ଆସନ୍ତା ୩ରୁ ଖୋଲିବ ତାରା ତାରିଣୀ ମନ୍ଦିର : ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ସୂଚନା

କନକ ବ୍ୟୁରୋ : ଆସନ୍ତା ୩ ତାରିଖରେ ଖୋଲିବ ତାରା ତାରିଣୀ ମନ୍ଦିର । କରୋନା କଟକଣା ମଧ୍ୟରେ ରହି ଭକ୍ତମାନେ ମାଙ୍କୁ ଦର୍ଶନ କରିବେ । ଜିଲ୍ଲା ପ୍ରଶାସନ ପକ୍ଷରୁ ଏନେଇ ଏସଓପି ଜାରି ହୋଇଛି । ଜିଲ୍ଲାର ଅନ୍ୟ ଧାର୍ମିକ ଅନୁଷ୍ଠାନ ଖୋଲିବା ନେଇ ମଧ୍ୟ ଆସନ୍ତକାଲି ବୈଠକ ହେବ ।

ଜିଲ୍ଲାରେ ଜିରୋ ନାଇଟ ସେଲିବ୍ରେସନ ହେବ ନାହିଁ । ଡିସେମ୍ବର ୩୧ ଓ ଜାନୁଆରୀ ୧ରେ ପର୍ଯ୍ୟଟକମାନଙ୍କ ନିମନ୍ତେ ବନ୍ଦ ରହିବ ଗୋପାଳପୁର ବେଳାଭୂମୀ । ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏନେଇ ସୂଚନା ଦେଇଛନ୍ତି ।

from Kanak News
via <a href="https://ifttt.com/?

ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ : ଘରୋଇ କମ୍ପାନୀର ମ୍ୟାନେଜରଙ୍କୁ ଗୁଳି କରି ୩ଲକ୍ଷ ୨୦ହଜାର ଲୁଟ୍

କନକ ବ୍ୟୁରୋ : ଦିନ ୧୦ଟା ବେଳେ ବନ୍ଧୁକ ମୁନରେ ଲୁଟ୍ । ବାଲେଶ୍ୱର ଖାନ୍ ନଗର ନିକଟରେ ଜେସିବି କମ୍ପାନୀର ଆକାଉଂଟାଂଟଙ୍କୁ ଫାଇରିଂ କରି ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି ଦୁଇଜଣ ଦୁର୍ବୃତ୍ତ । ଆକାଉଂଟାଟ ଅଶୋକ ଓ ସିକୁରିଟି ଗାର୍ଡ଼ କଲେକ୍ସନ୍ କରି ଆଣିଥିବା ୩ଲକ୍ଷ ୨୦ହଜାର ଟଙ୍କା ନେଇ ନିଜ ଅଫିସକୁ ଆସୁଥିବା ବେଳେ ଖାନ୍ ନଗର ନିକଟରେ ଏକ ନମ୍ବର ବିହିନ ବାଇକରେ ଦୁଇ ଜଣ ଦୁର୍ବୃତ୍ତ ଆସି ବନ୍ଧୁକ ଦେଖାଇ ଟଙ୍କା ମାଗିଥିଲେ ।

ଟଙ୍କା ନଦେବାରୁ ଅଶୋକଙ୍କ ଗୋଡ଼କୁ ଫାଇରିଂ କରିଥିଲେ ଦୁର୍ବୃତ । ସେହି ମସୟରେ ଟଙ୍କା ବ୍ୟାଗ୍ ନେଇ ଫେରାର ହୋଇଛନ୍ତି ଦୁର୍ବୃତ୍ତ । ତେବେ ଅଶୋକଙ୍କୁ ବାଲେଶ୍ୱର ମେଡ଼ିକାଲରେ ଚିକିତ୍ସା କରାଯାଉଛି । ଗୋଡ଼ରେ ଗୁଳିବାଜିଥିବାରୁ ଅଳ୍ପକେ ବର୍ତିଯାଇଛନ୍ତି ଅଶୋକ । ଘଟଣା ସ୍ଥଳରେ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଥିବା ବେଳେ ଘଟଣା ସ୍ଥଳରୁ ଫେରାର ଅଛନ୍ତି ଦୁର୍ବୃତ୍ତ ।

from Kanak News
via <a href="https://ifttt.com/?

