କମ ବୟସରେ ବଡ ଦାୟିତ୍ୱ । ୨୧ ବର୍ଷ ବୟସରେ ମେୟର ବନିବେ କଲେଜ ପଢୁଆ ଛାତ୍ରୀ । ଚର୍ଚ୍ଚାରେ ଦେଶର ସର୍ବ କନିଷ୍ଠ ମେୟର ଆର୍ଯ୍ୟା…

କନକ ବ୍ୟୁରୋ: ଆର୍ଯ୍ୟାଙ୍କ ଉପରେ ସାରା ଦେଶର ନଜର । କମ ବୟସରୁ ଲୋକଙ୍କୁ ବୁଝିଛନ୍ତି, ଲୋକଙ୍କ ପାଖରେ ପହଞ୍ଚିଛନ୍ତି । ସେଇଥିପାଇଁ ତ ଏତେ କମ ବୟସରେ ମେୟର ବନିବାକୁ ଯାଉଛନ୍ତି ଆର୍ଯ୍ୟା । ମାତ୍ର ୨୧ ବର୍ଷ ବୟସରେ ଆର୍ଯ୍ୟା ରାଜେନ୍ଦ୍ରନ ମେୟର ହେବାକୁ ଯାଉଛନ୍ତି ଯାହା ଦେଶର ସର୍ବକନିଷ୍ଠ ମେୟର ବୋଲି କୁହାଯାଉଛି । ଆଉ ଆର୍ଯ୍ୟାଙ୍କୁ ନେଇ ଏବେ ସାରା ସୋସିଆଲ ମିଡିଆ ଉଠୁଛି ପଢୁଛି । ଟ୍ୱିଟର, ଫେସବୁକ, ଇଷ୍ଟା ଖୋଲିଲେ ଆର୍ଯ୍ୟାଙ୍କୁ ଅଭିନନ୍ଦନ ଭରା ପୋଷ୍ଟ ଦେଖିବାକୁ ମିଳୁଛି ।

ତେବେ କଲେଜ ପଢୁଆ ଝିଅ ଆର୍ଯ୍ୟା କେରଳର ରାଜଧାନୀ ତିରୁଅନନ୍ତପୁରମର ମେୟର ହେବାକୁ ଯାଉଛନ୍ତି । କେରଳ ମ୍ୟୁନିସିପାଲ ନିର୍ବାଚନରେ  ବିଜୟବାନା ଉଡାଇଛନ୍ତି ଆର୍ଯ୍ୟା । ନିର୍ବାଚନରେ  ମୁଡାଭାନମୁଗାଲ ଆସନରୁ ସେ ବିଜୟୀ ହୋଇଛନ୍ତି । ସିପିଏମରୁ ଲଢୁଥିବା ଆର୍ଯ୍ୟା ୟୁଡିଏଫର ପ୍ରାର୍ଥୀ ଶ୍ରୀକାଲାଙ୍କୁ ପରାସ୍ତ କରିଛନ୍ତି । ୨୮୭୨ ଖଣ୍ଡ ଭୋଟରେ ହରାଇଛନ୍ତି ଆର୍ଯ୍ୟା । ତେବେ ବିଜୟୀ ପରେ ଆର୍ଯ୍ୟାଙ୍କ ନାମ ମେୟର ପାଇଁ ସୁପାରିଶ କରାଯାଇଛି । ତାଙ୍କ ନାମ ଉପରେ ମୋହର ବାଜିବା ପରେ ଆର୍ଯ୍ୟା ହେବେ ଦେଶର ସର୍ବ କନିଷ୍ଠ ମେୟର ।

ଏଆଇଆଇ ଷ୍ଟେନ କଲେଜରେ ବିଏସସି ପଢୁଛନ୍ତି ଆର୍ଯ୍ୟା । ମ୍ୟାଥ ଅନର୍ସରେ ୨ୟ ବର୍ଷର ଛାତ୍ରୀ ଥିବା ଆର୍ଯ୍ୟା ବାଲା ସଙ୍ଘମର ଜିଲ୍ଲା ସଭାପତି ଅଛନ୍ତି । ଏଥିସହ ସେ ସିପିଏମ ଶାଖା କଥା ବୁଝିବା ସହ ସିପିଏମ ବ୍ରାଞ୍ଚ କମିଟିର ସଦସ୍ୟ ଅଛନ୍ତି । ଯେଉଁଥି ପାଇଁ ସେ ପ୍ରାୟ ସମୟରେ ଲୋକଙ୍କ ସହ ଯୋଡି ହୋଇ ରୁହନ୍ତି ଆଉ ଲୋକଙ୍କ ଦୁଃଖ ସମସ୍ୟା ଜାଣନ୍ତି ।

ତେବେ ଆର୍ଯ୍ୟାଙ୍କ ବାପା ରାଜେନ୍ଦ୍ରନ ଜଣେ ଇଲେକ୍ଟ୍ରିସିଆନ ହୋଇଥିବା ବେଳେ ମା ଜଣେ ଏଲଆଇସି ଏଜେଣ୍ଟ । ଆଉ ଏତିକି ବେଳେ ଝିଅର ଏ ସଫଳତା, ବିଜୟ ପାଇଁ ବାପାମାଆ ବେଶ ଖୁସି ଅଛନ୍ତି । ଆଉ ଆର୍ଯ୍ୟାବି କମ ବୟସରେ ଏଭଳି ସଫଳତା ପାଇବାକୁ ଯାଉଥିବାରୁ ସୋସିଆଲ ମିଡିଆରେ ସେନସେସନ ପାଲଟିଛନ୍ତି ।

from Kanak News
via <a href="https://ifttt.com/?

