କୋରାପୁଟର ଜର୍ଟି ଷ୍ଟେସନରେ ମାଲବାହୀ ଟ୍ରେନର ୧୩ବଗି ଲାଇନଚ୍ୟୁତ : ଘଟଣାସ୍ଥଳରେ ରେଲୱେ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି

କନକ ବ୍ୟୁରୋ : ମାଲବାହୀ ଟ୍ରେନ ଲାଇନଚ୍ୟୁତ । କୋରାପୁଟରେ ଘଟିଛି ଏହି ଦୁର୍ଘଟଣା । ଲୁହାପଥର ବୋଝେଇ କରି ମାଲବାହୀ ଟ୍ରେନ କିରଣ୍ଡୁଲୁରୁ ବିଶାଖାପାଟଣା ଯାଉଥିଲା । ଏହି ସମୟରେ କରଟି ନିକଟରେ ୧୩ ବଗି ଲାଇନଚ୍ୟୁତ ହୋଇଛି । କୋରାପୁଟରୁ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଂଚି ଉଧାର କାମ ଜାରି ରଖିଛନ୍ତି । ଜଗଦଲପୁର-କୋରାପୁଟ ମଧ୍ୟରେ ରେଳ ଚଳାଚଳ ବନ୍ଦ ରହିଛି ।

ପ୍ରାପ୍ତ ସୂଚନା ଅନୁସାରେ, ମାଲବାହୀ ଟ୍ରେନ୍‌ କେଭିଏଫ୍‌/୫୦ ମାଲ୍‌ ନେଇ କିରଣ୍ଡଲ୍‌ରୁ ବିଶାଖାପାଟଣା ଯାଉଥିବା ବେଳେ ପାହାନ୍ତା ପ୍ରାୟ ୪.୩୦ ମିନିଟ୍‌ରେ ଧାରଣାଚ୍ୟୁତ ହୋଇଥିଲା । ଧାରଣାଚ୍ୟୁତ ହେବା ଯୋଗୁଁ ଟ୍ରେନ୍‌ର ୧୩ଟି ଓ୍ଵାଗନ୍‌ ପ୍ରଭାବିତ ହୋଇଛି । ଏହି ଦୁର୍ଘଟଣାରେ କେହି ମୃତାହତ ହୋଇ ନଥିବା ଜଣାପଡ଼ିଛି ।

କେବଳ ରେଳ ଧାରଣା ନଷ୍ଟ ହୋଇଥିବାରୁ ଘଟଣାସ୍ଥଳରେ ମରାମତି କାର୍ଯ୍ୟ ଯୁଦ୍ଧକାଳୀନଭିତ୍ତିରେ ଆଗେଇ ଚାଲିଛି । ୨୪ ଘଣ୍ଟା ମଧ୍ୟରେ ମରାମତି କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ବୋଲି ରେଳବାଇ ଅଧିକାରୀମାନେ କହିଛନ୍ତି । ଏହି ମାଲ୍‌ବାହୀ ଟ୍ରେନ୍‌ ପଛେ ପଛେ ଆସୁଥିବା ବିଶାଖାପାଟଣା କିରଣ୍ଡୁଲ୍‌ ଏକ୍ସ୍‍ପ୍ରେସ୍‌ ଟ୍ରେନ୍‌ ସମ୍ପ୍ରତି କୋରାପୁଟରୁ ଫେରିଯାଇଛି ।

from Kanak News
via <a href="https://ifttt.com/?

ମେଲବର୍ଣ୍ଣ ଟେଷ୍ଟରେ ବିଜୟର ଦ୍ୱାରଦେଶରେ ଟିମ ଇଣ୍ଡିଆ : ବିଜୟ ପାଇଁ ଭାରତକୁ ୭୦ ରନର ଟାର୍ଗେଟ; ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସରେ ୨ଶହରେ ଅଲଆଉଟ

କନକ ବ୍ୟୁରୋ : ମେଲବର୍ଣ୍ଣ ଟେଷ୍ଟରେ ବିଜୟର ଦ୍ୱାରରେ ଟିମ୍ ଇଣ୍ଡିଆ । ବିଜୟ ପାଇଁ ଭାରତକୁ ୭୦ ରନର ଟାର୍ଗେଟ ଦେଇଛି କଙ୍ଗାରୁ ଦଳ । ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଙ୍ଗସରେ ୨ଶହ ରନ୍ କରି ଅଲଆଉଟ ହୋଇଛି । ଦିତୀୟ ଇନିଙ୍ଗସରେ ମହମ୍ମଦ ସିରାଜଙ୍କୁ ସର୍ବାଧିକ ୩ୱିକେଟର ସଫଳତା ମିଳିଛି ।

