ଆଜି ଠାରୁ ଶ୍ରୀମନ୍ଦିରରେ ପୁରୀ ସହରର ଭଡାଟିଆ, କର୍ମଜୀବୀ ଓ ଛାତ୍ରଛାତ୍ରୀଙ୍କ ଜଗାଦର୍ଶନ : ୨ ଦିନ ପାଇଁ ଦର୍ଶନ ସୁଯୋଗ; ସମସ୍ତଙ୍କୁ ଦେଖାଇବାକୁ ପଡିବ ଆବଶ୍ୟକ ପ୍ରମାଣପତ୍ର 

କନକ ବ୍ୟୁରୋ : ପୁରୀରେ ଆଜି ଠାରୁ ଭଡାଟିଆ ଓ କର୍ମଜୀବୀଙ୍କ ଦର୍ଶନ ଆରମ୍ଭ ହୋଇଛି । ସକାଳ ୭ଟାରୁ ରାତି ୯ଟା ଯାଏଁ ଚାଲିବ ଏହି ଦର୍ଶନ । ଆଜି ଏବଂ ଆସନ୍ତାକାଲି ଦୁଇ ଦିନ ପୁରୀରେ ଭଡାଟିଆ ଓ କର୍ମଜୀବୀ ଓ ଛାତ୍ରଛାତ୍ରୀମାନେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ । ପୁରୀରେ ଭଡାଟିଆ ଲୋକମାନେ ନିଜ ଘର ମାଲିକଙ୍କ ଠାରୁ ସ୍ୱୀକୃତି ପତ୍ର ଆଣି ମହାପ୍ରଭୁଙ୍କ ଦର୍ଶନ କରିବା ବ୍ୟବସ୍ଥା ହୋଇଛି ।

ସେହିପରି କର୍ମଜୀବୀମାନେ ନିଯୁକ୍ତି ଦାତାଙ୍କ ପ୍ରମାଣପତ୍ର ଦେଖାଇ ଦର୍ଶନ କରିପାରିବେ । ଏହା ସହିତ ଆଜି ମଧ୍ୟ ପୁରୀ ବାସିନ୍ଦାଙ୍କ ଦର୍ଶନ ଆଗପରି ଜାରି ରହିଛି । ଆଜି ପ୍ରଥମ ସିଫ୍ଟରେ ୨୩ ଓ ୨୭ ନଂବର ୱାର୍ଡ ବାସୀ ମହାପ୍ରଭୁଙ୍କ ଦର୍ଶନ କରିବେ । ଦ୍ୱିତୀୟ ସିଫ୍ଟରେ ୨୫ ଓ ୩୦ ନଂବର ୱାର୍ଡ , ତୃତୀୟ ସିଫ୍ଟରେ ୭, ୨୭ ନଂବର ୱାର୍ଡ ବାସୀ ଦର୍ଶନ କରିବେ । ଏହି ଦର୍ଶନ ସମୟରେ କରୋନା କଟକଣାକୁ କଡାକଡି ପାଳନ କରାଯାଉଛି । ସାମାଜିକ ଦୂରତା ରକ୍ଷା ସହିତ ସମସ୍ତେ ଟୋକନ୍ ଦେଖାଇ ବ୍ୟାରିକେଡରେ ଆସି ଦର୍ଶନ କରୁଛନ୍ତି ।

from Kanak News
via <a href="https://ifttt.com/?

କରୋନା କଟକଣା ଭିତରେ ପାଳିତ ହେବ ଗଣତନ୍ତ୍ର ଦିବସ ସମାରୋହ । ସୀମିତ ସଂଖ୍ୟକ ଦର୍ଶକଙ୍କୁ ମିଳିବ ଅନୁମତି, ବ୍ରିଟେନ ପ୍ରଧାନମନ୍ତ୍ରୀ ହୋଇପାରନ୍ତି ମୁଖ୍ୟ ଅତିଥି ।

କନକ ବ୍ୟୁରୋ : ଚଳିତ ବର୍ଷ କରୋନା କଟକଣା ପାଇଁ ଦିଲ୍ଲୀରେ ହେବାକୁ ଥିବା ଗଣତନ୍ତ୍ର ଦିବସ ସମାରୋହରେ ସୀମିତ ସଂଖ୍ୟକ ଅତିଥିଙ୍କୁ ଆମନ୍ତ୍ରିତ କରାଯିବ ଓ ସୀମିତ ସଂଖ୍ୟକ ଦର୍ଶକଙ୍କୁ ଅନୁମତି ଦିଆଯିବ । ଏହା ସହିତ ଆଉ ନିରାପତ୍ତା ରକ୍ଷା ପାଇଁ ପରେଡ ସ୍ଥଳରେ ଆଉ କେତେକ ପଦକ୍ଷେପ ନେବାକୁ ସରକାର ବିଚାର କରୁଛନ୍ତି ।

ମିଳିଥିବା ରିପୋର୍ଟ ଅନୁସାରେ ମୁଖ୍ୟ ସମାରୋହ ସ୍ଥଳରେ ସାମାଜିକ ଦୂରତ୍ବ ରକ୍ଷା ପାଇଁ ଚେୟାର ସଂଖ୍ୟା ହ୍ରାସ କରାଯିବ ଓ ସେଗୁଡ଼ିକୁ ଛାଡ଼ି ଛାଡ଼ି ରଖାଯିବ । ଚଳିତ ଥର ଗଣତନ୍ତ୍ର ଦିବସ ସମାରୋହରେ ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ ଜନସନ ମୁଖ୍ୟ ଅତିଥି ହେବାର କାର୍ଯ୍ୟକ୍ରମ ରହିଛି ।

