ବ୍ରହ୍ମପୁର ପୁଲିସକୁ ମିଳିଲା ସଫଳତା । ବ୍ରହ୍ମପୁରରେ ସୁନା ଅଳଙ୍କାର ଚୋରୀ ଘଟଣାରେ ଆନ୍ତରାଜ୍ୟ ଲୁଟେରାଙ୍କୁ ଛତିଶଗଡରୁ ଗିରଫ କଲା ପୁଲିସ ।

କନକ ବ୍ୟୁରୋ : ବ୍ରହ୍ମପୁର ପୁଲିସକୁ ମିଳିଲା ସଫଳତା । ଗତ କିଛି ଦିନ ହେଲା ପୋଲିସର ନିଦ ହଜାଇ ଦେଇଥିବା ଦୁଇ ଆନ୍ତରାଜ୍ୟ ଗହଣା ଚୋରକୁ ଧରିବାରେ ସଫଳ ହୋଇଛି ବ୍ରହ୍ମପୁର ପୋଲିସ । ଏହି ଚୋର ଛତିଶଗଡରୁ ଆସି ବ୍ରହ୍ମପୁରରେ ଚଲାଉଥିଲେ ଆତଙ୍କ ।

ତେବେ ସେମାନଙ୍କ ନିକଟରୁ ନଗଦ ୧୨ ଲକ୍ଷ ଟଙ୍କା ସହ କିଛି ଗହଣା ଓ ଏକ ଦାମି କାର ଜବତ କରିଛି ପୋଳିସ । ଏନେଇ ସାମ୍ବଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ଏସପି ପିନାକ ମିଶ୍ର । ଗତ ଅକ୍ଟୋବର ମାସରେ ବ୍ରହ୍ମୁପର ବଡବଜାର ବିନୋଦ ସୁନା ଅଳଙ୍କାର ଦୋକାନରୁ ଚୋରି ଲୁଟ୍ ହୋଇଥିଲା ।

ପୁଣି ଅକ୍ଟୋବର ମାସରେ କେଶବ ଅଳଙ୍କାର ଦୋକାନରୁ ଲୁଟ୍ ହୋଇଥିଲା । ଅଭିଯୋଗ ପରେ ଏହି ଘଟଣାରେ ଏକ ସ୍ୱତନ୍ତ୍ର ପୁଲିସ ଟିମ୍ ଛତିଶଗଡରେ ପହଂଚି ସ୍ଥାନୀୟ ପୋଲିସ ସହାୟତାରେ ଦୁଇ ଲୁଟେରାଙ୍କୁ ଗିରଫ କରିଛି ।

from Kanak News
via <a href="https://ifttt.com/?

ବଢିଲା ଗାଡି କାଗଜପତ୍ର ବୈଧତା । କୋଭିଡ ସ୍ଥିତି ପାଇଁ ୩୧ ମାର୍ଚ୍ଚ ଯାଏ ବଢିଲା ଡିଏଲ, ଆରସି, ଫିଟନେସ୍ ସାର୍ଟିଫିକେଟର ବୈଧତା

କନକ ବ୍ୟୁରୋ : ବଢିଲା ଗାଡ଼ି କାଗଜପତ୍ର ଯାଂଚର ବୈଧତା । କୋଭିଡ ସ୍ଥିତି ନେଇ ଡ୍ରାଇଭିଂ ଲାଇସେନ, ଆରସି, ଫିଟନେସ୍ ସାର୍ଟିଫିକେଟ ଓ ଅନ୍ୟ କିଛି କାଗଜପତ୍ରର ବୈଧତା ଆଉ ୩ ମାସ ପାଇଁ ବୃଦ୍ଧି କରାଯାଇଛି । ୩୧ ମାର୍ଚ୍ଚ ଯାଏ ବୈଧତା ବଢ଼ାଯାଇଛି । ରାଜ୍ୟ ପରିବହନ ବିଭାଗର ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି ।

ଯେଉଁ ସବୁ ଗାଡ଼ି କାଗଜପତ୍ରର ସମୟସୀମା ୨୦୨୦ ଫେବ୍ରୁଆରୀରେ ସରିଯାଇଛି ବା ୨୦୨୧ ମାର୍ଚ୍ଚ ୩୧ ସୁଦ୍ଧା ସରୁଛି, ତା’ଉପରେ ଏହି ନିୟମ ଲାଗୁ ହେବ । ଲୋକଙ୍କୁ ଯିବାଆସିବା କ୍ଷେତ୍ରରେ ସୁବିଧା ହେବା ଲକ୍ଷ୍ୟରେ ଏହି ବିଜ୍ଞପ୍ତି ଜାରି କରାଯାଇଛି ।

ଯେଉର୍ଁ ଲର୍ଣ୍ଣର ଲାଇସେନ୍ସଧାରୀଙ୍କ ସମୟ ସୀମା ଡିସେମ୍ବର ୩୧, ୨୦୨୦ ଭିତରେ ସରୁଛି, ସେମାନେ ଏହାକୁ ଆସନ୍ତା ବର୍ଷ ଯାଏ ବ୍ୟବହାର କରିପାରିବେ । ଏହା ୨୦୨୧ ମାର୍ଚ୍ଚ ୩୧ଯାଏ ବୈଧ ରହିବ । ଏହି ସମୟ ମଧ୍ୟରେ ସେମାନେ ଡ୍ରାଇଭିଂ ଲାଇସେନ୍ସ ପାଇଁ ମଧ୍ୟ ଆବେଦନ କରିପାରିବେ ।

from Kanak News
via <a href="https://ifttt.com/?

