ଗୁଣିଗାରେଡ଼ିରୁ ଜଘନ୍ୟ ହତ୍ୟାକାଣ୍ଡ । ମହିଳାଙ୍କ ବେକ କାଟି ଦୁଇ ଭାଇ ଫେରାର ।

କନକ ବ୍ୟୁରୋ : ମୟୂରଭଞ୍ଜ ଜିଲ୍ଲାର ଶରତ ଥାନା ଅଞ୍ଚଳରେ ଗୁଣିଗାରେଡି ସନ୍ଦେହରେ ଜଘନ୍ୟ ହତ୍ୟାକାଣ୍ଡ ଘଟିଥିବାର ଖବର ମିଳିଛି । ଅତି ବିଭତ୍ସ ଭାବେ ଗ୍ରାମ ରାସ୍ତାରେ ଜଣେ ମହିଳାଙ୍କୁ ବେକ କାଟି ହତ୍ୟା କରାଯାଇଛି । ଏହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଶରତ ଥାନା ଅନ୍ତର୍ଗତ ଶାରୀଶୁଆ ଗ୍ରାମରେ । ମୃତ ମହିଳା ଜଣକ ହେଲେ ଶାରୀଶୁଆ ଗ୍ରାମର ଖଇରୀ ମହାନ୍ତ ।

ମିଳିଥିବା ସୂଚନା ଅନୁଯାୟୀ, ଶାରୀଶୁଆ ଗ୍ରାମର ଖଇରୀ ମହାନ୍ତ ଗତକାଲି ସନ୍ଧ୍ୟା ସମୟରେ ପାଣି ଆଣିବା ନିମନ୍ତେ ହାତରେ ଗରା ଧରି ନଳକୂପ ନିକଟକୁ ଯାଇଥିବା ବେଳେ ଉକ୍ତ ସମୟରେ ତାଙ୍କୁ ବେକ କାଟି ହତ୍ୟା କରାଯାଇଛି । ଶାରୀଶୁଆ ଗ୍ରାମର ଅନିଲ ମହାନ୍ତ ଦୀର୍ଘ ବର୍ଷ ହେବ ବିବାହ କରିଥିଲେ ସୁଦ୍ଧା ତାଙ୍କର କୌଣସି ସନ୍ତାନ ହୋଇନାହାନ୍ତି । ସେହି ଗ୍ରାମର ଖଇରୀ ମହାନ୍ତ ଗୁଣିଗାରେଡ଼ି କରୁଥିବାରୁ ଅନୀଲଙ୍କର ସନ୍ତାନ ହେଉ ନ ଥିବା ସେ ସନ୍ଦେହ କରିଥିଲେ । ଏହାକୁ ନେଇ ଅନୀଲଙ୍କ ମନରେ ରାଗ ପୁଞ୍ଜିଭୂତ ହୋଇ ରହିଥିଲା ।

ଖଇରୀ ଗୁଣିଗାରେଡି କରୁଥିବାରୁ ତାହାର ସନ୍ତାନ ହେଉ ନଥିବା ସନ୍ଦେହ କରି ଗତକାଲି ସନ୍ଧ୍ୟା ସମୟରେ ଖଇରୀ ଗ୍ରାମ ନଳକୂପକୁ ପାଣି ଆଣିବାକୁ ଯାଇଥିବା ବେଳେ ଅନୀଲ ଏବଂ ତାର ଭାଇ ବଳରାମ ଧାରୁଆ ଅସ୍ତ୍ରରେ ବେକ କାଟି ହତ୍ୟା କରିଥିଲେ । ଦୁଇ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ଆଜି ସକାଳେ ସ୍ଥାନୀୟ ଲୋକେ ମୃତଦେହ ଦେଖିବା ପରେ ପୁଲିସ୍‌କୁ ଖବର ଦେଇଥିଲେ । ଶରତ ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହିତ ବାରିପଦାରୁ ସାଇଣ୍ଟିଫିକ୍ ଟିମ୍ ଏବଂ ସନ୍ଧାନୀ କୁକୁରର ସହାୟତାରେ ତଦନ୍ତକୁ ତ୍ୱରାନ୍ୱିତ କରିଛି ।

from Kanak News
via <a href="https://ifttt.com/?

