ଏବେ ବିଦେଶରେ ବି କୃଷି ଆନ୍ଦୋଳନକୁ ବିପୁଳ ସମର୍ଥନ । ଭାରତ ସରକାରଙ୍କ ସହ ଆଲୋଚନା କରିବାକୁ ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ୍ ପମ୍ପିଓଙ୍କ ନିକଟରେ ଦାବିକଲେ ୭ ଆମେରିକୀୟ ସାଂସଦ ।

କନକ ବ୍ୟୁରୋ : ଭାରତରେ ଚାଲିଥିବା କୃଷକ ଆନ୍ଦୋଳନ ଏବେ ବିଦେଶରେ ବି ଚର୍ଚ୍ଚାର ବିଷୟ ପାଲଟିଛି । କୃଷକ ଆନ୍ଦୋଳନ ସଂପର୍କରେ ନିଜ ପ୍ରତିପକ୍ଷଙ୍କ ସହ ଆଲୋଚନା କରିବାକୁ ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ୍ ପମ୍ପିଓଙ୍କ ନିକଟରେ ଦାବି ଜଣାଇଛନ୍ତି ୭ ଜଣ ଆମେରିକୀୟ ସାଂସଦ । ସେମାନଙ୍କ ମଧ୍ୟରେ ରହିଛନ୍ତି ଭାରତୀୟ ବଂଶୋଦ୍ଭବ ପ୍ରମିଳା ଜୟପାଲ । ସେମାନେ ପମ୍ଫିଓଙ୍କୁ ଚିଠି ଲେଖି ଭାରତୀୟ ବିଦେଶ ମନ୍ତ୍ରୀଙ୍କ ସହ ଭାରତରେ ଚାଲିଥିବା କୃଷକ ଆନ୍ଦୋଳନ ବିଷୟରେ ଆଲୋଚନା କରିବାକୁ ଦାବି କରିଛନ୍ତି ।

କେବଳ ଆମେରିକା ନୁହେଁ, ଏହା ପୂର୍ବରୁ କାନାଡା ପ୍ରଧାନମନ୍ତ୍ରୀଙ୍କ ସମେତ ବ୍ରିଟେନ୍ ଓ ଅନ୍ୟ କିଛି ଦେଶର ନେତା ମାନେ ଭାରତରେ ଚାଲିଥିବା କୃଷକ ଆନ୍ଦୋଳନକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି । ଏନେଇ ସେମାନେ ଦେଇଥିବା ବିିଭିନ୍ନ ମନ୍ତ୍ରବ୍ୟକୁ ଭାରତ ସରକାର କଡା ସମାଲୋଚନା ବି କରିଥିଲେ । ବିଦେଶୀ ନେତା ମାନଙ୍କ ମନ୍ତବ୍ୟକୁ ଭାରତ ସରକାର ଅନୁଚିତ୍ ବୋଲି ଦର୍ଶାଇଥିଲେ । ଭାରତ ସରକାର କହିଥିଲେ କି ଦେଶର ଆଭ୍ୟନ୍ତରୀଣ ମାମଲାରେ ବାହ୍ୟ ଦେଶ ମାନଙ୍କ ହସ୍ତକ୍ଷେପକୁ ବରଦାସ୍ତ କରାଯିବ ନାହିଁ ।

ହେଲେ ଏବେ ଭାରତର ମିତ୍ର କୁହାଯାଉଥିବା ଆମେରିକାର ସାଂସଦ ମାନେ ଏହାକୁ ନେଇ ଆଲୋଚନା କରିବାକୁ ଭାରତ ସରକାର କିଭଳି ଗ୍ରହଣ କରିବେ ତାହା ସମୟ କହିବ । ହେଲେ ଆମେରିକାର ବିଶେଷ ଭାବେ ସିଖ୍ ଆମେରିକୀୟଙ୍କ ସହିତ ଜଡିତ ନେତା ମାନେ ଏନେଇ ପମ୍ପିଓଙ୍କୁ ଚିଠି ଲେଖିଛନ୍ତି । ଯେଉଁମାନଙ୍କର କି ପଞ୍ଜାବ ସହିତ ସଂପର୍କ ରହିଛି । କୃଷକ ଆନ୍ଦୋଳନ ଯୋଗୁ ଅନେକ ଭାରତୀୟ-ଆମେରିକୀୟ ମାନଙ୍କ ଉପରେ ପ୍ରଭାବ ପଡିଥିବା ଦେଖିବାକୁ ମିଳିଛି । କାରଣ ପଞ୍ଜାବରେ ରହୁଥିବା ସେମାନଙ୍କ ପରିବାର ଏବେ ଆନ୍ଦୋଳନ ସହିତ ଜଡିତ ଅଛନ୍ତି । ଏଥିଲାଗି ସେମାନେ ଭାରତରେ ରହୁଥିବା ନିଜ ପରିବାରକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ।

from Kanak News
via <a href="https://ifttt.com/?

