ପରୀ ହତ୍ୟା ମାମଲାକୁ ନେଇ ପ୍ରଥମଥର ମୁହଁ ଖୋଲିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଲେ, ପରୀ ହତ୍ୟାରେ ସିବିଆଇ ତଦନ୍ତ ହେଉ ।

କନକ ବ୍ୟୁରୋ : ପରୀ ମାମଲାର ତଦନ୍ତକୁ ନେଇ ପ୍ରଥମଥର ମୁହଁ ଖୋଲିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଲେ, ପରୀ ହତ୍ୟାକାଣ୍ଡରେ ସିବିଆଇ ତଦନ୍ତ ଦାବି କରାଯାଉ । ସିବିଆଇ ତଦନ୍ତ ହେଲେ ପରୀ ମାମଲାର ତଥ୍ୟ ସାମ୍ନାକୁ ଆସିପାରିବ । ଏହାସହ ପରୀ ମାମଲାରେ ତା ବାପା, ମା’ କିଛି ପ୍ରଶ୍ନ ଉଠାଇଛନ୍ତି । ଏହି ପ୍ରଶ୍ନର ଉତ୍ତର କେବଳ ଗୋଟିଏ ନିରପେକ୍ଷ ସଂସ୍ଥା ହିଁ ଦେଇ ପାରିବ ।

ଏହାସହ ଏହି ଘଟଣାରେ ରାଜ୍ୟ ସରକାରଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି ରାଜ୍ୟ ସରକାର ନିଜ ଦୋଷ ଦୁର୍ବଳତାକୁ ନଲୁଚାଇବା ଉଚିତ । ହାଥରସ ମାମଲାରେ ସିବିଆଇ ତଦନ୍ତ କରିବାରୁ ନୂଆ ତଥ୍ୟ ସାମ୍ନାକୁ ଆସିଥିଲା ।

ପରୀ ହତ୍ୟା ମାମଲାରେ ଅଭିଯୁକ୍ତ ସରୋଜ ସେଠୀକୁ ଏସଆଇଟି ଗିରଫ କରିଥିଲେ ମଧ୍ୟ ଏସଆଇଟି ତଦନ୍ତରେ ସନ୍ତୁଷ୍ଟ ନାହାନ୍ତି ପରୀର ପରିବାର । ଏହି ଘଟଣାରେ ସିବିଆଇ ତଦନ୍ତ ପାଇଁ ଜୋର ଧରିଛି । ଏହାସହ ବିରୋଧୀ ବିଜେପି ମଧ୍ୟ ଏହି ଘଟଣାକୁ ସିବିଆଇ ତଦନ୍ତ ପାଇଁ ପରୀର ଗାଁ ଯଦୁପୁରକୁ ପଦ ଯାତ୍ରା ଆରମ୍ଭ କରିଥିଲା ।

from Kanak News
via <a href="https://ifttt.com/?

ନୂଆବର୍ଷରେ ପ୍ରଧାନମନ୍ତ୍ରୀଙ୍କ ଜମ୍ମୁ-କାଶ୍ମୀରବାସୀଙ୍କୁ ଉପହାର । ଜମ୍ମୁ-କାଶ୍ମୀରବାସୀଙ୍କ ପାଇଁ ଲାଗୁହେଲା ଆୟୁଷ୍ମାନ ଭାରତ ଯୋଜନା

କେନ୍ଦ୍ରସରକାରଙ୍କ ଦ୍ୱାରା ପାରିତ ହୋଇଥିବା ଆୟୁଷ୍ମାନ ଭାରତ ଯୋଜନାକୁ ନେଇ କେନ୍ଦ୍ର ଓ ବିଭିନ୍ନ ରାଜ୍ୟ ମଧ୍ୟରେ ବିବାଦ ଲାଗି ରହିଥିବା ବେଳେ ଜମ୍ମୁ-କାଶ୍ମୀରରେ ଏହାକୁ ଲାଗୁ କରିଛନ୍ତି ପ୍ରଧାନମନ୍ତ୍ରୀ । ଏନେଇ ଶନିବାରଦିନ ଭିଡିଓ କନଫେରେନ୍ସିଂ ମାଧ୍ୟମରେ ଏହାକୁ ଉଦଘାଟନ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଉଦଘାଟନ ପରେ ଏବେ ଜମ୍ମୁ-କଶ୍ମୀରବାସୀଙ୍କ ମାଗଣାରେ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବ । କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନା ଅନ୍ତର୍ଗତ ଫ୍ଲୋଟର ବେସିସରେ ପ୍ରତି ପରିବାରକୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ସେବା ମାଗଣାରେ ସରକାରଙ୍କ ତରଫରୁ ଯୋଗାଇ ଦିଆଯିବ । ମାଗଣା ସ୍ୱାସ୍ଥ୍ର୍ୟସେବା ପାଇଁ ରାଜ୍ୟର ୨୨୯ ଟି ସରକାରୀ ଏବଂ ୩୫ ଟି ଘରୋଇ ହସ୍ପିଟାଲକୁ ତାଲିକାଭୁକ୍ତ କରାଯାଇଛି । ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମୁତାବକ ତାଲିକାଭକ୍ତ ଯେକୌଣସି ହସ୍ପିଟାଲରେ ଲୋକମାନେ ମାଗଣାରେ ଚିକିତ୍ସା କରାଇ ପାରିବେ ।

କହିରଖୁ କି ପ୍ରଧାନମନ୍ତ୍ରୀ ଗରିବ ଲୋକଙ୍କ ପାଇଁ ୨୩ ସେପ୍ଟେମ୍ବର ୨୦୧୮ ରେ ଶୁଭାରମ୍ଭ କରିଥିଲେ । ଏହା ପରେ ଏହାକୁ ନେଇ ବିଭିନ୍ନ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ବିବାଦ ଦେଖିବାକୁ ମିଳିଥିଲା । ଓଡିଶା ଓ ପଶ୍ଚିମବଙ୍ଗ ରାଜ୍ୟ ସରକାର ଏହାକୁ ଲାଗୁ କରିବାକୁ ରାଜି ହୋଇନଥିଲେ । ସେମାନେ କହିଥିଲେ କି ଗରିବ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ସେମାନଙ୍କର ନିଜସ୍ୱ ଯୋଜନା ରହିଛି । କେନ୍ଦ୍ର ସରକାର ସେହି ଯୋଜନାକୁ ଆହୁରି ବଳଶାଳୀ କରିବାକୁ ଅର୍ଥ ପ୍ରଦାନ କରନ୍ତୁ । ହେଲେ ଏହାକୁ କେନ୍ଦ୍ର ସରକାର ଆଜି ପର୍ଯ୍ୟନ୍ତ ଗ୍ରହଣ କରିନାହାନ୍ତି । ଅନ୍ୟପଟେ ଜମ୍ମୁ-କାଶ୍ମୀରରୁ ୩୭୦ ହଟିବା ପରେ ସେଠାରେ ବିଭିନ୍ନ ସେବାକୁ ଏବେ ବି ବନ୍ଦ ରଖାଯାଇଛି । ଲୋକମାନେ ଇଣ୍ଟରନେଟ୍ ସେବା ପାଇବାରୁ ମୁଖ୍ୟତ ବଂଚିତ ରହିଛନ୍ତି । ଏଭଳି ସ୍ଥଳେ ପ୍ରଧାନମନ୍ତ୍ରୀ ଜମ୍ମୁ-କାଶ୍ମୀରରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବାକୁ ବିରୋଧୀ ରାଜନୀତି ବୋଲି କହିଛି ।