ବିଜେଡି ପ୍ରତିଷ୍ଠା ଦିବସରେ ମହିଳା ସଂରକ୍ଷଣ ଦାବି ଦୋହରାଇଲେ ନବୀନ । କହିଲେ, ମହିଳା ଆଗେଇଲେ ଦେଶ ଆଗେଇବ । ଜାତୀୟ ଦଳଙ୍କୁ କଟାକ୍ଷ କଲେ ମୁଖ୍ୟମନ୍ତ୍ରୀ । ସେପଟେ ଜବାବ ରଖିଲେ ଧର୍ମେନ୍ଦ୍ର ।

କନକ ବ୍ୟୁରୋ : ଅବସର ଥିଲା ବିଜେଡିର ୨୪ତମ ପ୍ରତିଷ୍ଠା ଦିବସ । ଦଳର ଜନ୍ମ ଦିନରେ ୩୩ ପ୍ରତିଶତ ମହିଳା ସଂରକ୍ଷଣ ଉପରେ ଗୁରୁତ୍ୱ ଦେଇଛନ୍ତି ବିଜେଡି ସୁପ୍ରିମୋ । ବିଧାନସଭା, ଲୋକସଭା, ରାଜ୍ୟସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ପାଇଁ ଲଢ଼େଇ ଜାରି ରହିବ ବୋଲି କହିଛନ୍ତି ନବୀନ । ନବୀନ କହିଛନ୍ତି, ୧୯୯୨ ମସିହାରେ ବିଜୁବାବୁ ମହିଳାଙ୍କ ପାଇଁ ପଂଚାୟତ ଓ ପୌର ନିର୍ବାଚନରେ ଏକ-ତୃତୀୟାଂଶ ଆସନ ସଂରକ୍ଷଣ ରଖି ଦେଶରେ ଆଲୋଡନ ସୃଷ୍ଟି କରିଥିଲେ । ୨୦୧୯ ଲୋକସଭା ନିର୍ବାଚନରେ ୩୩ ପ୍ରତିଶତ ଆସନରେ ମହିଳାଙ୍କୁ ଟିକେଟ ଦେଇ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି ବିଜେଡି । ମହିଳା ସଂରକ୍ଷଣ ନେଇ ଜାତୀୟ ଦଳଗୁଡିକ ନିର୍ବାଚନ ଇସ୍ତାହାରରେ ରଖିଥିଲେ, ହେଲେ ପରେ ଏହାକୁ ଭୁଲି ଯାଇଛନ୍ତି ବୋଲି କଟାକ୍ଷ କରିଛନ୍ତି ନବୀନ ।

ରାଜ୍ୟରେ ୮୦ ଲକ୍ଷ ମହିଳା ରହିଛନ୍ତି, ଗାଁକୁ ଗାଁ ଯାଇ ମହିଳା ସଂରକ୍ଷଣର ଗୁରୁତ୍ୱ ଉପରେ ବୁଝାଇବା ସହ ଏହାକୁ ଜନଆନ୍ଦୋଳନରେ ପରିଣତ କରାଯିବ ବୋଲି କହିଛନ୍ତି ନବୀନ । ମହିଳାମାନଙ୍କୁ ସେମାନଙ୍କ ହକ୍ ଦେବାକୁ ପଡ଼ିବ ବୋଲି ନବୀନ କହିଥିବା ବେଳେ ଏହାକୁ ଧୁଆଁବାଣ ବୋଲି ପ୍ରତିକ୍ରିୟା ରଖିଛନ୍ତି ବିଜେପି ନେତା ।

୨୩ ବର୍ଷ ଧରି ନବୀନଙ୍କ ସୁନାମ କାହିଁକି ଅତୁଟ ରହିଛି, ପ୍ରତିଷ୍ଠା ଦିବସ ଅବସରରେ ତା’ର ସିକ୍ରେଟ କହିଛନ୍ତି ଦଳର ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ । ମୁଖ୍ୟମନ୍ତ୍ରୀଙ୍କ ସରଳ ଜୀବନଯାପନ ସଂପର୍କରେ ଉଦାହରଣ ଦେବାକୁ ଯାଇ ପ୍ରଣବ କହିଛନ୍ତି, ନବୀନ ନିବାସ ପଛପଟେ ୱାନ୍ ବି-ଏଚ୍-କେ ଘରେ ରୁହନ୍ତି ନବୀନ, ସେହିଠାରୁ ଚାଲେ ଦଳ ଓ ସେଇଠୁ ଚାଲେ ରାଜ୍ୟର ଶାସନ ।  ସରଳ ଜୀବନଯାପନ ଓ ଅନୁଶାସନ ଭିତରେ ରହି ଲୋକଙ୍କ ସେବା କରିବା ସହ ଦଳ ପାଇଁ ନିସ୍ୱାର୍ଥପର ଭାବେ କାର୍ଯ୍ୟ କରିବାକୁ ନେତା ଓ କର୍ମୀଙ୍କୁ ପ୍ରତିଷ୍ଠା ଦିବସରେ ଆହ୍ୱାନ ଦିଆଯାଇଛି ।

from Kanak News
via <a href="https://ifttt.com/?

ହୋମିଓପାଥି ଛାତ୍ରଛାତ୍ରୀଙ୍କୁ ହାତବଢ଼ାଇଲା ଶ୍ୟାମ୍ ମେଟାଲିକ୍ସ । ଆକ୍ୱାଗାର୍ଡ ଓ କୁଲର ପ୍ରଦାନ କରି ଦୀର୍ଘଦିନର ସମସ୍ୟା ଦୂରକଲେ କମ୍ପାନୀ କର୍ତ୍ତୁପକ୍ଷ ।

କନକ ବ୍ୟୁରୋ: ଛାତ୍ରଛାତ୍ରୀଙ୍କ ସମସ୍ୟା ଦୂର କରିବାକୁ ଆଗେଇ ଆସିଲେ କମ୍ପାନୀ କର୍ତ୍ତୁପକ୍ଷ । ମେଡିକାଲ ଛାତ୍ରଛାତ୍ରୀଙ୍କ ଦୀର୍ଘଦିନର ସମସ୍ୟା ଦୂରକଲା ରେଙ୍ଗାଲୀ ସ୍ଥିତ ଶ୍ୟାମ୍ ମେଟାଲକ୍ସ ଆଣ୍ଡ୍ ଏନର୍ଜୀ ଲିମିଟେଡ । ସମ୍ବଲପୁର ସ୍ଥିତ ଓଡ଼ିଶା ମେଡିକାଲ କଲେଜ ଅଫ୍ ହୋମିଓପାଥି ଆଣ୍ଡ ରିସର୍ଚ୍ଚ ସେଣ୍ଟରକୁ କମ୍ପାନୀ ପକ୍ଷରୁ ୱାଟର ପ୍ୟୁରିଫାୟର ଏବଂ କୁଲର ପ୍ରଦାନ କରାଯାଇଛି । ଛାତ୍ରଛାତ୍ରୀଙ୍କ ସମସ୍ୟା ଦୂର କରିବାକୁ ଏକ ଉଦାହରଣକାରୀ ପଦକ୍ଷେପ ନେଇଛନ୍ତି କମ୍ପାନୀ କର୍ତ୍ତୁପକ୍ଷ ।