ବଦଳିଲେ ଓଡିଶାର ମୁଖ୍ୟ ଶାସନ ସଚିବ । ଅସିତ୍ ତ୍ରିପାଠୀଙ୍କ ବଦଳରେ ସୁରେଶ ମହାପାତ୍ର ହେଲେ ମୁଖ୍ୟ ଶାସନ ସଚିବ ।

କନକ ବ୍ୟୁରୋ : ରାଜ୍ୟ ପ୍ରଶାସନିକ ସେବାର ହୋଇଛି ବଡ ଧରଣର ଅଦଳ ବଦଳ । ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ସ୍ଥାନରେ ସୁରେଶ ମହାପାତ୍ରଙ୍କୁ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଦିଆଯାଇଛି । ଅଗଷ୍ଟ ୧୫ ୨୦୧୯ ମସିହାରେ ଅସିତ ତ୍ରିପାଠୀଙ୍କୁ ମୁଖ୍ୟ ଶାସନ ସଚିବ ପଦରେ ଅବସ୍ଥାପିତ କରରାଯାଇଥିଲା । ଚଳିତ ମାସ ୩୧ ତାରିଖରେ ତାଙ୍କର କାର୍ଯ୍ୟକାଳ ଶେଷ ହେଉଛି । ଏହାପରେ ସୁରେଶ ମହାପାତ୍ର ଏହି ପଦରେ ଅବସ୍ଥାପିତ ହେବେ । ସେ ମୁଖ୍ୟ ଶାସନ ସଚିବ ବ୍ୟତିତ ମୁଖ୍ୟ ଉନ୍ନୟନ କମିଶନ ଭାବେ ମଧ୍ୟ ଦାୟିତ୍ୱ ତୁଲାଇବେ ବୋଲି ସୂଚନା ମିଳିଛି । ଏହାସହ ପ୍ରଦୀପ ଜେନାଙ୍କୁ ଉନ୍ନୟନ କମିଶନ ଭାବେ ଦାୟିତ୍ୱ ଦିଆଯାଇଛି । ପ୍ରଦୀପ ଜେନା ଏହା ବ୍ୟତିତ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦାୟିତ୍ୱ ମଧ୍ୟ ତୁଲାଇବେ । ଅବସର ପରେ ଅସିତ ତ୍ରିପାଠୀ ପଶ୍ଚିମ ଓଡିଶା ବିକାଶ ପରିଷଦର ଦାୟିତ୍ୱ ତୁଲାଇବେ । ଏଥି ସହିତ ପର୍ଯ୍ୟଟନ, ଶିଳ୍ପ ଏବଂ ଆଞ୍ଚଳିକ ବିକାଶ ଭଳି ପ୍ରସଙ୍ଗରେର ମୁଖ୍ୟମନ୍ତ୍ରୀଙ୍କର ପ୍ରମୁଖ ପରାମର୍ଶଦାତା ଭାବେ ଦାୟିତ୍ୱ ତୁଲାଇବେ ବୋଲି ସୂଚନା ମିଳିଛି ।

from Kanak News
via <a href="https://ifttt.com/?

ବଦଳିଲେ ଓଡିଶାର ମୁଖ୍ୟ ଶାସନ ସଚିବ । ଅସିତ୍ ତ୍ରିପାଠୀଙ୍କ ବଦଳରେ ସୁରେଶ ମହାପାତ୍ର ହେଲେ ମୁଖ୍ୟ ଶାସନ ସଚିବ ।

କନକ ବ୍ୟୁରୋ : ରାଜ୍ୟ ପ୍ରଶାସନିକ ସେବାର ହୋଇଛି ବଡ ଧରଣର ଅଦଳ ବଦଳ । ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ସ୍ଥାନରେ ସୁରେଶ ମହାପାତ୍ରଙ୍କୁ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଦିଆଯାଇଛି । ୧୫ ଅଗଷ୍ଟ ୨୦୧୯ ରେ ଅସିତ ତ୍ରିପାଠୀଙ୍କୁ ମୁଖ୍ୟ ଶାସନ ସଚିବ ପଦରେ ଅବସ୍ଥାପିତ କରାଯାଇଥିଲା । ଚଳିତ ମାସ ୩୧ ତାରିଖରେ ତାଙ୍କର କାର୍ଯ୍ୟକାଳ ଶେଷ ହେଉଛି । ଏହାପରେ ସୁରେଶ ମହାପାତ୍ର ଏହି ପଦରେ ଅବସ୍ଥାପିତ ହେବେ । ସେ ମୁଖ୍ୟ ଶାସନ ସଚିବ ବ୍ୟତିତ ମୁଖ୍ୟ ଉନ୍ନୟନ କମିଶନର ଭାବେ ମଧ୍ୟ ଦାୟିତ୍ୱ ତୁଲାଇବେ ବୋଲି ସୂଚନା ମିଳିଛି ।

https://platform.twitter.com/widgets.js

ଏହାସହ ପ୍ରଦୀପ ଜେନାଙ୍କୁ ଉନ୍ନୟନ କମିଶନ ଭାବେ ଦାୟିତ୍ୱ ଦିଆଯାଇଛି । ପ୍ରଦୀପ ଜେନା ଏହା ବ୍ୟତିତ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦାୟିତ୍ୱ ମଧ୍ୟ ତୁଲାଇବେ । ଅନ୍ୟପଟେ ଅସିତ୍ ତ୍ରିପାଠୀଙ୍କୁ ମୁଖ୍ୟ ଶାସନ ସଚିବ ପଦରୁ ହଟାଇ ଦିଆଯାଇ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଦିଆଯାଇଛି ।

from Kanak News
via <a href="https://ifttt.com/?

