ନୂଆବର୍ଷରେ ରାଜ୍ୟ ପାଇବ ନୂଆ ମୁଖ୍ୟ ଶାସନ ସଚିବ । ସୁରେଶ ମହାପାତ୍ର ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି । ଅବସର ପୂର୍ବରୁ ଅସିତ ତ୍ରିପାଠୀଙ୍କୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ପଦ ।

କନକ ବ୍ୟୁରୋ : ମୁଖ୍ୟ ଶାସନ ସଚିବ ପଦରୁ ଡିସେମ୍ବର ୩୧ରେ ଅସିତ ତ୍ରିପାଠୀ ଅବସର ନେଉଥିବା ବେଳେ ତାଙ୍କ ସ୍ଥାନ କିଏ ନେବ, ଏ ନେଇ ପାୱାର କରିଡରରେ କିଛି ଦିନ ଧରି ଜୋରଦାର ଚର୍ଚ୍ଚା ଚାଲିଥିଲା । ତେବେ ଏହି ଚର୍ଚ୍ଚାର ଅବସାନ ଘଟିଛି । ୧୯୮୬ ବ୍ୟାଚର ଆଇଏଏସ ଅଫିସର ତଥା ବର୍ତମାନର ଉନ୍ନୟନ କମିଶନର ସୁରେଶ ମହାପାତ୍ରଙ୍କୁ ନୂଆ ଶାସନ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।  ୧୪ମାସ ପାଇଁ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ରହିବେ ସୁରେଶ ।

ଜଣେ ଦକ୍ଷ, ଅଭିଜ୍ଞ ଆଇଏଏସ ଅଧିକାରୀ ଭାବେ ଜଣାଶୁଣା ସୁରେଶ ମହାପାତ୍ର । ଶ୍ରୀମନ୍ଦିରର ସମସ୍ୟା ହେଉ କିମ୍ବା କୌଣସି ପ୍ରଶାସନିକ ସଂକଟ, ଅନେକ ସମୟରେ କ୍ରାଇସେସ୍ ମ୍ୟାନେଜର ଭାବେ ସେ ଦାୟିତ୍ୱ ତୁଲାଇ ଚର୍ଚ୍ଚାକୁ ଆସିଥାନ୍ତି । ଏହି ସବୁ ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀଙ୍କ ଗୁଡବୁକରେ ରହିଥିଲେ ସୁରେଶ ।

ଡିସେମ୍ବର ୩୧ରେ ଅବସର, ହେଲେ ଏହା ପୂର୍ବରୁ ଅସିତ ତ୍ରିପାଠୀଙ୍କୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅବସ୍ଥାପିତ କରିଛନ୍ତି ରାଜ୍ୟ ସରକାର । ଓଡିଶା ପ୍ରଶାସନିକ ଇତିହାସରେ ସେ ପ୍ରଥମ ବ୍ୟକ୍ତି, ଯିଏ ଶାସନ ମୁଖ୍ୟ ପଦରୁ ସିଧାସଳଖ ଏକ ରାଜନୈତିକ ପଦବୀ ହୋଇ ରହି ଆସିଥିବା ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଇଛନ୍ତି  । ଏହା ସହ ତାଙ୍କୁ ମିଳିଛି; ପର୍ଯ୍ୟଟନ, କୃଷି ବ୍ୟବସାୟ, ଆଂଚଳିକ ବିକାଶ ଓ ଶିଳ୍ପ ବିଭାଗର ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଉପଦେଷ୍ଟା ଦାୟିତ୍ୱ ।

ସେପଟେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ୧୯୮୯ ବ୍ୟାଚର ବରିଷ୍ଠ ଆଇଏଏସ ତଥା ଏସଆରସି ପ୍ରଦୀପ ଜେନାଙ୍କୁ ମିଳିଛି ଉନ୍ନୟନ କମିଶନର ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ । କରୋନା ମୁକାବିଲାରେ ଲକଡାଉନ, ସଟଡାଉନ, ଅନଲକ୍ ଠାରୁ ଆରମ୍ଭ କରି ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇ ପ୍ରଶଂସା ଭାଜନ ହୋଇଥିଲେ ପ୍ରଦୀପ ଜେନା ।

ବରିଷ୍ଠତା ଦୃଷ୍ଟିରୁ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କୁ ଉନ୍ନୟନ କମିଶନର ଭାବେ ଦାୟତ୍ୱ ମିଳିବ ବୋଲି ଚର୍ଚ୍ଚା ହେଉଥିଲା । ତେବେ ପ୍ରଦୀପ ଜେନାଙ୍କୁ ଏହି ପଦବୀ ପାଇଁ ବାଛିଛନ୍ତି ମୁଖ୍ୟମନ୍ତ୍ରୀ ।

from Kanak News
via <a href="https://ifttt.com/?

ଚାଷୀ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଲେ, ରାଜ୍ୟ ସରକାର ଦେଉନାହାନ୍ତି ଚାଷୀ ତାଲିକା, ଟଙ୍କା ପାଇପାରୁ ନାହାଁନ୍ତି ଓଡ଼ିଶା ଚାଷୀ ।

କନକ ବ୍ୟୁରୋ : ଜଗତସିଂହପୁର ଏରସମାରେ ବାଜପେୟୀଙ୍କ ପ୍ରତିମୂର୍ତି ଉନ୍ମୋଚନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ସଭାକୁ ସମ୍ବୋଧିତ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ କେନ୍ଦ୍ରମନ୍ତ୍ରୀ । ରାଜ୍ୟ ସରକାର ପ୍ରଥମେ ୪୩ ଲକ୍ଷ ଚାଷୀଙ୍କ ତାଲିକା କେନ୍ଦ୍ର ନିକଟକୁ ପଠାଇଥିଲେ । ଏବେ କିନ୍ତୁ ସରକାର ଚାଷୀଙ୍କ ସଂଖ୍ୟା କମେଇ ଦେଉଛନ୍ତି କାହିଁକି ବୋଲି ପ୍ରଶ୍ନ କରିଥିଲେ ଧର୍ମେନ୍ଦ୍ର ପ୍ରଧାନ ।

