ଆଇସିସି ଘୋଷଣା କଲା ଦଶନ୍ଧିର ଶ୍ରେଷ୍ଠ ଦଳ । ଭାରତୀୟ ଖେଳାଳିଙ୍କ ଦବଦବା । ଟେଷ୍ଟରେ କୋହଲି, ଦିନିକିଆ ଓ ଟି-ଟ୍ୱେଣ୍ଟିରେ ଧୋନୀ ଅଧିନାୟକ

କନକ ବ୍ୟୁରୋ : ଗତ ୧୦ ବର୍ଷ ମଧ୍ୟରେ କ୍ରିକେଟ୍ ର ସର୍ବୋତ୍ତମ ପ୍ରଦର୍ଶନକୁ ଆଧାର କରି ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଦଶନ୍ଧି ପୁରସ୍କାର ଘୋଷଣା କରିଛି । ଦଶନ୍ଧିର ସର୍ବୋତ୍ତମ ପ୍ରଦର୍ଶନ ଉପରେ ଆଧାର କରି ଆଇସିସି ଏହାର ଶ୍ରେଷ୍ଠ ଦିନିକିଆ, ଟେଷ୍ଟ ଏବଂ ଟି -୨୦ ଦଳ ଚୟନ କରିଛି। ଆଉ ଏହି ତାଲିକାରେ ବିରାଟ କୋହଲି ଏବଂ ମହେନ୍ଦ୍ର ସିଂ ଧୋନିଙ୍କ ଦବଦବା ଜାରି ରହିଛି । ଆଇସିସିର ଏହି ଦଶନ୍ଧିର ଵେଷ୍ଟ ଦିନିକିଆ, ଟେଷ୍ଟ ଏବଂ ଟି -୨୦ ଦଳରେ ବିରାଟ କୋହଲି ସ୍ଥାନ ପାଇଛନ୍ତି। ଏଥିସହ ଟେଷ୍ଟ ଦଳର ଅଧିନାୟକ ତାଙ୍କୁ ଦିଆଯାଇଛି।

ଏହା ବ୍ୟତୀତ ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ଦଶନ୍ଧିର ଶ୍ରେଷ୍ଠ ଦିନିକିଆ ଏବଂ ଟି -୨୦ ଦଳର ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି। ୫୦ ଓଭରର ଵେଷ୍ଟ ଟିମରେ ଧୋନିଙ୍କ ବ୍ୟତୀତ ରୋହିତ ଶର୍ମା, ବିରାଟ କୋହଲି ସ୍ଥାନ ପାଇଛନ୍ତି । ଏହି ଦଳରେ ଅଷ୍ଟ୍ରେଲିଆର ଡେଭିଡ ୱାର୍ନର ଏବଂ ମିଚେଲ ଷ୍ଟାର୍କ ମଧ୍ୟ ମନୋନୀତ ହୋଇଛନ୍ତି। ବାଂଲାଦେଶର ଅଲରାଉଣ୍ଡର ଶାକିବ ଅଲ ହାସନ ଏବଂ ଇଂଲଣ୍ଡର ବେନ ଷ୍ଟୋକ୍ସଙ୍କ ସହ ଦକ୍ଷିଣ ଆଫ୍ରିକାର ଇମ୍ରାନ ତାହିର, ଏବି ଡି ଭିଲିୟର୍ସ ମଧ୍ୟ ଦଳରେ ସ୍ଥାନ ପାଇଛନ୍ତି। ନ୍ୟୁଜିଲାଣ୍ଡର ବାମହାତୀ ଦ୍ରୁତ ବୋଲର ଟ୍ରେଣ୍ଟ ବୋଲ୍ଟଙ୍କୁ ମଧ୍ୟ ଏହି ଦଳରେ ସାମିଲ କରାଯାଇଛି।

ଦିନିକିଆ ଦଳ: ମହେନ୍ଦ୍ର ସିଂ ଧୋନି (ଅଧିନାୟକ ତଥା ୱିକେଟ୍ କିପର), ଡେଭିଡ ୱାର୍ଣ୍ଣର, ବିରାଟ କୋହଲି, ଏବି ଡି ଭିଲିୟର୍ସ, ଶାକିବ ଅଲ ହାସନ, ବେନ ଷ୍ଟୋକ୍ସ, ମିଚେଲ ଷ୍ଟାର୍କ, ଟ୍ରେଣ୍ଟ ବୋଲ୍ଟ, ଇମ୍ରାନ ତାହିର, ଲାସିଥ ମାଲିଙ୍ଗା।

ଟି -୨୦ ଦଳ: ମହେନ୍ଦ୍ର ସିଂ ଧୋନି (ଅଧିନାୟକ ତଥା ୱିକେଟ୍ କିପର), ରୋହିତ ଶର୍ମା, କ୍ରିସ୍ ଗେଲ, ଆରୋନ ଫିଞ୍ଚ, ବିରାଟ କୋହଲି, ଏବି ଡି ଭିଲିୟର୍ସ, ଗ୍ଲେନ୍ ମ୍ୟାକ୍ସୱେଲ, କିରନ୍ ପୋଲାର୍ଡ, ରସିଦ୍ ଖାନ୍, ଜସପ୍ରୀତ ବୁମ୍ରା, ଲାସିଥ୍ ମାଲିଙ୍ଗା

ଟେଷ୍ଟ ଦଳ: ବିରାଟ କୋହଲି (ଅଧିନାୟକ), ଆଲାଷ୍ଟାୟର କୁକ, ଡେଭିଡ ୱାର୍ଣ୍ଣର, କେନ ୱିଲିୟମସନ, ଷ୍ଟିଭ ସ୍ମିଥ, କୁମାର ସାଙ୍ଗାକାରା (ୱିକେଟ୍ କିପର), ବେନ ଷ୍ଟୋକ୍ସ, ରବିଚନ୍ଦ୍ରନ ଅଶ୍ୱିନ, ଡେଲ ଷ୍ଟେନ, ଷ୍ଟିୱାର୍ଡ ବ୍ରଡ, ଜେମ୍ସ ଆଣ୍ଡରସନ।

from Kanak News
via <a href="https://ifttt.com/?

