ନୂଆବର୍ଷ ପାଇଁ ନାଇଟ୍ କର୍ଫ୍ୟୁ : ଆଜି ରାତି ୧୦ଟାରୁ କାଲି ସକାଳ ୫ଟା ଯାଏ କଟକଣା; କର୍ଫ୍ୟୁରୁ ଜରୁରୀ ସେବାକୁ ବାଦ୍

କନକ ବ୍ୟୁରୋ : ଜିରୋ ନାଇଟ ସେଲିବ୍ରେସନକୁ ଦୃଷ୍ଟିରେ ରାଜ୍ୟରେ ନାଇଟ କର୍ଫ୍ୟୁ ଘୋଷଣା କରାଯାଇଛି । ଆଜି ରାତି ୧୦ଟାରୁ ଆସନ୍ତାକାଲି ସକାଳ ୫ଟା ଯାଏ ସାରା ରାଜ୍ୟରେ ଏହି ଦିନିକିଆ କର୍ଫ୍ୟୁ ବଳବତର ରହିବ । ତେବେ କର୍ଫୁ ସମୟରେ ଜରୁରୀକାଳୀନ ସେବା ଓ ଯାତାୟାତକୁ ଅନୁମତି ମିଳିବ । କରୋନା ସଂକ୍ରମଣ ଆଶଙ୍କାରେ ଜାରି ହୋଇଥିବା ଏହି ନାଇଟ କର୍ଫ୍ୟୁରେ ସହଯୋଗ କରିବାକୁ ଲୋକଙ୍କୁ ନିବେଦନ କରିଛନ୍ତି ରାଜ୍ୟ ସରକାର । ଏନେଇ ଟୁଇଟ କରି ସୂଚନା ଦେଇଛନ୍ତି ଏସଆରସି ।

ତେବେ ନାଇଟ କର୍ଫ୍ୟୁ ସହ ସଂକ୍ରମଣକୁ ରୋକିବା ପାଇଁ ଜିରୋନାଇଟ୍‌ ସେଲିବ୍ରେସନ୍ ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର। ଘରେ ରହି ପରିବାର ସହ ନୂଆବର୍ଷ ପାଳନ କରିବା ସହ ଭିଡ଼ ନଜମାଇବା ପାଇଁ ରାଜ୍ୟବାସୀଙ୍କୁ ରାଜ୍ୟସରକାର ନିବେଦନ କରିଛନ୍ତି। ଏହା ସହ ନିୟମ ଉଲ୍ଲଂଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି।

from Kanak News
via <a href="https://ifttt.com/?

କୃଷି କାନୁନ୍ ବିରୋଧରେ କେରଳ ବିଧାସଭାର ସ୍ୱତନ୍ତ୍ର ଅଧିବେଶନ । ମୁଖ୍ୟମନ୍ତ୍ରୀ କହିଲେ ଏହି ବିଲ୍ ଲାଗୁ ହେଲେ ପୁଞ୍ଜିପତିଙ୍କ ଗୋଲାମ ହୋଇଯିବେ ଦେଶର ଅନ୍ନଦାତା

କନକ ବ୍ୟୁରୋ : ଦେଶରେ ଚାଲିଥିବା କୃଷକ ଆନ୍ଦୋଳନକୁ ସମର୍ଥନ ଓ ନୂତନ କୃଷି ଆଇନକୁ ବିରୋଧ କରି ଦେଶର ପ୍ରଥମ ରାଜ୍ୟ ଭାବେ କେରଳ ସରକାର ଆଜି (ଗୁରୁବାର) ବିଧାନସଭାର ଏକ ସ୍ୱତନ୍ତ୍ର ଅଧିବେଶନ ଡକାଇଛନ୍ତି । ଏହି ଅଧିବେଶନରେ ଅଧ୍ୟକ୍ଷତା କରି କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ କେନ୍ଦ୍ରସରକାରଙ୍କ କୃଷି ଆଇନ ବିରୋଧରେ ପ୍ରସ୍ତାବ ଆଗତ କରିଛନ୍ତି । ଏହି ପ୍ରସ୍ତାବକୁ ବିରୋଧୀ କଂଗ୍ରେସ ସମେତ ଅନ୍ୟ କିଛି ଦଳର ବିଧାୟକ ମାନେ ବି ସମର୍ଥନ କରିଛନ୍ତି ।

ଏହି ପ୍ରସ୍ତାବ ବିଧାନସଭାରେ ପାରିତ ହେବା ପରେ ମୁଖ୍ୟମନ୍ତରୀ କରିଛନ୍ତି କି ସରକାର କୃଷକ ମାନଙ୍କର ବାସ୍ତବିକ ସମସ୍ୟାକୁ ଦୂର କରିବା ପରିବର୍ତ୍ତେ ନୂଆ ଆଇନ ମାଧ୍ୟମରେ ସେମାନଙ୍କୁ ସମସ୍ୟା ଭିତରକୁ ଠେଲି ଦେଉଛନ୍ତି । ଯାହାକି କୃଷି ଓ କୃଷକଙ୍କ ଉପରେ ନକରାତ୍ମକ ପ୍ରଭାବ ପକାଇବ । ତେଣୁ ସରକାର ତୁରନ୍ତ ଏଭଳି କୃଷକ ବିରୋଧୀ କୃଷି ଆଇନକୁ ପ୍ରତ୍ୟାହାର କରିନେବା ଉଚିତ୍ ବୋଲି ସେ କହିଛନ୍ତି । ଏହି ଆଇନ ବଳରେ କେବଳ କର୍ପୋରେଟ୍ ହାଉସ ମାନେ ଲାଭାନ୍ୱିତ ହେବେ ଓ ଧିରେ ଧିରେ ଦେଶର ଅନ୍ନଦାତା ସେମାନଙ୍କ ପାଖରେ ଗୋଲାମ ହୋଇଯିବେ ବୋଲି ସେ ଗଣମାଧ୍ୟମ ଆଗରେ କହିଛନ୍ତି ।

ସେ ଆହୁରି କହିଛନ୍ତି କି ଯଦି କୃଷକ ମାନଙ୍କର ଆନ୍ଦୋଳନ ଜାରି ରହେ ତେବେ ଦେଶରେ ସବୁଠାରୁ କେରଳ ରାଜ୍ୟ ବେଶି ପ୍ରଭାବିତ ହେବ । ଯଦି ଅନ୍ୟ ରାଜ୍ୟର କୃଷକ ମାନେ ଖାଦ୍ୟ ପଦାର୍ଥ ଯୋଗାଣ ବନ୍ଦ କରିଦେବେ ତେବେ କେରଳରେ ଅନାହାର ପରିସ୍ଥିତି ସୃଷ୍ଟି ହେବ ।

ଅନ୍ୟପଟେ ପାରିତ ହୋଇଥିବା ପ୍ରସ୍ତାବରେ କୁହାଯାଇଛି କି ଦେଶ ଏକ କଠିନ ପରିସ୍ଥିତି ଦେଇ ଗତି କରୁଛି । ଏଭଳି ସମୟରେ ଦେଶରେ ଅନ୍ନଦାତାଙ୍କ ସପକ୍ଷରେ ରାଜ୍ୟ ସରକାରମାନେ ଛିଡା ହେବା ଦରକାର । ଏହି ଆଇନରେ କେବଳ କର୍ପୋରେଟ୍ ହାଉସ ମାନଙ୍କର ସ୍ୱାର୍ଥକୁ ଗୁରୁତ୍ୱ ଦିଆଯାଇଛି । ସେପଟେ ସ୍ୱତନ୍ତ୍ର ଅଧିବେଶନ ଡକାଇବା ଲାଗି ଅନୁମତି ଦେବାରେ ରାଜ୍ୟପାଳ ବିଳମ୍ବ କରିଥିବାରୁ କେରଳ ବିଧାନସଭାର ବିରୋଧିଦଳ ଉପ-ନେତା କେ.ସି ଜୋସେଫ୍ ରାଜ୍ୟପାଳ ଆରିଫ୍ ମହମ୍ମଦଙ୍କୁ ସମାଲୋଚନା କରିଛନ୍ତି ।

from Kanak News
via <a href="https://ifttt.com/?

