କେରଳ ବିଧାନସଭାରେ ଅଜବ ଘଟଣା । କୃଷି କାନୁନ ବିରୋଧରେ ପାରିତ ବିଲକୁ ବିଜେପି ବିଧାୟକଙ୍କ ସମର୍ଥନ । ଦଳ କହିଲା ଏହା ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା

କନକ ବ୍ୟୁରୋ : କେରଳ ବିଧାନସଭାରେ କୃଷି କାନୁନ ବିରୋଧରେ ଏକ ପ୍ରସ୍ତାବ ପାରିତ ହୋଇଛି । ବିଧାନସଭା ପରିସରରେ ରାଜ୍ୟପାଳଙ୍କ ଉପସ୍ଥିତିରେ ଏଭଳି ପ୍ରସ୍ତାବ ଆଣିଥିଲେ ମୁଖ୍ୟମନ୍ତ୍ରୀ ପି. ଭିଜୟନ । ମୁଖ୍ୟମନ୍ତ୍ରୀ ଏଭଳି ପ୍ରସ୍ତାବ ଆଣିବା ପରେ ଏହାକୁ ସରକାରରେ ଥିବା ସିପିଆଇଏମ, ସିପିଆଇ ଓ କଂଗ୍ରେସ ବିଧାୟକ ମାନେ ସମର୍ଥନ ଜଣାଇଥିଲେ । ହେଲେ ଆଶ୍ଚର୍ଯ୍ୟର କଥା ଏହି ପ୍ରସ୍ତାବକୁ ବି କେରଳର ଏକମାତ୍ର ବିଜେପି ବିଧାୟକ ଓ.ରାଜଗୋପାଲ ବି ସମର୍ଥନ ଜଣାଇଛନ୍ତି । ତାଙ୍କ ସମର୍ଥନ କଥା ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ବିଜେପି ତା’ର ପ୍ରତିକ୍ରିୟା ରଖିଛି । କେରଳ ବିଜେପି ନେତା କେ.ଏମ୍. ରାଧାକୃଷ୍ଣନ କହିଛନ୍ତି କି ‘ମୁଁ ଜାଣିପାରୁ ନାହିଁ ରାଜଗୋପାଲଙ୍କ ଭଳି ଜଣେ କଟ୍ଟର ବିଜେପି ନେତା କିଭଳି ଭାବେ କେନ୍ଦ୍ର ସରକାରଙ୍କ ବିରୋଧରେ ଏଭଳି ପ୍ରସ୍ତାବକୁ ସମର୍ଥନ ଜଣାଇଲେ’ । ସେ ଆହୁରି କହିଛନ୍ତି କି ସମସ୍ତେ ଜାଣିଛନ୍ତି ଏକମାତ୍ର ବିଧାୟକଙ୍କ କଥାରେ କିଛି ହୋଇପାରିବ ନାହିଁ । ହେଲେ ସେ ଚାହିଁଥିଲେ ଏହା ଉପରେ ଅଭିଯୋଗ କରିପାରିଥା’ନ୍ତେ ହେଲେ ରାଜଗୋପାଲନ ଯାହା କଲେ ତାହା ବିଜେପି ବିରୋଧରେ କାର୍ଯ୍ୟ କରିବା ସଂଗେ ସମାନ ବୋଲି ରାଧାକୃଷ୍ଣନ କହିଛନ୍ତି ।
ରାଧାକୃଷ୍ଣନଙ୍କର ଏଭଳି ବୟାନ ପରେ କେରଳ ବିଜେପି ବିଧାୟକ ରାଜଗୋପାଲନ୍ କହିଛନ୍ତି କି ପ୍ରସ୍ତାବ ସର୍ବ ସମ୍ମତି କ୍ରମେ ପାରିତ କରାଗଲା । ମୁଁ କିଛି ବିନ୍ଦୁ ଉପରେ ମୋର ପକ୍ଷ ରଖିଥିଲି ଓ ବିଚାରଧାରାରେ ଅନ୍ତର ଥିବାରୁ ଗୃହରେ ଏହା ଉପରେ ଆଲୋଚନା ହୋଇଥିଲା । ସବୁପରେ ସେ ଏହି କୃଷି ଆଇନକୁ ବିରୋଧ କରିବା ସହ କେରଳ ସରକାରଙ୍କ ପ୍ରସ୍ତାବକୁ ସମର୍ଥନ କରିଥିବା କଥା କହିଛନ୍ତି । ସେ ଆହୁରି କହିଛନ୍ତି କି ଯେତେଶୀଘ୍ର କେନ୍ଦ୍ରସରକାର ଏହି ୩ ଟି କୃଷକ ବିରୋଧୀ କୃଷି ଆଇନକୁ ପ୍ରତ୍ୟାହାର କରିନେବେ ତାହା ବିଜେପି ପାଇଁ ମଙ୍ଗଳ ହେବ । ନଚେତ ଲୋକତନ୍ତ୍ର ବୋଲି ଦେଶରେ କିଛି ବଞ୍ଚିବ ନାହିଁ ।
ଯେତେବେଳେ ରାଜଗୋପାଲଙ୍କୁ ପଚରା ଯାଇଥିଲା କି ଆପଣ ଏଭଳି କରିବା ଦ୍ୱାରା ଆପଣ ଦଳ ବିରୋଧି କାର୍ଯ୍ୟ କରୁନାହାନ୍ତି କି ? । ଏହାର ଉତ୍ତର ଦେଇ ସେ କହିଥିଲେ କି ଏହା ଲୋକତନ୍ତ୍ର ପ୍ରଣାଳୀ , ଆମକୁ ସର୍ବ ସମ୍ମତିକ୍ରମେ ଗୃହିତ ହୋଇଥିବା ପ୍ରସ୍ତାବକୁ ସମ୍ମାନ ଦେବା ଆବଶ୍ୟକ ।
କହିରଖୁ କି କେରଳ ବିଧାନସଭାରେ ଏକ ସ୍ୱତନ୍ତ୍ର ଅଧିବେଶନ ଡକାଯାଇ କେନ୍ଦ୍ରସରକାରଙ୍କ ଦ୍ୱାରା ପାରିତ ହୋଇଥିବା ୩ ଟି କୃଷି କାନୁନ ବିରୋଧରେ ଏକ ପ୍ରସ୍ତାବ ପାରିତ କରାଯାଇଛି । ସାରା ଦେଶରେ ଦ୍ୱିତୀୟ ରାଜ୍ୟ ଭାବେ କେରଳ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ଏହା ପୂର୍ବରୁ ଦିଲ୍ଲୀ ସରକାର ବି ଏକ ସ୍ୱତନ୍ତ୍ର ବୈଠକ ଡକାଇ କୃଷି କାନୁନ୍ କୁ ବିଧାନସଭା ପରିସରରେ ଚିରି ଦେଇଥିବା ଦେଖିବାକୁ ମଳିଥିଲା ।