ନୂଆବର୍ଷ ପାଇଁ ଟୁଇନ ସିଟରେ ନଜର ରଖିବ ପୋଲିସ । ଟାର୍ଗେଟରେ ରହିବ ହୋଟେଲ ଓ ବାର । ହେବନି ଜିରୋ ନାଇଟ ସେଲିବ୍ରେସନ । 

କନକ ବ୍ୟୁରୋ : କୋଭିଡ ଭୟ ଭିତରେ କେମିିତି ପାଳନ ହେବ ନୂଆବର୍ଷ । ନୂଆ ବର୍ଷକୁ ନେଇ ଦୈତନଗରୀରେ କଡା ସୁରକ୍ଷା ବନ୍ଦୋବସ୍ତ କରୁଛି କମିଶନରେଟ ପୁଲିସ । ଜିରୋ ନାଇଟ ସେଲିବ୍ରେସନ ଉପରେ କଟକଣା ଲଗାଯାଇଛି । ବିଶେଷକରି କଟକ ଏବଂ ଭୁବନେଶ୍ୱରରେ ଥିବା ହୋଟେଲ୍, ପବ୍, ମଣ୍ଡପ ଏବଂ ବାର ଗୁଡିକ ପୁଲିସ ସ୍କାନରରେ ରହିବ । ଏହି ସବୁ ସ୍ଥାନରେ ଜିରୋ ନାଇଟ୍କୁ ବ୍ୟାନ୍ କରାଯାଇଥିବା ବେଳେ ଗୋଟିଏ ଜାଗାରେ ଯେପରି ଗହଳି କିମ୍ବା ସେଲିବ୍ରେସନ୍ ନହୁଏ ତା’ ଉପରେ କଡା ନଜର ରହିବ ।

ବିଗତ ବର୍ଷମାନଙ୍କ ଭଳି ଚଳିତ ବର୍ଷ ଟ୍ୱିନ୍ସିଟିରେ ନୂଆବର୍ଷକୁ ସ୍ୱାଗତ କରିବା ପାଇଁ ଜିରୋ ନାଇଟ୍ ସେଲିବ୍ରେସନ୍ ହେବ ନାହିଁ ।  ଜିରୋ ନାଇଟ ଉପରେ ନଜର ରଖିବାକୁ ସୁରକ୍ଷା ବ୍ୟବସ୍ଥା ବଢାଇବ କମିଶନରେଟ ପୁଲିସ । ଭିଡ ନିୟନ୍ତ୍ରଣ ପାଇଁ ବିଭିନ୍ନ ସ୍ଥାନରେ ପୁଲିସ ନାକାବନ୍ଦୀ କରିବ ସହ କଡା ପାଟ୍ରୋଲିଂ କରିବ ବୋଲି ସୂଚନା ମିଳିଛି ।

ଟ୍ୱିନ୍ ସିଟିରେ ଥିବା ସମସ୍ତ ଥାନା ଗୁଡିକୁ ଆଲର୍ଟ ରହିବା ପାଇଁ ପୁଲିସ କମିଶନର ନିର୍ଦେଶ ଦେଇଛନ୍ତି । ମଦୁଆ ଏବଂ ରୋଡ ରୋମିଓଙ୍କୁ ସାବାଡ କରିବା ପାଇଁ ବିଭିନ୍ନ ଛକରେ ପାଟ୍ରୋଲିଂ ଏବଂ ନାକାବନ୍ଦୀ କରାଯିବ । ପାଟ୍ରୋଲିଂ ଦାୟିତ୍ୱରେ ଆଇଆଇସି, ଏସିପି, ଆଡିସନାଲ ଡିସିପି, ଡିସିପି ରହିବେ । ନୀୟମ ଖିଲାପକାରୀ ବିରୋଧରେ ଘଟଣାସ୍ଥଳରେ ହିଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

from Kanak News
via <a href="https://ifttt.com/?

ପରୀ ହତ୍ୟା ମାମଲାରେ ଅଭିଯୁକ୍ତର ବ୍ରେନ ମ୍ୟାପିଂ ପାଇଁ ଏସଆଇଟିର ଯୋଜନା । ଘଟଣା ସଂପର୍କିତ ସ୍ଥିତି ଦେଖାଇ ମସ୍ତିଷ୍କର ହଲଚଲ ମାପିବ ମେସିନ୍ ।  

କନକ ବ୍ୟୁରୋ : ପରୀ ହତ୍ୟାକାଣ୍ଡ ଓ ଦୁଷ୍କର୍ମ ଅଭିଯୁକ୍ତ ସରୋଜ ସେଠୀ ବିରୋଧରେ ଏପର୍ଯ୍ୟନ୍ତ କେହି ପ୍ରତ୍ୟକ୍ଷଦର୍ଶୀ ସାକ୍ଷୀ ନଥିବାରୁ ପାରିପାଶ୍ୱିର୍କ ସ୍ଥିତି ଓ ବୈଜ୍ଞାନିକ ପଦ୍ଧତି ଆଧାରରେ ପ୍ରମାଣ ଯୋଗାଡ ହେଉଛି ଏକମାତ୍ର ବିକଳ୍ପ । ତେଣୁ ଖୁବଶୀଘ୍ର ବ୍ରେନ ମ୍ୟାପିଂ ଟେଷ୍ଟ କରିବାକୁ କୋର୍ଟରେ ଆବେଦନ କରିବ ଏସଆଇଟି ।

ଜବତ ହୋଇଥିବା ଫ୍ରକରେ ସିମେନ୍ ଦାଗ କାହାର, ଘଟଣାର ୫ ମାସ ପରେ ଜାଣିବା ସମ୍ଭବ ହେଉନଥିବାରୁ ଅନ୍ୟ ଦିଗ ପ୍ରତି ଗୁରୁତ୍ୱ ଦେଉଛି ଏସଆଇଟି । ଅଭିଯୁକ୍ତର ବ୍ରେନ୍ ମ୍ୟାପିଂ ଟେଷ୍ଟ କରି ସତ ଜାଣିବାକୁ ଚେଷ୍ଟା କରିବ ତଦନ୍ତକାରୀ ଟିମ୍ । ତେବେ ବ୍ରେନ ମ୍ୟାପିଂ ଟେଷ୍ଟ ପାଇଁ ଅଭିଯୁକ୍ତ ରାଜି ହେବା ଆବଶ୍ୟକ, ଅଭିଯୁକ୍ତ ରାଜି ହେଲେ କୋର୍ଟ ଏଥିପାଇଁ ଅନୁମତି ଦେବ । ନଜର ପକାନ୍ତୁ କିପରି ହୁଏ ବ୍ରେନ୍ ମ୍ୟାପିଂ ଟେଷ୍ଟ? କି ପ୍ରକାର ପ୍ରମାଣ ହାସଲ ହୁଏ ଏହି ପରୀକ୍ଷାରୁ ।

