ଦେଶବାସୀଙ୍କୁ ନୂଆବର୍ଷର ଶୁଭେଛା ଜଣାଇଲେ ରଷ୍ଟ୍ରପତି ରାମନାଥ କୋବିନ୍ଦ : କହିଲେ ପ୍ରଗତି ପଥରେ ଆଗେଇ ଚାଲୁ ଦେଶ

କନକ ବ୍ୟୁରୋ : ନୂଆ ସମ୍ଭାବନା ଓ ସମ୍ବୃଦ୍ଧିର ବର୍ଷ ହେଉ ୨୦୨୧ । ନୂଆ ବର୍ଷରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଟ୍ୱିଟ୍ କରି ରାଷ୍ଟ୍ରପତି ଲେଖିଛନ୍ତି, ନୂଆ ବର୍ଷା କିଛି ନୂଆ ଆରମ୍ଭ କରିବାର ଅବସର ହେଉ । ସମସ୍ତେ ସୁସ୍ଥ ରୁହନ୍ତୁ । ଏହାସହ ବ୍ୟକ୍ତିଗତ ଓ ସାମୁହିକ ବିକାଶ ପାଇଁ ନେଇଥିବା ସଂକଳ୍ପକୁ ପୂରଣ କରିବା ପାଇଁ ଶକ୍ତି ଦେଉ ଏହି ନୂଆ ବର୍ଷ । ଆସନ୍ତୁ ସମସ୍ତେ ମିଳିମିଶି ସ୍ନେହ ଓ ଶ୍ରଦ୍ଧାର ସହ ଏକ ସମୃଦ୍ଧି ଓ ଶସକ୍ତ ସମାଜ ଗଠନ କରିବା । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି ଦେଶବାସୀଙ୍କ ସୁସ୍ଥ, ସୁଖ ଓ ସମ୍ବୃଦ୍ଧି କାମନା କରିଛନ୍ତି ।

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ନୂତନ ବର୍ଷର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ନିଜର ଶୁଭେଚ୍ଛା ବାର୍ତ୍ତାରେ ୨୦୨୧ ବର୍ଷ ରାଜ୍ୟବାସୀଙ୍କ ଜୀବନରେ ହସ, ଖୁସି, ଶାନ୍ତି ଓ ସମୃଦ୍ଧି ଭରିଦେଉ ବୋଲି କହିଛନ୍ତି। ଏହାଛଡ଼ା ରାଜ୍ୟକୁ ଦେଶର ଶ୍ରେଷ୍ଠ ରାଜ୍ୟରେ ପରିଣତ କରିବା ପାଇଁ ସମସ୍ତେ ନିଜ ନିଜ ସ୍ତରରେ ନିଷ୍ଠାପର ପ୍ରୟାସ ଜାରି ରଖିବାକୁ ସେ ଆହ୍ବାନ ଦେଇଛନ୍ତି।

from Kanak News
via <a href="https://ifttt.com/?

ସହିଦ କୋଭିଡ୍ ଯୋଦ୍ଧାଙ୍କ ପାଇଁ ଭୁବନେଶ୍ୱରରେ ହେବ ସ୍ମାରକୀ : ଲିପିବଦ୍ଧ ହେବ ସହିଦଙ୍କ ନାଁ

କନକ ବ୍ୟୁରୋ : ସହିଦ କୋଭିଡ୍ ଯୋଦ୍ଧାଙ୍କ ସ୍ମୃତିରେ ଭୁବନେଶ୍ୱରରେ ଏକ ସ୍ମାରକୀ ପ୍ରତିଷ୍ଠା ହେବ । ଏଥିରେ ମହାମାରୀ କରୋନା ମୁକାବିଲା ସମୟରେ ସହିଦ ହୋଇଥିବା କୋଭିଡ୍ ଯୋଦ୍ଧାଙ୍କ ନାମ ଲିପିବଦ୍ଧ ହୋଇ ରହିବ । ସନ୍ଧ୍ୟାରେ ଭିଡିଓ କନଫରେନ୍ସିଂ ଜରିଆରେ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ସହିଦ କୋଭିଡ୍ ଯୋଦ୍ଧାଙ୍କ ପରିବାର ସହ ଆଲୋଚନା ଅବସରରେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିିସହ ସହିଦଙ୍କ ପରିବାରକୁ ସମବେଦନା ଜଣାଇ କହିଛନ୍ତି ସେମାନଙ୍କ ତ୍ୟାଗକୁ ଏ ଜାତି ସବୁବେଳେ ସମ୍ମାନର ସହ ମନେ ରଖିବ ।

