କଟକରୁ ପୁଣି ନକଲି ପନୀର ଜବତ : କଲିକତାରୁ ବସ୍ ଯୋଗେ କଟକ ଚାଲାଣ ହେଉଛି ପନୀର୍; ଚଢାଉ କରି ଧରିଲା ଚାଉଳିଆଗଞ୍ଜ ପୋଲିସ

କନକ ବ୍ୟୁରୋ : କଟକରୁ ପୁଣି ନକଲି ଜିନିଷ ଠାବ  । କୁଇଣ୍ଟାଲରୁ ଅଧିକ ନକଲି ପନୀର ଜବତ ହୋଇଛି । କଲିକତାରୁ ବସ୍ ଯୋଗେ କଟକ ଚାଲାଣ ହେଉଛି ପନୀର୍ । ନକଲି ପନୀର ବିକ୍ରି ବେଳେ ଚଢାଉ କରି ଧରିଲା ଚାଉଳିଆଗଞ୍ଜ ପୋଲିସ । ଜଣକୁ ଅଟକ ରଖି ପୋଲିସର ଖୋଳତାଡ । ସିଏମସି ଫୁଡ୍ ସ୍କ୍ୱାର୍ଡ ପକ୍ଷରୁ ପରୀକ୍ଷା ପାଇଁ ପନୀର ପଠାଗଲା ।

ନକଲି ସାମଗ୍ରୀର ହବ୍ ପାଲଟିଛି କଟକ ସହର । ବିଭିନ୍ନ ବ୍ରାଣ୍ଡ ନକଲି ସାମଗ୍ରୀ ପ୍ରସ୍ତୁତ କରି ବଜାରରେ ବିକି ମାଲେମାଲ ହେଉଛନ୍ତି ମାଫିଆ । ପୂର୍ବରୁ ବହୁ ପରିମାଣରେ ନକଲି ହଳଦୀ ଓ ବିଭିନ୍ନ ନାମୀଦାମୀ ବ୍ରାଣ୍ଡର ଲୋଗୋ ଥିବା ମସଲା ପ୍ୟାକେଟ ଜବତ କରିଥିଲା । ଚାଉଳିଆଗଂଜ ଥାନା ଅଂଚଳରୁ ଏକ ଅପମିଶ୍ରିତ ଘିଅ କାରଖାନା ଠାବ କରିଥିଲା ପୋଲିସ । ଏପରିକି ନକଲି ସିମେଣ୍ଟ କାରଖାନା ଉପରେ ମଧ୍ୟ ପୋଲିସ ଚଢାଉ କରିଥିଲା ।

from Kanak News
via <a href="https://ifttt.com/?

ଚିନ୍ତା ବଢାଇଲା ବ୍ରିଟେନ ଷ୍ଟ୍ରେନ : ବ୍ରିଟେନରୁ ଭାରତକୁ ଜାନୁଆରୀ ୭ ଯାଏଁ ବିମାନସେବା ବାତିଲ

କନକ ବ୍ୟୁରୋ : ବ୍ରିଟେନକୁ ବିମାନ ଉଡ଼ାନ ଉପରେ ଲାଗିଲା କଟକଣା । ୟୁକେରୁ ଯାତାୟତ କରୁଥିବା ବିମାନ ଉଡ଼ାଣ ଉପରେ ଲାଗିଲା ରୋକ । ଜାନୁଆରୀ ୭ ଯାଏଁ ବ୍ରିଟେନକୁ ବିମାନ ଯାତ୍ରା ମନା । ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ ଏହି ସୂଚନା ଦେଇଛନ୍ତି । ବ୍ରିଟେନରେ ନୂଆ ଷ୍ଟ୍ରେନ କରୋନାକୁ ନେଇ ଏହି କଟକଣା ଜାରି କରାଯାଇଛି ।

ଭାରତରେ ବି ଧିରେ ଧିରେ କାୟା ବିସ୍ତାର କରିବା ଆରମ୍ଭ କରିଛି । ବ୍ରିଟେନରୁ ଭାରତ ଆସିଥିବା ୨୦ ଜଣ ବର୍ତମାନ ସୁଦ୍ଧା ଏହି ନୂଆ ଷ୍ଟ୍ରେନର ଶୀକାର ହୋଇଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ, ବର୍ତମାନ ନୂଆ ଷ୍ଟ୍ରେନରେ ୨୦ ଜଣ ସଂକ୍ରମିତ ହୋଇଛନ୍ତି । ବର୍ତମାନ ଏହି ଷ୍ଟ୍ରେନ ଭାରତ ସମେତ ସ୍ପେନ, ସ୍ୱିଡେନ, ସ୍ୱିଜରଲାଣ୍ଡ ଭଳି ୧୪ଟି ଦେଶରେ ମିଳିଲାଣି । ବ୍ରିଟେନରୁ ଫେରିଥିବା ସମସ୍ତଙ୍କ ସ୍ୱାସ୍ଥ୍ୟକୁ ଯାଂଚ କରାଯାଉଛି ।

ଉତରପ୍ରଦେଶ ମୀରଠରେ ୨ ବର୍ଷିୟା ନାବାଳିକା ଦେହରେ କରୋନା ନୂଆ ଷ୍ଟ୍ରେନ ମିଳିଛି । ଏହି ପରିବାର ନିକଟରେ ବ୍ରିଟେନରୁ ଫେରିଥିଲେ । ବାପା-ମା ଓ ଝିଅ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ତେବେ ୨ ବର୍ଷିୟା ନାବାଳିତା ଦେହରେ କରୋନାର ନୂଆ ଷ୍ଟ୍ରେନ ଦେଖିବାକୁ ମିଳିଛି । ଗତ ଏକ ମାସ ମଧ୍ୟରେ ବ୍ରିଟେନରୁ ପ୍ରାୟ ୩୦ ହଜାରରୁ ଅଧିକ ଲୋକ ଭାରତ ଆସିଛନ୍ତି ।

from Kanak News
via <a href="https://ifttt.com/?