ସିଲିଗୁଡ଼ିରେ ଏପ୍ରିଲ୍‌ରେ ଖୋଲିବ ଦେଶର ପ୍ରଥମ ଚା’ ରିସୋର୍ଟ : ଦିଲ୍ଲୀପ ରାୟଙ୍କ ବ୍ରାଣ୍ଡସ୍‌ ଅଫ୍‌ ଓଡ଼ିଶା ପ୍ରାଇଡ୍‌ ଅଫ୍ ଇଣ୍ଡିଆ

ଦେଶର ହୋଟେଲ୍ ଶିଳ୍ପ ଓ ରାଜନୀତି ଜଗତର ଏକ ଚର୍ଚ୍ଚିତ ଚେହେରା ହେଉଛନ୍ତି ମେ’ଫେୟାର ଗ୍ରୁପ୍‌ ଅଫ୍‌ ହୋଟେଲସ୍‌ର ପ୍ରତିଷ୍ଠାତା ଦିଲ୍ଲୀପ ରାୟ। ଏକ ସାକ୍ଷାତକାରରେ ସେ କରୋନା ମହାମାରୀର ପ୍ରଭାବ, ସ୍ଥିତିରେ ହେଉଥିବା ସୁଧାର, ଭବିଷ୍ୟତ ଯୋଜନା ଓ ନୂଆ ପ୍ରକଳ୍ପ ବିଷୟରେ ଯାହା କହିଛନ୍ତି ତାହାକୁ ଏଠାରେ ଉପସ୍ଥାପନ କରାଯାଇଛି।

କରୋନା ମହାମାରୀ ସମୟରେ ଓଡ଼ିଶାର ହୋଟେଲ୍ ଶିଳ୍ପ କିଭଳି ପ୍ରଭାବିତ ହୋଇଥିଲା?
୨୦୨୦ ଭଳି ଖରାପ ବର୍ଷ ସାରା ବିଶ୍ବ ପୂର୍ବରୁ କେବେ ଦେଖିନଥିଲା। ହୋଟେଲ୍ ଓ ବିମାନ ଚଳାଚଳ ଶିଳ୍ପ ଗୁରୁତର ଭାବେ ପ୍ରଭାବିତ ହୋଇଛି। ହୋ‌ଟେଲ୍‌ ଶିଳ୍ପ ଉପରେ ଏହାର ସର୍ବାଧିକ ପ୍ରଭାବ ପଡ଼ିଛି। ବିମାନ ଶିଳ୍ପରେ କିଛିଟା ସୁଧାର ହେଲାଣି। କିନ୍ତୁ ହୋଟେଲ୍ ଶିଳ୍ପରେ ଏପର୍ଯ୍ୟନ୍ତ ସୁଧାର ହୋଇପାରିନାହିଁ।

ଅନ୍‌ଲକ୍‌ ପରେ ସ୍ଥିତିରେ କିଭଳି ସୁଧାର ହୋଇଥିଲା?
ଅନ୍‌ଲକ୍‌ ପ୍ରକ୍ରିୟା ଜୁନ୍‌ ପ୍ରଥମ ସପ୍ତାହରୁ ଆରମ୍ଭ ହୋଇଥିଲା। କିଛି ଦିନ ସ୍ଥିତି ଖରାପ ରହିବା ପରେ ଅକ୍ଟୋବର, ନଭେମ୍ବର ଓ ଡିସେମ୍ବରରେ ଲୋକମାନେ ଆସିବା ଆରମ୍ଭ କରିଥିଲେ। ପୂର୍ବରୁ ଏହି ସମୟରେ ଆମର ହୋଟେଲ୍‌ରେ ଅତିଥିଙ୍କ ରହଣୀ ହାର (ଅକୁପାନ୍ସି ରେଟ୍‌) ୭୫-୮୦% ରହୁଥିଲା। କିନ୍ତୁ ଏବର୍ଷର ନୂଆବର୍ଷ, ଖ୍ରୀଷ୍ଟମାସ ଏବଂ ବିବାହ ଋତୁକୁ ଯଦି ବିଚାରକୁ ନିଆଯିବ ତେବେ ଏହି ହାର ଅତିବେଶିରେ ୩୫-୪୦% ପର୍ଯ୍ୟନ୍ତ ପହଞ୍ଚିପାରିଛି।

ରାଜ୍ୟ ହୋଟେଲ୍ ଶିଳ୍ପ କେତେ କ୍ଷତି ସହିଛି?
ପ୍ରକୃତରେ କେତେ କ୍ଷତି ହୋଇଛି କହିବା କଷ୍ଟକର। ସାରା ଦେଶରେ ହୋଟେଲ୍ ଓ ଆତିଥେୟତା ଶିଳ୍ପ ଏକ ଲକ୍ଷ କୋଟି ଟଙ୍କାର କ୍ଷତି ସହିଛି ବୋଲି ଆକଳନ କରାଯାଉଛି। ଆମ ମେ’ ଫେୟାର ଗ୍ରୁପ୍ ୧୦୦ କୋଟି ଟଙ୍କାରୁ ଅଧିକ କ୍ଷତି ସହିଛି। ଓଡ଼ିଶାରେ ପ୍ରାୟ ୧୬୦୦ ପଞ୍ଜୀକୃତ ‌ହୋଟେଲ୍ ଓ ୧୦୦୦ରୁ ଅଧିକ ଅଣ-ପଞ୍ଜୀକୃତ ହୋ‌ଟେଲ୍‌ ଅଛି। ମୁଁ ଭାବୁଛି ଓଡ଼ିଶା ହୋଟେଲ୍‌ ଶିଳ୍ପ ପାଖାପାଖି ୨୫୦୦ କୋଟି ଟଙ୍କାର କ୍ଷତି ସହିଛି।

ସ୍ଥିତିରେ ସୁଧାର ଆଣିବା ଲାଗି ହୋଟେଲ୍ ଶିଳ୍ପ ସରକାରଙ୍କ ଠାରୁ କିଭଳି ସହାୟତା ଚାହୁଛି?
ଆମେ ଚାହୁଥିଲୁ ଋଣକୁ ପୁନର୍ଗଠିତ କରାଯାଉ। କେନ୍ଦ୍ର ସରକାର ଏଦିଗରେ ପଦକ୍ଷେପ ନେଇଛନ୍ତି। କିନ୍ତୁ ଆମେ ‌ଯେତିକି ସୁବିଧା ଚାହୁଥିଲୁ ତାହା ଏର୍ଯ୍ୟନ୍ତ ମିଳିନାହିଁ। ସୁଧରେ କିଛିଟା ରିହାତି ମିଳିଲେ ଭଲ ହୁଅନ୍ତା। କାରଣ ଯିଏ ବି ହୋଟେଲ୍‌ କରିଛନ୍ତି ସମସ୍ତେ ଋଣ ନେଇ କରିଛନ୍ତି। ଭବିଷ୍ୟନିଧି ପାଣ୍ଠି ଓ ଇଏସ୍‌ଆଇ ରେଇମ୍ବର୍ସମେଂଟ୍‌ ସୁବିଧା ଦେଲେ ଆମ ପାଇଁ ତାହା ବେଶ ସହାୟକ ହୋଇପାରନ୍ତା। ବାର୍‌ ଲାଇସେନ୍ସ, ହୋଲ୍‌ଡିଂ ଟିକସ ଆଦି ଏହି ସମୟରେ ଛାଡ଼ କଲେ ଭଲ ହୁଅନ୍ତା।

