ବିନା ଡ୍ରାଇଭରରେ ଚାଲିବ ମେଟ୍ରୋ ଟ୍ରେନ : ଦିଲ୍ଲୀରେ ଚାଳକ ବିହୀନ ସେବାର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

କନକ ବ୍ୟୁରୋ : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀରେ ଉଦଘାଟନ କଲେ ଦେଶର ପ୍ରଥମ ଡ଼୍ରାଇଭରଲେସ୍ ଟ୍ରେନ୍ । ୩୭ କିଲୋମିଟର ଯାତ୍ରା କରିବ ଏହି ଟ୍ରେନ୍ । ଏହି ଟ୍ରେନ୍ ଦିଲ୍ଲୀ ମେଟ୍ରୋରେ ସାମିଲ ହେବ । ଏହି ଟ୍ରେନ୍ ବିନା ଡ଼୍ରାଇଭରରେ ଅଟୋମେଟିକ୍ ଭାବେ ଚାଲିବ । ଦେଶର ପ୍ରଥମ ଡ଼୍ରାଇଭରଲେସ୍ ଟ୍ରେନ୍ ଭାବେ ଏହି ଟ୍ରେନ୍ ଦିଲ୍ଲୀ ମେଟ୍ରୋର ମଜେଂଟା ଲାଇନ୍ ଓ ପିଙ୍କ ଲାଇନରେ ଚାଲିବ ।

ପ୍ରଥମ ପର୍ଯ୍ୟାୟରେ ଏହି ଟ୍ରେନ୍ ମଜେଂଟା ଲାଇନ ଜନକପୁରୀର ପଶ୍ଚିମରୁ ନୋଏଡ଼ାର ବଟାନିକାଲ ଗାର୍ଡ଼େନ ମେଟ୍ରୋ ଷ୍ଟେସନ ପର୍ଯ୍ୟନ୍ତ ଯାତ୍ରା କରିବ । ଏହା ପରେ ୨୦୨୧ରେ ପିଙ୍କ ଲାଇନ୍ରେ ୫୭ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିବାର ଯୋଜନା ରହିଛି । ଏହି ଟ୍ରେନ୍ ସ୍ୱୟଂଚାଳିତ ହେବ । ମାନବୀୟ ହସ୍ତକ୍ଷେପ କମ୍ ରହିବ । ମନୁଷ୍ୟକୃତ ତୃଟିର ଆଶଙ୍କା କମ୍ ରହିବ । ସାଧାରଣ ମେଟ୍ରୋ ଟ୍ରେନ୍ ଭଳି ଏହି ଡ଼୍ରାଇଭରଲେସ ଟ୍ରେନରେ ୬ଟି କୋଚ ରହିଛି ।

ପାଖାପାଖି ୨ହଜାର ୨ଶହ୮୦ ଜଣ ଯାତ୍ରୀ ଏହି ଟ୍ରେନରେ ଯାତ୍ରା କରିପାରିବେ । ପ୍ରତେକ କୋଚରେ ୩୮୦ଜଣ ଯାତ୍ରୀ ଯାତ୍ରା କରିପାରିବେ । ଉକ୍ରୃଷ୍ଟ ମାନର ଟେକନିକ୍ ଦ୍ୱାରା ଏହି ଟ୍ରେନ୍ ତିଆରି ହୋଇଛି । ଏହା ଦ୍ୱାରା ଦିଲ୍ଲୀବାସୀ ଉପକୃତ ହୋଇପାରିବା ସହ ବିନା ଡ଼୍ରାଇଭରରେ ଟ୍ରେନ ଚାଳନାର ଉପଲବ୍ଧି କରିପାରିବେ ।

from Kanak News
via <a href="https://ifttt.com/?

ମାରାତ୍ମକ ହେଉଛି ନୂଆ କରୋନା : ୪ ମହାଦେଶକୁ ମାଡ଼ିଗଲାଣି; ଜାପାନରେ ବିଦେଶୀଙ୍କୁ ପ୍ରବେଶ ମନା

କନକ ବ୍ୟୁରୋ : ନୂଆବର୍ଷ ଆସି ଅତି ନିକଟରେ ପହଞ୍ଚିଲାଣି । ବିଶ୍ବବାସୀ ‘ଜିରୋ ଆୱାର’ ମନାଇବା ପାଇଁ ଉତ୍ସୁକତାର ସହ ଅପେକ୍ଷା କରି ରହିଛନ୍ତି । କିନ୍ତୁ ବ୍ରିଟେନ୍‌ରେ ନିକଟରେ ଠାବ ହୋଇଥିବା କରୋନା ଭୂତାଣୁର ନୂଆ ରୂପ ବିଶ୍ବବାସୀଙ୍କ ନିଦ ହଜାଇ ଦେଲାଣି । ୟୁରୋପ ମହାଦେଶର ଏକାଧିକ ଦେଶପରେ ଏହି ଭୂତାଣୁ ବିଶ୍ବର ୪ଟି ମହାଦେଶକୁ ଇତିମଧ୍ୟରେ ବ୍ୟାପିଗଲାଣି । ବ୍ରିଟେନ୍‌ ପକ୍ଷରୁ ନୂଆ କରୋନା ଭୂତାଣୁ ସଂପର୍କରେ ଘୋଷଣା ହେବା ପରେ ବିଶ୍ବର ପ୍ରାୟ ଅଧିକାଂଶ ଦେଶ ଏହି ଦେଶକୁ ବିମାନ ସେବା ବନ୍ଦ କରିଦେଇଛନ୍ତି । ଭାରତ ପକ୍ଷରୁ ମଧ୍ୟ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ବ୍ରିଟେନ୍‌କୁ ବିମାନ ବନ୍ଦ ରଖାଯାଇଛି । ବ୍ରିଟେନ୍‌ରୁ ଭାରତକୁ ଆସିଥିବା ବ୍ୟକ୍ତିଙ୍କ କରୋନା ପରୀକ୍ଷା କରାଯିବା ସହିତ ସେମାନଙ୍କ ଉପରେ କଡ଼ା ନଜର ରଖାଯାଇଛି ।