from Kanak News
via <a href="https://ifttt.com/?

ଢ଼େଙ୍କାନାଳରେ ବିଜେପିର ଚାଷୀ ସମ୍ମିଳନୀ : ନୂଆ କୃଷି ଆଇନ ନେଇ କୃଷକଙ୍କୁ ବୁଝାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଲେ , ନୂଆ କୃଷି ଆଇନ ଯୋଗୁ ଚାଷୀଙ୍କର ଲାଭ ବଢ଼ିବ 

ଭାରତୀୟ ଜନତା ପାର୍ଟି ଢେଙ୍କାନାଳ ଶାଖା ପକ୍ଷରୁ ଆଜି ସ୍ଥାନୀୟ ମିନି ଷ୍ଟାଡିୟମ ଠାରେ କୃଷକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏଥିରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏଥିରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦବୋଧନ ଦେଇ କହିଛନ୍ତି ଯେ ଚାଷୀଙ୍କୁ ଆତ୍ମନିର୍ଭର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଜନା ଆରମ୍ଭ କରିଛନ୍ତି। ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବାକୁ କାର୍ୟ୍ୟକ୍ରମ ଆରମ୍ଭ ହୋଇଛି, କୃଷିକୁ ବ୍ୟବସାୟର ରୂପ ଦେବା ପାଇଁ ପଦକ୍ଷେପ ନିଆଯାଇଛି। ନୂଆ କୃଷି ଆଇନ ଯୋଗୁ ଚାଷୀଙ୍କର ଲାଭ ବଢ଼ିବ ବୋଲି ବି ସେ ଜୋର୍ ଦେଇ କହିଛନ୍ତି।

ଏଥିରେ ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ପୂର୍ବତନ ରାଜସ୍ବ ମନ୍ତ୍ରୀ ମନମୋହନ ସାମଲ,ରାଜ୍ୟ କୃଷକ ମୋର୍ଚ୍ଚାର ସଭାପତି ପ୍ରଦୀପ ପୁରୋହିତ, ବିଜେପି ନେତ୍ରୀ ପିଙ୍କି ପ୍ରଧାନ, ଢେଙ୍କାନାଳର ପୂର୍ବତନ ସାଂସଦ ରୁଦ୍ର ନାରାୟଣ ପାଣି, ଅନୁଗୁଳ ଜିଲ୍ଲା ସଭାପତି ଦିଲେଶ୍ଵର ପ୍ରଧାନ, ପୂର୍ବତନ ବିଧାୟକ କୃଷ୍ଣ ଚନ୍ଦ୍ର ପାତ୍ର, ଢେଙ୍କାନାଳ ପ୍ରଭାରୀ ପ୍ରଭାତି ପରିଡ଼ା ପ୍ରମୁଖଙ୍କ ସମେତ ବହୁ କାର୍ୟ୍ୟକର୍ତ୍ତା ମଞ୍ଚାସୀନ ଥିଲେ। ଏହି କାର୍ୟ୍ୟକ୍ରମରେ ଢେଙ୍କାନାଳ ଓ ଅନଗୁଳ ଜିଲ୍ଲାର ବହୁ ଚାଷୀ ଯୋଗ ଦେଇଥିଲେ।

from Kanak News
via <a href="https://ifttt.com/?

କଟକ ଡି-ବ୍ରଦର୍ସଙ୍କ ଘରେ ଦ୍ୱିତୀୟ ଦିନରେ ରେଡ୍ : ସାନଭାଇ ସୁଶୀଲକୁ ଆଣି ଜେରା କରୁଛି କମିଶନରେଟ୍ ପୋଲିସ୍ , ଗତକାଲି ସିକ୍ରେଟ ଚାମ୍ବରରୁ ମିଳିଥିଲା ଟଙ୍କା , ବନ୍ଧୁକ ଓ ଗୁଳି

କଟକ ଡି-ବ୍ରଦର୍ସଙ୍କ ଘରେ ଦ୍ୱିତୀୟ ଦିନରେ ରେଡ୍ । ସାନଭାଇ ସୁଶୀଲକୁ ଆଣି ଜେରା କରୁଛି କମିଶନରେଟ୍ ପୋଲିସ୍ । ଗତକାଲି ସିକ୍ରେଟ ଚାମ୍ବରୁ ମିଳିଥିଲା ଟଙ୍କା , ବନ୍ଧୁକ ଓ ଗୁଳି । ଗ୍ୟାଙ୍ଗଷ୍ଟର ଡି-ବ୍ରଦର୍ସଙ୍କୁ ତିନି ଦିିନିଆ ରିମାଣ୍ଡରେ ନେଇ ଜେରା କରୁଛି ପୁଲିସ୍ । କିଛି ଦିନ ତଳେ ଡି-ବ୍ରଦର୍ସଙ୍କ ଘରେ ପୁଲିସ୍ ଚଢ଼ାଉ କରିଥିଲା । ଏହି ସମୟରେ ବହୁ ନୂଆ ତଥ୍ୟ ସାମ୍ନାକୁ ଆସିଥିଲା । ଡି-ବ୍ରଦର୍ସଙ୍କ ଘରୁ ବହୁ ପରିମାଣର ମାରଣାସ୍ତ୍ର ଜବତ ହୋଇଥିଲା । ୧୦ରୁ ଅଧିକ ବନ୍ଧୁକ ସହ ବହୁ ଗୁଳିଗୋଳା ଜବତ କରିଥିଲା ପୁଲିସ୍ । ୧୬ଟି ବନ୍ଧୁକ, ୧୦୯୫ ରାଉଣ୍ଡ ଗୁଳି, ୨୪ ମାଗାଜିନ, ୧୬ଟି ମୋବାଇଲ, ୪ଟି ମୋଟର ସାଇକେଲକୁ ଜବତ ହୋଇଥିଲା । ଦୁଇ ଧଳସାମନ୍ତ ବ୍ରଦର୍ସଙ୍କ ଇଙ୍ଗିତରେ ବେଆଇନ ବନ୍ଧୁକ କାରବାର କରୁଥିବା ୮ଜଣଙ୍କୁ ମଧ୍ୟ ଗିରଫ ହୋଇଥିଲେ । ଏସବୁ ବନ୍ଧୁକ ବିହାରରୁ ଆସୁଥିବାର ଲିଙ୍କ ପୁଲିସ୍ ହାତରେ ଲାଗିଥିଲା । ଏହି ମାମଲାର ଅଧିକ ଖୋଳତାଡ଼ ଜାରି ରହିଛି ।

