୧୪ ଦିନ ଭିତରେ ବ୍ରିଟେନରୁ ଓଡ଼ିଶା ଫେରିଛନ୍ତି ୪୩ ଜଣ : ତାଲିକା ଦେଲା ସ୍ୱାସ୍ଥ୍ୟ ବିଭାଗ , ଭୁବନେଶ୍ୱରକୁ ଆସିଛନ୍ତି ୨୧ ଜଣ, କଟକକୁ ୫

ବ୍ରିଟେନରେ କରୋନା ନୂଆ ଷ୍ଟ୍ରେନ ଚିହ୍ନଟ ହେବା ପରେ ଚିନ୍ତା ବଢିଯାଇଛି । ଏପରି ସମୟରେ ଜଣେ ବ୍ରିଟେନ ଫେରନ୍ତା ପଜିଟିଭ ଚିହ୍ନଟ ହେବା ପରେ ସତର୍କ ହୋଇଛନ୍ତି ସରକାର । ରାଜ୍ୟ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଗତ ୧୪ ଦିନ ଭିତରେ ୟୁକେରୁ ଓଡିଶାକୁ ଆସିଥିବା ୪୩ ଜଣ ଯାତ୍ରୀଙ୍କ ତାଲିକା ଜାରି କରାଯାଇଛି । ବ୍ରିଟେନ ଫେରନ୍ତାଙ୍କ ଉପରେ ପ୍ରଶାସନ ପକ୍ଷରୁ ନଜର ରଖାଯାଇଛି । ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ବ୍ରିଟେନରୁ ଭୁବନେଶ୍ୱରକୁ ସର୍ବାଧିକ ଯାତ୍ରୀ ଆସିଛନ୍ତି । ବ୍ରିଟେନରୁ ଭୁବନେଶ୍ୱରକୁ ୨୧ଜଣ, କଟକକୁ ଆସିଛନ୍ତି ୫ ଜଣ, କୋରାପୁଟକୁ ୩ ଜଣ, ବ୍ରହ୍ମପୁରକୁ ୩ ଜଣ, ନୟାଗଡକୁ ୨ ଜଣ, ନବରଙ୍ଗପୁର ୨ ଜଣ ଆସିଛନ୍ତି । ସେହିପରି ସମ୍ବଲପୁର, ରାଜଗାଙ୍ଗପୁର, ଖୋର୍ଦ୍ଧା, ଜଗତସିଂହପୁର, ସାକ୍ଷୀଗୋପାଳ, ବଲାଙ୍ଗିର, ନୟାଗଡ ଓ ଯାଜପୁରକୁ ଜଣେ ଲେଖାଏଁ ଯାତ୍ରୀ ଆସିଛନ୍ତି । ବ୍ରିଟେନରେ ଚିହ୍ନଟ ହୋଇଥିବା କରୋନାର ନୂଆ ଷ୍ଟ୍ରେନ ୫୦ରୁ ୭୦ ପ୍ରତିଶତ ଅଧିକ ବେଗରେ ସଂକ୍ରମଣ କରୁଥିବା ଜଣାପଡିବା ପରେ ବ୍ରିଟେନ ଫେରନ୍ତାଙ୍କ ଉପରେ ନଜର ରଖିଛନ୍ତି ସରକାର ।

from Kanak News
via <a href="https://ifttt.com/?

ଦସ୍ତଖତ ନେଇ ପହଞ୍ଚିଲା ହାତ… ନୂଆ କୃଷି ଆଇନ ପ୍ରତିବାଦରେ ରାଷ୍ଟ୍ରପତିଙ୍କୁ ଭେଟିଲା କଂଗ୍ରେସ । ୨ କୋଟି ଚାଷୀଙ୍କ ଦସ୍ତଖତ ସମ୍ବଳିତ ସ୍ମାରକ ପତ୍ର ପ୍ରଦାନ କଲେ ରାହୁଲ ।

