ନୂଆବର୍ଷରୁ ବାଧ୍ୟତାମୂଳକ ହେବ ଫାସଟ୍ୟାଗ୍ , ଏନ୍‌ଏଚ୍‌ଏଆଇ ଚଳାଇଛି ଡ୍ରାଏ ରନ୍‌ । ଫାସଟ୍ୟାଗ୍ ନଥିଲେ ଦୁଇଗୁଣ ଇ-ଚାଲାଣ କଟିବ, ହେଲପଲାଇନ ନମ୍ବର ୧୦୩୩

ଜାନୁଆରି ୧ ତାରିଖରୁ ଟୋଲ୍‌ପ୍ଲାଜାରେ ଆଉ ନଗଦ କାରବାର ହେବ ନାହିଁ। ଫାସ୍‌ଟ୍ୟାଗ୍‌ ବ୍ୟବସ୍ଥା କାର୍ୟ୍ୟକାରୀ ହେବ। ସମସ୍ତ ଗାଡ଼ି ଫାସ୍‌ଟ୍ୟାଗ୍‌ ବ୍ୟବସ୍ଥା କରିବାକୁ ବାଧ୍ୟ। ଯଦି ଗାଡ଼ିଗୁଡ଼ିକ ଫାସ୍‌ଟ୍ୟାଗ୍‌ ବ୍ୟବସ୍ଥା ନ କରି ଟୋଲ୍‌ ପ୍ଲାଜା ଭିତରେ ପ୍ରବେଶ କରନ୍ତି ତେବେ ମାଲିକ ନାମରେ ଇ-ଚାଲାଣ କଟାଯିବ। ତାହା ମାଲିକ ଠିକଣାରେ ଘରକୁ ଯିବ। ତାହା ପୁଣି ଦୁଇଗୁଣ। ଗୋଟିଏ ପରିଶୋଧ ନ ହୋଇ ଆଉ ଗୋଟିଏ କଟା ଗଲେ ମାମଲା ଯିବ କୋର୍ଟକୁ। ଏଭଳି କଡ଼ା‌ ବ୍ୟବସ୍ଥା ଜାନୁଆରି ଠାରୁ ହେବାକୁ ଯାଉଛି। ଏହି ଫାସ୍‌ଟ୍ୟାଗ୍‌ କଡ଼ାକଡ଼ି ହେବା ପୂର୍ବରୁ ଆଜି ଏନ୍‌ଏଚ୍‌ଏଆଇ ଆଞ୍ଚଳିକ ଅଧିକାରୀ ରାମପ୍ରସାଦ ପଣ୍ଡାଙ୍କ ନେତୃତ୍ବରେ ଏକ ଦଳ ରାଜ୍ୟରେ ଥିବା ୧୪ଟି ଟୋଲ୍‌ ପ୍ଲାଜାରେ ବୁଲି ଭିତ୍ତିଭୂମି ଯାଞ୍ଚ କରିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି। ପ୍ରତ୍ୟେକ ଟୋଲ୍‌ ପ୍ଲାଜାରେ ଡ୍ରାଏ ରନ୍‌ ବା ପରୀକ୍ଷଣ ଚାଲିଛି। ଆସନ୍ତା ୩୧ ତାରିଖ ସୁଦ୍ଧା ଏହି ବ୍ୟବସ୍ଥା କାମ କରୁଥିବା ନିଶ୍ଚିତ କରିବାକୁ କୁହାଯାଇଛି। ଫାସ୍‌ଟ୍ୟାଗ୍‌ ସହ ଓ ବିନା ଫାସ୍‌ଟ୍ୟାଗ୍‌ରେ ଗାଡ଼ିଗୁଡ଼ିକୁ ଟୋଲ୍‌ପ୍ଲାଜା ଦେଇ ନିଆଯାଇଛି। ପ୍ରତ୍ୟେକ ଟୋଲପ୍ଲାଜାରେ ଏହାର ସଫଳ ପରୀକ୍ଷଣ ହୋଇଥିବା ଏନ୍‌ଏଚ୍‌ଏଆଇ ପକ୍ଷରୁ ସୂଚନା ମିଳିଛି।

ବନ୍ଦ ହେବ ଇଟିସି ଲେନ୍ ‌: ପ୍ରତ୍ୟେକ ଟୋଲ୍ ପ୍ଲାଜାରେ ଇଟିସି(ଇଲେକ୍ଟ୍ରୋନିକ ଟୋଲ କଲେକ୍ସନ) ଲେନ୍‌ ରହିଛି। ଏବେ ଏହି ଲେନ୍‌ରେ କେବଳ ନଗଦ କାରବାର କରାଯାଉଛି। ଅନେକ ଗାଡ଼ି ଏହି ଫାସ୍‌ଟ୍ୟାଗ୍‌ ବ୍ୟବସ୍ଥା କରିନ ଥିବାରୁ ଏହି ଲେନ୍‌ ଦେଇ ଯିବା‌ ବେଳେ ନଗଦ କାରବାର କରୁଛନ୍ତି। ଜାନୁଆରି ୩୧ ତାରିଖ ଦିନ ଏହି ଲେନ୍‌କୁ ବନ୍ଦ କରାଯିବାକୁ ନିଷ୍ପତ୍ତି ହୋଇଛି। ବିନା ଫାସ୍‌ଟ୍ୟାଗ୍‌ରେ ‌ଟୋଲପ୍ଲାଜା ଅତିକ୍ରମ କଲେ ଆପେ ଆପେ ଇ-ଚାଲାଣ କଟାଯିବା ପାଇଁ ଭିତ୍ତିଭୂମି ପ୍ରସ୍ତୁତ କରାଯାଇଛି। ୨୪ ଘଣ୍ଟା ଭିତରେ ଫେରିଲେ ଅଧା : ୨୪ ଘଣ୍ଟା ମଧ୍ୟରେ ସମ୍ପୃକ୍ତ ଟୋଲ୍‌ ଗେଟ୍‌ ଦେଇ ଫେରିଲେ ଗାଡ଼ିଚାଳକକୁ ଯିବାବେଳେ ଯେତିକି ଅର୍ଥ ଦେବାକୁ ପଡ଼ିବ ଫେରିବା ବେଳେ ତାହାର ଅଧା ଦେବାକୁ ହେବ। ଅର୍ଥାତ ଯିବାବେଳେ ଆକାଉଣ୍ଟରୁ ଶୁଳ୍କ ବାବଦରେ ଯେତିକି କଟିବ ଫେରିବା ବେଳେ ତାହାର ଅଧା କଟିବ। ଏଣୁ ଏଥିରେ ଦ୍ବନ୍ଦ୍ବ ହେବାର ନାହିଁ ବୋଲି ଏନ୍‌ଏଚ୍‌ଏଆଇ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ମାସିକ ୪୦ ପ୍ରତିଶତ ରିହାତି : କୌଣସି ଗାଡ଼ି ଟୋଲ୍‌ ଗେଟ୍‌ ଦେଇ ନିୟମିତ ଯିବା ଆସିବା କଲେ ମାସିକ ୪୦ ପ୍ରତିଶତ ରିହାତି ପାଇବ। ଏଥିପାଇଁ ଅଗ୍ରୀମ ବ୍ୟବସ୍ଥା କରିବାକୁ ପଡ଼ିବ। ପ୍ରତ୍ୟେକ ଟୋଲପ୍ଲାଜାରେ ଟୋଲ୍‌ଗେଟ୍‌ ସେଲ୍‌ ରହିଛି। ଏହି ସେଲ୍‌ ଜରିଆରେ ଚାଳକ ମାସିକିଆ ପାସ୍‌ ବ୍ୟବସ୍ଥା କରିପାରିବ। ତେବେ ଏହି ପାସ୍‌ ବଳରେ ମାସକୁ କେବଳ ୫୦ ଥର ହିଁ ରହାତି ସୁବିଧା ହାସଲ କରିପାରିବ। ରାଜ୍ୟରେ ୧୪ ଟୋଲଗେଟ୍‌ : ରାଜ୍ୟ ଭିତରେ ୧୪ଟି ଟୋଲ୍‌ଗେଟ୍‌ ରହିଛି। ସେ ସବୁଗୁଡ଼ିକୁ ଫାସ୍‌ଟ୍ୟାଗ୍‌ ବ୍ୟବସ୍ଥା କରାଯାଇଛି। ସେଗୁଡ଼ିକ ହେଉଛି ପିପିଲି, ଶ୍ରୀରାମପୁର, ମଙ୍ଗୁଳି, ବାଲେଶ୍ବରରେ ‌ସେରଗଡ଼, ପାଣିକୋଇଲି ଓ ଲକ୍ଷ୍ମଣନାଥ, ବ୍ରହ୍ମପୁରରେ ଗୁରାପଲ୍ଲୀ, ଢେଙ୍କାନାଳରେ ଗୁଡ଼ିପଡ଼ା ଓ ଖମାର, କେଉଁଝରରେ ହସନପୁର, କଣ୍ଟାଘର ଓ ବନଯୋଡ଼ି, ସମ୍ବଲପୁରରେ ବରଗଡ଼, ବ୍ରଜରାଜନଗର। ଏ ସବୁରେ ଫାସ୍‌ଟ୍ୟାଗ୍‌ ଲଗାଯିବା ସହ ଡ୍ରାଏ ରନ୍‌ କରାଯାଇଛି।

