ଶିକ୍ଷା ପାଇଁ ବାଧକ ହେଲାନି ବୟସ : ୬୪ ବର୍ଷ ବୟସରେ ଡାକ୍ତରୀ ଛାତ୍ର ହେଲେ ବରଗଡ ଅତବିରାର ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ , ନିଟରେ ପାଶ ହେବା ପରେ ଭିମସାରରେ ଲେଖାଇଲେ ନାଁ 

ଶିକ୍ଷା ପାଇଁ ବୟସ ବାଧା ନୁହେଁ, ବରଂ ଶିକ୍ଷା ପାଇଁ ଇଚ୍ଛାଶକ୍ତି ଆବଶ୍ୟକ  । ଆଉ ଏହାର ଏକ ବଡ଼ ଉଦାହରଣ ସୃଷ୍ଟି କରିଛନ୍ତି ବରଗଡ଼ ଜିଲ୍ଲା ଅତାବିରାର ଅବସରପ୍ରାପ୍ତ ବ୍ୟାଙ୍କ୍ ଅଧିକାରୀ ଜୟକିଶୋର ପ୍ରଧାନ  । ୬୪ ବର୍ଷ ବୟସରେ ନିଟ୍ ପରୀକ୍ଷାରେ ସଫଳତାର ସହ ଉତୀର୍ଣ୍ଣ ହେବା ପରେ ବୁର୍ଲାର ଭିମସାରରେ ପ୍ରଥମ ବର୍ଷ ଡାକ୍ତରୀ ଛାତ୍ର ଭାବେ ନାମ ଲେଖାଇଛନ୍ତି ।  

ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।  କ୍ୟାରିୟର ଆରମ୍ଭରୁ ଥିବା ଇଚ୍ଛା ଏବେ ପୂରଣ ହୋଇଥିବାରୁ ଖୁସି ବ୍ୟକ୍ତ କରିଛନ୍ତି ଜୟକିଶୋର  । କିଭଳି ପାଠ ପଢ଼ି ଜଣେ ଭଲ ଡାକ୍ତର ହୋଇ ବାହାରିବେ ଓ ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରିପାରିବେ, ଏବେ ତାହା ହିଁ ଲକ୍ଷ୍ୟ  । ଅତାବିରାର ବାସିନ୍ଦା ଜୟକିଶୋର ସେପ୍ଟେମ୍ବରରେ ନିଟ୍ ପରୀକ୍ଷା ଦେଇଥିଲେ  । ଏଥିରେ ସେ ଭଲ ରାଂକରେ ଉତୀର୍ଣ୍ଣ ହୋଇଥିଲେ  । ତେବେ ଦିବ୍ୟାଙ୍ଗ ପାଇଁ ସଂରକ୍ଷିତ ସିଟରେ ଜୟକିଶୋର ନାମ ଲେଖାଇବାକୁ ଯୋଗ୍ୟ ବିବେଚିତ ହୋଇଥିଲେ  । ବୁଧବାର ତାଂକ ନାମଲେଖା ହୋଇଥିବା ବେଳେ ଗୁରୁବାର ମେଡିକାଲ ଟେଷ୍ଟ ମଧ୍ୟ ଶେଷ ହୋଇଛି  । ନିଟ୍ ପରୀକ୍ଷା ପାଇଁ ସର୍ବନିମ୍ନ ବୟସସୀମା ୧୭ ବର୍ଷ ଥିବା ବେଳେ ସର୍ବାଧିକ ବୟସ ସୀମା ନାହିଁ  । 

from Kanak News
via <a href="https://ifttt.com/?

ସଦୈବ ଅଟଳ : ଅଟଳବିହାରୀ ବାଜପେୟୀଙ୍କ ୯୬ ତମ ଜନ୍ମବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ମୋଦୀ

ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀଙ୍କ ୯୬ତମ ଜନ୍ମବାର୍ଷିକୀ ଅବସରରେ ଆଜି ‘ସଦୈବ ଅଟଳ’ଠାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅନ୍ୟ ମନ୍ତ୍ରୀମାନେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ରାଷ୍ଟ୍ରୀୟ ସ୍ମୃତି ସ୍ଥଳ ନିକଟରେ ନିର୍ମିତ ସ୍ମାରକୀ ‘ସଦୈବ ଅଟଳ’ରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିବା ଅନ୍ୟମାନଙ୍କ ମଧ୍ୟରେ ଥିଲେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ, ରାଜନାଥ ସିଂହ, ନିର୍ମଳା ସୀତାରମଣ ଏବଂ ପୀୟୂଷ ଗୋୟାଲ୍‌।