କନକ ବ୍ୟୁରୋ: ଦିଲ୍ଲୀରେ ଚାଷୀଙ୍କ ଆନ୍ଦୋଳନ ୨୯ଦିନରେ ପହଂଚିଥିବା ବେଳେ ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି କଂଗ୍ରେସ ନେତୃତ୍ୱ । ନୂଆ କୃଷି ଆଇନ ପ୍ରତ୍ୟାହାର କରିବା ନେଇ ରାଷ୍ଟ୍ରପତିଙ୍କୁ ୨ କୋଟି ଚାଷୀଙ୍କ ଦସ୍ତଖତ ଥିବା ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ପ୍ରଧାନମନ୍ତ୍ରୀ ଆଇନକୁ ପ୍ରତ୍ୟାହାର କରିବା ସହ ସରକାର ସଂସଦର ଯୁଗ୍ମ ଅଧିବେଶନ ଡାକନ୍ତୁ ଓ ଆଇନକୁ ପ୍ରତ୍ୟାହାର କରନ୍ତୁ ବୋଲି କହିଛନ୍ତି ରାହୁଲ ଗାନ୍ଧୀ ।
ତେବେ କଂଗ୍ରେସ ବିଜୟ ଚୌକରୁ ରାଷ୍ଟ୍ରପତି ଭବନ ଯାଏଁ ପଦଯାତ୍ରା କରୁଥିବା ବେଳେ ଅଧ ବାଟରେ ଅଟକାଇଥିଲା ପୋଲିସ । କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଅନ୍ୟ କର୍ମୀଙ୍କ ସହ ଅଟକ ରଖାଯାଇଥିଲା । ତେବେ କୃଷି ଆଇନ ନେଇ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ପ୍ରିୟଙ୍କା । ସେ କହିଛନ୍ତି ଯେ, କେନ୍ଦ୍ର ସରକାର ଚାଷୀଙ୍କ କଥା ବୁଝିବାକୁ ଚାହୁଁ ନାହିଁ । ଏହାସହ ଗଣତାନ୍ତ୍ରିକ ଉପାୟରେ କଂଗ୍ରେସ ପ୍ରତିନିଧି ଦଳ ରାଷ୍ଟ୍ରପତିଙ୍କୁ ଭେଟିବାକୁ ଯିବା ବେଳେ ପୁଲିସ୍ କାହିଁକି ଅଟକାଇଲା ବୋଲି ସେ ପ୍ରଶ୍ନ କରିଛନ୍ତି ।

ସେପଟେ ଆନ୍ଦୋଳନକାରୀ ଚାଷୀଙ୍କୁ ପୁଣି ଏକ ଚିଠି ଲେଖିଛନ୍ତି କେନ୍ଦ୍ର ସରକାର । ଆଗାମୀ ଆଲୋଚନା ପାଇଁ ତାରିଖ ଓ ସମୟ ସ୍ଥିର କରିବାକୁ ଏଥିରେ ଚାଷୀମାନଙ୍କୁ କୁହାଯାଇଛି । ଏହାସହ ଚାଷୀଙ୍କ ସମସ୍ୟା ସମାଧାନ କରିବାକୁ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଚିଠିରେ ଉଲ୍ଳେଖ ରହିଛି । ରାଜଧାନୀ ଦିଲ୍ଲୀରେ ୨୯ ଦିନରେ ପହଂଚିଛି ଚାଷୀଙ୍କ ଆନ୍ଦୋଳନ । ସରକାର ଓ ଚାଷୀ ସଂଗଠନ ମଧ୍ୟରେ ଆଲୋଚନା ପରେ ବି ସମାଧାନ ବାଟ ଫିଟୁନାହିଁ । ଏହାରି ଭିତରେ ପୁଣି ଚାଷୀଙ୍କୁ ଆଲୋଚନା ପାଇଁ ଡାକିଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ । ଏସବୁ ଭିତରେ ଆସନ୍ତାକାଲି ୬ଟି ରାଜ୍ୟର ଚାଷୀଙ୍କ ସହ ଭିଡିଓ କନଫରେସିଂ ମାଧ୍ୟମରେ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ମୋଦୀ ।

from Kanak News
via <a href="https://ifttt.com/?

୨୯ ଦିନରେ ଚାଷୀ ଆନ୍ଦୋଳନ । ଆନ୍ଦୋଳନ ବନ୍ଦ ପାଇଁ ଆଲୋଚନା କରିବାକୁ ପୁଣି ଚାଷୀ ସଂଗଠନକୁ ଚିଠି ଲେଖି ଡାକିଲେ ସରକାର ।

କନକ ବ୍ୟୁରୋ: ଆନ୍ଦୋଳନକାରୀ ଚାଷୀଙ୍କୁ ପୁଣି ଏକ ଚିଠି ଲେଖିଛନ୍ତି କେନ୍ଦ୍ର ସରକାର । ଆଗାମୀ ଆଲୋଚନା ପାଇଁ ତାରିଖ ଓ ସମୟ ସ୍ଥିର କରିବାକୁ ଏଥିରେ ଚାଷୀମାନଙ୍କୁ କୁହାଯାଇଛି । ଏହାସହ ଚାଷୀଙ୍କ ସମସ୍ୟା ସମାଧାନ କରିବାକୁ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଚିଠିରେ ଉଲ୍ଳେଖ ରହିଛି ।

