ଗ୍ୟାଙ୍ଗଷ୍ଟରଙ୍କ ଘର, ଗୁଳିଗୋଳାର ଗନ୍ତାଘର… ପୁଣି ଡି’ ବ୍ରଦର୍ସଙ୍କ ଘରୁ ବନ୍ଧୁକ ଗୁଳି ଜବତ । ୩ ବନ୍ଧୁକ, ୧୪୦ ରାଉଣ୍ଡ ଗୁଳି ପାଇଲା ପୋଲିସ ।

କନକ ବ୍ୟୁରୋ: ଗ୍ୟାଙ୍ଗଷ୍ଟର ଡି-ବ୍ରଦର୍ସଙ୍କ ଘରେ ଚଢାଉ ବେଳେ ପୁଣି ବନ୍ଧୁକ ଓ ଗୁଳି ଜବତ । ୩ଟି ବନ୍ଧୁକ ଓ ୧୪୦ ରାଉଣ୍ଡ ଗୁଳି ଜବତ କରାଯାଇଛି । ପୁଲିସ କମିସନର ଏନେଇ ସୂଚନା ଦେଇଛନ୍ତି । ଆଜିଠୁ ୩ ଦିନିଆ ରିମାଣ୍ଡରେ ଧଳସାମନ୍ତ ବ୍ରଦର୍ସଙ୍କୁ ନେଇଛି ପୁଲିସ । ପ୍ରଥମେ ସୁଶାନ୍ତ ଧଳସାମନ୍ତଙ୍କୁ କଟକ ଘରକୁ ଆଣି କେଉଁ କେଉଁ ସ୍ଥାନରେ ବନ୍ଧୁକ ଲୁଚାଇଥିଲା ତାହା ପୁଲିସ ପଚାରିଛି । ଏହା ପରେ ସାନ ଭାଇ ସୁଶୀଲକୁ ମଧ୍ୟ ଆଣି ପୁଲିସ ପଚରାଉଚରା କରିଥିଲା ।

କିଛି ଦିନ ତଳେ ଡି-ବ୍ରଦର୍ସଙ୍କ ଘରେ ପୁଲିସ୍ ଚଢ଼ାଉ କରିଥିଲା । ଏହି ସମୟରେ ବହୁ ନୂଆ ତଥ୍ୟ ସାମ୍ନାକୁ ଆସିଥିଲା । ଡି-ବ୍ରଦର୍ସଙ୍କ ଘରୁ ବହୁ ପରିମାଣର ମାରଣାସ୍ତ୍ର ଜବତ ହୋଇଥିଲା । ୧୦ରୁ ଅଧିକ ବନ୍ଧୁକ ସହ ବହୁ ଗୁଳିଗୋଳା ଜବତ କରିଥିଲା ପୁଲିସ୍ । ୧୬ଟି ବନ୍ଧୁକ, ୧୦୯୫ ରାଉଣ୍ଡ ଗୁଳି, ୨୪ ମାଗାଜିନ, ୧୬ଟି ମୋବାଇଲ, ୪ଟି ମୋଟର ସାଇକେଲକୁ ଜବତ ହୋଇଥିଲା । ଦୁଇ ଧଳସାମନ୍ତ ବ୍ରଦର୍ସଙ୍କ ଇଙ୍ଗିତରେ ବେଆଇନ ବନ୍ଧୁକ କାରବାର କରୁଥିବା ୮ଜଣଙ୍କୁ ମଧ୍ୟ ଗିରଫ ହୋଇଥିଲେ । ଏସବୁ ବନ୍ଧୁକ ବିହାରରୁ ଆସୁଥିବାର ଲିଙ୍କ ପୁଲିସ୍ ହାତରେ ଲାଗିଥିଲା । ଏହି ମାମଲାର ଅଧିକ ଖୋଳତାଡ଼ ଜାରି ରହିଛି ।

from Kanak News
via <a href="https://ifttt.com/?

ଅଧାରେ ରହିଗଲା ବାପାଙ୍କ ସ୍ୱପ୍ନ, ପୁଅ ଡାକ୍ତର ହେବା ଆଗରୁ ଆଖିବୁଜିଲେ ବାପା । କୋକେଇରେ ଶୋଇଥିବା ବାପାଙ୍କ ଶବ ଛାତିରେ ଷ୍ଟେଥୋ ପକାଇ ଜୀବନ ଖୋଜୁଛି ପୁଅ…

କନକ ବ୍ୟୁରୋ: ଉଠ ବାପା ଉଠ… ତମ ପୁଅ ଡାକୁଛି ଉଠ । ଏଇ ଦେଖ ମୋ ହାତରେ ଷ୍ଟେଥୋ ଅଛି, ତମ ପୁଅ ଡାକ୍ତର ହେବାକୁ ଯାଉଛି… ତମ ସ୍ୱପ୍ନ ସତ ହେବାକୁ ଯାଉଛି… ଆଉ କେଇଟା ଦିନ ଅପେକ୍ଷା କରିଯାଇଥିଲେ କଣ ହୋଇନଥାନ୍ତା… ଏ ବାପା ଉଠ, ତମ ପୁଅ ଡାକୁଛି ପରା…

