ପଶ୍ଚିମବଙ୍ଗ ପରେ ଏବେ ଶାହାଙ୍କ ଟାର୍ଗେଟରେ ଆସାମ । ଅଧାରାତିରେ ଆସାମରେ ପହଂଚିଲେ ଗୃହମନ୍ତ୍ରୀ ଅମିତ୍ ଶାହା । ୨ ଦିନ ଧରି କର୍ମୀଙ୍କ ସହ କରିବେ ଆଲୋଚନା

କନକ ବ୍ୟୁରୋ : ଗୃହମନ୍ତ୍ରୀ ଅମିତ୍ ଶାହା ୨୧ ଦିନିଆ ଆସାମ ଗସ୍ତରେ ଯାଇ ଗତକାଲି ଅଧାରାତିରେ ଗୁଆହାଟୀରେ ପହଂଚିଛନ୍ତି । ଶାହା ଗୁଆହାଟୀରେ ପହଂଚିବା ପରେ ଦଳର କର୍ମୀ ମାନେ ତାଙ୍କୁ ଭବ୍ୟ ସ୍ୱାଗତ କରିଥିଲେ । ଏହି ସ୍ୱାଗତ ସମାରୋହରେ ଆସାମ ମୁଖ୍ୟମନ୍ତ୍ରୀ ସଦାନନ୍ଦ ସୋନୱାଲ ବି ଉପସ୍ଥିତ ଥିଲେ । ଏହି ୨ ଦିନିଆ ଗସ୍ତ ବେଳେ ଶ୍ରୀ ଶାହା ଗୁଆହାଟୀ ଓ ଇମ୍ଫାଲରେ ରହିବାର କାର୍ଯ୍ୟକ୍ରମ ରହିଛି ।
ଯଦି କାର୍ଯ୍ୟକ୍ରମ ବାବଦରେ କୁହାଯିବ ତେବେ ଶ୍ରୀ ଶାହା ଆସାମର ଜନଜାତିଙ୍କ ସହ ମିଶିବେ ଓ ସେମାନଙ୍କର ଅଭିଯୋଗ ବି ଶୁଣିବାର କାର୍ଯ୍ୟକ୍ରମ ଥିବା ଜଣେ ବିଜେପି ନେତା କହିଛନ୍ତି । ଏହା ସହ ଗସ୍ତର ଦ୍ୱିତୀୟ ଦିନରେ ଏକ ମେଡିକାଲ କଲେଜର ଶିଳାନ୍ୟାସ କରିବେ ବୋଲି କୁହାଯାଇଛି । ଅନ୍ୟପଟେ ୨୭ ତାରିଖ ଦିନ ଗୃହମନ୍ତ୍ରୀ ଇମ୍ଫାଲ ପୋଲିସ ହେଡକ୍ୱାଟର ନିର୍ମାଣ କାର୍ଯ୍ୟକ୍ରମରେ ଯୋଗ ଦେବେ । ସବୁଠାରୁ ବଡ କଥା ଶ୍ରୀ ଶାହା ଏହି କାର୍ଯ୍ୟକ୍ରମ ସମୟରେ ୮ ହଜାର ନାମଘର ବୈଷ୍ଣବ ସନ୍ଥଙ୍କ ସହ ବାଣିଜ୍ୟିକ ସହାୟତା ସଂପର୍କରେ ଆଲୋଚନା କରିବେ ।

କହିରଖୁ କି ପଶ୍ଚିମବଙ୍ଗ ପରେ ଆସାମରେ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ତେଣୁ ଏହି ସମୟରେ ଶାହାଙ୍କ ଆସାମ ଗସ୍ତ ରାଜ୍ୟପାର୍ଟି ପାଇଁ ଗୁରୁତ୍ୱ ବହନ କରୁଛି । ଗତ ୨୦୧୬ ନିର୍ବାଚନରେ ଆସାମରେ ବିଜେପି ଏକ ବଡପାର୍ଟି ଭାବେ ଉଭା ହୋଇଥିଲେ ବି ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିପାରି ନଥିଲା ଦଳ । ଆସାମ ବିଧାନସଭାର ୧୨୬ ଆସନ ମଧ୍ୟରୁ ବିଜେପିକୁ ୬୦, କଂଗ୍ରେସ ୨୬, ଅଲ ଇଣ୍ଡିଆ ୟୁନାଇଟେଡ ଡେମୋକ୍ରାଟିକ ଫ୍ରଣ୍ଟ ୧୩, ଆସାମ ଗଣପରିଷଦ ୧୪ , ବୋଡଲାଣ୍ଡ ପିପୁଲ୍ସ ଫ୍ରଣ୍ଟ ୧୨ ଓ ଜଣେ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଥିଲେ । ତେଣୁ ବିଜେପି ତା’ର ସଂଗଠନ ବୃଦ୍ଧି ପାଇଁ ଶାହାଙ୍କ ଚାଣକ୍ୟ ନିତୀ ଆପଣାଇବ ବୋଲି ଅନୁମାନ କରାଯାଉଛି ।

from Kanak News
via <a href="https://ifttt.com/?