ସଂକ୍ରମଣକୁ ରୋକିବା ପାଇଁ ପୂର୍ବରୁ ଫ୍ରାନ୍ସ ସରକାର ଏହାର ବ୍ରିଟେନ୍‌ ସୀମାକୁ ସିଲ୍ କରିଦେଇ ସାରିଛନ୍ତି। ଜା‌ପାନରେ ନୂଆ କରୋନା ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଫଳରେ ସୋମବାରଠାରୁ ମାସେ ପର୍ଯ୍ୟନ୍ତ ଜାପାନ ବିଦେଶୀ ନାଗରିକଙ୍କ ପ୍ରବେଶ ଉପରେ କଟକଣା ଲଗାଇ ଦେଇଛି। ‌ସେହିଭଳି ବିଦେଶରୁ ଦେଶକୁ ଫେରିବାକୁ ଥିବା ଜାପାନୀ ନାଗରିକଙ୍କ ପାଇଁ କଠୋର ନିୟମ ଲାଗୁ କରିଛି। ବିଦେଶରୁ ଯାତ୍ରା ଆରମ୍ଭ କରିବାର ୭୨ ଘଣ୍ଟା ପୂର୍ବରୁ ନାଗରିକମାନେ ‌ପ୍ରଥମେ ସେମାନଙ୍କ କରୋନା ନେଗେଟିଭ ରିପୋର୍ଟ ଦାଖଲ କରିବେ। ଏଥିସହିତ ଜାପାନରେ ପହଞ୍ଚିବା ପରେ ପୁନର୍ବାର ସେମାନଙ୍କ କରୋନା ପରୀକ୍ଷା ହେବ। ତେବେ ବିଦେଶୀଙ୍କ ପାଇଁ ଯାତ୍ରା କଟକଣା ଜାପାନ ପକ୍ଷରୁ ୧୦ଟି ଏସୀୟ ଦେଶର ଛାତ୍ର ଓ ବ୍ୟବସାୟୀଙ୍କ ପାଇଁ କୋହଳ ହେବ ବୋଲି ଜଣାଯାଇଛି।

ବିମାନ ଚଳାଚଳ ଉପରେ କଟକଣା ସତ୍ତ୍ବେ ଉତ୍ତର ଆମେରିକାର କାନାଡ଼ା ଏବଂ ଏସିଆ ମହାଦେଶର ସିଙ୍ଗାପୁର ଓ ଜାପାନରେ ନୂଆ କରୋନା ଭୂତାଣୁ ଚିହ୍ନଟ ହୋଇଛି। ଅଷ୍ଟ୍ରେଲିଆରେ ମଧ୍ୟ ଏହି ରୋଗୀ ବାହାରିଛନ୍ତି। ବ୍ରିଟେନ୍‌ରୁ ବିଭିନ୍ନ ଦେଶକୁ ଯାତ୍ରା କରିଥିବା ଅଧିକାଂଶ ବ୍ୟକ୍ତି ଏହି ଭୂତାଣୁର ବାହକ ହୋଇଛନ୍ତି। ନୂଆ କରୋନା ଭୂତାଣୁ ସ୍ପେନ, ସ୍ବିଜରଲ୍ୟାଣ୍ଡ, ସ୍ବିଡେନ, ଫ୍ରାନ୍ସ, ଡେନ୍‌ମାର୍କ, ଜର୍ମାନୀ, ଇଟାଲି, ନେଦରଲ୍ୟାଣ୍ଡ ଆଦି ଦେଶରେ ବ୍ୟାପିସାରିଛି । ସୂଚନା ଅନୁଯାୟୀ ସ୍ପେନର ମାଦ୍ରିଦଠାରେ ୪ ଜଣ ନୂଆ କରୋନା ଭୂତାଣୁର ଶିକାର ହୋଇଛନ୍ତି। ସେମାନଙ୍କର ବ୍ରିଟେନ୍‌ ଗସ୍ତ ଇତିହାସ ରହିଛି। କାନାଡ଼ାର ଅଣ୍ଟୋରିଓଠାରେ ସଂକ୍ରମିତ ହୋଇଥିବା ନୂଆ ଦମ୍ପତି କୌଣସି ଦେଶକୁ ଯାତ୍ରା କରିଥିବା କିମ୍ବା ସଂକ୍ରମିତ ହୋଇଥିବା ଲୋକଙ୍କ ସହିତ ମିଶିଥିବାର ପ୍ରମାଣ ଏପର୍ଯ୍ୟନ୍ତ ମିଳି ନଥିବାରୁ ଉକ୍ତ ଭୂତାଣୁ ବ୍ୟାପିବାର ରହସ୍ୟ ସ୍ପଷ୍ଟ ହୋଇପାରୁନାହିଁ। ନୂଆ କରୋନା ଭୂତାଣୁ ସଂକ୍ରମଣର ବେଗ ପୁରୁଣା ଭୂତାଣୁ ତୁଳନାରେ ୭୦ ଗୁଣ ଅଧିକ ଥିବାରୁ ଏହାକୁ ନେଇ ଚିନ୍ତା ପ୍ରକାଶ ପାଇଛି।