from Kanak News
via <a href="https://ifttt.com/?

ବିଶ୍ୱର ପ୍ରଥମ ଦେଶ ଭାବେ ପ୍ରଥମେ ନୂଆବର୍ଷ ପାଳନ କଲା ନ୍ୟୁଜିଲାଣ୍ଡ । ପୁରୁଣା ବର୍ଷକୁ ବିଦାୟ ଦେଇ ଆତଶବାଜୀରେ ନୂଆବର୍ଷକୁ ସ୍ୱାଗତ କଲେ ଦେଶବାସୀ

କନକ ବ୍ୟୁରୋ : ସାରା ବିଶ୍ୱରେ ନୂଆବର୍ଷ ୨୦୨୧ ନୂଆ ସମ୍ଭାବନା ନେଇ ଆସୁଛି । ବର୍ଷ ୨୦୨୦ କୁ ଏବେ ବିଦାୟ ଦେବାର ସମୟ ଆସିଛି । ବର୍ଷ ୨୦୨୦ ରେ ସାରା ବିଶ୍ୱ କରୋନା ଭଳି ମହାମାରୀର ସାମ୍ନା କରିଛି । ଏବେ ନୂଆ ବର୍ଷରେ ନୂଆ ଆଶା ନେଇ ୨୦୨୧ ଆସିଛି । ଆଶା କରାଯାଉଛି କି ନୂଆ ବର୍ଷ ସବୁକିଛି ସାମାନ୍ୟ କରିଦେବ । ଭାରତରେ ରାତି ୧୨ ଟା ପରେ ନୂଆବର୍ଷ ପାଳନ କରାଯିବାକୁ ଥିବା ବେଳେ ନ୍ୟୁଜିଲାଣ୍ଡରେ ସବୁଠାରୁ ଆଗେ ବା ପ୍ରଥମେ ନୂଆବର୍ଷ ପାଳନ କରାଯାଉଥିବା ଦେଖିବାକୁ ମିଳିଛି ।

ଭାରତୀୟ ସମୟ ଗୁରୁବାର ୩.୩୦ ମିନିଟରୁ ନ୍ୟୁଜିଲାଣ୍ଡବାସୀ ପାଳନ କରୁଛନ୍ତି ନୂଆବର୍ଷ । ସମ୍ପୁର୍ଣ୍ଣ ଆନନ୍ଦ ଉଲ୍ଲାସର ସହିତ ବାଣ, ରୋଶଣୀ ଓ ଆତସବାଜୀରେ ନ୍ୟୁଜଲାଣ୍ଡର ଆଁକଲାଣ୍ଡ ଠାରେ ଲୋକମାନେ ନୂଆବର୍ଷକୁ ସ୍ୱାଗତ କରିଛନ୍ତି । ଏହାସହ ଅନ୍ୟଦେଶ ମାନଙ୍କରେ ନୂଆବର୍ଷକୁ ସ୍ୱାଗତ କରିବାକୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଷ୍ଟାଣ୍ଡାର୍ଡ ଟାଇମ ମୁତାବକ ବିଶ୍ୱର ନ୍ୟୁଜିଲାଣ୍ଡରେ ସବୁଠାରୁ ଶୀଘ୍ର ଏହି ସମୟ ଆସିଥାଏ । ଅର୍ଥାତ ଅନ୍ୟ ଦେଶ ମାନଙ୍କର ସମୟ ମୁତାବକ ନ୍ୟୁଜଲାଣ୍ଡରେ ଶୀଘ୍ର ରାତି ୧୨ ଟା ବାଜିଯାଇଥାଏ ।

ଦୁନିଆର ପ୍ରଥମ ଦେଶଭାବେ ପ୍ରଥମେ ନ୍ୟୁଜିଲାଣ୍ଡ ନୂଆବର୍ଷ ପାଳନ କରିଥାଏ । ଦେଶବାସୀ ୨୦୨୦ କୁ ବିଦାୟ ଦେଇ ୨୦୨୧ କୁ ସ୍ୱାଗତ କରିବାକୁ ବିଭିନ୍ନ ସାଜ ସଜ୍ଜା କରିଥାନ୍ତି । ନ୍ୟୁଜିଲାଣ୍ଡର ଦକ୍ଷୀଣ ଦିଗରେ ଥିବା ପ୍ରଶାନ୍ତ ମହାସାଗରୀୟ ଦେଶ ମାନଙ୍କରେ କୋଭିଡ ଭଳି ମହାମାରୀ ନଥିବାରୁ ସେଠାରେ ପୂର୍ବବର୍ଷ ମାନଙ୍କ ଭଳି ଆନନ୍ଦ ଉଲ୍ଲାସରେ ନୂଆବର୍ଷକୁ ବି ସ୍ୱାଗତ କରାଯାଉଛି । ଅନ୍ୟଦେଶ ମାନଙ୍କରେ ଏବେ କରୋନା ମହାମାରୀ ଚାଲିଥିବା ବେଳେ ସରକାର ବିଭିନ୍ନ କଟକଣା ଲଗାଇଛନ୍ତି । ଫଳରେ ଲୋକମାନେ ପୂର୍ବବର୍ଷ ଭଳି ଏବର୍ଷ ନୂଆବର୍ଷକୁ ପାଳନ କରିବାରେ ବାଧା ଉପୂୁଜିଛି ।

from Kanak News
via <a href="https://ifttt.com/?