ବଢିବ ସେନାର ଶକ୍ତି : ଖୁବଶୀଘ୍ର ସେନାରେ ସାମିଲ ହେବ ଅତ୍ୟାଧୁନିକ କାର୍ବାଇନ ବନ୍ଧୁକ , ପ୍ରତି ମିନିଟରେ ୭ ଶହ ରାଉଣ୍ଡ ଫାୟାର କରିବାର ସାମର୍ଥ୍ୟ ରଖୁଛି କାର୍ବାଇନ

ସେନାକୁ ମିଳିବ ଶକ୍ତି । ଖୁବଶୀଘ୍ର ସାମିଲ ହେବ ଅତ୍ୟାଧୁନିକ କାର୍ବାଇନ ବନ୍ଧୁକ । ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଙ୍ଗଠନ, ଡିଆରଡିଓ ଏହାର ଫାଇନାଲ ଟ୍ରାଏଲ ପୁରା କରିସାରିଛି । ଖୁବଶୀଘ୍ର ଏହା ସେନାରେ ସାମିଲ ହେବ । ପ୍ରତି ମିନିଟରେ ଏହି କାର୍ବାଇନ ବନ୍ଧୁକ ୭ ଶହ ରାଉଣ୍ଡ ଫାୟାର କରିପାରିବ । ଏ ନେଇ ଡିଆରଡିଓ ପକ୍ଷରୁ କୁହାଯାଇଛି, ସେନା ଦ୍ୱାରା ବନ୍ଧୁକର ଶେଷ ପର୍ଯ୍ୟାୟ ପରୀକ୍ଷା ସରିଛି । ଆଉ ଏହା ଉପଯୋଗ ପାଇଁ ପ୍ରସ୍ତୁତ ହୋଇ ରହିଛି ।

ରିପୋର୍ଟ ଅନୁସାରେ, ସେନାର ଗ୍ରୀନ ସିଗନାଲ ପରେ ଏହା ସିଆରପିଏଫ, ବିଏସଏଫ ଓ ରାଜ୍ୟପୁଲିସକୁ ବ୍ୟବହାର ପାଇଁ ଅନୁମତି ଦିଆଯିବ । ଡିଆରଡିଓ ରିପୋର୍ଟ ଅନୁସାରେ, ଏହି କାର୍ବାଇନ ବନ୍ଧୁକ କମ ରେଞ୍ଜର ଅପନରେସନ ପାଇଁ ଏକ ଖାସ ହତିଆର ଭାବେ କାମ କରିବ । ଡିଆରଡିଓର ପୁନେସ୍ଥିତ ଲ୍ୟାବରେ କାର୍ବାଇନ ବନ୍ଧୁକର ଡିଜାଇନ ପ୍ରସ୍ତୁତ କରାଯାଇଛି । କାହାକୁ କ୍ଷତି ନ ପଂହଚାଇ ଏହା ଟାର୍ଗେଟକୁ ଆକ୍ରମଣ କରିପାରିବ । ଏହି ବନ୍ଧୁକ ପାଇଁ ଗୁଳି ପୁନେର ଗୋଳାବାରୁଦ କାରାଖାନାରେ ପ୍ରସ୍ତୁତ ହେବ ।

ଏହି ବନ୍ଧୁକରେ କଣ ରହିଛି ଖାସ :  
-କାର୍ବାଇନ ବନ୍ଧୁକ ଗୋଟିଏ ମିନିଟରେ ୭ ଶହ ରାଉଣ୍ଡ ଗୁଳି ଫାୟାରିଙ୍ଗ କରିପାରିବ
– ଲାଗାତାର ଗୁଳିବିନିମୟ ସମୟରେ ସୈନ୍ୟ ଏହାକୁ ଆରାମରେ ଧରିପାରିବେ
-ଓଜନ ବହୁତ ହାଲୁକା, ସୈନ୍ୟ ଏହାକୁ ଗୋଟିଏ ହାତରେ ଧରି ଚଳାଇପାରିବେ
-ସେନାରେ ବ୍ୟବହୃତ ୯ ଏମଏମ କାର୍ବାଇନରେ ଏହା ଜାଗା ନେବ
-କାହାକୁ କ୍ଷତି ନ ପଂହଚାଇ ଏହା ଟାର୍ଗେଟକୁ ଆକ୍ରମଣ କରିପାରିବ

from Kanak News
via <a href="https://ifttt.com/?

