ଜାତୀୟ କ୍ରିକେଟ୍ ଚୟନ କମିଟିରେ ସ୍ଥାନ ପାଇଲେ ଓଡିଶାର ଦେବାଶିଷ ମହାନ୍ତି । କହିଲେ ପ୍ରଦର୍ଶନକାରୀଙ୍କ ଉପରେ ନିରନ୍ତର ରହିବ ନଜର

କନକ ବ୍ୟୁରୋ : ଓଡିଶାର ଗର୍ବ ବଢାଇଲେ ପୂର୍ବତନ ଜାତୀୟ କ୍ରିକେଟ ଟିମର ଦ୍ରୁତ ବୋଲର ଦେବାଶିଷ ମହାନ୍ତି । ଓଡିଶା କ୍ରିକେଟକୁ ଗତ ଅଢେଇ ଦଶନ୍ଧି ଧରି ରୁଦ୍ଧିମନ୍ତ କରିଥିବା ଦେବାଶିଷ ମହାନ୍ତି ଆଉଏକ ପାହାଚ ଅତିକ୍ରମ କରିଛନ୍ତି । ଦିନେ ସେ ଭାରତୀୟ କ୍ରିକେଟ ଦଳର ଖେଳାଳୀ ଥିଲେ, ଏବେ ଭାରତୀୟ ଦଳ ପାଇଁ ଖେଳାଳୀ ଚୟନ କରିବେ । ଆସନ୍ତାମାସରୁ ହେବାକୁ ଥିବା ଇଂଲଣ୍ଡ ବିପକ୍ଷ ଘରୋଇ ଶୃଙ୍ଖଳା ପାଇଁ ସେ ଭାରତୀୟ ଦଳ ଚୟନର ଅନ୍ୟତମ ଅଂଶବିଶେଷ ହେବେ । ଚେତନ ଶର୍ମାଙ୍କ ଅଧ୍ୟକ୍ଷତାରେ ଗଠିତ ଚୟନ କମିଟିରେ ଦେବାଶିଷ ମହାନ୍ତି ଅନ୍ୟତମ ସଦସ୍ୟ । ତେଣୁ ଖୁସି ଏବଂ ଏଥିପାଇଁ ଓସିଏକୁ ଧନ୍ୟବାଦ ଦେଇଛନ୍ତି । ଜୁନିୟର ଟିମ୍ ପାଇଁ ଖେଳାଳୀ ଚୟନ କରୁଥିଲେ । ଏବେ ବରିଷ୍ଠ ଦଳ ପାଇଁ ଖେଳାଳୀ ବାଛିବା ଏକ ଗୁରୁ ଦାୟିତ୍ୱ ଏବଂ ଏହାକୁ ସେ ନିଷ୍ଠାର ସହ ତୁଲାଇବେ ବୋଲି ସୂଚନା ଦେଇଛନ୍ତି ।

କହିରଖୁ କି ଦେବାଶିଷ ମହାନ୍ତି ଅଢେଇ ଦଶନ୍ଧି ପୂର୍ବେ ଓଡିଶାର ପ୍ରଥମ କ୍ରିକେଟର ଭାବେ ଜାତୀୟ ଦଳରେ ସାମିଲ ହୋଇଥିଲେ । ଏହା ପରେ ସେ ଦେଶ ପାଇଁ କିଛି ଦିନିକିଆ ଓ ଟେଷ୍ଟ ମ୍ୟାଚ୍ ଖେଳିବାର ସୁଯୋଗ ପାଇଥିଲେ । ଅଳ୍ପ କିଛିଦିନର ଆନ୍ତର୍ଜାତୀୟ କ୍ୟାରିଅରରେ ସେ ଭଲ ପ୍ରଦର୍ଶନ କରିଥିଲେ ବି ପରେ ତାଙ୍କୁ ଦଳରେ ସ୍ଥାନ ମିଳିପାରି ନଥିଲା । ଏହାକୁ ନେଇ ସେ ଚିନ୍ତିତ ହେବା ପରିବର୍ତ୍ତେ ଜାତୀୟ ଜୁନିୟର ଟିମ୍ ର ଚୟନକର୍ତ୍ତା ଭାବେ ନିଯୁକ୍ତି ପାଇଥିଲେ । ହେଲେ ଏବେ ସେ ସିନିୟର ଦଳ ପାଇଁ ବିସିସିଆଇ ପ୍ରସ୍ତୁତ କରିଥିବା ଚୟନକର୍ତ୍ତା କମିଟିରେ ସ୍ଥାନ ପାଇବା ପରେ ଖୁସିବ୍ୟକ୍ତ କରିଛନ୍ତି ।

from Kanak News
via <a href="https://ifttt.com/?