ବିଜ୍ଞାନ ତାଙ୍କ ଜୀବନ, ବିଜ୍ଞାନ ପାଇଁ ସେ ଜନ୍ମ । ୧୦ ହଜାରୁ ଅଧିକ ସାଇନ୍ସ ପ୍ରକଳ୍ପ କରି ଲିମକା ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇଲେ ବାଲେଶ୍ୱରର ଆଇନ ଷ୍ଟାଇନ୍ ।

କନକ ବ୍ୟୁରୋ: ସେ ବିଜ୍ଞାନକୁ ଭଲ ପାଆନ୍ତି, ବିଜ୍ଞାନରେ ବଞ୍ଚନ୍ତି । ତାଙ୍କ ରକ୍ତରେ ବିଜ୍ଞାନ, ନିଶ୍ୱାସରେ ବିଜ୍ଞାନ । ସକାଳରୁ ସଞ୍ଜ ଖାଲି ସାଇନ୍ସ କଥା ହିଁ ଭାବନ୍ତି । ବୋଧେ ସେଇଥିପାଇଁ ତାଙ୍କୁ କେହି କେହି ବାଲେଶ୍ୱରର ବିଜ୍ଞାନ ମଣିଷ ବୋଲି ଡାକନ୍ତି ତ ପୁଣି କେହି ଓଡିଶାର ଆଇନ ଷ୍ଟାଇନ ବୋଲି ବି କୁହନ୍ତି । କାରଣ ତାଙ୍କ ଶରୀରର ଶିରା ପ୍ରଶିରାରେ ସଦାବେଳେ ସବାର ହୋଇଥାଏ ସାଇନ୍ସ ।

ମିହିର ପଣ୍ଡା । ବାଲେଶ୍ୱର ଜିଲ୍ଲା ବାହାନଗା ଇଚ୍ଛାପୁର ଗାଁର ଜଣେ ବିଜ୍ଞାନ ପ୍ରେମୀ ମଣିଷ । ପେଶାରେ ସେ ବାଲିଆପାଳର ଜୁନିୟର ଇଞ୍ଜିନିୟର । ହେଲେ ନିଶା ତାଙ୍କର ସାଇନ୍ସ ପ୍ରୋଜେକ୍ଟ ତିଆର କରିବା । ଦୀର୍ଘ ୩୦ ବର୍ଷର ସାଧନା ଭିତରେ ସେ ୧୦ ହଜାରରୁ ଅଧିକ ସାମାଜିକ ଉପକରଣ । ୩୦ ହଜାରରୁ ଅଧିକ ବିଜ୍ଞାନ ଓ ଶିକ୍ଷା ଭିତ୍ତିକ ସାମଗ୍ରୀ ତିଆରି କରି ସାରା ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଥିବା ବେଳେ ତାଙ୍କ ବର୍ଷ ବର୍ଷର ସାଧନାକୁ ସ୍ୱୀକୃତି ଦେଇଛି ଲିମକା ବୁକ ଅଫ ରେକର୍ଡ । ମିହିର ଲିମକା ବୁକ ଅଫ ରେକର୍ଡରେ ସ୍ଥାନ ପାଇବା ପରେ ତାଙ୍କ ପାଖକୁ ଛୁଟିଛି ଶୁଭେଚ୍ଛାର ସୁଅ ।

ତେବେ ସୃଷ୍ଟି ଗବେଷଣା କେନ୍ଦ୍ର ନାମକ ଏକ ଅନୁଷ୍ଠାନ ଗଛି ସେଠାରେ ସବୁବେଳେ ପରୀକ୍ଷା ନିରୀକ୍ଷା ଚଳାଇଥାନ୍ତି ମିହିର । ସ୍କୁଲ ପିଲା ହେଉ କି କଲେଜ ଅବା ହେଉ ବିଜ୍ଞାନ ମେଳାରେ ପ୍ରଦର୍ଶିତ ହେବାକୁ ଥିବା ମଡେଲ । ସମସ୍ତଙ୍କୁ ନିଜ ଆଇନଷ୍ଟାଇନ ବୁଦ୍ଧିରେ ସଙ୍ଗେ ସଙ୍ଗେ ପ୍ରୋଜେକ୍ଟ କରି ଦିଅନ୍ତି ମିହିରି । ବିଶେଷ କରି ସାଧାରଣ ଜୀବନରେ କେମିତି ଲୋକଟିଏ ଗୋଟିଏ ସାମଗ୍ରୀକୁ ଏକାଧିକ କାମରେ ସୁବିନିଯୋଗ କରିପାରିବ ସେ ଦିଗରେ ବି ଧ୍ୟାନ ଦିଅନ୍ତି ମିହିର ।

୨୦୦୦ ମସିହାରେ ସେ ଲୋକଙ୍କ ପାଇଁ ବିଜ୍ଞାନର ନୂତନଧାରା କରିବା ସହ ୨୦୦୫ରେ ଚାଷୀଙ୍କ ପାଇଁ ବିଭିନ୍ନ ଉପକରଣର ପ୍ରକଳ୍ପ କରି ଚର୍ଚ୍ଚାକୁ ଆସିଥିଲେ । ତାଙ୍କ ଉଦ୍ଭାବନ ମଧ୍ୟରେ ଫ୍ୟାନ ଜେନେରେଟର, ଚାଷୀଙ୍କ ପାଇଁ ଡବଲ ସାଇଡ୍ ଫ୍ୟାନ, କୃଷିରେ ଲାଗୁଥିବା ବହୁମୂଖୀ ଯନ୍ତ୍ର, ମୋନାଲିସା ଶୀଳତ ଅଖା, ହସ୍ତ ଚାଳିତ ହାଲୁକା ପମ୍ପ ଆଦି ଅନେକ ପ୍ରକାର ରହିଛି ।