ସେହିପରି ଓଡିଶାର ବେରୋଜଗାର ପ୍ରସଙ୍ଗ ଉଠେଇ ନବୀନ ସରକାରଙ୍କୁ ଘେରିଥିଲେ । ଏଥିସହ ଆଇଏଫଏସ ଅଭୟକାନ୍ତଙ୍କ ଠକେଇ କଥା ଉଠାଇ ଏହା ରାଜ୍ୟ ସରକାରଙ୍କ ସୁଶାସନ କି ବୋଲି ପ୍ରଶ୍ନ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ।

ସେପଟେ କେନ୍ଦ୍ରେମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଜବାବ ଦେଇଛି ବିଜେଡି । ବରିଷ୍ଠ ବିଜେଡି ନେତା ସଂଜୟ ଦାସ ବର୍ମା କହିଛନ୍ତି ଆଜି ରାଜରାସ୍ତାକୁ ଓହ୍ଲାଇଛନ୍ତି ଚାଷୀକୂଳ, ପ୍ରଥମେ ବିଜେପି ତାହାର ଜବାବ ଦେବା ଉଚିତ । ଏହାଛଡା ଏମଏସପିକୁ ନେଇ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ କଣ ତାହା ଆଗ ସ୍ପଷ୍ଟ କରନ୍ତୁ ବୋଲି ସେ କହିଛନ୍ତି ।

from Kanak News
via <a href="https://ifttt.com/?

ବାପା-ମା’ଙ୍କୁ ନୃଶଂସ ହତ୍ୟା । ପାରିବାରିକ କଳହରୁ ଶିଳ ଓ ପନିକିରେ ବାପା, ମା’କୁ ହତ୍ୟା କଲା ପୁଅ । 

କନକ ବ୍ୟୁରୋ : ଜମି ବିକ୍ରି ଟଙ୍କା ନ ମିଳିବାରୁ ନୃସଂଶ କାଣ୍ଡ ଭିଆଇଛି ବଡ଼ ପୁଅ । ନିଜ ବାପ-ମାଙ୍କୁ ଅତି ନିର୍ମମ ଭାବେ ପନିକିରେ ହାଣି ହତ୍ୟା କରିଛି । ମୃତକ ହେଲେ କୃଷ୍ଣଚନ୍ଦ୍ର ସିଂହ (୬୪) ଓ ତାଙ୍କ ପତ୍ନୀ ଲୀଳାବତୀ (୫୮) । ଏମିତି ଅଭାବନୀୟ ଘଟଣା ଘଟିଛି ନୂଆଗାଁ ବ୍ଲକ ଅନ୍ତର୍ଗତ ଲିମଡା ପଞ୍ଚାୟତ ବିଶିପୁର ଗାଁରେ । ହତ୍ୟାକାରୀ ପୁଅ ଘଟଣା ପରେ ଘରୁ ଫେରାର ହୋଇ ଯାଇଛି । ବିଶ୍ରା ପୁଲିସ ଦୁଇଟି ଶବ ଜବତ କରି ଘଟଣାର ତଦନ୍ତ ଚଳାଇଛି ।

ମିଳିଥିବା ସୂଚନା ମୁତାବକ ବିଶିପୁର ଗାଁରେ କୃଷ୍ଣଚନ୍ଦ୍ର ସିଂ, ପତ୍ନୀ ଲୀଳାବତୀ, ବଡ ପୁଅ ଜୟ (୪୦), ସାନ ପୁଅ ସୋମେନ (୩୫) ପରିବାର ସହ ରହନ୍ତି । ଗତ ୨୨ ଦିନ ତଳେ କୃଷ୍ଣଚନ୍ଦ୍ର କିଛି ଜମି ବିକି ଥିଲେ । ଜମି ବିକ୍ରି ଟଙ୍କାର ଭାଗ ବଡ଼ ପୁଅ ଜୟକୁ ମିଳି ନ ଥିଲା, ଯାହାକୁ ନେଇ ଜୟ ବାପା-ମା’ଙ୍କ ସହ ଝଗଡା କରୁଥିଲା ।

ଆଜି ସକାଳ ପ୍ରାୟ ୯ଟାରେ ଏହି କଥାକୁ କେନ୍ଦ୍ରକରି ଜୟ ବାପା-ମା’ ଙ୍କୁ ଗାଳିଗୁଲଜ କରିଥିଲା । ସାନ ପୁଅ ସୋମେନ ବିରୋଧ କରିବାରୁ ଉତ୍ତେଜିତ ହୋଇ ଜୟ ଘରୁ ପନକି ଆଣି ଉଭୟ ବାପା-ମାଙ୍କୁ ପ୍ରଣାନ୍ତକ ଆକ୍ରମଣ କରିଥିଲେ । ଫଳରେ ଘଟଣାସ୍ଥଳରେ ବାପା-ମାଙ୍କର ମୃତ୍ୟୁ ହୋଇ ଯାଇଥିଲା । ବାପା – ମା ମୃତ୍ୟୁ ହୋଇ ଯିବାରୁ ଗିରଫ ଭୟରେ ଜୟ ଘରୁ ଫେରାର ହୋଇ ଯାଇଥିଲା । ସାନ ପୁଅ ସୋମେନ ହତ୍ୟାକାଣ୍ଡ ସମ୍ପର୍କରେ ବିଶ୍ରା ଥାନାକୁ ସୂଚନା ଦେବା ସହ ଲିଖିତ ଏତଲା ଦେଇଥିଲେ ।

from Kanak News
via <a href="https://ifttt.com/?

