ବିବାହ ବାର୍ଷିକୀରେ ବଡ ଉପହାର । ଜହ୍ନରେ ଜାଗା କିଣି ପତ୍ନୀ ସ୍ୱପ୍ନାର ସ୍ୱପ୍ନ ପୂରଣ କଲେ ସ୍ୱାମୀ । 

କନକ ବ୍ୟୁରୋ : ଜହ୍ନ ରାଇଜରେ ଜାଗାଟେ କିଣିବାକୁ ସମସ୍ତଙ୍କ ଇଚ୍ଛା ଥାଏ, ନିଜ ପ୍ରେମିକାକୁ କିଏ ଜହ୍ନ ସହ ତୁଳନା କରେ ତ କିଏ ଜହ୍ନକୁ ନେଇଯିବାକୁ କହି ସ୍ୱପ୍ନ ଦେଖାଏ । ହେଲେ ସେହି ସ୍ୱପ୍ନକୁ ସତ କରିଛନ୍ତି ଜଣେ ବ୍ୟକ୍ତି । ନିଜ ପତ୍ନୀକୁ ଦେଇଛନ୍ତି ଜହ୍ନ ଉପହାର । ଆଉ ପୂରଣ କରିଛନ୍ତି ନିଜ ପତ୍ନୀଙ୍କ ସ୍ୱପ୍ନ ।

ବିବାହ ବାର୍ଷିକୀରେ ନିଜ ପ୍ରାଣପ୍ରିୟାକୁ ଖୁସି କରିବା ପାଇଁ ସ୍ୱାମୀ କିଛି ବି କରିଥାଏ । ହେଲେ ପତ୍ନୀ ପାଇଁ ଜହ୍ନରେ ଜାଗା କିଣି ଦେବେ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏଭଳି ଘଟଣା ଘଟିଛି ରାଜସ୍ଥାନ ଆଜମେର ସହରରେ । ଧର୍ମେନ୍ଦ୍ର ଅନିଜା ନାମକ ଜଣେ ବ୍ୟକ୍ତି ନିଜ ଅଷ୍ଟମ ବିବାହ ବାର୍ଷିକୀରେ ତାଙ୍କ ସ୍ତ୍ରୀ ସ୍ୱପ୍ନାଙ୍କ ପାଇଁ ଉପହାର ସ୍ୱରୁପ ଜହ୍ନରେ ଜାଗା କିଣିଛନ୍ତି । ନିଜ ପତ୍ନୀଙ୍କ ନାଁରେ ଧର୍ମେନ୍ଦ୍ର ଜହ୍ନରେ ୩ ଏକରର ଜମି କିଣିଛନ୍ତି ।

କେହି ବିବାହ ବାର୍ଷିକୀରେ ନିଜ ପତ୍ନୀକୁ କାର କି ସୁନା ଗହଣା ଦେଇଥାନ୍ତି ହେଲେ ଜହ୍ନରେ ଜାଗା କିଣିବା ସମସ୍ତଙ୍କ ପାଇଁ ସମ୍ଭବ ହୋଇନଥାଏ । ହେଲେ ନିଜ ପ୍ରାଣପ୍ରିୟାଙ୍କ ଖୁସି ପାଇଁ ଜହ୍ନରେ ଜାଗା କିଣି ସାରା ଦୁନିଆ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ଧର୍ମେନ୍ଦ୍ର ଅନିଜା । ତେବେ ବିବାହ ବାର୍ଷିକୀରେ ଏଭଳି ମୂଲ୍ୟବାନ ଉପହାର ପାଇ ବହୁତ ଖୁସି ଥିବା କହିଛନ୍ତି ଧର୍ମେନ୍ଦ୍ରଙ୍କ ପତ୍ନୀ ସ୍ୱପ୍ନା ।

ସବୁ ଝିଅଙ୍କର ସ୍ୱପ୍ନ ଥାଏ ତାଙ୍କ ଜୀବନସାଥୀ ତାଙ୍କ ପାଇଁ ଜହ୍ନରେ ଜାଗା କିଣନ୍ତୁ । ଆଉ ଜୀବନସାଥୀ ମଧ୍ୟ ତାଙ୍କୁ ଜହ୍ନରେ ଜାଗା କିଣାଇଦେବାକୁ ସ୍ୱପ୍ନ ଦେଖାନ୍ତି । ଏମିତି ଏକ ସ୍ୱପ୍ନ ଦେଖିଥିଲେ ଆଜମେରର ସ୍ୱପ୍ନା । ସ୍ୱପ୍ନାଙ୍କ ଇଚ୍ଛା ଥିଲା କି ତାଙ୍କ ଘର ଚାନ୍ଦରେ ହୋଇଥିବ । ଯାହାକୁ ପୂରା କରିଛନ୍ତି ତାଙ୍କ ଜୀବନସାଥୀ ଧର୍ମେନ୍ଦ୍ର ।

ସମସ୍ତେ ନିଜ ବିବାହ ବର୍ଷିକୀରେ ନିଜ ପତ୍ନୀଙ୍କୁ ଦାମୀ ଉପହାର ଦେଇଥାନ୍ତି । ହେଲେ ଧର୍ମେନ୍ଦ୍ର କିଛି ଅଲଗା କରିବାକୁ ଚାହୁଁଥିଲେ । ତେଣୁ ସେ ଆମେରିକାର ନ୍ୟୁୟର୍କର ଏକ ଫର୍ମ ଲୁନା ସୋସାଇଟ ଇଣ୍ଟରନାସନାଲ ମାଧ୍ୟମରେ ଏହି ଜମି କିଣିଥିଲେ ।

from Kanak News
via <a href="https://ifttt.com/?

