ନିୟମ ମାନିଲେନି ନେତାଙ୍କ ସମ୍ପର୍କୀୟ । ବିନା ମାସ୍କରେ ଏକାଠି ହେଲେ ଶହ ଶହ ଲୋକ, କୋଭିଡ୍ ନିୟମ ଉଲ୍ଲଂଘନ ପାଇଁ ୮ଜଣଙ୍କୁ ବାନ୍ଧିଲା ପୋଲିସ ।

କନକ ବ୍ୟୁରୋ : ପୁତୁରାର ବିବାହ ଉତ୍ସବରେ ଖୋଲାଖୋଲି ଭାବେ କୋଭିଡ୍‌-୧୯ ନିର୍ଦ୍ଦେଶାବଳୀ ଉଲ୍ଲଂଘନ କରିବା ଘଟଣା ଗୁଜୁରାଟର ଜନୈକ ବରିଷ୍ଠ ବିଜେପି ନେତାଙ୍କ ପାଇଁ ବେଶ ମହଙ୍ଗା ସାବ୍ୟସ୍ତ ହୋଇଛି । ଏହି ଅଭିଯୋଗରେ ଗୁଜୁରାଟ ପୁଲିସ୍‌ ୧୧ ଜଣଙ୍କ ନାମରେ ମାମଲା ରୁଜ୍ଜୁ କରିଥିବା ବେଳେ ୮ ଜଣଙ୍କୁ ଗିରଫ କରିଥିବା ଜାଣିବାକୁ ମିଳିଛି । ଅନ୍ୟ ୩ ଅଭିଯୁକ୍ତ ଫେରାର ଅଛନ୍ତି । ବିଜେପି ଧରାମପୁର ତାଲୁକା ମୁଖ୍ୟଙ୍କ ପୁତୁରାର ବିବାହ ଉତ୍ସବରେ ସୋମବାର କୋଭିଡ୍‌-୧୯ ନିର୍ଦ୍ଦେଶାବଳୀର ଉଲ୍ଲଂଘନ କରାଯାଇଥିବା ଅଭିଯୋଗ ହୋଇଥିଲା ।

ହସ୍ତଗତ ହୋଇଥିବା ଘଟଣାର ରିପୋର୍ଟରୁ ପ୍ରକାଶ, ଗୁଜୁରାଟ ଭାଲସାଦ ଜିଲ୍ଲାର ବିଜେପି ତାଲୁକା ସଭାପତିିଙ୍କ ଭାଇ ଅରବିନ୍ଦ ଭାଣ୍ଡୁଙ୍କ ପୁଅ ପାଇଁ ଆୟୋଜିତ ବିବାହ ଉତ୍ସବରେ କୋଭିଡ୍‌-୧୯ ନିର୍ଦ୍ଦେଶାବଳୀର ପାଳନ କରାଯାଇ ନଥିଲା । ବିବାହ ଉତ୍ସବ ପାଇଁ ଆୟୋଜିତ ସଂଗୀତ ସମାରୋହରେ, ଶହେରୁ ଅଧିକ ଲୋକ ବିନା ମାସ୍କରେ ଏକାଠି ହୋଇଥିଲେ ଏବଂ ସାମାଜିକ ଦୂରତା ନିୟମର ପାଳନ କରି ନଥିଲେ ବୋଲି ପୁଲିସ ଅଧୀକ୍ଷକ ରାଜଦୀପ ସିଂ ଜାଲା ଗଣମାଧ୍ୟମକୁ କହିଛନ୍ତି ।

ଏ ସଂପର୍କରେ ପୁଲିସ୍‌କୁ ସୂଚନା ମିଳିବା ପରେ ଧରାମପୁର ମହିଳା ପୁଲିସ ସବ୍‌- ଇନ୍‌ସପେକ୍ଟର ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ପରେ କୋଭିଡ୍‌-୧୯ ନିର୍ଦ୍ଦେଶାବଳୀର ଉଲ୍ଲଂଘନ ଅଭିଯୋଗରେ ୧୧ ଜଣଙ୍କ ନାମରେ ମାମଲା ରୁଜ୍ଜୁ କରିବା ସହ ଏମାନଙ୍କ ମଧ୍ୟରୁ ୮ ଜଣଙ୍କୁ ଭାରତୀୟ ଦଣ୍ଡ ସଂହିତା (ଆଇପିସି)ର ବିପର୍ଯ୍ୟୟ ପରିଚାଳନା ଅଧିନିୟମ ଅନୁଯାୟୀ ଗିରଫ କରିଥିଲେ । ଅନ୍ୟ ୩ ଜଣ ଅଭିଯୁକ୍ତ ଫେରାର ହୋଇ ଯାଇଥିବାରୁ ସେମାନଙ୍କୁ ମଧ୍ୟ ଗିରଫ କରିବା ପାଇଁ ପୁଲିସ୍‌ ପକ୍ଷରୁ ବ୍ୟାପକ ତଲାସୀ ଅଭିଯାନ ଚାଲିଥିବା ପୁଲିସ ଅଧୀକ୍ଷକ ରାଜଦୀପ ସିଂ କହିଛନ୍ତି ।

from Kanak News
via <a href="https://ifttt.com/?