‘ଉତ୍ତମ ଶାସନ ଦିବସ’ ଭାବେ ପାଳିତ ଅଟଳବିହାରୀ ବାଜପେୟୀଙ୍କ ଜନ୍ମ ଦିବସରେ ଆଜି ସକାଳେ ପ୍ରଧାନମନ୍ତ୍ରୀ ମୋଦୀ ଟୁଇଟ୍‌ କରି ଲେଖିଛନ୍ତି, ପୂର୍ବତନ ପ୍ରଧାନମନ୍ତ୍ରୀ ଆଦରଣୀୟ ଅଟଳବିହାରୀ ବାଜପେୟୀ ଜୀଙ୍କୁ ତାଙ୍କ ଜନ୍ମଜୟନ୍ତୀ ଅବସରରେ ଶତ ଶତ ପ୍ରଣାମ। ନିଜର ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ସେ ଦେଶକୁ ବିକାଶର ଅଭୂତପୂର୍ବ ଶିଖରକୁ ନେଇଯାଇଥିଲେ। ସଶକ୍ତ ଏବଂ ସମୃଦ୍ଧ ଭାରତ ନିର୍ମାଣ ନିମନ୍ତେ ତାଙ୍କର ଉଦ୍ୟମ ଚିରକାଳ ସ୍ମରଣୀୟ ହୋଇ ରହିବ।

https://platform.twitter.com/widgets.js

୯୬ତମ ଜନ୍ମବାର୍ଷିକୀରେ ବାଜପେୟୀଙ୍କ ସମ୍ମାନାର୍ଥେ ଆଜି ସଂସଦ ଭବନର ସେଣ୍ଟ୍ରାଲ୍‌ ହଲ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଅଟଳବିହାରୀ ବାଜପେୟୀ ଇନ୍‌ ପାର୍ଲାମେଣ୍ଟ୍‌: ଏ କମେମୋରେଟିଭ୍‌ ଭଲ୍ୟୁମ୍‌’ ଉଦ୍‌ଘାଟନ କରିବେ। ଲୋକସଭା ସଚିବାଳୟଦ୍ୱାରା ପ୍ରକାଶିତ ଏହି ପୁସ୍ତକରେ ବାଜପେୟୀଙ୍କ ଉଲ୍ଲେଖନୀୟ ଭାଷଣ ସମେତ ତାଙ୍କ ଜୀବନ ଏବଂ କାର୍ୟ୍ୟାବଳୀ ଉପରେ ଆଲୋକପାତ କରାଯାଇଛି। ଏଥିରେ ତାଙ୍କର କେତୋଟି ଦୁଷ୍ପ୍ରାପ୍ୟ ଫଟୋ ମଧ୍ୟ ରହିଛି।

https://platform.twitter.com/widgets.js

from Kanak News
via <a href="https://ifttt.com/?

ବାଲୁକାରେ ବଡ଼ଦିନର ଶୁଭେଚ୍ଛା : ବାଲୁକା କଳା ଜରିଆରେ ବଡ଼ଦିନର ବାର୍ତା ଦେଇଛନ୍ତି ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ଆଜି ପବିତ୍ର ବଡଦିନ । ମଧ୍ୟରାତ୍ରରେ ଧରାପୃଷ୍ଟକୁ ଆଗମନ କରିଛନ୍ତି ପ୍ରଭୁ ଯୀଶୁ । ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ବଡ଼ଦିନ ଅବସରରେ ବାଲୁକା କଳା ଜରିଆରେ ବାର୍ତା ଦେଇଛନ୍ତି ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଚଳିତ ବର୍ଷ କୋଭିଡ୍ ପାଇଁ ସଚେତନତାର ବାର୍ତା ରଖିଛନ୍ତି ସୁଦର୍ଶନ ପଟ୍ଟନାୟକ । ବେଳାଭୂମୀରେ ୬ ହଜାର ବର୍ଗଫୁଟ ଅଂଚଳରେ ନିର୍ମାଣ କରିଛନ୍ତି ବିଶ୍ୱର ସବୁଠୁ ବଡ଼ ୧୦୦ ଫୁଟ୍ ଲମ୍ବର ମାସ୍କ । ଆଉ ମାସ୍କକୁ ଦୁଇ ପଟୁ ଧରିଛନ୍ତି ଦୁଇ ସାନ୍ତାକ୍ଲଜ୍ । ବଡ଼ କଥା ହେଉଛି ଏହି ବାଲୁକା କଳାରେ ଥ୍ରୀଡି କୌଶଳର ଉପଯୋଗ କରାଯାଇଛି । ଆଶା କରାଯାଉଛି ଏହା ସବୁଠୁ ବଡ଼ ମାସ୍କ ଭାବେ ସାରା ବିଶ୍ୱରେ ରେକର୍ଡ କରିବ ।

https://platform.twitter.com/widgets.js

from Kanak News
via <a href="https://ifttt.com/?

ଷ୍ଟେଜରେ ନାଚିଲେ ଦିଦି : ବଙ୍ଗୀୟ ସଙ୍ଗୀତ ମେଳାରେ ସଂଗୀତର ତାଳେ ତାଳେ ପାଦ ପକାଇ ଖୁବ୍ ନାଚିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ , ଦିଦିଙ୍କ ନାଚକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା

ନାଚିଲେ ଦିଦି । ରାଜନୀତିରେ ଆକ୍ରମଣାତ୍ମକ ମୁଦ୍ରାରେ ବିରୋଧୀଙ୍କୁ ଜବାବ ଦେଉଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଏକ ଭିନ୍ନ ମୁଦ୍ରାରେ ଦେଖିବାକୁ ମିଳିଛି । ଦିଦି ଭାବେ ପରିଚିତ ମମତା ସଂଗୀତର ତାଳେ ତାଳେ ନାଚୁଥିବାର ଦୃଶ୍ୟ ନଜର ଆସିଛି । କୋଲକାତାରେ ବାଂଲା ସଂଗୀତ ମେଳାରେ ସଂଗୀତ ସହ ପାଦ ମିଳାଇଥିଲେ ଦିଦି । ଆଦିବାସୀ ସଂଗୀତକାର ବାସନ୍ତୀ ହେମ୍ବ୍ରମ ଓ ଅନ୍ୟ କିଛି କଳାକାର ମଧ୍ୟ ମଂଚରେ ଉପସ୍ଥିତ ଥିଲେ । ବାଂଲା ସଂଗୀତ ମେଳାରେ ବହୁ ଲୋକ କଳାକାରଙ୍କୁ ମଧ୍ୟ ସମ୍ମାନିତ କରିଛନ୍ତି ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ।