ଆନ୍ଦୋଳନ ଭିତରେ ଅନ୍ନଦାତାଙ୍କ ସହ କଥା ହେଲେ ମୋଦି । ୯ କୋଟି ଚାଷୀଙ୍କ ଖାତାକୁ ୧୮ ହଜାର କୋଟି ପଠାଇବା ସହ ବିରୋଧୀଙ୍କୁ କଲେ ସମାଲୋଚନା ।

କନକ ବ୍ୟୁରୋ: ପିଏମ୍ କିଷାନ୍ ଯୋଜନାରେ ମିଳୁଥିବା ଅର୍ଥ କିଭଳି ଖର୍ଚ୍ଚ ହେଉଛି, ସେନେଇ ଚାଷୀଙ୍କୁ ସିଧାସଳଖ ପଚାରି ବୁଝିଛନ୍ତି ପ୍ରଧାନମନ୍ତ୍ରୀ । ୬ଟି ରାଜ୍ୟର ଚାଷୀଙ୍କ ସହ ଆଲୋଚନା ବେଳେ ନୂଆପଡ଼ା ଚାଷୀ ନବୀନ ଠାକୁରଙ୍କ ସହ କଥା ହୋଇଛନ୍ତି ନରେନ୍ଦ୍ର ମୋଦି । ଏହି କ୍ରମରେ ନୂଆପଡ଼ା ଚାଷୀ, ମୋଦି ସରକାରଙ୍କ ଟଙ୍କାକୁ କିଭଳି ଖର୍ଚ୍ଚ କରିଛନ୍ତି, ତାହା ପ୍ରଧାନମନ୍ତ୍ରୀଙ୍କୁ ଜଣାଇଛନ୍ତି ।

ଦିଲ୍ଲୀରେ ଚାଷୀ ଆନ୍ଦୋଳନ ଥମୁନଥିବା ବେଳେ କୃଷି ଆଇନକୁ ନେଇ ପୁଣି ଥରେ ଖୋଲାଖୋଲି ଚାଷୀଙ୍କ ସହ ଚର୍ଚ୍ଚା କରିଛନ୍ତି ପ୍ରଧାନମନ୍ତ୍ରୀ । ପିଏମ୍ କିଷାନ୍ ଯୋଜାନାରେ ୯ କୋଟି ଚାଷୀଙ୍କ ଖାତାକୁ ସିଧାସଳଖ ୧୮ହଜାର କୋଟି ପଠାଇଛନ୍ତି ନରେନ୍ଦ୍ର ମୋଦି । ଆଉ ଚାଷୀ ଆନ୍ଦୋଳନକୁ ନେଇ ବିରୋଧୀ ଗ୍ରହଣ କରିଥିବା ଆଭିମୁଖ୍ୟକୁ ଖୋଲାଖୋଲି ସମାଲୋଚନା କରିଛନ୍ତି ।

କୃଷି ଆଇନକୁ ନେଇ ଚାଷୀଙ୍କ ଭିତରେ ଉଠୁଥିବା ପ୍ରଶ୍ନର ଉତର ରଖି, ପ୍ରଧାନମନ୍ତ୍ରୀ କହିଛନ୍ତି-ଚାଷୀଙ୍କୁ ଏମଏସପି ମିଳିବ, ପୂର୍ବ ଭଳି ମଣ୍ଡି ବ୍ୟବସ୍ଥା ଚାଲୁ ରହିିବ । ବିରୋଧୀଙ୍କୁ ସମାଲୋଚନା କରି କହିଛନ୍ତି କିଛି ରାଜନୈତିକ ଦଳ କେବଳ ଚର୍ଚ୍ଚାରେ ରହିବା ପାଇଁ ପ୍ରତିବାଦ କରୁଛନ୍ତି । ଆଉ ଏସବୁ ଭିତରେ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି- କୃଷି ଆଇନକୁ ଅନ୍ତତଃ ବର୍ଷେ କିମ୍ବା ଦୁଇ ବର୍ଷ ଲାଗୁ କରିବାକୁ ଦିଆଯାଉ । ଆବଶ୍ୟକ ହେଲେ ଯାହା ସଂଶୋଧନ ସବୁ କରିବାକୁ ମୋଦି ସରକାର ପ୍ରତିଶ୍ରୁତି ବନ୍ଧ ।

ଏପଟେ ଦିଲ୍ଲୀରେ ଚାଲିଥିବା ଆନ୍ଦୋଳନ ସେମିତି ଚାଲିଛି, ଯେମିତି ଚାଲିଥିଲା । ଚାଷୀ ନିଜ ଜିଦରେ ଅଟଳ ଥିବା ବେଳେ ସରକାର ନୂଆ ଆଇନ୍ ଲାଗୁ କରିବାକୁ ଉଦ୍ୟମ ଜରି ରଖିଛନ୍ତି ।

from Kanak News
via <a href="https://ifttt.com/?