୪ ରାଜ୍ୟରେ ଟିକାର ଡ୍ରାଏ ରନ ଆରମ୍ଭ : ଆନ୍ଧ୍ର, ଆସାମ ,ଗୁଜରାଟ ଓ ପଞ୍ଜାବର ୮ଟି ଜିଲ୍ଲାରେ ଦୁଇଦିନ ପାଇଁ ବ୍ୟବସ୍ଥା

କନକ ବ୍ୟୁରୋ : ଜାନୁଆରୀରୁ ଦେଶରେ କରୋନା ଟୀକା ଦେବା ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ଆଉ ଟିକା ପ୍ରିକ୍ରିୟାର ପ୍ରାକ ଅଭ୍ୟାସ ସ୍ୱରୂପ ଆନ୍ଧ୍ର ସମେତ ଆସାମ, ଗୁଜରାଟ ଓ ପଞ୍ଜାବରେ ଏହି ଡ୍ରାଏ ରନ ବ୍ୟବସ୍ଥା କରାଯିବ । ଆଜି ଓ ଆସନ୍ତାକାଲି ଏହି ଡ୍ରାଏ ରନ ପ୍ରକ୍ରିୟାରେ ବିଭିନ୍ନ କ୍ଷେତ୍ରରେ ସତର୍କତା ଅବଲମ୍ବନ ସହ ଆନୁଷଙ୍ଗିକ ଭିତିଭୂମି ବ୍ୟବସ୍ଥାର ସମୀକ୍ଷା ଆରମ୍ଭ ହୋଇଛି । ।

କେବଳ ଲକ୍ଷଦ୍ୱୀପକୁ ବାଦଦେଲେ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳଗୁଡିକରେ ଏ ନେଇ ପ୍ରଶିକ୍ଷଣ ଦିଆଯାଇଛି । ଆଜି ଓ ଆସନ୍ତାକାଲି ଦେଶରେ କିଭଳି ହେବ ସମୁହ ଟିକାକରଣ, ତାର ରିହାର୍ସାଲ ଆରମ୍ଭ ହୋଇଛି । ପ୍ରତ୍ୟେକ ରାଜ୍ୟର ଦୁଇଟି ଲେଖାଏଁ ଜିଲ୍ଲାରେ ହେବ ଡମି ଟିକାକରଣ । ଭାରତ ଭଳି ଏକ ବିଶାଳ ଭୂ-ଖଣ୍ଡ ଓ ବୃହତ ଜନସଂଖ୍ୟା ବିଶିଷ୍ଟ ଦେଶରେ କୋଭିଡ ଟିକା ସମସ୍ତଙ୍କ ପାଖରେ ଓ ସୁରକ୍ଷିତ ଭାବରେ କିଭଳି ପହଂଚି ପାରିବ ତାକୁ ନେଇ ବଡ କସରତର ଆବଶ୍ୟକତା ରହିଛି ।

କୋଭିଡ ଟିକାକରଣ ପାଇଁ ସାରାଦେଶରେ ୭ ହଜାରରୁ ଅଧିକ ଜିଲ୍ଲାସ୍ତରୀୟ କର୍ମୀଙ୍କୁ ପ୍ରଶିକ୍ଷଣ ଦିଆଯାଇଛି । ତେଣୁ ପ୍ରକୃତ ଟିକାକରଣ ପୂର୍ବରୁ ଦିଆଯାଇଥିବା ପ୍ରଶିକ୍ଷଣ ଅନୁସାରେ କିଭଳି କାମ ହେଉଛି, ତାକୁ ଅନୁଧ୍ୟାନ କରିବାକୁ ଚାହୁଁଛନ୍ତି କେନ୍ଦ୍ର ସରକାର । ଅର୍ଥାତ କୋଭିଡ ବିରୋଧୀ ସମୁହ ଟିକାକରଣର ଏହା ପୂର୍ବ ପ୍ରସ୍ତୁତି ।

from Kanak News
via <a href="https://ifttt.com/?

୨୨ ଦିନରେ ବ୍ରିଟେନରୁ ଓଡିଶା ଫେରିଛନ୍ତି ୧୮୧ ଜଣ : ଭୁବନେଶ୍ୱର ଓ ଜଗତସିଂହପୁରରୁ ୩ ଜଣ ଲେଖାଁଏ ପଜିଟିଭ

କନକ ବ୍ୟୁରୋ : ବ୍ରିଟେନରୁ ଓଡିଶା ଫେରିଥିବା ଯାତ୍ରୀଙ୍କ ମଧ୍ୟରେ ୬ ଜଣ ପଜିଟିଭ । ଭୁବନେଶ୍ୱର ଓ ଜଗତସିଂହପୁରରୁ ୩ ଜଣ ଲେଖାଁଏ ପଜିଟିଭ ଚିହ୍ନଟ ହୋଇଛନ୍ତି । ୨୨ ଦିନରେ ବ୍ରିଟେନରୁ ଓଡିଶା ଫେରିଛନ୍ତି ୧୮୧ ଜଣ । ନଭେମ୍ବର ୩୦ରୁ ଡିସେମ୍ବର ୨୧ ଯାଏଁ ୧୮୧ ଜଣ ଓଡିଶା ଫେରିଥିବା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଂଜନ ମିଶ୍ର ସୂଚନା ଦେଇଛନ୍ତି । ୧୮୧ ଜଣଙ୍କ ମଧ୍ୟରୁ ୧୧୯ ଜଣଙ୍କ ପତା ମିଳିଛି । ହେଲେ ବାକି ୬୨ ଜଣ ଭୁଲ ଫୋନ ନମ୍ବର, ଠିକଣା ଦେଇଥିବାରୁ ଚିନ୍ତା ବଢିିଛି ।