ରାଜ୍ୟର ହୋଟେଲ୍ ଶିଳ୍ପ ପାଇଁ ବହୁତ ପଦକ୍ଷେପ ଗ୍ରହଣ କରାଯିବାର ଆବଶ୍ୟକତା‌ ରହିଛି ବୋଲି ଆପଣ ଭାବୁନାହାନ୍ତି କି?
କରୋନା ପରେ ଲୋକମାନେ ଏବେ ଆଉ ବିଦେଶ ଯିବାକୁ ଚାହୁନାହାନ୍ତି। ଓଡ଼ିଶା ସରକାର ପର୍ଯ୍ୟଟନର ବହୁତ ଭଲ ପ୍ରଚାର କରୁଛନ୍ତି। ଆନ୍ତର୍ଜାତିକ ପତ୍ରିକା ଠାରୁ ଆରମ୍ଭ କରି ବିଭିନ୍ନ ବିଜ୍ଞାପନ ଜରିଆରେ ପ୍ରଚାର କରାଯାଉଛି ଯାହା ଅନ୍ୟ କୌଣସି ରାଜ୍ୟ କରୁନାହାନ୍ତି। ଏହା ବହୁତ ଭଲ। କିନ୍ତୁ ଓଡ଼ିଶା‌ରେ ପର୍ଯ୍ୟଟନ କହିଲେ ଭୁବନେଶ୍ବର, ପୁରୀ, କୋଣାର୍କକୁ ବୁଝାଉଛି। ବାସ୍‌, ସେଇଠି ସବୁ ଶେଷ ହୋଇଯାଉଛି। ଆମକୁ ନୂଆ ପର୍ଯ୍ୟଟନ ସ୍ଥଳୀ ବିକଶିତ କରିବାକୁ ପଡ଼ିବ।

ଇକୋ-ରିଟ୍ରିଟ୍ ରାଜ୍ୟ ହୋଟେଲ୍ ଶିଳ୍ପ ପାଇଁ କିଭଳି ସହାୟକ ହେବ?
ଇକୋ-ରିଟ୍ରିଟ୍‌ର ବହୁତ ଭଲ ପ୍ରଭାବ ପଡ଼ିବ। ଯେଉଁମାନେ ଇକୋ-ରିଟ୍ରିଟ୍ ପାଇଁ ଆସୁଛନ୍ତି ସେମାନେ ହୋଟେଲ୍‌ରେ ରହି ସେହି ସ୍ଥାନକୁ ଯାଉଛନ୍ତି। ପୁଣି ସେଠାରୁ ଫେରି ହୋଟେଲ୍‌ରେ ରହୁଛନ୍ତି। ଏହା ନିଶ୍ଚିତ ରୂପେ ସକାରାତ୍ମକ ପ୍ରଭାବ ପକାଇବ।

ପର୍ଯ୍ୟଟକଙ୍କ ଆମଗନକୁ ନେଇ ଆପଣଙ୍କ ମତ କ’ଣ?
ଏହି ସମୟରେ ହୋଟେଲ୍‌ କୋଠରିଗୁଡ଼ିକ ଅତିଥିମାନଙ୍କ ଦ୍ବାରା ସମ୍ପୂର୍ଣ୍ଣ ଭରି ରହିବା କଥା। ଅର୍ଥାତ ୧୦୦% ଅକୁପାନ୍ସି । କିନ୍ତୁ ଆମେ ୩୫-୪୦% ସ୍ତରରେ ରହିଛୁ। ଆମର ଯେଉଁ ପ୍ରିଣ୍ଟେଡ୍‌ ଟାରିଫ୍ ରହିଛି ତା’ଠାରୁ ଆମେ ୬୦% କମ୍‌ରେ ବିକ୍ରି କରୁଛୁ।

ସମ୍ପ୍ରସାରଣ ପାଇଁ କ’ଣ ଯୋଜନା ରହିଛି?
କରୋନା ମହାମାରୀ ପୂର୍ବରୁ ଆମେ ରାୟପୁର ପ୍ରକଳ୍ପ ଆରମ୍ଭ କରିଥିଲୁ। ଦେଶର ପ୍ରଥମ ଚା’ ରିସୋର୍ଟକୁ ସିଲିଗୁଡ଼ିରେ ଆମେ ପ୍ରସ୍ତୁତ କରିସାରିଛୁ। ଏହାକୁ ଏପ୍ରିଲ୍‌ରେ ଉଦଘାଟନ କରିବାର ‌ଯୋଜନା ରହିଛି। ଏହା ହେଉଛି ଦେଶର ପ୍ରଥମ ପ୍ରପର୍ଟି ରିସୋର୍ଟ ଯେଉଁଠାରେ ପ୍ରତି କୋଠରିରୁ ଅତିଥିମାନେ ଚା’ ବଗିଚାକୁ ଉପଭୋଗ କରିପାରିବେ। କୋଲକାତା ପ୍ରକଳ୍ପରେ ମଧ୍ୟ କାର୍ଯ୍ୟ ଚାଲିଛି। ଆମେ ତାହାକୁ ୨୦୨୨ରେ ଖୋଲିବାକୁ ଯୋଜନା ରଖିଛୁ।

ଓଡ଼ିଶାରେ ନୂଆ ହୋଟେଲ୍ ପାଇଁ କ’ଣ ଯୋଜନା ରହିଛି?
ପୁରୀର ସାତଶଙ୍ଖରେ ଆମର ୭ ଏକର ଜମି ଅଛି। ବିଚ୍‌ କନ୍‌ଭେନ୍‌ସନ୍ ସ୍ଥାପନ କରିବା ଲାଗି ସରକାର ଆମ ସହିତ ଆଲୋଚନା କରୁଛନ୍ତି। ଓଡ଼ିଶା ପାଇଁ ଏହି ଦୁଇଟି ଯୋଜନା ରହିଛି। ସାତଶଙ୍ଖରେ ଏକ ୱେଲ୍‌ନେସ୍‌ ରିସୋର୍ଟ ସ୍ଥାପନ କରିବୁ। ଘର ତିଆରି ଲାଗି ଅନୁମତି ମିଳିଲେ କାମ ଆରମ୍ଭ ହୋଇଯିବ। ଏହା ହେବ ଓଡ଼ିଶାର ପ୍ରଥମ ୱେଲନେସ୍ ରିସୋର୍ଟ। କେରଳରେ ୱେଲ୍‌ନେସ୍‌ ଶିଳ୍ପ ବେଶ ଲୋକପ୍ରିୟ। ସେହି ଢାଞ୍ଚାରେ ଏହାକୁ ତିଆରି କରାଯିବ।

ନୂଆ ପ୍ରକଳ୍ପ କେତେ କୋଟିର ପୁଞ୍ଜିନିବେଶ ହେବ?
ରାୟପୁର ଓ ସିଲିଗୁଡ଼ିରେ ପ୍ରାୟ ୪୫୦-୫୦୦ କୋଟି ଟଙ୍କାର ନିବେଶ କରାଯାଇଛି। କୋଲକାତା ପ୍ରକଳ୍ପରେ ପ୍ରାୟ ୫୦୦ କୋଟି ଟଙ୍କା ନିବେଶ ହେବ।

‌ଅନ୍ୟ କିଛି ହୋଟେଲ୍‌ ଅଧିଗ୍ରହଣ କରିବା ଯୋଜନା ଅଛି କି?
ନାଁ। ଏବେ ସେଭଳି କିଛି ଯୋଜନା ନାହିଁ। ଦେଶ ବାହାରେ ମଧ୍ୟ ହୋଟେଲ୍‌ ଖୋଲିବା ଯୋଜନା ନାହିଁ।

