ନୂଆବର୍ଷ ପାଇଁ ନାଇଟ୍ କର୍ଫ୍ୟୁ : ଆଜି ଓ ଆସନ୍ତାକାଲି ରାତି ୧୧ଟାରୁ ସକାଳ ୬ଟା ଯାଏଁ କଟକଣା

କନକ ବ୍ୟୁରୋ : ଜିରୋ ନାଇଟ୍ ସେଲିବ୍ରେସନ ଓ ନୂଆ ବର୍ଷ ପାଳନକୁ ଦୃଷ୍ଟିରେ ରଖି ଦିଲ୍ଲୀରେ କଟକଣା ଜାରି ହୋଇଛି । ଆଜି ଓ ଆସନ୍ତାକାଲି ଦିଲ୍ଲୀ ପାଇଁ ନାଇଟ କର୍ଫ୍ୟୁ ଘୋଷଣା କରାଯାଇଛି । ରାତି ୧୧ଟାରୁ ସକାଳ ୬ଟା ଯାଏଁ ଏହି କଟକଣା ବଳବର୍ତର ରହିବ । ରାତି ୧୧ଟା ପରେ ନୂଆ ବର୍ଷ ପାଳନ ଏବଂ କୌଣସି ପ୍ରକାର ଜନଗହଳି ଉପରେ କଟକଣା ଲଗାଇଛନ୍ତି ଦିଲ୍ଲୀ ସରକାର ।

ସର୍ବସାଧାରଣ ସ୍ଥାନରେ ଲୋକମାନେ ଗହଳି ନକରିବାକୁ କୁହାଯାଇଛି । ୫ରୁ ଅଧିକ ଲୋକ ଏକାଠି ରୁଣ୍ଡ ହୋଇପାରିବେ ନାହିଁ । ଏନେଇ ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ପକ୍ଷରୁ ବିଧିବଧ ଭାବେ ନୋଟିସ କରାଯାଇଛି । ସେହିପରି ମୁମ୍ବାଇରେ ମଧ୍ୟ ସମାନ ଢ଼ଙ୍ଗରେ ନାଇଟ୍ କର୍ଫ୍ୟୁ ଲାଗୁ କରାଯାଇଛି । ନାଇଟ କର୍ଫ୍ୟୁକୁ ଦୃଷ୍ଟିରେ ରଖି ପୁଲିସ ପହଁରାକୁ କଡ଼ାକଡ଼ି କରାଯାଇଛି ।

from Kanak News
via <a href="https://ifttt.com/?

ନୂଆବର୍ଷରୁ ନୂଆ ନିୟମ….ଜାନୁଆରୀରୁ ବଦଳିଯିବ ୧୦ ବଡ଼ ନିୟମ । ଜାଣନ୍ତୁ ସାଧାରଣ ଜନତାଙ୍କ ଉପରେ କ’ଣ ପଡ଼ିବ ପ୍ରଭାବ

କନକ ବ୍ୟୁରୋ : ନୂଆବର୍ଷ ଆସିବା ସହ ନେଇଆସିଛି କିଛି ନୂଆ ନିୟମ । ମୋବାଇଲ୍, କାର୍ , ଟ୍ୟାକ୍ସ, କ୍ୟାସ ପେମେଣ୍ଟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଜିନିଷ ପାଇଁ ନୂଆ ନିୟମ ଲାଗୁ ହେବ । ଏହି ନିୟମ ସାଧାରଣ ଲୋକଙ୍କ ପକେଟ୍ ଉପରେ ବି ଭାରି ପଡିପାରେ । ତେବେ ଆପଣଙ୍କ ପାଇଁ ଉପଲବ୍ଧ ହେଉଥିବା ସେବାରେ ହିଁ ପରିବର୍ତ୍ତନ ଦେଖିବାକୁ ମିଳିବ । ଜାଣନ୍ତୁ କେଉଁ ସବୁ ନିୟମରେ ହେବ ପରିବର୍ତ୍ତନ ।

ମହଙ୍ଗା ହେବ କାର : ଜାନୁଆରୀ ୧ରୁ ବଢିବ କାରର ମୂଲ୍ୟ । କିଆ ମୋଟର୍ସ, ହୁଣ୍ଡାଇ ଏବଂ ମାରୁତି ସୁଜୁକି ସେମାନଙ୍କ ମଡେଲର ମୂଲ୍ୟ ବୃଦ୍ଧି କରିବେ ।