ସରକାର ସେମାନଙ୍କ ସହିତ ଅଛନ୍ତି । ଏ ଶୂନ୍ୟସ୍ଥାନ କେବେ ପୂରଣ କରି ହେବ ନାହିଁ । କେବଳ ପରିବାରର ସଦସ୍ୟଙ୍କ ପରଲୋକ ଯୋଗୁଁ, ଯେପରି ଅନ୍ୟ ସଦସ୍ୟମାନେ କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତିି ସେଥିପାଇଁ ସହାୟତା ଯୋଗାଇ ଦିଆଯିବ । ସହିଦଙ୍କ ତ୍ୟାଗ କେବେ ହେଲେ ବିଫଳ ହେବ ନାହିଁ । କୋଭିଡ୍ ବିରୋଧରେ ଚାଲିଥିବା ଏହି ଲଢ଼େଇରେ ନିଶ୍ଚୟ ଜିତିବୁ । ମାଲକାନଗିରି, କଟକ, ବରଗଡ, ବାଲେଶ୍ୱର ଓ ଗଞ୍ଜାମରେ ଉପସ୍ଥିତ ସହିଦ କୋଭିଡ୍ ଯୋଦ୍ଧାଙ୍କ ପରିବାର ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି ।

from Kanak News
via <a href="https://ifttt.com/?

ଆସନ୍ତାକାଲିଠୁ ଓଡ଼ିଶା ସମେତ ସାରା ଦେଶରେ ହେବ କରୋନା ଟିକାର ଡ୍ରାଏ-ରନ୍ : କେମିତି ଦିଆଯିବ ଟିକା, ପୂରା ପ୍ରକିୟାର କରାଯିବ ଅଭ୍ୟାସ

କନକ ବ୍ୟୁରୋ : ଜାନୁଆରୀ ୨ ତାରିଖରୁ ଅର୍ଥାତ ଆସନ୍ତାକାଲି ଦେଶର ସମସ୍ତ ରାଜ୍ୟରେ ଆରମ୍ଭ ହେବ କୋଭିଡ୍ ଟିକାର ଡ୍ରାଏ ରନ୍ । ଏହା ଭିତରେ ଓଡିଶା ମଧ୍ୟ ଟିକାର ଡ୍ରାଏ ରନ୍ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । କ୍ୟାପିଟାଲ ହସ୍ପିଟାଲ ସମେତ ରାଜ୍ୟର ୩୦ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହା କାର୍ଯ୍ୟକାରୀ ହେବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜଣାପଡିଛି । ଏଥିପାଇଁ ଜାଗା ଚିହ୍ନଟ କରାଯାଇଛି । ପ୍ରତ୍ୟକ ଟିକାକରଣ କେନ୍ଦ୍ରରେ ୨୫ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ସାମିଲ କରାଯିବ । ପ୍ରତ୍ୟକ ଟିକାକରଣ କେନ୍ଦ୍ରରେ ଜଣେ ଭ୍ୟାକ୍ସିନେଟରଙ୍କୁ ମିଶାଇ ୫ଜଣିଆ ଟିମ୍ ଉପସ୍ଥିତ ରହିବେ ।

ଡ୍ରାଏ ରନ୍ ସମୟରେ କୋଭିଡ୍-୧୯ର ସମସ୍ତ ନିୟମ ପାଳନ କରାଯିବ । ପ୍ରଥମ ପର୍ଯ୍ୟାୟରେ ଦେଶର ୪ଟି ରାଜ୍ୟରେ ହୋଇଥିବା ଭାକସିନ୍ ଡ୍ରାଏ ରନ୍ ସଫଳ ହେବା ପରେ ଏହି ନିଷ୍ପତି ନେଇଛନ୍ତି କେନ୍ଦ୍ର ସରକାର । ପ୍୍ରଥମ ପର୍ଯ୍ୟାୟରେ ଆନ୍ଧ୍ରପ୍ରଦେଶ, ଆସାମ, ଗୁଜରାଟ ଓ ପଂଜାବର ୨ଟି ଲେଖାଏଁ ଜିଲ୍ଲାରେ ଡିସେମ୍ୱର ୨୮ ଓ ୨୯ ତାରିଖ ଦୁଇ ଦିନ ଧରି ହୋଇଥିଲା ଭାକସିନ୍ ର ଡ୍ରାଏରନ୍ । ଏହି ସମୟରେ କରୋନା ଟିକାକରଣ ସମୟର ପୁରା ପ୍ରକ୍ରିୟାର ରିହରସଲ୍ କରାଯାଇଥିଲା । ଶୀତଳଭଣ୍ଡାର ପଏଂଟରୁ କିପରି କରୋନା ଭାକସିନ୍ ଆସି ଟିକାଦିଆଯିବ କେନ୍ଦ୍ରରେ ପହଁଚିବ, କିପରି ଟିକା ପରିବହନ କରାଯିବ, କିପରି ଟିକା ଦିଆଯିବ, ଟିକାକରଣ ପରବର୍ତି ବ୍ୟବସ୍ଥା ଯାଂଚର ମକ ଡ୍ରିଲ୍ ହୋଇଥିଲା ଡ୍ରାଏ ରନ ।

from Kanak News
via <a href="https://ifttt.com/?