ଷ୍ଟକ ବଜାରରେ ପ୍ରବେଶ କରିବା ଯୋଜନା ରହିଛି କି?
ଆମେ ପୂର୍ବରୁ ଥରେ ଇନିସିଆଲ୍ ପବ୍ଲିକ୍ ଅଫର (ଆଇପିଓ) ଆଣିବା ପ୍ରୟାସ କରିଥିଲୁ। ‌ହୋଟେଲ୍ ଶିଳ୍ପରେ ପୁଞ୍ଜିନିବେଶ ଅନୁସାରେ ରିଟର୍ଣ୍ଣ ସେଭଳି ମିଳେ ନାହିଁ। ତେଣୁ ପ୍ରାଇଭେଟ୍‌ ଇକ୍ବିଟି (ପିଇ) ମୂଲ୍ୟ କମ୍ ‌ରହୁଛି। ସେଥିପାଇଁ ଆମେ ଆମ ଯୋଜନାକୁ ଅଧାରୁ ବାତିଲ କରିଥିଲୁ। ଆଇପିଓ ଆଣିବାର ଏବେ କୌଣସି ଯୋଜନା ନାହିଁ।

ସମ୍ବାଦର ବ୍ରାଣ୍ଡସ୍‌ ଅଫ୍‌ ଓଡ଼ିଶା ପ୍ରାଇଡ୍‌ ଅଫ୍ ଇଣ୍ଡିଆ ଅଭିଯାନ ବିଷୟରେ ଆପଣଙ୍କ ମତ କ’ଣ?
ଏଭଳି ଏକ କାର୍ଯ୍ୟକ୍ରମ ବିଷୟରେ ଭାବିଥିବାରୁ ମୁଁ ସମ୍ବାଦକୁ ଧନ୍ୟବାଦ ଦେବାକୁ ଚାହୁଛି। ଓଡ଼ିଶାରୁ ଏଭଳି ଅନେକ ସଂସ୍ଥା ବାହାରିଲେଣି ଯେଉଁମାନେ ସାରା ଦେଶର ଲୋକମାନଙ୍କ ଦ୍ବାରା ଗ୍ରହଣୀୟ ହୋଇଛନ୍ତି। ସମ୍ବାଦ ସେମାନଙ୍କୁ ସ୍ବୀକୃତି ଦେଇ ସେମାନଙ୍କୁ ଉତ୍ସାହିତ କରୁଥିବାରୁ ମୁଁ ଧନ୍ୟବାଦ ଦେବାକୁ ଚାହୁଛି।

ଆପଣଙ୍କ ହୋଟେଲ୍‌ରେ ଓଡ଼ିଶାର ସଂସ୍କୃତି ଓ ପରମ୍ପରାକୁ ସ୍ଥାନିତ କରିବାକୁ ପ୍ରୟାସ କରିଛନ୍ତି କି?
ଆମର ଏଭଳି କୌଣସି ହୋଟେଲ୍ ନାହିଁ ଯାହାର ଅଭ୍ୟର୍ଥନା କକ୍ଷରେ ମହାପ୍ରଭୁ ଜଗନ୍ନାଥଙ୍କ ଫଟୋ ନାହିଁ। ଆମ ହୋଟେଲ୍‌କୁ ଲୋକମାନେ ଛୋଟ ଓଡ଼ିଶା ବୋଲି କୁହନ୍ତି। ଆମ ହୋଟେଲ୍‌ ଓଡ଼ିଆଙ୍କ ଦ୍ବାରା ପରିଚାଳିତ ହେଉଛି।

from Kanak News
via <a href="https://ifttt.com/?

୨୦୨୦ ର ସବୁଠୁ ବଡ ରାଜନୈତିକ ଘଟଣା । ଦିଲ୍ଲୀରେ ବିଜେପି ଧରାଶାୟୀ ହେବା ପରେ ବିହାର ଓ ମଧ୍ୟପ୍ରଦେଶରେ କ୍ଷମତା ଦଖଲ । ଆନ୍ଦୋଳନ ଓ ମେଣ୍ଟକୁ ନେଇ କ’ଣ ରହିଥିଲା ରାଜଜୈତିକ ଦୃଶ୍ୟପଟ

କନକ ବ୍ୟୁରୋ : ବର୍ଷ ୨୦୨୦ କିଛି ବଡ ରାଜନୈତିକ ଘଟଣା, ଯାହା କି ରାଜନୈତିକ ଦୃଶ୍ୟ ପଟରେ ସବୁଦିନ ମନେ ରହିବ । ଦିଲ୍ଲୀରେ ଅରବିନ୍ଦ କେଜ୍ରିୱାଲଙ୍କ ହାଟ୍ରିକ୍ ସେପଟେ ମଧ୍ୟପ୍ରଦେଶରେ କଂଗ୍ରେସ ଦଳ ମଧ୍ୟରେ ବିବାଦରୁ ଫାଇଦା ଉଠାଇଲା ବିଜେପି ଓ ବିହାରରେ ମାଗଣା କରୋନା ଟିକା ଖେଳି ବିଜେପିର ବାଜିମାତ୍ । ଏମିତି କିଛି ଘଟଣାବଳୀକୁ ନେଇ ୨୦୨୦ ବର୍ଷର ସବୁଠାରୁ ବଡ ୧୦ ଟି ବଡ ଘଟଣାକୁ ନେଇ ଆଜିର ଆଲୋଚନା ।

ଦିଲ୍ଲୀରେ କେଜ୍ରିୱାଲଙ୍କ ବାଜିମାତ୍ : ସଂଶୋଧିତ ନାଗରିକ କାନୁନକୁ ନେଇ ଦିଲ୍ଲୀ ସମେତ ଦେଶସାରା ଜାନୁଆରୀ ମାସରେ ବିରୋଧ ପ୍ରଦର୍ଶନ କରାଯାଉଥିବା ବେଳେ ଏହାର କେନ୍ଦ୍ରସ୍ଥଳି ପାଲଟିଥିଲା ସାହିନବାଗ । କେନ୍ଦ୍ରସରକାର ଓ ଦେଶର ଜନତାଙ୍କ ମଧ୍ୟରେ ଏଭଳି ଘମାଘୋଟ ଲଢେଇ ଚାଲିଥିବା ବେଳେ ଦିଲ୍ଲୀରେ ଅନୁଷ୍ଠିତ ହୋଇଥିଲା ବିଧାନସଭା ନିର୍ବାଚନ । ଦିଲ୍ଲୀରେ କେନ୍ଦ୍ରସରକାରଙ୍କ ଧ୍ରୁବିକରଣ କାମ ନଦେବାରୁ ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱରେ ଆମ୍ ଆଦମୀ ପାର୍ଟି ୭୦ ରୁ ୬୨ ଆସନ ଅକ୍ତିଆର କରି ବିଜୟ ହାସଲ କରିଥିଲା । ସବୁଠାରୁ ବଡ କଥା କେନ୍ଦ୍ର କ୍ଷମତାରେ ଥିବା ବିଜେପିକୁ ୮ ଟି ଆସନ ମିଳିଥିବା ବେଳେ କଂଗ୍ରେସ ଖାତା ଶୂନ୍ୟ ହୋଇଯାଇଥିଲା ।