ସେହିପରି୍ ବୁମରା, ରବିଚନ୍ଦ୍ରନ୍ ଅଶ୍ୱିନ୍ ଏବଂ ରବିନ୍ଦ୍ର ଜାଡ଼େଜାଙ୍କୁ ୨ଟି ଲେଖାଏଁ ୱିକେଟ ମିଳଥିଲା ବେଳେ ଉମେଶ ଯାଦବ ମଧ୍ୟ ୧ ୱିକେଟ ହାତେଇଛନ୍ତି । ଅଷ୍ଟ୍ରେଲିଆ ପ୍ରଥମ ଇନିଙ୍ଗସରେ ୧୯୫ ରନ୍ କରିଥିବା ବେଳେ ଭାରତ ୩୨୬ ରନ୍ କରିଥିଲା । ପ୍ରଥମ ଇନିଙ୍ଗସ ଆଧାରରେ ଭାରତ ଅଷ୍ଟ୍ରେଲିଆକୁ ୧୩୧ ରନର ଅଗ୍ରଣୀ ଦେଇଥିଲା । ପ୍ରଥମ ଇନିଙ୍ଗିସରେ ଭାରତ ପକ୍ଷରୁ ଅଧିନାୟକ ରାହାଣେ ସର୍ବାଧିକ ୧୧୨ ରନ୍ କରିଥିଲେ । ଦ୍ୱିତୀୟ ଇନିଙ୍ଗସରେ ଭାରତର ବ୍ୟାଟିଂ ଜାରି ରହିଛି ।

from Kanak News
via <a href="https://ifttt.com/?

ମଣ୍ଡିରୁ ଧାନ କିଣୁନାହାନ୍ତି ମିଲର : ଶୀତ କାକରରେ ଧାନ ଜଗିବାକୁ ବାଧ୍ୟ ହେଉଛନ୍ତି ଚାଷୀ

କନକ ବ୍ୟୁରୋ : କଳାହାଣ୍ଡି ଜିଲ୍ଲାରେ ଏବେ ମଣ୍ଡି ସ୍ଥିତି ଗମ୍ଭୀର । ମଣ୍ଡିରୁ ଉଠୁନି ଧାନ, ଶୀତ କାକରରେ ଧାନକୁ ଜଗି ପଡି ରହିଛି ଚାଷୀ । ହଜାର ହଜାର କୁଇଂଟାଲ ଧାନ ଏବେ ମଣ୍ଡିରେ ପଡିରହିଥିବାରୁ ଚାଷୀ ପଡିଛନ୍ତି ଚିନ୍ତାରେ । କଳାହାଣ୍ଡି ଜିଲ୍ଲାର ବୋଡେନ ବ୍ଲକରେ ଦେଖିବାକୁ ମିଳିଛି ଏପରି ଚିତ୍ର ।

ଯୁଆଡେ ନଜର ବୁଲାଇବେ ଥାକ ମାରି ଥୁଆଯାଇଛି ଶହ ଶହ ବସ୍ତା ଧାନ । ଆଉ ଧାନ ବସ୍ତା ଉପରେ ଘୋଡେଇ ଦିଆଯାଇଛି ଜରି ପାଲ । ଶୀତ କାକରରେ ଏହି ଧାନ ବସ୍ତା ଗୁଡିକୁ ଜଗି ରହିବାକୁ ବାଧ୍ୟ ହେଉଛନ୍ତି ଚାଷୀ । ବର୍ତମାନ ଏପରି କିଛି ଚିତ୍ର ଆସିଛି କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକରୁ । ମଣ୍ଡିରେ ଅଚଳାବସ୍ଥା କାରଣରୁ ଧାନ ବିକ୍ରି କରିପାରୁନି ଚାଷା ପୁଅ । ଆଉ ବାଧ୍ୟ ହୋଇ ବର୍ଷକର ଫସଲକୁ ହାଡଭଙ୍ଗା ଶୀତରେ ଜଗି ରହିବାକୁ ବାଧ୍ୟ ହେଉଛି ।