ପୁଣି ଅସଲ ଚେହେରା ଦେଖାଇଲା ପାକିସ୍ତାନ । ସାମ୍ବାଦିକଙ୍କୁ ହତ୍ୟା କରିଥିବା ଆତଙ୍କବାଦୀକୁ ଜେଲରୁ ମୁକ୍ତ କରି ବିଶ୍ୱ ଦରବାରରେ ନିନ୍ଦିତ

କନକ ବ୍ୟୁରୋ : କିଛି ନା କିଛି ଅମାନବୀୟ କାର୍ଯ୍ୟକରି ବାରମ୍ବାର ବିଶ୍ୱଦରବାରରେ ନିନ୍ଦିତ ହେଉଛି ପାକିସ୍ତାନ । ଏଭଳି କାର୍ଯ୍ୟ ମଧ୍ୟରେ ସବୁବେଳେ ପାକିସ୍ତାନ ଉପରେ ଅଭିଯୋଗ ରହୁଛି କି ସେ ଆତଙ୍କବାଦୀଙ୍କୁ ସହାୟତା ଯୋଗାଉଛି । ଏହାର ବି ପ୍ରମାଣ ଦେଇଛି ପାକିସ୍ତାନ । ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଥିବା ପାକିସ୍ତାନରେ ପୁଣି ଜଣେ କୁଖ୍ୟାତ ଆତଙ୍କବାଦୀ ମୁକ୍ତ କରିଛି । ଜେଲରୁ ଖଲାସ ହୋଇଛି ଆମେରିକା ସାମ୍ବାଦିକଙ୍କ ହତ୍ୟାକାରୀ ତଥା ଭାରତର ମୋଷ୍ଟ ୱାଂଟେଡ ଆତଙ୍କବାଦୀ ଓମାର ସଇଦ ଶେଖ ।

୨୦୦୨ରେ ଆମେରିକା ସାମ୍ବାଦିକ ଡାନିଏଲ ପର୍ଲଙ୍କୁ ଅପହରଣ କରିନେଇଥିଲେ ଆତଙ୍କବାଦୀ । ତାଙ୍କ ଶରୀରରୁ ମୁଣ୍ଡକୁ ଅଲଗା କରି ଅତି ନୃଶଂସ ଭାବେ ହତ୍ୟା କରିଥିଲେ ପାକିସ୍ତାନୀ ଆତଙ୍କବାଦୀ । ଏହି ହତ୍ୟାକାଣ୍ଡରେ ମୁଖ୍ୟ ଅଭିଯୁକ୍ତ ଓମାର ସଇଦ ଶେଖକୁ ଗିରଫ କରିଥିଲା ପାକିସ୍ତାନ ପୋଲିସ । ତାକୁ ୨୦୦୭ରେ ଫାଶୀ ଦଣ୍ଡାଦେଶ କରାଯାଇଥିଲା । ହେଲେ ଏବେ ତାକୁ ସିନ୍ଧ ପ୍ରଦେଶର ଏକ କୋର୍ଟ କେବଳ ଅପହରଣ ପାଇଁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଯେଉଁଥିପାଇଁ ସର୍ବାଧିକ ୭ ବର୍ଷ ଜେଲ ଦଣ୍ଡାଦେଶ ରହିଛି । ଏହି ସଜା ସେ କାଟି ସାରିଥିବାରୁ ତାକୁ ଜେଲରୁ ମୁକ୍ତ କରିବା ପାଇଁ କହିଛନ୍ତି କୋର୍ଟ । ୧୯୯୯ କାନ୍ଦାହାର ବିମାନ ଅପହରଣ ସମୟରେ ଏହି କୁଖ୍ୟାତ ଆତଙ୍କବାଦୀକୁ ଛାଡିଥିଲା ଭରତ । ତେଣୁ ଜେଲରୁ ମୁକୁଳିବା ପରେ ଏହି ମୋଷ୍ଟ ୱାଂଟେଡ ଆତଙ୍କବାଦୀ, ଏବେ ଭାରତ ବିରୋଧୀ ଆତଙ୍କବାଦ କାର୍ଯ୍ୟକଳାପରେ ମାତିଯିବ । ତାକୁ ଜେଲରୁ ମୁକ୍ତ କରିବା ପ୍ରସଙ୍ଗରେ କଡା ଆପତି କରିଛି ନୂଆଦିଲ୍ଲୀ । ସେହପରି ପାକିସ୍ତାନର ଏହି ପଦକ୍ଷେପକୁ ନେଇ ଭୀଷଣ କ୍ଷୁବ୍ଧ ହୋଇଛି ଆମେରିକା । ଜଣେ ଆମେରିକୀୟଙ୍କୁ ହତ୍ୟା କରିଥିବାରୁ ତା ଉପରେ ନଜର ରଖାଯାଇଥିବା କହିଛନ୍ତି ୱାସିଂଟନ୍ । ଏପରିକି ଡାନିଏଲ ପର୍ଲଙ୍କ ପରିବାରକୁ ନ୍ୟାୟ ମିଳିବ ବୋଲି ଆମେରିକା ଚେତାଇ ଦେଇଛି ।

from Kanak News
via <a href="https://ifttt.com/?

ସୁନ୍ଦରଗଡରେ ଡବଲ ମର୍ଡର, ଜମିବାଡି ବିବାଦକୁ ନେଇ ବାପା-ମାଆଙ୍କୁ ଶିଳପୁଆରେ ଛେଚି ନିର୍ମମ ଭାବେ ହତ୍ୟା କଲା ପିଶାଚ ପୁଅ