ମଧ୍ୟପ୍ରଦେଶରେ ପୁଣି ମାମାଙ୍କ ପତିଆରା : ମଧ୍ୟପ୍ରଦେଶରେ ସଂଖ୍ୟା ଗରିଷ୍ଠତା ଠାରୁ ଅଳ୍ପକିଛି ଅଧିକ ଆସନ ହାତେଇ କଂଗ୍ରେସର କମଳନାଥ୍ ସରକାର ମାର୍ଚ୍ଚ ୨୦୨୦ ରେ ସଂଖ୍ୟା ଗରିଷ୍ଠତା ହରାଇଥିଲା । କଂଗ୍ରେସର ବରିଷ୍ଠ ନେତା ଜ୍ୟୋତିରାଦିତ୍ୟ ସ୍କିନ୍ଦିଆ ଦଳ ସହିତ ବିଶ୍ୱାସଘାତକ କରି ୨୫ ଜଣ ବିଧାୟକଙ୍କ ସହ କଂଗ୍ରେସରୁ ଇସ୍ଥଫା ଦେଇଥିଲେ । ପାଖା ପାଖି ୧ ମାସ ଧରି ଏହି ବିଧାୟକ ମାନେ କର୍ଣ୍ଣାଟକର ଏକ ହୋଟେଲରେ ରହିବା ପରେ ୨୩ ମାର୍ଚ୍ଚ ୨୦୨୦ ରେ ମଧ୍ୟପ୍ରଦେଶରେ ମାମା ଭାବେ ପରିଚିତ ଶିବରାଜ ସିଂ ଚୌହାନ ପୁଣି ଥରେ ବିଜେପି ନେତୃତ୍ୱରେ ସରକାର ଗଠନ କରିବାରେ ସଫଳ ହୋଇଥିଲେ । ଏହା ପରେ କରୋନା କାଳରେ ହୋଇଥିବା ଉପନିର୍ବାଚନରେ ବିଜେପି କଂଗ୍ରେସରୁ ଇସ୍ତଫା ଦେଇଥିବା ୨୫ ଜଣ ବିଧାୟକଙ୍କ ମଧ୍ୟରୁ ୧୯ ଜଣଙ୍କୁ ବିଜେପି ଟିକେଟ୍ ରେ ଜିତାଇବାରେ ସକ୍ଷମ ହୋଇ ସରକାରରେ ସଂଖ୍ୟା ଗରିଷ୍ଠତାକୁ ମଜଭୁତ୍ କରିଥିଲେ ।

ରାଜସ୍ଥାନରେ ବିଜେପିର ମଧ୍ୟପ୍ରଦେଶ କୌଶଳ ଫେଲ୍ : ରାଜସ୍ଥାନରେ ଅଶୋକ ଗେହଲଟ୍ ସରକାର ବି କମଳନାଥଙ୍କ ଭଳି ବିଜେପି ଚକ୍ରବ୍ୟୁହରେ ଫସିବାକୁ ଯାଉଥିଲେ । ଦଳର ଯୁବନେତା ତଥା ରାଜସ୍ଥାନର ପ,ୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ସଚିନ୍ ପାଇଲଟ୍ ବିଜେପି ପ୍ରରୋଚନାରେ ଗୃହଭେଦି ବିଭିଷଣ ଭଳି କାର୍ଯ୍ୟ କରିବା ଆରମ୍ଭ କରିଦେଇଥିଲେ । ସେ ତାଙ୍କ ସମର୍ଥିତ ୧୯ ବିଧାୟକଙ୍କ ସହ ହରିଆଣାରେ ଡେରା ପକାଇଥିଲେ । ଗେହଲଟ୍ ଓ ପାଇଲଟଙ୍କ ଭିତରେ ଏଭଳି ଲୁଚକାଳି ଖେଳ ପାଖା ପାଖି ଗୋଟିଏ ମାସ ଦେଖିବାକୁ ମିଳିଥିଲା । ହେଲେ କଂଗ୍ରେସର ବିରିଷ୍ଠ ନେତା ମାନେ ଏହି ବିବାଦ ମଧ୍ୟରେ ହସ୍ତକ୍ଷେପ କରିବା ଦ୍ୱାରା ପାଇଲଟ୍ ପୁଣି ଦଳ ଭିତରକୁ ଫେରିଥିଲେ । ନହେଲେ ମଧ୍ୟପ୍ରଦେଶ ଭଳି ରାଜସ୍ଥାନର କଂଗ୍ରେସ ସରକାରକୁ ବି ହାଇଜାକ୍ କରିବାରେ ସଫଳ ହୋଇଥା’ନ୍ତା ବିଜେପି ।

ଏନଡିଏର ହାତ ଛାଡିଲା ଅକାଳୀଦଳ : ମହାରାଷ୍ଟ୍ରର ଶିବସେନା ପରେ ଏନଡିଏର ସବୁଠାରୁ ପୁରୁଣା ସହଯୋଗୀ ଅକାଳୀ ଦଳ ଚଳିତ ବର୍ଷ ଏନଡିଏ ଠାରୁ ଦୂରେଇ ଯାଇଛି । ସଂସଦରେ କୃଷି ବିଲ୍ କୁ ପାରିତ କରିବା ଭଳି ମୁଦ୍ଦାକୁ ନେଇ ଅକାଳୀ ଦଳ ୨୬ ସେପ୍ଟେମ୍ବର ୨୦୨୦ ରେ ଏନଡିଏ ସହିତ ଥିବା ୨୨ ବର୍ଷର ସଂପର୍କ ଛିନ୍ନ କରିଥିଲା ।

ବିହାର ନିର୍ବାଚନ ପୂର୍ବରୁ ତେଜସ୍ୱୀଙ୍କ ଉଦୟ : ୨୦୧୯ ରେ ହୋଇଥିବା ଲୋକସଭା ନିର୍ବାଚନରେ ବିହାରରେ ଆରଜେଡିର ଲଜ୍ଜାଜନକ ପରାଜୟ ପରେ ଲାଲୁଙ୍କ ପୁଅ ତେଜସ୍ୱୀଙ୍କ ଟାର୍ଗେଟରେ ଥିଲା ବିହାର ବିଧାନସଭା ନିର୍ବାଚନ । ହେଲେ ୨୦୧୯ ଲୋକସଭା ନିର୍ବାଚନ ପରେ ବିଜେପି ଓ ଜେଡିୟୁ ମଧ୍ୟରେ ଥିବା ମେଣ୍ଟ ପୁଣିଥରେ ନିର୍ଦ୍ୱନ୍ଦରେ ବିହାର ବିଧାନସଭା ନିର୍ବାଚନ ଜିତିବ ବୋଲି ହେଉଥିବା ଆକଳନରେ ପୁର୍ଣ୍ଣଛେଦ ପକାଇଥିଲେ ତେଜସ୍ୱୀ । ତେଜସ୍ୱୀଙ୍କ ନିର୍ବାଚନୀ ପ୍ରଚାରର ତରିକା, ପିତା ଲାଲୁ ଯାଦବଙ୍କ ଭଳି ଲୋକଙ୍କ ସହିତ ଯୋଡି ହେବାର କୌଶଳ, ପୁରା ଆକଳନକୁ ବଦଳାଇ ଦେଇଥିଲା । ଆରଜେଡି ୭୫ ଟି ବିଧାନସଭା ଆସନ ଜିତି ବିହାରର ସବୁଠାରୁ ବଡ ରାଜନୈତିକ ଦଳ ଭାବେ ନିଜର ବଳ ଦେଖାଇଛି । ହେଲେ ୨୪୩ ଆସନ ବିଶିଷ୍ଠ ବିହାର ବିଧାନସଭାରେ ଏନଡିଏମେଣ୍ଟ ବହୁମତ ଠାରୁ ମାତ୍ର ୨ ଟି ଆସନ (୧୨୫) ହାସଲ କରି ସରକାର ଗଠନ କରିବାରେ ସଫଳ ହୋଇଛି ।

ଜେ.ପି ନଡ୍ଡା ଦେଲେ ବିଜେପି ଅଧ୍ୟକ୍ଷ : ବିଜେପିର ଚାଣକ୍ୟ କୁହାଯାଉଥିବା ଅମିତ ଶାହାଙ୍କ ଐତିହାସିକ କାର୍ଯ୍ୟକାଳ ପରେ ବରିଷ୍ଠ ବିଜେପି ନେତା ଜଗତ୍ ପ୍ରକାଶ ନଡ୍ଡାଙ୍କୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ନିର୍ବାଚିତ କରାଗଲା । ଏପ୍ରିଲ ୬ ୨୦୨୦ ରେ ବିଜେପିର ସ୍ଥାପନା ଦିବସ ଅବସରରେ ଶ୍ରୀ ନଡ୍ଡାଙ୍କୁ ଏହି ପଦରେ ଅବସ୍ଥାପିତ କରାଗଲା । ତାଙ୍କ ନେତୃତ୍ୱରେ ବିଜେପି ବିହାର ନିର୍ବାଚନରେ ଆଶାତିତ ସଫଳତା ପାଇବା ପରେ ଗୁଜୁରାଟ୍, କଣ୍ଣ ର୍ାଟକ, ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶ ଉପନିର୍ବାଚନରେ ଦଳ ଭଲ ପ୍ରଦର୍ଶନ କରିଛି ।