ଗ୍ୟାଙ୍ଗଷ୍ଟର ଧଳସାମନ୍ତ ବ୍ରଦର୍ସଙ୍କ ଘରେ ପୁଣି ପୁଲିସର ଚଢାଉ : ଚୋରା ବନ୍ଧୁକ କାରବାରକୁ ନେଇ ଖୋଳତାଡ । ଦୁଇ ଭାଇଙ୍କୁ ୩ ଦିନିଆ ରିମାଣ୍ଡରେ ନେଲା ପୁଲିସ୍

କନକ ବ୍ୟୁରୋ : ୪ ବର୍ଷର ବ୍ୟବଧାନ ପରେ ପୁଣି ଗ୍ୟାଙ୍ଗଷ୍ଟାର ଡି. ବ୍ରଦର୍ସଙ୍କୁ ନେଇ ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି । ଏହି ଗ୍ୟାଙ୍ଗଷ୍ଟାର ଧଳ ବ୍ରଦର୍ସଙ୍କ ଘରୁ ବିପୁଳ ପରିମାଣର ଗୁଳି ଓ ବନ୍ଧୁକ ମିଳିବା ପରେ ପୋଲିସ ଜୋରଦାର ତଦନ୍ତ ଆରମ୍ଭ କରିଛି । ଏନେଇ ଗ୍ୟାଙ୍ଗଷ୍ଟର ଡି-ବ୍ରଦର୍ସଙ୍କୁ ତିନି ଦିିନିଆ ରିମାଣ୍ଡରେ ନେଇ ଆଜିଠୁ ଜେରା କରିବ ପୁଲିସ୍  । ଏନେଇ ଗତକାଲି ଉଭୟଙ୍କୁ କୋର୍ଟରେ ହାଜର କରାଯାଇଥିଲା  । ସେପଟେ ଧଳସାମନ୍ତଙ୍କ ଘରେ ପୁଣି ପୁଲିସ୍ ତଲାସି ଆରମ୍ଭ କରିଛି  । କମିଶନରେଟ୍ ପୁଲିସର ଏକ ଟିମ୍ କଟକ ସ୍ଥିତ ଧଳସାମନ୍ତ ଭାଇଙ୍କ ଘରେ ଚଢ଼ାଉ ପାଇଁ ପହଂଚିଛି । କିଛି ଦିନ ତଳେ ଡି-ବ୍ରଦର୍ସଙ୍କ ଘରେ ପୁଲିସ୍ ଚଢ଼ାଉ କରିଥିଲା  । ଏହି ସମୟରେ ବହୁ ନୂଆ ତଥ୍ୟ ସାମ୍ନାକୁ ଆସିଥିଲା  । ଡି-ବ୍ରଦର୍ସଙ୍କ ଘରୁ ବହୁ ପରିମାଣର ମାରଣାସ୍ତ୍ର ଜବତ ହୋଇଥିଲା । ଯାହା ମଧ୍ୟରେ ୧୦ରୁ ଅଧିକ ବନ୍ଧୁକ ସହ ବହୁ ଗୁଳିଗୋଳା ଜବତ କରିଥିଲା ପୁଲିସ୍  । ୧୬ଟି ବନ୍ଧୁକ, ୧୦୯୫ ରାଉଣ୍ଡ ଗୁଳି, ୨୪ ମାଗାଜିନ, ୧୬ଟି ମୋବାଇଲ, ୪ଟି ମୋଟର ସାଇକେଲକୁ ଜବତ ହୋଇଥିଲା  । ଦୁଇ ଧଳସାମନ୍ତ ବ୍ରଦର୍ସଙ୍କ ଇଙ୍ଗିତରେ ବେଆଇନ ବନ୍ଧୁକ କାରବାର କରୁଥିବା ୮ଜଣଙ୍କୁ ମଧ୍ୟ ଗିରଫ ହୋଇଥିଲେ  । ଏସବୁ ବନ୍ଧୁକ ବିହାରରୁ ଆସୁଥିବାର ଲିଙ୍କ ପୁଲିସ୍ ହାତରେ ଲାଗିଥିଲା । ଏହି ମାମଲାର ଅଧିକ ଖୋଳତାଡ଼ ଜାରି ରହିଛି  ।