ସଉକ ପାଲଟିଛି ନିଶା । ଦେଶ ବିଦେଶର ପୁରୁଣା ମୁଦ୍ରା ସଂଗ୍ରହ କରି ‘ଗ୍ଲୋବାଲ ମ୍ୟାନ’ ଭାବେ ପରିଚିୟ ଅନୁଗୁଳର ପବିତ୍ର ମୋହନ ପ୍ରଧାନ ।

କନକ ବ୍ୟୁରୋ: ସଉକ ଯେତେବେଳେ ନିଶା ପାଲଟିଯାଏ ସେତେବେଳେ ଜଣେ ବ୍ୟକ୍ତି ଏକ ନୂଆ ପରିଚୟ ପାଏ । ଏଇ ଯେମିତି ଦିଶ ବିଦେଶର ବହୁ ପୁରାତନ ମୁଦ୍ରା ଓ ଡାକ ଟିକଟ ସଂଗ୍ରହ କରି ଗ୍ଲୋବାଲ ମ୍ୟାନ ଭାବେ ଅନୁଗୁଳର ୮୦ ବର୍ଷିୟ ବ୍ୟକ୍ତି ପବିତ୍ର ମୋହନା ପ୍ରଧାନ । ଚାକିରି କାଳରେ ନେପାଳ ଭ୍ରମଣରେ ଯାଇଥିବା ବେଳେ ମୁଦ୍ରା ସଂଗ୍ରହ କରିବା ଆରମ୍ଭ କରିଥିଲେ ପବିତ୍ର । ଦେଖନ୍ତୁ ଏହି ରିପୋର୍ଟ ।

ଏଇ ସମାଜରେ ଏମିତି ବି ଚରିତ୍ର ଅଛନ୍ତି ଯେଉଁମାନେ ନିଜ ସଉକରେ ବଂଚନ୍ତି ଓ ତାହାକୁ ନିଶାରେ ପରିଣତ କରି ସମାଜ ପାଇଁ ପ୍ରେରଣା ପାଲଟିଯାଆନ୍ତି । ସେମିତି ଜଣେ ଭିନ୍ନ ପରିଚୟର ବ୍ୟକ୍ତିତ୍ୱ ହେଉଛନ୍ତି ଅନୁଗୁଳ ଜିଲ୍ଲା ମୂଷାପାପୁଲି ଗାଁର ପବିତ୍ର ମୋହନ ପ୍ରଧାନ । ଅନୁଗୁଳ ସହର ଅମାଲପଡାରେ ସପରିବରେ ରହୁଥିବା ଅବସରପ୍ରାପ୍ତ ଜଳ ସଂପଦ ଯନ୍ତ୍ରୀଙ୍କର ଅଜବ ନିଶା ।

ରେକର୍ଡ ପାଇଁ ନୁହେଁ ପର ପିଢୀ ପାଇଁ କିଛି ପୁରୁଣା ଜିନିଷକୁ ସାଇତି ରଖିବା ନିଶାରେ ପ୍ରାୟ ୮୦ ବର୍ଷରେ ବି ଚଳଚଂଚଳ ପବିତ୍ର ପ୍ରଧାନ । ନିଜ ଚାକିରି ଜୀବନକୁ ସୂଚାରୁ ରୂପେ ତୁଲାଇଥିବା ଏହି ବ୍ୟକ୍ତି ଦେଶ ବିଦେଶର ପୁରାତନ ମୂଦ୍ରା ସଂଗ୍ରହ କରି ସମସ୍ତଙ୍କ ପାଇଁ ‘ଗ୍ଲୋବାଲ ମ୍ୟାନ’ ପାଲଟିଛନ୍ତି । ଆଉ ଏବେ ତାଙ୍କ ଘର ପାଲଟିଛି ପୁରୁଣା ମୁଦ୍ରାର ସଂଗ୍ରାହଳୟ ।

୪ଶହ ଖ୍ରୀଷ୍ଟାଦ୍ଦ ଓ ୬ଶହ ଖ୍ରୀଷ୍ଟାବ୍ଦ କଏନ ସହ ଭାରତୀୟ ମୁଦ୍ରା ୧ ପଇସା, ୨ ପଇସା, ଅଣା ପଇସା, ପଂଚମ ଜଜ୍ଙ୍କର ଚାନ୍ଦି ମୁଦ୍ରା ଓ ହନୁମାନଙ୍କ ଚିତ୍ର ଥିବା ବିରଳ ଚାନ୍ଦି ମୁଦ୍ରାକୁ ନିଜ ସଂଗ୍ରହଳରେ ସ୍ଥାନ ଦେଇଛନ୍ତି ଗ୍ଲୋବାଲ ମ୍ୟାନ’ ପବିତ୍ର । କେବଳ ମୁଦ୍ରା ନୁହେଁ, ପୁରୁଣା ଡାକ ଟିକଟ ଓ ୫୦ ବର୍ଷ ମଧ୍ୟରେ ବଜାରକୁ ଆସିଥିବା ଦିଆସିଲ ଖୋଳକୁ ବି ସଂଗ୍ରହ କରିବାରେ ସଫଳ ହୋଇଛନ୍ତି ଏହି ବିରଳ ବ୍ୟକ୍ତିତ୍ୱ ।

ତେବେ ଅନୁଗୁଳରେ ଏକ ସଂଗ୍ରହାଳୟ କରି ଏହି ବିରଳ ସାମଗ୍ରୀକୁ ରଖା ଗଲେ ଆଗାମୀ ପିଢୀ ଏଗୁଡିକୁ ଦେଖିବା ସବ ଏହା ଉପରେ ଗବେଷଣା କରିପାରନ୍ତେ ବୋଲି ପବିତ୍ର ପ୍ରଧାନ କହିଛନ୍ତି ।

from Kanak News
via <a href="https://ifttt.com/?