ଦୟାନଦୀରେ ମାଛଧରାକୁ କେନ୍ଦ୍ରକରି କଣାସରେ ଦୁଇ ଗାଁ ମଧ୍ୟରେ ଉତେଜନା଼ : ଘଟଣା ସ୍ଥଳରେ ଉଭୟ ପଟୁ ବୋମାମାଡ଼ , ବ୍ୟାପକ ପୁଲିସ ମୁତୟନ 

ଝିମିଟି ଖେଳରୁ ମହାଭାରତ । ମାଛଧରାକୁ କେନ୍ଦ୍ରକରି କଣାସରେ ହୋଇଛି ବୋମାମାଡ଼ । ତେବେ ବୋମାମାଡ଼ରେ କାହାର କିଛି କ୍ଷୟକ୍ଷତିର ସୂଚନା ମିଳିନାହିଁ  । କଣାସ ବ୍ଲକର ଦୟାନଦୀରେ ମାଛଧରାକୁ କେନ୍ଦ୍ରକରି ନଦୀ କୂଳର ଉଭୟ ପାଶ୍ୱର୍ରେ ଥିବା ନଇକୂଳ ପାଟଣା ଓ ଜାଗୁଳେଇପଦର ଗାଁ ମଧ୍ୟରେ ଉତେଜନା ଦେଖାଦେଇଛି । ଘଟଣା ସ୍ଥଳରେ ଉଭୟପଟୁ ଘନ ଘନ ବୋମା ମାଡ଼ ହୋଇଥିଲା । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଘଟଣା ସ୍ଥଳରେ ପୁଲିସ୍ ପହଂଚିଛି  । ଗଡ଼ିଶାଗଦା ପୋଲିସ ଆଇଆଇସି ଘଟଣାସ୍ଥଳରେ ଉପସ୍ଥିତ ଥିବା ସୂଚନା ଆସିଛି । 

from Kanak News
via <a href="https://ifttt.com/?

ବକ୍ସିଂ ଡେ ଟେଷ୍ଟରେ ଆଜିଙ୍କ୍ୟ ରାହାଣେଙ୍କ ଦମଦାର ପରଫରମାନ୍ସ । ସ୍ଥିତି ମଜଭୁତ୍ କଲା ଭାରତ

କନକ ବ୍ୟୁରୋ : ଘରୋଇ ଅଷ୍ଟ୍ରେଲିଆ ଓ ଭ୍ରମଣକାରୀ ଭାରତୀୟ କ୍ରିକେଟ ଟିମ୍ ମଧ୍ୟରେ ମେଲବୋର୍ଣ୍ଣରେ ଚାଲିଥିବା ବକ୍ସିଂ ଡେ ଟେଷ୍ଟରେ ଆଜିଙ୍କ୍ୟ ରାହାଣେଙ୍କ ଦମଦାର ବ୍ୟାଟିଂ ଫଳରେ ଭାରତ ତା’ର ସ୍ଥିତି ଦୃଢ କରିବାରେ ସଫଳ ହୋଇଛି । ଗତକାଲି ପ୍ରଥମ ଦିନରେ ଭାରତୀୟ ବୋଲର ବେସ ଭଲ ପ୍ରଦର୍ଶନ କରିଥିଲେ । ଫଳରେ ଅଷ୍ଟ୍ରେଲିଆ ମାତ୍ର ୧୯୫ ରନରେ ସମସ୍ତ ୱିକେଟ ହରାଇଥିଲା । ଏହାପରେ ଭାରତ ତା’ର ପ୍ରଥମ ଇନିଂସ ଆରମ୍ଭ କରି ପ୍ରଥମ ଦିନରେ ଗୋଟିଏ ୱିକେଟ୍ ହରାଇ ୩୬ ରନ୍ କରିବାକୁ ସମର୍ଥ ହୋଇଥିଲା । ଆଜି ଦ୍ୱିତୀୟ ଦିନରେ ଭାରତ ତା’ର ସ୍ଥିତି ଦୃଢ କରିଛି । ବ୍ୟାଟ୍ସ ମ୍ୟାନ ଆଜିଙ୍କ୍ୟ ରାହାଣେଙ୍କ ଦମଦାର ଶତକ ଦଳକୁ ଏକ ସମ୍ମାନଜନକ ସ୍ଥିତିରେ ପହଂଚାଇଛି । ସେ ୧୯୪ ଟି ବଲ୍ ଖେଳି ୧୧ ଟି ଚୌକା ସହ ଶତକ ହାସଲ କରିଛନ୍ତି । ଏହା ସହ ଭାରତୀୟ ଦଳ ୨୭୬ ରନ ସହ ଅଷ୍ଟ୍ରେଲିଆ ଠାରୁ ୮୧ ରନ ଆଗରେ ରହି ପାଳି ସମ୍ଭାଳିଛି ।

