ରାଜଧାନୀରେ ଗାଡି ଚଳାଇବା ବେଳେ ଫୋନରେ ଗପିବା ପଡିଲା ମହଙ୍ଗା :  ରୋଡ ରୋମିଓଙ୍କୁ ସାବାଡ କଲେ କମିଶନରେଟ ପୁଲିସ

କନକ ବ୍ୟୁରୋ : ରୋଡ଼ ରୋମିଓକୁ ସାବାଡ଼ କଲେ ପୁଲିସ କମିଶନର । ବେପାରୁଆ ଗାଡ଼ି ଚାଳକ ବିନା ହେଲମେଟରେ ଫୋନ ଧରି ଗପୁଥିଲେ । ସେହି ମସୟରେ ଫୋନ ଛଡ଼ାଇ ନେଇଛନ୍ତି ପିଏସଓ । ଭୁବନେଶ୍ୱର ଶସ୍ତ୍ରୀନଗର ଛକରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ବେପାରୁଆ ଗାଡ଼ି ଚାଳକଙ୍କୁ ଅଟକାଇ ଫୋନ ଛଡ଼ାଇ ନେବା ସହ କିଛି ସମୟ ପାଇଁ ତାଙ୍କୁ ତାଗିଦ୍ କରିଥିଲେ ପୋଲିସ । ଏହା ପରେ ବାଇକ ଚାଳକ ଭୁଲ ମାଗିଥିବା ଦେଖିବାକୁ ମିଳିଛି ।

 

 

from Kanak News
via <a href="https://ifttt.com/?

ମହିଳା କମିଶନରେ ହାଜର ହେଲେ ବର୍ଷା ପ୍ରିୟଦର୍ଶିନୀ : ହାଜର ପାଇଁ ୩ଜଣଙ୍କୁ ହୋଇଥିଲା ନୋଟିସ୍ 

କନକ ବ୍ୟୁରୋ : ମହିଳା କମିଶନରେ ହାଜର ହେଲେ ବର୍ଷା ପ୍ରିୟଦର୍ଶିନୀ । ପାରିବାରିକ ବିବାଦକୁ ନେଇ ମହିଳା କମିଶନଙ୍କ ଦ୍ୱାରସ୍ତ ହୋଇଛନ୍ତି ସାଂସଦ ଅନୁଭବ ମହାନ୍ତିଙ୍କ ପତ୍ନି ବର୍ଷା ପିୟଦର୍ଶିନୀ । ଅନୁଭବ ଏବଂ ତାଙ୍କ ବାପା ଓ ମାଆଙ୍କୁ ବି ପୂର୍ବରୁ ମହିଳା କମିଶନରେ ହାଜର ପାଇଁ ନୋଟିସ ହୋଇଥିଲା । ଆଜି ହାଜର ହେବାକୁ ୩ଜଣଙ୍କୁ ନୋଟିସ କରିଛନ୍ତି ମହିଳା କମିଶନ୍ ।

 

from Kanak News
via <a href="https://ifttt.com/?

ଗଞ୍ଜାମ ଚିକିଟି ବାହୁଦା ହ୍ରଦ ଭିତରେ ଫସିଲା ହାତୀପଲ : ଉଦ୍ଧାର ପରେ ଛଡାଗଲା ନିକଟସ୍ଥ ଜଙ୍ଗଲ

କନକ ବ୍ୟୁରୋ : ହ୍ରଦରେ ହାତୀପଲ ଉଦ୍ଧାର ।  ଗଞ୍ଜାମ ଜିଲ୍ଲା ଚିକିଟି ନିକଟ ବାହୁଦା ହ୍ରଦରେ  ଫସିଥିବା  ୧୦ ହାତୀକୁ ଉଦ୍ଧାର କରାଯାଇଛି  ।  ବନବିଭାଗ ସହାୟତାରେ ଏମାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଜଙ୍ଗଲରେ ଛଡାଯାଇଛି । କିଛିଦିନ ହେଲା ଏହି ହାତୀପଲ ଚିକିଟ ସୋରଳ ଗାଁରେ ଉପଦ୍ରବ କରୁଥିଲେ ।

ସ୍ଥାନୀୟ ଅଂଚଳରେ ମତ୍ସ୍ୟଜୀବୀଙ୍କ ଡଙ୍ଗା ଓ ଜାଲ ଭାଙ୍ଗିଦେଇଥିଲେ ।  ଲକ୍ଷାଧିକ ଟଙ୍କାର ଧାନ ଓ ପନିପରିବା ନଷ୍ଟ କରିଥିଲେ । ଏବେ ସେଠାରୁ ଅନ୍ୟ ଗାଁ ମୁହାଁ ହେଉଥିବାବେଳ ହ୍ରଦ ଭିତରେ ଫସିଯାଇଛନ୍ତି ଏହି ହାତୀପଲ ।

from Kanak News
via <a href="https://ifttt.com/?

ଦେଶରେ କରୋନାର ନୂଆ ଷ୍ଟ୍ରେନର ୬ ପଜିଟିଭ ଚିହ୍ନଟ : ଆଇସୋଲେସନରେ ରହିଲେ ସମସ୍ତ ୬ ଆକ୍ରାନ୍ତ

କନକ ବ୍ୟୁରୋ : ଭାରତରେ କରୋନାର ନୂଆ ଷ୍ଟ୍ରେନ୍ । ବ୍ରିଟେନରୁ ଫେରିଥିବା ୬ଜଣଙ୍କ ଦେହରେ ନୂଆ ଷ୍ଟ୍ରେନର ଲକ୍ଷଣ ପ୍ରକାଶ ପାଇଛି । ଏମାନଙ୍କ ମଧ୍ୟରେ ୩ଜଣ ବେଙ୍ଗାଲୁରୁ, ୨ଜଣ ହାଇଦ୍ରାବାଦରୁ ଏବଂ ପୁନେ ଲ୍ୟାବର ଗୋଟିଏ ସାମ୍ପୁଲ ନୂଆ ଷ୍ଟ୍ରେନ ପଜିଟିଭ ଚିହ୍ନଟ ହୋଇଛି । ନଭେମ୍ବର ୨୫ରୁ ଡ଼ିସେମ୍ବର ୨୩ ତାରିଖ ସୁଦ୍ଧା ୟୁକେରୁ ପାଖାପାଖି ୩୩ ହଜାର ଲୋକ ଫେରିଛନ୍ତି । ସମସ୍ତଙ୍କୁ ଟ୍ରାକ୍ କରାଯାଇ ଟେଷ୍ଟ କରାଯାଇଛି । ଏମାନଙ୍କ ମଧ୍ୟରୁ ୧୧୪ଜଣଙ୍କ ଦେହରେ କରୋନା ପଜିଟିଭ୍ ମିଳିଛି । ଏହାପରେ ସମସ୍ତ ସାମ୍ପୁଲକୁ ଦେଶର ୧୦ଟି ଲ୍ୟାବକୁ ପଠାଯାଇଥିଲା ।