ଭାରତୀୟ ହକି କିମ୍ବଦନ୍ତୀ ମାଇକେଲ କିଣ୍ଡୋଙ୍କ ପରଲୋକ । ୧୯୭୫ ବିଶ୍ୱକପରେ ଭାରତ ପାଇଁ କରିଥିଲେ ପ୍ରତିନିଧିତ୍ୱ ।

କନକ ବ୍ୟୁରୋ : ଭାରତୀୟ ହକି କିମ୍ବଦନ୍ତୀ ତଥା ଅଲମ୍ପିଆନ ମାଇକେଲ କିଣ୍ଡୋଙ୍କ ଆଜି ପୂର୍ବାହ୍ନ ପ୍ରାୟ ୩ଟା ୧୫ରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲା। ବାର୍ଦ୍ଧକ୍ୟଜନିତ ରୋଗ ଯୋଗୁଁ ତାଙ୍କୁ ଇସ୍‌ପାତ ଜେନେରାଲ ହସପିଟାଲରେ ଚିକିତ୍ସା କରାଯାଉଥିଲା। ଦୀର୍ଘଦିନ ହେଲା ସେ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ। ଶ୍ରୀ କିଣ୍ଡୋ ବହୁବର୍ଷ ଧରି ଭାରତୀୟ ହକି ଦଳର ପ୍ରତିନିଧତ୍ୱ କରିଥିଲେ। ଆର.ଏସ୍‌.ପିରେ ଯୋଗଦେବା ପରେ ଓଡିଶା ଦଳର ମଧ ନେତୃତ୍ୱ ନେଇ ଏକାଧିକ ସଫଳତା ଆଣିଥିଲେ।

ସୂଚନାଯୋଗ୍ୟ, ମାଇକେଲ କିଣ୍ଡୋ ଝାଡଖଣ୍ଡରେ ଜନ୍ମଗ୍ରହଣ କରିଥିଲେ। କିନ୍ତୁ ଆର୍‌ଏସ୍‌ପିରେ ଯୋଗଦେବା ପରେ ଓଡ଼ିଶାରେ ହକି ଖେଳର ବିକାଶରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ। ତାଙ୍କର ବ୍ୟକ୍ତିଗତ ଉଦ୍ୟମ ଯୋଗୁଁ ଓଡ଼ିଶାରେ ଅନେକ ହକି ପ୍ରତିଭା ପରବର୍ତ୍ତୀ ସମୟରେ ପରିଚୟ ସୃଷ୍ଟି କରିପାରିଛନ୍ତି। ଭାରତ ୧୯୭୫ ମସିହାରେ ବିଶ୍ୱକପ୍‌ ଜିତିଥିଲା ଏବଂ ଏହି ଟିମ୍‌ର ସଦସ୍ୟ ଥିଲେ ମାଇକେଲ୍‌ କିଣ୍ଡୋ। ତାଙ୍କୁ ଅର୍ଜୁନ ପୁରସ୍କାର ସମେତ ଆହୁରି ଅନେକ କ୍ରୀଡ଼ା ପୁରସ୍କାର ମିଳିଥିଲା।

from Kanak News
via <a href="https://ifttt.com/?

ଭାରତକୁ ଝଟକା । ଟେଷ୍ଟ ସିରିଜରୁ ବାଦ ପଡିଲେ ଉମେଶ ଯାଦବ । ସିଡନି ଟେଷ୍ଟରେ ଡେବ୍ୟୁ କରି ପାରନ୍ତି ନଟରାଜନ୍

କନକ ବ୍ୟୁରୋ : ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ଭାରତକୁ ବଡ ଝଟକା । ଏହି ଟେଷ୍ଟ ସିରିଜରୁ ପେସ ବୋଲର ଉମେଶ ଯାଦବ ଆହତ କାରଣରୁ ବାଦ ପଡିଛନ୍ତି । ତେବେ ଆହତ ହେବା ସହ ଉମେଶ ଭାରତକୁ ଫେରି ଆସିଛନ୍ତି । ବର୍ତ୍ତମାନ ଉମେଶ ଯାଦବଙ୍କ ସ୍ଥାନରେ ଯୁବ ପେସ ବୋଲର ଟି ନଟରାଜନଙ୍କୁ ସ୍ଥାନ ମିଳିପାରେ ବୋଲି ସୂଚନା ମିଳିଛି । ଟି ନଟରାଜନ ଏହି ଟେଷ୍ଟ ଜରିଆରେ ଡେବ୍ୟୁ କରିବେ ।

ଦ୍ୱିତୀୟ ଟେଷ୍ଟର ତୃତୀୟ ଦିନରେ ଉମେଶଙ୍କ ମାଂସପେଶୀରେ ଆଘାତ ଲାଗିଥିଲା । ଫଳରେ ସେ ପଡିଆ ଛାଡିଥିଲେ । ଏହାପରେ ଆହତ ସମସ୍ୟା ଯୋଗୁଁ ସେ ଟେଷ୍ଟ ସିରିଜରୁ ବାଦ ପଡିଥିଲେ ।