ପରଲୋକରେ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ର : ମୁଖ୍ୟମନ୍ତ୍ରୀଙ୍କ ଶୋକ; ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ହେବ ଶେଷକୃତ୍ୟ

କନକ ବ୍ୟୁରୋ : ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନ୍ତୁ ମହାପାତ୍ରଙ୍କ ପରଲୋକ ହୋଇଯାଇଛି । ଗତକାଲି ରାତି ୧୨ଟା ୪୫ ମିନିଟରେ ତାଙ୍କର ଦେହାନ୍ତ ହୋଇଛି । ଅଶାନ୍ତନୁ ମହାପାତ୍ରଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ । ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକ ସନ୍ତପ୍ତ ପରିବାରକୁ ଜଣାଇଲେ ସମବେଦନା । ରାଷ୍ଟ୍ରୀୟ ମର୍ଯ୍ୟଦା ସହ ଶେଷକୃତ୍ୟ ସମ୍ପନ୍ନ ପାଇଁ ଘୋଷଣା କରିଛନ୍ତି ସରକାର ।

ସେପଟେ ସୁସ୍ଥତା କାରଣରୁ ତାଙ୍କୁ ରବିବାର ରାତିରେ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଭର୍ତି କରାଯାଇଥିଲା । ତାଙ୍କୁ ନିମୋନିଆ ହୋଇଥିଲା । ତାଙ୍କ କିଡନୀ ବି କାମ କରୁନଥିଲା । ଶାନ୍ତନୁ ମହାପାତ୍ର ଓଡିଆ ଚଳଚିତ୍ର ଜଗତକୁ ଅନେକ ଚିର ସବୁଜ ସଙ୍ଗୀତ ଭେଟି ଦେଇଛନ୍ତି । ତାଙ୍କ ସଙ୍ଗୀତ ଲକ୍ଷ ଲକ୍ଷ ଦର୍ଶକଙ୍କ ହୃଦୟରେ ବସା ବାନ୍ଧିଛି । ଦୀର୍ଘ ୬୦ ବର୍ଷ ଧରି ସେ ଓଡିଆ ସଙ୍ଗୀତ ଜଗତ ସହ ଜଡିତ ଥିଲେ । ବଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ଜନ୍ମ ବାରିପଦାରେ ହୋଇଥିଲା । ସେ ଆଇଆଇଟି ଖଡଗପୁରର ଛାତ୍ର ଥିଲେ । ଖଣି ଓ ଭୂତତ୍ୱ ବିଭାଗର ନିର୍ଦ୍ଦେଶକ ଭାବରେ କାମ କରି ୧୯୯୪ ମସିହାରେ ସେ ଅବସର ନେଇଥଇଲେ । ସେ ଶହେରୁ ଅଧିକ ଆଧୁନିକ ଗୀତରେ ସଙ୍ଗତ ନିର୍ଦ୍ଦେଶନା ଦେଇଛନ୍ତି । ଅନେକ ଓଡିଆ ଓ ବଙ୍ଗଳା ଫିଲ୍ମରେ ଶାନ୍ତନୁ ମହାପାତ୍ର ସଙ୍ଗୀତ ନିର୍ଦ୍ଦେଶନା ଦେଇସାରିଛନ୍ତି ।

ଓଡିଆ, ହିନ୍ଦୀ, ବଙ୍ଗାଳୀ. ଅହମିଆ ଓ ତେଲୁଗୁ ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶନା ଦେବାରେ ଶାନ୍ତନୁ ମହାପାତ୍ର ହେଉଛନ୍ତି ପ୍ରଥମ ଓଡିଆ ତାଙ୍କ ନିର୍ଦ୍ଦେଶନାରେ ଲତା ମଙ୍ଗେସକର ଓ ମହମ୍ମଦ ରଫି ଓଡିଆ ଫିଲ୍ମରେ ପ୍ରଥମ ଗୀତ ଗାଇଥିଲେ । ମହମ୍ମଦ ରଫି ଗାଇଥିବା ପ୍ରସିଦ୍ଧ ଓଡିଆ ଗୀତ ମୟୁରୀ ଗୋ ତୁମେର ସେ ଥିଲେ ସଙ୍ଗୀତ ନିର୍ଦ୍ଦେଶକ । ତାଙ୍କର ପ୍ରମୁଖ ଫିଲ୍ମଗୁଡିକ ହେଲା, ଚିଲିକା ତୀରେ, ପ୍ରିୟତମା, ଅଗ୍ନିପରୀକ୍ଷା, ମେଘମୁକ୍ତି ଓ ଶୀତରାତି । ଶାନ୍ତନୁଙ୍କ ମରଶରୀରକୁ ପ୍ରଥମେ ତାଙ୍କ ପଳାସପଲ୍ଲୀ ବାସଭବନକୁ ନିଆଯାଇଛି । ସେଠି କିଛି ସମୟ ରହିବା ପରେ ସତ୍ୟନଗର ଶ୍ମଶାନକୁ ନିଆଯିବ ।

from Kanak News
via <a href="https://ifttt.com/?

ରାତି ଅଧରେ ଲାଗିଲା ନିଆଁ : ଜଳିଗଲା କାର୍, ଦୁଇ ମୋଟରବାଇକ୍ ଓ ସ୍କୁଟି, ବର୍ତ୍ତିଗଲେ ଘର ମାଲିକ

କନକ ବ୍ୟୁରୋ : ରାଉରକେଲା ବାସନ୍ତି କଲୋନୀରେ ଭୟାବହ ଅଗ୍ନିକାଣ୍ଡ । ଘର ମାଲିକଙ୍କ ଗାଡ଼ି ସହ ଲକ୍ଷାଧିକ ଟଙ୍କାର ସମ୍ପତି ଜଳିପୋଡ଼ି ପାଉଁଶ । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଂଚି ନିଆଁକୁ ଆୟତ କରିଛନ୍ତି । ଅଗ୍ନିକାଣ୍ଡରେ କେହି ଆହତ ହୋଇନଥିବା ସୂଚନା ରହିଛି । ଗତକାଲି ରାତି ପ୍ରାୟ ଗୋଟାଏରେ ଘଟିଥିଲା ଏହି ଅଘଟଣ । ବାସନ୍ତି କଲୋନି ଫେଜ ୧ର ମୁଖ୍ୟ ରାସ୍ତା ପାଶ୍ୱର୍ରେ ଦେବବ୍ରତ ମହାପାତଙ୍କ ବାସଭବନରେ ବିଳମ୍ବିତ ରାତିରେ କେହି ଦୁର୍ବୃତ ନିଆଁ ଲଗାଇଥିବା ଆଶଙ୍କା କରାଯାଉଛି । ଉଦିତନଗର ଥାନା ପୋଲିସ ଏନେଇ ଅଧିକ ତଦନ୍ତ ଜାରି ରଖିଛି ।

ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବାରୁ ପାଖ ପଡ଼ୋଶୀ ଘର ଅଳ୍ପକେ ବର୍ତ୍ତି ଯାଇଛିl ଘରେ ଥିବା ଦୁଇ ପରିବାରର କେହି ହତାହତ ହୋଇନାହାନ୍ତିl ବାସନ୍ତୀ କଲୋନି ଏଲ – ୫୭ରେ ବ୍ୟବସାୟୀ ଦେବବ୍ରତ ମହାପାତ୍ର ପରିବାର ସହ ରହନ୍ତି l ତଳ ମହଲାକୁ ଜଣଙ୍କୁ ଭଡାରେ ଦେଇଥିଲେl ନିଜେ ଊପର ମହଲାରେ ପରିବାର ସହ ରହୁଥିଲେl ପରିବାର ସମ୍ପର୍କୀୟଙ୍କ ଘରକୁ ଯାଇଥିବାରୁ ଦେବବ୍ରତ ଏକାକୀ ରହୁଥିଲେ l

