ପୋଲିସ ଏଏସଆଇ ରବୀନ୍ଦ୍ର ସେନାପତିଙ୍କ ଘରେ ରେଡ୍ : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ; ଏକକାଳୀନ ୩ଟି ସ୍ଥାନରେ ଭିଜିଲାନ୍ସର ଚଢାଉ

ଜଗତସିଂହପୁରରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ ଜାରି । ଜଗତସିଂହପୁରର ପୁଲିସ ଏଏସଆଇ ରବୀନ୍ଦ୍ର ସେନାପତିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି । ତାଙ୍କର ଏରସମା ଥାନା ପୈତୃକ ଘର ସମେତ ତିନିଟି ସ୍ଥାନରେ ଏକ ସାଙ୍ଗରେ ଚଢ଼ାଉ ଜାରି ରହିଛି । ୩ଟି ଟିମରେ ୨୫ ଜଣିଆ ଟିମ୍‌ ଏହି ଚଢ଼ାଉ କରୁଥିବାର ସୂଚନା ରହିଛି ।

ମକୁନ୍ଦପୁରରେ ନିଜ ଘର, ଏରସମା ପଂଚପଲ୍ଲୀ ନିକଟ ଗଡ଼ ବିଶୁନୁପୁର ପଂଚାୟତର ଆନନ୍ଦପୁର ଗାଁ ପୈତୃକ ଘର ଓ ଭୁବନେଶ୍ୱର ହଂସପାଳ ଆପର୍ଟମେଣ୍ଟ ରେ ଏକକାଳୀନ ଚଢ଼ାଉ କରାଯାଇଛି । ୧୦ ରୁ ଅଧିକ ବ୍ୟାଙ୍କ ପାସ ବୁକ, ସୁନା ଗହଣା ମିଳିଥିବା ସୂଚନା ମିଳିଛି । ଲକର ଖୋଲା ଗଲେ ଅଧିକ ଟଙ୍କା ଓ ସୁନା ମିଳିପାରେ ବୋଲି କୁହାଯାଉଛି । ତିନୋଟି କୋଠାର ମୂଲ୍ୟ ଦେଢ଼ କୋଟିରୁ ଅଧିକ ଟଙ୍କା ହେବ ବୋଲି ଆକଳନ କରାଯାଉଛି ।

from Kanak News
via <a href="https://ifttt.com/?

ବଲାଙ୍ଗୀରରେ ୱେସ୍କୋ ଅଫିସ ଆକାଉଟାଂଟ ଙ୍କ ଘରେ ଭିଜିଲାନ୍ସ ରେଡ : ୧୭ ଲକ୍ଷ ଟଙ୍କା ସହ ମିଳିଲା ଘରୁ ମିଳିଲା ସୁନା ବିସ୍କୁଟ

କନକ ବ୍ୟୁରୋ : ଭିଜିଲାନ୍ସ ଜାଲରେ ଆକାଉଟାଂଟ । ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ରେଡ଼ କଲା ଭିଜିଲାନ୍ସ । ବଲାଙ୍ଗୀର ୱେସ୍କୋ ଅଫିସ ଆକାଉଟାଂଟ ବିଭୁତି ଶଙ୍କର ବିନ୍ଧାଣୀଙ୍କ ଘରେ ଭିଜିଲାନ୍ସର ରେଡ଼ । ଚଢ଼ାଉ ବେଳେ ନଗଦ ୧୭ଲକ୍ଷ ଟଙ୍କା ସହ ସୁନା ବିସ୍କୁଟ ଜବତ କରିଛି ଭିଜିଲାନ୍ସ । ଏକକାଳୀନ ୨ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ । ବଲାଙ୍ଗୀର ସ୍ଥିତ ବାସଭବନ ଓ ଅଫିସରେ ଚଢ଼ାଉ କରିଛି ଭିଜିଲାନ୍ସ । ତେବେ ପ୍ରଶ୍ନ ଉଠୁଛି ସରକାରୀ କର୍ମଚାରୀଙ୍କ ପାଖକୁ ଏତେ ସମ୍ପତ୍ତି ଆସୁଛି କେଉଠୁ । ଆୟ ଠାରୁ ବେୟ ଢେର ଅଧିକ ।

ସେପଟେ ବ୍ରହ୍ମପୁର ଲିଙ୍ଗରାଜ ଆଇନ ମହାବିଦ୍ୟାଳୟରେ କାର୍ଯ୍ୟରତ ଏନଏମଆର କର୍ମଚାରୀ ପ୍ରଶାନ୍ତ କୁମାର ନାୟକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ । ବହ୍ମପୁର ଆସିକା ରୋଡ ଘର, କଲେଜ,ଲୋଚାପଡ଼ା ଘର, ଦୁଇଟି ଗୋଦାମରେ ଚଢ଼ାଉ ଚାଲିଛି ।

from Kanak News
via <a href="https://ifttt.com/?

ଭୁବନେଶ୍ୱରରେ ୧୯୫୦ଟି ଦୋକାନ ଉପରେ ଚଢ଼ାଉ : ପଲିଥିନ୍ ବ୍ୟବହାର ଉପରେ ରୋକ୍ ଲଗାଇବାକୁ ଚଢାଉ ଜୋରଦାର

କନକ ବ୍ୟୁରୋ : ରାଜଧାନୀରେ ଗତ ୨ ଦିନ ଧରି ବିଏମସି ପକ୍ଷରୁ ପଲିଥିନ୍ ବ୍ୟବହାର ଉପରେ ରୋକ୍ ଲଗାଇବାକୁ ଜୋରଦାର ହୋଇଛି ଚଢାଉ । ଏହି କ୍ରମରେ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଚଢାଉ କରିଛନ୍ତି ବିଏମସି ଟିମ୍ । ପ୍ରଥମ ଦିନରେ ୬ ଶହ ଦୋକାନରେ ଚଢାଉ କରି ୪୨ ହଜାର ଟଙ୍କା ଫାଇନ୍ ଆଦାୟ ହୋଇଥିଲା । ଦ୍ୱିତୀୟ ଦିନରେ ୧୩୫୦ ଦୋକାନରେ ଏକ ଲକ୍ଷ ୧୯ ହଜାର ୯୦୦ ଟଙ୍କାର ଫାଇନ୍ କାଟିଛି ବିଏମସି ଟିମ୍ । ମୋଟ୍ ୩ଟି ସ୍କୁଆଡ୍ ଏହି ଚଢାଉ କରିଛନ୍ତି ।

ରସୁଲଗଡ ଛକରେ ଦୋକାନ ଗୁଡିକ ଉପରେ ଚଢାଉ ସମୟରେ ଉତେଜନା ଦେଖିବାକୁ ମିଳିଥିଲା । ପ୍ରତିବାଦରେ ବ୍ୟବସାୟୀମାନେ ରାସ୍ତାରୋକ୍ କରିଥିଲେ । ଦୋକାନ ଗୁଡିକରେ ନିର୍ଧାରିତ ମାନର ପଲିଥିନ୍ ବ୍ୟବହାର କରିବା, ପଲିଥିନ୍ ଓ ଜରି ବ୍ୟବହାର ବନ୍ଦ କରିବା, ଡଷ୍ଟବିନ୍ ରଖିବା ବାଧ୍ୟତାମୂଳକ କରାଯାଇଛି । ଏହାକୁ ଉଲଂଘନ କରିଥିବା ଦୋକାନ ଗୁଡିକ ଉପରେ ଫାଇନ୍ କଟା ଯାଇଥିବା ସୂଚନା ଦେଇଛନ୍ତି ବିଏମସି ଡେପୁଟି କମିଶନର ।

from Kanak News
via <a href="https://ifttt.com/?