କନକ ବ୍ୟୁରୋ : ସଂପତ୍ତି ଆଗରେ ତୁଚ୍ଛ ପଡିଲା ସଂପର୍କ । ଜମି ଭାଗବଂଟାକୁ ନେଇ ସୁନ୍ଦରଗଡ ବିଶିପୁର ଗାଁରେ ଡବଲ ମର୍ଡର । ନିଜ ବାପା, ମାଆଙ୍କୁ ହତ୍ୟା କଲା ପୁଅ । ପନିକିରେ ହାଣି, ଶିଳପୁଆରେ ଛେଚି ଅତି ନିର୍ମମ ଭାବେ ବାପା, ମାଆଙ୍କୁ ହତ୍ୟା କରିଛି ପୁଅ । ସାନ ଭାଇର ବାହାଘର ପାଇଁ ଜମି ବିକ୍ରି ପ୍ରସ୍ତାବକୁ ବିରୋଧ କରି ଏଭଳି ହିଂସ୍ର ପାଲଟି ଯାଇଛି ବଡଭାଇ । ମୃତକ ହେଲେ ୬୫ ବର୍ଷୀୟ ମନବୋଧ ସିଂ ଓ ତାଙ୍କ ପତ୍ନୀ ଲୀଳା ସିଂ ।

ସାନ ପୁଅର ବିବାହ ଭୋଜି ପାଇଁ ଟଙ୍କା ନଥିବାରୁ ଜମି ବିକିବାକୁ ବଡ ପୁଅକୁ ପ୍ରସ୍ତାବ ଦେଇଥିଲେ ମାଆ । ବାପା ମଧ୍ୟ ଏହି ପ୍ରସ୍ତାବକୁ ସମର୍ଥନ କରିଥିଲେ । କିନ୍ତୁ ଏହାକୁ ବିରୋଧ କରିଥିଲା ବଡ ପୁଅ । ବିବାଦ ଅଧିକ ବଢିଯିବାରୁ ଉତ୍ୟକ୍ତ ବଡପୁଅ ଜୟ, ପ୍ରଥମେ ବାପାଙ୍କୁ ପନିକିରେ ହାଣି ପକାଇଥିଲା । ମାଆ ବିରୋଧ କରିବାରୁ ତାଙ୍କୁ ମଧ୍ୟ ହାଣିଥିଲା । ତଥାପି ତାର ରାଗ ଶାନ୍ତ ନହେବାରୁ ଶିଳପୁଆ ଆଣି ଉଭୟଙ୍କ ମୁଣ୍ଡକୁ ଛେଚି ପକାଇଥିଲା । ଫଳରେ ଦୁହିଁଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ଜଣେ ପଡୋଶୀ ଜୟର ଏଭଳି ନର ସଂହାର ଦେଖି ଚିକ୍ରାର କରିବା ପରେ ଆକପାଖ ଲୋକ ଜମା ହୋଇଯାଇଥିଲେ । ତେଣୁ ଜୟ ସେଠାରୁ ଫେରାର ହୋଇଯାଇଥିଲା । ପରେ ବିଶ୍ରା ପୋଲିସ ଓ ସାଇଂଟିଫିକ ଟିମ ପହଂଚି ଛାନଭିନ କରିବା ସହ ମୃତଦେହ ଦୁଇଟିକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ମିଳିଥିବା ସୂଚନା ଅନୁସାରେ ଅଭିଯୁକ୍ତ ଜୟକୁ ଗରିଫ କରି କୋର୍ଟ ଚାଲାଣ କରିଛି ବିଶ୍ରା ଥାନା ପୁଲିସ ।

from Kanak News
via <a href="https://ifttt.com/?

ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ ଉପରେ ଚାଷୀ ସଂଗଠନ ରଖିଲା ଉତ୍ତର । କହିଲେ ଆରମ୍ଭରୁ କୌଣସି ରାଜନୈତିକ ଦଳକୁ ମଂଚରେ ଦେଇନୁ ସୁଯୋଗ

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀଙ୍କ ଅଭିଯୋଗକୁ ଖଣ୍ଡନ କଲେ କୃଷକ ସଂଗଠନ । ଲୋକଙ୍କ ଦ୍ୱାରା ପ୍ରତ୍ୟାଖ୍ୟାନ ହୋଇଥିବା ରାଜନୈତିକ ଦଳ ଚାଷୀଙ୍କୁ ବିଭ୍ରାନ୍ତ କରୁଛନ୍ତି ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏପରିକି ସରକାରଙ୍କ ବିରୋଧରେ ଚାଷୀଙ୍କୁ ବିରୋଧୀ ବ୍ୟବହାର କରୁଛନ୍ତି ବୋଲି ମୋଦି କହିଥିଲେ । ହେଲେ ପ୍ରଧାନମନ୍ତ୍ରୀଙ୍କ ଏଭଳି ଅଭିଯୋଗକୁ ଅସ୍ୱୀକାର କରିଛନ୍ତି କୃଷି ସଂଗଠନଗୁଡିକ । ଦିଲ୍ଲୀରେ ପ୍ରାୟ ମାସେ ହେଲା ଆନ୍ଦୋଳନ ଚଳାଇଥିବା ଚାଷୀ, କୌଣସି ରାଜନୈତିକ ଦଳକୁ ସେମାନଙ୍କ ମଂଚ ବ୍ୟବହାର କରିବା ପାଇଁ ଦେଇନଥିବା ଦାବି କରିଛନ୍ତି । ପ୍ରଧାନମନ୍ତ୍ରୀ ବିରୋଧୀଙ୍କ ଆଳରେ ଚାଷୀ ସଂଗଠନଗୁଡିକୁ ବିଭାଜନ କରିବାକୁ ଚାହୁଁଥିବା ସେମାନେ ପାଲଟା ଅଭିଯୋଗ ଆଣିଛନ୍ତି । ସାଧାରଣ ସଭାରେ ଏମଏସପି ରହିବ ବୋଲି ପ୍ରଧାନମନ୍ତ୍ରୀ କହୁଛନ୍ତି । ତାହାହେଲେ ଏମଏସପିକୁ ନ୍ୟାୟିକ ସୁରକ୍ଷା ଦେବାପାଇଁ ସରକାର କାହିଁକି ଡରୁଛନ୍ତି ବୋଲି ସେମାନେ ପାଲଟା ପ୍ରଶ୍ନ କରିଛନ୍ତି ।