୧୮୮୭ ମସିହା ଠାରୁ ପିଲା ଏବଂ ଲୋକଙ୍କ ପାଇଁ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଭଦ୍ଭାବନ କରିଥିବାରୁ ଏ ପର୍ଯ୍ୟନ୍ତ ୨୪ଟି ଦେଶରୁ ସେ ସମ୍ମାନିକଚ ହେବା ସହ ଆସାମ ବୁକ ଅଫ ରେକର୍ଡରେ ତାଙ୍କୁ ଓଡିଶାର ଆଇନ ଷ୍ଟାଇନ ଉପାଧିରେ ସମ୍ମାନିତ କରାଯାଇଛି । ଚାକିରି ଜୀବନ ସହ ଗବେଷଣାରେ ମଗ୍ନ ମିହିର ବାଡିରେ ଜୈବିକ ପଦ୍ଧତିରେ ଚାଷ କରିବା ସହ ମାଛ ଚାଷ ବି କରିଛନ୍ତି । ତେବେ କଥାରେ ଅଛି ଗାଁ କନିଆ ସିଙ୍ଘାଣି ନାକି । ମିହିର ଏତେ ସବୁ ଉଦ୍ଭାବନ କରି ଦେଶା ସାରା ଚର୍ଚ୍ଚିତ ଥିବା ବେଳେ ବିଡମ୍ବନାର ବିଷୟ ରାଜ୍ୟ ସରକାରଙ୍କ ତରଫରୁ କିନ୍ତୁ ତାଙ୍କୁ କୌଣସି ପ୍ରୋତ୍ସାହନ ମିଳୁନି କି ସମ୍ମାନିତ କରାଯାଉନି ।

from Kanak News
via <a href="https://ifttt.com/?

ସାହାଯ୍ୟ କରିଥିଲେ, ସମ୍ମାନ ପାଇଲେ । ଆଉଟଲୁକ ମାଗାଜିନ୍ ପର୍ସନ୍ସ ଅଫ ଦ ଇଅର ତାଲିକାରେ ସ୍ଥାନ ପାଇଲେ ପ୍ରଥମ ଓଡିଆ ଅଭିନେତା ସବ୍ୟସାଚୀ ମିଶ୍ର ।

କନକ ବ୍ୟୁରୋ: ସେବା ପାଇଁ ସମ୍ମାନ । ପୁଣି ସବ୍ୟସାଚୀଙ୍କୁ ମିଳିବାକୁ ଯାଉଛି ଆଉ ଏକ ସମ୍ମାନ । ଆଉଟଲୁକ ମାଗାଜିନ ତରଫରୁ ଏହି ସମ୍ମାନ ମିଳିବାକୁ ଯାଉଥିବା ବେଳେ ସବ୍ୟଙ୍କ ନାମ ଘୋଷଣା କରାଯାଇଛି ତାସହ ମାଗାଜିନର କଭର ପେଜରେ ବି ଏ ଦରଦୀ ମଣିଷଙ୍କୁ ସ୍ଥାନୀତ କରାଯାଇଛି । ବର୍ଷ ୨୦୨୦ରେ ସବୁଠୁ ଚର୍ଚ୍ଚିତ ଏବଂ ମହାମାରୀ କାଳରେ ମଣିଷଜାତିର ସେବା କରି ଯେଉଁ ମାନବିକତାର ମାଇଲଖୁଣ୍ଟ ସାଜିଛନ୍ତି ସବ୍ୟ, ସେଥିପାଇଁ ତାଙ୍କୁ ଆଉଟଲୁକ  ପର୍ସନ୍ସ ଅଫ ଦ ଇୟର ଭାବେ ମନୋନୀତ କରାଯାଇଛି ।