ରାଜଧାନୀ ଦିଲ୍ଲୀରେ ୨୯ ଦିନରେ ପହଂଚିଛି ଚାଷୀଙ୍କ ଆନ୍ଦୋଳନ । ସରକାର ଓ ଚାଷୀ ସଂଗଠନ ମଧ୍ୟରେ ଆଲୋଚନା ପରେ ବି ସମାଧାନ ବାଟ ଫିଟୁନାହିଁ । ଏହାରି ଭିତରେ ପୁଣି ଚାଷୀଙ୍କୁ ଆଲୋଚନା ପାଇଁ ଡାକିଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ । ଏସବୁ ଭିତରେ ଆସନ୍ତାକାଲି ୬ଟି ରାଜ୍ୟର ଚାଷୀଙ୍କ ସହ ଭିଡିଓ କନଫରେସିଂ ମାଧ୍ୟମରେ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ମୋଦୀ । ନୂଆ କୃଷି ଆଇନ ସମ୍ପର୍କରେ ବୁଝାଇବାକୁ ଚେଷ୍ଟା କରିପାରନ୍ତି ପ୍ରଧାନମନ୍ତ୍ରୀ  । ପୂର୍ବରୁ ସରକାର ଓ ଚାଷୀଙ୍କ ସହ ୫ ପର୍ଯ୍ୟାୟ ଆଲୋଚନା ପରେ ବି ଏଯାଏଁ ସମାଧାନର ବାଟ ବାହାରିନାହିଁ । ନିଜ ଜିଦରେ ଅଟଳ ଥିବା ଚାଷୀ  ହାଡଭଙ୍ଗା ଶୀତରେ ଖୋଲା ଆକାଶ ତଳେ, ଶୀତ କାକରରେ ଆନ୍ଦୋଳନ ଜାରି ରଖିଛନ୍ତି ।

from Kanak News
via <a href="https://ifttt.com/?

କିଏ ହେବ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ? ଅସିତ ତ୍ରିପାଠୀଙ୍କ ସ୍ଥାନ ନେବ କିଏ ? ପାୱାର କରିଡରରେ ଚର୍ଚ୍ଚା । ରେସର ଆଗରେ ଉନ୍ନୟନ କମିଶନର ସୁରେଶ ମହାପାତ୍ର ।

କନକ ବ୍ୟୁରୋ: କିଏ ହେବ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ଏନେଇ ପାୱାର କରିଡରରେ ଚର୍ଚ୍ଚା । ଅସିତ ତ୍ରିପାଠୀଙ୍କ ଜାଗା କିଏ ନେବ ସେନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା ଆଲୋଚନା । ମୁଖ୍ୟ ଶାସନ ସଚିବ ରେସରେ ଅଛନ୍ତି ୧୯୮୬ ବ୍ୟାଚର ବରିଷ୍ଠ ଆଇଏଏସ ଅଫିସର ତଥା ବର୍ତମାନର ଉନ୍ନୟନ କମିଶନର ସୁରେଶ ମହାପାତ୍ର । ଗତକାଲି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଅସିତ ତ୍ରିପାଠୀଙ୍କୁ ଡିସେମ୍ବର ୩୧ରେ ଅବସର ନେବା ଲାଗି ବିଜ୍ଞପ୍ତି ପ୍ରକାଶ ପାଇଛି ।

ତେବେ ମିଳିଥିବା ସୂଚନା ଅନୁସାରେ ୨ରୁ ୩ଦିନ ଭିତରେ ନୂଆ ମୁଖ୍ୟଶାସନ ସଚିବ କିଏ ହେବ ସେ ନେଇ ବିଜ୍ଞପ୍ତି ପ୍ରକାଶ ପାଇବାର ଅଛି । ସେପଟେ ସୁରେଶ ମହାପାତ୍ରଙ୍କ ସ୍ଥାନ ବା ଉନ୍ନୟନ କମିଶନର କିଏ ହେବ ସେନେଇ ଦୁଇଟି ନାଁ ଚର୍ଚ୍ଚାରେ ଅଛି । ଜଣେ ହେଉଛନ୍ତି ୧୯୮୭ ମସିହାର ଆଇଏଏସ ତଥା ବର୍ତମାନର କୃଷି ଉତ୍ପାଦ କମିଶନର ରାଜ କୁମାର ଶର୍ମାଙ୍କ ନାଁ ଏବଂ ୧୯୮୮ ବ୍ୟାଚର ଆଇଏଏସ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି ।

from Kanak News
via <a href="https://ifttt.com/?