ସଂଗୀତର କୌଣସି ସୀମା ସରହଦ ନାହିଁ ଓ ସଂଗୀତ କେବେ ବିଭେଦ ଦେଖେ ନାହିଁ ବୋଲି କହିଛନ୍ତି । ଅବଶ୍ୟ ମୋଦୀଙ୍କୁ ନିଜ ଭାଷଣରେ ଟାର୍ଗେଟ କରିବାକୁ ପଛାଇ ନାହାନ୍ତି ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ । ପଶ୍ଚିମବଂଗକୁ ନେଇ ଧ୍ୱଂସ କରିପାରିବେ ନାହିଁ । ବେଙ୍ଗଲକୁ ଗୁଜୁରାଟ ହେବାକୁ ଦିଆଯିବ ନାହିଁ ବୋଲି ସେ କହିଛନ୍ତି । ଆସନ୍ତାବର୍ଷ ପଶ୍ଚିମବଂଗରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ରାଜନ÷ତିକ ଉଷ୍ମତା ବଢ଼ିଚାଲିଛି । ପଶ୍ଚିମବଂଗରେ ବିଜେପି ଗାଦି ଦଖଲ କରିବାକୁ ଭରପୁର ପ୍ରୟାସ କରୁଥିବା ବେଳେ ନିଜ ଗଡ଼ ବଂଚାଇ ରଖିବାକୁ ସବୁପ୍ରକାର ପ୍ରୟାସ କରୁଛନ୍ତି ଦିଦି । ଏହାକୁ ନେଇ ମମତା ଓ କେନ୍ଦ୍ର ସରକାର ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ।

from Kanak News
via <a href="https://ifttt.com/?

ଧରାବତରଣ କଲେ ପ୍ରଭୁ ଯୀଶୁ : ବାଇବେଲ ପାଠ ଓ ପ୍ରାର୍ଥନା ପରେ ସମସ୍ତେ ପରସ୍ପରକୁ ଜଣାଇଲେ ଶୁଭେଚ୍ଛା , ପ୍ରଭୁଙ୍କ ପାଦ ଚୁମ୍ବନ କରି ଶ୍ରଦ୍ଧା ନିବେଦନ କଲେ ଖ୍ରୀଷ୍ଟଧର୍ମାବଲମ୍ବୀ । ବଡ଼ ଦିନରେ ଦେଶବ୍ୟାପୀ ଉତ୍ସବର ମାହୋଲ

ଆଜି ପବିତ୍ର ବଡଦିନ । ମଧ୍ୟରାତ୍ରରେ ଧରାପୃଷ୍ଟକୁ ଆଗମନ କରିଛନ୍ତି ପ୍ରଭୁ ଯୀଶୁ । ତାଙ୍କୁ ସ୍ୱାଗତ କରିବା ପାଇଁ ତଥା ଭକ୍ତି ଅର୍ଘ୍ୟ ଢାଳିବା ପାଇଁ ପ୍ରାୟ ୩ଟା ଯାଏଁ ଚଳଚଂଚଳ ଥିଲା ବିଭିନ୍ନ ଚର୍ଚ୍ଚ । ରଙ୍ଗ ବେରଙ୍ଗର ଆଲୁଅ ମାଳାରେ ଝଲସୁଥିଲା ଚର୍ଚ୍ଚ । ଝଲସୁଥିଲା ଜିଙ୍ଗଲ ବେଲ । ଝଲସୁଥିଲା ବିଭିନ୍ନ ଉପହାରରେ ସଜ୍ଜିତ ଖ୍ରୀଷ୍ଟମାସ ବୃକ୍ଷ । ଭାସିଆସୁଥିଲା ସମବେତ କାରୋଲ ସଙ୍ଗୀତ । ଭଗବାନ ଯୀଶୁଙ୍କୁ ଆଗମନକୁ ଏପରି ଢଙ୍ଗରେ ବିଭିନ୍ନ ଚର୍ଚ୍ଚରେ ସ୍ୱାଗତ କରାଯାଇଛି ।