ଆକାଶରୁ ହୋଇପାରେ ଝିଟିପିଟି ବର୍ଷା । ଏମିତି ସନ୍ଦେହ କରି ନିଜ ଦେଶର ନାଗରିକଙ୍କ ସତ୍ତର୍କ କଲା ଏହି ଦେଶ

କନକ ବ୍ୟୁରୋ : ଆକାଶରୁ ସାଧରଣତ ଜଳ ବର୍ଷା ହୋଇଥାଏ । ଏହା ସହିତ କେବେ କେବେ ମାଛ ବର୍ଷ ଓ ଏସିଡ୍ ବର୍ଷା ହୋଇଥାଏ ବୋଲି ଆପଣମାନେ ଶୁଣିଥିବେ । ହେଲେ ଏବେ ଏକ ଆଧୁନିକ ଦେଶ ତା’ର ନାଗରିକ ମାନଙ୍କୁ ସତ୍ତର୍କ କରିଛି କି ଆକାଶରୁ ଝିଟିପିଟି ବର୍ଷା ହେବ ଓ ଏହି ଝିଟିପିଟି ଜନସାଧାରଣଙ୍କର କ୍ଷତି ଘଟାଇବା କଥା କୁହାଯାଇ ଲୋକମାନଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏଭଳି ଘଟଣା ଦେଖିବାକୁ ମିଳିଛି ଅତ୍ୟାଧୁନିକ ଦେଶ ଆମେରିକାର ଫ୍ଲୋରିଡାରେ । ଲୋକମାନେ ଖ୍ରୀଷ୍ଟମାସ ସମୟକୁ ଆନନ୍ଦ ଉଲ୍ଲାସର ସହିତ ପାଳନ କରିବାକୁ ଯାଉଥିବା ବେଳେ ପ୍ରଶାସନ ପକ୍ଷରୁ ଏଭଳି ସତ୍ତର୍କବାଣୀ ଶୁଣା ଯାଇଛି । ଫ୍ଲୋରିଡା ପ୍ରଶାସନ କହିବା ମୁତାବକ ଏବେ ସେଠାରେ ବିଯୁକ୍ତ ତାପମାତ୍ରା ରହିଛି । ନିମ୍ନ ତାପମାତ୍ରା ଯୋଗୁ ଗଛରେ ରହୁଥିବା ଝିଟିପିଟି ବା ଜାତୀୟ ପ୍ରାଣୀ ଇଗୁଆନା ମରିଯାଇ ଗଛରୁ ଖସିବାର ଆଶଂକା ରହିଛି । ଫଳରେ ଏହା ଜନସାଧାରଣଙ୍କ ପାଇଁ କ୍ଷତିକାରକ ହୋଇପାରେ ବୋଲି ଫ୍ଲୋରିଡା ପ୍ରଶାସନ କହିଛି ।

କହିରଖୁ କି ଇଗୁଆନା ପ୍ରଜାତିର ଝିଟିପିଟି ଅତ୍ୟାଧିକ ଥଣ୍ଡା ପଡିଲେ ମୃତ୍ୟୁମୁଖରେ ପଡିଥାଏ । ତାପମାତ୍ରା କମିବା ଆରମ୍ଭ କଲେ ଇଗୁଆନା ଗଛ ଉପରେ ଚଢିଯାଇ ଥାଏ । ସେଠିକାର ପ୍ରାଣୀ ବିଜ୍ଞାନୀଙ୍କ ମତରେ ଗୋଟିଏ ଇଗୁଆନାର ଲମ୍ବ ୫ ଫୁଟ୍ ଓ ଓଜନ ୧୦ କେଜି ପର୍ଯ୍ୟନ୍ତ ହୋଇପାରେ । ହେଲେ ତାହାର ମୃତ୍ୟୁ ହେଲା ପରେ ଇଗୁଆନା ଶରୀର ଓଜନ ସାଧାରଣତ ବୃଦ୍ଧି ଘଟିଥାଏ । ଏଣୁ ଏହାର ମୃତ ଶରୀର କାହା ଉପରେ ପଡିଲେ ତାହା ଲୋକକୁ କ୍ଷତ ବିକ୍ଷତ କରିଦେଇଥାଏ । ତେଣୁ ଫ୍ଲୋରିଡା ସରକାର ଏନେଇ ସତ୍ତର୍କ ସୂଚନା ଜାରି କରିଛନ୍ତି ।

from Kanak News
via <a href="https://ifttt.com/?

କେମିତି କୋଟିପତି ବନିଲେ ଅଙ୍ଗନୱାଡି ଦିଦି ? ଗିରଫ ପରେ ଖୋଲିଲା ଦିଦିଙ୍କ ଛତୁଆ ଦୁର୍ନୀତିର ଗୁମର ।

କନକ ବ୍ୟୁରୋ: କେମିତି କୋଟିପତି ବନନ୍ତି ଅଙ୍ଗନୱାଡି ଦିଦି? ଗିରଫ ହେବା ପରେ ଖୋଲିଲା ଦିଦିଙ୍କ ଛତୁଆ ଦୁର୍ନୀତି ଗୁମର । କୁନି କୁନି ପିଲାଙ୍କ ପୁଷ୍ଟିକର ଖାଦ୍ୟରେ ମଧ୍ୟ ଦୁର୍ନୀତି କରି କୋଟିପତି ବନୁଛନ୍ତି ଅଙ୍ଗନଓାଡି ଦିଦି । ବ୍ରହ୍ମପୁର ଅଙ୍ଗନଓାଡି ଦିଦି ନମିତା ଦଳେଇ ଭିଜିଲାନ୍ସ ଦ୍ୱାରା ଗିରଫ ହେବା ପରେ ଦୁର୍ନୀତିର ଚାଂଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ସରକାର ଛତୁଆ ପ୍ରସ୍ତୁତିକାରୀ ସଂସ୍ଥାଙ୍କୁ ବିଶେଷ କିଛି ଲାଭାଂଶ ଦେଉନଥିବା ବେଳେ ପିଲାଙ୍କ ଖାଦ୍ୟରେ ଅପମିଶ୍ରଣ କରି ପକେଟ୍ ଗରମ କରୁଛି ସଂପୃକ୍ତ ସଂସ୍ଥା ।