ଗଣତନ୍ତ୍ର ଦିବସ ପରେଡ ପାଇଁ ଦିଲ୍ଲୀରେ ସେନାର ଯବାନମାନେ ପହଞ୍ଚିବାରେ ଲାଗିଛନ୍ତି । ତେବେ ଏହି ସମାରୋହ ଉପରେ କରୋନା ଆତଙ୍କ ବଢିବାରେ ଲାଗିଛି । ପରେଡରେ ଅଂଶଗ୍ରହଣ କରିବାକୁ ଗତ ନଭେମ୍ବର ପରଠାରୁ ଏପର୍ଯ୍ୟନ୍ତ ପ୍ରାୟ ୨ ହଜାର ସେନା କର୍ମଚାରୀ ଦିଲ୍ଲୀରେ ପହଞ୍ଚିଥିବା ଜଣାଯାଇଛି । ତେବେ ଏହି ସେନା ଅଧିକାରୀ ଓ ଯବାନଙ୍କ ମଧ୍ୟରୁ ପ୍ରାୟ ୧୫୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

from Kanak News
via <a href="https://ifttt.com/?

ରାତିରେ ରାଜଧାନୀରେ ଫୁଟିଲା ଗୁଳି । ଯୁବକଙ୍କ ମୁଣ୍ଡକୁ ଗୁଳିମାଡ, ଏମ୍ସରେ ଭର୍ତ୍ତି ।

କନକ ବ୍ୟୁରୋ: ରାଜଧାନୀରେ ରାତିରେ ଫୁଟିଲା ଗୁଳି । ଭୁବନେଶ୍ୱରରେ ଗୁଳିମାଡ । ଡୁମୁଡୁମା ଅଞ୍ଚଳରେ ଯୁବକଙ୍କୁ ଗୁଳିମାଡ । ମୁଣ୍ଡରେ ଗୁଳି ବାଜିଥିବା ସୂଚନା । ଆହତ ଯୁବକଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି ।

ତେବେ ପୂର୍ବ ଶତ୍ରୁତାରୁ ଗୁଳିମାଡ ହୋଇଥିବା ସନ୍ଦେହ କରାଯାଉଥିବା ବେଳେ ଖଣ୍ଡଗିରି ପୋଲିସ ଘଟଣାର ଛାନଭିନ କରୁଛି ।

from Kanak News
via <a href="https://ifttt.com/?

ଶୁଣୁ ନାହାନ୍ତି ସରକାର, ଟାର୍ଗେଟରେ ମୋବାଇଲ ଟାୱାର । ଚାଷୀ ଆନ୍ଦୋଳନ ସମର୍ଥନରେ ପଞ୍ଜାବରେ ମୋବାଇଲ ଟାୱାର ଭାଙ୍ଗିଲେ କୃଷକ ।

କନକ ବ୍ୟୁରୋ: ଦେଶରେ ୩୪ ଦିନରେ ପହଂଚିିଛି ଚାଷୀ ଆନ୍ଦୋଳନ । କୃଷି ଆଇନକୁ ବିରୋଧ କରି ପଂଜାବରେ ଜାରି ରହିଛି ଆନ୍ଦୋଳନ । ଆନ୍ଦୋଳନକୁ ଆହୁରି ତୀବ୍ର କରିବା ଲାଗି ଚାଷୀ ଆକ୍ରୋଶମୂଳକ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି । ସରକାର ଦାବି ଶୁଣୁ ନଥିବାରୁ ଆନ୍ଦୋଳନରତ କୃଷକ ମୋବାଇଲ ଫୋନ ଟାୱାରକୁ ଟାର୍ଗେଟ କରିଛନ୍ତି ।ଧାରଣାରେ ଥିବା ଚାଷୀ ୨ ଦିନରେ ୧୫ ଶହ ମୋବାଇଲ ଟାୱାରକୁ କ୍ଷତିଗ୍ରସ୍ତ କରିଛନ୍ତି । ଗତ ୨୪ ଘଂଟାରେ ୧୪୬ଟି ମୋବାଇଲ ଟାୱାରକୁ ବିଦ୍ୟୁତ ସଂଯୋଗ କାଟିଦେଇଥିବା ବେଳେ ଅନ୍ୟ ଟାୱାର ଗୁଡିକୁ କ୍ଷତିଗ୍ରସ୍ତ କରିଛନ୍ତି । ଫଳରେ ମୋବାଇଲ ଯୋଗାଯୋଗରେ ଅନେକ ସମସ୍ୟା ଦେଖାଦେଇଛି । ଆନ୍ଦୋଳନରତ ଚାଷୀ ମୋବାଇଲ ଟାୱାରକୁ କ୍ଷତି ନପହଂଚାଇବା ଲାଗି ଟେଲିକମ୍ କମ୍ପାନୀଗୁଡ଼ିକ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କୁ ନିବେଦନ କରିଥିଲେ । ଚାଷୀଙ୍କୁ ମଧ୍ୟ ଏନେଇ ସୂଚନା ଦିଆଯିବା ସତ୍ୱେ ଟାୱାର ଗୁଡିକୁ ଭଙ୍ଗା ଯାଉଥିବା ସୂଚନା ମିଳିଛି ।