ସୂଚନା ଥାଉକି ଗତକାଲି ପ୍ରଥମଦିନ ଖେଳରେ ଘରୋଇ ଅଷ୍ଟ୍ରେଲିଆ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ପ୍ରଥମ ଇନିଂସରେ ୭୨.୩ ଓଭର ଖେଳି ମାତ୍ର ୧୯୫ ରନରେ ଅଲ୍ଆଉଟ ହୋଇଥିଲା ଘରୋଇ ଦଳ । ଦଳ ପକ୍ଷରୁ ୱେଡ୍ ୩୦, ମାର୍ନସ ଲାବୁଶେ ୪୮, ହେଡ୍ ୩୮, ଗ୍ରୀନ ୧୨, ପାଇନ ୧୩ ଓ ଲାଏନ୍ ୨୦ ରନ କରିବାକୁ ସମର୍ଥ ହୋଇଥିଲେ ।

ଏହା ପରେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିଲା ଭାରତୀୟ ଦଳ । ହେଲେ ପ୍ରାରମ୍ଭିକ ବ୍ୟାଟ୍ସ ମ୍ୟାନ ମୟଙ୍କ ଅଗ୍ରୱାଲ ଶୂନରେ ଆଉଟ ହୋଇଥିଲେ । ତେବେ ଷ୍ଟମ୍ପ ଅପସାରଣ ସୁଦ୍ଧା ଶୁବମନ ଗିଲ୍ ଓ ଚେତେଶ୍ୱର ପୂଜାରା କ୍ରିଜରେ ରହିଥିଲେ । ଗତକାଲି ବ୍ୟାଟିଂ ବେଳେ ଶୁବମନ୍ ୨୮ ରନ କରିଥିବା ବେଳେ ଆଜି ଆଉ ତାଙ୍କ ଖାତାରେ ୧୭ ରନ୍ କରି ଆଉଟ୍ ହୋଇଥିଲେ । ପୂର୍ବମ୍ୟାଚ୍ ଭଳି ଚେତେଶ୍ୱର ବି ଏହି ମ୍ୟାଚ୍ ରେ ବିଶେଷ କିଛି ସଫଳ ହୋଇପାରି ନାହାନ୍ତି । ସେ ଗତକାଲି ୭ ରନ୍ କରିଥିବା ବେଳେ ଆଜି ଆଉ ୧୦ ରନ୍ କରି ଆଉଟ୍ ହୋଇଛନ୍ତି । ସେହିଭଳି ହନୁମାନ ବିହାରୀ ୬୬ ଟି ବଲ୍ ଖେଳି ମାତ୍ର ୧୧ ରନ କରି କ୍ୟାଚ୍ ଆଉଟ ହୋଇଛନ୍ତି । ରିଷଭ ପନ୍ଥ ୩ ଟି ଚୌକା ସହ ୨୯ ରନ କରି ଆଉଟ୍ ହୋଇଛନ୍ତି ।

from Kanak News
via <a href="https://ifttt.com/?

କରୋନା ଛଡାଇନେଲା ଜୀବିକା : ବିହାରରେ ବନ୍ଧା ପଡିଛନ୍ତି ଯାତ୍ରା ନୃତ୍ୟଶିଳ୍ପୀ , କାମ ନଥିବାରୁ ସୁଝିପାରୁନାହାନ୍ତି ବାକି ; ସହାୟତା ପାଇଁ କଲେ ନିବେଦନ 