ପୁରୀରେ ନୂଆବର୍ଷକୁ ସ୍ୱାଗତ : ବେଳାଭୂମିରେ ନୂତନ ସୂର୍ଯ୍ୟ ଉଦୟ ଦର୍ଶନ ପାଇଁ ଲୋକଙ୍କ ଭିଡ

କନକ ବ୍ୟୁରୋ : ବିଦାୟ ନେଲା ପୁରୁଣା ବର୍ଷ ୨୦୨୦ । ନୂଆ ଉତ୍ସାହ ଓ ସମ୍ଭାବନା ନେଇ ଆସିଲା ୨୦୨୧ । ୨୦୨୧ ପ୍ରଥମ ଦିନର ପ୍ରଥମ ସୂର୍ଯ୍ୟ ଉଇଁ ସାରିଛି । ଫର୍ଚ୍ଚା ଆକାଶରେ କଅଁଳ ସୂର୍ଯ୍ୟର ଉଦୟ ଦୃଶ୍ୟ ବେଶ ମନୋରମ । ଉଦୟ ସୂର୍ଯ୍ୟର ଅରୁଣିମାର ସାଗର ଦେହରେ ପ୍ରତିବିମ୍ବ ସୃଷ୍ଟି କରି ମନୋରମ ଦୃଶ୍ୟ । ଶାନ୍ତ, ଶୀତଳ ପରିବେଶରେ ନୂଆ ବର୍ଷର ସୂର୍ଯ୍ୟୋଦୟ ଦେଖିବାକୁ ପୁରୀ ବେଳାଭୂମିରେ ଜମିଛି ଲୋକଙ୍କ ଭିଡ ।

ନୂଆବର୍ଷରେ ନୂଆସୂର୍ଯ୍ୟକୁ ସ୍ୱାଗତ କରିବାକୁ ପୁରୀରେ ସମୁଦ୍ର ବେଳାଭୂମିରେ ଲୋକେ ଅପେକ୍ଷା କରି ରହିଥିଲେ । ଉଦିତ ସୂର୍ଯ୍ୟକୁ ଦର୍ଶନ ସହ ନୂଆ ବର୍ଷର ପ୍ରଥମ ଦିନରେ ସମୁଦ୍ର ସ୍ନାନ କରିବାକୁ ପୁରୀ ସମୁଦ୍ର କୂଳରେ ଆଗୁଆ ପ୍ରସ୍ତୁତ ହୋଇ ରହିଥିଲେ । ଆଉ ଏହାକୁ ଦର୍ଶନ କରି ବେଶ୍ ଉତ୍ସାହିତ ହୋଇଛନ୍ତି । ନୂଆ ବର୍ଷରେ ନୂଆ ସୂଯ୍ୟକୁ ଦର୍ଶନ ସହ ନୂଆ ସଂକଳ୍ପ ନେଇଛନ୍ତି ସଭିଏଁ ।

ବାରଣାସୀରୁ ଆସିଲା ନୂଆ ବର୍ଷର ପ୍ରଥମ ଗଙ୍ଗା ଆଳତୀର ଚିତ୍ର । ନୂତନ ବର୍ଷ ଆରମ୍ଭରେ ବଡି ଭୋରରୁ ବାରଣାସୀରେ ଗଙ୍ଗା ମାତାଙ୍କ ଆଳତୀ ହୋଇଛି । ରୀତିନୀତି ସହ ନୂଆ ସଂଭାବନା ଆଶା କରି ଗଙ୍ଗା ମାତାଙ୍କ ଆଳତୀ ହୋଇଛି । ଚଳିତ ବର୍ଷ ଦେଶବାସୀଙ୍କୁ ସୁସ୍ଥ , ନିରୋଗ ଓ ବିକାଶର ବର୍ଷ ହେବାକୁ ମାଆ ଗଙ୍ଗାଙ୍କ ନିକଟରେ ପ୍ରଥମ ଆଳତୀରେ ଭକ୍ତ ଆଶା କରିଛନ୍ତି ।

from Kanak News
via <a href="https://ifttt.com/?