ଟୋଲପ୍ଲାଜାରେ ଫାସଟ୍ୟାଗ୍ ବାଧ୍ୟତାମୂଳକ : ଡିଜିଟାଲ ହେବ ଟୋଲପ୍ଲାଜା । ସମସ୍ତ ଚାରିଚକିଆ ଯାନରେ ଫାସଟ୍ୟାଗ୍ ଲଗାଇବା ବାଧ୍ୟତାମୂଳକ । ଜାତୀୟ ରାଜପଥର ଟୋଲ ପ୍ଲାଜାର ସବୁ ଲେନ୍ ଫାସଟ୍ୟାଗ୍ରେ ପରିଣତ ହେବ । ଫାସଟ୍ୟାଗ ଲାଗି ନଥିବା ଗାଡି ଗୁଡିକ ଯଦି ଏହି ଲେନ ଦେଇ ଯା’ ଆସ କରନ୍ତି ତାହାଲେ ସେମାନଙ୍କଠାରୁ ଦୁଇଗୁଣ ଶୁଳ୍କ ଆଦାୟ କରାଯିବ ।
ମ୍ୟୁଚୁଆଲ ଫଣ୍ଡରେ ନିବେଶରେ ନୂଆ ନିୟମ : ନିବେଶକଙ୍କ ହିତ ପାଇଁ ମାର୍କେଟ ନିୟାମକ ଝଋଈଓ ମ୍ୟୁଚୁଆଲ ଫଣ୍ଡରେ ନୂଆ ନିୟମ ଲାଗୁ କରିବ । ମଲଟିକ୍ୟାପ୍ ମ୍ୟୁଚୁଆଲ୍ ଫଣ୍ଡରେ ଝଋଈଓ ନିୟମ ପରିବର୍ତ୍ତନ କରିଛି । ନୂଆ ନିୟମ ଅନୁଯାୟୀ, ବର୍ତ୍ତମାନ ଇକ୍ୱିଟିରେ ୬୫ପ୍ରତିଶତ ପରିବର୍ତ୍ତେ ୭୫ପ୍ରତିଶତ ବିନିଯୋଗ କରିବାକୁ ପଡିବ । ମିଡକ୍ୟାପ୍ ଏବଂ ମଲଟିକ୍ୟାପରେ ୨୫-୨୫ପ୍ରତିଶତ ବିନିଯୋଗ କରିବାକୁ ପାଣ୍ଠି ଆବଶ୍ୟକ ହେବ ।

ୟୁପିଆଇ ଟ୍ରାଞ୍ଜାକସନ ପାଇଁ ଏକ୍ସଟ୍ରା ଚାର୍ଜ : ଦେଶବ୍ୟାପି ମହଙ୍ଗା ହେବ ଡିଜିଟାଲ ଟାଞ୍ଜାକସନ । ଆମାଜନ ପେ, ଫୋନ ପେ ଓ ଗୁଗୁଲ ପେରୁ ପେମେଂଟ କଲେ ଦେବାକୁ ପଡିବ ଅତିରିକ୍ତ ଟଙ୍କା । ଏଭଳି ନିଷ୍ପତ୍ତି ନେଇଛି ଏନସିପିଆଇ ।
ନମ୍ବର ଡାଏଲ ପୂର୍ବରୁ ‘ଜିରୋ’ ବାଧ୍ୟତାମୂଳକ : ଏଣିକି ୧୦ ବଦଳରେ ଆସିବ ୧୧ଅଙ୍କ ବିଶିଷ୍ଟ ନମ୍ବର । ଜନସଂଖ୍ୟା ବୃଦ୍ଧି ଯୋଗୁଁ ବୃଦ୍ଧି ପାଉଛି ମୋବାଇଲ୍ ସେବା । ଯାହାକୁ ନଜରରେ ରଖି ଏଭଳି ନିଷ୍ପତ୍ତି ନେଇଛି ଟ୍ରାଇ । ଏହା ବ୍ୟତୀତ ୨୦୨୧ରୁ ଲ୍ୟାଣ୍ଡଲାଇନରୁ ମୋବାଇଲକୁ କଲ୍ କରିବାକୁ ହେଲେ ନମ୍ବର ପୂର୍ବରୁ ‘ଜିରୋ’ ଡାଏଲ କରିବାକୁ ପଡିବ । ‘ଜିରୋ’ ବିନା ମୋବାଇଲକୁ ଲାଗିବନି କଲ୍ ।

ଜିଏସଟି ରିଟର୍ଣ୍ଣରେ ବଡ ପରିବର୍ତ୍ତନ : କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ଜିଏସଟି ପ୍ରକ୍ରିୟା ଆହୁରି ସରଳୀକୃତ ହେବ । ନୂଆ ନିୟମ ଅନୁଯାୟୀ, ଯାହାର ବାର୍ଷିକ ଆୟ ୫କୋଟି ଟଙ୍କା ପର୍ଯ୍ୟନ୍ତ ଥିବ ସେମାନଙ୍କୁ ବର୍ଷକୁ ୪ଟି ସେଲ୍ସ ରିଟର୍ଣ୍ଣ ଫାଇଲ୍ ଦାଖଲ କରିବାକୁ ପଡିବ ।

କମ୍ ପ୍ରିମିୟମରେ କରିପାରିବେ ଜୀବନ ବୀମା : ଜାନୁଆରୀ ୧ରୁ କମ୍ ମୂଲ୍ୟରେ ସରଳ ଜୀବନ ବୀମା କରିପାରିବେ । ଓଜଊଇଓ ଆରୋଗ୍ୟ ସଞ୍ଜିବନୀ ନାମକ ଷ୍ଟାଣ୍ଡାର୍ଡ ରେଗୁଲାର୍ ହେଲ୍ଥ ଇନ୍ସୁରାନ୍ସ ପଲିସିଞ୍ଚ ଏକ ଷ୍ଟାଣ୍ଡାର୍ଡ ଟର୍ମ ଲାଇଫ ଇନ୍ସୁରାନ୍ସ ଲଂଚ କରିଛି । ଏହି ନୂଆ ବୀମା ପଲିସିରେ ବୀମା କମ୍ପାନୀଗୁଡିକର ପଲିସିରେ କଭରର ସର୍ତ୍ତାବଳୀ ଏବଂ ରାଶିର ପରିମାଣ ସମାନ ହେବ ।

