ସାରା ରାଜ୍ୟରେ ଲାଗୁ ହେଲା ନାଇଟ କର୍ଫ୍ୟୁ । ଛକ ଛକରେ ଜଗିଛି ପୋଲିସ । ଟ୍ୱିନ ସିଟିରେ ୧୪୪ ଧାରା ଜାରି

କନକ ବ୍ୟୁରୋ : ସାରା ରାଜ୍ୟରେ ଲାଗୁ ହେଲା ନାଇଟ କର୍ଫ୍ୟୁ । ରାତି ୧୦ଟାରୁ ସକାଳ ୫ଟା ଯାଏଁ ନାଇଟ କର୍ଫ୍ୟୁ ରହିବ । କର୍ଫ୍ୟୁ ସମୟରେ ଜରୁରୀ କାଳୀନ ସେବା ଜାରି ରହିବ । କଟକଣାକୁ କଡାକଡି କରିବା ପାଇଁ ଛକ ଛକରେ ପୋଲିସ ପହରା ଦେଉଛି । କଡା ଚେକିଂ ସହ ଲୋକମାନଙ୍କୁ ଛଡା ଯାଉଛି ।

ସେହିପରି ଜିରୋ ନାଇଟ ସେଲିବ୍ରେସନକୁ ଟ୍ୱିନ ସିଟି ପାଳନ କରିବାକୁ ମନା କରାଯାଇଛି । ନିୟମକୁ କଡାକଡି କରିବାକୁ ଟ୍ୱିନ ସିଟିରେ ୧୪୪ ଧାରା ଲାଗୁ ହୋଇଛି । ଏହାସହ କଡାକଡି ଚେକିଂ ମଧ୍ୟ ହେଉଛି । କର୍ଫ୍ୟୁ ସମୟରେ ଅତ୍ୟାବଶ୍ୟକୀୟ ସେବା ଜାରି ରହିବ ।

ଏହାସହ ରାତିତମାମ କଡାକଡି ଯାଞ୍ଚ ହେବ ବୋଲି କହିଛନ୍ତି ପୋଲିସ କମିଶନର । ଏହାସହ ଅମାନିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ ବୋଲି କହିଛନ୍ତି କମିଶନର ।

from Kanak News
via <a href="https://ifttt.com/?

ସାମନାକୁ ଆସିଲା ସିନ୍ଥେଟିକ୍ ପନିରର ସତ । ବାସି କ୍ଷୀର ସହ ମିଶୁଛି ସଲଫ୍ୟୁରିକ୍ ଏସିଡ୍ ଓ ଗ୍ଲିସେରିନ୍ । ବିଶେଷଜ୍ଞଙ୍କ ମତ, ନିୟମିତ ଖାଇଲେ ଦେଖାଦେବ ସାଂଘାତିକ ସ୍ୱାସ୍ଥ୍ୟ ସମସ୍ୟା

କନକ ବ୍ୟୁରୋ : କଟକରୁ ନକଲି ପନିର ଜବତ ହେବା ପରେ ଏବେ ଭାଳେଣୀ ପଡିଯାଇଛି । କାରଣ ଏହି ସିନ୍ଥେଟିକ ପନିରର ପ୍ରସ୍ତୁତି ଜାଣିଲେ ଆପଣ ବି ମୁଣ୍ଡରେ ହାତ ଦେଇଦେବେ । ଡିଟରଜେଂଟ, ୟୁରିୟା ସାର, ସଲଫ୍ୟୁରିକ୍ ଏସିଡ୍, ଗି୍ଲସେରିନ୍, ମଇଦା ଓ ଅବ୍ୟବହୃତ ବାସି କ୍ଷୀରରେ ତିଆରି ହେଉଥିଲା ଏହି ସିନ୍ଥେଟିକ ପନିର । ବିଭିନ୍ନ ରାସାୟନିକ ଦ୍ରବ୍ୟ ମିଶାଇ ତିଆରି କରାଯାଉଥିଲା । ଯାହା ଖାଇଲେ ସାଘାତିକ ରୋଗ ହେବାର ଆଶଙ୍କା ଥିବା ବିଶେଷଜ୍ଞ କହିଛନ୍ତି ।

ଏହି ନକଲି ପନିରକୁ କୁହାଯାଉଛି ସିନ୍ଥେଟିକ ପନିର । କୋଲକାତାରୁ କଟକକୁ ବସରେ ଚାଲାଣ ହେଉଥିବା ବେଳେ ପ୍ରାୟ ୧ କ୍ୱିଂଟାଲ ପନିର ଜବତ ହୋଇଥିଲା । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ପନିରର ପ୍ରସ୍ତୁତି, ଯାହା ଶୁଣିଲେ ଆପଣ ମୁଣ୍ଡରେ ହାତ ଦେଇଦେବେ । ଡିଟରଜେଂଟ, ୟୁରିୟା ସାର, ସଲଫ୍ୟୁରିକ୍ ଏସିଡ୍, ଗି୍ଲସେରିନ୍, ମଇଦା ଓ ଅବ୍ୟବହୃତ କ୍ଷୀର । ଏହା ସହିତ ଅନେକ ରାସାୟନିକ ଦ୍ରବ୍ୟ ମିଶାଇ ପ୍ରସ୍ତୁତ ହେଉଥିଲା ପନିର । ଯାହାକି ଶରୀର ପାଇଁ ବହୁଳ ପରିମାଣରେ କ୍ଷତିକାରକ । ନିୟମିତ ଏଭଳି ପନିର ଖାଇଲେ, ହାର୍ଟ୍ ଏବଂ କିଡ୍ନୀ ସମେତ ପେଟ ସମସ୍ୟା ଉପୁଜିବାର ଆଶଙ୍କା ରହିଛି ।