୧ କ୍ୱିଂଟାଲ ଛତୁଆରେ ୬୦ କେ.ଜି ଗହମ, ୧୫ କେ.ଜି ବୁଟ, ୧୦ କେ.ଜି ବାଦାମ ଓ ୧୫ କେ.ଜି ଚିନି ମିଶାଇବାର ନିୟମ ରହିଛି । ହେଲେ ସେଥିରେ ବ୍ୟତିକ୍ରମ ହେଉଥିବା ଅଭିଯୋଗ ହୋଇଛି । କେବଳ ସେତିକି ନୁହେଁ ଅଧିକାଂଶ ସ୍ଥାନରେ କେବଳ କାଗଜ କଲମରେ ଛତୁଆ ବଂଟନ କରି ମାଲାମାଲ ହେଉଛନ୍ତି ଅଙ୍ଗନୱାଡି ଦିଦି । ଆଉ ଯଦି ପ୍ରତ୍ୟେକ୍ଷ କି ପରୋକ୍ଷ ଭାବରେ ଆଙ୍ଗନଓାଡି ଦିଦିମାନେ ଯଦି ଛତୁଆ ପ୍ରସ୍ତୁତ କେନ୍ଦ୍ର ପରିଚାଳନା କରନ୍ତି, ତେବେ ବ୍ରହ୍ମପୁରୁର ଆଙ୍ଗନଓାଡି ଦିଦିଙ୍କ ପରି ଅନ୍ୟମାନେ ମଧ୍ୟ କୋଟିପତି ହେବା କିଛି ଅସମ୍ଭବ ନୁହଁ ।

ନମିତା ଦଳେଇଙ୍କ ବ୍ରହ୍ମପୁର ଓ ଭୁବନେଶ୍ୱରରେ ୫ଟି କୋଠା ସମେତ ୨ କୋଟିରୁ ଅଧିକ ଟଙ୍କାର ସମ୍ପତି ଠାବ କରିଛି ଭିଜିଲାନ୍ସ । ତାଙ୍କ ବ୍ରହ୍ମପୁର ସ୍ଥିତ ଲକ୍ଷ୍ମୀ ନୃସିଂହ ସାହି ବାସଭବନରେ ଗୋଟିଏ ଛତୁଆ ପ୍ରସ୍ତୁତକାରୀ ୟୁନିଟ ଥିବା ବେଳେ ତାଙ୍କ ସମ୍ପର୍କୀୟମାନଙ୍କ ନାଁରେ ଏସଏଚଜିର ସଦସ୍ୟତା ରହିଛି । ତେବେ ସେଠାରେ ନିମ୍ନମାନର ଛତୁଆ ପ୍ରସ୍ତୁତ ହେବା ଅଭିଯୋଗ ସହ ତାହାର ଉଚିତ୍ ଦସ୍ତାବିଜ ନଥିବାରୁ ଛତୁଆ ପ୍ରସ୍ତତ କେନ୍ଦ୍ରକୁ ସିଜ କରିଛି ଭିଜିଲାନ୍ସ । ନମିତା ଦଳେଇଙ୍କ ପରି ରାଜ୍ୟରେ ଏମିତି ଅନେକ ଅଙ୍ଗନଓାଡି ଦିଦି କିମ୍ବା ସୁପରଭାଇଜର ଓ ସିଡିପିଓମାନେ ପ୍ରଛଦ ପଟରେ ଏମିତି ଛତୁଆ ଦୁର୍ନୀତି କରୁଥିବା ଅଭିଯୋଗ ହୋଇଛି ।

from Kanak News
via <a href="https://ifttt.com/?

ଆର୍ଯ୍ୟା ରାଜେନ୍ଦ୍ରନ ଙ୍କୁ ନେଇ ସୋସିଆଲ ମିଡିଆରେ ଜୋର ଧରୁଛି ଚର୍ଚ୍ଚା । ଦେଶର ସବୁଠାରୁ କମ୍ ବୟସରେ ହେବାକୁ ଯାଉଛନ୍ତି ମେୟର ।

କନକ ବ୍ୟୁରୋ : କିଛିଦିନ ତଳେ ସରିଛି କେରଳରର ସିଭିକ୍ ବଡି ଇଲେକ୍ସନ । ଏହି ନିର୍ବାଚନ ପରେ ଫଳା ଫଳ ପ୍ରକାଶ ପାଇଛି । ନିର୍ବାଚନରେ ବାମ ଗଣତାନ୍ତ୍ରିକ ମେଣ୍ଟ ବେସ୍ ଭଲ ପ୍ରଦର୍ଶନ କରିଛି । ଏହାରି ମଧ୍ୟରେ ବିଜୟ ଲାଭ କରିଥିବା ଆର୍ଯ୍ୟା ରାଜେନ୍ଦ୍ର ଖୁବ୍ ଶିଘ୍ର ଏକ ନୂଆ ରେକର୍ଡ କରିବାକୁ ଯାଉଛନ୍ତି । ଆର୍ଯ୍ୟା କେରଳର ରାଜଧାନୀ ଥିରୁଅନନ୍ତପୁରମ୍ ଜିଲ୍ଲାର ମେୟର ହେବା ନେଇ ସୂଚନା ମିଳିଛି । ଏହି ପଦବିରେ ବସିବାକୁ ଯାଉଥିବା ଆର୍ଯ୍ୟା ଦେଶର ସବୁଠାରୁ କନିଷ୍ଟ ମେୟର ଭାବେ ମେୟର ହେବେ । ଏବେ ଆର୍ଯ୍ୟାଙ୍କୁ ମାତ୍ର ୨୧ ବର୍ଷ ହୋଇଛି । ଆର୍ଯ୍ୟା ଏହି ନିର୍ବାଚନରେ ମୁଡାବନମୁଗାଲ ଆସନରୁ ବିଜୟ ଲାଭ କରିଛନ୍ତି । ସେ ୟୁଡିଏଫର ପ୍ରାର୍ଥୀ ଶ୍ରୀକଲାଙ୍କୁ ୨୮୭୨ ଖଣ୍ଡ ଭୋଟରେ ପରାଜିତ କରିଛନ୍ତି । ଏହା ସହ ୨୦୨୦ ରେ ଦେଶରେ ହେଉଥିବା ବିଭିନ୍ନ ନିର୍ବାଚନରେ ପ୍ରାର୍ଥୀ ହେଉଥିବା ଆଶାୟୀଙ୍କ ମଧ୍ୟରୁ ସେ ସବୁଠାରୁ କନିଷ୍ଠ ପ୍ରାର୍ଥୀ ।