ଅନଲାଇନରେ କେମିତି ମିଳୁଛି ?

ଭାରତୀୟ ଷ୍ଟେଟ ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, ଏକ୍ସିସ ବ୍ୟାଙ୍କ, ଏଚଡିଏଫ୍‌ସି ବ୍ୟାଙ୍କ ଏବଂ ପେଟିଏମ୍‌ ଭଳି ସଂସ୍ଥାକୁ ଅନଲାଇନରେ ଫାସଟ୍ୟାଗ୍ ବିକ୍ରି କରିବାକୁ ଅନୁମତି ପ୍ରଦାନ କରାଯାଇଛି। ତେଣୁ ଏସବୁ ବ୍ୟାଙ୍କ ଓ ସଂସ୍ଥାର ୱେବସାଇଟ୍‌କୁ ଯିବାକୁ ହେବ।

ବ୍ୟାଙ୍କ/ସଂସ୍ଥାର ୱେବସାଇଟର ହୋମପେଜ୍‌କୁ ଯିବାପରେ ସେଥିରେ ‘Get FASTag’ / ‘Apply for FASTag’ ଭଳି ଲେଖା ଥିବା ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ।

ସେଠାରେ ଆପଣଙ୍କ ମୋବାଇଲ ନମ୍ବର ଏଣ୍ଟର କରନ୍ତୁ। ଏହାପରେ ଆପଣଙ୍କ ମୋବାଇଲ ଫୋନକୁ ଓଟିପି ଆସିବ। ସେହି ଓଟିପିକୁ ଏଣ୍ଟର କରି ସବ୍‌ମିଟ୍ ଉପରେ କ୍ଲିକ୍ କରନ୍ତୁ। (ଏହି ପକ୍ରିୟା ପ୍ରାୟତଃ ସମାନ ହୋଇଥିଲେ ଭିନ୍ନ ଭିନ୍ନ ବ୍ୟାଙ୍କରେ ଏହି କାର୍ୟ୍ୟ ଅଲଗା ଅଲଗା ଭାବେ ସଂପାଦିତ ହେଉଛି। ଯଦି ଷ୍ଟେଟ ବ୍ୟାଙ୍କ ଜରିଆରେ ଫାସଟ୍ୟାଗ୍ ଆବେଦନ କରୁଛନ୍ତି ଯେଉଁ ଅନୁଭୂତି ପାଇବେ ଅନ୍ୟ ବ୍ୟାଙ୍କ ଜରିଆରେ କଲେ ତାହା ଭିନ୍ନ ରହିପାରେ।)

ତାହା ପରେ ଆପଣଙ୍କ ବ୍ୟକ୍ତିଗତ ତଥ୍ୟ ଯଥା ନାମ, ଇମେଲ ଆଇଡି, ଠିକଣା, କି ପ୍ରକାର ଗାଡ଼ିର ବିବରଣୀ ଦିଅନ୍ତୁ। ଏଥିସହ ରେଜିଷ୍ଟ୍ରେସନ କପିର ସ୍କାନ୍ କପି ଅପଲୋଡ୍ କରିବାକୁ ହେବ।

ଯେଉଁ ସୂଚନା ଦେଉଛନ୍ତି ତାହାକୁ ଭଲଭାବେ ପରଖି ନିଅନ୍ତୁ। ବିଶେଷକରି ଗାଡ଼ି ନମ୍ବର, ମୋବାଇଲ ନମ୍ବର, ଇ-ମେଲ୍ ଠିକଣା ଆଦି ଅତିକମ୍‌ରେ ଠିକ୍ ଥିବା ନିଶ୍ଚିତ ହୁଅନ୍ତୁ।

ଅନଲାଇନରେ ଆବେଦନ ଦାଖଲ କରିସାରିବା ପରେ ଫି ବା ଶୁଳ୍କ ଦାଖଲ କରିବା ପାଇଁ ଅନଲାଇନ ପେମେଣ୍ଟ ଗେଟୱେକୁ ରିଡାଇରେକ୍ଟ କରି ଦିଆଯିବ।

ଫାସଟ୍ୟାଗ୍ ରସିଦ ଓ ପେମେଣ୍ଟ ରସିଦକୁ ସେଭ୍‌ କରି ରଖନ୍ତୁ। ଏପରିକି ଏହାର ପ୍ରିଣ୍ଟ୍ଆଉଟ୍ ବାହାର କରି ରଖିଲେ ଭଲ।