ଏମାନଙ୍କ ଭିତରୁ ୬ଜଣଙ୍କ ସାମ୍ପୁଲରୁ ୬ଜଣ ଲୋକଙ୍କ ସାମ୍ପୁଲରୁ କରୋନାର ନୂଆ ଷ୍ଟ୍ରେନ୍ ଚିହ୍ନଟ ହୋଇଛି । ଏହି ସମସ୍ତ ଲୋକଙ୍କୁ ରାଜ୍ୟ ସରକାରଙ୍କ ଦ୍ୱାରା ସେଲଫ ଆଇସୋଲେସନରେ ରଖାଯାଇଛି । ସେମାନଙ୍କ ସସ୍ପର୍ଶରେ ଆସିଥିବା ଲୋକଙ୍କୁ କ୍ୱାରେଂଟିନ୍ରେ ରଖାଯାଇଛି । ଏହା ସହ ସେମାନଙ୍କ ଟ୍ରାଭେଲ ହିଷ୍ଟ୍ରି ମଧ୍ୟ ଯାଂଚ କରାଯାଇଛି । ସୁଚନା ଅନୁସାରେ ବ୍ରିଟେନରୁ ମିଳିଥିବା କରୋନାର ନୂଆ ଷ୍ଟ୍ରେନକୁ ନେଇ ବୈଜ୍ଞାନିକ ମାନେ ଖୁବ୍ ସତର୍କତା ସହ ରହିବାକୁ ପରାମର୍ଶ ଦେଇଛନ୍ତି ।

from Kanak News
via <a href="https://ifttt.com/?

ମେଲବର୍ଣ୍ଣ ଟେଷ୍ଟରେ ଭାରତର ଐତିହାସିକ ବିଜୟ : ଅଷ୍ଟ୍ରେଲିଆକୁ ୮ ୱିକେଟରେ ହରାଇ ପ୍ରଥମ ଟେଷ୍ଟ ପରାଜୟର ବଦଲା ନେଲା ଟିମ ଇଣ୍ଡିଆ

କନକ ବ୍ୟୁରୋ : ମେଲବର୍ଣ୍ଣ ଟେଷ୍ଟରେ ଭାରତର ଐତିହାସିକ ବିଜୟ । ଆଡିଲେଡରେ ଶୋଚନୀୟ ପରାଜୟର ବଦଲା ନେଇଛି ଟିମ୍ ଇଣ୍ଡିଆ । ଅଷ୍ଟ୍ରେଲିଆକୁ ୮ୱିକେଟରେ ହରାଇ ଦମଦାର ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ । କୋହଲିଙ୍କ ଅନୁପସ୍ଥିତିରେ ଅଧିନାୟକ ରାହାଣେ ଅଷ୍ଟ୍ରେଲିଆକୁ ତାରି ମାଟିରେ ଧୂଳି ଚଟାଇଛନ୍ତି । ୭୦ ରନର ଟାର୍ଗେଟକୁ ୨ୱିକେଟ ହରାଇ ସହଜ ବିଜୟ ହାସଲ କରିଛି ଭାରତ । ଫଳରେ ୪ଟି ମ୍ୟାଚ ବିଶିଷ୍ଠ ଟେଷ୍ଟ ସିରିଜ ୧-୧ରେ ବରାବର ରିହିଛି ।

ଭାରତ ପକ୍ଷରୁ ଶୁଭମନ ଗିଲ୍ ସର୍ବାଧିକ ୩୭, ଅଧିନାୟକ ରାହାଣେ ୨୭ ରନରେ ଅପରାଜିତ ଥିଲେ । ଦିତୀୟ ଇନିଙ୍ଗସରେ ମହମ୍ମଦ ସିରାଜଙ୍କୁ ସର୍ବାଧିକ ୩ ୱିକେଟ ସଫଳତା ମିଳିଥିଲା । ସେହିପରି୍ ବୁମରା, ରବିଚନ୍ଦ୍ରନ୍ ଅଶ୍ୱିନ୍ ଏବଂ ରବିନ୍ଦ୍ର ଜାଡ଼େଜାଙ୍କୁ ୨ଟି ଲେଖାଏଁ ୱିକେଟ ମିଳଥିଲା ବେଳେ ଉମେଶ ଯାଦବଙ୍କୁ ୧ ୱିକେଟ ସଫଳତା ମିଳିଥିଲା । ଅଷ୍ଟ୍ରେଲିଆ ପ୍ରଥମ ଇନିଙ୍ଗସରେ ୧୯୫ ରନ୍ କରିଥିବା ବେଳେ ଭାରତ ୩୨୬ ରନ୍ କରିଥିଲା । ଦ୍ୱିତୀୟ ଇନିଙ୍ଗସରେ କଙ୍ଗାରୁ ଦଳ ୨ଶହ ରନ୍ରେ ଅଲଆଉଟ ହୋଇଥିଲାବେଳେ ଭାରତକୁ ୭୦ ରନର ଟାର୍ଗେଟ ଦେଇଥିଲା । ସିରିଜିର ତୃତୀୟ ଟେଷ୍ଟ ଆସନ୍ତା ୭ ତାରିଖରେ ଖେଳାଯିବ ।

from Kanak News
via <a href="https://ifttt.com/?