ରାଜ୍ୟରେ ୨୨ଟି ଜିଲ୍ଲାରେ ପ୍ରାୟ ୨୧ହଜାର ୩୦୬ଟି ଟାୱାର ଅଛି । ଏଥିମଧ୍ୟରୁ ୧୫ଶହ ୬୧ଟି ଟାୱାରକୁ ଆନ୍ଦୋଳନକାରୀ ଚାଷୀ ମାନେ କ୍ଷତି ପହଂଚାଇଛନ୍ତି । ତେବେ ଏଥିମଧ୍ୟରୁ ୪୩୩ଟି ଟାୱାରର ମରାମତି କରାଯାଇଛି । ସେପଟେ ମୁଖ୍ୟମନ୍ତ୍ରୀ ରାଜ୍ୟ ପୁଲିସକୁ ଟାୱାର ନଷ୍ଟ କରୁଥିବା ଚାଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଚାଷୀମାନେ କେବଳ ଟାୱାରକୁ ଭାଙ୍ଗୁ ନାହାନ୍ତି ବରଂ ଟାୱାର ପାଇଁ କମ୍ପାନୀ ପକ୍ଷରୁ ନିୟୋଜିତ ସୁରକ୍ଷାକର୍ମୀମାନଙ୍କୁ ମାରପିଟ କରୁଥିବା ଅଭିଯୋଗ ହୋଇଛି । କିଛି ସ୍ଥାନରେ ମୋବାଇଲ ଟାୱାରର ବିଜୁଳି ସଂଯୋଗ କାଟି ଦିଆଯାଇଥିବା ବେଳେ ଅନ୍ୟ କିଛି ସ୍ଥାନରେ ମୋବାଇଲ ଟାୱାରର ତାର ପୋଡ଼ାଯାଇଛି । ଏହା ପୂର୍ବରୁ ରିଲାଏନ୍ସ ପେଟ୍ରୋଲ ପମ୍ପ, ରିଲାଏନ୍ସ ରିଟେଲ ଉପରେ ରାଗ ସୁଝାଉଥିବା ଅଭିଯୋଗ ହୋଇଛି ।

ସେପଟେ ଆଜି ପ୍ରଧାନମନ୍ତ୍ରୀ ମଧ୍ୟ ଉଦବୋଧନରେ କହିଛନ୍ତି ବିରୋଧ ପ୍ରଦର୍ଶନ ନାଁରେ ଦେଶର ସମ୍ପତିକୁ ନଷ୍ଟ ନକରିବା ପାଇଁ ଅପିଲ କରିଛନ୍ତି । ଯଦି କୌଣସି ସମ୍ପତି ନଷ୍ଟ ହୁଏ ତେବେ ଏହା ପରୋକ୍ଷଭାବେ ନିଜର ହିଁ କ୍ଷତି । ଏବଂ ସରକାରୀ ସମ୍ପତି କୌଣସି ରାଜନେତା କିମ୍ବା କୌଣସି ରାଜନୀତି ଦଳର ନୁହେଁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

from Kanak News
via <a href="https://ifttt.com/?

ବାଇଡେନଙ୍କ ଚୀନ ଚାପୁଡା ସଙ୍କେତ । ଆମେରିକା- ଚୀନ ସମ୍ପର୍କକୁ ନେଇ ଆଭିମୁଖ୍ୟ ସ୍ପଷ୍ଟ କଲେ ନବ-ନିର୍ବାଚିତ ରାଷ୍ଟ୍ରପତି । କହିଲେ, ବେଜିଂର ସାମ୍ନା କରିବାକୁ ଏକାଠି ହୁଅନ୍ତୁ ସମାନ ଚିନ୍ତାଧାରାର ରାଷ୍ଟ୍ର ।

କନକ ବ୍ୟୁରୋ: ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ ଆମେରିକା ଓ ଚୀନର ସମ୍ପର୍କ  କିପରି ରହିବ ସେ ନେଇ ସଙ୍କେତ ଦେଇଛନ୍ତି । ଆଗାମୀ ୪ବର୍ଷରେ ଚୀନ୍ ପ୍ରତି ଆମେରିକାର କଣ ଆଭିମୁଖ୍ୟ ରହିବ ସେ ନେଇ ବୟାନ ଦେଇଛନ୍ତି ବାଇଡେନ । ଆମେରିକାକୁ ବେଜିଂର ସାମ୍ନା କରିବାକୁ ସମାନ ଚିନ୍ତାଧାରା ରଖିଥିବା ରାଷ୍ଟ୍ର ଗୁଡିକ ସହ ଏକାଠି ହେବାକୁ ପଡିବ ବୋଲି କହିଛନ୍ତି ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ।

ଚୀନକୁ ଜବାବ ଦେବାକୁ ଏକ ସ୍ୱତନ୍ତ୍ର ରଣନୀତିର ଆବଶ୍ୟକାତା ରହିଛି । ଏବଂ ଏଥିପାଇଁ ସମାନ ଚିନ୍ତାଧାରର ରାଷ୍ଟ୍ର ଗୁଡିକୁ ଏକତ୍ରିତ କରିବା ପାଇଁ ଆମେରିକା ପ୍ରୟାସ କରୁଛି ।  ମାନବାଧିକାର, ବାଣିଜ୍ୟ, ପ୍ରଯୁକ୍ତି ଓ ଅନ୍ୟ କ୍ଷେତ୍ରରେ ଏହି ଦେଶ ଗୁଡିକୁ ମିଳିତ ଭାବେ କାମ କରିବାକୁ ହେବ । ଚୀନ୍ ତୁଳନାରେ ଅନ୍ୟ ଦେଶ ସହ ଭାଗିଦାରୀ କଲେ ଆମେରିକା ପ୍ରତି ଏହା ଅଧିକ ଲାଭବାନ ସାବ୍ୟସ୍ତ ହେବ ବୋଲି କହିଛନ୍ତି ବାଇଡେନ ।