ଧର୍ମଗଡ ବ୍ଲକ ନନ୍ଦ ଗାଁ ସମବାୟ ସମିତି ଅଧିନରେ ଅଛି ନନ୍ଦ ଗାଁ, ବୋଡେନ, ବଡ ଫୁର୍ଲା ଭଳି ତିନୋଟି ମଣ୍ଡି । ଏହି ମଣ୍ଡିରେ ଧାନ ବିକ୍ରି କରିବାକୁ ଅପେକ୍ଷାରେ ଅଛନ୍ତି ପ୍ରାୟ ୧୫ ଖଣ୍ଡ ଗାଁ ଲୋକ । ୩୯ ହଜାର କୁଇଂଟାଲ ଟାର୍ଗେଟ ଦିଆଯାଇଛି । ଟାର୍ଗେଟ୍ ପୂରଣ ହୋଇଯାଇଥିବା କହି ମିଲର ଆଉ ଧାନ ଉଠାଉନଥିବା ଚାଷୀ ଅଭିଯୋଗ କରିଛନ୍ତି । ଏହାରି ଭିତରେ ଶୀତ କାକରରେ ରାତିରେ ମଣ୍ଡିରେ ନିଆଁ ଜାଳ କରି ଧାନ ଜଗିବାକୁ ବାଧ୍ୟ ହେଉଛନ୍ତି ଚାଷୀ । ଚଳିତ ବର୍ଷ କରୋନା ସହିତ ଲଢେଇ କରି ଚାଷୀ ଯେଉଁ ଧାନ ଅମଳ କରିଛି, ତାକୁ ମଣ୍ଡିରେ ବିକ୍ରି କରିନପାରିବା ଚାଷୀ ପାଇଁ ସୃଷ୍ଟି କରିଛି ନୂଆ ସମସ୍ୟା ।

from Kanak News
via <a href="https://ifttt.com/?

ଦେଶର ୪ଟି ରାଜ୍ୟରେ କୋଭିଡ୍ ଟିକାକରଣର ଡ୍ରାଏ ରନର ଆଜି ଦ୍ୱିତୀୟ ଦିନ : ଆନ୍ଧ୍ରପ୍ରଦେଶ, ଆସାମ, ଗୁଜରାଟ, ପଂଜାବରେ ଶୀତଳଭଣ୍ଡାରରୁ ଟିକା ପରିବହନ ଉପରେ ଫୋକସ୍

କନକ ବ୍ୟୁରୋ : ଦେଶରେ ଦୁଇ ଦିନିଆ କୋଭିଡ୍ ଭାକସିନ୍ ଡ୍ରାଏ ରନର ଆଜି ଦ୍ୱିତୀୟ ଦିନ । ଟିକା କରଣ ପାଇଁ ସରକାରଙ୍କ ପ୍ରସ୍ତୁତିକୁ ପରଖିବା ପାଇଁ ଦେଶର ୪ଟି ରାଜ୍ୟରେ ଆନ୍ଧ୍ରପ୍ରଦେଶ, ଆସାମ, ଗୁଜରାଟ ଓ ପଞ୍ଜାବରେ କୋଭିଡ ଟିକାକରଣର ଡ୍ରାଏ ରନ୍ ଚାଲିଛି । ଡ୍ରାଏ ରନର ଅର୍ଥ ହେଉଛି ପୁରା ଟିକାକରଣ ପ୍ରକ୍ରିୟାର ମକଡ୍ରିଲ କରାଯିବ । ଏକ ଡମି ଭ୍ୟାକସିନ କୋଲ୍ଡ ଷ୍ଟୋରେଜରୁ ବାହାରି ଟିକାଦାନ କେନ୍ଦ୍ର ଯାଏଁ ପହଂଚିଛି । ଏହି ସମୟରେ ଟ୍ରାଫିକ ଭିଡ ଏଡାଇବା, ଭ୍ୟାକିସନର ରିଅଲ ଟାଇମ ମନିଟରିଂ ମଧ୍ୟ ପରଖା ଯାଇଛି । ଦେଶରେ କିଭଳି ହେବ ସମୁହ ଟିକାକରଣ, ତାର ରିହାର୍ସାଲ ଏହି ଡ୍ରାଏ ରନ୍ ଜରିଆରେ ଆରମ୍ଭ ହୋଇଛି ।

ସୋମବାର ଓ ମଙ୍ଗଳବାର ଦୁଇ ଦିନ ଧରି ଆନ୍ଧ୍ରପ୍ରଦେଶ, ଆସାମ, ଗୁଜରାଟ ଓ ପଞ୍ଜାବରେ କୋଭିଡ ଟିକାକରଣର ଡ୍ରାଏ ରନ୍ ଚାଲିବ । ପ୍ରତ୍ୟେକ ରାଜ୍ୟର ଦୁଇଟି ଲେଖାଏଁ ଜିଲ୍ଲାରେ ଚାଲିଛି ଡମି ଟିକାକରଣ । ପ୍ରତ୍ୟେକ ଜିଲ୍ଲାରେ ଅନ୍ୟୁନ ୧୦୦ ଜଣଙ୍କ ପାଇଁ ନିକଟସ୍ଥ ଡିପୋରୁ ଡମି ଟିକା ପହଂଚାଯିବା ପରେ ଏହି ଡମି ଟିକାକରଣ କରାଯାଉଛି । ଡମି ଟିକା, ଟିକାକରଣ କେନ୍ଦ୍ରରେ ପହଁଚିବା ଯାଏଁ ଟିକାର ତାପମାତ୍ରାରୁ ରେକର୍ଡ କରାଯାଉଛି । ଟିକା ନେବା ପରେ ପ୍ରତ୍ୟକ ବ୍ୟକ୍ତି ୩୦ ମିନିଟ୍ ଯାଏଁ ଟିକାକରଣ କେନ୍ଦ୍ରରେ ବସି ରହିବେ । ଏହି ସମୟରେ ଟିକାର ପ୍ରତିକ୍ରିୟା ନେଇ ଯାଂଚ କରାଯାଉଛି ।