କରୋନାର ନୂଆ ଷ୍ଟ୍ରେନକୁ ନେଇ ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକଙ୍କ ସୂଚନା :  ନୂଆ ଷ୍ଟ୍ରେନ ପାଇଁ ମଧ୍ୟ କାମ ଦେବ ତିଆରି ହୋଇଥିବା ଭ୍ୟାକ୍ସିନ

କରୋନା ଭୂତାଣୁର ବ୍ରିଟେନ୍ ଷ୍ଟ୍ରେନ୍କୁ ନେଇ ସାରା ବିଶ୍ୱରେ ଚହଳ ପଡ଼ିଥିବା ବେଳେ କରୋନାର ଗୁଣସତ୍ତା ପରିବର୍ତନ ଉପରେ ବଡ଼ ବୟାନ ରଖିଛନ୍ତି ଦିଲ୍ଲୀ ଏମ୍ସର ନିର୍ଦ୍ଦେଶକ ଡକ୍ଟର ରନ୍ଦୀପ ଗୁଲେରିଆ । ସେ କହିଛନ୍ତି- କରୋନାର ନୂଆ ଷ୍ଟ୍ରେନକୁ ନେଇ ଅଧିକ ବିଚଳିତ ହେବାର କୌଣସି କାରଣ ନାହିଁ । କାରଣ, ଭୁତାଣୁର ଗୁଣସତା ପରିବର୍ତନ ନୂଆ କଥା ନୁହେଁ । ଗୋଟିଏ ମାସରେ ହାରାହାରି ୨ ଥର ରୁପ ବଦଳାଉଛନ୍ତି କରୋନା ଭୁତାଣୁ । କରୋନାର ରୁପ ପରିବର୍ତନ ହେଲେ ସୁଦ୍ଧା ଚିକିତ୍ସା ପ୍ରଣାଳୀରେ ବିଶେଷ ପରିବର୍ତନର ଆବାଶ୍ୟକତା ନାହିଁ । ପୂର୍ବ ଭଳି ଚିକିତ୍ସା ପ୍ରକ୍ରିୟା ଅନୁସରଣ କରାଯାଇପାରିବ । ସେହିପରି କରୋନା ପାଇଁ ପରୀକ୍ଷଣ ପର୍ଯ୍ୟାୟରେ ଥିବା ଟୀକା ନୂଆ ଷ୍ଟ୍ରେନ୍ ବିରୋଧରେ ଲଢ଼େଇ ପାଇଁ ମଧ୍ୟ କାମ କରିବ ବୋଲି କହିଛନ୍ତି ଡକ୍ଟର ଗୁଲେରିଆ ।

କରୋନାର ନୂଆ ଷ୍ଟ୍ରେନ୍ ସାସ୍ କୋଭି-୨କୁ ନେଇ ଡକ୍ଟର ଗୁଲେରିଆ କହିଛନ୍ତି- ଏଥିପାଇଁ ଅତିରିକ୍ତ ଚିକିତ୍ସା ସେବାର ଆବଶ୍ୟକ ହେବ ନାହିଁ । ସେହିପରି ଏହି ଭୂତାଣୁ ଅଧିକ ମୃତ୍ୟୁର କାରଣ ବୋଲି ପ୍ରମାଣିତ ହୋଇନଥିବା ସେ କହିଛନ୍ତି । ବିଗତ ୧୦ ମାସ ଭିତରେ କରୋନା ଭୂତାଣୁ ଅନେକ ଥର ତାର ସ୍ୱରୂପ ପରିବର୍ତନ କରିଛନ୍ତି । ଏବଂ ଭୁତାଣୁର ମ୍ୟୁଟେସନ୍ ବା ଗୁଣସତା ପରିବର୍ତନ ତଥା ସ୍ୱରୁପ ପରିବର୍ତନ ସାଧାରଣ ଘଟଣା । ତେବେ ଆଗାମୀ ୬ରୁ ୮ମାସ କରୋନ ଲଢ଼େଇ ଭାରତ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ହେବ ବୋଲି ଦିଲ୍ଲୀ ଏମ୍ସର ନିର୍ଦ୍ଦେଶକ ତଥା କରୋନା ପରିଚାଳନା ପାଇଁ ଗଠିତ ହୋଇଥିବା ଟାକ୍ସଫୋର୍ସର ସଦସ୍ୟ ଥିବା ଡକ୍ଟର ଗୁଲେରିଆ କହିଛନ୍ତି । 

from Kanak News
via <a href="https://ifttt.com/?

କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ସମେତ ୩ ଜଣଙ୍କ ନାମରେ ଲାଂଚ ନେଇଥିବା ଅଭିଯୋଗ । ଥାନାରେ ଅଭିଯୋଗ କଲେ ସୁଟର ବର୍ତ୍ତିକା ସିଂ

କନକ ବ୍ୟୁରୋ : ଆନ୍ତର୍ଜାତୀୟ ସୁଟର ବର୍ତ୍ତିକା ସିଂଙ୍କୁ ମହିଳା ଆୟୋଗର ସଦସ୍ୟ କରାଇବାକୁ ସ୍ମୃତି ଇରାନୀଙ୍କ ସମେତ ୩ ଜଣ ୨୫ ଲକ୍ଷ ଟଙ୍କା ଲାଂଚ ମାଗିଥିବା ଥାନାରେ ଅଭିଯୋଗ ହୋଇଛି । ସୂଚନା ମୁତାବକ ବର୍ତ୍ତିକା ସିଂ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ, ତାଙ୍କ ସହାୟକ ବିଜୟ ଗୁପ୍ତା ଓ ଡାକ୍ତର ରଜନୀସ୍ ସିଂଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି । ସେ ଏଭଳି ଅଭିଯୋଗ ମଧ୍ୟପ୍ରଦେଶର ‘ଏମପି- ଏମଏଲଏ କୋର୍ଟ’ରେ ଏଭଳି ଅଭିଯୋଗ କରିଛନ୍ତି । ବର୍ତ୍ତିକାଙ୍କ ଓକିଲଙ୍କ କହିବା ମୁତାବକ ଏହି ମାମଲାର ଶୁଣାଣି କରିବାକୁ କୋର୍ଟ ଜାନୁଆରୀ ୨୧ ତାରିଖକୁ ଦିନ ଧାର୍ଯ୍ୟ କରିଛନ୍ତି ।