ପୋଲିସ ଏହି ଘଟଣାରେ ଜଣଙ୍କୁ ଗିରଫ କରିଛି । କଲି ପନିର୍ ଜବତ ହେବା ଘଟଣାକୁ ନେଇ ଲୋକଙ୍କ ଭିତରେ ଭାଲେଣି ପଡିଛି । ଏବେ ପୋଲିସ ଖୋଜୁଛି ଏହାର ଚେର କୁଆଡେ କୁଆଡେ ଲମ୍ବିଛି । ରାଜ୍ୟର ଆଉ କେଉଁ କେଉଁ ଯାଗାକୁ ଏହି ପନିର ଚାଲାଣ ହେଉଥିଲା । କାରଣ ୭୦ଟଙ୍କାରେ କିଣାଯାଇ ଏହି ପନିର ୨୦୦ରୁ ୨୫୦ ଟଙ୍କାରେ ବିକ୍ରି କରାଯାଉଥିଲା । ସନ୍ଦେହ କରାଯାଉଛି ଖାଲି କଟକ କାହିଁକି ରାଜ୍ୟର ଅନ୍ୟ ଜିଲ୍ଲାକୁ ମଧ୍ୟ ଯାଉଥିଲା ଏହି ସିନ୍ଥେଟିକ ପନିର ।

ଘିଅ, ମସଲା, ସସ୍ ଓ ସିମେଂଟ ପରେ ନକଲି ପନିର୍ ଜବତ ହେବା ଘଟଣାକୁ ନେଇ ଲୋକଙ୍କ ଭିତରେ ଭାଲେଣି ପଡିଛି । ବାରମ୍ବାର ଏଭଳି ଗୋଟିଏ ପରେ ଗୋଟିଏ ନକଲି ସାମଗ୍ରୀ ଠାବ ହେଉଥିଲେ ସୁଦ୍ଧା କାହିଁକି ଏହି କଳାବଜାରୀ ବ୍ୟବସାୟୀମାନଙ୍କ ଉପରେ ଲଗାମ୍ ଲାଗି ପାରୁନାହିଁ, ତାକୁ ନେଇ ବଡ଼ ପ୍ରଶ୍ନ ଚିହ୍ନ ଛିଡ଼ା ହୋଇଛି ।

from Kanak News
via <a href="https://ifttt.com/?

୭ ମାସ ପରେ ଖୋଲିଲା ଦିଗପହଣ୍ଡି ଯୁବତୀଙ୍କ ହତ୍ୟା ପଛର ରହସ୍ୟ । ଅସଦାଚରଣ ଉଦ୍ୟମ କରି ଫେଲ ମାରିବା ପରେ ପାଣିରେ ବୁଡାଇ ମାରିଥିଲା ଅଭିଯୁକ୍ତ । 

କନକ ବ୍ୟୁରୋ : ୭ମାସ ପରେ ଗଞ୍ଜାମ ଜିଲ୍ଲାର ଯୁବତୀଙ୍କ ହତ୍ୟାକାଣ୍ଡର ପର୍ଦ୍ଦାଫାଶ ହୋଇଛି । ସେହି ଗାଁର ଜଣେ ଯୁବକ ଯୁବତୀଙ୍କୁ ପାଣିରେ ବୁଡାଇ ହତ୍ୟା କରିଥିବା ପୋଲିସ କହିଛି । ତେବେ ଏହି ଘଟଣାରେ କେହି ପ୍ରତ୍ୟକ୍ଷଦର୍ଶୀ ନଥିବାରୁ ପୋଲିସ ପାଇଁ ହତ୍ୟାକାରୀକୁ ଧରିବା ସବୁଠାରୁ ବଡ ଚ୍ୟାଲେଂଜ ଥିଲା ।

ଗଂଜାମ ଜିଲ୍ଲା କେ ନୂଆ ଗାଁ ଥାନା ଅଂଚଳର ଯୁବତୀଙ୍କୁ ହତ୍ୟାର କାହାଣୀ ଶୁଣିଲେ ଆପଣ ବି ତାଜୁବ ହୋଇଯିବେ । ଇଏ ହେଉଛି ସେହି ଅଭିଯୁକ୍ତ ମନୋଜ ବେହେରା ଯିଏ ପୋଲିସ ଆଗରେ ଖୋଲିଛି ହତ୍ୟା ପଛର ଗୁମର ।