ବଡଦିନର ଏହି ମହାର୍ଘ୍ୟ ଅବସରରେ ଦେଶ ତଥା ରାଜ୍ୟର ବିଭିନ୍ନ ଚର୍ଚରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଲାଗିଥିଲା ଗହଳ ଚହଳ । ଠିକ ମଧ୍ୟ ରାତିରେ ପ୍ରତୀକଧର୍ମୀ ଗହାଳ ଭିତରେ ମଦର ମେରିଙ୍କ ଗର୍ଭରୁ ଯୀଶୁ ଅବତରିଥିଲେ । ଏହାପରେ ଆରମ୍ଭ ହୋଇଥିଲା ଶୁଭେଚ୍ଛାର ପର୍ବ । ପରସ୍ପରକୁ ଆଲିଙ୍ଗନ କରି ବଡ ଦିନର ଶୁଭେଚ୍ଛା ଜଣାଇଥିଲେ । ଏହାସହ ବାଇବେଲ ପାଠ ଓ ପ୍ରାର୍ଥନାରେ ମସଗୁଲ ହୋଇଥିଲେ ସାରା ଖ୍ରୀଷ୍ଟିଆନ ସଂପ୍ରଦାୟ । ଭୁବନେଶ୍ୱରର ସତ୍ୟନଗର ଚର୍ଚ୍ଚରେ ବଡ଼ଦିନ ପାଳନ ହୋଇଛି । ଶ୍ରଦ୍ଧାର ସହ ଚର୍ଚ୍ଚରେ ପ୍ରାର୍ଥନା କରୁଛନ୍ତି ଶ୍ରଦ୍ଧାଳୁ । ଏକାଥରକେ ୧୪୦ ଜଣ ଚର୍ଚ୍ଚ ମଧରେ ପ୍ରବେଶ କରୁଛନ୍ତି । କୋଭିଡ ନିୟମ ପାଳନ ସହ ପ୍ରାର୍ଥନା କରାଯାଉଛି ।

from Kanak News
via <a href="https://ifttt.com/?

ଆଫଗାନିସ୍ଥାନରୁ ଧରାହେଲେ ୧୦ ଜଣିଆ ଚୀନ୍ ଗୁପ୍ତଚର : ୧୦ ଗୁପ୍ତଚର ଅଟକ 

ଆଫଗାନିସ୍ତାନର ରାଜଧାନୀ କାବୁଲରେ ଆତଙ୍କବାଦୀ ସଙ୍ଗଠନ ଚଳାଉଥିବା ୧୦ଜଣିଆ ସଦସ୍ୟବିଶିଷ୍ଟ ଏକ ଚୀନା ଗୁପ୍ତଚର ଦଳ ଧରାପଡ଼ିଥିବା କଥା କୂଟନୀତିଜ୍ଞ ଏବଂ ନିରାପତ୍ତା ଅଧିକାରୀମାନେ କହିଛନ୍ତି। ଗୁପ୍ତଚରଗିରି ଏବଂ ଆତଙ୍କବାଦୀ ସଙ୍ଗଠନ ଚଳାଉଥିବା ଅଭିଯୋଗରେ ସେହି ୧୦ଜଣ ଚୀନ୍‌ ନାଗରିକଙ୍କୁ ଆଫଗାନିସ୍ତାନର ‘ନ୍ୟାସ୍‌ନାଲ୍‌ ଡାଇରେକ୍ଟୋରେଟ୍‌ ଅଫ୍‌ ସିକ୍ୟୁରିଟି’ (ଏନ୍‌ଡିଏସ୍‌) ଅଟକ ରଖିଛି। ସେମାନେ ଚୀନ୍‌ର ଗୁପ୍ତଚର ଏଜେନ୍ସି ଏବଂ ରାଷ୍ଟ୍ରୀୟ ନିରାପତ୍ତା ମନ୍ତ୍ରାଳୟ ସହ ସମ୍ପୃକ୍ତ ଥିବା ପରି ମନେହେଉଛି। ଡିସେମ୍ବର ୧୦ ତାରିଖ ଦିନ ‘ଏନ୍‌ଡିଏସ୍‌’ ସେମାନଙ୍କୁ ଧରିବାକୁ ଚଢ଼ାଉ ଆରମ୍ଭ କରିଥିଲା।

ଧରାପଡ଼ିଥିବା ୧୦ଜଣ ଚୀନ୍‌ ନାଗରିକଙ୍କ ମଧ୍ୟରୁ ଅନ୍ୟୂନ ଦୁଇଜଣ ଆତଙ୍କବାଦୀ ସଙ୍ଗଠନ ‘ହାକ୍ୱିନି ନେଟ୍‌ଓ୍ଵାର୍କ’ ସହ ସମ୍ପର୍କ ରଖିଥିବା କଥା କାବୁଲରେ ଜଣେ ବରିଷ୍ଠ କୂଟନୀତିଜ୍ଞ କହିଛନ୍ତି। ଏ ସଂକ୍ରାନ୍ତରେ ରାଷ୍ଟ୍ରପତି ଅସ୍‌ରଫ୍‌ ଘନିଙ୍କୁ ଅବଗତ କରାଯିବା ପରେ ସେ ପ୍ରଥମ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହ୍‌ଙ୍କୁ ଏହି ଘଟଣା ତଦନ୍ତ ପ୍ରକ୍ରିୟାର ତତ୍ତ୍ୱାବଧାନ କରିବା ସହ ଚୀନ୍‌ ସହ ଆଲୋଚନା କରିବାକୁ ଦାୟିତ୍ୱ ଦେଇଛନ୍ତି। ପୂର୍ବରୁ ଅମରୁଲ୍ଲା ଆଫ୍‌ଗାନ ଗୁଇନ୍ଦା ଏଜେନ୍‌ସିର ମୁଖ୍ୟ ଥିଲେ। ସେ ମଧ୍ୟ କାବୁଲସ୍ଥିତ ଚୀନ୍‌ର ରାଷ୍ଟ୍ରଦୂତ ଓ୍ଵାଙ୍ଗ୍‌ ଉ’ଙ୍କ ସହ ଏକ ବୈଠକ କରି ଅଟକ ଚୀନା ନାଗରିକମାନଙ୍କ ପ୍ରସଙ୍ଗରେ ସୂଚନା ଦେଇଛନ୍ତି। ବେଜିଙ୍ଗ୍‌ ଯଦି ଔପଚାରିକ କ୍ଷମାପ୍ରାର୍ଥନା କରିବା ସହ ଆନ୍ତର୍ଜାତିକ ନିୟମ ଉଲ୍ଲଂଘନ ଏବଂ କାବୁଲ ପ୍ରତି ବିଶ୍ୱାସଘାତକତା କରିଥିବା ସ୍ୱୀକାର କରେ, ତେବେ ଆଫଗାନ ସରକାର ଚୀନା ଗୁପ୍ତଚରମାନଙ୍କୁ କ୍ଷମା ଦେବା କଥା ବିଚାର କରିପାରନ୍ତି ବୋଲି ସାଲେହ୍‌ ତାଙ୍କୁ କହିଛନ୍ତି।