ବଦଳିବ ଚେକ୍ ପେମେଣ୍ଟ ନିୟମ : ବ୍ୟାଙ୍କ ଠକେଇ ରୋକିବା ଓ ଚେକ ପେମେଣ୍ଟକୁ ଅଧିକ ସୁରକ୍ଷିତ କରିବା ଲାଗି ଜଈଓ ତରଫରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ୫୦,୦୦୦ ଟଙ୍କା ବା ତା’ଠାରୁ ଅଧିକ ଆମାଉଂଟର ଚେକ ଉପରେ ପଜିଟିଭ୍ ପେ ,ସିଷ୍ଟମ ଲାଗୁ ହେବ । ଏହି ସିଷ୍ଟମରେ ଚେକ୍ ଈସୁ କରୁଥିବା ବ୍ୟକ୍ତିଙ୍କୁ ଏସଏମଏସ, ମୋବାଇଲ୍ ଆପ୍, ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ କିମ୍ବା ଏଟିଏମ୍ ମାଧ୍ୟମରେ ଚେକ୍ ବିଷୟରେ ବିବରଣୀ ଦେବାକୁ ପଡିବ । ଆରବିଆଇର ସୂଚନା ମୁତାବକ , ଏହି ସିଷ୍ଟମ ଖାତାଧାରୀଙ୍କ ପାଇଁ ବାଧ୍ୟତାମୂଳକ ନୁହେଁ, କିନ୍ତୁ ୫ ଲକ୍ଷ ବା ତାଠାରୁ ଅଧିକ ଆମାଉଂଟର ଚେକ୍ ପାଇଁ ବ୍ୟାଙ୍କ ଏହାକୁ ବାଧ୍ୟତାମୂଳକ କରିପାରିବେ ।

ବିଜୁଳି ସଂଯୋଗ ହେବ ଆହୁରି ସହଜ : କେବଳ ୭ଦିନ ଭିତରେ ମେଟ୍ରୋସିଟି ମାନଙ୍କରେ ମିଳିବ ନୂତନ ବିଜୁଳି ସଂଯୋଗ । ସେହିପରି ମ୍ୟୁନିସିପାଲଟି ଅଞ୍ଚଳରେ ୧୫ଦିନ ଭିତରେ ଏବଂ ଗ୍ରାମାଞ୍ଚଳରେ ମାସକ ମଧ୍ୟରେ ବିଜୁଳି ସଂଯୋଗ ଯୋଗାଇ ଦିଆଯିବ । ସଂଯୋଗ କାଟ, ପୁନଃ ସଂଯୋଗ, ମିଟର ବଦଳା, ବିଲିଂ, ପେମେଣ୍ଟ ଇତ୍ୟାଦି ସକାଶେ ବ୍ୟବସ୍ଥା କରାଯିବ । ନଗଦ ରାଶି, ଚେକ୍, ଡେବିଟ୍ କାର୍ଡ଼, ନେଟ୍ ବ୍ୟାଙ୍କିଙ୍ଗ୍ ଇତ୍ୟାଦି ମାଧ୍ୟମରେ ବିଲ୍ ପୈଠର ସୁବିଧା ରହିବ କିନ୍ତୁ ୧୦୦୦ ଟଙ୍କା କିମ୍ବା ତଦୁର୍ଦ୍ଧ୍ଵ ରାଶି କେବଳ ଅନଲାଇନରେ ହିଁ ପେମେଣ୍ଟ କରାଯିବ । ଏଥିରେ ବିଳମ୍ବ ଘଟିଲେ କମ୍ପାନୀକୁ ଜୋରିମାନା ଦେବାକୁ ପଡିବ ।

ମୋବାଇଲରେ ଚାଲିବନି ହ୍ୱାଟ୍ସଆପ୍ : ନୂଆବର୍ଷରୁ ବନ୍ଦ ହେବ ଲୋକପ୍ରିୟ ମେସେଜିଂ ଆପ ହ୍ୱାଟ୍ସଆପ୍ । କେତେକ ନିର୍ଦ୍ଦିଷ୍ଟ ଫୋନରେ ୧ଜାନୁଆରୀରୁ ହ୍ୱାଟ୍ସଆପ୍ ବନ୍ଦ ହେବା ନେଇ କମ୍ପାନି ସୂଚନା ଦେଇଛି । ଏହି ଫୋନ ଗୁଡିକରେ ଆଣ୍ଡ୍ରଏଡ୍ ଓ ଆଇଫୋନ୍ ସାମିଲ ଅଛି । ପୁରୁଣା ଭର୍ସନ ସଫ୍ଟୱେର ବିଶିଷ୍ଟ ଫୋନରେ ହ୍ୱାଟ୍ସଆପ୍ କାମ କରିବ ନାହିଁ । ଆଇଓଏସ୍ ୯ ଅପରେଟିଂ ସିଷ୍ଟମଠାରୁ ପୁରୁଣା ଭର୍ସନ ସ୍ମାର୍ଟଫୋନ ଏବଂ ଆଇଫୋନ ୪ କିମ୍ବା ଏହାଠୁ ପୁରୁଣା ଆଇଫୋନରେ ସପୋର୍ଟ କରିବନି ହ୍ୱାଟ୍ସଆପ୍ ।

from Kanak News
via <a href="https://ifttt.com/?