ସୂଚନା ମୁତାବକ ୨୩ ନଭେମ୍ବର ଦିନ ଆମେଠି ଜିଲ୍ଲାର ମୁସାଫିରଖାନା ଥାନାରେ ବର୍ତ୍ତିକା ସିଂ ଓ କମଲ କିଶୋରଙ୍କ ନାମରେ ବିଜୟ କୁମାର ଗୁପ୍ତା ଏକ ମାମଲା ଦାୟର କରିଥିଲେ । ସେ ତାଙ୍କ ଅଭିଯୋଗରେ ଲେଖିଥିଲେ କି ଏକ ହସ୍ପିଟାଲ ନିର୍ମାଣକୁ ନେଇ ବିଜୟଙ୍କ ନାମରେ ବର୍ତ୍ତିକା କୁତ୍ସାରଟନା କରୁଛନ୍ତି । ଯାହାଦ୍ୱାରା ତାଙ୍କୁ ମାନସିକ ନିର୍ଯାତନା ମିଳୁଛି । ଏହା ସହ ବିଜୟ ଗୁପ୍ତା ଆହୁରି ଅଭିଯୋଗ କରିଛନ୍ତି କି ବର୍ତ୍ତିକା ସିଂ, କମଲ କିଶୋରଙ୍କ ସହ ଅନ୍ୟ କିଛି ଲୋକ ତାଙ୍କୁ ନେଇ ଷଡଯନ୍ତ୍ର ଚଳାଇଛନ୍ତି । ଏଭଳି ଅଭିଯୋଗ ପରେ ମୁସାଫିରଖାନା ଅଧିକାରୀ ବର୍ତ୍ତିକା ସିଂଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କ ନାମରେ ଧାରା ୫୦୯ ରେ ମୋକଦ୍ଦମା ରୁଜୁ କରିଛନ୍ତି ।

ଅନ୍ୟପଟେ ଉତ୍ତରପ୍ରଦେଶର ପ୍ରତାପଗଡ ଜିଲ୍ଲାରେ ରହୁଥିବା ଆର୍ନ୍ତରାଷ୍ଟ୍ରୀୟ ସୁଟର ବର୍ତ୍ତିକା ସିଂ ଅଭିଯୋଗ କରିଛନ୍ତି କି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଓ ତାଙ୍କ ସହଯୋଗୀ ମାନେ ତାଙ୍କୁ ମହିଳା କମିଶନର ସଦସ୍ୟ କରାଇଦେବାକୁ ପ୍ରଥମେ ୧ କୋଟି ଟଙ୍କା ମାଗିଥିଲେ । ହେଲେ ସ୍ମୃତି ଇରାନୀ କହିଥିଲେ କି ବର୍ତ୍ତିକାଙ୍କର ସୁନାମ ଥିବାରୁ ତାଙ୍କୁ ଏହି ପଦ ପାଇଁ ୨୫ ଲକ୍ଷ ଟଙ୍କା ଦେବାକୁ ହେବ । ହେଲେ ଏଥିରେ ବର୍ତ୍ତିକା ରାଜି ନହେବାରୁ ମନ୍ତ୍ରୀଙ୍କ ପାଖ ଲୋକ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିଲେ । ଯେତେବେଳେ ବର୍ତ୍ତିକା ଏହାକୁ ବିରୋଧ କରିଥିଲେ ସେତେବେଳେ ବିଜୟ ଗୁପ୍ତା ତାଙ୍କ ନାମରେ ମୁସାଫିରଖାନା ଥାନାରେ ଏକ ମିଥ୍ୟା ଅଭିଯୋଗ କରିଥିଲେ । ବର୍ତ୍ତିକାଙ୍କ ଓକିଲ ରୋହିତ ତ୍ରିପାଠୀ କହିଛନ୍ତି କି ଏମ.ପି- ଏମଏଲଏ କୋର୍ଟର ସ୍ୱତନ୍ତ୍ର ଜର୍ଜ ପି.କେ ଜୟନ୍ତ ଏହି ମାମଲାର ଶୁଣାଣି କରିବାକୁ ଜାନୁଆରୀ ୨୧ ତାରିଖକୁ ଦିନ ଧାର୍ଯ୍ୟ କରିଛନ୍ତି ।

from Kanak News
via <a href="https://ifttt.com/?