ଘଟଣା ଘଟିଥିଲା ଏମିତି । ମେ ୧୦ ତାରିଖ । ସକାଳ ପ୍ରାୟ ୯ଟା । ମାଆଙ୍କ ସହ ବିଲକୁ ଯାଇଥିଲେ ପୀଡିତା । ବିଲରେ ମାଆଙ୍କୁ ଛାଡି ପାଖ ନଈକୁ ଗାଧୋଇବାକୁ ଯାଇଥିଲେ । ପିଡିତା ଗାଧୋଇବା ସମୟରେ ସବୁବେଳେ ଲୁଚିକରି ଦେଖୁଥିଲା ମନୋଜ । ସେଦିନ ବି ଲୁଚି କରି ସବୁ ଦେଖୁଥିଲା । ଯୁବତୀଙ୍କୁ ଏକୁଟିଆ ପାଇ ପ୍ରଥମେ ପାଣି ଭିତରେ ଅସଦାଚରଣ କରିବାକୁ ଚେଷ୍ଟା କରିଥିଲା ମନୋଜ । କିନ୍ତୁ ଯୁବତୀ ଜଣଙ୍କ ଏହାର ବିରୋଧ କରିବାରୁ ଅତି ନିର୍ମମ ଭାବେ ପାଣିରେ ବୁଡାଇ ମାରି ଦେଇଥିଲା ।

ଘଟଣାର ଦୀର୍ଘ ୭ମାସ ଧରି ତଦନ୍ତ ଚାଲିଥିଲେ ମଧ୍ୟ ପୋଲିସ ଅଭିଯୁକ୍ତ ପାଖରେ ପହଂଚିପାରୁନଥିଲା । କାରଣ ଏହି ଘଟଣାର କେହି ପ୍ରତ୍ୟକ୍ଷଦର୍ଶୀ ନଥିଲେ । ପୋଲିସର କହିବାନୁସାରେ ଯୁବତୀଙ୍କୁ ସବୁଦିନ ପିଛା କରୁଥିଲା ମନୋଜ । ଏକଥା ଗାଁର କିଛି ଲୋକ ଏବଂ ପରିବାର ଲୋକଙ୍କ ଠାରୁ ଜାଣିବା ପରେ ମନୋଜ ଉପରେ ପୋଲିସର ସନ୍ଦେହ ବଢିଥିଲା ।

ଯୁବତୀଙ୍କୁ କେମିତି ପିଛା କରୁଥିଲା ମନୋଜ, ଗାଧୋଇବା ସମୟରେ କେମିତି ଲୁଚି କରିଦେଖୁଥିଲା, କେଉଁଠି ଲୁଚି କରି ଦେଖୁଥିଲା ଏବଂ ଅସଦାଚରଣ ଉଦ୍ୟମ ସହିତ କିପରି ହତ୍ୟା କଲା ତାର ଆଜି ଡେମୋ ଦେଖାଇଥିଲା ମନୋଜ । ୭ମାସର ବ୍ୟବଧାନ ପରେ ଏହି ଲୋମଟାଙ୍କୁରା ହତ୍ୟାକାଣ୍ଡ ଉପରୁ ଶେଷରେ ପରଦା ହଟିଛି ।

from Kanak News
via <a href="https://ifttt.com/?

ନୂଆ ବର୍ଷ ଆଣିପାରେ ନୂଆ ସମ୍ଭାବନା । ବର୍ଷ ୨୦୨୦ର ବିଦାୟ ସହ କରୋନା ମହାମାରୀରୁ ମିଳିପାରେ ମୁକ୍ତି ।

କନକ ବ୍ୟୁରୋ : ନୂଆ ବର୍ଷ ଆଣିପାରେ ନୂଆ ସମ୍ଭାବନା । ବର୍ଷ ୨୦୨୦ର ବିଦାୟ ସହ କରୋନା ମହାମାରୀରୁ ମିଳିପାରେ ମୁକ୍ତି । ସିଧା ସିଧା ନହେଲେ ବି କିଛି ଏହି ଭଳି ସଙ୍କେତ ଦେଇଛି ଔଷଧକୁ ଅନୁମତି ଦେଉଥିବା ଦେଶର ସର୍ବୋଚ୍ଚ ସଂସ୍ଥା ଡ୍ରଗ୍ସ କଂଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ – ଡିସିଜିଆଇ । ସଙ୍କେତ ମିଳୁଛି ଦେଶକୁ ଖୁବଶୀଘ୍ର ମିଳିପାରେ କରୋନା ମହାମାରୀରୁ ଆଶ୍ୱସ୍ତି । ଡ୍ରଗ୍ସ କଂଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ ଭିଜି ସୋମାନୀ ଏଭଳି ଇଙ୍ଗିତ କରିଛନ୍ତି । ଏକ ଭିଡିଓ କନଫରେସିଂରେ ସାମିଲ ହୋଇ ଭିଜି ସୋମାନୀ କହିଛନ୍ତି, ବୋଧ ହୁଏ ନୂଆ ବର୍ଷକୁ ମଙ୍ଗଳମୟ କରିବାକୁ ଆମ ହାତରେ କିଛି ଥିବ ।