କୋକେଇରେ ଶୋଇଛନ୍ତି ବାପା, ଅନ୍ତିମ ଶଯ୍ୟାରେ ଚିକିତ୍ସା କରି ବାପାଙ୍କ ଇଚ୍ଛା ପୂରଣ କଲା ଡାକ୍ତରୀ ପଢ଼ିଥିବା ପୁଅ । ରାୟଗଡ଼ାରୁ ଆସିଲା ଦୃହୟ ବିଦାରକ ଦୃଶ୍ୟ ।

କନକ ବ୍ୟୁରୋ: କୋକେଇରେ ବାପା, ଷ୍ଟେଥୋ ପକାଇ ନିଶ୍ୱାସ ଖୋଜୁଛି ପୁଅ । କାଳେ ବାପା ବଞ୍ଚିଥିବେ ସେଇ ଆଶାରେ ବାପାଙ୍କ ଛାତିରେ ଜୀବନ ଅଣ୍ଡାଳୁଛି ଡାକ୍ତରୀ ପୁଅ । ପୂରା କାହାଣୀ ଜାଣିଲେ ଆପଣଙ୍କ ଆଖିର ଲୁହ ଝରିପଡ଼ିବ । ଏପରି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ମିଳିଛି ରାୟଗଡ଼ା ଜିଲ୍ଳା ପଦ୍ମପୁର ବ୍ଳକ୍ର ଗୁଡ଼ିଆ ବନ୍ଧ ଗାଁରେ ।

କୋକେଇରେ ରହିଛି ବାପାଙ୍କ ମୃତଦେହ, ଷ୍ଟେଥୋସ୍କୋପ ପକାଇ ଚିକିତ୍ସା କରୁଛନ୍ତି ଡାକ୍ତରୀ ପଢ଼ୁଥିବା ପୁଅ । ବାପାଙ୍କ ଇଚ୍ଛା ଥିଲା, ପୁଅ ଡାକ୍ତର ହେବ, ଲୋକଙ୍କ ସେବା କରିବ । ପୁଅକୁ ଡାକ୍ତରୀ ପାଠ ପଢ଼ାଇଲେ, ଆଉ କିଛି ଦିନ ପରେ ପୁଅର ପାଠପଢ଼ା ସରିଥାନ୍ତା, ହେଲେ ପୁଅକୁ ଡାକ୍ତର ହୋଇ ସେବା କରିବା ଦେଖିବା ପୁର୍ବରୁ ଆରପାରିକୁ ଚାଲିଗଲେ ବାପା । ବାପା ଲାଡ଼ି ସୋମେଶ୍ୱର ରାଓ, ପୂର୍ବତନ ଜିଲ୍ଳା ପରିଷଦ ସଭ୍ୟ । ଜିଲ୍ଳାର ଜଣେ ଜଣା ଶୁଣା ବ୍ୟକ୍ତି । ତାଙ୍କର ସ୍ୱପ୍ନ ଥିଲା ପୁଅ ତାଙ୍କର ଗରିବଙ୍କ ସେବା କରିବ, ସେଥିପାଇଁ ପୁଅକୁ ଡାକ୍ତର କରିବାକୁ ଲାଗି ପଡ଼ିଥିଲେ ସେ । ହେଲେ ଡିସେମ୍ବର ୧୮ ତାରିଖରେ ହୃଦଘାତରେ ସୋମେଶ୍ୱରଙ୍କର ମୃତ୍ୟୁ ହୋଇଗଲା । ବାପାଙ୍କ ଶେଷ ଇଚ୍ଛାକୁ ପୂରଣ କରିବାକୁ ଯାଇ ବାପାଙ୍କ ଶେଷଶଯ୍ୟାରେ ଚିକିତ୍ସା କରିଥିଲେ ପୁଅ । ଆଉ ଏହି ଦୃଶ୍ୟ, ସମସ୍ତଙ୍କ ହୃଦୟକୁ ଚହଲାଇ ଦେଇଥିଲା ।

from Kanak News
via <a href="https://ifttt.com/?