‘ମଡ଼ର୍ଣ୍ଣା ଟିକା’ ନେବା ପରେ ବୋଷ୍ଟନ୍ ଡ଼ାକ୍ତରଙ୍କ ଦେହରେ ଦେଖାଗଲା ପାର୍ଶ୍ୱ ପ୍ରତିକ୍ରିୟା : ସୂତ୍ର 

ଗୁରୁବାର ଦିନ ‘ମଡର୍ଣ୍ଣା’ର କରୋନାଭାଇରସ୍‌ ଟିକା ନେବା ପରେ ‘ସେଲ୍‌ଫିସ୍‌ ଆଲର୍ଜି’ ଥିବା ବୋଷ୍ଟନ୍‌ର ଜଣେ ଡାକ୍ତରଙ୍କ ଦେହରେ ଭୀଷଣ ପାର୍ଶ୍ୱପ୍ରତିକ୍ରିୟା ଦେଖା ଦେଇଥିବା କଥା ଶୁକ୍ରବାର ଦିନ ‘ନ୍ୟୁୟର୍କ ଟାଇମ୍ସ୍‌’ ରିପୋର୍ଟ କରିଛି। (‘ସେଲ୍‌ଫିସ୍‌’ ହେଉଛି ଏକ ଜାତୀୟ ସାମୁଦ୍ରିକ ମାଛ, ଯାହାକୁ ଖାଇଲେ ସେ ଡାକ୍ତରଙ୍କ ଦେହରେ ଆଲର୍ଜି ବାହାରିଥାଏ।) ବୋଷ୍ଟନ୍‌ ମେଡିକାଲ୍‌ ସେଣ୍ଟର୍‌ର ବାର୍ଦ୍ଧକ୍ୟକାଳୀନ କର୍କଟରୋଗ ବିଭାଗର ଶିକ୍ଷାର୍ଥୀ ଥିବା ଡାକ୍ତର ହୋସେନ୍‌ ସଦରଜାଦେ କହିଛନ୍ତି ଯେ, ଟିକା ନେବା କ୍ଷଣି ହିଁ ସେ ତୀବ୍ର ପାର୍ଶ୍ୱପ୍ରତିକ୍ରିୟା ଅନୁଭବ କରିଥିଲେ। ତାଙ୍କ ମୁଣ୍ଡ ବୁଲାଇବା ସହ ହୃଦ୍‌ସ୍ପନ୍ଦନ ବଢ଼ି ଯାଇଥିଲା।

ସମଗ୍ର ଆମେରିକାରେ ଟିକା ବଣ୍ଟନ ଆରମ୍ଭ ହେବା ଓ ଦିଆଯିବାର ପ୍ରଥମ ସପ୍ତାହରେ ଏହା ହେଉଛି ‘ମଡର୍ଣ୍ଣା’ ଟିକାର ପ୍ରଥମ ତୀବ୍ର ପାର୍ଶ୍ୱ ପ୍ରତିକ୍ରିୟା। ବୋଷ୍ଟନ୍‌ ମେଡିକାଲ୍‌ ସେଣ୍ଟର୍‌ର ମୁଖପାତ୍ର ଡେଭିଡ୍‌ କିବେ ଏକ ବିବୃତିରେ କହିଛନ୍ତି ଯେ, ପାର୍ଶ୍ୱ ପ୍ରତିକ୍ରିୟା ସୃଷ୍ଟି ହେବା ପରେ ଡାକ୍ତର ହୋସେନ୍‌ ସଦରଜାଦେଙ୍କୁ ଜରୁରୀକାଳୀନ ବିଭାଗକୁ ନିଆଯାଇଥିଲା। ସେଠାରେ ତାଙ୍କର ଚିକିତ୍ସା କରାଯିବା ପରେ ସେ ସୁସ୍ଥ ହୋଇଥିଲେ। ଏବେ ସେ ଭଲ ଅଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକାରେ ‘ଫାଇଜର୍‌-ବାୟୋଏନ୍‌ଟେକ୍‌’ କୋଭିଡ୍‌-୧୯ ଟିକା ନେବା ପରେ ୫ଜଣଙ୍କ ଠାରେ ପାର୍ଶ୍ୱ ପ୍ରତିକ୍ରିୟା ସୃଷ୍ଟି ହୋଇଥିବା ଘଟଣାର ତଦନ୍ତ ଚାଲିଥିବା କଥା ଆମେରିକା ଫୁଡ୍‌ ଆଣ୍ଡ୍‌ ଡ୍ରଗ୍‌ ଆଡ୍‌ମିନିଷ୍ଟ୍ରେସନ୍‌ର ଜଣେ ଅଧିକାରୀ କହିଛନ୍ତି।

from Kanak News
via <a href="https://ifttt.com/?

ଶୀତଦିନେ ଗରିବ ଲୋକଙ୍କୁ ସହାୟତା ଯୋଗାଇବା ପାଇଁ ସୁଯୋଗ ଏବଂ ବନ୍ଧୁ ଫାଉଡ଼େସନ୍ ପକ୍ଷରୁ ନିଆରା ଉଦ୍ୟମ : ମାଗଣାରେ ବଣ୍ଟାଯାଉଛି ଶୀତ ବସ୍ତ୍ର 

ଶୀତଦିନରେ ଆବଶ୍ୟକ କରୁଥିବା ଲୋକଙ୍କୁ ଶୀତ ବସ୍ତ୍ର ବଂଟନ କରିଛି ସୁଯୋଗ ଫାଉଣ୍ଡଡେସନ୍ । ଖ୍ରୀଷ୍ଟମାସ ଅବସରରେ ଭୁବନେଶ୍ୱର ଚନ୍ଦକା ଗୋଡ଼ିବାରି ଗାଁରେ ପହଂଚି ଏହି ସଂଗଠନର କର୍ମକର୍ତାମାନେ ଲୋକମାନଙ୍କୁ ଶୀତବସ୍ତ୍ର ପ୍ରଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବାଲ୍କା ନିର୍ଦ୍ଦେଶକ ତପନ କୁମାର ଚାନ୍ଦ, ବୁଗିନ୍ ହା’ ସଂଯୋଜକ ସବିତା ପଟ୍ଟନାୟକ, ନାଲ୍କୋର ପୂବର୍ତନ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅମୀୟ ପଟ୍ଟନାୟକ ସୁଯୋଗର ସମ୍ପାଦକ ତ୍ରିନାଥ ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ । ସମାଜର ଅବହେଳିତ ଲୋକଙ୍କ ପାଖରେ ପହଂଚି ତାଙ୍କ ସୁଖଦୁଃଖରେ ସାଥି ହେବାର ପ୍ରୟାସ ଜରି ରଖିଛି ଏହି ସାମାଜିକ ସଂଗଠନ ।