ସେପଟେ ଚାଷୀ ସଂଗଠନଗୁଡିକୁ ପୁଣିଥରେ ଆଲୋଚନା ଟେବୁଲକୁ ଆସିବା ପାଇଁ ଏକ ଚିଠି ଲେଖିଥିଲେ କୃଷି ମନ୍ତ୍ରାଳୟର ସଚିବ । ଏନେଇ ଆଜି କୃଷି ସଂଗଠନଗୁଡିକ ଆଲୋଚନା କରି ନିଷ୍ପତି ନେବେ । ପ୍ରାୟ ୪୦ଟି କୃଷି ସଂଗଠନକୁ ନେଇ ମିଳିତ କିଷାନ ମୋର୍ଚ୍ଚା ଏହି ପ୍ରସଙ୍ଗରେ ଚର୍ଚ୍ଚା କରିବ ବୋଲି ଜଣାପଡିଛି । ଫଳରେ ସରକାର ଓ କୃଷି ସଂଗଠନଗୁଡିକ ମଧ୍ୟରେ ପୁଣିଥରେ ଆଲୋଚନାର ରାସ୍ତା ବାହାରି ପାରେ । ଉଭୟ ପକ୍ଷ ମଧ୍ୟରେ ପ୍ରାୟ ୬ ରାଉଣ୍ଡ ବୈଠକ ସତ୍ୱେ ସମାଧାନର କୌଣସି ରାସ୍ତା ବାହାରି ପାରିନଥିଲା । ଏହାପରେ ଆଲୋଚନା ଏକପ୍ରକାର ବନ୍ଦ ହୋଇଯାଇଛି । କୃଷକମାନଙ୍କ ସମସ୍ତ ଦାବି ଉପରେ ସରକାର ଆଲୋଚନା ପାଇଁ ପ୍ରସ୍ତୁତ ଥିବା ବାରମ୍ବାର କହିଆସୁଛନ୍ତି ।

from Kanak News
via <a href="https://ifttt.com/?

ଆଜି ଠାରୁ ଜଗା ଦର୍ଶନ । ମନ୍ଦିର ପ୍ରବେଶ ପୂର୍ବରୁ ମାସ୍କ, ସାମାଜିକ ଦୂରତା ଓ ସହ କରୋନା କଟକଣା ବାଧ୍ୟତାମୂଳକ

କନକ ବ୍ୟୁରୋ : ଆଜିଠାରୁ ଜଗା ଦର୍ଶନର ସୁଯୋଗ ପାଇଁ ପୁରୀ ବାସିନ୍ଦା । ମହାପ୍ରଭୁଙ୍କ ଦର୍ଶନ କରିବାକୁ ଆସୁଥିବା ସମସ୍ତ ଶ୍ରଦ୍ଧାଳୁଙ୍କ ପାଇଁ ରହିଛି ବ୍ୟାରିକେଡ୍ ବ୍ୟବସ୍ଥା । ମାର୍କେଟ୍ ଛକରୁ ଶ୍ରୀମନ୍ଦିର ଯାଏଁ ବ୍ୟାରିକେଡ୍ କରାଯାଇଛି । ସକାଳ ୭ଟାରୁ ମାର୍କେଟ ଛକରୁ ଆରମ୍ଭ ହେବ ଧାଡ଼ି ଦର୍ଶନ । ପ୍ରଥମେ ଟୋକନ ପରିଚୟ ପତ୍ରର ଯାଂଚ୍ କରାଯିବ । କିଓସ୍କ ମାଧ୍ୟମରେ ଭକ୍ତଙ୍କ ଫଟୋଗ୍ରାଫି ହେବ । ଏହାପରେ କୋଭିଡ କଟକଣା ମଧ୍ୟରେ ସିଂହଦ୍ୱାର ଦେଇ ଶ୍ରଦ୍ଧାଳୁ ପ୍ରବେଶ କରି ଠାକୁରଙ୍କ ଦର୍ଶନ କରିବା ପରେ ଉତର ଦ୍ୱାର ଦେଇ ପ୍ରସ୍ଥାନ କରିବେ । ଏଥିପାଇଁ ପୁଲିସ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସାଙ୍ଗରେ ପରିଚୟପତ୍ର ଆଣିବାକୁ ପୁରୀବାସୀଙ୍କୁ ପରାମର୍ଶ ଦେଇଛି ଶ୍ରୀମନ୍ଦିର ପ୍ରଶାସନ । ଦର୍ଶନର ୨ ଦିନ ପୂର୍ବରୁ ଚିରକୁଟି ଯୋଗାଇ ଦିଆଯାଇଛି ।