ନୂଆବର୍ଷକୁ ହାଡ଼ଭଙ୍ଗା ଜାଡ଼ : ତାପମାତ୍ରା ୪ରୁ ୫ଡିଗ୍ରୀ ପର୍ଯ୍ୟନ୍ତ ଖସି ଆସିବ; ଶୀତରେ ଥରିବ ସାରା ଓଡ଼ିଶା

କନକ ବ୍ୟୁରୋ : ନୂଆବର୍ଷରେ ଜାଡ଼ରେ ଥରିବ ସାରା ଓଡ଼ିଶା । ରାଜଧାନୀ ସମତେ ପୂରା ରାଜ୍ୟର ତାପମାତ୍ରା ୪ରୁ ୫ଡିଗ୍ରୀ ପର୍ଯ୍ୟନ୍ତ ଖସି ଆସିବ। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଏପରି ଆକଳନ କରିଛି। କେନ୍ଦ୍ରର ନିର୍ଦ୍ଦେଶକ ଏଚ୍‌.ଆର୍‌ ବିଶ୍ବାସ କହିଛନ୍ତି, ୩୧ ତାରିଖ ସକାଳୁ ରାଜ୍ୟରେ ପୁଣି ଉତ୍ତରା ପବନର ପ୍ରବାହ ଆରମ୍ଭ ହୋଇଯିବ। ଫଳରେ ଶୀତର ପ୍ରକୋପ ବଢ଼ିବ। ବିଶେଷକରି ଝାରସୁଗୁଡ଼ା, ଅନୁଗୁଳ, ସୁନ୍ଦରଗଡ଼, ଦେବଗଡ଼, ବୌଦ୍ଧ ଓ କନ୍ଧମାଳ ଆଦି ଜିଲ୍ଲାରେ ହାଡ଼ଭଙ୍ଗା ଶୀତ ହେବ। ରାଜଧାନୀର ରାତ୍ରି ତାପମାତ୍ରା ବି ୧୧ ଡିଗ୍ରୀକୁ ଖସି ଆସିବ। ସେହିପରି ଅବଶିଷ୍ଟ ଅଞ୍ଚଳର ତାପମାତ୍ରା ପ୍ରାୟ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ଖସିବ ବୋଲି ଶ୍ରୀ ବିଶ୍ବାସ କହିଛନ୍ତି।

ସୂଚନା ମୁତାବକ, ଗତ ୫/୬ ଦିନ ଧରି ରାଜ୍ୟକୁ ଉତ୍ତରା ଥଣ୍ଡା ପବନ ପ୍ରବେଶରେ ବାଧା ସୃଷ୍ଟି ହେବାରୁ ଶୀତ କମିଥିଲା। ରାଜ୍ୟବାସୀ ସାମାନ୍ୟ ଆଶ୍ବସ୍ତ ହୋଇଥିଲେ। କିନ୍ତୁ ୩୧ ତାରିଖରୁ ରାଜ୍ୟକୁ ପୁଣି ଶୀତ ଫେରିବ। ୩୦ ତାରିଖ ରାଜ୍ୟରେ ଆଜି ଭଳି ତାପମାତ୍ରା ଜାରି ରହିବ। ଆଜି ପାରାଦୀପ ସମେତ କଟକ, ମାଲକାନଗିରି ଓ ନୟାଗଡ଼ ଆଦି ଜିଲ୍ଲାରେ ହାଲ୍‌କା କୁହୁଡ଼ି ଦେଖିବାକୁ ମିଳିଥିଲା। ଆସନ୍ତା ୨ ଦିନ କଟକ, ଜଗତ୍‌ସିଂହପୁର, ନୟାଗଡ଼, କନ୍ଧମାଳ, ରାୟଗଡ଼ା, କୋରାପୁଟ, କନ୍ଧମାଳ, କଳାହାଣ୍ଡି ଓ ମାଲକାନଗିରି ଜିଲ୍ଲାରେ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିବ। ୩୧ ସକାଳୁ ରାଜ୍ୟରେ ଶୀତ ପ୍ରକୋପ ବଢ଼ିବା‌ ଆରମ୍ଭ ହୋଇଯିବ।

ଗତ ୨୪ ଘଣ୍ଟାରେ ପୂରା ରାଜ୍ୟର ପାଗ ଶୁଖିଲା ରହିଥିଲା । ଆଭ୍ୟନ୍ତରୀଣ ଓଡ଼ିଶାର ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ଓ ଉପକୂଳ ଓଡ଼ିଶାରେ ୧ରୁ ୨ଡିଗ୍ରୀ ପର୍ଯ୍ୟନ୍ତ କମ୍‌ ରହିଥିଲା। ରାଜ୍ୟର ସର୍ବନିମ୍ନ ତାପମାତ୍ରା ଫୁଲବାଣୀଠାରେ ୫.୫ ଡିଗ୍ରୀ ରେକର୍ଡ ‌ହୋଇଛି। ଭୁବନେଶ୍ବର ସର୍ବନିମ୍ନ ତାପମାତ୍ରା ୧୩.୨ ଡିଗ୍ରୀ ଥିଲା। ଆସନ୍ତା ୨ ଦିନ ବି ରାଜଧାନୀର ତାପମାତ୍ରା‌ ୧୩ ଡିଗ୍ରୀ ପାଖାପାଖି ରହିବ। ଜାନୁଆରି ପହିଲା ସୁଦ୍ଧା ଏହା ଖସି ୧୧ ଡିଗ୍ରିରେ ପହଞ୍ଚିବ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି ।

from Kanak News
via <a href="https://ifttt.com/?