ଗତକାଲି ବିଳମ୍ବିତ ରାତିରେ କାର ଗ୍ୟାରେଜରୁ ଧୂଆଁ ବାହାରୁଥିବା ଦେଖି ତଳ ମହଲାରେ ରହୁଥିବା ଭଡାଟିଆ ଘରୁ ବାହାରି ଆସି ପାଟି କରିଥିଲେl ସେତେବେଳକୁ ନିଆଁ ଦୁଇ ମହଲା ଘରକୁ ବ୍ୟାପି ଯାଇଥିଲା l ଧୂଆଁ ଏତେ ଥିଲା ଯେ ଉପର ମହଲାରେ ରହୁଥିବା ଦେବବ୍ରତ ବାହାରି ନ ପାରି ଫସି ରହିଥିଲେl ଅଗ୍ନିଶମ କର୍ମଚାରୀ ପହଞ୍ଚି ଦେବବ୍ରତଙ୍କୁ ଉଦ୍ଧାର କରିଥିଲେl କାରର ସଟ ସର୍କିଟ ରୁ ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି l

from Kanak News
via <a href="https://ifttt.com/?

ଏନଏମଆର କର୍ମଚାରୀ ପ୍ରଶାନ୍ତ କୁମାର ନାୟକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ : ଏକକାଳୀନ ୫ଟି ସ୍ଥାନରେ ଭିଜିଲାନ୍ସ ରେଡ୍

କନକ ବ୍ୟୁରୋ : ବ୍ରହ୍ମପୁର ଲିଙ୍ଗରାଜ ଆଇନ ମହାବିଦ୍ୟାଳୟରେ କାର୍ଯ୍ୟରତ ଏନଏମଆର କର୍ମଚାରୀ ପ୍ରଶାନ୍ତ କୁମାର ନାୟକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ । ବହ୍ମପୁର ଆସିକା ରୋଡ ଘର, କଲେଜ,ଲୋଚାପଡ଼ା ଘର, ଦୁଇଟି ଗୋଦାମରେ ଚଢ଼ାଉ ଚାଲିଛି ।

ବ୍ରହ୍ମପୁର ଡିଭିଜନ୍‌ର ଭିଜିଲାନ୍‌ସ୍‌ ଅଧିକାରୀମାନେ ବ୍ରହ୍ମପୁର ଆସ୍କା ରୋଡ୍‌ରେ ଥିବା ଶ୍ରୀ ନାୟକଙ୍କ ତିନି ମହଲା କୋଠା ତଥା ସ୍ପେଆର୍‌ ପାର୍ଟ ଦୋକାନ, ବ୍ୟାଙ୍କ୍‌ କଲୋନିରେ ଥିବା ତିନିମହଲାବିଶିଷ୍ଟ ନୂଆ ଆବାସିକ କୋଠା, ଆସ୍କା ରୋଡ୍‌ରେ ଥିବା ଦୁଇ ମହଲାବିଶିଷ୍ଟ ଗୋଦାମ, ବୃନ୍ଦାବତୀ ନଗରରେ ଏବଂ ବିଷ୍ଣୁନଗରରେ ଥିବା ଭଡ଼ା ଗୋଦାମରେ ଏକ ସଙ୍ଗେ ଚଢ଼ାଉ କରି ଖାନତଲାସ ଚଳାଇଛନ୍ତି । ବ୍ରହ୍ମପୁର ଭିଜିଲାନ୍‌ସ୍‌ର ମିସ୍‌ଲେନିୟସ୍‌ କେସ୍‌ ନମ୍ବର ୯/୨୦ର ତଲାସ ପରଓ୍ଵାନା ବଳରେ ଚଢ଼ାଉ କରିଥିବା ଭିଜିଲାନ୍ସ ଟିମ୍‌ ଏପର୍ଯ୍ୟନ୍ତ ଶ୍ରୀ ନାୟକଙ୍କ ଘରୁ ନଗଦ ୧୮,୦୫,୦୧୦ ଜବତ କରିଛନ୍ତି ।

from Kanak News
via <a href="https://ifttt.com/?

ଚିନ୍ତା ବଢାଇଲା ବ୍ରିଟେନ ଷ୍ଟ୍ରେନ : ବର୍ତ୍ତମାନ ସୁଦ୍ଧା ଭାରତ ଆସିଥିବା ୨୦ ଜଣ ଲଣ୍ଡନ ଫେରନ୍ତାଙ୍କ ଦେହରେ ଦେଖାଗଲା ଲକ୍ଷଣ

କନକ ବ୍ୟୁରୋ : ବ୍ରିଟେନରୁ ଆସିଥିବା କରୋନାର ନୂଆ ଷ୍ଟ୍ରେନ ଭାରତରେ ବି ଧିରେ ଧିରେ କାୟା ବିସ୍ତାର କରିବା ଆରମ୍ଭ କରିଛି । ବ୍ରିଟେନରୁ ଭାରତ ଆସିଥିବା ୨୦ ଜଣ ବର୍ତ୍ତମାନ ସୁଦ୍ଧା ଏହି ନୂଆ ଷ୍ଟ୍ରେନର ଶୀକାର ହୋଇଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ, ବର୍ତ୍ତମାନ ନୂଆ ଷ୍ଟ୍ରେନରେ ୨୦ ଜଣ ସଂକ୍ରମିତ ହୋଇଛନ୍ତି । ବର୍ତ୍ତମାନ ଏହି ଷ୍ଟ୍ରେନ ଭାରତ ସମେତ ସ୍ପେନ, ସ୍ୱିଡେନ, ସ୍ୱିଜରଲାଣ୍ଡ ଭଳି ୧୪ଟି ଦେଶରେ ମିଳିଲାଣି । ବ୍ରିଟେନରୁ ଫେରିଥିବା ସମସ୍ତଙ୍କ ସ୍ୱାସ୍ଥ୍ୟକୁ ଯାଂଚ କରାଯାଉଛି । ଉତରପ୍ରଦେଶ ମୀରଠରେ ୨ ବର୍ଷିୟା ନାବାଳିକା ଦେହରେ କରୋନା ନୂଆ ଷ୍ଟ୍ରେନ ମିଳିଛି ।