from Kanak News
via <a href="https://ifttt.com/?

ବିଜେଡିର ୨୪ ତମ ପ୍ରତିଷ୍ଠା ଦିବସ । ଦଳର ନେତା ଓ କର୍ମୀଙ୍କୁ ଶୁଭେଚ୍ଛା ସହ ଆହ୍ୱାନ ଦେଲେ ନବୀନ, ନେତା ବଖାଣିଲେ ନବୀନଙ୍କ ସରଳ ଜୀବନଯାପନର କଥା ।

କନକ ବ୍ୟୁରୋ : ଆଜି ସାରା ରାଜ୍ୟରେ ବିଜେଡି ପାଳୁଛି ୨୪ ତମ ପ୍ରତିଷ୍ଠା ଦିବସ । ଏହି ଅବସରରେ ଦଳ ତରଫରୁ ରାଜଧାନୀରେ ଥିବା ରାଜ୍ୟ କାର୍ଯ୍ୟଳୟରେ ଏହାକୁ ମହା ଆଡମ୍ବରରେ ପାଳନ କରାଯାଇଛି । ଦଳର ଶହ ଶହ କର୍ମୀ ଓ ନେତା ମାନେ ଏହି ପ୍ରତିଷ୍ଠା ଦିବସରେ ଉପସ୍ଥିତ ଥିବା ଦଳର ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫେରେନ୍ସସିଂ ମାଧ୍ୟମରେ ସଭାକୁ ଉଦବୋଧନ ଦେଇଛନ୍ତି । ସେ ପ୍ରଥମେ ଦଳର ନେତା ଓ କର୍ମୀ ମାନଙ୍କୁ ଶୁଭେଚଛା ଜଣାଇଥିଲେ । ଏହା ସହ ଶ୍ରେଷ୍ଠ ଓଡିଶା ଗଠନ ପାଇଁ ଦଳୀୟ କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସେ କହିଥିଲେ କି ଆପଣ ମାନଙ୍କ ଭଲ ପାଇବା, ଆଶୀର୍ବାଦ ଓ ଉତ୍ସର୍ଗୀକୃତ କାର୍ଯ୍ୟ ପାଇଁ ଓଡିଶାରେ ବିଜେଡି ଲୋକଙ୍କ ଦଳ ଭାବେ ବେସ ପରିଚିତ ହୋଇପାରିଛି ।

ମୁଖ୍ୟମନ୍ତ୍ରୀ ଭିଡିଓ କନଫେରେନ୍ସିଂ ମାଧ୍ୟମରେ ଦଳର କର୍ମୀଙ୍କୁ ଉଦବୋଧନ ଦେବା ବେଳେ ମୁଖ୍ୟତ ମହିଳା ସଂରକ୍ଷଣକୁ ଗୁରୁତ୍ୱ ଦେଇଛନ୍ତି । ଏନେଇ ସେ ଜାତୀୟ ଦଳ ମାନଙ୍କୁ ଟାର୍ଗେଟ କରି କହିଛନ୍ତି କି ମହିଳା ସଂରକ୍ଷଣ ନେଇ ଜାତୀୟ ଦଳ ମାନେ ବଡ ବଡ କଥା କହୁଛନ୍ତି । ହେଲେ ମହିଳା ସଂରକ୍ଷଣ ନେଇ ପ୍ରତ୍ୟେକ ସ୍ତରରେ ବିଜେଡି ପ୍ରସଙ୍ଗ କରିବ । ଭାରତରେ ସମସ୍ତ ମହିଳାଙ୍କୁ ଏନେଇ ସଚେତନ କରିବାକୁ ଦଳ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ଆରମ୍ଭ କରିବ । ମହିଳା ସଂରକ୍ଷଣକୁ ଏକ ଆନ୍ଦୋଳନର ରୂପ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମା’ ମାନଙ୍କର ହକ୍ ସେମାନଙ୍କୁ ଦେବାକୁ ପଡିବ । ମା’ ଆଗେଇଲେ ଦେଶ ଆଗେଇବ ବୋଲି କହିଛନ୍ତି ମୁଖ୍ୟମନ୍ତୀ । ଏହା ମୋର ସ୍ପପ୍ନ ସହିତ ବିଜୁ ବାବୁ ମହିଳା ମାନଙ୍କୁ ସଶକ୍ତ କରିବାକୁ ମଧ୍ୟ ସ୍ୱପ୍ନ ଦେଖିଥିଲେ । ମହିଳାଙ୍କ ପାଇଁ ପ୍ରଥମେ ବିଜୁ ବାବୁ ୩୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରିଥିଲେ । ଯାହାକି ୧୯୯୨ ରେ ପଂଚାୟତ ଓ ଚାକିରିରେ ଲାଗୁ କରାଯାଇଥିଲା । ସେ ସମୟରେ ବିଜୁ ବାବୁଙ୍କ ପଦକ୍ଷେପ ସାରା ଦେଶରେ ଆଲୋଡନ ସୃଷ୍ଟି କରିଥିବା କଥା ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହା ସହ ବିଜେଡି ପଂଚାୟତରେ ମହିଳାଙ୍କୁ ୫୦ ପ୍ରତିଶତ ସଂରକ୍ଷଣ ହେଇଛୁ । ଏହାସହ ୨୦୧୯ ନିର୍ବାଚନରେ ବିଜେଡି ୩୩ ପ୍ରତିଶତ ମହିଳାଙ୍କୁ ଟିକେଟ୍ ଦେଇଥିବା କଥା ସ୍ପଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ । ଅନ୍ୟପଟେ ଏହାକୁ ଏକ ଜାତୀୟ ପ୍ରସଙ୍ଗ କରିବାକୁ ସଂସଦ ଓ ବିଧାନସଭାରେ ବିଜେଡି ଲଢେଇ ଜାରି ରଖିଛି ।