ତେବେ ଏହି ଅବସରରେ କମ୍ପାନୀର ଯୋଗଯୋଗ ମ୍ୟାନେଜର ମନୋଜ ପଣ୍ଡା, ଲିଗାଲ ମ୍ୟାନେଜର ପ୍ରମୋଦ, ସରୋଜ ନାୟକ ଓ ସୁଧୀର ସେଠଙ୍କ ସହ କଲେଜର ଅଧ୍ୟକ୍ଷ ଡକ୍ଟର ରାଜେନ୍ଦ୍ର କୁମାର ସିଂ, ଡକ୍ଟର ପ୍ରିୟଙ୍କା ପତି, ଡକ୍ଟର ଗୋପାଳଚନ୍ଦ୍ର ବେହେରା, ଡକ୍ଟର ଦିପ୍ତିକାନ୍ତ ସିଂ, ଡକ୍ଟର ଜ୍ୟୋସ୍ନାମୟୀ ମହାରଣା, ଡକ୍ଟର ବାଙ୍କନିଧି ମହାନ୍ତି, ଡକ୍ଟର ଶଙ୍କର୍ଷଣ ସାହୁ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ ।

from Kanak News
via <a href="https://ifttt.com/?

ସବ୍ୟ ଥିଲେ ଶୀତରେ ଥରିବେନି ଅସହାୟ । ହାଡଭଙ୍ଗା ଶୀତରେ ବେସାହାରା ଲୋକଙ୍କୁ କମ୍ବଳ ବାଣ୍ଟିଲେ ସବ୍ୟସାଚୀ । ଭିଡିଓ କଲରେ ବୁଝିଲେ ଭଲ ମନ୍ଦ 

କନକ ବ୍ୟୁରୋ : ସବ୍ୟସାଚୀ, ଏହି ନାଁ ସହିତ ଏବେ ସମସ୍ତେ ପରିଚିତ । ନିଜ ମହାନ କାମ ପାଇଁ ଏବେ ଘରେ ଘରେ ପରିଚିତ ସବ୍ୟସାଚୀ । ଏବେ ପୁଣି ଗରିବଙ୍କ ସହାଯ୍ୟ କରି ଚର୍ଚ୍ଚାକୁ ଆସିଛନ୍ତି ସବ୍ୟ । ଏବେ ଅସହାୟଙ୍କ ଦୁଃଖ ବୁଝିଛନ୍ତି ଏହି ରିୟଲ ହିରୋ । ଅସହାୟ ଲୋକଙ୍କ ଦୁଃଖ ଦୂର କରିବାକୁ ଆଗେଇ ଆସିଛନ୍ତି ହୃଦୟର ହିରୋ । ହାଡ ଭଙ୍ଗା ଶୀତରେ ଯେତେବେଳେ ହସ୍ପିଟାଲ ବାରଣ୍ଡରେ ପଡି ରହିଥିଲେ ଅସହାୟ ଲୋକ, ସେତେବେଳେ ତାଙ୍କ ଦୁଃଖକୁ ହୃଦୟଙ୍ଗମ କରିପାରିଥିଲେ ସବ୍ୟ । ଆଉ ସେମାନଙ୍କ କଷ୍ଟକୁ ଦୂର କରିବା ପାଇଁ ତାଙ୍କୁ ଦେଇଥିଲେ କମଳ । ଏହି କମଳ ସେ ନିଜେ ଆସି ଦେଇନାହାନ୍ତି । କଟକରେ ଥିବା ନିଜର କିଛି ଫ୍ୟାନମାନଙ୍କ ଜରିଆରେ ଏହି ମହାନ କାମ କରିଛନ୍ତି ସବ୍ୟ ।

କାହିଁ କେତେ ଦୂରରୁ ଚିକିତ୍ସା ପାଇଁ କଟକ ବଡ ଡାକ୍ତରଖାନାକୁ ଲୋକମାନେ ଆସିଥାନ୍ତି । ହେଲେ ରୋଗୀ ଡାକ୍ତରଖାନାରେ ଆଡମିଟ ହେବା ପରେ ସମ୍ପର୍କୀୟ ମାନେ ହସ୍ପିଟାଲ ବାରଣ୍ଡରେ ବିଶ୍ରାମ ନେଇଥାନ୍ତି । ଶୀତ କାକରରେ ସେମାନେ ସେମିତି ନିଜ ସମ୍ପର୍କୀୟଙ୍କୁ ଜଗି ରହିଥାନ୍ତି । ଆଉ ଏହି ଅସହାୟ ଲୋକଙ୍କ କଷ୍ଟକୁ ବୁଝିଛନ୍ତି ସବ୍ୟ । ସେମାନଙ୍କ କଷ୍ଟକୁ ଦୂର କରିବା ପାଇଁ ତାଙ୍କୁ କମଳ ବାଣ୍ଟିବା ସହ ଭିଡିଓ କଲ ଜରିଆରେ ସେମାନଙ୍କ ଦୁଃଖ ବୁଝିଛନ୍ତି ସବ୍ୟସାଚୀ ।

ଏହି ହାଡଭଙ୍ଗା ଶୀତରେ ଅନେକ ଅସହାୟ ଲୋକ ଶୀତ କାକରରେ ନିଜ ଜୀବନ ବିତାଉଛନ୍ତି । ଅସହାୟ ଲୋକଙ୍କ ଏହି କଷ୍ଟକୁ ବୁଝିଛନ୍ତି ସବ୍ୟ । ଆଉ ନିଜ ଫ୍ୟାନ ମାନଙ୍କ ଜରିଆରେ ବାଣ୍ଟିଛନ୍ତି କମଳ । ବଡ ଦିନ ପାଇଁ ସବ୍ୟ କରିଛନ୍ତି ଏଭଳି ବଡ କାମ । ମଣିଷ ହେଇ କିଭଳି ମଣିଷଙ୍କୁ ଭଲ ପାଇବ ସମାଜକୁ ସେହି ବାର୍ତ୍ତା ଦେଇଛନ୍ତି ସବ୍ୟ ।

ଓଲିଉଡ ହିରୋ ଭାବେ ପରିଚୟ ସୃଷ୍ଟି ପରେ ଏବେ ନିଜ କାମ ପାଇଁ ଘରେ ଘରେ ପରିଚିତ ହୋଇଛନ୍ତି ସବ୍ୟସାଚୀ । ଲକଡାଉନ ବେଳେ ବାହାର ରାଜ୍ୟରେ ଫସି ରହିଥିବା ଶ୍ରମିକଙ୍କୁ ଘରକୁ ଫେରାଇ ଆଣିଥିଲେ ସବ୍ୟ । ଆଉ ଏହି ମହାନ କାମ ପାଇଁ ସେ ବନିଯାଇଥିଲା ଶ୍ରମିକଙ୍କ ରିୟଲ ହିରୋ । ଏହାପରଠୁ ସେ ନିଜ ସାହାଯ୍ୟ କରିବାର ଅଭିଯାନ ଜାରି ରଖିଛନ୍ତି । ଅନେକ କ୍ଷେତ୍ରରେ ସେ ଗରିବ ଅସହାୟ ଲୋକଙ୍କୁ ସାହାଯ୍ୟର ହାତ ବଢାଇଛନ୍ତି ।

from Kanak News
via <a href="https://ifttt.com/?