ଆଜି ପ୍ରତିଷ୍ଠା ଦିବସ… ନନ୍ଦନକାନନର ଚାଲିଛି ନବକଳେବର । ଖୋଲିଲା ସେଲ୍ଫି ପଏଣ୍ଟ୍, ନୂଆବର୍ଷରୁ ଖୋଲିବ ମଲ୍ଟି ଷ୍ଟୋରେଜ୍ ପାର୍କିଂ । ଭିତରକୁ ପ୍ରବେଶ ଓ ପ୍ରସ୍ଥାନ ପାଇଁ ଲଗି ରହିଥିବା ସମସ୍ୟାର ହେବ ସମାଧାନ

୪୩୭ ଏକର ପରିମିତ ଜମିରେ ଛିଡ଼ା ହୋଇଥିବା ନନ୍ଦନକାନନ ପ୍ରାଣୀ ଉଦ୍ୟାନର ନବକଳେବର ଚାଲିଛି । ଅସଜଡ଼ା ଭିତ୍ତିଭୂମିକୁ ସଜାଡ଼ିବା ସହ ନୂଆ ବ୍ୟବସ୍ଥା ଆପଣାଇବାକୁ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ୨୦୧୭-୧୮ ଆର୍ଥିକ ବର୍ଷରୁ ଆରମ୍ଭ ହୋଇଥିବା ବହୁ ପ୍ରତୀକ୍ଷିତ ମଲ୍‌ଟି ଷ୍ଟୋରେଜ୍‌ ପାର୍କିଂ ୨୦୨୧ ପ୍ରଥମାର୍ଦ୍ଧରେ ଉଦଘାଟନ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏଥିସହ ମଙ୍ଗଳବାର ନନ୍ଦନକାନନ ପ୍ରାଣୀ ଉଦ୍ୟାନର ପ୍ରତିଷ୍ଠା ଦିବସ ଅବସରରେ ନୂତନ ପ୍ରସ୍ଥାନ ପଥର ଉଦଘାଟନ ସହ ପର୍ଯ୍ୟଟକଙ୍କ ଲାଗି ସରୀସୃପ ଉଦ୍ୟାନ ଛକରେ ଏକ ସେଲ୍‌ଫି ପଏଣ୍ଟ ହୋଇଛି । ମଙ୍ଗଳବାର ପୂର୍ବାହ୍ନରେ ଅନୁଷ୍ଠିତ ହେବାକୁ ଥିବା ପ୍ରତିଷ୍ଠା ଦିବସ ପାଳନ ଉତ୍ସବରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏହାକୁ ଉଦ‌ଘାଟନ କରିବେ ।

ନନ୍ଦନକାନନ ଭିତରକୁ ପ୍ରବେଶ ଓ ପ୍ରସ୍ଥାନ ଲାଗି ଦୀର୍ଘ ବର୍ଷ ଧରି ଲାଗି ରହିଥିବା ସମସ୍ୟାର ସମାଧାନ ହେବ । ଏବେ ପର୍ଯ୍ୟଟକମାନେ ଯେଉଁ ରାସ୍ତା ଦେଇ ଭିତରକୁ ପ୍ରବେଶ କରୁଛନ୍ତି, ସେହି ରାସ୍ତାରେ ବାହାରକୁ ବାହାରୁଛନ୍ତି । ଫଳରେ ଯିବା ଆସିବାରେ ଅସୁବିଧା ହେଉଛି । ଏହାର ସମାଧାନ ଲାଗି ଗତବର୍ଷ ଯୋଜନା ପ୍ରସ୍ତୁତ ହେବା ସହ ନୂତନ ପ୍ରସ୍ଥାନ ପଥ ଲାଗି ଭିତ୍ତିପ୍ରସ୍ତର ପଡ଼ିଥିଲା । ଗୋଟିଏ ବର୍ଷ ମଧ୍ୟରେ ପ୍ରସ୍ଥାନ ପଥ ଚୂଡ଼ାନ୍ତ ରୂପ ନେଇଛି । ଫଳରେ ଏଣିକି ପର୍ଯ୍ୟଟକ ଯେଉଁ ବାଟ ଦେଇ ପ୍ରାଣୀ ଉଦ୍ୟାନ ଭିତରକୁ ପ୍ରବେଶ କରିବେ, ଆଉ ସେହି ବାଟରେ ବାହାରିବେ ନାହିଁ । ସିଧା ମଲ୍ଟି ଲେୟାର ପାର୍କିଂକୁ ଯୋଗାଯୋଗ କରୁଥିବା ନୂଆ ପ୍ରସ୍ଥାନ ପଥରେ ବାହାରକୁ ଆସିବେ । ଫେରିବା ସମୟରେ ପର୍ଯ୍ୟଟକମାନେ ସେମାନଙ୍କ ଅନୁଭୂତି ସମ୍ପର୍କରେ ମତାମତ ଦେଇପାରିବେ । ଦୀର୍ଘ ଦିନ ହେଲା ବନ୍ଦ ରହିଥିବା ସଫାରି ଖୋଲିବା ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି । ତାହାର ପୂର୍ବ ପ୍ରସ୍ତୁତି ସ୍ବରୂପ ସଫାରୀ ଟିକେଟ୍‌ ଘର ଉଦ୍‌ଘାଟିତ ହେବ । ଏହାବ୍ୟତୀତ ବାଘୁଣୀ ସ୍ନେହାଗର୍ଭରୁ ଜନ୍ମିତ ହୋଇଥିବା ଦୁଇ କଳାବାଘ ଛୁଆଙ୍କ ନାମ ଘୋଷଣା ହେବାର ସମ୍ଭାବନା ରହିଛି ।

ନନ୍ଦନକାନନ ପ୍ରାଣୀ ଉଦ୍ୟାନ ନିର୍ଦେଶକ ଶଶୀ ପାଲଙ୍କ କହିବାନୁଯାୟୀ, ମଲ୍ଟି ଲେୟାର ପାର୍କିଂର ସମସ୍ତ କାର୍ଯ୍ୟ ଶେଷ ହୋଇଛି । ବିଲଡିଂ କାମ ସରିଥିବା ବେଳେ ଏବେ ବାହାର ପରିବେଶର ସୌନ୍ଦର୍ଯ୍ୟୀକରଣ ଚାଲିଛି । ଏହା ସରିବାକୁ ଆହୁରି ମାସେ ସମୟ ଲାଗିଯିବ । ତେଣୁ ପ୍ରତିଷ୍ଠା ଦିବସରେ ଏହାକୁ ଉଦ୍‌ଘାଟନ କରିବା ସମ୍ଭବପର ନୁହେଁ । ଏହି ପାର୍କିଂ ବ୍ୟବସ୍ଥା ହେବା ଦ୍ବାରା ଦୀର୍ଘ ବର୍ଷ ଧରି ଲାଗି ରହିଥିବା ପାର୍କିଂ ସମସ୍ୟା ଦୂର ହେବ । ବାକି ଯେଉଁ କାର୍ଯ୍ୟ ଅଧାପନ୍ତରିଆ ରହିଛି, ତାହାର କାର୍ଯ୍ୟ ଶେଷ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି । ୨୦୨୧ ସୁଦ୍ଧା ପ୍ରାଣୀ ଉଦ୍ୟାନକୁ ନୂଆ ରୂପ ଦେବାକୁ ଯୋଜନା ଚାଲିଛି । ଉଦ୍‌ଘାଟନୀ ଉତ୍ସବରେ କର୍ମଚାରୀମାନଙ୍କୁ ସମ୍ବର୍ଦ୍ଧିତ କରାଯିବ । ପର୍ଯ୍ୟଟକଙ୍କ ସୁରକ୍ଷାକୁ ସବୁବେଳେ ଗୁରୁତ୍ବ ଦିଆଯାଉଥିବା ସେ କହିଛନ୍ତି ।