ଜୟପୁରରେ ମହିଳାଙ୍କୁ ରୋଜଗାର ଦେଇଛି ଅଳିଆ ଆବର୍ଜନା : ଘରୁ ଘରୁ ପ୍ରତିଦିନ ବାହାରୁ ଥିବା ଅଳିଆରୁ କମ୍ପୋଷ୍ଟ ଖତ ତିଆରି କରୁଛି ମେସିନ୍

କନକ ବ୍ୟୁରୋ : ପ୍ରଦୂଷଣ ମୁକ୍ତ ହେବ ସହର । ରାସ୍ତା କଡ଼ରେ ଆଉ ଗଦା ହେବନି ଅଳିଆ ଆବର୍ଜନା । ଏବେ ଏହି ଅଳିଆରୁ ପ୍ରସ୍ତୁତ ହେଉଛି ଜୈବିକ ଖତ । ଜୟପୁର ପୌର ପାଳିକାର ଅଭିନବ ପ୍ରୟାସକୁ ଦେଖି ସମସ୍ତେ ଦେଉଛନ୍ତି ସାବାସୀ । କାରଣ ଲୋକଙ୍କୁ ରୋଜଗାର ଦେଇଛି ଅଳିଆ ଆବର୍ଜନା ।

ପରିସ୍କାର ସାଙ୍ଗକୁ ରୋଜଗାର । କେମିକାଲ ବିହିନ ଖତ ସାର । କିଲୋ ପିଛା ୨୦ ଟଙ୍କାରେ ହେବ ବିକ୍ରି । ଘରୁ ବାହାରୁ ଥିବା ଅଳିଆ ଆବର୍ଜନା ପୁଣି ସେହି ଘରକୁ ସାର ହୋଇ ଫେରିବ । ଏଭଳି ଏକ ଅଭିଯାନ ଆରମ୍ବ କରିଛି ଜୟପୁର ପୌର ପାଳିକା ।ସହରର ଗଳି କନ୍ଦିରୁ ବାହାରୁ ଥିବା ଅଳିଆ ଆବର୍ଜନା ଆଉ ଖୋଲା ମେଲା ରେ ଗଦା ହେବ ନାହିଁ କି ସହରକୁ ଦୁର୍ଗନ୍ଧ କରିବ ନାହିଁ । ଏଥି ପାଇଁ ଜୟପୁର ପୌରପାଳିକା ପ୍ରସ୍ତୁତ କରିଛି ମାଇକ୍ରୋ କମ୍ପୋଷ୍ଟିଂ ସେଂଟର । ଆଉ ସେଟଂର ଭିତରେ ନିଯୁକ୍ତି ପାଇଛନ୍ତି ସ୍ୱୟଂ ସହାୟକ ଗୋଷ୍ଟିର ମହିଳା ମାନେ ।

ଆଦାୟ ହେଉଥିବା ଅଳିଆ ଆବର୍ଜନା ରୁ ପ୍ଳାଷ୍ଟିକ ପଦାର୍ଥକୁ ଅଲଗା କରି ବସ୍ତା ରେ ପେକ କରି ବାହାରକୁ ବିକ୍ରୀ ପାଇଁ ପଠାଯାଏ । ଆଉ ଓଦା ଅଳିଆ ଯାହାକି କଚଂପରିବା ଚୋପା ଠାରୁ ଆରମ୍ବ କରି ବଳକା ରହିଥିବା ଖାଦ୍ୟପଦାର୍ଥକୁ ମେସିନ ସାହାଯ୍ୟରେ ଛୋଟ ଛୋଟ ଖଣ୍ଡ କରି କୁଣ୍ଡରେ ପକାଇ ଦିଆଯାଏ , ସେହି କୁଣ୍ଡରେ ୭ ଦିନ ରହି କମ୍ପୋଷ୍ଟ କରାଯାଏ ପରେ ତାକୁ ପଦାରେ ଶୁଖାଇ ପୁଣି ମେସିନ ସାହାଯ୍ୟରେ ପାଉଡ଼ର କରି ପ୍ୟାକେଟିଂ କରାଯାଇ ବିକ୍ରି ପାଇଁ ପ୍ରସ୍ତୁତ କରାଯାଏ ।

ଏହି କାମରେ ଅନେକ ମହିଳା ଓ ଯୁବକ ମଧ୍ୟ ନିଯୁକ୍ତି ପାଇ ପାରିଛନ୍ତି । ପୁର୍ବରୁ ସହରରୁ ବାହାରୁଥିବା ଅଳିଆ ଆବର୍ଜନାକୁ କୌଣସି ଏକ ରାସ୍ତା କଡ଼ରେ ଢ଼ଳା ଯାଉଥିଲା ଏଥିରେ ପ୍ରଦଷଣ ବଢୁଥିଲା, । ଆଉ ଗୀନ ଟ୍ରୀବୁନାଲ ତରଫରୁ ପୌରପାଳିକାଠାରୁ ମୋଟା ଅଙ୍କର ଅର୍ଥ ମଧ୍ୟ ଆଦାୟ ହେଉଥିଲା ବୋଲି ପୌରପାଳିକାର ସାନିଟାଇଜ ଏକ୍ସପୋର୍ଟ କହିଛନ୍ତି । ପୌରପାଳିକାର ଏଭଳି ପ୍ରୟାସ କୁ ପ୍ରଶଂସା କରିଛନ୍ତି ଜିଲ୍ଳାବାସୀ ।

from Kanak News
via <a href="https://ifttt.com/?