ସାରା ବିଶ୍ୱରେ କରୋନା ଆକ୍ରାନ୍ତ ଟିକେ କମିବାର ସୂଚନା ମିଳୁଥିବା ବେଳେ ହଠାତ୍ ବ୍ରିଟେନରେ କରୋନାର ଏକ ନୂଆ ପ୍ର୍ର୍ରକାର ଭେଦ ଦେଖିବାକୁ ମିଳିଛି । ଯାହାକି ପୂର୍ବରୁ ଥିବା କରୋନା ଠାରୁ ବହୂୁତ କମ୍ ସୟମ ମଧ୍ୟରେ ଜଣଙ୍କ ଠାରୁ ଅନ୍ୟ ଜଣଙ୍କୁ ବ୍ୟାପୁଥିବାର ବୈଜ୍ଞାନିକ ମାନେ ସୂଚନା ଦେଇଛନ୍ତି । ଏହାକୁ ନେଇ ବ୍ରିଟେନରେ ଲକଡାଉନ୍ ଜାରି କରାଯାଇଛି । ହେଲେ ବ୍ରିଟେନରୁ ପୂର୍ବ ୧୪ ଦିନ ମଧ୍ୟରେ ଅନେକ ନାଗରିକ ଭାରତ ଫେରିଥିବାରୁ ସେମାନଙ୍କୁ ଚିହ୍ନଟ କରି କୋଭିଡ୍ ଟେଷ୍ଟ କରାଇବାକୁ ବ୍ୟସ୍ଥ ହୋଇପଡିଛି ସ୍ୱାସ୍ଥ୍ୟ ବିଭାଗ ।

from Kanak News
via <a href="https://ifttt.com/?

ଜିରୋ ନାଇଟ ଉପରେ ଲାଗିଲା କଟକଣା : ହୋଟେଲ, କ୍ଲବ ଓ କଲ୍ୟାଣ ମଣ୍ଡପରେ ଜିରୋ ନାଇଟ ସେଲିବ୍ରେସନ ଉପରେ ରୋକ ଲଗାଇଲା ବିଏମସି

କନକ ବ୍ୟୁରୋ :  ରାଜଧାନୀରେ ଜିରୋ ନାଇଟରେ ଲାଗିଲା କଟକଣା । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ କଟକଣା ଲାଗୁ କରାଯାଇଛି । ହୋଟେଲ, କ୍ଲବ ଓ କଲ୍ୟାଣ ମଣ୍ଡପରେ ଜିରୋ ନାଟଇ ସେଲିବ୍ରେସନ ହୋଇପାରିବ ନାହିଁ । ଜନସମାଗମ ଉପରେ ବିଏମସି ପକ୍ଷରୁ ରୋକ ଲଗାଯାଇଛି ।

ହୋଟେଲ,କ୍ଲବ ନଯାଇ ଘରେ ରହି ନୂଆ ବର୍ଷ ପାଳନ କରିବାକୁ ବିଏମସି ପରାମର୍ଶ ଦେଇଛନ୍ତି । ଡିସେମ୍ବର ୩୧ ଜିରୋନାଇଟ ଓ ଜାନୁଆର ୧ ନୂଆବର୍ଷରେ ଟୁଇନସିଟିରେ ପୁଲିସ ପହରା ମାରିବ । ବିଭିନ୍ନ ସ୍ଥାନରେ ପାଟ୍ରୋଲିଂ କରାଯିବା ସହ ନାକାବନ୍ଦୀ କରାଯିବ । ଭିଡକୁ ନିୟନ୍ତ୍ରଣ ପାଇଁ ସୁରକ୍ଷା କଡାକଡା କରାଯିବ ବୋଲି ପୂର୍ବରୁ କମିସନରେଟ ପୁଲିସ ପକ୍ଷରୁ କୁହାଯାଇଛି ।

from Kanak News
via <a href="https://ifttt.com/?