ନବୀନଙ୍କୁ ଧର୍ମେନ୍ଦ୍ରଙ୍କ ପାଲଟା ଜବାବ୍ । ମହିଳାଙ୍କ ପାଇଁ କ’ଣ କରିଛନ୍ତି ମୋଦି ସରକାର, କଡ଼ାଗଣ୍ଡା କରି ହିସାବ ଦେଲେ କେନ୍ଦ୍ରମନ୍ତ୍ରୀ ।

କନକ ବ୍ୟୁରୋ: ନବୀନଙ୍କୁ ଧର୍ମେନ୍ଦ୍ରଙ୍କ କଡ଼ା ଜବାବ୍ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ପ୍ରଧାନମନ୍ତ୍ରୀ ମୋଦି ମହିଳା ବିରୋଧୀ’ କହୁଥିବା ବେଳେ ବାସ୍ତବରେ ପ୍ରଧାନମନ୍ତ୍ରୀ ଭାରତବର୍ଷର ମହିଳା ମାନଙ୍କ ପାଇଁ ଶୌଚାଳୟ ନିର୍ମାଣ କରିବା ସହ କରୋନା ସମୟରେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ମାଗଣା ଗ୍ୟାସ, ଜନଧନ ଆକାଉଂଟଧାରୀ ଏବଂ ବିଧବା ମହିଳାଙ୍କୁ ଭତ୍ତା ଓ ଅନ୍ୟାନ୍ୟ ସହାୟତା ଦେଇଛନ୍ତି । ମହିଳା ମାନଙ୍କୁ ସଶକ୍ତ କରିବା ସହ ସେମାନଙ୍କର ବିକାଶ କଥା ଚିନ୍ତା କରିବା ମୋଦି ସରକାରଙ୍କ ମୂଳସ୍ତମ୍ଭ ବୋଲି ଢ଼େଙ୍କାନାଳରେ ଆୟୋଜିତ ବିଶାଳ ଚାଷୀ ସମାବେଶରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କେବଳ ଏତିକି ନୁହେଁ ଧର୍ମେନ୍ଦ୍ର କହିଛନ୍ତି କି, ଯେ ପ୍ରଧାନମନ୍ତ୍ରୀ ମୋଦି ମହିଳାଙ୍କ ପାଇଁ ସମଗ୍ର ଭାରତ ବର୍ଷରେ ସ୍ୱଚ୍ଛ ଭାରତ ଅଭିଯାନରେ ଶୌଚାଳୟ ନିର୍ମାଣ କରୁଛନ୍ତି । ମୋଦି ସରକାରରେ ଓଡ଼ିଶାରେ ୭୭ ଲକ୍ଷ ୧୪ ହଜାର ୮୦୯ଟି ଘର ସହ ଶୌଚାଳୟ ନିର୍ମାଣ କରାଯାଇ ମହିଳାଙ୍କୁ ସମ୍ମାନ ଦେଇଛନ୍ତି । ସେହିପରି କରୋନା ସମୟରେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ୪୭ ଲକ୍ଷରୁ ଉଦ୍ଧ୍ୱର୍ ହିତାଧିକାରୀଙ୍କୁ ମାଗଣାରେ ୩ଟି ଏଲପିଜି ସିଲିଣ୍ଡରର ବ୍ୟବସ୍ଥା ହୋଇଥିବା ବେଳେ ଓଡ଼ିଶାକୁ କରୋନା ସମୟରେ ୪୪୦ କୋଟି ଟଙ୍କା ବ୍ୟୟରେ ୬୮.୭୯ ଲକ୍ଷ ଏଲପିଜି ସିଲିଣ୍ଡର ଦିଆଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଢ଼ ଇଚ୍ଛାଶକ୍ତି କାରଣରୁ ଆଜି ଦେଶର ମାଆ ଓ ଭଉଣୀମାନେ ଶୌଚ ଏବଂ ଜାଳେଣୀ କାଠ ପାଇଁ ଜଙ୍ଗଲ ଉପରେ ନିର୍ଭର କରୁନାହାନ୍ତି ।

କେବଳ ଓଡ଼ିଶାରେ ୮୫.୨୦ ଲକ୍ଷ ଜନଧନ ଆକାଉଂଟଧାରୀ ମହିଳାଙ୍କୁ ୧୨୫୮.୨୦ କୋଟି ଟଙ୍କା ବ୍ୟାଙ୍କ ଆକାଉଂଟକୁ ଟ୍ରାନ୍ସଫର କରାଯାଇଛି । ଜାତୀୟ ସାମାଜିକ ସୁରକ୍ଷା ଭତ୍ତା ଯୋଜନାରେ ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ, ବିଧବାଙ୍କ ପାଇଁ ୧ ହଜାର ଟଙ୍କାର ବ୍ୟବସ୍ଥା ହୋଇଥିବା ବେଳେ ରାଜ୍ୟରେ ଥିବା ୨୦.୨୭ ଲକ୍ଷ ହିତାଧିକାରୀଙ୍କୁ ୨୦୨.୭୦ କୋଟି ଟଙ୍କା ପ୍ରଦାନ କରାଯାଇଛି । ଓଡିଶାରେ ମିଶନ ଇନ୍ଦ୍ରଧନୁଷରେ ୩.୮ ଲକ୍ଷରୁ ଉଦ୍ଧ୍ୱର୍ ଶିଶୁ ଏବଂ ୧.୧୦ ଲକ୍ଷ ଗର୍ଭବତୀ ମହିଳାଙ୍କୁ ଟୀକାକରଣ କରାଯାଇଛି । ଓଡିଶାର ପଛୁଆ ଜିଲ୍ଲା ଯଥା କନ୍ଧମାଳ, କଳାହାଣ୍ଡି, କୋରାପୁଟ, ଢେଙ୍କାନାଳ, ରାୟଗଡା, ବଲାଙ୍ଗୀର, ମାଲକାନଗିରି ଏବଂ ଗଜପତି ଜିଲ୍ଲାର ଗ୍ରାମାଂଚଳର ମହିଳାଙ୍କୁ ଶିକ୍ଷା, ନିଯୁକ୍ତି, ଦକ୍ଷତା ବିକାଶ ପାଇଁ ମହିଳା ଶକ୍ତି କେନ୍ଦ୍ର ପ୍ରତିଷ୍ଠା ପାଇଁ ୭.୭୫ କୋଟି ଦିଆଯାଇଛି । ପୋଷଣ ଅଭିଯାନରେ ଓଡିଶାର ୩୦ଟି ଜିଲ୍ଲାକୁ ଅର୍ନ୍ତଭୁକ୍ତ କରାଯାଇଛି । ଏହି ଯୋଜନାରେ କେନ୍ଦ୍ରର ଭାଗ ଅନୁସାରେ ଓଡିଶାକୁ ଏପର୍ଯ୍ୟନ୍ତ ୧୫୧.୭୧ କୋଟି ଟଙ୍କା ଜାରୀ କରାଯାଇଛି ।

