ରାଜ୍ୟରୁ ୩୨୪ କରୋନା ଆକ୍ରାନ୍ତ ସୁସ୍ଥ । ଏହାସହ ୩ ଲକ୍ଷ ୨୪ ହଜାର ୩୯୨ରେ ପହଞ୍ଚିଲା ସୁସ୍ଥ ସଂଖ୍ୟା ।

କନକ ବ୍ୟୁରୋ: ଆଜି ରାଜ୍ୟରୁ ୩୨୪ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ନୂଆ ସୁସ୍ଥଙ୍କୁ ମିଶାଇଲେ ରାଜ୍ୟରୁ ଏଯାବତ ୩୨୪୩୯୨ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ଆଜି ଖୋର୍ଧାରୁ ୩୪ଜଣ, ସୁନ୍ଦରଗଡ଼ରୁ ୩୧ଜଣ, ବାଲେଶ୍ବରରୁ ୨୬ଜଣ, ସମ୍ବଲପୁରରୁ ୨୫ଜଣ, ମୟୁରଭଞ୍ଜରୁ ୨୨ଜଣ, ପୁରୀରୁ ୨୨ଜଣ, ଅନୁଗୁଳରୁ ୨୦ଜଣ, ବରଗଡ଼ରୁ ୧୭ଜଣ, କଟକରୁ ୧୭ଜଣ, ନୂଆପଡ଼ାରୁ ୧୧ଜଣ, ଯାଜପୁରରୁ ୧୦ଜଣ,କେନ୍ଦ୍ରାପଡ଼ାରୁ ୧୦ଜଣ, ଗଞ୍ଜାମରୁ ୮ଜଣ, ଭଦ୍ରକରୁ ୭ଜଣ, ବଲାଙ୍ଗୀରରୁ ୭ଜଣ, ଜଗତସିଂହପୁରରୁ ୭ଜଣ, ଝାରସୁଗୁଡ଼ାରୁ ୭ଜଣ, କେନ୍ଦୁଝରରୁ ୭ଜଣ, କଳାହାଣ୍ଡିରୁ ୫ଜଣ, ନବରଙ୍ଗପୁରରୁ ୪ଜଣ, ବୌଦ୍ଧରୁ ୩ଜଣ, ଢ଼େଙ୍କାନାଳରୁ ୩ଜଣ, ନୟାଗଡ଼ରୁ ୩ଜଣ, ଗଜପତିରୁ ୨ଜଣ, ମାଲକାନଗିରିରୁ ଜଣେ, ରାୟଗଡ଼ାରୁ ଜଣେ, ସୁବର୍ଣ୍ଣପୁରରୁ ଜଣେ ଓ ଷ୍ଟେଟପୁଲରୁ ୧୩ଜଣ ଲେଖାଏଁ କରୋନା ଆକ୍ରାନ୍ତ ଆଜି ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

from Kanak News
via <a href="https://ifttt.com/?

ବିହାରରେ ଜେଡିୟୁ ଓ ବିଜେପି ଭିତରେ ବଢୁଛି ତିକ୍ତତା ।  ବିଜେପିରେ ଜେଡ଼ିୟୁ ନେତା ସାମିଲ ହେବାକୁ ଗ୍ରହଣ କରିପାରୁନାହାନ୍ତି ନୀତିଶ କୁମାର,  ନୀତିଶଙ୍କ ବଡ ବୟାନ, କହିଲେ, ମୁଖ୍ୟମନ୍ତ୍ରୀ ହେବାର ନାହିଁ ଇଚ୍ଛା ।

କନକ ବ୍ୟୁରୋ : ବିହାରରେ ଜେଡିୟୁ ଓ ବିଜେପି ଭିତରେ ବଢୁଛି ତିକ୍ତତା । ଅରୁଣାଚଳରେ ଜେଡିୟୁ ନେତା ଦଳ ଛାଡି ବିଜେପିରେ ସାମିଲ ହେବା ଘଟଣାକୁ ସହଜରେ ଗ୍ରହଣ କରିପାରିନାହିଁ ନୀତିଶ ସରକାର । ଏପରିକି ବଡ ବୟାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ମୁଖ୍ୟମନ୍ତ୍ରୀ ହେବାର ତାଙ୍କର ଇଚ୍ଛା ନାହିଁ ଓ ବିଜେପି ଚାହିଁଲେ ଆଉ କାହାକୁ ମୁଖ୍ୟମନ୍ତ୍ରୀ ବନାଇପାରେ ବୋଲି କହିଛନ୍ତି । ସେପଟେ ନୀତିଶ କୁମାରଙ୍କ ନେତୃତ୍ୱରେ ବିହାରରେ ୫ବର୍ଷ ସରକାର ଚାଲିବ ବୋଲି କହିଛନ୍ତି ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଳ ମୋଦୀ ।

