ଜଣେ ଦିବ୍ୟାଙ୍ଗ ସଫଳ ଚାଷୀଙ୍କ କାହାଣୀ । ଦିବ୍ୟାଙ୍ଗ ହୋଇବି ଜମିରେ ଫଳାଉଛନ୍ତି ସୁନାର ଫସଲ, ୨୦ ପରିବାରକୁ ଯୋଗାଉଛନ୍ତି ରୋଜଗାର ।

କନକ ବ୍ୟୁରୋ : ଦୃଢ ଇଛାଶକ୍ତି ବଳରେ ମଣିଷ ଅସମ୍ଭବକୁ ସମ୍ଭବ କରିପାରେ । ଏହାର ଉଦାହରଣ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲାରେ । ବର୍ତମାନ ସମସ୍ତେ ଚାକିରୀ ପଛରେ ଗୋଡାଉଥିବା ବେଳେ ଜଣେ ଦିବ୍ୟାଙ୍ଗ ଯୁବକ ଚାଷ କରିବାକୁ ମନ ବଳାଇ ସଫଳ ବି ହୋଇଛନ୍ତି । ଜନ୍ମରୁ ଦିବ୍ୟାଙ୍ଗ ଥିବା ଯୁବକ ଜଣକ ନିଜସ୍ୱ ଉଦ୍ୟମରେ ଟମାଟୋ ଚାଷ କରି ସଫଳତା ପାଇଛନ୍ତି । ଏପରି ଗାଁର ୨୦ଟି ପରିବାରକୁ ସେ ରୋଜଗାର ମଧ୍ୟ ଯୋଗାଇ ଦେଇଛନ୍ତି ।

ସବୁଜିମାରେ ହସୁଛି ଫସଲ । ୫ଏକର ଜମିରେ ଟମାଟୋ ଚାଷ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ବ୍ଲକ କଟାବାହାଳ ଗାଁର ଦିବ୍ୟାଙ୍ଗ ଯୁବକ ବିଭୂତି ପ୍ରଧାନ । ଜନ୍ମରୁ ହାତ ପାପୁଲି ନଥିବା ବେଳେ ଅର୍ଥ ଅଭାବରୁ ପାଠ ପଢାରେ ଡୋରି ବାନ୍ଧି ରୋଜଗାର ପାଇଁ ବାଙ୍ଗାଲୋର ଯାଇଥିଲେ । ସେଠିକାର କୃଷି ପଦ୍ଧତି ଓ କୃଷକଙ୍କ ରୋଜଗାର ଦେଖି ଚାଷ ପ୍ରତି ଆଗ୍ରହୀ ହୋଇଥିଲେ ବିଭୂତି । ଗାଁ ଆସିବା ପରେ ନିଜସ୍ୱ ଉଦ୍ୟମରେ ଆରମ୍ଭ କରିଛନ୍ତି ଚାଷ ।

ବାଙ୍ଗାଲୋରରୁ ଫେରିବା ପରେ ନିଜ ଉଦ୍ୟମରେ ୫ ଏକର ଜମିରେ ଟମାଟୋ ଚାଷ କରିଛନ୍ତି । ପ୍ରାୟ ଅଢେଇ ଲକ୍ଷ ଟଙ୍କା ବିନିଯୋଗ କରି ଟମାଟୋ ଚାଷ କରିଛନ୍ତି ବିଭୁତି । ଏଥିରେ ଗାଁର ୨୦ଟି ପରିବାର ରୋଜଗାର ପାଇଥିବା ବେଳେ ବାର୍ଷିକ ହାରାହାରି ୫ରୁ ୭ ଲକ୍ଷ ଟଙ୍କା ରୋଜଗାର କରିବାକୁ ବିଭୁତି ଲକ୍ଷ୍ୟ ରଖିଛନ୍ତି । ଦିବ୍ୟାଙ୍ଗ ସତ୍ୱେ ନିଜସ୍ୱ ଉଦ୍ୟମରେ ଚାଷ କରି ନିଜେ ଆତ୍ମନିର୍ଭରଶୀଳ ହେବା ସହ ୨୦ ପରିବାରକୁ ରୋଜଗାର ଯୋଗାଇ ପାରିଛନ୍ତି ଢେଙ୍କାନାଳର ବିଭୁତି ପ୍ରଧାନ ।

from Kanak News
via <a href="https://ifttt.com/?

ଜାଡ ମୁହଁରୁ ନିରାଶ୍ରୟୀଙ୍କ ଜୀବନ ବଞ୍ଚାଇବାକୁ ନୂଆ ପ୍ରୟାସ । ଶୀତବସ୍ତ୍ର ଦେବାକୁ ଆରମ୍ଭ ହେଲା ‘ଥିଲେ ଦିଅନ୍ତୁ, ନଥିଲେ ନିଅନ୍ତୁ…’ ଅଭିଯାନ ।

କନକ ବ୍ୟୁରୋ: ସଞ୍ଜ ନଇଁଲେ ମାଡି ଆସୁଛି ଶୀତ । ଦିନ ଗଡିଗଲେ ବାଘ ପରି ଡରାଉଛି ଡିସେମ୍ବରର ଶୀତ । ଶୀତ ଥରେଇ ଦେଉଛି, ଶୀତ ଡରେଇ ଦେଉଛି । କାଲୁଆ ପବନରେ କାନପାଟି କଞ୍ଚାପାଣି ହୋଇଯାଉଥିବା ବେଳେ ଜାଡ ଯନ୍ତ୍ରଣା ଜୀବନକୁ ଅସ୍ତବ୍ୟସ୍ତ କରୁଛି । ରାତି ଟିକେ ବଢିବା କ୍ଷଣି ଗାଁଠୁ ସହର ଯାଏଁ ଜାରି ହେଉଛି ଶୀତର ୧୪୪, ଲାଗୁଛି କୁହୁଡିର କର୍ଫ୍ୟୁ…