୨୩ ଅସନ୍ତୁଷ୍ଟ କଂଗ୍ରେସ ନେତା ଉଠାଇଥିଲେ ପ୍ରଶ୍ନ : ବିଭିନ୍ନ ନିର୍ବାଚନରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନ ପରେ ଦଳର ୨୩ ଜଣ ବରିଷ୍ଠ ନେତା ଦଳର ନେତୃତ୍ୱକୁ ନେଇ ପ୍ରଶ୍ନ ଉଠାଇଥିଲେ । ୨୦୨୦ ଅଗଷ୍ଟ ମାସରେ ଗୁଲାମନବୀ ଆଜାଦଙ୍କ ସମେତ ଦଳର ୨୩ ଜଣ ନେତା ଦଳର ନେତୃତ୍ୱଙ୍କୁ ଏକ ଚିଠି ଲେଖିଥିଲେ । ଯାହାଙ୍କ ମଧ୍ୟରେ ଥିଲେ ଆନନ୍ଦ ଶର୍ମା, କପିଲ ଶିବଲ୍, ଶଶି ଥରୁର୍, ମନିଷ ତିୱାରୀ, ଭୂପେନ୍ଦରସିଂ ହୋଡ୍ଡା ।

କୃଷକ ଆନ୍ଦୋଳନ : ୩ ଟି ନୂଆ କୃଷି ଆଇନକୁ ବିରୋଧ କରି ଅକ୍ଟୋବର ମାସ ଶେଷରୁ ପଞ୍ଜାବରୁ ଆରମ୍ଭ ହୋଇଥିବା କୃଷକ ଆନ୍ଦୋଳନ ୨୫ ନଭେମ୍ବରରେ ଦିଲ୍ଲୀରେ ପହଂଚି ଯାଇଥିଲା । ଟ୍ରାକ୍ଟର ଓ ଟଲିରେ ହଜାର ହଜାର କୃଷକ ଦିଲ୍ଲୀରେ ପହଂଚିଯାଇଥିଲେ । ପୋଲିସର ପାଣିମାଡ, ଲାଠି ମାଡ ଏସବୁ କିଛି ତାଙ୍କ ଉପରେ ପ୍ରଭାବ ପକାଇ ପାରି ନଥିଲା । ନଭେମ୍ବର ୨୫ ରୁ ଦିଲ୍ଲୀ ଠାରେ ଆରମ୍ଭ ହୋଇଥିବା ଆନ୍ଦୋଳନ ଏପର୍ଯ୍ୟନ୍ତ ଚାଲିଛି ।

ମହାରାଷ୍ଟ୍ରରେ କଂଗ୍ରେସ ଓ ଶିବସେନା ମେଣ୍ଟକୁ ଗୋଟିଏ ବର୍ଷ : ମହାରାଷ୍ଟ୍ରରେ ବିଜେପି ସହିତ ମେଣ୍ଟରେ ସରକାର ଗଠନ କରିଥିବା ଶିବସେନା ନଭେମ୍ବର ୨୦୧୯ ରେ ବିଜେପି ସହିତ ମେଣ୍ଟ ଭାଙ୍ଗି କଂଗ୍ରେସ ଓ ଏନସିପି ସହିତ ମିଳିତ ସରକାର ଗଠନ କରିଥିଲା । ଏହାକୁ ଦେଶର ମେଣ୍ଟ ରାଜନୀତିରେ ଏକ ସ୍ୱତନ୍ତ୍ର ଚେହେରା ବୋଲି କୂୁୂହାଯାଉଛି । ଏହାରି ମଧ୍ୟରେ ମେଣ୍ଟ ସରକାରକୁ ଗୋଟିଏ ବର୍ଷ ପୁରଣ ହୋଇଛି । ଏହା ମଧ୍ୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ କଂଗ୍ରେସ ଓ ଶିବସେନା ମଧ୍ୟରେ ମତ ପାର୍ଥକ୍ୟ ଦେଖା ଦେଇଥିଲେ ବି ମେଣ୍ଟ ମଜଭୁତ ଥିବା ଭଳି ମନେ ହେଉଛି ।

କଙ୍ଗନା ଓ ଉଦ୍ଧବଙ୍କ ମଧ୍ୟରେ କଥା କଟା କଟି : ଅଭିନେତା ସୁଶାନ୍ତସିଂ ରାଜପୁତଙ୍କ ମୃତ୍ୟୁ ମାମଲାକୁ ନେଇ ମହାରାଷ୍ଟ୍ରରୁ ବିହାର ପର୍ଯ୍ୟନ୍ତ ରାଜନୀତି ସରଗରମ ହୋଇଥିଲା । ଏହାରି ମଧ୍ୟରେ ଅଭିନେତ୍ରୀ କଙ୍ଗନା ରାଣାୱତ ଓ ମହାରାଷ୍ଟ୍ର ଉଦ୍ଧବ ଠାକରେଙ୍କ ମଧ୍ୟରେ ବାକ୍ ଯୁଦ୍ଦ ସୀମା ଲଙ୍ଘିଥିଲା । ବିଏମସି ପକ୍ଷରୁ କଙ୍ଗନାଙ୍କ ଘର ଭାଙ୍ଗି ଦିଆଯାଇଥିଲା ।

from Kanak News
via <a href="https://ifttt.com/?

ବ୍ରିଟେନ ଫେରନ୍ତାଙ୍କ ଉପରେ ସ୍ୱାସ୍ଥ୍ୟ ବିଭାଗର ନଜର: ମୋଟ ୨୮୮ ଜଣଙ୍କ ମଧ୍ୟରୁ ୭ଜଣ କରୋନା ପଜିଟିଭ; ଏଯାଏଁ ଚିହ୍ନଟ ହୋଇନି ବ୍ରିଟେନ ଷ୍ଟ୍ରେନ

କନକ ବ୍ୟୁରୋ : ବିଟ୍ରେନରୁ ଫେରିଥିବା ଓଡ଼ିଶାର ୪ଜଣଙ୍କ ଠାରେ କରୋନା ଭୂତାଣୁ ଚିହ୍ନଟ ହୋଇଛି । ସେମାନଙ୍କ ସଂସ୍ପର୍ଶରେ ଆସି ଆଉ ୩ଜଣ ସମ୍ପକୀୟ ସଂକ୍ରମିତ ହୋଇଛନ୍ତି । ରାଜ୍ୟକୁ ମୋଟ ୧୮୮ଜଣ ବ୍ରିଟେନ ଫେରିଛନ୍ତି । ହେଲେ ରାଜ୍ୟରେ ବ୍ରିଟେନରେ ନୂଆ ଷ୍ଟ୍ରେନ ନାହିଁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ସଚିବ । ବ୍ରିଟେନରୁ ଓଡ଼ିଶା ଆସିଛନ୍ତି ୧୮୮ଜଣ । ସେଥିରୁ ୧୭୯ଜଣଙ୍କୁ ଚିହ୍ନଟ କରାଯାଇଛି । ତେବେ ୯ଜଣଙ୍କ ପରିଚୟ ସମ୍ପର୍କରେ ଏଯାଁଏ କୌଣସି ତଥ୍ୟ ସାମ୍ନାକୁ ଆସିନି ।

୧୬୦ଜଣଙ୍କ ନମୁନା ପରୀକ୍ଷା ହୋଇସାରିଛି । ଏନେଇ ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ନିରଂଜନ ମିଶ୍ର । ମୋଟ ବ୍ରିଟେନ ଫେରନ୍ତା ତାଙ୍କ ସମ୍ପର୍କୀୟଙ୍କର ୨୦୪ଜଣଙ୍କ ଆରଟିପିସିଆର ପରୀକ୍ଷା ହୋଇଛି । ବର୍ତମାନ ସୁଧା ୭ଜଣଙ୍କର ରିପୋର୍ଟ ପଜିଟିଭ ଆସିଛି । ସେଥିରୁ ବ୍ରିଟେନ ଫେରନ୍ତା ୪ଜଣ ଥିବା ବେଳେ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ୩ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି । ୬ଜଣଙ୍କର ଜିନମ ପରୀକ୍ଷା ପାଇଁ ପଠାଯାଇଛି ।

from Kanak News
via <a href="https://ifttt.com/?