ଜିରୋ ନାଇଟ୍ ସେଲିବ୍ରେସନକୁ ନା’ : ରହିବ ପ୍ରଶାସନର ନଜର; ନିୟମ ଭାଙ୍ଗିଲେ କାର୍ଯ୍ୟାନୁଷ୍ଠାନ

କନକ ବ୍ୟୁରୋ : କରୋନା ସଂକ୍ରମଣ ଆଶଙ୍କାକୁ ଦୃଷ୍ଟିରେ ରଖି ସାରା ରାଜ୍ୟରେ ଜିରୋ ନାଇଟ୍ ସେଲିବ୍ରେସନ୍ ଉପରେ କଟକଣା ଜାରି କରିଛି ପ୍ରଶାସନ । ଏଥିପାଇଁ ବିଶେଷକରି ଦୈତନଗରୀ କଟକଳ ଭୁବନେଶ୍ୱରରେ କଡା ସୁରକ୍ଷା ବନ୍ଦୋବସ୍ତ କରିଛି କମିଶନରେଟ ପୁଲିସ । କଟକ ଏବଂ ଭୁବନେଶ୍ୱରରେ ଥିବା ହୋଟେଲ୍, ପବ୍, ମଣ୍ଡପ ଏବଂ ବାର ଗୁଡିକ ପୁଲିସ ସ୍କାନରରେ ରହିବ ।

ଏହି ସବୁ ସ୍ଥାନରେ ଜିରୋ ନାଇଟ୍କୁ ବ୍ୟାନ୍ କରାଯାଇଥିବା ବେଳେ ଗୋଟିଏ ଜାଗାରେ ଯେପରି ଗହଳି କିମ୍ବା ସେଲିବ୍ରେସନ୍ ନହୁଏ ତା’ ଉପରେ କଡା ନଜର ରହିବ । ଟ୍ୱିନ୍ ସିଟିରେ ଥିବା ସମସ୍ତ ଥାନା ଗୁଡିକୁ ଏଥିପାଇଁ ଆଲର୍ଟ ରହିବା ପାଇଁ ପୁଲିସ କମିଶନର ନିର୍ଦେଶ ଦେଇଛନ୍ତି । ମଦୁଆ ଗାଡ଼ି ଚାଳକଙ୍କୁୁ ସାବାଡ କରିବା ପାଇଁ ବିଭିନ୍ନ ଛକରେ ପାଟ୍ରୋଲିଂ ଏବଂ ନାକାବନ୍ଦୀ କରାଯିବ । ପାଟ୍ରୋଲିଂ ଦାୟିତ୍ୱରେ ଆଇଆଇସି, ଏସିପି, ଆଡିସନାଲ ଡିସିପି, ଡିସିପି ରହିବେ । ନିୟମ ଖିଲାପକାରୀ ବିରୋଧରେ ଘଟଣାସ୍ଥଳରେ ହିଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

– ଭୁବନେଶ୍ୱରରେ ପାଖାପାଖି ୨୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ ।
– ହୋଟେଲ ଏବଂ କ୍ଲବ ଗୁଡିକରେ ସରପ୍ରାଇଜ୍ ଚେକିଂ କରାଯିବ ।
– ୩୧ ତାରିଖ ବିଳମ୍ବିତ ରାତି ପର୍ଯ୍ୟନ୍ତ ପାଟ୍ରୋଲିଂକୁ କଡାକଡି କରାଯାଇଛି ।
– କଟକରେ ୩୧ ତାରିଖ ଏବଂ ୧ ତାରିଖରେ ୨୫ପ୍ଲାଟୁନ ଫୋର୍ସ ସୁରକ୍ଷା ଦାୟିତ୍ୱରେ ରହିବେ ।
– ୪୦ ଅଫିସର ପୁରା ବ୍ୟବସ୍ଥାକୁ ଅନୁଧ୍ୟାନ କରିବେ
– ରାସ୍ତା ଉପରେ ଲୋକେ କିପରି ଏକାଠି ନ ହେବେ, ନଜର ରଖିବେ ଥାନା ଅଧିରାରୀ
– ଗଳିକନ୍ଦିରେ ମୁତୟନ ହେବ ପିସିଆର ଭ୍ୟାନ

from Kanak News
via <a href="https://ifttt.com/?

ମାଲକାନଗିରିରେ ଝୁଲନ୍ତା ଅବସ୍ଥାରେ ୨ମୃତଦେହ ଠାବ : ମନ୍ଦିରରେ ବିବାହ ପରେ ଆତ୍ମହତ୍ୟା କରିଥିବା ଆଶଙ୍କା

କନକ ବ୍ୟୁରୋ : ମାଲକାନଗିରିରେ ଝୁଲନ୍ତା ଅବସ୍ଥାରେ ୨ମୃତଦେହ ଠାବ । ମନ୍ଦିରରେ ବିବାହ ପରେ ଆତ୍ମହତ୍ୟା କରିଥିବା ଆଶଙ୍କା । ମନ୍ଦିରରେ ନିକଟରେ ଥିବା ବରଗଛରେ ଦୁହିଁଙ୍କ ମୃତ ଦେହ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି । ମାଲକାନଗିରି ସଦର ମହକୁମା ଜବରଖଲ କଲୋନୀରେ ଦେଖିବାକୁ ମିଳିଛି ଏହି ଘଟଣା । ଉଭୟ ନାବାଳକ ଓ ନାବାଳିକା ଥିବା ସୂଚନା ରହିଛି । ଘଟଣା ସ୍ଥଳରେ ମାଲକାନଗିରି ପୁଲିସ୍ ପହଂଚି ମୃତ ଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । କ’ଣ ପାଇଁ ଦୁହେଁ ଆତ୍ମହତ୍ୟା କଲେ ସେନେଇ ଛାନବିନ୍ ଆରମ୍ଭ କରିଛି ପୋଲିସ ।

from Kanak News
via <a href="https://ifttt.com/?