ବରିଷ୍ଠ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ଅସୁସ୍ଥ : ସିବିଆଇ ଅଫିସ ସାମ୍ନାରେ ଅସୁସ୍ଥ ହୋଇପଡିଲେ

କନକ ବ୍ୟୁରୋ : ବରିଷ୍ଠ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ଅସୁସ୍ଥ । କଂଗ୍ରେସର ପ୍ରତିଷ୍ଠା ଦିବସରେ ସିବିଆଇର ନିସ୍କ୍ରିୟତାକୁ ନେଇ ଏକ ଖୋଲା ଜିପରେ ଭାଷଣା ଦେଉଥିବା ବେଳେ ଅଚେତ ହୋଇ ପଡ଼ିଥିଲେ । ହଠାତ ଛାତିକୁ ଧରି ତଳେ ବସିପଡ଼ିଥିଲେ ନରସିଂହ ମିଶ୍ର । ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ତେବେ ନରସିଂହ ମିଶ୍ର ଠିକ୍ ଥିବା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ବଲାଙ୍ଗୀରରୁ ଆଜି ସକାଳେ ଭୁବନେଶ୍ବରକୁ ଫେରିଥିଲେ। ଦୀର୍ଘ ସମୟର ଯାତ୍ରା ହେତୁ ନରସିଂହ ମିଶ୍ର କ୍ଳାନ୍ତ ହୋଇପଡ଼ିଥିଲେ।

 

from Kanak News
via <a href="https://ifttt.com/?

ରାଜ୍ୟରେ ଶୀତ ଲହରୀ ଜାରି : ୧୦ ଡିଗ୍ରୀ ତଳେ ୬ ସହରର ତାପମାତ୍ରା

କନକ ବ୍ୟୁରୋ : ରାଜ୍ୟରେ ଶୀତ ଲହରୀ ଜାରି ରହିଛି । ଆଜି ସକାଳ ସାଢେ ୮ଟାରେ ରେକର୍ଡ କରାଯାଇଥିବା ତଥ୍ୟ ଅନୁଯାୟୀ, ରାଜ୍ୟର ୬ଟି ସହରର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି । ମିଳିଥିବା ସୂଚନା ଅନୁଯାୟୀ, ଫୁଲବାଣୀ ରାଜ୍ୟର ସବୁଠାରୁ ଥଣ୍ଡା ସହର । ଏଠାରେ ସର୍ବନିମ୍ନ ତାପମାତ୍ରା ୫.୫ ଡିଗ୍ରୀ ରେକର୍ଡ କରାଯାଇଛି । ଏନେଇ ଭୁବନେଶ୍ବରର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ଅପରପକ୍ଷରେ ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୬.୫ ଡିଗ୍ରୀ, ଭବାନୀପାଟଣାରେ ୯.୨ ଡିଗ୍ରୀ, ବାରିପଦାରେ ୯.୪ ଡିଗ୍ରୀ, ଝାରସୁଗୁଡ଼ାରେ ୯.୪ ଡିଗ୍ରୀ, ଏବଂ କୋରାପୁଟରେ ୯.୬ ଡିଗ୍ରୀ ରହିଛି। ଏଣେ କଟକର ସର୍ବନିମ୍ନ ତାପମାତ୍ରା ୧୨ ଡିଗ୍ରୀ ଓ ଭୁବନେଶ୍ବରର ୧୩.୨ ଡିଗ୍ରୀ ରେକର୍ଡ କରାଯାଇଛି। ଆଗାମୀ କିଛି ଦିନ ଯାଏଁ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ।

ସେପଟେ ପ୍ରବଳ ଥଣ୍ଡାରେ ଥରୁଛି ଦିଲ୍ଲୀ ସମେତ ଉତର ଭାରତ । ହିମାଚଳପ୍ରଦେଶ , କାଶ୍ମୀର ସମେତ ପଞ୍ଜାବ ଓ ଅନ୍ୟାନ୍ୟ ଅଂଚଳରେ ପ୍ରବଳ ତୁଷାରପାତ ହୋଇଛି । ହିମାଚଳର ସିମଳା ଓ କାଶ୍ମୀରର ରାଜୈରିରେ ପ୍ରବଳ ବରଫପାତ ଯୋଗୁଁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି । ଜିଲ୍ଲାର ସମସ୍ତ ରାସ୍ତା ବରଫରେ ଆଚ୍ଛାଦିତ ହୋଇରହିଯାଇଛି । ପାଣିପାଗ ବିଭାଗର କହିବା ଅନୁସାରେ, ଆସନ୍ତା କିଛିଦିନ ପାଇଁ ଉତର ଭାରତରେ ଏଭଳି ତୁଷାରପାତ ଜାରି ରହିବ ।

from Kanak News
via <a href="https://ifttt.com/?