ସେହିପରି ଗରିବ ଲୋକଙ୍କୁ ସହାୟତା ଯୋଗାଇ ଦେବା ଲକ୍ଷ୍ୟରେ ଗୋରଡ଼ ବନ୍ଧୁ ପରିବାର ପକ୍ଷରୁ ଖୋଲିଛି ମାଗଣା ଷ୍ଟଲ । ରାହାମା କଲେଜ ରୋଡରେ ଖୋଲାଯାଇଥିବା ଏହି ଷ୍ଟଲ୍ରେ ଆବଶ୍ୟକ କରୁଥିବା ଲୋକଙ୍କୁ ମାଗଣାରେ ସାମଗ୍ରୀ ଦିଆଯାଉଛି । ପୁରୁଣା ବ୍ୟବହାର ଯୋଗ୍ୟ ଶାଢ଼ୀ, ସାର୍ଟ, ଶୀତ ବସ୍ତ୍ର, ଜୋତା ଖେଳାଣା ଆଦିକୁ ଏକାଠି କରି ଦୋକାନ ଭଳି ଏକ ଷ୍ଟଲ କରିଛି ବନ୍ଧୁ ପରିବାର ସଂଗଠନ । ଆଉ ଏଠିକୁ ଆସି, ଆବଶ୍ୟକ କରୁଥିବା ଗରିବ ଲୋକମାନେ ବିନା ମୁଲ୍ୟରେ ଏହି ସବୁ ସାମଗ୍ରୀ ନେଇ ବ୍ୟବହାର କରୁଛନ୍ତି ।

from Kanak News
via <a href="https://ifttt.com/?

ରେଡିଓ ଚକଲେଟ ପକ୍ଷରୁ ଆୟୋଜିତ ହୋଇଛି ମିଠାମିଠା ଖ୍ରୀଷ୍ଟମାସ, ସିଜନ- ୪ : ବଡଦିନ ଉପଲକ୍ଷେ କୁନି ପ୍ରତିଭାମାନଙ୍କୁ ପୁରସ୍କାର ବିତରଣ କରିବା ସହ ଦିଆଯାଇଛି କରୋନା ସଚେତନତା ବାର୍ତ୍ତା  

ରେଡିଓ ଚକଲେଟ ପକ୍ଷରୁ ଆୟୋଜିତ ହେଇଛି ମିଠାମିଠା ଖ୍ରୀଷ୍ଟମାସ, ସିଜନ- ଫୋର । ବଡଦିନ ଉପଲକ୍ଷେ ସମସ୍ତେ କିଛି ସମୟ ଝୁମିବା ଓ ସାଙ୍ଗମାନଙ୍କ ସହ ମଜା କରିବାକୁ ଚାହାନ୍ତି । ଶ୍ରୋତାମାନଙ୍କ ଭିତରେ ଖୁସି ବାଂଟିବାକୁ ଖାସ କରି ରେଡିଓ ଚକଲେଟ ପକ୍ଷରୁ ଏଭଳି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମରେ ଯୋଗଦେଇ ପିଲାମାନଙ୍କୁ ଉତ୍ସାହିତ କରିଥିଲେ ସମ୍ବାଦ ଗ୍ରୁପର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ ।

କୁନି ପ୍ରତିଭମାନଙ୍କୁ ପୁରସ୍କାର ବିତରଣ କରିବା ସହିତ କରୋନା ଭିତରେ ସମସ୍ତେ ସତର୍କତା ମାନିଲେ କରୋନା ହାତିର ଏବଂ ମାନବ ସମାଜ ଜିତିବ ବୋଲି ମତ ରଖିଥିଲେ । କରୋନା ସଂକଟ ଭିତରେ ରେଡିଓ ଚକଲେଟ ପକ୍ଷରୁ ଭର୍ଚୁଆଲରେ କ୍ରିକେଟ ମାଷ୍ଟର, ଆଜାଦି, ହାପି ଫ୍ୟାମିଲି, ହାପି ଦିୱାଲି ଓ ଘରେ ଘରେ ଦାଣ୍ଡିଆ ଭଳି କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ବଡଦିନ ଉତ୍ସବ ପାଳନ ଅବସରରେ ଏହିସବୁ ପ୍ରତିଯୋଗିତାର ୬୮ଜଣ କୃତି ପ୍ରତିଯୋଗୀଙ୍କୁ ମଂଚରେ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମରେ ସମାଜସେବୀ ରୋଜାଲିନ ପାଟ୍ଟଶାଣୀ ଓ ସଫଳ ଉଦ୍ୟୋଗୀ ସ୍ୱୀକୃତି ପଟ୍ଟନାୟକ ଅତିଥୀ ଭାବେ ଯୋଗ ଦେଇଥିଲେ ।  

from Kanak News
via <a href="https://ifttt.com/?