ଟ୍ରମ୍ପ ଶାସନ ସମୟରେ ଅନେକ ପ୍ରସଙ୍ଗରେ ଆମେରିକା ଓ ଚୀନ୍ ସମ୍ପର୍କ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି । ସିନଜିଆଙ୍ଗରେ ମାନବାଧିକାର ଉଲ୍ଲଙ୍ଘନ, ହଙ୍ଗକଙ୍ଗକୁ ସ୍ୱତନ୍ତ୍ର ରାଷ୍ଟ୍ର ମାନ୍ୟତା, ବାଣିଜ୍ୟିକ କ୍ଷେତ୍ରରେ ବେଜିଂର ଅନିୟମିତତା ଏବଂ ବିଭିନ୍ନ ଦେଶ ସହ ଚୀନ୍ ସେନାର ଗତିରୋଧକୁ ନେଇ ଦୁଇ ଦେଶ ମୁହାଁମୁହିଁ ହୋଇଛନ୍ତି । ତେବେ କରୋନା ମହାମାରୀର ସୂଚନା ଲୁଚାଇଥିବା ସମ୍ପର୍କରେ ଦୁଇ ରାଷ୍ଟ୍ର ମଧ୍ୟରେ ସମ୍ପର୍କ ବିଗିଡିବାରେ ଲାଗିଛି । ଏପରି ସ୍ଥିତିରେ ନବନିର୍ବାଚିତ ଆମେରିକା ରାଷ୍ଟ୍ରପତି ମଧ୍ୟ ଆମେରିକା ଓ ଚୀନ୍ ସମ୍ପର୍କରେ ନିଜର ଆଭିମୁଖ୍ୟ ଏକପ୍ରକାର ସ୍ପଷ୍ଟି କରିଛନ୍ତି ।

from Kanak News
via <a href="https://ifttt.com/?

କୋଭିଡ ଟିକାକରଣ ପାଇଁ ଓଡିଶାରେ ପହଞ୍ଚିଲା ୨୧ ଲକ୍ଷ ସିରିଞ୍ଜ ଓ ଆଇସ ରେଫ୍ରିଜରେଟର । କିଛି ଦିନ ଭିତରେ ଭାରତ ସରକାର ଅକ୍ସଫୋର୍ଡ ଟିକାକୁ ଦେଇପାରନ୍ତି ଅନୁମୋଦନ ।

କନକ ବ୍ୟୁରୋ: କରୋନା ଟୀକାକରଣ ପାଇଁ ଦେଶରେ ଡ୍ରାଏ ରନ ଚାଲିଥିବାବେଳେ ରାଜ୍ୟରେ ବି ଏ ନେଇ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି । ଓଡ଼ିଶାରେ ଟିକାକରଣ ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ରାଜ୍ୟରେ ଟିକାକରଣ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ୨୧ ଲକ୍ଷ ସିରଞ୍ଜ ବା ଛୁଂଚି ଏବଂ ଆଇସ୍ ଲାଇନଡ ରେଫ୍ରିଜିରେଟର ବା ଟିକାରଖିବା ପାଇଁ ଉପକରଣ ଯୋଗାଇ ଦିଆଯାଇଛି । ୨୧ ଲକ୍ଷ ଶୂନ ଦଶମିକ୍ ୫ ଏମଏଲ୍ ଅଟୋ ଡିଜାବୁଲ୍ ସିରିଞ୍ଜ ଓଡ଼ିଶା ଆସିଥିବା ବେଳେ ଆହୁରୀ ୩୩୯ଟି ଆଇଏଲଆର ଆସିବ । ପ୍ରାଥମିକ ପର୍ଯ୍ୟାୟରେ ରାଜ୍ୟର ସ୍ୱାସ୍ଥ୍ୟକର୍ମୀ, ଅଙ୍ଗନବାଡି କର୍ମୀ ଓ ବରିଷ୍ଠ ନାଗରିକଙ୍କୁ ମିଶାଇ ସମୁଦାୟ ୩ ଲକ୍ଷ ୨୬ ହଜାରଙ୍କୁ ଟିକା ଦିଆଯିବ ।

୨୬ଟି ଆଇଏଲଆର ଓଡ଼ିଶା ଆସିଛି । ଯାହା ଓଡ଼ିଶାରେ ଟିକାକରଣ ବେଳେ ବ୍ୟବହାର ହେବ । ନିୟନ୍ତ୍ରିତ ତାପମାତ୍ରା ଭିତରେ ଟିକା ରଖିବା ପାଇଁ ଏଭଳି ରେଫ୍ରିଜିରେଟରର ବ୍ୟବହାର ହୋଇଥାଏ । ବିଜୁଳି ସଂଯୋଗ ବିଚ୍ଛିନ୍ନ ହେଲେ ମଧ୍ୟ ଦୀର୍ଘ ସମୟ ଧରି ଟିକାକୁ ଏହି ଉପକରଣରେ ରଖାଯାଇପାରିବ । ଓଡ଼ିଶାକୁ ଏମିତି ୨୬ଟି ଆଇଏଲଆର୍ ଆସିଥିବା ବେଳେ ଆହୁରୀ ୩୩୯ଟି ଆସିବ ।
ସେହିପରି ଟିକାକରଣ ବେଳେ ବ୍ୟବହାର ପାଇଁ ପଏଂଟ୍ ଫାଇଫ୍ ଏମଏଲ୍ ୨୧ ଲକ୍ଷ ସିରିଞ୍ଜ ମଧ୍ୟ ଓଡ଼ିଶାକୁ ଆସିଛି । ତେବେ ଟିକାକରଣ ପାଇଁ ଆବଶ୍ୟକ ଥିବା ଅବଶିଷ୍ଟ ସାମଗ୍ରୀ ପର୍ଯ୍ୟାୟକ୍ରମେ ଓଡ଼ିଶା ଆସିବ । ଦେଶର ବିଭିନ୍ନ ରାଜ୍ୟରେ ଭ୍ୟାକସିନର ଡ୍ରାଏ ରନ୍ ବା ଟିକାକରଣର ପ୍ରାକ୍ ଅଭ୍ୟାସ୍ ଚାଲିଥିବା ବେଳେ ଓଡ଼ିଶାରେ ମଧ୍ୟ ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଛି ।