ଘୁଂଚିଲା ଫାସଟ୍ୟାଗରେ ଶତ ପ୍ରତିଶତ ଟୋଲ ଫି ଆଦାୟ ତାରିଖ : ଫେବ୍ରୁଆରୀ ୧୫ ପର୍ଯ୍ୟନ୍ତ ଫାସଟ୍ୟାଗ ଓ ନଗଦ ଟଙ୍କା ଆକାରରେ ଟୋଲ ଗେଟରେ ଦେଇପାରିବେ ଦେୟ

କନକ ବ୍ୟୁରୋ : ଘୁଂଚିଲା ଫାସଟ୍ୟାଗରେ ଶତ ପ୍ରତିଶତ ଟୋଲ ଫି ଆଦାୟ କରିବା ତାରିଖ । ଫେବ୍ରୁଆରୀ ୧୫ ପର୍ଯ୍ୟନ୍ତ ଏହି ତାରିଖକୁ ଘୁଂଚାଇ ଦେଇଛି କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରାଳୟ । ଫେବ୍ରୁଆରୀ ୧୫ ପର୍ଯ୍ୟନ୍ତ ଉଭୟ ଫାସଟ୍ୟାଗ ଓ ନଗଦ ଟଙ୍କା ଆକାରରେ ଟୋଲ ଫି ଦେଇ ପାରିବେ ଗାଡି ଚାଳକ । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଫାସଟ୍ୟାଗକୁ ଶତ ପ୍ରତିଶତ କରିବା ପାଇଁ ଲୋକମାନଙ୍କୁ ଏହି ସମୟ ଦିଆଯାଇଛି ।

ଜାତୀୟ ରାଜପଥରେ ଯାତାୟତ କରୁଥିବା ସମସ୍ତ ଗାଡିର ଫାସଟ୍ୟାଗ ବାଧ୍ୟତାମୂଳକ କରିବା ପାଇଁ ନଭେମ୍ବର ମାସରେ କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏଥିରେ କୁହାଯାଇଥିଲା ଯେଉଁ ଗାଡିର ଫାସଟ୍ୟାଗ ନଥିବ ସେମାନଙ୍କ ନିକଟରୁ ଦୁଇଗୁଣ ଫି ଆଦାୟ କରାଯିବ । ପ୍ରଥମ ପର୍ଯ୍ୟାୟରେ ସମସ୍ତ ବାଣିଜ୍ୟକ ଗାଡି ଏହି ନିୟମର ଅନ୍ତର୍ଭୁକ୍ତ କରାଯିବ । ଏହାବାଦ ଫାସଟ୍ୟାଗ ନଥିବା ଘରୋଇ ଗାଡି ଗୁଡିକଠାରୁ ଦୁଇ ଗୁଣ ଫି ଆଦାୟ କରାଯିବ । ତେବେ ରାଜ୍ୟ ରାଜପଥ ଉପରେ ଥିବା ଟୋଲ ପ୍ଲାଜାରେ ଏହି ବ୍ୟବସ୍ଥା ବର୍ତମାନ ଲାଗୁ ହେବ ନାହିଁ । ଜାତୀୟ ରାଜପଥ ଉପରେ ଥିବା ଟୋଲ ପ୍ଲାଜାଗୁଡିକରେ ଟୋଲ ଫି ଦେବା ପାଇଁ ଲମ୍ବା ଲାଇନ ଲାଗୁଥିବାରୁ ଏହାକୁ ବନ୍ଦ କରିବା ପାଇଁ କେନ୍ଦ୍ର ଏପରି ନିଷ୍ପତି ନେଇଛି ।

from Kanak News
via <a href="https://ifttt.com/?

ଦୀର୍ଘ ୯ ମାସ ପରେ ଆଜିଠାରୁ ଖୋଲିବ ସିନେମା ହଲ୍ : କୋଭିଡ୍ ଗାଇଡଲାଇନ୍ ମାନି ଚାଲିବ ହଲ୍

କନକ ବ୍ୟୁରୋ : ଦୀର୍ଘ ୯ ମାସ ପରେ ଆଜିଠାରୁ ଖୋଲିବ ସିନେମା ହଲ୍ । ସରକାରଙ୍କ ଗାଇଡଲାଇନ ଅନୁସାରେ ୫୦ ପ୍ରତିଶତ ଦର୍ଶକଙ୍କୁ ପ୍ରବେଶ ଅନୁମତି ମିଳିବ । ଏଥିପାଇଁ ମାଲିକମାନେ ହଲକୁ ସାନିଟାଇଜ୍ କରିବା ସହ ଅନ୍ୟାନ୍ୟ ଆନୁସଂଗିକ ବ୍ୟବସ୍ଥା କରିଛନ୍ତି । ହେଲେ, କୋଭିଡ୍ କମି ନଥିବାରୁ ଦର୍ଶକ ଆସିବେ କି ନାହିଁ ତାକୁ ନେଇ ଏବେ ଚିନ୍ତାରେ ପଡିଛନ୍ତି ମାଲିକ । ଅନ୍ୟପଟେ, ବର୍ତମାନ କୌଣସି ସିନେମା ରିଲିଜ୍ ହେଉନଥିବାରୁ କେଉଁ ସିନେମାକୁ ଚଲାଇବେ ତାକୁ ନେଇ ବି ଚିନ୍ତାରେ ପଡିଛନ୍ତି ।