କେମିତି ହେଉଛି ଟିକାକରଣର ଡ୍ରାଏ ରନ୍?
ପ୍ରତ୍ୟେକ ଜିଲ୍ଲାରେ ଅନ୍ୟୁନ ୧୦୦ ଜଣଙ୍କ ପାଇଁ ନିକଟସ୍ଥ ଡିପୋରୁ ଡମି ଟିକା ପହଂଚାଯିବ
ଟିକାକରଣ କେନ୍ଦ୍ରରେ ପହଂଚିବା ଯାଏଁ ଟିକାର ତାପମାତ୍ରା ସ୍ଥିର ରଖିବାକୁ ଅନୁଧ୍ୟାନ କରାଯିବ
ଟିକା କିଏ ଓ କେତେବେଳେ ଦେବେ ସେନେଇ ଏସଏମଏସରେ ଆଗୁଆ ସୂଚନା ଦିଆଯିବ
ଟିକା ନେଇଥିବା ବ୍ୟକ୍ତି ୩୦ ମିନିଟ ଧରି ବିଶ୍ରାମ ନେବେ ଓ ତାଙ୍କ ସ୍ୱାସ୍ଥ୍ୟକୁ ଅନୁଧ୍ୟାନ କରାଯିବ

from Kanak News
via <a href="https://ifttt.com/?

ଭାରତରେ ପ୍ରସ୍ତୁତ ହେଲା ୫କୋଟି କୋଭିସିଲ୍ଡ ଭ୍ୟାକସିନ୍ : ସିରମ୍ ଇନଷ୍ଟିଚ୍ୟୁଟ କହିଲା, ଗଚ୍ଛିତ ହୋଇ ରହିଛି ସମସ୍ତ ଟିକା; ପ୍ରସ୍ତୁତ ଟିକାରୁ ୫୦ ପ୍ରତିଶତ ଭାରତ ପାଇଁ ହେବ ବ୍ୟବହାର

କନକ ବ୍ୟୁରୋ : ଭାରତରେ ପ୍ରସ୍ତୁତ ହେଲା ୫ କୋଟି କୋଭିଡ ଭ୍ୟାକସିନ କୋଭିସିଲ୍ଡ । ଏନେଇ ସିରମ ଇନଷ୍ଟିଚ୍ୟୁଟ ପକ୍ଷରୁ ସୂଚନା ଦିଆଯାଇଛି । ସମସ୍ତ ଟିକା ଗଚ୍ଛିତ କରି ରଖାଯାଇଛି । ଏହାକୁ ଭାରତ ସରକାର ଅନୁମୋଦନ ଦେଲା ପରେ ପ୍ରସ୍ତୁତ ଟିକାରୁ ୫୦ପ୍ରତିଶତ ଭାରତ ପାଇଁ ବ୍ୟବହାର ହେବ ବୋଲି ସେରମ ଇନଷ୍ଟିଚ୍ୟୁଟ ସିଇଓ ଅଦର ପୁନାୱାଲା ସୂଚନା ଦେଇଛନ୍ତି ।

ସେ କହିଛନ୍ତି, ଜୁଲାଇ ୨୦୨୧ ସୁଦ୍ଧା ପ୍ରାୟ ୩୦ କୋଟି କୋଭିସିଲ୍ଡ ଡୋଜ ପ୍ରସ୍ତୁତ କରିବ ସିରମ ଇନଷ୍ଟିଚ୍ୟୁଟ । ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଓ ଆଷ୍ଟ୍ରାଜେନେକା ମିଳିତ ଭାବେ ଏହି ଟିକା ପ୍ରସ୍ତୁତ କରୁଛନ୍ତି । ଟିକା ପାଇଁ ଭାରତରେ ସିରମ ଇନଷ୍ଟିଚ୍ୟୁଟ ସହ ଚୁକ୍ତି କରିଛି ଅକ୍ସଫୋର୍ଡ ।

from Kanak News
via <a href="https://ifttt.com/?