ଅଭିଯୁକ୍ତ ଠାରୁ ସତ ଜାଣିବାକୁ କରାଯାଏ ବ୍ରେନ ମ୍ୟାପିଂ ଟେଷ୍ଟ

ସେନ୍ସର୍ ଯୁକ୍ତ ଏକ ହେଲମେଟ୍ ଅଭିଯୁକ୍ତକୁ ପିନ୍ଧାଇ ଦିଆଯାଏ

ସେନ୍ସର ସହ କମ୍ପୁଟରକୁ ସଂଯୋଗ କରାଯାଏ 

ଘଟଣା ସଂପର୍କିତ ଦୃଶ୍ୟ ଅଭିଯୁକ୍ତକୁ ଦେଖାଯାଏ ଓ ଧ୍ୱନି ଶୁଣାଯାଏ

ଏହି ଦୃଶ୍ୟ ଏବଂ ଧ୍ୱନି ଅଭିଯୁକ୍ତ ଉପରେ କି ପ୍ରଭାବ ପକାଏ, ତା’ର ଗତିବିଧି ନିରୀକ୍ଷଣ କରେ ସେନ୍ସର୍

ଯଦି ଅଭିଯୁକ୍ତ ଘଟଣା ସଂପର୍କରେ ଜାଣିନଥାଏ, ତେବେ ମସ୍ତିଷ୍କ ଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଖାଏ

ଯଦି ଅଭିଯୁକ୍ତ ଘଟଣା ସହ ସଂପୃକ୍ତ ଥାଏ, ତେବେ ମସ୍ତିଷ୍କର ହଲଚଲ ଅଲଗା ହୁଏ

ମସ୍ତିଷ୍କ ପରିବର୍ତ୍ତନର ଛବି ପ୍ରତିଫଳିତ ହୁଏ କମ୍ପୁଟର ସ୍କ୍ରିନ୍ରେ

ଅଭିଯୁକ୍ତର ଘରୁ ଗାମୁଛା, ବସ୍ତା ଓ ଜିଆଇ ତାର ମଧ୍ୟ ଜବତ କରିଛି ତଦନ୍ତକାରୀ ଦଳ । ପୋଖରୀ ଭିତରକୁ ଫିଙ୍ଗି ଦେଇଥିବା ଲେଗିଙ୍ଗସ୍କୁ ଉଦ୍ଧାର କରାଯାଇଛି । ପରୀର ଫ୍ରକ ମଧ୍ୟ ରହିଛି ପୋଲିସ ପାଖରେ । ଯଦୁପୁର ଗାଁକୁ ଅଭିଯୁକ୍ତକୁ ନେଇ ଅପରାଧର ରି-କ୍ରିଏସନ୍ ମଧ୍ୟ କରାଇଛି ଏସଆଇଟି । ଏସବୁ ଦୃଶ୍ୟକୁ ବ୍ରେନ ମ୍ୟାପିଂ ଟେଷ୍ଟ ବେଳେ ଦେଖାଇପାରେ ଏସଆଇଟି । ଆଉ ଏହାକୁ ଦେଖିବା ପରେ ଅଭିଯୁକ୍ତର ମସ୍ତିଷ୍କରେ କି ପ୍ରତିକ୍ରିୟା ହେଉଛି, ତା’ର ଅନୁଧ୍ୟାନ କରାଯିବ ।

ଅଭିଯୁକ୍ତ ସରୋଜ ସେଠୀର ଲାଇ ଡିଟେକ୍ସନ୍ ଟେଷ୍ଟ କରିଥିଲା ଏସଆଇଟି । ଅଭିଯୁକ୍ତ, ଘଟଣା ସଂପର୍କିତ ପ୍ରଶ୍ନର ମିଛ ଉତର ଦେଇଥିବା ଜଣାପଡିଥିଲା । ଏବେ ବ୍ରେନ ମ୍ୟାପିଂ ଟେଷ୍ଟ କରି ସରୋଜ ସେଠୀ ମୁହଁରୁ ସତ ଉଗାଳିବାକୁ ଚାହୁଁଛି ଏସଆଇଟି ।

from Kanak News
via <a href="https://ifttt.com/?

ଆପଣଙ୍କ ଅଜାଣତରେ କେହି ଆପଣଙ୍କ ହ୍ୱାଟ୍ସଆପ ମେସେଜ ପଢୁଛନ୍ତି କି? କେମିତି ଜାଣିବେ ଆପଣଙ୍କ ମେସେଜ ଆଉ କେହି ପଢୁଛି ବୋଲି? କେମିତି ବଞ୍ଚିବେ ଏହି ହ୍ୱାଟ୍ସଆପ ହ୍ୟାକରୁ ?

କନକ ବ୍ୟୁରୋ : ଆପଣଙ୍କ ଅଜାଣତରେ କେହି ଆପଣଙ୍କ ହ୍ୱାଟ୍ସଆପ ମେସେଜ ପଢୁଛନ୍ତି କି? ଆପଣଙ୍କ ଗତିବିଧି ଆପଣଙ୍କ ଗୁପ୍ତତଥ୍ୟକୁ ଆଉ କେହି ପଢୁଛନ୍ତି କି? କାରଣ ମାତିଛନ୍ତି ହ୍ୱାଟ୍ସଆପ ହ୍ୟାକର । ମୋବାଇଲ ଆପଣଙ୍କ ପାଖେ ଥିବ ହେଲେ ସବୁ ମେସେଜ ପଢୁଥିବ ଅନ୍ୟ କେହି । ହ୍ୱାଟ୍ସଆପ ହ୍ୟାକ କରି ଆପଣଙ୍କ ପୂରା ଗତି ବିଧି ଉପରେ ନଜର ରଖି କରି ପାରନ୍ତି ବ୍ଲାକମେଲିଂ, କରିପାରନ୍ତି ବଦନାମ । ତେଣୁ ସାବଧାନ ହ୍ୱାଟ୍ସଆପ ୟୁଜର୍ସ । କେତେବେଳେ ବି ଆପଣଙ୍କ ମେସେଜ ଆଉ କେହି ପଢୁଥାଇ ପାରନ୍ତି ।