ବ୍ରିଟେନ୍‌ରେ ପ୍ରଥମେ ଚିହ୍ନଟ ହୋଇଥିବା ନୂଆ କରୋନା ଭୂତାଣୁ ଆତଙ୍କ ଖେଳାଇବାର ପ୍ରମୁଖ କାରଣ ଗୁଡ଼ିକ ହେଲା ଏହା ପୁରୁଣା ଭୂତାଣୁକୁ କ୍ଷିପ୍ର ବେଗରେ ବ୍ୟାପୁଛି। ଲୋକଙ୍କୁ ସଂକ୍ରମିତ କରିବାର ଯଥେଷ୍ଟ କ୍ଷମତା ଏହି ଭୂତାଣୁଠାରେ ରହିଛି। ଏହା ମାରାତ୍ମକ ହୋଇପାରେ ବୋଲି ବିଶେଷଜ୍ଞମାନେ ମତ ଦେଲେଣି। ଭାରତରେ ଯଦିଓ ଗତ କିଛିଦିନ ହେଲା କରୋନାର ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ହ୍ରାସ ପାଉଛି ତଥାପି ସାମାନ୍ୟ ଅସଚେତନତା ଭାରତକୁ ପୁଣି ବଡ଼ ଅଡ଼ୁଆରେ ପକାଇ ଦେଇପାରେ। ୧୩୦ କୋଟିରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଭାରତରେ ଯଦି ନୂଆ କରୋନା ଭୂତାଣୁ ପ୍ରବେଶ କରେ ତାହେଲେ ତାହାକୁ ରୋକିବା ଅତ୍ୟନ୍ତ କଷ୍ଟକର ବ୍ୟାପାର ହୋଇପଡ଼ିବ। ତେଣୁ ଆଗୁଆ ସତର୍କ ରହିବା ସହିତ ଭିଡ଼ ସ୍ଥାନକୁ ନଯିବା, ସାମାଜିକ ଦୂରତା ବଜାୟ ରଖିବା ଏବଂ ହାତକୁ ବାରମ୍ବାର ହାତ ସଫା କରିବା ଏବଂ ମାସ୍କ ପିନ୍ଧିବା ଉପରେ ଲୋକଙ୍କୁ ଗୁରୁତ୍ବ ଦେବାକୁ ପଡ଼ିବ। ନଚେତ୍‌ ଟିକେ ଅସାବଧାନ ସୁଧୁରୁଥିବା ଭାରତୀୟ ଅର୍ଥନୀତି ଓ ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ପୁଣି ଅକଳରେ ପକାଇଦେବାର ସମସ୍ତ ଆଶଙ୍କା ରହିଛି।

from Kanak News
via <a href="https://ifttt.com/?

କନ୍ଧମାଳରେ ପୁଣି ଦବଦବା ଜାହିର କଲେ ମାଓବାଦୀ : ଗଛପକାଇ କୋଟଗଡ-ମୁନିଗୁଡା ରାସ୍ତା ଅବରୋଧ; ପୁଲିସର କଥିତ ଦମନଲୀଳାକୁ ବିରୋଧ

କନକ ବ୍ୟୁରୋ : କନ୍ଧମାଳ ଜିଲ୍ଲାରେ ମାଓବାଦୀ ମାନେ ପୁଣି ତାଙ୍କର ଦବ୍ଦବା ଜାହିରି କରିଛନ୍ତି । କୋଟଗଡ ଓ ତୁମୁଡ଼ିବନ୍ଧ ଥାନା ଅଂଚଳର ବିଭିନ୍ନ ସ୍ଥାନରେ ପୋଷ୍ଟର ମାରି ଓଡ଼ିଶା ବନ୍ଦକୁ ସଫଳ କରିବା ପାଇଁ ଆହ୍ୱାନ ଦେଇଛନ୍ତି ମାଓବାଦୀ । ଏହା ସହ ସିଆରପିଏଫ କ୍ୟାମ୍ପ ନିର୍ମାଣକୁ ବିରୋଧ, ଗଂଜେଇ ଗଛ ନଷ୍ଟ ନକରିବା, ପୋଲିସର ଦମନ ନୀତିକୁ ପୋଷ୍ଟରରେ ଲିଖିତ ଭାବେ ବିରୋଧ କରିଛନ୍ତି ମାଓବାଦୀ ।

କୋଟଗଡ଼-ମୁନିଗୁଡ଼ା ରାସ୍ତାର ବଣ୍ଡା ପିପିଲି ନିକଟରେ ଗଛପକାଇ ରାସ୍ତା ଅବରୋଧ କରିଥିଲେ ମାଓବାଦୀ । ଏହାଦ୍ୱାରା କିଛି ସମୟ ପାଇଁ ରାସ୍ତାରୋ ଯାତାୟତ ବାଧାପ୍ରାପ୍ତ ହୋଇଥିଲା । ସେପଟେ ମାଓବାଦୀ ପୋଷ୍ଟରକୁ ନେଇ ଲୋକଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

from Kanak News
via <a href="https://ifttt.com/?