ଆସନ୍ତାକାଲି ଠାରୁ ୨ଦିନ ଧରି ମହାପ୍ରଭୁଙ୍କର ଦର୍ଶନ କରିପାରିବେ ପୁରୀ ସହରରେ ରହୁଥିବା ଭଡାଟିଆ, କର୍ମଜୀବୀ ଓ ଛାତ୍ରଛାତ୍ରୀ : ଦର୍ଶନ ଆଗରୁ ସମସ୍ତଙ୍କୁ ମିଳିବ ଟୋକନ୍

କନକ ବ୍ୟୁରୋ : ପୁରୀରେ ଆସନ୍ତାକାଲି ଠାରୁ ଦୁଇ ଦିନ ଧରି ମହାପ୍ରଭୁଙ୍କର ଦର୍ଶନ କରିପାରିବେ ଭଡାଟିଆ , କର୍ମଜୀବୀଙ୍କ ସହ ଛାତ୍ରଛାତ୍ରୀ । ଏଥିପାଇଁ ଡିସେମ୍ୱର ୩୦ ଓ ୩୧ ତାରିଖ ଧାର୍ଯ୍ୟ କରାଯାଇଛି । ପୁରୀରେ ବସବାସ କରୁଥିବା ଭଡାଟିଆ , କର୍ମଜୀବୀ ଓ ଛାତ୍ରଛାତ୍ରୀଙ୍କୁ ମଧ୍ୟ ଟୋକନ୍ ଦିଆଯିବାର ପୁରୀ ମୁନିସିପାଲଟି ପକ୍ଷରୁ ବ୍ୟବସ୍ଥା କରାଯାଇଛି । ସମସ୍ତେ ମାର୍କେଟ ଛକରୁ ଚିରକୁଟ୍ ଦେଖାଇ ପ୍ରବେଶ କରିବେ ।

ଶ୍ରୀମନ୍ଦିର କାର୍ଯ୍ୟାଳୟ ଆଗରେ ସମସ୍ତ ଯାଂଚ ସରିବା ପରେ ବ୍ୟାରିକେଡ୍ ଦେଇ ଶ୍ରୀମନ୍ଦିରକୁ ଦର୍ଶନ କରିବାକୁ ଯିବେ । ଏନେଇ ସୂଚନା ଦେଇଛନ୍ତି ପୁରୀଜିଲ୍ଲାପାଳ ବଲୱନ୍ତ ସିଂ ।  ୩ ତାରିଖ ଠାରୁ ପୁରୀ ବାହାର ଲୋକ ଦର୍ଶନ କରିବାର ବ୍ୟବସ୍ଥା କରାଯାଇଛିି ।

from Kanak News
via <a href="https://ifttt.com/?

ଆଜିଠାରୁ ଖୋଲିଲା ଯାଜପୁର ବିରଜା ମନ୍ଦିର : ସକାଳ ୬ରୁ ସଂଧ୍ୟା ୫ ଟା ଯାଏଁ ଦର୍ଶନ ସୁବିଧା

କନକ ବ୍ୟୁରୋ : ଦୀର୍ଘ ୯ ମାସ ପରେ ଆଜି ଠାରୁ ଖୋଲିଛି  ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ମନ୍ଦିର । ସକାଳ ୬ଟାରୁ ଅପରାହ୍ନ ୫ ଟା ପର୍ଯ୍ୟନ୍ତ ଭକ୍ତମାନେ ମାଙ୍କ ଦର୍ଶନ କରିପାରିବେ । ଏଥିପାଇଁ ବ୍ୟାପକ ବ୍ୟବସ୍ଥା ହୋଇଥିବା ବେଳେ ଅନେକ କଟକଣା ଜାରି କରାଯାଇଛି ।

ଉଭୟ ପୁରୁଷ ଓ ମହିଳା ଶ୍ରଦ୍ଧାଳୁ ଭିନ୍ନଭିନ୍ନ ଧାଡିରେ ଆସି ମାଙ୍କ ଚଣ୍ଡି ମଣ୍ଡପରୁ ବିରଜାଙ୍କ ଦର୍ଶନ କରିବେ ଏବଂ ସିଧା ବାହାରକୁ ପ୍ରସ୍ଥାନ କରିବେ । ମନ୍ଦିର ପରିସରରେ କୌଣସି ଭକ୍ତଙ୍କୁ ରହିବାର ସୁଯୋଗ ଦିଆଯିବ ନାହିଁ । ଭକ୍ତମାନଙ୍କ ଶାନ୍ତିପୂର୍ଣ୍ଣ ଦର୍ଶନ ପାଇଁ ବ୍ୟାରିକେଟର ବ୍ୟବସ୍ଥା କରାଯାଇଛି । ନୂଆବର୍ଷରେ ଅଧିକ ଭିଡ ହେବାର ଆଶଙ୍କା ଥିବାରୁ  ଜାନୁଆରୀ୧,୨ ଓ ୩ ତାରିଖରେ ମନ୍ଦିର ଭକ୍ତମାନଙ୍କ ପାଇଁ ବନ୍ଦ ରହିବାକୁ ନିଷ୍ପତି ନେଇଛି ଜିଲ୍ଲା ପ୍ରଶାସନ ।

from Kanak News
via <a href="https://ifttt.com/?

