ଟିଆରପି ଦୁର୍ନୀତି ମାମଲାରେ ପର୍ଦ୍ଦାଫାଶ । ହେରଫେର କରାଯାଇ ଟାଇମସ୍ ନାଓକୁ ପଛରେ ରଖି ରିପବ୍ଲିକ ଟିଭିକୁ କରାଯାଉଥିଲା ନମ୍ବର ୱାନ୍ ।

କନକ ବ୍ୟୁରୋ : ଟିଆରପି ଦୁର୍ନୀତି ମାମଲାରେ ବଡ଼ ତଥ୍ୟ ପଦାକୁ ଆସିଛି । ରିପବ୍ଲିକ ଟିଭିକୁ ଏକ ନମ୍ବର ଦେଖାଇବାକୁ ଟିଆରପିରେ ହେରଫେର କରାଯାଇଥିଲା । ଟିଆରପି ଏପଟସେପଟ କରି ଟାଇମ୍ସ ନାଓକୁ ୨ ନମ୍ବର ଦେଖାଯାଇଥିଲା । ସେହିପରି ସିଏନଏନ ନ୍ୟୁଜ୍ ଏଇଟିନକୁ ୨ ନମ୍ବର ସ୍ଥାନରୁ ଜାଣିଶୁଣି ତୃତୀୟ ସ୍ଥାନରେ ଦର୍ଶାଯାଇଥିଲା । ଆଉ ବ୍ରୋଡକାଷ୍ଟ ଅଡିଆନ୍ସ ରିସର୍ଚ କାଉନସିଲ ବା ବାର୍କର କିଛି ଅଧିକାରୀ ଏଥିରେ ସମ୍ପୃକ୍ତ ଥିଲେ । ଏନେଇ ମୁମ୍ବାଇ ଜଏଂଟ କମିଶନର ମିଲିନ୍ଦ ଭାରାମ୍ବେ ସୂଚନା ଦେଇଛନ୍ତି ।

୨୦୧୬ରୁ ୨୦୧୯ ମଧ୍ୟରେ ଏପରି ଟିଆରପି ହେରଫେର କରାଯାଉଥିଲା ବୋଲି ମୁମ୍ବାଇ ପୁଲିସ୍ କହିଛି । ବାର୍କର ସେତେବେଳର ସିଇଓ ଓ ସିଓ ଏହି ସ୍ମାମରେ ସମ୍ପୃକ୍ତ ଥିଲେ । ଏହି ଘଟଣାରେ ବାର୍କର ପୂର୍ବତନ ସିଇଓ ପାର୍ଥ ଦାସଗୁପ୍ତାଙ୍କୁ ଗିରଫ କରିଛି ମୁମ୍ବାଇ କ୍ରାଇମବ୍ରାଂଚ ।

ପୂର୍ବରୁ ଟିଆରପି ସ୍ମାମ ନେଇ ଅର୍ଣ୍ଣବ ଗୋସ୍ୱାମୀଙ୍କ ରିପବ୍ଲିକ ଟିଭିର ବିଭିନ୍ନ ଅଧିକାରୀଙ୍କୁ ପଚରାଉଚରା କରିଥିଲା କ୍ରାଇମବ୍ରାଂଚ । ଏହାସହ ରିପବ୍ଲିକ ଟିଭିର କିଛି ବରିଷ୍ଠ ଅଧିକାରୀଙ୍କୁ ମଧ୍ୟ ଗିରଫ କରିଛି । ଟିଆରପି ସ୍ମାମ ନେଇ ଏଯାଏଁ ମୋଟ୍ ୧୫ ଜଣ ଲୋକଙ୍କୁ ଗିରଫ କରାଯାଇ ସାରିଲାଣି ।

from Kanak News
via <a href="https://ifttt.com/?

୨୯ରେ ଆଲୋଚନା ପାଇଁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଲେ ଆନ୍ଦୋଳନକାରୀ ଚାଷୀ । ସର୍ତ ମାନିଲେ ଯାଇ ହେବ ଆଲୋଚନା । ସେପଟେ ୩୧ ଦିନରେ ଜାରି ରହିଛି ଆନ୍ଦୋଳନ ।

କନକ ବ୍ୟୁରୋ : ଆସନ୍ତା ୨୯ ତାରିଖରେ ଆଲୋଚନା ପାଇଁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି ଆନ୍ଦୋଳନକାରୀ ଚାଷୀ । ସେମାନେ ଏଥିପାଇର୍ କିଛି ସର୍ତ ରଖିଛନ୍ତି । ସରକାର ଏହି ସର୍ତ ମାନିଲେ ହିଁ ଆଲୋଚନା ହେବ ବୋଲି ଚାଷୀ ମାନେ ସ୍ପଷ୍ଟ କରିଛନ୍ତି । ୨୯ ତାରିଖ ଦିନ ୧୧ଟାରେ ଆଲୋଚନା ପାଇଁ ଏହି ପ୍ରସ୍ତାବ ଦିଆଯାଇଛି । ଦିଲ୍ଲୀରେ ୩୧ ଦିନ ହେଲା ଚାଷୀ ଆନ୍ଦୋଳନ ଜାରି ରହିଛି । ପ୍ରାୟ ୪୦ଟି ଚାଷୀ ସଂଗଠନ ଏଥିରେ ସାମିଲ ହୋଇଛନ୍ତି ।