କରୋନା ପାଇଁ ଗ୍ରାମାଞ୍ଚଳର ଛାତ୍ରଛାତ୍ରୀ ଅଧିକ କ୍ଷତିଗ୍ରସ୍ତ : ଡଃ ଅଚ୍ୟୁତ ସାମନ୍ତଙ୍କ ବ୍ରାଣ୍ଡସ୍‌ ଅଫ୍‌ ଓଡ଼ିଶା ପ୍ରାଇଡ୍‌ ଅଫ୍ ଇଣ୍ଡିଆ

ବିଶ୍ବ ଶିକ୍ଷା ମାନଚିତ୍ରରେ ଓଡ଼ିଶାକୁ ଏକ ସ୍ବତନ୍ତ୍ର ସ୍ଥାନ ଦେବାରେ କିଟ୍ ଓ କିସ୍‌ର ପ୍ରତିଷ୍ଠାତା ଡଃ ଅଚ୍ୟୁତ ସାମନ୍ତଙ୍କ ପ୍ରମୁଖ ଭୂମିକା ରହିଛି। ଶିକ୍ଷା କ୍ଷେତ୍ର ପାଇଁ ତାଙ୍କର ରହିଥିବା ଲକ୍ଷ୍ୟ, ସମାଜସେବା ଓ ରାଜନୀତି ବିଷୟରେ ସେ ଯାହା କହିଛନ୍ତି ତାହାକୁ ଏଠାରେ ଉପସ୍ଥାପନ କରାଯାଇଛି…