ସ୍ୱଛ ସାଥୀଙ୍କ ଜରିଆରେ ଏହି ଟୋକନ୍ ବଂଟା ଯାଇଛି । ଯେଉଁମାନେ ଟୋକନ ପାଇନଥିବେ, ସେମାନଙ୍କ ପାଇଁ ଶ୍ରୀଜଗନ୍ନାଥ ବଲ୍ଲଭ ମଠରେ ସ୍ୱତନ୍ତ୍ର ଟୋକନ୍ କାଉଁଟର କରାଯାଇଛି । ପ୍ରଥମ ଦଫାରେ ଆଜି ପୁରୀର ୭ଟି ୱାର୍ଡର ଲୋକ ଶ୍ରୀମନ୍ଦିରରେ ପ୍ରବେଶ କରି ବଡ ଠାକୁରଙ୍କୁ ଦର୍ଶନ କରିପାରିବେ । ମନ୍ଦିର ଭିତରେ ଓ ବାହାରେ ମାସ୍କ ପିନ୍ଧିବା ଜରୁରୀ । ମନ୍ଦିର ଭିତରକୁ ଯିବା ସମୟରେ ହାତକୁ ସାନିଟାଇଜ କରିବେ । ସାମାଜିକ ଦୂରତା ରକ୍ଷା କରିବେ । ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ପାଇଁ ମୋଟ ୧୮ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହେବେ । ଦର୍ଶନ ଶୃଂଖଳିତ କରିବାକୁ ପ୍ରତି ସିଫ୍ଟରେ ପ୍ରତିହାରୀ ନିଯୋଗର ୧୫ ଜଣ ସ୍ୱେଛାସେବୀ ନିୟୋଜିତ ହେବେ ବୋଲି କହିଛନ୍ତି ଜିଲ୍ଲାପାଳ । ୯ ମାସ ପରେ ଗତ ୨୩ ତାରିଖରେ ଶ୍ରୀମନ୍ଦିର ଖୋଲିବା ପରେ ପ୍ରଥମେ ସେବାୟତ ଓ ସେବାୟତଙ୍କ ପରିବାରକୁ ମହାପ୍ରଭୁଙ୍କ ଦର୍ଶନ ସୁଯୋଗ ଦିଆଯାଇଥିଲା ।

from Kanak News
via <a href="https://ifttt.com/?

କାଲି ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଟେଷ୍ଟ । ବିଜୟ ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇବ ଭାରତ । ଡେବ୍ୟୁ କରିବେ ଶୁଭମନ ଗିଲ, ମହମ୍ମଦ ସିରାଜ

କନକ ବ୍ୟୁରୋ : କାଲି ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଖେଳାଯିବ । ଏହି ମ୍ୟାଚରେ ଭାରତୀୟ ଟିମରେ କିଛି ପରିବର୍ତ୍ତନ ହୋଇଛି । ଦଳ ଏହି ମ୍ୟାଚରେ ବିଜୟ ଲକ୍ଷ୍ୟରେ ରହିବ । କାରଣ ୪ଟିକିଆ ମ୍ୟାଚ ବିଶିଷ୍ଟ ସିରିଜରେ ଅଷ୍ଟ୍ରେଲିଆ ୧-୦ରେ ଆଗୁଆ ରହିଛି । ଏହି ମ୍ୟାଚରେ ଯଦି ଅଷ୍ଟ୍ରେଲିଆ ବିଜୟୀ ହୁଏ ତେବେ ଦଳ ୨-୦ରେ ଆଗୁଆ ରହିବ । ଆଉ ସିରିଜ ବରାବର ସ୍ଥିତିକୁ ଚାଲିଯିବ । ତେଣୁ ଏହି ସିରିଜକୁ ନିଜ ପକ୍ଷକୁ ଆଣିବାକୁ ହେଲେ ଭାରତକୁ ଦ୍ୱିତୀୟ ଟେଷ୍ଟ ଜିତିବାକୁ ହେବ ।

ଦ୍ୱିତୀୟ ଟେଷ୍ଟରେ ବିରାଟ କୋହଲିଙ୍କ ବଦଳରେ ଆଜିଙ୍କ୍ୟ ରାହାଣେଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଛି । ଏହାସହ ଶୁଭମନ ଗିଲ ଓ ମହମ୍ମଦ ସିରାଜ ଏହି ମ୍ୟାଚ ଜରିଆରେ ଟେଷ୍ଟ କ୍ରିକେଟରେ ଡେବ୍ୟୁ କରିବେ । ଅନପକ୍ଷ୍ୟରେ ରଦ୍ଧିମାନ ଶାହାଙ୍କ ନୈରାଶ୍ୟ ଜନକ ପ୍ରଦର୍ଶନ ଯୋଗୁଁ ତାଙ୍କ ବଦଳରେ ରିଷବ ପନ୍ତଙ୍କୁ ସ୍ଥାନ ମିଳିଛି ।

ଭାରତୀୟ ଦଳ : ଆଜିଙ୍କ୍ୟ ରାହାଣେ (ଅଧିନାୟକ), ମୟଙ୍କ ଅଗ୍ରୱାଲ, ଶୁଭମନ ଗିଲ୍, ଚେତେଶ୍ୱର ପୂଜାରା(ଉପ ଅଧିନାୟକ), ହନୁମା ବିହାରୀ, ରିଷବ ପନ୍ତ(ୱିକେଟ କିପର), ରବିନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱିନୀ, ଉମେଶ ଯାଦବ, ଯଶପ୍ରିତ ବୁମରାହ, ମହମ୍ମଦ ସିରାଜ ।

from Kanak News
via <a href="https://ifttt.com/?