ଜୟପୁରରେ ମହିଳାଙ୍କୁ ରୋଜଗାର ଦେଇଛି ଅଳିଆ ଆବର୍ଜନା : ଘରୁ ଘରୁ ପ୍ରତିଦିନ ବାହାରୁ ଥିବା ଅଳିଆରୁ କମ୍ପୋଷ୍ଟ ଖତ ତିଆରି କରୁଛି ମେସିନ୍

କନକ ବ୍ୟୁରୋ : ପ୍ରଦୂଷଣ ମୁକ୍ତ ହେବ ସହର । ରାସ୍ତା କଡ଼ରେ ଆଉ ଗଦା ହେବନି ଅଳିଆ ଆବର୍ଜନା । ଏବେ ଏହି ଅଳିଆରୁ ପ୍ରସ୍ତୁତ ହେଉଛି ଜୈବିକ ଖତ । ଜୟପୁର ପୌର ପାଳିକାର ଅଭିନବ ପ୍ରୟାସକୁ ଦେଖି ସମସ୍ତେ ଦେଉଛନ୍ତି ସାବାସୀ । କାରଣ ଲୋକଙ୍କୁ ରୋଜଗାର ଦେଇଛି ଅଳିଆ ଆବର୍ଜନା ।

ପରିସ୍କାର ସାଙ୍ଗକୁ ରୋଜଗାର । କେମିକାଲ ବିହିନ ଖତ ସାର । କିଲୋ ପିଛା ୨୦ ଟଙ୍କାରେ ହେବ ବିକ୍ରି । ଘରୁ ବାହାରୁ ଥିବା ଅଳିଆ ଆବର୍ଜନା ପୁଣି ସେହି ଘରକୁ ସାର ହୋଇ ଫେରିବ । ଏଭଳି ଏକ ଅଭିଯାନ ଆରମ୍ବ କରିଛି ଜୟପୁର ପୌର ପାଳିକା ।ସହରର ଗଳି କନ୍ଦିରୁ ବାହାରୁ ଥିବା ଅଳିଆ ଆବର୍ଜନା ଆଉ ଖୋଲା ମେଲା ରେ ଗଦା ହେବ ନାହିଁ କି ସହରକୁ ଦୁର୍ଗନ୍ଧ କରିବ ନାହିଁ । ଏଥି ପାଇଁ ଜୟପୁର ପୌରପାଳିକା ପ୍ରସ୍ତୁତ କରିଛି ମାଇକ୍ରୋ କମ୍ପୋଷ୍ଟିଂ ସେଂଟର । ଆଉ ସେଟଂର ଭିତରେ ନିଯୁକ୍ତି ପାଇଛନ୍ତି ସ୍ୱୟଂ ସହାୟକ ଗୋଷ୍ଟିର ମହିଳା ମାନେ ।

ଆଦାୟ ହେଉଥିବା ଅଳିଆ ଆବର୍ଜନା ରୁ ପ୍ଳାଷ୍ଟିକ ପଦାର୍ଥକୁ ଅଲଗା କରି ବସ୍ତା ରେ ପେକ କରି ବାହାରକୁ ବିକ୍ରୀ ପାଇଁ ପଠାଯାଏ । ଆଉ ଓଦା ଅଳିଆ ଯାହାକି କଚଂପରିବା ଚୋପା ଠାରୁ ଆରମ୍ବ କରି ବଳକା ରହିଥିବା ଖାଦ୍ୟପଦାର୍ଥକୁ ମେସିନ ସାହାଯ୍ୟରେ ଛୋଟ ଛୋଟ ଖଣ୍ଡ କରି କୁଣ୍ଡରେ ପକାଇ ଦିଆଯାଏ , ସେହି କୁଣ୍ଡରେ ୭ ଦିନ ରହି କମ୍ପୋଷ୍ଟ କରାଯାଏ ପରେ ତାକୁ ପଦାରେ ଶୁଖାଇ ପୁଣି ମେସିନ ସାହାଯ୍ୟରେ ପାଉଡ଼ର କରି ପ୍ୟାକେଟିଂ କରାଯାଇ ବିକ୍ରି ପାଇଁ ପ୍ରସ୍ତୁତ କରାଯାଏ ।

ଏହି କାମରେ ଅନେକ ମହିଳା ଓ ଯୁବକ ମଧ୍ୟ ନିଯୁକ୍ତି ପାଇ ପାରିଛନ୍ତି । ପୁର୍ବରୁ ସହରରୁ ବାହାରୁଥିବା ଅଳିଆ ଆବର୍ଜନାକୁ କୌଣସି ଏକ ରାସ୍ତା କଡ଼ରେ ଢ଼ଳା ଯାଉଥିଲା ଏଥିରେ ପ୍ରଦଷଣ ବଢୁଥିଲା, । ଆଉ ଗୀନ ଟ୍ରୀବୁନାଲ ତରଫରୁ ପୌରପାଳିକାଠାରୁ ମୋଟା ଅଙ୍କର ଅର୍ଥ ମଧ୍ୟ ଆଦାୟ ହେଉଥିଲା ବୋଲି ପୌରପାଳିକାର ସାନିଟାଇଜ ଏକ୍ସପୋର୍ଟ କହିଛନ୍ତି । ପୌରପାଳିକାର ଏଭଳି ପ୍ରୟାସ କୁ ପ୍ରଶଂସା କରିଛନ୍ତି ଜିଲ୍ଳାବାସୀ ।

from Kanak News
via <a href="https://ifttt.com/?

ଅପମିଶ୍ରଣକାରୀଙ୍କ ଉପରେ ଘନଘନ ଚଢ଼ଉରେ ଉପକୃତ ହେଉଛନ୍ତି ଖାଉଟି : ଡଃ ଶରତ କୁମାର ସାହୁଙ୍କ ବ୍ରାଣ୍ଡସ୍‌ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ

ରାଜ୍ୟର ଖ୍ୟାତନାମା ମସଲା କଂପାନି ‘ରୁଚି ଉଦ୍ୟୋଗ’ର ପରିଚାଳନା ନିର୍ଦେଶକ ଡଃ ଶରତ କୁମାର ସାହୁ କରୋନା ମହାମାରୀର ମୁକାବିଲା, ରପ୍ତାନି ବଜାର, ସମ୍ପ୍ରସାରଣ ଯୋଜନା ଓ ନୂତନ ସାମଗ୍ରୀ ସମ୍ପର୍କରେ ଏକ ସା‌କ୍ଷତକାରରେ ଯାହା ଆଲୋଚନା କରିଛନ୍ତି ତାହାକୁ ଏଠାରେ ଉପସ୍ଥାପନ କରାଯାଇଛି

ରୁଚି ମସଲାରା ସଫଳତା ପଛର ମନ୍ତ୍ରଟି କ’ଣ ?
ସବୁଠୁ ବଡ଼ ମନ୍ତ୍ର ହେଲା- ନିଷ୍ଠା, ସାଧନା ଓ ଗୁଣବତ୍ତା। ଦୀର୍ଘ ୪୫ ବର୍ଷ ଧରି ଓଡ଼ିଶାର ଲୋକମାନଙ୍କୁ ଆମେ ଉନ୍ନତ ଗୁଣ ଓ ମାନର ବିଭିନ୍ନ ସମାଗ୍ରୀ ଯୋଗାଇ ଦେଇଆସୁଛୁ। ଏହା ସହିତ କଠିନ ପରିଶ୍ରମ ଓ ଉନ୍ନତ ଜ୍ଞାନକୌଶଳର ଉପଯୋଗ ହିଁ ଆମ ସଫଳତା ପାଇଁ ବିଶେଷ ସହାୟକ ହୋଇଛି।