ପୁଣି ଶନିବାର ସରକାରୀ ଛୁଟି : ଦ୍ବୈତନଗରୀରେ ୭୫% ଉପସ୍ଥାନ; ଭର୍ଚୁଆଲ୍‌ ମାଧ୍ୟମରେ ନୂଆ ବର୍ଷର ଶୁଭେଚ୍ଛା ଜଣାଇବାକୁ ପରାମର୍ଶ

କନକ ବ୍ୟୁରୋ : ଜାନୁଆରି ମାସରେ ରାଜ୍ୟସାରା ସରକାରୀ ଅଫିସ୍‌ ସବୁ ଶନିବାର ବନ୍ଦ ରହିବ। ପୂର୍ବ ମାସ ପରି ଜାନୁଆରିରେ ବି ଭୁବନେଶ୍ବର-କଟକରେ ୭୫% କର୍ମଚାରୀରେ ସରକାରୀ ଅଫିସ୍‌ ଚାଲିବ। ସମସ୍ତ ପ୍ରଶାସନିକ ବିଭାଗ ଓ ନିର୍ଦ୍ଦେଶାଳୟ ପାଇଁ ମଧ୍ୟ ଏହା ଲାଗୁ ହୋଇଛି। ଆଜି ଏ ସମ୍ପର୍କରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି ।

ରାଜ୍ୟରେ କୋଭିଡ୍‌ ସଂକ୍ରମଣ ନିୟନ୍ତ୍ରଣରେ ଅଛି ବୋଲି ସରକାର ଦାବି କରୁଥିଲା ବେଳେ ସବୁ ଶନିବାର ସରକାରୀ ଅଫିସ୍‌ ଛୁଟି ପଛରେ କି ଯୁକ୍ତି ରହିଛି, ତାହାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ସେହିପରି କେବଳ ଭୁବନେଶ୍ବର-କଟକରେ ୭୫% କର୍ମଚାରୀଙ୍କୁ ନେଇ କାହିଁକି ସରକାରୀ ଅଫିସ୍‌ ଚାଲିବ, ତାହାର କାରଣ ବି କେହି ଜାଣି ପାରୁ ନାହାନ୍ତି ।

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ପୁଲିସ୍‌, ଅଗ୍ନିଶମ, ସ୍ବାସ୍ଥ୍ୟ ସେବା, ପୌର ସେବା ଆଦି ଅତ୍ୟାବଶ୍ୟକ ସେବା ଯୋଗାଉଥିବା କାର୍ଯ୍ୟାଳୟଗୁଡ଼ିକ ଶତ ପ୍ରତିଶତ କର୍ମଚାରୀରେ କାର୍ଯ୍ୟ କରିବେ। ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ଯେପରି କୋଭିଡ୍‌ ସଂକ୍ରମଣ ନ ବ୍ୟାପେ, ତାହାକୁ ନଜରରେ ରଖି ପୂର୍ବରୁ ଜାରି ହୋଇଥିବା ଗାଇଡ୍‌ଲାଇନ୍‌କୁ ପାଳନ କରିବା ପାଇଁ କାର୍ଯ୍ୟାଳୟର ମୁଖ୍ୟମାନେ ପଦ‌େକ୍ଷପ ନେବେ ।

ନୂଆ ବର୍ଷରେ ସରକାରୀ କାର୍ଯ୍ୟାଳୟଗୁଡ଼ିକରେ କର୍ମଚାରୀମାନେ ନିଜ ସହକର୍ମୀ ଓ ବରିଷ୍ଠମାନଙ୍କୁ ନୂଆ ବର୍ଷରେ ଶୁଭେଚ୍ଛା ଜଣାଇବା ପାଇଁ ଭିଡ଼ ନ କରିବାକୁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। କୋଭିଡ୍‌ ସଂକ୍ରମଣ ରୋକିବାକୁ ଶାରୀରିକ ଦୂରତା ନିୟମ ଗୁରୁତ୍ବପୂର୍ଣ୍ଣ ହୋଇଥିବାରୁ ତାହାକୁ ପାଳନ କରିବାକୁ କର୍ମଚାରୀମାନଙ୍କୁ କୁହାଯାଇଛି। ନୂଆ ବର୍ଷର ଶୁଭେଚ୍ଛା ଜଣାଇବା ପାଇଁ ଭର୍ଚୁଆଲ୍‌ ମାଧ୍ୟମକୁ ଆପଣାଇବା ପାଇଁ କୁହାଯାଇଛି ।

from Kanak News
via <a href="https://ifttt.com/?

ଟେକ୍ନୋଲୋଜି ପ୍ରୟୋଗରେ ବଢିପାରିବ ରାଜ୍ୟରେ ଶିକ୍ଷାର ମାନ : ଯୁବ ଇଂଜିନିଅର ଛାତ୍ରଙ୍କ ନିଆରା ଉଦ୍ୟମ ; ପାଠପଢା ଡଟ୍ ଇନ୍ ଜରିଆରେ ମାଗଣାରେ ଦେଉଛନ୍ତି ପ୍ରଶିକ୍ଷଣ