ଏହି ପରିବାର ନିକଟରେ ବ୍ରିଟେନରୁ ଫେରିଥିଲେ । ବାପା-ମା ଓ ଝିଅ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ତେବେ ୨ ବର୍ଷିୟା ନାବାଳିତା ଦେହରେ କରୋନାର ନୂଆ ଷ୍ଟ୍ରେନ ଦେଖିବାକୁ ମିଳିଛି । ଗତ ଏକ ମାସ ମଧ୍ୟରେ ବ୍ରିଟେନରୁ ପ୍ରାୟ ୩୦ ହଜାରରୁ ଅଧିକ ଲୋକ ଭାରତ ଆସିଛନ୍ତି । ଏମାନଙ୍କ ମଧ୍ୟରୁ ଶହେରୁ ଅଧିକ ଲୋକଙ୍କୁ କରୋନା ପଜିଟିଭ ହୋଇଛି । ସମସ୍ତଙ୍କୁ ଆଇସୋଲସନରେ ରଖାଯାଇଛି । ସେପଟେ ଭାରତରେ ନୂଆ ଷ୍ଟ୍ରେନର ଖବର ମଧ୍ୟରେ କିନ୍ତୁ କରୋନାର ଭଲ ଖବର ଆସିଛି । ୨୪ ଘଂଟାରେ ମାତ୍ର ୨୫୧ ଜଣ ପ୍ରାଣ ହରାଇଛନ୍ତି । ଆକ୍ଟିଭ ମାମଲା ୩ ଲକ୍ଷରୁ କମ ରହିଛି ।

from Kanak News
via <a href="https://ifttt.com/?

ଲଦ୍ଦାଖ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ବଡ ବୟାନ : କହିଲେ, ବିବାଦର ବାହାରିପାରିନି ସମାଧାନ; ଯଥାସ୍ଥିତି ବଜାୟ

କନକ ବ୍ୟୁରୋ : ଚୀନ ସହ ବିବାଦକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି, ଲଦ୍ଦାଖ ବିବାଦର ଏ ସମାଧାନ ବାହାରିପାରିନାହିଁ । ସେଠାରେ ଯଥାସ୍ଥିତି ବଜାୟ ରହିଛି । ଯଦି କୌଣସି ଦେଶ ବିସ୍ତାରବାର ନୀତି ଆପଣାଇବା ତାହା ହେଲେ ଏହାର କଡା ଜବାବ ଦିଆଯିବ । ଚୀନ ସହିତ ଏବେ ବି ଆଲୋଚନା ଜାରି ରହିଛି । ଖୁବଶୀଘ୍ର ଆଉ ଏକ ସୈନ୍ୟସ୍ତରୀୟ ବୈଠକ ହେବ । ଚୀନ ସହ ସୀମା ବିବାଦ ବହୁତ ଦିନର ହୋଇଥିବାରୁ ଏହାର ଶୀଘ୍ର ସମାଧାନ ହେବା ଦରକାର ବୋଲି କହିଛନ୍ତି ରାଜନାଥ ।

ଡିସେମ୍ବର ୧୮ ତାରିଖରେ ଅନୁଷ୍ଠିତ ‘ଡବ୍ଲୁଏମ୍‌ସିସି’ ବୈଠକ ପରେ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ କହିଥିଲା କି, ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ଓ ସାମରିକ ସ୍ତରୀୟ ଆଲୋଚନା ପାଇଁ ଉଭୟ ପକ୍ଷ ରାଜି ହୋଇଛନ୍ତି। ଯଥା ଶୀଘ୍ର ପରବର୍ତ୍ତୀ ତଥା ୯ମ ପର୍ଯ୍ୟାୟ ବରିଷ୍ଠ କମାଣ୍ଡର୍‌ମାନଙ୍କ ବୈଠକ ବସିଲେ ଉଭୟ ପକ୍ଷ ସମ୍ପୂର୍ଣ୍ଣ ସୈନ୍ୟ ଅପସାରଣ ନିମନ୍ତେ କାର୍ଯ୍ୟ ଆରମ୍ଭ କରିବେ।

from Kanak News
via <a href="https://ifttt.com/?

ସ୍କୁଲ ପରିଚାଳନା କମିଟି କିଣିବ ଜୋତା, ପୋଷାକ : ଜାନୁଆରି ୨୬ ସୁଦ୍ଧା ପିଲାଙ୍କୁ ବଣ୍ଟନ କରାଯିବ

୨୦୨୦-୨୧ ଶିକ୍ଷାବର୍ଷରେ ଏପର୍ଯ୍ୟନ୍ତ ଦିନେ ବି ହେଲେ ସ୍କୁଲ ଖୋଲିନି। ତା’ପରେ ବି ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଛାତ୍ରଛାତ୍ରୀଙ୍କୁ ମାଗଣା ପୋଷାକ ଓ ଜୋତା ମିଳିବ। ଜାନୁଆରି ୨୬ ସୁଦ୍ଧା ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ପ୍ରାଥମିକ, ଉଚ୍ଚ ପ୍ରାଥମିକ(ପ୍ରଥମ ଶ୍ରେଣୀରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ) ଓ ଉଚ୍ଚ ବିଦ୍ୟାଳୟ(୬ଷ୍ଠରୁ ୮ମ ଶ୍ରେଣୀ)ରେ ଅଧ୍ୟୟନରତ ସମସ୍ତ ଛାତ୍ରୀ, ଅନୁସୂଚିତ ଜାତି ଓ ଜନଜାତି, ଦାରିଦ୍ର୍ୟ ସୀମାରେଖା ତଳେ ଓ ଉପରେ ଥିବା ସମସ୍ତ ବାଳକ, ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଅଧୀନରେ ଥିବା ବିଦ୍ୟାଳୟଗୁଡ଼ିକର ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ଏହି ସୁବିଧା ପାଇବେ। ଜଣେ ପିଲା ପିଛା ୪୦୦ ଟଙ୍କା ମୂଲ୍ୟରେ ଦୁଇ ହଳ ପୋଷାକ, ୨୦୦ ଟଙ୍କା ମୂଲ୍ୟରେ ହଳେ ଜୋତା ଓ ଦୁଇ ହଳ ମୋଜା ବଣ୍ଟନ କରାଯିବ।