କରୋନା ମାରିଦେଲା ଜୀବିକା  । ଏବେ ବାହାର ରାଜ୍ୟରେ ଖଟିବାକୁ ଯାଇ  ହଇରାଣର ସମ୍ମୁଖୀନ ହୋଇଛନ୍ତି ଯାତ୍ରା ନୃତ୍ୟଶିଳ୍ପୀ । କରୋନା ଯୋଗୁଁ  ଯାତ୍ରା ବନ୍ଦ ହେବା ପରେ  ଅନେକ  କଳାକାର  ବାହାର ରାଜ୍ୟକୁ ଯାଇ  ନାଚୁଛନ୍ତି । ଆଉ ଆଗରୁ  ବଇନା ନେଇ ବନ୍ଧା ପଡିଛନ୍ତି । ଏବେ ଏଭଳି ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି ବିହାରରୁ ।  ବିହାରରେ ଟଙ୍କା  ଆଣି ବନ୍ଧାପଡିଛନ୍ତି ଯାତ୍ରା କଳାକାର  ଅଭୟ ମଲ୍ଲିକ ଓ  କୁନିମୁନିଲତା ରାଉତ ।  ଏମାନଙ୍କ ଘର ଜଗତସିଂହପୁରରେ ।  ଯାତ୍ରା ବନ୍ଦ ହୋଇଯାଇଥିବାରୁ  କିଛି ମଧ୍ୟସ୍ଥି ଏମାନଙ୍କୁ ନାଚିଲେ ଟଙ୍କା ମିଳିବ କହି ବିହାରର ମେହରବାଗ ନେଇଯାଇଥିଲେ ।  ବିହାରରେ ମାଲିକଙ୍କ ଠାରୁ ଏମାନେ ୨୦ ହଜାର ବଇନା ଆଣିଥିଲେ । କିନ୍ତୁ ଏବେ ସେଠାରେ କାôଯ୍ର୍ୟକ୍ରମ ବନ୍ଦ । ଫଳରେ ଏବେ  ସଂପୃକ୍ତ ମାଲିକ କହିଛନ୍ତି,  ଟଙ୍କା ସୁଝିଲେ ହିଁ ଛଡାଯିବ । ଏହାକୁ ନେଇ ସେମାନେ ଏବେ ଘରକୁ ଫେରିପାରୁନାହାନ୍ତି ।  ପ୍ରାୟ ୩ ମାସ ହେଲା  ସେଠାରେ ଅଭୟ ଓ କୁନିମୁନିଲତା ଦୁଃଖରେ ଜୀବନ କାଟୁଛନ୍ତି । ସହାୟତା ପାଇଁ ଭିଡିଓ ମାଧ୍ୟମରେ ସେମାନେ ନିବେଦନ କରିଛନ୍ତି ।

from Kanak News
via <a href="https://ifttt.com/?

ହେଲମେଟ୍ ନ ପିନ୍ଧି ତଣ୍ଡ ଗଣିଲେ ରାଜ୍ୟସଭା ସାଂସଦ : ଶୋଭାଯାତ୍ରାରେ ଯାଉଥିବାବେଳେ ୫ ଶହ ଟଙ୍କାର ଫାଇନ କାଟିଲା ପୁଲିସ , ୭ ଜଣ କର୍ମୀଙ୍କଠାରୁ ବି ଜରିମାନା ଆଦାୟ 

ରାୟଗଡ଼ାରେ ହେଲମେଟ ନପିନ୍ଧି ୫୦୦ ଟଙ୍କା ଜରିମାନା ଗଣିଲେ ରାଜ୍ୟସଭା ସାଂସଦ ଏନ ଭାସ୍କର ରାଓ । ତାଙ୍କ ସହ ବିଜୁ ଜନତା ଦଳର ଅନ୍ୟ ୭ଜଣ କର୍ମୀଙ୍କ ଠାରୁ ମଧ୍ୟ ଜରିମାନା ଆଦାୟ କରିଛି ପୋଲିସ । ବିଜୁ ଜନତା ଦଳର ୨୪ତମ ପ୍ରତିଷ୍ଠା ଦିବସ ଅବସରରେ ନୂଆ ବସଷ୍ଟାଣ୍ଡରେ ଦଳୀୟ କର୍ମୀ ଓ ନେତା ମାନେ ବିଜୁ ପଟ୍ଟନାୟକଙ୍କ ପ୍ରତିମୁର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପରେ ଏକ ମଟର ସାଇକେଲ ରାଲିରେ ବଂଶୀକ୍ରିର୍ଷ୍ଣା ମଣ୍ଡପକୁ ଯାଇଥିଲେ । ସେହି ସମୟରେ ଏକ ଧଳା ରଙ୍ଗର ସ୍କୁଟିରେ ରାଜ୍ୟସଭା ସାସଂଦ ଏନ ଭାସ୍କର ରାଓ ବିନା ହେଲମେଟରେ ଗାଡ଼ି ଚଳାଉଥିଲେ । ପୋଲିସ ସାଂସଦଙ୍କ ନିକଟରେ ପହଂଚି ଜରିମାନା ଆଦାୟ କରିଛନ୍ତି । ଆଇନ ସମସ୍ତଙ୍କ ପାଇଁ ସମାନ । ଦେଶର ଆଇନକୁ ସେ ସମ୍ମାନ ଜଣାଉଛନ୍ତି ବୋଲି କହିଛନ୍ତି ରାଜ୍ୟସଭା ସାଂସଦ ।

from Kanak News
via <a href="https://ifttt.com/?

ଦ୍ୱିତୀୟ ଦିନରେ ମହାବାହୂଙ୍କ ଦର୍ଶନ କରୁଛନ୍ତି ପୁରୀବାସୀ । ମାଛ ମାର୍କେଟ ନିକଟରୁ କରାଯାଇଛି ବ୍ୟାରିକେଟ୍ । ପରିଚୟପତ୍ର ବାଧ୍ୟତାମୂଳକ କରିଛି ପ୍ରଶାସନ ।