ସବ୍ୟଙ୍କ ସହ ଆଉ ଜଣେ ଦୁଃଖିଙ୍କ ବନ୍ଧୁ ସୋନୁ ସୁଦଙ୍କୁ ମଧ୍ୟ ଆଉଟଲୁକ  ପର୍ସନ୍ସ ଅଫ ଦ ଇୟର ଭାବେ ସମ୍ମାନୀତ କରାଯିବ । ସାରା ଦେଶ ପାଇଁ ସେବା, ସହଯୋଗର ସାକ୍ଷାତ ଦେବତା ସାଜିଥିବା ସୋନୁଙ୍କୁ ସମ୍ମାନ ମିଳିବ । ଏଥିସହ ସାହିନ ବାଗ ଦାଦି ନାଁରେ ପରିଚିତ ଲୋକଙ୍କ ହକ ପାଇଁ ଲଢେଇ କରୁଥିବା ୮୨ ବର୍ଷର ବିଲକିସ ଦାଦିଙ୍କୁ ବି ଏହି ସମ୍ମାନରେ ସମ୍ମାନିକ କରାଯିବ । ନାଗରିକତା ଆଇନଠୁ ଚାଷୀଙ୍କ ହକ ପାଇଁ ଲଢି ଚର୍ଚ୍ଚିତ ସାହିନିବାଗ ଦାଦି । ସେପଟେ ଭାରତୀୟ କ୍ରିକେଟର ଟି. ନଟରାଜନଙ୍କ ସହ ସୁଶାନ୍ତ ସିଂହଙ୍କ ମୃତ୍ୟୁ ନେଇ ସବୁଠୁ ଚର୍ଚ୍ଚିତ ଥିବା, ଟ୍ରେଣ୍ଡିଂ ପାଲଟିଥିବା ରିୟା ଚକ୍ରବର୍ତ୍ତୀଙ୍କୁ ବି ନିଜ ପୋଷ୍ଟରରେ ସ୍ଥାନ ଦେଇଛି ଆଉଟଲୁକ । ତେବେ ସଙ୍କଟ ସମୟରେ ଶ୍ରମିକଙ୍କ ପାଇଁ ଭଗବାନ ପାଲଟିଥିବା ଦୁଇ ଦେବଦୂତ ସୋନୁ-ସବ୍ୟଙ୍କୁ ସମାଜ ସେବା ପାଇଁ ସମ୍ମାନ ମିଳୁଥିବା ବେଳେ ସବ୍ୟସାଚୀ ପ୍ରଥମ ଓଡିଆ ଯିଏ ଏ ସମ୍ମାନ ପାଇବାକୁ ଯାଉଛନ୍ତି ।

ମନେପକାନ୍ତୁ, କରୋନା ପାଇଁ ଯେତେବେଳେ ସାରା ଭାରତରେ ତାଲା ପଡିଲା । ଲକଡାଉନ ସଟଜାଉନ ପାଇଁ ସବୁଠି ବାଟ ବନ୍ଦ ହୋଇଗଲା । ଘରକୁ ଫେରିବାକୁ ଲୋକେ ଡହଳବିକଳ ହେଲେ, ପେଟ ପାଇଁ ପର ରାଇଜକୁ ଯାଇଥିବା ଦାଦନଟିଏ ଗାଁକୁ ଫେରିବାକୁ ମାଇଲ ମାଇଲ ବାଟ ଚାଲିଲା । ଆଉ ଅସହାୟ ଲୋକଙ୍କର ସେହି ଅସରନ୍ତି ଯାତ୍ରା ସେତେବେଳେ ସବ୍ୟଙ୍କୁ ବ୍ୟଥିତ କରିଥିଲା । ବାଟଚଲା ଶ୍ରମିକ ଠାରୁ ବାହାରେ ଫଶି ରହିଥିବା ଯୁବକ ଯୁବତୀଙ୍କୁ ନିଜ ମାଟି ଫେରାଇ ଆଣିବାକୁ ସବ୍ୟ ସାଜିଥିଲେ ସେତୁ । ସଂକ୍ରମଣ ଭୟ ଭିତରେ ଗୋଟେ ପରେ ଗୋଟେ ସାହାଯ୍ୟ କରି ସେ ପାଲଟିଥିଲେ ଓଡିଶାର ସୁନା ପୁଅ ।

ତେବେ ଖାଲି ଲକଡାଉନ କାହିଁକି ଅନେକ ସମୟରେ ଭିନ୍ନ ଭିନ୍ନ ସ୍ତରରେ ସହଯୋଗର ହାତ ବଢାଇଛନ୍ତି ସବ୍ୟସାଚୀ । କେବେ କେନ୍ଦ୍ରାପଡାର ଭିକ ମାଗୁଥିବା କୁନି ପୁଅକୁ ପାଠ ପଢା ସହ ତା ଭଉଣୀକୁ ସିଲେଇ ମେସିନ ଦେବା ହେଉ, ଅବା କଟକର କୁନି ଝିଅକୁ ମୋବାଇଲ ଦେଇ ତା ଅନଲାଇନ ପାଠ ପଢାରେ ସହଯୋଗ କରିଥିଲେ ସବ୍ୟ । ଢେଙ୍କାନାଳର ପକ୍ଷାଘାତରେ ପିଡିତା ବୁଢିମାଉସୀଙ୍କ ଦୁଃଖ ଦେଖି ତାଙ୍କୁ ହ୍ୱିଲ ଚେୟାର ଦେଇଥିଲେ ତ ଭୁବନେଶ୍ୱର ବାଳକାଟି ବିଦୁ ମାଉସୀଠୁ ୬ ହଜାର ଦୀପ କିଣି ତାଙ୍କ ମୁହଁରେ ହସ ଫୁଟାଇଥିଲେ ଏ ହୃଦୟର ହିରୋ ।