from Kanak News
via <a href="https://ifttt.com/?

କର୍ଣ୍ଣାଟକ ବିଧାନପରିଷଦର ଉପାଧ୍ୟକ୍ଷଙ୍କ ଆତ୍ମହତ୍ୟା : ରେଲବାଇ ଟ୍ରାକରୁ ମିଳିଲା ଖଣ୍ଡବିଖଣ୍ଡିତ ମୃତଦେହ, ସୁଇସାଇଡ଼ ନୋଟ 

କନକ ବ୍ୟୁରୋ : କର୍ଣ୍ଣାଟକ ବିଧାନପରିଷଦର ଉପାଧ୍ୟକ୍ଷ ଏସଏଲ ଧର୍ମେଗୌଡ଼ାଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ରେଳ ଧାରଣା ନିକଟରୁ ଉଦ୍ଧାର ହୋଇଛି । ମୃତଦେହ ନିକଟରୁ ଏକ ସୁଇସାଇଡ଼ାଲ ନୋଟ ଜବତ କରିଛି ପୋଲିସ । ମୃତ୍ୟୁର କାରଣ ଅସ୍ପଷ୍ଠ ରହିଥିବା ବେଳେ ଘଟଣାର ତଦନ୍ତ କରୁଛି ପୋଲିସ । କର୍ଣ୍ଣାଟକ ପୋଲିସ ଚିକାମଗଲୁରୁର କାଦୁର ନିକଟରୁ ଉପବାଚସ୍ପତି ଧର୍ମେଗୌଡ଼ାଙ୍କ ମୃତଦେହ ଉଦ୍ଧାର କରିଛି ।

ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇ ଘଟଣାର ତଦନ୍ତ ଜାରି ରଖିଛି ପୋଲିସ । ଜେଡ଼ିଏସ ନେତା ଏସଏଲ ଧର୍ମେଗୌଡ଼ାଙ୍କ ମୃତଦେହ ଗତକାଲି ରାତିରେ ଉଦ୍ଧାର କରିଛି ପୋଲିସ । ଘଟଣା ସ୍ଥଳରେ ପୋଲିସ ପହଂଚି ଛାନ୍ଭିନ୍ ଆରମ୍ଭ କରିଛି । ଗତ ଡ଼ିସେମ୍ବର ୧୫ ତାରିଖରେ କଂଗ୍ରେସ ନେତା ମାନେ ତାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ ଯାହକୁ ନେଇ ସେ ମଧ୍ୟ ଚର୍ଚ୍ଚାରେ ଥିଲେ । ତେବେ ମୃତ୍ୟୁର କାରଣ ଅସ୍ପଷ୍ଠ ରହିଛି । ଏସ ଏଲ ଧର୍ମେଗୌଡ଼ାଙ୍କ ଆତ୍ମହତ୍ୟା ଖବର ନେଇ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡ଼ି ଦେବେଗୌଡ଼ା ଓ ଜେଡ଼ିଏସ ନେତାମାନେ ଦୁଃଖ ପ୍ରକାଶ କରିଛନ୍ତି ।

from Kanak News
via <a href="https://ifttt.com/?

ଦେଶରେ ବିଗୁଡିଛି ନିଯୁକ୍ତି ସ୍ଥିତି : ସିଏମ୍‌ଆଇଇ ରିପୋର୍ଟ ମୁତାବକ ନଭେମ୍ବରରେ ୩୫ ଲକ୍ଷ ଲୋକ ବେକାର

କନକ ବ୍ୟୁରୋ : ଦେଶର ନିଯୁକ୍ତି ସ୍ଥିତି ପୁଣି ଖରାପ ଆଡ଼କୁ ଗତି କରିଛି । ଲକ୍‌ଡାଉନ୍ ଘୋଷଣା ହେବା ପରେ ଅତ୍ୟନ୍ତ ଖରାପ ଅବସ୍ଥାକୁ ଚାଲିଯାଇଥିବା ନିଯୁକ୍ତି କ୍ଷେତ୍ରରେ ଧୀରେ ଧୀରେ ସୁଧାର ହେଉଥିଲା । କିନ୍ତୁ ନଭେମ୍ବରରେ ପୁଣି ସ୍ଥିତି ବିଗିଡ଼ିଯାଇଛି । ଏହି ମାସରେ ପ୍ରାୟ ୩୫ ଲକ୍ଷ ଲୋକ ବେକାର ହୋଇଛନ୍ତି ବୋଲି ଘରୋଇ କ୍ଷେତ୍ରର ସଂସ୍ଥା‌ ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନମି (ସିଏମ୍‌ଆଇଇ) ପକ୍ଷରୁ ଆକଳନ କରାଯାଇଛି । ଗତ ଅକ୍ଟୋବରରେ ୫୦ ହଜାର ଲୋକ ଚାକିରି ହରାଇଥିଲେ । ସିଏମ୍‌ଆଇର କଞ୍ଜ୍ୟୁମର୍ସ ପିରାମିଡସ୍‌ ହାଉସ୍‌ହୋଲ୍‌ଡ ସର୍ଭେ ଅନୁଯାୟୀ ନଭେମ୍ବରରେ ନିଯୁକ୍ତିରେ ସକ୍ରିୟ ଥିବା ଲୋକଙ୍କ ସଂଖ୍ୟା ହେଉଛି ୩୯.୯୬ କୋଟି । ଚଳିତ ବର୍ଷ ମାର୍ଚ୍ଚରେ ଏହା ଠାରୁ ଅଧିକ ଏକ କୋଟି ଲୋକ ନିଯୁକ୍ତି କ୍ଷେତ୍ରରେ ସକ୍ରିୟ ଥିଲେ ।