କୁନି ପିଲାଙ୍କୁ ପାଠ ପଢାଇବାକୁ ପ୍ରୟାସ : ବଣ୍ଡା ଘାଟିରେ ଶିକ୍ଷାର ଆଲୋକ ଦେଖାଉଛନ୍ତି ଶିକ୍ଷିତ ଯୁବକ ଯୁବତୀ

କନକ ବ୍ୟୁରୋ : ବଣ୍ଡା ଘାଟିରେ ଶୀକ୍ଷାର ଆଲୋକ ଦେଖାଉଛନ୍ତି ଶିକ୍ଷିତ ଯୁବକ ଯୁବତୀ । ଏଠି ଶିକ୍ଷକ ଶିକ୍ଷୟତ୍ରୀ ନୁହେଁ ଗାଁ ଗଣ୍ଡାର ଶିକ୍ଷିତ ଯୁବକ ଯୁବତୀ ପିଲାଙ୍କୁ ପଢାଉଛନ୍ତି । କରୋନା କଟକଣା ପାଇଁ ସ୍କୁଲ ବନ୍ଦ ରହିଥିବା ବେଳେ ଘାଟିର କୁନି କୁନି ପିଲା ଶିକ୍ଷା ଅଭାବରୁ ପାଠ ମଧ୍ୟ ପାଶୋରି ଗଲେଣି । ଏପରି ସ୍ଥିତିରେ ଘାଟିର କୁନି କୁନି ପିଲାଙ୍କୁ ଖୋଲା ଆକାଶ ତଳେ ଗଛ ତଳେ ପାଠ ପଢାଉଛନ୍ତି ଶିକ୍ଷିତ ଯୁବକ ଯୁବତି ।

ମାଲାକାନାଗିର ଖଇରପୁଟ ବ୍ଲକ ଅନ୍ତର୍ଗତ ବଣ୍ଡାଘାଟିରୁ ଆସିଛି ଏପରି ନିଆରା ଚିତ୍ର । ଗାଁର ନିଷ୍ପତି କ୍ରମେ ବଣ୍ଡା ଯୁବତୀ ଯୁବକ ପିଲାମାନଙ୍କ ପାଠ ପଢାଇବା ଦାୟିତ୍ୱ ନେଇଛନ୍ତି । ଅଲଗା ଅଲଗା ସ୍ଥାନରେ କୁନି ପିଲାମାନଙ୍କୁ ବସାଇ ପାଠ ପଢାଇବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି । ଯାହାଦ୍ୱାରା ବଣ୍ଡାଘାଟିର ପିଲାମାନେ ଉପକୃତ ହୋଇପାରୁଛନ୍ତି ।

from Kanak News
via <a href="https://ifttt.com/?

ଆଜି ୪ ରାଜ୍ୟରେ ଟିକାର ଡ୍ରାଏ ରନ୍ : ଜାଣନ୍ତୁ କେମିତି ହେବ ଟିକାକରଣର ଡ୍ରାଏ ରନ୍ ?

କନକ ବ୍ୟୁରୋ : ଆସନ୍ତା ଜାନୁଆରୀରୁ ଦେଶରେ କରୋନା ଟୀକା ଦେବା ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ଆଉ ଟିକା ପ୍ରିକ୍ରିୟାର ପ୍ରାକ ଅଭ୍ୟାସ ସ୍ୱରୂପ ଆନ୍ଧ୍ର ସମେତ ଆସାମ, ଗୁଜରାଟ ଓ ପଞ୍ଜାବରେ ଏହି ଡ୍ରାଏ ରନ ବ୍ୟବସ୍ଥା କରାଯିବ । ଆଜି ଓ ଆସନ୍ତାକାଲି ଏହି ଡ୍ରାଏ ରନ ପ୍ରକ୍ରିୟାରେ ବିଭିନ୍ନ କ୍ଷେତ୍ରରେ ସତର୍କତା ଅବଲମ୍ବନ ସହ ଆନୁଷଙ୍ଗିକ ଭିତିଭୂମି ବ୍ୟବସ୍ଥାର ସମୀକ୍ଷା ହେବ । କେବଳ ଲକ୍ଷଦ୍ୱୀପକୁ ବାଦଦେଲେ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳଗୁଡିକରେ ଏ ନେଇ ପ୍ରଶିକ୍ଷଣ ଦିଆଯାଇଛି । ଆଜି ଓ ଆସନ୍ତାକାଲି ଦେଶରେ କିଭଳି ହେବ ସମୁହ ଟିକାକରଣ, ତାର ରିହାର୍ସାଲ କରାଯିବ । ପ୍ରତ୍ୟେକ ରାଜ୍ୟର ଦୁଇଟି ଲେଖାଏଁ ଜିଲ୍ଲାରେ ହେବ ଡମି ଟିକାକରଣ ।

ଭାରତ ଭଳି ଏକ ବିଶାଳ ଭୂ-ଖଣ୍ଡ ଓ ବୃହତ ଜନସଂଖ୍ୟା ବିଶିଷ୍ଟ ଦେଶରେ କୋଭିଡ ଟିକା ସମସ୍ତଙ୍କ ପାଖରେ ଓ ସୁରକ୍ଷିତ ଭାବରେ କିଭଳି ପହଂଚି ପାରିବ ତାକୁ ନେଇ ବଡ କସରତର ଆବଶ୍ୟକତା ରହିଛି । କୋଭିଡ ଟିକାକରଣ ପାଇଁ ସାରାଦେଶରେ ୭ ହଜାରରୁ ଅଧିକ ଜିଲ୍ଲାସ୍ତରୀୟ କର୍ମୀଙ୍କୁ ପ୍ରଶିକ୍ଷଣ ଦିଆଯାଇଛି । ତେଣୁ ପ୍ରକୃତ ଟିକାକରଣ ପୂର୍ବରୁ ଦିଆଯାଇଥିବା ପ୍ରଶିକ୍ଷଣ ଅନୁସାରେ କିଭଳି କାମ ହେଉଛି, ତାକୁ ଅନୁଧ୍ୟାନ କରିବାକୁ ଚାହୁଁଛନ୍ତି କେନ୍ଦ୍ର ସରକାର । ଅର୍ଥାତ କୋଭିଡ ବିରୋଧୀ ସମୁହ ଟିକାକରଣର ଏହା ପୂର୍ବ ପ୍ରସ୍ତୁତି ।
କେମିତି ହେବ ଟିକାକରଣର ଡ୍ରାଏ ରନ୍ ?
ପ୍ରତ୍ୟେକ ଜିଲ୍ଲାରେ ଅନ୍ୟୁନ ୧୦୦ ଜଣଙ୍କ ପାଇଁ ନିକଟସ୍ଥ ଡିପୋରୁ ଡମି ଟିକା ପହଂଚାଇ ଦିଆଯିବ
ଟିକାକରଣ କେନ୍ଦ୍ରରେ ପହଂଚିବା ଯାଏଁ ଟିକାର ତାପମାତ୍ରା ସ୍ଥିର ରଖିବାକୁ ଅନୁଧ୍ୟାନ କରାଯିବ
ଟିକା କିଏ ଓ କେତେବେଳେ ଦେବେ ସେନେଇ ଏସଏମଏସରେ ଆଗୁଆ ସୂଚନା ଦିଆଯିବ
ଟିକା ନେଇଥିବା ବ୍ୟକ୍ତି ୩୦ ମିନିଟ ଧରି ବିଶ୍ରାମ ନେବେ ଓ ତାଙ୍କ ସ୍ୱାସ୍ଥ୍ୟକୁ ଅନୁଧ୍ୟାନ କରାଯିବ