ପ୍ରଭୁଙ୍କୁ ଦେଖିବେ ପୁରୀବାସୀ । କାଲି ପୁରୀ ସହରବାସୀଙ୍କୁ ଦର୍ଶନ ଦେବେ କାଳିଆ ଠାକୁର ।

କନକ ବ୍ୟୁରୋ: କାଲିଠାରୁ ଶ୍ରୀଜଗନ୍ନାଥଙ୍କ ଦର୍ଶନର ସୁଯୋଗ ପାଇବେ ପୁରୀ ସହରବାସୀ । ୱାର୍ଡୱାରୀ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା । ଦର୍ଶନ ପାଇଁ ଚିରକୁଟି ଓ ପରିଚୟପତ୍ର ବାଧ୍ୟତାମୂଳକ । ଚିରକୂଟ ପାଇନଥିଲେ ଜଗନ୍ନାଥ ବଲ୍ଲଭରେ ପରିଚୟପତ୍ର ଦେଇ ନେବେ । କେହି ଯେପି ଦର୍ଶନରୁ ବଞ୍ଚିତ ନହୁଅନ୍ତି ସେନେଇ ଗୁରୁତ୍ୱ ଦିଆଯିବ । ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ନେଇ ସମୀକ୍ଷା କଲେ ଜିଲ୍ଲାପାଳ ।

ତେବେ ଗତ ୨୩ ତାରିଖରେ ଖୋଲିଥିଲା ଶ୍ରୀମନ୍ଦିର । ଭକ୍ତଙ୍କ ପାଇଁ କବାଟ ଖୋଲିଥିଲା କାଳିଆ । ଆଉ ଦୀର୍ଘ ନ ମାସର ଅପେକ୍ଷାର ଅନ୍ତ ହେବା ପରେ ଭାବର ଠାକୁରକୁ ଦେଖିଥିଲା ଭକ୍ତ ।

ସେପଟେ ମହାପ୍ରଭୁଙ୍କ ଦର୍ଶନ ପାଇଁ ନୂଆ ଏସଓପି ଜାରି କରାଯାଇଛି । ପୁର୍ବ ଘୋଷଣା ସହ ଆଉ କିଛି ଯୋଡିଛି ଶ୍ରୀମନ୍ଦିର ପ୍ରଶାସନ । ଶ୍ରୀମନ୍ଦିର ଭିତରେ ଦୀପ ଜାଳିବା ସଂପୂର୍ଣ୍ଣ ନିଷେଧ । ଶ୍ରୀମନ୍ଦିର ଭିତରକୁ ଭୋଗ, ଫୁଲ, ଦୀପ ନେବା ମନା । ଏହା ସହ ମନ୍ଦିର ଭିତରେ କୌଣସି ପ୍ରତିମାକୁ ବି ଛୁଇଁପାରିବେନି ଭକ୍ତ । ମନ୍ଦିର ଭିତରେ ଓ ବାହାରେ ମାସ୍କ୍ ପିନ୍ଧିବା ଜରୁରୀ । ମନ୍ଦିର ଭିତରକୁ ଯିବା ସମୟରେ ହାତକୁ ସାନିଟାଇଜର କରିବେ । ସେହିପରି ମନ୍ଦିର ଭିତରେ ପାନ ଓ ଗୁଟଖା ଖାଇବା ମଧ୍ୟ ନିଷେଧ କରାଯାଇଛି ।

from Kanak News
via <a href="https://ifttt.com/?

ଓଡିଶା ପାଇଁ ଖୁସି ଖବର । କରୋନାରୁ ସୁସ୍ଥ ହେଲେ ୪୦୬ ଆକ୍ରାନ୍ତ ।

କନକ ବ୍ୟୁରୋ: ରାଜ୍ୟରେ ଆଜି କରୋନାରୁ ୪୦୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨୩ ହଜାର ୩୭୮କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ ଜରିଆରେ ଏହି ସୂଚନା ଦିଆଯାଇଛି।

https://platform.twitter.com/widgets.js

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ସୁନ୍ଦରଗଡ଼ ଜିଲ୍ଲାରୁ ଆଜି ୫୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ୪୨ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୩୫ ଜଣ, କଟକ ଜିଲ୍ଲାରୁ ୨୭ ଜଣ, ସମ୍ବଲପୁର ଜିଲ୍ଲାରୁ ୨୬ ଜଣ, ବଲାଙ୍ଗୀର, ଯାଜପୁର ଜିଲ୍ଲାରୁ ୨୪ ଜଣ ଲେଖାଏଁ, ମୟୂରଭଂଜ ଜିଲ୍ଲାରୁ ୨୨ ଜଣ, ପୁରୀ ଜିଲ୍ଲାରୁ ୧୮ ଜଣ, ବରଗଡ଼ ଜିଲ୍ଲାରୁ ୧୭ ଜଣ, ଅନୁଗୁଳ ଜିଲ୍ଲାରୁ ୧୫ ଜଣ, ବାଲେଶ୍ୱର ଜିଲ୍ଲାରୁ ୧୧ ଜଣ ଓ କେନ୍ଦୁଝର ଜିଲ୍ଲାରୁ ୧୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସେହିପରି ଦେବଗଡ଼, ନବରଂଗପୁର ଜିଲ୍ଲାରୁ ୯-୯ ଜଣ, ନୂଆପଡ଼ା ଜିଲ୍ଲାରୁ ୮ ଜଣ, ଝାରସୁଗୁଡ଼ା, କଳାହାଣ୍ଡି, କନ୍ଧମାଳ ଜିଲ୍ଲାରୁ ୬ ଜଣ ଲେଖାଏଁ, ଜଗତସିଂହପୁର, ରାୟଗଡ଼ା ଜିଲ୍ଲାରୁ ୫ ଜଣ ଲେଖାଏଁ, ଭଦ୍ରକ, ଗଂଜାମ, ମାଲକାନଗିରି ଜିଲ୍ଲାରୁ ୪ ଜଣ ଲେଖାଏଁ, ନୟାଗଡ଼ ଜିଲ୍ଲାରୁ ୨ ଜଣ, ବୌଦ୍ଧ, ଗଜପତି, କୋରାପୁଟ, ସୁବର୍ଣ୍ଣପୁର ଜିଲ୍ଲାରୁ ଜଣେ ଲେଖାଏଁ ଓ ରାଜ୍ୟପୁଲରୁ ୧୧ ଜଣ ସୁସ୍ଥ ହୋଇଛନ୍ତି।