ସେପଟେ ନବୀନ ପଟ୍ଟନାୟକଙ୍କ ଶରଳ ଜୀବନଯାପନ ଉପରେ ବୟାନ ରଖିଛନ୍ତି ସଂଗଠନର ସଂପାଦକ ପ୍ରଣବ ପ୍ରକାଶ ଦାସ । ସେ କହିଛନ୍ତି କି, ବିଜେଡି ପ୍ରତିଷ୍ଠା ଦିବସ ପାଳନ ଅବସରରେ ଦଳର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ନବୀନ ପଟ୍ଟନାୟକଙ୍କ ସରଳ ଜୀବନଯାପନ ସମ୍ପର୍କରେ ସୂଚନା ଦେଇଛନ୍ତି । ପ୍ରଣବ କହିଛନ୍ତି, ନବୀନ ନିବାସରେ ଥିବା ଏକ ଛୋଟିଆ ଅତି ନିରାଡମ୍ବର ଭାବରେ ଜୀବନଯାପନ କରନ୍ତି ମୁଖ୍ୟମନ୍ତ୍ରୀ । ନବୀନ ନିବାସ ପଛ ପଟେ ଥିବା ଏକ ୱାନ-ବିଏଚ-କେ ରୁମରେ ରହି ଦଳ ଓ ରାଜ୍ୟର ଶାସନ କଥା ବୁଝନ୍ତି । ମୁଖ୍ୟମନ୍ତ୍ରୀଙ୍କ ତ୍ୟାଗ ଓ ବଳିଦାନ ସବୁବେଳେ ଦଳୀୟ ନେତା ଓ କର୍ମୀଙ୍କୁ ପ୍ରେରଣା ଯୋଗାଇ ଆସିଛି ବୋଲି କହିଛନ୍ତି ପ୍ରଣବ ।

from Kanak News
via <a href="https://ifttt.com/?

ପ୍ରସିଦ୍ଧ ହିନ୍ଦୀ କବି ଗୁଲଜାରଙ୍କ କବିତା ସଂକଳନରେ ସ୍ଥାନ ପାଇଲେ ହଳଧର : ପୁସ୍ତକରେ ସ୍ଥାନ ପାଇଛି ହଳଧରଙ୍କ ଦୁଇଟି କବିତା 

ପ୍ରସିଦ୍ଧ ହିନ୍ଦୀ କବି ଗୁଲଜାରଙ୍କ କବିତା ସଂକଳନରେ ସ୍ଥାନ ପାଇଛି ପଦ୍ମଶ୍ରୀ ହଳଧର ନାଗଙ୍କ ଦୁଇଟି କବିତା । ଗୁଲଜାରଙ୍କ କବିତା ସଂକଳନ ‘ଏ ପୋଏମ ଏ ଡେ’ପୁସ୍ତକରେ ସ୍ଥାନ ପାଇଛି ହଳଧରଙ୍କ ଦୁଇଟି କବିତା  ।

ପଂଚାମୃତ ଓ ଚିଠି ଦେଉଛିରେ ହଳଧର ଏହି ଦୁଇଟି କବିତାକୁ ପୁସ୍ତକର ପ୍ରଥମେ ସ୍ଥାନ ଦିଆଯାଇଛି । ସଂକଳନରେ ରହିଛି ୩୪ ଟି ଭାଷାର ୨୭୯ କବିଙ୍କ ୩୬୫ କବିତା । ଗୁଲଜାରଙ୍କ ଦ୍ୱାରା ସଂକଳିତ କବିତା ସଂକଳନର ଏକ କପି ହଳଧର ପାଇବା ପରେ ଧନ୍ୟବାଦ ଜଣାଇଛନ୍ତି । ଗତ ୨୦୧୯ ମସିହାରେ ହଳଧର ନାଗଙ୍କୁ ନେଇ ଗୁଲଜାର ଏକ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରସ୍ତୁତ କରିଥିଲେ । ଯେଉଁଥିରେ ଓଡିଶାର ଆଦିବାସୀ ସଂସ୍କୃତି ଓ ହଳଧରଙ୍କ କବିତା ସ୍ଥାନ ଦିଆଯାଇଥିଲା ।   

from Kanak News
via <a href="https://ifttt.com/?

ମେଲବୋର୍ଣ୍ଣ ବକ୍ସିଂ ଡେ ଟେଷ୍ଟ : ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ୧୯୫ ରନରେ ଅଲଆଉଟ୍  , ୫ ଖେଳାଳି ଛୁଇଁ ପାରିଲେନି ଦୁଇ ଅଙ୍କ ; ବୁମରାଙ୍କୁ ୪, ଅଶ୍ୱିନୀଙ୍କୁ ୩ ୱିକେଟ ସଫଳତା 

ଶନିବାର ଦିନ ମେଲ୍‌ବର୍ଣ୍ଣ କ୍ରିକେଟ୍‌ ଗ୍ରାଉଣ୍ଡ୍‌ରେ ଆରମ୍ଭ ହୋଇଥିବା ଦ୍ୱିତୀୟ ଟେଷ୍ଟ୍‍ କ୍ରିକେଟ୍‌ ମ୍ୟାଚ୍‌ର ପ୍ରଥମ ଦିନରେ ଭାରତ ଅଷ୍ଟ୍ରେଲିଆକୁ ୧୯୫ ରନ୍‌ରେ ଅଲ୍‌ ଆଉଟ୍‌ କରିଛି। ପେସ୍‌ ବୋଲର୍‌ ଜସ୍‌ପ୍ରିତ୍‌ ବୁମ୍‌ରା ୫୬ ରନ୍‌ ବିନିମୟରେ ୪ଟି ଓ୍ଵିକେଟ୍‌ ଅକ୍ତିଆର୍‌ କରିଥିବା ବେଳେ ରବିଚନ୍ଦ୍ରନ ଅଶ୍ୱିନୀ ୩୫ ରନ୍‌ ଦେଇ ୩ଟି ଓ୍ଵିକେଟ୍‌ ହାସଲ କରିଛନ୍ତି। ଟସ୍‌ ଜିଣି ଅଷ୍ଟ୍ରେଲିଆ ମେଲ୍‌ବର୍ଣ୍ଣ କ୍ରିକେଟ୍‌ ଗ୍ରାଉଣ୍ଡ୍‌ରେ ବ୍ୟାଟିଙ୍ଗ୍‌ କରିବାକୁ ନିଷ୍ପତ୍ତି ନେବା ପରେ ଜସ୍‌ପ୍ରିତ୍‌ ବୁମ୍‌ରା, ରବି ଅଶ୍ୱିନୀ ଏବଂ ମହମ୍ମଦ ସିରାଜ ବୋଲିଙ୍ଗ୍‌ କରି ଓ୍ଵିକେଟ୍‌ ଅକ୍ତିଆର କରିଥିଲେ।