କହିରଖୁ କି କଟକରେ ଏହି ଦୁଇ ଭାଇ ଦୀର୍ଘ ଦିନ ହେବ ଦାଦା ବଟି, ରାହାଜାନୀ, ଟେଣ୍ଡର ଫିକ୍ସିଂ ଭଳି ଅପରାଧ କରିଚାଲିଥିଲେ । ଏହା ସହ ସେମାନେ ବିଭିନ୍ନ ସମୟରେ ଲୋକଙ୍କ ହତ୍ୟା କରିଥିବା ପ୍ରମାଣ ମିଳିଛି । ଏଭଳି ଏକ ଅପରାଧିକ ଦୁର୍ଗ ପ୍ରସ୍ତୁତ କରି କଟକ ସହରବାସୀଙ୍କ ନିଦ ହଜାଇ ଦେଇଥିଲେ ଏହି ଦୁଇ ଭାଇ । ଏନେଇ ବାରମ୍ବାର ଥାନାରେ ଅଭିଯୋଗ ହେବା ପରେ ପୋଲିସ ଡି ବ୍ରଦର୍ସଙ୍କ ଆଡ୍ଡା ଉପରେ ଚଢାଉ କରି ସେମାନଙ୍କୁ ଗିରଫ୍ କରିଥିଲା ।

from Kanak News
via <a href="https://ifttt.com/?

ଖୋଲିବ ମା’ ବିରଜାଙ୍କ ମନ୍ଦିର : ଆସନ୍ତା ୨୯ ତାରିଖରୁ ଖୋଲିବ ଯାଜପୁରର ବିରଜା ମନ୍ଦିର । ସକାଳ ୬ରୁ ସନ୍ଧ୍ୟା ୫ ଯାଏ ଦର୍ଶନ କରିବାକୁ ଅନୁମତି ମିଳିବ ।

ଦୀର୍ଘ ଦଶ ମାସ ପରେ ମା’ ବିରଜା ମନ୍ଦିର ଖୋଲିବା ନେଇ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି। ଆଗାମୀ ଡିସେମ୍ବର ୨୯ ତାରିଖରୁ ଯାଜପୁରର ମା’ ବିରଜା ମନ୍ଦିର ଖୋଲିବ ବୋଲି ଜଣାଯାଇଛି। ଏନେଇ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଯାଜପୁର ଜିଲ୍ଲାପାଳ ସୂଚନା ଦେଇଛନ୍ତି। କିନ୍ତୁ ଗହଳିକୁ ଏଡ଼ାଇବା ଲାଗି ଜାନୁଆରୀ ୧,୨ ଓ ୩ ତାରିଖରେ ମା’ ବିରଜା ମନ୍ଦିର ବନ୍ଦ ରହିବ ବୋଲି ସେ କହିଛନ୍ତି। ସକାଳ ୬ଟାରୁ ସନ୍ଧ୍ୟା ୫ଟା ଯାଏଁ ଭକ୍ତମାନେ ମନ୍ଦିର ଭିତରକୁ ଯାଇ ମା’ଙ୍କ ଦର୍ଶନ କରିପାରିବେ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ତେବେ ଏହି ସମୟରେ କୋଭିଡ ନିୟମ ପାଳନକୁ କଡ଼ାକଡ଼ି କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ଉଲ୍ଲେଖଯୋଗ୍ୟ, ପୂର୍ବରୁ ୨୦୨୧ ଜାନୁଆରି ୩ ତାରିଖ ଠାରୁ ମା’ ଶାରଳା ଓ ଗୋରେଖନାଥଙ୍କ ମନ୍ଦିର ଖୋଲା ରହିବ ବୋଲି ଜଣାଯାଇଥିଲା।

from Kanak News
via <a href="https://ifttt.com/?

ସେମାନେ ବ୍ରିଟେନରୁ ଆସି ଅମୃତସର ବିମାନବନ୍ଦରରେ ଓହ୍ଲାଇଲେ ,ତା’ ପରେ କୁଆଡେ ଗଲେ ? ନା ବିମାନବନ୍ଦର କର୍ତ୍ତୁପକ୍ଷଙ୍କ ପାଖରେ ଅଛି କିଛି ଖବର , ନା ସରକାର ଖୋଜିବାରେ ହେଉଛନ୍ତି ସକ୍ଷମ