ଯାତ୍ର ଅଭିନେତ୍ରୀ ରିଙ୍କିଙ୍କ କଥା କୁହନ୍ତୁ ଅବା ସୋର ବେଲଦା ଅଞ୍ଚଳର ଏ ମଉସା ମାଉସୀଙ୍କୁ ଦୂର ଦେଶରୁ ଆଣି ପାଖାପାଖି କରାଇବା । କିମ୍ବା ତାରିଣୀଙ୍କ ପାଖକୁ ଲକଡାଉନ ନଡିଆ ପଠାଇ ଭକ୍ତଙ୍କୁ ଖୁସି କରାଇବା ଏ ସବୁ ମହତ କାମ କରି ସମସ୍ତଙ୍କ ପ୍ରିୟ ପାଲଟିଥିବା ସବ୍ୟଙ୍କୁ ମାଗାଜିନ ଆଉଟଲୁକ କରୁଛି ସମ୍ମାନିତ । ଆଉ ସବ୍ୟସାଚୀ ହେଉଛନ୍ତି ବିଦାୟୀ ବର୍ଷର ଆଉଟଲୁକ  ପର୍ସନ୍ସ ଅଫ ଦ ଇୟର..

from Kanak News
via <a href="https://ifttt.com/?

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନେଇ ବିଜେଡି-ବିଜେପି ମୁହାଁମୁହିଁ । ପୃଥ୍ୱୀରାଜ ହରିଚନ୍ଦନ କହିଲେ, ଯୋଗ୍ୟ ହିତାଧିକାରୀଙ୍କୁ ଦିଆଯାଉ ଘର । ବିଜେଡି କହିଲା, ପୃଥ୍ୱୀରାଜଙ୍କ ପାଖରେ ନାହିଁ ସଠିକ୍ ତଥ୍ୟ

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନେଇ ବିଜେଡି-ବିଜେପି ମୁହାଁମୁହିଁ । କେନ୍ଦ୍ର ସରକାରଙ୍କ ଅର୍ଥରେ ଗରିବଙ୍କୁ ବାସଗୃହ ଯୋଗାଇ ଦିଆଯାଉଛି । ବିଜେପିର ରାଜ୍ୟବ୍ୟାପୀ ଆନ୍ଦୋଳନ ପରେ ରାଜ୍ୟ ସରକାର ବିଜୁ ପକ୍କାର ଘର ଯୋଜନାର ଲୋଗୋ ବଦଳାଇଛନ୍ତି । ଏବେ ହିତାଧିକାରୀଙ୍କ ଘରେ ପ୍ରଧାନମନ୍ତ୍ରୀ ଆବସ ଯୋଜନା ଓ ବିଜୁ ପକ୍କା ଘର ସଂପୂର୍ଣ୍ଣ ଭାବେ ଲେଖାଯାଇଥିବା ଓ ପ୍ରାଂଜଳ ଭାବେ ଛପାଯାଇଥିବା ଷ୍ଟିକର ଲାଗିବ ।

୨୦୧୪ ଓ ୧୫ର ଲାଗୁଥିବା ଲୋଗ ଆଉ ବ୍ୟବହାର ହେବନି । ଏହାକୁ ନେଇ ବିଜେଡି ବିଜେପି ମୁହାଁମୁଂହିଁ ହୋଇଛନ୍ତି । ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ଯୋଗ୍ୟ ହିତାଧିକାରୀଙ୍କୁ ଘର ଦିଆଯାଉ । ଭାବିିଚିନ୍ତି ନିଷ୍ପତି ନିଅନ୍ତୁ ସରକାର । ସରକାର ଷ୍ଟିକର ଲଗାଇବା ପାଇଁ ୧୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ଏବେ ପୁଣି ନୁଆ ଲୋଗୋ ଳଗାଯିବ । ଯେଉଁ ୧୦ କୋଟି କ୍ଷତି ହେବ ତାକୁ କିଏ ଭରଣା କରିବ ବୋଲି ପ୍ରଶ୍ନ କରିଛନ୍ତି ।

ସେପଟେ ବିଜେଡି କହିଲା, ପୃଥ୍ୱରାଜଙ୍କ ପାଖରେ ସଠିକ୍ ତଥ୍ୟ ନାହିଁ । ଅଧା କେନ୍ଦ୍ର ଓ ଅଧା ରାଜ୍ୟ ଖର୍ଚ୍ଚ ଦେଉଛି । ୨୦ ଲକ୍ଷ ଘର କରି କେନ୍ଦ୍ରଠାରୁ ପୁରସ୍କାର ନେଇଛୁ । ପୃଥ୍ୱୀରାଜ ହରିଚନ୍ଦନ ହାସ୍ୟାସ୍ପଦ କଥା କହୁଛନ୍ତି ବୋଲି ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି ।

from Kanak News
via <a href="https://ifttt.com/?