ବିହାରରେ ଜେଡିୟୁ ଓ ବିଜେପି ଭିତରେ ତିକ୍ତତା ବଢିବାରେ ଲାଗିଛି । ଅରୁଣାଚଳରେ ଜେଡିୟୁ ନେତା ଦଳ ଛାଡି ବିଜେପିରେ ସାମିଲ ହେବା ପରେ ବିହାରରେ ରାଜନୈତିକ ଝଡ ଉଠିଛି । ନୀତିଶ କୁମାର ବଡ ବୟାନ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ହେବାର ତାଙ୍କର ଇଚ୍ଛା ନାହିଁ ଓ ବିଜେପି ଚାହିଁଲେ ଆଉ କାହାକୁ ମୁଖ୍ୟମନ୍ତ୍ରୀ ବନାଇପାରେ ବୋଲି କହିଛନ୍ତି ନୀତିଶ କୁମାର । ଅରୁଣାଚଳ ପ୍ରଦେଶର ୬ ଜେଡିୟୁ ବିଧାୟକ ବିଜେପିରେ ମିଶିବା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ନୀତିଶ କୁମାର । ଜେଡିୟୁର ନୂଆ ଅଧ୍ୟକ୍ଷ ରାଜ୍ୟସଭା ସାଂସଦ ଆରସିପି ସିଂଙ୍କ ନାଁ ଘୋଷଣା କରିବା ପରେ ନୀତିଶ ଏଭଳି ଅସନ୍ତୋଷ ପ୍ରକାଶ କରିଛନ୍ତି । ନୀତିଶ କହିଛନ୍ତି, ମୋର ମୁଖ୍ୟମନ୍ତ୍ରୀ ହେବାର ଇଚ୍ଛା ନାହିଁ । ବାଧ୍ୟ ହୋଇ ମୁଖ୍ୟମନ୍ତ୍ରୀ ଆସନରେ ବସିଛି । ବିଜେପିକୁ ଜନାଦେଶ ମିଳିଛି । ଯଦି ଆଉ କେହି ମୁଖ୍ୟମନ୍ତ୍ରୀ ଆସନରେ ବସିବେ ତାହେଲେ ମୋର କୌଣସି ଆପତ୍ତି ନାହିଁ । ବିଜେପି ନିଜର ମୁଖ୍ୟମନ୍ତ୍ରୀ ଚୟନ କରୁ । ସେପଟେ ଜେଡିୟୁ ନେତା ବିଜେପିରେ ସାମିଲ ହେବା ଘଟଣାରେ ବିଜେପିକୁ ଟାର୍ଗେଟ କରିଛି ଜନତା ଦଳ ୟୁନାଇଟେଡ ।

ଅରୁଣାଚଳ ପ୍ରଦେଶରେ ଜେଡିୟୁ ନେତା ବିଜେପିରେ ମିଶିବା ପରେ ଏହାର ପ୍ରଭାବ ସିଧାସଳଖ ବିହାର ରାଜନୀତି ଉପରେ ପଡୁଥିବାର ଦେଖିବାକୁ ମିଳିଛି । ଜେଡିୟୁ ନେତା ବିଜେପି ଶିବିରରେ ସାମିଲ ହେବା ଘଟଣାକୁ ସହଜରେ ଗ୍ରହଣ କରିପାରିନାହିଁ ଜେଡିୟୁ । ଦଳର ନବନିର୍ବାଚିତ ଅଧ୍ୟକ୍ଷ ଆରସିପି ସିଂ ବିଜେପିକୁ ଟାର୍ଗେଟ କରି କହିଛନ୍ତି ଯେ ଜେଡିୟୁ କେବେହେଲେ କାହା ସହ ବିଶ୍ୱାସଘାତକତା କରିନାହିଁ । ସେପଟେ ନୀତିଶ କୁମାରଙ୍କ ନେତୃତ୍ୱରେ ବିହାରରେ ୫ବର୍ଷ ସରକାର ଚାଲିବ ବୋଲି କହିଛନ୍ତି ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଳ ମୋଦୀ ।

ଜେଡିୟୁ ନେତାଙ୍କୁ ବିଜେପିରେ ସାମିଲ କରିବା ଘଟଣାରେ ଅସନ୍ତୋଷ ପ୍ରକାଶ କରିଛନ୍ତି ଜେଡିୟୁର ବରିଷ୍ଠ ନେତା । ଏହି ଘଟଣାକୁ ସହଜରେ ଗ୍ରହଣ କରିପାରିନାହିଁ ଦଳ । ସେପଟେ ତାମିଲନାଡୁରେ ମଧ୍ୟ ବିଜେପି ଓ ଏଆଇଏଡିଏମକେ ମଧ୍ୟରେ ଫାଟ ଦେଖାଦେଇଛି । ଏଆଇଏଡିଏମକେ କ୍ଷମତାକୁ ଆସିଲେ ବିଜେପିକୁ ସରକାରରେ ସାମିଲ କରାଯିବ ନାହିଁ । ଏବଂ କେ.ପଲାନୀସ୍ୱାମୀଙ୍କୁ ଆଗାମୀ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଭାବେ ବିଜେପିକୁ ସ୍ୱୀକାର କରିବାକୁ ପଡିବ ଓ ଦଳର ସର୍ତରେ ରହି ବିଜେପିକୁ କାର୍ଯ୍ୟ କରିବାକୁ ପଡିବ ବୋଲି ଏଆଇଏଡିଏମକେ ଉପସଭାପତି କେପି ମୁନୁସ୍ୱାମୀ କହିଛନ୍ତି ।

from Kanak News
via <a href="https://ifttt.com/?

ଚର୍ଚ୍ଚାରେ ଓଡ଼ିଶା ମୋ ପରିବାରର ଆବାହକ ଅରୁପ ପଟ୍ଟନାୟକଙ୍କ ଭାଷଣ । ବିଜେଡି ପ୍ରତିଷ୍ଠା ଦିବସରେ କହିଥିଲେ, ଥାନା ଓ ଡାକ୍ତରଖାନାରେ ବିନା ଚିହ୍ନା-ପରିଚୟରେ ହେବନି କାମ । 

କନକ ବ୍ୟୁରୋ :  ବିଜେଡି ନେତା ଅରୁପ ପଟ୍ଟନାୟକଙ୍କ ବୟାନକୁ ନେଇ ବିବାଦ । ଖୋର୍ଦ୍ଧାର ଏକ କାର୍ଯ୍ୟକ୍ରମରେ ଅରୁପ କହିଥିଲେ,  ଅନେକ ସମୟରେ ଥାନାକୁ ଗଲେ ମାମଲା ରୁଜୁ ହୁଏ ନାହିଁ, ଏବଂ ଡାକ୍ତରଖାନା ଗଲେ ଗୋଟିଏ ଗୋଡ ଖରାପ ଥିଲେ ଅନ୍ୟ ଗୋଡଟି କାଟି ଦିଆଯାଏ, ତେଣୁ ଜନତା ସହ ଥାନା କିମ୍ବା ଡାକ୍ତରଖାନାରେ ଆବଶ୍ୟକ ସେବା ଦେବା ପାଇଁ ମୋ ପରିବାରର ଜଣେ ବ୍ୟକ୍ତି  ସହାୟତା କରିବ । ସେପଟେ ବିଜେପି ନେତା ଗୋଲକ ମହାପାତ୍ର କହିଛନ୍ତି ଏହା ଦୁଃଖ ଲାଗିବା କଥା, ଯେ ରାଜ୍ୟ ସରକାର ମାନୁଛନ୍ତି ମଧ୍ୟସ୍ଥତା ନହେଲେ ରାଜ୍ୟ ଚଳି ପାରିବ ନାହିଁ ।

