ଫିକା ପଡିଲା ନୂଆ ବର୍ଷ । ଜାଣନ୍ତୁ, ଡିସେମ୍ବର ୩୧, ଜାନୁଆରୀ ୧ରେ କାହା ଉପରେ ଲାଗିଲା କଟକଣା?

କନକ ବ୍ୟୁରୋ : ଦିନକ ପରେ ୨୦୨୦ ମସିହା ବିଦାୟ ନେବ। ନୂଆବର୍ଷ ଆସିବାର ଦିନକ ପୂର୍ବରୁ ରାଜ୍ୟ ସରକାର ଜାନୁଆରି ମାସ ପାଇଁ ଗାଇଡଲାଇନ୍ ଜାରି କରିଛନ୍ତି। ସ୍ବତନ୍ତ୍ର ରିଲିଫ୍ କମିସନରଙ୍କ କାର୍ୟ୍ୟାଳୟ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ ସାରା ରାଜ୍ୟରେ ଏଥର ଜିରୋ ନାଇଟ୍ ପାଳନ ଉପରେ କଟକଣା ଜାରି କରାଯାଇଛି। ରାଜ୍ୟରେ କରୋନାର ନୂଆ ଷ୍ଟ୍ରେନର ସଂକ୍ରମଣକୁ ରୋକିବା ଲାଗି ଏପରି ପଦକ୍ଷେପ ଗ୍ରହଣ କରାଯାଇଛି।

ତେବେ ଏଥିପାଇଁ ଡିସେମ୍ବର ୩୧, ଜାନୁଆରୀ ୧ ତାରିଖରେ କଟକଣା ଜାରି ହୋଇଛି । କଟକଣା ଉଲ୍ଲଘଂନ କଲେ ମହାମାରୀ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ତେବେ ଜାଣନ୍ତୁ କାହା ଉପରେ ଲାଗିଛି କଟକଣା ।
ସର୍ବସାଧାରଣ ସ୍ଥାନରେ ଗହଳି ହୋଇପାରିବ ନାହିଁ ।

ହୋଟେଲ ଓ ରେଷ୍ଟୁରାଣ୍ଟରେ ଗହଳି ଉପରେ କଟକଣା ।
କ୍ଲବ ଓ ପାର୍କରେ ମଧ୍ୟ ଭିଡରେ ଉପରେ କଟକଣା ଲଗାଇଲେ ସରକାର ।
କନଭେନସନ ହଲ ଓ କଲ୍ୟାଣ ମଣ୍ଡପେର ହେବନି ଗହଳି ।
ଜିରୋ ନାଇଟ ସେଲିବ୍ରେସନକୁ ମନା କଲେ ରାଜ୍ୟ ସରକାର ।

ସେହିପରି ରାଜ୍ୟରେ ଜାନୁଆରୀ ମାସ ପାଇଁ ସରକାର ଗାଇଡଲାଇନ ଜାରି କରିଛନ୍ତି । ରାଜ୍ୟରେ ଜାନୁଆରୀ ମାସରୁ ଖୋଲିବ ସିନେମା ହଲ । ଏହାସହ ଯାତ୍ରା ଚାଲିବ ନାହିଁ ସେନେଇ ସ୍ଥାନୀୟ ପ୍ରଶାସନ ନିଷ୍ପତ୍ତି ନେବ ବୋଲି କହିଛନ୍ତି ସରକାର । ସେହିପରି ସ୍କୁଲ ଖୋଲିବା ନିଷ୍ପତ୍ତି ଗଣଶିକ୍ଷା ବିବାଗ ଉପରେ ରହିଛି ।

from Kanak News
via <a href="https://ifttt.com/?

ନୂଆ ବର୍ଷ ପାଇଁ ନୂଆ ଗାଇଡଲାଇନ । ରାଜ୍ୟରେ ଖୋଲିବ ସିନେମା ହଲ । ୫୦ ପ୍ରତିଶତ ସିଟରେ ବସି ପାରିବେ ଦର୍ଶକ । 

କନକ ବ୍ୟୁରୋ : ଜାନୁଆରୀ ମାସ ପାଇଁ ଗାଇଡଲାଇନ ଜାରି କଲେ ରାଜ୍ୟ ସରକାର । ଜାନୁଆରୀ ମାସରେ ରାଜ୍ୟରେ ଖୋଲିବ ସିନେମା ହଲ ଓ ଥିଏଟର । ୫୦ ପ୍ରତିଶତ ସିଟରେ ବସି ପାରିବେ ଦର୍ଶକ । କେନ୍ଦ୍ର ସରକାରଙ୍କ ଏସଓପି ଆଧାରରେ ରାଜ୍ୟରେ ଖୋଲିବ ସିନେମା ହଲ । ହେଲେ ଜାନୁଆରୀ ଡିସେମ୍ବର ୩୧ ଓ ୧ ତାରିଖରେ କଟକଣା ଲାଗୁ ହେବ ।