ଖାଉଟୀଙ୍କ ଚିନ୍ତା ବଢ଼ାଉଛି ନକଲି ସାମଗ୍ରୀ : ଘିଅ, ମସଲା, ସସ୍ ଓ ସିମେଂଟ ପରେ ନକଲି ପନିର୍ ଜବତ ହେବା ଘଟଣାକୁ ନେଇ ଲୋକଙ୍କ ଭିତରେ ଭାଳେଣୀ

କନକ ବ୍ୟୁରୋ : ଲୋକଙ୍କ ପାଇଁ ଚିନ୍ତାରକାରଣ ପାଲଟିଛି ନକଲି ସାମଗ୍ରୀ । ଆଉ ଏହି ନକଲି ସାମଗ୍ରୀର ପେଣ୍ଠ ପାଲଟିଛି କଟକ ସହର । ନକଲି ଘିଅ, ନକଲି ମସଲା, ସସ୍ ଓ ସିମେଂଟ ପରେ ବିପୁଳ ପରିମାଣରେ ନକଲି ପନିର ଜବତ ହେବା ଖାଉଟିଙ୍କ ଚିନ୍ତା ବଢ଼ାଇ ଦେଇଛି । କଟକ ଓଏମ୍ପିରୁ କଲିକତା ଚାଲାଣ ହେଉଥିବା ଏହି ନକଲି ପନିର ଜବତ ହେବା ପରେ ଲୋକଙ୍କ ମଧ୍ୟରେ ଭାଲେଣୀ ପଡ଼ିଛି ।

ବଡ଼ କଥା ହେଉଛି, ଖାଦ୍ୟ ସାମଗ୍ରୀରେ ମିଶ୍ରଣ ହେଉଛି-ଡିଟରଜେଂଟ, ୟୁରିୟା ସାର, ସଲଫ୍ୟୁରିକ୍ ଏସିଡ୍, ଗ୍ଲେସରିନ୍, ମଇଦା ଓ ଅବ୍ୟବହୃତ କ୍ଷୀର । ଏହି ନକଲି ପନିର ସ୍ୱାସ୍ଥ୍ୟ ପାଇଁ ହାନିକାରଣ ହୋଇଥିବା ବେଳେ ମାରାତ୍ମକ ରୋଗରେ ପଡ଼ିବାର ଯଥେଷ୍ଟ ସଂଭାବନା ରହିଛି । ନିୟମିତ ଏଭଳି ପନିର ଖାଇଲେ, ହାର୍ଟ୍ ଏବଂ କିଡନୀ ସମେତ ପେଡ଼ ସମସ୍ୟା ଉପୁଜିବାର ଆଶଙ୍କା ରହିଛି ବୋଲି ବିଶେଷଜ୍ଞ କହୁଛନ୍ତି । ବାରମ୍ବାର ଏଭଳି ଗୋଟିଏ ପରେ ଗୋଟିଏ ନକଲି ସାମଗ୍ରୀ ଠାବ ହେଉଥିଲେ ସୁଦ୍ଧା କେମିତି ଏହି କଳାବଜାରୀ ବ୍ୟବସାୟୀମାନଙ୍କ ଉପରେ ଲଗାମ୍ ଲାଗି ପାରୁନାହିଁ, ତାକୁ ନେଇ ବଡ଼ ପ୍ରଶ୍ନ ଚିହ୍ନ ଛିଡ଼ା ହୋଇଛି ।

from Kanak News
via <a href="https://ifttt.com/?

ନିଖିଳ ଓଡିଶା ଓକିଲ ମହାସଂଘର ୪୯ତମ ବାର୍ଷିକ ଅଧିବେଶନ । ଯୋଗଦେଲେ ସମ୍ବାଦ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ । ହ୍ରାସ ପାଉଥିବା ସାମାଜିକ ଦାୟିତ୍ବ ନେବାକୁ ଓକିଲଙ୍କୁ ଆହ୍ବାନ

କନକ ବ୍ୟୁରୋ : ସ୍ୱାଧୀନତା ଆନ୍ଦୋଳନ କାଳରେ ଓକିଲମାନେ ସାମାଜିକ ଦାୟିତ୍ୱବୋଧତାକୁ ଗୁରୁତ୍ୱ ଦେଉଥିଲେ । ତାହା ହ୍ରାସ ପାଉଥିବାରୁ ସାମାଜିକ ଦାୟିତ୍ୱ ନେବାକୁ ଓକିଲମାନଙ୍କୁ ଆଗେଇ ଆସିବା ଦରକାର ବୋଲି ଆହ୍ୱାନ ଦେଇଛନ୍ତି ସମ୍ବାଦର ମୁଖ୍ୟ ସମ୍ପାଦକ ତଥା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ । ଜଟଣୀ ଟାଉନ୍ ହଲ୍ଠାରେ ଆୟୋଜିତ ନିଖିଳ ଓଡିଶା ଓକିଲ ମହାସଂଘର ୪୯ତମ ବାର୍ଷିକ ଅଧିବେସନରେ ଏହା କହିଛନ୍ତି ମୁଖ୍ୟବକ୍ତା ସୌମ୍ୟରଂଜନ ।

ଏହି ସମ୍ମିଳନୀରେ ଆଇନଜୀବୀ ସହାୟତା ପାଣ୍ଠିକୁ ୧୦ କୋଟିକୁ ବୃଦ୍ଧି, ଭୁବନେଶ୍ୱରରେ ହାଇକୋର୍ଟ ସର୍ଭିସ ବେଂଚ ସ୍ଥାପନ ଓ ଆଡଭୋକେଟ୍ ଏକାଡେମୀକୁ କାର୍ଯ୍ୟକାରୀ କରିବାକୁ ମଧ୍ୟ ମହାସଂଘ ପକ୍ଷରୁ ଦାବି କରାଯାଇଛି । ସଂଘର ସଭାପତି ଜ୍ଞାନରଂଜନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ରାଜ୍ୟସଭା ସାଂସଦ ସୁଜିତ କୁମାର. ଓଡିଶା ମାନବାଧିକାର କମିସନ ଅଧ୍ୟକ୍ଷ ଜଷ୍ଟିସ ବିକେ ପଟେଲ, ଖଣ୍ଡପଡା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ, ଜଟଣୀ ପୂର୍ବତନ ବିଧାୟକ ବିଭୂତି ବଳବନ୍ତରାୟ ପ୍ରମୁଖ ଉପସ୍ଥିତି ଥିଲେ । ଏହି ଦିନିକିଆ ସମ୍ମିଳନୀରେ ବହୁ ଆଇନଜୀବୀ ଉପସ୍ଥିତ ଥିଲେ ।

from Kanak News
via <a href="https://ifttt.com/?