from Kanak News
via <a href="https://ifttt.com/?

ଖୋଲିଲା ଭଦ୍ରକର ପ୍ରସିଦ୍ଧ ଆରଡି ପୀଠ : ଆଜିଠାରୁ କେବଳ ସେବାୟତ ଓ ତାଙ୍କ ପରିବାରକୁ ଦର୍ଶନ ଅନୁମତି

କନକ ବ୍ୟୁରୋ : ଆଜିଠୁ ଖୋଲିଲା ଭଦ୍ରକର ପ୍ରସିଦ୍ଧ ଆରଡି ପୀଠ । କରୋନା କଟକଣା ମଧ୍ୟରେ ଆଜି ଓ ଆସନ୍ତାକାଲି ସେବାୟତ ଓ ସେବାୟତଙ୍କ ପରିବାର ଠାକୁରଙ୍କ ଦର୍ଶନ କରିପାରିବେ । ୩୦ ଓ ୩୧ ତାରିଖରେ ଆଖପାଖ ୪ଟି ପଂଚାୟତ ଆରଡି, ନାନ୍ଦପୁର, ଓଳଗ ଓ ସୁନ୍ଦରପୁରର ଲୋକଙ୍କ ପାଇଁ ମନ୍ଦିର ଖୋଲା ରହିବ । ତେବେ ଜାନୁଆରୀ ପହିଲା ଓ ୨ ତାରିଖରେ ଦର୍ଶନ ହୋଇପାରିବ ନାହିଁ ।

ଜାନୁଆରୀ ୩ ତାରିଖରେ ସମସ୍ତଙ୍କ ପାଇଁ ଦର୍ଶନ ଅନୁମତି ଦେଇଛି ପ୍ରଶାସନ । ପ୍ରତିଦିନ ସକାଳ ୭ଟାରୁ ଅପରାହ୍ନ ୫ଟା ଯାଏଁ ଭକ୍ତମାନେ ସ୍ୱତନ୍ତ୍ର ବ୍ୟାରିକେଡ ମାଧ୍ୟମରେ ଦକ୍ଷିଣଦ୍ୱାରବାଟେ ମନ୍ଦିରକୁ ପ୍ରବେଶ କରି ଠାକୁର ଦର୍ଶନ କରିବା ପରେ ପୂର୍ବ ଓ ପଶ୍ଚିମଦ୍ୱାର ଦେଇ ପ୍ରସ୍ତାନ କରିବେ । ଠାକୁରଙ୍କ ପହଡନୀତି ପାଇଁ ଦିନ ସାଢେ ଗୋଟାଏରୁ ୨ଟା ୩୦ ଯାଏଁ ଦର୍ଶନ ବନ୍ଦ ରହିବ । କାଶ, କଫ ଓ ଥଣ୍ଡା ଜ୍ୱର ଥିଲେ ପ୍ରବେଶ ଅନୁମତି ମିଳିବ ନାହିଁ । ମନ୍ଦିର ପରିସର ଓ କିମ୍ବା ବାହାରେ ଚୁଟି ମଣ୍ଡନ ବନ୍ଦ ରହିବ ।

from Kanak News
via <a href="https://ifttt.com/?

ଅସ୍ତରଙ୍ଗର ଦେବୀ ମୁହାଁଣରେ ବିରଳ ଅଲିଭ ରିଡଲେ କଇଁଛଙ୍କ ଅଣ୍ଡାଦାନ : ଠାବ କଲା ବନ ବିଭାଗର ପାଟ୍ରୋଲିଂ ଟିମ୍

କନକ ବ୍ୟୁରୋ : ଅସ୍ତରଙ୍ଗ ଦେବୀ ମୁହାଣରେ ଅଲିଭ ରିଡଲେ କଇଁଛଙ୍କ ଅପ୍ରତ୍ୟାସିତ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି ।ଅସ୍ତରଙ୍ଗ ଦେବୀ ମୁହାଣ ଅବବାହିକାରେ ସମୁଦ୍ର ମଧ୍ୟରେ ଅଲିଭ ରିଡଲେ କଇଁଛଙ୍କ ମିଳନ ପର୍ବ ଚାଲିଥିବାବେଳେ ଗତକାଲି ମଧ୍ୟରାତ୍ରରେ ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି । ୨ଟି ଅଲିଭ ରିଡଲେ କଇଁଛ ଅପ୍ରତ୍ୟାସିତ ଭାବେ ସମୁଦ୍ର କୂଳକୁ ଆସି ଅଣ୍ଡାଦାନ କରିଥିବା ବନ ବିଭାଗ ପେଟ୍ରୋଲିଂ ଟିମ୍ ଦେଖିବାକୁ ପାଇଛନ୍ତି ।

