ଚିନ୍ତା ବଢାଇଲା ବ୍ରିଟେନ ଷ୍ଟ୍ରେନ । ରାଜ୍ୟରେ ଆଉଜଣେ ଲଣ୍ଡନ ଫେରନ୍ତା ପଜିଟିଭ ଚିହ୍ନଟ । କୋଭିଡ ହସ୍ପିଟାଲରେ ଭର୍ତି , ୨୦ ତାରିଖରେ ଆସିଥିଲେ ଭୁବନେଶ୍ୱର

କନକ ବ୍ୟୁରୋ : ପୁରୁଣା କରୋନା ସଂକ୍ରମଣ ଟିକେ ହ୍ରାସ ପାଇବା ବେଳକୁ ପୁଣି ଚିନ୍ତା ବଢାଇଲାଣି ବ୍ରିଟେନରେ ସୃଷ୍ଟି ହୋଇଥିବା କରୋନାର ନୂଆ ଷ୍ଟ୍ରେନ । ଏହାକୁ ନେଇ ଭାରତ ସରକାର ଚିନ୍ତାରେ ଥିବା ବେଳେ ଓଡିଶା ରାଜ୍ୟକୁ ଆସୁଥିବା ବ୍ରିଟେନ ଫେରନ୍ତାଙ୍କ ଉପରେ କଡା ନଜର ରଖିଛନ୍ତି ରାଜ୍ୟ ସରକାର । ଗତ ୨ ସପ୍ତାହ ମଧ୍ୟରେ ଓଡିଶାକୁ ବ୍ରିଟେନରୁ ୬୧ ଜଣ ଫେରିଥିବା ବେଳେ ସେମାନଙ୍କ ମଧ୍ୟରୁ କେବଳ ଭୁବନେଶ୍ୱର ଫେରିଛନ୍ତି ୨୫ ଜଣ । ମୋଟ ବ୍ରିଟେନ ଫେରନ୍ତାଙ୍କ ମଧ୍ୟରେ ରହିଛନ୍ତି ୧୨ ଜଣ ମହିଳା ଓ ଶିଶୁ । ସେମାନଙ୍କୁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ରେସ କରିବାକୁ ଚେଷ୍ଟା ଚଳାଇଥିବା ବେଳେ ଭୁବନେଶ୍ୱର ଫେରିଥିବା ଜଣେ ବ୍ରିଟେନ ଫେରନ୍ତାଙ୍କ ଠାରେ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛି । ଏଭଳି ସ୍ଥିତିରେ ବେସ୍ ସଜାଗ ହୋଇଛି ସ୍ୱାସ୍ଥ୍ୟ ବିଭାଗ । ପଜିଟିଭ୍ ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କୁ ଏକ ଘରୋଇ କୋଭିଡ୍ ହସ୍ପିଟାଲରେ ରଖି ଚିକିତ୍ସା କରାଯାଉଛି ।
କହିରଖୁ କି କିଛି ସପ୍ତାହ ହେବ ରାଜ୍ୟରେ କରୋନା ଗ୍ରାଫ୍ ବେସ୍ ତଳକୁ ଖସୁଥିବାର ଦେଖିବାକୁ ମିଳିଛି । ଏହାରି ମଧ୍ୟମରେ ବି କରୋନା ସଂକ୍ରମଣରେ ହେଉଥିବା ମୃତ୍ୟୁ ବେସ୍ କମ୍ ହୋଇଛି । ଏନେଇ ଲୋକମାନେ ଟିକେ ଆସ୍ୱସ୍ଥି ଅନୁଭବ କରୁଥିବା ବେଳେ ପୁଣି କରୋନାର ନୂଆ ଷ୍ଟ୍ରେନ୍ ରାଜ୍ୟବାସୀଙ୍କ ଚିନ୍ତା ବଢାଇଛି । ଏନେଇ ସରକାର ବିଶେଷ ତତ୍ପର ଥିବା ଭଳି ଜଣାପଡୁଛି । ହେଲେ ଲୋକମାନେ ପୂର୍ବଭଳି କୋଭିଡ୍ କଟକଣା ମାନି ଚଳିବାକୁ ସରକାରଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।

from Kanak News
via <a href="https://ifttt.com/?

ସିସିଟିଭିରେ କଏଦ ହେଲା ଲୁଟ୍ ଦୃଶ୍ୟ : ସଟର ତାଡି ଦୋକାନରୁ ଲକ୍ଷାଧିକ ଟଙ୍କାର ମୋବାଇଲ ଲୁଟିନେଲା ଦୁର୍ବୃତ , ନବରଙ୍ଗପୁର ଚନ୍ଦାହାଣ୍ଡି ଅଂଚଳରୁ ଆସିଲା ଚିତ୍ର

ମୋବାଇଲ ଦୋକାନରୁ ଚୋରୀ । ସିସିଟିଭିରେ କଏଦ ହେଲା ଲୁଟ୍ ଲାଇଭ । ବିଳମ୍ବିତ ରାତିରେ ନବରଙ୍ଗପୁର ଚନ୍ଦାହାଣ୍ଡି ସଦର ମହକୁମା ଠାରେ ଥିବା ସାହିଲ ମୋବାଇଲ ଦୋକାନର ସଟର ଭାଙ୍ଗି ମୋବାଇଲ ଚୋରୀ କରିଛନ୍ତି ଦୁର୍ବୃତ । ସୁଚନା ଅନୁସାରେ ସବୁଦିନ ଭଳି ମୋବାଇଲ ଦୋକାନ ମାଲିକ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ । ସକାଳୁ ଦୋକାନକୁ ଆସି ଦେଖିବା ବେଳେ ଦୋକାନର ସଟର ଭଙ୍ଗା ହେବା ସହ ମୋବାଇଲ ଚୋରୀ ହୋଇଥିବା ଦେଖିବାକୁ ମିଳିଛି । ଦୋକାନରୁ ପ୍ରାୟ ୩୦ରୁ ଉଦ୍ଧ୍ୱର୍ ମୋବାଇଲ ଚୋରୀ କରି ନେଇଛି ଦୁର୍ବୃତ ।ଏନେଇ ଚନ୍ଦାହାଣ୍ଡି ଥାନାରେ ମାମଲା ରୁଜୁ ହୋଇଛି । ଘଟଣା ସ୍ଥଳରେ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି । ଚୋରୀର ସମ୍ପୁର୍ଣ୍ଣ ଦୃଶ୍ୟ ଦୋକାନରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି ।

from Kanak News
via <a href="https://ifttt.com/?