କିଏ ହେବ କଂଗ୍ରେସ ସଭାପତି ? ମଙ୍ଗ ଧରିବାକୁ ଅମଙ୍ଗ ରାହୁଲ ଗାନ୍ଧି ।

କନକ ବ୍ୟୁରୋ : ଆଜକୁ ପ୍ରାୟ ୧୯ ମାସ ତଳେ ସାଧାରଣ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ୨୦୧୯ ମେ’ ମାସରେ ଦଳର ଅଧ୍ୟକ୍ଷ ପଦ ଛାଡ଼ିଥିବା ରାହୁଲ ଗାନ୍ଧି ପୁଣି ଥରେ ଦେଶର ଏହି ସବୁଠୁ ପୁରୁଣା ଦଳର ନେତୃତ୍ବ ନେବାକୁ ଆଗ୍ରହୀ ନଥିବା ଜାଣିବାକୁ ମିଳିଛି । ତେବେ ତାଙ୍କ ଚିନ୍ତାଧାରାରେ ପରିବର୍ତ୍ତନ ଆଣିବା ପାଇଁ ଉଦ୍ୟମ ଜାରି ରହିଛି ବୋଲି ତାଙ୍କ ନିକତଟମ ମହଲରୁ ଜଣାଯାଇଛି । ଗତ ରବିବାର ରାହୁଲ ହଠାତ୍‌ ବିଦେଶର କୌଣସି ଏକ ଅଜଣା ସ୍ଥାନକୁ ବିମାନ ଯାତ୍ରା କରିଛନ୍ତି । କଂଗ୍ରେସର ୧୩୬ ତମ ପ୍ରତିଷ୍ଠା ବାର୍ଷିକୀ ପାଳନର ଅବ୍ୟବହିତ ପୂର୍ବରୁ ଏବଂ ଦେଶରେ ସମ୍ପ୍ରତି ନୂତନ କୃଷି ଆଇନକୁ ବିରୋଧ କରି ଚାଷୀ ଆନ୍ଦୋଳନ ଚରମ ସୀମାରେ ପହଞ୍ଚିଥିବା ବେଳେ ରାହୁଲଙ୍କ ଏପରି ଅଜ୍ଞାତବାସ ଅନେକ ଦଳୀୟ ନେତା ତଥା କର୍ମୀମାନଙ୍କୁ ଦ୍ବନ୍ଦ୍ବରେ ପକାଇଛି ।

ଅପରପକ୍ଷେ, ଆସନ୍ତା ମାସରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ଥିବା ତାଙ୍କ ମାଆ ସୋନିଆ ଗାନ୍ଧିଙ୍କୁ ଅବ୍ୟାହତି ଦେଇ ଦଳର ଜଣେ ନୂତନ ସ୍ଥାୟୀ ଅଧ୍ୟକ୍ଷ ନିର୍ବାଚନ କରିବା ଯୋଜନା ରହିଥିବା ବେଳେ ଏହି ପଦବି ପାଇଁ ରାହୁଲ ଆଶାୟୀ ନଥିବା ତାଙ୍କ ହାବଭାବରୁ ନିକଟତମ ମହଲ ଅନୁମାନ କରୁଥିବା ଜଣାଯାଇଛି । ସୂଚନାଯୋଗ୍ୟ, କଂଗ୍ରେସର ୯୯.୯ ପ୍ରତିଶତ ଦଳୀୟ ନେତୃତ୍ବ ରାହୁଲଙ୍କୁ ପୁଣିଥରେ ମୁଖିଆ କରିବା ସପକ୍ଷରେ ଅଛନ୍ତି ବୋଲି ଚଳିତ ମାସରେ ଦଳର ମୁଖପାତ୍ର ରଣଦୀପ ସୁର୍ଜେଵାଲା ମନ୍ତବ୍ୟ ଦେଇଥିଲେ ।

from Kanak News
via <a href="https://ifttt.com/?

ଭିଜିଲାନ୍ସ ଜାଲରେ ପଂଚାୟତ କାର୍ଯ୍ୟନିବାର୍ହୀ ଅଧିକାରୀ : ବଲାଙ୍ଗୀର ପୁଇଁନ୍ତଳା ପଂଚାୟତ ପିଇଓଙ୍କ ଘର ସମେତ ବାସଭବନରେ ଚଢ଼ାଉ

କନକ ବ୍ୟୁରୋ : ପଂଚାୟତ କାର୍ଯ୍ୟନିବାର୍ହି ଅଧିକାରୀଙ୍କ ଘରେ ଭିଜିଲାନ୍ସର ଚଢ଼ାଉ । ଆୟବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ ରେଡ଼ କଲା ଭିଜିଲାନ୍ସ । ବଲାଙ୍ଗୀର ପୁଇଁନ୍ତଲା ବ୍ଲକ ପଂଚାୟତର ପିଇଓ ବିହାରିଲାଲ ବାରିକଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ । ଏକାକାଳୀନ ୨ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ ।

ଶାନ୍ତିପଡ଼ା ଘର, ପୁଇଁନ୍ତଳା ଅଫିସରେ ଚଢ଼ାଉ ହୋଇଛି । ଏହି ଚଢ଼ାଉରେ ବଲାଙ୍ଗୀର, ସମ୍ବଲପୁର, ସୋନପୁର ଏବଂ ବରଗଡ଼ ଜିଲ୍ଲାର ଭିଜିଲାନ୍ସ ଟିମ୍ ସାମିଲ ହୋଇଛନ୍ତି । ବିହାରିଲାଲ ବାରିକଙ୍କ ୨ ମହଲା କୋଠା, ଜମିବାଡ଼ି, ନଗଦ ଟଙ୍କା, ସୁନା ଅଳଙ୍କାରକୁ ନେଇ ଭିଜିଲାନ୍ସର ଖାନତଲାସୀ ଜାରି ରହିଛି ।

from Kanak News
via <a href="https://ifttt.com/?

ଟିମ୍ ଇଣ୍ଡିଆକୁ ଝଟକା । ଆହତ କାରଣରୁ ଟେଷ୍ଟ ଟିମରୁ ବାଦ୍ ପଡିଲେ ଉମେଶ ଯାଦବ ।

କନକ ବ୍ୟୁରୋ : ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟ ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ଲାଗିଛି ବଡ ଝଟକା । ଦ୍ରୁତତମ ବୋଲର ଉମେଶ ଯାଦବ ଅଷ୍ଟ୍ରେଲିଆ ସିରିଜରୁ ବାଦ୍ ପଡିଛନ୍ତି । ସିରିଜର ବାକି ଥିବା ଦୁଇଟି ମ୍ୟାଚ୍ ଖେଳିପାରିବେନି ଉମେଶ । ମିଳିଥିବା ସୂଚନା ଅନୁଯାୟୀ, ଉମେଶ ଯାଦବ ଭାରତ ପ୍ରତ୍ୟାବର୍ତ୍ତନ କରୁଛନ୍ତି ।

୩୩ବର୍ଷୀୟ ଉମେଶ ଯାଦବ, ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟେଷ୍ଟର ତୃତୀୟ ଦିନରେ ମ୍ୟାଚ୍ ଖେଳୁଥିବା ବେଳେ ଆହତ ହୋଇଥିଲେ ଉମେଶ । ତାଙ୍କ ଗୋଡର ମାଂଶପେଶୀ ଟାଣିହୋଇଯାଇଥିବା ବେଳେ ସେ ଛୋଟେଇ ଛୋଟେଇ ପଡିଆରୁ ପ୍ୟାଭିଲିୟନ୍ ଫେରିଥିଲେ ।

ପୂର୍ବରୁ ମହମ୍ମଦ ଶାମି ଏବଂ ଇଶାନ୍ତ ଶର୍ମା ଆହତ ହୋଇଥିବାରୁ ଚିନ୍ତାରେ ଥିଲା ଭାରତ । ଆଉ ଏବେ ଉମେଶ ଯାଦବଙ୍କ ଆହତର ଖବର ଦଳକୁ ଏକ ବଡ ଝଟକା ଦେଇଛି । ମେଲବର୍ଣ୍ଣ ଟେଷ୍ଟରେ ଅଷ୍ଟ୍ରେଲିଆକୁ ୮ ୱିକେଟରେ ମାତ୍ ଦେଇଥିଲା ଭାରତ । ଏବଂ ବର୍ତ୍ତମାନ ଏହି ଟେଷ୍ଟ ସିରିଜ୍ ୧-୧ରେ ବରାବର ରହିଛି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started