ତୀବତ ପ୍ରସଙ୍ଗରେ ଚୀନକୁ ଆଉ ଏକ ଶକ୍ତ ଝଟକା ଦେଲେ ଟ୍ରମ୍ପ : ଆମେରିକା କଂଗ୍ରେସରେ ପାରିତ ହେଲା ଆମେରିକାର ତିବତ ଆଇନ୍

କନକ ବ୍ୟୁରୋ : ରାଷ୍ଟ୍ରପତି ଭାବେ କାର୍ଯ୍ୟକାଳ ସରିବା ଆଗରୁ ଚୀନକୁ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ଆଉ ଏକ ଶକ୍ତ ଚାପୁଡା । ଏହି ଚାପୁଡା ଆସିଛି ତୀବତକୁ ନେଇ । ଯାହାକୁ ଆଗାମୀ ରାଷ୍ଟ୍ରପତି ଜୋ ବାଇଡେନ୍ ମଧ୍ୟ ବଦଳାଇବା ସଂହଜ ହେବନି । ଟ୍ରମ୍ପ ଚୀନର ଚେତାବନୀକୁ ଖଣ୍ଡନ କରି , ପରବର୍ତି ଦଲାଇଲାମା ନେଇ ଆଇନରେ ଦସ୍ତଖତ କରିଛନ୍ତି । ଯାହା ପରବର୍ତି ଦଲାଇଲାମା ବାଛିବାରେ ତୀବତୀୟଙ୍କ ଅଧିକାରକୁ ନିଶ୍ଚିତ କରିଛି ।

ଏହି ଆଇନ ଆମେରିକାରେ ଦସ୍ତଖତ ହେବା ପରେ ନିର୍ବାସିତ ଜୀବନ ବିତାଉଥିବା ତୀବତୀୟ ମାନେ ଏହାକୁ ଆଶା ଓ ନ୍ୟାୟର ଶକ୍ତିଶାଳୀ ବାର୍ତା ବୋଲି କହିଛନ୍ତି । ତିବତ ଗତ ସପ୍ତାହରେ ଆମେରିକା କଂଗ୍ରେସ ତିବତ ନୀତି ଏବଂ ସମର୍ଥନ ଆଇନ ପ୍ରଣୟନ କରିବା ପରେ ଏହାକୁ ବିରୋଧ କରିଥିଲା ଚୀନ୍ ବୈଦେଶିକ ମନ୍ତ୍ରାଳୟ । ଚୀନ୍ କହିଥିଲା , ଆମେ ଯୁକ୍ତରାଷ୍ଟ୍ର ଆମେରିକାକୁ ଅନୁରୋଧ କରୁଛୁ, ଚୀନର ଅଭ୍ୟନ୍ତରୀଣ ବ୍ୟାପାରରେ ହସ୍ତ କ୍ଷେପ କରିବାର ପ୍ରୟାସ ବନ୍ଦ କରୁ । ଏହାକୁ ଅଣଦେଖା କରି ଟ୍ରମ୍ପ ନୂଆ ତିବତ ପ୍ରସ୍ତାବରେ ଦସ୍ତଖତ କରି ବିଲ୍ କୁ ଆଇନରେ ପରିଣତ କରିଦେଇଛନ୍ତି । ଆଗାମୀ ଦଲାଇଲାମା ବାଛିବାକୁ ବେଜିଂର ଅନୁମତି ଆବଶ୍ୟକ ବୋଲି ଚୀନ୍ ର ଦାବିକୁ ଏହା ସହିତ ତିବତ୍ ମଧ୍ୟ ପ୍ରତ୍ୟାଖାନ କରିଛି ।

ଆମେରିକାର ଆଇନ ଅନ୍ୟ ଦେଶମାନଙ୍କ ସହ ସମନ୍ୱୟ ରକ୍ଷା କରି ତିବତ୍ ଚୀନ୍ ଉପରେ ଚାପ ପକାଇବାକୁ ଉଦ୍ୟମ କରିବ ନିଶ୍ଚୟ । ୧୯୫୯ରୁ ଦଲାଇଲାମା ଭାରତରେ ନିର୍ବାସିତ ଜୀବନ କାଟୁଛନ୍ତି । ଭାରତରେ ପ୍ରାୟ ୮୦ ହଜାରରୁ ଅଧିକ ଏବଂ ଆମେରିକା ଓ ୟୁରୋପରେ ଦେଢ ଲକ୍ଷ ତୀବତୀୟ ନିର୍ବାସନ ଜୀବନ କାଟୁଛନ୍ତି । ଭାରତ ସହିତ ଲଦାଖରେ ସୀମା ବିବାଦ ଜାରି ରଖିଥିବା ଚୀନ୍ ପାଇଁ ବର୍ତମାନ ଆମେରିକାର ତୀବତକୁ ନେଇ ଏପରି ରାଜନୈତିକ ଗୋଟି ଚାଳନା ତଂଟିରେ କଂଟା ପରି ହେବ ।

from Kanak News
via <a href="https://ifttt.com/?