from Kanak News
via <a href="https://ifttt.com/?

ଡାକ୍ତରୀ ପଢ଼ିବା ନିଶା ଆଗରେ ହାର ମାନିଲା ବୟସ । ୬୪ ବର୍ଷ ବୟସରେ ବୁର୍ଲା ଭିଏସଏସ୍ ମେଡ଼ିକାଲ କଲେଜରେ ନାଁ ଲେଖାଇଲେ ଜୟ କିଶୋର ପ୍ରଧାନ ।

କନକ ବ୍ୟୁରୋ : ଅବସର ବୟସ ୬୦ । ଚାକିରି ଜୀବନରୁ ଅବସର ନେଇଗଲା ପରେ ମଣିଷ ପରିବାର ସହ ସମୟ ବିତାଇବାକୁ ପସନ୍ଦ କରେ । ନାତିନାତୁଣୀଙ୍କ ଗହଣରେ ଦିନ କାଟିବାକୁ ପସନ୍ଦ କରେ । ହେଲେ ଆଜି ଆମେ ଏମିତି ଜଣେ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀଙ୍କ କଥା କହିବାକୁ ଯାଉଛୁ, ଯିଏ ପାଠ ବଢ଼ିବାକୁ ମନ ବଳାଇଛନ୍ତି । ତାହା ପୁଣି ଡାକ୍ତରୀ ପାଠ । ୬୪ ବର୍ଷ ବୟସରେ ଏମ୍ବିବିଏସ୍ ପାଠ୍ୟକ୍ରମରେ ନାମ ଲେଖାଇଥିବା ଜୟ କିଶୋର ପ୍ରଧାନଙ୍କ କାହାଣୀ ।

ପାଠ ପଢ଼ିବାର କ’ଣ ବୟସ ଥାଏ? ସତରେ କଥାଟି ଯିଏ ବି କହୁନା କାହିଁକି ହୁଏତ ଠିକ୍ କହିଛି । ତାହା ହୋଇନଥିଲେ ନାତିନାତୁଣୀ ଖେଳାଇବା ବୟସରେ ଛୋଟ ପିଲାଟିଏ ଭଳି ବହିବସ୍ତାନୀ ଧରି, କ’ଣ ଜଣେ ବୟସ୍କ ବ୍ୟକ୍ତି ଏମିତି ବସିଯାଇଥାନ୍ତେ । ବରଗଡ଼ ଜିଲ୍ଲା ଅତାବିରାର ଅବସରପ୍ରାପ୍ତ ବ୍ୟାଂକ ଅଧିକାରୀ ଜୟକିଶୋର ପ୍ରଧାନ  । ୬୪ ବର୍ଷ ବୟସରେ ନିଟ୍ ପରୀକ୍ଷାରେ ସଫଳତାର ସହ ଉତୀର୍ଣ୍ଣ ହେବା ପରେ ବୁର୍ଲର ଭିମସାରରେ ପ୍ରଥମ ବର୍ଷ ଡାକ୍ତରୀ ଛାତ୍ର ଭାବେ ନାମ ଲେଖାଇଛନ୍ତି ।

ପିଲା ବେଳରୁ ଡାକ୍ତର ହେବାକୁ ଇଚ୍ଛା ରଖିଥିଲେ ଜୟ କିଶୋର । କ୍ୟାରିୟର ଆରମ୍ଭରୁ ଥିବା ଇଚ୍ଛାକୁ ଏବେ ପୂରଣ କରିବାକୁ ଯାଉଛନ୍ତି ଅତାବିରାର ଏହି ଅବସରପ୍ରାପ୍ତ ବ୍ୟାଂକ ଅଧିକାରୀ । କିଭଳି ପାଠ ପଢ଼ି ଜଣେ ଭଲ ଡାକ୍ତର ହୋଇ ବାହାରିବେ ଓ ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରିପାରିବେ, ଏବେ ତାହା ହିଁ ସେ ଲକ୍ଷ୍ୟ ରଖିଛନ୍ତି ।