ଅପରାଜିତାଙ୍କ ଜନସଂପର୍କ ପଦଯାତ୍ରାରେ କଳାପତାକା ପ୍ରଦର୍ଶନ । ଭରତପୁରରେ ସ୍ଥାନୀୟ ବିଜେପି କର୍ମୀ ଦେଲେ ଗୋ ବ୍ୟାକ୍ ସ୍ଲୋଗାନ ।

କନକ ବ୍ୟୁରୋ: ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଜନସଂପର୍କ ପଦଯାତ୍ରାରେ ଦେଖିବାକୁ ମିଳିଛି ଏଭଳି ବିରୋଧ ପ୍ରଦର୍ଶନ । ରାଜଧାନୀ ଉପକଣ୍ଠ ଭରତପୁରରେ ସାଂସଦ ଅପରାଜିତା ଜନସଂପର୍କ ପଦ ଯାତ୍ରା କରୁଥିବା ବେଳେ କିଛି ସ୍ଥାନୀୟ ବିଜେପି କର୍ମୀ ଅପରାଜିତାଙ୍କୁ ଗୋ ବ୍ୟା ଗୋ ବ୍ୟାକ ଅର୍ଥାତ ଫେରିଯାଅ ବୋଲି ନାରା ଦେଉଥିଲେ ।

ଏପଟେ ଠିକ ସେହି ସମୟରେ ଭରତପୁରରେ ପ୍ରବେଶ କରିଥିଲା ଅପରାଜିତାଙ୍କ ପଦଯାତ୍ରା । ନିଜ କର୍ମୀଙ୍କ ସହ ଯାଇ ଲୋକଙ୍କ କଥା ବୁଝୁଥିଲେ ବିଜେପି ନେତ୍ରୀ । ଅପରାଜିତାଙ୍କୁ କାହିଁକି ବିରୋଧ ଏବଂ ବିରୋଧ ପଛରେ ଅନ୍ୟ କଣ କାରଣ ଥାଇପାରେ କି , ଏ ସଂପର୍କରେ ବିସ୍ତୃତ ତଥ୍ୟ ଜଣାପଡି ନାହିଁ ।  କିନ୍ତୁ ବିଜେପି ଭଳି ଏକ ଶୃଙ୍ଖଳିତ ଦଳରେ ଏଭଳି ଘଟଣା ପ୍ରାୟ ଦେଖିବାକୁ ମିଳେ ନାହିଁ ।

ସ୍କୁଲ ଓ ଗଣଶିକ୍ଷା ବିଭାଗର ସଚିବ ଓ କମିସନର ରହିଥିବା ଅପରାଜିତା ପ୍ରଥମ ଥର ପାଇଁ ରାଜନୀତିରେ ପ୍ରବେଶ କରି ଭୁବନେଶ୍ୱରର ସାଂସଦ ନିର୍ବାଚିତ ହୋଇଥିଲେ । ଆଉ ନିଜର ଭିନ୍ନ ଶୈଳୀରେ ସଂଗଠନ କରିବା ନେଇ ଚର୍ଚ୍ଚାରେ ରହନ୍ତି ଏହି ବିଜେପି ନେତ୍ରୀ । କିନ୍ତୁ ଭରତପୁରରେ ଏଭଳି କଣ ଘଟିଲା, ଯେଉଁଥିପାଇଁ ଅପରାଜିତାଙ୍କୁ ବିରୋଧ କରାଗଲା, ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

from Kanak News
via <a href="https://ifttt.com/?

ଭାରତୀୟ କ୍ରିକେଟ ଟିମରେ ଖେଳିବ କିଏ, ବାଛିବେ ଓଡ଼ିଆ ପୁଅ ଦେବାଶିଷ ମହାନ୍ତି ।

କନକ ବ୍ୟୁରୋ : ଓଡ଼ିଶା କ୍ରିକେଟ ପାଇଁ ଖୁସିଖବର । ଏଣିକି ଭାରତୀୟ କ୍ରିକେଟ ଟିମ ବାଛିବେ ଓଡ଼ିଆ ପୁଅ ତଥା ପୂର୍ବତନ ଭାରତୀୟ କ୍ରିକେଟର ଦେବାଶିଷ ମହାନ୍ତି । ଭାରତୀୟ କ୍ରିକେଟ ଦଳର ଜାତୀୟ ଚୟନ କମିଟିରେ ସ୍ଥାନ ପାଇଛନ୍ତି ଦେବାଶିଷ । ଆଜି ବିସିସିଆଇର କ୍ରିକେଟ ଆଡଭାଇଜରି କମିଟି ଦେବାଶିଷଙ୍କ ସମେତ ଚୟନ କମିଟି ପାଇଁ ଅନ୍ୟ ଦୁଇ ଜଣଙ୍କ ନାଁ ମଧ୍ୟ ସୁପାରିଶ କରିଛି । ଚେତନ ଶର୍ମା ଓ ଆବେ କୁରୁଭିଲ୍ଲା ମଧ୍ୟ ଏହି କମିଟିରେ ସ୍ଥାନ ପାଇଛନ୍ତି । ପୂର୍ବତନ ଭାରତୀୟ କ୍ରିକେଟର ଚେତନ ଶର୍ମାଙ୍କୁ ଏହି ମୁଖ୍ୟ ଚୟନକର୍ତ୍ତା ଭାବେ ନିଯୁକ୍ତ କରିଛି ବିସିସିଆଇ । ୫ ଜଣିଆ ଚୟନ କମିଟିରେ ଏହା ପୂର୍ବରୁ ସୁନୀଲ ଯୋଶୀ ଓ ହରବିନ୍ଦର ସିଂ ସ୍ଥାନ ପାଇଛନ୍ତି । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛି ବିସିସିଆଇ ।