କନକ ବ୍ୟୁରୋ : ବ୍ରିଟେନରେ କରୋନା ଭୂତାଣୁର ନୂଆ ଷ୍ଟ୍ରେନ୍ ଦେଖା ଦେବା ପରେ ଭାରତ ସରକାର ବ୍ରିଟେନରୁ ଆସୁଥିବା ସମସ୍ତ ବିମାନ ଚଳାଚକୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ବାତିଲ୍ କରିଦେଇଛନ୍ତି । ହେଲେ ବିମାନ ବାତିଲ ହେବା ପୂର୍ବରୁ ବ୍ରିଟେନରୁ ଭାରତ ଆସିଥିବା ସମସ୍ତ ଯାତ୍ରୀଙ୍କୁ ଚିହ୍ନଟ କରିବା ଓ ସେମାନଙ୍କୁ ଠାବ କରିବାକୁ ବିଭିନ୍ନ ରାଜ୍ୟ ସରକାର ଉଦ୍ୟମ ଚଳାଇଛନ୍ତି । ସେମାନଙ୍କ ମଧ୍ୟରୁ କିଛି ଯାତ୍ରୀଙ୍କୁ ଠାବ କରାଯାଇଥିବା ବେଳେ ପଞ୍ଜାବର ଅମୃତସରକୁ ଆସିଥିବା ୮୪୧ ଯାତ୍ରୀ ଗାଏବ ହୋଇଯାଇଥିବା ସୂଚନା ମିଳିଛି । ଏହି ଯାତ୍ରୀ ମାନଙ୍କ ବାବଦରେ ନା ବିମାନ ବନ୍ଦର ନା ରାଜ୍ୟ ସରକାରଙ୍କ ପାଖରେ କୌଣସି ସୂଚନା ନାହିଁ ।

ନିକଟରେ ୧୫୫୦ ଜଣ ଯାତ୍ରୀ ବ୍ରିଟେନରୁ ଆସି ଅମୃତସର ବିମାନବନ୍ଦରରେ ପହଂଚିଥିଲେ । ଏବେ କରୋନା ଭୂତାଣୁର ନୂଆ ଷ୍ଟ୍ରେନ୍ ଜଣାପଡିବା ପରେ ସେମାନଙ୍କୁ ଠାବ କରିବାକୁ ପଞ୍ଜାବ ସରକାର ତତ୍ପର ହୋଇଛନ୍ତି । ଏନେଇ ପଞ୍ଜାବ ସରକାର ବିମାନବନ୍ଦର କର୍ତ୍ତୁପକ୍ଷଙ୍କ ସହ ଯୋଗ ଯୋଗ କରିବାରୁ ବିମାନବନ୍ଦର କର୍ତ୍ତୁପକ୍ଷ ମାତ୍ର ୭୦୯ ଜଣ ଯାତ୍ରୀଙ୍କର ବିବରଣୀ ସ୍ୱାସ୍ଥ୍ୟ ବିଭାଗକୁ ପ୍ରଦାନ କରିବାରେ ସଫଳ ହୋଇଛି । ଅନ୍ୟ ୮୪୧ ଜଣ ଯାତ୍ରୀଙ୍କ ର କୌଣସି ଖୋଜ ଖବର ମିଳିପାରି ନାହିଁ । ଅନ୍ୟପଟେ ଇଂଲଣ୍ଡରୁ ପଞ୍ଜାବ ପହଞ୍ଚୁଥିବା ସମସ୍ତ ଯାତ୍ରୀଙ୍କ ଉପରେ ନଜର ରଖିବା ସହ ସେମାନଙ୍କୁ ଟ୍ରେସ କରିବାକୁ ପଞ୍ଜାବ ସ୍ୱାସ୍ଥ୍ୟମନ୍ତ୍ରୀ ବଲବୀର ସିଂ ସିଭିଲ୍ ସର୍ଜନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ବଲବୀର ସିଂ କହିଛନ୍ତି କି ବ୍ରିଟେନରୁ ଆସି ପଞ୍ଜାବରେ ପହଂଚିଥିବା ୮ ଜଣ ଯାତ୍ରୀଙ୍କ ଠାରେ କରୋନା ପଜିଟିଭ ଆସିଛି ।

from Kanak News
via <a href="https://ifttt.com/?

ଶୀତରେ ଥରୁଛି ସାରା ଓଡିଶା , ୮ଟି ସହରରେ ତାପମାତ୍ରା ୧୦ ଡିଗ୍ରୀ ତଳେ : ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା , ପାଣିପାଗ ବିଭାଗର ଅନୁମାନ ; ଆହୁରି ୪ ଦିନ ଶୀତ ଲହରୀ 

ଶୀତରେ ଥରୁଛି ସାରା ଓଡିଶା । ୧୦ ଡିଗ୍ରୀ ତଳେ ରାଜ୍ୟର ୮ଟି ସହର ରହିଛି । ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରୀ ରେକର୍ଡ କରାଯାଇଛି ।  ସୁନ୍ଦରଗଡ, ଭବାନୀପାଟଣା, ଝାରୁସୁଗୁଡା, କୋରାପୁଟ, ବୌଦ୍ଧରେ ତାପମାତ୍ରା  ୧୦ ଡିଗ୍ରୀ ତଳେ ରହିଛି ।  ପାଣିପାଗ ବିଭାଗ କହିଛି,  ରାତିରେ ତାପମାତ୍ରାରେ କୌଣସି ପରିବର୍ତନ ହେବାର  କିଛି ପରବର୍ତନ ହେବାର ସମ୍ଭାବନା ରହିଛି ।  ଶୀତଲହରୀ ଆହୁରି ୪ ଦିନ ଧରି ଜାରି ରହିବ । ମିଳିଥିବା ସୂଚନା ଅନୁଯାୟୀ, ଫୁଲବାଣୀ ଓ ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରି ରେକର୍ଡ କରାଯାଇଛି। ଅପରପକ୍ଷରେ ସୁନ୍ଦରଗଡ଼ରେ ୮ ଡିଗ୍ରି, ଭବାନୀପାଟଣାରେ ୯ ଡିଗ୍ରି, ଝାରସୁଗୁଡ଼ା ୯.୪ ଡିଗ୍ରି, କୋରାପୁଟରେ ୯.୬ ଡିଗ୍ରି ଓ ବୌଦ୍ଧରେ ୯.୫ ଡିଗ୍ରି ତାପମାତ୍ରା ରହିଛି।