କନକ ବ୍ୟୁରୋ : ରାଜ୍ୟର ଶିକ୍ଷାର ବିକାଶ କ୍ଷେତ୍ରରେ କିଭଳି ଟେକ୍ନୋଲଜିର ପ୍ରୟୋଗ ହୋଇପାରିବ ସେହି ମର୍ମରେ ଜଣେ ଯୁବ ଇଂଜିନିଅର ଛାତ୍ରଙ୍କ ସୃଷ୍ଟି ହେଉଛି ପାଠପଢା ଡଟ୍ ଇନ୍ । ଏହି ଛାତ୍ର ଜଣକ ହେଉଛନ୍ତି ରାଉରକେଲାର ଭବତୋଷ ମହନ୍ତ ଏବଂ ସେ ବର୍ତମାନ ଭୁବନେଶ୍ୱର ସ୍ଥିତି ଟ୍ରିପଲ ଆଇଟିରେ ଇଂଜିନିଅରିଂ ପଢୁଛନ୍ତି । ପ୍ରଗତିଶୀଳ ଦୁନିଆରେ ଟେକ୍ନୋଲଜି ମାଧ୍ୟମରେ ପିଲାଙ୍କ ପାଠପଢାଇବାକୁ ସେ ସଂକଳ୍ପବଦ୍ଧ ଥିବା କହିଛନ୍ତି । ଭବତୋଷଙ୍କ ମତରେ ଇ-ପାଠ ପଢାକୁ ଗୁରୁତ୍ୱ ଦେଲେ ଆଗକୁ ଶିକ୍ଷାକ୍ଷେତ୍ରରେ ଓଡିଶା ଅଗ୍ରଣୀ ଭୂମିକା ନେଇ ପାରିବ ।

ଭବତୋଷଙ୍କ ପାଠପଢା ଡଟ୍ ଇନ୍ ସାଇଟ୍ରେ ବିନା ମୂଲ୍ୟରେ ୨୪ ଘଂଟା ଆଗ୍ରହୀ ପିଲାମାନେ କୋଡିଂ, କମ୍ପ୍ୟୁଟର ଲାଂଗୁଏଜ୍, ରୋବୋଟିକ୍ସ, କ୍ୟାରିଅର କାଉନସେଲିଂ ଆଦି ପାଇପାରିବେ । ତାଙ୍କର ଏହି ଉଦ୍ୟମକୁ ବହୁ ବର୍ଗରୁ ଛୁଟିଛି ପ୍ରଶଂସାର ସୁଅ । ବରିଷ୍ଠ ପ୍ରଶାସନିକ ଅଧିକାର ଅରବିନ୍ଦ ପାଢୀ, କନକ ନ୍ୟୁଜ୍ ଏଡିଟର ମନୋରଂଜନ ମିଶ୍ର ପ୍ରମୁଖ ଓଡିଆ ପୁଅଙ୍କ ଏହି ଉଦ୍ୟମକୁ ସାଧୁବାଦ ଜଣାଇ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି । ବର୍ତମାନ ଛତିଶଗଡର ଭିଲାଇରେ ରହୁଥିବା ଓଡିଆ ପୁଅ ଭବତୋଷ ଆଗାମୀ ଦିନରେ ଏକାଧି ପ୍ରକଳ୍ପ କରିବାର ଲକ୍ଷ୍ୟ ରଖିଛନ୍ତି ।

from Kanak News
via <a href="https://ifttt.com/?

ପିଏ ମୃତ୍ୟୁ ମାମଲାରେ ଛନ୍ଦି ହୋଇଥିବା ଆଇଏଏସ ବାବୁଙ୍କୁ ସରକାରଙ୍କ ପୁରସ୍କାର : ପୂର୍ବତନ ମାଲକାନଗିରି ଜିଲ୍ଲାପାଳଙ୍କୁ ପଦୋନ୍ନତି 

କନକ ବ୍ୟୁରୋ : ରାଜ୍ୟରେ ଆଇଏଏସ ସ୍ତରରେ ପଦୋନ୍ନତି ଦିଆଯାଇଛି । ଏହି କ୍ରମରେ ମାଲକାନଗିରିର ପୂର୍ବତନ ଜିଲ୍ଲାପାଳ ଆଇଏଏସ ମନୀଷ ଅଗ୍ରୱାଲଙ୍କୁ ରାଜ୍ୟ ସରକାର ପଦୋନ୍ନତି ଦେଇଛନ୍ତି । ଇଏ ହେଉଛନ୍ତି ସେହି ମନିଷ ଅଗ୍ରୱାଲ, ଯିଏ ମାଲକାନଗିରି ଜିଲ୍ଲାପାଳ ଥିବା ସମୟରେ ତାଙ୍କ ବ୍ୟକ୍ତିଗତ ସହାୟକଙ୍କ ମୃତ୍ୟୁ ଘଟଣାରେ ଛନ୍ଦି ହୋଇଯାଇଥିଲେ । ବ୍ୟକ୍ତିଗତ ସହାୟକଙ୍କ ପରିବାର ଲୋକେ ତାଙ୍କ ନାଁରେ ହତ୍ୟା ଘଟଣାରେ ସମ୍ପୃକ୍ତି ଅଭିଯୋଗ ଆଣିଥିଲେ । ପରେ ମନିଷ ଅଗ୍ରୱାଲଙ୍କର ଅନ୍ୟତ୍ର ବଦଳି ମଧ୍ୟ ହୋଇଥିଲା ।