ଜାନୁଆରୀ ୩୧ ଯାଏଁ ଅଙ୍ଗନୱାଡି କେନ୍ଦ୍ର ବନ୍ଦ ରହିବ । ଏହାସହ ଅବରୋଧ ଅଞ୍ଚଳରେ ଲକଡାଉନ ବଳବତ୍ତର ରହିବ । ୩୧ ଓ ୧ ତାରିଖରେ ସର୍ବସାଧାରଣ ସ୍ଥାନରେ ଗହଳି ହୋଇପାରିବ ନାହିଁ । ହୋଟେଲ ଓ ରେଷ୍ଟୁରାଣ୍ଟ ଗହଳି ଉପରେ ମଧ୍ୟ କଟକଣା ଲାଗୁ ହୋଇଛି । କ୍ଲବ ଓ ପାର୍କରେ ମଧ୍ୟ ଭିଡ ଉପରେ ରୋକ ଲଗାଇଛନ୍ତି ସରକାର । ଜିରୋ ନାଇଟ ସେଲିବ୍ରେସନକୁ ମଧ୍ୟ ନା କହିଛନ୍ତି ସରକାର । ନିୟମ ଉଲ୍ଲଘଂନ କଲେ ମହାମାରୀ ଆଇନରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଏହାସହ ସାମାଜିକ, ଧାର୍ମିକ ଓ କ୍ରୀଡା ସମାବେଶରେ ସର୍ବାଧିକ ୨ଶହ ଲୋକ ଏକାଠି ହୋଇପାରିବେ । ଅନ୍ୟପକ୍ଷରେ ଯାତ୍ରାକୁ ମଧ୍ୟ ଅନୁମତି ଦେଇଛନ୍ତି ସରକାର । ହେଲେ ଏଥିପାଇଁ ସ୍ଥାନୀୟ ପ୍ରସାସନର ଅନୁମତି ନେବାକୁ ହେବ ।

from Kanak News
via <a href="https://ifttt.com/?

ମହିଳା ଓ ଶିଶୁଙ୍କ ବିରୋଧରେ ହିଂସା ରୋକିବାକୁ ପୋଲିସର ସ୍ପେଶାଲ ୱିଙ୍ଗ । ସ୍ପେଶାଲ ୱିଙ୍ଗ ଗଠନ ପାଇଁ ଘୋଷଣା କଲେ ମୁଖ୍ୟମନ୍ତ୍ରୀ । 

କନକ ବ୍ୟୁରୋ : ମହିଳା ଓ ଶିଶୁଙ୍କ ବିରୋଧରେ ହିଂସା ରୋକିବାକୁ ପୋଲିସର ସ୍ପେଶାଲ ୱିଙ୍ଗ ଗଠନ ହେବ । ସ୍ପେଶାଲ ୱିଙ୍ଗ ଗଠନ ପାଇଁ ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ଏହି ୱିଙ୍ଗ ମହିଳା ଓ ପୋଲିସଙ୍କ ସୁରକ୍ଷା ପାଇଁ କାମ କରିବ । ୬୨ ତମ ବରିଷ୍ଠ ପୋଲିସ ଅଧିକାରୀ ସମ୍ମିଳନୀରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏହାସହ ସଡକ ସୁରକ୍ଷା ସଚେତନତା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି  । ସଡକ ଦୁର୍ଘଟଣାରେ ଅନେକ ପ୍ରାଣହାନୀ ହେଉଛି । ଏଥିପାଇଁ ପ୍ରତିକାରମୂଳକ ପଦକ୍ଷେପ ଓ ଜନସଚେତନା ଜରୁରୀ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଦୋଷୀ ସାବ୍ୟସ୍ତ ହାର କମୁଥିବା ଉଦଗେବର ବିଷୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଦୋଷୀ ସାବ୍ୟସ୍ତ ହାର ବଢାଇବାକୁ ସବୁ ପଦକ୍ଷେପ ନେବାକୁ  ନିର୍ଦ୍ଦେଶ ଦିଆଯାଇଛି ।

from Kanak News
via <a href="https://ifttt.com/?