କନକ ବ୍ୟୁରୋ : ଆରମ୍ଭ ହେଲା ପୁରୀବାସୀଙ୍କ ଜଗା ଦର୍ଶନ । ବ୍ୟାରିକେଡରେ ଯାଇ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ମାର୍କେଟ୍ ଛକରୁ ଶ୍ରୀମନ୍ଦିର ଯାଏଁ ବ୍ୟାରିକେଡ୍ କରାଯାଇଛି । ପ୍ରଥମେ ଟୋକନ ପରିଚୟ ପତ୍ରର ଯାଂଚ୍ କରାଯାଇ ବାହାରକୁ ଛଡାଯାଉଛି । କିଓସ୍କ ମାଧ୍ୟମରେ ଭକ୍ତଙ୍କ ଫଟୋଗ୍ରାଫି ହେଉଛି । ଏହାପରେ କୋଭିଡ କଟକଣା ମଧ୍ୟରେ ସିଂହଦ୍ୱାର ଦେଇ ଶ୍ରଦ୍ଧାଳୁ ପ୍ରବେଶ କରି ଠାକୁରଙ୍କ ଦର୍ଶନ କରି ଉତର ଦ୍ୱାର ଦେଇ ପ୍ରସ୍ଥାନ କରୁଛନ୍ତି । ଏଥିପାଇଁ ପୁଲିସ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସାଙ୍ଗରେ ପରିଚୟପତ୍ର ଆଣିବାକୁ ପୁରୀବାସୀଙ୍କୁ ପରାମର୍ଶ ଦେଇଛି ଶ୍ରୀମନ୍ଦିର ପ୍ରଶାସନ । ଦର୍ଶନର ୨ ଦିନ ପୂର୍ବରୁ ଚିରକୁଟି ଯୋଗାଇ ଦିଆଯାଇଛି । ସ୍ୱଛ ସାଥୀଙ୍କ ଜରିଆରେ ଏହି ଟୋକନ୍ ବଂଟା ଯାଇଛି । ଯେଉଁମାନେ ଟୋକନ ପାଇନଥିବେ, ସେମାନଙ୍କ ପାଇଁ ଶ୍ରୀଜଗନ୍ନାଥ ବଲ୍ଲଭ ମଠରେ ସ୍ୱତନ୍ତ୍ର ଟୋକନ୍ କାଉଁଟର କରାଯାଇଛି ।

ପ୍ରଥମ ଦଫାରେ ଆଜି ପୁରୀର ୭ଟି ୱାର୍ଡର ଲୋକ ଶ୍ରୀମନ୍ଦିରରେ ପ୍ରବେଶ କରି ବଡ ଠାକୁରଙ୍କୁ ଦର୍ଶନ କରିପାରିବେ । ମନ୍ଦିର ଭିତରେ ଓ ବାହାରେ ମାସ୍କ ପିନ୍ଧିବା ଜରୁରୀ । ମନ୍ଦିର ଭିତରକୁ ଯିବା ସମୟରେ ହାତକୁ ସାନିଟାଇଜ କରିବେ । ସାମାଜିକ ଦୂରତା ରକ୍ଷା କରିବେ । ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ପାଇଁ ମୋଟ ୧୮ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହେବେ । ଦର୍ଶନ ଶୃଂଖଳିତ କରିବାକୁ ପ୍ରତି ସିଫ୍ଟରେ ପ୍ରତିହାରୀ ନିଯୋଗର ୧୫ ଜଣ ସ୍ୱେଛାସେବୀ ନିୟୋଜିତ ହେବେ ବୋଲି କହିଛନ୍ତି ଜିଲ୍ଲାପାଳ । ୯ ମାସ ପରେ ଗତ ୨୩ ତାରିଖରେ ଶ୍ରୀମନ୍ଦିର ଖୋଲିବା ପରେ ପ୍ରଥମେ ସେବାୟତ ଓ ସେବାୟତଙ୍କ ପରିବାରକୁ ମହାପ୍ରଭୁଙ୍କ ଦର୍ଶନ ସୁଯୋଗ ଦିଆଯାଇଥିଲା ।

from Kanak News
via <a href="https://ifttt.com/?

ଚଳିତ ବର୍ଷର ଶେଷ ମନ୍ କି ବାତ୍ ଶୁଣାଇଲେ ପ୍ରଧାନମନ୍ତ୍ରୀ । ଆତ୍ମନିର୍ଭର ଭାରତକୁ ଗୁରୁତ୍ୱ । କରୋନା କାଳରେ ଲୋକଙ୍କ ସହଯୋଗକୁ ଧନ୍ୟବାଦ । ମନ୍ କି ବାତ୍ ରେ ସ୍ଥାନ ପାଇଲା ନାହିଁ ଚାଷୀ ଆନ୍ଦୋଳନ ପ୍ରସଙ୍ଗ