ଶେଷ ହେବ କି ଅଚଳାବସ୍ଥା ? ଦିଲ୍ଲୀରେ ଆଜି ସରକାର-ଚାଷୀ ସଂଗଠନର ସପ୍ତମ ଥର ପାଇଁ ଆଲୋଚନା ଆରମ୍ଭ, କୃଷି ଆଇନକୁ ବିରୋଧ କରି ଧାରଣା ଜାରି ରଖିଛନ୍ତି ଚାଷୀ ।

କନକ ବ୍ୟୁରୋ : ଦିଲ୍ଲୀରେ ଆଜି ଚାଷୀ ସଂଗଠନ ଓ ସରକାରଙ୍କ ମଧ୍ୟରେ ଆଲୋଚନା ଆରମ୍ଭ ହୋଇଛି । କୃଷି ଆଇନକୁ ବିରୋଧ କରି ଧାରଣା ଜାରି ରଖିଛନ୍ତି ଚାଷୀ ସଂଗଠନ । ଆଉ ଏହାରି ଭିତରେ ଆଜିକୁ ୩୫ ଦିନରେ ପହଞ୍ଚିଲାଣି ଆନ୍ଦୋଳନ । ସରକାର ଦାବି ଶୁଣୁ ନଥିବାରୁ ଆନ୍ଦୋଳନରତ କୃଷକ ପଞ୍ଜାବରେ ମୋବାଇଲ ଫୋନ ଟାୱାରକୁ ଟାର୍ଗେଟ କରିଛନ୍ତି । ୨ ଦିନରେ ୧୫ ଶହରୁ ଅଧିକ ମୋବାଇଲ ଟାୱାରକୁ କ୍ଷତି ପହଞ୍ଚାଇବା ପରେ ପଂଜାବ ଓ ବିହାରରେ ଚାଷୀ ଓ ପୋଲିସ ମୁହାଁମୁହିଁ ହୋଇଛନ୍ତି ।
ଚାଷୀଙ୍କ ଏଭଳି କାର୍ଯ୍ୟ ପାଇଁ ପଞ୍ଜାବରେ ଫୋନ୍ ସେବା ବାଧାପ୍ରାପ୍ତ ହୋଇଛି । ଆନ୍ଦୋଳନରତ ଚାଷୀ ମୋବାଇଲ ଟାୱାରକୁ କ୍ଷତି ନପହଞ୍ଚାଇବା ଲାଗି ଟେଲିକମ୍ କମ୍ପାନୀଗୁଡ଼ିକ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କୁ ନିବେଦନ କରିଥିଲେ । ଚାଷୀଙ୍କୁ ମଧ୍ୟ ଏନେଇ ସୂଚନା ଦିଆଯିବା ସତ୍ୱେ ଟାୱାର ଗୁଡିକୁ ଭଙ୍ଗା ଯାଉଥିବା ସୂଚନା ମିଳିଛି ।

from Kanak News
via <a href="https://ifttt.com/?

ପରୀ ହତ୍ୟା ମାମଲାରେ ହାଇକୋର୍ଟରେ ଆଉ ଏକ ମିସ କେସ ଦାୟର । ବାବୁଲି ନାୟକର ପଲିଗ୍ରାଫ୍ ଟେଷ୍ଟ କରିବାକୁ କୋର୍ଟରେ ଆବେଦନ

କନକ ବ୍ୟୁରୋ : ପରୀ ହତ୍ୟା ମାମଲାରେ ହାଇକୋର୍ଟରେ ଆଉ ଏକ ମିସ କେସ ଦାୟର ହୋଇଛି । ଭାରତୀୟ ବିକାଶ ପରିଷଦ ପକ୍ଷରୁ ମାମଲା ଦାୟର ହୋଇଛି । ଏଫଆଇଆରରେ ନାଁ ଥିବା ବ୍ୟକ୍ତିଙ୍କ ପଲିଗ୍ରାଫ ଟେଷ୍ଟ କରିବାକୁ ଆବେଦନ କରାଯାଇଛି । ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ମାମଲାରେ ଆବେଦନ କରାଯାଇଛି ।

ଏଯାଏ ତଦନ୍ତରେ ଅଭିଯୁକ୍ତ କିଏ ତାହା ସ୍ପଷ୍ଟ ହେଉନାହିଁ । ତେଣୁ ଘଟଣାର ଅନ୍ୟତମ ସନ୍ଦିଗ୍ଧ ବାବୁଲି ନାୟକଙ୍କ ପଲିଗ୍ରାଫ ଟେଷ୍ଟ କରାଯାଉ ବୋଲି କୋର୍ଟରେ ଆବେଦନ କରାଯାଇଛି ।

ପରୀ ହତ୍ୟା ମାମଲାରେ ଏସଆଇଟି ତଦନ୍ତ ପରେ ଅଭିଯୁକ୍ତ ସରୋଜକୁ ଗିରଫ କରାଯାଇଛି । ତେବେ ଅଭିଯୁକ୍ତ ହତ୍ୟା କରିଥିବା ନେଇ ମାନିଛି ବୋଲି ଏସଆଇଟି କହିଛି । ତେବେ ଏସଆଇଟି ତଦନ୍ତ ପରେ ବି ପରୀର ବାପା ମା ବାବୁଲି ନାୟକ ବିରୋଧରେ ଅଭିଯୋଗ କରୁଛନ୍ତି ।

from Kanak News
via <a href="https://ifttt.com/?