ମହିଳା କମିଶନରେ ହାଜର ହେଲେ ଅନୁଭବ । ବର୍ଷାଙ୍କ ପରେ ଫେରାଦ ହେଲେ ଅନୁଭବ, ବଢୁଛି ବର୍ଷା-ଅନୁଭବ ବିବାଦ

କନକ ବ୍ୟୁରୋ: ବଢ଼ିଲା ବର୍ଷା-ଅନୁଭବଙ୍କ ପାରିବାରିକ କଳହ ବିବାଦ । ମହିଳା କମିଶନରେ ହାଜର ହେଲେ ସାଂସଦ ଅନୁଭବ ମହାନ୍ତି । କିଛି ସମୟ ପୂର୍ବରୁ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ହାଜର ହୋଇଥିଲେ ।  ପାରିବାରିକ ବିବାଦକୁ ନେଇ ବର୍ଷା ପ୍ରିୟଦର୍ଶିନୀ ମହିଳା କମିଶନଙ୍କ ଦ୍ୱାରସ୍ତ ହୋଇଛନ୍ତି । ଅନୁଭବଙ୍କ ବାପା ଓ ମାଆଙ୍କୁ ମଧ୍ୟ ମହିଳା କମିଶନରେ ହାଜର ପାଇଁ ନୋଟିସ ହୋଇଥିଲା । ଆଜି ହାଜର ହେବାକୁ ୩ଜଣଙ୍କୁ ନୋଟିସ କରିଛନ୍ତି ମହିଳା କମିଶନ୍ । କୋର୍ଟରେ ବର୍ଷା-ଅନୁଭବ ପାରିବାରିକ ବିବାଦ ଚାଲିଛି ।

from Kanak News
via <a href="https://ifttt.com/?

ଦେଶରେ ଆରମ୍ଭ ହେଲା ପ୍ରଥମ ଡ୍ରାଇଭରଲେସ ମେଟ୍ରୋ ଟ୍ରେନ : ତେବେ କେମିତି ବିନା ଡ୍ରାଇଭରରେ ଚାଲୁଛି ଟ୍ରେନ? ଏଥିରେ ଯାତ୍ରୀ କେତେ ସୁରକ୍ଷିତ? 

କନକ ବ୍ୟୁରୋ : ଡିସେମ୍ବର ୨୮ରେ ଦେଶରେ ପ୍ରଥମ ଡ୍ରାଇଭରଲେସ ଟ୍ରେନର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଟ୍ରେନ ଦିଲ୍ଲୀ ମେଟ୍ରୋରେ ସାମିଲ ହୋଇଛି । ଏହାସହ ଏହି ଟ୍ରେନ ୩୭ କିଲୋମିଟର ଯାତ୍ରା କରିପାରିବ । ହେଲେ ଏହି ଟ୍ରେନ ଆସିବା ପରେ ଆପଣଙ୍କ ମନରେ ନିଶ୍ଚିଚ ଭାବେ କିଛି ପ୍ରଶ୍ନ ଆସୁଥିବ । ବିନା ଡ୍ରାଇଭରରେ ଏହି ଟ୍ରେନ କିପରି ଚାଲୁଛି ? ଆଉ ଏହି

ଟ୍ରେନରେ ଯାତ୍ରୀ କେତେ ସୁରକ୍ଷିତ ରହିପାରିବେ ?

ବିନା ଡ୍ରାଇଭରରେ ଟ୍ରେନ ଡିଟିଓ ମୋଡରେ ଅପରେଟ କରାଯିବ । ଏହି ମୋଡରେ ଟ୍ରେନକୁ ଡିଏମଆରସିର ୩ଟି କମାଣ୍ଡ ସେଣ୍ଟରରୁ ନିୟନ୍ତ୍ରଣ କରାଯିବ । ତାହା ପୁଣି ବିନା ଡ୍ରାଇଭରରେ । ସିଗନାଲ ଟେକ୍ନଲୋଜି ବ୍ୟବହାର କରି ଏହି ଟ୍ରେନଗୁଡିକ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବ । ଏହାସହ କମାଣ୍ଡ ସେଣ୍ଟରରେ ଟ୍ରେନ ଉପରେ ଠିକ ସମୟରେ ନଜର ରଖାଯିବ ।