ତେବେ କେମିତି ଜାଣିବେ ଆପଣଙ୍କ ମେସେଜ ଆଉ କେହି ପଢୁଛି ବୋଲି । କେମିତି ବଞ୍ଚିବେ ଏହି ହ୍ୱାଟ୍ସଆପ ହ୍ୟାକରୁ । ନଜର ପକାନ୍ତୁ ଏହି ସବୁ ଉପାୟ ଉପରେ ।

ଯଦି ଆପଣଙ୍କୁ ଲାଗେ କେହି ଆପଣଙ୍କ ହ୍ୱାଟ୍ସଆପ ମେସେଜ ପଢୁଛନ୍ତି, ତେବେ ସଙ୍ଗେ ସଙ୍ଗେ ହ୍ୱାଟ୍ସଆପ ସେଟିଙ୍ଗକୁ ଯାଇ ହ୍ୱାଟ୍ସଆପ ୱେବରେ ଚେକ କରନ୍ତୁ । ହ୍ୱାଟ୍ସଆପ ୱେବ ଆପଣ ନ ଓପନ କରି ମଧ୍ୟ ଯଦି ଆପଣଙ୍କୁ ଲଗ ଇନ ମାଗିଲା ତେବେ ବୁଝିନେବେ କେହି ଆପଣଙ୍କ ମେସେଜକୁ ପଢିଛନ୍ତି । ଏହା ଜାଣିବା ପରେ ସଙ୍ଗେ ସଙ୍ଗେ ଲଗଆଉଟ କରିନେବେ ।

କେତକ ହ୍ୟାକର ଓଟିପି ମାଧ୍ୟମରେ ମଧ୍ୟ ହ୍ୱାଟ୍ସଆପ ହ୍ୟାକ କରିପାରନ୍ତି । କେହି ଆପଣଙ୍କ ନିଜ ଲୋକ ଆପଣଙ୍କୁ ଫୋନ କରି ଆପଣଙ୍କୁ ଓଟିପି ମାଗି ପାରନ୍ତି । ଏହି ଓଟିପି ଆପଣଙ୍କ ଫୋନର ହିଁ ହୋଇଥାଏ । ଯାହାକୁ ସେମାନେ ହାସଲ କରିବା ପାଇଁ ଚେଷ୍ଟା କରନ୍ତି । ଯଦି ଆପଣ ତାଙ୍କ କଥାରେ ରାଜି ହୋଇ ତାଙ୍କୁ ଓଟିପି ଦେଇ ଦିଅନ୍ତି । ତେବେ ସେମାନେ ଓଟିପି ନେଇ ଆପଣଙ୍କ ମେସେଜକୁ ତାଙ୍କ ମେଲକୁ ଟ୍ରାନ୍ସଫର କରି ଆପଣଙ୍କୁ ବ୍ଲାକମେଲ କରିପାରନ୍ତି ।

ଗୁଗୁଲ ପ୍ଲେ ଷ୍ଟୋରରେ ଏମିତି ଅନେକ ଆପ ଅଛି ଯାହା ଦ୍ୱାରା ହ୍ୱାଟ୍ସଆପର ଏହି ଫିଚରର ଫାଇଦା ଉଠାନ୍ତି କିଛି ଲୋକ । ଏହି ଆପ ଜରିଆରେ ଆପଣଙ୍କ ହ୍ୱାଟ୍ସଆପକୁ କେହି ନିଜ ଜଣାଶୁଣା ଲୋକ ହିଁ ହ୍ୟାକ କରନ୍ତି । ତେଣୁ ଏଭଳି ପରିସ୍ଥିତିରେ ଆପଣଙ୍କୁ ସତର୍କ ରହିବାକୁ ହେବ । ମୋବାଇଲ ଫୋନ କାହାକୁ ଦେବା ସମୟରେ ଆପଣଙ୍କୁ ସାବଧାନତା ଅବଲମ୍ବନ କରିବାକୁ ପଡିବ ।

from Kanak News
via <a href="https://ifttt.com/?

ଫ୍ୟାନଙ୍କୁ ସରପ୍ରାଇଜ ଦେଲେ ସୋନୁ । ଫାଷ୍ଟଫୁଡ ଦୋକାନରେ ପହଞ୍ଚିଲେ ନିଜେ ରୋଷେଇ କଲେ । ସୋନୁଙ୍କୁ ପାଖରେ ପାଇ ଖୁସିରେ ଆତ୍ମହରା ଫ୍ୟାନ ।

କନକ ବ୍ୟୁରୋ : ଫାଷ୍ଟ ପୁଡ ଦୋକାନରେ ହଠାତ ଯାଇ ପହଞ୍ଚିଲେ ସୋନୁ ସୁଦ । ଆଉ ସୋନୁଙ୍କୁ ଦେଖି ଆଶ୍ଚର୍ଯ୍ୟ ହେଇଗଲେ ଦୋକାନୀ । ନିଜେ ବିଶ୍ୱାସ କରିପାରୁ ନଥିଲେ ଏହି କଥାକୁ । ଏହା ଏକ ସ୍ୱପ୍ନ ନା ବାସ୍ତବ ସେ ବୁଝି ପାରୁନଥିଲେ । ଆଉ ସୋନୁଙ୍କୁ ପାଖରେ ପାଇ ଖୁସିରେ ଆତ୍ମହରା ହୋଇପଡିଥିଲେ ଫାଷ୍ଟଫୁଡ ଦୋକାନୀ । ନିଜ ହାଇଦ୍ରାବାଦୀ ଫ୍ୟାନଙ୍କୁ ଏଭଳି କିଛି ସରପ୍ରାଇଜ ଦେଇଛନ୍ତି ବଲିଉଡ ଅଭିନେତା ସୋନୁ ସୁଦ ।