ଜୀବନ ନଥିବା ବାପାର ଦେହକୁ ଯେତେ ଡାକିଲେ ବି ଶୁଣୁ ନାହାନ୍ତି ବାପା କି ଉଠୁ ନାହାନ୍ତି । ପୁଅ ଆଖିରେ ଲୁହ ଟିକେ ଦେଖିଲେ ପୋଛି ଦେବାକୁ ଯେଉଁ ବାପାଙ୍କ ହାତ ସଙ୍ଗେସଙ୍ଗେ ଚାଲିଆସେ ଆଜି ସେହି ପୁଅ ପିଟିଛାଟି ହୋଇ ଯେତେ କାନ୍ଦିଲେ ବି ବାପା ଜମା ଶୁଣୁ ନାହାନ୍ତି । ପୁଅ ପରିବାରକୁ ପର କରି ବାପା ସବୁଦିନ ପାଇଁ ସେପାରିକୁ ଚାଲିଯାଇଛନ୍ତି । ଆଉ ବାପାଙ୍କ ଦେହାନ୍ତ ପରେ କାଳେ କେଉଁଠି ଜୀବନ ରହିଯାଇଥିବ ସେହି ଆଶାରେ ବାପା ଦେହରେ ଷ୍ଟେଥୋ ପକାଇ ଅଣ୍ଡାଳି ହେଉଛି ଡାକ୍ତରୀ ପଢୁଆ ପୁଅ ।

ରାୟଗଡା ଜିଲ୍ଲା ପଦ୍ମପୁର ପାଣି ପଞ୍ଚାୟତ କମିଟି ଅଧ୍ୟକ୍ଷ ଲାଡି ସୋମେଶ୍ୱର ରାଓଙ୍କ ଦେହାନ୍ତ ହୋଇଛି । ସାଙ୍ଗମାନଙ୍କ ସହ କେନ୍ଦୁଗୁଡା ବଡନାଳ ଡ୍ୟାମକୁ ଯାଇଥିବା ବେଳେ କଥା ହେଉ ହେଉ ଟଳିପଡିଥିଲେ ସୋମେଶ୍ୱର । ତାଙ୍କୁ ତୁରନ୍ତ ମେଡିକାଲ ଅଣାଯାଇଥିଲେ ବି ଶେଷରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହା ଅଧୁରା ରହିଗଲା ପୁଅକୁ ଡାକ୍ତର ବେଶରେ ଦେଖିବାକୁ ଗୋଟେ ବାପର ଆଶା ।

ନିଜ ପୁଅକୁ ନେଇ ବେଶ ସ୍ୱପ୍ନ ଦେଖିଥିଲେ ସୋମେଶ୍ୱର । ପୁଅ ଡାକ୍ତର ହେବ ଆଉ ତାଙ୍କ ସ୍ୱପ୍ନକୁ ସାକାର କରିବ । ହେଲେ ସେ ସ୍ୱପ୍ନ ସତ ହେବା ଆଗରୁ ଆଖି ବୁଜିଛନ୍ତି ବାପା । ପୁଅ ଏସସିବିରେ ଡାକ୍ତରୀ ପାଠ ପଢୁଥିବା ବେଳେ ନିଜ ପୁଅକୁ ନେଇ ବେଶ ଖୁସି ଆଉ ଗର୍ବ କରୁଥିଲେ ସୋମେଶ୍ୱର । ହେଲେ ପୁଅକୁ ନେଇ ବାପାର ଗୋଟେ ଇଚ୍ଛା ଆଖିବୁଜିବା ପରେ ଯେକୌଣସି ପୁଅର ଅବସ୍ଥା ଏପରି ହେବ । ଯାହା ପଦ୍ମପୁରରୁ ଆସିଥିବା ଏ ହୃଦୟବିଦାରକ ଦୃଶ୍ୟ ହିଁ ବୟାନ କରୁଛି ।

from Kanak News
via <a href="https://ifttt.com/?

ଓଡିଶା ସମେତ ୬ଟି ରାଜ୍ୟର ଚାଷୀଙ୍କ ସହ ସିଧାସଳଖ କଥା ହେଲେ ପ୍ରଧାନମନ୍ତ୍ରୀ । ପିଏମ୍ କିଷାନ୍ ଯୋଜନାରେ ଚାଷୀଙ୍କ ଖାତାକୁ ଗଲା ଟଙ୍କା । ନୂଆପଡା ଜିଲ୍ଲାର ଜଣେ ଚାଷୀ ସହ କଥା ହେଲେ ମୋଦି ।

କନକ ବ୍ୟୁରୋ : ଦିଲ୍ଲୀରେ ଚାଷୀଙ୍କ ଆନ୍ଦୋଳନ ଭିତରେ ଚାଷୀଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ଅବସରରେ ଆଜି ନରେନ୍ଦ୍ର ମୋଦି ଓଡିଶା ୬ ରାଜ୍ୟର ଚାଷୀଙ୍କ ସହ ଭର୍ଚୁଆଲ ମାଧ୍ୟମରେ ଆଲୋଚନା କରିଛନ୍ତି ।

ଏହା ସହିତ ଦେଶର ୯ କୋଟି ଚାଷୀଙ୍କ ଖାତାକୁ କିଷାନ୍ ସମ୍ମାନ ନିଧି ଯୋଜନା ଜରିଆରେ ୧୮ ହଜାର କୋଟି ଟଙ୍କା ପଠାଇଛନ୍ତି । ନୂଆପଡ଼ା ଜିଲ୍ଳାର ଜଣେ ଚାଷୀଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ଚାଷୀ ଉପକୃତ ହେଉଥିବା କହିଥିଲେ । ନୂଆପଡ଼ା ଚାଷୀଙ୍କ ଉଦ୍ୟମକୁ ମୋଦି ପ୍ରଶଂସା କରିଛନ୍ତି ।

from Kanak News
via <a href="https://ifttt.com/?