ପୂର୍ବରୁ ଇଶାନ୍ତ ଶର୍ମା ଓ ମହମ୍ମଦ ସାମି ଆହତ ହୋଇ ଟେଷ୍ଟ ସିରିଜରୁ ବାଦ ପଡିଛନ୍ତି । ଏବେ ଉମେଶ ଯାଦବଙ୍କ ଆହତ ହେବା ଦଳର ଚିନ୍ତା ବଢାଇ ଦେଇଛି । ଦ୍ୱିତୀୟ ଟେଷ୍ଟରେ ଭାରତ ବିଜୟ ସହ ୧-୧ରେ ସମାନ ସ୍ଥିତିରେ ରହିଛି । ତେଣୁ ଆଗାମୀ ଦୁଇଟି ମ୍ୟାଚ ଭାରତକୁ ଭଲ ପ୍ରଦର୍ଶନ କରିବାକୁ ହେବ ।

ଅନ୍ୟପକ୍ଷରେ ରୋହିତ ଶର୍ମା ଦଳ ସହ ଜଡିତ ହୋଇସାରିଛନ୍ତି । ଜାନୁଆରି ୭ ତାରିଖରେ ତୃତୀୟ ଟେଷ୍ଟ ମ୍ୟାଚ ଖେଳାଯିବ । ୨୦୨୧ରେ ଭାରତ ତୃତୀୟ ଟେଷ୍ଟରେ ମୈଦାନକୁ ଓହ୍ଲାଇବ ।

from Kanak News
via <a href="https://ifttt.com/?

ଦେଶକୁ କରୋନା ମୁକ୍ତ କରିବାକୁ ବଡ ଅଭିଯାନ । ଜାନୁଆରୀ ୨ ରୁ ସମସ୍ତ ରାଜ୍ୟରେ ଟିକାକରଣ ପାଇଁ ଆରମ୍ଭ ହେବ ଅଭ୍ୟାସ ।

କନକ ବ୍ୟୁରୋ : ଜାନୁଆରୀ ୨ ତାରିଖରୁ ଭାରତରେ କରୋନା ଟିକାକରଣ ପାଇଁ ସରକାରଙ୍କ ପକ୍ଷରୁ ଏକ ବଡ ଅଭିଯାନ ଆରମ୍ଭ ହେବାକୁ ଯାଉଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର ଦିନ ଅନୁଷ୍ଠିତ ହୋଇଥିବା ବୈଠକରେ ନିଷ୍ପତ୍ତି ହୋଇଛି । ଏହା ପୂର୍ବରୁ ପଞ୍ଜାବ, ଆସାମ, ଗୁଜୁରାଟ ଓ ଆନ୍ଧ୍ରପ୍ରଦେଶ ଭଳି ୪ ଟି ରାଜ୍ୟରେ ୪୮ ଘଂଟିଆ ଟିକାକରଣ ଅଭ୍ୟାସ ବା ମକ୍ ଡ୍ରିଲ କରାଯାଇଥିଲା । ହେଲେ ଏବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ଜାନୁଆରୀ ୨ ରୁ ଅନ୍ୟ ସମସ୍ତ ରାଜ୍ୟରେ ଏଭଳି ମକ୍ ଡ୍ରିଲ କରାଯିବ ବୋଲି ସୂଚନା ଦିଆଯାଇଛି । ଏନେଇ ପ୍ରତି ରାଜ୍ୟର ୨ ଟି ଜନଗହଳିପୂର୍ଣ୍ଣ ସହରକୁ ଚିହ୍ନଟ କରାଯିବ । ପ୍ରକୃତ ଟିକାଦାନ ପୂର୍ବରୁ ଚିହ୍ନଟ ହୋଇଥିବା ସହର ମାନଙ୍କରେ ଏଭଳି ଅଭ୍ୟାସ କରାଯିବ । ଏହି ଅଭ୍ୟାସ ବେଳେ ଲୋକଙ୍କ ଟିକା ଦେବା ବ୍ୟତିତ ଟିକାଦାନ ପୂର୍ବ ପରର ସମସ୍ତ ପ୍ରକ୍ରିୟାକୁ ଯାଂଚ କରାଯିବ । ଏହି ମକ୍ ଡ୍ରିଲ୍ ଜିଲ୍ଲା ହସ୍ପିଟାଲ, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସହ ଘରୋଇ ହସ୍ପିଟାଲରେ ହେବ ବୋଲି କୁହାଯାଇଛି ।

କହିରଖୁ କି ସରକାର ଏପର୍ଯ୍ୟନ୍ତ କୌଣସି କମ୍ପାନୀର ଟିକାକୁ ଅନୁମୋଦନ କରିନାହାନ୍ତି । ହେଲେ ଅନେକ ଟିକା ପ୍ରସ୍ତୁତକାରୀ କମ୍ପାନୀ ସେମାନଙ୍କ ଟିକାର ପ୍ରଭାବକୁ ନେଇ ବେସ ପଜିଟିଭ୍ ଥିବା ପ୍ରକାଶ କରିଛନ୍ତି । ଏହା ମଧ୍ୟରେ ଅନେକ ଟିକା କମ୍ପାନୀ ସେମାନଙ୍କର ଶେଷ ପର୍ଯ୍ୟାୟ ପରୀକ୍ଷଣ ସାରିଛନ୍ତି । ଟିକା ପ୍ରସ୍ତୁତ କମ୍ପାନୀ ମାନେ ସରକାରଙ୍କ ନିକଟରେ ମଧ୍ୟ ଆବେଦନ କରିସାରିଛନ୍ତି । କେନ୍ଦ୍ର ସରକାର ତାଙ୍କର ନିଷ୍ପତ୍ତି ଶୁଣାଇ ନାହାନ୍ତି । କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ବୟାନ ପରେ ଅନୁମାନ କରାଯାଉଛି କି ଖୁବଶୀଘ୍ର ଦେଶରେ ଟିକାକରଣ ଆରମ୍ଭ କରାଯିବ । ତେଣୁ ଟିକା କରଣ କିଭଳି ସୁରୁଖୁରରେ ହୋଇପାରିବ ସେ ନେଇ ଟିକା କରଣ ପୂର୍ବରୁ ଏକ ଅଭ୍ୟାସ କାର୍ଯ୍ୟକ୍ରମ କରାଯିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

from Kanak News
via <a href="https://ifttt.com/?