ଆଠଗଡ ପରେ ଚିନ୍ତା ବଢ଼ାଇଲା କଟକ କଂଟାପଡା : ଖଣ୍ଡସାଇଲୋ ଗାଁରୁ ୧୩ ଜଣ ଚିହ୍ନଟ ପରେ କଂଟେନମେଂଟ ଜୋନ ଘୋଷଣା କଲା ପ୍ରଶାସନ , ୧୦ ଦିନ ପାଇଁ କଟକଣା ରହିବ ବଳବତର 

ଆଠଗଡ ପରେ ଚିନ୍ତା ବଢ଼ାଇଲା କଟକ କଂଟାପଡ଼ା ବ୍ଲକର ପାଟସୁନ୍ଦରପୁର ପଂଚାୟତ ୧୯ ନମ୍ବର ଖଣ୍ଡସାଇଲୋ ଗାଁ । ୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଗାଁକୁ ୧୦ ଦିନ  ପାଇଁ କନଟେଂମେଂଟ୍ ଜୋନ୍ ଘୋଷଣା କରିଛନ୍ତି ଉପ-ଜିଲ୍ଲାପାଳ । ସେହିପରି ଜଣେ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ମଧ୍ୟ ସୂଚନା ମିଳିଛି । ଗୋଟିଏ ପରିବାରର ପ୍ରାୟ ୧୪ ଜଣଙ୍କ କରୋନା ପରୀକ୍ଷା କରାଯାଇଥିଲା । ସେଥିରୁ ୧୩ ଜଣଙ୍କର ରିପୋର୍ଟ ପଜିଟିଭ୍ ଆସିଛି । ସେମାନଙ୍କ ମଧ୍ୟରେ ବୟସ୍କ ଓ ଛୋଟ ପିଲା ରହିଛନ୍ତି । ଏହା ଜଣାପଡିବା ପରେ କରୋନା ସ୍ଥିତି ନେଇ ପ୍ରଶାସନ ପକ୍ଷରୁ ସମୀକ୍ଷା କରାଯାଇଥିଲା । ତାପରେ ସରକାରଙ୍କ ଗାଇଡଲାଇନ ଅନୁସାରେ ସେହି ଗାଁକୁ କଂଟେନମେଂଟ ଜୋନ୍ ଘୋଷଣା କରାଯାଇଛି । ଏହା ପୂର୍ବରୁ ଆଠଗଡ ବ୍ଲକ ଯୋରନ୍ଦା ପଂଚାୟତର ପାଇକେରାପୁର ଗ୍ରାମରୁ ୯ଜଣ କରୋନା ଚିହ୍ନଟ ହେବା ପରେ ସେହି ଅଂଚଳକୁ ୨୪ ତାରିଖରୁ କଂଟେନମେଂଟ ଜୋନ ଘୋଷଣା କରାଯାଇଛି ।

from Kanak News
via <a href="https://ifttt.com/?

କୃଷି ଆନ୍ଦୋଳନକୁ ଡରିଲେଣି ସରକାର । ମଧ୍ୟପ୍ରଦେଶ ବିଧାନସଭା ନିକଟରୁ ୫ କି.ମି ଯାଏ ଟ୍ରାକ୍ଟର, ଟ୍ରଲି ଓ ବଳଦଗାଡିକୁ ବ୍ୟାନ କଲେ ସରକାର । ଅଭିଯୋଗ ଆଣିଲା କଂଗ୍ରେସ

କନକ ବ୍ୟୁରୋ : ୨୮ ଡିସେମ୍ବର ଦିନ ମଧ୍ୟପ୍ରଦେଶ ବିଧାନସଭା ଅଧିବେସନ ଆରମ୍ଭ ହେବ । ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଭୋପାଳ ଜିଲ୍ଲାପାଳଙ୍କୁ ଏକ ଆଦେଶ ଜାରି କରିଛନ୍ତି । ଯାହାକୁ ନେଇ ରାଜନୀତି ଏବେ ସରଗରମ ହେବାରେ ଲାଗିଛି । ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଦିଆଯାଇଥିବା ଏହି ଆଦେଶରେ ଲେଖାଯାଇଛି କି, ୨୮ ଡିସେମ୍ବର ଠାରୁ ଆରମ୍ଭ ହେବାକୁ ଥିବା ବିଧାନସଭା ଅଧିବେସନ ବେଳେ ବିଧାନସଭାର ୫ କି.ମି ପରସର ମଧ୍ୟରେ କୌଣସି ଭାରିଯାନ ଯେମିତି କି ଟ୍ରାକ୍ଟର, ଟ୍ରକ୍, ଟ୍ରଲି, ଡମ୍ଫର, ଟାଙ୍ଗା, ବଳଦଗାଡି ଯେଭଳି ଯାତାୟତ ନକରେ ତାହା ଉପରେ ଧ୍ୟାନ ଦେବାକୁ ଭୋପାଳ ଜିଲ୍ଲାପାଳଙ୍କୁ ଆଦେଶ ଦିଆଯାଇଛି ।