ନିତୀଶଙ୍କୁ ବିଜେପି ଦେଲା ଝଟକ। । ୬ ଜେଡିୟୁ ବିଧାୟକ ବିଜେପି ସାମିଲ । ସଂଖ୍ୟା ବଢାଇବାକୁ କିଛି ବି କରିପାରେ ବିଜେପି ।

କନକ ବ୍ୟୁରୋ : ସଂଯୁକ୍ତ ଜନତା ଦଳ ବା ଜେଡିୟୁ ମୁଖ୍ୟ ନିତୀଶ କୁମାରଙ୍କୁ ବଡ ଝଟକା ଦେଇଛି ବିଜେପି । ବିହାରରେ ମିଳିତ ଭାବେ ସରକାର ଗଠନ କରିଥିବା ବିଜେପି ଏବେ ଅରୁଣାଚଳ ପ୍ରଦେଶରେ ଜେଡିୟୁର ୬ ଜଣ ବିଧାୟକଙ୍କୁ ଦଳରେ ସାମିଲ କରିଛି । ସେଠାରେ ନିତୀଶ କୂୁମାରଙ୍କ ଜେଡିୟୁ ମୋଟ ୭ ଟି ଆସନରେ ବିଜୟଲାଭ କରିଥିଲା । ଏହା ସହ ସେଠାରେ ଚାଲିଥିବା ସରକାରକୁ ବି ସମର୍ଥନ ଦେଇଥିଲା ଜେଡିୟୁ ।

ଏହି ଖବର ସେତେବେଳେ ଆସିଛି ଯେତେବେଳେ ଆସନ୍ତା ଶନିବାର ଦିନ ବିହାରର ପାଟନା ଠାରେ ଜେଡିୟୁ ପକ୍ଷରୁ ରାଷ୍ଟ୍ରୀୟ ପରିଷଦ ବୈଠକ ଅନୁଷ୍ଠିତ ହେବାକୁ ପ୍ରସ୍ତୁତ ଚାଲିଛି । ଏହାରି ମଧ୍ୟରେ ଅରୁଣାଚଳ ପ୍ରଦେଶର ୬ ଜେଡିୟୁ ବିଧାୟକ ବିଜେପିରେ ଯୋଗ ଦେଇଛନ୍ତି । ଏପଟେ ଦଳ ପକ୍ଷରୁ ରାଷ୍ଟ୍ରୀୟ ପରିଷଦ ବୈଠକ ନେଇ ସେହି ଜଣ ବିଧାୟକ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିଲା ଓ ଦଳ ତାଙ୍କ ପାଇଁ ବିହାରରେ ହୋଟେଲ ବି ବୁକିଂ କରିସାରିଥିଲା । ହେଲେ ଏହି ସମୟରେ ବିଜେପି ଜେଡିୟୁର ୬ ଜଣ ବିଧାୟକଙ୍କୁ ଦଳରେ ସାମିଲ କରିନେଲା  । ଏହା କରି ନିତୀଶକୁ ବିଜେପି ସନ୍ଦେସ ଦେଲା କି ଯେତେବେଳେ ଦଳର ବିଧାୟକ ସଂଖ୍ୟା ବଢାଇବାକୁ ଅନ୍ୟଦଳରୁ ବିଧାୟକଙ୍କୁ ଦଳରେ ସାମିଲ କରାଯାଉଛି ସେତେବେଳେ ସହଯୋଗୀ ଓ ବିରୋଧୀ ଦଳ ଭିତରେ କିଛି ଫରକ ନାହିଁ ।

ଏନେଇ ଜେଡିୟୁ ତରଫରୁ ଏପର୍ଯ୍ୟନ୍ତ ଔପଚାରିକ ଭାବେ କିଛି ପ୍ରତିକ୍ରିୟା ମିଳିପାରି ନଥିବା ବେଳେ କିଛି ଜେଡିୟୁ ନେତା କହିଛନ୍ତି କି ଏଭଳି କରିବା ଦ୍ୱାରା ବିଜେପି ଓ ଜେଡିୟୁ ମଧ୍ୟରେ ସଂପର୍କ ଖରାପ ହେବ । ଏହା କୌଣସି ଦିଗରୁ ଶୁଭ ସଂକେତ ନୁହେଁ ବୋଲି ଜେଡିୟୁ ନେତା କହିଛନ୍ତି । ଅରୁଣାଚଳ ପୂର୍ବରୁ ନାଗାଲାଣ୍ଡରେ ଜେଡିୟୁର ଥିବା ଗୋଟିଏ ମାତ୍ର ବିଧାୟକଙ୍କୁ ବି ସେଠିକାର ମୁଖ୍ୟମନ୍ତ୍ରୀ ନିଜ ଦଳରେ ସାମିଲ କରିନେଇଛନ୍ତି ।