ପ୍ରବଳ ଶୀତ ପାଇଁ ରାସ୍ତା ଘାଟ ପୂରା ଶୂନଶାନ । ଶୀତ ଦାଉରୁ ରକ୍ଷା ପାଇବାକୁ ସମସ୍ତେ ଘରକୁ ଧାଉଁଥିବା ବେଳେ ଶୀତରେ ଥରିଥରି ରାସ୍ତାକଡେ ରାତି କାଟନ୍ତି ଅସହାୟ, ନିରାଶ୍ରୟୀ । ଶୀତ ସିନା ଥିଲା ବାଲାଙ୍କ ପାଇଁ ସଉସର ଋତୁ ହେଲେ ନଥିଲା ବାଲାଙ୍କ ପାଇଁ ଏକ ଅଭିଶାପ । ଗୋଟେ ଜଞ୍ଜାଳର ଋତୁ । ଥରେ ଭାବିଲେ ଅଧ ରାତିରେ ଯେବେ ଶୀତ ତାଣ୍ଡବନୃତ୍ୟୁ କରୁଥିବ, ରାତି ସହ ତାଳ ଦେଇ କାୟା ମେଲାଉଥିବ । ସେତେବେଳେ କେମିତି ବଞ୍ଚୁଥିବେ ଏ ଅସହାୟ ବ୍ୟକ୍ତି । ବିନା ଛାତରେ, ବିନା ଘରେ, ରାସ୍ତାକଡରେ, ରେଳ ଷ୍ଟେସନରେ, ବସଷ୍ଟାଣ୍ଡରେ , କାହା ଦାଣ୍ଡ ପିଣ୍ଡାରେ ହେଉ କି ବ୍ରିଜ ତଳେ କାଙ୍କୁରିକୁଙ୍କୁରି ହୋଇ ରାତି କାଟୁଥିବେ । ନିଆଁ ଜାଳି ସିନା କିଛି କ୍ଷଣ ପାଇଁ ଶୀତର କବଜାରୁ ବର୍ତ୍ତିହେବ ହେଲେ ନିଆଁ ଲିଭିଗଲେ ବଞ୍ଚିହେବ ତ ଶୀତର ଶକ୍ତ ଚାବୁକ ମାଡରୁ…

ଗରିବ, ଅସହାୟଙ୍କ ଏହି ଦୁଃଖ ଦେଖି, କଷ୍ଟକୁ ଅନୁଭବ କରି ଅନୁଗୁଳରେ ଆରମ୍ଭ ହୋଇଛି ଏକ ନୂଆ ପ୍ରୟାସ । ଉଦ୍ୟମ ଫାଉଣ୍ଡେସନ ପକ୍ଷରୁ ଶୀତବସ୍ତ୍ର ଦେବାକୁ ନୂଆ ଏକ ଅଭିଯାନ ଆରମ୍ଭ ହୋଇଛି । ଯାହାର ଉଦେଶ୍ୟ ରହିଛି ‘ଥିଲେ ଦିଅନ୍ତୁ, ନଥିଲେ ନିଅନ୍ତୁ…’ । ଶୀତବସ୍ତ୍ରଟିଏ କିଣିବାକୁ ଯିଏ ଅସମର୍ଥ, ଯାହା ପାଖରେ ଟଙ୍କାଟିଏ ନାହିଁ ସେଭଳି ଲୋକଙ୍କୁ ଶୀତ ବସ୍ତ୍ର ଦେବାକୁ ଏଭଳି ନିଆରା ଉଦ୍ୟମ କରିଛନ୍ତି ଉଦ୍ୟମ ସ୍ୱେଚ୍ଛାସେବୀ ସଙ୍ଗଠନର ଯୁବକ ।

ତେବେ ଯେଉଁମାନଙ୍କ ପାଖରେ ପୁରୁଣା ସ୍ୱେଟର, ପୁରୁଣା ଚଦର କିମ୍ବା କମ୍ବଳ ଯଦି ଅଛି ସେମାନେ ତାକୁ ସଫା କରି ଉଦ୍ୟମ ଫାଉଣ୍ଡେସନକୁ ଦେଲେ ସେମାନେ ଗରିବ ଅସହାୟ ବ୍ୟକ୍ତି ଓ ଯାଯାବରଙ୍କୁ ଦାନ କରି ଶୀତ ଦାଉରୁ କିଛି ମାତ୍ରାରେ ରକ୍ଷା କରିପାରନ୍ତେ । ଅନୁଗୁଳ ବସଷ୍ଟାଣ୍ଡ ନିକଟରେ ଏହି କ୍ୟାମ୍ପ ଖୋଲାଯାଇଥିବା ବେଳେ ଅନେକ ଅସହାୟ ଦରକାରୀ ବସ୍ତ୍ର ନେଇ ଶୀତରୁ ରକ୍ଷା ପାଉଛନ୍ତି ।

ଶୀତକୁ ସ୍ୱେଟର ପିନ୍ଧାଇ ଗରିବ ମୁହଁରେ ହସ ଫୁଟାଇବାକୁ ଯୁବପିଢିଙ୍କ ଏ ନିଆରା ଉଦ୍ୟମକୁ ଚାରିଆଡୁ ପ୍ରଶଂସା ମିଳିଛି । ତେବେ ଆସନ୍ତୁ ସେମାନଙ୍କ ପରି ଆମେ ବି ଶପଥ ନେବା, ଶୀତ ଦାଉରୁ ଅସହାୟଙ୍କୁ ରକ୍ଷା କରିବା…

from Kanak News
via <a href="https://ifttt.com/?

ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ ଖୁଲାସା : ଏସଆଇଟି ବିଷୟରେ ଗୁଗୁଲରେ ସର୍ଚ୍ଚ କରିଥିଲା ଅଭିଯୁକ୍ତ ସରୋଜ 

କନକ ବ୍ୟୁରୋ : ଆଜି ଏସଆଇଟି କରିଛି ବଡ ଖୁଲାସା । ‘ପରୀ’ ହତ୍ୟାକାଣ୍ଡକୁ ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା । ସରୋଜ ଜେରା ବେଳେ କେତେ ବେଳେ ରାଗି ଯାଉଥିବା କହିଛନ୍ତି ଅରୁଣ ବୋଥ୍ରା । ଏହାସହିତ ପରୀ ହତ୍ୟାର ତଦନ୍ତ ନେଇ ଏସଆଇଟି ଗଠନ ପରେ, ହତ୍ୟାକାରୀ ସରୋଜ ତାର ମୋବାଇଲରେ ଏସଆଇଟି ନେଇ ଗୁଗୁଲରେ କରିଥିଲା ସର୍ଚ୍ଚ ଓ ପରେ ସର୍ଚ୍ଚ ହିଷ୍ଟ୍ରିରୁ ଏହାକୁ ଡିଲିଟ୍ କରିଦେଇଥିଲା । ସେପଟେ ପୁରା ହତ୍ୟା ଘଟଣାର ସିନ୍ ରି କ୍ରିଏସନ୍ ପରେ ବି ସରୋଜ ପରୀକୁ ହତ୍ୟା କରିଥିବା କଥାକୁ ଗ୍ରହଣ କରିପାରୁନାହାନ୍ତି ପରିବାର ଲୋକ । ପୁରା ଘଟଣାକୁ ମିଥ୍ୟା ବୋଲି ଏବେ ବି ସରୋଜର ପରିବାର ଲୋକ କହୁଛନ୍ତି ।