ନୂଆବର୍ଷରେ ଗ୍ରାହକ ମାନଙ୍କୁ ଜିଓର ଉପହାର । ଜାନୁଆରୀ ପହିଲାରୁ କୌଣସି ଲୋକାଲ କଲ ପାଇଁ କରିବାକୁ ପଡିବ ନାହିଁ ରିଚାର୍ଜ

କନକ ବ୍ୟୁରୋ : ରିଲିୟାନ୍ସ ଜିଓ ପୁଣି ଥରେ ଭଏଲ କଲ ବିଲକୁଲ ମାଗଣା କରିବାକୁ ଯାଉଛି । ଜିଓ ଉପଭୋକ୍ତା ମାନେ ଜାନୁଆରୀ ପହିଲାରୁ ମାଗଣାରେ ସମସ୍ତ ଫୋନକୁ ଭଏସ୍ କଲ କରିବାର ସୁବିଧା ପାଇବେ । ରିଲିୟାନ୍ସ ଜିଓ ଗୁରୁବାର ଦିନ ଏଭଳି ସୂଚନା ଦେଇଛି । କମ୍ପାନୀ ତରଫରୁ କୁହାଯାଇଛି କି ଅଫ୍ ନେଟ୍ ଡୋମେଷ୍ଟିକ କଲ ପାଇଁ ଉପଭୋକ୍ତାଙ୍କୁ କୌଣସି ରିଚାର୍ଜ କରିବାକୁ ପଡିବ ନାହିଁ । ଜିଓ ଏଭଳି ସୂଚନା ଦେବା ପରେ ଅନ୍ୟ ଟେଲିକମ୍ କମ୍ପାନୀ ଭାରତୀ ଏୟାରଟେଲ ସେୟାରରେ ୨ ପ୍ରତିଶତ କ୍ଷତି ହୋଇଛି ।

ଜିଓର ଏଭଳି ଘୋଷଣା ପରେ ନୂଆବର୍ଷ ଆରମ୍ଭରୁ ଜିଓରୁ ଅନ୍ୟ କୌଣସି ନେଟୱାର୍କକୁ ଭଏସ କଲ କରିବାକୁ ଉପଭୋକ୍ତାଙ୍କୁ କୌଣସି ଦେୟ ଦେବାକୁ ପଡିବ ନାହିଁ । ଏହି ସୁବିଧା ପୁରା ଦେଶରେ ଲାଗୁ ହେବାକୁ ଯାଉଛି । ବର୍ତ୍ତମାନ ଆଇୟୁସି ବ୍ୟବସ୍ଥା ପାଇଁ ଗ୍ରାହକଙ୍କୁ ଅଫ୍ ନେଟ୍ ଭଏସ କଲ ପାଇଁ ଦେୟ ଦେବାକୁ ପଡୁଥିଲା ।

କହିରଖୁ କି ୨୦୧୯ ସେପ୍ଟେମ୍ବର ମାସ ଠାରୁ ଟେଲିକମ୍ ରେଗୁଲେଟୋରୀ ଅଥରେଟି ଅଫ୍ ଇଣ୍ଡିଆ ତରଫରୁ ମୋବାଇଲରୁ ମୋବାଇଲକୁ କଲ କରିବାକୁ ଥିବା ଆଇୟୁସିକୁ ଜାନୁଆରୀ ୨୦୨୦ ଯାଏ ବୃଦ୍ଧି କରିଥିଲେ । ଏହା ପରେ ଜିଓ ତା’ର ଗ୍ରାହକ ମାନଙ୍କ ଠାରୁ ଅଫ୍ ନେଟ୍ କଲ ପାଇଁ ଦେୟ ଆଦାୟ କରୁଥିଲା ।

କମ୍ପାନୀ ତରଫରୁ ଆହୁରି କୁହାଯାଇଛି କି ଜିଓ ରୁ ଜିଓକୁ ଅନ୍ ନେଟ ଭଏସ୍ କଲ ଫ୍ରି ରହିଛି । ଭୋଲ୍ଟ ଭଳି ଆଡଭାନ୍ସ ଟେକ୍ନୋଲୋଜି ଜରିଆରେ ଭାରତୀୟ ନାଗରିକଙ୍କ ଏହି ସୁବିଧା ଯୋଗାଇ ଦେବାକୁ ଜିଓ ପ୍ରତିବଦ୍ଧ ।
ରିଲିୟାନ୍ସ ଜିଓ ଅକ୍ଟୋବର ମାସ ସୁଦ୍ଧା ୨୨ ଲକ୍ଷ ରୁ ଅଧିକ ଗ୍ରାହକଙ୍କୁ ନିଜ ସହିତ ଯୋଡି ସାରିଛି । ଏହା ସହ କମ୍ପାନୀ ପାଖରେ ମୋଟ ୪୦.୬୩ କୋଟି ଉପଭୋକ୍ତା ଥିବା କଥା କମ୍ପାନୀ ସ୍ପଷ୍ଟ କରିଛି ।

from Kanak News
via <a href="https://ifttt.com/?

