କେମିତି ହୋଇଥିଲା ପରୀ ହତ୍ୟା ? ପିଶାଚ କହିଲା ପାପ କାହାଣୀ ! ଅପରାଧର ଆମୂଳଚୂଳ ଦେଖାଇଲା ଅଭିଯୁକ୍ତ ।

କନକ ବ୍ୟୁରୋ: କେମିତି ହୋଇଥିଲା ‘ପରୀ’ର ହତ୍ୟା…? କେମିତି ମୃତଦେହ ଲୁଚାଇବାକୁ କରିଥିଲା ଷଡ଼ଯନ୍ତ୍ର ? ଅପରାଧର ଡେମୋ ଦେଖାଇଲା ଅଭିଯୁକ୍ତ । ଯେଉଁ ଜଘନ୍ୟ ହତ୍ୟାକାଣ୍ଡ, ସାରା ରାଜ୍ୟକୁ ଦୋହଲାଇ ଦେଇଛି, ଯେଉଁ ଛାତିଥରା ଘଟଣା ଉପରେ ସାରା ରାଜ୍ୟର ନଜର ରହିଛି, ସେହି ନାରକୀୟ କାଣ୍ଡକୁ ରି-କ୍ରିଏଟ୍ କରିଛି ସରୋଜ ସେଠୀ । ଏସଆଇଟି ସହ ଯଦୁପୁର ଗାଁକୁ ଯାଇ, କିପରି ସଇତାନ ସାଜି ଜଣେ ନିଷ୍ପାପ ଶିଶୁର ଜୀବନ ନେଇଥିଲା, ନିଜେ ଦେଖାଇଛି ଅଭିଯୁକ୍ତ । କିପରି ଜାମୁକୋଳି ଗଛ ନିକଟରୁ କୁନିଝିଅ ପରୀକୁ ଡାକି ଆଣିଲା, ଘର ଭିତରେ ଦୁଷ୍କର୍ମ ଉଦ୍ୟମ କଲା, ପରୀ ଚିକ୍ରାର କରିବାରୁ ତାକୁ ତଂଟି ଚିପି ହତ୍ୟା କଲା, ପୂରା ମର୍ଡର ସିନର ରି-କ୍ରିଏସନ୍ କରିଥିବା ସୂଚନା ଦେଇଛି ଏସଆଇଟି ।

ପରୀକୁ ହତ୍ୟା କରିବା ପରେ ଶବକୁ ବସ୍ତା ଭିତରେ ବାନ୍ଧି, ଯେଉଁ ପୋଖରୀ ନିକଟ ବୁଦା ଆଡେ ପିଙ୍ଗି ଦେଇଥିଲା, ତାହା ମଧ୍ୟ ଏସଆଇଟିକୁ ଦେଖାଇଛି ଅଭିଯୁକ୍ତ ସରୋଜ ସେଠୀ । ଅପରାଧର ପୂରା କାହାଣୀ କହିଛି ଅଭିଯୁକ୍ତ । ତେବେ ଏତିକିରେ ସରିଯାଇନି ଏସଆଇଟିର ତଦନ୍ତ । ସରୋଜ କେତେ ସତ କହୁଛି, ତାହା ଜାଣିବାକୁ ତା’ର ବ୍ରେନ୍ ମ୍ୟାପିଂ କରିବାକୁ କୋର୍ଟରେ ଆବେଦନ କରିବ ଏସଆଇଟି । ସେହିପରି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା କହିଛନ୍ତି ପରୀର କୌଣସି ହାଡ଼ ହଜି ଯାଇନାହିଁ । ହାଡକୁ ଡିଏନଏ ପରୀକ୍ଷା ପାଇଁ ପଠା ଯାଇଛି । ସେପଟେ ଅଭିଯୁକ୍ତ ସରୋଜ ସେଠୀର ରିମାଣ୍ଡ ସରିବା ପରେ ତାକୁ ଜେଲକୁ ପଠାଇ ଦିଆଯାଇଛି ।

from Kanak News
via <a href="https://ifttt.com/?

ପରୀ ଗାଁରେ ସାମ୍ବାଦିକଙ୍କୁ ଆକ୍ରମଣ । ଖବର ସଂଗ୍ରହ ବେଳେ ବୈଦ୍ୟୁତିକ ଗଣମାଧ୍ୟମର ସାମ୍ବାଦିକ ଓ କ୍ୟାମେରାମ୍ୟାନଙ୍କୁ ଆକ୍ରମଣ । ପ୍ରତିବାଦରେ ନୟାଗଡ ବଜାର ବନ୍ଦ ।

କନକ ବ୍ୟୁରୋ: ପରୀ ଗାଁରେ ସାମ୍ବାଦିକଙ୍କୁ ଆକ୍ରମଣ । ଖବର ସଂଗ୍ରହ ବେଳେ ଯଦୁପୁର ଗାଁରେ ସାମ୍ବାଦିକଙ୍କୁ ଆକ୍ରମଣ । ଆଜି ନୟାଗଡ ଯଦୁପୁରରେ ଖବର ସଂଗ୍ରହ କରିବାକୁ ଯାଇଥିବା କିଛି ସାମ୍ବାଦିକଙ୍କ ଉପରେ ଆକ୍ରମଣ ହୋଇଛି । କିଛି ଲୋକ ଆକ୍ରମଣ କରୁଥିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି ।