ବିଶେଷ କରି ପଂଜାବ ଓ ହରିୟାଣାର ଚାଷୀମାନେ ସାମିଲ ହୋଇଛନ୍ତି । ନୂଆ କୃଷି ଆଇନକୁ ବିରୋଧ କରି ଚାଷୀମାନେ ଏହି ଆନ୍ଦୋଳନ କରୁଛନ୍ତି । ଚାଷୀମାନଙ୍କୁ ବୁଝାଇବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ମଧ୍ୟ ପ୍ରୟାସ କରାଯାଉଛି । ଚାଷୀ ଓ କେନ୍ଦ୍ର ସରକାର ମଧ୍ୟରେ ୬ ରାଉଣ୍ଡ ଆଲୋଚନା ହୋଇ ସାରିଛି । ହେଲେ ଏଯାଏଁ ଏଥିରୁ କୌଣସି ସୁଫଳ ବାହାରି ପାରି ନାହିଁ ।

ଚାଷୀମାନେ ନୂଆ ଆଇନ ପ୍ରତ୍ୟାହାର କରାଯାଉ ବୋଲି ଦାବି କରିଆସୁଛନ୍ତି । ଚଳିତ ସପ୍ତାହରେ ଚାଷୀମାନଙ୍କୁ ଆଲୋଚନା ଟେବୁଲକୁ ଫେରିବାକୁ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଚିଠି ଲେଖିଥିଲେ । ଏହାପରେ ଚାଷୀ ସଂଗଠନଙ୍କ ମଧ୍ୟରେ ଆଲୋଚନା କରାଯାଇ ୨୯ରେ କଥାବାର୍ତା ପାଇଁ ସର୍ତମୂଳକ ପ୍ରସ୍ତାବ ଦେଇଛନ୍ତି ।

from Kanak News
via <a href="https://ifttt.com/?

ବ୍ରହ୍ମପୁରର ତମ୍ବିନାଥ ପୁରୀର ବାବା ବୈଷ୍ଣବ । ଛାତ୍ରନେତାରୁ ଅପରାଧ ଓ ଜେଲର କାଳ କୋଠରୀରେ କାଟିଛନ୍ତି ଦିନ । ମୋହ, ମାୟା ଛାଡି ଏବେ ପାଲଟିଛନ୍ତି ନାଗାସାଧୁ ।

କନକ ବ୍ୟୁରୋ : ୯ ମାସ ପରେ ଗତ ୨୩ ତାରିଖରେ ଯେତେବେଳେ ଶ୍ରୀମନ୍ଦିର ଖୋଲିଥିଲା, ସେଦିନ ପୋଲିସକୁ ଚକମା ଦେଇ ଶ୍ରୀମନ୍ଦିର ଭିତରେ ପଶି ଜଗନ୍ନାଥଙ୍କ ଦର୍ଶନ କରିଥିଲେ ବାବା ବୈଷ୍ଣବ ପୁରୀ । କେବଳ ସେବାୟତଙ୍କ ପରିବାରର ଦର୍ଶନ ପାଇଁ ଅନୁମତି ରହିଥିଲା, ହେଲେ ଶ୍ରୀମନ୍ଦିର ଭିତରେ ଧସେଇ ପଶି ସେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲେ । ପୁରୀ ଲଙ୍ଗୁଳି ମଠରେ ଦୀକ୍ଷା ନେଇ ସାଧୁ ପାଲଟିଥିବା ବୈଷ୍ଣବ ପୁରୀଙ୍କ ପୂରା କାହାଣୀ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

କଲେଜରେ ପାଠ ପଢ଼ିବା ସମୟରେ ସେ ଜଣେ ଛାତ୍ର ନେତା ଥିଲେ ଅଧାରୁ ପାଠ ଛାଡିବା ପରେ ବିଭିନ୍ନ ଅପରାଧ ସହ ଜଡିତ ହୋଇ ଜେଲ ଯାଇଥିଲେ ବାବା ବୈଷ୍ଣବ ପୁରୀ । ବ୍ରହ୍ମପୁର ବଡ଼ ବଜାର ଅଂଚଳରେ ବାବା ବୈଷ୍ଣବ ପୁରୀଙ୍କ ଘର । ନାଁ ଥିଲା ଟି ତୁମ୍ବନାଥ ସୁବୁଦ୍ଧି । ୨୦୧୦ ମସିହାରେ ଜଣେ ଯୁବକଙ୍କ ହତ୍ୟାକାଣ୍ଡରେ ଛନ୍ଦି ହୋଇ ଯାଇଥିଲେ ତୁମ୍ବନାଥ ।

ସେହି ୨୦୧୦ରେ ଆଉ ଏକ ମାମଲାରେ ତାଙ୍କୁ ଗିରଫ କରିଥିଲା ପୋଲିସ । ଚିକିତ୍ସା ପାଇଁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତି କରାଯାଇଥିଲା । ସେଠାରୁ ପୋଲିସ ଆଖିôରେ ଧୂଳି ଦେଇ ଚମ୍ପଟ ମାରିଥିଲେ ସେ । ପୁଣି ୨୦୧୧ରେ ବାରଖମା ଫାଣ୍ଡି ଅଧିକାରୀଙ୍କୁ ହାଣି ଦେଇଥିବା ଅଭିଯୋଗ ହୋଇଥିଲା ତାଙ୍କ ନାଁରେ ।

ବାରମ୍ବାର ଗିିରଫ ଓ ଜେଲରେ ରହିବା ପରେ ୬/୭ ବର୍ଷ ହେଲା ଘର ଛାଡି ଏବେ ପୁରୀରେ ସନ୍ୟାସୀର ଜୀବନ ଯାପନ କରୁଛନ୍ତି ତୁମ୍ବନାଥ ଓରଫ ବାବା ବୈଷ୍ଣବ ପୁରୀ । ଜଗନ୍ନାଥଙ୍କ ଶରଣାପନ୍ନ ହୋଇ ଭବିଷ୍ୟତରେ ଜଣେ ଦକ୍ଷ ନାଗାସାଧୁ ହେବା ସହ ତପସ୍ୱୀ ଉପାଧି ପାଇବା ଲକ୍ଷ୍ୟ ରଖିଥିବା ସେ କହିଛନ୍ତି ।

from Kanak News
via <a href="https://ifttt.com/?

ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ । କହିଲେ, ଗଣତନ୍ତ୍ର କଣ ବୁଝିନଥିବା ବ୍ୟକ୍ତି ପଢ଼ାଉଛନ୍ତି ଗଣତନ୍ତ୍ରର ପାଠ ।

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଜାମ୍ମୁକାଶ୍ମୀରରେ ଆୟୁଷ୍ମାନ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ କଂଗ୍ରେସର ପୂର୍ବତନ ଅଧ୍ୟ କ୍ଷଙ୍କୁ ଟାର୍ଗେଟ କରିଛନ୍ତି । ମୋଦି କହିଛନ୍ତି ଜାମ୍ମୁକାଶ୍ମୀରର ନିର୍ବାଚନ ବି ଏହା ଦେଖାଇଛି, ଦେଶରେ ଗଣତନ୍ତ୍ର କେତେ ମଜବୁତ ରହିଛି । ହେଲେ ଦିଲ୍ଲୀରେ ବସିଥିବା କିଛି ଲୋକ ଗଣତନ୍ତ୍ରକୁ ନେଇ ତାଙ୍କୁ ପାଠ ପଢାଉଛନ୍ତି ।

ଗଣତନ୍ତ୍ରକୁ ମାନୁନଥିବା ଲୋକ ଗଣତନ୍ତ୍ରର ପାଠ ପଢାଇବାକୁ ଉଦ୍ୟମ କରୁଛନ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ସେହିପରି ରାଜନୈତିକ ଦଳ ଓ ନେତାଙ୍କର ଗଣତନ୍ତ୍ର ପ୍ରତି ଆନ୍ତରିକତା ନାହିଁ । ଏହାପରେ ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ସୁପ୍ରିମକୋର୍ଟଙ୍କ ନିର୍ଦେଶ ସତ୍ୱେ ପୁଡୁଚେରୀରେ ପଂଚାୟତ ଓ ମହାନଗର ନିଗମ ନିର୍ବାଚନ ହେଉନାହିଁ ।

ହେଲେ ଜାମ୍ମୁକାଶ୍ମୀରରେ ଧାରା ୩୭୦ ହଟିବାର ବର୍ଷକ ଭିତରେ ମହାନଗର ନିବ ର୍ାଚନ ହୋଇଛି । କୃଷକ ଆନ୍ଦୋଳନକୁ ନେଇ ରାଷ୍ଟ୍ରପତିଙ୍କୁ ଭେଟିବାକୁ ଯାଇଥିଲେ ବିରୋଧୀ ଦଳର ଏକ ପ୍ରତିନିଧି ଦଳ । ଏହିଅବସରରେ ଗଣମାଧ୍ୟମରେ ରାହୁଲ ଗାନ୍ଧୀ କହିଥିଲେ, ଦେଶରେ ଗଣତନ୍ତ୍ର ବୋଲି କିଛି ନାହିଁ । ଦେଶରେ ଗଣତନ୍ତ୍ର କେବଳ କଳ୍ପନାରେ ରହିଛି । ରାହୁଲଙ୍କ ଏହି ବୟାନକୁ ନେଇ ତାଙ୍କୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ।

from Kanak News
via <a href="https://ifttt.com/?

କୋଭିଡ୍ ବିରୋଧୀ ସମୂହ ଟିକାକରଣ ପାଇଁ ଜୋରଦାର ଅଭ୍ୟାସ । ୪ଟି ରାଜ୍ୟର ଦୁଇଟି ଲେଖାଏଁ ଜିଲ୍ଲାରେ ହେବ ଟିକାକରଣର ଡ୍ରାଏ ରନ୍ । ପ୍ରତ୍ୟେକ କେନ୍ଦ୍ରରେ ଶହେ ଜଣଙ୍କୁ ଦିଆଯିବ ଡମି ଟିକା

କନକ ବ୍ୟୁରୋ : ପ୍ରାୟ ୧୩୦ କୋଟି ଲୋକଙ୍କ ଦେଶ ଏବଂ ବିଶ୍ୱରେ ଦ୍ୱିତୀୟ ସର୍ବାଧିକ କରୋନା ସଂକ୍ରମିତ ଭାରତରେ କିଭଳି ହେବ କୋଭିଡ୍ ଟିକାକରଣ, ତାହା ସବୁଠାରୁ ବଡ ଆହ୍ୱାନ । ଏହି ଆହ୍ୱାନର ମୁକାବିଲା ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି ଭାରତ ସରକାର । ଦେଶରେ କିଭଳି ହେବ ସମୁହ ଟିକାକରଣ, ତାର ରିହାର୍ସାଲ କରାଯିବ । ଆଗାମୀ ସପ୍ତାହରେ ଦୁଇଦିନ ପାଇଁ ୪ଟି ରାଜ୍ୟରେ ହେବ କୋଭିଡ ଟିକାକରଣର ଡ୍ରାଏ ରନ୍ ।

କୋଭିଡ ଟିକାକରଣର ରିହର୍ସାଲ
-ଡିସେମ୍ବର ୨୮ ଓ ୨୯ ତାରିଖରେ ହେବ କୋଭିଡ ଟିକାକରଣର ଡ୍ରାଏ ରନ୍
-ଆନ୍ଧ୍ରପ୍ରଦେଶ, ଗୁଜରାଟ, ପଞ୍ଜାବ ଓ ଆସାମରେ ହେବ ଡ୍ରାଏ ରନ୍
-ପ୍ରତ୍ୟେକ ରାଜ୍ୟର ଦୁଇଟି ଲେଖାଏଁ ଜିଲ୍ଲାରେ ହେବ ଡମି ଟିକାକରଣ