ପୂର୍ବରୁ ଦିଆଯାଇଥିବା ସୂଚନା ଅନୁସାରେ

-ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ, ଅଙ୍ଗନବାଡି କର୍ମୀ ଓ ବରିଷ୍ଠ ନାଗରିକଙ୍କୁ ମିଶାଇ ୩ ଲକ୍ଷ ୨୬ ଲୋକଙ୍କୁ ଟିକା ଦିଆଯିବ
-ରାଜ୍ୟରେ ଟିକାକରଣ ପାଇଁ ୨୯ ହଜାର ୨୭୬ଟି ସ୍ଥାନ ଚିହ୍ନଟ ହୋଇଥିବା ବେଳେ ନିୟୋଜିତ ହେବେ ୮ ହଜାର ୨୭୬ କର୍ମୀ
-୩୨ଟି ଜିଲ୍ଳାସ୍ତରୀୟ, ୯ଟି ଆଂଚଳିକ ଏବଂ ଗୋଟିଏ ରାଜ୍ୟ ସ୍ତରୀୟ ଟିକାକରଣ ଷ୍ଟୋର ରହିବ
-ପ୍ରତି ଟିକାକରଣ କେନ୍ଦ୍ରରେ ୫ଜଣଙ୍କୁ ନିୟୋଜିତ କରାଯିବ
-ପ୍ରତିକେନ୍ଦ୍ରରେ ପ୍ରେକ୍ଷାଳୟ, ନିରୀକ୍ଷଣ ଏବଂ ଟିକାକରଣ ଆଦି ୩ଟି ଗୃହ ରହିବ
-ଟିକାକରଣ ସରିବା ପରେ ୩୦ ମିନିଟ୍ ନିରୀକ୍ଷଣରେ ରଖାଯିବ

from Kanak News
via <a href="https://ifttt.com/?

ତମେ କିଛି ବିଧାୟକଙ୍କୁ କିଣିପାରିବ, କିନ୍ତୁ ତୃଣମୂଳ କଂଗ୍ରେସକୁ ନୁହେଁ । ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

କନକ ବ୍ୟୁରୋ :  ପଶ୍ଚିମବଙ୍ଗର ବୋଲପୁରରେ ନୋବେଲ ବିଜେତା ରବୀନ୍ଦ୍ରନାଥ ଟାଗୋରଙ୍କ ବିଶ୍ୱ ଭାରତୀ ବିଶ୍ୱବିଦ୍ୟାଳୟ ସହରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବିଜୟ ପରେଡର ଠିକ୍‌ ଗୋଟିଏ ସପ୍ତାହ ପରେ ଆଜି ଏକ ପ୍ରତିକ୍ରିୟା ରାଲିର ଆୟୋଜନ କରିଥିଲେ ତୃଣମୂଳ କଂଗ୍ରେସର ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଆସନ୍ତା ବର୍ଷ ହେବାକୁ ଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ଏହି ପ୍ରତିଯୋଗୀତା ଅଭିଯାନ ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜେପି ଉପରେ ଖୁବ୍‌ ବର୍ଷିଥିଲେ।

୧୦ ଦିନ ପୂର୍ବେ ପଶ୍ଚିମବଙ୍ଗର ଜଣେ ମନ୍ତ୍ରୀଙ୍କ ସମେତ କିଛି ବିଧାୟକ ତୃଣମୂଳ କଂଗ୍ରେସରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଥିଲେ। ଏହି ଘଟଣାରେ ଉତକ୍ଷିପ୍ତ ହୋଇ ପଡ଼ିଥିବା ମମତା ବାନାର୍ଜୀ ବିଜେପିର ବରିଷ୍ଠ ନେତା ଅମିତ ଶାହାଙ୍କୁ ଆହ୍ଵାନ ଦେବାକୁ ଯାଇ କହିଥିଲେ, ‘ତୁମେ କିଛି ବିଧାୟକଙ୍କୁ କିଣି ପାରିବ, କିନ୍ତୁ ତୃଣମୂଳ କଂଗ୍ରେସକୁ ନୁହେଁ’। ବିଜେପିକୁ ବାହାର ଲୋକମାନଙ୍କର ଦଳ ବୋଲି କହି ମମତା ବାନାର୍ଜୀ କହିଥିଲେ ଯେ ରବୀନ୍ଦ୍ରନାଥ ଟାଗୋରଙ୍କ ରାଜ୍ୟ ଘୃଣା ରାଜନୀତି ଓ ଧର୍ମନିରପେକ୍ଷତା ଉପରେ କେବେ କାହାରିକି ଜିତିବାକୁ ଦେଇ ନାହିଁ କି ଭବିଷ୍ୟତରେ ମଧ୍ୟ ଦେବ ନାହିଁ।

ଆଗାମୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ପଶ୍ଚିମବଙ୍ଗରେ ଘୃଣା ରାଜନୀତି ସହ ଯୋଡ଼ତୋଡ଼ ରାଜନୀତି ଆରମ୍ଭ କରି ବଙ୍ଗଳାର ମେରୁଦଣ୍ଡ ଭାଙ୍ଗିବାକୁ ଅପଚେଷ୍ଟା ଚଳାଇଥିବା ସେ ଅଭିଯୋଗ କରଥିଲେ। ରବୀନ୍ଦ୍ରନାଥ ଟାଗୋର ଯେଉଁ ରାଜ୍ୟକୁ ‘ସୋନାର ବଙ୍ଗଳା’ ବୋଲି ବର୍ଣ୍ଣନା କରିଥିଲେ, ସେହି ରାଜ୍ୟରେ ଏପରି ଜିନିଷ ବିଜୟୀ ହୋଇପାରିବ ନାହିଁ ବୋଲି ସେ କହିଥିଲେ।

from Kanak News
via <a href="https://ifttt.com/?