ତେବେ ମିଳିଥିବା ସୂଚନା ଅନୁସାରେ ଏକ ଘରୋଇ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧି ଏବଂ କ୍ୟାମେରାମ୍ୟାନ ଉପରେ ହୋଇଥିଲା ଆକ୍ରମଣ । ଏଥିସହ ଏକ ୱେବ ଚ୍ୟାନେଲର ପ୍ରତିନିଧିଙ୍କ ଉପରେ ମଧ୍ୟ ଆକ୍ରମଣ ହୋଇଥିଲା । ଖବର ପ୍ରସାରଣରେ ଅସନ୍ତୁଷ୍ଟ ବ୍ୟକ୍ତ କରି କିଛି ଲୋକ ଏହି ଆକ୍ରମଣ କରିଥିବା ସୂଚନା ମିଳିଛି । କିଛି ସମୟ ପାଇଁ ଘଟଣାସ୍ଥଳରେ ଉତେଜନା ଲାଗିରହିଥିବା ବେଳେ ପୋଲିସ ସେଠାରେ ପହଂଚି ପରିସ୍ଥିତିକୁ ସମ୍ଭାଳି ନେଇଥିଲା ।

ତେବେ ଘଟଣା ଯାହା ଘଟୁଛି ସେ ଅନୁସାରେ ଗଣମାଧ୍ୟମ ଗୁଡିକ ଖବର ପ୍ରସାରଣ କରୁଥିବା ବେଳେ ଏହାକୁ କାହିଁକି ଗ୍ରହଣ କରିପାରୁନାହାନ୍ତି ଲୋକେ ସେନେଇ ମଧ୍ୟ ପ୍ରଶ୍ନ ଉଠିଛି । ବଡ କଥା ହେଲା ଆକ୍ରମଣକାରୀ କିଏ ସେ ଏବଂ ସେମାନେ କାହା ଇଙ୍ଗିତରେ ଏହି ଆକ୍ରମଣ କରିଛନ୍ତି ଏବଂ ଏଥିରେ ବିଜେପିର କର୍ମୀ ସାମିଲ ଅଛନ୍ତି କି ନାହିଁ ସେନେଇ ମଧ୍ୟ ପ୍ରଶ୍ନ ଛିଡା ହୋଇଛି । ପରୀ ପ୍ରସଙ୍ଗରେ ଖବର ସଂଗ୍ରହ ବେଳେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ଆରମ୍ଭ ହୋଇଛି ପ୍ରତିବାଦ । ବିଭିନ୍ନ ମହଲରୁ ଘଟଣାକୁ ନିନ୍ଦା କରିବା ସହ ନୟାଗଡ ବଜାର ବନ୍ଦ କରାଯାଇଛି ।

from Kanak News
via <a href="https://ifttt.com/?

ବ୍ରିଟେନ ଫେରନ୍ତାଙ୍କ ଭିତରୁ ଭୁବନେଶ୍ୱରରୁ ସର୍ବାଧିକ । ମୋଟ ୪୩ ଜଣଙ୍କ ମଧ୍ୟରେ କେବଳ ଭୁବନେଶ୍ୱରରୁ ୨୧ ।

କନକ ବ୍ୟୁରୋ: ବ୍ରିଟେନ ଫେରନ୍ତାଙ୍କ ଭିତରେ ଭୁବନେଶ୍ୱରରୁ ସର୍ବାଧିକ । ଫେରିଥିବା ୪୩ ଜଣଙ୍କ ମଧ୍ୟରୁ କେବଳ ଭୁବନେଶ୍ୱରରୁ ୨୧ । ସେହିପରି ଖୋର୍ଦ୍ଧା-୨, କଟକ-୫, କୋରାପୁଟ-୩, ବ୍ରହ୍ମପୁର-୩ । ନୟାଗଡ ଏବଂ ନବରଙ୍ଗପୁର ଜିଲ୍ଲାକୁ ୨ ଜଣ ଲେଖାଏଁ ଫେରିଛନ୍ତି । ଯାଜପୁର-୧, ରାଜଗାଙ୍ଗପୁର-୧, ସମ୍ବଲପୁର-୧, ଜଗତସିଂହପୁର-୧, ସାକ୍ଷୀଗୋପାଳ-୧

ସେପଟେ ବ୍ରିଟେନ ଫେରନ୍ତାଙ୍କୁ ନେଇ ତଥ୍ୟ ଦେଲେ ସରକାର ।  ଓଡିଶାକୁ ୪୩ ଜଣ ବ୍ରିଟେନରୁ ଫେରିଛନ୍ତି । ଗତ ୧୪ ଦିନ ଭିତରେ ଓଡିଶାକୁ ଆସିଛନ୍ତି ୪୩ ଜଣ  । ୟୁକେ ଫେରନ୍ତାଙ୍କ ଉପରେ ନଜର ରଖିବା ପାଇଁ ସ୍ୱାସ୍ଥ୍ୟ ବିଭାଗର ଚିଠି । ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନର, ସିଡିଏଙ୍କୁ ଚିଠି । ଆରଟିପିସିଆର ଟେଷ୍ଟ, କଣ୍ଟାକ୍ଟ ଟ୍ରେସିଂ ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ । ନୂଆ ଷ୍ଟ୍ରେନ ୫୦ ପ୍ରତିଶତ ଅଧିକ ବେଗରେ ବ୍ୟାପିବାର ଆଶଙ୍କା ରହିିଛି । ତେଣୁ ବ୍ରିଟେନରେ କରୋନାର ନୂଆ ଷ୍ଟ୍ରେନ ବାହାରିବା ପରେ ସତର୍କତା ଜାରି କରାଯାଇଛି ।

from Kanak News
via <a href="https://ifttt.com/?