ମୋଟାମୋଟି ଭାବେ କହିବାକୁ ଗଲେ ଏହି ଟ୍ରେନ ଯୋଗାଯୋଗ ମାଧ୍ୟମରେ ଚାଲିବ । କଣ୍ଟ୍ରୋଲ ରୁମରେ ସିଷ୍ଟମ ମାଧ୍ୟମରେ ଏହାକୁ କଣ୍ଟ୍ରୋଲ କରାଯିବ । କେଉଁଠି ଟ୍ରେନରେ ଗତି ବଢାଯିବ, କେଉଁଠି ଟ୍ରେନର ଗତି କମ କରାଯିବ ତାହା କଣ୍ଟ୍ରୋଲ ରୁମରୁ ହିଁ ହେବ । ଯଦି ଟ୍ରେନରେ କୌଣସି ତ୍ରୁଟି ଦେଖାଯାଏ ତେବେ ସଙ୍ଗେସଙ୍ଗେ ସିଗନାଲ ମାଧ୍ୟମରେ ଏହାକୁ ସେହି ସ୍ଥାନରେ ରୋକାଯିବ ।
ଏହାପୂର୍ବରୁ ଏହି ଟ୍ରେନ ବିଦେଶରେ ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇସାରିଛି । ଟେକ୍ନଲୋଜୀ ମାଧ୍ୟରେ ଆରମ୍ଭ ହୋଇଥିବା ଏହି ଟ୍ରେନ ଏବେ ଦିଲ୍ଲୀରେ ଚାଲିଛି । ପରବର୍ତ୍ତୀ ସମୟରେ ଅନ୍ୟ ସ୍ଥାନରେ ଚାଲୁ ହେବ ବୋଲି କୁହାଯାଇଛି । ଏହି ଟ୍ରେନ ମାଧ୍ୟମରେ ଦେଶ ମେଟ୍ରୋ ଟ୍ରେନ ସଫଳତାର ଆଉ ଏକ ପାଦ ଆଗକୁ ଯାଇଛି । ଏହି ଟ୍ରେନ ପ୍ରଥମ ପର୍ଯ୍ୟାୟରେ ମେଜେଣ୍ଟା ଲାଇନ ଜନକପୁରୀର ପାଶ୍ଚିମରୁ ନୋଏଡାର ବଟାନିକାଲ ଗାର୍ଡେନ ମେଟ୍ରୋ ଷ୍ଟେସନ ଯାଏଁ ଯାତ୍ରା କରିବ । ପାଖାପାଖି ୨ ହଜାର ୨ଶହ ଜଣ ଯାତ୍ରୀ ଏହି ଟ୍ରେନରେ ଯାତ୍ରା କରିପାରିବେ । ପତ୍ୟେକ କୋଚରେ ୩୮୦ ଜଣ ଯାତ୍ରା କରିପାରିବେ । ତେବେ ମେଟ୍ରୋ ଟ୍ରେନର ଏହି ସୁବିଧା ଏବେ ଦିଲ୍ଲୀବାସୀ ଉପଭୋଗ କରିପାରିବେ ।

ଏହି ଚାଳକ ବୀହିନ ଟ୍ରେନର କେତେକ ଗୁୁରୁତ୍ୱପୂର୍ଣ୍ଣ ଦିଗ କ’ ଣ ?

  • ଦେଶର ପ୍ରଥମ ଚାଳକ ବିହୀନ ମେଟ୍ରୋ ଟ୍ରେନ ସଂପୂର୍ଣ୍ଣ ରୂପେ ସ୍ୱଂୟଚାଳିତ
  • କମ୍ ସମୟ ପାଇଁ କୌଣସି ମାନବୀୟ ହସ୍ତକ୍ଷେପ ଆବଶ୍ୟକ ପଡ଼ିପାରେ
  • ଏହି ଟ୍ରେନରେ କୌଣସି ତ୍ରୁଟି ଦେଖା ଯିବାର ଆଶଙ୍କା କମ୍ ରହିଛି
  • ଦିଲ୍ଲୀ ମେଟ୍ରୋ ଭବନରେ ଥିବା କେନ୍ଦ୍ରୀୟ କଂଟ୍ରୋଲ ରୁମରୁ ଏହି ଟ୍ରେନର ପରିଚାଳନା କରାଯିବ
  • ଆସନ୍ତା ବର୍ଷ ପିଙ୍କ ଲାଇନରେ ଏହି ମେଟ୍ରୋ ଟ୍ରେନ ଗଡ଼ିବ
  • ଏହି ଟ୍ରେନରେ ୨ ହଜାର ୨୮୦ଜଣ ଯାତ୍ରୀ ଯାତାୟତ କରିବେ
  • ପ୍ରତ୍ୟେକ କୋଚରେ ୩୮୦ ଯାତ୍ରୀ ବସିପାରିବେ
  • ଘଂଟା ପ୍ରତି ୮୫ କିଲୋମିଟର ବେଗରେ ଗତି କରିବ
  • ସର୍ବାଧିକ ବେଗ ୯୫ କିଲୋମିଟର ପ୍ରତି ଘଂଟା ରହିବ
  • ଟ୍ରେନ ରହିବା, ଚାଲିବା ଏବଂ ଡ଼ୋର ବନ୍ଦ, ଖୋଲା ରିମୋଟ କଂଟ୍ରୋଲରେ ହେବ
  • ଟ୍ରେନ ଧାରଣାରେ କୌଣସି ଜିନିଷ ଥିଲେ ୫୦ ମିଟର ପୂର୍ବରୁ ଅଟକି ଯିବ
  • ଡ୍ରାଇଭର କ୍ୟାବିନ ନଥିବାରୁ ଯାତ୍ରୀଙ୍କ ପାଇଁ ଅଧିକ ସିଟର ସୁବିଧା ରହିଛି

from Kanak News
via <a href="https://ifttt.com/?