ବିହାର ନିର୍ବାଚନ ପରେ ବିଜେପି ଓ ଜେଡିୟୁ ମେଣ୍ଟରେ କିଛି ପରିବର୍ତ୍ତନ ହେଉଥିବା ଭଳି ମନେ ହେଉଛି । ନଭେମ୍ବର ମାସରେ ଅନୁଷ୍ଠିତ ହୋଇଥିବା ବିହାର ନିର୍ବାଚନରେ ବିଜେପି ଜେଡିୟୁ ଠାରୁ ଅଧିକ ଆସନ ହାସଲ କରିଥିଲା । ହେଲେ ନିର୍ବାଚନ ପୂର୍ବରୁ ବିଜେପି କହିଥିଲା କି ନିତୀଶ କୁମାର ମୁଖ୍ୟମନ୍ତ୍ରୀ ହେବେ । ତେଣୁ ବିଜେପି ଅଧିକ ଆସନ ପାଇଥିଲେ ବି ନିତୀଶଙ୍କୁ ବିହାରର ମୁଖ୍ୟମନ୍ତ୍ରୀ ପଦ ଛାଡିଥିଲା । ହେଲେ ଏବେ ଏହି ମେଣ୍ଟରେ ଏବେ ବିଜେପିର ପ୍ରଭାବ ବେଶି ରହିଥିବା ଭଳି ମନେ ହେଉଛି । ଏବେ ଦେଖିବାକୁ ବାକି ରହିଲା କି ଅରୁଣାଚଳ ପ୍ରଦେଶରେ ବିଜେପି ଏଭଳି କରିବା ପରେ ବିହାରରେ ତା’ର ପ୍ରଭାବ କିଭଳି ପଡୁଛି ।

from Kanak News
via <a href="https://ifttt.com/?

ସୁପରଷ୍ଟାର ରଜନୀକାନ୍ତ ଅସୁସ୍ଥ । ହଠାତ୍ ରକ୍ତଚାପ ବୃଦ୍ଧି ଯୋଗୁଁ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି

କନକ ବ୍ୟୁରୋ : ସୁପରଷ୍ଟାର ରଜନୀକାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ ବିଗିଡି ଯିବା ଯୋଗୁଁ ତାଙ୍କୁ ହାଇଦ୍ରାବାଦର ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଛି । ତାଙ୍କ ଶରୀରରେ ରକ୍ତଚାପ ବାରମ୍ବାର କମ୍ ବେସି ହେବା ଫଳରେ ସେ ଅସୁସ୍ଥ ହୋଇପଡିଥିଲେ । ଏବେ ରଜନୀକାନ୍ତ ତାଙ୍କର ନୂଆ ଫିଲ୍ମ (Annaatthe) ପାଇଁ ସୁଟିଂ ଚଲାଇଥିଲେ । ହେଲେ ସେଠାରେ ତାଙ୍କ ସହିତ କାମ କରୁଥିବା ୮ ଜଣ ସଦସ୍ୟ କରୋନା ପଜିଟିଭ ଚିହ୍ନଟ ହେବା ପରେ ଏହି ଚଳଚିତ୍ରର ସମସ୍ତ କାର୍ଯ୍ୟ ଏେ ବନ୍ଦ ରହିଛି । ଏହା ପରେ ରଜନୀକାନ୍ତ ନିଜ ତରଫରୁ କ୍ୱାରେଣ୍ଟିନରେ ରହୁଥିଲେ ।

ଏବେ ସେ ଚିକିତ୍ସିତ ହେଉଥିବା ହାଇଦ୍ରାବାଦର ଆପୋଲ ହସ୍ପିଟାଲର ଜଣେ ଡାକ୍ତର କହିଛନ୍ତି କି ରାଜନୀକାନ୍ତଙ୍କ ଶରୀରରେ କରୋନାର କୌଣସି ଲକ୍ଷଣ ଦେଖାଯାଉ ନାହିଁ । ହେଲେ ତାଙ୍କ ରକ୍ତଚାପରେ ଶୀଘ୍ର ପରିବର୍ତ୍ତନ ହେଉଛି । ଏହି କାରଣରୁ ତାଙ୍କୁ ମେଡିକାଲରେ ଆଡମିଶନ କରାଯାଇଛି । ସେଠାରେ ଅନେକ ଡାକ୍ତର ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି ।

ରଜନୀକାନ୍ତ ଏବେ ଯେଉଁ ଚଳଚିତ୍ର ପାଇଁ କାମ କରୁଥିଲେ । ସେଠିକାର ସୁଟିଂସେଟ୍ ରେ ୮ ଜଣ ସଦସ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ନେଇ ଗତ ୨୨ ତାରିଖ ଦିନ ରଜନୀକାନ୍ତ ନିଜର କୋଭିଡ୍ଟେଷ୍ଟ କରାଇଥିଲେ । ହେଲେ ତାଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଥିଲା । ହେଲେ ସେ କ୍ୱରେଣ୍ଟିନରେ ରହୁଥିଲେ ।

କିଛିଦିନ ପୂର୍ବରୁ ଏକ ରାଜନୈତିକ ଦଳ ଗଠନ କରି ନିର୍ବାଚନ ଲଢିବାକୁ ରଜନୀକାନ୍ତ ଘୋଷଣା କରିଥିଲେ । ଏହାକୁ ନେଇ ତାମିଲନାଡୁ ନିର୍ବାଚନ କମିଶନ କହିଥିଲେ କି ରଜନୀକାନ୍ତଙ୍କ ରାଜନୈତିକ ଦଳର ନାମ ଗବଳଳବକ୍ଷ Makkal Sevai Katchi  ହୋଇପାରେ ।

from Kanak News
via <a href="https://ifttt.com/?