ଅରୁଣାଚଳ ପ୍ରଦେଶରେ ଜେଡିୟୂୁକୁ ବିଜେପି ଝଟକ୍। ଦେବା ପରେ ଏବେ ଗୃହମନ୍ତ୍ରୀ ପଦ ଛାଡିବାକୁ ନିତୀଶଙ୍କ ଉପରେ ଚାପ ପକାଉଛି ବିଜେପି ।

କନକ ବ୍ୟୁରୋ : ଅରୁଣାଚଳ ପ୍ରଦେଶରେ ଜେଡିୟୁକୁ ବିଜେପି ଝଟକା ଦେବା ପରେ ଏବେ ବିହାରରେ ନିତୀଶଙ୍କ କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନ ଉଠାଇଛି ବିଜେପି । ବିହାରରେ ବିଜେପି ଓ ଜେଡିୟୁ ମିଳିତ ଭାବେ ସରକାର କରିଥିବା ବେଳେ ଅରୁଣାଚଳ ପ୍ରଦେଶରେ ଜେଡିୟୁର ଥିବା ୭ ଜଣ ବିଧାୟକଙ୍କ ମଧ୍ୟରୁ ୬ ଜଣ ବିଧାୟକଙ୍କୁ ବିଜେପି ନିଜ ଦଳରେ ସାମିଲ କରାଇଛି । ଏହା ପରେ ବିହାରର ବରିଷ୍ଠ ବିଜେପି ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସଂଜୟ ପାଶୱାନ ନିତୀଶ କୁମାରଙ୍କୁ ଟାର୍ଗେଟ୍ କରିଛନ୍ତି । ସେ ନିତୀଶଙ୍କ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇଛନ୍ତି । ଏକ ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ ଶନିବାର ଦିନ ସଂଜୟ ପାଶୱାନ କହିଛନ୍ତି କି ନିତୀଶ କୁମାର ବିହାରର ଗୃହ ବିଭାଗ ନିଜ ହାତରୂୁ ଛାଡି ଅନ୍ୟ କାହାକୁ ଏହି ପଦରେ ବସାନ୍ତୁ । କହିରଖୁ କି ବିହାର ମୁଖ୍ୟମନ୍ତ୍ରୀ ନିତୀଶ କୁମାର ତାଙ୍କ ପାଖରେ ଗୃହ, ସାଧାରଣ ପ୍ରଶାସନ ଓ ସତର୍କତା ବିଭାଗ ରଖିଛନ୍ତି ।

ସଂଜୟ ପାଶୱାନ କହିଛନ୍ତି କି ନିତୀଶଙ୍କ ପାଖରେ ଅନେକ କାମର ବୋଝ ରହିଛି । ତେଣୁ ସେ ଗୃହ ବିଭାଗ ଅନ୍ୟ କାହାକୁ ଦେବା ଦରକାର ‘ମୁଁ କହୁ ନାହିଁ କି ଗୃହ ବିଭାଗ ବିଜେପିକୁ ଦିଆଯାଉ’ । ରାଜ୍ୟରେ ବିଗୁଡୁଥିବା କାନନୁ ବ୍ୟବସ୍ଥାର ସୁଧାର ଆଣିବାକୁ ସେ ଏଭଳି କଥା କହିଥିବା କହିଛନ୍ତି । ତାଙ୍କ କହିବା ମୁତାବକ ପୂର୍ବ ୨ ସପ୍ତାହ ମଧ୍ୟରେ ରାଜ୍ୟରେ ୧୨ ରୁ ଅଧିକ ଲୋକଙ୍କର ହତ୍ୟା ହୋଇସାରିଛି । ତେଣୁ ଏସବୁକୁ ଦୃଷ୍ଟିରେ ରଖି ରାଜ୍ୟରେ ସୁଶାସନ କରିବାକୁ ହେଲେ ନିତୀଶ କୁମାର ଗୃହ ବିଭାଗ ଛାଡିବ ନିହାତି ଦରକାର ।

କହିରଖୁ କି ଅରୁଣାଚଳ ପ୍ରଦେଶରେ ୬ ଜଣ ଜେଡିୟୁ ବିଧାୟକ ବିଜେପିରେ ଯୋଗ ଦେବା ପରେ ବିହାର ମେଣ୍ଟସରକାରରେ ଏବେ ଶୀତଳଯୁଦ୍ଧ ଦେଖିବାକୁ ମିଳିଛି । ଏନେଇ ଗଣମାଧ୍ୟମର ପ୍ରଶ୍ନକୁ ଏଡାଇ ଯାଇଛନ୍ତି ନିତୀଶ କୁମାର । ହେଲେ ଭିତରେ କ’ଣ ଚାଲିଛି ତାହା ଧିରେ ଧିରେ ପଦାରେ ପଡିବାରେ ଲାଗିଛି । ଅନ୍ୟପଟେ ଏହାକୁ ନେଇ ବିରୋଧୀ ବି ବେସ୍ ଆକ୍ରମଣ କରିବାରେ ଲାଗିଛନ୍ତି । ବିରୋଧୀ କହୁଛନ୍ତି କି ନିତୀଶ ଧିରେ ଧିରେ ଜେଡିୟୁକୁ ବିଜେପିରେ ବିଲିନ କରିବାକୁ ଚେଷ୍ଟା କରୁଛନ୍ତି । ଅନ୍ୟପଟେ ବିଜେପି ଏଭଳି କାର୍ଡ ଖେଳି ଯଦି ସରକାର ଭାଙ୍ଗିଦିଏ ତାହେଲେ କାହାକୁ ନେଇ ଜେଡିୟୁ କିମ୍ବା ବିଜେପି ସରକାର ଗଠନ କରିବ ତାହା ବି ବଡ ପ୍ରଶ୍ନବାଚୀ । କାରଣ ନା ବିଜେପି ପାଖରେ ପାଖା ପାଖି ସଂଖ୍ୟା ଗରିଷ୍ଠତା ରହିଛି ନା ଜେଡିୟୁ ପାଖରେ ।

from Kanak News
via <a href="https://ifttt.com/?

ଅରୁଣାଚଳ ପ୍ରଦେଶରେ ଜେଡିୟୂୁକୁ ବିଜେପି ଝଟକ୍। ଦେବା ପରେ ଏବେ ଗୃହମନ୍ତ୍ରୀ ପଦ ଛାଡିବାକୁ ନିତୀଶଙ୍କ ଉପରେ ଚାପ ପକାଉଛି ବିଜେପି ।