ଅବସର ଥିଲା, ବିଜେଡିର ପ୍ରତିଷ୍ଠା ଦିବସ । ଖୋର୍ଦ୍ଧାରେ ଦଳୀୟ କାର୍ଯ୍ୟକ୍ରମରେ ଭାଷଣ ରଖୁଥିଲେ ଓଡ଼ିଶା ମୋ ପରିବାରର ଆବାହାକ ତଥା ବରିଷ୍ଠ ବିଜେଡି ନେତା ଅରୁପ ପଟ୍ଟନାୟକ । ଦଳୀୟ କର୍ମୀଙ୍କୁ ଉତ୍ସାହିତ କରିବାକୁ ଯାଇ ଅରୁପ ଥାନା ଓ ଡାକ୍ତରଖାନା ସମ୍ପର୍କରେ ଏଭଳି କିଛି ମନ୍ତବ୍ୟ ରଖିଛନ୍ତି ଯାହା ଓଡ଼ିଶା ରାଜନୀତିରେ ଝଡ଼ ସୃଷ୍ଟି କରିଛି । ଥାନା କିମ୍ବା ଡାକ୍ତରଖାନାରେ ଚିହ୍ନା ପରିଚୟ ଦରକାର । ଚିହ୍ନା ପରିଚୟ ନଥିଲେ କିଛି ପରିପାରିବେ ନାହିଁ ବୋଲି କହିବା ସହ ଓଡ଼ିଶା ମୋ ପରିବାର ସଦସ୍ୟମାନେ ଲୋକଙ୍କ ପାଇଁ କାମ କରିବେ ବୋଲି କହିଛନ୍ତି ଅରୁପ ପଟ୍ଟନାୟକ । ସେହିପରି ଓଡ଼ିଶାରେ କ୍ୟାନସର୍ ଚିକିତ୍ସାକୁ ନେଇ ମଧ୍ୟ ନିଜ ବୟାନ ରଖିଛନ୍ତି ।

ଅରୁପ ପଟ୍ଟନାୟକଙ୍କ ଏହି ବୟାନକୁ ନେଇ ଏବେ ରାଜନୀତି ତେଜିଛି । ବିଜେଡି ନେତାଙ୍କୁ ଘେରିଛନ୍ତି ବିରୋଧୀ । ବିଜେପି ନେତା ଗୋଲକ ମହାପାତ୍ର କହିଛନ୍ତି, ଦୁଃଖ ଲାଗିବା କଥା ଯେ ଲମ୍ବା ଶାସନ କରିବା ପରେ ବି ମଧ୍ୟସ୍ଥତା ନହେଲେ କାମ ହୋଇପାରିବନି ଏକଥା ବିଜେଡି ନେତା ମାନୁଛନ୍ତି । ସେହିଭଳି କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, କଣ ଯୁଆଡେ ଯିବ ସେମାନଙ୍କ ଲୋକଙ୍କୁ ଲାଞ୍ଚ ଦେବାକୁ ପଡିବ । ତେବେ ଅରୁପ ପଟ୍ଟନାୟକଙ୍କ ବୟାନକୁ ନେଇ ବିରୋଧୀ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରୁଥିବା ବେଳେ ବିଜେଡି ପ୍ରତିଷ୍ଠା ଦିବସରେ ଅରୁପ ରଖିଥିବା ବୟାନ ଉପରେ କୌଣସି ସ୍ପଷ୍ଟିକରଣ ମିଳିପାରିନାହିଁ ।

from Kanak News
via <a href="https://ifttt.com/?

ସରକାରୀ ବାବୁ ବୋଲି କଣ କିଛି ମାନିବନି… । ନିୟମ ଉଲ୍ଲଂଘନ କରି ମହାପ୍ରଭୁଙ୍କ ଦର୍ଶନ କଲେ ସତ୍ୟବାଦୀ ତହସିଲଦାରଙ୍କ ପରିବାର, ପୁଲିସ୍ ଅଟକାଇଲା, ହେଲେ ଖାତିର୍ କଲେନି ମାଜିଷ୍ଟ୍ରେଟ୍ ।

କନକ ବ୍ୟୁରୋ : ବଡବାବୁଙ୍କ ଦିଅଁ ଦର୍ଶନକୁ ନେଇ ବିବାଦ । ଶ୍ରୀମନ୍ଦିର ପ୍ରଶାସନର ନିୟମାବଳୀକୁ  ଅବମାନନା କରି ମନ୍ଦିର ଭିତରେ ପ୍ରବେଶ କରି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ଜଣେ ପ୍ରଶାସନିକ ଅଧିକାରୀ । ସାଧାରଣ ଲୋକ ଆବଶ୍ୟକୀୟ ଡକ୍ୟୁମେଂଟ ଦେଖାଇ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି । କିନ୍ତୁ ସତ୍ୟବାଦୀ ତହସିଲଦାର ମନୋଜ ନାୟକ, ପରିବାର ସହ ଶ୍ରୀମନ୍ଦିର ପ୍ରବେଶ କରିଥିଲେ ।