ହାଇଦ୍ରାବାଦର ଅନୀଲ ନାମକ ଜଣେ ଯୁବକ । ସେ ଏକ ଫାଷ୍ଟଫୁଡ ଦୋକାନ ଖୋଲିଛନ୍ତି । ଆଉ ସେ ଫାଷ୍ଟଫୁଡ ଦୋକାନର ନାଁ ଦେଇଛନ୍ତି ଲକ୍ଷ୍ମୀ ସୋନୁ ସୁଦ ଫାଷ୍ଟ ଫୁଡ ସେଣ୍ଟର । ସବୁଠାରୁ ବଡ କଥା ହେଉଛି ସୋନୁ ସୁଦ ତାଙ୍କର ଏହି ଫ୍ୟାନଙ୍କୁ ଭେଟିବାକୁ ହାଇଦ୍ରାବାଦ ଆସିଥିଲେ । ବେଗୁମପେଟ ଅଞ୍ଚଳରେ ଥିବା ଅନୀଲଙ୍କ ଫାଷ୍ଟ ଫୁଡକୁ ଯାଇଥିଲେ । ସେଠାରେ ପହଞ୍ଚିବା ପରେ ସୋନୁଙ୍କୁ ପାଖରେ ପାଇ କୁଣ୍ଢାଇ ପକେଇଥିଲେ ଅନୀଲ । ଆଉ ସୋନୁ ସୁଦ ଫାଷ୍ଟ ଫୁଡ ଦୋକାନରେ ନିଜେ ରୋଷେଇ କରିବା ସହ ଖାଇବା ମଧ୍ୟ ଖାଇଥିଲେ । ସୋନୁଙ୍କ ପାଇଁ ସ୍ଥାନୀୟ ଅଞ୍ଚଳରେ ଗହଳି ମଧ୍ୟ ହୋଇଯାଇଥିଲା ।

ନିଜ ଫ୍ୟାନଙ୍କୁ ସୋନୁ ଦେଇଥିବା ଏହି ସରପ୍ରାଇଜକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ଏହାସହ ସୋନୁଙ୍କ ଏହି ଭଡିଓ ଏବେ ସୋସିଆଲ ମିଡିଆରେ ମଧ୍ୟ ସେୟାର ହେବାରେ ଲାଗିଛି । ସୋନୁ ମଧ୍ୟ ନିଜେ ଏହାକୁ ଟ୍ୱିଟ କରିଛନ୍ତି ।

ଗରିବ ଲୋକଙ୍କୁ ସାହାଯ୍ୟ କରି ସେମାନଙ୍କ ହୃଦୟରେ ରହିଛନ୍ତି ସୋନୁ । ଚିକିତ୍ସା ହେଉ ଅବା ସ୍ୱାସ୍ଥ୍ୟ ସାହାଯ୍ୟ ମାଗିଲେ ମନା କରନ୍ତି ନାହିଁ ସୋନୁ । ଆଉ ସହାୟତା ପାଇଁ ବଢେଇ ଦିଅନ୍ତି ହାତ । ଏଭଳି ମହାନ କାମ ପାଇଁ ଏବେ ଗରିବଙ୍କ ଭଗବାନ ସାଜିଛନ୍ତି ଏହି ବଲିଉଡ ଅଭିନେତା । ଯାହାର ଉଦାହରଣ ହେଉଛି ଅନୀଲଙ୍କ ଏହି ଫାଷ୍ଟ ଫୁଡ ଦୋକାନ ।

ଲକଡାଉନ ସମୟରେ ପ୍ରବାସୀଙ୍କୁ ସାହାଯ୍ୟ କରି ନିଜ ମହାନତା ଦେଖାଇଥିଲେ ସୋନୁ । ବାହାର ରାଜ୍ୟରେ ଫସି ରହିଥିବା ଲୋକଙ୍କୁ ବସ କରି ପଠାଇଥିଲେ ଘରକୁ । ଆଉ ସେବେଠାରୁ ଆରମ୍ଭ ହୋଇଥିଲା ସୋନୁଙ୍କ ସାହାଯ୍ୟ କରିବାର ଅଭିଯାନ । ଏହି ଅଭିଯାନ ଏବେ ଯାଏଁ ବି ଜାରି ରଖିଛନ୍ତି ସୋନୁ । ସେଥିପାଇଁ ସମସ୍ତଙ୍କ ହୃଦୟରେ ଘର କରିଛନ୍ତି ସୋନୁ ।

from Kanak News
via <a href="https://ifttt.com/?

ମଶାଣି ଓ ରାଜପଥ କଡରେ ପଡିରହିଛନ୍ତି ଦୁଇ ମାନସିକ ବିକାରଗ୍ରସ୍ତ ରୋଗୀ । ଖାଇବାକୁ ଦାନା ମୁଠେ ମିଳୁନି, ପ୍ରବଳ ଶୀତକୁ ଚାଦରଟିଏ ବି ନାହିଁ 

କନକ ବ୍ୟୁରୋ : ଶୀତରୁ ରକ୍ଷା ପାଇବା ପାଇଁ ଆମେମାନେ ଶୀତତାପନିୟନ୍ତ୍ରୀ ଘରେ ରହିବା ସହ କେତେକଣ ଶୀତ ବସ୍ତ୍ର ବ୍ୟବହାର କରୁଛନ୍ତି । ହେଲେ ଆପଣଙ୍କ ଟିଭି ପରଦାରେ ଥିବା ଏହି ବ୍ୟକ୍ତି ଦୁଇ ଜଣଙ୍କ ପାଖରେ ନା ଘର ଅଛି, ନା ବସ୍ତ୍ର । ଖୋଲା ଆକାଶ ତଳେ ଶୀତ କାକରରେ ପଡି ରହିଛନ୍ତି କାଲିମେଳା ଅଂଚଳର ଦୁଇ ମାନସିକ ବିକାରଗସ୍ତ ବ୍ୟକ୍ତି ।

ମାନସିକ ଭାରସାମ୍ୟ ହରାଇ ବସିଥିବା ବ୍ୟକ୍ତି ଜଣଙ୍କ ୩୨୬ନମ୍ବର ଜାତୀୟ ରାଜପଥର ଏମଭି-୯୦ ହରିଚାନ୍ଦ ମନ୍ଦିର ନିକଟରେ ରହୁଛନ୍ତି । ଏକ କୁୁସୁମ ଗଛମୂଳେ ପଲିଥିନ ତଳେ ରହୁଥିବା ବେଳେ କେତେବେଳେ କଣ ଖାଆନ୍ତି ତାହା କେହି ଜାଣିନାହାନ୍ତି । ପ୍ରବଳ ଥଣ୍ଡାରେ ଥରୁଥିବା ଏହି ବ୍ୟକ୍ତିଙ୍କୁ ଗୋଟିଏ କୁକୁର ଜଗି ରହୁଥିବା ଦେଖିବାକୁ ମିଳେ ।