ଦେଶରେ କୋଭିଡା ଟିକା କରଣ ପାଇଁ ଜାନୁୟାରୀ ପହିଲା ଶୁକ୍ରବର ଦିନ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ଏପରି ସମୟରେ ଦେଶକୁ ଖୁବ ଶୀଘ୍ର ଟିକା ମିଳିବାନେଇ ସଙ୍କେତ ଦେଇଛନ୍ତି ଡିସିଜିଆଇ । ଫଳରେ କରୋନା ଟିକାକୁ ନେଇ ସମସ୍ତଙ୍କ ମନରେ ଆଶା ବଢିଯାଇଛି ।

ଡ୍ରଗ୍ସ କଂଟ୍ରୋଲର ଅଫ ଇଣ୍ଡିଆର ସବଜେକ୍ଟ ଏକ୍ସପର୍ଟ କମିଟି ବା ବିଶେଷଜ୍ଞ କମିଟିର ବୈଠକ ହେବ । ଶୁକ୍ରବାର ହେବାକୁ ଥିବା ବୈଠକରେ ଫାଇଜର, ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ଭ୍ୟାକସିନ ଓ ଭାରତ ବାୟୋଟେକର କୋଭାକ୍ସିନ ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଲୋଡା ଯାଇଥିବା ଅନୁମତି ଉପରେ ନିଷ୍ପତି ନିଆଯାଇ ପାରେ ।

କରୋନା ଟିକାକରଣ ଅଭିଯାନକୁ ନେଇ ସାରା ଦେଶରେ ପ୍ରସ୍ତୁତି ଚାଲିଛି । ଏଥିପାଇଁ ସମସ୍ତ ପ୍ରକାର ଆବଶ୍ୟକୀୟ ପ୍ରସ୍ତୁତି କରାଯାଉଛି । ଭାରତରେ ନିର୍ମିତ ସ୍ୱଦେଶୀ ଟିକା ପ୍ରତି ଘର ପର୍ଯ୍ୟନ୍ତ ପହଂଚିବା ଲାଗି ଉଦ୍ୟମ ଶେଷ ପର୍ଯ୍ୟାୟରେ ରହିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ଭାରତରେ ଆସନ୍ତା ମାସରୁ ଟିକାକରଣ କରାଯିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ୪ଟି ରାଜ୍ୟରେ ଟିକାକରଣର ଡ୍ରାଏ ରନ ଶେଷ ହୋଇଥିବା ବେଳେ ଜାନୁୟାରୀ ୨ତାରିଖରୁ ଅନ୍ୟ ସବୁ ରାଜ୍ୟରେ ଟିକାର ଡ୍ରାଏ ରନ କରାଯିବ ।

from Kanak News
via <a href="https://ifttt.com/?

ନୂଆବର୍ଷ ପାଇଁ ଦିଲ୍ଲୀରେ ନାଇଟ୍ କର୍ଫ୍ୟୁ । ଆଜି ଓ ଆସନ୍ତକାଲି ରାତି ୧୧ଟାରୁ ସକାଳ ୬ଟା ଯାଏଁ କଟକଣା । ୫ରୁ ଅଧିକ ଲୋକ ଏକାଠି ହୋଇପାରିବେନି ରୁଣ୍ଡ, ୧୧ଟା ପରେ ଉତ୍ସବ ପାଳନ ମନା

କନକ ବ୍ୟୁରୋ : ଜିରୋ ନାଇଟ୍ ସେଲିବ୍ରେସନ ଓ ନୂଆ ବର୍ଷ ପାଳନକୁ ଦୃଷ୍ଟିରେ ରଖି ଦିଲ୍ଲୀରେ କଟକଣା ଜାରି ହୋଇଛି । ଆଜି ଓ ଆସନ୍ତାକାଲି ଦିଲ୍ଲୀ ପାଇଁ ନାଇଟ କର୍ଫ୍ୟୁ ଘୋଷଣା କରାଯାଇଛି । ରାତି ୧୧ଟାରୁ ସକାଳ ୬ଟା ଯାଏଁ ଏହି କଟକଣା ବଳବର୍ତର ରହିବ ।

ରାତି ୧୧ଟା ପରେ ନୂଆ ବର୍ଷ ପାଳନ ଏବଂ କୌଣସି ପ୍ରକାର ଜନଗହଳି ଉପରେ କଟକଣା ଲଗାଇଛନ୍ତି ଦିଲ୍ଲୀ ସରକାର । ସର୍ବସାଧାରଣ ସ୍ଥାନରେ ଲୋକମାନେ ଗହଳି ନକରିବାକୁ କୁହାଯାଇଛି । ୫ରୁ ଅଧିକ ଲୋକ ଏକାଠି ରୁଣ୍ଡ ହୋଇପାରିବେ ନାହିଁ ।

ଏନେଇ ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ପକ୍ଷରୁ ବିଧିବଧ ଭାବେ ନୋଟିସ କରାଯାଇଛି । ସେହିପରି ମୁମ୍ବାଇରେ ମଧ୍ୟ ସମାନ ଢ଼ଙ୍ଗରେ ନାଇଟ୍ କର୍ଫ୍ୟୁ ଲାଗୁ କରାଯାଇଛି । ନାଇଟ କର୍ଫ୍ୟୁକୁ ଦୃଷ୍ଟିରେ ରଖି ପୁଲିସ ପହଁରାକୁ କଡ଼ାକଡ଼ି କରାଯାଇଛି ।

from Kanak News
via <a href="https://ifttt.com/?