ବ୍ରିଟେନ ଫେରନ୍ତାଙ୍କୁ ନେଇ ବଡ ଖବର । ବ୍ରିଟେନରୁ ଓଡିଶା ଫେରିଛନ୍ତି ୪୩ ଜଣ । ତଥ୍ୟ ଦେଲେ ସରକାର

କନକ ବ୍ୟୁରୋ: ବ୍ରିଟେନ ଫେରନ୍ତାଙ୍କୁ ନେଇ ବର୍ତ୍ତମାନ ସମୟର ସବୁଠାରୁ ବଡ ଖବର । ବ୍ରିଟେନ ଫେରନ୍ତାଙ୍କ ତଥ୍ୟ ଦେଲେ ସରକାର ।  ଓଡିଶାକୁ ୪୩ ଜଣ ବ୍ରିଟେନରୁ ଫେରିଛନ୍ତି । ଗତ ୧୪ ଦିନ ଭିତରେ ଓଡିଶାକୁ ଆସିଛନ୍ତି ୪୩ ଜଣ  ।

ୟୁକେ ଫେରନ୍ତାଙ୍କ ଉପରେ ନଜର ରଖିବା ପାଇଁ ସ୍ୱାସ୍ଥ୍ୟ ବିଭାଗର ଚିଠି । ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନର, ସିଡିଏଙ୍କୁ ଚିଠି । ଆରଟିପିସିଆର ଟେଷ୍ଟ, କଣ୍ଟାକ୍ଟ ଟ୍ରେସିଂ ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ । ନୂଆ ଷ୍ଟ୍ରେନ ୫୦ ପ୍ରତିଶତ ଅଧିକ ବେଗରେ ବ୍ୟାପିବାର ଆଶଙ୍କା ରହିିଛି । ତେଣୁ ବ୍ରିଟେନରେ କରୋନାର ନୂଆ ଷ୍ଟ୍ରେନ ବାହାରିବା ପରେ ସତର୍କତା ଜାରି କରାଯାଇଛି ।

from Kanak News
via <a href="https://ifttt.com/?

ଆଇପିଏଲ ନେଇ ବିସିସିଆଇର ବଡ ନିଷ୍ପତ୍ତି । ୨୦୨୨ ଆଇପିଏଲ ଖେଳିବେ ୧୦ ଟିମ୍ ।

କନକ ବ୍ୟୁରୋ: ଆସନ୍ତା ୨୦୨୨ ସିଜିନରୁ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)ରେ ୧୦ଟି ଟିମ ଖେଳିବେ । ଏ ନେଇ ଏକ ପ୍ରସ୍ତାବକୁ ବିସିସିଆଇ ପକ୍ଷରୁ ନୀତିଗତ ମଂଜୁରୀ ଦିଆଯାଇଛି । ଅହମଦାବାଦ ଠାରେ ଚାଲିଥିବା ବିସିସିଆଇର ୮୯ତମ ବାର୍ଷିକ ସାଧାରଣ ବୈଠକରେ ଦୁଇଟି ନୂଆ ଟିମକୁ ଖେଳାଇବା ଉପରେ ସହମତି ହୋଇଥିଲା । ଏହି ଦୁଇଟି ନୂଆ ଟିମର ଗଠନ ଓ ଆଇପିଏଲରେ ସାମିଲ କରିବା ସମ୍ପର୍କିତ ପ୍ରକ୍ରିୟା ଚୂଡ଼ାନ୍ତ କରିବାକୁ ବିସିସିଆଇ ପକ୍ଷରୁ ଆଇପିଏଲ ଗଭର୍ଣ୍ଣିଂ କାଉନସିଲକୁ କୁହାଯାଇଛି ।

ଆଇପିଏଲରେ ଏବେ ୮ଟି ଟିମ ଖେଳୁଛନ୍ତି । ସେଗୁଡ଼ିକ ହେଲେ ମୁମ୍ବାଇ ଇଣ୍ଡିଆନ୍ସ, ଚେନ୍ନାଇ ସୁପରକିଙ୍ଗସ, ରାଜସ୍ଥାନ ରୟାଲ୍ସ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର, କୋଲକତା ନାଇଟରାଇଡର୍ସ, ଦିଲ୍ଲୀ କ୍ୟାପିଟାଲ୍ସ, କିଙ୍ଗ୍ସ ଇଲେଭେନ ପଞ୍ଜାବ ଓ ସନରାଇଜର୍ସ ହାଇଦ୍ରାବାଦ ।
ଆଉ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତିକ୍ରମେ, ୨୦୨୮ ଲସ ଆଞ୍ଜେଲସ ଅଲିମ୍ପିକ୍ସରେ ଟି-୨୦ କ୍ରିକେଟକୁ ସାମିଲ କରିବାକୁ ଆଇସିସିର ଉଦ୍ୟମକୁ ବିସିସିଆଇ ସମର୍ଥନ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏ ବାବଦରେ ଆଇଆଇସିଠାରୁ ଆବଶ୍ୟକ ସ୍ପଷ୍ଟୀକରଣ ମିଳିବାପରେ ବିସିସିଆଇ ଅଲମ୍ପିକ୍ସରେ କ୍ରିକେଟକୁ ସାମିଲ କରିବାକୁ ସମର୍ଥନ କରିବ । ଅନ୍ୟପକ୍ଷରେ ଆଇସିସି ବୋର୍ଡରେ ବିସିସିଆଇ ଅଧ୍ୟକ୍ଷ ଜଣେ ନିର୍ଦ୍ଦେଶକଭାବେ ବଜାୟ ରହିବେ ।

from Kanak News
via <a href="https://ifttt.com/?