ଆଜି ଏସଆଇଟି ଟିମ୍ କୁ ଡେମୋ ଦେଖାଇଛି ନାବାଳିକା ପରୀ ହତ୍ୟାକାରୀ ସରୋଜ ସେଠୀ । ଆଜି ସେଥିପାଇଁ ଯଦୁପୁରକୁ ସରୋଜ କୁ ନେଇ ଯାଇଥିଲା ଏସଆଇଟି ଟିମ୍ । ଏହି ସମୟରେ ଏସଆଇଟି ଟିମ୍ , ଆଗରେ ନିଜ ଘରେ , କପରି ପରୀକୁ ହତ୍ୟା କଲା , ପୁରି ମର୍ଡର ସିନ୍ ରି କ୍ରିଏଟ୍ କରିଛି ସରୋଜ ସେଠୀ । ପରୀ ହତ୍ୟା ଦିନ କେମିତି ପରୀ ସହ ହତ୍ୟାକାଣ୍ଡ ଘଟାଇଥିଲା, କେଉଁ ସ୍ଥାନରେ ପରୀ ସହ ସେ ଘଟାଇଥିଲା ଏହି ଜଘନ୍ୟ କାଣ୍ଡ , କେମିତି କଲା ହତ୍ୟା , ହତ୍ୟା ପରେ କଣ କଣ କଲା ସବୁକୁ ଏସଆଇଟି ଟିମ୍ ଆଗରେ ଦେଖାଇଥିବା ସୂଚନା ଦେଇଛି ଏସଆଇଟି ।

ଏହା ସହିତ ଏସଆଇଟି ଟିମ୍ ଶବ ଫିଙ୍ଗା ଯାଇଥିବା ସ୍ଥାନକୁ ସରୋଜ ଯିବା ସହିତ କେମିତି ପୋଖରୀ ନିକଟ ବୁଦାରେ ଶବ ଫିଙ୍ଗିଥିଲା ତାହା ବି ଦେଖାଇଥିବା ଜଣାପଡିଛି । ଆଗରୁ ସରୋଜ ସେଠୀକୁ ହିଁ ପରୀର ହତ୍ୟାକାରୀ ବୋଲି ଏସଆଇଟି ଟିମ୍ ସ୍ପଷ୍ଟ କରିଥିଲା । ଆଜି ସରୋଜ ସେଠୀ ମର୍ଡର ସିନ୍ ଡେମୋ ଦେଖାଇଛି । ସମୟ ବଢିବା ସହିତ ତଦନ୍ତକାରୀ ଟିମ୍ ଏସଆଇଟି ହାତରେ ପରୀ ହତ୍ୟାକୁ ନେଇ ଗୋଟିଏ ପରେ ଗୋଟିଏ ତଥ୍ୟ ଲାଗୁଛି ।

ପୂର୍ବରୁ ପରୀର ହତ୍ୟା ପରେ ତା ଲେଗିଙ୍ଗସକୁ ସେ ଗାଁ ପୋଖରୀକୁ ଫିଙ୍ଗିଥିଲା । ଯାହାକୁ ଯଦୁପୁର ଗାଁ ପୋଖରୀ ଶୁଖାଇ ଉଦ୍ଧାର କରି ସାରିଛି ଏସଆଇଟି ଟିମ୍ । ତେବେ ପରୀକୁ ହତ୍ୟା ସମୟରେ ପରୀ ନାକରୁ ରକ୍ତ ବାହାରିଥିଲା , ଯାହାକୁ ସେ ଟାୱେଲରେ ପୋଛିଥିଲା । ତାହାକୁ ମଧ୍ୟ ଉଦ୍ଧାର କରି ସାରିଥିଲା ଏସଆଇଟି ଟିମ୍ । ଏହାକୁ ଅଧିକ ତଦନ୍ତ ପାଇଁ ପଠା ଯାଇଛି । ଆଉ ଏହାରି ଭିତରେ ସରୋଜ ଆଜି ଏସଆଇଟି ଟିମକୁ ଡେମୋ ଦେଖାଇଛି ।

from Kanak News
via <a href="https://ifttt.com/?

ଉଗ୍ରରୂପ ନେଉଛି ଚାଷୀ ଆନ୍ଦୋଳନ । ହରିଆଣା ମନ୍ତ୍ରୀଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ହେଲିପ୍ୟାଡ ଖୋଳି କଲେ ଶକ୍ତି ପ୍ରଦର୍ଶନ

କନକ ବ୍ୟୁରୋ : ଆଜିକୁ ପୁରା ଗୋଟିଏ ମାସ ପୁରିଗଲା । ବିଯୁକ୍ତ ତାପମାତ୍ରା, ଖୋଲା ଆକାଶ, ତଳେ ଜୀବନ ବିତାଉଛନ୍ତି ଲକ୍ଷ ଲକ୍ଷ ଅର୍ଣ୍ଣଦାତା । ନିଜର ଅଧିକାର, କୃଷକ ମାନଙ୍କର ସ୍ୱାର୍ଥ ଓ ଦେଶହିତରେ ସରକାର ପାରିତ କରିଥିବା ୩ କଳା ଆଇନକୁ ସମ୍ପୁର୍ଣ୍ଣ ପ୍ରତ୍ୟାହାର କରିବାକୁ ସେମାନେ ଏବେ ବି ଜିଦ୍ ରେ ଅଟଳ । ହେଲେ ସରକାର କୃଷକ ମାନଙ୍କ ସହିତ ଖେଳୁଛନ୍ତି ଲୁଚକାଳି । କେବେ ଆଲୋଚନାକୁ ଡାକୁଛନ୍ତି ତ କେବେ ଚିଠି ପଠାଉଛନ୍ତି । ହେଲେ ଏହା କୃଷକ ମାନଙ୍କ ଦ୍ୱାରା ଗ୍ରହଣୀୟ ହୋଇପାରୁ ନାହିଁ । କୃଷକଙ୍କର ଗୋଟିଏ ଜିଦ୍ ସଂଶୋଧନ ନୁହେଁ ଆଇନର ସମ୍ପୁର୍ଣ୍ଣ ପ୍ରତ୍ୟାହାର କରାଯାଉ ।