କନକ ବ୍ୟୁରୋ : ଆଜି ଏ ବର୍ଷର ଶେଷ ତଥା ‘ମନ୍‌ କୀ ବାତ୍‌’ର ୭୨ତମ ସଂସ୍କରଣରେ କରୋନାଭାଇରସ୍‌ ବିରୋଧୀ ଯୋଦ୍ଧାମାନଙ୍କୁ ପ୍ରଶଂସା କରିବା ସହ ନବବର୍ଷର ଅଭିନନ୍ଦନ ଜଣାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍‌ବୋଧନ ଆରମ୍ଭ କରିଥିଲେ। ସେ କହିଲେ, ଆପଣମାନଙ୍କ ଠାରୁ କେତେଗୁଡ଼ିଏ ଚିଠି ପାଇଛି। ସେଥିରୁ ପ୍ରଧାନମନ୍ତ୍ରୀ ପଢ଼ି ଶୁଣାଇଥିବା ଗୋଟିଏ ଚିଠିରେ ଉଲ୍ଲେଖ ଥିଲା, ଚାଲନ୍ତୁ, ୨୦୨୧ ନିମନ୍ତେ ଆମ ଦେଶକୁ ଅଭିନନ୍ଦନ ଓ ଶୁଭକାମନା ଜଣାଇବା। ଏହା ହିଁ ୨୦୨୧ ପାଇଁ ଜଣଙ୍କର ସବୁଠୁ ବଡ଼ ଶୁଭକାମନା।ପ୍ରଧାନମନ୍ତ୍ରୀ କହିଲେ ଯେ, ବର୍ଷଟିଏ ମଧ୍ୟରେ ଦେଶବାସୀଙ୍କ ମନୋଭାବରେ ବ୍ୟାପକ ପରିବର୍ତ୍ତନ ଘଟିଛି। ଏହି ପରିବର୍ତ୍ତନକୁ ଅର୍ଥନୀତିଜ୍ଞମାନେ ମଧ୍ୟ କଳନା କରିବାକୁ ସମର୍ଥ ହେବେନାହିଁ। ଭାରତ ନିର୍ମିତ ସାମଗ୍ରୀ ପାଇଁ ଦେଶବାସୀଙ୍କର ଚାହିଦା ବଢ଼ିବା ଆରମ୍ଭ ହେଲାଣି ବୋଲି ଖେଳନା ଶିଳ୍ପ ଅଭିଯାନରୁ ଜଣାପଡ଼ିଲାଣି। ବର୍ଷକ ମଧ୍ୟରେ ଏହା ଗୋଟାଏ ବଡ଼ ପରିବର୍ତ୍ତନ ନୁହେଁ କି?

ଆମର ଉତ୍ପାଦ ସବୁ ବିଶ୍ୱର ସର୍ବତ୍ତୋମ ଶ୍ରେଣୀୟ ହେବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଦେଶର ନିର୍ମାତା ଏବଂ ଶିଳ୍ପ ନେତାମାନଙ୍କୁ କହିଛନ୍ତି। ‘ଜିରୋ ଇଫେକ୍ଟ୍‌, ଜିରୋ ଡିଫେକ୍ଟ୍‌’ ନୈତିକତା ଆଧାରରେ କାମ କରିବାର ସୁଯୋଗ ଆସିଛି ବୋଲି ସେ ମତ ଦେଇଛନ୍ତି।
ଆଜି ପ୍ରତି ଘରେ ‘ଲୋକାଲ୍‌ ଫର୍‌ ଭୋକାଲ୍‌’ର ଚାହିଦା ରହିଛି। ତେଣୁ ନିର୍ମାତାମାନେ ଉତ୍ପାଦନ କରୁଥିବା ସାମଗ୍ରୀର ମାନରେ କୌଣସି ପ୍ରକାରର ସାଲିସ କରିବା ଅନୁଚିତ। ଏହି ପ୍ରତିବଦ୍ଧତା ସହ ସେମାନେ ଅଗ୍ରସର ହେବା ଆବଶ୍ୟକ।

କରୋନାଭାଇରସ୍‌ ସଂକ୍ରମଣ ଯୋଗୁଁ ସମଗ୍ର ବିଶ୍ୱରେ ସାମଗ୍ରୀ ଯୋଗାଣ ଶୃଙ୍ଖଳ ବିଚ୍ଛିନ୍ନ ହୋଇଥିଲେ ବି ପ୍ରତ୍ୟେକ ସଙ୍କଟରୁ ଆମେ ନୂଆ କଥା ଶିକ୍ଷା ଲାଭ କରିଛନ୍ତି। ଦେଶ ନୂତନ ସାମର୍ଥ୍ୟ ବିକଶିତ କରିଛି। ଏହି ସାମର୍ଥ୍ୟକୁ ଆମେ ‘ଆତ୍ମନିର୍ଭର ଭାରତ’ ବୋଲି କହିପାରିବା।
୨୦୧୪ରୁ ୨୦୧୮ ମଧ୍ୟରେ ଭାରତରେ କଲରାପତ୍ରିଆ ସଂଖ୍ୟା ୬୦% ବୃଦ୍ଧି ପାଇଥିବା କଥା ପ୍ରଧାନମନ୍ତ୍ରୀ କହିଛନ୍ତି। ଦେଶରେ ୭, ୯୦୦ଟି କଲରାପତ୍ରିଆ ଥିଲେ। ୨୦୧୯ରେ ସେମାନଙ୍କ ସଂଖ୍ୟା ୧୨, ୮୫୨କୁ ବୃଦ୍ଧି ପାଇଛି। ଦେଶର ସବୁ ଅଞ୍ଚଳ ବିଶେଷତଃ କେନ୍ଦ୍ରୀୟ ଭାରତରେ କଲରାପତ୍ରିଆଙ୍କ ସଂଖ୍ୟା ବୃଦ୍ଧି ପାଇଥିବା କଥା ସେ ସୂଚନା ଦେଇଛନ୍ତି।