 

ବୋଲର୍‌ମାନଙ୍କର ବାଉନ୍‌ସ୍‌ ଓ ସ୍ପିନ୍‌ ବଲ୍‌କୁ ସାମ୍ନା କରି ଅଷ୍ଟ୍ରେଲିଆର ବ୍ୟାଟ୍ସ୍‌ମ୍ୟାନ୍‌ ମାର୍ଣ୍ଣସ୍‌ ଲାବୁସ୍‌ଚେନ୍‌ ସର୍ବାଧିକ ୪୮ ରନ୍‌ ସଂଗ୍ରହ କରିଛନ୍ତି। ସେହିଭଳି ଭାରତୀୟ ବୋଲର୍‌ ବୁମ୍‌ରା ୫୬ ରନ୍‌ ଦେଇ ସର୍ବାଧିକ ୪ଟି ଓ୍ଵିକେଟ୍‌ ଅକ୍ତିଆର କରିଛନ୍ତି। ଅଷ୍ଟ୍ରେଲିଆ ଏହି ଇନିଙ୍ଗ୍‌ସ୍‌ରେ ସମୁଦାୟ ୭୨.୩ ଓଭର୍‌ ଖେଳିଛି। ଭାରତୀୟ ବୋଲର୍‌ ରବୀନ୍ଦ୍ର ଜାଡ଼େଜା ଅଷ୍ଟ୍ରେଲୀୟ ବ୍ୟାଟ୍‌ସ୍‌ମ୍ୟାନ୍‌ ପ୍ୟାଟ୍‌ କୁମିନ୍‌ସ୍‌ଙ୍କୁ ଆଉଟ୍‌ କରିବା ପରେ ଅଷ୍ଟ୍ରେଲୀୟ ଇନିଙ୍ଗ୍‌ସ୍‌ର ସମାପ୍ତି ଘଟିଥିଲା। ଆଡିଲେଡ୍‌ରେ ଅନୁଷ୍ଠିତ ପ୍ରଥମ ଟେଷ୍ଟ୍‍ ମ୍ୟାଚ୍‌ରେ ଭାରତକୁ ୮ ଓ୍ଵିକେଟ୍‌ରେ ପରାସ୍ତ କରି ଅଷ୍ଟ୍ରେଲିଆ ଏହି ସିରିଜ୍‌ରେ ୧-୦ରେ ଅଗ୍ରଣୀ ରହିଛି।

from Kanak News
via <a href="https://ifttt.com/?

ବିଜେଡିର ପ୍ରତିଷ୍ଠା ଦିବସରେ ନବୀନ ଖେଳିଲେ ମହିଳା କାର୍ଡ । ମହିଳାଙ୍କ ସଂରକ୍ଷଣ କଥା ଉଠାଇଲେ, ଜାତୀୟ ଦଳର ଅସଲ ଚେହେରାକୁ ପଦାରେ ପକାଇଲେ ।

କନକ ବ୍ୟୁରୋ : ବିଜେଡିର ୨୪ତମ ପ୍ରତିଷ୍ଠା ଦିବସରେ ନବୀନ ଜାତୀୟ ଦଳ ଗୁଡିକୁ ଟାର୍ଗେଟ କରିବା ସହ ଖେଳିଛନ୍ତି ମହିଳା କାର୍ଡ । ମାଆ ଆଗେଇଲେ ଦେଶ ଆଗେଇବ କହି ନବୀନ ବିରୋଧୀଙ୍କୁ କଡା ଜବାବ ମଧ୍ୟ ଦେଇଛନ୍ତି । ମହିଳା ସଶକ୍ତୀକରଣର କଥା ଉଠାଇ ନବୀନ କହିଛନ୍ତି, ମାଆ ମାନେ ହେଉଛନ୍ତି ସମାଜର ରଥର ଅଖ । ସେମାନଙ୍କ ବିନା ଏହି ରଥ ଆଗକୁ ବଢିପାରିବ ନାହିଁ । ଏହାଛଡା ମହିଳାଙ୍କୁ ବିଜେଡି କେତେ ଗୁରୁତ୍ୱ ଦିଏ ତାହା ନିଜର ଅଭିଭାଷଣରେ କହିଛନ୍ତି ନବୀନ । ପଞ୍ଚାୟତସ୍ତରରେ ମହିଳାଙ୍କ ପ୍ରତିନିଧିତ୍ୱ ପାଇଁ ବିଜେଡି ୫୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରିଛି । ଏପରିକି ୨୦୧୯ ଲୋକସଭା ନିର୍ବାଚନରେ ୩୩ ପ୍ରତିଶତ ମହିଳାଙ୍କୁ ଦଳ ଟିକେଟ ଦେଇଛି । କିନ୍ତୁ ଜାତୀୟ ଦଳ ମହିଳାଙ୍କୁ ନେଇ ନିଜର ଇସ୍ତାହାରରେ ବହୁତ ବଡ ବଡ଼ କଥା କୁହନ୍ତି । କିନ୍ତୁ ନିର୍ବାଚନ ସରିବା ପରେ ସବୁ ଭୁଲି ଯାଆନ୍ତି । ଏଭଳି କହି ଜାତୀୟ ଦଳର ମହିଳାଙ୍କ ଉପରେ ଫୋକସ ନଥିବା ବାର୍ତ୍ତା ଦେଇଛନ୍ତି ନବୀନ ।