https://platform.twitter.com/widgets.js

ଓଡ଼ିଆ ପୁଅ ଦେବାଶିଷ ମହାନ୍ତି ଟିମ୍ ଇଣ୍ଡିଆ ପକ୍ଷରୁ ୪୫ଟି ଦିନିକିଆ ଓ ୨ଟି ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି । ଅର୍ନ୍ତଜାତୀୟ କ୍ରିକେଟରେ ଏତେ କମ ମ୍ୟାଚ୍ ଖେଳିଥିଲେ ମଧ୍ୟ ନିଜର ପ୍ରଭାବୀ ପ୍ରଦର୍ଶନ ବଳରେ ସବୁବେଳେ ଦୃଷ୍ଟି ଆକର୍ଷଣ କରିଆସିଥିଲେ ଦେବାଶିଷ । ୪୫ଟି ଦିନିକିଆ ମ୍ୟାଚରେ ୫୭ଟି ୱିକେଟ ନେଇ ସମସ୍ତଙ୍କୁ ଚକିତ କରିଥିଲେ ଦେବାଶିଷ । ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ଓଡ଼ିଶା କ୍ରିକେଟ ଦଳର ମୁଖ୍ୟ କୋଚ୍ ଭାବେ କାର୍ଯ୍ୟ କରିଛନ୍ତି ଦେବାଶିଷ । ଆଉ ଏବେ ବିସିସିଆଇ ଚୟନକର୍ତ୍ତା ଭାବେ ନିଯୁକ୍ତ ଦେଇ ଦେବାଶିଷଙ୍କ କାନ୍ଧରେ ଗୁରୁଦାୟିତ୍ୱ ଦେଇଛି ।

from Kanak News
via <a href="https://ifttt.com/?

ଓଡ଼ିଶାକୁ ଆସିଛି କି ବ୍ରିଟେନ୍ ଭୂତାଣୁ ? ନମୂନା ପରୀକ୍ଷା ପରେ ସ୍ପଷ୍ଟ ହେବ ଫେରନ୍ତା ବ୍ୟକ୍ତି ନୂଆ ଷ୍ଟ୍ରେନରେ ଆକ୍ରାନ୍ତ କି ନୁହେଁ ?

କନକ ବ୍ୟୁରୋ: ବ୍ରିଟେନ ଫେରନ୍ତାଙ୍କ ଠାରେ ଅଛି କେଉଁ ଷ୍ଟ୍ରେନ ? ପରୀକ୍ଷା ପାଇଁ ପୁନେ ପଠାଗଲା ନମୂନା । ବ୍ରିଟେନ ଫେରନ୍ତା ପଜିଟିଭ ଚିହ୍ନଟ ପରେ ଲୋକଙ୍କ ମନରେ ଭୟ ପ୍ରବେଶ କରିଛି । ସଂପୃକ୍ତ ବ୍ୟକ୍ତି ନୂଆ ଷ୍ଟ୍ରେନରେ ଆକ୍ରାନ୍ତ ନା ନୁହଁନ୍ତି ସ୍ପଷ୍ଟ ହୋଇ ନାହିଁ । ତେଣୁ ବ୍ରିଟେନ ଫେରନ୍ତା ଯୁବକଙ୍କ ସାମ୍ପୁଲ ପୁଣେରେ ଥିବା ଜାତୀୟ ନାସନାଲ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲୋଜିକୁ ପଠାଯାଇଛି । ସେଠାରେ ଆଇଏଲଏସ ସମେତ ୫ଟି ସଂସ୍ଥା ଗବେଷଣା କରିବେ । ପୁନେରେ ଜିନମ ସିକ୍ୟୁଏନ୍ସ ପରେ ଜଣାପଡ଼ିବ ଓଡ଼ିଶାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ଠାରେ ନୂଆ ଷ୍ଟ୍ରେନ ଅଛି କି ନାହିଁଁ ।