  • ସିଟ୍‌ ସଂଖ୍ୟାର ୫୦%ରେ ଦର୍ଶକ ବସି ପାରିବେ, ୫୦% ସିଟ୍‌ ଖାଲି ରହିବ
  • ଖାଲି ଥିବା ସିଟ୍‌ ଚିହ୍ନଟ କରି ରଖାଯିବ
  • ଦର୍ଶକଙ୍କ ମଧ୍ୟରେ ଅତିକମରେ ୬ ଫୁଟର ଦୂରତା ବଜାୟ ରଖାଯିବ
  • ହାତ ଧୋଇବା ଓ ହାତ ସାନିଟାଇଜ କରିବାକୁ ଗୁରୁତ୍ୱ ଦିଆଯିବ
  • ପ୍ରବେଶ ସମୟରେ ଦର୍ଶକଙ୍କର ଥର୍ମାଲ ସ୍କ୍ରିନିଂ, ଲକ୍ଷଣ ନଥିଲେ ଏଣ୍ଟ୍ରି ଦିଆଯିବ ଅନୁମତି
  • ପ୍ରସ୍ଥାନ ସମୟରେ ଧାଡିରେ ପର୍ଯ୍ୟାୟ କ୍ରମେ ଦର୍ଶକଙ୍କୁ ବାହରକୁ ଛଡାଯିବ
  • ମଲଟିପଲ ସ୍କ୍ରିନରେ ପର୍ଯ୍ୟାୟକ୍ରମେ ସିନେମା ପ୍ରଦର୍ଶନ
  • ସିନେମାହଲ କର୍ମଚାରୀ ଗ୍ଲୋଭସ, ମାସ୍କ, ପିପିଇ ପିନ୍ଧିବେ
  • କଣ୍ଟାକ୍ଟ ଟ୍ରେସିଂ ପାଇଁ ଦର୍ଶକଙ୍କ ଫୋନ ନମ୍ବର ରଖାଯିବ
  • ଦର୍ଶକ ମାସ୍କ ପିନ୍ଧିବା ବାଧ୍ୟତା ମୂଳକ ରହିବ
  • ଇଣ୍ଟରମିସନ ସମୟରେ ଦର୍ଶକଙ୍କୁ ଅଯଥାରେ ନବୁଲିବାକୁ ପରାମର୍ଶ
  • ଆରୋଗ୍ୟ ସେତୁ ଆପ ବ୍ୟବହାର ପାଇଁ ପରାମର୍ଶ

from Kanak News
via <a href="https://ifttt.com/?

ଆଜିଠୁ ଜୋରଦାର ହେବ ହେଲମେଟ ଚେକିଂ : ବାଇକ ଚଳାଉଥିବା ଓ ବସିଥିବା ଲୋକ ଉଭୟ ହେଲମେଟ ପିନ୍ଧିବା ବାଧ୍ୟତାମୂଳକ; ନହେଲେ ଗଣିବାକୁ ପଡିବ ତଣ୍ଡ

କନକ ବ୍ୟୁରୋ : ଆଜିଠୁ ହେଲମେଟ ଚେକିଂ ଜୋରଦାର । ବାଇକ ଚଳାଉଥିବା ଓ ବସିଥିବା ଲୋକ ଉଭୟ ହେଲମେଟ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ନଚେତ୍ ସେମାନଙ୍କୁ ଫାଇନ ଦେବାକୁ ପଡିବ । ଏଥିସହ ଗାଡିର ଅନ୍ୟାନ୍ୟ କାଗଜପତ୍ର ଯାଂଚ କରାଯିବ ।

ଜାନୁଆରୀ ପହିଲାରୁ ହେଲମେଟ ଚେକିଂକୁ କଡାକଡି କରିବା ପାଇଁ ପୂର୍ବରୁ ଘୋଷଣା କରିଥିଲା ପରିବହନ ବିଭାଗ । ତେବେ ଅନ୍ୟାନ୍ୟ କାଗଜପତ୍ର ଯାଂଚ ଅବଧିକୁ ସରକାର ଘୁଂଚାଇ ଦେଇଛନ୍ତି । ରାଜ୍ୟରେ ଯେତିକି ଦୁର୍ଘଟଣା ଜନିତ ମୃତ୍ୟୁ ହେଉଛି ସେଥିରୁ ଅଧିକ ବାଇକ ଦୁର୍ଘଟଣାରେ ଘଟୁଛି । ତେଣୁ ହେଲମେଟ ପିନ୍ଧି ଗାଡି ଚଳାଇଲେ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା କମିବ ବୋଲି ଆଶା ରଖିଛନ୍ତି ରାଜ୍ୟ ସରକାର ।

from Kanak News
via <a href="https://ifttt.com/?