ଭାରତ ଭଳି ଏକ ବିଶାଳ ଭୂ-ଖଣ୍ଡ ଓ ବୃହତ ଜନସଂଖ୍ୟା ବିଶିଷ୍ଟ ଦେଶରେ କୋଭିଡ ଟିକା ସମସ୍ତଙ୍କ ପାଖରେ ଓ ସୁରକ୍ଷିତ ଭାବରେ କିଭଳି ପହଂଚି ପାରିବ ତାକୁ ନେଇ ବଡ କସରତର ଆବଶ୍ୟକତା ରହିଛି । ଆଉ ସେଥିପାଇଁ ଟିକା ଆସିବା ଆଗରୁ ପ୍ରସ୍ତୁତ ହେଉଛନ୍ତି ସରକାର ।

କେମିତି ହେବ ଟିକାକରଣର ଡ୍ରାଏ ରନ୍?
-ପ୍ରତ୍ୟେକ ଜିଲ୍ଲାରେ ଅନ୍ୟୁନ ୧୦୦ ଜଣଙ୍କ ପାଇଁ ନିକଟସ୍ଥ ଡିପୋରୁ ଡମି ଟିକା ପହଂଚାଇ ଦିଆଯିବ
-ଟିକାକରଣ କେନ୍ଦ୍ରରେ ପହଂଚିବା ଯାଏଁ ଟିକାର ତାପମାତ୍ରା ସ୍ଥିର ରଖିବାକୁ ଅନୁଧ୍ୟାନ କରାଯିବ
-ଟିକା କିଏ ଓ କେତେବେଳେ ଦେବେ ସେନେଇ ଏସଏମଏସରେ ଆଗୁଆ ସୂଚନା ଦିଆଯିବ
-ଟିକା ନେଇଥିବା ବ୍ୟକ୍ତି ୩୦ ମିନିଟ ଧରି ବିଶ୍ରାମ ନେବେ ଓ ତାଙ୍କ ସ୍ୱାସ୍ଥ୍ୟକୁ ଅନୁଧ୍ୟାନ କରାଯିବ

କୋଭିଡ ଟିକାକରଣ ପାଇଁ ସାରାଦେଶରେ ୨ ହଜାର ୩୬୦ ଜଣଙ୍କୁ ପ୍ରଶିକ୍ଷଣ ଦିଆଯାଇଛି । ତେଣୁ ପ୍ରକୃତ ଟିକାକରଣ ପୂର୍ବରୁ ଦିଆଯାଇଥିବା ପ୍ରଶିକ୍ଷଣ ଅନୁସାରେ କିଭଳି କାମ ହେଉଛି, ତାକୁ ଅନୁଧ୍ୟାନ କରିବାକୁ ଚାହୁଁଛନ୍ତି କେନ୍ଦ୍ର ସରକାର । ଅର୍ଥାତ କୋଭିଡ ବିରୋଧୀ ସମୁହ ଟିକାକରଣର ଏହା ପୂର୍ବ ପ୍ରସ୍ତୁତି ।

from Kanak News
via <a href="https://ifttt.com/?

ଡନ୍ ଘରର ଛାତ ଖୋଳି ବନ୍ଧୁକ କାଢିଲା ପୁଲିସ । ଡି-ବ୍ରଦର୍ସଙ୍କ ସିକ୍ରେଟ ଚାମ୍ବରର ଗୁମର ଖୋଲିଲେ କଟକ ଡିସିପି । କହିଲେ, ବନ୍ଧୁକ ଓ ଗୁଳି ରଖିବା ପାଇଁ ହୋଇଥିଲା ଗୁପ୍ତ କୋଠରୀ ।

କନକ ବ୍ୟୁରୋ : ବଲିଉଡ ଫିଲ୍ମ ଭଳି ଡନ୍, ଡି-ବ୍ରଦର୍ସଙ୍କ ଘରେ ଗୋପନରେ ଲୁଚାଯାଇଥିଲା ଅସ୍ତ୍ରଶସ୍ତ୍ର । ଚଢାଉ ସମୟ ବନ୍ଧୁକ ଲୁଚାଇଥିବା ସ୍ଥାନ ଦେଖି ରେଡ କରୁଥିବା କର୍ମଚାରୀ ତାଜୁବ ହୋଇଥିଲେ । ଦୁଇ ଗ୍ୟାଙ୍ଗଷ୍ଟରଙ୍କୁ ୩ ଦିନିଆ ରିମାଣ୍ଡରେ ଆଣିଥିବା କମିସନରେଟ ପୁଲିସ କଟକ ସିଡିଏ ସ୍ଥିତ ଛାନଭିନ କରି ଚକିତ ହୋଇଯାଇଛି । ଧଳସାମନ୍ତଙ୍କୁ ଜେରା କରି ପାଇଥିବା ତଥ୍ୟ ଆଧାରରେ କାନ୍ଥ ଭାଙ୍ଗି, ବେଡରୁମର ସିଲିଂ ଭାଙ୍ଗି, ବନ୍ଧୁକ, ଗୁଳି ସମେତ ନଗଦ ରାଶି ଜବତ କରିଛି ପୁଲିସ ।

ଡନର ଘରେ ପୁଲିସ ରେଡ୍ ଚାଲିଥିଲା । କେଉଁଠି ବନ୍ଧୁକ ଲୁଚି ରହିଛି ତାର ଖୋଳତାଡ କରୁଥିଲା ପୁଲିସ । ଏହେଉଛି ସେହି ସମୟର ଦୃଶ୍ୟ । ଛାତର ସିଲିଂ ଭାଙ୍ଗି ଯେତେବେଳେ ପୁଲିସ କର୍ମଚାରୀ ବନ୍ଧୁକ ଠାବ କରିବାକୁ କରିଥିଲେ ଉଦ୍ୟମ । ଆଉ ଏହି ସମୟରେ ଛାତରୁ ତିନୋଟି ବନ୍ଧୁକ ଉଦ୍ଧାର କରିଛି କମିଶନରେଟ ପୁଲିସ ।