ଭାରତରେ ପଶିଲା ବ୍ରିଟେନ ଭାଇରାସ । ୮ ବ୍ରିଟେନ ଫେରନ୍ତାଙ୍କ ଦେହରେ ନୂଆ ଷ୍ଟ୍ରେନ ଚିହ୍ନଟ । ବିଶେଷଜ୍ଞ କହିଲେ ମାରାତ୍ମକ ନୁହେଁ କରୋନାର ନୂଆ ରୂପ ।

କନକ ବ୍ୟୁରୋ: ଭାରତରେ କରୋନାର ବ୍ରିଟେନ ଷ୍ଟ୍ରେନ । ଭାରତରେ ବ୍ରିଟେନ କରୋନା ଭୂତାଣୁରେ ସଂକ୍ରମିତ ୮ ଜଣ ଚିହ୍ନଟ ହୋଇଛନ୍ତି । ଏମାନେ ସମସ୍ତେ ବ୍ରିଟେନ ଫେରନ୍ତା । ସରକାର ୟୁରୋପୀୟ ଦେଶରୁ ବିମାନ ଉଡାଣ ଉପରେ ଲଗାଇଥିବା ରୋକକୁ ଅଧିକ ସମୟ ପର୍ଯ୍ୟନ୍ତ ବୃଦ୍ଦି କରିବା ନେଇ ଚିନ୍ତା କରୁଛନ୍ତି । ସେପଟେ ସୋମବାର ଗୋଟିଏ ଦିନରେ ବ୍ରିଟେନରେ ୪୧ ହଜାର ୩୮୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ବ୍ରିଟେନରେ ଏହା ସର୍ବାଧିକ ସଂକ୍ରମଣର ଦିନ ।

ବ୍ରିଟେନ ସମେତ ବିଶ୍ୱର ୧୬ଟି ଦେଶକୁ ବ୍ୟାପି ସାରିଥିବା କରୋନାର ନୂଆ ରୂପ ଭାରତରେ ପହଂଚି ଯାଇଛି । ବିଶେଷଜ୍ଞଙ୍କ ମତରେ ଏହା ପୁରୁଣା କରୋନା ଭୂତାଣୁ ଅପେକ୍ଷା ଅଧିକ ବେଗରେ ସଂକ୍ରମିତ ହେଉଛି । ନୂଆ ରୂପରେ କରୋନା ପୂର୍ବାପେକ୍ଷା ୭୦ ପ୍ରତିଶତ ଦ୍ରୁତ ବେଗରେ ଲୋକଙ୍କୁ ସଂକ୍ରମଣ କରୁଛି । ଭାରତରେ ବ୍ରିଟେନ କରୋନା ଭୂତାଣୁରେ ସଂକ୍ରମିତ ୬ ଜଣ ଚିହ୍ନଟ ହୋଇଛନ୍ତି । ଏମାନେ ସମସ୍ତେ ବ୍ରିଟେନ ଫେରନ୍ତା । ଏବେ ସରକାର ୟୁରୋପୀୟ ଦେଶରୁ ବିମାନ ଉଡାଣ ଉପରେ ରୋକ ଲଗାଇଛନ୍ତି ।

ଭାରତରେ ନୂଆ ରୂପରେ କରୋନା
– ୨୫ ନଭେମ୍ବରରୁ ୨୩ ଡିସେମ୍ବର ମଧ୍ୟରେ ମୋଟ୍ ୩୩ ହଜାର ଲୋକ ବ୍ରିଟେନରୁ ଫେରିଛନ୍ତି
– ଦେଶର ଅଲଗା ଅଲଗା ଏୟାରପୋର୍ଟ ଦେଇ ଏମାନେ ବିଭିନ୍ନ ଅଂଚଳରେ ପହଂଚିସାରିଛନ୍ତି
– ଏହି ବ୍ରିଟେନ ଫେରନ୍ତାଙ୍କ ଭିତରୁ ୧୪୪ ଜଣ କରୋନା ଭୂତାଣୁ ପଜିଟିଭ ଚିହ୍ନଟ ହୋଇଥିଲେ
– ଏମାନଙ୍କ ନମୂନାର ଜେନମ ସିକ୍ୱେନ୍ସିଂ ପାଇଁ ଦେଶର ୧୦ଟି ପ୍ରୟୋଗଶାଳାକୁ ପଠା ଯାଇଥିଲା
– ପରୀକ୍ଷା ପରେ ଏମାନଙ୍କ ଭିତରୁ ୬ ଜଣଙ୍କଠାରେ କରୋନାର ନୂଆ ଷ୍ଟ୍ରେନ ଦେଖିବାକୁ ମିଳିଛି
– ବେଙ୍ଗାଳୁରୁରୁ ୩, ହାଇଦ୍ରାବାଦରୁ ୨ ଓ ପୁଣେ ଲାବୋରେଟୋରୀରୁ ଗୋଟିଏ ଚିହ୍ନଟ ହୋଇଛି