ଜୟକିଶୋର ସେପ୍ଟେମ୍ବର ମାସରେ ନିଟ୍ ପରୀକ୍ଷା ଦେଇଥିଲେ । ଏଥିରେ ସେ ଭଲ ରାଂକରେ ଉତୀର୍ଣ୍ଣ ହୋଇଥିଲେ । ଆଉ ଦିବ୍ୟାଙ୍ଗ ପାଇଁ ସଂରକ୍ଷିତ ସିଟରେ ଜୟକିଶୋର ନାମ ଲେଖାଇବାକୁ ଯୋଗ୍ୟ ବିବେଚିତ ହୋଇଥିଲେ । ବୁଧବାର ତାଂକ ନାମଲେଖା ହୋଇଥିବା ବେଳେ ଗୁରୁବାର ମେଡିକାଲ ଟେଷ୍ଟ ମଧ୍ୟ ଶେଷ ହୋଇଛି ।

from Kanak News
via <a href="https://ifttt.com/?

ନାବାଳକ ହେଲେ ବି ପରୀ ହତ୍ୟାକରୀକୁ ମିଳିନପାରେ ନିସ୍ତାର । ନିର୍ଭୟାକାଣ୍ଡ ପରେ ବଦଳିଛି ଜୁଭେନାଇଲ ଆକ୍ଟ । ୧୬ରୁ ୧୮ ବର୍ଷର ଦୋଷୀଙ୍କୁ କଠୋର ଦଣ୍ଡବିଧାନ କରିପାରିବେ ବିଚାରପତି ।

କନକ ବ୍ୟୁରୋ : କୁନି ଝିଅ ପରୀକୁ ଯେଉଁଭଳି ନିର୍ମମ ଭାବେ ହତ୍ୟା କରାଯାଇଛି, ଏହାକୁ ନେଇ ସାଧାରଣରେ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଉଛି । ଏଭଳି ଜଘନ୍ୟ କାର୍ଯ୍ୟ କରିଥିବା ସଇତାନ କ’ଣ ଦଣ୍ଡ ପାଇବ, ଏହା ଉପରେ ସମସ୍ତଙ୍କ ନଜର ରହିଛି ।

ଅଭିଯୁକ୍ତ ସରୋଜ ସେଠୀଙ୍କ ବିରୋଧରେ ଲାଗିଛି ବିଭିନ୍ନ ଦଫା । ୩୭୬ ଏ ଦୁଷ୍କର୍ମର୍, ୩୭୬ (ଏ,ବି) ୧୨ ବର୍ଷରୁ କମ୍ ନାବାଳିକାକୁ ଦୁଷ୍କର୍ମ, ୩୬୪ ଅପହରଣ, ୩୦୨ (ହତ୍ୟା), ୨୦୧ (ପ୍ରମାଣ ନଷ୍ଟ) । ଏହା ସହ ଅଭିଯୁକ୍ତ ବିରୋଧରେ ଲାଗିଛି ପକସୋ ଆକ୍ଟର ଧାରା ୬ ।

ଏହିସବୁ ଦଫାରେ ରହିଛି କଠୋର ଦଣ୍ଡ ବ୍ୟବସ୍ଥା । ଅଭିଯୁକ୍ତ ସରୋଜ ସେଠୀ ଦୋଷୀ ସାବ୍ୟସ୍ତ ହେଲେ ଆଜୀବନ କାରାଦଣ୍ଡ ଠାରୁ ଫାଶୀ ପର୍ଯ୍ୟନ୍ତ ଦଣ୍ଡ ବିଧାନ ରହିଛି । ତେବେ ଅଭିଯୁକ୍ତ ସାବାଳକ କି ନାବାଳକ, ଏ ନେଇ ଦ୍ୱନ୍ଦ୍ୱ ରହିଛି । ସରୋଜ ସେଠୀକୁ ୧୮ ବର୍ଷ, ସେ ସାବାଳକ ବୋଲି ଏସଆଇଟି ଦର୍ଶାଉଥିବା ବେଳେ କୋର୍ଟରେ ତାଙ୍କ ଓକିଲ ନାବାଳକ ବୋଲି ଯୁକ୍ତି ବାଢ଼ିପାରନ୍ତି ।

ତେବେ ନିର୍ଭୟା ହତ୍ୟାକାଣ୍ଡ ପରେ ଜୁଭେନାଇଲ୍ ଆକ୍ଟରେ ପରିବର୍ତନ ଆସିଛି । ଅଭିଯୁକ୍ତର ବୟସ ୧୬ରୁ ୧୮ ବର୍ଷ ମଧ୍ୟରେ ହୋଇଥିଲେ ଏବଂ ଜଘନ୍ୟ ଅପରାଧ ପ୍ରମାଣିତ ହେଲେ ଅଭିଯୁକ୍ତକୁ ସାବାଳକ ଭାବେ ବିବେଚନା କରି କଠୋର ଦଣ୍ଡବିଧାନ କରିପାରନ୍ତି ବିଚାରପତି । ଜୁଭେନାଇଲ୍ ଆକ୍ଟରେ ପରିବର୍ତନ ହୋଇଥିବାରୁ ଅଭିଯୁକ୍ତ ସରୋଜ ସେଠୀ ଦୋଷୀ ସାବ୍ୟସ୍ତ ହେଲେ ଆଇନ ହାତରୁ ଖସିବା ମୁସ୍କିଲ ହୋଇପଡିବ ।

from Kanak News
via <a href="https://ifttt.com/?

Design a site like this with WordPress.com
Get started