ଦ୍ୱିତୀୟ ଟେଷ୍ଟ ପାଇଁ ଘୋଷଣା ହେଲା ଭାରତୀୟ ଦଳ । ଆଜିଙ୍କ୍ୟ ରାହାଣେ ଅଧିନାୟକ । ଶୁଭମନ ଗିଲ୍, ମହମ୍ମଦ ସିରାଜ କରିବେ ଡେବ୍ୟୁ ।

କନକ ବ୍ୟୁରୋ : ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଆସନ୍ତାକାଲି ଦ୍ୱିତୀୟ ଟେଷ୍ଟ ମ୍ୟାଚ ଖେଳାଯିବ । ଦ୍ୱିତୀୟ ଟେଷ୍ଟ ପାଇଁ ଦଳରେ ବଡ ଧରଣର ପରିବର୍ତ୍ତନ କରାଯାଇଛି । ଦଳରେ ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଆଜିଙ୍କ୍ୟ ରାହାଣେ ଅଧିନାୟକ ଦାୟିତ୍ୱ ସମ୍ଭାଳିବେ । ସେହିପରି ରିଦ୍ଧିମାନ ଶାହାଙ୍କ ସ୍ଥାନରେ ରିଷବ ପନ୍ତଙ୍କୁ ଦଳରେ ସ୍ଥାନ ମିଳିଛି । ସେହିପରି ଏହି ଦ୍ୱିତୀୟ ଟେଷ୍ଟ ଜରିଆରେ ଶୁଭମନ ଗିଲ ଓ ମହମ୍ମଦ ସିରାଜ ନିଜ ଟେଷ୍ଟ କ୍ରିକେଟରେ ଡେବ୍ୟୁ କରିବେ ।

ପ୍ରଥମ ଟେଷ୍ଟରେ ଅଷ୍ଟ୍ରେଲିଆ ଭାରତଠାରୁ ବିଜୟ ହୋଇଥିଲା । ଫଳରେ ଏହି ୪ ଟିକିଆ ମ୍ୟାଚ ବିଶିଷ୍ଟ ସିରିଜରେ ଅଷ୍ଟ୍ରେଲିଆ ୧-୦ରେ ଆଗୁଆ ରହିଛି । ତେବେ ସିରିଜକୁ ହାତେଇବା ପାଇଁ ଭାରତ ପାଖରେ ଏବେ ସୁଯୋଗ ରହିଛି । ଏହି ଦ୍ୱିତୀୟ ଟେଷ୍ଟରେ ଭାରତ ବିଜୟୀ ହୋଇ ପ୍ରଥମ ଟେଷ୍ଟର ବଦଲା ନେବାକୁ ପ୍ରୟାସ କରିବ ।

ଭାରତୀୟ ଦଳ : ଆଜିଙ୍କ୍ୟ ରାହାଣେ (ଅଧିନାୟକ), ମୟଙ୍କ ଅଗ୍ରୱାଲ, ଶୁଭମନ ଗିଲ୍, ଚେତେଶ୍ୱର ପୂଜାରା(ଉପ ଅଧିନାୟକ), ହନୁମା ବିହାରୀ, ରିଷବ ପନ୍ତ(ୱିକେଟ କିପର), ରବିନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱିନୀ, ଉମେଶ ଯାଦବ, ଯଶପ୍ରିତ ବୁମରାହ, ମହମ୍ମଦ ସିରାଜ ।

from Kanak News
via <a href="https://ifttt.com/?

ନୟାଗଡ ଯଦୁପୁରରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା । ୨ ଆକ୍ରମଣକାରୀଙ୍କୁ ଗିରଫ୍ କଲା ପୋଲିସ