ନୂଆବର୍ଷ ପାଳନ ଉପରେ କଟକଣା । ସାରା ରାଜ୍ୟରେ ରାତି ୧୦ଟାରୁ କାଲି ସକାଳ ୫ଟା ଯାଏ ଜାରି ହେଲା କର୍ଫ୍ୟୁ, କେବଳ ଜରୁରୀ ସେବାକୁ ଅନୁମତି ।

କନକ ବ୍ୟୁରୋ : ଆଜି ରାତିରେ ସାରା ରାଜ୍ୟରେ କର୍ଫ୍ୟୁ । ରାତି ୧୦ରୁ ସକାଳ ୫ଟା ଯାଏଁ ଜାରି ହେଲା କଟକଣା । ଆଜି ଓ କାଲି ସର୍ବସାଧାରଣ ସ୍ଥାନରେ ନୂଆବର୍ଷ ପାଳନ ମନା । କଟକ, ଭୁବନେଶ୍ୱରରେ ୧୪୪ ଧାରା । ରାତି ୯ଟା ପରେ ଘରୁ ନବାହାରିବାକୁ ପରାମର୍ଶ ।

କରୋନା ଭୟ ଯୋଗୁଁ ବର୍ଷ ତମାମ କଟକଣା ଭିତରେ ଦିନ କଟିଥିବା ବେଳେ ବର୍ଷର ଶେଷ ଦିନରେ ବି ଲାଗୁ ହୋଇଛି ନାଇଟ୍ କର୍ପ୍ୟୁ । ବିଟ୍ରେନର ନୂଆ ଷ୍ଟ୍ରେନ୍ ନୂଆ ଚ୍ୟାଲେଂଜ ସୃଷ୍ଟି କରିଥିବା ବେଳେ ଅଧ ରାତିରେ ନୂଆବର୍ଷ ପାଳନ ଉପରେ ଶକ୍ତ କଟକଣା ଲଗାଇଛି ପ୍ରଶାସନ ।

ଜିରୋ ନାଇଟ ସେଲିବ୍ରେସନକୁ ଦୃଷ୍ଟିରେ ରଖି ରାଜ୍ୟରେ ନାଇଟ କର୍ଫ୍ୟୁ ଘୋଷଣା କରାଯାଇଛି । ରାତି ୧୦ଟାରୁ ସକାଳ ୫ଟା ଯାଏ ସାରା ରାଜ୍ୟରେ କର୍ଫ୍ୟୁ ବଳବତର ରହିବ । ତେବେ କର୍ଫ୍ୟୁ ସମୟରେ ଜରୁରୀକାଳୀନ ସେବା ଓ ଯାତାୟାତକୁ ଅନୁମତି ମିଳିବ । କରୋନା ସଂକ୍ରମଣ ବଢ଼ିବା ଭୟ ରହିଥିବାରୁ ଏଥିରେ ସହଯୋଗ କରିବାକୁ ଲୋକଙ୍କୁ ନିବେଦନ କରିଛନ୍ତି ରାଜ୍ୟ ସରକାର ।

ସାରା ରାଜ୍ୟରେ ରାତି ୧୦ଟାରୁ କର୍ପ୍ୟୁ ଜାରି ହେଉଥିବା ବେଳେ କଟକ ଓ ଭୁବନେଶ୍ୱରରେ ରାତି ୯ଟା ପରେ ଘରୁ ବାହାରିବାକୁ ବାରଣ କରାଯାଇଛି । ବ୍ୟାପକ ପୋଲିସ ମୂତୟନ ହେବା ସହ ଯେଉଁମାନେ ନିୟମ ଉଲଂଘନ କରିବେ, ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ଚେତାବନୀ ଦେଇଛି କମିସନରେଟ୍ ପୋଲିସ । ନଜର ପକାନ୍ତୁ ଟ୍ୱିନ୍ ସିଟିରେ କ’ଣ ରହିଛି କଟକଣା ।