ଘରର ବେଡରୁମରେ ଥିବା ଛାତ ଉପରେ ଲୁଚାଇ ରଖାଯାଇଥିଲା ବନ୍ଧୁକ ଗୁଳି । ସିନେମାରେ ହୁଏତ ଆପଣ ଏମିତି ଦୃଶ୍ୟ ଦେଖିଥିଲେ, ହେଲେ କଟକର ଏହି ଡନ୍ ତାକୁ ବାସ୍ତବତାର ରୂପ ଦେଇଥିଲେ । ଯେଉଁ ପରିମାଣରେ ବନ୍ଧୁକ, ଗୁଳି, ଟଙ୍କା ପୁଲିସ ପାଉଛି, ତାହା ସ୍ପଷ୍ଟ ଭାବେ ପ୍ରମାଣିତ କରୁଛି, ଡନ୍ ସିନା ଜେଲ ଭିତରେ ହେଲେ ତାର ସାମ୍ରାଜ୍ୟ କିନ୍ତୁ ଏଘାଏଁ ଜାରି ରହିଛି ।

କଟକ ସିଡିଏ ସ୍ଥିତ ଡି-ବ୍ରଦର୍ସଙ୍କ ଏହି ବାସଭବନରେ କଟକ ପୁଲିସର ଦୁଇ ଦିନିଆ ଚଢାଉ ବେଳେ ୩ଟି ବନ୍ଧୁକ, ୧୭୫ ରାଉଣ୍ଡ ଗୁଳି, ୫ ମାଗାଜିନ ସହ ସାଢେ ୧୬ ଲକ୍ଷ ଟଙ୍କା ଜବତ ହୋଇଛି । ଏହାଛଡା ମାରଣାସ୍ତ୍ର ଜବତ କରିବା ସହ ଏହି କାରବାର ନେଇ ପୁଲିସ ହାତରେ ଲାଗିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ।

ପ୍ରଥମ ଦିନ ଜେରା ବେଳେ ସୁଶାନ୍ତ ପୁଲିସକୁ ସହଯୋଗ କରିନଥିବା ବେଳେ ସୁଶୀଲ ଗୁପ୍ତ କୋଠରୀ ଦେଖାଇବାରୁ କାନ୍ଧଭାଙ୍ଗି ବନ୍ଧୁକ ଓ ଗୁଳି ଜବତ କରାଯାଇଥିଲା । ସେହିପରି ଦ୍ୱିତୀୟ ଦିନରେ ସୁଶୀଲ ଓ ସୁଶାନ୍ତ ସହଯୋଗନକରିବାରୁ ମେଟାଲ ଡିଟେକ୍ଟର ସହାୟତାରେ ଆଉ କିଛି ବନ୍ଧୁକ, ଗୁଳି ଜବତ କରିଛି କମିଶନରେଟ ପୁଲିସ ।

ଜେଲରେ ଥାଇ ଦୁଇ ଭାଇ ସୁଶୀଲ ଓ ସୁଶାନ୍ତ ଧଳ ସାମନ୍ତ ଟୁଇନ ସିଟି ସମେତ ଆଖପାଖ ଅଂଚଳର ଅପରାଧ ନେଟୱାର୍କକୁ ପରିଚାଳନା କରୁଥିବା ଅଭିଯୋଗ ହୋଇଆସୁଛି । ତେଣୁ ରିମାଣ୍ଡ ଅବଧି ସରିବା ପରେ ଡି ବ୍ରଦର୍ସଙ୍କ ପୁଣି ଜେଲ ପଠାଇ ସ୍ୱତନ୍ତ୍ର ନଜର ରଖାଯିବ ବୋଲି କମିସନରେଟ ପୁଲିସ କହିଛି ।

from Kanak News
via <a href="https://ifttt.com/?

ସିବିଏସଇ ବୋର୍ଡ ପରୀକ୍ଷା ନେଇ ଡିସେମ୍ବର ୩୧ରେ ହେବ ଘୋଷଣା । ଟ୍ୱିଟ କରି ସୂଚନା ଦେଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ

କନକ ବ୍ୟୁରୋ : ଡିସେମ୍ବର ୩୧ ସଂଧ୍ୟା ୬ଟା ବେଳେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ସିବିଏସଇ ଦ୍ବାରା ପରିଚାଳିତ ୧୦ମ ଓ ୧୨ଶ ବୋର୍ଡ ପରୀକ୍ଷା ତାରିଖ ଘୋଷଣା କରିବେ । ଏ ସମ୍ପର୍କରେ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି ।

ଗତ ମଙ୍ଗଳବାରଦିନ ଏକ ଓ୍ବେବିନାରରେ ଯୋଗ ଦେଇ ମନ୍ତ୍ରୀ କହିଥିଲେ ଯେ ବୋର୍ଡ ପରୀକ୍ଷା ଘୁଞ୍ଚାଇବାକୁ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଅନୁରୋଧ କରୁଛନ୍ତି । ଦେଶରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଆସନ୍ତା ଫେବ୍ରୁଆରିରେ ପରୀକ୍ଷା କରାଯିବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି । ପରୀକ୍ଷା କରାଯିବା ସମ୍ପର୍କରେ ନିଷ୍ପତ୍ତି ପରବର୍ତ୍ତୀ କାଳରେ ନିଆଯିବ ବୋଲି ସେ ସୂଚନା ଦେଇଥିଲେ ।