ମାଓ ଅଧ୍ୟୁଷିତ ମାଲକାନଗିରିରୁ ଅନ୍ତର୍ଜାତୀୟ କ୍ରିକେଟର ସ୍ୱପ୍ନ ଦେଖୁଛନ୍ତି ଆଦିବାସୀ ଯୁବତୀ । ମାଲକାନଗିରି ଡିଏମକେ ପଡିଆରେ ପ୍ରଶିକ୍ଷଣ ନେଉଛନ୍ତି ଜିଲ୍ଲାର ୩୦ରୁ ଅଧିକ ଝିଅ ।

କନକ ବ୍ୟୁରୋ : ଏଣିକି କ୍ରିକେଟ ମୈଦାନରେ ଚମକିବେ ଲାଲଗଡର ଝିଅ । ରାଜ୍ୟ ତଥା ଜାତୀୟ ସ୍ତରରେ କ୍ରିକେଟ ଖେଳିବେ ମାଲକାନଗିରି ଜିଲ୍ଲାର ଆଦିବାସୀ ଝିଅ । ଏଥିପାଇଁ ମାଲକାନଗିରି ଜିଲ୍ଲାର ୩୦ ରୁ ଅଧିକ ଝିଅ ଙ୍କ ମାଲକାନଗିରି ଆଣି ପ୍ରଶିକ୍ଷଣ ଦେଉଛି ମାଲକାନଗିରି କ୍ରିକେଟ ଆସୋସିଏଶନ ।

ଲାଲଗଡରୁ କ୍ରିକେଟ ମଇଦାନ । ମୁଣ୍ଡରେ ହେଲମେଟ, ହାତରେ ଗ୍ଲବ୍ସ ଓ ଗୋଡରେ ପ୍ୟାଡ । ପୁରା ପେଶାଦାର କ୍ରିକେଟରଙ୍କ ଗେଟଅପ୍ରେ ପଡିଆରେ ଝାଳ ବୁହାଉଛନ୍ତି ଆଦିବାସୀ ଝିଅ । ଏଚିତ୍ର କୌଣସି ବଡସହର କି ରାଜଧାନୀର ନୁହଁ ବରଂ ଆଦିବାସୀ ବହୁଳ ମାଲକାନଗିରିର । ମାଲକାନଗିରି ସଦର ମହକୁମାରେ କ୍ରିକେଟ୍ ଖଳର ତାଲିମ ନେଉଛନ୍ତି ସ୍ୱାଭିମାନ ଅଂଚଳ ସହ ୭ଟି ବ୍ଲକର ଆଦିବାସୀ ଝିଅ । ଆଉ ଏମାନଙ୍କୁ ତାଲିମ୍ ଦେଉଛନ୍ତି ଅଭିଜ୍ଞ କୋଚ । ମାସେ ଧରି ମାଲକାନଗିରି ଡିଏନକେ ଖେଳ ପଡିଆରେ ୩୨ ଯୁବତୀଙ୍କୁ ରାଜ୍ୟ ସ୍ତରୀୟ ମହିଳା କ୍ରିକେଟ ଟୁର୍ଣ୍ଣାମେଂଟ ଲାଗି ପ୍ରସ୍ତୁତ କରାଯାଉଛି । ଆଉ ପ୍ରଥମ ଥର ପାଇଁ ଏପରି ସୁଯୋଗ ପାଇ ବେଶ ଆନନ୍ଦିତ ଜାତୀୟ ସ୍ତରରେ ଖେଳିବା ଲାଗି ଆଶା ରଖିଥିବା ଏହି ଯୁବତୀମାନେ ।

କ୍ରିକେଟ ଖେଳ ଏବେ ସାରା ବିଶ୍ୱରେ ଲୋକପ୍ରୀୟ ହୋଇଥିବା ବେଳେ ଭାରତର କ୍ରିକେଟ କ୍ଷେତ୍ରରେ ମହିଳାଙ୍କ ଅଂଶିଦାର ଖୁବ୍ କମ୍ । ବିଶେଷ କରି ଓଡିଶାର ସମସ୍ତ ଜିଲ୍ଲାରେ ପ୍ରାୟତଃ ମହିଳା କ୍ରିକେଟ ଦଳଟିଏ ନାହିଁ । ଏପରି ସ୍ଥିତିରେ ମାଲକାନଗିରି ଜିଲ୍ଲାରୁ ପ୍ରତି ବର୍ଷ ରାଜ୍ୟ ସ୍ତରକୁ ମହିଳା କ୍ରିକେଟ ଦଳ ଭାଗ ନେଉଛି । ଏଥବି ଖେଳାଳିଙ୍କ ଉପରେ ଅଧିକ ଆଶା ରଖିଛି ମାଲକାନଗିରି କ୍ରେକେଟ ଆସୋସିଏସନ ।

ପୂର୍ବରୁ ମାଲକାନଗିରି କ୍ରୀଡା ଛାତ୍ରାବାସରୁ ଅନେକ ଖେଳାଳି ବିଭିନ୍ନ ରାଜ୍ୟ ତଥା ଜାତୀୟ ସ୍ତରରେ ବିଭିନ୍ନ ଇଭେଂଟରେ ମେଡାଲ ଆଣି ମାଲକାନଗିରି ଜିଲ୍ଲାର ନାଁ ରଖିଛନ୍ତି । ଆଉ ଏବେ ଏହି ମହିଳା କ୍ରିକେଟ ଦଳ ଉପରେ ସମସ୍ତଙ୍କ ନଜର ରହିଛି ।

from Kanak News
via <a href="https://ifttt.com/?