ବିଜେଡି ଆଞ୍ଚଳିକ ଦଳ ହେଲେ ମଧ୍ୟ ମହିଳାଙ୍କ ସଂରକ୍ଷଣ ଦେବାକୁ ସଂସଦରେ ଦାବି ଜୋର କରିବ । ବିଧାନସଭା, ରାଜ୍ୟସଭା, ଲୋକସଭାର ପ୍ରତି ଅଧିବେଶନରେ ମହିଳାଙ୍କ ସଂରକ୍ଷଣ କଥା ଜାତୀୟ ଦଳକୁ ମନେପକାଇଦେବ । ମହିଳାଙ୍କୁ ହକ୍ ମିଳିବା ପର୍ଯ୍ୟନ୍ତ ଉଭୟ ରାଜ୍ୟ ଓ ଜାତୀୟ ସ୍ତରରେ ଲଢାଇ ଜାରି ରଖିବ ବିଜେଡି । ଭାରତର ସବୁ ମହିଳାଙ୍କ ପାଖରେ ଏହି ବାର୍ତ୍ତା ପହଞ୍ଚାଇବୁ ଓ ଗାଁ ଗାଁରେ ମହିଳାଙ୍କୁ ସଚେତନ କରାଇବୁ ବୋଲି କହିଛନ୍ତି ନବୀନ । ଏପରିକି ଏହାକୁ ଆମେ ଏକ ଆନ୍ଦୋଳନର ରୂପ ଦେବୁ ବୋଲି କହି ନବୀନ ମହିଳା ଭୋଟବ୍ୟାଙ୍କକୁ ନିଜ ସପକ୍ଷରେ ନେବାକୁ ଜୋରଦାର ଉଦ୍ୟମ କରିଛନ୍ତି ।

ବିଶ୍ୱର ଆଗୁଆ ଦେଶ ମାନଙ୍କ ସହ ପ୍ରତିଯୋଗିତା କରିବାକୁ ହେଲେ ମାଆ ମାନଙ୍କୁ ହକ ଦେବାକୁ ପଡିବ । ଯେଉଁଥିରେ ବିଜେଡି ଆଗରେ ରହିଛି ଓ ଆଗକୁ ମଧ୍ୟ ରହିବ । ମହିଳା ସଶକ୍ତିକରଣ ହେଲେ ଦେଶ ସଶକ୍ତ ହେବ । ଓଡ଼ିଶାବାସୀଙ୍କ ବିଶ୍ୱାସ ଓ କର୍ମୀଙ୍କ ମାନଙ୍କ କଠିନ ପରିଶ୍ରମ ଯୋଗୁଁ ବିଜେଡି ଏବେ ଆଉ ଦଳ ନୁହେଁ ବରଂ ସାମାଜିକ ଆନ୍ଦୋଳନରେ ପରିଣତ ହୋଇଛି । ମାଆ ମାନେ ହିଁ ଏହି ସାମାଜିକ ଆନ୍ଦୋଳନର ଆତ୍ମା । ସବୁଠୁ ବଡ କଥା ହେଉଛି ମାଆ ମାନେ ହିଁ ସଶକ୍ତ ଓଡ଼ିଶା ଗଠନ କରିପାରିବେ । ତେଣୁ ମାଆ ମାନଙ୍କୁ ଏହି ଆନ୍ଦୋଳନରେ ସାମିଲ ହେବାକୁ ଆହ୍ୱାନ ଦେଲେ ନବୀନ । ଏଭଳି କହି ନବୀନ ମହିଳାଙ୍କ ବିଶ୍ୱାସ ଜିତିବାକୁ ଚେଷ୍ଟା କରିଥିବା ବେଳେ ଜାତୀୟ ଦଳର ଅସଲ ଚେହେରାକୁ ପଦାରେ ପକାଇଛନ୍ତି ।

from Kanak News
via <a href="https://ifttt.com/?

ରାଜ୍ୟରେ ପର୍ବପର୍ବାଣୀ, ଉତ୍ସବ ସମୟରେ ଅଧିକ ଗହଣା ବିକ୍ରି ହୁଏ : ସଞ୍ଜୟ ହଂସ

ରାଜ୍ୟ ଗହଣା ବ୍ୟବସାୟ ଜଗତର ଚର୍ଚ୍ଚିତ ଚେହେରା ହେଉଛନ୍ତି ଲାଲଚନ୍ଦ ଜୁଏଲର୍ସ ପ୍ରାଇଭେଟ୍‌ ଲିମିଟେଡ୍‌ର ପ୍ରତିଷ୍ଠାତା ଅଧ୍ୟକ୍ଷ ସଞ୍ଜୟ ହଂସ। ଲକ୍‌ଡାଉନ୍ ପରବର୍ତୀ ସମୟରେ ଗହଣା ବଜାରରେ ହେଉଥିବା ସୁଧାର, ସୁନା ଦର ଓ ପ୍ଲାଟିନମ୍‌ର ଲୋକପ୍ରିୟତା ଆଦି ବିଷୟରେ ସେ ଯେଉଁ ଆଲୋଚନା କରିଛନ୍ତି ତାହାକୁ ଏଠାରେ ଉପସ୍ଥାପନ କରାଯାଇଛି ।

ଲକ୍‌ଡାଉନ୍ ପରେ ରାଜ୍ୟ ଗହଣା ଶିଳ୍ପର ସ୍ଥିତି କିଭଳି ରହିଛି ?

ଲକ୍‌ଡାଉନ୍‌ ସବୁ ପ୍ରକାର ବ୍ୟବସାୟ ଉପରେ ଗଭୀର ପ୍ରଭାବ ପକାଇଛି ଓ ଆମ ବ୍ୟବସାୟ ଏଥିରୁ ବାଦ ପଡ଼ିନାହିଁ। ମାତ୍ର ଗହଣା ବଜାରରେ ଏବେ ଧୀରେ ଧୀରେ ସୁଧାର ଆସୁଛି। ପ୍ରତିଟି ଅନ୍‌ଲକ୍‌ ପ୍ରକ୍ରିୟା ଶେଷ ହେବା ସହିତ ସ୍ବାଭାବିକତା ଫେରିଥିଲା। ଗ୍ରାହକମାନଙ୍କୁ ଅଶେଷ ଧନ୍ୟବାଦ ଯେ ମାସ୍କ ପିନ୍ଧି ଓ ସାମାଜିକ ଦୂରତ୍ବ ନିୟମକୁ ପାଳନ କରି ସେମାନେ ଗହଣା ଦୋକାନ ଆସୁଛନ୍ତି।

ଧନ୍‌ତେରସ୍‌ରୁ ଚାହିଦାରେ ଯେଉଁ ବୃଦ୍ଧି ଘଟିଛି ତାହା କେତେ ଦିନ ରହିବ?

ପ୍ରତିବର୍ଷ ଧନତେରସ୍‌ ସମୟରେ ସୁନା ବିକ୍ରି ବଢ଼ିଥାଏ। ବିବାହ ଋତୁ ପୂର୍ବରୁ ଏହି ପର୍ବ ଆସୁଥିବାରୁ ଗହଣା ବିକ୍ରି ବୃଦ୍ଧି ପାଏ। ତେଣୁ ଏଭଳି ଚାହିଦା କେବଳ ପର୍ବପର୍ବାଣୀ ଓ ଉତ୍ସବ ସମୟରେ ରହିବ। ଏହା ପରେ ଚାହିଦାରେ ସାମାନ୍ୟ ହ୍ରାସ ଘଟିଥାଏ। ଖରାଦି‌େନ ଗହଣା ବଜାର ମାନ୍ଦା ରହିଥାଏ।

କେଉଁ ବର୍ଗର ଗ୍ରାହକଙ୍କୁ ସୁନା ଦୋକାନୀ ଗୁରୁତ୍ବ ଦେବା ଉଚିତ?