ଆପଣଙ୍କ ସଂସ୍ଥା ଉପରେ କୋଭିଡ୍ ପ୍ରଭାବ କିଭଳି ଥିଲା ଓ ତାହାର କିଭଳି ମୁକାବିଲା କରିଛନ୍ତି ?
କୋଭିଡ୍‌ ମହାମାରୀର ବଡ଼ ପ୍ରଭାବ ଆମ ଉପରେ ନିଶ୍ଚୟ ପଡ଼ିଥିଲା। ଆମର ସମସ୍ତ କର୍ମଚାରୀ ନିଷ୍ଠା ଓ ସାହସର ସହ କାର୍ଯ୍ୟ କରିଥିଲେ। ଆମେ ମଧ୍ୟ ସେମାନଙ୍କୁ ସାହାଯ୍ୟ କରିଥିଲୁ। ଉଭୟ ପରସ୍ପରକୁ ସାହାଯ୍ୟ କରିବା କାରଣରୁ ଆମେ ଏହି ଅଭାବନୀୟ ସ୍ଥିତିକୁ ସାମ୍ନା କରିପାରିଥିଲୁ। ଆମେ କର୍ମଚାରୀଙ୍କୁ ଠିକ୍ ସମୟରେ ସେମାନଙ୍କ ପ୍ରାପ୍ୟ ଦେଇଥିଲୁ। କର୍ମଚାରୀଙ୍କୁ ଅନ୍ୟା‌ନ୍ୟ ସହାୟତା ଓ ଆବଶ୍ୟକ ଔଷଧ ଦେଇଥିଲୁ। କୋଭିଡ୍‌ ମୁକାବିଲା ଲାଗି ସରକାର ଯେଉଁ କଟକଣା ଜାରି କରିଥିଲେ ତାହାକୁ ଆମେ କଡ଼ାକଡ଼ି ଭାବେ ପାଳନ କରିଥିଲୁ।

ଭବିଷ୍ୟତରେ ସମ୍ପ୍ରସାରଣ ପାଇଁ କ’ଣ ଯୋଜନା ରହିଛି ?
ମୋତେ ଯେତେବେଳେ ୧୫ ବର୍ଷ ହୋଇଥିଲା ବାପାଙ୍କ ସହ ମିଶି ଖାଦ୍ୟ ପ୍ରକ୍ରିୟାକରଣର ଏହି ବ୍ୟବସାୟ ସହ ମୁଁ କାର୍ଯ୍ୟ କରୁଛି। ଖାଦ୍ୟ ଶିଳ୍ପ ସହିତ ମୋ ଜୀବନର ୫୦ ବର୍ଷ ବିତିଛି। ରାଜ୍ୟ ଓ ଦେଶର ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ପାଇଁ କିଛି ଭଲ କାର୍ଯ୍ୟ କରିବାକୁ ମୁଁ ଶପଥ ନେଇଛି। ଏ କ୍ଷେତ୍ରର ଗବେଷଣା ଏବଂ ବିକାଶ ପ୍ରକ୍ରିୟା କାର୍ଯ୍ୟ ମୁଁ ନିଜେ କରେ। ଏବେ ରାମଦାସପୁର ଶିଳ୍ପାଞ୍ଚଳରେ ରୁଚିର ଏକ ନୂଆ ୟୁନିଟ୍‌ର ସମ୍ପ୍ରସାରଣ କାର୍ଯ୍ୟ ଜାରି ରହିଛି।

କିଛି ନୂଆ ସାମଗ୍ରୀ ଆଣିବା ଯୋଜନା ଅଛି କି ?
ନୂତନ ଗବେଷଣା ଦ୍ୱାରା ଆମ ପାଇଁ ଉପଯୋଗୀ ନୂଆ ନୂଆ ପୁଷ୍ଟିକର ସାମଗ୍ରୀ ବାହାରି ପାରିବ। ଆମର ଜାରି ରହିଥିବା ପ୍ରୟାସରୁ ବହୁତ ଭଲ ସାମଗ୍ରୀ ବାହାରୁଛି। ସେଗୁଡ଼ିକ ସମାଜ ଓ ମଣିଷମାନଙ୍କ ପାଇଁ ନିଶ୍ଚୟ ହିତକର ହେବ।

ଆଉ କିଛି ନୂତନ ରପ୍ତାନି ବଜାର ଉପରେ ନଜର ରହିଛି କି ?
ଆସନ୍ତା ବର୍ଷ ଆମେରିକା ଓ ଇଂଲଣ୍ଡ ସମେତ କେତେକ ରାଷ୍ଟ୍ରକୁ ରପ୍ତାନି ପାଇଁ ଆମେ ବରାଦ ହାସଲ କରିଛୁ। ଖୁବ୍‌ଶୀଘ୍ର ସେହି ଦେଶଗୁଡ଼ିକରେ ରୁଚିର ସାମଗ୍ରୀ ପହଞ୍ଚିବ।

ଜଣେ ଦାୟିତ୍ୱସମ୍ପନ୍ନ ଉଦ୍ୟୋଗୀ ଭାବେ ମହାମାରୀ ସମୟରେ ଲୋକମାନଙ୍କୁ କିଭଳି ସାହାଯ୍ୟ କରିଛନ୍ତି ?
ଏହି ଦୁଃସମୟରେ ଆମ ପାଖକୁ ବହୁତ ଆଡ଼ୁ ସାହାଯ୍ୟ କରିବା ପାଇଁ ଖବର ଆସିଥିଲା ଏବଂ ସବୁଠାରେ ସମସ୍ୟା ଥିଲା ଖାଦ୍ୟସାମଗ୍ରୀ। କାରଣ ବିଭିନ୍ନ ସ୍ଥାନରେ ରନ୍ଧାଖାଦ୍ୟ ମିଳୁ ନଥିଲା। ଆମେ ମାସ ମାସ ଧରି ରନ୍ଧା ଖାଦ୍ୟ ବଣ୍ଟନ କରିବା ସହ ଆମର ପୁଷ୍ଟିକର ଶୁଖିଲା ଖାଦ୍ୟ ମଧ୍ୟ ବାଣ୍ଟିଥିଲୁ। ତାହା ଲୋକଙ୍କ ପାଖରେ ଦୀର୍ଘଦିନ ପର୍ଯ୍ୟନ୍ତ ରହିବା ସହ ସେମାନଙ୍କ ଆବଶ୍ୟକତା ପୂରଣ କରିଥିଲା। ରାଜ୍ୟ ସରକାରଙ୍କ ବିଭିନ୍ନ ଅନୁଷ୍ଠାନ, ପୁଲିସ ବାହିନୀ, ସ୍ବେଚ୍ଛାସେବୀ ସଂଗଠନ ଜରିଆରେ ଆମେ ଏହି ସେବା ଓ ସହାୟତା ନିରନ୍ତର ଯୋଗାଇଦେଇଥିଲୁ। ଏହା ସହିତ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ମଧ୍ୟ ଅର୍ଥରାଶି ଦାନ କରିଥିଲୁ।