ରାଉରକେଲା ମାତିଛନ୍ତି ବାଲି ମାଫିଆ । ପ୍ରାୟ ୪୪ ବାଲି ଘାଟରୁ ବେଆଇନ୍ ଭାବେ ବଲି ଚୋରି କରି ମାଲାମାଲ ମାଫିଆ ଓ ଅସାଧୁ କର୍ମଚାରୀ

କନକ ବ୍ୟୁରୋ : ବଡିଭୋରୁ ବିଳମ୍ବିତ ସନ୍ଧ୍ୟା ପର୍ୟ୍ୟନ୍ତ ମେସିନ ସାହାଯ୍ୟରେ ନଇ ମଝିରୁ ବାଲି ବୁହା ଚାଲିଛି । ଗୋଟିଏ କି’ ଦୁଇଟି ସ୍ଥାନରେ ନୁହେଁ, ରାଉରକେଲା ସମେତ ଆଖପାଖ ଅଞ୍ଚଳରେ ଥିବା ସମସ୍ତ ବାଲିଘାଟ ମଧ୍ୟରୁ ୫୦ପ୍ରତିଶତ ବାଲିଘାଟରେ ସମାନ ସ୍ଥିତି। ବିଶ୍ରା, ରାଉରକେଲା, କୁଆଁରମୁଣ୍ଡା, ଲାଠିକଟା ଓ ବିରମିତ୍ରପୁର ତହସିଲ ଅଧୀନରେ ରହିଛି ମୋଟ ୪୪ ଟି ବାଲିଘାଟ। ସେଥିମଧ୍ୟରୁ ଅର୍ଦ୍ଧାଧିକ ବାଲିଘାଟରେ ଚାଲିଛି ମାଫିଆ ରାଜ।

ରାଉରକେଲା ସହର ଉପକଣ୍ଠ ଝିରପାଣି ସ୍ଥିତ କୋଏଲ ବ୍ରିଜ ତଳୁ ବର୍ଷ ବର୍ଷ ଧରି ବେଆଇନ୍ ଭାବେ ବାଲି ବୁହା ହେଉଛି । ବାଲି ଉଠାଣ ନେଇ ଥିବା ସୁବି ନୀୟମକୁ ଫୁ କରିଦିଆଯାଇଛି । ଦୈନିକ କେତେ ବାଲି ଉଠୁଛି? କିଏ ଉଠାଉଛି? କେତେ ପରିମାଣର ବାଲି ଉଠାଇବା ପାଇଁ ଟିପି ଦିଆଯାଇଛି ? ପ୍ରକୃତ ନିଲାମୀ ଘାଟରୁ ବାଲି ଉଠୁଛି କି ନାହିଁ? ଏସବୁର ତଦାରଖ ପାଇଁ ବାଲି ଘାଟରେ କାହାରି ଦେଖାନାହିଁ । ଅଧିକାରୀଙ୍କ ଦେଖା ମିଳୁନଥିବା ବେଳେ ଦଲାଲ ମନ ଇଛା ବାଲି ଉଠାଇ ମାଲାମାଲ ହେଉଛନ୍ତି ।

ରାଉରକେଲା, କୁଆଁରମୁଣ୍ଡା, ଲାଠିକଟା ଓ ବିରମିତ୍ରପୁର ତହସିଲ ଅଧିନରେ ମୋଟ ୪୪ଟି ବାଲିଘାଟ ରହିଛି । ଘାଟ କେଉଁଠି ନିଲାମ ହୋଇନି, ତ କେଉଁଠି ପରିବେଶ ମଂଜୁରୀ ନଥିବାରୁ ଅନୁମତି ପ୍ରଦାନ କରାଯାଇ ନାହିଁ । ଏହା ସତ୍ୱେ ଦିନ ରାତି ବାଲି ବୁହା ଚାଲିଛି । ସରକାର କୋଟି କୋଟି ଟଙ୍କାର ରାଜସ୍ୱ ହରାଉଥିବା ବେଳେ ମାଲାମାଲ ହେଉଛନ୍ତି ବାଲି ମାଫିଆ ଓ କିଛି ଅସାଧୁ କର୍ମଚାରୀ । ତେବେ ଏନେଇ ବାରମ୍ବାର ଅଭିଯୋଗ ହେଲେ ବି କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଉନାହିଁ ।

ତେବେ ନିୟମିତ ଚଢାଉ ଚାଲିଛି ଓ ଜରିମାନା ଆଦାୟ କରାଯାଉଥିବା ତହସିଲଦାର ପ୍ରକାଶ କରିଛନ୍ତି । ତେବେ ଏଠି ପ୍ରଶ୍ନ ଉଠୁଛି, ଯଦି ନୀତି ନିୟମ ଆଧାରରେ ବାଲିଘାଟରୁ ବାଲି ଉଠୁଛି, ତେବେ ଫାଇନ କଣ ପାଇଁ ?

from Kanak News
via <a href="https://ifttt.com/?