ଟିକା କରଣ ପାଇଁ ପୁଣି ଥରେ ତାଲିକା ମାଗିଲା କେନ୍ଦ୍ର । ୭ ଦିନ ଭିତରେ ପୋଟାଲରେ ନାମ ଅପଲୋଡ଼ ପାଇଁ ନିର୍ଦ୍ଦେଶ । ଯେମିତି କୌଣସି ସ୍ୱାସ୍ଥ୍ର୍ୟକର୍ମୀ ବାଦ ପଡ଼ିବେ ନାହିଁ ସେନେଇ ସ୍ୱାସ୍ଥ୍ୟ ସଚିବ ଓ ଜିଲ୍ଲାପାଳମାନଙ୍କୁ ଚିଠି

କନକ ବ୍ୟୁରୋ : ଦେଶରେ ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି କରୋନା ପାଇଁ ଟିକାକରଣ । ଏନେଇ ଆଜି ପ୍ରଧାନମନ୍ତ୍ରୀ ସମ୍ୟକ୍ ସୂଚନା ଦେଇଥିବା ବେଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ସରକାରଙ୍କୁ ଏକ ଚିଠି ଲେଖାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିଛନ୍ତି । ଏହି ଆଲୋଚନାରେ ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ଟିକାକରଣ ସମୟରେ ଯେମିତି କୌଣସି ସ୍ୱାସ୍ଥ୍ୟକର୍ମୀ ବାଦ୍ ନପଡନ୍ତି ତାହାକୁ ଗୁରୁତ୍ୱ ଦିଆଯାଇଛି । ଏହା ସହ ପୁଣିଥରେ ବାଦ ପଡିଥିବା ସ୍ୱାସ୍ଥ୍ୟକର୍ମୀଙ୍କ ତାଲିକା ପ୍ରସ୍ତୁତ କରି ପୋଟାଲରେ ଅପଲୋଡ କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରାଜ୍ୟ ସ୍ୱାସ୍ଥ୍ୟ ସଚିବ, ଜିଲ୍ଲାପାଳ ଓ ମହାନଗର କମିଶନଙ୍କୁ ଚିଠି ଲେଖିଛନ୍ତି । ଚିଠିରେ ୭ ଦିନ ମଧ୍ୟରେ ପୋଟାଲରେ ନାମ ଅପଲୋଡ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାର ୩ ଲକ୍ଷ ୨୬ ହଜାର ୫୪୪ ଜଣ ସ୍ୱାସ୍ଥ୍ୟକର୍ମୀଙ୍କ ତାଲିକା ରାଜ୍ୟସରକାର ପ୍ରସ୍ତୁତ କରିଥିବା ସୂଚନା ମିଳିଛି ।

କହିରଖୁ କି କେନ୍ଦ୍ରସରକାର ଏଯାଏଁ କୌଣସି କମ୍ପାନୀର ଟିକାକୁ ଅନୁମତି ଦେଇ ନାହାନ୍ତି । ହେଲେ ଦେଶରେ ଟିକାକରଣ ପୂର୍ବରୁ ଯାହା ଯାହା ପ୍ରସ୍ତୁତ କରିବା କଥା ସେନେଇ କେନ୍ଦ୍ରସରକାର ତତ୍ପରତା ଦେଖାଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ମୂୁତାବକ ଟିକା ଆସିଲେ ପ୍ରଥମେ ସ୍ୱାସ୍ଥ୍ୟକର୍ମୀ , ବୃଦ୍ଧ, ବୃଦ୍ଧା, ଶିଶୁ ମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଟିକା ଦିଆଯିବ । ହେଲେ ଟିକାକରଣ ପୂର୍ବରୁ ଟିକାକୁ ମହଜୁତ ରଖିବା । ବିଯୁକ୍ତ ତାପମାତ୍ରରେ ଭ୍ୟାକ୍ସିନକୁ ସଂରକ୍ଷଣ କରିବା ଓ ଟିକାକରଣରେ ନିୟୋଜିତ ହେବାକୁ ଥିବା କର୍ମଚାରୀ ମାନଙ୍କୁ ତାଲିମ୍ ଦେବା ଭଳି କାର୍ଯ୍ୟ କେନ୍ଦ୍ରସରକାରଙ୍କ ଦ୍ୱାରା ତୁରାନ୍ୱିତ କରାଯାଉଛି ।

from Kanak News
via <a href="https://ifttt.com/?

ଓଡିଶାରେ ନାଇଟ କର୍ଫ୍ୟୁ ନେଇ ପୋଲିସ କମିଶନରଙ୍କ ସୂଚନା : ଟ୍ୱିନସିଟିରେ ଜାରି ହେବ ୧୪୪ ଧାରା; ସୁରକ୍ଷା ଦୃଷ୍ଟିରୁ ମୁତୟନ ହେବେ ୪୦ପ୍ଲାଟୁନ ଫୋର୍ସ

କନକ ବ୍ୟୁରୋ : ରାଜ୍ୟରେ ଜିରୋ ନାଇଟ ସେଲିବ୍ରେସନ ଉପରେ କଟକଣା ଜାରି କରାଯାଇଥିବା ବେଳେ ରାତି ୯ଟା ପରେ କେହି ଘରୁ ନବାହାରିବାକୁ କହିଛନ୍ତି ପୁଲିସ କମିସନର । ୯ଟା ପୂର୍ବରୁ ହୋଟେଲ ଓ ବାର ବନ୍ଦ କରାଯିବ । ଗମନାଗମନ ଉପରେ କଟକଣା ରହିବା ସହ ୧୪୪ ଧାରା ଜାରି କରାଯିବ । ଅତ୍ୟାବଶ୍ୟକୀୟ ସେବା ଜାରି ରହିବ । ସମସ୍ତ ଥାନା ଅଂଚଳରେ ପେଟ୍ରୋଲିଂ କରାଯିବ । ୪୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ସହ ନାକାବନ୍ଦୀ କରାଯିବ । ଯେଉଁମାନେ ନିୟମ ଉଂଲଘନ କରିବେ ଅମାନିଆଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ସେପଟେ, ଜିରୋ ନାଇଟ ସେଲିବ୍ରେସନକୁ ଦୃଷ୍ଟିରେ ରାଜ୍ୟରେ ନାଇଟ କର୍ଫ୍ୟୁ ଘୋଷଣା କରାଯାଇଛି । ଆଜି ରାତି ୧୦ଟାରୁ ଆସନ୍ତାକାଲି ସକାଳ ୫ଟା ଯାଏ ସାରା ରାଜ୍ୟରେ ଏହି ଦିନିକିଆ କର୍ଫ୍ୟୁ ବଳବତର ରହିବ । ତେବେ କର୍ଫୁ ସମୟରେ ଜରୁରୀକାଳୀନ ସେବା ଓ ଯାତାୟାତକୁ ଅନୁମତି ମିଳିବ । କରୋନା ସଂକ୍ରମଣ ଆଶଙ୍କାରେ ଜାରି ହୋଇଥିବା ଏହି ନାଇଟ କର୍ଫ୍ୟୁରେ ସହଯୋଗ କରିବାକୁ ଲୋକଙ୍କୁ ନିବେଦନ କରିଛନ୍ତି ରାଜ୍ୟ ସରକାର ।ଏନେଇ ଟୁଇଟ କରି ସୂଚନା ଦେଇଛନ୍ତି ଏସଆରସି ।