ଆର୍ଯ୍ୟାଙ୍କୁ ମେୟର କରିବାର ନିଷ୍ପତ୍ତି ସିପିଆଇ(ଏମ୍) ଜିଲ୍ଲା ସଚିବାଳୟର ଏକ ପ୍ୟାନେଲ ନେଇଛି । ହେଲେ ଏହି ନିର୍ବାଚନରେ ଏଲଡିଏଫ ର ବିଜୟ ହୋଇଥିଲେ ବି ପୂର୍ବନିର୍ବାଚନ ତୁଳନାରେ ପାର୍ଟି ୨ ଟି ନୂତନ ମେୟର ପଦ ହରାଇବା ସହ ପୂର୍ବରୁ ମେୟର ଥିବା ଜଣେ ନେତା ଏଥର ପରାଜିତ ହୋଇଛନ୍ତି । ଆର୍ଯ୍ୟାଙ୍କୁ ମେୟର କରିବା ନିସ୍ପତ୍ତି ଦଳ ନେବା ପୂର୍ବରୁ ଉକ୍ତ ସହର ପାଇଁ ଦଳ ତରଫରୁ ପ୍ରତିନିଧିତ୍ୱ କରୁଥିବା ଜମିଲା ଶ୍ରୀଧରନ୍ ଙ୍କ ନାମକୁ ନେଇ ଚର୍ଚ୍ଚା ହେଉଥିଲା ।

ଆର୍ଯ୍ୟା ରାଜେନ୍ଦ୍ର ଏବେ କେରଳର ରାଜଧାନୀ ଥିରୁଅନନ୍ତପୁରମ୍ ରେ ଥିବା ଅଲ ସେଣ୍ଟସ୍ କଲେଜରେ ପାଠ ପଢୁଛନ୍ତି । ସେ ବିଏସି ଦ୍ୱିତୀୟ ବର୍ଷର ଛାତ୍ରୀ ଅଟନ୍ତି । ବର୍ତ୍ତମାନ ସେ ସିପିଆଇ (ଏମ୍) ର ଛାତ୍ର ସଂଗଠନ ଏସଏଫଆଇ ର ରାଜ୍ୟ କମିଟି ସଦସ୍ୟ ଭାବେ ଦାୟିତ୍ୱ ତୁଲାଉଛନ୍ତି । ଏହାସହ ସେ କେରଳ ସିପିଆଇ (ଏମ) ର ବାଲସଂଗମ ବିଭାଗର ଅଧ୍ୟକ୍ଷ ଭାବେ ବି କାର୍ଯ୍ୟ କରୁଛନ୍ତି । ସେ ନିର୍ବାଚନ ପୂର୍ବରୁ କହିଥିଲେ କି ଯଦି ସେ ନିର୍ବାଚନ ଜିତନ୍ତି ତାହେଲେ ପ୍ରଥମେ ସେ ରାଜ୍ୟରେ ଥିବା ପ୍ରାଥମିକ ବିଦ୍ୟାଳୟ ବିକାଶକୁ ଗୂୁରୁତ୍ୱ ଦେବେ । ଗଣମାଧ୍ୟମ ସହ ସାକ୍ଷାତକାର ବେଳେ ସେ କହିଛନ୍ତି କି ପାର୍ଟି ମୋତେ ଯାହା ଦାୟିତ୍ୱ ଦେବେ ତାକୁ ମୁଁ ସୁଚାରୁରୂପେ ସମ୍ପର୍ଣ୍ଣ କରିବାକୁ ଚେଷ୍ଟା କରିବି ।

from Kanak News
via <a href="https://ifttt.com/?

ବନ୍ଦ ହେଲା ମଣ୍ଡି, ଅଡୁଆରେ ଚାଷୀ । ମିଲର ଓ ଲ୍ୟାମ୍ପସ କର୍ମଚାରୀଙ୍କ ମଧୁଚନ୍ଦ୍ରିକା ପାଇଁ ହିନସ୍ତା ହେଲେ ଅନ୍ନଦାତା ।