ମୋବାଇଲ ସିମ୍‌ ଓ ଡିଟିଏଚ ରିଚାର୍ଜ କରିବା ଭଳି ଫାସଟ୍ୟା‌ଗ ମଧ୍ୟ ରିଚାର୍ଜ କରିହେଉଛି। ପେଟିଏମ ଭଳି ଆପ୍‌ରେ ରିଚାର୍ଜ କରିବାବେଳେ ‌ମୋବାଇଲ ନମ୍ବର କିମ୍ବା ଗାଡ଼ି ନମ୍ବର ଦେଲେ ଆପଣଙ୍କ ଆକାଉଣ୍ଟ ବିବରଣୀ ସହଜରେ ଉକ୍ତ ସଂସ୍ଥାକୁ ସ୍ବୟଂକ୍ରିୟଭାବେ ଉପଲବ୍ଧ ହେବ। ଆପଣ ନିଜ ଆବଶ୍ୟକତା ଅନୁସାରେ ରିଚାର୍ଜ କରିପାରିବେ। ଉଦାହରଣ ସ୍ବରୂପ ଯଦି ମାସକୁ ଆପଣଙ୍କୁ ଟୋଲ ଶୁଳ୍କ ବାବଦରେ ୪୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି ତାହାଠାରୁ ଅଧିକ ଫାସଟ୍ୟାଗ ଆକାଉଣ୍ଟରେ ରଖିଲେ ଆପଣଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ। ଫାସଟ୍ୟାଗ ଆକାଉଣ୍ଟରେ ଥିବା ଟଙ୍କା ଶୁଳ୍କ ବାବଦରେ ନକଟିବା ପର୍ୟ୍ୟନ୍ତ ସେଠାରେ ସୁରକ୍ଷିତ ରହିବ।

ଅନଲାଇନରେ ଆବେଦନ କରିଲେ କିଛିଦିନ ପରେ ଫାସଟ୍ୟାଗ ଅଳ୍ପଦିନ ଭିତରେ ଘରେ ଆସି ପହଞ୍ଚୁଛି।

ଅଫଲାଇନରେ କେଉଁଠି ମିଳୁଛି ?

-ଟୋଲ ପ୍ଲାଜା, ବ୍ୟାଙ୍କ ଶାଖା, ପେଟ୍ରୋଲ ପମ୍ପ ଆଦିରୁ ଫାସଟ୍ୟାଗ୍ ପାଇପାରିବେ। ଏନଏଚଏଆଇ ପକ୍ଷରୁ ରାଜ୍ୟର ବିଭିନ୍ନ ଟୋଲ ପ୍ଲାଜାରେ ଫାସଟ୍ୟାଗ୍ ପାଇଁ ପାଖାପାଖି ୯୦ଟି ପିଓଏସ୍ ରଖାଯାଇଛି।

କେତେ ଅର୍ଥ ‌ଦେବାକୁ ପଡ଼ିବ ?

ଫାସଟ୍ୟାଗ୍ ପାଇଁ ବିଭିନ୍ନ ବ୍ୟାଙ୍କ/ସଂସ୍ଥାକୁ ଭିନ୍ନ ଭିନ୍ନ ଅର୍ଥ ଦେବାକୁ ପଡ଼ୁଛି। ପେଟିଏମ୍‌ରେ ଫାସଟ୍ୟାଗ ପାଇବା ପାଇଁ ୫୦୦ ଟଙ୍କା ଦେବାକୁ ପଡ଼ୁଛି। ଏଥିରୁ ଫାସଟ୍ୟାଗ ବାବଦ ମୂଲ୍ୟ ୧୦୦ ଟଙ୍କା ହୋଇଥିବାବେଳେ ୱାନଟାଇମ ସିକ୍ୟୁରିଟି ଡିପୋଜିଟି ବାବଦରେ ୨୫୦ ଟଙ୍କା ଏବଂ ସର୍ବନିମ୍ନ ଜମା ବାବଦରେ ୧୫୦ ଟଙ୍କା ରଖିବାକୁ ପଡ଼ୁଛି।

କେମିତି ରିଚାର୍ଜ କରିବେ ?

‌ମୋବାଇଲ ସିମ୍‌ ଓ ଟିଭି ରିଚାର୍ଜ ଭଳି ଫାସଟ୍ୟାଗକୁ ରିଚାର୍ଜ କରିହେବ।

from Kanak News
via <a href="https://ifttt.com/?

୨୦୩୦ ବେଳକୁ ଭାରତ ହେବ ବିଶ୍ୱର ତୃତୀୟ ବୃହତ ଅର୍ଥନୀତି : ସିଇବିଆର ରିପୋର୍ଟରେ ପ୍ରକାଶ ପାଇଲା ତଥ୍ୟ , କରୋନା ନଥିଲେ ୨୦୧୯ରେ ପଂହଚିଥାନ୍ତା ୫ମ ରେ  

୨୦୨୫ ମସିହା ସୁଦ୍ଧା ଭାରତ ସାରାବିଶ୍ୱରେ ପଂଚମ ବୃହତ ଅର୍ଥନୀତି ରାଷ୍ଟ୍ରରେ ପରିଣତ ହେବ ଏବଂ ୨୦୩୦ ବେଳକୁ ଏହା ତୃତୀୟ ସ୍ଥାନକୁ ଆସିବ । ଏହି ସ୍ଥାନରେ ଭାରତ ୨୦୩୫ ପର୍ଯ୍ୟନ୍ତ ବଜାୟ ରହିବ । ୨୦୨୮ରେ ଆମେରିକାର ଅର୍ଥନୀତିକୁ ଅତିକ୍ରମ କରିବ ଚାଇନା । ଏକ ବଡ ଅର୍ଥନୈତିକ ଗବେଷଣା ସଂସ୍ଥା ଏହି ରିପୋର୍ଟ ଦେଇଛି ।

ଦି ସେଂଟର ଫର ଇକୋନମିକ ଆଣ୍ଡ ବିଜନେଓ ରିସର୍ଚ୍ଚ—ସିଇବିଆର ଦ୍ୱାରା ପ୍ରସ୍ତୁତ ୱାର୍ଲଡ ଇକୋନମିକ ଲିଗ ଟେବୁଲ ୨୦୨୧ ରେ ଏହି ରିପୋର୍ଟ ପ୍ରକାଶ ପାଇଛି । କୋଭିଡ -୧୯ପ୍ରଭାବ ବିଶ୍ୱ ଅର୍ଥନୀତିରେ କିପରି ରହିଛି ସେହି ପରିପ୍ରେକ୍ଷୀରେ ପ୍ରକାଶ ପାଇଛି ରିପୋର୍ଟ । ୨୦୧୯ରେ ଭାରତ ୟୁକେ ଏବଂ ଫ୍ରାନସକୁ ଅତିକ୍ରମ କରି ପଂଚମ ସ୍ଥାନରେ ପହଂଚିଥାନ୍ତା । କିନ୍ତୁ କୋଭିଡ-୧୯ କାରଣରୁ ଏହା ସମ୍ଭବ ହୋଇପାରିଲା ନାହିଁ ବୋଲି ରିପୋର୍ଟରେ କୁହାଯାଇଛି ।

from Kanak News
via <a href="https://ifttt.com/?