ଆବଶ୍ୟକ କାଗଜପତ୍ର ଦେଖାଇ ପୁରୀ ପୌରସଂସ୍ଥାର ବିଭିନ୍ନ ୱାର୍ଡର ହଜାର ହଜାର ଭକ୍ତ ଶୃଙ୍ଖଳିତ ଭାବେ ମହାପ୍ରଭୁଙ୍କ ଦର୍ଶନ କରୁଥିବା ବେଳେ ଏହି ପ୍ରଶାସନିକ ଅଧିକାରୀଙ୍କ ପରିବାର କିପରି ମନ୍ଦିର ଭିତରେ ପ୍ରବେଶ କଲେ ଏବେ ତାକୁ ନେଇ ଉଠିଛି ପ୍ରଶ୍ନ । ମନ୍ଦିର ପ୍ରବେଶ ନିୟମକୁ ଉଲ୍ଲଙ୍ଘନ କରି ମନ୍ଦିର ଭିତରକୁ ଯାଇଥିବା ଏହି ଅଧିକାରୀ ଜଣଙ୍କ ହେଉଛନ୍ତି ସତ୍ୟବାଦୀ ତହସିଲଦାର ମନୋଜ ନାୟକ । ଶ୍ରୀମନ୍ଦିର ଉତର ଦ୍ୱାର ଦେଇ ନିଜ ପରିବାର ସହିତ ମନ୍ଦିର ମଧ୍ୟକୁ ପ୍ରବେଶ କରିଥିଲେ । ପୁଲିସ ଅଟକାଇବାକୁ ଚେଷ୍ଟା କରିିଲେ ମଧ୍ୟ ମାନିନଥିଲେ ସତ୍ୟବାଦୀ ତହସିଲଦାର ।

ଆସନ୍ତା ୩୦ ଓ ୩୧ ତାରିଖରେ ପୁରୀ ବାସୀଙ୍କ ସହ ପୁରୀରେ ରହୁଥିବା କର୍ମଜୀବୀ ଓ ଭଡାଟିଆଙ୍କୁ ଦର୍ଶନ ପାଇଁ ସୁଯୋଗ ମିଳିବ । ତେବେ ଏଥିପାଇଁ ସେମାନଙ୍କୁ ପ୍ରମାଣ ପତ୍ର ଦେଖାଇବାକୁ ପଡିବ । । କିନ୍ତୁ ଏସଓପିକୁ ଉଂଲଘନ କରୀ ସତ୍ୟବାଦୀ ତହସିଲଦାର ନିଜ ପରିବାର ସହିତ ମହାପ୍ରଭୁଙ୍କ ଦର୍ଶନ କରିବା କେତେଦୂର ଆଇନସଂଗତ ତାକୁ ନେଇ ପ୍ରଶ୍ନ ଉଠିଛି । ଜିଲ୍ଲାପାଳ କହିଛନ୍ତି ସରକାରୀ ଅଧିକାରୀଙ୍କୁ ଦର୍ଶନ ପାଇଁ ଆଗକୁ ଚିରିକୁଟି ଦିଆଯିବ । କିନ୍ତୁ ଏହା ପୂର୍ବରୁ ତହସିଲଦାର ଏଭଳି ପରିବାର ସହ ମନ୍ଦିରରେ ପ୍ରବେଶ କରିବା କେତେଦୂର ସମିଚୀନ ସେନେଇ ପ୍ରଶ୍ନ ଉଠିଛି ।

 

from Kanak News
via <a href="https://ifttt.com/?

ଜାନୁୟାରୀ ସୁଦ୍ଧା ଭାରତକୁ ମିଳିପାରେ ଆଷ୍ଟ୍ରେଜେନିକା ଟିକା । ଟିକାକରଣ ପ୍ରକ୍ରିୟା ତଦାରଖ କରିବା ପାଇଁ ୪ଟି ରାଜ୍ୟରେ ଆରମ୍ଭ ହେଲା ପ୍ରାକ୍-ଅଭ୍ୟାସ, ବିଶେଷଜ୍ଞ ଡାକ୍ତର କହିଲେ, କରୋନାର ନୂଆ ଷ୍ଟ୍ରେନକୁ ପ୍ରତିହତ କରିପାରିବ ଟିକା ।

କନକ ବ୍ୟୁରୋ : ଜାନୁୟାରୀରୁ କୋଭିଡ ଟିକାକରଣ ଆରମ୍ଭ କରିପାରନ୍ତି ଭାରତ ସରକାର । ସେଇଥି ପାଇଁ ଆଜିଠୁ ୪ଟି ରାଜ୍ୟରେ ଡ୍ରାଏ ରନ ଆରମ୍ଭ ହୋଇଛି । ଏହି ପ୍ରାକ ଅଭ୍ୟାସରେ ଭାରତ ଭଳି ବିଶାଳ ଦେଶରେ ସମୂହ ଟିକା ପାଇଁ କରାଯାଇଥିବା ପ୍ରସ୍ତୁତି କେତେ ଫଳପ୍ରଦ ତାହାର ପରୀକ୍ଷା ବି ହୋଇଯିବ । ଆସନ୍ତା ସପ୍ତାହ ସୁଦ୍ଧା ଭାରତରେ ଆଷ୍ଟାଜେନିକା ଟିକା ବ୍ୟବହାର ପାଇଁ ଅନୁମତି ମିଳିପାରେ । ତେଣୁ ଏବେଠୁ ଟିକା ଦେବାର ପ୍ରସ୍ତୁତି ଯାଞ୍ଚ ଆରମ୍ଭ ହୋଇଯାଇଛି ।

ଭାରତ ସରକାର ଜାନୁୟାରୀ ମାସରୁ ଦେଶରେ କରୋନା ଟିକା ଦେବା ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଛନ୍ତି । ତେଣୁ ଟିକା କରଣ ପାଇଁ ସରକାରଙ୍କ ପ୍ରସ୍ତୁତିକୁ ପରଖିବା ପାଇଁ ୪ଟି ରାଜ୍ୟରେ ଡ୍ରାଏ ରନ ଆରମ୍ଭ ହୋଇଛି । ଡ୍ରାଏ ରନର ଅର୍ଥ ହେଉଛି ପୁରା ଟିକାକରଣ ପ୍ରକ୍ରିୟାର ମକଡ୍ରିଲ କରାଯିବ । ଏକ ଡମି ଭ୍ୟାକସିନ କୋଲ୍ଡ ଷ୍ଟୋରେଜରୁ ବାହାରି ଟିକାଦାନ କେନ୍ଦ୍ର ଯାଏଁ ପହଞ୍ଚିବ । ଏହି ସମୟରେ ଟ୍ରାଫିକ୍ ଭିଡ ଏଡାଇବା, ଭ୍ୟାକିସନର ରିଅଲ ଟାଇମ ମନିଟରିଂ ମଧ୍ୟ ପରଖା ଯିବ ।