କନକ ବ୍ୟୁରୋ: ମିଲର ଓ ଲ୍ୟାମ୍ପସ କର୍ମଚାରୀଙ୍କ ମଧୁଚନ୍ଦ୍ରିକା । ବନ୍ଦ ହେଲା ମଣ୍ଡି, ଅଡୁଆରେ ଚାଷୀ । ମଣ୍ଡିରେ ପଡି ରହିଛି ଶହଶହ ଧାନ ବସ୍ତା । ଖରା ତରାରେ ଜଗି ରହିଛନ୍ତି ଚାଷୀ । ସୁନ୍ଦରଗଡ ଟାଙ୍ଗରପାଲି ବ୍ଲକ ମହୁଲପାଲି ଲ୍ୟାମ୍ପସର ତସଲାଡିହି ମଣ୍ଡିରେ ୧୫ରୁ ଅଧିକ ଚାଷୀ ପ୍ରାୟ ୧୮୦୦ କୁଂଇଟାଲ ଧାନ ମଣ୍ଡିର ରଖି ବିକ୍ରି ପାଇଁ ଅପେକ୍ଷା କରିଛନ୍ତି । ଧାନ ବିକ୍ରି କରିବା ପାଇଁ ୨୩ ତାରିଖରେ ମଣ୍ଡିରୁ ଟୋକନ ମଳିବା ପରେ ଚାଷୀ ଧାନ ଆଣିଥିଲେ । ହେଲେ ନିର୍ଦ୍ଧାରିତ ସମୟରେ ମିଲର ଓ ଲ୍ୟାମ୍ପ କର୍ତୃପକ୍ଷ ନଆସିବାରୁ ଧାନ ବିକ୍ରି ହୋଇ ପାରିଲା ନାହିଁ । ସେପଟେ ଗତ ୨୪ ତାରିଖରେ ନୋଟିସ୍ ଆସିଛି ତସଲାଡିହି ମଣ୍ଡି ବନ୍ଦ ହୋଇଯାଇଛି । ଏଠାରେ ଧାନ ବିକ୍ରି କରାଯାଇ ପାରିବ ନାହିଁ । ଧାନ ବିକିବା ପାଇଁ ୧୦ କିଲୋମିଟର ମହୁଲପାଲି ମଣ୍ଡିକୁ ନେବାକୁ ପଡିବ । ଏହା ଶୁଣିବା ପରେ ଚାଷୀମହଲରେ ଅସନ୍ତୋଷ ଦାନା ବାନ୍ଧୁଛି ।

ତସଲାଡିହି ମଣ୍ଡି ଭଳି ମହୁଲପାଲି ମଣ୍ଡିରେ ବି ଚାଷୀ ସମାନ ସମସ୍ୟା ଭୋଗୁଛନ୍ତି । ଚାଷୀଙ୍କ ଧାନ ମାନ ଠିକ୍ ଥିଲେ ବି କ୍ୱିଂଟାଲ ପ୍ରତି ଦେଢ କିଲୋ କଟନୀ ଛଟନୀ କରାଯାଉଛି । ଆଉ ଏହାକୁ ବିରୋଧ କଲେ ଚାଷୀର ଧାନ ନେବାକୁ ସିଧାସଳଖ ମନା କରିଦେଉଛନ୍ତି ମିଲର । ଏହି ଘଟଣା ସଂପର୍କରେ ମିଲରଙ୍କ ଏଜେଂଟର ମୁହଁ ଖୋଲୁନଥିବା ବେଳେ ସରକାରୀ ସ୍ତରରେ ବୈଠକ ପରେ ତସଲାଡିହି ମଣ୍ଡି ବନ୍ଦ କରାଯାଇଥିବା ଲ୍ୟାମ୍ପସ୍ ଏମଡି କହିଛନ୍ତି ।

ଏହି ଘଟଣାରୁ ଗୋଟିଏ ହିଁ କଥା ସାବ୍ୟସ୍ତ ହୋଇଯାଇଛି ଯେ ସରକାରଙ୍କ ତରଫରୁ ଧାନ କିଣୁଥିବା ବହୁମୂଖୀ ସମବାୟ ସମିତି ଓ ମିଲର ମଧୁଚନ୍ଦ୍ରିକାର ଶିକାର ହେଉଛନ୍ତି ଚାଷୀ ।

from Kanak News
via <a href="https://ifttt.com/?

ଗରିବି ଗଳିରୁ ଗୌରବ ଆଣିଲା ଦିନ ମଜୁରିଆର ପୁଅ । ଅଭାବ ଅନଟନ ସତ୍ୱେ ସତ ହେଲା ଡାକ୍ତର ହେବାର ସ୍ୱପ୍ନ । ଚର୍ଚ୍ଚାରେ କଟକର ଦିନ ମଜୁରିଆ ପୁଅ ଦୀପକ ।

କନକ ବ୍ୟୁରୋ: ବାପା ମୁଁ ଡାକ୍ତର ହେବି, ତମ ଦୁଃଖ ଦୂରେଇ ଦେବି… ତମ ପରିଶ୍ରମର ମୂଲ ରଖିବି… ଗରିବି ଗଳିରେ ବଢୁଥିବା ପିଲାଟିଏ ଯେତେବେଳେ ବଡ ସ୍ୱପ୍ନଟିଏ ଦେଖେ, ଡାକ୍ତର ହେବାର ଆଶା ନେଇ ଆଗକୁ ବଢୁଥାଏ । ନିଜକୁ ଆଉ ନିଜ ପରିବାରକୁ ଏମିତି କିଛି ପ୍ରତିଶ୍ରୁତି ଦେଇ, ଏମିତି କିଛି ସଙ୍କଳ୍ପ ନେଇ ପଢାପଢି ଆରମ୍ଭ କରେ । ଜୀବନରେ ସଫଳ ହେବାକୁ ଚାଲେ ଜୋରଦାର ପରିଶ୍ରମ । ଆଉ ଦୃଢ ଇଚ୍ଛାଶକ୍ତି, ପାଠ ପ୍ରତି ନିଠାପରତା ଦିନେ ନା ଦିନେ ସଫଳତାର ଶୀଖରରେ ପହଞ୍ଚାଏ ଯାହାର ବଡ ଉଦାହରଣ ହେଉଛନ୍ତି ଦିନ ମଜୁରୀଆର ପୁଅ ଦୀପକ ।

