୍ଡ୍ ବାୟୋଟେକ୍ ଟିକା ଆମେରିକା, ବ୍ରିଟେନ, ୟୁରୋପୀୟ ରାଷ୍ଟ୍ରଗୁଡିକରେ ଅନୁମତି ମିଳିବା ପରେ ଟିକାକରଣ ଚାଲିଛି । ଏହାକୁ ଅନୁଧ୍ୟାନ କରିବା ପରେ ଫାଇଜର ଆଣ୍ଡ୍ ବାୟୋଟେକ୍ ଟିକାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବ୍ୟବହାର ପାଇଁ ଅନୁମତି ଦେଇଛି ।

from Kanak News
via <a href="https://ifttt.com/?

ଆଜିଠୁ ନୂଆ ନିୟମ : ଚେକ୍ ପାଇଁ ପଜିଟିଭ୍ ପେ’ ସିଷ୍ଟମ୍; ସ୍ପର୍ଶବିହୀନ କାର୍ଡ କାରବାର ସୀମା ବଢ଼ିବ

କନକ ବ୍ୟୁରୋ : ବ୍ୟାଙ୍କ ଠକେଇ ରୋକିବା ଓ ଚେକ ପେମେଣ୍ଟକୁ ଅଧିକ ସୁରକ୍ଷିତ କରିବା ଲାଗି ଜଈଓ ତରଫରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ୫୦,୦୦୦ ଟଙ୍କା ବା ତା’ଠାରୁ ଅଧିକ ଆମାଉଂଟର ଚେକ ଉପରେ ପଜିଟିଭ୍ ପେ ,ସିଷ୍ଟମ ଲାଗୁ ହେବ ।

ଚେକ୍ ପାଇଁ ପଜିଟିଭ୍ ପେ’ ସିଷ୍ଟମ୍
ଚେକ୍‌ ପାଇଁ ପଜିଟିଭ୍ ପେ’ ସିଷ୍ଟମ୍ ଲାଗୁ ହେବ। ନୂଆ ବ୍ୟବସ୍ଥାରେ ୫୦ ହଜାର ଟଙ୍କାରୁ ଅଧିକ ମୂଲ୍ୟର ଚେକ୍‌ ପାଇଁ କିଛି ବିବରଣୀ ଯଥା ଚେକ୍ ନମ୍ବର, ଚେକ୍ ତାରିଖ, ‌ନାମ, ଆକାଉଣ୍ଟ୍‌ ନମ୍ବର ଏକଂ ସଠିକ୍ ମୂଲ୍ୟ ଆଦି ବିବରଣୀକୁ ପୁନର୍ବାର ସ୍ପଷ୍ଟ କରିବାକୁ ପଡ଼ିପାରେ।

ସ୍ପର୍ଶବିହୀନ କାର୍ଡ କାରବାର ସୀମା ବଢ଼ିବ
ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ସ୍ପର୍ଶବିହୀନ କାର୍ଡ ପେମେଣ୍ଟ୍ ସୀମାକୁ ୨୦୦୦ ଟଙ୍କାରୁ ବଢ଼ାଇ ୫୦୦୦ ଟଙ୍କା କରାଯାଇଛି। ଏହି ନିଷ୍ପତ୍ତି ନୂଆବର୍ଷରୁ ଲାଗୁ ହେବ। ଡିଜିଟାଲ୍ ପେମେଣ୍ଟ୍‌ରେ ଉନ୍ନତି ଆଣିବା ଲାଗି ରିଜର୍ଭ ବ୍ୟାଙ୍କ ଏହି ପଦକ୍ଷେପ ଗ୍ରହଣ କରିଛି।

କ୍ଷୁଦ୍ର ବ୍ୟବସାୟୀଙ୍କ ଜିଏସ୍‌ଟି ରିଟର୍ଣ୍ଣ
ପାଞ୍ଚ କୋଟି ଟଙ୍କା ଭିତରେ କାରବାର କରୁଥିବା କ୍ଷୁଦ୍ର ବ୍ୟସାୟୀମାନଙ୍କୁ ୧୨ ବଦଳରେ କେବଳ ୪ ଜିଏସ୍‌ଟି ରିଟର୍ଣ୍ଣ ଦାଖଲ କରିବାକୁ ପଡ଼ିବ। ଏହାର ପ୍ରଭାବ ୯.୪ କୋଟି କ୍ଷୁଦ୍ର ବ୍ୟବସାୟ ପ୍ରତିଷ୍ଠାନ ଉପରେ ପଡ଼ିବ।