କୋଭିଡ଼୍ ହସ୍ପିଟାଲରେ ୧୨ ଘଣ୍ଟା ଯାଏଁ ପଡ଼ିରହିଲା ମୃତଦେହ : ପରିଜନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ

ଭିମ୍‌ସାର କୋଭିଡ୍ ହସ୍ପିଟାଲରେ ମୃତ୍ୟୁ ଘଟିବାର ୧୨ ଘଣ୍ଟା ଯାଏ ହସ୍ପିଟାଲ ପରିସରରେ ପଡ଼ି ରହିଲା ମୃତକଙ୍କ ଶବ। ସେପଟେ, ଶବ ଦାହ ପୂର୍ବରୁ ଶେଷଥର ପାଇଁ ନାବାଳିକା ଝିଅକୁ ‌ଦେଖିବା ପାଇଁ ପରିବାର‌ ଲୋକେ ଓ ପରିଜନମାନେ ରାଜଘାଟ ପରିସରରେ ଅପେକ୍ଷା କରିଥିଲେ। ହେଲେ, ଦୀର୍ଘ ସମୟ ଯାଏ ଶବ ଆସିନଥିଲା। ଏହି ଘଟଣାକୁ ନେଇ ମୃତକଙ୍କ ପରିଜନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା।

ମିଳିଥିବା ସୂଚନା ଅନୁସାରେ, ୩ ଦିନ ତଳେ ସହରର ଜଣେ ୧୬ ବର୍ଷୀୟା ନାବାଳିକାଙ୍କର ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ଭିମ୍‌ସାରରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ସେ କରୋନା ଆକ୍ରାନ୍ତ ବୋଲି ଜଣାପଡ଼ିବା ପରେ ତାଙ୍କୁ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ରାତିରେ ଉକ୍ତ ନାବାଳିକାଙ୍କର ମୃତ୍ୟୁ ଘଟିଥିଲେ। ଏନେଇ ଡାକ୍ତରଖାନା କର୍ତ୍ତୃପକ୍ଷ ପରିବାର ଲୋକଙ୍କୁ ଫୋନ୍‌ କରି ଜଣାଇବା ସହ ସକାଳ ୭ଟା ସୁଦ୍ଧା ରାଜଘାଟରେ ଆସି ପହଞ୍ଚିବାକୁ କହିଥିଲେ। ପରିବାର ଲୋକେ ମଧ୍ୟ ସୂଚନ‌ା ଅନୁସାରେ ୭ଟା ସୁଦ୍ଧା ଆସି ରାଜଘାଟରେ ପହଞ୍ଚିଥିଲେ। କିନ୍ତୁ ଦିନ ୧୨ଟା ଯାଏ ମଧ୍ୟ ଶବ ନଆସିବାରୁ ପରିବାର ଲୋକଙ୍କ ମଧ୍ୟ ଅସନ୍ତୋଷ ପ୍ରକାଶ ପାଇଥିଲା। ଏନେଇ ଅନେକ ଲୋକ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ଫୋନ୍‌ କରି ଜଣାଇବା ପରେ ଶେଷରେ ଦିନ ଦେଢ଼ଟା ସମୟରେ ଶବ ଆସି ରାଜଘାଟରେ ପହଞ୍ଚିଥିଲା। ଏ ସମ୍ପର୍କରେ ଡାକ୍ତରଖାନା କର୍ତ୍ତୃପକ୍ଷ କହିଛନ୍ତି , ଉକ୍ତ ନାବାଳିକାକୁ ମୃତ ଘୋଷଣା କରାଯାଇଥିଲେ ହେଁ ତାଙ୍କ ଟିକେଟ୍‌ରେ ମୃତ ବୋଲି ଲେଖା ଯାଇନଥିବାରୁ ଶବ ବାହାରିବାରେ ବିଳମ୍ବ ହୋଇଥିଲା।

from Kanak News
via <a href="https://ifttt.com/?

ଅଡୁଆରେ ଧର୍ମଗଡର ଆଖୁଚାଷୀ । ଫସଲ ହୋଇଛି, ହେଲେ ଆଖୁର ହେଉଛି ଅଭାବୀ ବିକ୍ରି । ଚିନି କଳ ବନ୍ଦ କାରଣରୁ ବିକ୍ରି ହୋଇପାରୁନି ଆଖୁ । ସମାଧାନର ବାଟ ପାଉନି ଚାଷୀ

କନକ ବ୍ୟୁରୋ : ସରକାରଙ୍କ ଏମଏସପି ଅଛି । ସରକାରଙ୍କ ମଣ୍ଡି ବି ଚାଲିଛି ହେଲେ ଆଖୁଚାଷୀ ବିକ୍ରି କରିପାରୁ ନାହିଁ ତା ଉତ୍ପାଦନ । ଏଭଳି ସ୍ଥିତି ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଧର୍ମଗଡରେ । ଏଠାରେ ମଣ୍ଡିର ଅଭାବ ଯୋଗୁଁ ଚାଷୀ ମାନେ ଆଖୁ ବିକ୍ରି କରିବାରେ ନାହିଁ ନଥିବାର ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ଅନ୍ୟପଟେ କରୋନା ପାଇଁ ଅନେକ କଳ କାରଖାନା ବନ୍ଦ ପଡିଥିବାରୁ ଆଖୁ ରସରୁ ଗୁଡ ପ୍ରସ୍ତୁତକରି ଚାଷୀ ମାନେ ରଖିଥିଲେ ବି ତାହା ବିକ୍ରି ହୋଇପାରୁ ନାହିଁ । ଫଳରେ ଚାଷୀ ମାନେ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି  ।