from Kanak News
via <a href="https://ifttt.com/?

୨ ମାସ ଭିତରେ ଗଞ୍ଜାମରେ ମୃତକଙ୍କ ସଂଖ୍ୟା ବଢାଇଛି ଦୁର୍ଘଟଣା : ଦୁର୍ଘଟଣାରେ ୫୯ ଲୋକଙ୍କ ଗଲାଣି ଜୀବନ । 

ରାଜ୍ୟର ଦୁର୍ଘଟଣାପ୍ରବଣ ଜିଲ୍ଲା ମଧ୍ୟରେ ଗଞ୍ଜାମ ସ୍ଥିତି ଉଦ୍‌ବେଗଜନକ। ଜିଲ୍ଲାରେ ସଡ଼କ ଦୁର୍ଘଟଣା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଦୁର୍ଘଟଣା ଓ ଏଥିଜନିତ ମୃତ୍ୟୁ କମାଇବାକୁ ସୁପ୍ରିମକୋର୍ଟ ବାରମ୍ବାର ତାଗିଦ୍‌ କରୁଛନ୍ତି। କିନ୍ତୁ ଜିଲ୍ଲାରେ ଦୁର୍ଘଟଣା କମିବା ନାଁ ଧରୁନି। ୨୦୧୯ ସେପ୍ଟେମ୍ବର ଓ ଅକ୍ଟୋବର ୨ମାସ ମଧ୍ୟରେ ଗଞ୍ଜାମରେ ସଡ଼କ ଦୁର୍ଘଟଣାରେ ୩୫ଜଣଙ୍କ ମୃତ୍ୟୁ ଘଟିଥିଲା। ଗତ ବର୍ଷ ତୁଳନାରେ ଚଳିତ ବର୍ଷ‌ ଏହି ଦୁଇ ମାସରେ ୬୮.୫୭ ପ୍ରତିଶତ ଅଧିକ ଲୋକ ଦୁର୍ଘଟଣାରେ ମରିଛନ୍ତି। ଏଥିସହ ରାଜ୍ୟରେ ମଧ୍ୟ ଦୁର୍ଘଟଣା ବୃଦ୍ଧି ପାଇଛି। ଏହାକୁ ନେଇ ରାଜ୍ୟ ପରିବହନ ବିଭାଗ ଅସନ୍ତୋଷ ଓ ଉଦ୍‌ବେଗ ବ୍ୟକ୍ତ କରିଛି। ଏହାର କାରଣ ଓ ପ୍ରତିକାର ଲାଗି କ’ଣ ସହଯୋଗ ଲୋଡ଼ା ଜଣାଇବାକୁ ରାଜ୍ୟ ପରିବହନ ବିଭାଗ ମୁଖ୍ୟ ଶାସନ ସଚିବ ଗଞ୍ଜାମ ଜିଲ୍ଲାପାଳଙ୍କ ସମେତ ସମସ୍ତ ଜିଲ୍ଲାପାଳ, ଏସ୍‌ପିଙ୍କୁ ଚିଠି ଲେଖିଛନ୍ତି। ଏ ସଂକ୍ରାନ୍ତରେ ୧୫ଦିନ‌ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଗଞ୍ଜାମ ଜିଲ୍ଲା ଦେଇ ଜାତୀୟ ରାଜପଥ-୧୬ ଯାଇଛି। ଏହା ଜିଲ୍ଲା ମଧ୍ୟରେ ଖଲ୍ଲିକୋଟ ନାରାୟଣୀ ଛକ ଠାରୁ ଗରିଶୋଲା ଗେଟ୍‌ ପର୍ୟ୍ୟନ୍ତ ରହିଛି। ସେହିପରି ଜିଲ୍ଲା ଦେଇ ଗୋପାଳପୁର-ରାୟପୁର ଜାତୀୟ ରାଜପଥ -୫୯ ଯାଇଛି। ଏହା ସହିତ ଜିଲ୍ଲାରେ ରାଜ୍ୟ ରାଜପଥ ଓ ଅନ୍ୟାନ୍ୟ ସଡ଼କ ରହିଛି। ଗତ ଜାନୁଆରିରୁ ସେପ୍ଟେମ୍ବର ମଧ୍ୟରେ ଜିଲ୍ଲାରେ ୪୨୧ଟି ଦୁର୍ଘଟଣା ଘଟିଥିବା ବେଳେ ୨୬୫ଜଣଙ୍କ ମୃତ୍ୟୁ ଘଟିଛି। ୨୩୦ଜଣ ଆହତ ହୋଇଛନ୍ତି। ଜାନୁଆରି ଠାରୁ ମାର୍ଚ୍ଚ ମଧ୍ୟରେ ଜିଲ୍ଲାରେ ୧୮୨ଟି ଦୁର୍ଘଟଣାରେ ୧୩୪ ଜଣଙ୍କ ମୃତ୍ୟୁ ଘଟିଥିଲା। ଜାନୁଆରିରେ ୫୭, ଫେବ୍ରୁଆରିରେ ୪୪ ଓ ମାର୍ଚ୍ଚରେ ୩୩ ଜଣଙ୍କ ମୃତ୍ୟୁ ହୋଇଥିଲା। ମାର୍ଚ୍ଚ ୨୨ରୁ ଦେଶ ଲକ୍‌ଡାଉନ୍‌ ହୋଇଥିଲା। ପ୍ରାୟ ଅଗଷ୍ଟ ପର୍ୟ୍ୟନ୍ତ ଯାନବାହନ ବନ୍ଦ ରହିଥିଲା। ତଥାପି ଏପ୍ରିଲ, ମେ, ଜୁନ୍‌ ଓ ଜୁଲାଇ ଏହି ୪ ମାସରେ ଜିଲ୍ଲାରେ ୧୨୯ଟି ଦୁର୍ଘଟଣାରେ ୬୫ ଜଣଙ୍କ ମୃତ୍ୟୁ ଘଟିଥିଲା। ଲକ୍‌ଡାଉନ୍‌ କଟକଣା କୋହଳ ସାଙ୍ଗକୁ ଅନ୍‌ଲକ୍‌ରେ ଯାନବାହନ ଚଳାଚଳ ପରେ ପୁଣି ଜିଲ୍ଲାରେ ଦୁର୍ଘଟଣା ବଢ଼ିବାରେ ଲାଗିଛି। ଅଗଷ୍ଟରେ ୫୬ଟି ଦୁର୍ଘଟଣାରେ ୩୩ଜଣ ଓ ସେପ୍ଟେମ୍ବର ୫୪ଟି ଦୁର୍ଘଟଣାରେ ୩୩ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