ଗୋଟିଏ କଇଁଛ ଦେବୀ ନାସିରେ ଆସି ୧୩୩ ଟି ଅଣ୍ଡାଦାନ କରିଥିବା ବେଳେ ଡାଳୁଅକଣି ନିକଟରେ ଆଉ ଏକ କଇଁଚ ୧୨୮ ଟି ଅଣ୍ଡା ଦେଇ ସମୁଦ୍ରକୁ ଯାଇଛି । ଏହି ଦୁଇଟି କଇଁଛର ମୋଟ ୨୬୧ ଟି ଅଣ୍ଡାକୁ ବନ ବିଭାଗ କର୍ମଚାରୀମାନେ ସଂଗ୍ରହ କରି ଅସ୍ଥାୟୀ ହାଚେରୀରେ ପୋତି ସଂରକ୍ଷିତ ରଖିଛନ୍ତି ।

from Kanak News
via <a href="https://ifttt.com/?

ମହିଳା ସଂରକ୍ଷଣ ପ୍ରସଙ୍ଗକୁ ନେଇ ମୁହାଁମୁହିଁ : ବିଜେଡି-ବିଜେପି ମଧ୍ୟରେ ଟ୍ବିଟ୍ ଯୁଦ୍ଧ

କନକ ବ୍ୟୁରୋ : ମହିଳାଙ୍କ ସଂରକ୍ଷଣ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ବୟାନକୁ ନେଇ କଡା ପ୍ରତିକ୍ରିୟା ରଖିଛନ୍ତି ବିଜୁଜନତା ଦଳ ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାଶ । ପ୍ରଣବ ଟୁଇଟ୍ କରି କହିଛନ୍ତି , ମୁଖ୍ୟମନ୍ତ୍ରୀ ଚାହାଁନ୍ତି ରାଜ୍ୟର ମହିଳାମାନେ ସଂସଦ ଓ ବିଧାନସଭାରେ ବସି ଦେଶର ଭାଗ୍ୟ ନିର୍ଦ୍ଧାରଣ କରନ୍ତୁ । ଧର୍ମେନ୍ଦ୍ରଙ୍କୁ ଇସାରା କରି ପ୍ରଣବ କହିଛନ୍ତି ଆପଣ କଣ ଚାହାଁନ୍ତି ମହିଳାମାନେ ଚାରିକାନ୍ଥ ଭିତରେ ରହି କେବଳ ରୋଷେଇ କରନ୍ତୁ ।

ରାଜ୍ୟର ମହିଳାମାନେ ଚମକ୍ରାର ରୋଷେଇ କରନ୍ତି, ସୁଯୋଗ ମିଳିଲେ ସେମାନେ ଦେଶ ମଧ୍ୟ ଚଳେଇ ପାରିବେ ବୋଲି ଧର୍ମେନ୍ଦ୍ରଙ୍କୁ କଟାକ୍ଷ କରିି କହିଛନ୍ତି ପ୍ରଣବ ପ୍ରକାଶ । ଶନିବାର ଢେଙ୍କାନାଳରେ ଚାଷୀ ସମାବେଶରୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଥିଲେ , ମୋଦି ସରକାର ଓଡିଶାର ମହିଳାଙ୍କ ବିକାଶ ନେଇ ଅନେକ ପଦକ୍ଷେପ ନେଇଛନ୍ତି । ମହିଳାଙ୍କୁ ଧୂଆଁ ମୁକ୍ତ ରୋଷେଇ କରିବାକୁ ଉଜ୍ୱଳା ଯୋଜନାରେ ଗ୍ୟାସ୍ ଓ ଚୁଲା ଏବଂ ସ୍ୱଚ୍ଛ ଭାରତ ମିଶନରେ ପାଇଖାନା ଯୋଗେଇ ଦେଇଛନ୍ତି । ଏହା ଯୋଗୁଁ ରାଜ୍ୟର ମହିଳା ବିଶେଷ ଭାବେ ଉପକୃତ ହୋଇଥିବା କଥା କହିଥିଲେ ଧର୍ମେନ୍ଦ୍ର ।

ପ୍ରଣବ ପ୍ରକାଶ ଦାଶଙ୍କ ଏଭଳି ଟ୍ବିଟ୍ ପରେ ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା ଉପରେ କୌଣସି ମତମନ୍ତବ୍ୟ ଦେଇନାହାନ୍ତି। କିନ୍ତୁ ସାମାଜିକ ଗଣମାଧ୍ୟମରେ ଉଭୟ ଦଳର ନେତାମାନେ ପରସ୍ପର ବିରୋଧରେ ବିଷୋଦ୍‌ଗାର କରିଛନ୍ତି। ଏକପ୍ରକାର ଝଡ଼ ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ବିଜେପି ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର ଟ୍ବିଟ୍‌ର ଜବାବ ଦେଇ କହିଛନ୍ତି, ‘‘ମୁଖ୍ୟମନ୍ତ୍ରୀଙ୍କୁ ଚାରିକାନ୍ଥ ଭିତରେ ବାନ୍ଧି ଓଡ଼ିଶାର ମା’ ଭଉଣୀ ଓ ଶିଶୁଙ୍କୁ ବଳାତ୍କାର, ହତ୍ୟା ଓ ତସ୍କରୀ ଭଳି ରାକେଟ୍ ଚଳାଇଛନ୍ତି। ଆପଣଙ୍କ ଦଳର ମା’ ଓ ଭଉଣୀଙ୍କୁ ସଂସଦ ଏବଂ ବିଧାନସଭାରେ ବି ମୁହଁରେ ତୁଣ୍ଡି ବାନ୍ଧି ରଖିଛନ୍ତି। ବିଜେପି ଭଳି ମହିଳାଙ୍କୁ ଶାସନର କ୍ଷମତା କେନ୍ଦ୍ରରେ ରଖନ୍ତୁ ତା ପରେ ମହିଳା ସଶକ୍ତୀକରଣ କହିବେ।”