ଅନେକ କହିପାରନ୍ତି ମହିଳା ବର୍ଗ। କିନ୍ତୁ ମୋ ମତରେ ‌ଗ୍ରାହକଙ୍କ ସେଭଳି କୌଣସି ନିର୍ଦିଷ୍ଟ ବର୍ଗ ନାହିଁ। ପୁରୁଷ ହୁଅନ୍ତୁ ଅଥବା‌ ମହିଳା, ଯୁବବର୍ଗ, ବୟସ୍କ, ଧନୀ, ଗରିବ, ମଧ୍ୟବିତ୍ତ, ପାରମ୍ପରିକ କିମ୍ବା ଆଧୁନିକ ସବୁ ପ୍ରକାର ଗ୍ରାହକଙ୍କ ଆବଶ୍ୟକତା ପୂରଣ କରାଯିବା ଦରକାର।

ସୁନା ଓ ହୀରା ବ୍ୟତୀତ ସୋ’ରୁମ୍‌ରେ ଅନ୍ୟ କେଉଁ ଗହଣା ଅଗ୍ରାଧିକାର ପାଇବାର ହକ୍‌ଦାର?

ନିଶ୍ଚିତ ପକ୍ଷେ ରୁପା। ଆମର ତାରକସୀ କାରିଗରମାନେ ଅତ୍ୟନ୍ତ ଚମତ୍କାର ଗହଣା ତିଆରି କରୁଛନ୍ତି। ଏହା କେବଳ ଓଡ଼ିଶା ନୁହେଁ ଜାତୀୟ ଏବଂ ଆନ୍ତର୍ଜାତିକ ସ୍ତରରେ ଅଗ୍ରାଧିକାର ପାଇବାକୁ ଯୋଗ୍ୟ। ଲାଲଚନ୍ଦ ଜୁଏଲର୍ସ ଏହି କାରିଗରମାନଙ୍କୁ ଗର୍ବର ସହିତ ସମର୍ଥନ କରୁଛି ଯେଉଁମାନେ ଏହି ଲକ୍‌ଡାଉନ୍ ସମୟରେ ଅନେକ ସମସ୍ୟା ସାମ୍ନା କରିଥିଲେ। ଏବେ ପ୍ଲାଟିନମ୍‌ରେ ମଧ୍ୟ ବିଶେଷ ସମ୍ଭାବନା ରହିଛି। ସହରାଞ୍ଚଳରେ ବାସ କରୁଥିବା ନୂଆପିଢ଼ି ଏହାକୁ ବେଶ ପସନ୍ଦ କରୁଛନ୍ତି।

ସମ୍ପ୍ରସାରଣ ପାଇଁ ଲାଲଚନ୍ଦର କ’ଣ ଯୋଜନା ରହିଛି?

ଆମେ ସର୍ବଦା ବଡ଼ ସ୍ବପ୍ନ ଦେଖିଥାଉ। ଗତବର୍ଷ ପଟିଆ ରଘୁନାଥପୁର ଠାରେ ଆମେ ପୂର୍ବ ଭାରତରେ ଆମର ସର୍ବବୃହତ ସୋ’ରୁମ୍ ଖୋଲିଥିଲୁ। ସାରା ଓଡ଼ିଶାର ପ୍ରମୁଖ ବାଣିଜ୍ୟିକ ସ୍ଥଳଗୁଡ଼ିକରେ ସୋ’ରୁମ୍ ସ୍ଥାପନ କରିବା ଲାଗି ଲାଲଚନ୍ଦର ବଡ଼ ଯୋଜନା ରହିଛି। ସାରା ରାଜ୍ୟର ଲୋକ ଆମ ଗହଣାକୁ ପସନ୍ଦ କରୁଛନ୍ତି। ଆମେ ଯଥା ସମ୍ଭବ ସେମାନଙ୍କ ନିକଟରେ ପହଞ୍ଚିବାକୁ ଚାହୁଛୁ।

ସୁନା ମୂଲ୍ୟ କେବେ ଗ୍ରାହକଙ୍କ ପକେଟ୍‌କୁ ସୁହାଇବା ଭଳି ସ୍ତରକୁ ଫେରିବ?

ସ୍ଥିତିରେ ସୁଧାର ହେବା ସହ ସ୍ବୟଂକ୍ରିୟ ଭାବେ ସୁନା ଦାମ୍‌ ଗ୍ରାହକମାନେ ଚାହୁଥିବା ସ୍ତରକୁ ଫେରିବ। ମହାମାରୀ, ଯୁଦ୍ଧ ଏବଂ ଅଭାବନୀୟ ପରିସ୍ଥିତିରେ ସୁନା ଦାମ୍ ବଢ଼ିଥାଏ। ଏହା ଏକ ସାଧାରଣ କଥା। କରୋନା ମହାମାରୀ ହେଉଛି ସାରା ବିଶ୍ବ ପାଇଁ ଏକ ବଡ଼ ଜରୁରୀକାଳୀନ ସ୍ଥିତି ଯେ ଶତାବ୍ଦୀ ମଧ୍ୟରେ ଦେଖିବାକୁ ମିଳିନଥିଲା। ଟିକା ପ୍ରସ୍ତୁତ ହୋଇଗଲାଣି। ତେଣୁ ଖୁବ୍‌ଶୀଘ୍ର ସ୍ବାଭାବିକ ସ୍ଥିତି ଫେରିବ ଏବଂ ସୁନା ଦରରେ ମଧ୍ୟ ସୁଧାର ହେବ।

ବ୍ରାଣ୍ଡସ୍‌ ଅଫ୍‌ ଓଡ଼ିଶା ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ ବିଷୟରେ ଆପଣଙ୍କ ମତ କ’ଣ?