ଭାରତରେ ଏବେ ୧ କୋଟି ୨ ଲକ୍ଷରୁ ଅଧିକ କରୋନା ସଂକ୍ରମିତ ରହିଛନ୍ତି । ୧ ଲକ୍ଷ ୪୭ ହଜାରରୁ ଅଧିକ ଜୀବନ ନେଇସାରିଲାଣି ଏହି ମହାମାରୀ । ବର୍ତମାନ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ଅଧିକ ରହିଛି । ତେଣୁ ଏଭଳି ସ୍ଥିତିରେ ଯଦି କରୋନାର ଏହି ନୂଆ ରୂପକୁ ଅନୁକୂଳ ପରିବେଷ ମିଳିଲା, ତାହାହେଲେ ଏହା ଅଧିକ କ୍ଷୟକ୍ଷତି କରିବା ଆଶଙ୍କା ରହିଛି ।

ପ୍ରତ୍ୟେକ ଜୀବର ଏକ ଜିନୋମ ରହିଛି । ଅର୍ଥାତ ଆମ ଜିନର ଷ୍ଟେନ ପାଟର୍ଣ୍ଣ । ଅନେକ ସମୟରେ ଏହି ପାଟର୍ଣ୍ଣରେ ପରିବର୍ତନ ଆସିଏଥା, କିନ୍ତୁ ମଣିଷ ଭଳି ବିକଶିତ ଜୀବ ଏହାକୁ ଆପେ ଠିକ କରିଦିଏ । କିନ୍ତୁ ଭୂତାଣୁ ଏହି ପରିବର୍ତନକୁ ଠିକ କରିପାରେ ନାହିଁ । ସେହିପରି ଯେଉଁ ଭୂତାଣୁରେ ଆରଏନଏ ଜେନିଟିକ ମେଟେରିଆଲ ଥାଏ ସେଗୁଡିକ ଏଭଳି ପରିବର୍ତନ କ୍ଷେତ୍ରରେ ଆହୁରି ଦୁର୍ବଳ । ଏମାନେ ଜିନରେ ଆସୁଥିବା ପରିବର୍ତନକୁ ଠିକ କରିପାରନ୍ତି ନାହିଁ । ତେଣୁ ଏହି ପରିବର୍ତନ ସ୍ଥାୟୀ ରୂପରେ ରହିଯାଏ । ଏହାକୁ ମ୍ୟୁଟେସନ କୁହାଯାଏ । କରୋନାର ନୂଆ ଷ୍ଟ୍ରେନର ଅର୍ଥ କରୋନା ଭୂତାଣୁର ଜିନୋମରେ ଆସିଥିବା ପରିବର୍ତନକୁ ଏହା ଠିକ କରିପାରିନାହିଁ ତେଣୁ ଏହା ଏକ ନୂଆପ୍ରକାର ଭୂତାଣୁ ।

ବ୍ରିଟେନରେ ଦେଖାଦେଇଥିବା କରୋନାର ନୂଆ ଷ୍ଟ୍ରେନ ଅଧିକ ବେଗରେ ସଂକ୍ରମଣ ହେଉଛି । କିନ୍ତୁ ଏହା ଅଧିକ ମାରାତ୍ମକ ନୁହେଁ । କିନ୍ତୁ ଆକ୍ରାନ୍ତଙ୍କଠାରେ ନୂଆ ଲକ୍ଷଣ ଦେଖାଦେଉଛି । ବଡି ପେନ୍ କାରଣରୁ ଶୋଇବାରେ ମଧ୍ୟ କଷ୍ଟ ଅନୁଭବ ହେଉଛି । ଏବଂ ପୂର୍ବ ଭୂତାଣୁ ପରି ଅନ୍ୟାନ୍ୟ ଲକ୍ଷଣ ସମାନ ରହିଛି । ଏହାରି ଭିତରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ପ୍ରତ୍ୟେକ ଦେଶ ବର୍ତମାନର ସଂକ୍ରମିତଙ୍କ ମଧ୍ୟରୁ ଶୂନ ଦଶମିକ ୩୩ ପ୍ରତିଶତଙ୍କର ଜିନୋମ ସିକ୍ୱେନ୍ସିଂ କରାଇବେ । ଫଳରେ କେଉଁଠି କରୋନାର କିଭଳି ଷ୍ଟ୍ରେନ ରହିଛି ତାହା ଜଣାପଡିବ ।

from Kanak News
via <a href="https://ifttt.com/?

ଚୀନର ଚାଲାକି ଆଉ ଚଳିବନି । ଡ୍ରାଗନ ବାହିନୀର ପ୍ରତିଟି ଆକ୍ରମଣ ପାଇଁ ପ୍ରସ୍ତୁତ ଥିବା କହିଲେ ବାୟୁସେନା ମୁଖ୍ୟ । 

କନକ ବ୍ୟୁରୋ :  ଗତ ୮ମାସ ଧରି ଭାରତ ଏବଂ ଚୀନ୍ ମଧ୍ୟରେ ବିବାଦ ଚାଲୁରହିଛି। ଅନେକ ଥର ବୁଝାମଣା ପାଇଁ ଦୁଇ ଦେଶ ପକ୍ଷରୁ କମାଣ୍ଡର ସ୍ତରୀୟ ବୈଠକ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଶାନ୍ତି ଫେରିପାରି ନାହିଁ। ଏ ମଧ୍ୟରେ ବାୟୁସେନା ମୁଖ୍ୟ ଆର.କେ. ଏସ୍ ଭଦୋରିଆ ଆଜି ଏକ ବଡ଼ ବୟାନ ଦେଇଛନ୍ତି। ବେଜିଂ ତାର ସେନା ପାଇଁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, କ୍ଷେପଣାସ୍ତ୍ର ଏବଂ ରାଡାର ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (ଏଲଏସି)ରେ ମୁତୟନ କରିଛି ବୋଲି ସେ କହିଛନ୍ତି। ତାଙ୍କର ଏଭଳି ବୟାନ ପ‌ରେ ଭାରତ-ଚୀନ ବିବାଦକୁ ନେଇ ଥମି ଯାଇଥିବା ଚର୍ଚ୍ଚା ଏବେ ପୁଣି ଥରେ ଜୋର ଧରିଛି।