 

ସେପ୍ଟେମ୍ବର ଓ ଅକ୍ଟୋବର ଦୁଇ ମାସରେ ସମୁଦାୟ ୫୯ଜଣଙ୍କ ମୃତ୍ୟୁ ଘଟିଛି। ରାଜ୍ୟ ପରିବହନ ବିଭାଗ ପକ୍ଷରୁ କୁହାଯାଇଛି, ଇଣ୍ଟରସେପ୍ଟର୍‌ ଯାନ କ୍ରୟ, ବ୍ରିଥ୍‌ ଆନାଲାଇଜର୍‌, ବିଭିନ୍ନ ସ୍ଥାନରେ ବ୍ୟାରିକେଡ଼୍‌ ନିର୍ମାଣ ଏବଂ ଯନ୍ତ୍ରପାତି ପରିଚାଳନା ଲାଗି ବ୍ୟାପକ ଅର୍ଥ ବ୍ୟୟ କରାଯାଉଛି। କିନ୍ତୁ ଦୁର୍ଘଟଣା ସ୍ଥିତି ଅନୁଧ୍ୟାନ କଲେ ଏ ସବୁର ଉପଯୁକ୍ତ ବିନିଯୋଗ ହେଉ ନ ଥିବା ମନେ ହେଉଛି। ଦୁର୍ଘଟଣା ବୃଦ୍ଧିକୁ ନେଇ ସୁପ୍ରିମକୋର୍ଟ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି। ତେଣୁ ଦୁର୍ଘଟଣା କମାଇବା ଲାଗି ପଦକ୍ଷେପ ନେବାକୁ ପରିବହନ ବିଭାଗ ଚିଠିରେ ଦର୍ଶାଇଛି। ଓଭର୍‌ସ୍ପିଡ୍‌, ମଦ୍ୟପାନ କରି ଗାଡ଼ି ଚାଳନା, ହେଲମେଟ୍‌ ନ ପିନ୍ଧି ଗାଡ଼ି ଚାଳନା, ଗାଡ଼ି ଚାଳନା ବେଳେ ମୋବାଇଲ୍‌ ବ୍ୟବହାର ଉପରେ ନଜର ରଖିବା ସହ ଖିଲାପିଙ୍କ ବିରୋଧରେ ଦୃଢ କାର୍ୟ୍ୟାନୁଷ୍ଠାନ ଲାଗି ପରିବହନ ବିଭାଗ ନିର୍ଦ୍ଦେଶ ଦେଇଛି। ହେଲମେଟ୍‌ ନ ପିନ୍ଧି ଗାଡ଼ି ଚଳାଉଥିବା ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ସସ୍‌ପେଣ୍ଡ କରିବା ଉପରେ ବିଶେଷ ଗୁରୁତ୍ବ ଦେବାକୁ କୁହାଯାଇଛି। ସୂଚନାଯୋଗ୍ୟ, ଜିଲ୍ଲାରେ ୨୦୧୭ ମସିହାରେ ଜିଲ୍ଲାରେ ୭୧୬ଟି ଦୁର୍ଘଟଣା ଘଟି ୩୮୦ ଜଣ, ୨୦୧୮ରେ ୭୩୮ଟି ସଡକ ଦୁର୍ଘଟଣା ୩୮୯ଜଣ ଏବଂ ୨୦୧୯ରେ ୭୩୩ଟି ଦୁର୍ଘଟଣା ଘଟି ୩୮୫ଜଣଙ୍କ ମୃତ୍ୟୁ ହୋଇଥିଲା।

from Kanak News
via <a href="https://ifttt.com/?