ବିଗତ ବର୍ଷଗୁଡ଼ିକ ତୁଳନାରେ ଏବେ ମସଲା ଶିଳ୍ପରେ କିଭଳି ପ୍ରତିଯୋଗିତା ରହିଛି ?
ବର୍ତ୍ତମାନ ସମୟରେ ଅପମିଶ୍ରଣକାରୀମାନେ ବିଭିନ୍ନ ପ୍ରତିଷ୍ଠିତ କମ୍ପାନି ନାମରେ ନକଲି ଓ ଭେଜାଲ୍ ସାମଗ୍ରୀ ବିକ୍ରି କରୁଛନ୍ତି। କରୋନା ସମୟରେ ଏମାନଙ୍କ ପ୍ରାଦୁର୍ଭାବ ବେଶ୍ ବଢ଼ିଯାଇଥିଲା। ଏବେ ଏହି ନକଲି କମ୍ପାନି ଉପରେ ଘନଘନ ଚଢ଼ାଉ ହେବା ପରେ ଖାଉଟିମାନେ ବେଶ୍ ଉପକୃତ ହେଉଛନ୍ତି। ମସଲା ଶିଳ୍ପରେ ପ୍ରତିଯୋଗିତା ସବୁବେଳେ ଅଛି। ଆମେ ଲୋକମାନଙ୍କ ସହିତ ଦୀର୍ଘ ୪୫ ବର୍ଷ ଧରି ରହିଛୁ। ସେମାନଙ୍କ ବିଶ୍ବାସ ଆମକୁ ଆଗକୁ ବଢ଼ିବାରେ ସାହାଯ୍ୟ କରୁଛି।

ସମ୍ବାଦର ବ୍ରାଣ୍ଡସ୍‌ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ ସଂପର୍କରେ ଆପଣଙ୍କ ମତ କ’ଣ ?
ସମ୍ବାଦ ପକ୍ଷରୁ ଏଭଳି ପ୍ରୟାସ ଅତ୍ୟନ୍ତ ପ୍ରଶଂସନୀୟ। ଏହା ଏକ ଚମତ୍କାର ପ୍ରୋତ୍ସାହନମୂଳକ କାର୍ଯ୍ୟକ୍ରମ। କୌଣସି ଶିଳ୍ପ ଉଦ୍ୟୋଗକୁ ଯଦି ଗଣମାଧ୍ୟମ ସଂସ୍ଥା ପକ୍ଷରୁ ଏଭଳି ପ୍ରେରଣା ଦିଆଯାଏ ତାହା ସବୁବେଳେ ଆଗକୁ ଯିବା ପାଇଁ ଉତ୍ସାହିତ କରିଥାଏ। ଓଡ଼ିଶାର ଉଦ୍ୟୋଗ କ୍ଷେତ୍ରରେ ଯେଉଁମାନେ ଭଲ କାମ କରୁଛନ୍ତି ସେମାନଙ୍କୁ ସମ୍ବାଦ ପକ୍ଷରୁ ସମ୍ମାନିତ କରାଯିବା ଏକ ପ୍ରେରଣାଦାୟୀ ପଦକ୍ଷେପ ବୋଲି ମୁଁ ମନେ କରେ। ମୁଁ ମଧ୍ୟ ପୂର୍ବରୁ ଏହି ଅନୁଷ୍ଠାନ ପକ୍ଷରୁ ସମ୍ମାନିତ ହୋଇ ଏହାହିଁ ଅନୁଭବ କରିଛି। ଏହି କାର୍ଯ୍ୟକ୍ରମ ସବୁବର୍ଷ ହେଉ ଏବଂ ଏହାଦ୍ୱାରା ଓଡ଼ିଶାର ଅନେକ ଯୁବ ଉଦ୍ୟୋଗୀ ପ୍ରେରଣା ଲାଭ କରନ୍ତୁ, ଏହା ମୋର ଆଶା ଓ ବିଶ୍ୱାସ ।

from Kanak News
via <a href="https://ifttt.com/?

କେବେ ହେବ ମାଟ୍ରିକ୍ ପରୀକ୍ଷା ? କେଉଁ ଢ଼ାଞ୍ଚାରେ ପଡ଼ିବ ପ୍ରଶ୍ନ ? ଆରମ୍ଭ ହୋଇନି ପ୍ରଶ୍ନପତ୍ର ପ୍ରସ୍ତୁତି

କନକ ବ୍ୟୁରୋ : କେବେ ହେବ ମାଟ୍ରିକ୍ ପରୀକ୍ଷା ? କେଉଁ ଢ଼ାଞ୍ଚାରେ ପଡ଼ିବ ପ୍ରଶ୍ନ ? ଓଏମ୍‌ଆର୍‌ ବ୍ୟବସ୍ଥା ରହିବ ନା ସବୁ ପ୍ରଶ୍ନର ଉତ୍ତର ଲେଖିବାକୁ ପଡ଼ିବ ? ରେଗୁଲାର ଓ ଏକ୍ସରେଗୁଲାର ଛାତ୍ରଛାତ୍ରୀଙ୍କ ପାଇଁ ଗୋଟିଏ ପ୍ରଶ୍ନପତ୍ର ହେବ ନା ଭିନ୍ନ ରହିବ? ପୂର୍ବବର୍ଷ ଭଳି ଶହେ ନମ୍ବର ହେବ ନା ଚଳିତବର୍ଷ ସପ୍ଲିମେଣ୍ଟାରି ପରୀକ୍ଷା ଭଳି ୮୦ ନମ୍ବର ପରୀକ୍ଷା ହେବ ? ପରୀକ୍ଷାର ସମୟ କେତେ ହେବ ? ଶିକ୍ଷାବର୍ଷ ସରିବାକୁ ବସିଥିଲେ ମଧ୍ୟ ଏହି ଭଳି ଅନେକ ପ୍ରଶ୍ନର ଉତ୍ତର ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକଶିକ୍ଷୟିତ୍ରୀଙ୍କ ପାଖରେ ନାହିଁ। ମା‌ଟ୍ରିକ୍‌ ପରୀକ୍ଷାକୁ ନେଇ ସମସ୍ତେ ଅନ୍ଧାରରେ। ଏସବୁ ବିଷୟରେ ଶିକ୍ଷାବର୍ଷ ଆରମ୍ଭରୁ ବୋର୍ଡ ସୂଚନା ଦେବାର ବିଧି ରହିଥିଲେ ମଧ୍ୟ ‌ଶିକ୍ଷାବର୍ଷ ଶେଷରେ ବି ବୋର୍ଡ ପକ୍ଷରୁ ଏ ବିଷୟରେ କିଛି ସୂଚନା ଦିଆଯାଇନାହିଁ।