କନକ ବ୍ୟୁରୋ : ଅରୁଣାଚଳ ପ୍ରଦେଶରେ ଜେଡିୟୁକୁ ବିଜେପି ଝଟକା ଦେବା ପରେ ଏବେ ବିହାରରେ ନିତୀଶଙ୍କ କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନ ଉଠାଇଛି ବିଜେପି । ବିହାରରେ ବିଜେପି ଓ ଜେଡିୟୁ ମିଳିତ ଭାବେ ସରକାର କରିଥିବା ବେଳେ ଅରୁଣାଚଳ ପ୍ରଦେଶରେ ଜେଡିୟୁର ଥିବା ୭ ଜଣ ବିଧାୟକଙ୍କ ମଧ୍ୟରୁ ୬ ଜଣ ବିଧାୟକଙ୍କୁ ବିଜେପି ନିଜ ଦଳରେ ସାମିଲ କରାଇଛି । ଏହା ପରେ ବିହାରର ବରିଷ୍ଠ ବିଜେପି ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସଂଜୟ ପାଶୱାନ ନିତୀଶ କୁମାରଙ୍କୁ ଟାର୍ଗେଟ୍ କରିଛନ୍ତି । ସେ ନିତୀଶଙ୍କ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇଛନ୍ତି । ଏକ ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ ଶନିବାର ଦିନ ସଂଜୟ ପାଶୱାନ କହିଛନ୍ତି କି ନିତୀଶ କୁମାର ବିହାରର ଗୃହ ବିଭାଗ ନିଜ ହାତରୂୁ ଛାଡି ଅନ୍ୟ କାହାକୁ ଏହି ପଦରେ ବସାନ୍ତୁ । କହିରଖୁ କି ବିହାର ମୁଖ୍ୟମନ୍ତ୍ରୀ ନିତୀଶ କୁମାର ତାଙ୍କ ପାଖରେ ଗୃହ, ସାଧାରଣ ପ୍ରଶାସନ ଓ ସତର୍କତା ବିଭାଗ ରଖିଛନ୍ତି ।

ସଂଜୟ ପାଶୱାନ କହିଛନ୍ତି କି ନିତୀଶଙ୍କ ପାଖରେ ଅନେକ କାମର ବୋଝ ରହିଛି । ତେଣୁ ସେ ଗୃହ ବିଭାଗ ଅନ୍ୟ କାହାକୁ ଦେବା ଦରକାର ‘ମୁଁ କହୁ ନାହିଁ କି ଗୃହ ବିଭାଗ ବିଜେପିକୁ ଦିଆଯାଉ’ । ରାଜ୍ୟରେ ବିଗୁଡୁଥିବା କାନନୁ ବ୍ୟବସ୍ଥାର ସୁଧାର ଆଣିବାକୁ ସେ ଏଭଳି କଥା କହିଥିବା କହିଛନ୍ତି । ତାଙ୍କ କହିବା ମୁତାବକ ପୂର୍ବ ୨ ସପ୍ତାହ ମଧ୍ୟରେ ରାଜ୍ୟରେ ୧୨ ରୁ ଅଧିକ ଲୋକଙ୍କର ହତ୍ୟା ହୋଇସାରିଛି । ତେଣୁ ଏସବୁକୁ ଦୃଷ୍ଟିରେ ରଖି ରାଜ୍ୟରେ ସୁଶାସନ କରିବାକୁ ହେଲେ ନିତୀଶ କୁମାର ଗୃହ ବିଭାଗ ଛାଡିବ ନିହାତି ଦରକାର ।

କହିରଖୁ କି ଅରୁଣାଚଳ ପ୍ରଦେଶରେ ୬ ଜଣ ଜେଡିୟୁ ବିଧାୟକ ବିଜେପିରେ ଯୋଗ ଦେବା ପରେ ବିହାର ମେଣ୍ଟସରକାରରେ ଏବେ ଶୀତଳଯୁଦ୍ଧ ଦେଖିବାକୁ ମିଳିଛି । ଏନେଇ ଗଣମାଧ୍ୟମର ପ୍ରଶ୍ନକୁ ଏଡାଇ ଯାଇଛନ୍ତି ନିତୀଶ କୁମାର । ହେଲେ ଭିତରେ କ’ଣ ଚାଲିଛି ତାହା ଧିରେ ଧିରେ ପଦାରେ ପଡିବାରେ ଲାଗିଛି । ଅନ୍ୟପଟେ ଏହାକୁ ନେଇ ବିରୋଧୀ ବି ବେସ୍ ଆକ୍ରମଣ କରିବାରେ ଲାଗିଛନ୍ତି । ବିରୋଧୀ କହୁଛନ୍ତି କି ନିତୀଶ ଧିରେ ଧିରେ ଜେଡିୟୁକୁ ବିଜେପିରେ ବିଲିନ କରିବାକୁ ଚେଷ୍ଟା କରୁଛନ୍ତି । ଅନ୍ୟପଟେ ବିଜେପି ଏଭଳି କାର୍ଡ ଖେଳି ଯଦି ସରକାର ଭାଙ୍ଗିଦିଏ ତାହେଲେ କାହାକୁ ନେଇ ଜେଡିୟୁ କିମ୍ବା ବିଜେପି ସରକାର ଗଠନ କରିବ ତାହା ବି ବଡ ପ୍ରଶ୍ନବାଚୀ । କାରଣ ନା ବିଜେପି ପାଖରେ ପାଖା ପାଖି ସଂଖ୍ୟା ଗରିଷ୍ଠତା ରହିଛି ନା ଜେଡିୟୁ ପାଖରେ ।

from Kanak News
via <a href="https://ifttt.com/?

ବଢୁଛି କୃଷକ ଆନ୍ଦୋଳନ ପ୍ରତି ସମର୍ଥନ । କୃଷିବିଲକୁ ବିରୋଧ କରି ଏନଡିଏ ଛାଡିଲା ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟି

କନକ ବ୍ୟୁରୋ : କେନ୍ଦ୍ରସରକାରଙ୍କ ତିନୋଟି ନୂତନ କୃଷି ଆଇନକୁ ବିରୋଧ କରି ଏନଡିଏର ସହଯୋଗୀ ଦଳ ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟି ଏନଡିଏରୁ ସମର୍ଥନ ପ୍ରତ୍ୟାହାର କରିବାକୁ ଘୋଷଣା କରିଛନ୍ତି । ଶନିବାର ଦିନ ରାଜସ୍ଥାନର ଅଲୱାର ଜିଲ୍ଲାର ଶାହାଜାହାଁପୁର-ଖଡେ ସୀମା ନିକଟରେ ଚାଲିଥିବା କୃଷକ ଆନ୍ଦୋଳନକୁ ସମ୍ବୋଦ୍ଧିତ କରି ନାଗୋର ଲୋକସଭା ସାଂସଦ ହନୁମାନ ବେନିବାଲ କହିଛନ୍ତି କି ‘ମୁଁ ସେମାନଙ୍କ ସହିତ ରହିପାରିବି ନାହିଁ, ଯେଉଁମାନେ କୃଷକଙ୍କ ବିରୋଧୀ’ । ସେ ୧୯ ଡିସେମ୍ବର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ କି ୨୬ ଡିସେମ୍ବର ଦିନ ସେ ୨ ଲକ୍ଷ କୃଷକଙ୍କ ସହ ସିଂଘୁ ବୋର୍ଡର ଯାତ୍ରା କରିବେ । ଏବଂ ସେଠାରେ ପହଂଚିବା ପରେ ସେ ଏନଡିଏର ସହଯୋଗୀ ଦଳ ଭାବେ ରହିବେ କି ନାହିଁ ସେଠାରେ ନିଷ୍ପତ୍ତି କରିବେ । ଏହା ସହ ସେ ସଂସଦରେ ଥିବା ୩ ଟି ଯାକ ପଦରୁ ଇସ୍ତଫା ଦେବେ ବୋଲି ବି କହିଥିଲେ । ଏନେଇ ସେ ତାଙ୍କର ଇସ୍ତଫା ପତ୍ର ଲୋକସଭା ଅଧ୍ୟକ୍ଷ ଓମ୍ ବିର୍ଲାଙ୍କ ନିକଟକୁ ପଠାଇଥିଲେ । ଏହି ପତ୍ରରେ ସେ ଉଦ୍ୟେଗୀ ସମ୍ବୋନ୍ଧ ସ୍ଥାୟୀ ସମିତି, ଯାଚିକି ସମିତି ଓ ପେଟ୍ରୋଲିୟମ ଗ୍ୟାସ ମନ୍ତ୍ରଣାଳୟର ପରାମର୍ଶଦାତା କମିଟିରୁ ଇସ୍ତଫା ଦେଇଥିବା ଲେଖିଥିଲେ ।
ବେନିବାଲ ୨୦୧୮ ମସିହାରେ ରାଜସ୍ଥାନ ରାଜ୍ୟ ନିର୍ବାଚନ ବେଳେ ବିଜେପି ଛାଡି ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟି ଗଠନ କରିଥିଲେ ।

୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ସେ ପୁଣି ବିଜେପି ସହିିତ ମେଣ୍ଟ କରିଥିଲେ । ହେଲେ ଏବେ ସେ କୃଷକ ମାନଙ୍କ ସମର୍ଥନ କରି ଏନଡିଏ ମେଣ୍ଟରୁ ନିଜର ସମର୍ଥନ ପ୍ରତ୍ୟାହାର କରିଛନ୍ତି । କହିରଖୁ କି ଆରଏଲପି ପୂର୍ବରୁ ଏନଡିଏକୁ ସବୁଠାରୁ ବଡ ଝଟକା ଦେଇଥିଲା ଶିବସେନା । ଏହା ସହ ଚଳିତ ବର୍ଷ ସେପ୍ଟେମ୍ବର ମାସରେ ଅକାଳୀ ଦଳ କୃଷି କାନୁନକୁ ବିରୋଧ କରି ଏନଡିଏର ସମର୍ଥନ ପ୍ରତ୍ୟାହାର କରିନେଇଥିଲା ।

from Kanak News
via <a href="https://ifttt.com/?

ନୂଆ ବର୍ଷରୁ ବଦଳିଯିବ ଏହି ୧୦ ଟି ନିୟମ । ଜାଣନ୍ତୁ କ’ଣ ରହିଛି ନୂଆ ନିୟମ । ଆପଣଙ୍କ ପାଇଁ କଣ ରହିଛି ଲାଭ ଦାୟକ ପରିବର୍ତ୍ତନ

କନକ ବ୍ୟୁରୋ : ଆଉ ମାତ୍ର କେଇଟା ଦିନ ପରେ ଆମେମାନେ ୨୦୨୦ କୁ ବିଦାୟ ଦେଇ ୨୦୨୧ କୁ ସ୍ୱାଗତ କରିବାକୁ ଯାଉଛୁ । ହେଲେ ପୁରୂଣା ବର୍ଷକୁ ବିଦାୟ ଦେଇ ନୂଆବର୍ଷକୁ ଆମେ ସ୍ୱାଗତ କରିବାକୁ ଯାଉଥିବା ବେଳେ ସରକାର ନୂଆ ବର୍ଷରେ କିଛି ପୁରୁଣା ନିୟମର ପରିବର୍ତ୍ତନ ସାଙ୍ଗକୁ କିଛି ନୂଆ ନିୟମ ପ୍ରଚଳିତ କରିବାକୁ ବି ଯାଉଛନ୍ତି । ଆସନ୍ତୁ ଜାଣିବା କେଉଁ ବିଭାଗ ପାଇଁ କ’ଣ ରହିଛି ନୂଆ ନିୟମ ଓ କେଉଁ ପୁରୁଣା ନିୟମର କ’ଣ ହୋଇଛି ପରିବର୍ତ୍ତନ ।

ଚେକ୍ ପେମେଣ୍ଟ ସିଷ୍ଟମ : ଜାନୁଆରୀ ପହିଲାରୁ ଚେକ୍ ପେମେଣ୍ଟ ସିଷ୍ଟମରେ କିଛି ପରିବର୍ତ୍ତନ କରିବାକୁ ଯାଉଛନ୍ତି ସରକାର । ପଜିଟିଭ ପେ ସିଷ୍ଟମ ଅନ୍ତର୍ଗତ ୫୦ ହଜାର ଅଥବା ଏହାଠାରୁ ଅଧିକ ଟଙ୍କା ପେମେଣ୍ଟ ଉପରେ ଚେକଧାରୀଙ୍କୁ ଆଉ ଅଧିକ କିଛି ସୂଚନା ପ୍ରଦାନ କରିବାକୁ ପଡିବ । ହେଲେ ଏହି ସୁବିଧାର ଲାଭ ଖାତାଧାରକ ଉଠାଇବେ କି ନାହିଁ ତାହା ଖାତା ଧାରକଙ୍କ ଉପରେ ନିର୍ଭର କରେ ।

କଣ୍ଟାକ୍ଟ ଲେସ୍ କାର୍ଡ ଟ୍ରାଞ୍ଜାକ୍ସନ୍ : ଜାନୁଆରୀ ପହିଲା ଠାରୁ ଭାରତୀୟ ରିଜର୍ଭ ବ୍ୟାଙ୍କ କଣ୍ଟାକ୍ଟ ଲେସ୍ କାର୍ଡ ଟାନ୍ଜାକସନ୍ ପେମେଣ୍ଟ ୨ ହଜାରରୁ ବୃଦ୍ଧି କରି ୫ ହଜାର ଟଙ୍କା ସ୍ଥିର କରିଛନ୍ତି । ଡେବିଟ୍ କାର୍ଡରେ ୫ ହଜାର ଟଙ୍କା ପେମେଣ୍ଟ ପର୍ଯ୍ୟନ୍ତ ପିନ୍ ର ଆବଶ୍ୟକତା ପଡିବ ନାହିଁ ।

କାର ମୂଲ୍ୟ ବୃଦ୍ଧି ପାଇବ : ଅଟୋମୋବାଇଲ କମ୍ପାନୀ ମାନେ ସେମାନଙ୍କ ଦ୍ୱାରା ନିର୍ମିତ କାରର ମୂଳ୍ୟ ଜାନୁଆରୀ ପହିଲା ଠାରୁ ବୃଦ୍ଧି କରିବାକୁ ଯାଉଛନ୍ତି । ଏବେ ସମାନ କାର କିଣିବାକୁ ଆପଣଙ୍କୁ ପୂର୍ବ ଦାମ୍ ଠାରୁ ଅଧିକ ଦାମ୍ ଦେବାକୁ ପଡିବ ।