ସୁନ୍ଦରଗଡରେ ଧାନ ମଣ୍ଡି ଚାଲିଛି ମିଲରଙ୍କ ମର୍ଜିରେ । ମନ ଇଚ୍ଛା ମଣ୍ଡି ଛାଡି ଚାଲି ଯାଉଛନ୍ତି ମିଲରଙ୍କ ପ୍ରତିନିଧି । ଧାନ ଧରି ମଣ୍ଡିରେ ଅପେକ୍ଷା କରୁଛନ୍ତି ଚାଷୀ ।

କନକ ବ୍ୟୁରୋ : ସୁନ୍ଦରଗଡ ଜିଲ୍ଲାରେ ଧାନକିଣା ଆମମ୍ଭରୁ ହିଁ ମଣ୍ଡିରେ ଅବ୍ୟବସ୍ଥା ନେଇ ବିବାଦ ଲାଗି ରହିଛି । ଏବେ ମଣ୍ଡିରେ ମିଲରଙ୍କ ପାଦୁର୍ଭାବ ଏବଂ ଦୁଇରୁ ତିନି କେଜି କଟନୀ ଛଟନୀକୁ ନେଇ ଅସନ୍ତୋଷ ଦାନା ବାନ୍ଧୁଥିବା ବେଳେ ଭଲ ଧାନକୁ ଖରାପ ଦର୍ଶାଇ ପ୍ରତ୍ୟାଖାନ କରୁଥିବାରୁ ମିଲରଙ୍କ ଉପରେ ଖପ୍ପା ସୁନ୍ଦରଗଡ ଚାଷୀ । ସମସ୍ୟାକୁ ନେଇ ସୁନ୍ଦରଗଡ ଟାଙ୍ଗରମୁଣ୍ଡା ମଣ୍ଡିରେ ଧାନ କିଣା ବାଧାପ୍ରାପ୍ତ ହୋଇଛି । ଅନ୍ୟପଟେ ଲ୍ୟାମ୍ପସ କର୍ମଚାରୀ କହୁଛନ୍ତି ମିଲର ଧାନର ମାନ ଯାଂଚ କରି କଟନୀ ଛଟନୀ କରୁଛନ୍ତି, ସେମାନେ କେବଳ ଡାଟା ଏଂଟ୍ରି କରୁଛନ୍ତି ।

ମଣ୍ଡିରେ ପଡିରହିଛି ଶହଶହ ବସ୍ତା ଧାନ । କିଛି ତଳେ ଲାଟ୍ ମରା ହୋଇଥିବା ବେଳେ କିଛି ବସ୍ତା ଗାଡିରେ ଲୋଡ ହୋଉ ରହିଛି । ମଣ୍ଡି ଆଗରେ ଧାନ ବସ୍ତା ରହିଥିବା ବେଳେ ଧାନକିଣା ବନ୍ଦ ହୋଇଯିବାରୁ ଚାଷିଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ସୁନ୍ଦରଗଡ ମହୁଲପାଲି ଲ୍ୟାମ୍ପସ ଅଧୀନରେ ଥିବା ଟାଙ୍ଗରମୁଣ୍ଡା ମଣ୍ଡିରେ ମିଲରଙ୍କ ପ୍ରତିନିଧି ନାନା କାରଣ ଦର୍ଶାଇ ଧାନ କଟନୀ ଛଟନୀ କରୁଛନ୍ତି, ଏବଂ ଚାଷୀ ଏହାର ପ୍ରତିବାଦ କଲେ ଧାନ ଖରାପ ଅଛି କହି ଧାନ କିଣୁନାହାନ୍ତି । ଏମିତି କି ମିଲର ପ୍ରତିନିଧି ମଣ୍ଡିରୁ ଚାଲିଯିବା ସହ ଧାନ ନେବା ପାଇଁ ଆସିଥିବା ଗାଡିକୁ ମଧ୍ୟ ଫେରାଇ ନେଇଛନ୍ତି । ତେଣୁ ଧାନ ବିକ୍ରି ବନ୍ଦ ରହଥିବା ଚାଷୀ ଅଭିଯୋଗ କରିଛନ୍ତି ।