ଷ୍ଟାଣ୍ଡାର୍ଡ ମିଆଦୀ ବୀମା
ଜାନୁଆରି ୧ ସୁଦ୍ଧା ‘ସରଳ ବୀମା ଯୋଜନା’ ନାମରେ ଷ୍ଟାଣ୍ଡାର୍ଡ ମିଆଦୀ ବୀମା ସ୍କିମ୍ ଆଣିବାକୁ ବୀମା କ୍ଷେତ୍ରର ନିୟାମକ ସଂସ୍ଥା ଆଇଆର୍‌ଡିଏଆଇ ପକ୍ଷରୁ ବୀମା କଂପାନିଗୁଡ଼ିକୁ କୁହାଯାଇଥିଲା। ପ୍ରଥମ ଥର ବୀମା କିଣୁଥିବା ଗ୍ରାହକଙ୍କ ସୁବିଧା ପାଇଁ ଏହି ପଲିସି ଆସିବ। ଏଥିରେ ସର୍ବନିମ୍ନ ବୀମା ରାଶି ୫ ଲକ୍ଷ ଟଙ୍କା ଏବଂ ସର୍ବାଧିକ ୨୫ ଲକ୍ଷ ଟଙ୍କା ରହିବ।

ଲ୍ୟାଣ୍ଡ୍‌ଲାଇନ୍‌ରୁ ମୋବାଇଲ୍‌କୁ କଲ୍ କଲେ ଶୂନ ଲଗାଇବାକୁ ପଡ଼ିବ
କୌଣସି ଲ୍ୟାଣ୍ଡ୍‌ଲାଇନ୍‌ରୁ ମୋବାଇଲ୍‌ ନମ୍ବରକୁ କଲ୍ କରିବା ବେଳେ ନମ୍ବର ପୂର୍ବରୁ ସଂଖ୍ୟା ‘ଶୂନ’ ଯୋଡ଼ିବାକୁ ପଡ଼ିବ। ଏହି ନୂଆ ନିୟମ ଆସନ୍ତାକାଲି ଠାରୁ ଲାଗୁ କରିବାକୁ ଟେଲିକମ୍ କଂପାନିଗୁଡ଼ିକୁ ଟେଲିକମ୍ ବିଭାଗ ନିର୍ଦେଶ ଦେଇଥିଲା।

ମାସର ପ୍ରଥମ ଦିନରେ ଏଲ୍‌ପିଜି ଦର ବଦଳିବ
ପ୍ରତି ମାସର ପ୍ରଥମ ଦିନରେ ଏଲ୍‌ପିଜି ସିଲିଣ୍ଡିର ମୂଲ୍ୟରେ ସଂଶୋଧନ ହେବ। ଆନ୍ତର୍ଜାତିକ ବଜାର ମୂଲ୍ୟ ଏବଂ ଡଲାର ଓ ଟଙ୍କାର ବିନିମୟ ମୂଲ୍ୟ ବିଚାରକୁ ନେଇ ଦର ନିର୍ଧାରଣ କରିବେ।

from Kanak News
via <a href="https://ifttt.com/?

ଦିଅଁ ଦର୍ଶନରୁ ନୂଆ ବର୍ଷ : ଖୋଲିନି ମନ୍ଦିର, ନୂଆବର୍ଷରୁ ବାହାରୁ ଭଗବାନଙ୍କ ଦର୍ଶନ କରି ବର୍ଷ ଆରମ୍ଭ କଲେ ଶ୍ରଦ୍ଧାଳୁ

କନକ ବ୍ୟୁରୋ : ୨୦୨୧ ନୂଆ ବର୍ଷକୁ ସ୍ୱାଗତ । ନୂଆ ଉତ୍ସାହ ଓ ନୂଆ ସମ୍ଭାବନା ନେଇ ଆସିଛି ୨୦୨୧ । ୨୦୨୧ ପ୍ରଥମ ଦିନର ପ୍ରଥମ ସୂର୍ଯ୍ୟ ଉଇଁ ସାରିଛି । ନୂଆ ବର୍ଷରେ ଆରମ୍ଭ ବିଭୁ ଦର୍ଶନରୁ କରିବାକୁ ବେଶ୍ ଆଶା ରଖିଥିଲେ ରାଜଧାନୀ ବାସୀ । ହେଲେ କରୋନା କଟକଣା ହଟିନଥିବାରୁ ଏଥର ନୂଆ ବର୍ଷରେ ମନ୍ଦିର ଖୋଲିନି । ରାମ ମନ୍ଦିରରେ ପହଁଚି ବାହାରୁ ଶ୍ରଦ୍ଧାଳୁ ଭଗବାନଙ୍କୁ ଦର୍ଶନ କରି ଫେରିଛନ୍ତି । ତଥାପି ନୂଆ ବର୍ଷରେ କରୋନାର କଷ୍ଟ ଯେପରି ଦୂର ହୋଇଯିବ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ଭକ୍ତମାନେ ।