ସେ ଆହୁରି ମଧ୍ୟ ସ୍ପଷ୍ଟ କରିଦେଇଥିଲେ ଯେ ସିବିଏସଇ ୧୦ମ ଓ ୧୨ଶ ବୋର୍ଡ ପରୀକ୍ଷା ଅଫଲାଇନ ମୋଡରେ ହିଁ ହେବ । କାରଣ ଅନେକ ପରୀକ୍ଷା କେନ୍ଦ୍ର ଗ୍ରାମାଞ୍ଚଳରେ ରହିଛି । ଅନ୍ୟପକ୍ଷରେ ପରୀକ୍ଷାକୁ ବାତିଲ କରି ପିଲାମାନଙ୍କୁ ପାସ କଲେ ତାହା ପିଲାମାନଙ୍କ ପ୍ରତି ଅବିଚାର ହେବ । କାରଣ ଭବିଷ୍ୟତରେ ସେମାନଙ୍କୁ କୋଭିଡ ସମୟର ପିଲା ବୋଲି କୁହାଯାଇପାରେ । ଏହା ସେମାନଙ୍କୁ ଉଚ୍ଚ ଶିକ୍ଷା, ଚାକିରି ଆଦି ବେଳେ ସମସ୍ୟାରେ ପକାଇପାରେ । ଏଣୁ ପରୀକ୍ଷା କୌଣସି ପରିସ୍ଥିତିରେ ବି ରଦ୍ଦ କରାଯିବ ନାହିଁ ବୋଲି ମନ୍ତ୍ରୀ ଉକ୍ତ ଓ୍ବେବିନାରରେ କହିଥିଲେ ।

from Kanak News
via <a href="https://ifttt.com/?

ପରୀ ମାମଲାରେ ତଦନ୍ତ ପ୍ରକ୍ରିୟା ଉପରେ ପ୍ରଥମ ଥର ମତ ଦେଲେ ଧର୍ମେନ୍ଦ୍ର । ସିବିଆଇ ତଦନ୍ତ ପାଇଁ ଦାବି କଲେ କେନ୍ଦ୍ରମନ୍ତ୍ରୀ । କହିଲେ ସିବିଆଇ ତଦନ୍ତ ହେଲେ ସାମ୍ନାକୁ ଆସିବ ଅସଲ ସତ ।

କନକ ବ୍ୟୁରୋ : ନୟାଗଡରେ ୫ ବର୍ଷର ଶିଶୁ ପରୀ ମୃତ୍ୟୁ ମାମଲାରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିସାରିଛି କ୍ରାଇମବ୍ରାଞ୍ଚ ଏସଆଇଟି । ଦୁଷ୍କର୍ମ ଓ ହତ୍ୟା ଅଭିଯୋଗରେ ସରୋଜ ସେଠୀ ବିରୋଧରେ ପ୍ରମାଣ ଯୋଗାଡରେ ଲାଗିଛି ଯାଂଚକାରୀ ସଂସ୍ଥା । ଆଉ ଏତିକିବେଳେ ମାମଲାଟିକୁ ସିବିଆଇକୁ ହସ୍ତାନ୍ତର କରିଦେବା ପାଇଁ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପରୀର ବାପା, ମାଆ ସିବିଆଇ ତଦନ୍ତ ଦାବି କରୁଥିବା କହି, ଏକ ନିରପେକ୍ଷ ସଂସ୍ଥାଦ୍ୱାରା ତଦନ୍ତ କରାଇବା ସପକ୍ଷରେ ଯୁକ୍ତି ବାଢିଛନ୍ତି ଧର୍ମେନ୍ଦ୍ର ।

ପରୀ ପାଇଁ ନ୍ୟାୟ ଦାବି କରି ପଦଯାତ୍ରା କରିଥିଲା ବିଜେପି । ରାଜ୍ୟ ସରକାରଙ୍କ ଦ୍ୱାରା ହେଉଥିବା ଏସଆଇଟି ତଦନ୍ତ ଠିକ ଦିଗରେ ଯାଉନଥିବା କହି ବିରୋଧ ପ୍ରଦର୍ଶନ କରିଆସୁଛି ଦଳ । ଆଉ ଏକିତିବେଳେ ରାଜ୍ୟ ୟୁନିଟର ସ୍ୱର ସହ ସ୍ୱର ମିଶାଇ ସିବିଆଇ ତଦନ୍ତ ପାଇଁ ଯୁକ୍ତି ବାଢିଛନ୍ତି କେନ୍ଦ୍ରମନ୍ତ୍ରୀ । ତାଠାରୁ ଗୁରୁତ୍ୱପୂର୍ଣ୍ଣ କଥାହେଲା ଉତରପ୍ରଦେଶ ହାଥରସ ମାମଲାର ଉଦାହରଣ ନେଇଛନ୍ତି ଧର୍ମେନ୍ଦ୍ର ।

ସେହି ହାଥରସ ମାମଲା, ଯାହାକୁ ନେଇ ସାରାଦେଶରେ ତମ୍ବିତୋଫାନ ଲାଗିରହିଥିଲା । ଦ୍ୱିତୀୟ ନିର୍ଭୟା ମାମଲା କହି ଉତର ପ୍ରଦେଶରେ ଯୋଗୀ ସରକାରଙ୍କ ଉପରେ ଯୋରଦାର ବର୍ଷିଥିଲେ ବିରୋଧୀ । ଚାରିଆଡୁ ଘେରିଯିବା ପରେ ବାଧ୍ୟହୋଇ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ବିଜେପି ସରକାର ।