ସ୍ତ୍ରୀ କୁ ଓଡିଶାରେ ଛାଡି ଆମେରିକା ଚମ୍ପଟ ମାରିଲା ସ୍ୱାମୀ । ଲୁଚାଇଥିଲା ପ୍ରଥମ ବିବାହ , ଠକାମୀରେ ଶିକାର ହେଲା ଓଡିଆ ଝିଅ । ମହିଳା କମିଶନଙ୍କ ନିକଟରେ ଅଭିଯୋଗ କଲେ ପୀଡିତା

କନକ ବ୍ୟୁରୋ : ସେ ହୋମବେଦୀର ଚାରିପଟେ ୭ ଘେରା ବୋଲି ସାତ ଜନ୍ମର ସାଥି ହେବାକୁ କଥା ଦେଇଥିଲା । ହେଲେ ସାତ ଜନ୍ମତ ପରର କଥା ମାତ୍ର ୭୦ ଦିନରେ ତୁଟାଇ ଦେଲା ଦେଇଥିବା କଥା । ଆମେରିକାରେ ଉଚ୍ଚ ପଦବୀରେ ଚାକିରୀ ସାଙ୍ଗକୁ ମୋଟା ଅଙ୍କର ଦରମା   । ସେ ଆକାଶରେ ଉଡାଇ ତାକୁ ନେଇଯିବ ଆମେରିକା । ସେଠାରେ ସେମାନେ ଗଢିବେ ସୁନାର ସଂସାର । ରାତି ପାହିଗଲା ସିନା ହେଲେ ସ୍ୱପ୍ନ ସରିଲାନି । ଅଧୁରା ରହିଗଲା ସ୍ୱପ୍ନ । ଆଉ ଧୋକ୍କା ଦେଇଦେଲା ବିଟପି ପୁରୁଷ । ଏବେ ସାହା କେବଳ ଆଇନ ଓ ଅଦାଲତ ।

ଆମେରିକାର ଏକ ସଫ୍ଟୱେୟାର କମ୍ପାନୀରେ ଚାକିରି କରୁଥିବା ସ୍ୱାମୀଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ତାଙ୍କ ସ୍ତ୍ରୀ । ଆମେ ଆଜି ଆପଣଙ୍କୁ ଏମିତି ଏକ କାହାଣୀ ଶୁଣାଇବୁ ଯାହା କି ଆପଣ ମାନେ ବିବାହକୁ ନେଇ ନିଷ୍ପତ୍ତି ନେବା ପୂର୍ବରୁ ହଜାରେ ଥର ଭାବିବାକୁ ବାଧ୍ୟ ହେବେ । ମିଳିଥିବା ସୂଚନା ମୁତାବକ ଢେଙ୍କାନାଳ ଗୁଡିଆନାଳି ଅଞ୍ଚଳର ସୁବ୍ରତ କୁମାର ନାଥ । ତାଙ୍କ ନବ ବିବାହିତ ସ୍ତ୍ରୀଙ୍କ ଅଭିଯୋଗ ମୁତାବକ ସୁବ୍ରତ ଆମେରିକାର ଏକ ସଫ୍ଟୱେୟାର କମ୍ପାନୀର ଇଂଜିନିୟର । ସେ ଛୁଟିରେ ଓଡିଶା ଆସିଥିବା ବେଳେ ତାଙ୍କର ପରିଚୟ ହୋଇଥିଲା କଟକ ଜିଲ୍ଲା ନିଆଳି ଥାନା ଅଞ୍ଚଳର ସରୋଜିନୀଙ୍କ ସହ । ଏହି ସଂପର୍କ ବଢିଲା ଓ ପରିବାରର ସହମତି କ୍ରମେ ଉଭୟଙ୍କର ବିବାହ ୨୦୧୯ ମସିହା ମେ ୧୨ ତାରିଖରେ ସମ୍ପର୍ଣ୍ଣ ହେଲା । ବାହାଘର ପରେ ହସ ଖୁସିରେ ଚାଲିଥିଲା ସଂସାର । ଜଣାପଡିଲା ନାହଁ ସରିଗଲା ଛୁଟି ।

ଏହାପରେ ଆଉଥରେ ଆସିଲେ ସରୋଜିନୀକୁ ସାଙ୍ଗରେ ନେଇ ଆମେରିକା ଯିବାକୁ କଥା ଦେଇ ଉଡାଜାହଜରେ ଉଡି ଆମେରିକା ଚାଲିଗଲା ସୁବ୍ରତ । ଗଲା ସ୍ୱାମୀ ଆଉ ଫେରିଲା ନାହିଁ । କଥା ଦେଇଥିଲା ୨ ମାସ ପରେ ଫେରିବ । ହେଲେ ଆଜି ଯାଏ ନା ଫେରିଲା ସୁବ୍ରତ ନା ସ୍ତ୍ରୀ ସରୋଜିନୀଙ୍କ ସହ ଯୋଗା ଯୋଗ କଲା । ଏନେଇ ସରୋଜିନୀ ଚିନ୍ତାରେ ଥିବା ବେଳେ ଆରମ୍ଭ ହୋଇଗଲା ବେଡି ଉପରେ କୋରଡା ମାଡ । ଠକିଦେଲେ ସ୍ୱାମୀ , ଏପଟେ ସୁବ୍ରତଙ୍କ ମା ବୋହୂ ସରୋଜିନୀଙ୍କ ଉପରେ ଆରମ୍ଭ କରିଦେଲେ ମାନସିକ ନିର୍ଯାତନା । ‘ଗରିବ ଲୋକର ଝିଅ କେବେ ଆମେରିକା ଯାଏନି, ସ୍ୱାମୀ ସହ ତୋର ରହିବାର ଔକାତ ନାହିଁ ,’ ଏମିତି ଭାବେ ଚାଲିଥିଲା ଶାଶୁଙ୍କ ନିର୍ଯାତନା । ଏହି ନିର୍ଯାତନା ଉପରେ ଭାରିପଡିଗଲା ପୁଣି ଯେତେବେଳେ ସରୋଜିନୀ ଜାଣିଲେ ଯେ ସେ ସୁବ୍ରତଙ୍କର ପ୍ରଥମ ସ୍ତ୍ରୀ ନୁହନ୍ତିି । ଏହା ପୂର୍ବରୁ ସୁବ୍ରତ ବାହା ହୋଇଥିଲେ । ହେଲେ ସରୋଜିନୀଙ୍କ ସହ ଏକଥା କେବେ କହି ନଥିଲେ ସୁବ୍ରତ  ।