କନକ ବ୍ୟୁରୋ : ପରୀ ମାମଲାରେ ବିଜେପିର ପଦଯାତ୍ରା ବେଳେ ନୟାଗଡ ଜିଲ୍ଲା ଯଦୁପୁର ଠାରେ ଜଣେ ସାମ୍ବାଦିକଙ୍କ ସହ ତାଙ୍କ ଟିମ୍ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ପୋଲିସ ୨ ଜଣଙ୍କୁ ଗିରଫ୍ କରିଛି । ଗତକାଲି ପରୀକୁ ନ୍ୟାୟ ଦାବିରେ ବିଜେପି ପକ୍ଷରୁ ଯଦୁପୁର ଠାରେ ରାଲି ଚାଲିଥିବା ବେଳେ ଏକ ଘରୋଇ ବୈଦ୍ୟୁତିକ ଗଣମାଧ୍ୟମ ଟିମ୍ ଉପରେ କିଛି ଲୋକ ଆକ୍ରମଣ କରିଥିଲେ । ଏଥିରେ ସାମ୍ବାଦିକ ଜଣକ ଆହତ ହୋଇଥିବା ବେଳେ ତାଙ୍କ କ୍ୟାମେରା ଭାଙ୍ଗିଯାଇଥିଲା । ଏହି ଘଟଣା ଘଟିବା ପରେ ସ୍ଥାନୀୟ ଲୋକେ ସାମ୍ବାଦିକଙ୍କୁ ନ୍ୟାୟ ଦାବି କରି ରାସ୍ତାରୋକ କରିଥିଲେ । ଏନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଆଜି ଆକ୍ରମଣକାରୀଙ୍କ ମଧ୍ୟରୁ ୨ ଜଣଙ୍କୁ ଗିରଫ୍ କରି ତଦନ୍ତ ଚଳାଇଛି । କହିରଖୁ କି ଏହି ଆକ୍ରମଣରେ ବି ଜଣେ ୱେବ୍ ମିଡିଆର ସାମ୍ବାଦିକ ଆହତ ହୋଇଛନ୍ତି । ଖବର ପ୍ରସାରଣରେ ଅସନ୍ତୁଷ୍ଟ ବ୍ୟକ୍ତ କରି କିଛି ଲୋକ ଏହି ଆକ୍ରମଣ କରିଥିବା ଜଣାପଡିଛି । କିଛି ସମୟ ପାଇଁ ଘଟଣାସ୍ଥଳରେ ଉତେଜନା ଲାଗିରହିଥିବା ବେଳେ ପୋଲିସ ସେଠାରେ ପହଂଚି ପରିସ୍ଥିତିକୁ ସମ୍ଭାଳି ନେଇଥିଲା ।
ଏନେଇ ସାମ୍ବାଦିକ ଜଣକ ପଦଯାତ୍ରା କରୁଥିବା ବିଜେପି କର୍ମୀମାନଙ୍କ ଉପରେ ଦୋଷ ଲଦିଛନ୍ତି । ସେ କହିଛନ୍ତି କି ବିଜେପିର ବରିଷ୍ଠ ନେତା ମାନେ ଉପସ୍ଥିତ ଥିବା ବେଳେ ତାଙ୍କ ଉପରେ ଆକ୍ରମଣ ହୋଇଛି । ତେଣୁ ବିଜେପି ଜାଣି ଶୂୁଣି ବା ଯୋଜନାବଦ୍ଧ ଭାବେ ତାଙ୍କ ଉପରେ ଅକ୍ରମଣ କରାଇଛି ।

from Kanak News
via <a href="https://ifttt.com/?

ନୂଆ ବର୍ଷରେ ବିଜେଡିର ନୂଆ ମିଡିଆ ଟିମ୍ । ଜାତୀୟ ସ୍ତରରେ ୬ ମୁଖାପତ୍ର ସହ ୧୬ ଜଣଙ୍କୁ ନିଯୁକ୍ତି । ପ୍ୟାନେଲିଷ୍ଟରେ ୧୪ ଜଣଙ୍କ ନାମ

କନକ ବ୍ୟୁରୋ : ନୂଆ ବର୍ଷରେ ବିଜେଡି ପ୍ରସ୍ତୁତ କଲା ନୂଆ ମିଡିଆ ଟିମ୍ । ଏହି ନୂଆ ମିଡିଆ ଟିମ୍ ରେ ଜାତୀୟ ସ୍ତରରେ ୬ ଜଣ ମୁଖପାତ୍ରଙ୍କୁ ନିଯୁକ୍ତି କରାଯାଇଥିବା ବେଳେ ଅନ୍ୟ ୧୬ ଜଣ ମଧ୍ୟ ମୁଖପାତ୍ର ଭାବେ ନିଯୁକ୍ତି ପାଇଛନ୍ତି । ସେହିପରି ୧୪ ଜଣଙ୍କୁ ପ୍ୟାନେଲିଷ୍ଟ ଭାବେ ନିଯୁକ୍ତି ମିଳିଛି  । ଜାତୀୟ ମୁଖପାତ୍ର ଭାବେ  ପ୍ରସନ୍ନ ଆଚାର୍ଯ୍ୟ, ପିନାକୀ ମିଶ୍ର, ଅଚ୍ୟୁତ ସାମନ୍ତ, ସସମିତ ପାତ୍ର, ଶର୍ମିଷ୍ଠା ସେଠୀ ଓ ଅମର ପଟ୍ଟନାୟକଙ୍କୁ ଦାୟିତ୍ୱ ମିଳିଛି । ତେବେ ଅମର ପଟ୍ଟନାୟକଙ୍କୁ ବିଶେଷ କରି ଆର୍ଥିକ ଓ ବୈଦେଶିକ ବ୍ୟାପର ବିଷୟରେ ଦଳର ଆଭିମୂୁଖ୍ୟ ରଖିବାକୁ ଦାୟିତ୍ୱ ଦିଆଯାଇଛି । ପ୍ରତାପ କେଶରୀ ଦେଓ, ଚନ୍ଦ୍ରଶେଖର ସାହୁ, ରମେଶ ମାଝୀ, ସ୍ନେହାଙ୍ଗୀନ ଛୁରିଆ, ବ୍ୟୋମକେଶ ରାୟ, ରାଜେଶ୍ୱରୀ ପାଣିଗ୍ରାହୀ ,କସ୍ତୁରୀ ମହାପାତ୍ର, ଲେନିନ ମହାନ୍ତି.ଅନୁଭବ ପଟ୍ଟନାୟକ, ଲୋପାମୂଦ୍ରା ବକ୍ସି ପାତ୍ର, ସଂଜୟ ବାବୁ, ସୁଲତା  ଦେଓ, ଶ୍ରୀମୟୀ ମିଶ୍ର, ଚିନ୍ମୟ ସାହୁ, ଏଲିନା ଦାସ, ହରିଶ ଚୌଧୁରୀଙ୍କୁ ମୁଖପାତ୍ର ଭାବେ ଦାୟିତ୍ୱ ଦିଆଯାଇଛି ।

from Kanak News
via <a href="https://ifttt.com/?

ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ୨ ଜଣଙ୍କୁ ଗିରଫ କଲା ପୁଲିସ : ଏପଟେ ଘଟଣାକୁ ନିନ୍ଦା କରି ଆଜି ଭୁବନେଶ୍ୱରରେ ପ୍ରତିବାଦ କରିଛନ୍ତି ସାମ୍ବାଦିକ

ନୟାଗଡ ଯଦୁପୁରରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ଦୁଇଜଣଙ୍କୁ ଗିରଫ କରିଛି ପୁଲିସ । ଗତକାଲି ଖବର ସଂଗ୍ରହ କରିବାକୁ ଯାଇଥିବା କିଛି ସାମ୍ବାଦିକଙ୍କ ଉପରେ ଏହି ଆକ୍ରମଣ ହୋଇଥିଲା । । ଏହାର ପ୍ରତିବାଦରେ ରାସ୍ତା ରୋକ କରିଥିଲେ ଜନସାଧାରଣ । ମିଳିଥିବା ସୂଚନା ଅନୁସାରେ ଏକ ଘରୋଇ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧି ଏବଂ କ୍ୟାମେରାମ୍ୟାନ ଉପରେ ହୋଇଥିଲା ଆକ୍ରମଣ । ଏଥିସହ ଏକ ୱେବ ଚ୍ୟାନେଲର ପ୍ରତିନିଧିଙ୍କ ଉପରେ ମଧ୍ୟ ଆକ୍ରମଣ ହୋଇଥିଲା । ଖବର ପ୍ରସାରଣରେ ଅସନ୍ତୁଷ୍ଟ ବ୍ୟକ୍ତ କରି କିଛି ଲୋକ ଏହି ଆକ୍ରମଣ କରିଥିବା ଜଣାପଡିଛି । କିଛି ସମୟ ପାଇଁ ଘଟଣାସ୍ଥଳରେ ଉତେଜନା ଲାଗିରହିଥିବା ବେଳେ ପୋଲିସ ସେଠାରେ ପହଂଚି ପରିସ୍ଥିତିକୁ ସମ୍ଭାଳି ନେଇଥିଲା ।

ଏପଟେ ଘଟଣାକୁ ନିନ୍ଦା କରି ଆଜି ଭୁବନେଶ୍ୱରରେ ସାମ୍ବାଦିକମାନେ ପ୍ରତିବାଦ କରିଛନ୍ତି । ଏଭଳି ଘଟଣାକୁ ଦୃଢ ନିନ୍ଦା କରିବା ସହ ଦୋଷୀ ଉପରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ସାମ୍ବାଦିକ । ଏହାସହ ଆଗାମୀ ବିଧାନସଭା ଅଧିବେଶନରେ ସାମ୍ବାଦିକଙ୍କ ସୁରକ୍ଷା ପାଇଁ ଏକ ବିଲ ପାସ କରାଯାଉ ବୋଲି ସେମାନେ ଦାବି କରିଛନ୍ତି । ଆକ୍ରମଣ ଘଟଣାକୁ ନିନ୍ଦା କରି ଏକ ଦାବିପତ୍ର ରାଜ୍ୟପାଳଙ୍କୁ ଦିଆଯାଇଛି ।

from Kanak News
via <a href="https://ifttt.com/?

ଗଞ୍ଜାମ ଜିଲ୍ଲାରେ ବାହାରିଲା କରୋନା ସଚେତନତା ରଥ : ଜିଲ୍ଲାର ଗାଁ ଗାଁରେ ବୁଲି ଏହି ରଥ କରୋନା ସମ୍ପର୍କରେ ସଚେତନତା ଦେବ । ବ୍ରହ୍ମପୁର ସହ ୧୦ ବ୍ଲକରେ ବୁଲିବ ଏହି ରଥ ।