ମହୁଲାପାଲି ଲ୍ୟାମ୍ପସ ଅଧୀନରେ ଥିବା ସମସ୍ତ ୪ଟି ମଣ୍ଡିରେ ଏପରି ଅବ୍ୟବସ୍ଥା ଲାଗି ରହିଛି । ତସଲାଡିହି ମଣ୍ଡିକୁ ଲ୍ୟାମ୍ପସ କର୍ତୃପକ୍ଷ ସଂପୂର୍ଣ୍ଣ ରୂପେ ବନ୍ଦ କରିଦେଇଛନ୍ତି । ସୁନ୍ଦରଗଡ ଜିଲ୍ଲାର ୪୪ଟି ଲ୍ୟାମ୍ପସ ଜରିଆରେ ଧାନ କିଣା ଯାଉଥିବା ବେଳେ ମଣ୍ଡିରେ ଲ୍ୟାମ୍ପସ କର୍ତୃପକ୍ଷ ଏବଂ ମାନ ଯାଂଚ ପାଇଁ ଆରଏମ୍ସି କର୍ତୃପକ୍ଷ ରହିବା କଥା, ହେଲେ ଏଠାରେ ସମସ୍ତ ମଣ୍ଡିକୁ ମିଲରଙ୍କ ହାତରେ ଟେକି ଦିଆଯାଇଥିବା ଅଭିଯୋଗ ହୋଇଛି । ଏହି ଅଭିଯୋଗକୁ ଲ୍ୟାମ୍ପସ କର୍ମଚାରୀ ମଧ୍ୟ ସ୍ୱୀକାର କରିଛନ୍ତି ।

ସରକାର ଚାଷୀଙ୍କ ଠାରୁ ମଣ୍ଡିରେ ଜରିଆରେ ଧାନ କିଣି ସିଧାସଳଖ ଚାଷୀଙ୍କ ଆକାଉଂଟକୁ ଟଙ୍କା ପଠାଉଛନ୍ତି । ହେଲେ ମଣ୍ଡି କର୍ତୃପକ୍ଷଙ୍କ ଅବହେଳାରୁ ଅନେକ ସ୍ଥାନରେ ଚାଷୀ ମଣ୍ଡିରେ ହିନସ୍ତା ହେଉଥିବା ଖବର ପ୍ରାୟ ପ୍ରତିଦିନ ଗଣମାଧ୍ୟମରେ ପ୍ରସାରଣ ହେଉଛି ।

from Kanak News
via <a href="https://ifttt.com/?

ନୂଆବର୍ଷ ପୂର୍ବରୁ କରୋନା ଟିକାକୁ ନେଇ ଆସିପାରେ ଭଲଖବର । ଭାରତରେ ଅକ୍ସଫୋର୍ଡ଼ ଟିକାକୁ ମିଳିପାରେ ଅନୁମତି ।

କନକ ବ୍ୟୁରୋ : ନୂଆବର୍ଷ ପୂର୍ବରୁ କରୋନା ଟିକାକୁ ନେଇ ଆସିପାରେ ଭଲଖବର । ଆଜି ହିଁ ଭାରତରେ ଅକ୍ସଫୋର୍ଡ଼ ଟିକାକୁ ଅନୁମତି ମିଳିପାରେ । ପ୍ରଥମରେ ଏହାକୁ ଜରୁରୀକାଳୀନ ବ୍ୟବହାର ପାଇଁ ମଂଜୁରୀ ମିଳିପାରେ । ଆଜି କରୋନା ଟିକା ସହ ଜଡ଼ିତ ବିଶେଷଜ୍ଞ କମିଟିର ଏକ ବୈଠକ ବସିବ । ବୈଠକରେ ଭାରତରେ କରୋନା ଟିକାକୁ ଅନୁମତି ମିଳିବା ନେଇ ନିଷ୍ପତି ନିଆଯାଇପାରେ ।

ଅକ୍ସଫୋର୍ଡ଼ ଆଷ୍ଟ୍ରେଜେନେକା କରୋନା ଭ୍ୟାକସିନକୁ ବ୍ରିଟେନ ମଂଜୁରୀ ଦେଇସାରିଛି । ବ୍ରିଟେନରେ ଅକ୍ସଫୋର୍ଡ଼ ଆଷ୍ଟ୍ରେଜେନେକା ଟିକାକୁ ଅନୁମତି ମିଳିଥିବାରୁ ଭାରତରେ ମଧ୍ୟ ଖୁବଶୀଘ୍ର ଏହାକୁ ଗ୍ରୀନ ସିଗନାଲ ମିଳିବ ବୋଲି କୁହାଯାଉଛି । ଆଜିର ବୈଠକ ଏଥିପାଇର୍ ଗୁରୁତ୍ୱପୂର୍ଣ୍ଣ , କାରଣ ବ୍ରିଟେନ ଅକ୍ସଫୋର୍ଡ଼ ଆଷ୍ଟ୍ରେଜେନେକା କରୋନା ଭ୍ୟାକସିନକୁ ମଂଜୁରୀ ଦେଇସାରିଛି ।