ସରୋଜିନୀଙ୍କ ଅଭିଯୋଗ ମୁତାବକ ସୁବ୍ରତ ସରୋଜିନୀଙ୍କ ଫୋନ ରିସିଭ୍ କରୁ ନାହାନ୍ତି । ଅନ୍ୟପଟେ ସୁବ୍ରତଙ୍କ ବାବଦରେ ମୁହଁ ଖୋଲିଲେ ଜୀବନରୁ ମାରିଦେବାକୁ ଧମକ ଦେଉଛନ୍ତି ଶଶୁଘର ଲୋକେ । ଏନେଇ ସୁବ୍ରତଙ୍କ ବାପା ଦେବବ୍ରତ ନାଥଙ୍କୁ ଯୋଗା ଯୋଗ କରିବା ପରେ ସେମାନେ ଏବାବଦରେ କିଛି କହିବାକୁ ମନା କରିଦେଇଛନ୍ତି । ଚାରିଆଡୁ ହତାଶ ହେବା ପରେ ପୀଡିତା ଏବେ ମହିଳା କମିଶନରେ (OSCW/CUT/E/2020/026)  ଅଭିଯୋଗ କରିଛନ୍ତି ।

କହିରଖୁ କି ଜୀବନ ଏତେ ଶସ୍ତା ନୁହେଁ । ଜୀବନକୁ ସରଶ ସୁନ୍ଦର କରିବା ପାଇଁ ଯେତିକି ଆବଶ୍ୟକ ସେତିକି ଲୋଭ କରିବା ସହ ଜୀବନ କେମିତି ସୁନ୍ଦର ଭାବେ ଚାଲିବ ତାହା ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି । ଭଲରେ ରହିବି, ଭଲ ଖାଇବି, ଦାମି ଗାଡି ଚଢିବି, ଘର ଛାଡି ଆପାର୍ଟମେଣ୍ଟରେ ରହିବି ଏଭଳି ଲୋଭ ଥରେ ମନରେ ଆସିଗଲେ ମୁଣ୍ଡରେ ସୈତାନ ସବାର ହୋଇଯାଏ । କିଛି କରିବା ପୂର୍ବରୁ ତା’ର ଭୂତ ଭବିଷ୍ୟତ ବାବଦରେ ଆମେ ସଠିକ୍ ତର୍ଜମା କରିପାରୁ ନାହୁଁ । ଏହାର କାରଣ ଅର୍ଥ ଲୋଭରେ ଅନ୍ୟସବୁ ଆମ ଅଗରେ ତୁଚ୍ଛ ଜଣାପଡେ। ଯାହାର କୁପରିଣତି ଠିକ୍ ସରୋଜିନୀର ଜୀବନରେ ଘଟିବା ଭଳି ଘଟେ ।

from Kanak News
via <a href="https://ifttt.com/?

ବ୍ରିଟେନ ଫେରନ୍ତାଙ୍କ ନମୂନାରେ ଷ୍ଟ୍ରେନ୍ ଅଛି ନାହିଁ ? ପରୀକ୍ଷା ପାଇଁ ସାମ୍ପଲ ପଠାଗଲା ପୁଣେ ।

କନକ ବ୍ୟୁରୋ: ଓଡ଼ିଶାରେ ବ୍ରିଟେନର ନୂଆ ଷ୍ଟ୍ରେନ ଚିହ୍ନଟ ପାଇଁ ଏନଆଇଭି ପୁନେ ପଠାଗଲା ବ୍ରିଟେନ ଫେରନ୍ତା ଯୁବକଙ୍କ ସାମ୍ପୁଲ । ଏନେଇ ସୂଚନା ଦେଇଛନ୍ତି ଆଇଏଲଏସର ନିର୍ଦ୍ଦେଶକ ଅଜୟ ପରିଡ଼ା । ପୁନେରେ ଜିନମ ସିକ୍ୟୁଏନ୍ସ ପରେ ଜଣାପଡ଼ିବ ଓଡ଼ିଶାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ଠାରେ ନୂଆ ଷ୍ଟ୍ରେନ ଅଛି କି ନାହିଁଁ ।

ସେହିପରି ବ୍ରିଟେନର ନୂଆ କରୋନା ଷ୍ଟ୍ରେନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଡିଏମଇଟି ସିବିକେ ମହାନ୍ତି । ୟୁକେ ଫେରନ୍ତାଙ୍କ ଉପରେ ନଜର ରଖାଯାଇଛି । ଷ୍ଟ୍ରେନ ସମ୍ପର୍କରେ ଅନୁଧ୍ୟାନ ଚାଲିଛି । ସେ କହିଛନ୍ତି କିନ୍ତୁ ଏହାକୁ ଦ୍ୱିତୀୟ ୱେବ୍ କୁହାଯାଇପାରିବ ନାହିଁ । ଏସବୁ ଭିତରେ ବ୍ରିଟେନ ଫେରନ୍ତା ଯୁବକଙ୍କ ସହ ଯେଉଁମାନେ ସଂସ୍ପର୍ଶରେ ଆସିଥିଲେ ସେମାନଙ୍କ ରିପୋର୍ଟ ନେଗେଟିଭ ଆସିଥିବା ସୂଚନା ଦେଇଛନ୍ତି ବିଏମସି କମିଶନର । ତେଣୁ କିଛି ଭୟ କରିବାର ନାହିଁ ବୋଲି ସେ କହିଛନ୍ତି ।

from Kanak News
via <a href="https://ifttt.com/?