ବାଲେଶ୍ୱରରେ ଠାକୁରଙ୍କ ଦର୍ଶନରୁ ଆରମ୍ଭ ହୋଇଛି ନୂଆ ବର୍ଷ । ବ୍ରଜକେଶ୍ୱର ମନ୍ଦିରରେ ଦର୍ଶନ ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଥିଲା । କରୋନା କାରଣରୁ ଏଥର ଅଳ୍ପ ସଂଖ୍ୟାରେ ଶ୍ରଦ୍ଧାଳୁ ସକାଳୁ ଦର୍ଶନ ପାଇଁ ଆସିଛନ୍ତି । ତେବେ ନୂଆ ବର୍ଷରେ ଠାକୁରଙ୍କ ଦର୍ଶନ ସହ ନୂଆ ବର୍ଷ ଆରମ୍ଭ କରି ସମସ୍ତଙ୍କ ମଧ୍ୟରେ ଖୁସି ଦେଖିବାକୁ ମିଳିଛି ।

ନୂଆ ବର୍ଷର ଆରମ୍ଭ ମହାପ୍ରଭୁଙ୍କ ଦର୍ଶନରୁ କରିବାକୁ ଭକ୍ତଙ୍କ ମଧ୍ୟରେ ବେଶ୍ ଆଶା ରହିଥିଲା । ତେବେ କରୋନା କଟକଣା କାରଣରୁ ଚଳିତ ବର୍ଷ ଏଥିରୁ ବଂଚିତ ହେବାକୁ ପଡିଛି । ମହାପ୍ରଭୁଙ୍କ ଦର୍ଶନ ଉପରେ ନୂଆବର୍ଷରେ କରୋନା କଟକଣା କାରଣରୁ ଅଙ୍କୁଶ ଲାଗିଛି । ମନ୍ଦିର ବନ୍ଦ ରହିଥିବାରୁ ଶ୍ରଦ୍ଧାଳୁ ପୁରୀରେ ବଡଦାଣ୍ଡରେ ପହଁଚି ପତିତପାବନ ବାନାକୁ ଦର୍ଶନ କରି ଫେରୁଛନ୍ତି । ତଥାପି ମହାପ୍ରଭୁଙ୍କ ନିକଟରେ ନୂଆବର୍ଷରେ ପ୍ରଣାମ ଜଣାଇ ସମସ୍ତେ ବର୍ଷର ଆରମ୍ଭ କରି , ବର୍ଷଟି ଭଲରେ କଟିବାକୁ ନିବେଦନ କରିଛନ୍ତି ।

from Kanak News
via <a href="https://ifttt.com/?

ଅଗରବତି ପାଇଁ ଓଡ଼ିଶା ଏକ ଭଲ ବଜାର : ଅନିତା ମହାନ୍ତିଙ୍କ ବ୍ରାଣ୍ଡସ୍‌ ଅଫ୍‌ ଓଡ଼ିଶା ପ୍ରାଇଡ୍‌ ଅଫ୍ ଇଣ୍ଡିଆ

ରାଜ୍ୟର ଅଗରବତି ବଜାରରେ ପ୍ରତିଷ୍ଠିତ କଂପାନିଗୁଡ଼ିକର ଭିଡ଼ ଭିତରେ ନିଜର ବ୍ରାଣ୍ଡ୍‌ର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି ଗୁପ୍ତଗଙ୍ଗା ଅଗରବତିର ନିର୍ଦେଶିକା ଅନିତା ମହାନ୍ତି। ଜଣେ ମହିଳା ଉଦ୍ୟୋଗୀ ଭାବେ ଯାତ୍ରା ଆରମ୍ଭ କରି ଏବଂ ଆଗକୁ ବଢ଼ିବା କେତେ ଆହ୍ବାନପୂର୍ଣ୍ଣ ଥିଲା ଓ ନିଜ ଭବିଷ୍ୟତ ଯୋଜନା ବିଷୟରେ‌ ସେ ଯାହା କହିଛନ୍ତି ତାହା ଏଠାରେ ଉପସ୍ଥାପନ କରାଯାଇଛି।