ଆନ୍ଧ୍ରପ୍ରଦେଶ, ଆସାମ, ଗୁଜୁରାଟ ଓ ପଞ୍ଜାବର ଦୁଇଟି ଲେଖାଏଁ ଜିଲ୍ଲାରେ ଡିସେମ୍ବର ୨୮ ଓ ୨୯ ତାରିଖ ଦୁଇ ଦିନ ଏହି ଡ୍ରାଏ ରନ ବା ଟିକାକରଣର ମକଡ୍ରିଲ ଚାଲିବ । ଏହି ଡ୍ରାଏ ରନ ବା ରିହର୍ସଲ ଜରିଆରେ କୋଭିଡ ଟିକା ଦେବା ପାଇଁ ସରକାର କରିଥିବା ପ୍ରସ୍ତୁତି କେତେ ଫଳପ୍ରଦ ତାହା ପରୀକ୍ଷା କରାଯିବ ।

ଗୋଟିଏ ପଟେ ଭାରତରେ ଟିକାକରଣ ପାଇଁ ଡ୍ରାଏ ରନ ଚାଲିଛି, ଅନ୍ୟପଟେ ଆମେରିକା, ବ୍ରିଟେନ, ଫ୍ରାନ୍ସ, ଚୀନ, ରୁଷିଆ, ୟୁଏଇରେ ନାଗରିକଙ୍କୁ କୋଭିଡ ଟିକା ଦିଆଯାଉଛି । ଏପଟେ ଆଷ୍ଟ୍ରାଜେନିକା, ଭାରତରେ ଟିକା ବ୍ୟବହାର ପାଇଁ ସରକାରଙ୍କ ଅନୁମତି ଲୋଡିଥିବାରୁ ଦେଶରେ ଜାନୁୟାରୀ ସୁଦ୍ଧା ଟିକାକରଣ ଆରମ୍ଭ ହେବ ବୋଲି ଆଶା କରାଯାଉଛି । ଭାରତକୁ ମିଳିବାକୁ ଥିବା ସେରମ ଇନଷ୍ଟିଚ୍ୟୁଟ ଓ ଅକ୍ସଫୋର୍ଡ ପ୍ରସ୍ତୁତ ଟିକାର ନାମ କୋଭାସିଲଡ ରଖାଯାଇଛି । ଏହି ଟିକା ୯୫ ପ୍ରତିଶତ ଫଳପ୍ରଦ ଓ ନୂଆ ଷ୍ଟ୍ରେନକୁ ରୋକିବାକୁ ସକ୍ଷମ ବୋଲି ଦାବି କରିଛି ଅଷ୍ଟ୍ରାଜେନିକା ।  ଭାରତ ଭଳି ଏକ ବିଶାଳ ଦେଶରେ ପ୍ରଥମ ଦଫାରେ ୩୦କୋଟି ଲୋକଙ୍କୁ ଟିକା ଦେବା ପାଇଁ ତାଲିକା କରାଯାଇଛି । ଟିକାକରଣ ପାଇଁ ପୂର୍ବରୁ ୭ ହଜାର କର୍ମଚାରୀଙ୍କୁ ତାଲିମ ଦିଆଯାଇଛି ।

from Kanak News
via <a href="https://ifttt.com/?

ଜିରୋ ନାଇଟ୍ ସେଲିବ୍ରେସନ୍ ଉପରେ କଟକଣା । ହୋଟେଲ, କ୍ଲବ୍ରେ ହୋଇପାରିବ ନାହିଁ ନୂଆବର୍ଷ ଉତ୍ସବ ପାଳନ, ଭୁବନେଶ୍ୱରରେ ଜଗିବେ ୨୦ ପ୍ଲାଟୁନ୍ ଫୋର୍ସ, କଟକରେ ୨୫ ପ୍ଲାଟୁନ୍

କନକ ବ୍ୟୁରୋ : ଏହିବର୍ଷ ଦେଖିବାକୁ ମିଳିବନି ଏ ଚିତ୍ର । ଚଳିତ ବର୍ଷ କୋଭିଡ କଟକଣା କାରଣରୁ ହୋଟେଲରେ ହେବ ନାହିଁ ଜିରୋ ନାଇଟ ସେଲିବ୍ରେସନ । ମ୍ୟୁଜିକ ବାଜିବନି । ନାଚଗୀତ ହେବ ନାହିଁ । ସରକାରୀ ଗାଇଡଲାଇନ ଅନୁସାରେ କୌଣସି ପ୍ରକାର ସୋସିଆଲ ଗାଦରିଂ ଉପରେ ମଧ୍ୟ ରୋକ ଲାଗିଛି । ହୋଟେଲ, କ୍ଲବରେ ପାଳନ ହୋଇପାରିବ ନାହିଁ ନୂଆବର୍ଷ ଉତ୍ସବ । ଲୋକେ ଘରେ ରହି ନୂଆବର୍ଷ ମନେଇ ପାରିବେ । ପୁରା ସହର ଉପରେ ନଜର ରଖିବ ବିଏମସି ସ୍କ୍ୱାର୍ଡ ।

ଜିରୋ ନାଇଟ ସେଲିବ୍ରେସନ ଉପରେ କଟକଣା ଲାଗିଥିବାରୁ ଟୁଇନ ସିଟି ଉପରେ କଡା ନଜର ରଖିବ ପୋଲିସ ସ୍କ୍ୱାର୍ଡ ।
-ଭୁବନେଶ୍ୱରରେ ପାଖାପାଖି ୨୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ ।
-ହୋଟେଲ ଏବଂ କ୍ଲବ ଗୁଡିକରେ ସରପ୍ରାଇଜ୍ ଚେକିଂ କରାଯିବ ।
-୩୧ ତାରିଖ ବିଳମ୍ବିତ ରାତି ପର୍ଯ୍ୟନ୍ତ ପାଟ୍ରୋଲିଂକୁ କଡାକଡି କରାଯାଇଛି ।
-କଟକରେ ୩୧ ତାରିଖ ଏବଂ ୧ ତାରିଖରେ ୨୫ପ୍ଲାଟୁନ ଫୋର୍ସ ସୁରକ୍ଷା ଦାୟିତ୍ୱରେ ରହିବେ ।
-୪୦ ଅଫିସର ପୁରା ବ୍ୟବସ୍ଥାକୁ ଅନୁଧ୍ୟାନ କରିବେ
-ରାସ୍ତା ଉପରେ ଲୋକେ କିପରି ଏକାଠି ନ ହେବେ, ନଜର ରଖିବେ ଥାନା ଅଧିରାରୀ
-ଗଳିକନ୍ଦିରେ ମୁତୟନ ହେବ ପିସିଆର ଭ୍ୟାନ