from Kanak News
via <a href="https://ifttt.com/?

ବର୍ତ୍ତମାନ ସୁଦ୍ଧା ଓଡିଶାରେ ନାହିଁ କରୋନାର ନୂଆ ଭୂତାଣୁ : ବ୍ରିଟେନ ଫେରନ୍ତାଙ୍କ ଉପରେ ରହିଛି ସ୍ୱାସ୍ଥ୍ୟ ବିଭାଗର ନଜର; ୨୮୮ ଜଣଙ୍କ ମଧ୍ୟରୁ ୭ କରୋନା ପଜିଟିଭ

କନକ ବ୍ୟୁରୋ : ବର୍ତ୍ତମାନ ସୁଦ୍ଧା ଓଡିଶାରେ ଚିହ୍ନଟ ହୋଇନି କରୋନାର ନୂଆ ଭୂତାଣୁ । ବ୍ରିଟେନ ଫେରନ୍ତାଙ୍କ ମଧ୍ୟରୁ ୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ ସୁଦ୍ଧା ଏଯାଏ କାହାରି ଶରୀରରେ ବ୍ରିଟେନ ଷ୍ଟ୍ରେନ ଚିହ୍ନଟ ହୋଇନଥିବା ସ୍ପଷ୍ଟ କରିଛନ୍ତି ରାଜ୍ୟ ସରକାର । ବିଟ୍ରେନରୁ ଫେରିଥିବା ଓଡ଼ିଶାର ୪ଜଣଙ୍କ ଠାରେ କରୋନା ଭୂତାଣୁ ଚିହ୍ନଟ ହୋଇଛି । ସେମାନଙ୍କ ସଂସ୍ପର୍ଶରେ ଆସି ଆଉ ୩ଜଣ ସମ୍ପକୀୟ ସଂକ୍ରମିତ ହୋଇଛନ୍ତି । ରାଜ୍ୟକୁ ମୋଟ ୧୮୮ଜଣ ବ୍ରିଟେନ ଫେରିଛନ୍ତି । ହେଲେ ରାଜ୍ୟରେ ବ୍ରିଟେନରେ ନୂଆ ଷ୍ଟ୍ରେନ ନାହିଁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ସଚିବ ।

ବ୍ରିଟେନରୁ ଓଡ଼ିଶା ଆସିଛନ୍ତି ୧୮୮ଜଣ । ସେଥିରୁ ୧୭୯ଜଣଙ୍କୁ ଚିହ୍ନଟ କରାଯାଇଛି । ତେବେ ୯ ଜଣଙ୍କ ପରିଚୟ ସମ୍ପର୍କରେ ଏଯାଁଏ କୌଣସି ତଥ୍ୟ ସାମ୍ନାକୁ ଆସିନି । ୧୬୦ଜଣଙ୍କ ନମୁନା ପରୀକ୍ଷା ହୋଇସାରିଛି । ଏନେଇ ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ନିରଂଜନ ମିଶ୍ର । ମୋଟ ବ୍ରିଟେନ ଫେରନ୍ତା ତାଙ୍କ ସମ୍ପର୍କୀୟଙ୍କର ୨୦୪ଜଣଙ୍କ ଆରଟିପିସିଆର ପରୀକ୍ଷା ହୋଇଛି । ବର୍ତମାନ ସୁଧା ୭ଜଣଙ୍କର ରିପୋର୍ଟ ପଜିଟିଭ ଆସିଛି । ସେଥିରୁ ବ୍ରିଟେନ ଫେରନ୍ତା ୪ଜଣ ଥିବା ବେଳେ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ୩ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି । ୬ଜଣଙ୍କର ଜିନମ ପରୀକ୍ଷା ପାଇଁ ପଠାଯାଇଛି ।

ସେପଟେ ଦେଶରେ ଆହୁରୀ ୫ଜଣ ବ୍ରିଟେନ ଭୂତାଣୁରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ଏହି ୫ଜଣ ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ବ୍ରିିଟେନ ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ୨୫ରେ ପହଂଚିଛି । ଭାରତକୁ ଫେରିଥିବା ବ୍ରିଟେନ ଫେରନ୍ତା ଓ ତାଙ୍କ ସମ୍ପର୍କୀୟଙ୍କ ନମୁନା ପୁଣେ ଓ ଦିଲ୍ଲୀ ଲ୍ୟାବକୁ ପଠାଯାଇଥିଲା । ପୁଣେ ପରୀକ୍ଷାଗାରରେ ଆଜି ୪ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଦିଲ୍ଲୀ ଲ୍ୟାବରୁ ଜଣେ ଚିହ୍ନଟ ହୋଇଛନ୍ତି ।

from Kanak News
via <a href="https://ifttt.com/?