ଫାଷ୍ଟ ଟ୍ୟାଗ୍ ଲଗାଇବା ଅର୍ନିବାର୍ଯ୍ୟ : ସବୁ ଚାରିଚକିଆ ଯାନରେ ଜାନୁଆରୀ ପହିଲାରୁ ଫାଷ୍ଟ ଟ୍ୟାଗ୍ ଲଗାଇବା ବାଧ୍ୟତାମୂଳକ । ଯେଉଁ ଗାଡି ଟ୍ୟାଗ ନଲଗାଇ ଜାତୀୟ ରାଜପଥ ଦେଇ ଯିବ ,ଟୋଲଗେଟ୍ ନିକଟରେ ତାଙ୍କ ଠାରୁ ଅଧିକ ୨ ଗୁଣା ଟୋଲ ଟ୍ୟାକ୍ସ ଆଦାୟ କରାଯିବ ।

ଲ୍ୟାଣ୍ଡ ଲାଇନ୍ ରୁ ମୋବାଇଲକୁ ଫୋନ ଲଗାଇବାକୁ ହେଲେ ପ୍ରଥମେ ଶୂନ ଲଗାଇବାକୁ ପଡିବ : ଜାନୁଆରୀ ପହିଲା ପରେ ଯଦି ଆପଣ ଆପଣଙ୍କ ଲ୍ୟାଣ୍ଡ ଲାଇନରୁ ମୋବାଇଲ ନମ୍ବରକୁ ଫୋନ କରୁଛନ୍ତି ତେବେ ଆପଣଙ୍କୁ ପ୍ରଥମେ ଶୂନ ଡାଏଲ କରିବାକୁ ପଡିବ । ଶୂନ ନଲଗାଇଲେ କଲ୍ ପାସ୍ କରିବ ନାହିଁ ।

ମ୍ୟୁଚୱାଲ୍ ଫଣ୍ଡରେ ନିବେଶ ପାଇଁ ନିୟମ ପରିବର୍ତ୍ତନ : କୌଣସି ମ୍ୟୁଚୱାଲ୍ ଫଣ୍ଡର ୭୫ ପ୍ରତିଶତ ଇକ୍ୟୁଟିରେ ନିବେଶ କରିବା ବାଧ୍ୟତାମୂଳକ । ଯାହାକି ଏବେ ନ୍ୟୁନତମ ୬୫ ପ୍ରତିଶତ ରହିଛି । ମଲ୍ଟିକ୍ୟାପ୍ ଫଣ୍ଡରେ ପରିବର୍ତ୍ତନ କରାଯାଇଛି । ମିଡ୍ କ୍ୟାପ୍, ସ୍ମଲ କ୍ୟାପ୍, ଓ ଲାର୍ଜ କ୍ୟାପ୍ ମ୍ୟୁଚାଲ ଫଣ୍ଡରେ ୨୫ ପ୍ରତିଶତ ଲେଖାଏଁ ନିବେଶ କରିବାକୁ ବାଧ୍ୟତାମୂଳକ କରାଯାଇଛି ।

ୟୁପିଆଇ ପେମେଣ୍ଟର ପରିବର୍ତ୍ତନ : ଜାନୁଆରୀ ପହିଲାରୁ ୟୁପିଆଇ ଜରିଆରେ ପେମେଣ୍ଟ କରିବା ମହଙ୍ଗା ହେବ । ଏହି ଆପ୍ ଦ୍ୱାରା ନେଣ ଦେଣ କରୁଥିବା ଗ୍ରାହକ ପ୍ରତି ପେମେଣ୍ଟ ଉପରେ ଅଧିକ ଟିକସ ଦେବେ ।

ଜିଏସଟି ରିଟର୍ଣ୍ଣ ନିୟମର ପରିବର୍ତ୍ତନ : ଯେଉଁ ବ୍ୟବସାୟୀଙ୍କ ଆୟ ୫ କୋଟିରୁ କମ୍ ସେମାନଙ୍କୁ ପ୍ରତିମାସ ରିଟର୍ଣ୍ଣ ଦାଖଲ କରିବାକୁ ପଡିବ ନାହିଁ ।

ସରଳ ଜୀବନ ବୀମା ପଲିସି ଆରମ୍ଭ : ଆସନ୍ତା ଜାନୁଆରୀ ପହିଲାରୁ ଗ୍ରାହକ ମାନେ କମ୍ ପ୍ରିମିୟମ ଦେଇ ଜୀବନ ବୀମା ପଲିସି କିଣି ପାରିବେ। ସରଳ ଜୀବନ ବୀମା ପଲିସି ଜାନୁଆରୀ ପହିଲାରୁ ଆରମ୍ଭ କରିବାକୁ କେନ୍ଦ୍ର ସରକାର ସମସ୍ତ ଜୀବନ ବୀମା କମ୍ପାନୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

କେତେକ ମୋବାଇଲ ଫୋନରେ ହ୍ୱାଟ୍ସ ଆପ୍ କାମ କରିବ ନାହିଁ : ଜାନୁଆରୀ ପହିଲାରୁ କେତକ ଅଣ୍ଡ୍ରଏଡ ଓ ଆଇଓଏସ୍ ମୋବାଇଲରେ ହ୍ୱାଟ୍ସ ଆପ୍ କାମ କରିବ ନାହିଁ । ଯେଉଁ ସଫ୍ଟୱେୟାର ପୁରୁଣା ହୋଇଛି ତାହାକୁ ବନ୍ଦ କରିଦିଆଯିବ ।

from Kanak News
via <a href="https://ifttt.com/?

ଧୂଳି ଚାଦରରେ ପଡି ରହିଛି ଶହ ଶହ ସାଇକେଲ । ପାଣିରେ ପଡିଲା କରଦାତାଙ୍କ ୫ କୋଟି ଟଙ୍କା । ଦୋଷ ଛଡାଇବାକୁ ସରକାରଙ୍କ ସାଇକ୍ଲୋଥନ୍