ଶିକ୍ଷା କ୍ଷେତ୍ର ପାଇଁ ଆପଣ କ’ଣ ଲକ୍ଷ୍ୟ ରଖିଛନ୍ତି?
ଶିକ୍ଷା ହେଉଛି ଶିଶୁ ଓ ବ୍ୟକ୍ତିଙ୍କ ତୃତୀୟ ନୟନ ସଦୃଶ। ଯଦି ଶିକ୍ଷା ଭଳି ତୃତୀୟ ନୟନ ନଥିବ ତେବେ ଜଣେ ବ୍ୟକ୍ତି ଦୁଇଟି ଆଖିରେ ବିଶ୍ବକୁ ଦେଖିବା ସମ୍ଭବପର ହେବନାହିଁ। ଭବିଷ୍ୟତରେ ପ୍ରତିଟି ପିଲା ଯେଭଳି ସାକ୍ଷର ହେବା ସହ ଗୁଣାତ୍ମକ ଶିକ୍ଷା ପାଇପାରିବେ ଏବଂ ଶିକ୍ଷାର ପ୍ରଚାର ଓ ପ୍ରସାର ହେବ ତାହା ହିଁ ମୋର ଲକ୍ଷ୍ୟ।
କିଟ୍‌ ଓ କିସ୍‌କୁ ବିଶ୍ବ ମାନଚିତ୍ରରେ ସ୍ଥାନିତ କରିବା ପରେ ଆପଣଙ୍କ ପରବର୍ତୀ ଯୋଜନା କ’ଣ ରହିଛି?
ଏହି ଦୁଇ ଅନୁଷ୍ଠାନ ଯେଭଳି ଅଧିକ ଆଦୃତ ଓ ଗୁଣାତ୍ମକ ହୋଇପାରିବ ସେଥିପାଇଁ ମୁଁ ଚେଷ୍ଟା କରୁଛି ଏବଂ କ୍ରୀଡ଼ାକୁ ମଧ୍ୟ ସମାନ ଗୁରୁତ୍ବ ଦେଇ କ୍ରୀଡ଼ାର ବିକାଶ ଦିଗରେ କାର୍ଯ୍ୟ କରୁଛି। ଆଗକୁ ଅଧିକ ସମର୍ପିତ ଭାବେ ନିଜକୁ ସମାଜ ସେବାରେ ନିୟୋଜିତ କରି ରଖିବି।
ଆପଣଙ୍କ ମତରେ ଛାତ୍ରଛାତ୍ରୀମାନେ କୋଭିଡ୍-୧୯ ମହାମାରୀ ଦ୍ବାରା କିଭଳି ପ୍ରଭାବିତ ହୋଇଛନ୍ତି?
ସମଗ୍ର ବିଶ୍ବର ଛାତ୍ରଛାତ୍ରୀମାନେ ପୂର୍ବରୁ ଏଭଳି କେବେ ପ୍ରଭାବିତ ହୋଇ ନଥିଲେ। ସେମାନଙ୍କ ଶିକ୍ଷାଲାଭ, ଜୀବନଯାପନ ପ୍ରଣାଳୀ ଓ ଅନ୍ୟ ସବୁ କାର୍ଯ୍ୟ ଏଭଳି ଭାବେ ପ୍ରଭାବିତ ହୋଇଛି, ଯାହା ଅକଳ୍ପନୀୟ। ଗରିବ ଛାତ୍ରଛାତ୍ରୀମାନେ ବିଶେଷ କ୍ଷତିଗ୍ରସ୍ତ ହୋଇଛନ୍ତି। ଓଡ଼ିଶା ଏକ ଗ୍ରାମ ବହୁଳ ରାଜ୍ୟ ହୋଇଥିବାରୁ ‌ଗ୍ରାମାଞ୍ଚଳରେ ବାସ କରୁଥିବା ଛାତ୍ରଛାତ୍ରୀମାନେ କରୋନା ମହାମାରୀ ଦ୍ବାରା ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି। ଅନେକ ପିଲା ମାନସିକ ବିଶାଦଗ୍ରସ୍ତ ହୋଇପଡ଼ିଥିବା ଦେଖିବାକୁ ମିଳିଛି। ସେମାନଙ୍କୁ କିଭଳି ଉଦ୍ଧାର କରାଯିବ ତାହା ହିଁ ମୋର ବଡ଼ ଚିନ୍ତା।
ଶିକ୍ଷା ଓ ଉଦ୍ୟମିତା ଭିତ‌ରେ କ’ଣ ସମ୍ପର୍କ ରହିଛି?
ଶିକ୍ଷା ହେଉଛି ସବୁ କିଛି। ଶିକ୍ଷାଗତ ଯୋଗ୍ୟତା ନଥିଲେ ମଧ୍ୟ ଜଣେ ଉଦ୍ୟୋଗୀ ହୋଇପାରିବେ। ଭାରତ ତଥା ବିଶ୍ବର ଅନେକ ବ୍ୟକ୍ତି ବିନା ଶିକ୍ଷାଗତ ଯୋଗ୍ୟତାରେ ଉତ୍ତମ ଉଦ୍ୟୋଗୀ ହୋଇପାରିଛନ୍ତି। କିନ୍ତୁ ଶିକ୍ଷାଗତ ଯୋଗ୍ୟତା ଥିଲେ ଔଦ୍ୟୋଗିତ ଚିନ୍ତାଧାରା ଏବଂ ଉଦ୍ୟୋଗୀ ହେବାର ରାସ୍ତା ଆହୁରି ସୁଗମ ହୋଇଥାଏ ବୋଲି ମୁଁ ଭାବୁଛି।
ଭବିଷ୍ୟତରେ କିସ୍‌ର ସମ୍ପ୍ରସାରଣ ପାଇଁ କ’ଣ ଯୋଜନା ରହିଛି?