ଏଣେ କଟକର ସର୍ବନିମ୍ନ ତାପମାତ୍ରା ୧୨.୪ ଡିଗ୍ରି ଓ ଭୁବନେଶ୍ବରର ୧୪ ଡିଗ୍ରି ରେକର୍ଡ କରାଯାଇଛି। ଠିକ୍ ସେହିପରି ପୁରୀରେ ସର୍ବନିମ୍ନ ତାପମାତ୍ରା ୧୬.୪ ଡିଗ୍ରି, ବଲାଙ୍ଗୀରରେ ୧୦ ଡିଗ୍ରି, ପାରାଦୀପରେ ୧୫.୪ ଡିଗ୍ରି ଓ ବାରିପଦାରେ ୧୦.୨ ରେକର୍ଡ କରାଯାଇଛି। ଆଗାମୀ ୪ ଦିନ ଯାଏଁ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ଆହୁରି ପ୍ରାୟ ୪ ଦିନ ଶୀତର ଲହରୀ ଜାରି ରହିବ ବୋଲି ଜଣାଯାଇଛି।

 

 

from Kanak News
via <a href="https://ifttt.com/?

କାଲିଠୁ ଜଗା ଦର୍ଶନ କରିବେ ପୁରୀବାସୀ : ସକାଳ ୭ଟାରୁ ମାର୍କେଟ ଛକରୁ ଆରମ୍ଭ ହେବ ଧାଡ଼ି ଦର୍ଶନ , ଟୋକନ ପରିଚୟ ପତ୍ରର କରାଯିବ ଯାଂଚ । ପୁଲିସ ପକ୍ଷରୁ କରାଯାଇଛି ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା

ଆସନ୍ତାକାଲିଠୁ କାଳିଆ ଦର୍ଶନ କରିବେ ପୁରୀ ବାସୀ । ସକାଳ ୭ଟାରୁ ମାର୍କେଟ ଛକରୁ ଆରମ୍ଭ ହେବ ଧାଡ଼ି ଦର୍ଶନ । ଏଥିପାଇଁ ପୁଲିସ ପକ୍ଷରୁ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଟୋକନ ପରିଚୟ ପତ୍ରର ଯାଂଚ କରାଯିବ । କ୍ୟୁଓସ୍କ ମାଧ୍ୟମରେ ଭକ୍ତ ଫଟୋଗ୍ରାଫି ହେବ । କୋଭିଡ କଟକଣା ମଧ୍ୟରେ ସିଂହଦ୍ୱାର ଦେଇ ପ୍ରବେଶ ଓ ଉତର ଦ୍ୱାର ଦେଇ କରିବେ ପ୍ରସ୍ଥାନ । ଏଥିପାଇଁ ନିୟୋଜିତ ହେବେ ବ୍ୟାପକ ପୁଲିସ । ମନ୍ଦିର ଭିତରେ ଓ ବାହାରେ ମାସ୍କ୍ ପିନ୍ଧିବା ଜରୁରୀ । ମନ୍ଦିର ଭିତରକୁ ଯିବା ସମୟରେ ହାତକୁ ସାନିଟାଇଜ କରିବେ । ସ।।ମଜିକ ଦୂରତା ରକ୍ଷା କରିବେ । ସୁରକ୍ଷା ନେଇ ମୋଟ ୧୮ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହେବେ । ଏଥିରୁ କେବେଳ ୩ ପ୍ଲାଟୁନ ପୁଲିସ ଫୋର୍ସ ଜଗିବେ ଶ୍ରୀମନ୍ଦିର । ଦସ୍ୱବକ୍ସଚ୍ଚ ଅତିରକ୍ତ ଏସପି, ୬ ଜଣ ଡିଏସପି, ଓ ୯ ଜଣ ଆଇଆଇସି ମୁତୟନ ହେବେ । ଏସଓପି କଡାକଡି ଭାବେ ପାଳନ କରାଯିବ ବୋଲି କେନ୍ଦ୍ରାଂଚଳ ଡିଆଇଜି ସୂଚନା ଦେଇଛନ୍ତି । ୯ ମାସ ପରେ ଗତ ୨୩ ତାରିଖରେ ଶ୍ରୀମନ୍ଦିର ଖୋଲିବା ପରେ ପ୍ରଥମେ ସେବାୟତ ମାନେ ମହାପ୍ରଭୁଙ୍କ ଦର୍ଶନ କରିଥିଲେ । ଏହାପରେ ଆସନ୍ତାକାଲିଠୁ ପୁରୀବାସୀଙ୍କୁ ଜଗା ଦର୍ଶନ ପାଇଁ ସୁଯୋଗ ମିଳିବ ।

from Kanak News
via <a href="https://ifttt.com/?