ଏହାସହ ରାଜ୍ୟର ସମସ୍ତ ଜିଲ୍ଲାରେ ବେଟି ବଚାଓ, ବେଟି ପଢାଓ ଭଳି ଯୋଜନାକୁ କାର୍ଯ୍ୟକାରୀ କରାଯାଇଛି । ଶିଶୁ କନ୍ୟାଙ୍କ ସୁରକ୍ଷା ପାଇଁ ୯.୪୮ ଲକ୍ଷ ଆକାଉଂଟ ସୁକନ୍ୟା ସମୃଦ୍ଧି ଯୋଜନାରେ ଖୋଲାଯାଇଛି । ବେଟି ବଚାଓ ଏବଂ ବେଟି ପଢାଓ ଓଡିଶାର ଗ୍ରାମାଂଚଳରେ ଆଣିଛି ବଡ ପରିବର୍ତନ ଆଣିଛି । ଓଡିଶାରେ ୧୧୪ଟି କସ୍ତୃରବା ଗାନ୍ଧି ବାଳିକା ବିଦ୍ୟାଳୟ ପରିଚାଳନା ହେଉଥିବା ବେଳେ ଏହା ଦ୍ୱାରା ୯ ହଜାର ୫୪୨ ଜଣ ଛାତ୍ରୀ ଉପକୃତ ହେଉଛନ୍ତି । ଏହାବ୍ୟତିତ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନର ଲାଭ ପାଇବା ମଧ୍ୟରେ ଶ୍ରେଷ୍ଠ ୫ ରାଜ୍ୟ ମଧ୍ୟରେ ଓଡ଼ିଶା ରହିଛି । ୮ ହଜାର ୭୦୨ ଜଣ ମହିଳା ଏହି ଯୋଜନାରେ ସମସ୍ତ ସେବା ଓ ସୁବିଧା ସହାୟତା ପାଇପାରୁଛନ୍ତି କିନ୍ତୁ ରାଜ୍ୟ ସରକାର ନିର୍ବାଚନ ପୂର୍ବରୁ ପରୀ ରଥ ବୁଲାଇଲେ । ମାତ୍ର ନୟାଗଡ଼ର ଛୋଟ ଶିଶୁ ପରୀ ମାମଲା କଣ ହେଲା ? ରାଜ୍ୟର ୫ ହଜାରରୁ ଅଧିକ ଶିଶୁ କୁଆଡେ ଗଲେ ବୋଲି ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

from Kanak News
via <a href="https://ifttt.com/?

ଭୂତାଣୁ ଭିତରେ ଭୁବନେଶ୍ୱର ପାଇଁ ଭଲ ଖବର । ଆଜି ମାତ୍ର ୨୦ ଜଣ ପଜିଟିଭ୍, ସୁସ୍ଥ ହେଲେ ୪୩ ଜଣ ।

କନକ ବ୍ୟୁରୋ: ଭୂତାଣୁ ଭିତରେ ଭୁବନେଶ୍ୱର ପାଇଁ ଭଲ ଖବର । ଆଜି ମାତ୍ର ୨୦ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଯେଉଁଥିରେ ସଙ୍ଗରୋଧ କେନ୍ଦ୍ରରୁ ୩ଟି ପଜିଟିଭ୍ କେସ୍ ଆସିଥିବାବେଳେ ୧୭ଟି ଲୋକାଲ୍ କେସ୍ ଆସିଛି । ତେବେ ଆକ୍ରାନ୍ତଙ୍କ ମଧ୍ୟରୁ କିଏ କେଉଁ କେଉଁ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ତାଙ୍କ ବାବଦରେ ସଂକ୍ଷିପ୍ତ ସୂଚନା ଜାରି କରିଛି ବିଏମସି ।

https://platform.twitter.com/widgets.jsଅନ୍ୟପଟେ ରାଜଧାନୀବାସୀଙ୍କୁ ଆଶ୍ୱସ୍ତିକର ଖବର କି ,ଏକାଥରେ ୪୩ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଭୁବନେଶ୍ୱରରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩୧ ହଜାର ୫୩୯ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ସକ୍ରିୟ କେସ୍ ୩୨୭ ରହିଛି । ସେହିଭଳି ୩୦ ହଜାର ୯୫୪ ଜଣ ସୁସ୍ଥ ହୋଇଥିବାବେଳେ ୨୩୭ ଜଣଙ୍କର ମୃତ୍ୟୁ ହୋଇଥିବା ପ୍ରଶାସନ ସୂଚନା ଦେଇଛି ।

from Kanak News
via <a href="https://ifttt.com/?