ଆଗାମୀ ବର୍ଷେ ଦୁଇବର୍ଷ ଭିତରେ ରାଜ୍ୟର ୨୦ଟି ଜନଜାତି ଅଧ୍ୟୁଷିତ ଜିଲ୍ଲାରେ କିସ୍‌ର ଶାଖା ଖୋଲିବ। କନ୍ଧମାଳ ଓ ବୌଦ୍ଧରେ ମଧ୍ୟ ଶାଖା ଖୋଲିବ। କିସ୍‌ ବିଶ୍ବବିଦ୍ୟାଳୟ କିଭଳି ଦେଶର ଅନ୍ୟତମ ଶ୍ରେଷ୍ଠ ବିଶ୍ବବିଦ୍ୟାଳୟ ହେବ ସେଥିପାଇଁ ଆମେ ଚେଷ୍ଟାରତ। କ୍ରୀଡ଼ା କ୍ଷେତ୍ରରେ ଯେଭଳି କିସ୍‌ର ପିଲାମାନେ ସଫଳ ହେବେ ଏବଂ ଅଲିମ୍ପିକ୍‌ରେ ଅଂଶଗ୍ରହଣ କରିବେ ତାହା ହେଉଛି ଆମର ପ୍ରଥମ ଲକ୍ଷ୍ୟ?
ସମାଜ ସେବା ପାଇଁ ଅଧିକ ଲୋକଙ୍କ ପାଖରେ ପହଞ୍ଚିବାରେ ପ୍ରତ୍ୟକ୍ଷ ରାଜନୀତି ସହା‌ୟକ ହୋଇଛି ବୋଲି ଆପଣ ଭାବୁଛନ୍ତି କି?
ମୁଁ ଭାବୁଛି ଶିକ୍ଷା ଓ ସମାଜ ସେବା ଜରିଆରେ ଆମେ ଅନେକ ଲୋକଙ୍କ ନିକଟତର ହୋଇପାରିଛୁ। ତେବେ ସମାଜ ଓ ଲୋକଙ୍କ ନିକଟରେ ପହଞ୍ଚିବା ଏବଂ ଲୋକମାନଙ୍କ ସେବା କରିବା ପାଇଁ ରାଜନୀତି ହେଉଛି ଏକ ବଳିଷ୍ଠ ପ୍ଲାଟଫର୍ମ। ରାଜନୀତି ଜରିଆରେ ବଡ଼ ଆକାରରେ ଓ ଭଲ ଭାବେ ଲୋକଙ୍କ ସେବା କରିପାରିବି ବୋଲି ମୁଁ ଭାବୁଛି।
ବିଶ୍ବ ରାଙ୍କିଙ୍ଗ୍‌ରେ ସ୍ଥାନ ପାଇବା‌ରେ ଭାରତୀୟ ଶିକ୍ଷାନୁଷ୍ଠାନ କାହିଁକି ବିଫଳ ହେଉଛନ୍ତି?
ଭାରତର ଶିକ୍ଷା ବିଶ୍ବ ରାଙ୍କିଙ୍ଗ୍‌ରେ ସ୍ଥାନ ପାଇବା କିମ୍ବା ନପାଇବା, ସେଥିରେ ଅସମ୍ମାନ ହେବା ଭଳି କିଛି ନାହିଁ। ୟୁରୋପ, ଅଷ୍ଟ୍ରେଲିଆ‌, କାନାଡା ଓ ଆମେରିକାର ଶିକ୍ଷାନୁଷ୍ଠାନଗୁଡ଼ିକ ୭୦୦, ୮୦୦ କିମ୍ବା ୧୨୦୦ ବର୍ଷ ପୁରୁଣା। ଆମ ଦେଶର ସର୍ବପୁରାତନ ଶିକ୍ଷାନୁଷ୍ଠାନ ଯଥା ମାଡ୍ରାସ ବିଶ୍ବବିଦ୍ୟାଳୟ, ବମ୍ବେ ବିଶ୍ବବିଦ୍ୟାଳୟ ଓ କଲିକତା ବିଶ୍ବବିଦ୍ୟାଳୟ ୧୫୦ କିମ୍ବା ୧୬୫ ବର୍ଷ ପୁରୁଣା। ସେଥିପାଇଁ ବିଶ୍ବ ରାଙ୍କିଙ୍ଗ୍‌ରେ ସ୍ଥାନ ପାଇବା କଷ୍ଟକର ହୋଇପଡ଼ୁଛି। ଜଗତ୍‌କରଣ ପରେ କେନ୍ଦ୍ର ଓ ରାଜ୍ୟ ସରକାର ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକ ତତ୍ପରତା ଦେଖାଇଛନ୍ତି। ଧୀରେ ଧୀରେ ଆମ ଦେଶର ଶିକ୍ଷାନୁଷ୍ଠାନଗୁଡ଼ିକ ବିଶ୍ବ ରାଙ୍କିଙ୍ଗ୍‌କୁ ଯାଉଛନ୍ତି ଏବଂ ଆଗାମୀ ଦିନରେ ସେମାନେ ଆସ୍ଥାନ ଜମାଇପାରିବେ, ଏଥିରେ କୌଣସି ସନ୍ଦେହ ନାହିଁ।
‘ସମ୍ବାଦ’ର ବ୍ରାଣ୍ଡସ୍‌ ଅଫ୍‌ ଓଡ଼ିଶା ପ୍ରାଇଡ୍‌ ଅଫ୍ ଇଣ୍ଡିଆ ଅଭିଯାନ ବିଷୟରେ ଆପଣଙ୍କ ମତ କ’ଣ?
ଏହା ହେଉଛି ସମ୍ବାଦ ଗ୍ରୁପ୍‌ର ଏକ ଉତ୍ତମ ପ୍ରୟାସ। ଏହା ଦ୍ବାରା ବ୍ୟକ୍ତିବିଶେଷ ଓ ଅନୁଷ୍ଠାନଗୁଡ଼ିକ ଉତ୍ସାହିତ ଓ ଅନୁପ୍ରାଣିତ ହେଉଛନ୍ତି। ଏହା ଦ୍ବାରା ସେମାନଙ୍କ ଭଲ ହେବା ସହ ରାଜ୍ୟର ଭଲ ମଧ୍ୟ ହେଉଛି। ଏହା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ଏଥିପାଇଁ ମୁଁ ଶୁଭେଚ୍ଛା ଜଣାଉଛି। ଆଗାମୀ ଦିନରେ ଏହି ଅଭିଯାନ ଆହୁରି କିପରି ଭଲ ହୋଇପାରିବ ସେଥିପାଇଁ ଆପଣମାନଙ୍କ ପ୍ରଚେଷ୍ଟା ଜାରି ରହିବ ବୋଲି ମୁଁ ଆଶା କରୁଛି।