ଏହା ଏକ ଚମତ୍କାର ଏବଂ ଅତ୍ୟନ୍ତ ଆବଶ୍ୟକ ଅଭିଯାନ। ସାରା ଦୁନିଆ ଆମ ରାଜ୍ୟରେ ହେଉଥିବା ଭଲ କାମ ବିଷୟରେ ଜାଣିବା ଦରକାର। ଆମ ରାଜ୍ୟରେ ଥିବା ବିଶ୍ବସ୍ତରୀୟ ବ୍ରାଣ୍ଡ୍‌ଗୁଡ଼ିକ ବିଷୟରେ ସଚେତନତା ସୃଷ୍ଟି କରି ସମ୍ବାଦ ବାସ୍ତବରେ ପ୍ରଶଂସନୀୟ କାର୍ୟ୍ୟ କରୁଛି। ଏହି ବ୍ରାଣ୍ଡ୍‌ଗୁଡ଼ିକ ପାଇଁ ଦେଶ ଗର୍ବିତ ଅନୁଭବ କରିବ। ଓଡ଼ିଶାର ସମସ୍ତ ବ୍ୟବସାୟ ସମାଜ ତରଫରୁ ଏଥିପାଇଁ ମୁଁ ସମ୍ବାଦକୁ ଧନ୍ୟବାଦ ଦେଉଛି।

from Kanak News
via <a href="https://ifttt.com/?

ବ୍ରାଣ୍ଡସ୍‌ ଅଫ୍‌ ଓଡ଼ିଶା ପ୍ରାଇଡ୍‌ ଅଫ୍ ଇଣ୍ଡିଆ ସମ୍ବାଦ କର୍ପୋରେଟ୍ ଏକ୍ସିଲେନ୍ସ ଆୱାର୍ଡସ୍‌-୨୦୨୧: ଆବେଦନ ପାଇଁ ଆଉ ୧୨ ଦିନ

କନକ ବ୍ୟୁରୋ : ସମ୍ବାଦ ଗ୍ରୁପ୍‌ର ବ୍ରାଣ୍ଡସ୍‌ ଅଫ୍‌ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ ସମ୍ବାଦ କର୍ପୋରେଟ୍ ଏକ୍ସିଲେନ୍ସ ଆୱାର୍ଡସ୍‌-୨୦୨୧ ଆବେଦନ ଜୋରସୋରରେ ଆଗେଇ ଚାଲିଛି। ଏହାକୁ ନେଇ ରାଜ୍ୟ କର୍ପୋରେଟ୍ ଜଗତରେ ପ୍ରବଳ ଉତ୍ସାହ ରହିଛି। ବଡ଼ ବଡ଼ ଉଦ୍ୟୋଗ ଠାରୁ ଆରମ୍ଭ କରି କ୍ଷୁଦ୍ର ଓ ଷ୍ଟାର୍ଟଅପ୍ ଆଦି ସଂସ୍ଥାଗୁଡ଼ିକ ଆବେଦନ କରୁଛନ୍ତି। ଏହି ପୁରସ୍କାର ଲାଗି ଆବେଦନ କରିବାର ଶେଷ ତାରିଖ ପାଖେଇ ଆସୁଛି। ଆଉ ୧୨ ଦିନ ପରେ ଆବେଦନ ଶେଷ ହେବ। ଆବେଦନର ଶେଷ ତାରିଖ ହେଉଛି ୨୦୨୧ ଜାନୁଆରି ୬। ତେଣୁ ଆଗ୍ରହୀ ସଂସ୍ଥାଗୁଡ଼ିକୁ ଏହା ପୂର୍ବରୁ ପୁରସ୍କାର ପାଇଁ ଆବେଦନ କରିବାକୁ ପଡ଼ିବ। ଓଡ଼ିଶାରୁ ଆରମ୍ଭ ହୋଇ ଦେଶବିଦେଶରେ ଖ୍ୟାତି ଅର୍ଜନ କରିଥିବା ସଂସ୍ଥାଗୁଡ଼ିକ ପୁରସ୍କାର ଲାଗି ଆବେଦନ କରିପାରି‌ବେ।

ବ୍ରାଣ୍ଡସ୍‌ ଅଫ୍ ଓଡ଼ିଶା ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ ସମ୍ବାଦ କର୍ପୋରେଟ୍ ଏକ୍ସିଲେନ୍ସ ଆୱାର୍ଡସ୍‌ରେ ଆବେଦନ କରୁଥିବା ସଂସ୍ଥାଗୁଡ଼ିକ ସଂଖ୍ୟା ପ୍ରତିବର୍ଷ ବୃଦ୍ଧି ପାଉଛି। ଚଳିତ ବର୍ଷ ମଧ୍ୟ ଆବେଦନ ପାଇଁ ପ୍ରବଳ ଉତ୍ସାହ ଦେଖିବାକୁ ମିଳୁଛି। ପୁରସ୍କାର ଲାଗି ଆବେଦନ କରିବା ପାଇଁ କୌଣସି ଶୁଳ୍କ ଦେବାକୁ ପଡ଼ିବ ନାହିଁ। ପାଞ୍ଚଟି ବର୍ଗରେ ପୁରସ୍କାର ଦିଆଯିବ। ତାହା ହେଉଛି କର୍ପୋରେଟ୍ ସାମାଜିକ ଦାୟିତ୍ବବୋଧ (CSR), ବୃହତ ଉଦ୍ୟୋଗ (LARGE), ମଧ୍ୟମ ଉଦ୍ୟୋଗ (MEDIUM), କ୍ଷୁଦ୍ର ଉଦ୍ୟୋଗ (SMALL) ଓ ଇମର୍ଜିଂ/ଷ୍ଟାର୍ଟଅପ୍  (EMERGING/START-UP)। ଆବେଦନ ପାଇଁ ଆବେଦନକାରୀଙ୍କୁ www.sambadawards.com କିମ୍ବା www.sambadawards.in ପରିଦର୍ଶନ କରିବାକୁ ପଡ଼ିବ। କଂପାନିଗୁଡ଼ିକ ନିଜ ଆଡ଼ୁ ବର୍ଗ ଚୟନ କରି ଆବେଦନ କରିପାରିବେ। ବିଜେତା ଚୟନ ପ୍ରକ୍ରିୟା ସମ୍ପୂର୍ଣ୍ଣ ନିରପେକ୍ଷ ରହୁଛି। ପୁରସ୍କାର ବିଷୟରେ ଅଧିକ ଜାଣିବା ଲାଗି ସଞ୍ଜୟ ଗୌରଙ୍କୁ ମୋବାଇଲ୍ ନମ୍ବର ୯୬୫୪୧୩୩୩୦୦ ଓ ଜ୍ଞାନ ରଞ୍ଜନ ମହାନ୍ତିଙ୍କୁ ୯୯୩୮୪୪୩୨୨୪ରେ ଯୋଗାଯୋଗ କରାଯାଇପାରିବ।

from Kanak News
via <a href="https://ifttt.com/?

Design a site like this with WordPress.com
Get started