ବ୍ରିଟେନ ଫେରନ୍ତା ଯୁବକ ପଜିଟିଭ ଚିହ୍ନଟ ହୋଇଥିଲା ବେଳେ ଆଶ୍ୱସ୍ତିକର କଥା ହେଉଛି ତାଙ୍କ ପରିବାର ଲୋକ ଓ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ରିପୋର୍ଟ ନେଗେଟିଭ ଆସିଛି । ପୂର୍ବ କରୋନା ରୋଗୀଙ୍କ ପରି ଏହି ରୋଗୀଙ୍କ ଲକ୍ଷଣ ସମାନ ରହିଛି । ତେଣୁ ଭୟଭୀତ ନହେବା ପାଇଁ ପରାମର୍ଶ ଦେଇଛନ୍ତି ଡିଏମଇଟି ସିବିକେ ମହାନ୍ତି । ୟୁରୋପୀୟ ଦେଶ ଛଡା ଅନ୍ୟ ଦେଶରେ ଏହି ୱେଭ ଦେଖା ଦେଇନଥିବାରୁ ଏହାକୁ ଦ୍ୱିତୀୟ ୱେଭ କୁହାଯାଇ ପାରିବ ନାହିଁ ବୋଲି ସେ କହିଛନ୍ତି ।

କରୋନାର ନୂଆ ଷ୍ଟ୍ରେନ ଚିନ୍ତା ବଢ଼ାଇଥିବା ବେଳେ ଇଂଲଣ୍ଡ ଫେରନ୍ତା ସମ୍ପର୍କରେ ତୁରନ୍ତ ସୂଚନା ଦେବାକୁ ବିଜ୍ଞପ୍ତି ଜାରି କରିଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଏନେଇ ଏକ ଫୋନ ନମ୍ବର ମଧ୍ୟ ଜାରି କରାଯାଇଛି । ଯେଉଁଥିରେ ବ୍ରିଟେନ ଫେରନ୍ତା ବ୍ୟକ୍ତି ନିଜର ତଥ୍ୟ ଦେଇପାରିବେ । ସୂଚନା ମିଳିବା ପରେ ବିଭାଗର ତ୍ୱରିତ ପଦକ୍ଷେପ ଗ୍ରହଣ କରାଯିବ । ତେବେ ମୋଟ ୪୩ ଜଣ ବ୍ରିଟେନରୁ ଫେରିଥିବା ସରକାର ତଥ୍ୟ ଦେଇଛନ୍ତି । ସେଥିରୁ କେବଳ ଭୁବନେଶ୍ୱରରେ ୨୧ ଜଣ ।

from Kanak News
via <a href="https://ifttt.com/?

ପରୀ ଗାଁରେ ପହଁଚିଲା ବିଜେପିର ପଦଯାତ୍ରା । ପରୀ ପାଇଁ ଲଢ଼େଇ ଜାରି ରଖିବାକୁ ନିଷ୍ପତ୍ତି ।

କନକ ବ୍ୟୁରୋ: ପରୀକୁ ନ୍ୟାୟ ଦାବିରେ ୫ଦିନ ଧରି ଚାଲିଥିବା ବିଜେପିର ପଦଯାତ୍ରା ଆଜି ଯଦୁପୁରରେ ପହଂଚିଛି । ଭୁବନେଶ୍ୱରରୁ ଆରମ୍ଭ ହୋଇଥିବା ପଦଯାତ୍ରା ଯଦୁପୁରରେ ପହଂଚିବା ପରେ ଏକ ବଡ ସଭାର ଆୟୋଜନ କରାଯାଇଥିଲା ଏବଂ ବିଜେପି ନେତାମାନେ କହିଥିଲେ, ପରୀ ପାଇଁ ଏହି ଲଢେଇ ଜାରି ରହିବ ।

ଅନ୍ୟ ୫ ହଜାର ପରୀଙ୍କ ନିଖୋଜ ନେଇ ଖୋଳତାଡ କରିବାକୁ ଦଳ ଦାବି କରିଛି । ଏଥିସହ ପରୀ ହତ୍ୟା ଘଟଣାର ସିବିଆଇ ତଦନ୍ତ କରାଯାଉ ଏବଂ ଘଟଣାରେ ମନ୍ତ୍ରୀ ଅରୁଣ ସାହୁଙ୍କ ସମ୍ପୃକ୍ତି ଅଭିଯୋଗ କରି ବହିଷ୍କାର ଦାବି କରିଥିଲେ । ପଦଯାତ୍ରାରେ ବିଜେପିର ବହୁ ନେତା ଓ କର୍ମୀ ସାମିଲ ହୋଇଥିଲେ ।

from Kanak News
via <a href="https://ifttt.com/?