ଚିନ୍ତା ବଢାଉଛି ନୂଆ ଷ୍ଟ୍ରେନ, ୧୪ ଦିନ ଭିତରେ ବ୍ରିଟେନରୁ ଓଡ଼ିଶା ଫେରିଛନ୍ତି ୪୩ ଜଣ । ତାଲିକା ଦେଲା ସ୍ୱାସ୍ଥ୍ୟ ବିଭାଗ, ଭୁବନେଶ୍ୱରକୁ ଆସିଛନ୍ତି ୨୧ ଜଣ, କଟକକୁ ୫

କନକ ବ୍ୟୁରୋ : ବ୍ରିଟେନରେ କରୋନା ନୂଆ ଷ୍ଟ୍ରେନ ଚିହ୍ନଟ ହେବା ପରେ ଚିନ୍ତା ବଢିଯାଇଛି । ଏପରି ସମୟରେ ରାଜ୍ୟରେ ଜଣେ ବ୍ରିଟେନ ଫେରନ୍ତା ପଜିଟିଭ ଚିହ୍ନଟ ହେବା ପରେ ସତର୍କ ହୋଇଛନ୍ତି ସରକାର । ରାଜ୍ୟ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଗତ ୧୪ ଦିନ ଭିତରେ ୟୁକେରୁ ଓଡିଶାକୁ ଆସିଥିବା ୪୩ ଜଣ ଯାତ୍ରୀଙ୍କ ତାଲିକା ଜାରି କରାଯାଇଛି । ବ୍ରିଟେନ ଫେରନ୍ତାଙ୍କ ଉପରେ ପ୍ରଶାସନ ପକ୍ଷରୁ ନଜର ରଖାଯାଇଛି । ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ବ୍ରିଟେନରୁ ଭୁବନେଶ୍ୱରକୁ ସର୍ବାଧିକ ଯାତ୍ରୀ ଆସିଛନ୍ତି । ବ୍ରିଟେନରୁ ଭୁବନେଶ୍ୱରକୁ ୨୧ଜଣ, କଟକକୁ ଆସିଛନ୍ତି ୫ ଜଣ, କୋରାପୁଟକୁ ୩ ଜଣ, ବ୍ରହ୍ମପୁରକୁ ୩ ଜଣ, ନୟାଗଡକୁ ୨ ଜଣ, ନବରଙ୍ଗପୁର ୨ ଜଣ ଆସିଛନ୍ତି । ସେହିପରି ସମ୍ବଲପୁର, ରାଜଗାଙ୍ଗପୁର, ଖୋର୍ଦ୍ଧା, ଜଗତସିଂହପୁର, ସାକ୍ଷୀଗୋପାଳ, ବଲାଙ୍ଗିର, ନୟାଗଡ ଓ ଯାଜପୁରକୁ ଜଣେ ଲେଖାଏଁ ଯାତ୍ରୀ ଆସିଛନ୍ତି । ବ୍ରିଟେନରେ ଚିହ୍ନଟ ହୋଇଥିବା କରୋନାର ନୂଆ ଷ୍ଟ୍ରେନ ୫୦ରୁ ୭୦ ପ୍ରତିଶତ ଅଧିକ ବେଗରେ ସଂକ୍ରମଣ କରୁଥିବା ଜଣାପଡିବା ପରେ ବ୍ରିଟେନ ଫେରନ୍ତାଙ୍କ ଉପରେ ନଜର ରଖିଛନ୍ତି ସରକାର ।