from Kanak News
via <a href="https://ifttt.com/?

ବ୍ରାଣ୍ଡସ୍‌ ଅଫ୍‌ ଓଡ଼ିଶା ପ୍ରାଇଡ୍‌ ଅଫ୍ ଇଣ୍ଡିଆ ସମ୍ବାଦ କର୍ପୋରେଟ୍ ଏକ୍ସିଲେନ୍ସ ଆୱାର୍ଡସ୍‌-୨୦୨୧ : ପାଞ୍ଚଟି ବର୍ଗରେ ପୁରସ୍କାର

କନକ ବ୍ୟୁରୋ : ସମ୍ବାଦ ଗ୍ରୁପ୍‌ର ବ୍ରାଣ୍ଡସ୍‌ ଅଫ୍‌ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ ସମ୍ବାଦ କର୍ପୋରେଟ୍ ଏକ୍ସିଲେନ୍ସ ଆୱାର୍ଡସ୍‌-୨୦୨୧ ପାଇଁ ଆବେଦନ ପ୍ରକ୍ରିୟା ୨୦୨୧ ଜାନୁଆରି ୬ରେ ଶେଷ ହେବ। ଏହି ତାରିଖ ପାଖେଇ ଆସୁଥିବା ବେଳେ ଉଦ୍ୟୋଗ ଜଗତରେ ପୁରସ୍କାରକୁ ନେଇ ଉତ୍ସାହ ବଢ଼ୁଛି। ପାଞ୍ଚଟି ବର୍ଗରେ ପୁରସ୍କାର ଦିଆଯିବ। ସେଗୁଡ଼ିକ ହେଉଛି କର୍ପୋରେଟ୍ ସାମାଜିକ ଦାୟିତ୍ବବୋଧ (CSR), ବୃହତ ଉଦ୍ୟୋଗ (LARGE), ମଧ୍ୟମ ଉଦ୍ୟୋଗ (MEDIUM), କ୍ଷୁଦ୍ର ଉଦ୍ୟୋଗ (SMALL) ଓ ଇମର୍ଜିଂ/ଷ୍ଟାର୍ଟଅପ୍ (EMERGING/START-UP) ।

ପ୍ରତି ବର୍ଗରେ ପ୍ଲାଟିନମ୍, ଗୋଲ୍‌ଡ ଓ ସିଲଭର୍‌ ଭଳି ତିନିଟି ପୁରସ୍କାର ଦିଆଯାଉଛି। ଆବେଦନ ପାଇଁ ଆବେଦନକାରୀଙ୍କୁ www.sambadawards.com କିମ୍ବା www.sambadawards.in ପରିଦର୍ଶନ କରିବାକୁ ପଡ଼ିବ। ଆବେଦନ ପାଇଁ କୌଣସି ଶୁଳ୍କ ଦେବାକୁ ପଡ଼ୁନାହିଁ। ବିଜେତା ଚୟନ ପ୍ରକ୍ରିୟା ସମ୍ପୂର୍ଣ୍ଣ ନିରପେକ୍ଷ ରହୁଛି। ପୁରସ୍କାର ବିଷୟରେ ଅଧିକ ଜାଣିବା ଲାଗି ସଞ୍ଜୟ ଗୌରଙ୍କୁ ମୋବାଇଲ୍ ନମ୍ବର ୯୬୫୪୧୩୩୩୦୦ ଓ ଜ୍ଞାନ ରଞ୍ଜନ ମହାନ୍ତିଙ୍କୁ ୯୯୩୮୪୪୩୨୨୪ରେ ଯୋଗାଯୋଗ କରାଯାଇପାରିବ।

from Kanak News
via <a href="https://ifttt.com/?

ଉତ୍ତର ଭାରତରେ ପ୍ରବଳ ଶୀତ ଲହରୀ : କାଶ୍ମୀର ଓ ହିମାଚଳରେ ତୁଷାରପାତ ; ଜନଜୀବନ ପ୍ରଭାବିତ

କନକ ବ୍ୟୁରୋ : ପ୍ରବଳ ଥଣ୍ଡାରେ ଥରୁଛି ଦିଲ୍ଲୀ ସମେତ ଉତର ଭାରତ । ହିମାଚଳପ୍ରଦେଶ , କାଶ୍ମୀର ସମେତ ପଞ୍ଜାବ ଓ ଅନ୍ୟାନ୍ୟ ଅଂଚଳରେ ପ୍ରବଳ ତୁଷାରପାତ ହୋଇଛି । ହିମାଚଳର ସିମଳା ଓ କାଶ୍ମୀରର ରାଜୈରିରେ ପ୍ରବଳ ବରଫପାତ ଯୋଗୁଁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି । ଜିଲ୍ଲାର ସମସ୍ତ ରାସ୍ତା ବରଫରେ ଆଚ୍ଛାଦିତ ହୋଇରହିଯାଇଛି ।

ପାଣିପାଗ ବିଭାଗର କହିବା ଅନୁସାରେ, ଆସନ୍ତା କିଛିଦିନ ପାଇଁ ଉତର ଭାରତରେ ଏଭଳି ତୁଷାରପାତ ଜାରି ରହିବ । ଏଥିପାଇଁ ନୂଆ ଆଡଭାଇଜରି ଜାରି କରିଛି ଆଇଏମଡି । ଉତ୍ତର ଭାରତର ୬ଟି ରାଜ୍ୟ ପାଇଁ ଆଇଏମଡି ପ୍ରବଳ ଶୀତର ଆଲର୍ଟ ଜାରି କରାଯାଇଛି । ରାତିର ତାପମାତ୍ରା ମାଇନଓ ୪ ଡିଗ୍ରୀ ଯାଏଁ ଯାଇପାରେ ବୋଲି ଆଇଏମଡି ଚେତାବନୀ ଦେଇଛି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started