ଏହାରି ମଧ୍ୟରେ ଏନଡିଏ ସରକାରର ଅନେକ ନେତା ମନ୍ତ୍ରୀ କୃଷକ ମାନଙ୍କୁ ଅର୍ବାନ ନକ୍ସଲ, ଦେଶଦ୍ରୋହୀ, ଟୁକଡେ ଟୁକଡେ ଗ୍ୟାଙ୍ଗ, ଖଲିସ୍ତାନୀ ବୋଲି କହୁଥିବା ବେଳେ ଏହା ଉପରେ କୃଷକ ନେତା ମାନେ କିଛି ପ୍ରତିକ୍ରିୟା ଦେବା ପରିବର୍ତ୍ତେ ଆଜି ଏକ କାମରେ କରି ଦେଖାଇଛନ୍ତି ।
କୃଷି କାନୁନକୁ ନେଇ ହରିଆଣା ସରକାରରେ ଉପମୁଖ୍ୟମନ୍ତ୍ରୀ ଥିବା ଦୁଷ୍ମନ୍ତ ଚୌତାଲା ଆରମ୍ଭରୁ କୃଷକ ମାନଙ୍କ ପାଇଁ ହରିଆଣା ମୁଖ୍ୟମନ୍ତ୍ରୀ ମନୋହରଲାଲ୍ ଖଟ୍ଟର ଓ ପରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ରସିଂ ତୋମାରଙ୍କ ସହ ଆଲୋଚନା କରିଥିଲେ । ହେଲେ ଏବେ ସେ ସମ୍ପୁର୍ଣ୍ଣ ଚୁପ୍ ରହିଥିବା ବେଳେ ହରିଆଣାର କୃଷକ ମାନେ ଆଜି ସିଧା ସଳଖ ଦୁଷ୍ମନ୍ତଙ୍କୁ ଟାର୍ଗେଟ୍ କରିଛନ୍ତି । ଉପମୁଖ୍ୟମନ୍ତ୍ରୀ ଦୁଷ୍ମନ୍ତ ଚୌତାଲାଙ୍କ ପାଇଁ ନିର୍ମାଣ କରାଯାଇଥିବା ହେଲି ପ୍ୟାଡକୁ କୃଷକ ମାନେ ଆଜି ଖୋଳି ଦେଇଛନ୍ତି । ଏହାସହ ଦୁଷ୍ମନ୍ତ ଚୌତାଲା ଗୋ ବ୍ୟାକ୍ ବୋଲି ନାରା ଲଗାଇଥିଲେ । କହିରଖୁ କି ଆଜି ଉକ୍ତ ହେଲିପ୍ୟାଡରେ ଦୁଷ୍ମନ୍ତ ଚୌତାଲା ଉହ୍ଲାଇବାର ଥିଲା । ହେଲେ କୃଷକ ମାନଙ୍କର ବିରୋଧକୁ ନଜରରେ ରଖି ଚୌତାଲାଙ୍କ କାର୍ଯ୍ୟକ୍ରମ ବାତିଲ କରାଯାଇଛି । କୃଷକ ମାନେ କହିଥିଲେ କି ଯେପର୍ଯ୍ୟନ୍ତ ଦୁଷ୍ମନ୍ତ ଚୌତାଲା ଖୋଲା ଖୋଲି ଭାବେ କୃଷକ ଆନ୍ଦୋଳନକୁ ସମର୍ଥନ ନକରିଛନ୍ତି ସେ ପର୍ଯ୍ୟନ୍ତ ତାଙ୍କୁ କୌଣସି ସ୍ଥାନରେ ସଭା କରିବାକୁ ଦିଆଯିବ ନାହିଁ ।

କହିରଖୁ କି ମଙ୍ଗଳବାର ଦିନ ଆମ୍ବଲା ଠାରେ ମୁଖ୍ୟମନ୍ତ୍ରୀ ମନୋହରଲାଲ୍ ଖଟ୍ଟରଙ୍କ ରାଲି ବେଳେ କୃଷକ ମାନେ ଭିଷଣ ବିରୋଧ କରିଥିଲେ । ଏହାସହ ଖଟ୍ଟରଙ୍କ ଗାଡି ଉପରକୁ ବି ଲାଠି ଫୋପାଡି ଥିବା ଦେଖିବାକୁ ମିଳିଥିଲା । ଏହାକୁ ନେଇ ଆଜି ହରିଆଣା ପୋଲିସ ପକ୍ଷରୁ ୧୩ ଜଣ କୃଷକଙ୍କ ନାମରେ ହତ୍ୟା ଉଦ୍ୟମ ଅଭିଯୋଗ କରି ମାମଲା ରୁଜୁ କରାଯାଇଛି ।

from Kanak News
via <a href="https://ifttt.com/?

କେମିତି ‘ପରୀ’କୁ କରାଯାଇଥିଲା ହତ୍ୟା ? ହତ୍ୟାକାଣ୍ଡ ସ୍ଥଳରେ ଡେମୋ ଦେଖାଇଲା ଅଭିଯୁକ୍ତ ସରୋଜ ସେଠୀ

କନକ ବ୍ୟୁରୋ : ‘ପରୀ’ ହତ୍ୟା ମାମଲା । ଆଜି ଏସଆଇଟିକୁ ଡେମୋ ଦେଖାଇଲା ନାବାଳିକା ପରୀର ହତ୍ୟାକାରୀ ସରୋଜ ସେଠୀ । ଯଦୁପୁରକୁ ସରୋଜକୁ ନେଇଥିଲା ଏସଆଇଟି ଟିମ୍ । ଏହି ସମୟରେ ଏସଆଇଟି ଟିମ୍ , ଆଗରେ କପରି ପରୀକୁ ହତ୍ୟା କଲା , ପୁରି ମର୍ଡର ସିନ୍ ରି କ୍ରିଏଟ୍ କରିଛି ସରୋଜ ସେଠୀ ।

ପରୀ ହତ୍ୟା ଦିନ କେମିତି ପରୀ ସହ ହତ୍ୟାକାରୀ ଘଟାଇଥିଲା ବର୍ବର କାଣ୍ଡ , କେଉଁ ସ୍ଥାନରେ ପରୀ ସହ ସେ ଘଟାଇଥିଲା ଜଘନ୍ୟ କାଣ୍ଡ , କେମିତି କଲା ହତ୍ୟା , ହତ୍ୟା ପରେ କିପରି ଅଖା ବସ୍ତାରେ ଶବ ପୁରାଇଥିଲା, ଶବ ଥିବା ବସ୍ତାକୁ କିପରି ପୋଖରୀ ପାଖ ବୁଦାରେ ନେଇ ନଡିଆ ବାହୁଙ୍ଗା ସହ ଫିଙ୍ଗିଥିଲା ଏସବୁ ଆଜି ଏସଆଇଟି ଟିମ୍ କୁ ଡେମୋରେ ଦେଖାଇଛି ସରୋଜ ସେଠୀ ।