ଅଜିତ୍ ଅଗରକର ହେବେ ବିସିସିଆଇ ଚୟନ କମିଟିର ମୁଖ୍ୟ । କମିଟିର ତାଲିକାରେ ପ୍ରକାଶ ପାଇଲା ନାମ । ଓଡିଶାରୁ ଶିବସୁନ୍ଦର ଦାସ ବି ହୋଇପାରନ୍ତି ସାମିଲ

କନକ ବ୍ୟୁରୋ : ଭାରତୀୟ ଟିମ୍ ର ନୂଆ ଚୟନକର୍ତ୍ତା ଚୟନ ପ୍ରକ୍ରିୟା ଏବେ ଶେଷ ପର୍ଯ୍ୟାୟରେ ପହଂଚିଛି । ବିସିସିଆଇର ପୂର୍ବ କ୍ରିକେଟର ଅଜିତ ଅଗରକରଙ୍କ ସମେତ ୫ ପୂର୍ବତନ ଖେଳାଳୀଙକ ନାମ ସିଲେକ୍ସନ କମିଟି ପାଇଁ ଚୟନ କରାଯାଇଛି । ବିସିସିଆଇ ଅଗରକରଙ୍କ ବ୍ୟତିତ ଚେତନ ଶର୍ମା, ମନିନ୍ଦର ସିଂ, ନୟମ ମୋଙ୍ଗିଆ ଓ ଏସ୍.ଏସ. ଦାସଙ୍କ ନାମ କୁ ସର୍ଟଲିଷ୍ଟ କରିଛି ।

କହିରଖୁ କି ଏହି ପଦ ପାଇଁ ଅଗରକରଙ୍କ ସମେତ ମୋଟ ୧୧ ଜଣ ପୂର୍ବତନ ଖେଳାଳି ଆବେଦନ କରିଥିଲେ । ଯାହାଙ୍କ ମଧ୍ୟରୁ ପଶ୍ଚିମ ଜୋନରେ ଅଜିତ ଅଗରକର, ଅଭୟ କୁଷବିର୍ଲା ଓ ନୟନ ମୋଙ୍ଗିଆ ଆବେଦନ କରିଥିଲେ । ସେହିଭଳି ଭତର ଜୋନରୁ ଚେତନ ଶର୍ମା, ମନିନ୍ଦର ସିଂ, ବିଜୟ ଡାହିୟା, ଅଜୟ ରାତ୍ରା, ଓ ନିଖିଲ ଚୋପ୍ରା ନାମାଙ୍କନ ଭରିଥିଲେ । ପୂର୍ବ ଜୋନରୁ ଶିବସୁନ୍ଦର ଦାସ, ଦେବାଶିଷ ମହାନ୍ତି ଓ ରାଣାଦେବ ବୋଷ ଆବେଦନ କରିଥିଲେ । ଏହି ୧୧ ଜଣଙ୍କ ମଧ୍ୟରୁ ୫ ଜଣଙ୍କ ନାମ ସିଏସି ସିଲେକ୍ସନ କମିଟିକୁ ପଠାଇଥିଲା । ଯାହାଙ୍କ ମଧ୍ୟରେ ଅଗରକର, ଚେତନ ଶର୍ମା,ମନିନ୍ଦର ସିଂ, ନୟନ ମୋଙ୍ଗିଆ ଓ ଶିବସୁନ୍ଦର ଦାସଙ୍କ ନାମ ସାମିଲ ଅଛି ।

ବିସିସିଆଇର ନୂଆ ସମ୍ବିଧାନ ମୁତାବକ ସବୁଠାରୁ ଅଧିକ ଟେଷ୍ଟ ମ୍ୟାଚ୍ ଖେଳିଥିବା ଖେଳାଳୀ ହିଁ ମୁଖ୍ୟ ଚୟନକର୍ତ୍ତା ପଦରେ ଉପସ୍ଥାପିତ ହୋଇପାରିବ । ତେଣୁ ଆବେଦନ କରିଥିବା ୧୧ ଜଣ କ୍ରିକେଟରଙ୍କ ମଧ୍ୟରୁ ଅଜିତ ଅଗରକର ସବୁଠାରୁ ଅଧିକ ୨୬ ଟି ଟେଷ୍ଟମ୍ୟାଚ୍ ଖେଳି ସାରିଛନ୍ତି । ଏହା ବ୍ୟତିତ ଅଗରକର ଭାରତ ପାଇଁ ୧୯୧ ଟି ଏକଦିବସୀୟ ମ୍ୟାଚ୍ ବି ଖେଳିଛନ୍ତି । ତେଣୁ ସେ ମୁଖ୍ୟ ଚୟନକର୍ତ୍ତା ପଦବିରେ ବସିବା ପାଇଁ ସବୁଠାରୁ ବଡ ଦାବିଦାର ଭାବେ ଉଭା ହୋଇଛନ୍ତି । ଏନେଇ ମଦନ ଲାଲଙ୍କ ଅଧ୍ୟକ୍ଷତାରେ ଚାଲିଥିବା କ୍ରିକେଟ ଉପଦେଷ୍ଟା କମିଟି ୫ ଜଣଙ୍କ ନାମ ସର୍ଟଲିଷ୍ଟ କରିଛି । ଏହା ପରେ ସର୍ଟଲିଷ୍ଟରେ ଥିବା ୫ ଜଣଙ୍କର ଇଣ୍ଟରଭ୍ୟୁ ହେବ । ଯାହାଙ୍କ ମଧ୍ୟରୁ ୩ ଜଣଙ୍କୁ ଚୟନ କରାଯିବ ।