ନୂଆବର୍ଷ ପାଇଁ ସରକାରଙ୍କ ଏହି ନିଷ୍ପତିକୁ ହୋଟେଲ ସଂଘ ସ୍ୱାଗତ କରିବା ସହିତ ସହଯୋଗର ହାତ ବଢାଇଛି । ଜନସାଧାରଣଙ୍କ ବୃହତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ହୋଟେଲ ଗୁଡିକରେ କଟକଣାକୁ ପାଳନ କରାଯିବ ବୋଲି ହୋଟେଲ ସଂଘ କହିଥିବା ବେଳେ ପରିବାର ସହିତ କୋଭିଡ ନିୟମ ମାନି ଲୋକେ ରେଷ୍ଟୁରାଂଟକୁ ଖାଇବା ପାଇଁ ଆସିପାରିବେ ।

from Kanak News
via <a href="https://ifttt.com/?

ମହିଳା ସଂରକ୍ଷଣ ପ୍ରସଙ୍ଗରେ ବିଜେଡି-ବିଜେପି ଟ୍ୱିଟର ୱାର । ପ୍ରଣବ ପ୍ରକାଶଙ୍କ ପ୍ରତିକ୍ରିୟା ନେଇ ପ୍ରଶ୍ନ ଉଠାଇଲେ ଲେଖାଶ୍ରୀ ଏବଂ ପ୍ରଦୀପ୍ତ ନାୟକ ।

କନକ ବ୍ୟୁରୋ : ହୁଏତ ଦୀର୍ଘ ଦିନର ବ୍ୟବଧାନ ପରେ କୌଣସି ପ୍ରସଙ୍ଗରେ ସିଧାସଳଖ ମୁହାଁମୁହିଁ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଜେଡି ପ୍ରତିଷ୍ଠା ଦିବସରେ ବିଜେଡି ସୁପ୍ରିମୋ ରଖିଥିବା ବୟାନର ତୁରନ୍ତ ପ୍ରତିକ୍ରିୟା ଆସିଥିଲା, ଯେତେବେଳେ ବିଜେପିର ପୋଷ୍ଟର ବୟ ଢ଼େଙ୍କାନାଳରେ ଚାଷୀ ସମାବେଶ କରୁଥିଲେ । ପ୍ରସଙ୍ଗ ଥିଲା- ମହିଳା ସଂରକ୍ଷଣ ।

ସଂସଦ ଓ ବିଧାନସଭାରେ ୩୩% ପ୍ରତିଶତ ମହିଳା ସଂରକ୍ଷଣ ପ୍ରସଙ୍ଗକୁ ନେଇ ଦୁଇ ତୁଙ୍ଗ ନେତାଙ୍କ ବୟାନବାଜୀ କିନ୍ତୁ ଏତିକିରେ ସୀମିତ ରହି ନାହିଁ । ନିଜ ନିଜ ନେତାଙ୍କ କଥାକୁ ପ୍ରମାଣିତ କରିବା ପାଇଁ ଆରମ୍ଭ ହୋଇଯାଇଛି ବିଜେଡି-ବିଜେପି ଟ୍ୱିଟର ୱାର । ଜାତୀୟ ଦଳଗୁଡ଼ିକୁ ମୁଖ୍ୟମନ୍ତ୍ରୀଙ୍କ ଆଟାକ୍, ପରେ ପରେ କେନ୍ଦ୍ରମନ୍ତ୍ରୀଙ୍କ କାଉଂଟର ଆଟାକ୍ ଭିତରେ ସାମ୍ନାକୁ ଆସିଲା, ବିଜେଡି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଟ୍ୱିଟ୍ । ଯେଉଁଥିରେ ସେ ଲେଖିଥିଲେ-

ଆମ ମୁଖ୍ୟମନ୍ତ୍ରୀ ଚାହାଁନ୍ତି ଆମର ମା’ ଓ ଭଉଣୀମାନେ ସଂସଦ ଓ ବିଧାନସଭାରେ ବସି ଦେଶର ଭାଗ୍ୟ ନିର୍ଦ୍ଧାରଣ କରନ୍ତୁ । ଆପଣ କ’ଣ ଚାହାଁନ୍ତି ମହିଳାମାନେ ଘରର ଚାରିକାନ୍ଥ ଭିତରେ ରହି କେବଳ ରୋଷଇ କରନ୍ତୁ?

ଆଉ ପ୍ରବଣ ପ୍ରକାଶ ଦାସଙ୍କ ଏହି ଟ୍ୱିଟ୍ର ଜବାବ୍ ଦେବାକୁ ଯାଇ ମୈଦାନକୁ ଓହ୍ଲାଇ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । ସିରିଜ୍ ଟ୍ୱିଇଟ୍ କରି ଲେଖିଛନ୍ତି-

ମୋଦି ଯାହା କରଛନ୍ତି ମହିଳାଙ୍କୁ ରୋଷେଇ ଘରେ ସୀମିତ ନା ସେମାନଙ୍କ ସ୍ୱାସ୍ଥ୍ୟ, ରୋଜଗାର ଏବଂ ସମ୍ମାନ ପାଇଁ ବଡ଼ କାମ କରିଛନ୍ତି ଟିକେ ଭାବନ୍ତୁ ।

ଆହୁରୀ ଲେଖିଛନ୍ତି, କାଠ, ଘସି ଚୁଲିରେ ରୋଷଇ କରି ରୋଗାକ୍ରାନ୍ତ ହେବା, ସକାଳ ଆଗରୁ ଏବଂ ସଞ୍ଜ ନଇଁବା ପରେ ନିତ୍ୟକର୍ମ ପାଇଁ ବାହାରକୁ ଯିବାରୁ ସୁରକ୍ଷା ଦେବା ମହିଳାଙ୍କ ସମ୍ମାନ ପାଇଁ ଜରୁରୀ ନୁହେଁ କି?