ନୂଆ ବର୍ଷରେ ପିକନିକର ନୂଆ ଠିକଣା ପାଲଟିଛି ମାଲକାନଗିରିର ସତୀଗୁଡା । ସବୁଜ ବନାନୀ ଭିତରେ ଜଳଭଣ୍ଡାରରେ ବୋଟିଂ ପାଇଁ ବନ ବିଭାଗ କରିଛି ସବୁ ପ୍ରକାର ବ୍ୟବସ୍ଥା

କନକ ବ୍ୟୁରୋ : ଆମ ରାଜ୍ୟରେ ଅନେକ ପ୍ରାକୃତିକ ସୌନ୍ଦର୍ଯ୍ୟ ରହିଛି । ସେଗୁଡିକ ମଧ୍ୟରୁ ଅନେକ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ମଧ୍ୟ ପାଇ ସାରିଛି । ଆଉ ଏବେ ନିତି ନୁଆ ନୁଆଁ ସ୍ଥାନ ପ୍ରତି ପର୍ଜ୍ୟଟକଙ୍କ ଚାହିଦା ବାଢିବା ରେ ଲାଗିଛି । ଆଉ ଏହି କ୍ରମରେ ମାଲକନଗିରି ସତିଗୁଡା ସ୍ଥିତ ପରିବେଶୀୟ ଉଦ୍ୟାନ କୁ ପରିବେଶ ପ୍ରେମୀଙ୍କ ଭିଡ ଜମିବାରେ ଲାଗିଛି । ସେଠାକାର ଜଳଭଣ୍ଡାର ସହ ପାହାଡ ଓ ସବୁଜ ବନାନୀ ମଧ୍ୟ ରେ ଗଡି ଉଠି ଥିବା ଇକୋ ପାର୍କ ଦେଖି ଲାଗି ପର୍ଜ୍ୟଟକଙ୍କ ସୁଅ ଛୁଟିଛି । ବିଶେଷ କରି ସେଠାରେ ନୁତନ କରି ଆରମ୍ଭ ହୋଇଥିବା ଇକୋ କଟେଜ ରେ ସମୟ ବିତାଇବା ପର୍ଜ୍ୟଟକଙ୍କ ପ୍ରଥମ ପସନ୍ଦ ପାଲୋଟିଛି ।

ନୂଆ ବର୍ଷରେ ପିକନିକ୍ର ନୂଆ ଠିକଣା । ବଣ ଜଙ୍ଗଲ ଓ ଜଳଭଣ୍ଡାର ଘେରା ପ୍ରାକୃତିକ ପରିବେଶ । ଆଉ ଏ ସୁନ୍ଦର ଦୃଶ୍ୟ ହେଉଛି ମାଲକନଗିରି ଇକୋ ପାର୍କର । ସତିଗୁଡା ଜଳଭଣ୍ଡାରର ବିସ୍ତିରଣ ଜଳରାଶୀ । ଆଉ ଜଳଭଣ୍ଡାର ଆରପଟେ ସବୁଜ ବନାନୀ ଘେରା ପରିବେଶୀୟ ଉଦ୍ୟାନ । ବନ ବିଭାଗ ପକ୍ଷରୁ ଏଠାରେ ପିଲାଙ୍କ ଖେଳ କୁଦ ଠାରୁ ଆରମ୍ଭ କରି ପିକନିକ କି ଛୋଟ ମୋଟ ପାର୍ଟି କରିବା ଲାଗି ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି । ଆଉ ଏହି ସବୁଜ ବାନାନୀ ଭିତରେ ପ୍ରକୃତି କୋଳରେ ବୋଟିଙ୍ଗ କରି ସେଳ୍ଫିର ମଜା ନିଅନ୍ତି ପର୍ଯ୍ୟଟକ ।

ଚଳିତ ବର୍ଷ ସତୀଗୁଡାକୁ ରଙ୍ଗବେରଙ୍କର ଆଲୋକମାଳାରେ ସଜେଇ ଦେଇଛି ବନବିଭାଗ । ଯାହା ସଂଧ୍ୟାରେ ପର୍ଯ୍ୟଟକଙ୍କ ମନୋରଂଜନ କରୁଛି । ସତୀଗୁଡାର ସୂର୍ଯ୍ୟାସ୍ତ ଦେଖିବାକୁ ସବୁ ବେଳେ ଏଠାରେ ପ୍ରକୃତି ପ୍ରେମୀଙ୍କ ଭିଡ ଲାଗେ । ଆଉ ଏବେ ତ ପିକ୍ନିକ୍ର ସମୟ । ତେଣୁ ସତିଗୁଡା ଇକୋ ପାର୍କ ଏବେ ଉପାନ୍ତ ମାଲକାନଗିରି ଜିଲ୍ଲାର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳି ପାଲଟିଛି । ଏଠାକାର ଅପରୂପ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ପରିବାର ଓ ସାଙ୍ଗ ସାଥି ସହ ଭିଡ ଜମାଉଛନ୍ତି ରାଜ୍ୟ ତଥା ରାଜ୍ୟ ବାହାରର ପର୍ଯ୍ୟଟକ ।