ଆଗରୁ ସରୋଜ ସେଠୀକୁ ହିଁ ପରୀର ହତ୍ୟାକାରୀ ବୋଲି ଏସଆଇଟି ଟିମ୍ ସ୍ପଷ୍ଟ କରିଥିଲା । ଆଜି ସରୋଜ ସେଠୀ ମର୍ଡର ସିନ୍ ଡେମୋ ଦେଖାଇବା ପରେ ଏସଆଇଟି ଏହି ଦିଗରେ ବଡ ସଫଳତା ପାଇଛି ବୋଲି କୁହାଯାଇପାରିବ । ସମୟ ବଢିବା ସହିତ ତଦନ୍ତକାରୀ ଟିମ୍ ଏସଆଇଟି ହାତରେ ପରୀ ହତ୍ୟାକୁ ନେଇ ଗୋଟିଏ ପରେ ଗୋଟିଏ ତଥ୍ୟ ଲାଗୁଛି । ପୂର୍ବରୁ ପରୀର ହତ୍ୟା ପରେ ତା ଲେଗିଙ୍ଗସକୁ ସେ ଗାଁ ପୋଖରୀକୁ ଫିଙ୍ଗିଥିଲା ।

ଯାହାକୁ ଯଦୁପୁର ଗାଁ ପୋଖରୀ ଶୁଖାଇ ଉଦ୍ଧାର କରି ସାରିଛି ଏସଆଇଟି ଟିମ୍ । ତେବେ ପରୀକୁ ହତ୍ୟା ସମୟରେ ପରୀ ନାକରୁ ରକ୍ତ ବାହାରିଥିଲା , ଯାହାକୁ ସେ ଟାୱେଲରେ ପୋଛିଥିଲା । ତାହାକୁ ମଧ୍ୟ ଉଦ୍ଧାର କରି ସାରିଥିଲା ଏସଆଇଟି ଟିମ୍ । ଏହାକୁ ଅଧିକ ତଦନ୍ତ ପାଇଁ ପଠା ଯାଇଛି । ଆଉ ଏହାରି ଭିତରେ ସରୋଜ ଆଜି ଏସଆଇଟି ଟିମକୁ ଡେମୋ ଦେଖାଉଛି ।

from Kanak News
via <a href="https://ifttt.com/?

ଅପରାଜିତାଙ୍କ ଜନସଂପର୍କ ପଦଯାତ୍ରାରେ ବିଜେପି ଦୁଇ ଫାଳ : କଳାକପଡା ଦେଖାଇ ସାଂସଦଙ୍କୁ ଭରତପୁରରେ ବିରୋଧ ପ୍ରଦର୍ଶନ; ଦେଲେ ଗୋ ବ୍ୟାକ୍ ସ୍ଲୋଗାନ୍

କନକ ବ୍ୟୁରୋ : ଭୁବନେଶ୍ୱର ସାଂସଦ ଅପରାଜିତାଙ୍କ ଜନସଂପର୍କ ପଦଯାତ୍ରାରେ ବିଜେପି ଦୁଇ ଫାଳ । ଆଜି ରାଜଧାନୀ ଉପକଣ୍ଠ ଭରତପୁରରେ ଅପରାଜିତା ଜନସଂପର୍କ ପଦ ଯାତ୍ରା କରୁଥିବା ବେଳେ ବିରୋଧର ଶିକାର ହୋଇଛନ୍ତି । ତାଙ୍କୁ କଳା କପଡା ଦେଖାଇ ଭରତପୁରରେ ବିରୋଧ କରାଯାଇଛି । ଏହି ସମୟରେ କିଛି ଦଳୀୟ କର୍ମୀ ତାଙ୍କୁ ଗୋ ବ୍ୟାକ୍ ସ୍ଲୋଗାନ୍ ବି ଦେଇଥିଲେ । ଏହି ଘଟଣା ବିଜେପି ମଧ୍ୟରେ ଥିବା ଦଳୀୟ ବିବାଦକୁ ପୁଣି ସାମ୍ନାକୁ ଆଣିଛି ।

ସେପଟେ ଆଜି ଶେଷ ହେଉଛି ବିଜେପିର ପଦଯାତ୍ରା । ଭୁବନେଶ୍ୱରରୁ ଆରମ୍ଭ ହୋଇଥିବା ପଦଯାତ୍ରା ଆଜି ଯଦୁପୁରରେ ସରିବ । ୫ ଦିନ ଧରି ଏହି ପଦଯାତ୍ରାରେ ବିଜେପି ନେତା ଓ କର୍ମୀ ସାମିଲ ହୋଇଛନ୍ତି । ଆଜି ଯଦୁପୁରରେ ଏକ ବଡ଼ ସଭାର ଆୟୋଜନ କରିବ ବିଜେପି । ପରୀ ହତ୍ୟା ମାମଲାରେ ମନ୍ତ୍ରୀ ଅରୁଣ ସାହୁଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରି ତାଙ୍କ ବହିଷ୍କାର ଦାବି କରିବା ସହ ଘଟଣା ସିବିଆଇ ତଦନ୍ତ ଦାବି କରିଛି ବିଜେପି ।

from Kanak News
via <a href="https://ifttt.com/?