ବିଦାୟ ନେଲା ୨୦୨୦, ନୂୂଆ ସମ୍ଭାବନା ନେଇ ଆସିଲା ୨୦୨୧ : କୋଭିଡ୍ କଟକଣା ଯୋଗୁଁ, ହେଲା ନାହିଁ ଜିରୋ ନାଇଟ୍ ସେଲିବ୍ରେସନ; ଶୂନଶାନ ଭିତରେ ନୂଆବର୍ଷକୁ ସ୍ୱାଗତ

କନକ ବ୍ୟୁରୋ : ବିଦାୟ ନେଲା ପୁରୁଣା ବର୍ଷ ୨୦୨୦ । ନୂଆ ଉତ୍ସାହ ଓ ସମ୍ଭାବନା ନେଇ ଆସିଲା ୨୦୨୧ । ୨୦୨୧ ପ୍ରଥମ ଦିନର ପ୍ରଥମ ସୂର୍ଯ୍ୟ ଉଇଁ ସାରିଛି । ଫର୍ଚ୍ଚା ଆକାଶରେ କଅଁଳ ସୂର୍ଯ୍ୟର ଉଦୟ ଦୃଶ୍ୟ ବେଶ ମନୋରମ । ଉଦୟ ସୂର୍ଯର ଅରୁଣିମା ଜଳାଶୟରେ ପ୍ରତିବିମ୍ବ ସୃଷ୍ଟି କରି ମନ ମୋହୁଛି । ଶାନ୍ତ, ଶୀତଳ ପରିବେଶରେ ନୂଆ ବର୍ଷର ସୂର୍ଯ୍ୟୋଦୟ ଖୁବ୍ ମନୋରମ । ସୂର୍ଯ୍ୟର ଆଲୋକ ଭଳି ସମସ୍ତଙ୍କ ଜୀବନ ଆଲୋକିତ ହେଉ । କୋଭିଡ୍ କଟକଣା ଯୋଗୁଁ ଶୂନଶାନ ପରିବେଶରେ ନୂଆବର୍ଷକୁ ସ୍ୱାଗତ କରିଛନ୍ତି ରାଜ୍ୟବାସୀ ।
କଟକଣା ଯୋଗୁଁ ଜିରୋ ନାଇଟ୍ ସେଲିବ୍ରେସନ ପାଳି ନାହାଁନ୍ତି ଲୋକେ । ହୋଟେଲ, କ୍ଲବରେ ଜିରୋ ନାଇଟ ସେଲିବ୍ରେସନ ଉପରେ କଟକଣା ଲାଗିଥିବା କାରଣରୁ ଫିକା ପଡିଯାଇଛି ନୂଆ ବର୍ଷ ଉତ୍ସବ । ୨୦୨୦ରେ ଆତଙ୍କ ଖେଳାଇଥିବା ମହାମାରୀ କରୋନା ସଂକ୍ରମଣ ହାର କମ ହୋଇଥିଲେ ମଧ୍ୟ ସମ୍ପୂର୍ଣ୍ଣ ଯାଇନଥିବାରୁ ଜିରୋ ନାଇଟ ସେଲିବ୍ରେସନରେ କଟକଣା ଲଗାଇଥିଲେ ସରକାର । ଜିରୋ ନାଇଟ୍ ସେଲିବ୍ରେସନ ଉପର ସରକାର କଟକଣା ଲାଗୁ କରିଥିବାରୁ ସାରା ରାତି କମିଶନରେଟ ପୁଲିସ କସରତ କରିଥିଲା ।