ଚଳିତ ବର୍ଷ ଲକ୍‌ଡାଉନ୍ ଘୋଷଣା ‌ହେବା ପରେ ପ୍ରାୟ ୧୨ କୋଟି ଲୋକ ଚାକିରି ହରାଇଥିଲେ । କିନ୍ତୁ ଜୁଲାଇ ପରଠାରୁ ସ୍ଥିତିରେ ସୁଧାର ହୋଇଥିଲା ଓ ସେହି ଧାରା ସେପ୍ଟେମ୍ବର ପର୍ଯ୍ୟନ୍ତ ଜାରି ରହିଥିଲା । ଅକ୍ଟୋବର ପରଠାରୁ ସ୍ଥିତି ପୁଣି ଖରାପ ହୋଇଛି । ଉଭୟ ଅକ୍ଟୋବର ଓ ନଭେମ୍ବରରେ ଲୋକମାନେ ଚାକିରି ହରାଇଛନ୍ତି । ଡିସେମ୍ବର ତୃତୀୟ ସପ୍ତାହ ସୁଦ୍ଧା ନିଯୁକ୍ତି ହାର ୩୭.୫% ଥିବା ବେଳେ ବେକାରି ହାର ୯.୫% ରହିଛି। ଗତବର୍ଷ ଡିସେମ୍ବର ବେଳକୁ ୪୦.୫ କୋଟି ଲୋକ ନିଯୁକ୍ତି କ୍ଷେତ୍ରରେ ସକ୍ରିୟ ଥିଲେ। ଚଳିତ ବର୍ଷ ସେମାନଙ୍କ ସଂଖ୍ୟା ଅତିବେଶିରେ ୩୯.୫ କୋଟି ପର୍ଯ୍ୟନ୍ତ ପହଞ୍ଚିବ ବୋଲି ଅନୁମାନ କରାଯାଉଛି ।

ସିଏମ୍‌ଆଇଇର ପରିଚାଳନା ନିର୍ଦେଶକ ଓ ସିଇଓ ମହେଶ ବ୍ୟାସ କହିଛନ୍ତି ଯେ ଶ୍ରମ ବଜାରରେ ଘଟୁଥିବା ହ୍ରାସ ଯେତିକି ଚିନ୍ତାର ବିଷୟ ନୁହେଁ ତା’ଠାରୁ ବଡ଼ ସମସ୍ୟା ହେଉଛି ଭଲ ନିଯୁକ୍ତି ଉଭାନ ହୋଇଯାଉଛି । ୨୦୨୦ରେ ମହିଳାଙ୍କ ‌ନିଯୁକ୍ତିରେ ଦ୍ରୁତ ହ୍ରାସ ଘଟିଛି । ଦେଶର ‌ଶ୍ରମ ଶକ୍ତିରେ ମହିଳାଙ୍କ ଅବଦାନ ୧୧% ରହିଥିବା ବେଳେ ପୁରୁଷଙ୍କ ଅବଦାନ ୭୧% ଭଳି ଉଚ୍ଚ ସ୍ତରରେ ରହିଛି । ଲକ୍‌ଡାଉନ୍ ପରଠାରୁ ମହିଳାଙ୍କ କ୍ଷେତ୍ରରେ ବେକାରି ହାର ୧୭% ଭଳି ଉଚ୍ଚ ସ୍ତରରେ ଥିବା ବେଳେ ପୁରୁଷଙ୍କ କ୍ଷେତ୍ରରେ ତାହା ୬ ପ୍ରତିଶତ ରହିଛି । ୨୦୨୦ ଏପ୍ରିଲ୍‌ରେ ୧୩.୯% ମହିଳା ଚାକିରି ହରାଇଥିଲେ । ନଭେମ୍ବର ସୁଦ୍ଧା ଚାକିରି ହରାଇଥିବା ପୁରୁଷଙ୍କ ସଂଖ୍ୟାରେ ସୁଧାର ହୋଇଥିବା ବେଳେ ମହିଳାମାନଙ୍କୁ କିନ୍ତୁ ସେହି ସୌଭାଗ୍ୟ ମିଳିନାହିଁ ବୋଲି ସିଏମ୍‌ଆଇ ଏହାର ରିପୋର୍ଟରେ ଜଣାଇଛି ।

from Kanak News
via <a href="https://ifttt.com/?

ରୁପାରେ ଲୋକଙ୍କ ସବୁଠୁ ଅଧିକ ପସନ୍ଦ ପାଉଁଜି : ଲିପ୍‌ସା ନାୟକ ହଂସଙ୍କ ବ୍ରାଣ୍ଡସ୍ ଅଫ୍‌ ଓଡ଼ିଶା ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ

ସୁନା ଗହଣା ଭିଡ଼ରେ ରୁପାଏକ ଅବହେଳିତ ବର୍ଗ ହୋଇ ରହିନାହିଁ । ବ୍ୟବସାୟ ଦୁନିଆରେ ଏହାକୁ ମିଳିଛି ସ୍ବତନ୍ତ୍ର ସ୍ଥାନ। ରୁପା ସାମଗ୍ରୀ ପାଇଁ ସ୍ଥାପନ କରାଯାଇଛି ବିଶାଳ ସୋ’ରୁମ୍ । ରୁପାର ଗ୍ରାହକମାନେ ଆଉ ନିଜକୁ ସୁନା ଦୋକାନର ସେକେଣ୍ଡ୍ ହାଣ୍ଡ୍‌ ଗ୍ରାହକ ଭାବୁନାହାନ୍ତି । ‌ସେମାନଙ୍କୁ ମିଳୁଛି ଅଗ୍ରାଧିକାର । ରାଜ୍ୟରେ ରୁପା ବଜାର, ଚାହିଦାରେ ଥିବା ସାମଗ୍ରୀ ଓ ନିଜ ସଂସ୍ଥାର ସମ୍ପ୍ରସାରଣ ଯୋଜନା ବିଷୟରେ ‘ଚାନ୍ଦି ଭଣ୍ଡାର’ର ନିର୍ଦେଶିକା ଲିପ୍‌ସା ନାୟକ ହଂସ ଯାହା କହିଛନ୍ତି ତାହାକୁ ଏଠାରେ ଉପସ୍ଥାପନ କରାଯାଇଛି ।