ସାରା ଦେଶରେ କୃଷକ ମାନେ ଏବେ ଗୋଟିଏ ମାସରୁ ଉର୍ଦ୍ଧ ହେବ ଏମଏସପି ଓ ମଣ୍ଡିର ସ୍ଥାୟୀତ୍ୱ ଦାବି କରି ଦିଲ୍ଲୀର ସିଂଘୁ ବୋର୍ଡରେ ଧାରଣାରେ ବସିଛନ୍ତି । ସରକାର ସେମାନଙ୍କୁ ମଣ୍ଡି ଓ ଏମଏସପି ସୁରକ୍ଷିତ ଥିବା କଥା ବାରମ୍ବାର ବୁଝାଇବାକୁ ଚେଷ୍ଟା କରୁଛନ୍ତି । ଏହା ସହ ଚାଷୀଙ୍କୁ ବୁଝାଇବାକୁ ପୁରା ସରକାର ଏକାକାର ହୋଇଯାଇଛି । ଯେମିତି ଲାଗୁଛି ଦେଶରେ ମାତ୍ର ଗୋଟିଏ ମନ୍ତ୍ରଣାଳୟ ରହିଛି । ତାହା ହେଉଛି କୃଷି ମନ୍ତ୍ରଣାଳୟ । କାରଣ ଯେଉଁଠି ବି ସରକାରୀ ଦଳର କିଏ ମନ୍ତ୍ରୀ ବା ନେତା ଭାଷଣ ଦେଉଛନ୍ତି ସେମାନେ କେବଳ କୃଷକ ଓ କୃଷି ଆନ୍ଦୋଳନକୁ ନେଇ ଭାଷଣ ଦେଉଛନ୍ତି । ଗତକାଲି ଢେଙ୍କାନାଳରେ କେନ୍ଦ୍ର ତୈଳ ମନ୍ତ୍ରୀ ତଥା ଓଡିଶା ବିଜେପିର ଜଣେ ବରିଷ୍ଠ ନେତା ଧର୍ମେନ୍ଦ୍ର ପ୍ରଧାନ ଏକ କୃଷକ ସମାବେଶର ଆୟୋଜନ କରି ଚାଷୀ ମାନଙ୍କୁ ନୂତନ କୃଷି ଆଇନର ପଜିଟିଭ୍ ବାବଦରେ ଚାଷୀଙ୍କୁ ବୁଝାଇବାକୁ ଚେଷ୍ଟା କରୁଥିଲେ । ହେଲେ ଏହି ରାଜ୍ୟରେ ଆଖୁଚାଷୀ ମାନେ ଏଭଳି ଅଭାବିବିକ୍ରିରେ ପଡୁଛନ୍ତି ତାହାକୁ ସେ ନଜର ଆନ୍ଦାଜ କରିଛନ୍ତି । ମନେ ରଖିବାକୁ ହେବ ସରକାରୀ ମଣ୍ଡି ଅଛି, ସରକାରୀ ଏମଏସପି ଅଛି ତେବେ ବି ଚାଷୀ ମାନେ ଏଭଳି ଅଭାବି ବିକ୍ରିରେ ସମ୍ମୁଖୀନ ହେଉଛନ୍ତି । ଚିନ୍ତା କରନ୍ତୁ ସରକାରୀ ମଣ୍ଡି ନଥିବ, ସରକାରଙ୍କ ଏମଏସପି ନଥିବ ସେତେବେଳେ ଏ କର୍ପୋରେଟ ହାଉସର ଲୁଟ୍ ଭିତରେ ଚାଷୀର ସ୍ଥିତି କ’ଣ ରହିବ ।

from Kanak News
via <a href="https://ifttt.com/?

ହାପି ବାର୍ଥ’ଡ଼େ ସଲମାନ୍ ! ୫୫ ବର୍ଷରେ ପାଦ ଥାପିଲେ ବଲିଉଡ୍ ଦବଙ୍ଗ । 

ବଲିଉଡ୍ ର ସୁଲତାନ୍ ,ଭାଇଜାନ୍ ,ଦବଙ୍ଗ,ରାଧେ ନାମରେ ପରିଚିତ ସୁପରଷ୍ଟାର ଅଭିନେତା ସଲମାନ୍ ଖାନଙ୍କର ଆଜି ଜନ୍ମଦିନ । ୫୫ ବର୍ଷରେ ପାଦ ଥାପିଛନ୍ତି ସଲମାନ୍ । ୧୯୬୫ ମସିହା ଡିସେମ୍ବର ୨୭ ରେ ଜନ୍ମିଥିବା ସଲମାନ୍ ଙ୍କର ସଂପୂର୍ଣ୍ଣ ନାମ ହେଉଛି ଅବଦୁଲ୍ ରସିଦ୍ ସଲିମ୍ ସଲମାନ୍ ଖାନ୍ । ୧୯୮୮ ମସହାରେ ‘ବିୱି ହୋ ତୋ ଏସି’ ଫିଲ୍ମରେ ସହ କଳାକାର ରୁପରେ ବଲିଉଡରେ ଡେବ୍ୟୁ କରିଥିବା ସଲମାନ୍ ପରମୁହୂର୍ତ୍ତରେ ମେନେ ପ୍ୟାର କିୟା,ହମ୍ ଆପକେ ହେ କନ୍, ହମ୍ ସାଥ୍ ସାଥ୍ ହେଁ,ପ୍ୟାର କିୟା ତୋ ଡରନା କ୍ୟା,ହମ୍ ଦିଲ୍ ଦେ ଛୁକେ ସଲମ୍ ଏହାପରେ ଦବଙ୍ଗ, ୱାଣ୍ଟେଡ୍,ବଜରଙ୍ଗୀ ଭାଇଜାନ୍ ଭଳି ସୁପର୍ ହିଟ୍ ଫିଲ୍ମରେ ନିଚ୍ଛକ ଅଭିନୟ କରି ଦର୍ଶକଙ୍କ ହୃଦୟରେ ରାଜ୍ କରିଥିଲେ ।

ସଲମାନଙ୍କ ପ୍ରଶଂସକ ମଧ୍ୟରେ କିଛି ଏଭଳି ଲୋକ ଅଛନ୍ତି ଯେ ତାଙ୍କ ଜୀବନଶୈଳୀକୁ ଫଲୋ କରିବା ସହ ତାଙ୍କ ଭଳି କଥାବାର୍ତ୍ତା ଏବଂ ଭାବଭଙ୍ଗୀ ମଧ୍ୟ ଦେଖାନ୍ତି । କୃଷ୍ଣସାର ମୃଗ ଶିକାର କେସ୍ ରେ ଫସି କିଛି ଦିନ ପାଇଁ ଜେଲ୍ ଯାଇଥିବା ସଲମାନଙ୍କ କାହାଣୀ ବେଶ୍ ରୋମାଞ୍ଚକର । ୫୫ ବର୍ଷ ବୟସରେ ମଧ୍ୟ ଅବିବାହିତ ରହି ସେ ବ୍ୟାଚଲର୍ ଅଫ୍ ଦି ୱାର୍ଲଡର ରେକର୍ଡ ମଧ୍ୟ କରିସାରିଲେଣି । ସଲମାନଙ୍କ କ୍ୟାରିୟର ଯାତ୍ରା ଯେଭଳି ସୁନ୍ଦର ତାଙ୍କ ଲଭ୍ ଲାଇଫ୍ ସେତେ କଠିନ । ଐଶ୍ୱର୍ଯ୍ୟା ରାୟଙ୍କ ଠାରୁ ନେଇ କ୍ୟାଟ୍ରିନା କ୍ୟାଫ୍ ଙ୍କ ଭଳି ଅଭିନେତ୍ରୀଙ୍କ ସହ ତାଙ୍କ ନାଁ ଯୋଡାଯାଇଥିଲା । ତେବେ ଭାଇଜାନ୍ ଙ୍କ ବାର୍ଥ ଡେ ଅବସରରେ ତାଙ୍କୁ ଟ୍ୱିଟରରେ ଫ୍ୟାନ୍ସମାନେ ଏବଂ ସାଙ୍ଗମାନେ ଶୁଭେଚ୍ଛା ଜଣାଇଛନ୍ତି ।

from Kanak News
via <a href="https://ifttt.com/?