ଟ୍ୱିନ୍ ସିଟିରେ କଡ଼ା କଟକଣା 

ଦ୍ୱେତନଗରୀରେ ୧୪୪ ଧାରା ଜାରି

ରାତି ୯ଟା ପୂର୍ବରୁ ହୋଟେଲ, ବାର୍ ବନ୍ଦ

୯ଟା ପରେ ଘରୁ ବାହାରିବା ମନା

ଭୋଜି ଆୟୋଜନ ନକରିବାକୁ ପରାମର୍ଶ

ମୁତୟନ ହେବେ ୪୦ ପ୍ଲାଟୁନ ଫୋର୍ସ

ଅମାନିଆଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ

କଟକ, ଭୁବନେଶ୍ୱରରେ ରାତି ୯ଟାରୁ ହୋଟେଲ ବନ୍ଦ ନେଇ ପୋଲିସ କମିସନର ସୂଚନା ଦେବା ପରେ ଉଦବେଗ ପ୍ରକାଶ କରିଛନ୍ତି ହୋଟେଲ ବ୍ୟବସାୟୀ ।

ସେପଟେ ଜିରୋ ନାଇଟ୍ ସେଲିବ୍ରେସନ ଓ ନୂଆ ବର୍ଷ ପାଳନକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ମଧ୍ୟ କଟକଣା ଜାରି ହୋଇଛି । ଦୁଇ ଦିନ ପାଇଁ  ନାଇଟ କର୍ଫ୍ୟୁ ଘୋଷଣା କରିଛନ୍ତି ଦିଲ୍ଲୀ ସରକାର । ରାତି ୧୧ଟାରୁ ସକାଳ ୬ଟା ଯାଏଁ ଏହି କଟକଣା ବଳବତର ରହିବ । ସେହିପରି ମୁମ୍ବାଇରେ ମଧ୍ୟ ସମାନ ଢ଼ଙ୍ଗରେ ନାଇଟ୍ କର୍ଫ୍ୟୁ ଘୋଷଣା କରାଯାଇଛି ।

from Kanak News
via <a href="https://ifttt.com/?

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓବିସି ଓ ଏସଇବିସିଙ୍କୁ ସ୍ଥାନ ସଂରକ୍ଷଣ ପାଇଁ ଚିଠିରେ ଉଲ୍ଲେଖ 

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓବିସିଙ୍କୁ ଚାକିରି କ୍ଷେତ୍ରରେ ଓ ସାମାଜିକ ଆର୍ଥିକ ଦୃଷ୍ଟିରୁ ଏସଇବିସିଙ୍କୁ ଶିକ୍ଷା କ୍ଷେତ୍ରରେ ସ୍ଥାନ ସଂରକ୍ଷଣ ପାଇଁ ଚିଠି ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।

ତେ‌ବେ ଧର୍ମନ୍ଦ୍ରେ ପ୍ରଧାନ ଏ ବାବଦରେ ପୂର୍ବରୁ ଦୁଇ ଥର ଅର୍ଥାତ୍ ଜାନୁଆରି ୧୫, ୨୦୨୦ ଏବଂ ଜୁଲାଇ ୨୫ ୨୦୧୯ରେ ଲେଖିଥିବା ପତ୍ରକୁ ସଂଲଗ୍ନ କରି ଉଲ୍ଲେଖ କରିଛନ୍ତି ଯେ ତାଙ୍କର ଅନୁରୋଧ କ୍ରମେ ରାଜ୍ୟ ସରକାର ଫେବୃୟାରି ୧୨,୨୦୨୦ରେ ବ୍ୟାକୁଆର୍ଡ କ୍ଲାସ କମିଶନ ଗଠନ କରିଛନ୍ତି । ମାତ୍ର ଏହି ଆୟୋଗର ରିପୋର୍ଟ ଏପର୍ୟ୍ୟନ୍ତ ଦାଖଲ ହୋଇ ନଥିବା ବେଳେ ଓବିସି ବର୍ଗ ପାଇଁ ସଂରକ୍ଷଣର ଅନୁରୋଧ ଏର୍ପ୍ୟନ୍ତ କାର୍ୟ୍ୟକାରୀ ହୋଇନାହିଁ ।

ତେବେ ଓଡିଶା ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ ରାଜ୍ୟର ଓବିସି ଏବଂ ଏସଇବିସି ଜନସଂଖ୍ୟା ସପକ୍ଷରେ ନିଶ୍ଚିତ କାର୍ୟ୍ୟାନୁଷ୍ଠାନର ଆବଶ୍ୟକତା ପାଇଁ ଯୁକ୍ତିକୁ ଦୋହରାଇଛନ୍ତି ଧର୍ମେନ୍ଦ୍ର । ସେ କହିଛନ୍ତି ରାଜ୍ୟର ମୋଟ ଜନସଂଖ୍ୟାର ପ୍ରମୁଖ ଅଂଶ ହେଉଛନ୍ତି ଓବିସି ଓ ଏସଇବିସି ବର୍ଗ । ତେବେ ଏହି ବର୍ଗର ଲୋକମାନେ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ଥିବା ସୁଯୋଗକୁ ବଞ୍ଚିତ ହୋଇଛନ୍ତି । ଯେଉଁ କାରଣରୁ ସେମାନଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶ ହୋଇପାରିନାହିଁ ।