ସେହିପରି ମାଟ୍ରିକ୍ ପରୀକ୍ଷା ପାଇଁ ପ୍ରଶ୍ନପତ୍ର ପ୍ରସ୍ତୁତି କାର୍ଯ୍ୟ ଯାହା ସେପ୍ଟେମ୍ବରରୁ ଆରମ୍ଭ ‌ହୋଇ ଜାନୁଆରି ପର୍ଯ୍ୟନ୍ତ ଚାଲେ ସେ କାର୍ଯ୍ୟ ଏଯାଏ ଆରମ୍ଭ ହୋଇ ନାହିଁ। ଫର୍ମପୂରଣ ବି ଆରମ୍ଭ ହୋଇପାରି ନାହିଁ। କରୋନା ଆଳ‌ ଦେଖାଇ ମାଧ୍ୟମିକ ଶିକ୍ଷା ପରିଷଦ( ବୋର୍ଡ) କର୍ତ୍ତୃପକ୍ଷ ସମସ୍ତଙ୍କୁ ଅନ୍ଧାରରେ ରଖୁଥିବା ଅଭିଯୋଗ ହୋଇଛି। କେବେଳ ପାଠ୍ୟକ୍ରମରୁ ୩୦ପ୍ରତିଶତ ପାଠ କାଟି‌ଦେଇ ବୋର୍ଡ ଚୁପ୍ ହୋଇ ବସିଛି। ଅନ୍ୟପକ୍ଷରେ କିନ୍ତୁ ସିବିଏସ୍‌ଇ ପକ୍ଷରୁ ଚଳିତ ବର୍ଷର ନୂତନ ପାଠ୍ୟକ୍ରମ ଓ ପ୍ରଶ୍ନପତ୍ର ବିଷୟରେ ସଂପୂର୍ଣ୍ଣ ସୂଚନା ଦେଇ ଦିଆଯାଇଛି। ପ୍ରତ୍ୟେକ ବର୍ଷ ମାଟ୍ରିକ ପରୀକ୍ଷାର ୫ ମାସ ପୂର୍ବରୁ ପ୍ରଶ୍ନପତ୍ର ପ୍ରସ୍ତୁତି ଆରମ୍ଭ ହେଉଥିବା ବେଳେ ଯଦି ଏହା ଜାନୁଆରିରୁ ଆରମ୍ଭ ହୁଏ ତେବେ ମେ ପୂର୍ବରୁ ପରୀକ୍ଷା ହେବା କଷ୍ଟ।

ପ୍ରଚଳିତ ବ୍ୟବସ୍ଥା ଅନୁଯାୟୀ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) କର୍ତ୍ତୃପକ୍ଷ ଦୁର୍ଗାପୂଜା ପୂର୍ବରୁ ପ୍ରଶ୍ନପତ୍ର ପ୍ରସ୍ତୁତି କରନ୍ତି। ସେପ୍ଟେମ୍ବର ପ୍ରଥମ ସପ୍ତାହରୁ ଅକ୍ଟୋବର ଦ୍ବିତୀୟ ସପ୍ତାହ ମଧ୍ୟରେ କୋଶ୍ଚିନ୍‌ ସେଟର୍‌ମାନଙ୍କ ଠାରୁ ପ୍ରଶ୍ନପତ୍ର ସଂଗ୍ରହ କରାଯାଏ। ଅକ୍ଟୋବର ଦ୍ବିତୀୟ ସପ୍ତାହରୁ ନଭେମ୍ବର ଶେଷ ପର୍ଯ୍ୟନ୍ତ ଦେଢ଼ ମାସ ମଧ୍ୟରେ ସଂଗୃହୀତ ପ୍ରଶ୍ନପତ୍ରକୁ ମଡରେସନ କରାଯାଏ। ଏହି ପର୍ଯ୍ୟାୟରେ ପ୍ରଶ୍ନପତ୍ର ପାଠ୍ୟକ୍ରମ ଅନ୍ତର୍ଭୁକ୍ତ କି ନାହିଁ, ୩୦ ପ୍ରତିଶତ ସରଳ ପ୍ରଶ୍ନ ଅଛି ନା ନାହିଁ, ୫ ପ୍ରତିଶତ ଜଟିଳ ପ୍ରଶ୍ନ ରହିଛି କି ନାହିଁ, ପ୍ରତ୍ୟେକ ସଂକ୍ଷିପ୍ତ ପ୍ରଶ୍ନର ନିର୍ଦ୍ଦିଷ୍ଟ ଗୋଟିଏ ଉତ୍ତର ରହିଛି କି ନାହିଁ… ଏସବୁ ଦିଗର ଯାଞ୍ଚ କରାଯାଏ। ମଡରେସନ୍ ପରେ ଡିସେମ୍ବର ପ୍ରଥମ ସପ୍ତାହରେ ପ୍ରିଣ୍ଟିଂ ଅର୍ଡର ଦିଆଯାଏ।

ଜାନୁଆରି ପ୍ରଥମ ଦ୍ବିତୀୟ ସପ୍ତାହ ବେଳକୁ ପ୍ରଶ୍ନପତ୍ର ବୋର୍ଡ ମୁଖ୍ୟ କାର୍ଯ୍ୟାଳୟରେ ପହ‌ଞ୍ଚେ। ଜାନୁଆରି ଶେଷ ସପ୍ତାହରୁ ଫେବ୍ରୁଆରି ପ୍ରଥମ ସପ୍ତାହ ମଧ୍ୟରେ ଦୁଇଟି ପର୍ଯ୍ୟାୟରେ ପ୍ରଶ୍ନପତ୍ର ନୋଡାଲ ‌ସେଣ୍ଟରକୁ ପଠାଯାଏ। ପରୀକ୍ଷା ପାଇଁ ଆଦର୍ଶ ପ୍ରଶ୍ନପତ୍ର ପ୍ରସ୍ତୁତି କରିବାକୁ ଅନ୍ୟୁନ ୫ମାସରୁ ଅଧିକ ସମୟ ଲାଗେ । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ପ୍ରଶ୍ନପତ୍ର ବିଷୟରେ ଶିକ୍ଷାବର୍ଷ ଆରମ୍ଭରୁ ପରୀକ୍ଷାର୍ଥୀଙ୍କ ସମେତ ଶିକ୍ଷକ, ଜନସାଧାରଣଙ୍କୁ ଅବଗତ କରାଯାଇଥାଏ। ଗତ ବର୍ଷ (୨୦୨୦ ମାଟ୍ରିକ୍‌ ପରୀକ୍ଷା)ରେ ପ୍ରତି ବିଷୟରେ ୫୦ ନମ୍ବର ଦୀର୍ଘ ଉତ୍ତରମୂଳକ ଓ ୫୦ ନମ୍ବର ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ(ଲିଖିତ) ପଡ଼ିଥିଲା। କିନ୍ତୁ ୨୦୨୦ ସପ୍ଲିମେଣ୍ଟାରି ପରୀକ୍ଷାରେ ମୋଟ ୮୦ନମ୍ବର ପରୀକ୍ଷା(୫୦ ସଂକ୍ଷିପ୍ତ ଓଏମ୍‌ଆର୍‌ ଓ ୩୦ ନମ୍ବର ଦୀର୍ଘ ଉତ୍ତର ଲିଖିତ) ପ୍ରଶ୍ନ ଆସିଥିଲା। କିନ୍ତୁ ଏବର୍ଷ ମାଟ୍ରିକ୍ ପରୀକ୍ଷା ବିଷୟରେ ବୋର୍ଡ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ।