ଦିଲ୍ଲୀରେ ପୁଣି ମୃଦୁ ଭୂମିକମ୍ପ ଅନୁଭୂତ : ରିକ୍ଟର ସ୍କେଲରେ ତୀବ୍ରତା ୨.୩ , ସକାଳ ପ୍ରାୟ ୫ ଟା ୨ ମିନିଟରେ ଭୂକମ୍ପ । କ୍ଷୟକ୍ଷତିର କୌଣସି ସୂଚନା ନାହିଁ

ଆଜି ଭୋରରୁ ଦିଲ୍ଲୀରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ନ୍ୟାସନାଲ ସେଂଟର ଫର ସିସମୋଲଜି ଅନୁସାରେ, ରିକ୍ଟର ସ୍କେଲର ଭୂମିକମ୍ପର ତୀବ୍ରତା ୨.୩ ଥିଲା । ଭୋର ପ୍ରାୟ ୫ଟା ୦୨ ମିନିଟରେ ଏହି ଭୂମିକମ୍ପ ହୋଇଛି । ତେବେ ଏଥିରେ କିଛି କ୍ଷୟକ୍ଷତି ହୋଇଥିବା ସୂଚନା ନାହିଁ । ଗତ ୧୭ ଡିସେମ୍ବରରେ ମଧ୍ୟ ଦିଲ୍ଲୀ-ଏନସିଆରରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିଲା । ସେତେବେଳେ ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୪.୨ ।

https://platform.twitter.com/widgets.js

 

ଦିଲ୍ଲୀ ଓ ଏହାର ଆଖପାଖ ଅଂଚଳରେ ଗତ କିଛି ଦିନ ଧରି ବାରମ୍ବାର ମୃଦୁ ଭୂମିକମ୍ପ ଅନୁଭୂତ ହେଉଛି । ୨ ଡିସେମ୍ବରରେ ମଧ୍ୟ ମୃଦୁ ଭୂମିକମ୍ପ ହୋଇଥିଲା , ଯାହାର ତୀବ୍ରତା ରିକ୍ଟର ସ୍କେଲରେ ଥିଲା ୨.୭ । ସେତେବେଳେ ଭୂମିକମ୍ପର କେନ୍ଦ୍ରସ୍ଥଳ ଗାଜିଆବାଦ ଥିଲା । ଏପ୍ରିଲରୁ ବର୍ତମାନ ସୁଦ୍ଧା ଦିଲ୍ଲୀ ଓ ଏହାର ଆଖପାଖ ଅଂଚଳରେ ୧୫ରୁ ଅଧିକ ଥର ଭୂମିକମ୍ପର ଝଟକା ଦେଖାଦେଲାଣି । ଆଉ ଏହାର କେନ୍ଦ୍ରସ୍ଥଳ ବି ଦିଲ୍ଲୀ କିମ୍ବା ଆଖପାଖ ଅଂଚଳ ରହୁଛି ।

from Kanak News
via <a href="https://ifttt.com/?

ରାସ୍ତାକଡ଼ରେ ବ୍ୟବସାୟ କରୁଥିବା ଦୋକାନୀକୁ ବିଏମସିର ଚରମବାଣୀ : ଦୋକାନ ସାମ୍ନାରେ ଦୁଇଟି ଡଷ୍ଟବିନ୍ ନରଖିଲେ ସିଲ୍ ହେବ ଦୋକାନ

ସ୍ବଚ୍ଛ ସର୍ବେକ୍ଷଣ-୨୦୨୧ ପାଇଁ ବିଏମ୍‌ସି ପକ୍ଷରୁ ଜୋରଦାର୍ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥର ଯେପରି ଭଲ ରୢାଙ୍କ ମିଳିବ, ସେଥିପାଇଁ ବିଏମ୍‌ସି ପକ୍ଷରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି। ପରିମଳ ନେଇ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ହେଉଥିବା ବେଳେ ବିଏମ୍‌ସି ପକ୍ଷରୁ ସମସ୍ତ ଦୋକାନ ଓ ବ୍ୟାବସାୟିକ ପ୍ରତିଷ୍ଠାନ ପାଇଁ ଦୁଇଟି ଡଷ୍ଟବିନ୍‌ ରଖିବା ବାଧ୍ୟତାମୂଳକ କରାଯାଇଛି। ଯେଉଁମାନେ ଦୋକାନରେ ଦୁଇଟି ଡଷ୍ଟବିନ୍‌ ରଖିବେନି, ସେମାନଙ୍କ ଦୋକାନ ସିଲ୍ କରାଯିବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି।