ସେହିଭଳି ବିଜେପି ନେତ୍ରୀ କସ୍ତୁରୀ ମିଶ୍ର ଅଭିଯୋଗ କରିଛି ଯେ ମୁଖ୍ୟମନ୍ତ୍ରୀ ପ୍ରଥମେ ମା’ ଓ ଭଉଣୀଙ୍କୁ ସୁରକ୍ଷା ଦିଅନ୍ତୁ। ଦିନ ଦ୍ବିପ୍ରହରରେ ଓଡ଼ିଶାରେ ମହିଳା ଅସୁରକ୍ଷିତ। ସର୍ବପ୍ରଥମେ ନିର୍ଭୟରେ ବଞ୍ଚିଲେ, ଘର ବା ଦେଶ ଚଳାଇବା କଥା ଭାବିପାରିବେ। ସୁଜାତା ପାଢୀ କହିଛନ୍ତି, ମା’ ଓ ଭଉଣୀ ଆଜି ବି ରୋଷେଇ ଭଲ କରନ୍ତି ମାନେ କ’ଣ ଆଜ୍ଞା? ଆପଣଙ୍କ ପୀଡ଼ା ବୁଝିହେଉଛି। ଚୁଲି ଫୁଙ୍କି ଫୁଙ୍କି ଛାତି ରୋଗରେ ପୀଡିତ ହେଲେ ମାଆ ଓ ଭଉଣୀ ନିଜ ପରିବାର ଚଳାଇବା କଷ୍ଟ। ଆପଣ ଦେଶ ଚଲାଇବା କଥା କହୁଛନ୍ତି?

from Kanak News
via <a href="https://ifttt.com/?

ମେଲବୋର୍ଣ୍ଣ ଟେଷ୍ଟରେ ଦୃଢ ସ୍ଥିତିରେ ଭାରତ : ପ୍ରଥମ ଇନିଂସରେ ଟିମ ଇଣ୍ଡିଆ ୩୨୬ ରନରେ ଅଲଆଉଟ

କନକ ବ୍ୟୁରୋ : ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଉଥିବା ମେଲବୋର୍ଣ୍ଣ ଟେଷ୍ଟରେ ଦୃଢ ସ୍ଥିତିରେ ପଂହଚିଛି ଭାରତ । ପ୍ରଥମ ଇନିଂସରେ ଟିମ ଇଣ୍ଡିଆ ୩୨୬ ରନରେ ଅଲଆଉଟ ହୋଇଯାଇଛି । ଭାରତ ପାଇଁ ଆଜିଙ୍କ୍ୟ ରାହାଣେ ୧୧୨ ରନ କରିଥିବାବେଳେ ରବୀନ୍ଦ୍ର ଜାଡେଜା ୫୭ ରନର ପାରି ଖେଳିଛନ୍ତି । ଉଭୟ ମିଶି ୧୨୧ରନ ପାରି ଖେଳିଛନ୍ତି । ଏହାସହ ଭାରତ ମୋଟ ୧୩୧ ରନର ଅଗ୍ରଣୀ ହାସଲ କରିଛି । ଅଷ୍ଟ୍ରେଲିଆ ତରଫରୁ ମିଚେଲ ଷ୍ଟ୍ରାକ ଓ ନାଥନ ଲିଓନ ୩ଟି ଲେଖାଁଏ ୱିକେଟ ହାସଲ କରିଛନ୍ତି । ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୧୯୫ ରନରେ ଅଲଆଉଟ ହୋଇଥିଲା । ଏବେ କଙ୍ଗାରୁ ଦଳର ଦ୍ୱିତୀୟ ଇନିଂସ ବ୍ୟାଟିଂ ଜାରି ରହିଛି ।

ରବିବାର ସକାଳେ ଭାରତ ୩୬/୧ରୁ ଖେଳିଥିଲା। ପଦାର୍ପଣକାରୀ ଯୁବ ତାରକା ଶୁବମନ ଗିଲ୍‌ (୪୫, ୬୫ ବଲ୍‌, ୮ ‌ଚୌକା) ନିଜ ସ୍ବାଭାବିକ ବ୍ୟାଟିଂ କରିଥିଲେ ମଧ୍ୟ ଅର୍ଧଶତକରୁ ବଞ୍ଚିତ ହୋଇଥିଲେ। ପ୍ୟାଟ୍ କମିନ୍ସଙ୍କ ବୋଲିଂରେ ଟିମ୍ ପେନ୍‌ ୱିକେଟ ପଛରେ କ୍ୟାଚ୍‌ ନେଇଥିଲେ। ନିଜର ପରବର୍ତୀ ଓଭରରେ କମିନ୍ସ ମଧ୍ୟ ସମାନ ଢଙ୍ଗରେ ଭାରତର ନିର୍ଭରଯୋଗ୍ୟ ଚେତେଶ୍ବର ପୂଜାରା (୧୭)ଙ୍କୁ ଆଉଟ୍ କରିଥିଲେ। ୬୪ ରନ୍‌ରେ ଭାରତ ୩ ୱିକେଟ୍ ହରାଇ ଦେଇଥିଲା। ଏହି ସମୟରେ ଅଜିଙ୍କ୍ୟ ରାହାଣେଙ୍କ ‌ଧୈର୍ଯ୍ୟ ଓ ଶାନ୍ତ ସ୍ବଭାବର ବ୍ୟାଟିଂ ଭାରତ ଭାଗ୍ୟରେ ବଡ଼ ପରିବର୍ତନ ଆଣିଥିଲା। ହନୁମା ବିହାରୀ (୨୧, ୬୬ ବଲ) ଏବଂ ଆକ୍ରମଣାତ୍ମକ ଋଷବ ପନ୍ତ୍ (୨୯, ୪୦ ବଲ୍‌)ଙ୍କ ସହ ରାହାଣେ ଦୁଇଟି (୫୨ ଓ ୫୭) ଅର୍ଧଶତକୀୟ ଭାଗୀଦାରି ଗଢ଼ିଥିଲେ। ପ୍ରଥମ ଦୁଇ ଅଧିବେଶନରେ ଭାରତ ଦୁଇଟି‌ ଲେଖାଏଁ ୱିକେଟ୍ ହରାଇଥିଲା।