ସରକାରଙ୍କର ଏଭଳି ଆଦେଶକୁ ନେଇ ଅଭିଯୋଗ କରିଛି କଂଗ୍ରେସ । କଂଗ୍ରେସ କହିଛି କି ସରକାର କୃଷକ ଆନ୍ଦୋଳନକୁ ଭୟ କରିବା ଆରମ୍ଭ କରିଛନ୍ତି । ଯେଉଁଥିପାଇଁ ଏଭଳି ପଦକ୍ଷେପ ନିଆଯାଉଛି । କଂଗ୍ରେସ ବିଧାୟକ ତଥା ପୂର୍ବ ରାଜ୍ୟମନ୍ତ୍ରୀ ଜିତୁ ପଟୱାରୀ ତାଙ୍କ ଟ୍ୱିଟ୍ରେ ଲେଖିଛନ୍ତି କି ଶିବରାଜ ସରକାର ଦ୍ୱାରା ବିଧାନସଭା ଅଧିବେସନ ପୂର୍ବରୁ ଏଭଳି ନିର୍ଦ୍ଦେଶ କୃଷକ ବିରୋଧୀ ମାନସିକତାକୁ ପଦାରେ ପକାଇଛି । ସରକାରଙ୍କର ଏଭଳି ଏକଛତ୍ରବାଦୀ ନିର୍ଦ୍ଦେଶ କୃଷକ ମାନଙ୍କର ଆନ୍ଦୋଳନକୁ ରୋକିପାରିବ ନାହିଁ । ୨୮ ଡିସେମ୍ବରକୁ ସବୁ ବିରୋଧୀ ବିଧାୟକ ଟ୍ରାକ୍ଟରରେ ବିଧାନସଭା ପହଂଚିବାକୁ ସେ ଅନୁରୋଧ କରିଛନ୍ତି ।

ଆପଣଙ୍କୁ କହିରଖୁ କି ସରକାରଙ୍କର ଏଭଳି ନିର୍ଦ୍ଦେଶ ପୂର୍ବରୁ କଂଗ୍ରେସ ଘୋଷଣା କରିଥିଲା କି ବିଧାନସଭାର ଅଧିବେସନର ପ୍ରଥମ ଦିନରେ ସମସ୍ତ କଂଗ୍ରେସ ବିଧାୟକ ମାନେ ଟ୍ରଲି, ଟ୍ରାକ୍ଟର ଓ ବଳଦଗାଡିରେ ବିଧାନସଭା ପହଂଚିବେ । ଏହା ସହ କଂଗ୍ରେସ ତା’ର ବଳ ଦେଖାଇବାକୁ ରାଜ୍ୟରେ ଥିବା ବିଭିନ୍ନ କୃଷକ ସଂଗଠନ ମାନଙ୍କ ସହ ଆଲୋଚନା ଜାରି ରଖିଛି । ବିଧାନସଭା ଚାଲିଥିବା ବେଳେ କୃଷକ ମାନଙ୍କୁ ବିଧାନସଭା ଆଗରେ ବିରୋଧ ପ୍ରଦର୍ଶନ କରିବାକୁ କଂଗ୍ରେସ ପ୍ରସ୍ତୁତି ଚଳାଇଛି । ଅନ୍ୟପଟେ ମଧ୍ୟପ୍ରଦେଶ ସରକାର ଚେତାବନୀ ଦେଇଛି କି ଯଦି କଂଗ୍ରେସ ବିଧାନସଭା ଚାଲିଥିବା ବେଳେ ଆନ୍ଦୋଳନ କରେ ଓ ବିଧାନସଭା ଆଗରେ ଭିଡ ସୃଷ୍ଟି କରିବାକୁ ଚେଷ୍ଟା କରେ ତେବେ ସେମାନଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

from Kanak News
via <a href="https://ifttt.com/?

ଆଜି ବିଜେଡିର ପ୍ରତିଷ୍ଠା ଦିବସ : ୨୪ ତମ ପ୍ରତିଷ୍ଠା ଦିବସ ପାଳୁଛି ବିଜେଡି , ଦିନ ସାଢେ ୧୦ଟାରେ ଦଳୀୟ କାର୍ଯ୍ୟାଳୟରେ ହେବ ସାଧାରଣ ସଭା

ଆଜି ବିଜୁ ଜନତା ଦଳ ପାଳୁଛି ୨୪ ତମ ପ୍ରତିଷ୍ଠା ଦିବସ । କୋଭିଡ କଟକଣା ଭିତରେ ଦଳ ତାର ପ୍ରତିଷ୍ଠା ଦିବସ ପାଳନ କରୁଛି । ଭୁବନେଶ୍ୱର ଫରେଷ୍ଟ ପାର୍କସ୍ଥିତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ  । ସେହିପରି ୟୁନିଟ-୬ ରେ ଥିବା ଦଳୀୟ କାର୍ଯ୍ୟାଳୟରେ ଦିନ ସାଢେ ୧୦ ଟାରେ ଏକ ସାଧାରଣ ସଭାର । ଭିଡିଓ କନଫରେନ୍ସିଂ ଜରିଆରେ ଏଥିରେ ସାମିଲ ହୋଇପାରନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦଳର ଯୁବ ଓ ରାଜ୍ୟ କାର୍ଯ୍ୟକାରିଣୀରେ କେନ୍ଦ୍ରୀୟ ଅବହେଳାକୁ ପ୍ରସଙ୍ଗ କରି ବିଜେପିକୁ ଜୋରଦାର ଟାର୍ଗେଟ କରିଥିଲେ ନବୀନ । ତେଣୁ ଦଳର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଯୋଗଦେଇ ନେତା ଓ କର୍ମୀଙ୍କୁ କଣ ଆହ୍ୱାନ ଦେବେ ତା ଉପରେ ନଜର ରହିଛି । 