ରାଷ୍ଟ୍ରପତିଙ୍କୁ ଭେଟିବାକୁ ଯିବା ବେଳେ ଅଟକାଇଲା ପୋଲିସ : କେବଳ ରାହୁଲ ଓ ଆଜାଦଙ୍କୁ ରାଷ୍ଟ୍ରପତିଙ୍କୁ ଭେଟିବାକୁ ମିଳିଲା ଅନୁମତି

କନକ ବ୍ୟୁରୋ : ସେପ୍ଟେମ୍ବର ମାସରେ ଆଇନ୍‌ରେ ପରିଣତ କରାଯାଇଥିବା କୃଷକ ବିରୋଧୀ, କୃଷି ବିରୋଧୀ ଏବଂ ଗରିବ ବିରୋଧୀ ତିନୋଟି କୃଷି ଆଇନକୁ ଉଚ୍ଛେଦ କରିବା ନିମନ୍ତେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଗୁରୁବାର ଦିନ କଂଗ୍ରେସ ଅନୁରୋଧ କରିଛି। ସ୍ୱେଚ୍ଛାଚାରୀ ମୋଦୀ ସରକାର କୃଷକମାନଙ୍କର ଦୁଃଖଯନ୍ତ୍ରଣା ପ୍ରସଙ୍ଗ ମଧ୍ୟ ଶୁଣିବାକୁ ଅଗ୍ରାହ୍ୟ କରୁଥିବା କଥା କଂଗ୍ରେସ ରାଷ୍ଟ୍ରପତିଙ୍କୁ ଅବଗତ କରାଇଛି। ଏହି ଆଇନକୁ ପ୍ରତ୍ୟାହାର କରି ନେବାକୁ ସରକାର ସଂସଦର ସ୍ୱତନ୍ତ୍ର ମିଳିତ ଅଧିବେଶନ ଡାକନ୍ତୁ ବୋଲି ରାଷ୍ଟ୍ରପତିଙ୍କୁ ଭେଟିଥିବା କଂଗ୍ରେସ ନେତାମାନେ ଦାବି କରିଛନ୍ତି।

ରାହୁଳ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସର ଏକ ପ୍ରତିନିଧି ଦଳ ରାଷ୍ଟ୍ରପତିଙ୍କୁ ଭେଟି ଏହି ଆଇନ ବିରୋଧରେ ଗତ ତିନି ମାସରେ ସଂଗୃହୀତ ୨୦ ନିୟୁତ ଦସ୍ତଖତ ସମ୍ବଳିତ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ୬୨ କୋଟି କୃଷକ ଏବଂ କୃଷି ଶ୍ରମିକଙ୍କ ଜୀବନଜୀବିକା ପ୍ରତିବଦଳରେ ସାମ୍ପ୍ରତିକ ସରକାର କେବଳ ତାଙ୍କର ମୁଷ୍ଟିମେୟ ପୁଞ୍ଜିପତି ବନ୍ଧୁମାନଙ୍କ ସ୍ୱାର୍ଥ ରକ୍ଷା କରୁଥିବା ପରି ମନେହେଉଛି ବୋଲି ଉକ୍ତ ସ୍ମାରକପତ୍ରରେ ଉଲ୍ଲେଖ ଅଛି।

ରାଷ୍ଟ୍ରପତି ଭବନକୁ ଯାଇ ରାଷ୍ଟ୍ରପତିଙ୍କୁ ଭେଟିବା ପୂର୍ବରୁ ନୂଆଦିଲ୍ଲୀସ୍ଥିତ ଦଳର ମୁଖ୍ୟାଳୟରେ ପ୍ରତିନିଧିମାନେ ସମବେତ ହୋଇଥିଲେ। କିନ୍ତୁ, ପୁଲିସ କେବଳ ରାହୁଳ ଗାନ୍ଧୀ, ରାଜ୍ୟସଭାର ବିରୋଧୀ ଦଳର ନେତା ଗୁଲାମ ନବି ଆଜାଦ ଏବଂ କଂଗ୍ରେସର ଲୋକସଭା ନେତା ଅଧୀରରଞ୍ଜନ ଚୌଧୁରୀଙ୍କୁ ରାଷ୍ଟ୍ରପତି ଭବନକୁ ଯାଇ ରାଷ୍ଟ୍ରପତିଙ୍କୁ ଭେଟିବାକୁ ଛାଡ଼ିଥିଲା।

from Kanak News
via <a href="https://ifttt.com/?

ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା : ରାଉରକେଲାରେ ହେବ ଦେଶର ସବୁଠାରୁ ବଡ ହକି ଷ୍ଟାଡିୟମ 

କନକ ବ୍ୟୁରୋ : ରାଉରକେଲାରେ ହେବ ଦେଶର ସବୁଠୁ ବଡ ହକି ଷ୍ଟାଡିୟମ । ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଉରକେଲାରେ ୧୫ ଏକର ଜମିରେ ତିଆରି ହେବ ହକି ଷ୍ଟାଡିୟମ । ଏହାର ଦର୍ଶକ ବସିବା କ୍ଷମତା ପ୍ରାୟ ୨୦ ହଜାର ରହିବ । ଏନେଇ ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଷ୍ଟାଡିୟମରେ ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା ଖେଳାଳିଙ୍କ ପାଇଁ ଉପଲବ୍ଧ କରାଯିବ ।

ଆଗାମୀ ହକି ବିଶ୍ୱକପ୍ ପାଇଁ ରାଉରକେଲା ଏକ ଭେନ୍ୟୁ ରହିଛି । ନିକଟରେ ଏଠାରେ ଷ୍ଟାଡିୟମର ସ୍ଥିତି ସମୀକ୍ଷା କରିଥିଲା ଏକ ଉଚ୍ଚସ୍ତରୀୟ ଟିମ୍ । ସୁନ୍ଦରଗଡ ଜିଲ୍ଲାର ଏହି ଷ୍ଟାଡିୟମର ୧୭ଟି ବ୍ଲକରେ ସିନ୍ଥେଟିକ୍ ଟର୍ଫ କାମ ଆରମ୍ଭ ହୋଇସାରିଥିବା କୁହାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଏହି ବଡ ଘୋଷଣା ରାଜ୍ୟର ହକି ପ୍ରେମୀଙ୍କ ମନରେ ଖୁସି ଖେଳାଇ ଦେଇଛି ।

ଏହି ଟୁର୍ଣ୍ଣାମେଣ୍ଟ୍‌ ଭୁବନେଶ୍ୱର ଏବଂ ରାଉରକେଲାରେ ଆୟୋଜନ କରାଯିବ । ସୁନ୍ଦରଗଡ଼ ଜିଲ୍ଲା ହେଉଛି ହକି ପ୍ରତିଭାଧରଙ୍କ ଗନ୍ତାଘର। ଏହି ଜିଲ୍ଲାରୁ ଅନେକ ମହାନ୍‌ ହକି ଖେଳାଳି ଆନ୍ତର୍ଜାତିକ ସ୍ତରରେ ଦେଶର ପ୍ରତିନିଧିତ୍ୱ କରିଛନ୍ତି । ଭାରତୀୟ ଦଳର ନେତୃତ୍ୱ ନେଇଥିବା ଦିଲୀପ ତିର୍କୀ ଏବଂ ସୁନୀତା ଲାକ୍ରା ଦେଶ ପାଇଁ ଗୌରବ ଆଣିଛନ୍ତି । ଭାରତୀୟ ହକିକୁ ସୁନ୍ଦରଗଡ଼ର ଅବଦାନ ପ୍ରତ ଶ୍ରଦ୍ଧାଞ୍ଜଳି ଜ୍ଞାପନପୂର୍ବକ ୨୦ ହଜାର ଦର୍ଶକଙ୍କ ବସିବା ଲାଗି ସାମର୍ଥ୍ୟ ଥିବା ଏକ ନୂତନ ଆନ୍ତର୍ଜାତିକ ମାନର ହକି ଷ୍ଟାଡିୟମ୍‌ ରାଉରକେଲାରେ ନିର୍ମାଣ କରିବା ପାଇଁ ଘୋଷଣା କରୁଛି ।