ମାଓ ସମସ୍ୟା ପରେ ଏବେ ମାଲକାନଗିରୀରେ ଚିନ୍ତା ବଢାଉଛନ୍ତି ସେକ୍ସ ରାକେଟ । କୋମଳମତି ବାଳିକାଙ୍କ ସହାୟତାରେ ଚାଲିଛି ବଡ ସେକ୍ସ ରାକେଟ । ୨ କିଙ୍ଗପିନ୍ ଗିରଫ୍

କନକ ବ୍ୟୁରୋ : ମଣିଷ ସଭ୍ୟତାର ସବୁଠାରୁ ବଡ ସିକ୍ରେଟ୍ ସେକ୍ସକୁ ନେଇ ଏବେ ସବୁଠାରେ ଚର୍ଚ୍ଚା । କେବେ କୋର୍ଟ କଚେରୀରେ ତ କେବେ ଗାଁ ବୈଠକରେ । ପୁଣି କେବେ କଲେଜ କାନ୍ଥରେ ତ ପୁଣି କେବେ ସହରର ପାପ ଗଳିରେ । ସରକାର ଏନେଇ ସଚେତନ କରୁଛନ୍ତି । କୋର୍ଟ ଏନେଇ ବିଭିନ୍ନ ସମୟରେ ନିଷ୍ପତ୍ତି ଶୁଣାଉଛନ୍ତି । ହେଲେ ଦେହ ବେପାର ଉପରେ ଲଗାମ୍ ଲଗାଇବା କଷ୍ଟ ହୋଇପଡୁଛି । କିଛିବର୍ଷ ପୂର୍ବରୁ ଦେହ ବ୍ୟବସାୟ କେବଳ ବଡ ବଡ ସହର ମାନଙ୍କରେ ଚାଲୁଥିବା ଆମେ ଶୁଣିବାକୁ ପାଉଥିବା ବେଳେ ଏବେ ଅପହଂଚ ଇଲାକା ବା ଛୋଟ ଛୋଟ ସହରରେ ଏହା ମହାମାରୀ ଭଳି ବ୍ୟାପିବାରେ ଲାଗିଛି । ଏହି କ୍ରମରେ ଗତକାଲି ମାଓ ଅଧ୍ୟୁଷିତ ମାଲକାନଗୀରି ଜିଲ୍ଲାରେ ଏକ ବଡ ଧରଣର ସେକ୍ସ ରାକେଟ ଠାବ କରିବାରେ ସଫଳ ହୋଇଛି ପୋଲିସ । ଏନେଇ ପୋଲିସ ଦେହ ବ୍ୟବସାୟ ଚଳାଇଥିବା ମାଷ୍ଟର ମାଇଣ୍ଡ, ୨ ଜଣ ରାଣୀ ମହୁମାଛିଙ୍କ ସମେତ ଜଣେ ନାବାଳିକା ୪ ଜଣ ଯୁବତୀ ଓ ୬ ଜଣ ଯୁବକଙ୍କୁ ଗିରଫ୍ କରାଯାଇଛି । ଏହା ସହ ଗିରଫ୍ ସ୍ଥଳିରୁ ଆପତ୍ତିଜନକ ସାମଗ୍ରୀ ବି ଜବତ କରିଛି ପୋଲିସ ।

ପୋଲିସର ସୂଚନା ମୁତାବକ ମାଲକାନଗିରି ସହରରେ ମାୟାଜାଲ ବିଛାଇ ଥିଲେ ବଙ୍ଗିୟ ରୁପଜୀବୀ । ହ୍ୱାଟସଅପ ଜରିଆ ରେ ଚାଲିଥିଲା ଦେହ ବ୍ୟବସାୟ । କୋମଳମତି ଝିଅଙ୍କ ଜରିଆରେ ମୋଟା ଅଙ୍କ ରୋଜଗାର କରୁଥିଲେ ରାଣି ମହୁମାଛି । ଆଉ ଟାର୍ଗେଟରେ ଥିଲେ ସହରର ଯୁବ ଗୋଷ୍ଠୀ । ମାଲାକନଗିରି ସହରର ବିଭିନ୍ନ ସ୍ଥାନରେ ଚଢାଉ କରି ୨ ଦେହଜୀବୀଙ୍କୁ ଗିରଫ କରିବା ସହ ଜଣେ ନାବାଳିକାଙ୍କ ସମେତ ୪ ଜଣ ଯୁବତୀଙ୍କୁ ଉଦ୍ଧାର କରିଛି ମାଲକାନଗିରି ପୁଲିସ । ଏହି ଘଟଣାରେ ସହରର ୬ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ।

from Kanak News
via <a href="https://ifttt.com/?

କୋଭିଡ୍ ବିରୋଧୀ ସମୂହ ଟିକାକରଣ ପାଇଁ ଜୋରଦାର ଅଭ୍ୟାସ : ୪ ଟି ରାଜ୍ୟର ଦୁଇଟି ଲେଖାଏଁ ଜିଲ୍ଲାରେ ହେବ ଟିକାକରଣର ଡ୍ରାଏ ରନ୍ , ପ୍ରତ୍ୟେକ କେନ୍ଦ୍ରରେ ଶହେ ଜଣଙ୍କୁ ଦିଆଯିବ ଡମି ଟିକା 

କରୋନାର ଅବଗଣନା ଆରମ୍ଭ ହୋଇ ଯାଇଛି । ବ୍ରିଟେନ ସହ ପାଞ୍ଚଟି ରାଷ୍ଟ୍ର ପରେ ଆମେରିକା ଇତିହାସରେ ଟିକାକରଣ ପାଇଁ ସବୁଠାରୁ ବଡ ଯୋଜନା କରାଯାଇଛି । ଏପଟେ ଆମ ଦେଶରେ ଏଯାଏଁ କୌଣସି ଟିକାକୁ ଅନୁମତି ଦିଆଯାଇ ନଥିଲେ ମଧ୍ୟ ଖୁବ୍ ଶୀଘ୍ର ଅନୁମତି ମିଳିଯିବ ବୋଲି ଆଶା କରାଯାଉଛି । ଏଥିପାଇଁ ଭାରତ ସରକାର ଟିକାକରଣର ଗାଇଡଲାଇନ ମଧ୍ୟ ଜାରି କରି ସାରିଛନ୍ତି । ଓଡିଶା ସରକାର ମଧ୍ୟ ଟିକାକରଣ ପାଇଁ ବ୍ଲୁପ୍ରିଂଟ ପ୍ରସ୍ତୁତ କରିଛନ୍ତି  । ଠିକ୍ ନିର୍ବାଚନ ଭଳି ଆଗୁଆ କେତେ ଜଣଙ୍କୁ ଟିକା ଦିଆଯିବ, କେଉଁଠି ଦିଆଯିବ ଓ କେମିତି ଦିଆଯିବ ଏଥିପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି ।