ରାତି ୯ ଟାରୁ ସକାଳ ୫ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି ହୋଇଥିଲା । ଏହି ପରିପ୍ରେକ୍ଷୀରେ କମିଶନରେଟ ପୁଲିସ ସହରର ୪୪ଟି ସ୍ଥାନରେ ନାକାବନ୍ଦୀ କରିଥିଲା । ଏହି ସବୁ ସ୍ଥାନରେ ଗାଡିଗୁଡିକର ଯାଂଚ କଡାକଡି କରାଯାଇଥିଲା । ଜରୁରୀ ସେବାରେ ନଥିବା ଗାଡି ଗୁଡିକୁ ଯାଂଚ କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ର୍ରହଣ କରିଥିଲା ପୁଲିସ । ଆଜି ନୂଆବର୍ଷ ପାଇଁ ପାର୍କ ଗୁଡିକରେ ଭିଡ ହେବା ଆଶଙ୍କା କରି କମିଶନରେଟ୍ ପୁଲିସ ପକ୍ଷରୁ ନିୟନ୍ତ୍ରଣ କରିବାକୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ପୂର୍ବାହ୍ନ ୧୧ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ସହରର ୧୨ଟି ପ୍ରମୁଖ ପାର୍କ ଉପରେ କଡା ନଜର ରଖିବାକୁ ଯୋଜନା କରିଛି ପୁଲିସ ।

from Kanak News
via <a href="https://ifttt.com/?

ନୂଆ ବର୍ଷ ପାଇଁ ଗୋଆରେ ଜମୁଛି ପର୍ଯ୍ୟଟକଙ୍କ ଭିଡ । ନୂଆ ବର୍ଷ ପାଳନ ପାଇଁ ଗୋଆ ସବୁବେଳେ ପ୍ରଥମ ପସନ୍ଦ ।

କନକ ବ୍ୟୁରୋ : ଗୋଆରେ ଜମୁଛି ପର୍ଯ୍ୟଟକଙ୍କ ଭିଡ । ନୂଆ ବର୍ଷ ପାଳନ ପାଇଁ ସାରା ଦେଶରୁ ଲୋକଙ୍କ ଭିଡ ଜମିଛି ଗୋଆରେ । ନୂଆ ବର୍ଷ ପାଳନ ପାଇଁ ଗୋଆ ସବୁବେଳେ ପର୍ଯ୍ୟଟକଙ୍କର ପ୍ରଥମ ପସନ୍ଦ ହୋଇଥାଏ । ସମୁଦ୍ର ତଟରେ ସମୟ ବିତାଇବା ସହ ନୂଆ ସକାଳର ସୂର୍ଯ୍ୟକୁ ସ୍ୱାଗତ କରିବା ପାଇଁ ଏକାଠି ହୋଇଛନ୍ତି ପର୍ଯ୍ୟଟକ । ୨୦୨୦ରେ କରୋନା କଟକଣା ଯୋଗୁଁ ପର୍ଯ୍ୟଟନ କ୍ଷେତ୍ର ବିଶେଷ ଭାବରେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏବେ ପର୍ଯ୍ୟଟନସ୍ଥଳୀ ଗୁଡିକରେ ପର୍ଯ୍ୟଟକଙ୍କ ଭିଡ ଜମିବାରେ ଲାଗିଛି ।

ଗୋଆର ସମୁଦ୍ର କୂଳରେ ଏବେ ପର୍ଯ୍ୟଟକଙ୍କ ଭିଡ । ପ୍ରକୃତିର ମଜା ନେବା ସହ ନୂଆ ବର୍ଷ ସ୍ୱାଗତରେ ବିଭୋର ହୋଇଛନ୍ତି ପର୍ଯ୍ୟଟକ । ନୂଆ ବର୍ଷ ପାଳନ କରିବା ପାଇଁ କେତେକ ପର୍ଯ୍ୟଟକ ସବୁବେଳେ ଗୋଆ ଆସନ୍ତି । ଏବଂ ଏଠାରେ ପୁରୁଣା ବର୍ଷକୁ ବିଦାୟ ଦେବା ସହ ନୂଆ ବର୍ଷକୁ ସ୍ୱାଗତ କରନ୍ତି ।

କୋଭିଡ ମହାମାରୀ ଯୋଗୁଁ କଟକଣା ଲାଗିଥିବା ଯୋଗୁଁ ଗୋଆରେ ପର୍ଯ୍ୟଟନ କ୍ଷେତ୍ର କ୍ଷତିଗ୍ରସ୍ତ ହୋଇଥିଲା । ଏବେ କଟକଣା କିଛିଟା କୋହଳ ହେବା ପରେ ଗତ କିଛି ସପ୍ତାହ ଧରି ଏଠାରେ ପର୍ଯ୍ୟଟକଙ୍କ ଭିଡ ଜମିବାରେ ଲାଗିଛି ।

from Kanak News
via <a href="https://ifttt.com/?