ଆଉ ଏହାରି ଭିତରେ ପ୍ରସଙ୍ଗକୁ ନେଇ ଏବେ ବୟାନବାଜି ତୀବ୍ର ହେବାରେ ଲାଗିଛି । ବଡ଼ କଥା ହେଉଛି-ମହିଳା ସଂରକ୍ଷଣ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଜାତୀୟ ଦଳ ଗୁଡ଼ିକୁ ଟାର୍ଗେଟ୍ କରିଥିଲେ । ଆଉ ଏହାକୁ ନେଇ ପ୍ରତିକ୍ରିୟା ରଖିଥିଲେ କେନ୍ଦ୍ରମନ୍ତ୍ରୀ । ହେଲେ ଯେତେବେଳେ ବିଜେଡି ନେତାମାନେ ତାଙ୍କୁ ପାଲଟା ପ୍ରଶ୍ନ କରିଛନ୍ତି, ସେତେବେଳେ ଧର୍ମେନ୍ଦ୍ରଙ୍କ ବୟାନକୁ ସୁରକ୍ଷା ଦେବା ପାଇଁ ଆଗଇ ଆସିଛନ୍ତି ରାଜ୍ୟ ବିଜେପିର ତୁଙ୍ଗ ନେତା ।

from Kanak News
via <a href="https://ifttt.com/?

ଜନତା ଜାଣିବେ ନେତା ବାବୁଙ୍କ ସମ୍ପତ୍ତି । ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ସରପଞ୍ଚଠୁ ମୁଖ୍ୟମନ୍ତ୍ରୀ ସମସ୍ତେ ଦେବେ ସମ୍ପତ୍ତି ତାଲିକା ।

କନକ ବ୍ୟୁରୋ: ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ନେତା, ବାବୁଙ୍କ ସମ୍ପତ୍ତି ତାଲିକା ବାଧ୍ୟତାମୂଳକ । ଲୋକ ପ୍ରତିନିଧି ଓ ସରକାରୀ ଅଫିସର ଦେବେ ସମ୍ପତ୍ତି ତାଲିକା । ସରପଞ୍ଚଙ୍କ ଠାରୁ ମୁଖ୍ୟମନ୍ତ୍ରୀ ଯାଏଁ ସମସ୍ତେ ଦେବେ ସମ୍ପତ୍ତି ତାଲିକା । ପ୍ରତିବର୍ଷ ସମ୍ପତ୍ତି ତାଲିକା ସମସ୍ତେ ପ୍ରଦାନ କରିବେ ।

ତେବେ ଲୋକଙ୍କ ସୂଚନା ପାଇଁ ଏସବୁକୁ ପବ୍ଲିକ ଡୋମେନରେ ରଖାଯିବ । ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ ଶାସନ ପାଇଁ ସମ୍ପତ୍ତି ତାଲିକା ବାଧ୍ୟତାମୂଳକ । ନବୀନ ସରକାରରେ ଦୁର୍ନୀତିର କୌଣସି ସ୍ଥାନ ନାହିଁ । ଦୁର୍ନୀତି ବିରୋଧରେ ସାଲିସ ବିହୀନ ଲଢେଇ କରିବାକୁ ମୁଖ୍ୟମନ୍ତ୍ରୀ ପୂର୍ବରୁ ନେତା କର୍ମୀଙ୍କୁ ମନ୍ତ୍ର ଫୁଙ୍କିଥିବା ବେଳେ ଆଜି ଏହାକୁ କ୍ୟାବିନେଟରେ ପାରିତ କରାଯାଇଛି ।

from Kanak News
via <a href="https://ifttt.com/?

ଛାତ୍ରଛାତ୍ରୀଙ୍କ ପାଇଁ ଖୁସିଖବର । ସରକାରୀ ସ୍କୁଲରେ ପଢିଲେ ମିଳିବ ସଂରକ୍ଷଣ, ମେଡିକାଲ ଓ ଇଞ୍ଜିନିୟରିଂ କଲେଜରେ ନାମଲେଖା ପାଇଁ ପାଇବେ ସୁବିଧା । ରାଜ୍ୟ କ୍ୟାବିନେଟରେ ପାରିତ ହେଲା ପ୍ରସ୍ତାବ । 

କନକ ବ୍ୟୁରୋ : ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ଆଜି ବସିଥିବା କ୍ୟାବିନେଟ ବୈଠକରେ ୧୨ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ଯେଉଁଥିରେ ସରକାରୀ ହାଇସ୍କୁଲରେ ପଢୁଥିବା ପିଲାଙ୍କ ପାଇଁ ଇଞ୍ଜିନିୟରିଂ ଓ ମେଡିକାଲ କଲେଜରେ ନାମଲେଖାରେ ସଂରକ୍ଷଣ ପ୍ରସ୍ତାବ ମଧ୍ୟ ରହିଛି । ଗ୍ରାମଞ୍ଚଳରେ ଥିବା ମେଧାବୀ ଛାତ୍ରଛାତ୍ରୀଙ୍କ ମନରେ ଆତ୍ମବିଶ୍ୱାସ ସୃଷ୍ଟି କରିବାକୁ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି କୁହାଯାଇଛି ।