କୋଭିଡ ଟିକା କରଣ ପାଇଁ ପ୍ରସ୍ତୁତିକୁ ଜୋରଦାର କରିଛନ୍ତି ଭାରତ ସରକାର । ବିଶ୍ୱରେ ଦ୍ୱିତୀୟ ସର୍ବାଧିକ କରୋନା ସଂକ୍ରମଣ ଭାରତରେ ହୋଇଥିବା ବେଳେ ବ୍ରିଟେନ୍ର ନୂଆ ଷ୍ଟ୍ରେନ୍ ଚିନ୍ତା ବଢାଇ ଦେଇଛି । ତେଣୁ କରୋନା ଟିକା ଆସିଗଲା ପରେ ଏହା କିଭଳି ଦେଶର କୋଣ ଅନୁକୋଣରେ ସୁରକ୍ଷିତ ଭାବରେ ପହଂଚିବ ତାକୁ ସୁନିଶ୍ଚିତ କରୁଛନ୍ତି କେନ୍ଦ୍ର ସରକାର । ଏଥିପାଇଁ ଆଗାମୀ ୨୮ ଓ ୨୯ ତାରିଖରେ ୪ଟି ରାଜ୍ୟରେ ହେବ କୋଭିଡ ଟିକାକରଣର ଡ୍ରାଏ ରନ୍ ।

from Kanak News
via <a href="https://ifttt.com/?

ସିବିଏସଇ ବୋର୍ଡ ପରୀକ୍ଷାକୁ ନେଇ ହଟିବ ଦ୍ୱନ୍ଦ୍ୱ । କେବେ ହେବ ପରୀକ୍ଷା, ଆସନ୍ତା ୩୧ ତାରିଖ ସଂଧ୍ୟା ୬ଟାରେ କରାଯିବ ଘୋଷଣା । ଟ୍ୱିଟ୍ କରି ସୂଚନା ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

କନକ ବ୍ୟୁରୋ : ସିବିଏସଇ ବୋର୍ଡ ପରୀକ୍ଷାକୁ ନେଇ ହଟିବ ଦ୍ୱନ୍ଦ୍ୱ । ନୂଆବର୍ଷ ପୂର୍ବରୁ ସିବିଏସଇ ବୋର୍ଡ ପରୀକ୍ଷା କେବେ ହେବ ସେନେଇ ତାରିଖ ଆସିବ । ୨୦୨୧-ସିବିଏସଇ ବୋର୍ଡ ପରୀକ୍ଷାକୁ ନେଇ ଶନିବାର ଟୁଇଟ କରି ବଡ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ । ଟୁଇଟ କରି ସେ ଲେଖିଛନ୍ତି, ଡିସେମ୍ବର ୩୧ ତାରିଖ ସନ୍ଧ୍ୟା ୬ଟାରେ ସିବିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାର ତାରିଖ ଘୋଷଣା କରିବେ । ମନ୍ତ୍ରୀଙ୍କ ଏହି ସୂଚନା ପରେ ସିବିଏସଇ ପରୀକ୍ଷାକୁ ନେଇ ଦେଖା ଦେଇଥିବା ଦ୍ୱନ୍ଦ୍ୱ ତୁଟିବାକୁ ଯାଉଛି । ଦୀର୍ଘ ଦିନରୁ ବୋର୍ଡ ପରୀକ୍ଷା ପାଇଁ ଅପେକ୍ଷା କରିଥିବା ଛାତ୍ରଛାତ୍ରୀ ଡିସେମ୍ବର ୩୧ ସନ୍ଧ୍ୟାରେ ଜାଣିବାକୁ ପାଇଁ କେଉଁ ମାସର, କେଉଁ ତାରିଖର ପରୀକ୍ଷା ଆରମ୍ଭ ହେବ ।

ଗତ ମଙ୍ଗଳବାର କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଥିଲେ, ସିବିଏସଇ ବୋର୍ଡ ପରୀକ୍ଷା ଜାନୁୟାରୀ କିମ୍ବା ଫେବୃୟାରୀର ୨୦୨୧ ସୁଦ୍ଧା ହେବ ନାହିଁ । କୋଭିଡ କଟକଣା ଯୋଗୁଁ ସ୍କୁଲ ବନ୍ଦ ରହିଥିଲା ଓ ପିଲାଙ୍କ ପାଠ ପଢା ପ୍ରଭାବିତ ହୋଇଛି । ତେଣୁ ବିଚାର ବିମର୍ଶ କରିବା ପରେ ଚୂଡାନ୍ତ ନିଷ୍ପତି ନିଆଯିବ ବୋଲି ଗତ ମଙ୍ଗଳବାର କହିଥିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ । ଏବେ ଡିସେମ୍ବର ୩୧ ତାରିଖରେ ପରୀକ୍ଷା ତାରିଖ ଘୋଷଣା ନେଇ ମନ୍ତ୍ରୀଙ୍କ ଟୁଇଟ ଆସିବା ପରେ ବିଚାର ବିମର୍ଶ କରି ଏହି ନିଷ୍ପତି ନିଆଯାଇଥିବା ଅନୁମାନ କରାଯାଉଛି । ପ୍ରତିବର୍ଷ ସିବିଏସଇର ବୋର୍ଡ ପରୀକ୍ଷା ଫେବୃୟାରୀ ଓ ମାର୍ଚ ମାସ ସୁଦ୍ଧା ଆରମ୍ଭ ହୋଇଯାଏ । ହେଲେ ଚଳିତ ବର୍ଷ କୋଭିଡ ଯୋଗୁଁ ସ୍ଥିତି ଅଲଗା ରହିିଛି । ପୂର୍ବରୁ ସିବିଏସଇ ସ୍ପଷ୍ଟ କରିସାରିଢି ବୋର୍ଡ ପରୀକ୍ଷା ଅଫଲାଇନ ମୋଡରେ ଆୟୋଜିତ ହେବ । ପରୀକ୍ଷା ସମୟରେ କରୋନା ନିୟମ ପାଳନ ସହ ପରୀକ୍ଷାର୍ଥୀଙ୍କ ସମେତ ଶିକ୍ଷକମାନଙ୍କୁ ମଧ୍ୟ ସବୁ ଜରୁରୀ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି ।

from Kanak News
via <a href="https://ifttt.com/?