ଓଡ଼ିଶାର ରୁପା ବଜାର କିଭଳି ରହିଛି?
ରାଜ୍ୟର ରୁପା ବଜାର ଶତ ପ୍ରତିଶତ ଅଣ ସଂଗଠିତ ହୋଇ ରହିଛି କହିଲେ ଭୁଲ ହେବ ନାହିଁ। ‌ସୁନା ଦୋକାନରେ ରୁପା ସାମଗ୍ରୀ ଲାଗି ବ୍ୟବସ୍ଥା ରହୁଛି। ତାହାକୁ ଯଦି ବିଚାରକୁ ନିଆଯିବ ତେବେ ଅତିବେଶିରେ ୧୦ ପ୍ରତିଶତ ରୁପା ବଜାର ସଂଗଠିତ କ୍ଷେତ୍ରରେ ରହିଛି ବୋଲି କୁହାଯାଇପାରିବ। ସୁନା ଦୋକାନରେ କିନ୍ତୁ ରୁପାର ବିସ୍ତୃତ ବର୍ଗମାଳା ମିଳେ ନାହିଁ। ଚାନ୍ଦି ଭଣ୍ଡାରରେ କେବଳ ରୁପା ସାମଗ୍ରୀ ବିକ୍ରି ହେଉଛି।
ସାରା ଦେଶରେ ରୁପା ବଜାର କିଭଳି ରହିଛି?
ଦେଶ ଭିତରେ ଆଗ୍ରା, ଦିଲ୍ଲୀ, କୋଲକାତା ଏବଂ ମୁମ୍ବାଇ ଆଦି ସହରରେ ରୁପାକୁ ନେଇ ଅନେକ କାର୍ଯ୍ୟ ହେଉଛି। ଜୟପୁର ମଧ୍ୟ ଏକ୍ଷେତ୍ରରେ ଆଗରେ ରହିଛି। ସେଠାରେ ରୁପା ସାମଗ୍ରୀ ତିଆରି କରିବା ଠାରୁ ଆରମ୍ଭ କରି ରପ୍ତାନି ମଧ୍ୟ କରାଯାଉଛି। ଓଡ଼ିଶାର ତାରକସୀ ମଧ୍ୟ ବେଶ ଲୋକପ୍ରିୟ।
ରୁପାର କେଉଁ ସାମଗ୍ରୀ ଅଧିକ ବିକ୍ରି ହେଉଛି?
ଉପକୂଳ ଓଡ଼ିଶାରେ ରୁପା ସାମଗ୍ରୀର ବହୁତ ଚାହିଦା ରହିଛି। ଆମ ଷ୍ଟୋର୍‌ରେ କର୍ପୋରେଟ୍‌ ଉପହାର ସାମଗ୍ରୀ ଠାରୁ ଆରମ୍ଭ କରି ପାଉଁଜି, ରୁପାରେ ତିଆରି ଗହଣା ବାସନ ସାମଗ୍ରୀ, ଗ୍ଲାସ, ଜଗ୍‌, ଚାମଚ ଓ ଜିଭ ଛେଲା ଆଦି ବିକ୍ରି ହେଉଛି। ସବୁଠୁ ଅଧିକ ଚାହିଦାରେ ରହିଛି ପାଉଁଜି। ମୋଟ ବିକ୍ରିରେ ପାଉଁଜିର ଅବଦାନ ୨୫-୩୦ ପ୍ରତିଶତ ଭଳି ସ୍ତରରେ ରହିଛି। ଓଡ଼ିଶାର ତାରକସୀ ମଧ୍ୟ ବହୁତ ଚାହିଦାରେ ରହିଛି।
କେତେ ଟଙ୍କାର ସାମଗ୍ରୀ ଗ୍ରାହକମାନେ କିଣିଥାନ୍ତି?
ଦେଖନ୍ତୁ, ସୁନା ତୁଳନାରେ ରୁପା ଦାମ୍ ବହୁତ କମ୍। ଏକ ଗ୍ରାମ ସୁନା ଦାମ୍ ୫୦୦୦ ଟଙ୍କା ଭଳି ସ୍ତରରେ ଥିବା ବେଳେ ଏକ ଗ୍ରାମ ରୁପା ଦାମ୍ ହେଉଛି ୫୦୦ ଟଙ୍କା ପାଖାପାଖି। ସେହି ଦୃଷ୍ଟିରୁ ଆମ ଷ୍ଟୋର୍‌ରେ ଗ୍ରାହକ ପିଛା ହାରାହାରି ୨୦୦୦-୩୦୦୦ ଟଙ୍କାର ସାମଗ୍ରୀ ବିକ୍ରି ହୁଏ। ଚାନ୍ଦି ଭଣ୍ଡାର ଗ୍ରାହକ ପାଇଁ ଏଥିପାଇଁ ସ୍ବତନ୍ତ୍ର ଯେ ଏଠାରେ ସେମାନେ ଗୁଣାତ୍ମକ ସାମଗ୍ରୀ ପାଆନ୍ତି ଓ ତା’ ସହିତ ସେମାନଙ୍କୁ ସୁନା ଦୋକାନର ରୁପା ଗ୍ରାହକଙ୍କ ଭଳି ଅଣଦେଖା ହେବାକୁ ପଡ଼େ ନାହିଁ।
କେଉଁ ଧରଣର ଗ୍ରାହକ ଷ୍ଟୋର୍‌କୁ ଆସୁଛନ୍ତି?
ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବଡ଼ ବଡ଼ ସଂସ୍ଥା ସମସ୍ତେ ରୁପା ସାମଗ୍ରୀ କିଣୁଛନ୍ତି। କର୍ପୋରେଟ୍‌ ଉପହାର ଲାଗି ବ୍ୟାବସାୟିକ ସଂସ୍ଥାଗୁଡ଼ିକ ଆମ ସହ ଯୋଗାଯୋଗ କରିଥାନ୍ତି। ଏବର୍ଷ କରୋନା ମହାମାରୀର ପ୍ରଭାବ ଯୋଗୁଁ ଉପହାର ସ୍ଥିତି ମାନ୍ଦା ରହିଛି। ମନ୍ଦିରଗୁଡ଼ିକ ଠାରୁ ମଧ୍ୟ ଆମକୁ ବରାଦ ଆସୁଛି। ଦେଶର ୫-୬ଟି ମନ୍ଦିରର ଆବଶ୍ୟକତାକୁ ଆମେ ପୂରଣ କରିଛୁ।