ଏଥର ବି ପୋଷାକର ରଙ୍ଗ ଓ ପରିପାଟିରେ କୌଣସି ପରିବର୍ତନ ହେବନି। ସମସ୍ତ ଛାତ୍ରଙ୍କ ଲାଗି ନୀଳ ପ୍ୟାଣ୍ଟ ଓ ଧଳା ସାର୍ଟ, ପ୍ରଥମରୁ ୫ମ ଶ୍ରେଣୀ ଛାତ୍ରୀଙ୍କୁ ନୀଳ ଫ୍ରକ୍‌ ଓ ଷଷ୍ଠରୁ ୮ମ ଶ୍ରେଣୀର ଛାତ୍ରୀଙ୍କୁ ନୀଳ କମିଜ ଓ ଧଳା ସାଲୱାର ଦିଆଯିବ। ଛାତ୍ରଛାତ୍ରୀଙ୍କୁ କଳା ରଙ୍ଗର ଜୋତା ଓ ଦୁଇ ହଳ ଧଳା ମୋଜା ବଣ୍ଟନ ହେବ। ଯେଉଁ ମାଧ୍ୟମିକ ବିଦ୍ୟାଳୟରେ ୮ମ କିମ୍ବା ତଳ ଶ୍ରେଣୀ ଥିବ ସେ କ୍ଷେତ୍ରରେ ଏହି ପୋଷାକ କୋଡ୍‌ ଲାଗୁ ହେବ ନାହିଁ। ସେଠାକାର ପିଲାମାନେ ନିଜ ବିଦ୍ୟାଳୟ ଲାଗି ଉଦ୍ଦିଷ୍ଟ ନିର୍ଦ୍ଦିଷ୍ଟ ରଙ୍ଗର ପୋଷାକ ପିନ୍ଧିବେ। ପ୍ରତ୍ୟେକ ସାର୍ଟ, ପ୍ୟାଣ୍ଟ ଓ ଫ୍ରକ୍‌ର କଲର ୨୦୨୧ ଲେଖାଯାଇଥିବା ସ୍ଥାୟୀ ଟ୍ୟାଗ୍‌ ଲଗାଯିବ। ପୋଷାକ ଓ ଜୋତାର ରଙ୍ଗ ଓ ଗୁଣବତ୍ତା ଉପରେ ବିଶେଷ ଧ୍ୟାନ ଦିଆଯିବ। ଜାନୁଆରି ୨୬ ସୁଦ୍ଧା ସ୍ଥାନୀୟ ଅଞ୍ଚଳର ଶିକ୍ଷାବିତ୍‌, ବିଶିଷ୍ଟ ବ୍ୟକ୍ତି, ସମାଜସେବୀ, ସ୍ବାଧୀନତା ସଂଗ୍ରାମୀଙ୍କ ଉପସ୍ଥିତିରେ ପୋଷାକ ଓ ଜୋତା ବଣ୍ଟନ ସହ ଏସମ୍ପର୍କିତ ଫଟୋ ଉତ୍ତୋଳନ କରାଯାଇ ସମ୍ପୂର୍ଣ୍ଣ ବିବରଣୀ ରଖାଯିବ।

୫ ହଜାର ଟଙ୍କା କିମ୍ବା ତା’ଠାରୁ କମ୍‌ ପୋଷାକ ଓ ଜୋତା ରାଶି ଜମା ହୋଇଥିବା ବିଦ୍ୟାଳୟ ଲାଗି ସ୍କୁଲ ପରିଚାଳନା କମିଟି(ଏସ୍‌ଏମ୍‌ସି)ର ସଦସ୍ୟମାନେ ନିକଟସ୍ଥ ବଜାରକୁ ଯାଇ ନିର୍ଦ୍ଧାରିତ ମୂଲ୍ୟରେ ଗୁଣବତ୍ତା ବିଶିଷ୍ଟ ସାମଗ୍ରୀ ବିକ୍ରି କରୁଥିବା ଦୋକାନୀ/ବିତରକଙ୍କ ସନ୍ଧାନ କରିବେ। ଏସ୍‌ଏମ୍‌ସି ଅଧିବେଶନରେ ଦୋକାନୀ/ବିତରକଙ୍କ ନାମ ପ୍ରସ୍ତାବ ଦେବେ ଏବଂ ସଦସ୍ୟମାନଙ୍କ ଅନୁମୋଦନକ୍ରମେ ସଠିକ୍‌ ମୂଲ୍ୟରେ ଉପଯୁକ୍ତ ସାମଗ୍ରୀ ବରାଦ ଦିଆଯିବ। ୫ ହଜାର ଟଙ୍କାରୁ ଅଧିକ ପୋଷାକ/ଜୋତା ଲାଗି ଏସ୍‌ଏମ୍‌ସି ଖୋଲା ବଜାରରୁ ପୋଷାକ/ଜୋତା କିଣିବା ସକାଶେ ୩ଟି ଭିନ୍ନ ଭିନ୍ନ ଦ୍ରବ୍ୟ ଓ ସେବାକର ପଞ୍ଜୀକୃତ ବିତରକଙ୍କଠାରୁ ତିନୋଟି କୋଟେସନ୍‌ ସଂଗ୍ରହ କରିବେ। ଏସ୍‌ଏମ୍‌ସି ଅଧିବେଶନରେ ଉକ୍ତ କୋଟେସନ୍‌ ଯାଞ୍ଚ କରାଯିବ। ସବୁଠାରୁ କମ୍‌ ମୂଲ୍ୟର କୋଟେସନ୍‌କୁ ‌ବୈଠକରେ ଅନୁମୋଦନ କରାଯିବ।

ଏସ୍‌ଏମ୍‌ସି କମିଟି ଆକାଉଣ୍ଟକୁ ସାମଗ୍ରୀ ବାବଦ ଅର୍ଥ ଯୋଗାଇ ଦିଆଯିବ ଏବଂ ସେମାନେ ବିତରଣ ଦାୟିତ୍ବ ବହନ କରିବେ। କିଣିବା ବା ତିଆରି କରି ବିତରଣରେ ଯେପରି ସାଧୁତା, ସ୍ବଚ୍ଛତା ଓ ନିରପେକ୍ଷତା ଅବଲମ୍ବନ କରାଯିବ ସେନେଇ ଡିଇଓ, ଡିପିସି, ବିଇଓ, ଏବିଇଓ, ସିଆରସିସି, ତଦାରଖ କରିବେ। ଅଧିକ ଥଣ୍ଡା ଅନୁଭୂତ ହେଉଥିବା ଜିଲ୍ଲାଗୁଡ଼ିକ ବିଦ୍ୟାଳୟ ପ୍ରାପ୍ତ ଅର୍ଥରୁ ଗୋଟିଏ ହଳ ପୋଷାକ ଦେବା ସହ ଅନ୍ୟ ହଳ ପୋଷାକ ବଦଳରେ ‌ଗୋଟିଏ ମାଟିଆ ରଙ୍ଗର ସୁଇଟର ଦେଇପାରିବେ। ପ୍ରଧାନଶିକ୍ଷକ ନିଜ ପାଖରେ ଗୋଟିଏ ହଳ ପୋଷାକ/ଜୋତା ନମୁନା ଭାବେ ରଖିବେ। ପ୍ରତି ୧୫ ଦିନ ବ୍ୟବଧାନରେ ପୋଷାକ ବିତରଣ ସମ୍ବନ୍ଧରେ ସୂଚନା ସରକାରଙ୍କ ହସ୍ତଗତ ହେବ।