ରାଜ୍ୟ ସରକାରଙ୍କ ବଡ କାର୍ଯ୍ୟାନୁଷ୍ଠାନ । ଦୁର୍ନୀତି ଓ ଅପାରଗତା ଯୋଗୁଁ ୬ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ।

କନକ ବ୍ୟୁରୋ : ରାଜ୍ୟ ସରକାର ଆଜି ବଡ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଦୁର୍ନୀତି ଓ ଅପାରଗାତ ଯୋଗୁଁ ୬ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି । ସେମାନଙ୍କ ମଧ୍ୟରେ ୪ ଜଣ ଇଞ୍ଜିନିୟର ଥିବା ବେଳେ ୨ ଜଣ ଅବକାରୀ ବିଭାଗ ଅଧିକାରୀ ଅଛନ୍ତି ।

ଏହି ଅଧିକାରୀମାନେ ହେଲେ କେନ୍ଦୁଝର ରୁରାଲ ୱାର୍କ ଡିଭିଜନର ଜେପୁଟି ଏକ୍ସିକ୍ୟୁଟିଭ ଇଞ୍ଜିନିୟର ଅଜିତ କୁମାର ଦେବତା । ତାଙ୍କ ବିରୋଧରେ ୨ଟି ଭିଜିଲାନ୍ସ କେସ ରହିଛି । ସେହିପରି କ୍ୱାଲିଟି କଣ୍ଟ୍ରୋଲ ବିଭାଗର ଆସିଷ୍ଟାଣ୍ଟ ଇଞ୍ଜିନିୟର ଜିତେନ୍ଦ୍ର ଦଳାଇଙ୍କ ବିରୋଧରେ ମଧ୍ୟ ଦୁଇଟି ଭିଜିଲାନ୍ସ କେସ ରହିଛି ।

ମୟୂରଭଞ୍ଜର ଆସିଷ୍ଟାଣ୍ଟ ଇଞ୍ଜିନିୟର ବିଜୟ ପରିଡାଙ୍କ ନାଁରେ ୩ଟି ଭିଜିଲାନ୍ସ କେସ । ଭୁବନେଶ୍ୱରର ଆସିଷ୍ଟାଣ୍ଟ ଇଞ୍ଜିନିୟର ଗଣେଶ୍ୱର ସେଠୀଙ୍କ ବିରୋଧରେ ମଧ୍ୟ ମାମଲା ରହିଛି । ତେବେ ଏହି ଅଧିକାରୀଙ୍କ ବିରୋଧରେ କଡା କଡା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ସରକାର ।

from Kanak News
via <a href="https://ifttt.com/?

ଆସିଲା ସରକାରୀ କର୍ମଚାରୀଙ୍କ ପାଇଁ ନୂଆବର୍ଷ ଗାଇଡଲାଇନ : ଟ୍ୱିନସିଟିରେ ୭୫% କର୍ମଚାରୀଙ୍କୁ ନେଇ ଚାଲିବ ସରକାରୀ ଅଫିସ

କନକ ବ୍ୟୁରୋ : ଟ୍ୱିନସିଟିରେ ୭୫ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ ସରକାରୀ ଅଫିସ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଜାନୁଆରୀ ମାସ ପାଇଁ ଏହି ଗାଇଡଲାଇନ ଜାରି କରାଯାଇଥିବା ବେଳେ ଅଫିସ କାର୍ଯ୍ୟ ଯେପରି ବାଧାପ୍ରାପ୍ତ ନହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି ।

କେବଳ ଜରୁରୀକାଳୀନ ବିଭାଗ ଅଧିନରେ ଆସୁଥିବା ଅଫିସ ଗୁଡିକ ସମସ୍ତ କର୍ମଚାରୀଙ୍କୁ ନେଇ ଚାଲିବ । ଏସଆରସି, ଓଏସଡିଏମଏ. ପୋଲିସ, ଅଗ୍ନିଶମ, ସ୍ୱାସ୍ଥ୍ୟ ବିଭାଗ ଭଳି ଜରୁରୀକାଳୀନ ଅଫିସ ଗୁଡିକୁ ସମସ୍ତ କର୍ମଚାରୀ ଆସିବେ ।ଅତ୍ୟାବଶ୍ୟକ ପଡ଼ିଲେ ସରକାରୀ କାର୍ଯ୍ୟ ପାଇଁ ସମ୍ପୃକ୍ତ କର୍ମଚାରୀଙ୍କୁ ଅଫିସ ଆସିବାକୁ ପଡ଼ିବ। ସେଥିପାଇଁ ସମସ୍ତ କର୍ମଚାରୀ ଟେଲିଫୋନ୍‌ ଓ ମୋବାଇଲ ଫୋନ୍‌ ଖୋଲା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅଫିସ୍‌ ଆସୁଥିବା କର୍ମଚାରୀମାନେ କୋଭିଡ୍‌ ସଂକ୍ରମଣ ପ୍ରତିହତ ପାଇଁ ଥିବା ସମସ୍ତ ପ୍ରକାର ସତର୍କତା ନିୟମ ଅନୁପାଳନ କରିବାକୁ ପ୍ରମୁଖ ଶାସନ ସଚିବ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ।