ପାକିସ୍ତାନରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ଘଟଣା । ଘଟଣାରେ ୨୫ରୁ ଅଧିକ ଲୋକଙ୍କୁ ଗିରଫ କଲା ପାକିସ୍ତାନ ପୋଲିସ ।

କନକ ବ୍ୟୁରୋ : ପାକିସ୍ତାନରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ଘଟଣା ଥମିବାର ନାଁ ନେଉନାହିଁ । ଖୈବର ପଙ୍ଖତୁନଖ୍ୱା ପ୍ରାନ୍ତର କରକ ଜିଲ୍ଲାରେ ବୁଧବାର ଦିନ ମୌଲବୀଙ୍କ ନେତୃତ୍ୱରେ ଉତେଜିତ ଲୋକେ ଏକ ବହୁପରାତନ ମନ୍ଦିରକୁ ଭାଙ୍ଗି ଦେଇଛନ୍ତି । ଶତାଧିକ ଲୋକେ ଏକତ୍ରିତ ହୋଇ ଏହି କାଣ୍ଡ ଭିଆଇଛନ୍ତି । କେବଳ ଏତିକି ନୁହେଁ ମନ୍ଦିରରେ ନିଆଁ ଲଗାଇଦେଇଛନ୍ତି ।

ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି । ଏହା ପୂର୍ବରୁ ମଧ୍ୟ ପାକିସ୍ତାନରେ ହିନ୍ଦୁ ମନ୍ଦିରରେ ଆକ୍ରମଣ ହୋଇଛି । ଧର୍ମଗୁରୁ ପରିଷଦର ସୁପାରିଶ କ୍ରମେ ଇସଲାମାବାଦରେ ଏକ ନୂତନ ମନ୍ଦିର ନିର୍ମାଣ କରିବାକୁ ସରକାର ହିନ୍ଦୁ ବାସିନ୍ଦାଙ୍କୁ ଅନୁମତି ଦେବାର ଏକ ସପ୍ତାହ ପରେ ଏହି ଘଟଣା ଘଟିଛି ।

ପାକିସ୍ତାନରେ ହିନ୍ଦୁ ମନ୍ଦିରରେ ଆକ୍ରମଣ ଘଟଣାର ଭିଜୁଆଲ ‘ଭଏସ ଅଫ ପାକିସ୍ତାନ ମାଇନୋରିଟି’ ନାମକ ଏକ ଟ୍ୱିଟର ଆକାଉଂଟରୁ ସେୟାର କରାଯାଇଛି । ସାରା ବିଶ୍ୱର ସାମାଜିକ ଅଧିକାର କର୍ମୀ ଓ ସାମ୍ବାଦିକଙ୍କ ଦ୍ୱାରା ଏହି ଟ୍ୱିଟକୁ ସେୟାର କରାଯିବା ସହ ଘଟଣାର ସାମଲୋଚନା କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ ଏହି ଐତିହାସିକ ମନ୍ଦିରର ପୁନରୁଦ୍ଧାର କରିବା ପାଇଁ ପ୍ରଶାସନ ଠାରୁ ଅନୁମତି ମାଗିଥିଲେ ସେଠାରେ ରହୁଥିବା ହିନ୍ଦୁ । ତେବେ ଏଥିପାଇଁ ପ୍ରଶାସନ ଅନୁମତି ମଧ୍ୟ ଦେଇଥିଲା । ଠିକ୍ ଏହା ପରେ ପରେ ମୌଲବୀଙ୍କ ନେତୃତ୍ୱରେ ଉତେଜିତ ଲୋକେ ଏହି ମନ୍ଦିରକୁ ଆକ୍ରମଣ କରିଥିବା ଭିଡିଓ ସାମ୍ନାକୁ ଆସିଛି ।

ଖୈବର ପଙ୍ଖତୁନଖ୍ୱା ପ୍ରାନ୍ତରେ ହିନ୍ଦୁ ମନ୍ଦିରରେ ଆକ୍ରମଣ ଘଟଣାରେ ପାକିସ୍ତାନ ପୋଲିସ ୧୪ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ଏହାସହ ଘଟଣାର ତଦନ୍ତ କରାଯାଉଛି ଏବଂ ଯେଉଁମାନେ ଲୋକଙ୍କୁ ଉସୁକାଇଥିଲେ ସେମାନଙ୍କୁ ଗିରଫ କରିବା ପାଇଁ ପ୍ରକ୍ରିୟା ଚାଲିଥିବା ସ୍ଥାନୀୟ ପୋଲିସ ସୂଚନା ଦେଇଛି । ସେପଟେ ପାକିସ୍ତାନର ଧର୍ମୀୟ ବ୍ୟପାର ମନ୍ତ୍ରୀ ନୋରୁଲ ହକ କାଦରୀ ଟ୍ୱିଟ କରି ଲେଖିଛନ୍ତି ଯେ ଦେଶରେ ସମ୍ପ୍ୟଦାୟିକ ସମନ୍ୱୟକୁ ବିଗାଡିବାକୁ ଏହା ଏକ ଷଡଯନ୍ତ୍ର ବୋଲି କହିଛନ୍ତି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started