ବାୟୁସେନା ମୁଖ୍ୟଙ୍କ କହିବା ମୁତାବକ, ଏଲଏସିରେ ଚୀନ ନିଜ ସେନାକୁ ସହାୟତା ଯୋଗାଇଦେବା ଲକ୍ଷ୍ୟରେ ବିପୁଳ ସଂଖ୍ୟାରେ ରାଡାର, ଭୂପୃଷ୍ଠରୁ ଆକାଶ ଏବଂ ଆକାଶରୁ ଆକାଶ ନିକ୍ଷେପ ହୋଇ ପାରୁଥିବା କ୍ଷେପଣାସ୍ତ୍ର ମୁତୟନ କରିଛି। ଚୀନ୍ ଭାରତକୁ ଆକ୍ରମଣ କରିବାକୁ ଏଭଳି ଯୋଜନା କରୁଥିଲେ ମଧ୍ୟ ଆମେ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେଇସାରିଛୁ। ଚୀନର ପ୍ରତି ଆକ୍ରମଣ ଜବାବ ଦେବାକୁ ଆମେ ପ୍ରସ୍ତୁତ ଅଛୁ। ଚୀନ ପାକିସ୍ତାନ ସହ ମିଶି ଏଭଳି ଯୋଜନା କରୁଛି ବୋଲି କହିଛନ୍ତି ଭାରତୀୟ ବାୟୁସେନା ମୁଖ୍ୟ।

from Kanak News
via <a href="https://ifttt.com/?

ସାବଧାନ, ଆପଣଙ୍କ ଗାଡ଼ି ଚାଳନା ଉପରେ ନଜର ରଖିଛି ପୁଲିସ୍ । ବିନା ହେଲମେଟରେ ମୋବାଇଲରେ କଥା ହୋଇ ଗାଡ଼ି ଚଳାଉଥିବା ବେଳେ ଯୁବକଙ୍କୁ ଅଟକାଇଲେ ପୁଲିସ୍ କମିଶନର ।

କନକ ବ୍ୟୁରୋ : ରାଜଧାନୀରେ ବେପରୁଆ ଭାବେ ଗାଡ଼ି ଚଳାଉଥିବା ଯୁବକଙ୍କୁ ଧରି ଟ୍ୟୁସନ୍ କଲେ ପୁଲିସ କମିଶନର । ଭୁବନେଶ୍ୱର ଶାସ୍ତ୍ରୀନଗର ଛକରେ ଯୁବକ ଜଣଙ୍କ ବିନା ହେଲମେଟରେ ଗାଡି ଚଳାଉଥିବା ବେଳେ ଫୋନରେ ଗପୁଥିଲେ । ଆଉ ସେହି ସମୟରେ ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀ ତାଙ୍କୁ ଅଟକାଇ ତାଗିଦ କରିଥିଲେ । ଶେଷରେ ଯୁବକ ଜଣଙ୍କ ଭୁଲମାଗିବା ପରେ ତାଙ୍କୁ ଛଡାଯାଇଥିଲା ।

ଭୁବନେଶ୍ୱର ଶାସ୍ତ୍ରୀନଗର ଛକରେ ପୋଲିସ କମିଶନର ଏବଂ ଟ୍ରାଫିକ ପୋଲିସ ନିକଟରେ ଛିଡା ହୋଇଥିବା ଏହି ବ୍ୟକ୍ତିଙ୍କର ଭୁଲ ହେଲା ଗାଡି ଚଲାଇବା ସମୟରେ ତାଙ୍କ ମୁଣ୍ଡରେ ହେଲମେଟ୍ ନଥିଲା । ସବୁଠୁ ସାଂଘାତିକ କଥା ଟି ହେଲା, ସେ ଗାଡି ଚଲାଇବା ସମୟରେ ଫୋନରେ କଥା ହେଉଥିଲେ । ଯେତେବେଳେ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀଙ୍କ ଦୃଷ୍ଟିରେ ଏହି ବେପରୁଆ ଗାଡି ଚାଳକ ଜଣଙ୍କ ପଡିଥିଲା, ସଙ୍ଗେ ସଙ୍ଗେ ଯୁବକଙ୍କୁ ଅଟକାଇଥିଲେ । ପିଏସଓ ଫୋନ ଛଡାଇ ନେବା ସହିତ କିଛି ସମୟ ପାଇଁ କଡା ତାଗିଦ କରିଥିଲା ପୋଲିସ ।

ପୋଲିସ କମିଶନର ଏହି ଯୁବକଙ୍କୁ ଏପରି ଭୁଲ ନକରିବା ପାଇଁ ବୁଝାଇବାକୁ ଚେଷ୍ଟା କରିଥିଲେ । ଅନ୍ୟପଟେ ପୋଲିସ ହାତରେ ଧରାପଡିଥିବା ଯୁବକ ଜଣଙ୍କ ଭୁଲ ମାଗିଥିଲେ ଏବଂ କହିଥିଲେ ଭବିଷ୍ୟତରେ ଏପରି ଭୁଲ କରିବେ ନାହିଁ । ତା ପରେ ପୋଲିସ ତାଙ୍କୁ ଛାଡିଥିଲା ।

from Kanak News
via <a href="https://ifttt.com/?

Design a site like this with WordPress.com
Get started