ଏହି ଷ୍ଟାଡିୟମରେ ବହୁ ଆଧୁନିକ ସୁବିଧା ରହିବ ଏବଂ ଅନନ୍ୟ ଅନୁଭୂତି ପ୍ରଦାନ କରିବ। ଆଶା, ଏହା ହକି କ୍ଷେତ୍ରରେ ବିଶ୍ୱର ସର୍ବୋତ୍ତମ ସ୍ଥାନ ଭାବେ ବିବେଚିତ ହେବ। ନିକଟରେ ରାଜ୍ୟ ସରକାର, ଆନ୍ତର୍ଜାତିକ ହକି ଫେଡେରେସନ୍‌, କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ଏବଂ ହକି ଇଣ୍ଡିଆର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ରାଉରକେଲା ଗସ୍ତ କରିଥିଲେ ।

from Kanak News
via <a href="https://ifttt.com/?

ଗାଁ ଭିତରେ ପଶି ଆଖିବୁଜା ଗୁଳି ଚାଳନା କଲେ ସଂନ୍ତ୍ରାସବାଦୀ । ଟଳିପଡିଲେ ୧୦୦ ଅଧିକ ଲୋକ । ଭୟରେ ଗାଁ ଛାଡି ସହର ମୁହାଁ ହେଉଛନ୍ତି ଗ୍ରାମବାସୀ

କନକ ବ୍ୟୁରୋ: ବିଶ୍ୱକୁ ଏବେ ଘାରିଛି ସଂନ୍ତ୍ରାସବାଦୀଙ୍କ ଚିନ୍ତା । ଧର୍ମୀୟ ଭାବନାକୁ ଉଜ୍ଜିବିତ ରଖିବା ସହ ରାଜନୀତିରେ ନିଜର ଆଦର୍ଶକୁ ପ୍ରତିପାଦିତ କରିବାକୁ ମୌଳବାଦୀ ମାନେ ନିଜ ନିଜର ସଂଗଠନ ତିଆରି କରି ବିଶ୍ୱରେ ହିଂସା ଘଟାଉଛନ୍ତି । ଏମାନଙ୍କୁ କିଛି ଧନିକ ଶ୍ରେଣୀ ଓ ରାଜନୈତିକଦଳ ମାନେ ପ୍ରୋତ୍ସାହନ ଦେଉଥିବା ବି ଅନେକ କ୍ଷେତ୍ରରେ ପ୍ରମାଣ ମିଳିଛି । ହେଲେ ଏବେ ଆଫ୍ରିକାରେ ଲୋକମାନେ ଆତଙ୍କବାଦୀଙ୍କ ହିଂସାରେ ସବୁଠାରୁ ବେସି ଶିକାର ହେଉଛନ୍ତି ।

ଆଫ୍ରିକାର ଇଥୋପିଆରେ ବନ୍ଧୁକଧାରୀ ମାନେ ଆଖିବୁଜା ଗୁଳିଚାଳନା କରିବା ଫଳରେ ୧୦୦ ରୁ ଅଧିକ ଲୋକ ପ୍ରାଣ ହରାଇବା ସହ ଅନେକ ଲୋକ ଗୁରୁତର ହୋଇଛନ୍ତି । ମିଳିଥିବା ସୂଚନା ମୁତାବକ ଆଫ୍ରିକାର ବୁଲେନ କାଉଣ୍ଟିର ବେକୋଜି ଗ୍ରାମରେ ବନ୍ଧୁକଧାରୀ ଆତଙ୍କବାଦୀ ମାନେ ହଠାତ ପଶି ଆଖୁବୁଜା ଗୁଳି ଚାଳନା କରିଥିଲେ । ଏଥିରେ ୧୦୦ ରୁ ଅଧିକ ଲୋକଙ୍କ ଜୀବନ ଯାଇଛି । ଏନେଇ ମାନବାଧିକାର ଆୟୋଗ ପକ୍ଷରୁ ସୂଚନା ଦିଆଯାଇଛି । ଏଭଳି ଘଟଣା ଘଟିବା ପରେ ବେକୋଜି ଗ୍ରାମ ସହ ଆଖ ପାଖ ଗ୍ରାମରୁ ହଜାର ହଜାର ଲୋକ ଭୟରେ ଗାଁ ଛାଡି ସହର ମୁହାଁ ହେଉଛନ୍ତି ।

ମାନବାଧିକାର ଆୟୋଗର ସୂଚନା ମୁତାବକ ୨୦୧୮ ରେ ଆବିୟ ଅହମ୍ମଦ କ୍ଷମତାକୁ ଫେରିବା ପରେ ଦେଶରେ ଏଭଳି ହିଂସା ବଢିବାରେ ଲାଗିଛି । ଏହାର କାରଣ ଦର୍ଶାଇବାକୁ ଯାଇ ସେ କହିଛନ୍ତି କି ଅବିୟ ଅହମ୍ମଦ ପ୍ରଧାନମନ୍ତ୍ରୀ ହେବା ପରେ ଲୋକତାନ୍ତ୍ରିକ ବ୍ୟବସ୍ଥାର ସୁଧାର ଆସିଛି । ଫଳରେ ବିରୋଧୀ ଦଳ ମାନଙ୍କର କ୍ଷମତା ହ୍ରାସ ପାଇଛି । ଏହାକୁ ସହଜରେ ଗ୍ରହଣ କରିପାରି ନାହାନ୍ତି ବିରୋଧୀ ମାନେ । ଏହାର ପ୍ରତିଶୋଧ ନେବାକୁ ଯାଇ ସେମାନେ ଆତଙ୍କବାଦୀଙ୍କ ସହ ମିଶି ଏଭଳି ହିଂସା କରୁଛନ୍ତି ।