ସତିଗୁଡା ଇକୋ ପାର୍କର ପ୍ରାକୃତିକ ପରିବେଶ ମଧ୍ୟରେ ଏ ବର୍ଷ ନୂଆ କରି ୪ଟି ଇକୋ କଟେଜ କରାଯାଇଛି । ଏହାସହ ରେଷ୍ଟୁରାଂଟ ଠାରୁ ଆରମ୍ଭ କରି କ୍ୟାମ୍ପ ଫାୟାର ଯାଏଁ, ସବୁ ପ୍ରକାର ଅତ୍ୟାଧୁନିକ ସୁବିଧା ଯୋଗାଇ ଦେଉଛି ବନ ବିଭାଗ । ମାଲକାନଗିରି ସହର ଠାରୁ ମାତ୍ର ୫ କିଲୋମିଟର ଦୂରରେ ଥିବା ସତୀଗୁଡା ଇକୋ ପାର୍କରେ ରାତି କାଟିବାକୁ ଚାହୁଁଥିବା ପର୍ଯ୍ୟଟକ ଅନଲାଇନ୍ରେ କଟେଜ ବୁକିଂ କରୁଛନ୍ତି । ଆଉ ଗୋଟିଏ ଦିନ ପାଇଁ ବନ ବିଭାଗ ୨୦୦୦ ଟଙ୍କା ଦର ଧାର୍ଯ୍ୟ କରିଛି ।

from Kanak News
via <a href="https://ifttt.com/?

ଆସ ଆଲୋଚନା କରିବା… କୃଷକଙ୍କ ସହ ଆଲୋଚନା ପାଇଁ ପ୍ରସ୍ତାବ ଦେଲା କେନ୍ଦ୍ର । ୩୦ରେ ବୈଠକ ପାଇଁ ଡାକିଲେ କେନ୍ଦ୍ର ସରକାର ।

କନକ ବ୍ୟୁରୋ: ଦିଲ୍ଲୀ ସୀମାରେ ଚାଷୀ ଆନ୍ଦୋଳନ ଚାଲିଥିବା ବେଳେ ଏହାରି ଭିତରେ କୃଷକ ସଙ୍ଗଠନ ସହ ଆଲୋଚନା କରିବାକୁ ପୁଣି ଆଗେଇ ଆସିଛନ୍ତି ସରକାର । ଯଦିଓ ପୂର୍ବରୁ ହୋଇଥିବା ଆଲୋଚନାରେ କୌଣସି ନିଷ୍କର୍ସ ବାହାରି ପାରିନଥିଲା ତେଣୁ ଏଥର କିଛି ନିଷ୍ପତ୍ତି ହେବ ବୋଲି କେନ୍ଦ୍ର ସରକାର ପୁଣି ଥରେ କଥାବାର୍ତ୍ତା ପାଇଁ ପ୍ରସ୍ତାବ ଦେଇଛନ୍ତି । ତେଣୁ ଆସନ୍ତା ୩୦ ତାରିଖରେ ବୈଠକ ପାଇଁ ପ୍ରସ୍ତାବ ଦେଇଛି କେନ୍ଦ୍ର ।

ବୁଧବାର ଅର୍ଥାତ ୩୦ ତାରିଖ ଦିନ ୨ଟାରେ ବୈଠକ ପାଇଁ ଚାଷୀଙ୍କୁ ଡାକିଛି କେନ୍ଦ୍ର । ପୂର୍ବରୁ ୨୯ରେ ଆଲୋଚନା ହେବା ନେଇ କୁହାଯାଇଥିବା ବେଳେ ଆଜି ପୁଣି ୩୦କୁ ଘୁଞ୍ଚାଯାଇଛି । ୩୦ରେ ଆଲୋଚନା ନେଇ କୃଷକଙ୍କୁ ଚିଠି ଲେଖି ଜଣାଇଛନ୍ତି କେନ୍ଦ୍ର କୃଷି ସଚିବ ।

ତେବେ ନୂଆ କୃଷି ବିଲ ପ୍ରତ୍ୟାହାର ଦାବିରେ ଦୀର୍ଘ ୩୦ ଦିନ ହେବ ଦିଲ୍ଲୀ ସୀମାରେ ଆନ୍ଦୋଳନରତ ଚାଷୀ ଶୀତ କାକରରେ ପଡି ରହିଥିଲେ ବ ସରକାର ସେମାନଙ୍କ ଦାବି ଶୁଣୁ ନାହାନ୍ତି । ଗତକାଲି ଚାଷୀମାନେ ଥାଳି ବାଡେଇ ପ୍ରତିବାଦ କରିଥିଲେ ।

from Kanak News
via <a href="https://ifttt.com/?

ପୁରୀ ଅସ୍ତରଙ୍ଗରେ ଜମିବାଡି ବିବାଦକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ । ଗାଁ ଦାଣ୍ଡରେ ବୁଲିଲା ଠେଙ୍ଗା, ଜଣେ ଆହତ ।

କନକ ବ୍ୟୁରୋ : ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଆଳଙ୍ଗପୁର ଗାଁରେ ଗୋଷ୍ଠୀ ସଂଘର୍ଷ । ଏସିଡ୍ ମାଡରେ ଜଣେ ଗୁରୁତର । ଏହାସହ କିଛି ଉତ୍ୟେକ୍ତ ବ୍ୟକ୍ତି ପାଳଗଦାରେ ନିଆଁ ଲଗାଇ ଦେବା ସହ ଗାଁ ଦାଣ୍ଡରେ ଠେଙ୍ଗା ବୁଲାଇ ଭାଷା ଅଭାଷାରେ ଗାଳିଗୁଲଜ କରୁଥିବା ଭିଡିଓ ଏବେ ମୋବାଇଲ୍ରୁ ମୋବାଇଲ୍ ଘୁରି ବୁଲୁଛି । ପୁଲିସ ଏହି ଘଟଣାରେ ଜଣଙ୍କୁ ଅଟକ ରଖିଛି ।

ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଅନ୍ତର୍ଗତ ଆଳଙ୍ଗପୁର ଗାଁରେ ଘଟିଛି ଏଭଳି ଘଟଣା । ଗାଁ ଦାଣ୍ଡରେ ଠେଙ୍ଗା ବୁଲାଇବା ସହ ପାଳଗଦାରେ ନିଆଁ ଲଗାଇ ଦେଲେ ଉତ୍ୟେକ୍ତ ଲୋକ । ଆଉ ଜଣେ ବ୍ୟକ୍ତି ନିଆଁରେ ପୋଡି ଆହତ ହୋଇଛନ୍ତି । ସୂଚନା ଅନୁସାରେ, ଆଳଙ୍ଗପୁର ଗାଁର ଈଶ୍ୱର ବିଶ୍ୱାଳ ଓ ଶଙ୍କର ସ୍ୱାଇଁଙ୍କ ପରିବାର ମଧ୍ୟରେ ଜମିଜମାକୁ ନେଇ ବିବାଦ ଲାଗିରହିଛି । ତାହା ସମାଧନ ନ ହେବାରୁ ଇଶ୍ୱର ବିଶ୍ୱାଳ ଉତ୍କ୍ଷିପ୍ତ ହୋଇ ଶଙ୍କରଙ୍କ ପାଳଗଦା ସହ ତାଙ୍କ ଉପରେ ପଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିବା ସେ ଅସ୍ତରଙ୍ଗ ଥାନାରେ ଅଭିଯୋଗ କରିଛନ୍ତି ।

ସେପଟେ ଏହି ଘଟଣା ଅନ୍ୟ ଗୋଷ୍ଠୀ ଉତ୍କ୍ଷିପ୍ତ ହୋଇ ଇଶ୍ୱରଙ୍କ ଘର ଉପରକୁ ଇଟା ପଥର ମାଡ କରିବା ସହ ଠେଙ୍ଗା ଧରି ଗାଁ ଦାଣ୍ଡରେ ଅସଭ୍ୟ ଭାଷାରେ ଗାଳୁ ଗୁଲଜ କରୁଥିବା ଭିଡିଓ ଏବେ ସାମ୍ନାକୁ ଆସଛି । ଗାଁ ଦାଣ୍ଡରେ ଠେଙ୍ଗା ବୁଲୁଥିବା ଭିଡିଓ ମୋବାଇଲରୁ ମୋବାଇଲକୁ ଘୁରି ବୁଲିବା ବେଳେ ଅସ୍ତରଙ୍ଗ ପୁଲିସ ଇଶ୍ୱର ବିଶ୍ୱାଳକୁ ଅଟକ ରଖିଛି ତଦନ୍ତ କରୁଛି ।

ଏସଡି ମାଡରେ ଶଙ୍କର ମୁହଁ, ହାତ, ପିଠିର କିଛି ଅଂଶ ପୋଡି ଯାଇଥିବା ବେଳେ ତାଙ୍କୁ ଚାରିଛକ ଡାକ୍ତରଖାନାରେ ଭର୍ତି କରାଯାଇଛି । ସେପଟେ ଏହି ଘଟଣାରେ ପୁଲିସର ପ୍ରତିକ୍ରିୟା ମିଳି ପାରିନଥିବା ବେଳେ ପରସ୍ପର ବିରୁଦ୍ଧରେ ଦୋଷାରୋପ କରୁଛନ୍ତି ଦୁଇ ଗୋଷ୍ଠୀ ।

from Kanak News
via <a href="https://ifttt.com/?

ହାତଗୋଡ ବନ୍ଧା ଅବସ୍ଥାରେ ବାଉଁଶ ଡୋଲି ଭିତରୁ ନବବଧୂ ଉଦ୍ଧାର । ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତି । ଶାଶୁ-ଶ୍ୱଶୁର ଥାନାରେ ଅଟକ

କନକ ବୁରୋ : ହାତଗୋଡ ବନ୍ଧା ଅବସ୍ଥାରେ ମହିଳା ଉଦ୍ଧାର । ନବବିବାହ ମହିଳାଙ୍କ ହାତ ଓ ଗୋଡକୁ ଦଉଡିରେ ବାନ୍ଧି ବାଉଁଶ ଡୋଲି ଭିତରୁ ଉଦ୍ଧାର ହୋଇଛି । ଗୁରୁତର ଅବସ୍ଥାରେ ମହିଳାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଂଜାମ ଜିଲ୍ଲା ବୁଗୁଡା ଥାନା ଅନ୍ତର୍ଗତ ଡାଙ୍ଗସାହି ଅଂଚଳରେ ।

ଡୋଲି ଭିତରୁ ଉଦ୍ଧାର ହୋଇଥିବା ମହିଳାଙ୍କ ନାମ ଝିଲି ପ୍ରଧାନ । ବୁଗୁଡା ଥାନା ଅନ୍ତର୍ଗତ ମଣିତରା ପଂଚାୟତ ଡାଙ୍ଗସାହିର ସତ୍ୟ ନାରାୟଣ ଆରୁଖଙ୍କ ପୁଅ ଜିତୁ ଆରୁଖଙ୍କୁ ୮ ମାସ ତଳେ ବିବାହ କରିଥିଲେ ଝିଲି । ତେବେ ଝିଲିଙ୍କ ମାଆଙ୍କ କହିବା ଅନୁସାରେ ଝିଅ ଗତକାଲି ରାତିରେ ଶାଶୁଘରୁ କୁଆଡେ ଚାଲି ଯାଇଥିବା ନେଇ ତାଙ୍କ ଶ୍ୱଶୁର କହିଥିଲେ ।