କନକ ବ୍ୟୁରୋ : ସରକାର କା ମାଲ୍ ଦରିଆ ମେ ଡାଲ । ଏହି ଉକ୍ତିର ଏକ ସଦ୍ୟତମ ଉଦାହରଣ ହେଉଛି ରାଜ୍ୟ ସରକାରଙ୍କ ମୋ ସାଇକେଲ ଯୋଜନା । ଲୋକେ ସାଇକେଲ ଚଢିବେ ଫଳରେ ପ୍ରଦୁର୍ଷଣ କମିବ । ବାହାରୁ ସ୍ମାର୍ଟ ସିଟିକୁ ଆସୁଥିବା ଲୋକମାନେ ଅଳ୍ପ ଦୂରକୁ ଯାତାୟତ କରିବାକୁ ଆଉ ବସ୍ କିମ୍ବା ଅଟୋକୁ ଅପେକ୍ଷା କରିବେ ନାହିଁ । ପ୍ରତି ମୋ ବସ୍ ଷ୍ଟାଣ୍ଡ ନିକଟରେ ରଖାଯିବ ସାଇକେଲ । ଏମିତ ଅନେକ ସ୍ୱପ୍ନ ଦେଖାଇ ରାଜ୍ୟସରକାର ସ୍ମାର୍ଟ ସିଟି ଭୁବନେଶ୍ୱରରେ ଆରମ୍ଭ କଲେ ‘ମୋ ସାଇକେଲ’ ଯୋଜନା । ଭୂବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ କର୍ତ୍ତୃପକ୍ଷ ରାଜ୍ୟ ରାଜକୋଷରୁ ୫ କୋଟି ଟଙ୍କା ନେଇ ବିଭିନ୍ନ କମ୍ପାନୀର ସାଇକେଲ କିଣିଲେ । ଏହି ସାଇକେଲକୁ ଭଡାରେ ଲଗାଇବା, ଏହାର ରକ୍ଷଣା ବେକ୍ଷଣ କରିବାକୁ କ୍ରୁଟକୁ ଦାୟିତ୍ୱ ଦିଆଗଲା । ହେଲେ କ୍ରୁଟ ଏହାର ପରିଚାଳନା କରିପାରିଲା ନାହିଁ । ଅନ୍ୟପଟେ ଏହି ସାଇକେଲ ନେବାକୁ ହେଲେ ଏହାର ବୁକିଂ ପ୍ରକ୍ରିୟା ଏତେ ଜଟିଳ ଥିଲା ଯେ ଲୋକମାନେ ପୂର୍ବ ଭଳି ଅଟୋ ଓ ବସ୍ କୁ ଭରଷା କରିଗଲେ। ଏହାକୁ ନଜରରେ ରଖି ବିଏସସିଏଲ କର୍ତ୍ତୃପକ୍ଷ ପୁଣି ସାଇକେଲ ଗୁଡିକୁ ନିଜ ଅଧିନକୁ ଆଣିଲେ । ହେଲେ ସୁଧୁରିଲା ନାହିଁ ପୂର୍ବ ଅବସ୍ଥା ।

ଏବେ ପ୍ରତି ‘ମୋ ବସ୍’ ଷ୍ଟାଣ୍ଡରେ ପଡି ରହିଛି ଶହ ଶହ ସାଇକେଲ । ଏହାସହ କିଛି ସାଇକେଲ ବିଭିନ୍ନ ରାସ୍ତାର କଡରେ ଭଙ୍ଗାରୁଜା ଅବସ୍ଥାରେ ବି ପଡିଥିବା ଦେଖିବାକୁ ମିଳୁଛି । ଅନ୍ୟପଟେ ଯେଉଁ ସାଇକେଲ ଗୁଡିକ ଭଲ ଅଛି ତାହା ଉପରେ ଏଭଳି ମୋଟା ସ୍ତରର ଧୂଳିର ଆସ୍ତରଣ ଜମିଛି ଯେ ତାକୁ କେହି ନେଇ ଚଢିବା ଅବସ୍ଥାରେ ତାହା ନଥିବା ଭଳି ମନେ ହେଉଛି । ଅନ୍ୟପଟେ କେହି ରକ୍ଷଣା ବେକ୍ଷଣ ଦାୟିତ୍ୱରେ ନଥିବାରୁ ଏଗୁଡିକ ଏବେ ଷ୍ଟାଣ୍ଟ ନିକଟରେ ଏଭଳି ଅବସ୍ଥାରେ ପଡି ରହିଛି କି କାହାର ସିଟ ନାହିଁ ତ କାହାର ବ୍ରେକ୍ ନାହିଁ । କଳଙ୍କି ଲାଗି ଲକ ଗୁଡିକ ଅନେକ ସାଇକେଲରେ ଅନଲକ୍ ହେଉନାହିଁ ।

ଦେଖିବାକୁ ଗଲେ ଖାଲି ସାଇକେଲ କିଣାରେ ସିନା ୫ କୋଟି ଖର୍ଚ୍ଚ ହୋଇଛି । ହେଲେ ତାହାକୁ ରକ୍ଷଣା ବେକ୍ଷଣ କରିବାକୁ ସରକାରଙ୍କ ପକ୍ଷରୁ ଏକ ସଂସ୍ଥାକୁ ଠିକା ଦିଆଯାଇଛି । ଏହି ସଂସ୍ଥା ପ୍ରତିଟି ସାଇକେଲର ରକ୍ଷଣା ବେକ୍ଷଣ ପାଇଁ ବର୍ଷକୂୁ ୫ ହଜାର ଟଙ୍କା ନେଉଛି । ହେଲେ ମରାମତି ତ ଦୂରର କଥା ସାଇକେଲରେ ଲାଗିଥିବା ଧୂଳି ଟିକେ ଝାଡିବା କେଉଁଠି କେହି ଦେଖିଥିବାର ନଜର ନାହିଁ । ଏହା ସଳ ଫନି ବାତ୍ୟା ବେଳେ ଅନେକ ସାଇକେଲ ଉଡିଯାଇ ବିଭିନ୍ନ ସ୍ଥାନରେ ପଡି ରହିଛି । ତାହାକୁ ବି ରକ୍ଷଣାବେକ୍ଷଣ କରିବାକୁ ଠିକା ନେଇଥିବା ସଂସ୍ଥା ଖୋଜୁ ନାହଁ ।
ଏପରି ସ୍ଥଳେ ବିଏସଏଲ କର୍ତ୍ତୃପକ୍ଷ ଯେଭଳି ଭାବେ ଦମ୍ଭ ଦେଖାଇ ମୋ ସାଇକେଲ ପରିଚାଳନାର ଦାୟିତ୍ୱ ନେଇଥିଲେ ତାହା ଏବେ କେବଳ ସୋ ବାଜିରେ ରହିଯାଇଛି । ଏପଟେ ଏଭଳି ଅପାରଗତାକୁ ଲୁଚାଇବାକୁ ବିଏସସିଏଲ ପ୍ରତି ୨/୩ ସପ୍ତାହରେ ସାଇକେଲଗିରି ବା ସାଇକ୍ଲୋଥନ୍ ନାଁ ରେ ପୁଣି ହଜାର ହଜାର ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ୫ କୋଟି ଟଙ୍କାର ସାଇକେଲ କୁଆଡେ ଗଲା ? ଏହାକୁ ଲୋକ ଚଳାଉଛନ୍ତି କି ନାହଁ ? କ’ଣ ପାଇଁ ଯୋଜନା ଫେଲ ମାରିଲା ସେନେଇ କିଛି ପଦକ୍ଷେପ ନିଆଯାଉ ନାହିଁ । ଏପର୍ଯ୍ୟନ୍ତ ମୋଟ ୫ ଟି ସ୍ଲାଇକୋଥନ ଆୟୋଜିତ ହୋଇଥିବା ବେଳେ ଆଜି ପୁଣି ଏକାମ୍ର କ୍ଷେତ୍ରରୁ ଶିଖରଚଣ୍ଡୀ ପର୍ଯ୍ୟନ୍ତ ଏହି ସାଇକ୍ଲୋଥନ୍ ର ଆୟୋଜନ କରାଯାଇଛି ।

from Kanak News
via <a href="https://ifttt.com/?