ଏଥିପାଇଁ ଡିଇଓ/ଡିପିସିମାନେ ତଥ୍ୟ ସଂଗ୍ରହ କରିବେ। ବିଦ୍ୟାଳୟର ପିଲା ସଂଖ୍ୟା ଅନୁଯାୟୀ ଏସ୍‌ଏମ୍‌ସିର ଅଧିବେଶନର ପ୍ରସ୍ତାବ ମୁତାବକ ପ୍ରତ୍ୟେକ ଦିନ ଅଳ୍ପ ସଂଖ୍ୟକ ଛାତ୍ରଛାତ୍ରୀଙ୍କ ପିତାମାତା/ଅଭିଭାବକଙ୍କୁ ଡାକି କୋଭିଡ୍‌-୧୯ ମାର୍ଗଦର୍ଶିକା ନିୟମ ଅନୁସରଣ କରି ପୋଷାକ ବଣ୍ଟନ କରାଯିବ। ଏବାବଦ ଅର୍ଥ ଅକ୍ଟୋବର ୨୧ରେ ସମସ୍ତ ଜିଲ୍ଲାକୁ ପଠାଇ ଦିଆଯାଇଛି। ଜଣେ ବି ପିଲା ଯେପରି ପୋଷାକ/ଜୋତା ପାଇବାରୁ ବଞ୍ଚିତ ନ ହୁଅନ୍ତି ସେଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି। ନିମ୍ନମାନର ସାମଗ୍ରୀ ବଣ୍ଟନ କିମ୍ବା ଅସାଧୁ ଉପାୟ ଅବଲମ୍ବନ କରାଯାଉଥିବାର ନଜରକୁ ଆସି‌ଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି।

from Kanak News
via <a href="https://ifttt.com/?

ଶେଷ ହେବ କି ଅଚଳାବସ୍ଥା : ଦିଲ୍ଲୀରେ ଆଜି ସରକାର-ଚାଷୀ ସଂଗଠନର ସପ୍ତମ ଥର ପାଇଁ ଆଲୋଚନା; ରାଜନାଥ କହିଲେ, ଚାଷୀଙ୍କ ହିତ ପାଇଁ ଆସିଛି ଆଇନ

କନକ ବ୍ୟୁରୋ : ଦିଲ୍ଲୀରେ ଆଜି ଚାଷୀ ସଂଗଠନ ଓ ସରକାରଙ୍କ ମଧ୍ୟରେ ଆଲଚନା । କୃଷି ଆଇନକୁ ବିରୋଧ କରି ଧାରଣା ଜାରି ରଖିଛନ୍ତି ଚାଷୀ ସଂଗଠନ । ଏହା ଭିତରେ ଆଜିକୁ ୩୫ ଦିନରେ ପହଂଚିଲାଣି ଆନ୍ଦୋଳନ ।

ଚାଷୀ ଆନ୍ଦୋଳନ ପ୍ରସଙ୍ଗରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହଙ୍କ ବୟାନ ରଖିଛନ୍ତି । ଚାଷୀଙ୍କ ସହ ଆଲୋଚନା ପାଇଁ କେନ୍ଦ୍ର ସରକାର ରାଜି । ଆଲୋଚନା ମାଧ୍ୟମରେ ସମସ୍ୟାର ସମାଦାନ ହେଉ । ପ୍ରଧାନମନ୍ତ୍ରୀ ସବୁବେଳେ ଚାଷୀଙ୍କ ପାଇଁ ଚିନ୍ତିତ । ନୂଆ କୃଷି ଆଇନ ଚାଷୀଙ୍କ ହିତ ପାଇଁ ହୋଇଛି । ଚାଷୀ, ଗରିବଙ୍କୁ ନେଇ ସରକାର ସମ୍ବେଦନଶୀଳ । ଧନବାନ ଭାରତ ପାଇଁ ଧନବାନ କୃଷକ ଜରୁରୀ । ଚାଷୀଙ୍କ ସ୍ୱାର୍ଥ ବିରୋଧରେ କେବେ ବି ନିଷ୍ପତ୍ତି ନେଇପାରିବୁନୁ । ଆବଶ୍ୟକ ପଡିଲେ ଆଇନରେ ସଂଶୋଧନ ପାଇଁ ପ୍ରସ୍ତୁତ ।

from Kanak News
via <a href="https://ifttt.com/?

ନୂଆବର୍ଷରୁ ନୂଆ ମାଲିକ: ୱେସ୍କୋ, ସାଉଥ୍‌କୋ ହାତେଇଲା ଟାଟା; ୨୫ ବର୍ଷ ପାଇଁ ମିଳିଲା ଲାଇସେନ୍ସ

କନକ ବ୍ୟୁରୋ : ନୂଆବର୍ଷରୁ ବିଦ୍ୟୁତ୍ ବଣ୍ଟନ କମ୍ପାନି ୱେସ୍କୋ ଓ ‌ସାଉଥ୍‌କୋର ମାଲିକାନା ବଦଳିଯିବ। ସେସୁକୁ ହାତେଇବାର ୬ ମାସରେ ଟାଟା ପାୱାର କମ୍ପାନି ଲିମିଟେଡ୍‌ ନିକଟକୁ ଚାଲିଯିବ ରାଜ୍ୟର ଏହି ଦୁଇଟି ବିଦ୍ୟୁତ ବଣ୍ଟନକାରୀ ସଂସ୍ଥାର ମାଲିକାନା। ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ (ଓଇଆର୍‌ସି)ଙ୍କ ପକ୍ଷରୁ ଏ ନେଇ ରାୟ ଦିଆଯାଇଛି। ଉକ୍ତ ଦୁଇ ସଂସ୍ଥାର ପରିଚାଳନା ପାଇଁ ସ୍ପେସାଲ ପର୍ପୋଜ ଭେଇକିଲ୍‌ (ଏସପିଭି) ଗଠନ ହେବ। ଏଥିରେ ଟାଟା ପାୱାର କମ୍ପାନି ଲିମିଟେଡର ୫୧ ପ୍ରତିଶତ ଏବଂ ଗ୍ରିଡ୍‌‌କୋ ମାଧ୍ୟମରେ ଓଡ଼ିଶା ସରକାରଙ୍କର ୪୯ ପ୍ରତିଶତ ଅଂଶଧନ ରହିବ। ଚଳିତ ମାସ ୪ ତାରିଖରେ ଗ୍ରିଡ୍‌କୋକୁ ଏସପିଭି ଗଠନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇ ସାରିଛି। ଏସ୍‌ପିଭି ଗଠନ ପରେ ସାଉଥ୍‌କୋ ଏବଂ ୱେସ୍କୋର ଲାଇସେନ୍ସ ଟାଟା ପାୱାରକୁ ହସ୍ତାନ୍ତର କରାଯିବ। ସାଉଥ୍‌କୋ ପାଇଁ ଗଠିତ ହେବାକୁ ଥିବା ଏସ୍‌ପିଭିର ନାମ ଟାଟା ପାୱାର ସାଉଥ୍‌ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ ବା ଟିପିସିଓଡିଏଲ୍‌ ରଖାଯାଇଛି। ସାଉଥ୍‌କୋର ମୂଲ୍ୟ ୨୫୦ କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି। ତେଣୁ ୫୧ ପ୍ରତିଶତ ଅଂଶଧନ ପାଇଁ ଟାଟା ପାୱାରକୁ ୧୨୭ କୋଟି ଟଙ୍କା ଦେବାକୁ ପଡ଼ିବ । ତେବେ ଟାଟା ପାୱାର ପକ୍ଷରୁ ଏହି ଅର୍ଥ ଓଇଆର୍‌ସି ନିକଟରେ ଜମା କରାଯାଇଛି ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି ।