କିଛି ଦିନ ମଧ୍ୟରେ ଅକ୍ସଫୋର୍ଡ଼ ଆଷ୍ଟ୍ରେଜେନେକା କରୋନା ଭ୍ୟାକସିନକୁ ବ୍ରିଟେନରେ ସାଧାରଣ ଲୋକଙ୍କୁ ଟୀକାକରଣରେ ବ୍ୟବହାର କରାଯିବ । ଭାରତରେ ଅକ୍ସଫୋର୍ଡ଼ ଆଷ୍ଟ୍ରେଜେନେକା ଟିକାର ଉତ୍ପାଦନ ଦାୟିତ୍ୱ ସେରମ ଇନଷ୍ଟିଚ୍ୟୁଟ ନେଇଛି । ସିରମ ଇନଷ୍ଟିଚ୍ୟୁଟ କହିଥିଲା ଯେ, ବ୍ରିଟେନରେ ଅନୁମତି ମିଳିବା ପରେ ଭାରତରେ ଏହାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମୋଦନ ମିଳିବ । ପ୍ରଥମେ ୩୦ ଲକ୍ଷ ଲୋକଙ୍କୁ ଟିକା ଦେବାକୁ ଳକ୍ଷ୍ୟ ରଖାଯାଇଛି ।

from Kanak News
via <a href="https://ifttt.com/?

ବିଶ୍ୱସ୍ତରୀୟ ହେବ ପାରାଦୀପ ବନ୍ଦର । ପାରାଦୀପ ବନ୍ଦରର ନବୀକରଣ ଓ ବିଶ୍ୱସ୍ତରୀୟ ପାଇଁ ଖର୍ଚ୍ଚ ହେବ ୩ ହଜାର କୋଟି  । କେନ୍ଦ୍ର କ୍ୟାବିନେଟରେ ନିଷ୍ପତି 

କନକ ବ୍ୟୁରୋ : ବିଶ୍ୱସ୍ତରୀୟ ହେବ ପାରାଦୀପ ବନ୍ଦର । କେନ୍ଦ୍ର କ୍ୟାବିନେଟରେ ଏନେଇ ନିଷ୍ପତିି ନିଆଯାଇଛି  ।  ପାରାଦୀପ ବନ୍ଦରର ନବୀକରଣ ଓ ବିଶ୍ୱସ୍ତରୀୟ ପାଇଁ ୩ ହଜାର କୋଟି ଖର୍ଚ୍ଚ ହେବ । ବନ୍ଦରରେ ନିର୍ମାଣ ହେବ ୱେଷ୍ଟର୍ଣ୍ଣ ଡକ୍ । ‘ବିଶ୍ୱର ବିଜିନେସ ହବ’ ହେବ ଓଡିଶାର ପାରାଦୀପ ।  ଜାହାଜ ଚଳାଚଳ ମନ୍ତ୍ରୀ ମନସୁଖ ମଣ୍ଡଭିୟା ଏହି ସୂଚନା ଦେଇଛନ୍ତି ।

ସେ କହିଛନ୍ତି, କମ ସମୟରେ ଅଧିକ ମାଲ ପରିବହନ ପାଇଁ ବଡ଼ ଜାହାଜ ନିର୍ମାଣ ଚାଲିଛି ।  ବଡ ଜାହାଜ ଆଣିବାକୁ ଭାରତକୁ ବଡ ବନ୍ଦର ଓ ଡକ ଦରକାର ।  ନବୀକରଣ ପରେ ପାରାଦୀପ ବନ୍ଦରକୁ ସେସବୁ ଜାହାଜ ଆସିପାରିବ । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏନେଇ ପ୍ରଧାନମନ୍ତ୍ରୀ ଓ ଜାହାଜ ଚଳାଚଳ ମନ୍ତ୍ରୀ ମନସୁଖ ମଣ୍ଡଭିୟାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

from Kanak News
via <a href="https://ifttt.com/?