କ୍ୟାବିନେଟ୍ ନିଷ୍ପତ୍ତିକୁ ଲେଖାଶ୍ରୀଙ୍କ କାଉଣ୍ଟର । ସରକାରୀ ସ୍କୁଲ ପିଲାଙ୍କୁ ସଂରକ୍ଷଣ ନିଷ୍ପତ୍ତିକୁ ବିରୋଧ କଲେ ବିଜେପି ନେତ୍ରୀ

କନକ ବ୍ୟୁରୋ: କ୍ୟାବିନେଟ ନିଷ୍ପତ୍ତି ନେଇ ରାଜ୍ୟସରକାରଙ୍କୁ ପ୍ରଶ୍ନ କଲେ ବିଜେପି ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର । କ୍ୟାବିନେଟରେ ସରକାରୀ ସ୍କୁଲ ପିଲାଙ୍କୁ ସଂରକ୍ଷଣ ନିଷ୍ପତି ନେଇ ଆପତ୍ତି ଉଠାଇଛନ୍ତି ଲେଖାଶ୍ରୀ । ସରକାରୀ ସ୍କୁଲ ପାଇଁ ରାଜ୍ୟ ସରକାର କଣ ବ୍ୟବସ୍ଥା କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି । ପୂର୍ବରୁ ଓବିସି ଓ ଏସସିବସିସିଙ୍କ ପାଇଁ ୨୭ ପ୍ରତିଶତ ସଂରକ୍ଷଣ ଅଛି । ଏହାକୁ ରାଜ୍ୟ ସରକାର ଲାଗୁ କରିନାହାନ୍ତି । ଏବେ ଏକ ନୂଆ ଶ୍ରେଣୀ ପାଇଁ ସଂରକ୍ଷଣ ବ୍ୟବସ୍ଥା ଗ୍ରହଣୀୟ ନୁହେଁ ବୋଲି ଲେଖାଶ୍ରୀ କହିଛନ୍ତି । ସରକାରୀ ସ୍କୁଲର ଭିତିଭୂମୀ କେତେ ସମୟପଯୋଗୀ ତାହାର ଯାଂଚ ସହିତ ରାଜ୍ୟ ସରକାର ସ୍ୱତନ୍ତ୍ର ବ୍ୟବସ୍ଥା କରନ୍ତୁ ବୋଲି ଲେଖାଶ୍ରୀ ଦାବି କରିଛନ୍ତି ।

from Kanak News
via <a href="https://ifttt.com/?

ରାସ୍ତାରେ ଆମେ କାହିଁକି ଦେଉ ଟୋଲ ଟ୍ୟାକ୍ସ ? ଏହା ବଦଳରେ ଆମକୁ କଣ ସବୁ ସୁବିଧା ମିଳୁଛି ? ଜାଣନ୍ତୁ, ଏହି ସବୁ ପ୍ରଶ୍ନର ଉତ୍ତର । 

ଆପଣ ଜାଣିଥିବେ ସାଧାରଣତଃ ଜାତୀୟ ରାଜପଥ ହେଉ ଅବା ରାଜ୍ୟ ରାଜପଥ ବିଭିନ୍ନ ସ୍ଥାନରେ ଟୋଲ୍ ଗେଟ ରହିଥାଏ । ଯେଉଁଠି ଟ୍ୟାକ୍ସ ଆଦାୟ ହୋଇଥାଏ । ରାସ୍ତାରେ ଯାଉଥିବା ବିଭିନ୍ନ ଗାଡିଠାରୁ ଟ୍ୟାକ୍ସ ଆଦାୟ କରିଥାନ୍ତି ଏହି ଟୋଲ କର୍ମଚାରୀ । ହେଲେ ଏଠାରେ ଆପଣଙ୍କ ମନରେ ନିଶ୍ଚୟ ପ୍ରଶ୍ନ ଆସୁଥିବା ଆମେ ଟୋଲରେ ଟ୍ୟାକ୍ସ କାହିଁକି ଦେଉ? ଯଦି ଆମେ ଟ୍ୟାକ୍ସ ଦେଉଛୁ ତେବେ ଏହା ବଦଳରେ ଆମକୁ କଣ ସୁବିଧା ମିଳୁଛି ?

ପ୍ରଥମେ ଜାଣିବା ଟୋଲ ଟ୍ୟାକ୍ସ କଣ ?

ରାଜ୍ୟ ବା ଦେଶରେ ହେଉଥିବା ବିଭିନ୍ନ ରାସ୍ତା ସରକାର କରିଥାନ୍ତି । ଏହି ଲମ୍ବା ଚଉଡା ରାସ୍ତା ତିଆରି କରିବା ଆଉ ଏହାର ମେଣ୍ଟେନାନ୍ସ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରନ୍ତି । ଆଉ ଏହି ଖର୍ଚ୍ଚ ଟୋଲ ଟ୍ୟାକ୍ସ ମାଧ୍ୟମରେ ଜନତାଙ୍କଠାରୁ ଆଦାୟ କରନ୍ତି ସରକାର । କେତକ ସମୟ ରାସ୍ତା ତିଆରି ପାଇଁ ସରକାର ପ୍ରାଇଭେଟ କମ୍ପାନୀଙ୍କୁ ଦେଇଥାନ୍ତି । ଏହା ବଦଳରେ ସେମାନଙ୍କୁ ଟୋଲ ଆଦାୟ କରିବାର ଅଧିକାର ଦିଆଯାଇଥାଏ । ଯେତେବେଳେ ଟୋଲ ଅବଧି ଶେଷ ହୋଇଥାଏ ସରକାର ଟୋଲ ଗେଟ ହଟେଇ ଦେଇଥାନ୍ତି ।