ରାହୁଲଙ୍କ ନେତୃତ୍ୱ ଦକ୍ଷତା ଉପରେ ପ୍ରଶ୍ନ ଉଠାଇଲା ଶିବସେନା : ୟୁପିଏକୁ ଏକ ଏନଜିଓ ବୋଲି କହିଲା ଶିବସେନା

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱ ଦକ୍ଷତା ଉପରେ ପ୍ରଶ୍ନ ଉଠାଇଛି ଶିବସେନା । ଦଳର ମୁଖପତ୍ର ‘ସାମନା’ରେ ଏକ ସମ୍ପାଦକୀୟରେ ରାହୁଲଙ୍କ ଦକ୍ଷତାକୁ ନେଇ ପ୍ରଶ୍ନ କରାଯାଇଛି । ଏଥି ସହିତ, ୟୁପିଏକୁ ଏକ ଏନଜିଓ ବୋଲି କହି ଶିବସେନା ଏହାର ନେତୃତ୍ୱକୁ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ମୁଖ୍ୟ ଶରଦ ପାୱାରଙ୍କୁ ହସ୍ତାନ୍ତର କରିବାକୁ ଓକିଲାତି କରିଛି। ‘ସାମନା’ର ସମ୍ପାଦକୀୟରେ ଲେଖାଯାଇଛି ଯେ ପର୍ଯ୍ୟନ୍ତ ସମସ୍ତ ୟୁପିଏ ଦଳ ବିଜେପିକୁ ବିରୋଧ କରିବାକୁ ଯୋଗ ନ ଦେବେ ସେ ପର୍ଯ୍ୟନ୍ତ ବିରୋଧୀ ଦଳ, ସରକାରଙ୍କ ସମ୍ମୁଖରେ ପ୍ରଭାବହୀନ ହୋଇ ରହିବ ।

ଶିବସେନା ପକ୍ଷରୁ କୁହାଯାଇଛି ଯେ, ପ୍ରିୟଙ୍କା ଗାନ୍ଧୀଙ୍କୁ ଯେଭଳି ଦିଲ୍ଲୀ ରାସ୍ତାରେ ଅଟକ ରଖାଯାଇଥିଲା, ରାହୁଲ ଗାନ୍ଧୀଙ୍କର ମଜା ଉଡାଯାଇଥିଲା ଏବଂ ମହାରାଷ୍ଟ୍ରରେ ସରକାରଙ୍କୁ କାମ କରିବାକୁ ବାରଣ କରାଯାଉଛି, ଏହା ଗଣତନ୍ତ୍ରର ସମ୍ପୂର୍ଣ୍ଣ ବିରୋଧୀ। ସମ୍ପାଦକୀୟରେ ଲେଖାଯାଇଛି ଯେ ସୋନିଆ ଗାନ୍ଧୀ କଂଗ୍ରେସ ଓ ୟୁପିଏର ଅଧ୍ୟକ୍ଷା ଥିବାବେଳେ ଦୁଇଟି ଯାକ ଦାୟିତ୍ୱକୁ ଖୁବ ଭଲ ଭାବରେ ନିର୍ବାହ କରୁଛନ୍ତି । କିନ୍ତୁ ସୋନିଆଙ୍କୁ ସାହାଯ୍ୟ କରିବା ପାଇଁ ମୋତିଲାଲ ଭୋରା ଓ ଅହମ୍ମଦ ପଟେଲ ଥିବାବେଳେ, ବର୍ତ୍ତମାନ ସେମାନେ ନାହାନ୍ତି।

ତେବେ ରାହୁଲ ସରକାରଙ୍କ ଉପରେ ଚାପ ପକାଇବାକୁ ଚେଷ୍ଟା କରୁଥିଲେ ବି ଏହା ସଫଳ ହୋଇପାରୁନାହିଁ । ସୂଚନା ଥାଉ କି, ମହାରାଷ୍ଟ୍ରରେ ଶିବସେନା, ଏନସିପି ଏବଂ କଂଗ୍ରେସ ଏକତ୍ର ସରକାର ଗଠନ କରିଛନ୍ତି । ଏଥି ସହିତ ୟୁପିଏ ବର୍ତ୍ତମାନ କଂଗ୍ରେସର ମଧ୍ୟବର୍ତ୍ତୀକାଳୀନ ସଭାପତି ସୋନିଆ ଗାନ୍ଧୀଙ୍କ ହାତରେ ଅଛି । ଶିବସେନା ରାହୁଲଙ୍କୁ ପ୍ରଶ୍ନ କରିବାକୁ ନେଇ ମହାରାଷ୍ଟ୍ରର ମହାଅଗାଡି ସରକାର ଉପରେ ପ୍ରଭାବ ପକାଉଛି କି ନାହିଁ ତାହା ଦେଖିବାକୁ ବାକି ରହିଲା ।

from Kanak News
via <a href="https://ifttt.com/?

ନୂଆବର୍ଷ ତ ଆସିବ ହେଲେ ସାଙ୍ଗରେ ନେଇ ଆସିବ ୨ ଟି ଚନ୍ଦ୍ର ଗ୍ରହଣ ଏବଂ ସୂର୍ଯ୍ୟ ପରାଗ । ଜାଣନ୍ତୁ କେବେ ହେବ ଗ୍ରହଣ ଏବଂ ପରାଗ 

୨୦୨୧ ବର୍ଷରେ ଭାରତର ବିଭିନ୍ନ ଅଞ୍ଚଳରେ ଅନ୍ୟୂନ ଦୁଇଟି ସୂର୍ଯ୍ୟ ପରାଗ ଓ ଦୁଇଟି ଚନ୍ଦ୍ର ଗ୍ରହଣ ଦୃଶ୍ୟମାନ ହେବ ବୋଲି ଜ୍ୟୋତିର୍ବିତ୍‌ମାନେ କହିଛନ୍ତି। ୨୦୨୧ ଜୁନ୍‌ ୧୦ ତାରିଖରେ ସଂଘଠିତ ହେବ ବର୍ଷର ପ୍ରଥମ ସୂର୍ଯ୍ୟୋପରାଗ । ଏହି ପରାଗ ୟୁରୋପ, ଏସିଆ, ଉତ୍ତର ଆଫ୍ରିକା, ପଶ୍ଚିମ ଆଫ୍ରିକା, ଉତ୍ତର ଆମେରିକା, ଆଟ୍‌ଲାଣ୍ଟିକ୍‌ ଏବଂ ଆର୍ଟିକ୍‌ର ଅଧିକାଂଶ ଅଞ୍ଚଳରେ ଦୃଶ୍ୟମାନ ହେବ। ଭାରତରେ ଏହି ପରାଗର ଗ୍ରାସ ଦିନ ୧.୪୨ରେ ଆରମ୍ଭ ହୋଇ ସନ୍ଧ୍ୟା ୬.୪୧ରେ ମୋକ୍ଷ ହେବ।