ଏବେ ରାଜ୍ୟ ସରକାର ତାଙ୍କୁ ପଦୋନ୍ନତି ଦେଇ ପୁରଷ୍କୃତ କରିଛନ୍ତି । ଆଇଏଏସ୍ ମନୀଷ ଅଗ୍ରୱାଲଙ୍କର ଯୋଜନା ଓ ସମନ୍ୱୟ ବିଭାଗର ଯୁଗ୍ମ ସଚିବ ପଦକୁ ପଦୋନ୍ନତି ହୋଇଛି । ସେହିପରି ଆଇଏଏସ୍ ସଂଜୀବ ଚୋପ୍ରାଙ୍କୁ ଗୃହ ବିଭାଗର ଅତିରିକ୍ତ ପ୍ରମୁଖ ସଚିବ ପଦକୁ ପଦୋନ୍ନତି ମିଳିଛିି । ନିଜ ପୁରୁଣା ଦାୟିତ୍ୱ ସହିତ ସଂଜୀବ ଚୋପ୍ରା ନୂଆ ଦାୟିତ୍ୱ ମଧ୍ୟ ତୁଲାଇବେ । ସେହିପରି ଆଇଏଏସ୍ ଭୀନିତ ଭରଦ୍ୱାଜ, ଡକ୍ଟର ପୋମା ଟୁଡୁ , ସ୍ମୃତି ରଂଜନ ପ୍ରଧାନ, ଅନୁପମ ଶାହା, ନିଖିଲ ପବନ କଲ୍ୟାଣ  ଏବଂ ଆଇଏଏସ୍ ସିଦ୍ଧାର୍ଥ ଦାସଙ୍କୁ ମଧ୍ୟ ପଦୋନ୍ନତି ମିଳିଛି । ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି ।

from Kanak News
via <a href="https://ifttt.com/?

ବର୍ଷ ୨୦୨୦ର ଶେଷ ସୂର୍ଯ୍ୟୋଦୟ : ନୂଆ ସଂଭାବନା ନେଇ ଆସିବ ୨୦୨୧; ଚନ୍ଦ୍ରଭାଗା କୂଳରେ ବର୍ଷର ଶେଷ ସୂର୍ଯ୍ୟୋଦୟ ଦେଖିଲେ ଲୋକେ

କନକ ବ୍ୟୁରୋ : ଚଳିତ ବର୍ଷର ଶେଷ ସୂର୍ଯ୍ୟୋଦୟ । କୋଣାର୍କ ଚନ୍ଦ୍ରଭାଗା, ପୁରୀ ନିକଟରୁ କ୍ୟାମେରାରେ କଏଦ ହୋଇଛି ୨୦୨୦ର ଶେଷ ସୂର୍ଯ୍ୟୋଦୟ । ଫର୍ଚ୍ଚା ଆକାଶରେ କଅଁଳ ସୂର୍ଯ୍ୟର ଉଦୟ ଦୃଶ୍ୟ ବେଶ ମନୋରମ । ବର୍ଷର ଶେଷ ସୂର୍ଯ୍ୟୋଦୟକୁ ଦେଖିବା ପାଇଁ ଚନ୍ଦ୍ରଭାଗାକୂଳ, ପୁରୀ ସମୁଦ୍ର କୂଳରେ ପର୍ଯ୍ୟଟକଙ୍କ ଭିଡ ଜମିଛି । ଉଦୟ ସୂର୍ଯର ଅରୁଣିମା ସମୁଦ୍ରରେ ପ୍ରତିବିମ୍ବ ସୃଷ୍ଟି କରି ପର୍ଯ୍ୟଟକଙ୍କ ମନ ମୋହୁଛି । ଶାନ୍ତ, ଶୀତଳ ପରିବେଶରେ ବିଦାୟୀ ବର୍ଷର ସୂର୍ଯ୍ୟୋଦୟ ଦେଖିବାକୁ ପର୍ଯ୍ୟଟକ ଭିଡ ଜମାଇଛନ୍ତି ।

ସେପଟେ, ଜିରୋ ନାଇଟ ସେଲିବ୍ରେସନ ଉପରେ କଟକଣା ଲାଗିଥିବାରୁ ଟୁଇନ ସିଟି ଉପରେ କଡା ନଜର ରଖିବ ପୋଲିସ ସ୍କ୍ୱାର୍ଡ ।
– ଭୁବନେଶ୍ୱରରେ ପାଖାପାଖି ୨୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ ।
– ହୋଟେଲ ଏବଂ କ୍ଲବ ଗୁଡିକରେ ସରପ୍ରାଇଜ୍ ଚେକିଂ କରାଯିବ ।
– ୩୧ ତାରିଖ ବିଳମ୍ବିତ ରାତି ପର୍ଯ୍ୟନ୍ତ ପାଟ୍ରୋଲିଂକୁ କଡାକଡି କରାଯାଇଛି ।
– କଟକରେ ୩୧ ତାରିଖ ଏବଂ ୧ ତାରିଖରେ ୨୫ପ୍ଲାଟୁନ ଫୋର୍ସ ସୁରକ୍ଷା ଦାୟିତ୍ୱରେ ରହିବେ ।
– ୪୦ ଅଫିସର ପୁରା ବ୍ୟବସ୍ଥାକୁ ଅନୁଧ୍ୟାନ କରିବେ
– ରାସ୍ତା ଉପରେ ଲୋକେ କିପରି ଏକାଠି ନ ହେବେ, ନଜର ରଖିବେ ଥାନା ଅଧିରାରୀ
– ଗଳିକନ୍ଦିରେ ମୁତୟନ ହେବ ପିସିଆର ଭ୍ୟାନ

 

from Kanak News
via <a href="https://ifttt.com/?