ନୂଆ ଉତ୍ପାଦ ଆଣିବା ପାଇଁ କ’ଣ ଯୋଜନା ରହିଛି?
ନୂଆ ଉତ୍ପାଦ ଆଣିବା ଏକ ନିୟମିତ ପ୍ରକ୍ରିୟା। ଆମେ ନିୟମିତ ବ୍ୟବଧାନରେ ନୂଆ ଉତ୍ପାଦ ଯୋଡ଼ୁଛୁ। ଫ୍ୟୁଜନ୍ ଉତ୍ପାଦ ଏବେ ଗ୍ରହଣୀୟ ହେବାରେ ଲାଗିଛି। ଚିତ୍ର ସହିତ ରୁପା କାମ ହୋଇଥିବା ୱାଲ୍‌ହ୍ୟାଙ୍ଗିଙ୍ଗ୍‌କୁ ଲୋକେ ପସନ୍ଦ କରୁଛନ୍ତି। ସେହି ଭଳି ନୂଆ ନୂଆ ଫ୍ୟୁଜନ୍ ଉତ୍ପାଦ ଆଣିବୁ। ଗହଣା ବର୍ଗରେ ମଧ୍ୟ ନୂଆ ଉତ୍ପାଦ ଆସିବ। ରୁପା ଏମିତି ଏକ ସାମଗ୍ରୀ ‌ଯାହାକୁ ବ୍ୟବହାର କରି ଗ୍ରାହକ ଯାହା ବରାଦ ଦେବେ ଆମେ ତାହା ତିଆରି କରିପାରିବୁ। ଆମେ ରୁପାରେ ଖଟ ବି ତିଆରି କରିଦେଇପାରିବୁ।
ଷ୍ଟୋର୍‌ ସମ୍ପ୍ରସାରଣ ନେଇ କ’ଣ ଯୋଜନା ରହିଛି?
ପ୍ରାରମ୍ଭିକ ପର୍ଯ୍ୟାୟରେ ଆମେ ନିଜକୁ ଦୃଢ଼ କରି ଗ୍ରାହକମାନଙ୍କୁ ଗୁଣାତ୍ମକ ଉତ୍ପାଦ ଓ ସେବା ଯୋଗାଇ ଦେବା ଉପରେ ଗୁରୁତ୍ବ ଦେଇଥିଲୁ। ଏବେ ରାଜ୍ୟ ଭିତରେ ଚାନ୍ଦି ଭଣ୍ଡାରର ସମ୍ପ୍ରସାରଣ କରିବା ଲାଗି ଆମ ଯୋଜନା ପ୍ରସ୍ତୁତ କରିଛୁ। ପଶ୍ଚିମ ଓଡ଼ିଶାରେ ଆମେ ଏକ ନୂଆ ଷ୍ଟୋର୍‌ ଖୋଲିବୁ। ଏହା ବ୍ୟତୀତ ଅନ୍ୟ ଯେଉଁଠା‌ରେ ସୁଯୋଗ ଥିବ ତାହାକୁ ଅନୁଧ୍ୟାନ କରିବା ପରେ ଯାହା କିଛି ନିଷ୍ପତ୍ତି ନେବୁ।
ବ୍ରାଣ୍ଡସ୍ ଅଫ୍‌ ଓଡ଼ିଶା ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ ଅଭିଯାନ ବିଷୟରେ ଆପଣଙ୍କ ମତ କ’ଣ?
ଏହା ନିଶ୍ଚିତ ରୂପେ ଏକ ବହୁତ ଭଲ ପ୍ରୟାସ। ରାଜ୍ୟରେ ଥିବା ସଂସ୍ଥାଗୁଡ଼ିକୁ ଏହା ଉତ୍ସାହିତ କରିବ। ଫ୍ରାନ୍ସ ହେଉ କିମ୍ବା ଜାପାନ ସବୁ ସ୍ଥାନରେ ଲୋକମାନେ ନିଜ ଦେଶର ବ୍ରାଣ୍ଡ୍‌ ବ୍ୟବହାର କରିବାକୁ ପସନ୍ଦ କରନ୍ତି। ଫ୍ରାନ୍ସର ଲୋକମାନେ ଜାରାର ପୋଷାକ ପିନ୍ଧୁଛନ୍ତି। ଟୟୋଟା ବ୍ରାଣ୍ଡ୍‌ ପ୍ରତି ଜାପାନବାସୀଙ୍କ ଦୁର୍ବଳତା ରହିଛି। ଆମେରିକାରେ ମଧ୍ୟ ନିଜ ଦେଶର ବ୍ରାଣ୍ଡ୍‌କୁ ବ୍ୟବହାର କରିବା ଲାଗି ଲୋକମାନେ ପସନ୍ଦ କରନ୍ତି। ଭାରତରେ କିନ୍ତୁ ତାହାର ବ୍ୟତିକ୍ରମ ଦେଖିବାକୁ ମିଳେ। ଏହି ଅଭିଯାନ ନିଶ୍ଚିତ ରୂପେ ରାଜ୍ୟର ବ୍ରାଣ୍ଡ୍‌ଗୁଡ଼ିକୁ ବଡ଼ ପରିଚୟ ପ୍ରଦାନ କରିବାରେ ସହାୟକ ହେବ। ଏହା ଏକ ବହୁତ ଭଲ ଅଭିଯାନ।

from Kanak News
via <a href="https://ifttt.com/?

Design a site like this with WordPress.com
Get started