ଜାନୁଆରୀ ୩୧ ଯାଏଁ ବଢିଲା କୋଭିଡ ଗାଇଡଲାଇନ । କରୋନାର ନୂଆ ଷ୍ଟ୍ରେନ ପାଇଁ ନିଷ୍ପତ୍ତି ନେଲା କେନ୍ଦ୍ର ଗୃହମନ୍ତ୍ରାଳୟ

କନକ ବ୍ୟୁରୋ : ଦେଶରେ କରୋନା ସଂକ୍ରମଣକୁ ରୋକିବା ପାଇଁ ପୂର୍ବରୁ ଲାଗୁ କରାଯାଇଥିବା ଗାଇଡଲାଇନକୁ ଜାନୁୁଆରି ୩୧ ପର୍ୟ୍ୟନ୍ତ ବଳବତ୍ତର ରଖିଛନ୍ତି ‌‌କେନ୍ଦ୍ର ସରକାର। କରୋନାଭାଇରସ୍ ର ନୂଆ ଷ୍ଟ୍ରେନ (ନୂତନ ରୂପ) ଏବେ ସମଗ୍ର ବିଶ୍ବର ଚିନ୍ତା ବଢ଼ାଇଥିବା ବେଳେ ଏ କ୍ଷେତ୍ରରେ ଅଧିକ ସତର୍କ ରହିବାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଗୃହ ମନ୍ତ୍ରାଳୟ ଜାନୁଆରି ୩୧,୨୦୨୧ ପର୍ୟ୍ୟନ୍ତ ପୂର୍ବରୁ ଲାଗୁଥିବା ଗାଇଡଲାଇନକୁ ବଳବତ୍ତର ରଖିବାକୁ ଦେଶର ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦେଇଛନ୍ତି।

https://platform.twitter.com/widgets.js

ଦେଶରେ ସକ୍ରିୟ ଏବଂ ନୂତନ କୋଭିଡ-୧୯ ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ହ୍ରାସ ପାଉଥିଲେ ମଧ୍ୟ ବିଶ୍ବ ସ୍ତରରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏହା ସହ ବ୍ରିଟେନରେ କରୋନାର ନୂଆ ଷ୍ଟ୍ରେନକୁ ଦୃଷ୍ଟିରେ ରଖି ସତର୍କତା ବଜାୟ ରଖିବା ଆବଶ୍ୟକ ବୋଲି ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି। ଏହା ସହ କରୋନା ସଂକ୍ରମଣକୁ ନିୟନ୍ତ୍ରଣରେ ରଖିବା ପାଇଁ ପୂର୍ବରୁ ଯେଉଁ ଏସଓପି ଜାରି କରାଯାଇଥିଲା, ତାକୁ କଡ଼ାକଡ଼ି ପାଳନ କରିବାକୁ କୁହାଯିବା ସହ କଣ୍ଟେଣ୍ଟମେଣ୍ଟ ଜୋନ ଚିହ୍ନଟ କରି ପୂର୍ବ ଭଳି କଟକଣା ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ଗୃହ ମନ୍ତ୍ରାଳୟ।

from Kanak News
via <a href="https://ifttt.com/?

ଉତର ଭାରତରେ ଜାଡର ପ୍ରକୋପ । ହିମାଚଳ ପ୍ରଦେଶ ଓ ଜମ୍ମୁକଶ୍ମୀରରେ ପ୍ରବଳ ତୁଷାରପାତ, ସର୍ତକ କଲା ପାଣିପାଗ ବିଭାଗ ଆସନ୍ତା ୩ଦିନ ଲାଗି ରହିବ ବରଫ ବର୍ଷା ।