୨୦୨୧ ବର୍ଷର ଦ୍ୱିତୀୟ ସୂର୍ଯ୍ୟୋପରାଗ ସଂଘଠିତ ହେବ ଡିସେମ୍ବର ୪ ତାରିଖ ଦିନ। ଏହି ପରାଗ ଅଷ୍ଟ୍ରେଲିଆର ଦକ୍ଷିଣାଞ୍ଚଳ, ଦକ୍ଷିଣ ଆଫ୍ରିକା, ଆମେରିକା, ପ୍ରଶାନ୍ତ ମହାସାଗର, ଆଟ୍‌ଲାଣ୍ଟିକ୍‌ ମହାସାଗର, ଭାରତ ମହାସାଗର ଏବଂ ଆଣ୍ଟାର୍କଟିକାକୁ ଦୃଶ୍ୟମାନ ହେବ। ଜ୍ୟୋତିର୍ବିତ୍‌ମାନଙ୍କ ମତରେ, ୨୦୨୧ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ହେବ ମେ ୨୬ ତାରିଖରେ। ଏହି ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ଦକ୍ଷିଣ ଏସିଆ, ପୂର୍ବ ଏସିଆ, ଅଷ୍ଟ୍ରେଲିଆ, ଉତ୍ତର ଆମେରିକା, ଦକ୍ଷିଣ ଆମେରିକା, ପ୍ରଶାନ୍ତ ମହାସାଗର, ଆଣ୍ଟ୍‌ଲାଟିକ୍‌ ମହାସାଗର, ଭାରତ ମହାସାଗର ଓ ଆଣ୍ଟାର୍କଟିକାକୁ ଦୃଶ୍ୟମାନ ହେବ।

ଦିନ ୨.୧୭ରୁ ଏହି ଗ୍ରହଣର ଗ୍ରାସ ଆରମ୍ଭ ହୋଇ ସନ୍ଧ୍ୟା ୭.୧୯ରେ ମୋକ୍ଷ ହେବ। ଏହା ବ୍ୟତିରେକେ, ୨୦୨୧ ବର୍ଷର ନଭେମ୍ବର ୧୮ ଓ ୧୯ ତାରିଖରେ ସଂଘଠିତ ହେବ ଏକ ଆଂଶିକ ଚନ୍ଦ୍ର ଗ୍ରହଣ। ଏହା ୟୁରୋପ, ଏସିଆ, ଅଷ୍ଟ୍ରେଲିଆ, ଉତ୍ତର ଆଫ୍ରିକା, ପଶ୍ଚିମ ଆଫ୍ରିକା, ଉତ୍ତର ଆମେରିକା, ଦକ୍ଷିଣ ଆମେରିକା, ପ୍ରଶାନ୍ତ ମହାସାଗର, ଆଣ୍ଟ୍‌ଲାଟିକ୍‌ ମହାସାଗର, ଭାରତ ମହାସାଗର ଏବଂ ଆର୍କଟିକ୍‌ର ବହୁଳାଂଶରେ ଦୃଶ୍ୟମାନ ହେବ। ଭାରତରେ ଏହି ଗ୍ରହଣ ଦିନ ୧୧.୩୧ରେ ଆରମ୍ଭ ହୋଇ ସନ୍ଧ୍ୟା ୬.୩୩ରେ ଶେଷ ହେବ।

from Kanak News
via <a href="https://ifttt.com/?

ପତ୍ନୀଙ୍କ ପାଇଁ ଜହ୍ନରେ ଜାଗା : ବିବାହ ବାର୍ଷିକୀରେ ପତ୍ନୀଙ୍କ ନାଁରେ ଜହ୍ନରେ ଜାଗା କିଣିଲେ ସ୍ୱାମୀ , ରାଜସ୍ଥାନ ଆଜମେରରୁ ଆସିଲା ରୋଚକ ଖବର

ବିବାହ ବାର୍ଷିକୀରେ ନିଜ ପ୍ରାଣପ୍ରିୟାକୁ ଖୁସି କରିବା ପାଇଁ ସ୍ୱାମୀ କିଛି ବି କରିଥାଏ । ହେଲେ ପତ୍ନୀଙ୍କ ପାଇଁ ଜହ୍ନରେ ଜାଗା କିଣିଦେବା ଭଳି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ପ୍ରତ୍ୟେକ ଲୋକଙ୍କର ସ୍ୱପ୍ନ ଥାଏ ଜହ୍ନରେ ଜାଗା କିଣିବା ପାଇଁ । କିନ୍ତୁ ଯେତେବେଳେ ଏହି ସ୍ୱପ୍ନ ବାସ୍ତବରେ ପରିଣତ ହୁଏ ସେତେବେଳେ ଖୁସି ଦ୍ୱିଗୁଣିତ ହୋଇଯାଏ ।

https://platform.twitter.com/widgets.js

ଏମିତି ଏକ ସ୍ୱପ୍ନ ବାସ୍ତବରେ ପରିଣତ ହୋଇଛି ରାଜସ୍ଥାନ ଅଜମେରର ସ୍ୱପ୍ନା ଅନିଜାଙ୍କ କ୍ଷେତ୍ରରେ । ସ୍ୱପ୍ନାଙ୍କ ସ୍ୱାମୀ ଧର୍ମେନ୍ଦ୍ର ଅନିଜା ସ୍ୱପ୍ନାଙ୍କୁ ତାଙ୍କ ବିବାହ ବାର୍ଷିକୀର ଉପହାର ସ୍ୱରୁପ ଜହ୍ନରେ ତାଙ୍କ ନାଁରେ ଜାଗା କିଣିଛନ୍ତି । ଡ଼ିସେମ୍ବର ୨୪ ତାରିଖରେ ସ୍ୱପ୍ନା ଏବଂ ଧର୍ମେନ୍ଦ୍ରଙ୍କ ଅଷ୍ଟମ ବିବାହ ବାର୍ଷିକୀ ଉତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ପତ୍ନୀଙ୍କୁ କିଛି ସ୍ୱତନ୍ତ୍ର ଉପହାର ଦେଇ ଖୁସି କରାଇଛନ୍ତି ସ୍ୱାମୀ ଧର୍ମେନ୍ଦ୍ର ଅନିଜା । ଏଭଳି ଉପହାର ପାଇବା କେବେବି କଳ୍ପନା କରିନଥିଲେ ସ୍ୱପ୍ନା । ବିବାହ ବାର୍ଷିକୀରେ କିଏ ଜୁଏଲାରି, କାର କିମ୍ବା ଅନ୍ୟ କିଛି ଉପହାର ଦେଇ ଖୁସି ଜାହିର କରୁଥିବା ବେଳେ ଭିନ୍ନ ଏକ ଉପହାର ଦେବା ପାଇଁ ସ୍ଥିର କରିଥିଲେ ଧର୍ମେନ୍ଦ୍ର ।

from Kanak News
via <a href="https://ifttt.com/?

Design a site like this with WordPress.com
Get started