କିନ୍ତୁ ରାଜ୍ୟ ଗଣଶିକ୍ଷା ବିଭାଗ ପକ୍ଷରୁ ଆସନ୍ତା ମାଟ୍ରିକ୍ ପରୀକ୍ଷା ପ୍ରଶ୍ନପତ୍ର ସଂପର୍କିତ ଏକ ପୁସ୍ତିକା ପ୍ରସ୍ତୁତି ଚାଲିଛି। ଏଥିରେ ଚଳିତ ବ‌ର୍ଷ ପ୍ରତି ବିଷୟରେ ୮୦ ନମ୍ବର ପ୍ରଶ୍ନ ପଡ଼ିବ ଯେଉଁଥିରେ କି ୫୦ ନମ୍ବର ଅବ୍‌ଜେକ୍ଟିଭ୍‌ (ଓଏମ୍‌ଆର୍‌ ଜରିଆରେ ଦିଆଯିବ) ଓ ଅବଶିଷ୍ଟ ୩୦ନମ୍ବର ଲିଖିତ ପ୍ରଶ୍ନ ପଡ଼ିବ ବୋଲି ଜଣାପଡ଼ିଛି। ଏହି ପୁସ୍ତିକା ଛାତ୍ରଛାତ୍ରୀଙ୍କୁ ଦିଆଯିବ। କିନ୍ତୁ ଦୁଃଖର ବିଷୟ ଏଯାଏ ‌ଏହି ପୁସ୍ତିକା ପ୍ରକାଶ ପାଇନଥିବା ସୂଚନା ମିଳିଛି। ଯଦି ଏବେଠାରୁ ପ୍ରଶ୍ନପତ୍ର ପ୍ରସ୍ତୁତି ଆରମ୍ଭ ହୁଏ, ତେବେ ଆସନ୍ତା ମେ ମାସରେ ମାଟ୍ରିକ୍-୨୦୨୦ ପରୀକ୍ଷା କରିବା ସମ୍ଭବ ହେବ କି ନାହିଁ ତାହା ମଧ୍ୟ ସନ୍ଦେହ। ପୁଣି ଚଳିତ ଶିକ୍ଷାବର୍ଷରେ ନୂଆ ପାଠ୍ୟକ୍ରମ ହୋଇଛି। ଗତବର୍ଷ ଯେଉଁ ପରୀକ୍ଷାର୍ଥୀମାନେ ଫେଲ ହୋଇଥିଲେ ସେମାନେ ଚଳିତ ବର୍ଷ କେଉଁ କୋର୍ସରେ ପରୀକ୍ଷା ଦେବେ, ତାହା ଏଯାଏ ବୋର୍ଡ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ। ଏ ସଂକ୍ରାନ୍ତରେ ବୋର୍ଡର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଆମେ ଫର୍ମପୂରଣ କରିବା କାର୍ଯ୍ୟ ଆରମ୍ଭ କରିଥିଲୁ, କିନ୍ତୁ ରାଜ୍ୟ ଗଣଶିକ୍ଷା ବିଭାଗ ପକ୍ଷରୁ ଏହା ନକରିବା ପାଇଁ ପରାମର୍ଶ ଦିଆଗଲା। ଏଥିପାଇଁ ଆମେ ଆସନ୍ତା ମାଟ୍ରିକ୍‌ ପରୀକ୍ଷା ପାଇଁ କିଛି ପ୍ରସ୍ତୁତି ଆରମ୍ଭ କରିନାହୁଁ ବୋଲି ସଂପୃକ୍ତ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

from Kanak News
via <a href="https://ifttt.com/?

ପରଲୋକରେ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ର : ୮୪ ବର୍ଷ ବୟସରେ ଭୁବନେଶ୍ୱର ଘରୋଇ ହସ୍ପିଟାଲରେ ଦେହାନ୍ତ; ନିମୋନିଆରେ ପୀଡିତ ହୋଇ ଚିକିତ୍ସାଧୀନ ଥିଲେ

କନକ ବ୍ୟୁରୋ : ଓଡ଼ିଶାର ସଙ୍ଗୀତ ନିର୍ଦ୍ଦେଶକ ପଦ୍ମଶ୍ରୀ ଶାନ୍ତନୁ ମହାପାତ୍ରଙ୍କ ପରଲୋକ । ଅସୁସ୍ଥତା କାରଣରୁ ତାଙ୍କୁ ରବିବାର ରାତିରେ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଭର୍ତି କରାଯାଇଥିଲା । ତାଙ୍କୁ ନିମୋନିଆ ହୋଇଥିଲା । ତାଙ୍କ କିଡନୀ ବି କାମ କରୁନଥିଲା । ଶାନ୍ତନୁ ମହାପାତ୍ର ଓଡିଆ ଚଳଚିତ୍ର ଜଗତକୁ ଅନେକ ଚିର ସବୁଜ ସଙ୍ଗୀତ ଭେଟି ଦେଇଛନ୍ତି । ତାଙ୍କ ସଙ୍ଗୀତ ଲକ୍ଷ ଲକ୍ଷ ଦର୍ଶକଙ୍କ ହୃଦୟରେ ବସା ବାନ୍ଧିଛି । ଦୀର୍ଘ ୬୦ ବର୍ଷ ଧରି ସେ ଓଡିଆ ସଙ୍ଗୀତ ଜଗତ ସହ ଜଡିତ ଥିଲେ । ବଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ଜନ୍ମ ବାରିପଦାରେ ହୋଇଥିଲା । ସେ ଆଇଆଇଟି ଖଡଗପୁରର ଛାତ୍ର ଥିଲେ ।