from Kanak News
via <a href="https://ifttt.com/?

ବଢିଲା ଗାଡି କାଗଜପତ୍ର ବୈଧତା : କୋଭିଡ ସ୍ଥିତି ପାଇଁ ୩୧ ମାର୍ଚ୍ଚ ଯାଏ ବଢିଲା ଡିଏଲ, ଆରସି, ଫିଟନେସ୍ ସାର୍ଟିଫିକେଟର ବୈଧତା

କନକ ବ୍ୟୁରୋ : ଆସନ୍ତା ମାର୍ଚ ୩୧ ତାରିଖ ଯାଏଁ ବଢିଲା ଗାଡ଼ିର ଡ୍ରାଇଭିଂ ଲାଇସନ୍ସ, ଆରସି, ଫିଟନେସ୍ କାଗଜପତ୍ରର ବୈଧତା । ଏନେଇ ରାଜ୍ୟ ସଡକ ପରିବହନ ମନ୍ତ୍ରାଳୟ ପକ୍ଷରୁ ସୂଚନା ଜାରି ହୋଇଛି । କରୋନା କଟକଣା କାରଣରୁ ଗତ ମାର୍ଚ ୧୮ ତାରିଖ ପର ଠାରୁ ଚୂଡାନ୍ତ ଡ୍ରାଇଭିଂ ଲାଇସନ୍ସ ପାଇଁ ସ୍ଲଟ୍ ବୁକିଂ ବାତିଲ ହୋଇ ଯାଇଥିଲା ।

କରୋନା କଟକଣା କାଳରେ ଆରଟିଓ ଅଫିସରେ ସୀମିତ ସଂଖ୍ୟକ ଡ୍ରାଇଭିଂ ଟେଷ୍ଟ ପାଇଁ ସ୍ଲଟ୍ ମିଳୁଥିବାରୁ ଅନେକ ଗାଡି ଚାଳକ ଲର୍ଣ୍ଣିଂ ଲାଇସନ୍ସ ପାଇଥିଲେ ମଧ୍ୟ ଅନଲାଇନରେ ଫାଇନାଲ ଡ୍ରାଇଭିଂ ଲାଇସନ୍ସ ପାଇଁ ଆବେଦନରୁ ବଂଚିତ ରହିଥିଲେ । ସାରଥୀ ଆପ୍ରେ ସ୍ଲଟ୍ ବି ମିଳୁନଥିଲା । ଏସବୁକୁ ନଜରରେ ରଖି ରାଜ୍ୟ ସଡକ ପରିବହନ ବିଭାଗ ପକ୍ଷରୁ ଗାଡି ଗୁଡିକର ଡିଏଲ୍, ଆରସି, ଫିଟନେସ୍ ସାର୍ଟିଫିକେଟ ଓ ଅନ୍ୟ କିଛି କାଗଜପତ୍ରର ବୈଧତାକୁ ଆଉ ୩ ମାସ ପାଇଁ ଅର୍ଥାତ ମାର୍ଚ୍ଚ ୩୧ ଯାଏଁ ବୃଦ୍ଧି କରାଯାଇଥିବା କୁହାଯାଇଛି ।

ରାଜ୍ୟ ପରିବହନ ବିଭାଗର ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି । ଯେଉଁ ସବୁ ଗାଡ଼ି କାଗଜପତ୍ରର ସମୟସୀମା ୨୦୨୦ ଫେବ୍ରୁଆରୀରେ ସରିଯାଇଛି ବା ୨୦୨୧ ମାର୍ଚ୍ଚ ୩୧ ସୁଦ୍ଧା ସରୁଛି, ତା’ଉପରେ ଏହି ନିୟମ ଲାଗୁ ହେବ । ଯେଉର୍ଁ ଲର୍ଣ୍ଣର ଲାଇସେନ୍ସଧାରୀଙ୍କ ସମୟ ସୀମା ଡିସେମ୍ବର ୩୧, ୨୦୨୦ ଭିତରେ ସରୁଛି, ସେମାନେ ଏହାକୁ ଆସନ୍ତା ବର୍ଷ ଅର୍ଥାତ୍ ୨୦୨୧ ମାର୍ଚ୍ଚ ୩୧ ଯାଏଁ ବ୍ୟବହାର କରିପାରିବେ । ଏହି ସମୟ ମଧ୍ୟରେ ସେମାନେ ଡ୍ରାଇଭିଂ ଲାଇସେନ୍ସ ପାଇଁ ମଧ୍ୟ ଆବେଦନ କରିପାରିବେ । ଗାଡି ଚାଳକଙ୍କ ସମସ୍ୟାକୁ ନଜରରେ ରଖି ଜନହିତରେ ଏପରି ନିଷ୍ପତି ନିଆଯାଇଥିବା କୁହାଯାଇଛି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started