ଆଉ ଅଳିଆ ହେଉନି ଅନୁଗୁଳ ସହର । ସହରର ସବୁ ଅଳିଆ ସଂଗ୍ରହ କରି ଜୈବିକ ଖତ ପ୍ରସ୍ତୁତ କରୁଛି ଅନୁଗୁଳ ପୌର ପ୍ରଶାସନ । 

କନକ ବ୍ୟୁରୋ: ଅନୁଗୋଳ ସହରର ଆବର୍ଜନା ପୌରପାଳିକା ପାଇଁ ମୁଣ୍ଡବ୍ୟଥା ର କାରଣ ସାଜିଥିଲା । ଅନେକ ସମୟରେ ଆଳିହା ପକାଇବାକୁ ନେଇ ବାଦବିବାଦ ଦେଖାଦେଉଥିଲା।କିନ୍ତୁ ଏବେ ଓଦା ଅଳିଆ ଆଉ ଡ଼ମ୍ପୟାର୍ଡରେ ପଡୁନାହିଁ । ବରଂ ସେଥିରେ ତିଆରି ହେଉଛି ଜୈବିକ ଖତ ଏହାକୁ ବ୍ୟବସାୟ କରି ସ୍ଥାନୀୟ ସ୍ୱୟଂସହାୟକ ଗୋଷ୍ଠୀ ସ୍ୱାବଲମ୍ବୀ ହୋଇପାରିଛନ୍ତି । ଆଉ ଅନୁଗୁଳରେ ପ୍ରଥମ ଥର ପାଇଁ କରାଯାଇଥିବା ଏହି ଉଦ୍ୟମ ସଫଳ ହୋଇଛି।
ଅନୁଗୁଳ ସହରରୁ ସବୁ ଦିନ ବାହାରୁ ଥିବା ଅଳିଆକୁ କେଉଁଠି ପକାଯିବ, ତାକୁ ସମସ୍ୟା ସୃଷ୍ଟି ହେଉଥିଲା । ହେଲେ ଏବେ ଆଉ ସେ ସମସ୍ୟା ରହିବ ନାହିଁ । କାରଣ ଏବେ ଘର ଘର ବୁଲି ଅଳିଆ ସଂଗ୍ରହ କରାଯାଉଛି । ଏବଂ ଓଦା ଆବର୍ଜନାକୁ ଡମ୍ଫିୟାର୍ଡରେ ନପକାଇ ଏବେ ସେଥିରୁ ଜୈବିକ ସାର ତିଆରି କରାଯାଉଛି । ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ ହୋଇଥିବା ମାଇକ୍ରୋ କମ୍ପୋଷ୍ଟିଂ ସେଂଟର ସହାୟତାରେ ଅଳିଆ ଆବର୍ଜନାକୁ ବ୍ୟବହାର କରି ଜୈବିକ ଖତ ପ୍ରସ୍ତୁତ କରାଯାଉଛି । ଆଉ ଏସବୁ କାମ ସ୍ୱୟଂ ସହାୟିକା ଗୋଷ୍ଠୀକୁ ଦିଆଯାଇଛି । ମହିଳା ସଦସ୍ୟଙ୍କ ଦ୍ୱାରା ଏହି କାର୍ଯ୍ୟ କରାଯାଉଛି ।
ଏବେ ଆସନ୍ତୁ ନଜର ପକାଇବା ଅଳିଆରୁ କେମିତି ପ୍ରସ୍ତୁତ ହେଉଛି ଜୈବିକ ସାର । ୨ ମାସ ପୂର୍ବରୁ ପୌରପାଳିକା ପକ୍ଷରୁ ସହରରୁ ଓଦା ଓ ଶୁଖିଲା ଆବର୍ଜନା ସଂଗ୍ରହ କରାଯାଇଥିଲା । ଆବର୍ଜନା ଗୁଡିକୁ ହୁଲୁରିସିଂହା, ମିଶ୍ରପଡା ଓ ହେମସୁରପଡା ଏମସିସିରେ ପକାଯାଉଥିଲା । ଓଦା ଅଳିଆ ସହ ଗୁଡ, ଦହି, ପାଣି ଓ କୁଣ୍ଡାରୁ ପ୍ରସ୍ତୁତ ରସାୟନିକ ମିଶ୍ରଣ କରାଯାଏ । ୪୨ ଦିନ ଧରି ଏହି ପ୍ରକ୍ରିୟା ଜାରି ରହିବା ପରେ ଜୈବିକ ଖତ ପ୍ରସ୍ତୁତ କରାଯାଇଛି । ଆଉ ଏହି ଜୈବିକ ଖତକୁ ୨୦ ଟଙ୍କାରେ ବିକ୍ରି କରାଯାଉଛି । ପ୍ଲାଂଟ ନିର୍ମାଣ ଓ କଂଚାମାଲ ପାଇଁ ସମସ୍ତ ଖର୍ଚ୍ଚ କରିବା ସହ ମେସିନ ଯୋଗାଇ ଦେଇଛି ଅନୁଗୁଳ ପୌରପାଳିକା ବହନ କରୁଛି ।

from Kanak News
via <a href="https://ifttt.com/?

ବିଜେଡି-ବିଜେପି ମହିଳା କାର୍ଡ ! ବିଜେଡି ପ୍ରତିଷ୍ଠା ଦିବସରେ ମହିଳା ସଂରକ୍ଷଣ ପ୍ରସଙ୍ଗ ଉଠାଇ ଜାତୀୟ ଦଳଙ୍କୁ ନବୀନଙ୍କ ଟାର୍ଗେଟ, କଡ଼ା ଜବାବ ରଖିଲେ ଧର୍ମେନ୍ଦ୍ର

କନକ ବ୍ୟୁରୋ: ବିଜେଡିର ଫୋକସରେ ମହିଳା । ମା ଆଗେଇଲେ ଦେଶ ଆଗେଇବ । ମାମାନେ ହିଁ ସମାଜ ଚକର ଅଖ । ସେମାନଙ୍କ ବିନା ବିକାଶର ରଥ ଆଗେଇବ ନାହିଁ । ମହିଳା ସଂରକ୍ଷଣର ପ୍ରସଙ୍ଗ ଉଠାଇ ବିଜେଡି ପ୍ରତିଷ୍ଠା ଦିବସରେ ଏଭଳି କିଛି କହିଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ । ୨୦୧୯ ସାଧାରଣ ନିର୍ବାଚନରେ ମହିଳା ପ୍ରାର୍ଥୀଙ୍କୁ ପ୍ରାଥମିକତା ଦେଇ ଆଂଚଳିକ ଦଳ ଇତିହାସ ସୃଷ୍ଟି କରିଛି ବିଜେଡି । ଏହି ଅଭିଜାନ ଜାରି ରହିଛି । ଏବଂ ଆଗକୁ ମଧ୍ୟ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସବୁ କ୍ଷେତ୍ରରେ ମହିଳାମାନଙ୍କର ସମାନ ଅଧିକାର ମିଳିବା ପର୍ଯ୍ୟନ୍ତ ଏବଂ ତାଙ୍କୁ ହକ୍ ମିଳିବା ପର୍ଯ୍ୟନ୍ତ ବିଜେଡି ଲଢ଼େଇ ଜାରି ରଖିବ ବୋଲି ଦଳର ପ୍ରତିଷ୍ଠା ଦିବସରେ ନବୀନ କହିଛନ୍ତି ।