ପ୍ରକାଶ ପାଇଲା ଏସିଆ ମହାଦେଶର ସବୁଠାରୁ ୧୦ ଧନୀ ବ୍ୟକ୍ତିଙ୍କ ତାଲିକା । ମୁକେଶ ଅମ୍ବାନୀ ଓ ଚୀନ୍ ର ଜାକ୍ ମାଙ୍କୁ ମାତ୍ ଦେଇ ଚୀନର ଜୋଙ୍ଗ ସାନସହାନ୍ ହେଲେ ସବୁଠାରୁ ବିତ୍ତଶାଳୀ ବ୍ୟକ୍ତି ।

କନକ ବ୍ୟୁରୋ : ଭାରତର ମୁକେଶ ଅମ୍ବାନୀ ଏବଂ ଚୀନ୍‌ର ଜାକ୍‌ ମାଙ୍କୁ ଟପି ସମ୍ପ୍ରତି ଚୀନ୍‌ର ଜୋଙ୍ଗ୍‌ ସାନ୍‌ସ୍‌ହାନ୍‌ ଏସିଆ ମହାଦେଶର ସବୁଠାରୁ ବିତ୍ତଶାଳୀ ବ୍ୟକ୍ତି ହୋଇଛନ୍ତି। ଏବର୍ଷ ଜୋଙ୍ଗଙ୍କୁ ସମୁଦାୟ ସମ୍ପତ୍ତି ୭୦.୯ ବିଲିୟନ୍‌ ଡଲାର୍‌ ବୃଦ୍ଧି ପାଇ ୭୭.୮ ବିଲିୟନ୍‌ ଡଲାର୍‌ରେ ପହଞ୍ଚି ତାଙ୍କୁ ବିଶ୍ୱର ୧୧ଶ ବିତ୍ତଶାଳୀ ବ୍ୟକ୍ତିରେ ପରିଣତ କରିଥିବା କଥା ‘ବ୍ଲୁମ୍‌ବର୍ଗ ବିଲିଓନେୟର୍ସ ଇଣ୍ଡେକ୍ସ୍‍’ରୁ ଜଣାପଡ଼ିଛି। ଜଣେ ଏତେ ଶୀଘ୍ର ଏତେ ଗୁଡ଼ାଏ ସମ୍ପତ୍ତି ଅର୍ଜନ କରିବାରେ ଏହା ଇତିହାସରେ ପ୍ରଥମ ଘଟଣା ବୋଲି ହାଯାଉଛି। ଉଲ୍ଲେଖନୀୟ କଥା ହେଉଛି ଚୀନ୍‌ ବାହାରେ ଏବର୍ଷ ପର୍ୟ୍ୟନ୍ତ ତାଙ୍କୁ କେହି ଚିହ୍ନି ନ ଥିଲେ। ୬୬ ବର୍ଷିୟ ଜୋଙ୍ଗ୍‌ ରାଜନୀତିରେ ସମ୍ପୃକ୍ତ ନୁହନ୍ତି। ତାଙ୍କ ବ୍ୟବସାୟର ମଧ୍ୟ ଅନ୍ୟ ଧନିକ ପରିବାରବର୍ଗଙ୍କ ସହ କୌଣସି ସମ୍ପୃକ୍ତି ନାହିଁ। ଦୁଇଟି ବ୍ୟବସାୟରୁ ସେ ଏହି ସଫଳତା ହାସଲ କରିଛନ୍ତି। ପ୍ରଥମଟି ହେଲା ଗତ ଏପ୍ରିଲ୍‌ ମାସରେ ସେ ଟିକା ନିର୍ମାତା ‘ବେଜିଙ୍ଗ୍‌ ଓ୍ଵାନ୍‌ତାଇ ବାୟୋଲୋଜିକାଲ୍‌ ଏଣ୍ଟର୍‌ପ୍ରାଇଜ୍‌ କୋ.’କୁ ହାତକୁ ନେଇଥିଲେ। ଦ୍ୱିତୀୟଟି ତା’ର କିଛି ମାସ ପରେ ପାଣି ବୋତଲ ନିର୍ମାତା କମ୍ପାନି ‘ନୋଙ୍ଗ୍‌ଫୁ ସ୍ପ୍ରିଙ୍ଗ୍‌’କୁ ନିଜ ମାଲିକାନାକୁ ନେବା ପରେ ତାହା ହଙ୍ଗ୍‌କଙ୍ଗ୍‌ରେ ଚହଳ ପକାଇବା ସହ ବିକ୍ରି ଖୁବ୍‌ ବଢ଼ିଯାଇଥିଲା। ସେ ଏହି ଦୁଇଟି ବ୍ୟବସାୟ ଚାଲୁ କରିବାକ୍ଷଣି ‘ନୋଙ୍ଗ୍‌ଫୁ’ର ସେୟାର୍‌ ୧୫୫% ଏବଂ ‘ଓ୍ଵାନ୍‌ତାଇ’ର ସେୟାର୍‌ ୨୦୦୦% ରୁ ଅଧିକ ବୃଦ୍ଧିପାଇଥିଲା। ଏଠାରେ ସୂଚାଇ ଦିଆଯାଇ ପାରେ ଯେ, ଏବର୍ଷ ଅମ୍ବାନୀଙ୍କ ସମ୍ପତ୍ତି ମଧ୍ୟ ୧୮.୩ ବିଲିୟନ୍‌ ଡଲାଇ ବୃଦ୍ଧି ପାଇ ୭୬.୯ ବିଲିୟନ୍‌ ଡଲାରରେ ପହଞ୍ଚିଛି।

from Kanak News
via <a href="https://ifttt.com/?

Design a site like this with WordPress.com
Get started