ଆଜି ଠାରୁ ସେବାୟତ, ୩ ତାରିଖରୁ ଭୁବନେଶ୍ୱରବାସୀ ଓ ୬ ତାରିଖରୁ ସମସ୍ତ ଭକ୍ତଙ୍କୁ ମିଳିବ ଲିଙ୍ଗରାଜ ଦର୍ଶନର ସୁବିଧା । ମନ୍ଦିର ପ୍ରବେଶ ପୂର୍ବରୁ ଦେଖାଇବାକୁ ହେବ କୋଭିଡ୍ ନେଗେଟିଭ୍ ରିପୋର୍ଟ

କନକ ବ୍ୟୁରୋ : ପୁରୀ ଶ୍ରୀମନ୍ଦିର ଢାଞ୍ଚାରେ ଆଜିଠାରୁ ଖୋଲିବ ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର । ହେଲେ ଆଜି ଠାରୁ ଆଜି ସେବାୟତଙ୍କ ପାଇଁ ଖୋଲିବ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର । ପୁରୀ ଶ୍ରୀମନ୍ଦିର ଢାଂଚାରେ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କୁ ପ୍ରଥମେ ଦର୍ଶନ କରିବେ କେବଳ ସେବାୟତ ଓ ସେମାନଙ୍କ ପରିବାର । ଆଜିିଠାରୁ ଆଗାମୀ ୩୧ ତାରିଖ ଯାଏଁ ସେବାୟତ ପରିବାରକୁ ଲିଙ୍ଗରାଜଙ୍କ ଦର୍ଶନ ଅନୁମତି ମିଳିବ । ତେବେ କେବଳ କୋଭିଡ କଟକଣା ଭିତରେ ଏହି ଦର୍ଶନ ଅନୁମତି ଦିଆଯିବ । ନୂଆବର୍ଷରେ ୨ ଦିନ ବନ୍ଦ ରହିବ ଦର୍ଶନ । ଜାନୁଆରୀ ୧ ଓ ୨ ତାରିଖରେ ଲିଙ୍ଗରାଜ ମନ୍ଦିରରେ ଦର୍ଶନ ବନ୍ଦ ରହିବ ବୋଲି ନିଷ୍ପତି କରିଛି ଭୁବନେଶ୍ୱର ମହାନଗର ନିଗମ । ୩ ତାରିଖରୁ ଭୁବନେଶ୍ୱରବାସୀ ଦର୍ଶନ କରିପାରିବେ । ଏଥିପାଇଁ ଅନ୍ୟୁନ ୫ ଦିନ ପୂର୍ବରୁ କୋଭିଡ ନେଗେଟିଭ ରିପୋର୍ଟ ଆଣିବେ ଭକ୍ତ । ଅର୍ଥାତ କୋଭିଡ ନେଗେଟିଭ ଥିଲେ ହିଁ ଦର୍ଶନ ଅନୁମତି ମିଳିବ । ଏଥିପାଇଁ ମନ୍ଦିର ବାହାରେ ଥର୍ମାଲ ସ୍କ୍ରିନିଂ ଓ ଆଟିଜେନ ଟେଷ୍ଟ ସେଂଟର ଖୋଲିବ ବିଏମସି । ଜାନୁଆରୀ ୬ ତାରିଖ ପରେ ଭୁବନେଶ୍ୱର ବାହାର ଲୋକଙ୍କୁ ଦର୍ଶନ ଅନୁମତି ମିଳିବ । ହେଲେ ଜାନୁଆରୀ ୩୧ ତାରିଖ ଯାଏଁ ସାହାଣ ଦର୍ଶନ ବା ଗର୍ଭଗୃହ ଦର୍ଶନ ଅନୁମତି ଦିଆଯିବ ନାହିଁ ବୋଲି ବିଏମସି ପକ୍ଷରୁ ସ୍ପଷ୍ଟ କରାଯାଇଛି ।

କହିରଖୁ କି ରାଜ୍ୟରେ ଥିବା ସମସ୍ତ ବଡ ବଡ ମନ୍ଦିର ଖୋଲିବାକୁ ସରକାର ପ୍ରୟାସ କରୁଛନ୍ତି । ଏହି ପରିପେକ୍ଷୀରେ ପ୍ରଥମେ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର କୋଭିଡ କଟକଣା ଭିତରେ ଖୋଲା ଯାଇଥିବା ବେଳେ ପ୍ରଥମେ ସେବାୟତ ଓ ତାଙ୍କ ପରିବାର ଲୋକଙ୍କୁ ମହାବାହୂଙ୍କ ଦର୍ଶନ କରିବାର ସୁଯୋଗ ମିଳିଛି । ଅନ୍ୟ ପଟେ କରୋନା ଗ୍ରାଫ୍ ରାଜ୍ୟରେ ଦୈନିକ ହ୍ରାସ ପାଉଥିବା ବେଳେ ଏବେ କରୋନାର ନୂଆ ଷ୍ଟ୍ରେନ୍ କୁ ନେଇ ଚିନ୍ତାରେ ଅଛନ୍ତି ରାଜ୍ୟ ସରକାର ।

from Kanak News
via <a href="https://ifttt.com/?

ସେନାକୁ ମିଳିଲା ସଫଳତା । ଜମ୍ମୁକାଶ୍ମୀରରେ ଏନକାଂଟରରେ ନିପାତ ହେଲେ ୨ ଆତଙ୍କୀ । ଅନ୍ୟ ୨ ଜଣଙ୍କୁ ଗିରଫ କଲେ ସୁରକ୍ଷାକର୍ମୀ, ବହୁ ମାରଣାସ୍ତ୍ର ଜବତ ।

କନକ ବ୍ୟୁରୋ : ସେନାକୁ ମିଳିଲା ସଫଳତା । ଏନକାଂଟରରେ ନିପାତ ହେଲେ ୨ ଆତଙ୍କବାଦୀ । ଜମ୍ମୁକାଶ୍ମୀରର ସୋପିଆନରେ ଏହି ଏନକାଉଂଟର ଘଟିଛି । ଏହି କାର୍ଯ୍ୟାନୁଷ୍ଠାନ ବେଳେ ୨ ଆତଙ୍କବାଦୀ ନିପାତ ହୋଇଥିବା ବେଳେ ୨ ଜଣ ସୁରକ୍ଷାକର୍ମୀ ମଧ୍ୟ ଆହତ ହୋଇଥିବାର ଖବର ମିଳିଛି ।

କନିଗାମ ଅଂଚଳରେ ଆତଙ୍କାବଦୀମାନେ ଲୁଚି ରହିଥିବା ଖବର ପରେ ସେନା ପକ୍ଷରୁ ସମ୍ପୃକ୍ତ ଅଂଚଳରେ ସର୍ଚ୍ଚ ଅପରେସନ ଚାଲିଥିଲା । ଏହି ସମୟରେ ଆତଂକବାଦୀ ମାନେ ସୁରକ୍ଷାକର୍ମୀଙ୍କ ଉପରେ ଗୁଳି ଚଳାଇଥିଲେ । ଜବାବୀ କାର୍ଯ୍ୟାନୁଷ୍ଠାନ ୨ ଆତଙ୍କବାଦୀ ନିହତ ହୋଇଛନ୍ତି ।

ଏମାନେ ଅଲବଦର ସଂଗଠନର ସଦସ୍ୟ ଥିଲେ । ସମ୍ପୃକ୍ତ ଅଂଚଳକୁ ସିଲ୍ କରି ଜୋରଦାର ଖାନତଲାସି ଚଳାଇଛି ସେନା । ସେପଟେ ଅନ୍ୟ ଏକ ଘଟଣାକ୍ରମରେ ନରୱାଲ ଅଂଚଳରେ ଦୁଇ ଆତଂକବାଦୀଙ୍କୁ ଗିରଫ କରିଛି ସେନା । ସେମାନଙ୍କ ଠାରୁ ବହୁ ଅସ୍ତ୍ରଶସ୍ତ୍ର ଜବତ ହୋଇଛି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started