କେନ୍ଦ୍ର ସରକାର ପଛୁଆ ବର୍ଗଙ୍କ ପାଇଁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ୨୭ ପ୍ରତିଶତ ସଂରକ୍ଷଣ ସୁବିଧା ଦେଇଥିବା ବେଳେ ତାମିଲନାଡୁ, ମହାରାଷ୍ଟ୍ର ଓ କର୍ଣ୍ଣାଟକ ଆଦି ରାଜ୍ୟ ଗୁଡିକ ମଧ୍ୟ ଏହି ଜାତିଗୁଡିକର ଜନସଂଖ୍ୟାରେ ଅଧିକ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିଛନ୍ତି ।

ତେବେ ରାଜ୍ୟରେ ଓବିସି ଏବଂ ଏସଇବିସି ପାଇଁ ଏଭଳି ସକରାତ୍ମକ କାର୍ୟ୍ୟାନୁଷ୍ଠାନ ନେବାରେ ରାଜ୍ୟ ସରକାରଙ୍କ ବିଳମ୍ବ ପରିଲକ୍ଷିତ ହୋଇଛି । ଏହି ବର୍ଗର ଲୋକମାନଙ୍କୁ ସଂରକ୍ଷଣ ନଦିଆଯାଇ ରାଜ୍ୟରେ ସାମାଜିକ – ଅର୍ଥନୈତିକ ବିକାଶର ସମନ୍ୱୟକୁ ଧରି ରଖିବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି ।

ଓଡିଶାର ବୃହତ ଅବହେଳିତ ସମାଜ ଓବିସି ଏବଂ ଏସଇବିସି ଜନସଂଖ୍ୟାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସେମାନଙ୍କୁ ଆଗ୍ରାଧିକାର ପ୍ରଦାନ କରିବା ଏବଂ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ଉପଯୁକ୍ତ ସଂରକ୍ଷଣ ଦେବା ପାଇଁ ମୁଖ୍ୟମନ୍ତ୍ରୀ ସକରାତ୍ମକ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ଆଶାବ୍ୟକ୍ତ କରିଛନ୍ତି  କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ସୂଚନାଯୋଗ୍ୟ, କେନ୍ଦ୍ରମନ୍ତ୍ରୀ ପ୍ରଧାନ ଜାନୁଆରି ୧୫, ୨୦୨୦ ଏବଂ ଜୁଲାଇ ୨୫, ୨୦୧୯ରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଏ ବାବଦରେ ପତ୍ର ଲେଖି ଓବିସି ଓ ଏସଇବିସି ବର୍ଗ ପାଇଁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ସ୍ଥାନ ସଂରକ୍ଷଣ ପାଇଁ ତ୍ୱରିତ ପଦକ୍ଷେପ ନେବା ପାଇଁ ଦୃଢ ଦାବି କରିଥିଲେ ।

from Kanak News
via <a href="https://ifttt.com/?

ବଦଳିଲେ ବିଜୁ ମହିଳା ଦଳର ସଭାପତି । ସ୍ନେହାଙ୍ଗିନୀ ଛୁରିଆ ହେଲେ ବିଜୁ ମହିଳା ଦଳର ନୂଆ ସଭାପତି ।

କନକ ବ୍ୟୁରୋ : ବଦଳିଲେ ବିଜୁ ମହିଳା ଦଳର ସଭାପତି । ସ୍ନେହାଙ୍ଗିନୀ ଛୁରିଆଙ୍କୁ ବିଜୁ ମହିଳା ଦଳର ସଭାପତି ଭାବେ ଦାୟିତ୍ୱ ଦିଆଯାଇଛି । ଏନେଇ ବିଜେଡି ଗଣମାଧ୍ୟମ ବ୍ୟାପାର ସାଧାରଣ ସମ୍ପାଦକ ମାନଓ ମଙ୍ଗରାଜ ସୂଚନା ଦେଇଛନ୍ତି । ୨୦୧୮ ନଭେମ୍ବର ମାସରୁ ମିନତୀ ବେହେରା ବିଜୁ ମହିଳା ଦଳର ସଭାପତି ରହି ଆସିଥିଲେ । ଏବେ ଏହି ପଦବୀରେ ସ୍ନେହାଙ୍ଗିନୀ ଛୁରିଆଙ୍କୁ ଦାୟିତ୍ୱ ଦିଆଯାଇଛି ।

from Kanak News
via <a href="https://ifttt.com/?