ବଣଜଙ୍ଗଲରେ ସିଂହ ଓ ବାଘଙ୍କ ସଂଖ୍ୟା ବୃଦ୍ଧି ହୋଇଥିବା କଥା ମଧ୍ୟ ପ୍ରଧାନମନ୍ତ୍ରୀ ‘ମନ୍‌ କି ବାତ୍‌’ରେ କହିଛନ୍ତି। ଏହାର ମୁଖ୍ୟ କାରଣ କେବଳ ସରକାରୀ ଉଦ୍ୟମ ନୁହେଁ, ଅନ୍ୟ କେତେକ ବ୍ୟକ୍ତିବିଶେଷ, ନାଗରିକ ସମାଜ ଏବଂ ଅନ୍ୟାନ୍ୟ ସଙ୍ଗଠନମାନଙ୍କର ମଧ୍ୟ ବନ ଓ ବନ୍ୟଜନ୍ତୁ ସଂରକ୍ଷଣ ପାଇଁ ଉଦ୍ୟମ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଲେ, ଦେଶର ଯୁବବର୍ଗଙ୍କୁ ଦେଖିଲେ ମୁଁ ଆନନ୍ଦ ଅନୁଭବ କରିବା ସହ ଚିନ୍ତାମୁକ୍ତ ହୋଇଯାଏ। ମୋର ମନେହୁଏ ସେମାନଙ୍କ ପାଇଁ କୌଣସି ଚାଲେଞ୍ଜ୍‌ ବଡ଼ ନୁହେଁ। କୌଣସି କଥା ସେମାନଙ୍କୁ ବଳି ଯିବ ନାହିଁ।

from Kanak News
via <a href="https://ifttt.com/?

ଗୋଟିଏ ଦିନରେ ୨ ଟି ଦୁର୍ଘଟଣା : ରାଉରକେଲାର ଭାରସାମ୍ୟ ହରାଇ ଓଲଟିଲା ମିନିବସ୍  , ସମ୍ବଲପୁରରେ ବ୍ରିଜ ଉପରୁ ୨୦ ଫୁଟ ତଳକୁ ଖସିଲା କାର 

ରାଉରକେଲାର ୧୪୩ ନମ୍ବର ଜାତୀୟ ରାଜପଥର ବାଲୁଘାଟ ନିକଟରେ ଭାରସାମ୍ୟ ହରାଇ ଓଲଟିଲା ମିନିବସ୍ । ଡ଼ିଭାଇଡ଼ରରେ ପିଟିହୋଇ ଦୁର୍ଘଟଣାଗ୍ରସ୍ତ ହେବାରୁ ୨ ଜଣଙ୍କର ମୃତ୍ୟୁ ହୋଇଛି । ୬ଜଣରୁ ଉଦ୍ଦ୍ୱର୍ ଲୋକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ରାଉରକେଲା ସରକାରୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଲାଠକଟାରୁ ରାଉରକେଲା ଆସୁଥିବା ମା’ ତାରିଣୀ ନାମକ ମିନିବସ୍ । ବସରେ ଥିଲେ ୧୫ରୁ ଅଧିକ ଯାତ୍ରୀ ।

ସେହିପରି ସମ୍ବଲପୁର ତୁମ୍ଭେସିଂହା ବ୍ରିଜ ଉପରୁ ୨୦ ଫୁଟ ତଳକୁ ଖସିଲା କାର । ଗାଡ଼ି ଚାଳକଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି । ଗାଡ଼ିଟି ତୁମ୍ବେସିଂହା ପଟୁ ସହର ଅଭିମୁଖେ ଯାଉଥିଲା । ଗାଡ଼ିଟି କେଉଁ ପରିସ୍ଥିତିରେ ବ୍ରିଜ ତଳକୁ ଖସିଲା ତାହା ଜଣାପଡ଼ିନାହିଁ । ଘଟଣା ସ୍ଥଳରେ ସଦର ଥାନା ପୋଲିସ ପହଂଚି ତଦନ୍ତ ଜାରି ରଖିଛି । 

from Kanak News
via <a href="https://ifttt.com/?

Design a site like this with WordPress.com
Get started