ୱେସ୍କୋ ଏବଂ ସାଉଥ୍‌କୋ ଅଞ୍ଚଳରେ ବିଦ୍ୟୁତ୍ ଭିତ୍ତିଭୂମିରେ ଉନ୍ନତି ଆଣିବା ଲାଗି ଟାଟା ପାୱାର ଆସନ୍ତା ୫ଟି ଆର୍ଥିକ ବର୍ଷରେ ୨୮୨୯ କୋଟି ଟଙ୍କା ପୁଞ୍ଜି ବ୍ୟୟ ବାବଦରେ ନିବେଶ କରିବ। ଏଥିରୁ ‌ୱେସ୍କୋ ଅଞ୍ଚଳରେ ୧୬୬୩ କୋଟି ଏବଂ ସାଉଥ୍‌କୋ ଅଞ୍ଚଳରେ ୧୧୮୮ କୋଟି ଟଙ୍କାର ପୁଞ୍ଜି ବ୍ୟୟ କରାଯିବ। ସେହିଭଳି ୱେସ୍କୋ ଓ ସାଉଥ୍‌କୋ ଅଞ୍ଚଳରୁ ଟାଟା ପାୱାର ଆସନ୍ତା ୫ ବର୍ଷରେ ୪୦୦ କୋଟି ଟଙ୍କାର ବକେୟା ବିଦ୍ୟୁତ୍ ବିଲ୍‌ ବାବଦ ରାଶି ଆଦାୟ କରିବ। ବିଦ୍ୟୁତ୍ ବଣ୍ଟନରେ ବୈଷୟିକ ଏବଂ ବାଣିଜ୍ୟିକ କ୍ଷତି ଏବେ ସାଉଥ୍‌କୋ ଅଞ୍ଚଳରେ ୩୫.୨୯ ପ୍ରତିଶତ‌ ଏବଂ ୱେସ୍କୋ ଅଞ୍ଚଳରେ ୨୭.୫୬ ପ୍ରତିଶତ ରହିଛି। ଆସନ୍ତା ୧୦ ବର୍ଷ ମଧ୍ୟରେ କମ୍ପାନି ଏହି କ୍ଷତିକୁ ଯଥାକ୍ରମେ ୧୪.୬୦ ପ୍ରତିଶତ ଏବଂ ୯.୦୮ ପ୍ରତିଶତକୁ କମାଇବାର ଦୃଢ଼ ପ୍ରତିଶ୍ରୁତି ଦେଇଛି।

ୱେସ୍କୋ ଓ ସାଉଥ୍‌କୋର ପରିଚାଳନା ପାଇଁ ଟାଟା ପାୱାରକୁ ଅନେକ ସର୍ତ୍ତ ପାଳନ କରିବାକୁ ହେବ। ଏହି ସର୍ତ୍ତାବଳିରେ କମ୍ପାନିର ପରିଚାଳନାଠାରୁ ଆରମ୍ଭ କରି କର୍ମଚାରୀଙ୍କ ନିଯୁକ୍ତି, ପ୍ରଦର୍ଶନ ଏବଂ ବୈଷୟିକ ଓ ବାଣିଜ୍ୟିକ କ୍ଷତି ଆଦି ହ୍ରାସ ସଂପର୍କରେ ଉଲ୍ଲେଖ କରାଯାଇଛି । ଓଇଆର୍‌ସିଙ୍କ ନିର୍ଦ୍ଦେଶନାମା ଅନୁଯାୟୀ, ସାଉଥକୋରେ ଏବେ କାର୍ଯ୍ୟରତ କର୍ମଚାରୀମାନେ ଟାଟା ପାୱାର ଅଧୀନକୁ ଯିବେ। ଟାଟା ପାୱାର ଅଧୀନକୁ ଯିବାପରେ କର୍ମଚାରୀଙ୍କ ନିଯୁକ୍ତି ସଂକ୍ରାନ୍ତ ସର୍ତ୍ତାବଳିକୁ କୌଣସି ପ୍ରକାରେ ବର୍ତ୍ତମାନର ଚାକିରି ସର୍ତ୍ତାବଳୀଠାରୁ ଖରାପ କରାଯାଇ ପାରିବ ନାହିଁ । ଓଇଆରସିଙ୍କ ରାୟରୁ ସୂଚନା ମିଳିଛି ଯେ ସାଉଥକୋର ମୋଟ ବୈଷୟିକ ଓ ବାଣିଜ୍ୟିକ କ୍ଷତି ଏବେ ୩୫.୨୯ ପ୍ରତିଶତ ରହିଛି ।

ଏହି କ୍ଷତିକୁ ଆସନ୍ତା ୧୦ ବର୍ଷ ଭିତରେ ୧୪.୮୦ ପ୍ରତିଶତକୁ କମାଯିବ। ଅର୍ଥାତ୍ ୧୦ ବର୍ଷ ଭିତରେ ସାଉଥ୍‌କୋର ଏଟି ଆଣ୍ଡ ସି କ୍ଷତି ୨୦.୪୯ ପ୍ରତିଶତ ହ୍ରାସ ପାଇବ ବୋଲି କମ୍ପାନି ପ୍ରତିଶ୍ରୁତି ଦେଇଛି। ଏଥି ସହିତ ସାଉ‌ଥ୍‌କୋର ବିକାଶ ପାଇଁ ଟାଟା ପାୱାର ଆସନ୍ତା ୫ ବର୍ଷ ଭିତରେ ୧୧୬୬ କୋଟି ଟଙ୍କା ପୁଞ୍ଜି ବ୍ୟୟ ଆକାରରେ ଖଟାଇବ। ୨୦୨୧-୨୨ ଆର୍ଥିକ ବର୍ଷରେ ୨୨୭ କୋଟି, ୨୦୨୨-୨୩ରେ ୩୧୬ କୋଟି, ୨୦୦୩-୨୪ରେ ୨୪୧ କୋଟି, ୨୦୨୪-୨୫ରେ ୨୩୩ କୋଟି ଏବଂ ୨୦୨୫-୨୬ରେ ୧୫୦ କୋଟି ଟଙ୍କା ନିବେଶ କରିବ। ବିଦ୍ୟୁତ୍ ବଣ୍ଟନ ବ୍ୟବସ୍ଥାର ସୁରକ୍ଷାକୁ ସୁଦୃଢ଼ କରିବା ସହିତ ବୈଷୟିକ ଉନ୍ନତି ଏବଂ କ୍ଷତି ହ୍ରାସ ବାବଦରେ ଉକ୍ତ ପୁଞ୍ଜିରାଶି ସାଉଥ୍‌କୋରେ ଟାଟା ପାୱାର ବିନିଯୋଗ କରିବ। କେବଳ ସେତିକି ନୁହେଁ; ଆସନ୍ତା ୫ ବର୍ଷ ମଧ୍ୟରେ ଟାଟା ପାୱାର ସାଉଥକୋ ଅଧୀନ ବିଦ୍ୟୁତ୍ ଗ୍ରାହକଙ୍କ ଉପରେ ବାକି ପଡ଼ିଥିବା ରାଶି ମଧ୍ୟରୁ ୧୦୦ କୋଟି ଟଙ୍କା ଆଦାୟ କରିବ।