ଗୋଟିଏ ଟୋଲ ଓ ଅନ୍ୟ ଟୋଲ ମଧ୍ୟରେ ଦୂରତା ୬୦ କିଲୋମିଟର ରହିଥାଏ । ସେହିପରି ବିଭିନ୍ନ ଗାଡି ପାଇଁ ଟ୍ୟାକ୍ସ ଅଲଗା ଅଗଲା ହୋଇଥାଏ । ଯେମିତି ଯଦି ରାସ୍ତାରେ ଟେନେଲ, ବ୍ରିଜ କିମ୍ବା ବାଇପାସ ପଡିଥାଏ ତେବେ ଏଠାରେ ଟୋଲ ଅଧିକା ଦେବାକୁ ପଡିଥାଏ କାରଣ ଏହି ସବୁ ତିଆରି କରିବାକୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥାଏ । ଟ୍ରକ, କାର, ପ୍ରାଇଭେଟ ଗାଡି ଓ କର୍ମସିଆଲ ଗାଡି ପାଇଁ ମଧ୍ୟ ଟୟାକ୍ସ ଅଲଗା ଅଲଗା ହୋଇଥାଏ ।

ଏବେ ଜାଣିବା ଟୋଲ ଦେଲେ ଆମକୁ କଣ ଫାଇଦା ମିଳିଥାଏ ? 

ଟୋଲ ଦେଲେ ଆମକୁ ରାସ୍ତାରେ କିଛି ସୁବିଧା ମିଳିଥାଏ । ଆଉ ଏହି ସୁବିଧା ରୋଡ ତିଆରି କରିଥିବା ସଂସ୍ଥା ଦେଇଥାନ୍ତି । ସେ ସରକାର ହୁଅନ୍ତୁ ଅବା ପ୍ରାଇଭେଟ ସଂସ୍ଥା । ରାସ୍ତା ଉପରେ ପୋଲିସ ପାଟ୍ରୋଲିଂ ସୁବିଧା ମିଳିଥାଏ । ଏହାସହ ଆମ୍ବୁଲାନ୍ସ ଓ ଦମକଳ ଗାଡିର ମଧ୍ୟ ସୁବିଧା ଥାଏ । ଯଦି କୌଣସି ସ୍ଥାନରେ ଦୁର୍ଘଟଣା ଘଟିଥାଏ ତେବେ ଟ୍ରକ ଉଠାଇବାକୁ ଟୋଲ ପ୍ଲାଜା କ୍ରେନର ବ୍ୟବସ୍ଥା ମଧ୍ୟ କରିଥାନ୍ତି । ଅନ୍ୟ କିଛି ଟୋଲ ପ୍ଲାଜାରେ ଟଏଲେଟ, ଗ୍ୟାରେଜ ଭଳି ସୁବିଧା ମଧ୍ୟ ଥାଏ । ଯଦି କେବେ ଏକ୍ସପ୍ରେସ ହାଇୱେ ଦେଇ ଆପଣ ଯାଆନ୍ତି ତେବେ ଏହି ସବୁ ସୁବିଧା ପାଇ ପାରିବେ । ଆଉ ଆପଣଙ୍କ ଟଙ୍କା କେମିତି ଖର୍ଚ୍ଚ ହେଉଛି ତାହା ଜାଣିପାରିବେ ।

from Kanak News
via <a href="https://ifttt.com/?

ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରି ୪ ଏଏନ୍ଏମ୍ କର୍ମୀ ନିଲମ୍ବିତ : ଡ୍ୟୁଟିରେ ଥିବା ବେଳେ ଦୁଇ ଦିନ ତଳେ ଯାଇଥିଲେ ମନ୍ଦିର ଭିତରକୁ; କାରଣ ଦର୍ଶାଅ ନୋଟିସ ସହ ସସପେଣ୍ଡ କଲେ ସିଡିଏମଓ

କନକ ବ୍ୟୁରୋ : ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରି ୪ ଏଏନଏମ ସସପେଣ୍ଡ । ମନ୍ଦିର ବାହାରେ ଡ୍ୟୁଟି କରିବା ପାଇଁ ଦାୟିତ୍ୱ ଦିଆଯାଇଥିଲା । ପ୍ରବେଶ ଅନୁମତି ପାଇଥିବା ବ୍ୟକ୍ତିଙ୍କ ଥର୍ମାଲ ଚେକିଂ କରୁଥିଲେ ଏମାନେ । ଗତ ଦୁଇ ଦିନ ତଳେ ଏମାନେ  ପ୍ରବେଶ ଅନୁମତି ନଥିଲେ ବି ଶ୍ରୀମନ୍ଦିର ଭିତରକୁ ଯାଇଥିଲେ । ଘଟଣା ଜଣାପଡିବାରେ ଆଜି କାରଣ ଦର୍ଶଆ ନୋଟିସ ୪ ଜଣଙ୍କୁ ସିଡିଏମଓ ସସପେଣ୍ଡ କରିଛନ୍ତି ।