୧୯୯୭ ମସିହା ଆଜିର ଦିନରେ ରାଜ୍ୟ ରାଜନୀତିରେ ଏକ ଆଂଚଳିକ ଦଳ ଭାବେ ବିଜୁ ଜନତା ଦଳର ଅଭ୍ୟୁଦୟ ହୋଇଥିଲା । ଯାହା ନିର୍ବାଚନୀ ରାଜନୀତିରେ ତାର ଜୟଯାତ୍ରା ଜାରି ରଖିଛି । ବିଜୁ ବାବୁଙ୍କ ନାମରେ ଗଢାଯାଇଥିବା ଏହି ଆଂଚଳିକ ରାଜନୈତିକ ଦଳ କ୍ରମାଗତ ଭାବେ ତାର ଜନାଧାର ମଧ୍ୟ ବଢାଇ ଚାଲିଛି । ରାଜ୍ୟ ରାଜନୀତିରେ କୌଣସି ଆଂଚଳିକ ଦଳ ଏଭଳି ସଫଳତା ହାସଲ କରିପାରିନାହାନ୍ତି । ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତାକୁ ପୁଞ୍ଜି କରି ଦଳ ଦିନକୁ ଦିନ ଅଧିକ ଶକ୍ତିଶାଳୀ ହୋଇଛି । ଫଳରେ ବିଜେଡିର ପ୍ରଭାବ ଆଗରେ ଫିକା ପଡିଛି ଜାତୀୟ ଦଳଗୁଡିକ ଗ୍ରହଣୀୟତା । ୧୯୯୭ ପୂର୍ବରୁ ଅନେକ ଆଂଚଳିକ ଦଳ ଗଠନ ହୋଇଛି । ଏପରିକି ବିଜୁ ବାବୁ ମଧ୍ୟ ଆଚଂଳିକ ଦଳ ଗଢି ଏତେଟା ସଫଳତା ପାଇପାରିନଥିଲେ । କିନ୍ତୁ ୧୯୯୯ ମହାବାତ୍ୟା ପରବର୍ତୀ ଓଡିଶାରେ ଯେଉଁ ରାଜନୈତିକ ନେତୃତ୍ୱର ସଂକଟ ଦେଖାଦେଇଥିଲା, ତାକୁ କେବଳ ପୂରଣ କରିନାହାନ୍ତି ବରଂ ନିଜ ରେକର୍ଡ ନିଜେ ଭାଙ୍ଗିବାର ଗୌରବ ହାସଲ କରିଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । 

from Kanak News
via <a href="https://ifttt.com/?

କଳାହାଣ୍ଡି କୋକସରାରେ ଅଭାବନୀୟ ଘଟଣା । ଘରେ ପଶି ସୁନା ଗହଣା ସମେତ ବୁଲେଟ ଓ ଟିଭି ସହ ଲୁଟି ନେଲେ ୪୦ ଭରି ସୁନା

କନକ ବ୍ୟୁରୋ : କଳାହାଣ୍ଡିରେ ଅଭାବନୀୟ ଘଟଣା । ଘରେ ପଶି ଲୁଟିନେଲେ ଗାଡି ଟିଭି ସହ ୪୦ ଭରି ସୁନା ଗହଣା । କଳାହାଣ୍ଡି ଜିଲ୍ଲା କୋକସରା ଥାନା ମୋଟେ ଗାଁରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଗାଁର ଜଗଦୀସ ପାଟଜୋଷୀଙ୍କ ପରିବାର ରାତିରେ ଘରେ ଶୋଇଥିବା ବେଳେ କିଛି ଦୁର୍ବୃତ ହଠାତ୍ ଜଗଦୀସ୍ଙ୍କ ଘରେ ପଶିଯାଇଥିଲେ । କେହି କିଛି ବୁଝିବା ପୂର୍ବରୁ ଦୁର୍ବୃତ ମାନେ ପରିବାର ଲୋକଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଆତଙ୍କିତ କରିଥିଲେ । ଏହା ପରେ ଆଲମିରାରେ ଥିବା ୪୦ ଭରି ସୁନା ଗହଣା, ଘରେ ଥିବା ଏକ ଟିଭି ଓ ବାରଣ୍ଡାରେ ଥିବା ଏକ ବୁଲେଟ୍ ମୋଟରସାଇକେଲକୁ ନେଇ ଫେରାର ହୋଇଯାଇଛନ୍ତି ଲୁଟେରା ମାନେ । ସେମାନେ ଯିବାପରେ ଜଗଦୀସ ପାଟିକରି ଗାଁ ଲୋକଙ୍କୁ ଡାକିଥିଲା । ହେଲେ ଗାଁ ଲୋକ ପଂହଚିବା ପୂର୍ବରୁ ଫେରାର ହୋଇଯାଇଥିଲେ ଲୁଟେରା । ଏନେଇ ଜଗଦୀସଙ୍କ ତରଫରୁ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ କରିବା ସହ ଲୁଟେରା ମାନଙ୍କୁ ଧରିବାକୁ ପ୍ରୟାସ କରିଛି ।

କହିରଖୁ କି ଏବେ ଦେଶରେ ଯେଭଳି ଭାବେ ବେକାରୀ ସମସ୍ୟା ବୃଦ୍ଧି ପାଇଛି ତାହା ସାଧାରଣ ଲୋକଙ୍କ ଧନ ଜୀବନ ପ୍ରତି ବିପଦ ସୃଷ୍ଟି କରିଛି । ଯୁବକ ମାନେ କାମ ଧନ୍ଦା ନପାଇ ଅପରାଧିକ କାର୍ଯ୍ୟ କରିବାକୁ ବାଧ୍ୟ ହେଉଛନ୍ତି । ଯାହା ଫଳରେ ଏଭଳି ଘଟଣା ମାନ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started