ସେପଟେ ନୂଆବର୍ଷରେ ଅଫିସରେ ଏକାଠି ହୋଇପାରିବେନି ଅଧିକାରୀ । ଭର୍ଚୁଆଲ ମାଧ୍ୟମରେ ନବବର୍ଷ ଶୁଭେଚ୍ଛା ଜଣାଇବେ ଅଧିକାରୀ । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

from Kanak News
via <a href="https://ifttt.com/?

ବାହାର ଜିଲ୍ଲାକୁ ସୁବର୍ଣ୍ଣପୁରକୁ ଧାନ ଚୋରା ଚାଲଣ : ଜବତ ହେଲା ଧାନ ବୋଝେଇ ଗାଡ଼ି; ୪୩୦ ଟି ପଲିଥିନ ବ୍ୟାଗରେ ଥିଲା ୨୩୯ରୁ ଅଧିକ କ୍ୱିଂଟାଲର ଧାନ

କନକ ବ୍ୟୁରୋ : ବାହାର ଜିଲ୍ଲାରୁ ସୁବର୍ଣ୍ଣପୁରକୁ ଧାନ ଚୋରା ଚାଲଣ । ୨ଟି ଧାନ ବୋଝେଇ ଗାଡ଼ି ଜବତ କଲା ଯୋଗାଣ ବିଭାଗ । ଏହି ୨ଟି ଗାଡ଼ି ସୋନପୁର ଜିଲ୍ଲାରୁ ଆସିଥିଲା । ୪୩୦ ପଲିଥିନ ବ୍ୟାଗରେ ଥିବା ୨୩୯ କ୍ୱିଂଟାଲ ୨୭ କେଜି ଧାନ ଜବତ କରାଯାଇଛି । ୧୭୧ କ୍ୱିଂଟାଲ ଧାନ ନୟାଗଡ଼ରୁ ଆସିଥିବା ବେଳେ ଅନ୍ୟ ଏକ ମିନି ଟ୍ରକରେ ୬୭ କ୍ୱିଂଟାଲ ୮୨ କେଜି ଧାନ ବୌଦ୍ଧ ଜିଲ୍ଲାରୁ ସୋନପୁରକୁ ଚୋରା ଚାଲଣ ହେଉଥିଲା । ସୋନପୁର ସହରରେ ଏହି ଟ୍ରକକୁ ଜବତ କରିଛି ଯୋଗାଣ ବିଭାଗର ସ୍ୱତନ୍ତ୍ର ଟିମ୍ ।

from Kanak News
via <a href="https://ifttt.com/?

ଅକ୍ସଫୋର୍ଡ଼ କରୋନା ଭ୍ୟାକସିନକୁ ବ୍ରିଟେନର ମଞ୍ଜୁରୀ : ପୂର୍ବରୁ ଫାଇଜରକୁ ମିଳିସାରିଛି ଅନୁମତି; ଭାରତର ଅନୁମତିକୁ ଅପେକ୍ଷା

କନକ ବ୍ୟୁରୋ : କରୋନାର ଭୟ ମଧ୍ୟରେ ଆସିଲା ଭଲ ଖବର । ଅକ୍ସଫୋର୍ଡ ଦ୍ୱାରା ପ୍ରସ୍ତୁତ ଟୀକାକୁ ବ୍ୟବହାର ପାଇଁ ଅନୁମତି ଦେଇଛି ବ୍ରିଟେନ । କରୋନାର ନୂଆ ଷ୍ଟ୍ରେନର ଭୟ ମଧ୍ୟରେ ଆଷ୍ଟ୍ରଜେନିକା ଟିକାକୁ ମଞ୍ଜୁରୀ ମିଳିଛି । ପୂର୍ବରୁ ଫାଇଜର ଟିକାର ବ୍ୟବହାର ନେଇ ବ୍ରିଟେନ ଅନୁମତି ଦେଇସାରିଛି । ଟିକାର ଗଣବତା ଓ ନିରାପତ୍ତା ସମ୍ପର୍କରେ କମ୍ପାନୀ ଅଧିକ ତଥ୍ୟ ଦେବା ପରେ ବ୍ରିଟେନ ଏହି ଟିକାକୁ ଅନୁମତି ଦେଇଛି ।

 

from Kanak News
via <a href="https://ifttt.com/?

Design a site like this with WordPress.com
Get started