ବିଏମ୍‌ସି କମିସନର୍‌ ପ୍ରେମଚନ୍ଦ୍ର ଚୌଧରୀ କହିଛନ୍ତି ଯେ ବ୍ୟାପକ ସଚେତନତା ସତ୍ତ୍ବେ ବ୍ୟବସାୟୀମାନେ ଦୋକାନ‌ ସମ୍ମୁଖରେ ଦୁଇଟି ଡଷ୍ଟବିନ୍ ରଖୁନାହାନ୍ତି। ସମସ୍ତେ ଜୈବ ବର୍ଜ୍ୟ ଓ ଅଜୈବ ବର୍ଜ୍ୟ ପାଇଁ ଦୁଇଟି ଡଷ୍ଟବିନ୍ ରଖିବାକୁ ହେବ। ଏନେଇ ଆସନ୍ତା ତିନି ଦିନ ମାଇକ୍ ଯୋଗେ ପ୍ରଚାର କରାଯିବ। ଏହାପରେ ୨୮ ତାରିଖରୁ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯିବ। ଯିଏ ଡଷ୍ଟବିନ୍ ରଖି ନଥିବେ, ତାଙ୍କ ଦୋକାନ ସିଲ୍‌ କରାଯିବା ସହ ଜରିମାନା ଆଦାୟ ହେବ। ଉଠାଦୋକାନୀ ହୋଇଥିଲେ ଉଚ୍ଛେଦ ସହ ଜରିମାନା ଆଦାୟ କରାଯିବ ବୋଲି ଶ୍ରୀ ଚୌଧରୀ କହିଛନ୍ତି। ଏହାସହ ଜନସାଧାରଣଙ୍କୁ ବିଏମ୍‌ସି କମିସନର୍‌ ନିବେଦନ କରିଛନ୍ତି ଯେ କେହି ସର୍ବସାଧାରଣ ରାସ୍ତା ଅପରିଷ୍କାର ନକରି ଡଷ୍ଟବିନ୍ ବ୍ୟବହାର କରନ୍ତୁ। ବିଏମ୍‌ସି ପକ୍ଷରୁ ଚିହ୍ନଟ ହୋଇଥିବା ସ୍ଥାନରେ ଅଳିଆ ପକାନ୍ତୁ।

from Kanak News
via <a href="https://ifttt.com/?

ଆଜି ୬ଟି ରାଜ୍ୟର ଚାଷୀଙ୍କ ସହ ସିଧାସଳଖ କଥା ହେବେ ପ୍ରଧାନମନ୍ତ୍ରୀ : ପିଏମ୍ କିଷାନ୍ ଯୋଜନାରେ ୯ କୋଟି ଚାଷୀଙ୍କ ଖାତାକୁ ୧୮ ହଜାର କୋଟିର ସହାୟତା ପଠାଇବେ ମୋଦି ।

ଦିଲ୍ଲୀରେ ଚାଷୀଙ୍କ ଆନ୍ଦୋଳନ ଭିତରେ ଆଜି ଚାଷୀଙ୍କ ସହ ସିଧାସଳଖ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ଅବସରରେ ଆଜି ନରେନ୍ଦ୍ର ମୋଦି ୬ ରାଜ୍ୟର ଚାଷୀଙ୍କ ସହ ଭର୍ଚୁଆଲ ମାଧ୍ୟମରେ ଆଲୋଚନା କରିବେ । ଏହା ସହିତ ଦେଶର ୯ କୋଟି ଚାଷୀଙ୍କ ଖାତାକୁ କିଷାନ୍ ସମ୍ମାନ ନିଧି ଯୋଜନା ଜରିଆରେ ୧୮ ହଜାର କୋଟି ଟଙ୍କା ପଠାଇବେ । ଏସମ୍ପର୍କରେ ଟ୍ୱିଟ୍ କରି ମଧ୍ୟ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ପ୍ରଧାନମନ୍ତ୍ରୀ ଓ ଚାଷୀଙ୍କ ଚର୍ଚ୍ଚାକୁ ଦୃଷ୍ଟିରେ ରଖି ଦେଶର ବିଭିନ୍ନ ଅଂଚଳରେ ସାଂସଦ ଏବଂ ମନ୍ତ୍ରୀଙ୍କ ଦାୟୀତ୍ୱ ଦିଆଯାଇଛି । ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମକୁ ଲୋକଙ୍କ ପାଖରେ ପହଂଚାଇବା ପାଇଁ ବିଜେପି ନେତା ଓ କର୍ମୀମାନେ ବିଭିନ୍ନ ସ୍ଥାନରେ ସମବେତ ହେବେ । ସୂଚନା ଅନୁସାରେ ଗୃହ ମନ୍ତ୍ରୀ ଅମିତ ଶାହା ମହରୋଲିରେ ଚାଷୀଙ୍କ ସହ ବସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଭିଭାଷଣ ଶୁଣିବେ । ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜଗତସିଂହପୁର, ପ୍ରକାଶ ଜାଭଡେକର ତାମିଲନାଡୁର ଚେଙ୍ଗଲପେଟ୍, ରବିଶଙ୍କର ପ୍ରସାଦ ବିହାରର ପାଟନାରେ ରହି ବସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଭିଭାଷଣ ଶୁଣିବେ । ।

from Kanak News
via <a href="https://ifttt.com/?

Design a site like this with WordPress.com
Get started