ସେହିପରି ଅନ୍ୟଜଣେ ମାନସିକ ବିକାରଗସ୍ତ ମହିଳା ସେହି କାଲିମେଳା ମେଡ଼ିକାଲ ନିକଟ ଶ୍ମଶାନରେ ରହୁଛନ୍ତି । ମଶାଣିରେ ରହୁଥିବା ମହିଳା ଜଣଙ୍କର ପରିଚୟ କି ଠିକଣା ଜଣାପଡ଼ି ନଥିବା ବେଳେ ସେ ସେଇଠି ରୋଷେଇ କରି ଖାଉଛନ୍ତି । ଏହାସହ ଶ୍ମଶାନକୁ ସଫାସୁତୁରା କରୁଛନ୍ତି । ଆଉ ଶୀତରୁ ରକ୍ଷା ପାଇବା ପାଇଁ ଜୁଇରୁ ନିଆଁ ଆଣି ଅଳିଆ ଆବର୍ଜନାକୁ ପୋଡି ସେଠାରେ ବସି ରହୁଛନ୍ତି ।

ସରକାର ଗରୀବ ଓ ଅସହାୟଙ୍କ ପାଇଁ ଯୋଜନା କରୁଛନ୍ତି । ଶୀତ କାକରରେ ରହୁଥିବା ଅସହାୟ ଲୋକଙ୍କ ଉପରେ ନଜର ରଖିବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦେଶ ଦେଇଛନ୍ତି । କିନ୍ତୁ ମଶାଣି ଓ ରାଜପଥ କଡରେ ପଡ଼ିରହିଥିବା ଏହି ୨ ଜଣ ମାନସିକ ବିକାରଗସ୍ତ ଲୋକଙ୍କ ଉପରେ କଣ ପ୍ରଶାସନର ନଜର ପଡି ନାହିଁ । ନାଁ ଏମାନଙ୍କୁ ଖଣ୍ଡେ କମ୍ବଳ ଆଉ ଗଣ୍ଡେ ଦାନା ଦେବାକୁ ଭୂଲିଯାଇଛନ୍ତି ପ୍ରଶାସନିକ

from Kanak News
via <a href="https://ifttt.com/?

ହକି ଖେଳାଳି ନମିତା ଟପ୍ପୋଙ୍କୁ ଏକଲବ୍ୟ ପୁରସ୍କାର । ସମ୍ମାନ ଫଳକ ସହ ୫ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ । 

କନକ ବ୍ୟୁରୋ : ହକି ଖେଳାଳି ନମିତା ଟପ୍ପୋ ପାଇଲେ ଏକଲବ୍ୟ ପୁରସ୍କାର ଶ୍ରେଷ୍ଠ କ୍ରୀଡା ପ୍ରଦର୍ଶନ ପାଇଁ ଇମ୍ଫା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପୁରସ୍କାର ପ୍ରଦାନ କରାଯାଇଛି । ନମିତାଙ୍କୁ ସମ୍ମାନ ଫଳକ ସହ ୫ ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଛି । ସେହିପରି ଭାରୋତ୍ତଳନକାରୀ ସ୍ନେହା ସୋରେନଙ୍କୁ ମାନପତ୍ର ସହ ୫୦ ହଜାରର ଅର୍ଥରାଶି ଦିଆଯାଇଛି ।

ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ବ୍ଳକର ଜଉରାମାଲ ଗାଁର ନମିତା ଟୋପ୍ପୋ ୧୯୯୫ ମସିହା ଜୁନ ୪ ତାରିଖରେ ଜନ୍ମଗ୍ରହଣ କରିଥିଲେ। ସେ ରାଉରକେଲା ପାନପୋଷ କ୍ରୀଡା ଛାତ୍ରାବାସର ଛାତ୍ରୀ ଥିଲେ। ସେ ୨୦୧୮ ଏପ୍ରିଲ ୧ ତାରିଖ ଠାରୁ ୨୦୨୦ ମାର୍ଚ୍ଚ ୩୧ ମଧ୍ୟରେ ଭାରତୀୟ ହକି ଦଳରେ ପ୍ରାୟ ସମସ୍ତ ଅର୍ନ୍ତଜାତୀୟ ପ୍ରତିଯୋଗିତାରେ ପ୍ରତିନିଧିନିତ୍ୱ କରି ବହୁବାର ଭାରତର ବିଜୟରେ ଗୁରୁତପୁର୍ଣ୍ଣ ଭୂମିକା ତୁଲାଇଛନ୍ତି। ଏଥି ପାଇଁ ସେ ଏକଲବ୍ୟ ପୁରସ୍କାର ପାଇବାକୁ ଯୋଗ୍ୟା ବିବେଚିତ ହୋଇଛନ୍ତି।

from Kanak News
via <a href="https://ifttt.com/?

ମଣ୍ଡିରେ ପଡିଛି ଧାନ, କିଣୁନାହାନ୍ତି ମିଲର । ଧର୍ମଗଡରୁ ଆସିଛି ଧାନମଣ୍ଡରେ ସମସ୍ୟା ଖବର । ଚାଷୀ କହିଲେ, ଖରିଫ ଧାନ ବିକ୍ରି ନହଲେ ରବି ଧାନ ଚାଷ ହେବ କେମିତି?