କଟକ ବାଲିକୁଦା ଅଞ୍ଚଳର ନବୀନ ସାମଲ । ଦିନ ମଜୁରିଆ ଭାବେ କାମ କରି ପରିବାର ଚଳାନ୍ତି । ୫ ଜଣଙ୍କ ପେଟକୁ ଦାନା ଯୋଗାଡ କରିବା ସହ ପୁଅର ଡାକ୍ତରୀ ସ୍ୱପ୍ନକୁ ସତ କରିବାକୁ ହାଡଭଙ୍ଗା ପରିଶ୍ରମ କରିବାରେ ହେଳା କରନ୍ତିନି । ନିଜକୁ ଯେତେ କଷ୍ଟ ହେଲେ ବି ପୁଅକୁ ବଡ ମଣିଷ କରିବାକୁ ନବୀନ ନିଜ ରକ୍ତକୁ ପାଣି ପରି ନିଗାଡି ଦେଇଛନ୍ତି । ପରିବାର ଦୁଃଖ ଭିତରେ ନିଜ ସ୍ୱପ୍ନକୁ ସାକାର କରିବାର ଦମ୍ଭକୁ କେବେ ଭାଙ୍ଗି ନାହାନ୍ତି ଦୀପକ । ପିଲାବେଳୁ ଭଲ ପାଠ ପଢୁଥିବା ଦୀପକ, ମାଟ୍ରିକରେ ୯୩ ପ୍ରତିଶତ ରଖି କୃତକାର୍ଯ୍ୟ ହେବା ପରେ ଜଣେ ଘରୋଇ କଲେଜର ଶିକ୍ଷକଙ୍କ ସସ୍ପର୍ଶରେ ଆସି ରେଭେନ୍ସା ଜୁନିୟର କଲେଜରେ ଯୁକ୍ତ ୨ ବିଜ୍ଞାନ ପଢିଥିଲେ ଆଉ ସେଇଠୁ ହିଁ ଡାକ୍ତର ହେବାର ସ୍ୱପ୍ନ ଦେଖିଥିଲେ ।

ତେବେ ଶିକ୍ଷକମାନଙ୍କ ସହଯୋଗ, ବାପାଙ୍କ କଷ୍ଟର ମୂଲ୍ୟ ଦେଇଛନ୍ତି ଦୀପକ । ନିଟ୍ ପରୀକ୍ଷାରେ ୧୧୪୯ ନମ୍ବର ର୍ୟାଙ୍କ ରଖି ଏସସିବି ମେଡିକାଲ କଲେଜରେ ଡାକ୍ତରୀ ପାଠ ପଢିବାର ସୁଯୋଗ ପାଇଛନ୍ତି ଦୀପକ । ଆଉ ପୁଅର ଏ ସଫଳତାରେ ଖୁସିରେ ଆତ୍ମହରା ହୋଇଛନ୍ତି ବାପାମାଆ । ପୁଅର ସଫଳତାରେ ବାପାମାଆ ଖୁସି ସିନା ଅଛନ୍ତି ହେଲେ ଅର୍ଥ ପାଇଁ ଅବସାଦରେ ବି ଅଛନ୍ତି । ଆଗାମୀ ୫ ବର୍ଷ ପୁଅ ପାଠପଢା ପାଇଁ ଆବଶ୍ୟକ ଥିବା ଅର୍ଥ କେଉଁଠୁ ଆସିବ ? ଏହି ଚିନ୍ତାରେ ଦୁହେଁ ଥିବା ବେଳେ କିଛି ସରକାରୀ ସହଯୋଗର ଆଶା ରଖିଛନ୍ତି ମେଧାବୀ ପୁଅର ବାପାମାଆ…

from Kanak News
via <a href="https://ifttt.com/?

ରାସ୍ତା ଉପରେ ରାୟଗଡା ପୁଲିସର ଥାର୍ଡ ଡିଗ୍ରୀ ଅଭିଯୋଗ । ହେଲମେଟ୍ ଚେକିଂ ବେଳେ ଯୁବକଙ୍କୁ ମାଡ ମାରି ଲହୁଲୁହାଣ କଲା ପୁଲିସ । ପ୍ରତିବାଦରେ ଥାନା ଘେରିଲେ ଲୋକେ ।

କନକ ବ୍ୟୁରୋ : ରାସ୍ତା ଉପରେ ରାୟଗଡା ପୁଲିସର ଥାର୍ଡ ଡିଗ୍ରୀ ଅଭିଯୋଗ । ହେଲମେଟ୍ ଚେକିଂ ବେଳେ ଯୁବକଙ୍କୁ ମାଡ ମାରି ପୁଲିସ ଲହୁଲୁହାଣ କରିଥିବା ଅଭିଯୋଗ ହୋଇଛି । ପୁଲିସ ମାଡରେ ଆହତ ହୋଇ ଯୁବକ ଡାକ୍ତରଖାନାରେ ଭର୍ତି ହୋଇଥିବା ବେଳେ ପ୍ରତିବାଦରେ ରାୟଗଡା ଟାଉନ ଥାନା ଘେରାଉ କରିଛନ୍ତି ସ୍ଥାନୀୟ ଲୋକେ ।

ମିଳିଥିବା ଖବର ଅନୁସାରେ, ରାୟଗଡା ତଳକିଶୋର ଗାଁର ୧୮ ବର୍ଷିୟ ରାହୁଲ ହିମିରିକା ଓ ୧୭ ବର୍ଷିୟ ନାବାଳକ କିଷାନ କୋଲକା ବାଇକ ଯୋଗେ ମା’ ମଝିଘରିଆଣୀଙ୍କ ଦର୍ଶନ ପାଇଁ ଯାଉଥିଲେ । ସେହି ସମୟରେ ରାୟଗଡା ସହର ଜଗନ୍ନାଥ ମନ୍ଦିର ନିକଟରେ ହେଲମେଟ୍ ଚେକିଂ କରୁଥିଲେ ପୁଲିସ । ଏମାନେ ମଧ୍ୟ ପୁଲିସ ହାବୁଡରେ ପଡିଥିଲେ । ପରେ ପୋଲିସ ଏମାନଙ୍କୁ ମାଡ ମାରି ଲହୁଲୁହାଣ କରିଥିବା ଅଭିଯୋଗ ହୋଇଥିଲା ।

from Kanak News
via <a href="https://ifttt.com/?

Design a site like this with WordPress.com
Get started