କହିରଖୁ କି ବର୍ତ୍ତମାନ ବିସିସିଆଇର ଚୟନ କମିଟିରେ ସଦସ୍ୟ ଥିବା ଜତିନ ପରାଞ୍ଜୟ, ଦେବାଙ୍ଗ ଗାନ୍ଧୀ ଓ ଶରଣଦୀପ ସିଂଙ୍କର କାର୍ଯ୍ୟକାଳ ସମାପ୍ତ ହୋଇଛି । ତାଙ୍କ ସ୍ଥାନରେ ପଶ୍ଚିମ ଜୋନରୁ ଅଜିତ ଅଗରକର ଓ ପୂର୍ବ ଜୋନରୁ ଶିବସୁନ୍ଦର ଦାସଙ୍କୁ ଅବସ୍ଥାପିତ କରାଯାଇପାରେ । ଏହି ଚୟନ କମିଟି ଇଂଲଣ୍ଡ ବିରୋଧରେ ହେବାକୁ ଥିବା ଘରୋଇ ମ୍ୟାଚ୍ ପୂର୍ବରୁ ତାଙ୍କର କାମ ଆରମ୍ଭ କରିବେ ବୋଲି ସୂଚନା ମିଳିଛି ।

from Kanak News
via <a href="https://ifttt.com/?

ଓଡିଶା- ଆନ୍ଧ୍ର ସୀମା ବିବାଦ ବୈଠକରୁ ବାହାରିଲାନି ସମାଧାନ । ଆଲୋଚନା ବେଳେ ଚକମା ଦେଖାଇଲେ ଆନ୍ଧ୍ର ଅଧିକାରୀ, ଦ୍ୱିତୀୟ ରାଉଣ୍ଡ ବୈଠକରୁ ଉଠିଗଲା ଆନ୍ଧ୍ର ।

କନକ ବ୍ୟୁରୋ : ଚାଲ୍ ଖେଳୁଛନ୍ତି ଆନ୍ଧ୍ର ସରକାର । ସୀମା ବିବାଦ ନେଇ ଓଡିଶା- ଆନ୍ଧ୍ର ସୀମା ନିର୍ଦ୍ଧାରଣର ଚୁକ୍ତିନାମାରୁ ଓହରି ଯାଇଛି ଆନ୍ଧ୍ର । ଏହା ସହିତ ଅଧାବାଟରେ ରହିଗଲା ବିବାଦର ସମାଧାନ । ଦୀର୍ଘ ଦିନ ଧରି ଲାଗି ରହିଥିବା ଓଡିଶା-ଆନ୍ଧ୍ର ସୀମା ବିବାଦ ତୁଟିବାକୁ ଯାଉଥିବା ବେଳେ ପୁଣି ଅଧାରେ ଅଟକି ଯାଇଛି । ଫଳାଫଳ ପାଇଁ ପୁଣି ଅପେକ୍ଷା ଆଗାମୀ ବୈଠକକୁ ।

ଅଧାରେ ଅଟକିଲା ସୀମା ବିବାଦର ସମାଧାନ । ଓଡିଶା ସହ ଚୁକ୍ତିନାମାରୁ ଓହରିଗଲା ଆନ୍ଧ୍ର । କୋରାପୁଟ ଜିଲ୍ଲାର ସମ୍ବାଇ ପଞ୍ଚାୟତରେ ସୀମାନ୍ତକୁ ନେଇ ଆନ୍ଧ୍ର ଓଡ଼ିଶା ମଧ୍ୟରେ ବହୁ ଦିନରୁ ଲାଗି ରହିଛି ସୀମା ବିବାଦ । ଏହାର ସମାଧାନ ପାଇଁ ଗତ ୩ ତାରିଖରେ ଉଭୟ ରାଜ୍ୟର ସ୍ଥାନୀୟ ଅଚଂଳର ଅଧିକାରୀ ସମ୍ବାଇରେ ବୈଠକ କରି ସାମାଧାନର ବାଟ ଖୋଜିଥିଲେ । ମାଡ଼୍ରାସ ପ୍ରେସିଡ଼େନସି ଶାସନ କାଳର ନକ୍ସା ଅନୁସାରେ ୧୯୬୩ ମସିହାରେ ସେଟେଲମେଣ୍ଟ ଦ୍ୱାରା ପ୍ରସ୍ତୁତ ହୋଇଥିବା ନକ୍ସାକୁ ଉଭୟ ରାଜ୍ୟ ମାନିଥିଲେ । ସେହି ଆଧାରରେ ଦ୍ୱିତୀୟ ବୈଠକ ଚାଲିଥିବା ବେଳେ ହଠାତ୍ ପଛକୁ ହଟିଛି ଆନ୍ଧ୍ର । ତେବେ ବୈଠକରେ ସୀମା ଚିହ୍ନଟ ପାଇଁ ୩ ଟି ପଥରକୁ ଆନ୍ଧ୍ର ଗ୍ରହଣ କରିଥିବା ଜଣାପଡିଛି ।