ପରେ ଝିଲଙ୍କ ମାଆ-ବାପା ଡାଙ୍ଗସାହି ଆସି ଖୋଜାଖୋଜି କରିବା ସମୟରେ ପଡୋଶୀ ଘରର ବାଉଁଶ ଡୋଲିରେ ଝିଲିଙ୍କୁ ହାତଗୋଡ ବନ୍ଧା ଅବସ୍ଥାରେ ଦେଖିବାକୁ ପାଇଥିଲେ । ପରେ ଗାଁ ଲୋକ ଝିଲିଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ ବୁଗୁଡା ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଝିଲିଙ୍କର ଚିକିତ୍ସା ଚାଲିଥିବା ବେଳେ ବୁଗୁଡା ପୁଲିସ ତାଙ୍କ ଶାଶୁ-ଶ୍ୱଶୁରଙ୍କୁ ଅଟକ ରଖି ପଚରାଉଚରା କରୁଛନ୍ତି

from Kanak News
via <a href="https://ifttt.com/?

ରାତି ହେଲେ ଶୀତ ସାଜୁଛି ଶତ୍ରୁ । ହାଡଭଙ୍ଗା ଜାଡ ନା ଶୋଇବାକୁ ଦେଉଛି ନା ବଞ୍ଚିବାକୁ । ମାନସିକ ବିକାରଗ୍ରସ୍ତ ବୋଲି ରାସ୍ତାକଡେ ବିତୁଛି ଜୀବନ, ନଜର ଦେଉନି ପ୍ରଶାସନ ।

କନକ ବ୍ୟୁରୋ: ଯଦି ପଚରାଯାଏ ଆପଣଙ୍କ ପ୍ରିୟ ଋତୁ କଣ ? ଅନେକ ଉତ୍ତରରେ କୁହନ୍ତି ବର୍ଷା, ବସନ୍ତ କି ଶୀତ… ଏ ଶୀତ ଅନେକଙ୍କୁ ଆନନ୍ଦ ଦିଏ, ଏ ଶୀତ ଅନେକଙ୍କୁ ଉଲ୍ଲସିତ କରେ । ହେଲେ ହାଡଭଙ୍ଗା ଶୀତ ଯେ ଶାସ୍ତି ଦିଏ, ଅଧ ରାତିରେ ଆଖିବୁଜା ନିର୍ଯାତନା ଦିଏ ତାହା ଅସହାୟର ଆତ୍ମଲିପି ପଢିଲେ ହିଁ ଜାଣିହେବ, ଜାଡ କେତେ ଯନ୍ତ୍ରଣା ଦିଏ ବୋଲି… ଶୀତ କିଛି ଲୋକଙ୍କ ପାଇଁ ମଉଜ ଆଣିଦେଇଥିବା ବେଳେ କିଛି ଲୋକଙ୍କ ପାଇଁ ଆଣିଛି ଅଭିଶାପ । ଶୀତ ନାଁ ଶୁଣିଲେ ସେମାନେ ଡରିଯାଆନ୍ତି, ସଞ୍ଜ ବାଜିବା କ୍ଷଣି ସେମାନେ ଭୟରେ ଥରନ୍ତି । ଯାହାର କରୁଣ ଚିତ୍ର ଆସିଛି ମାଲକାନଗିରି କାଲିମେଳା ଅଞ୍ଚଳରୁ…

ଆପଣଙ୍କ ସାମ୍ନାରେ ଶୀତ ଶାସ୍ତିର ଦୁଇଟି ଦୃଶ୍ୟ । ଗୋଟିଏ ଚିତ୍ରରେ ମଣିଷକୁ ରାସ୍ତା କଡରେ ଚାବୁକ ମାରୁଛି ଶୀତ ଆଉ ଅନ୍ୟ ଚିତ୍ରରେ ଶ୍ମଶାନରେ ଶୀତ ସହ ସଙ୍ଘର୍ଷ କରୁଛି ମଣିଷ । ରାସ୍ତା କଡରେ ପଡିରହିଥିବା ଏ ବ୍ୟକ୍ତି ଜଣଙ୍କ ମାନସିକ ବିକାରଗ୍ରସ୍ତ । ଦୁନିଆ ବିଷୟରେ କିଛି ଜାଣି ପାରୁନଥିବାରୁ କାଲିମେଳା ଏମଭି-୯୦ ହରିଚାନ୍ଦ ମନ୍ଦିର ନିକଟ ଏକ ଗଛମୂଳେ ଖୋଲା ଆକାଶ ତଳେ ଶୀତ କାକର ସହି ସେମିତି ପଡିରହିଛନ୍ତି । ମାନସିକ ଭାରସାମ୍ୟ ହରାଇ ଘରୁ ପଳାଇ ଆସିବା ପରେ କଣ ଖାଉଛନ୍ତି, କେଉଁଠି ରହୁଛନ୍ତି କେହି ଜାଣିନାହାନ୍ତି । ଆଉ ଯେତେବେଳେ ଶୀତ ୧୪୪ ଧାରା ଜାରି କରୁଛି ସେତେବେଳେ ନିଆଁ ଜାଳି ଜୀବନ ବଞ୍ଚାଇବାକୁ ହାତ ଆପେ ଆପେ ଚାଲିଯାଉଛି ।
ଏପଟେ ଶ୍ମଶାନରେ ବି ଜାଡ ସହ ଯୁଦ୍ଧ କରୁଛନ୍ତି ଅସହାୟ ମହିଳା । ମାନସିକ ବିକାରଗ୍ରସ୍ତ ହୋଇଥିବାରୁ ସିଏ ବି ମଧ୍ୟ ଏ ମଶାଣୀକୁ ଘର ଭାବି ନେଇଛନ୍ତି । ଏଇଠି ରହୁଛନ୍ତି, ଏଇଠି ଶୋଉଛନ୍ତି । ହେଲେ ଏ ହାଡଭଙ୍ଗା ଶୀତ ନା ଶୋଇବାକୁ ଦେଉଛି ନା ବଞ୍ଚିବାକୁ । ଜୁଇର ନିଆଁ ଜାଳି ଜୀବନ ବଞ୍ଚିବାକୁ ପଡୁଛି ।