୪ ମେ’ରୁ ସିବିଏସଇ ବୋର୍ଡ ପରୀକ୍ଷା । ସିବିଏସଇ ବୋର୍ଡ ପରୀକ୍ଷା ପାଇଁ ତାରିଖ ଘୋଷଣା କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ।

କନକ ବ୍ୟୁରୋ : ୪ ମେ’ରୁ ସିବିଏସଇ ବୋର୍ଡ ପରୀକ୍ଷା । ସିବିଏସଇ ବୋର୍ଡ ପରୀକ୍ଷା ପାଇଁ ତାରିଖ ଘୋଷଣା ହୋଇଛି । ତାରିଖ ଘୋଷଣା କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ । ଏହାସହ ଜୁନ୍ ୧୦ ସୁଦ୍ଧା ପରୀକ୍ଷା ସାରିବାକୁ ଲକ୍ଷ୍ୟ ରହିଛି । ମାର୍ଚ୍ଚ ୧ରୁ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ କରିବାକୁ ଘୋଷଣା ହୋଇଛି । ସେହିପରି ଜୁଲାଇ ୧୫ ସୁଦ୍ଧା ରେଜଲ୍ଟ ବାହାର କରିବାକୁ ଲକ୍ଷ୍ୟ ରହିଛି ।

ପ୍ରାୟ ୩୦ ଲକ୍ଷ ଛାତ୍ରଛାତ୍ରୀ ସିବିଏସଇ ବୋର୍ଡ ପରୀକ୍ଷା ଦେବେ । ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀଙ୍କ ପରୀକ୍ଷା କରାଯିବ । ଆଜି ତାରିଖ ଘୋଷଣା ହେବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଟ୍ୱିଟ କରି ପୂର୍ବରୁ ସୂଚନା ଦେଇଥିଲେ । ତାରିଖ ଘୋଷଣା ପରେ ସିବିଏସଇ ପରୀକ୍ଷାକୁ ନେଇ ଚାଲିଥିବା ଅପେକ୍ଷାର ଅନ୍ତ ଘଟିଛି ।

from Kanak News
via <a href="https://ifttt.com/?

ଏସସିବିର ହେବ ନବକଳେବର । ୩୫୦ କୋଟି ଟଙ୍କାର ଖର୍ଚ୍ଚରେ ଆଗେଇବ ପ୍ରକଳ୍ପ କାମ । ୨୦୨୪ରେ ଉଦଘାଟନ ପାଇଁ ଲକ୍ଷ୍ୟ ।

କନକ ବ୍ୟୁରୋ : ଶ୍ରୀ ରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜର ହେବ ନବକଳେବର । ୩୫୦ କୋଟି ଟଙ୍କାର ଖର୍ଚ୍ଚରେ ପ୍ରକଳ୍ପ କାମ ଆଗେଇବ । ଏମ୍ସ ପ୍ଲସ ବିଶ୍ୱସ୍ତରୀୟ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ । ସରକାରୀ ସ୍ତରରେ ମେଡିକାଲ କଲେଜ ପାଇଁ ଦେଶର ସର୍ବ ବୃହତ ପ୍ରକଳ୍ପ । ୧ ଜାନୁଆରୀ ୨୦୨୪ରେ ଉଦଘାଟନ ପାଇଁ ଲକ୍ଷ୍ୟ ।

ପ୍ରଥମ ପର୍ଯ୍ୟାୟରେ ୩୫୦୦ ଶର୍ଯ୍ୟର ସୁବିଧା ରହିବ । ପରେ ଦ୍ୱିତୀୟ ପର୍ଯ୍ୟାୟରେ ଏହାକୁ ୫ ହଜାରକୁ ବୃଦ୍ଧି କରାଯିବ । ୩ ବର୍ଷରେ ସଂପୂର୍ଣ୍ଣ ହେବାକୁ ଥିବା ଏହି ପ୍ରକଳ୍ପରେ ଡାକ୍ତର, ରୋଗୀ, ରୋଗୀଙ୍କ ସହାୟକ, ସ୍ୱାସ୍ଥ୍ୟ କର୍ମଚାରୀ ସମସ୍ତଙ୍କ ପାଇଁ ଅତ୍ୟାଧୁନିକ ସୁବିଧା ଉପଲବ୍ଧ ହେବ । ଅତ୍ୟାଧୁନିକ ଚିକିତ୍ସା ସହ ପରିବହନ ବ୍ୟବସ୍ଥା, ଆଧୁନିକ ରେଷ୍ଟୁରାଣ୍ଟ, ବାଣିଜ୍ୟ କେନ୍ଦ୍ର ଓ ସୁରକ୍ଷା ବ୍ୟବସ୍ଥା ମଧ୍ୟ ଉପଲବ୍ଧ ହେବ ।

ହସ୍ପିଟାଲରେ ୧୨୮୦ଟି ସରକାରୀ ବାସଗୃହ, ୨୨୦୦ ଛାତ୍ରଛାତ୍ରୀଙ୍କ ରହିବା ପାଇଁ ଛାତ୍ରାବାସ ମଧ୍ୟ ନିର୍ମାଣ କରାଯିବ । ହସ୍ପିଟାଲ ସହ କ୍ରୀଡା ଓ ଓ ମନୋରଞ୍ଜନର ଉନ୍ନତି ପାଇଁ ମଧ୍ୟ ଉତ୍ତମ ପରିବେଶ ସୃଷ୍ଟି କରାଯିବ । ଆଜିର ଏହି ବୈଠକରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ୫ଟି ସଚିବ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

from Kanak News
via <a href="https://ifttt.com/?

Design a site like this with WordPress.com
Get started