ଏ ହେଉଛି ରାତିଅଧରେ ହାଥରସ ପୀଡିତାଙ୍କ ଜଳୁଥିବା ଜୁଇ । ଅଭିଯୋଗ ହୋଇଥିଲା ପରିବାର ଲୋକଙ୍କୁ ନଜଣାଇ ରାତି ଅଧିଆ, ଫୋର୍ସ ଲଗାଇ ଶବଦାହ କରିଥିଲା ୟୁପି ପୋଲିସ । ପୋଲିସର ଏଭଳି ବ୍ୟବହାରକୁ ନେଇ ହରଡଘଣାରେ ପଡିଯାଇଥିଲେ ୟୁପିରେ ବିଜେପି ସରକାର ।

ହାଥରସ ମାମଲାରେ ହୋଇଥିଲା କ’ଣ?
-ଅଭିଯୋଗ ଆଧାରରେ ୪ ଜଣଙ୍କୁ ଗିରଫ କରିଥିଲା ୟୁପି ପୋଲିସ
-ହେଲେ ପୀଡିତାଙ୍କ ପ୍ରତି ଦୁଷ୍କର୍ମ ହୋଇନଥିବା କୁହାଯାଇଥିଲା
-ପୋଲିସ ଲଗାଇ ରାତି ଅଧରେ ପୀଡିତାଙ୍କ ଶବଦାହ କରାଗଲା
-ହାଥରସକୁ କର୍ଡନ କରି ରଖିବା ସହ ବିରୋଧୀଙ୍କୁ ଛଡାଯାଇ ନଥିଲା
-ଏପରିକି ଗଣମାଧ୍ୟମକୁ ମଧ୍ୟ ପ୍ରବେଶ କରାଇ ଦେଇନଥିଲେ ୟୁପି ସରକାର

୨୦ ବର୍ଷର ଯୁବତୀଙ୍କ ପ୍ରତି ହୋଇଥିବା ଅତ୍ୟାଚାର ମାମଲାରେ ଏମିତି ଫସିଗଲେ ଯୋଗୀ ସରକାର ଯେ, ବିରୋଧୀଙ୍କୁ ପୋଲିସ ଲଗାଇ ଅଟକାଇବାକୁ ପଡିଲା । ଗଣମାଧ୍ୟମକୁ ମଧ୍ୟ ଭିତରକୁ ଛଡାଗଲା ନାହିଁ । ହେଲେ ଚାରିଆଡୁ ଚାପ ପରେ ଶେଷରେ ସିବିଆଇ ତଦନ୍ତ ନିର୍ଦ୍ଦେଶ ପାଇଁ ବାଧ୍ୟ ହେଲେ ୟୁପିରେ ବିଜେପି ସରକାର । ଆଉ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ଚାର୍ଜସିଟରେ ଗିରଫ ୪ ଅଭିଯୁକ୍ତଙ୍କ ବିରୋଧରେ ରହିଛି ପୀଡିତାଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଭଳି ସଂଗୀନ ଦଫା ।

from Kanak News
via <a href="https://ifttt.com/?

ପ୍ରକୃତିରାଣୀକୁ ପ୍ରତାରଣା ! ଅଟକି ରହିଛି କଳାହାଣ୍ଡିର ଡୋକରୀଚଞ୍ଚରା ପର୍ଯ୍ୟନଟସ୍ଥଳୀର ବିକାଶ, ଆଶାନୁରୁପ ବିକାଶ ନଥିବାରୁ ପର୍ଯ୍ୟଟକ ଖପ୍ପା ।

କନକ ବ୍ୟୁରୋ: ଲକ କଡାଉନ ପରେ ଖୋଲିଛି କଳାହାଣ୍ଡି ଜିଲ୍ଲାର ପର୍ଯ୍ୟଟନ ସ୍ଥଳି ଡୋକରୀ ଚଂଚରା । ସୁନ୍ଦର ପରିବେଶ ସାଙ୍ଗକୁ ପ୍ରକୃତିର ଅପରୂପ ଆନନ୍ଦ ଦେଖଣାହାରୀଙ୍କୁ ଆକୃଷ୍ଟ କରୁଛି । ଯିଏ ଥରେ ଏଠାକୁ ଆସିଛି ସେ ବାରମ୍ବାର ଆସିବାକୁ ଇଚ୍ଛା କରେ । ପ୍ରକୃତିରାଣୀ ଭାବେ ପରିଚିତ ଡୋକରୀ ଚଂଚରା ପର୍ଯ୍ୟଟନ ସ୍ଥଳ ମାନ୍ୟତା ପାଇଛି ସତ, ହେଲେ ଏଠାରେ ଆନୁସଙ୍ଗିକ ବିକାଶ ନାହିଁ  । ଯାହାକୁ ନେଇ ଖପ୍ପା ପର୍ଯ୍ୟଟକ ।
ଘଂଚ ଜଙ୍ଗଲ । ସବୁଜ ବନାନୀ ଭିତରେ ମାଇଲ ମାଇଲ ପଥର ଚଟାଣ । ଆଉ ପଥର ଚଟାଣରେ କୁଳୁକୁଳୁ ନାଦରେ ବହିଯାଉଛି  ନିର୍ଝରିଣୀ । କଳାହାଣ୍ଡି କୋକସରା ବ୍ଲକରେ ଅଛି ପ୍ରକୃତିରାଣୀ ଭାବରେ ପରିଚିତ ଡୋକରୀ ଚଂଚରା ପର୍ଯ୍ୟଟନ ସ୍ଥଳୀ । ଏଠି ୩ଟି ଜଳ ପ୍ରପାତ ଏବଂ ସୁଦୀର୍ଘ ପଥର ଚଟାଣ ପର୍ଯ୍ୟଟକଙ୍କୁ ନିଜ ପ୍ରେମରେ ବାନ୍ଧି ରଖେ । ଓଡିଶା ସମେତ ଛତିଶଗଡରୁ ପିକନିକ୍ ପାଇଁ ଡୋକରୀ ଚଂଚରାକୁ ଆସିଥାନ୍ତି ପର୍ଯ୍ୟଟକ । ହେଲେ ରାଜ୍ୟ ସରକାରଙ୍କ ପକ୍ଷରୁ ପର୍ଯ୍ୟଟନ ସ୍ଥଳର ମାନ୍ୟତା ପାଇଥିବା ଏହି ସ୍ଥାନରେ ଆଶାନୁଋପ ବିକାଶ ହୋଇ ନଥିବାରୁ ପର୍ଯ୍ୟଟକ ଅସନ୍ତୋଷ ପ୍ରକାଶ କରନ୍ତି ।
ଡୋକରୀ ଚଂଚରାକୁ ଯିବା ପାଇଁ କେବଳ ରାସ୍ତାଟିଏ ଥିବା ବେଳେ ଆଉ କିଛି ଆନୁସଙ୍ଗିକ ବ୍ୟବସ୍ଥା ନାହିଁ । ପାହାଡ ଉପରେ ଗୋଟିଏ ଜଳପ୍ରପାତ ଥିବା ବେଳେ ତଳେ ଆଉ ଗୋଟିଏ ଜଳ ପ୍ରପାତ ରହିଛି । ଏ ଜଳ ପ୍ରପାତରୁ ସେ ଜଳ ପ୍ରପାତକୁ ଯିବା ପାଇଁ ରାସ୍ତାର ବିକାଶ ହୋଇ ପାରୁନଥିବାରୁ ଖପ୍ପା ହେଉଛନ୍ତି ପର୍ଯ୍ୟଟକ । ଏହା ସହିତ ଏଠାରେ ଏକ ରୋପ ୱେ ନିର୍ମାଣ କରିବା ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ହୋଇଥିବା ପ୍ଲାନ୍ ସରକାରୀ ଫାଇଲ ତଳେ ଚାପି ହୋଇଯାଇଛି ।