ସେହିଭଳି ୱେସ୍କୋର ବୈଷୟିକ ଏବଂ ବାଣିଜ୍ୟିକ କ୍ଷତି ଏବେ ୨୭.୫୬ ପ୍ରତିଶତ ରହିଥିବାବେଳେ ଆସନ୍ତା ୧୦ ବର୍ଷ ମଧ୍ୟରେ ଏହାକୁ କମ୍ପାନି ୯.୦୮ ପ୍ରତିଶତକୁ କମାଇବା ପାଇଁ ପ୍ରସ୍ତାବ ଦେଇଛି ବୋଲି ଓଇଆରସି ପକ୍ଷରୁ କୁହାଯାଇଛି। ଅର୍ଥାତ୍ ୧୦ ବର୍ଷ ମ‌ଧ୍ୟରେ ଟାଟା ପାୱାର ୱେସ୍କୋର ଏଟି ଆଣ୍ଡ ସି କ୍ଷତିରେ ୧୮.୪୮ ପ୍ରତିଶତ ହ୍ରାସ ଆଣିବା ହିସାବ ଦେଇଛି। ସେହିଭଳି ୱେସ୍କୋ ଅଞ୍ଚଳରେ ବିଦ୍ୟୁତ୍ ବଣ୍ଟନ ଭିତ୍ତିଭୂମିରେ ବିକାଶ ଓ ସୁରକ୍ଷା ବ୍ୟବସ୍ଥାରେ ଉନ୍ନତି ଆଣିବା ଲାଗି ଆସନ୍ତା ୫ ବର୍ଷ ଭିତରେ ଟାଟା ପାୱାର ୧୬୬୩ କୋଟି ଟଙ୍କା ନିବେଶ କରିବାର ପ୍ରସ୍ତାବ ଦେଇଛି। ଏଥିରୁ କମ୍ପାନି ୨୦୨୧-୨୨ ଆଥିକ ବର୍ଷରେ ୩୦୬ କୋଟି, ୨୦୨୨-୨୩ରେ ୫୦୦ କୋଟି, ୨୦୨୩-୨୪ରେ ୩୩୩ କୋଟି, ୨୦୨୪-୨୫ରେ ୩୨୨ କୋଟି ଏବଂ ୨୦୨୫-୨୬ରେ ୨୦୨ କୋଟି ନିବେଶ କରିବାର ପ୍ରସ୍ତାବ ରଖିଛି।

କେବଳ ସେତିକି ନୁହେଁ କମ୍ପାନି ବକେୟା ବିଦ୍ୟୁତ୍ ବିଲ୍ ଆଦାୟରେ ମଧ୍ୟ ପାରଦର୍ଶିତା ଆଣିବ। ଆସନ୍ତା ୫ ବର୍ଷ ମଧ୍ୟରେ ୱେସ୍କୋ ଅଞ୍ଚଳରୁ ଟାଟା ପାୱାର ୩୦୦ କୋଟି ଟଙ୍କାର ବକେୟା ଆଦାୟ କରିବ ବୋଲି କୁହାଯାଇଛି। ଗ୍ରିଡକୋ ଏବଂ ସାଉଥ୍‌କୋ ଅଞ୍ଚଳ ପାଇଁ ଗଠିତ ସାଉଥ୍‌ ‌ଓଡ଼ିଶା ପାୱାର କମ୍ପାନି ଲିମିଟେଡ ମଧ୍ୟରେ ହେବାକୁ ଥିବା ବିଜୁଳି କ୍ରୟ ରାଜିନାମା ଅନୁସାରେ ବିଦ୍ୟୁତ କିଣାଯିବ। କର୍ମଚାରୀ, ଖାଉଟି, ବିଦ୍ୟୁତ ଯୋଗାଣକାରୀ ଏବଂ ବୈଧାନିକ ସଂସ୍ଥା ଆଦିକୁ ଦୁଇ କମ୍ପାନି ୱେସ୍କୋ ଓ ସାଉଥ୍‌କୋ ଯାହା ଦେବାକୁ ଅଛି କିମ୍ବା ପାଇବାକୁ ଅଛି ତାହା ଲାଇସେନ୍ସ ହାସଲକାରୀ କମ୍ପାନି ନିକଟକୁ ଯିବ। ୱେସ୍କୋ କ୍ଷେତ୍ରରେ ମଧ୍ୟ ଏହି ନିୟମ ପ୍ରଯୁଜ୍ୟ ହେବ ବୋଲି କୁହାଯାଇଛି।

ଉଲ୍ଲେଖଯୋଗ୍ୟ ଓଇଆରସିର ଏହି ରାୟ ପରେ ଟାଟା ପାୱାର ହାତକୁ ଉପକୂଳ ଏବଂ ମଧ୍ୟ ଓଡ଼ିଶା ପରେ ପଶ୍ଚିମ ଏବଂ ଦକ୍ଷିଣ ଓଡ଼ିଶାର ବିଜୁଳି ବଣ୍ଟନ ଦାୟିତ୍ବ ଯାଇଛି। ‌ୱେସ୍କୋ ଅଧୀନରେ ଥିବା ୫ଟି ବିଦ୍ୟୁତ୍ ସର୍କଲ ଯଥା ରାଉରକେଲା, ବୁର୍ଲା, ଭବାନୀପାଟଣା, ବଲାଙ୍ଗୀର, ବରଗଡ଼ ଯାଇଥିବାବେଳେ ସାଉଥକୋ ଅଧୀନରେ ଥିବା ୬ଟି ବିଦ୍ୟୁତ୍ ସର୍କଲ ଯଥା ଗଞ୍ଜାମ ସିଟି, ବ୍ରହ୍ମପୁର, ଆସ୍କା, ଭଞ୍ଜନଗର, ଜୟପୁର ଏବଂ ରାୟଗଡ଼ା ସର୍କଲ ଯାଇଛି।

from Kanak News
via <a href="https://ifttt.com/?

Design a site like this with WordPress.com
Get started