ଗତ ୨୩ରେ ଶ୍ରୀମନ୍ଦିର ଖୋଲିବା ପରେ ପ୍ରଥମେ ସେବାୟତ ଓ ତାଙ୍କ ପରିବାରଙ୍କୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଅଗ୍ରାଧିକାରୀ ଦିଆଯାଇଥିଲା । ଏହା ପରେ ୱାର୍ଡ ଅନୁଯାୟୀ ପୁରୀ ବାସୀ ଦର୍ଶନ କରୁଛନ୍ତି । ଆସନ୍ତକାଲିଠୁ ପୁରୀ ଜିଲ୍ଲାର ଭଡାଟିଆ ଓ କର୍ମଜୀବୀ ଟୋକନ ପାଇଥିଲେ ମନ୍ଦିର ଭିତରକୁ ପ୍ରବେଶ କରିପାରିବେ । ତେବେ ଟୋକନ ଥିଲେ ଆଜିଠୁ ମଧ୍ୟ ଭଡାଟିଆ ମାନେ  ଘର ମାଲିକଙ୍କଠୁ ଲିଖିତ ଅନୁମତି ଆଣି ମନ୍ଦିର ଭିତରକୁ ପ୍ରବେଶ କରିପାରିବେ ବୋଲୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି ।

from Kanak News
via <a href="https://ifttt.com/?

ଭୂତାଣୁ ଭିତରେ ଭଲ ଖବର । ଓଡ଼ିଶା ଆସିଲା ଭ୍ୟାକ୍ସିନ୍ ସରଞ୍ଜାମ, ପୂରା ସୂଚନା ଦେଲେ ଭ୍ୟାକ୍ସିନ୍ ଇନଚାର୍ଜ ।

କନକ ବ୍ୟୁରୋ: ଭୂତାଣୁ ଭିତରେ ଭଲ ଖବର । ଓଡ଼ିଶା ଆସିଲା ଭ୍ୟାକ୍ସିନ୍ ସରଞ୍ଜାମ । କରୋନାକୁ କାବୁ ଟୀକାକରଣ କରିବା ପାଇଁ ପ୍ରଥମ ପର୍ଯ୍ୟାୟରେ ଆସିଲଲା ୨୧ ଲକ୍ଷ ସିରିଞ୍ଜ୍ । ଏହାସହ ଭ୍ୟାକ୍ସିନକୁ ରଖିବା ପାଇଁ ୨୬ଟି ଆଇଏଲଆର ବା ବରଫଯୁକ୍ତ ରେଫ୍ରିଜରେଟର । ତେବେ ଏହାବାଦ୍ ଆଗକୁ ଆହୁରି ୩୩୯ଟି ଆଇଏଲଆର ଆସିବ । ଏହାରି ଭିତରେ ଭଲ ଖବର ହେଉଛି କି ରାଜ୍ୟରେ ଟୀକାକରଣ ପାଇଁ ଡାଟାବେଶ୍ ବଢ଼ିଛି । ବର୍ତ୍ତମାନ ୩ଲକ୍ଷ ୨୬ ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ଭ୍ୟାକ୍ସିନ୍ ଦେବା ପାଇଁ ପ୍ରସ୍ତୁତ ଅଛି ବୋଲି ଭ୍ୟାକ୍ସିନ ଇନଚାର୍ଜ ବିଜୟ ପାଣିଗ୍ରାହୀ କହିଛନ୍ତି ।

ସେପଟେ କରୋନା ଟୀକାକରଣ ପାଇଁ ଦେଶରେ ଡ୍ରାଏ ରନ ଚାଲିଥିବାବେଳେ ରାଜ୍ୟରେ ବି ଏ ନେଇ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି । ପ୍ରାଥମିକ ପର୍ଯ୍ୟାୟରେ ରାଜ୍ୟର ସ୍ୱାସ୍ଥ୍ୟକର୍ମୀ, ଅଙ୍ଗନବାଡି କର୍ମୀଓ ବରିଷ୍ଠ ନାଗରିକଙ୍କୁ ମିଶାଇ ସମୁଦାୟ ୩ ଲକ୍ଷ ୨୬ ହଜାରଙ୍କୁ ଟିକା ଦିଆଯିବ । ଏଥିପାଇଁ ପଞ୍ଜିକରଣ ସରିଛି । ତେବେ କେଉଁ କମ୍ପାନୀର ଟିକା ଓ ଡୋଜ ଦିଆଯିବ ତାହା ସ୍ପଷ୍ଟ ହୋଇନାହିଁ । କେନ୍ଦ୍ର ସରକାରଙ୍କ ପକ୍ଷରୁ ୦.୫ ମିଲିର ସ୍ୱୟଂ ନଷ୍ଟ ବା ଏଡି ୨୧ ଲକ୍ଷ ସିରିଞ୍ଜ ଓ ୨୬ ଆଇଏଲଆର ଯୋଗାଇ ଦିଆଯାଇଛି । ଆଗକୁ ଆହୁରି ୩୩୯ ଆଇଏଲଆର ଆସିବ । ମାତ୍ର ଡିପ ଫ୍ରିଜର ଆସିନାହିଁ । ତେବେ ଟିକାକରଣ ପାଇଁ ଆବଶ୍ୟକ ଜିନିଷପତ୍ର ପର୍ଯ୍ୟାୟକ୍ରମେ ଆସିବ । ଟିକାକରଣ ସମୟରେ ଭିତିଭୂମିର କୌଣସି ସମସ୍ୟା ହେବନାହିଁ ବୋଲି ରାଜ୍ୟ ସରକାର ଆଶା ପ୍ରକାଶ କରିଛନ୍ତି ।