from Kanak News
via <a href="https://ifttt.com/?

୬ ମାସ ହେଲା ମିଳୁନି କୁନି ପୁଅର ପତ୍ତା । ନିଖୋଜ ଶିଶୁର ଫେରିବା ବାଟକୁ ଚାହିଁ ବସିଛନ୍ତି ପରିବାର । ସମ୍ବଲପୁର ଯୁଯୁମୁରାରୁ ଆସିଲା ହୃଦୟବିଦାରକ ଘଟଣା । 

କନକ ବ୍ୟୁରୋ: ୬ ମାସ ହେଲା ମିଳୁନି କୁନି ପୁଅର ପତା । ନିଖୋଜ ଶିଶୁର ଫେରିବା ବାଟକୁ ଚାହିଁ ବସିଛନ୍ତି ସମ୍ବଲପୁର ଜିଲ୍ଲା ଯୁଯୁମୁରାର ପରିବାର । ଦିନେ ଛୁଆର ହସକାନ୍ଦରେ ପୁରି ଉଠୁଥିଲା ଘର । ହେଲେ ଘର ପଛପଟେ ଖେଳୁଥିବା ବେଳେ ନିିଖୋଜ ହୋଇଯାଇଛି ଦେଢ ବର୍ଷର ପୁଅ ଲିପୁନ୍ । ପୁଅ ନିଖୋଜ ହେବା ଦିନରୁ ଘର ଗାଏବ ହଜି ଯାଇଛି ହସ ।

ପୁଅର ଫଟୋ ଦେଖି କୋହ ସମ୍ଭାଳିପାରୁନି ମାଆ । ନିଖୋଜ ପୁଅକୁ ମନେ ପକାଇ ବାହୁନି ବାହୁନି କାନ୍ଦୁଛନ୍ତି ମାଆ । ସମ୍ବଲପୁର ଯୁଯୁମୁରା ବ୍ଲକ ଗଇଲଗୁଡି ଗାଁର ଜଣ ମାଆଙ୍କ କୋହଭରା କାହାଣୀ । ଘର ପଛପଟେ ଖେଳୁଥିବା ବେଳେ ଅଚାନକ୍ ନିଖୋଜ ହୋଇଗଲା ଦେଢ ବର୍ଷର ପୁଅ ଲିପୁନ୍ । ଗତବର୍ଷ ଜୁନ୍ ୧୯ ତାରିଖରୁ ଲିପୁନ୍ର ପତା ମିଳୁନଥିବା ବେଳେ ଏବେ ପୁଅ ଫେରିବା ବାଟକୁ ଚାହିଁ ରହିଛି ମାଆ ।

ଲିପୁନ ନିଖୋଜ ନେଇ ସେତେବେଳେ ପରିବାର ଲୋକ ଯୁଯୁମୁରା ଥାନାରେ ଜଣାଇଥିଲେ । ପୁଲିସ  ଲଗାତାର ୩ ଦିନ ଖୋଜିଥିଲା । ଅଗ୍ନିଶମ ବିଭାଗ ବି ଗାଁକୁ ଲାଗି ଥିବା ଜଙ୍ଗଲରେ ୨ଦିନ ଖୋଜିବା ସହ ଘର ପାଖରେ ଥିବା କୂଅକୁ ମଧ୍ୟ ଶୁଖାଇଥିଲା । ହେଲେ ଲିପୁନ୍ ବାବଦରେ କିଛି ବି ସୁରାକ ମିଳିନଥିଲା । ତେବେ ବର୍ତମାନ ରାଜ୍ୟରେ ଶିଶୁ ନିଖୋଜ ଘଟଣା ଚର୍ଚାର ପ୍ରସଙ୍ଗ ପାଲଟିଥିବା ବେଳେ ଲିପୁନକୁ ଫେରି ପାଇବା ନେଇ ଶବର ପରିବାରର ଆଶା ପୁଣି ଉଜ୍ଜିବିତ ହୋଇଛି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started