ଖଣି ଓ ଭୂତତ୍ୱ ବିଭାଗର ନିର୍ଦ୍ଦେଶକ ଭାବରେ କାମ କରି ୧୯୯୪ ମସିହାରେ ସେ ଅବସର ନେଇଥଇଲେ । ସେ ଶହେରୁ ଅଧିକ ଆଧୁନିକ ଗୀତରେ ସଙ୍ଗତ ନିର୍ଦ୍ଦେଶନା ଦେଇଛନ୍ତି । ଅନେକ ଓଡିଆ ଓ ବଙ୍ଗଳା ଫିଲ୍ମରେ ଶାନ୍ତନୁ ମହାପାତ୍ର ସଙ୍ଗୀତ ନିର୍ଦ୍ଦେଶନା ଦେଇସାରିଛନ୍ତି । ଓଡିଆ, ହିନ୍ଦୀ, ବଙ୍ଗାଳୀ. ଅହମିଆ ଓ ତେଲୁଗୁ ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶନା ଦେବାରେ ଶାନ୍ତନୁ ମହାପାତ୍ର ହେଉଛନ୍ତି ପ୍ରଥମ ଓଡିଆ ତାଙ୍କ ନିର୍ଦ୍ଦେଶନାରେ ଲତା ମଙ୍ଗେସକର ଓ ମହମ୍ମଦ ରଫି ଓଡିଆ ଫିଲ୍ମରେ ପ୍ରଥମ ଗୀତ ଗାଇଥିଲେ । ମହମ୍ମଦ ରଫି ଗାଇଥିବା ପ୍ରସିଦ୍ଧ ଓଡିଆ ଗୀତ ମୟୁରୀ ଗୋ ତୁମେର ସେ ଥିଲେ ସଙ୍ଗୀତ ନିର୍ଦ୍ଦେଶକ । ତାଙ୍କର ପ୍ରମୁଖ ଫିଲ୍ମଗୁଡିକ ହେଲା, ଚିଲିକା ତୀରେ, ପ୍ରିୟତମା, ଅଗ୍ନିପରୀକ୍ଷା, ମେଘମୁକ୍ତି ଓ ଶୀତରାତି ।

from Kanak News
via <a href="https://ifttt.com/?

ଦିଲ୍ଲୀରେ ସରକାର-ଚାଷୀ ସଂଗଠନ ଆଲୋଚନା ଆଜି : କେନ୍ଦ୍ରର ନୂଆ କୃଷି ଆଇନକୁ ବିରୋଧ କରି ଜାରି ରହିଛି ଆନ୍ଦୋଳନ

କନକ ବ୍ୟୁରୋ : ଦିଲ୍ଲୀରେ ଆଜି ଚାଷୀ ସଂଗଠନ ଓ ସରକାରଙ୍କ ମଧ୍ୟରେ ଆଲଚନା । କୃଷି ଆଇନକୁ ବିରୋଧ କରି ଧାରଣା ଜାରି ରଖିଛନ୍ତି ଚାଷୀ ସଂଗଠନ । ଏହା ଭିତରେ ଆଜିକୁ ୩୫ ଦିନରେ ପହଂଚିଲାଣି ଆନ୍ଦୋଳନ । ସରକାର ଦାବି ଶୁଣୁ ନଥିବାରୁ ଆନ୍ଦୋଳନରତ କୃଷକ ପଂଜାବରେ ମୋବାଇଲ ଫୋନ ଟାୱାରକୁ ଟାର୍ଗେଟ କରିଛନ୍ତି ।

୨ ଦିନରେ ୧୫ ଶହରୁ ଅଧିକ ମୋବାଇଲ ଟାୱାରକୁ କ୍ଷତି ପହଁଚାଇବା ପରେ ପଂଜାବ ଓ ବିହାରରେ ଚାଷୀ ଓ ପୋଲିସ ମୁହାଁମୁହିଁ ହୋଇଛନ୍ତି । ଚାଷୀଙ୍କ ଏଭଳି କାର୍ଯ୍ୟ ପାଇଁ ପଂଜାବରେ ଫୋନସେବା ବାଧାପ୍ରାପ୍ତ ହୋଇଛି । ଆନ୍ଦୋଳନରତ ଚାଷୀ ମୋବାଇଲ ଟାୱାରକୁ କ୍ଷତି ନପହଂଚାଇବା ଲାଗି ଟେଲିକମ୍ କମ୍ପାନୀଗୁଡ଼ିକ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କୁ ନିବେଦନ କରିଥିଲେ । ଚାଷୀଙ୍କୁ ମଧ୍ୟ ଏନେଇ ସୂଚନା ଦିଆଯିବା ସତ୍ୱେ ଟାୱାର ଗୁଡିକୁ ଭଙ୍ଗା ଯାଉଥିବା ସୂଚନା ମିଳିଛି ।

from Kanak News
via <a href="https://ifttt.com/?

ରାଜଧାନୀରେ ଗୁଳିକାଣ୍ଡ ଘଟଣା : ଜଣେ ଯୁବକୁ ଗୁରୁତର ଆହତ; ଖଣ୍ଡଗିରି ପୁଲିସର ତନାଘନା

କନକ ବ୍ୟୁରୋ : ରାଜଧାନୀରେ ଫୁଟିଲା ଗୁଳି । ଭୁବନେଶ୍ୱର ଡୁମଡୁମା ଅଂଚଳରେ ଗତକାଲି ରାତିରେ ଫୁଟିଛି ଗୁଳି । ଫାଙ୍କା ଗୁଳି ଚାଳନା କରି ଦୁଇ ଜଣ ଦୁର୍ବୃତ ଡୁମଡୁମା ବଜାରରେ ଶୁଭମ ନାମକ ଜଣେ ଯୁବକକୁ ଆକ୍ରମଣ କରିଥିଲେ । ଏହାପରେ ବନ୍ଧୁକରେ ଶୁଭମଙ୍କ ମୁଣ୍ଡକୁ ଛେଚି ଆକ୍ରମଣ କରିଥିବା ବରିଷ୍ଠ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି । ଆହତ ଯୁବକଙ୍କୁ ଏବେ ଏମସ ହସ୍ପିଟାଲରେ ଭର୍ତି କରାଯାଇଛି ।

ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଦୁଇ ଦୁର୍ବୃତ ଆକ୍ରମଣ କରିଥିବା ସୂଚନା ମିଳିିଛି । ଗୁଳିକାଣ୍ଡରେ ୨ଜଣ ଦୁବୃର୍ତ ସମ୍ପୃକ୍ତ ଥିବା ସୂଚନା ମିଳିଛି । ସେମାନେ ହେଲେ ଆକାଶ ଓ ଅଗ୍ନି । ଅଗ୍ନିକୁ ପୂର୍ବରୁ ତଡିପାର କରିଥିଲା କମିଶନରେଟ ପୋଲିସ । ଖଣ୍ଡଗିରି ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ଛାନଭିନ ଆରମ୍ଭ କରିଛି । ଗୁଳିକାଣ୍ଡ ଘଟଣାରେ ପୋଲିସ କାହାରିକୁ ଗିରଫ କରିନାହିଁ । ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

from Kanak News
via <a href="https://ifttt.com/?

Design a site like this with WordPress.com
Get started