ରାଜ୍ୟରେ ଏବେ ଗୋଟିଏ ରାଜ୍ୟସ୍ତରୀୟ ଭ୍ୟାକ୍ସିନ ଷ୍ଟୋର ଥିବାବେଳେ ୯ଟି ଆଂଚଳିକ ଭ୍ୟାକ୍ସିନ ଷ୍ଟୋର ଓ ୩୨ଟି ଷ୍ଟୋର ଜିଲ୍ଲାସ୍ତରରେ ରହିଛି । ଟିକାକରଣ କେନ୍ଦ୍ରରେ ପ୍ରତୀକ୍ଷାଳୟ, ନିରୀକ୍ଷଣ କୋଠରୀ ଓ ଟିକାକରଣ କୋଠରିକୁ ମିଶାଇ ସମୁଦାୟ ୩ଟି କକ୍ଷ ରହିବ । ଟିକାକରଣ ପରେ ଜଣକୁ ୩୦ ମିନିଟ ଯାଏଁ ନିରୀକ୍ଷଣରେ ରଖାଯିବ ଓ ପରେ ସାର୍ଟିଫିକେଟ ପ୍ରଦାନ କରାଯିବ ।

from Kanak News
via <a href="https://ifttt.com/?

ସତ୍ୟବାଦୀ ଅଂଚଳରେ ଝୁଲନ୍ତା ଅବସ୍ଥାରେ ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର : ହତ୍ୟା ନା ଆତ୍ମହତ୍ୟା ସନ୍ଦେହରେ

କନକ ବ୍ୟୁରୋ : ପ୍ରେମ ପାଇଁ ଜୀବନ ହାରିଲେ ପ୍ରେମୀ ଯୁଗଳ । ଝୁଲନ୍ତା ଅବସ୍ଥାରେ ଗହିର ମଝିରେ ଥିବା ଏକ ଗଛରୁ ଶବ ଉଦ୍ଧାର କରିଛି ସତ୍ୟବାଦୀ ପୋଲିସ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସତ୍ୟବାଦୀ ବ୍ଲକ ଅଳଗୁମ୍ ପଂଚାୟତର ପ୍ରଧାନସାହି ଗାଁରେ । ଯାହାକୁ ନେଇ ଗାଁରେ ଶୋକର ଛାୟା ଖେଳିଯାଇଛି ।

ପୋଲିସ ଶବ ବ୍ୟବଛେଦ ପାଇଁ ପଠାଇ ଘଟଣାର ଛାନଭିନ୍ ଜାରି ରଖିଛି । ଏହା ହତ୍ୟା ନା ଆତ୍ମହତ୍ୟା ତାହା ଜଣାପଡ଼ିନାହିଁ । ମୃତ୍ୟୁର କାରଣ ମଧ୍ୟ ଅସ୍ପଷ୍ଠ ରହିଛି । ଝୁଅନ୍ତା ଅବସ୍ଥାରେ ମୃତ ଯୁବକର ହାତ ବନ୍ଧା ହୋଇଥିବାରୁ ହତ୍ୟା କରାଯାଇଥିବା ନେଇ ସନ୍ଦେହ କରାଯାଉଛି । ଏନେଇ ଅଧିକ ତଦନ୍ତ ଜାରି ରଖିଛି ସତ୍ୟବାଦୀ ଥାନା ପୋଲିସ ।

from Kanak News
via <a href="https://ifttt.com/?

ସଇତାନ ସାଜିଲା ସ୍ବାମୀ : ସ୍ତ୍ରୀକୁ ହତ୍ୟାକରି ମାଟି ତଳେ ପୋତିଦେଲା ସ୍ୱାମୀ; ୪ ଦିନ ପରେ ଗଳିତ ଶବ ଉଦ୍ଧାର

କନକ ବ୍ୟୁରୋ : ସ୍ତ୍ରୀକୁ ହତ୍ୟା କରି ମାଟି ତଳେ ପୋତିଦେଲା ସ୍ୱାମୀ । ଏଭଳି ଅଭିଯୋଗ ଆସିଛି ସୁ୍ନ୍ଦରଗଡ ତଲସରା ଥାନା ସବଡେଗା ବସ୍ତିରୁ । ସବଡେଗା ବସ୍ତିର ଖଏରୁ ନାୟକ ନିଜ ସ୍ତ୍ରୀକୁ ହତ୍ୟା କରି ଘର ପଛ ପଟେ ମାଟି ତଳେ ପୋତିଦେଇଥିଲା । ଗାଁ ଲୋକେ ସନ୍ଦେହ କରି ପଚରାଉଚରା କରିବାକୁ ଖଏରୁ ନାୟକ ଏନେଇ ସ୍ୱୀକାର କରିଛି ।