ତେବେ ଶୀତରୁ ରକ୍ଷା ପାଇବାକୁ ଆମେ କେତେ କଣ ପିନ୍ଧୁଛେ, କେତେ କଣ ଉପାୟ ଆପଣାଉଛେ । ହେଲେ ସେମାନେ ଶୀତ କାକରରେ ସେମିତି ପଡି ରହୁଛନ୍ତି । ନା ଦେହରେ ଅଛି କମ୍ବଳ ନା ଚାଦର । ପଲିଥିନ ଘୋଡି ରାସ୍ତାକଡରେ ବିତୁଛି ଜୀବନ । ତେବେ ଅସହାୟ ନିରାଶ୍ରୟୀଙ୍କ ଉପରେ ନଜର ରଖିବାକୁ ସରକାର ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିବା ବେଳେ ପ୍ରଶାସନର କିନ୍ତୁ ଏମାନଙ୍କ ଉପରେ ନିଘା ନାହିଁ । ଶୀତ ଶାସ୍ତିର ଏ କରୁଣ କାହାଣୀ ଦେଖିବା ପରେ ମନରେ ଅନେକ ପ୍ରଶ୍ନ ଉଠୁଛି, ସତରେ କଣ ଏମାନଙ୍କର ଜୀବନ ନାହିଁ ? ନା ମାନସିକ ବିକାରଗ୍ରସ୍ତ ବୋଲି ଏମାନଙ୍କୁ ଅଣଦେଖା କରାଯାଉଛି? ଜାଡ ସମସ୍ତଙ୍କୁ ଯନ୍ତ୍ରଣା ଦିଏ, ଶୀତ ସମସ୍ତଙ୍କ ପାଇଁ ସମାନ । କିନ୍ତୁ ଏସବୁ ପରେ କାହିଁକି ଏମାନଙ୍କୁ ଏମିତି ଛଡା ଯାଇଛି? କଣ କାଲିମେଳାରେ ନାହିଁ ରାତ୍ରୀ ଆଶ୍ରୟସ୍ଥଳୀ? ସରକାର ଏମାନଙ୍କ ଉପରେ ଥରେ ଶୁଭଦୃଷ୍ଟି ପଡୁ…?

from Kanak News
via <a href="https://ifttt.com/?

କଟକରେ ଜିରୋନାଇଟ ସେଲିବ୍ରେସନ ଉପରେ କଟକଣା । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସିଏମସିର ପଦକ୍ଷେପ

କନକ ବ୍ୟୁରୋ : କଟକରେ ଜିରୋନାଇଟ ସେଲିବ୍ରେସନ ଉପରେ ଲାଗିଲା କଟକଣା । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସିଏମସି ନେଲା ପଦକ୍ଷେପ । ହୋଟେଲ, ମଣ୍ଡପ, କ୍ଲବରେ ଭିଡ ନକରିବାକୁ ନିର୍ଦ୍ଦେଶ । ନିଜ ନିଜ ଘରେ ରହି ନୂଆ ବର୍ଷ ପାଳିବାକୁ ଦିଆଗଲା ପରାମର୍ଶ ।

ଏହା ପୂର୍ବରୁ ଭୁବନେଶ୍ୱରରେ ଜିରୋନାଇଟ ସେଲିବ୍ରେସନ ଉପରେ କଟକଣା ଲଗାଇଛି ବିଏମସି । ଏଥର ଭୁବନେଶ୍ୱରର କୌଣସି ଜାଗାରେ ନୂଆବର୍ଷରେ ଜିରୋ ନାଇଟ ସେଲିବ୍ରେସନ ହେବନି । ଏହାସହ ନିୟମକୁ ମଧ୍ୟ କଡାକଡି କରାଯାଇଛି ।

ହୋଟେଲ, କ୍ଲବ ନଯାଇ ଘରେ ରହି ପରିବାର ଓ ସାଂଗସାଥୀଙ୍କ ସହ ନୂଆ ବର୍ଷ ପାଳନ କରିବାକୁ ପରାମର୍ଶ ଦିଆଇଛି । ମୁଖ୍ୟତଃ ୩ଟି ଦିଗ ଉପରେ ଜୋର ଦିଆଯାଇ ଗାଇଡଲାଇନ ଜାରି କରାଯାଇଛି । କରୋନା ପାଇଁ ଏଥର ନୁଆବର୍ଷ ଫିକା ରହିବ ।

ସେହିପରି ଜିରୋନାଇଟ ସେଲିବ୍ରେସନକୁ ନେଇ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ପ୍ରତିକ୍ରିୟା ଦେଇଛନ୍ତି । କହିଛନ୍ତି, ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଚଳିତ ବର୍ଷ ଜିରୋ ନାଇଟ ସେଲିବ୍ରେସନ ବାରଣ କରାଯାଇଛି । ରାଜଧାନୀରେ ୨୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯିବ । ସବୁ ହୋଟେଲ ଓ କ୍ଲବ ମାନଙ୍କର ସରପ୍ରାଇଜ ଚେକିଂ କରାଯିବ । ଡିସେମ୍ବର ୩୧ ତାରିଖ ବିଳମ୍ବିତ ରାତି ପର୍ଯ୍ୟନ୍ତ ପାଟ୍ରୋଲିଂ ବ୍ୟବସ୍ଥା କଡାକଡି କରାଯିବ ।

from Kanak News
via <a href="https://ifttt.com/?