ଅନ୍ୟପଟେ ଗତ ୬ ମାସ ଧରି ଇଥୋପିଆରେ ସୈନ୍ୟବାହିନୀ ଓ ବିଦ୍ରୋହୀଙ୍କ ମଧ୍ୟରେ ସଂଘର୍ଷ ଜାରି ରହିଛି । ଯାହା ଫଳରେ ସେଠାରେ ଲୋକମାନେ ଭୟରେ ଜୀବନ ଯାପନ କରୁଛନ୍ତି । ଏଭଳି ହିଂସାକାଣ୍ଡରେ ପ୍ରଭାବିତ ହୋଇ ଏହା ମଧ୍ୟରେ ୯ ଲକ୍ଷ ୫୦ ହଜାର ଲୋକ ଭିଟାମାଟି ଛାଡି ପଳାଇଥିବା ସୂଚନା ମିଳିଛି ।

from Kanak News
via <a href="https://ifttt.com/?

‘ପରୀ’ ହତ୍ୟା ମାମଲା : ପରୀ ସେଦିନ କିପରି ଆସିଥିଲା, କେଉଁ ସ୍ଥାନରେ ଘଟାଇଥିଲା ଜଘନ୍ୟ କାଣ୍ଡ; ଡ଼େମୋ ଦେଖାଉଛି ଅଭିଯୁକ୍ତ ସରୋଜ ସେଠୀ

କନକ ବ୍ୟୁରୋ : ପରୀ ମୁୃତ୍ୟୁ ମାମଲା । ଆଜି ଏସଆଇଟିକୁ ଡେମୋ ଦେଖାଉଛି ନାବାଳିକା ପରୀର ହତ୍ୟାକାରୀ ସରୋଜ ସେଠୀ । ଯଦୁପୁରରେ କେମିତି ପରୀକୁ ହତ୍ୟା କରିଥିଲା ଏହି ପିଶାଚ, ତାହାର ପୁରୀ ଦୃଶ୍ୟ ପୁଣି ଥରେ ରିକ୍ରିଏଟ୍ କରିଛି ଏସଆଇଟି ଟିମ୍ । ପରୀ ହତ୍ୟା ଦିନ କେମିତି ପରୀ ସହ ସେ ଘଟାଇଥିଲା ବର୍ବର କାଣ୍ଡ ସେ ନେଇ ତଦନ୍ତକାରୀ ଟିମ୍ ଏସଆଇଟିକୁ ଡ଼େମୋ ଦେଖାଉଛି ।

ପରୀ ସେଦିନ କିପରି ଆସିଥିଲା, କେଉଁ ସ୍ଥାନରେ ପରୀ ସହ ସେ ଘଟାଇଥିଲା ଜଘନ୍ୟ କାଣ୍ଡ , ହତ୍ୟା ପରେ କିପରି ଅଖା ବସ୍ତାରେ ଶବ ପୁରାଇଥିଲା, କିପରି ପୋଖରୀ ପାଖ ବୁଦାରେ ନେଇ ନଡିଆ ବାହୁଙ୍ଗା ସହ ଫିଙ୍ଗିଥିଲା । ପୁରା ଘଟଣାକୁ କିପରି ରଫାଦଫା କରିବାକୁ ଉଦ୍ୟମ କରୁଥିଲା ସେନେଇ ତଦନ୍ତକାରୀ ଦଳ ଆଗରେ ଦେଖାଉଛୁ ସରୋଜ । ଆଗରୁ ସରୋଜ ସେଠୀ ହିଁ ପରୀର ହତ୍ୟାକାରୀ ବୋଲି ଏସଆଇଟି ଟିମ୍ ସ୍ପଷ୍ଟ କରିଥିଲା ।

ଏହା ପରେ ହତ୍ୟାକୁ ନେଇ ଗୋଟିଏ ପରେ ଗୋଟିଏ ତଥ୍ୟ ଲାଗୁଛି ଏସଆଇଟି ହାତରେ । ଏହାରି ଭିତରେ ପରୀର ଲେଗିଙ୍ଗସକୁ ଗାଁ ପୋଖରୀ ଶୁଖାଇ ଉଦ୍ଧାର କରାଯାଇଛି । ହତ୍ୟା ସମୟରେ ପରୀ ନାକରୁ ରକ୍ତ ବାହାରିଥିଲା । ସେହି ରକ୍ତକୁ ସରୋଜ ଯେଉଁ ଟାୱେଲ ବ୍ୟବହାର କରି ପୋଛି ଦେଇଥିଲା, ତାକୁ ମଧ୍ୟ ସରୋଜର ଯଦୁପୁର ଘରୁ ଆଗରୁ ଉଦ୍ଧାର କରିଥିଲା ଏସଆଇଟି ଟିମ୍ । ଆଉ ଏହାରି ଭିତରେ ସରୋଜ ଆଜି ଏସଆଇଟି ଟିମକୁ ଡେମୋ ଦେଖାଉଛି ।

ତେବେ ହତ୍ୟା ନେଇ କଣ କହିଥିଲା ଏସଆଇଟି ?

  • ଜୁଲାଇ ୧୪ ତାରିଖରେ ପରୀର ହତ୍ୟାକାଣ୍ଡ
  • ପରୀ ହତ୍ୟାକାରୀ ସରୋଜ : ଏସଆଇଟି
  • ହତ୍ୟାର ପୂର୍ବ ରାତିରେ ଅଶ୍ଳିଳ ଭିଡିଓ ଦେଖିଥିଲା
  • ଘଟଣା ଦିନ ପରୀ ସହ ଦୁଷ୍କର୍ମ
  • ପରୀ ପାଟି କରିବାରୁ ତଂଟି ଚିପି ହତ୍ୟା
  • ମୃତ୍ୟୁ ପରେ ପରୀର ଶବ ସହ ଦୁଷ୍କର୍ମ
  • ଘର ପଛ ପାଖ ପୋଖରୀ ପାଖରେ ଫିଙ୍ଗିଦେଲା ଶବ
  • ନଡିଆ ବାହୁଙ୍ଗାରେ ଢାଙ୍କି ବସ୍ତାରେ ଫିଙ୍ଗିଥିଲା ଶବ
  • ପରୀର ପୋଷାକରୁ ମିଳିଛି ସିମେନ୍

from Kanak News
via <a href="https://ifttt.com/?

Design a site like this with WordPress.com
Get started