କନକ ବ୍ୟୁରୋ : ମଣ୍ଡି ଖୋଲା ଅଛି, କିନ୍ତୁ ଧାନ ବିକ୍ରି ହେଉନି । ଧାନ ବିକ୍ରି ପାଇଁ ଟୋକନ ମିଳିଥିଲେ ବି ଧାନ କିଣୁ ନାହାନ୍ତି ମିଲର । ଟାର୍ଗେଟ ପୂରଣ ହୋଇ ସାରିଥିବା ଦର୍ଶାଇ ମିଲର ଧାନ କିଣୁ ନଥିବା ବେଳେ ରବି ଚାଷକୁ ନେଇ ଚିନ୍ତାରେ ପଡିଛନ୍ତି କଳାହାଣ୍ଡି ଜିଲ୍ଲା ଧର୍ମଗଡର ଚାଷୀ । କାରଣ ଆଉ କିଛି ଦିନ ମଧ୍ୟରେ ଇନ୍ଦ୍ରାବତି କେନାଲରୁ ପାଣି ଛଡାଗଲା ପୁଣି ରବି ଧାନ ଚାଷ ହେବ । ହେଲେ ଏଯାଏଁ ଖରିଫ ଧାନ ବିକ୍ରି ହୋଇନଥିବାରୁ କେଉଁଠୁ ଟଙ୍କା ଆଣି ଚାଷୀ ଚାଷ କରିବେ, ସେନେଇ ଚିନ୍ତାରେ ପଡିଛନ୍ତି ।

ଧର୍ମଗଡ ସଦର ମହୁକୁମାଠାରୁ ୪ କିଲୋମିଟର ଦୂରରେ ରହିଛି ବଡ ବସୁଲ ମଣ୍ଡି । ମାସେ ତଳୁ ଅର୍ଥାତ୍ ନଭେମ୍ବର ୨୫ରୁ ଏଠାରେ ସ୍ୱୟଂ ସହାୟକ ଗୋଷ୍ଠୀ ଜରିଆରେ ୩ଟି ରାଇସ୍ ମିଲ୍ ଧାନ କିଣୁଛି, କିନ୍ତୁ ଏଯାଏଁ ପ୍ରାୟ ୫୦% ଧାନ କିଣାଯାଇନାହିଁ । କେତେକ ଚାଷୀଙ୍କ ଧାନ ବିକ୍ରି ହୋଇଥିବା ବେଳେ କିଛି ଚାଷୀଙ୍କ ଧାନ ଖୋଲା ଆକାଶ ତଳେ ପଡି ରହିଛି । ବିକ୍ରି ହୋଇଥିବା ଧାନରୁ କ୍ୱିଂଟାଲ ବିଛା ୬ରୁ ୭ କିଲୋ କଟନୀ ଛଟନୀ କରାଯାଇଥିବା ଅଭିଯୋଗ କରିଛନ୍ତି ଚାଷୀ । ମିଲର୍ସ ଓ ଯୋଗାଣ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ଧାନ ବିକ୍ରିରେ ଏଭଳି ସମସ୍ୟା ସୃଷ୍ଟି ହୋଇଛି ।

ବଡ ବସୁଲ ମଣ୍ଡିରେ ରାଉରାହଲଦି, ବଡ ବସୁଲ, କନ୍ତେର, ରାଜୀବପୁର ଓ ସରଧାପୁରର ଚାଷୀ ଧାନ ବିକ୍ରି କରନ୍ତି । ଏ ବର୍ଷ ଧାନ ବିକିବା ପାଇଁ ୫୯୨ ଜଣ ଚାଷୀ ପଞ୍ଜିକରଣ କରିଛନ୍ତି । ମଣ୍ଡି ଜରିଆରେ ସରକାର ୩୨ ହଜାର ୯୦୦ କ୍ୟୁଂଟାଲ ଧାନ କିଣିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ତେବେ ନଭେମ୍ବର ୨୫ରୁ ଡିସେମ୍ବର ୨୫ ଭିତରେ ୩ଟି ରାଇସ୍ ମିଲ ୨୮୮ ଜଣ ଚାଷୀ, ୧୮ହଜାର ୪୩୦ କ୍ୟୁଂଟାଲ ଧାନ କିଣିଛି । ଏବେ ୮୩ ଜଣ ଚାଷୀଙ୍କ ୬୦୭୧ କ୍ୟୁଂଟାଲ ଧାନ ବିକ୍ରି ଅପେକ୍ଷାରେ ଅଛି । ତେବେ ଟାର୍ଗେଟ ନଥିବାରୁ ଧାନ ଉଠୁ ନଥିବା କହିଛନ୍ତି ମଣ୍ଡି ଦାୟିତ୍ୱରେ ଥିବା ଅଧିକାରୀ ।

ତେବେ ମିଳିଥିବା ସୂଚନା ଅନୁସାରେ, ବଡ ବସୁଲ ମଣ୍ଡିରେ ଧାନ କିଣୁଥିବା ମାତୃଶକ୍ତି ରାଇସ ମିଲର ୮୬୭ କ୍ୟୁଂଟାଲ ଧାନ ଉଠାଣ ବାକି ଥିବା ବେଳେ ବିକେ ଫୁଡସ୍ ରାଇସ ମିଲର ୭୮୮ କ୍ୟୁଂଟାଲ ଓ ଆରକେ ଉଦ୍ୟୋଗ ରାଇସ ମିଲର ୩୧୩ କ୍ୟୁଂଟାଲ ଟେର୍ଗେଟ ବାକି ଅଛି । ତେବେ ମିଲରମାନେ ଟୋକନ ଥିବା ଚାଷୀଙ୍କ ଧାନ ନକିଣି ଦଲାଲଙ୍କ ଧାନ କିଣିଛନ୍ତି । ଏବଂ ଚାଷୀଙ୍କ କିଣିବା ବେଳେ ଟାର୍ଗେଟ ପୂରଣ ହୋଇଯାଇଥିବା କଥା କହୁଛନ୍ତି । ମଣ୍ଡିରେ ପଡିଥିବା ଧାନ ବିକ୍ରି ନହେଲେ ରବି ଧାନ ଚାଷ କେମିତି କରିବେ ତାକୁ ନେଇ ଚିନ୍ତାରେ ପଡିଛନ୍ତି ଚାଷୀ ।

from Kanak News
via <a href="https://ifttt.com/?