ସିବିଏସ୍ଇ ପରୀକ୍ଷା ନେଇ ଆଜି କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା ସମ୍ଭାବନା : ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ନେଇ ଘୋଷଣା ହେବ ତାରିଖ !

କନକ ବ୍ୟୁରୋ : ସିବିଏସ୍ଇ ବୋର୍ଡ ପରୀକ୍ଷା ନେଇ ଆଜି ଘୋଷଣା ହେବ ତାରିଖ । ଏନେଇ ପୂର୍ବରୁ ଟ୍ୱିଟ୍ କରି ସୂଚନା ଦେଇଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ୍ । ଆଜି ଦିନ ୧୧ଟାରେ କେନ୍ଦ୍ରମନ୍ତ୍ରୀ ସୋସିଆଲ ମିଡ଼ିଆରେ ସିଧାସଳଖ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ସହ ଚର୍ଚ୍ଚା କରିବେ ।

ତେବେ ଟ୍ୱିଟ୍ କରି କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି- ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଏବଂ ଅଭିଭାବକଙ୍କ ଚିନ୍ତା ଦୂର ହେଲା ଭଳି ନିଷ୍ପତି ନିଆଯିବ । ତେଣୁ ଏନେଇ ଉଭୟ ଛାତ୍ରଛାତ୍ରୀ ଓ ଅଭିଭାବକ ବିଚଳିତ ନହେବାକୁ ଶିକ୍ଷାମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ତେବେ ଅନଲାଇନ୍ ପରୀକ୍ଷା ବଦଳରେ ଅଫଲାଇନ୍ ପରୀକ୍ଷା କରିବା ସପକ୍ଷରେ ପୂର୍ବରୁ ସୂଚନା ଦିଆଯାଇଥିଲା ।

from Kanak News
via <a href="https://ifttt.com/?

କରୋନାର ବ୍ରିଟେନ୍ ଷ୍ଟ୍ରେନ୍କୁ ନେଇ ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକଙ୍କ ବଡ଼ ବୟାନ : ରଣଦୀପ ଗୁଲେରିଆ କହିଲେ,୭୦% ଅଧିକ ସଂକ୍ରମଣ ନୂଆ ଭୁତାଣୁ

କନକ ବ୍ୟୁରୋ : ଦେଶରେ ଚିନ୍ତା ବଢ଼ାଉଛି ବ୍ରିଟେନର ନୂଆ ଷ୍ଟ୍ରେନ । ନୂଆ ଷ୍ଟ୍ରେନର ୨୦ ମାମଲା ସାମ୍ନାକୁ ଆସିଛି । ଏଥିରେ ଦେଶରେ ସଂକ୍ରମଣ ଦ୍ର୍ରୁତ ଗତିରେ ବଢ଼ିବାର ଆଶଙ୍କା କରାଯାଉଛି । ଏହାରି ଭିତରେ ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆଙ୍କ ବୟାନ ଚିନ୍ତାକୁ ଦୁଇଗୁଣ ବଢ଼ାଇ ଦେଇଛି । ଗୁଲେରିଆ କହିଛନ୍ତି ନୂଆ ଷ୍ଟ୍ରେନ ବହୁତ ସଂକ୍ରାମକ, ଅଧିକ ସାବଧାନ ଅବଲମ୍ବନ କରିବାକୁ ପଡ଼ିବ । ନୂଆ ଷ୍ଟ୍ରେନ ପାଇଁ ଭାରତକୁ ପୂର୍ବ ଅପେକ୍ଷା ଅଧିକ ସତର୍କ ରହିବାକୁ ପଡ଼ିବ । ଯାହା ପାଇଁ ସରକାର ମଧ୍ୟ ପୂର୍ବରୁ ପ୍ରସ୍ତୁତ ହେଉଛନ୍ତି ।

ବ୍ରିଟେନରୁ ଆସୁଥିବା ସମସ୍ତ ବିମାନଙ୍କୁ ରଦ୍ଦ କରିବା ସହ ଅନେକ ପଦକ୍ଷେପ ନେଇଛନ୍ତି । ଏପରିକି ଗୁଲେରିଆ କହିଛନ୍ତି କରୋନା ଭୂତାଣୁ ବିଶ୍ୱର ଅନେକ ସ୍ଥାନରେ ନିଜ ରୁପ ବଦଳାଇଛି । ବ୍ରିଟେନ କରୋନ ଭୂତାଣୁର ନୂଆ ଷ୍ଟ୍ରେନ ଅଧିକ ସଂକ୍ରାମକ ଥିବା ବେଳେ ଏହା ଦୃତ୍ର ଗତିରେ ବଢ଼ୁଛି । ଯଦି ଦେଶରେ ନୂଆ ଷ୍ଟ୍ରେନ ଦ୍ର୍ରୁତ ଗତିରେ ବଢ଼େ ତେବେ ଏହା ଉପରେ ବଡ଼ ପଦକ୍ଷେପ ନେବାକୁ ପଡ଼ିବ । ଏହା ସହ ସେ କହିଛନ୍ତି ଏବେ ଭାରତରେ କରୋନାକୁ ନେଇ ସ୍ଥିତି ବହୁତ ଭଲ ରହିଛି । ଦୈନିକ ସଂକ୍ରମକ ମାମଲା ମଧ୍ୟ କମିଛି । କରୋନାରେ ସୁସ୍ଥ ସଂଖ୍ୟା ବଢ଼ିଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ପୂର୍ବ ଅପେକ୍ଷା କମିଛି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started