ନୂଆ ବର୍ଷ ପାଳନ ଉପରେ ରୋକ ଲଗାଇବା ପାଇଁ ରାଜ୍ୟମାନଙ୍କୁ କେନ୍ଦ୍ର ସରକାରଙ୍କ ନର୍ଦ୍ଦେଶ । ଡିସେମ୍ବର ୩୦, ୩୧ ଓ ଜାନୁଆରୀ ୧ରେ କଟକଣା ଲଗାଇବାକୁ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ପରାମର୍ଶ ।

କନକ ବ୍ୟୁରୋ : କରୋନା କାଳରେ ନୂଆ ବର୍ଷ ପାଳନ ଉପରେ ରୋକ ଲଗାଇବାକୁ କେନ୍ଦ୍ର ସରକାରଙ୍କ ତାଗିଦ୍ । ସାରା ବିଶ୍ୱରେ ଏବେ କରୋନାର ନୂଆ ଷ୍ଟ୍ରେନ ଭୟ ବଢାଉଥିବା ବେଳେ ନୂଆ ବର୍ଷ ପାଳନ ଉପରେ ନଜର ରଖିବା ସହ ପଦକ୍ଷେପ ନେବାକୁ ରାଜ୍ୟ ସରକାରମାନଙ୍କୁ ନିର୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । ଦେଶରେ ବ୍ରିଟେନ୍ ଭୁତାଣୁ ଚିହ୍ନଟ ହୋଇସାରିଛି ।

ବିଦେଶ ଫେରନ୍ତା ଯାତ୍ରୀଙ୍କ ଠାରେ ନୂଆ ଭୁତାଣୁ ଚିହ୍ନଟ ହେବା ପରେ ସରକାରଙ୍କ ଆହୁରି ସତର୍କ ହୋଇଛନ୍ତି । ତେଣୁ କରୋନାର ନୂଆ ଭୁତାଣୁକୁ ଦୃଷ୍ଟିରେ ରଖି ଡିସେମ୍ବର ୩୦,୩୧ ଓ ଜାନୁଆରୀ ୧ରେ କଟକଣା ଲଗାଇବାକୁ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ପରାମର୍ଶ ଦେଇଛନ୍ତି । ବହୁତ ଲୋକ ଯେମିିତି ଗୋଟିଏ ସ୍ଥାନରେ ରୁଣ୍ଡ ହୋଇ ନୂଆ ବର୍ଷ ପାଳନ ନକରିବେ ତା ଉପରେ ନଜର ରଖିବାକୁ କେନ୍ଦ୍ର ସରକାକ ନିର୍ଦେଶ ଦେଇଛନ୍ତି ।

from Kanak News
via <a href="https://ifttt.com/?

କରୋନା ତାଲାବନ୍ଦରେ ଓଡିଶା ହୋଟେଲ୍ ଇଣ୍ଡଷ୍ଟ୍ରିର ବଡ କ୍ଷତି । ହୋଟେଲ ଶିଳ୍ପକୁ ହୋଇଛି ପ୍ରାୟ ଅଢେଇ ହଜାର କୋଟିର କ୍ଷତି । 

କନକ ବ୍ୟୁରୋ : କରୋନା ଲକ୍ଡାଉନ ସମୟରେ କୋଟି କୋଟି ଟଙ୍କାର କ୍ଷତି ସହିଛି ହୋଟେଲ ଉଦ୍ୟେଗ । ମେଁ ଫେୟାର ଗ୍ରୁଫ ୧୦୦ କୋଟିର କ୍ଷତି ସହିଥିବା ବେଳେ ଓଡିଶାରେ ପ୍ରାୟ ୧୬ଶହ ପଞ୍ଜିକୃତ ହୋଟେଲ ଅଢେଈ ହଜାର କୋଟିର କ୍ଷତି ସହିଛନ୍ତି । ବର୍ତମାନ ମାତ୍ର ୩୫ ପ୍ରତିଶତ ବୁକିଂ ହୋଟେଲ ମାନଙ୍କରେ ହେଉଛି ।

୬୦ ପ୍ରତିଶତ କମ୍ ରେଟ୍ରେ ଚାଲିଛି ହୋଟେଲ ବ୍ୟବସାୟ । ଓଡିଶା ପର୍ଯ୍ୟଟନ କ୍ଷେତ୍ରରେ ବିଜ୍ଞାପନ ଭଲ କରୁଛି, କିନ୍ତୁ ଭୁବନେଶ୍ୱର, ପୁରୀ, କୋର୍ଣାର୍କକୁ ଛାଡିକି ଅନ୍ୟ ପର୍ଯ୍ୟଟନ ସ୍ଥଳୀକୁ ଅଧିକ ପ୍ରୋତ୍ସାହନ କରିବାର ଆବଶ୍ୟକତା ରହିଛି । ୨୦୨୧ରେ ହୋଟେଲ ବ୍ୟବସାୟରେ କ୍ଷତିଭରଣା କରିବା ମୂଳ ଲକ୍ଷ୍ୟ ରହିଛି । ୨୦୨୦ ଅନେକ କ୍ଷେତ୍ରରେ ବହୁତ କିଛି ଶିକ୍ଷା ଦେଇଛି । ରାଜନୀତି କ୍ଷେତ୍ରରେ କଣ ନିସ୍ପତି ନେବି ଆଗକୁ ଜଣାଇବି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started