ଗାଁରେ ଲୋକେ ହତ୍ୟାକାରୀ ସ୍ୱାମୀକୁ ପୁଲିସର ହସ୍ତାନ୍ତାର କରିଛନ୍ତି । ଗତ ୩୦ ବର୍ଷ ପୂର୍ବେ ଶକୁନ୍ତଳା ନାଏକ ନିଜ ସ୍ୱାମୀ ଓ ଦୁଇ ଛୁଆଙ୍କୁ ଛାଡି ଖଏରୁ ନାୟକ ପାଖକୁ ପଳାଇଆସିଥିଲା । ଏବେ ଖଏରୁ ନାୟକର ଆଉ ଜଣେ ମହିଳାଙ୍କ ସହ ସଂପର୍କ ଥିବା ଶକୁନ୍ତଳାର ଝିଅ ଥାନାରେ ଅଭିଯୋଗ କରିଛନ୍ତି । ସେହି ମହିଳାଙ୍କ ସହ ମିଶି ଖଏରୁ ଶକୁନ୍ତଳାକୁ ହତ୍ୟା କରିଥିବା ତାଙ୍କ ଝିଅ ଅଭିଯୋଗ ଆଣିଛନ୍ତି ।

ଏହି ହତ୍ୟାକାଣ୍ଡରେ ଅନ୍ୟ ଜଣେ ମହିଳା ମଧ୍ୟ ସମ୍ପୃକ୍ତ ଥିବା ଚର୍ଚ୍ଚା ହେଉଛି। ଶୁଣିବାକୁ ମିଳୁଛି ଯେ ଖଏରୁ ଅନ୍ୟ ଜଣେ ମହିଳାଙ୍କ ସହ ସଂପର୍କ ରଖିଥିଲେ। ଏହାକୁ ନେଇ ସ୍ବାମୀ-ସ୍ତ୍ରୀଙ୍କ ଭିତରେ ଝଗଡ଼ା ହେଉଥିଲା। ଏହି କାରଣରୁ ଖଏରୁ ଶକୁନ୍ତଳାଙ୍କୁ ହତ୍ୟା କରିଥିବା କୁହାଯାଉଛି। ଏନେଇ ପୁଲିସ ତଦନ୍ତ ଆରମ୍ଭ କରିଛି।

from Kanak News
via <a href="https://ifttt.com/?

ନୂଆ ଷ୍ଟ୍ରେନ ପୂର୍ବ ଭୂତାଣୁଠୁ ଅଧିକ କ୍ଷିପ୍ର ! ଭାରତ ଉପରେ ପ୍ରକାଇବ କି ପ୍ରଭାବ ? କ’ଣ ରହିବ ଏହାର ଲକ୍ଷଣ ?

କନକ ବ୍ୟୁରୋ : ଭାରତରେ କରୋନାର ନୂଆ ଷ୍ଟ୍ରେନ୍ । ବ୍ରିଟେନରୁ ଫେରିଥିବା ୬ଜଣଙ୍କ ଦେହରେ କରୋନାର ନୂଆ ଷ୍ଟ୍ରେନ୍ର ଲକ୍ଷଣ ପ୍ରକାଶ ପାଇଛି । ଏମାନଙ୍କ ମଧ୍ୟରୁ ୩ଜଣ ବେଙ୍ଗାଲୁରୁ, ୨ଜଣ ହାଇଦ୍ରାବାଦରୁ ଏବଂ ଜଣେ ପୁନେ ଲ୍ୟାବରୁ ଚିହ୍ନଟ ହୋଇଛନ୍ତି । କରୋନାର ନୂଆ ଷ୍ଟ୍ରେନ୍ ନେଇ ଡିଏମଇଟି ଡାକ୍ତର ସିବିକେ ମହାନ୍ତି ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, ବ୍ରିଟେନରୁ ହଜାର ହଜାର ଲୋକ ଆସିଛନ୍ତି, ତେଣୁ ବ୍ରିଟେନ୍ ଷ୍ଟ୍ରେନ୍ ଆସିବ । ଏହି ଭାଇରସ୍ ପୂର୍ବ ଭାଇରସ ଠାରୁ କ୍ଷିପ୍ରଗତିରେ ମାଡିବ । ଏହି ଭାଇରସରେ ଅଧିକ ଲୋକ ସଂକ୍ରମିତ ହେବେ ।

ସୁପର ସ୍ପେଡର ହେବ କି ନହେବ କହିହେବନି । ଅଧିକ ଲୋକ ସଂକ୍ରମିତ ହେଲେ ଭାଇରସର ପ୍ରଭାବ କମିବ । ଓଡିଶାରେ ପଜିଟିଭ ଚିହ୍ନଟ ଲୋକଙ୍କ ଜିନମ୍ ସିକ୍ବେନ୍ସ ହୋଇଛି । ଜ୍ବର, ଝାଡା, କାଶ ଓ ଡାଇରିଆ ନୂଆ ଭୂତାଣୁର ଲକ୍ଷଣ । ସେହିପରି ଡାକ୍ତର ଜୟନ୍ତ ପଣ୍ଡାଙ୍କ କହିଛନ୍ତି, ଭାରତ ପାଇଁ ଏହା ମାରାତ୍ମକ ନୁହେଁ । ନୂଆ ଷ୍ଟ୍ରେନ ଚିନ୍ତାର କାରଣ ପାଲଟିବନି । ନୂଆ ଭୂତାଣୁରେ ମୃତ୍ୟୁ ଆଶଙ୍କା କମ୍ । ଅଧିକ ସଂକ୍ରମଣ ହୋଇପାରେ, ଭୟଭୀତ ହେବାର ନାହିଁ ।

from Kanak News
via <a href="https://ifttt.com/?

Design a site like this with WordPress.com
Get started