ମହିଳା ସଂରକ୍ଷଣ ପ୍ରସଙ୍ଗରେ ଜାତୀୟ ଦଳମାନଙ୍କୁ ଟାର୍ଗେଟ କରିଛନ୍ତି ନବୀନ । କହିଛନ୍ତି, ନିର୍ବାଚନ ଆସିଲେ ବଡ ବଡ କଥା କୁହନ୍ତି ଜାତୀୟ ଦଳ । କିନ୍ତୁ ନିର୍ବାଚନ ସରିଗଲେ, ସବୁ ପ୍ରତିଶ୍ରୁତି ଭୁଲି ଯାଆନ୍ତି । ମହିଳା ସଂରକ୍ଷଣକୁ ଏକ ଆନ୍ଦୋଳନର ରୂପ ଦେବା ପାଇଁ ନବୀନ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି । ମହିଳା ସଶକ୍ତ ହେଲେ, ଦେଶ ସଶକ୍ତ ହେବ ବୋଲି ନବୀନ କହିବା ସହ ଏହି କ୍ରମରେ ବିଜୁ ପଟ୍ଟନାୟକ ଆରମ୍ଭ କରିଥିବା ଅଭିଯାନକୁ ଉଦାହରଣ ଭାବେ ରଖିଛନ୍ତି ।

ସେପଟେ ମହିଳା ସଂରକ୍ଷଣ ପ୍ରସଙ୍ଗରେ ନବୀନ ପଟ୍ଟନାୟକ ଜାତୀୟ ଦଳକୁ ଟାର୍ଗେଟ କରିଥିବା ବେଳେ, ଜବାବ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର କହିଛନ୍ତି କି, ମହିଳା ସଂରକ୍ଷଣ ପ୍ରସଙ୍ଗରେ ନବୀନ ପଟ୍ଟନାୟକ ଜାତୀୟ ଦଳକୁ ଟାର୍ଗେଟ କରିଥିବାବେଳେ, ଜବାବ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମୋଦି ସରକାର ସବୁବେଳେ ମହିଳାଙ୍କୁ ପ୍ରାଧାନ୍ୟ ଦେଇ ଆସିଛନ୍ତି । କରୋନାବେଳେ ଓଡିଶାରେ ଚାଷୀଙ୍କ ଖାତାକୁ ସିଧାସଳଖ ଟଙ୍କା ପଠାଇଛନ୍ତି । ମହିଳାମାନଙ୍କୁ ଉଜ୍ୱଳା ଯୋଜନାରେ ମାଗଣାରେ ୩ଟି ଲେଖାଏଁ ସିଲିଣ୍ଡର ଦେଇଛନ୍ତି । ବିଧବା ମହିଳାମାନଙ୍କୁ ଭତା ଦେଇଛନ୍ତି । ମହିଳାଙ୍କୁ କିଏ ଅବହେଳା କରିଛି, ରାଜ୍ୟବାସୀ ଠିକ୍ ଜାଣିଛନ୍ତି ବୋଲି କହିଛନ୍ତି ।

from Kanak News
via <a href="https://ifttt.com/?

କୃଷି ଯନ୍ତ୍ରାଂଶ କିଣାରେ ବ୍ୟାପକ ଦୁର୍ନୀତି । ଆତ୍ମା ଯୋଜନାରେ ପାଣିପମ୍ପ, ମିନି ରାଇସ ମିଲ ଯୋଗାଇ ଦେବାକୁ କହି ସବସିଡ୍ ଟଙ୍କା ହଡପ ଅଭିଯୋଗ । 

କନକ ବ୍ୟୁରୋ: ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକରେ କୃଷି ସବସିଡି ନାଁରେ ଚାଷୀଙ୍କୁ ଠକେଇ। କୃଷି ଓ କୃଷକର ଉନ୍ନତି ପାଇଁ ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ ଉନ୍ନତ ମାନର କୃଷି ଯନ୍ତ୍ରପାତି କିଣିବାକୁ ଆତ୍ମା ଯୋଜନା ମାଧ୍ୟମରେ ସବସିଡ୍ ମଧ୍ୟ ଯୋଗାଇଥାନ୍ତି । ହେଲେ କୃଷି ବିଭାଗର କିଛି ଅସାଧୁ କର୍ମଚାରୀ କୃଷି ଉପକରଣ ଯୋଗସିବା ନାଁରେ ଗରିବ ଆଦିବାସୀ ଚାଷୀଙ୍କୁ ଚଞ୍ଚକତା କରି କରି ଠକିବା ସାଙ୍ଗକୁ ସବସିଡ୍ ହାତେଇ ନେଇ ସରକାରଙ୍କୁ ଚୂନ ଲଗାଇ ଚାଲିଛନ୍ତି । 

ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ଡାଙ୍ଗସୋରଡା ପଂଚାୟତରୁ ଆସିଛି ଏଭଳି ଅଭିଯୋଗ । ଆତ୍ମା ଯୋଜନାରେ ପାଣିପମ୍ପ, ମିନି ରାଇସ ମିଲ ଯୋଗାଇ ଦେବା ନାଁରେ ଚାଷୀଙ୍କ ପ୍ରଲୋଭନ ଦେଖାଇ କୃଷି ବିଭାଗର କର୍ମଚାରୀ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଛନ୍ତି । ମିନି ହଲର ଯୋଗାଇ ଦେବାକୁ କହି ଚାଷୀଙ୍କ ବ୍ୟାଙ୍କ ଆକାଉଂଟଟକୁ ଆସୁଥିବା ସବସିଡ୍ ଟଙ୍କାକୁ ବି ହଡପ କରିନେଇଥିବା ଚାଷୀ ଅଭିଯୋଗ କରିଛନ୍ତି ।