ଏହି ନିଷ୍ପତ୍ତି ଅନୁଯାୟୀ, ସରକାରୀ ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କୁ ଓଡ଼ିଶାର ମେଡିକାଲ ଓ ଇଞ୍ଜିନିୟରିଂ କଲେଜରେ ନାମ ଲେଖାରେ ସଂରକ୍ଷଣ ରହିବ । ଆଉ ଏହାକୁ ଆଗାମୀ ଶିକ୍ଷାବର୍ଷ ଠାରୁ ରାଜ୍ୟରେ ଲାଗୁ କରିବାକୁ ସଂକଳ୍ପ ଆଗତ ହୋଇଛି । କ୍ୟାବିନେଟରେ ଏହି ପ୍ରସ୍ତାବ ପାରିତ ହେବା ପରେ ଏହାକୁ ଚୂଡାନ୍ତ ରୂପ ଦେବାକୁ ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ କ୍ଷମତାସମ୍ପନ୍ନ କମିଟି ଗଠନ କରାଯିବ । ଏହି କମିଟି ଆସନ୍ତା ୩ ମାସ ମଧ୍ୟରେ ଏକ ରିପୋର୍ଟ ପ୍ରଦାନ କରିବେ, ଯାହାଫଳରେ କମିଟିର ସୁପାରିଶକୁ ଆସନ୍ତା ଶିକ୍ଷାବର୍ଷରୁ ଲାଗୁ କରାଯାଇପାରିବ ।

ଏହି ନିଷ୍ପତ୍ତି ପଛର ବଡ କାରଣ ମଧ୍ୟ ରହିଛି ।  ଡାକ୍ତରୀ ଓ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ସର୍ବଭାରତୀୟ ସ୍ତରରେ ନିଟ୍ ଓ ଜେଇଇ ପରୀକ୍ଷା ହେଉଥିବାରୁ ଓଡ଼ିଶାର ସରକାରୀ ସ୍କୁଲର ମେଧାବୀ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଉପରୋକ୍ତ ପାଠ୍ୟକ୍ରମରେ ହ୍ରାସ ପାଉଛି । ଗ୍ରାମାଞ୍ଚଳରେ ଉପଯୁକ୍ତ କୋଚିଂ ସୁବିଧା ନଥିବାରୁ ଏହି ପ୍ରତିଯୋଗିତାମୂଳକ ପରୀକ୍ଷାରେ ମେଧାବୀ ଛାତ୍ରଛାତ୍ରୀ ଭଲ ପ୍ରଦର୍ଶନ କରି ପାରୁନାହାନ୍ତି । ଏପରିକି ଅତ୍ୟାଧୁନିକ କୋଚିଂ କ୍ଲାସ ଗୁଡିକ ସହରାଞ୍ଚଳରେ ଖୋଲିଥିବାରୁ ଗ୍ରାମାଞ୍ଚଳ ଛାତ୍ରଛାତ୍ରୀଙ୍କୁ ପ୍ରତିଯୋଗିତାମୂଳକ ପରୀକ୍ଷାରେ ସେତେଟା ସଫଳତା ମିଳୁନାହିଁ । ତେଣୁ ସରକାରୀ ସ୍କୁଲର ମେଧାବୀ ଛାତ୍ରଛାତ୍ରୀଙ୍କ ମନରେ ଆତ୍ମବିଶ୍ୱାସ ସୃଷ୍ଟି କରିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି । ଏହାପୂର୍ବରୁ ବିଜେଡିର ରାଜ୍ୟ ପରିଷଦ ବୈଠକରେ ଏହି ପ୍ରସ୍ତାବ ପାରିତ ହୋଇଥିଲା ।

from Kanak News
via <a href="https://ifttt.com/?

ବଡ଼ବଡିଆଙ୍କ ଦିଅଁ ଦର୍ଶନ । ଏସଓପିକୁ ଉଂଲଘନ କରି ଶ୍ରୀମନ୍ଦିର ପ୍ରବେଶ କରି ପରିବାର ସହ ମହାପ୍ରଭୁଙ୍କ ଦର୍ଶନ କଲେ ସତ୍ୟବାଦୀ ତହସିଲଦାର ।

କନକ ବ୍ୟୁରୋ : ବଡ଼ବଡିଆଙ୍କ ଦିଅଁ ଦର୍ଶନ । ଶ୍ରୀମନ୍ଦିର ଖୋଲିବା ପରେ ପୁରୀ ପୌର ସଂସ୍ଥାର ପାଂଟଟି ୱାର୍ଡର ହଜାର ହଜାର ଭକ୍ତ ଶୃଙ୍ଖଳିତ ଭାବେ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି । ଆବଶ୍ୟକୀୟ ଡକ୍ୟୁମେଂଟ ଦେଖାଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବା ସହ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି । ହେଲେ ଜଣେ ପ୍ରଶାସନିକ ଅଧିକାରୀ ସୁରକ୍ଷା ବ୍ୟବସ୍ଥାକୁ ଫୁ କରି ଏସଓପିକୁ ଉଂଲଘନ କରି ମନ୍ଦିର ଭିତରକୁ ଯାଇଛନ୍ତି ।

ଶ୍ରୀମନ୍ଦିର ଉତର ଦ୍ୱାର ଦେଇ ମନ୍ଦିରକୁ ପ୍ରବେଶ କରିଥିଲେ । ପୁଲିସ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ମାନିନଥିଲେ ସତ୍ୟବାଦୀ ତହସିଲଦାର ମନୋଜ ନାୟକ । ନିଜ ପରିବାର ସହ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ।

ଆସନ୍ତା ୩୦ ଓ ୩୧ ତାରିଖରେ ପୁରୀ ବାସୀଙ୍କ ସହ ପୁରୀରେ ରହୁଥିବା କର୍ମଜୀବୀ ଓ ଭଡାଟିଆଙ୍କୁ ଦର୍ଶନ ପାଇଁ ସୁଯୋଗ ମିଳିବ । ତେବେ ଏଥିପାଇ ସେମାନଙ୍କୁ ପ୍ରମାଣ ପତ୍ର ଦେଖାଇବାକୁ ହେବ । କିନ୍ତୁ ଏସଓପିକୁ ଉଂଲଘନ କରୀ ସତ୍ୟବାଦୀ ତହସିଲଦାର ମହାପ୍ରଭୁଙ୍କ ଦର୍ଶନ କରିବା ନେଇ ଏବେ ପ୍ରଶ୍ନ ଉଠିଛି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started