ଆନ୍ଧ୍ର ପ୍ରଦେଶ ଏବଂ ଓଡିଶା ମଧ୍ୟରେ ମୋଟ୍ ୬ଟି ପଥରକୁ ସୀମାର ଲ୍ୟାଣ୍ଡମାର୍କ ଭାବେ ଗ୍ରହଣ କରାଯିବାକୁ ଦୁଇ ରାଜ୍ୟ ମଧ୍ୟରେ ଆଲୋଚନା ଚାଲିଛି । ତେବେ ଆନ୍ଧ୍ର ନିଜର ଜବର ଦଖଲକୁ ନେଇ ଥିବା ଜମି ଓଡ଼ିଶା ମାଟିର ବୋଲି ନକ୍ସା ଯାଞ୍ଚରୁ ସ୍ପଷ୍ଟ ହେବା ପରେ ଆନ୍ଧ୍ର ଅଧିକାରୀ ଏହାକୁ ମାନିଥିବା ବୈଠକରୁ ସୂଚନା ମିଳିଛି । ତେବେ ଏନେଇ ସମାଧାନ ପାଇଁ ପୁଣି ଏକ ବୈଠକ କରିବାକୁ ଯୁକ୍ତି ବାଢିଛି ଆନ୍ଧ୍ର । ପ୍ରଶାସନିକ ଆଲୋଚନା ଜରିଆରେ ଆନ୍ଧ୍ର ଓଡିଶା ମଧ୍ୟରେ ସୀମା ବିବାଦରେ ପୂର୍ଣ୍ଣଛେଦ ଟାଣିବାକୁ ଦୁଇ ରାଜ୍ୟ ଉଦ୍ୟମ ଚଳାଇଛନ୍ତି ।

from Kanak News
via <a href="https://ifttt.com/?

ଶୀତ ବଢୁଛି, ମଙ୍ଗଳାଯୋଡିରେ ବିଦେଶାଗତ ପକ୍ଷୀଙ୍କ ଭିଡ ଜମୁଛି । ପ୍ରତିବର୍ଷ ୨୦୦ରୁ ଅଧିକ ପ୍ରଜାତିର ପକ୍ଷୀଙ୍କ ହୁଏ ଆଗମନ, ଏଥର କରୋନା ପାଇଁ ଖାଁ ଖାଁ ପକ୍ଷୀ ଅଭୟାରଣ୍ୟ ।

କନକ ବ୍ୟୁରୋ : ଶୀତ ଆଗମନ ସହିତ ଆସିଛି ପର୍ଯ୍ୟଟନ ଋତୁ । ହେଲେ ଏଥର କରୋନା କଟକଣା କାରଣରୁ ଫିକା ପଡିଛି ଖୋର୍ଦ୍ଧା ଜିଲ୍ଲାର ପ୍ରସିଦ୍ଧ ପକ୍ଷୀ ଅଭୟାରଣ୍ୟ ମଙ୍ଗଳା ଯୋଡି । ଶୀତ ଆସିବା ସହିତ ପକ୍ଷୀଙ୍କ କଳରବରେ କମ୍ପି ଉଠୁଛି ମଙ୍ଗଳା ଯୋଡି । ହେଲେ ପର୍ଯ୍ୟଟକ ନଥିବାରୁ ମଙ୍ଗଳା ଯୋଡି ଲାଗୁଛି ଖାଁ ଖାଁ ।

ଖୋର୍ଦ୍ଧା ଜିଲା ଟାଙ୍ଗି ନିକଟ ମଙ୍ଗଳାଯୋଡି ପକ୍ଷୀ ଅଭୟାରଣ୍ୟ । ଶୀତ ଆଗମନ ସହ ବିଭିନ୍ନ ଦେଶରୁ ବିଭିନ୍ନ ପ୍ରଜାତିର ପକ୍ଷୀ ଛୁଟି ଆସନ୍ତି ଏଠାକୁ । ଏଥର ଶୀତ ଆଗମନ ସହିତ ମଙ୍ଗଳା ଯୋଡିରେ ଦେଖା ଦେଇଛି ବିଦେଶାଗତ ପକ୍ଷୀଙ୍କ ଭିଡ । ପକ୍ଷୀ ସୁରକ୍ଷାକୁ ନେଇ ପକ୍ଷୀ ସୁରକ୍ଷା କମିଟିର ସଦସ୍ୟ ନିଜ ନିଜର ଡଙ୍ଗା ପ୍ରସ୍ତୁତିରେ ଲାଗିଛନ୍ତି । କଟକଣା ଭିତରେ ପର୍ୟ୍ୟଟକଙ୍କୁ ମଙ୍ଗଳାଯୋଡି ବୁଲାଇ ନେବାକୁ ପ୍ରସ୍ତୁତି ଚଳାଇଛନ୍ତି ।

ବର୍ତମାନ ମଙ୍ଗଳାଯୋଡିରେ ପାଖାପାଖି ୮୦ ରୁ ୧୦୦ ପ୍ରଜାତିର ବିଦେଶାଗତ ପକ୍ଷୀଙ୍କ ଆଗମନ ହୋଇ ସାରିଲାଣି । ପ୍ରାୟ ୨ ରୁ ୩ ମାସ ରହଣୀ ହେବ ଏ ପକ୍ଷୀ ମାନଙ୍କର । ସମୟ ବଢିବା ସହ ବିଭିନ୍ନ ପ୍ରଜାତିର ପକ୍ଷୀଙ୍କ ଆଗମନ ବି ଆହୁରି ବଢିବ । କରୋନା କଟକଣା କିଛିଟା କୋହଳ କଲେ ପର୍ଯ୍ୟଟକଙ୍କୁ ମଙ୍ଗଳା ଯୋଡି ବୁଲାଇ ଦି ପଇସା ରୋଜଗାର କରୁଥିବା ନାଉରିଆ ମାନେ ଉପକୃତ ହେବେ ବୋଲି ପ୍ରଶାସନକୁ ନିବେଦନ କରିଛନ୍ତି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started