ଚାଷୀଙ୍କ ବ୍ୟାଙ୍କ ଚେକ୍ ଆଗୁଆ ଦସ୍ତଖତ ନିଅନ୍ତି ବିଭାଗୀୟ ଅଧିକାରୀ ! ଫର୍ମପୂରଣ ବେଳେ ଚାଷୀଙ୍କ ବଦଳରେ ନିଜ ମୋବାଇଲ ନମ୍ବର ଦେଇ ଠକି ନିଅନ୍ତି ସବସିଡ ଟଙ୍କା! ଡାଙ୍ଗସୋରଡାରେ ଆତ୍ମାର ଆସିଷ୍ଟାଂଟ ଟେକନିକାଲ ମ୍ୟାମେନଜର  ଭାବେ କାମ କରୁଥିବା ପ୍ରଭାତ କୁମାର ସାହୁ, ବ୍ୟାଙ୍କ କାଗଜ ପତ୍ର ଓ ଚେକବୁକରେ ଚାଷୀଙ୍କ ଠାରୁ ଆଗକୁ ହସ୍ତଖତ ନେଇ ଫର୍ମ ପୂରଣ କରନ୍ତି । ଏବଂ ଫର୍ମ ପୂରଣ ବେଳେ ନିଜ ନମ୍ବର ଦେଇ ଚଂଚକତା କରି ଏନଇଏଫଟି ଜରିଆରେ ନିଜ ଆକାଉଂଟକୁ ସବସିଡ୍ ଟଙ୍କା ଟ୍ରାନ୍ସଫର କରିଥିବା ଅଭିଯୋଗ ହୋଇଛି । ଏହି ସଂପର୍କରେ ପ୍ରତିକ୍ରିୟା ରଖି ଜିଲ୍ଲା କୃଷି ଅଧିକାରୀ କହିଛନ୍ତି ଅଭିଯୋଗର ତଦନ୍ତ କରାଯାଇ ଦୃଷି କାର୍ଯ୍ୟାନୁଷ୍ଠାନ ନିଆଯିବ ।

ତେବେ ବ୍ଲକ କୃଷି କର୍ମଚାରୀଙ୍କ ଦ୍ୱାରା ଚାଷୀଙ୍କୁ ବାରମ୍ବାର ଠକେଇ କରାଯାଉଛି । ଚାଷୀଙ୍କ ନାଁରେ କିଣା ଯାଉଥିବା ବିଭିନ୍ନ କୃଷି ଯନ୍ତ୍ରାଂଶର ସବସିଡ ଟଙ୍କାକୁ ବିଭାଗୀୟ ଅଧିକାରୀ ଠକି ନେଉଥିବା ବେଳେ ଏହାର ଉଚ୍ଚ ସ୍ତରୀୟ ତଦନ୍ତ ଦାବି ହୋଇଛି । 

from Kanak News
via <a href="https://ifttt.com/?

ଡି-ବ୍ରଦର୍ସଙ୍କ ଘରେ ଗୁପ୍ତ କୋଠରୀ । ଧଳସାମନ୍ତଙ୍କ ଘରୁ ବନ୍ଧୁକ ଓ ଗୁଳି ଜବତ ଘଟଣାରେ ସାମ୍ବାଦିକ ସମ୍ମିଳନୀ କରି ଗୁପ୍ତ କୋଠରୀ କଥା କହିଲେ କଟକ ଡିସିପି

କନକ ବ୍ୟୁରୋ: କଟକ ଡି-ବ୍ରଦର୍ସଙ୍କ ଘରେ ଦ୍ୱିତୀୟ ଦିନରେ ବି ଚଢାଉ କରିଛି ପୁଲିସ । କଟକ ଡି-ବ୍ରଦର୍ସଙ୍କ ବେଆଇନ୍ ବନ୍ଧୁକ କାବରାର ପ୍ରସଙ୍ଗରେ ସାମ୍ବାଦିକ ସମ୍ମିଳନୀ କରି କଟକ ଡିସିପି କହିଛନ୍ତି ବନ୍ଧୁକ ରଖିବା ପାଇଁ ଧଳସାମନ୍ତଙ୍କ ଘରେ କରାଯାଇଥିଲା ଗୁପ୍ତ କୋଠରୀ । ଆଜି ସାନଭାଇ ସୁଶୀଲକୁ ଆଣି ଜେରା କରୁଛି କମିଶନରେଟ୍ ପୋଲିସ୍ । ଗତକାଲି ସିକ୍ରେଟ ଚାମ୍ବରୁ ମିଳିଥିଲା ଟଙ୍କା, ବନ୍ଧୁକ ଓ ଗୁଳି । ଗ୍ୟାଙ୍ଗଷ୍ଟର ଡି-ବ୍ରଦର୍ସଙ୍କୁ ତିନି ଦିିନିଆ ରିମାଣ୍ଡରେ ନେଇ ଜେରା କରୁଛି ପୁଲିସ୍ । 

କିଛି ଦିନ ତଳେ ଡି-ବ୍ରଦର୍ସଙ୍କ ଘରେ ପୁଲିସ୍ ଚଢ଼ାଉ କରିଥିଲା । ଏହି ସମୟରେ ବହୁ ନୂଆ ତଥ୍ୟ ସାମ୍ନାକୁ ଆସିଥିଲା । ଡି-ବ୍ରଦର୍ସଙ୍କ ଘରୁ ବହୁ ପରିମାଣର ମାରଣାସ୍ତ୍ର ଜବତ ହୋଇଥିଲା । ୧୦ରୁ ଅଧିକ ବନ୍ଧୁକ ସହ ବହୁ ଗୁଳିଗୋଳା ଜବତ କରିଥିଲା ପୁଲିସ୍ । ୧୬ଟି ବନ୍ଧୁକ, ୧୦୯୫ ରାଉଣ୍ଡ ଗୁଳି, ୨୪ ମାଗାଜିନ, ୧୬ଟି ମୋବାଇଲ, ୪ଟି ମୋଟର ସାଇକେଲକୁ ଜବତ ହୋଇଥିଲା । ଦୁଇ ଧଳସାମନ୍ତ ବ୍ରଦର୍ସଙ୍କ ଇଙ୍ଗିତରେ ବେଆଇନ ବନ୍ଧୁକ କାରବାର କରୁଥିବା ୮ଜଣଙ୍କୁ ମଧ୍ୟ ଗିରଫ ହୋଇଥିଲେ । ଏସବୁ ବନ୍ଧୁକ ବିହାରରୁ ଆସୁଥିବାର ଲିଙ୍କ ପୁଲିସ୍ ହାତରେ ଲାଗିଥିଲା । ଏହି ମାମଲାର ଅଧିକ ଖୋଳତାଡ଼ ଜାରି ରହିଛି । 

from Kanak News
via <a href="https://ifttt.com/?

Design a site like this with WordPress.com
Get started