ଗଞ୍ଜାମ ଜିଲ୍ଲାରେ କରୋନାକୁ ପ୍ରତିହତ କରିବା ପାଇଁ ୟୁନିସେଫ୍ ଓଡିଶା ଶାଖା ସହାୟତାରେ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ସୂଚନା ଓ ଲୋକ ସଂପର୍କ ବିଭାଗର ମିଳିତ ଆନୁକୂଲ୍ୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ସାଂସ୍କୃତିକ କାର୍ୟ୍ୟକ୍ରମ ଯୋଡି ଶଙ୍ଖ ବାଦନ ପୂର୍ବକ କୋଭିଡ୍ ସଚେତନତା ରଥ ପରିକ୍ରମାର ଶୁଭାରମ୍ଭ କରାଯାଇଛି । ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ପୂର୍ବାହ୍ନରେ ସବୁଜ ପତାକା ଦେଖାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି ସଚେତନତା ରଥ ଆଜି ଠାରୁ ୨୯ ତାରିଖ ପର୍ଯ୍ୟନ୍ତ ଦୈନିକ ଦୁଇଟି ବ୍ଲକ୍ ହିସାବରେ ମୋଟ୍ ଦଶଟି ବ୍ଲକ୍ ପରିକ୍ରମା କରି ଲୋକଙ୍କ ନିକଟରେ ସଚେତନତାର ବାର୍ତ୍ତା ପହଞ୍ଚାଇବ । ଏହି ଅବସରରେ ସ୍ଥାନୀୟ ଲୋକ କଳାକାରମାନେ ମଧ୍ୟ ଏହି ସଚେତନତା କାର୍ଯ୍ୟରେ ଅଂଶ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି । ଲୋକ କଳାକାର ମାନଙ୍କ ଦ୍ବାରା କୋଭିଡ୍ ସଚେତନତା ବାର୍ତ୍ତା ପହଁଚାଇବାର ନୂଆ ଚିନ୍ତାଧାରା ଲୋକମାନଙ୍କ ପାଇଁ ମଙ୍ଗଳଦାୟକ ସାବ୍ୟସ୍ତ ହୋଇପାରିବ । ଏହି ରଥ କରୋନା ମହାମାରୀରୁ ରକ୍ଷାପାଇଁ ଏବଂ ନିଜକୁ ସୁରକ୍ଷିତ ରଖିବା ପାଇଁ ଜନ ସାଧାରଣଙ୍କୁ ସଚେତନ କରିବ ।

ପର୍ଯ୍ୟାୟକ୍ରମେ ଏହି ରଥ ଜିଲ୍ଲାସାରା ପରିକ୍ରମା କରାଇ ଲୋକଙ୍କୁ ସଚେତନ କରାଇବା ପାଇଁ ଲକ୍ଷ୍ୟ ରଖାଯାଇଛି । ଆଜି ପୂର୍ବାହ୍ନରେ ଛତ୍ରପୁର ବ୍ଲକ୍ ଓ ଅପରାହ୍ନରେ ହିଞ୍ଜିଳି ବ୍ଲକ୍, ୨୬ ତାରିଖ ଦିନ କବି ସୂର୍ୟ୍ୟନଗର ଓ ପୋଲସରା ବ୍ଲକ୍, ୨୭ ତାରିଖ ଦିନ ଭଞ୍ଜନଗର ଓ ଶେରଗଡ ବ୍ଲକ୍, ୨୮ ତାରିଖ ଦିନ ସାନଖେମୁଣ୍ଡି ଓ ଦିଗପହଣ୍ଡି ବ୍ଲକ୍ ଏବଂ ୨୯ ତାରିଖ ଦିନ ରଙ୍ଗେଇଲୁଣ୍ଡା ବ୍ଲକ୍ ଓ ବ୍ରହ୍ମପୁର ମ୍ୟୁନିସପାଲଟି ପରିକ୍ରମଣ କରି ଜନସାଧାରଣଙ୍କୁ ସଚେତନ କରାଇବ । କରୋନା ମହାମାରୀକୁ ରୋକିବା ପାଇଁ ଔଷଧ ବାହାରିବା ଓ ଏହାର ସଫଳ ଫଳପ୍ରଦ ହେବା ପର୍ୟ୍ୟନ୍ତ ଆମ ସମସ୍ତଙ୍କୁ ମାସ୍କ ବ୍ୟବହାର କରିବା, ସାମାଜିକ ଦୂରତ୍ବ ରକ୍ଷା କରିବା ଓ ୪୦ ସେକେଣ୍ଡ ଧରି ହାତ ଧୋଇବା ଅଭ୍ୟାସକୁ ମାନି ଚଳିବା ସମ୍ପର୍କରେ ସଚେତନତା ଜାରି ରହିବାର ଆବଶ୍ୟକତା ରହିଛି ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ । ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟରେ ୧୫୦ଟି ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ ଅଛି । ସଂପ୍ରତି ଜିଲ୍ଲାରେ ମାତ୍ର ୨୧ ଟି କରୋନା ଆକ୍ଟିଭ୍ କେସ୍ ରହିଛି । ନୂଆବର୍ଷ ଉପଲକ୍ଷେ ପିକନିକ୍ ସ୍ପଟ୍ ଗୁଡିକରେ ମଧ୍ୟ ଗହଳି ନ କରିବା ପାଇଁ ପରାମର୍ଶ ଦେଇଥିଲେ । ଜିଲ୍ଲାର ସମସ୍ତ ଅଧିକାରୀମାନେ ମୁଖ୍ୟ କାର୍ଯ୍ୟାଳୟ ନ ଛାଡିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଂସ୍କୃତି ଅଧିକାରୀ ଶଙ୍କର୍ଷଣ ପଟ୍ଟନାୟକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ଏବଂ ସମସ୍ତ ସାମ୍ବାଦିକ ଗଣ ଉପସ୍ଥିତ ଥିଲେ ।

from Kanak News
via <a href="https://ifttt.com/?

Design a site like this with WordPress.com
Get started