ରାଜସ୍ଥାନର ଝଲୱାଇ ଜିଲ୍ଲାରେ ମନ୍ଦିର ପାଇଁ…୧୧ହଜାର ଲିଟର କ୍ଷୀର ଓ ଘିଅ ଢାଳିଲେ ଶ୍ରଦ୍ଧାଳୁ

କନକ ବ୍ୟୁରୋ : ମନ୍ଦିର ପ୍ରତିଷ୍ଠା ଦିବସରେ ୧୧ହଜାର ଲିଟର କ୍ଷୀର, ଦହି ଓ ଘିଅ ଢାଳିଲେ ଶ୍ରଦ୍ଧାଳୁ । ରାଜସ୍ତାନ ରତଲାଇ ଅଂଚଳର ଝଲୱାର ଜିଲ୍ଲାରେ ଶନିବାର ଦେବନାରାୟଣ ମନ୍ଦିର ପ୍ରତିଷ୍ଠା ଉତ୍ସବ ଥିଲା । ଏହି ଅବସରରେ ୧୧ହଜାର ଲିଟର କ୍ଷୀର, ଦହି, ଘିଅ ଢାଳିଛନ୍ତି ଶ୍ରଦ୍ଧାଳୁ । ଏହି ୧୧ ହଜାର ଲିଟର ଭିତରେ ୧୫ଶହ ଲିଟର ଦହି ଓ ଏକ କ୍ୱିଂଟାଲ ଦେଶୀ ଘିଅ ଓ ଅବଶିଷ୍ଠାଂଶ କ୍ଷୀର ଥିବା ଜଣାପଡ଼ିଛି ।

ଏସବୁ ଜିନିଷର ଆନୁମାନିକ ମୁଲ୍ୟ ପାଖାପାଖି ଦେଢ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଉଛି । ରାଜସ୍ତାନର ଗୁଜର ସମୁଦାୟ ଓ ଅନ୍ୟ ଲୋକ ମାନେ ଦେବନାରାୟଣ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଏପରି କରିଛନ୍ତି । ଗୁଜର ସମୁଦାୟର ଲୋକମାନେ ୧୧ହଜାର ଲିଟରର କ୍ଷୀର, ଦହି, ଘିଅ ସଂଗ୍ରହ କରି ମନ୍ଦିରରେ ଢାଳିଥିବାର ଦେଖିବାକୁ ମିଳିଛି । ତେବେ ଏହା କୌଣସି ବାଧ୍ୟବାଧ୍ୟକତା ପରମ୍ପରା ହୋଇନଥିବା କହିଛନ୍ତି ମନ୍ଦିର ପ୍ରତିଷ୍ଠା କରୁଥିବା ସଦସ୍ୟ । ପୂର୍ବରୁ ବେଳେ ବେଳେ ଏମିତି କାର୍ଯ୍ୟକ୍ରମ ହୋଇଥିବା ସେ କହିଛନ୍ତି ।

from Kanak News
via <a href="https://ifttt.com/?

ଗାଇସିଲଟ ବ୍ଲକ କାଲପାଲି ପଞ୍ଚାୟତ ପିଇଓ ପାଣ୍ଡବ ନନ୍ଦଙ୍କ ଘରେ ଭିଜିଲାନ୍ସର ଚଢାଉ : କଲଙ୍ଗାପାଲି ସ୍ଥିତ ପୈତୃକ ବାସଭବନ ଓ ଅଫିସରେ ରେଡ୍

କନକ ବ୍ୟୁରୋ : ଆୟ ବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ ପିଇଓଙ୍କ ଘରେ ଭିଜିଲାନ୍ସର ଚଢାଉ । ପଦ୍ମପୁର ଉପଖଣ୍ଡ ଗାଇସିଲଟ ବ୍ଲକ ତାଲପାଲି ପଂଚାୟତ ପିଇଓଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ । ଆୟ ବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ ବରଗଡ଼ ଭିଜିଲାନ୍ସ ଟିମ ଚଢାଉ କରିଛି ।

ପିଇଓ ପାଣ୍ଡବ ନନ୍ଦଙ୍କ ନିଜସ୍ୱ ବାସଭବନ ସହିତ ତାଲପାଲିରେ ଥିବା କାର୍ଯ୍ୟାଳୟରେ ମଧ୍ୟ ଚଢାଉ କରିଛି ଭିଜିଲାନ୍ସ ଟିମ୍ । ଚଢାଉ ସମୟରେ ପାଣ୍ଡବ ନନ୍ଦଙ୍କ ଘର ବାଡ଼ି କାଗଜପତ୍ରର ଭ୍ୟାଲୁଏସନ୍ କରିଛି ସିବିଆଇ । ପିଇଓଙ୍କ ଘର ସମେତ ଦୁଇଟି ସ୍ଥାନରେ ଚଢାଉ କରିଛଇ ଭିଜିଲାନ୍ସ ।

from Kanak News
via <a href="https://ifttt.com/?

Design a site like this with WordPress.com
Get started