ଜଣେ ମହିଳା ଭାବେ କାହିଁକି ଅଗରବତି ଉଦ୍ୟୋଗ ପ୍ରତିଷ୍ଠା ପାଇଁ ମନ ବଳାଇଥିଲେ?
ପ୍ରତ୍ୟେକ ଘରେ ମହିଳାମାନେ ହିଁ ପୂଜା କାର୍ଯ୍ୟ କରିଥାନ୍ତି। ମୁଁ ମଧ୍ୟ ନିୟମିତ ପୂଜା କାର୍ଯ୍ୟ କରେ। ସେହି ଦୃଷ୍ଟିରୁ ନିୟମିତ ଧୂପ ଦେବା ବେଳେ ମୋର ମଧ୍ୟ ଅଗରବତି କମ୍ପାନୀଟିଏ ପ୍ରତିଷ୍ଠା ପାଇଁ ଆଗ୍ରହ ହୋଇଥିଲା। ସେଦିନର ସେହି ଭାବନାରୁ ୨୦୧୬ ମସିହାରେ ଆରମ୍ଭ ହୋଇଥିଲା ଗୁପ୍ତଗଙ୍ଗା ଅଗରବତି।

ପ୍ରାରମ୍ଭରେ କିଭଳି ସମସ୍ୟା ସୃଷ୍ଟି ହୋଇଥିଲା?
ପ୍ରଥମେ ଏକ ଛୋଟିଆ ଘରେ ଅନ୍ୟ କମ୍ପାନୀର ଖୋଳରେ ନିଜେ ପ୍ରସ୍ତୁତ କରିଥିବା ଅଗରବତି ବଜାରକୁ ଛଡ଼ା‌ଯାଉଥିଲା। ମାତ୍ର କିଛି ଦିନର ମାର୍କେଟିଂ ଅଭିଜ୍ଞତା ପରେ ନିଜସ୍ବ ବ୍ରାଣ୍ଡ୍‌ ‘ଗୁପ୍ତଗଙ୍ଗା’ ଅଗରବତି ବଜାର ପ୍ରବେଶ ହୋଇଥିଲା। ଏବେ ଏହି ଗୁପ୍ତଗଙ୍ଗା ଅଗରବତି ସମଗ୍ର ରାଜ୍ୟରେ ଏକ ପ୍ରମୁଖ ବ୍ରାଣ୍ଡ ଭାବେ ଉଭା ହୋଇ ସାରିଲାଣି।

ଉଦ୍ୟୋଗ ପ୍ରତିଷ୍ଠାରେ ମୁଖ୍ୟ ପ୍ରତିବନ୍ଧକ କ’ଣ?
ମାର୍କେଟିଂ ହେଉଛି ଅଗରବତି ଶିଳ୍ପର ମୁଖ୍ୟ ସମସ୍ୟା। ଯଦି ଠିକ୍ ଢଙ୍ଗରେ ମାକେଟିଂ କରି ନ ପାରିଲ, ତେବେ ମୂଳରୁ ବୁଡିଯିବା ଥୟ। କାରଣ ନୂଆ ଅଗରବତି କମ୍ପାନୀକୁ ବଜାରରେ ଠିକ୍ ଢଙ୍ଗର ରେସପନସ୍ ମିଳି ନଥାଏ। ଯାହାଦ୍ବାରା ଅଳ୍ପ ଦିନରେ ବ୍ୟବସାୟର କ୍ଷତି ହୋଇଥାଏ।

ଓଡ଼ିଶାରେ ଅଗରବତି ବଜାର କେମିତି ?
ଆପଣଙ୍କର ମନେ ଥିବ, ପୂର୍ବରୁ ସନ୍ଧ୍ୟା ବେଳେ ସମସ୍ତଙ୍କ ଘରେ ସଂଜବତୀ ଲାଗୁଥିଲା। ଏହି ସଂଜବତୀ ବିଶେଷ କରି ଧଳା କପଡ଼ାରେ ତିଆରି ହେଉଥିଲା। ମୁଖ୍ୟତଃ ପୁରୁଣା ଧୋତି କିମ୍ବା ଲୁଗାକୁ ସଫା କରି ଗ୍ରାମାଞ୍ଚଳମାନଙ୍କରେ ସଂଜବତୀ ତିଆର କରି ବ୍ୟବହାର କରୁଥିଲେ। ଏହା ସମସ୍ତଙ୍କ ଘରେ ଏକ ପରମ୍ପରା ଭାବେ ପ୍ରଚଳିତ। ଧୀର ଧୀରେ ପରିସ୍ଥିତି ବଦଳିଛି। ଲୋକଙ୍କର ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ହୋଇଛି। ତେଣୁ ସଂଜବତୀ ସ୍ଥାନରେ ଏବେ ଧୂପ ପ୍ରଚଳିତ ହୋଇଛି। ସେହି ଦୃଷ୍ଟିରୁ ଓଡ଼ିଶା ଅଗରବତିପାଇଁ ସବୁଠୁ ଭଲ ବଜାର।