କନକ ବ୍ୟୁରୋ : ଥଣ୍ଡାରେ ଥରୁଛି ଉତ୍ତର ଭାରତ । ଦେଶର ଉତ୍ତର ଭାଗରେ ରହିଥିବା ରାଜ୍ୟ ଗୁଡିକରେ ଏବେ ଜାରି ରହିଛି ଶୀତ ଲହରି । ଜମ୍ମୁକଶ୍ମୀର, ହିମାଚଳ ପ୍ରଦେଶ ଓ ଉତରାଖଣ୍ଡ ପରି ରାଜ୍ୟରେ ପ୍ରବଳ ତୁଷାରପାତ ହୋଇଛି । ବରଫ ଚାଦରରେ ଘୋଡେଇ ହୋଇ ରହିଛି ସାରା ଅଂଚଳ ।
ଖସୁଛି ପାରଦ, ଥରୁଛି ଦେଶ । ଦେଶର ଅଧିକାଂଶ ସ୍ଥାନରେ ଶୀତ ଲହରି ଜାରି ରହିଛି । କେଉଁଠି ପ୍ରବଳ ତୁଷାରପାତ ତ ପୁଣି କେଉଁଠି ହାଡଭଙ୍ଗା ଶୀତ ଅନୁଭୂତ ହେଉଛି । ଜମ୍ମୁ କାଶ୍ମୀରର ରଜୌରୀ, ହିମାଚଳ ପ୍ରଦେଶର ସିମଲାରେ ବରଫ ବର୍ଷା ଲାଗି ରହିଛି । ରାସ୍ତାଘାଟଠୁ ଘର ଦ୍ୱାରା ସବୁଠି ଜମିଛି ବରଫର ମୋଟା ଆସ୍ତରଣ । ଧଳା ଚାଦରର ମୋଟା ଆସ୍ତରଣ ପର୍ବତମାଳକୁ ଘୋଡ଼େଇ ରଖିଛି । ନା ନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସ୍ଥାନୀୟ ଲୋକେ । ସେପଟେ ଏହି ବରଫପାତର ମଜା ନେଉଛନ୍ତି ପର୍ଯ୍ୟଟକ । ଆଇଏମଡି ସୂଚନା ଅନୁଯାୟୀ ଆଗାମୀ କିଛି ଦିନ ଦେଶର ଅଧିକାଂଶ ସ୍ଥାନରେ ପାରଦ ଆହୁରି ଖସିବ । ଜମ୍ମୁକାଶ୍ମୀରରେ ପାରଦ ୫ଦଶମିକ ୨ ତଳେ ରହୁଥିବା ବେଳେ ସିମଲାରେ ମଧ୍ୟ ଆଗାମୀ ୩ ଦିନ ବରଫପାତ ହେବାର ଆକଳନ କରିଛି ପାଣିପାଗ ବିଭାଗ । ସେପଟେ ବୈଷ୍ଣୋଦେବୀଙ୍କ ପୀଠରେ ବି ଲାଗିରହିଛି ବରଫ ବର୍ଷା ।

ସେପଟେ ରାଜଧାନୀ ଦିଲ୍ଲୀ ସମେତ ଉତର ଭାରତରେ ଦେଖିବାକୁ ମିଳିଛି ହାଡ଼ଭଙ୍ଗା ଜାଡ଼ର ପ୍ରକୋପ । ଦିଲ୍ଲୀରେ ସର୍ବନିମ୍ନ ତାପାମାତ୍ର ୮ଡିଗ୍ରୀ ସେଲସିୟସ ରେର୍କଡ କରାଯାଇଛି । ରାସ୍ତା ଘାଟ କୁହୁଡ଼ିରେ ଭର୍ତି ହୋଇ ରହୁଛି । ସକାଳୁ ସକାଳୁ ଘରୁ ବାହାରିବା ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି । ପଂଜାବ,ହରିଆଣା,ଦିଲ୍ଲୀ,ଉତରପ୍ରଦେଶ,ରାଜସ୍ଥାନରେ ଭୀଷଣ ଶୀତ ଅନୁଭୂତ ହେଉଛି । କିଏ ନିଆଁ ଜାଳି ତ ଆଉ କିଏ ବ୍ୟାୟାମ କରି ଶୀତର ମୁକାବିଲା କରୁଛନ୍ତି । ଦିଲ୍ଲୀରେ ଆଗକୁ ମଧ୍ୟ ଥଣ୍ଡା ବଢ଼ିବା ନେଇ ସୂଚନା ଦେଇଛି ଆଇଏମଡ଼ି ।

ଜମ୍ମୁକଶ୍ମୀର ଓ ହିମାଚଳ ପ୍ରଦେଶରେ ଜାରି ରହିଛି ପ୍ରବଳ ତୁଷାରପାତ । ଏଠାରେ ଆଗାମୀ ୨ଦିନ ଯାଏଁ ପ୍ରବଳ ତୁଷାରପାତ ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ରାସ୍ତା ଘାଟ, ଘର ଦ୍ୱାର ଯେଉଁଆଡେ ଆଖି ପକାଇଲେ ଖାଲି ବରଫ ଓ ବରଫ ଦେଖିବାକୁ ମିଳୁଛି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started