କହିରଖୁ କି ସାରା ବିଶ୍ୱରେ କରୋନା ଆକ୍ରାନ୍ତ ଟିକେ କମିବାର ସୂଚନା ମିଳୁଥିବା ବେଳେ ହଠାତ୍ ବ୍ରିଟେନରେ କରୋନାର ଏକ ନୂଆ ପ୍ର୍ର୍ରକାର ଭେଦ ଦେଖିବାକୁ ମିଳିଛି । ଯାହାକି ପୂର୍ବରୁ ଥିବା କରୋନା ଠାରୁ ବହୂୁତ କମ୍ ସୟମ ମଧ୍ୟରେ ଜଣଙ୍କ ଠାରୁ ଅନ୍ୟ ଜଣଙ୍କୁ ବ୍ୟାପୁଥିବାର ବୈଜ୍ଞାନିକ ମାନେ ସୂଚନା ଦେଇଛନ୍ତି । ଏହାକୁ ନେଇ ବ୍ରିଟେନରେ ଲକଡାଉନ୍ ଜାରି କରାଯାଇଛି । ହେଲେ ବ୍ରିଟେନରୁ ପୂର୍ବ ୧୪ ଦିନ ମଧ୍ୟରେ ଅନେକ ନାଗରିକ ଭାରତ ଫେରିଥିବାରୁ ସେମାନଙ୍କୁ ଚିହ୍ନଟ କରି କୋଭିଡ୍ ଟେଷ୍ଟ କରାଇବାକୁ ବ୍ୟସ୍ଥ ହୋଇପଡିଛି ସ୍ୱାସ୍ଥ୍ୟ ବିଭାଗ । ଏହି କ୍ରମରେ ଓଡିଶାକୁ ବ୍ରିଟେନରୁ ଫେରିଥିବା ଲୋକମାନଙ୍କୁ ତୁରନ୍ତ ରାଜ୍ୟସରକାର ଚିହ୍ନଟ କରି ସେମାନଙ୍କ କୋଭିଡ ପରୀକ୍ଷା ପାଇଁ ସମସ୍ତ ପ୍ରସ୍ତୁତି କରିସାରିଲେଣି ରାଜ୍ୟ ସରକାର ।

from Kanak News
via <a href="https://ifttt.com/?

ଦେଶରେ ଦୈନିକ କମୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଂଟାରେ ୨୩ ହଜାର ନ,ୂଆ ଆକ୍ରାନ୍ତ । କରେନାର ନୂଆ ଷ୍ଟ୍ରେନକୁ ନେଇ ଚିନ୍ତାରେ ସରକାର ।

କନକ ବ୍ୟୁରୋ : ଦେଶରେ ଦିନକୁ ଦିନ କରୋନା ସଂକ୍ରମଣ ହାର ହ୍ରାସ ପାଇବାରେ ଲାଗିଛି । ଗତ କିଛିଦିନ ହେବ ଦେଶରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୩୦ ହଜାର ମଧ୍ୟରେ ସୀମିତ ରହୁଛି । ଗତ ୨୪ ଘଂଟା ମଧ୍ୟରେ ୨୩ ହଜାର ୬୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ ଗତ ୨୪ ଘଂଟାରେ ୨୬,୬୬୧ ଜଣ ଚିକିତ୍ସାଧିନ ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । ଅନ୍ୟପଟେ ଗତ ୨୪ ଘଂଟାରେ ୩୩୬ ଜଣଙ୍କର ମୃତ୍ୟୁ ହୋଇଛି ।

ଏହାକୁ ମିଶାଇ ଦେଶରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪୭ ହଜାର ୯୨ ରେ ପହଂଚିଛି । ସେହିଭଳି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧ ଲକ୍ଷ ୪୬ ହଜାର ୮୪୬ କୁ ବୃଦ୍ଧି ପାଇଛି । ସେମାନଙ୍କ ମଧ୍ୟରୁ ମୋଟ ୯୭,୧୭, ୮୩୪ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨ ଲକ୍ଷ ୮୧ ହଜାର ୯୧୯ ଜଣ ଏବେ ଚିକିତ୍ସିତ ହେଉଛନ୍ତି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ।

କହିରଖୁ କି ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଥିବା ବେଳେ ପୁଣି ବ୍ରିଟେନରୁ ଚିହ୍ନଟ ହୋଇଥିବା ନୂଆ ପ୍ରକାର କରୋନାକୁ ନେଇ ଦେଶରେ ଆତଙ୍କ ଦେଖା ଦେଇଛି । କିଛି ଦିନ ମଧ୍ୟରେ ବ୍ରିଟେନରୁ ଭାରତ ଫେରିଥିବା କିଛି ଲୋକଙ୍କ ଦେହରେ ନୂଆ ପ୍ରକାର କରୋନା ଚିହ୍ନଟ ହେବା ନେଇ ସରକାର ଚିନ୍ତାରେ ପଡିଛନ୍ତି । ଏପରି ସ୍ଥିତିକୁ ଦୃଷ୍ଟିରେ ରଖି କିଛି ରାଜ୍ୟ ପୁଣି ରାତ୍ରକାଳୀନ କର୍ଫ୍ୟୁ ଜାରି କରିଛନ୍ତି । ଅନ୍ୟପଟେ କରୋନା ଟିକା ନିର୍ମାଣକାରୀ କମ୍ପୀନୀ ମର୍ଡନା କହିଛି କି ତାଙ୍କ କମ୍ପାନୀ ଦ୍ୱାରା ପ୍ରସ୍ତୁତ ଟିକା ନୂଆ ପ୍ରକାର କରୋନା ଭୂତାଣୁ ଉପରେ ବି ବେସ୍ ପ୍ରଭାବଶାଳୀ ହେବ ବୋଲି କହିଛି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started