କେଉଁ ଅଗରବତି କମ୍ପାନିକୁ ଆପଣଙ୍କ ପ୍ରମୁଖ ପ୍ରତିଦ୍ବନ୍ଦ୍ବୀ ମନେ କରନ୍ତି?
ମୋର କେହି ପ୍ରତିଦ୍ବନ୍ଦ୍ବୀ ନାହାନ୍ତି। ମୁଁ ନିଜେ ନିଜର ପ୍ରତିଦ୍ବନ୍ଦ୍ବୀ। କାରଣ ପ୍ରତିବର୍ଷ ମୁଁ ନିଜ ଅଗରବତିର ବାସ୍ନା ଏବଂ ମାନ କିଭଳି ଆହୁରି ଉଚ୍ଚ ହୋଇପାରିବ ତାହାକୁ ଧ୍ୟାନ ଦେଉଛି।

ଜଣେ ମହିଳା ଉଦ୍ୟୋଗୀ ଭାବେ ବିଭିନ୍ନ ସମୟରେ ପ୍ରତିଦ୍ବନ୍ଦ୍ବୀ କମ୍ପାନୀଗୁଡିକ ପକ୍ଷରୁ ଆହ୍ବାନର ସମୁଖୀନ ହେବାକୁ ପଡ଼ିଥାଏ କି?
ହଁ ହୁଏ। ବିଶେଷ କରି ପୂର୍ବରୁ ଅଗରବତି ବଜାରର ଆସ୍ଥା ଜମାଇ ସାରିଥିବା ଅନେକ କମ୍ପାନୀ ଜଣେ ମହିଳା ଉଦ୍ୟୋଗୀ ଭାବେ ହେୟଜ୍ଞାନ କରିଥାନ୍ତି। ବିଶେଷ କରି ମାର୍କେଟିଂରେ ଆମକୁ ଅସୁବିଧା ପକାଇବା ପାଇଁ ପ୍ରତିଦ୍ବନ୍ଦ୍ବୀ କମ୍ପାନୀମାନେ କମ ମୂଲ୍ୟରେ ଧୂପ ହୋଲସେଲରଙ୍କୁ ଦେଇଥାନ୍ତି। ଯାହାକି ଆମକୁ ଅସୁବିଧା ହୋଇଥାଏ।

ଆପଣଙ୍କ ପରବର୍ତୀ ଲକ୍ଷ୍ୟ କ’ଣ?
ସମଗ୍ର ଭାରତ ବର୍ଷରେ ଗୁପ୍ତଗଙ୍ଗା ଅଗରବତିକୁ ଏକ ନମ୍ବର ବ୍ରାଣ୍ଡ୍‌ ଭାବେ ପ୍ରସିଦ୍ଧି କରାଇବା ଲକ୍ଷ୍ୟ ରହିଛି।

ଅନ୍ୟ ମହିଳାଙ୍କ ସ୍ବାବଲମ୍ବୀ ପାଇଁ କିଛି ନିଦ୍ଦିଷ୍ଟ ଯୋଜନା ରହିଛି କି?
ହଁ, ରହିଛି। ବିଶେଷ କରି ଗ୍ରାମାଞ୍ଚଳ ମହିଳାମାନଙ୍କୁ ସ୍ବାବଲମ୍ବୀ ପାଇଁ ଅଗରବତି ତିଆରି ତାଲିମ ଦେଉଛି। ଆବଶ୍ୟକ ସ୍ଥଳେ ସେମାନେ ପ୍ରସ୍ତୁତ କରୁଥିବା ଧୂପକୁ ନିଜେ ବଜାର ମୂଲ୍ୟରେ କିଣି ନେଇ ସେମାନଙ୍କୁ ଏହି ବିକ୍ରି ସମସ୍ୟାରୁ ମୁକ୍ତି ଦେଉଛି। ଯାହା ଫଳରେ ସେମାନେ ନିଜ ଗୋଡ଼ରେ ଛିଡ଼ା ହୋଇ ପାରିବେ।

from Kanak News
via <a href="https://ifttt.com/?

Design a site like this with WordPress.com
Get started