ଜିରୋ ନାଇଟ ଓ ନୂଆ ବର୍ଷ ପାଇଁ ଟୁଇନ ସିଟିରେ ବଢିବ ସୁରକ୍ଷା ବ୍ୟବସ୍ଥା । ଭିଡ ନିୟନ୍ତ୍ରଣ ପାଇଁ ବିଭିନ୍ନ ସ୍ଥାନରେ ପୁଲିସ କରିପାରେ ନାକାବନ୍ଦୀ, କରାଯିବ ପାଟ୍ରୋଲିଂ ।

କନକ ବ୍ୟୁରୋ : ଜିରୋ ନାଇଟ ଓ ନୂଆ ବର୍ଷ ପାଇଁ ଟୁଇନ ସିଟିରେ ବଢିବ ସୁରକ୍ଷା ବ୍ୟବସ୍ଥା । ଡିସେମ୍ବର ୩୧ ତାରିଖ ଓ ଜାନୁଆର ୧ ତାରିଖରେ ଟୁଇନ ସିଟିରେ ପୁଲିସ ପହରା ମାରିବ । ଭିଡ ନିୟନ୍ତ୍ରଣ ପାଇଁ ବିଭିନ୍ନ ସ୍ଥାନରେ ପୁଲିସ ପାଟ୍ରୋଲିଂ କରିବା ସହ ନାକାବନ୍ଦୀ କରିବ । ମୁଖତଃ ଟାର୍ଗେଟରେ ରହିବ ହୋଟେଲ ଓ ବାର । ଜିରୋ ନାଇଟ ସେଲିବ୍ରେସନ ପାଇଁ ହୋଟେଲ ଓ ବାର ଭିଡ ଜମୁଥିବାରୁ ଜିରୋ ନାଇଟ ସେଲିବ୍ରେସନ ଉପରେ କଟକଣା ଜାରି କରିଛି କମିସନରେଟ ପୁଲିସ ।

ପୂର୍ବରୁ ମଧ୍ୟ କମିଶନରେଟ ପୋଲିସ ଭୁବନେଶ୍ୱରରେ ଜିରୋନାଇଟ ସେଲିବ୍ରେସନ ଉପରେ କଟକଣା ଲଗାଇଛି । ଯଦି ଏହାକୁ କେହି ଉଲ୍ଲଘଂନ କରନ୍ତି ତେବେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । ଏହାସହ କଟକଣାକୁ କଡାକଡି କରିବା ପାଇଁ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ବଢାଇଦିଆଯାଇପାରେ ।

from Kanak News
via <a href="https://ifttt.com/?

ଜେଲରେ ଯାଉଛି ଜୀବନ । ମାଲକାନଗିରି ଉପକାରାଗାରରେ ଏଇ ଡିସେମ୍ବର ମାସରେ ୩ ଜଣ ବିଚାରଧିନ କଏଦୀଙ୍କ ମୃତ୍ୟୁ । କଏଦୀଙ୍କ ମୃତ୍ୟୁ ପରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠିଲା ପ୍ରଶ୍ନ ।

କନକ ବ୍ୟୁରୋ : ମାଲକାନଗିରି ଉପକାରାଗାର ପାଲୋଟିଛି ମରଣଯନ୍ତା । ମାସେ ମଧ୍ୟରେ ୩ ଜଣ ବିଚାରାଧୀନ କଏଦୀ ପ୍ରାଣ ହରାଇଛନ୍ତି । ଆଜି ମାଲକାନଗିରି ଉପକାରାଗାରରୁ ଜଣେ ମାଓ ବିଚାରାଧୀନ କଏଦୀଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର ହୋଇଛି । ସେଲ୍ ଶୌଚାଳୟରୁ ମୃତଦେହ ମିଳିବା ପରେ ମାଲକାନଗିରି ଉପକାରାଗାରକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଜେଲ ଭିତରକୁ କେମିତି ଧାରୁଆ ଅସ୍ତ୍ର ଗଲା? କାହିଁକି ବନ୍ଦୀଙ୍କ ଉଚିତ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉନାହିଁ? ଏମିତି ଅନେକ ପ୍ରଶ୍ନ ଏବେ ସାଧାରଣ ଜନତାଙ୍କ ମନରେ ଉଁଙ୍କି ମାରୁଛି ।

ଜେଲ ଭିତରେ ଏହି ଡିସେମ୍ବର ମାସରେ ୩ ବିଚାରଧିନ କଏଦୀଙ୍କ ମୃତ୍ୟୁ ଘଟଣା ମାଲକାନଗିରି ଜେଲର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛି । ଶନିବାର ଦିନ ମାଲାକନଗିରି କାରାଗାରର ସେଲ ଶୌଚାଳୟରୁ ବିଚାରାଧୀନ କଏଦୀ ଦାନୁ ଗୋଲରିଙ୍କୁ ରକ୍ତାର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାକୁ ନେଇଥିଲେ ଜେଲ କର୍ତୃପକ୍ଷ ।

ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଦାନୁଙ୍କ ବେକ ୪୦ ପ୍ରତିଶତରୁ ଅଧିକ କଟି ଯାଇଥିବାରୁ ସେ କୌଣସି ଏକ ଧାରୁଆ ଅସ୍ତ୍ରରେ ଆତ୍ମହତ୍ୟା କରିଥିବା ସନ୍ଦେହ କରୁଛି ପୁଲିସ । ଗତ ଅକ୍ଟୋବର ୨୦ରେ ଖଜୁରୁଗୁଡା ଦାଶ ଖେମୁଣ୍ଡୁଙ୍କ ହତ୍ୟା ମାମଲା ସହ ମାଓ କାର୍ଯ୍ୟକଳାପରେ ସମ୍ପୃକ୍ତି ଅଭିଯୋଗରେ ଅକ୍ଟୋବର ୨୪ରେ ତାଙ୍କୁ ଗିରଫ କରି ଜେଲ ପଠାଇଥିଲା ପୁଲିସ ।

ଡିସେମ୍ବର ୩ରେ ସୋନୁ ବାଗରିଆ ନାମକ କଏଦୀଙ୍କ ମୃତ୍ୟୁ ମାଲକାନଗିରି ଉପକାରାଗରରେ ହୋଇଥିଲା । ସେହିପରି ଡିସେମ୍ବର ୧୭ରେ ମାଥିଲି ଥାନା ଜନ୍ଦ୍ରାଗୁଡା ଗାଁର ବାମନ କୁଂଜାମି ନାମକ ମାଓ ବିଚାରାଧୀନ କଏଦୀ ଡାକ୍ତରଖାନାରେ ପ୍ରାଣ ହରାଇଥିଲେ । ଆଉ ସେତେବେଳେ ଚିକିତ୍ସା ଅବହେଳା ଅଭିଯୋଗ ଆଣିଥିଲେ ବାମନଙ୍କ ପରିବାର ଲୋକେ । ତେବେ ଏନେଇ ଜେଲ ସୁପେରିନ୍ଟେଂଡେଂଟଙ୍କ ପ୍ରତିକ୍ରୀୟା ମିଳି ପାରିନାହିଁ ।

from Kanak News
via <a href="https://ifttt.com/?

Design a site like this with WordPress.com
Get started