ପାପ କରିବା ପରେ ‘ପରୀ’ ଖବର ଉପରେ ନଜର ରଖୁଥିଲା ଅଭିଯୁକ୍ତ । ଟାଟା ସ୍କାଏ ରିଚାର୍ଜ ପାଇଁ କରୁଥିଲା ଜିଦ । ଏସଆଇଟି ମୁଖ୍ୟ ବୋଥ୍ରାଙ୍କ ଉପରେ ବି କରୁଥିଲା ରିସର୍ଚ୍ଚ ।

କନକ ବ୍ୟୁରୋ: ଯେତେବେଳେ ପରୀ ମାମଲାରେ ସରକାର ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଲେ ସେତେବେଳେ ଅଭିଯୁକ୍ତ ସରୋଜ ସେଠୀ କରୁଥିଲା କଣ ? ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ କହିବା ଅନୁସାରେ ଏସଆଇଟି ସମ୍ପର୍କରେ ଗୁଗୁଲରେ ସର୍ଚ୍ଚ କରୁଥିଲା ସରୋଜ । ଖାଲି ସେତିକି ନୁହେଁ, ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା କେଉଁଠି କାମ କରିଛନ୍ତି, କେଉଁ କେଉଁ ମାମଲାରେ ତଦନ୍ତ କରିଛନ୍ତି ଏବଂ କିପରି ଅପରାଧୀ ପାଖରେ ପହଂଚିଛନ୍ତି ସେ ସମ୍ପର୍କିତ ଟିକିନିଖି ତଥ୍ୟ ଖୋଜୁଥିଲା ସରୋଜ । ଆଉ ଏସଆଇଟି ତଦନ୍ତ ନିର୍ଦ୍ଦେଶ ହେବା ନେଇ ଜାଣିବା ପରେ ଗୁଗୁଲ ହିଷ୍ଟ୍ରୀ ଡିଲିଟ କରି ଦେଇଥିଲା ।

ପରୀ ଖବର ଉପରେ ନଜର ରଖୁଥିଲା ସରୋଜ । ଟାଟା ସ୍କାଏ ରିଚାର୍ଜ ପାଇଁ ଜିଦ କରୁଥିଲା । ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ଅଭିଯୁକ୍ତ ସରୋଜ ସେଠୀ ବିଷୟରେ ଯେତିକି ଜାଣିଥିଲେ ତାଠାରୁ ଅଧିକ ଅଭିଯୁକ୍ତ ସରୋଜ ଜାଣିଥିଲା ବୋଥ୍ରାଙ୍କ ବିଷୟରେ । ବଡ କଥା ହେଲା ବୋଥ୍ରା ପ୍ରଥମଥର ପାଇଁ ଯେତେବେଳେ ଅଭିଯୁକ୍ତ ପାଖକୁ ଯାଇଥିଲେ ସେତେବେଳେ ସେ ଟିଭିରେ ନ୍ୟୁଜ ଦେଖୁଥିଲା । ବିଭିନ୍ନ ଚ୍ୟାନେଲରେ ପରୀ ଖବର ଉପରେ ନଜର ରଖୁଥିଲା ସରୋଜ ।

ସରୋଜକୁ ରିମାଣ୍ଡରେ ନେଇ ପଚରାଉଚରା କରିବା ସମୟରେ କେତେବେଳେ ସରୋଜ କହୁଛି ଭୁଲ କରିଦେଲି , ଆଉ କେତେବେଳେ ତଦନ୍ତକାରୀ ଦଳ ଉପରେ ରାଗି ଯାଉଛି । କାରଣ ସରୋଜ କେବେ ବି ଭାବିନଥିଲା ଏସଆଇଟି ହାତରେ ଧରାପଡିବ ବୋଲି ।
ଘଟଣା ଘଟିବା ଦିନ ଠାରୁ ଏସଆଇଟି ତଦନ୍ତ ନିର୍ଦ୍ଦେଶ ହେବା ପର୍ଯ୍ୟନ୍ତ ସରୋଜ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତି ଥିବା ନେଇ କେବେ ବି ସନ୍ଦେହ ଘେରକୁ ଆସିବ ନାହିଁ ବୋଲି ଅନୁମାନ କରିନେଇଥିଲା ସରୋଜ ।

from Kanak News
via <a href="https://ifttt.com/?

Design a site like this with WordPress.com
Get started