କୃଷି ଆଇନ ପ୍ରତ୍ୟାହାର ଦାବିରେ ଆକ୍ସନମୋଡରେ କଂଗ୍ରେସ । ରାଲି ପାଇଁ ଅନୁମତି ନମିଳିବା ପରେ ରାଷ୍ଟ୍ରପତିଙ୍କୁ ଭେଟିଲେ ରାହୁଲ । ପ୍ରିୟଙ୍କାଙ୍କୁ ଉଠାଇନେଲା ପୋଲିସ ।

କନକ ବ୍ୟୁରୋ : ଆଜିକୁ ଗୋଟିଏ ମାସ ହେବ କେନ୍ଦ୍ରସରକାରଙ୍କ ଦ୍ୱାରା ପାରିତ ୩ ଟି କୃଷି ଆଇନକୁ ବିରୋଧ କରି ଲକ୍ଷ ଲକ୍ଷ କୃଷକ ଧାରଣାରେ ବସିଛନ୍ତି । ଏହାକୁ ସମର୍ଥନ କରି ଦେଶର ବିଭିନ୍ନ ରାଜନୈତିକ ଦଳ ମାନେ ବି କେନ୍ଦ୍ରସରକାରଙ୍କୁ ଘେରିବାରେ ଲାଗିଛନ୍ତି । ଏହି କ୍ରମରେ ଆଜି କଂଗ୍ରେସ ପକ୍ଷରୁ କୃଷି ଆଇନକୁ ବିରୋଧ କରି ଏକ ରାଲିର ଆୟୋଜନ କରାଯାଇଥିଲା । ହେଲେ ଏହି ରାଲିକୁ ଅନୁମତି ନମିଳିବା ସହ ଦିଲ୍ଲୀରେ କଂଗ୍ରେସ ଭବନ ଅଞ୍ଚଳରେ ପୋଲିସ ୧୪୪ ଧାରା ଜାରି କରିଥିଲା । ଏହା ସହ ସୁରକ୍ଷା ବ୍ୟବସ୍ଥାକୁ କଡା କଡି କରିବା ସହିତ କରୋନା କଟକଣାକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସ କଂଗ୍ରେସର ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ସମେତ କିଛି ବରିଷ୍ଠ କଂଗ୍ରେସ ନେତାଙ୍କୁ ଗିରଫ୍ କରି ନିଜ ହେପାଜତକୁ ନେଇଛି ।

ଅନ୍ୟପଟେ ପୋଲିସ ରାଲି ଉପରେ କଟକଣା ଲଗାଇବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସମେତ ୩ ଜଣ ନେତା ରାଷ୍ଟ୍ରପତି ଭବନ ଯାଇ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିଛନ୍ତି । ଏହି ସାକ୍ଷାତ ସମୟରେ ଶ୍ରୀ ଗାନ୍ଧୀ ୩ ଟି କୃଷି ଆଇନକୁ ପ୍ରତ୍ୟାହାର କରିବାକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଅନୁରୋଧ କରିବା ସହ ୨ କୋଟି କୃଷକଙ୍କ ହସ୍ତାକ୍ଷର ଥିବା ଏକ ଦାବିପତ୍ର ରାଷ୍ଟ୍ରପତିଙ୍କୁ ପ୍ରଦାନ କରିଛନ୍ତି । ଏହା ସହ ସେ ରାଷ୍ଟ୍ରପତିଙ୍କ ନିକଟରୁ ଫେରିବା ବେଳେ ଗଣମାଧ୍ୟମକୁ କହିଛନ୍ତି କି କୌଣସି ପରିସ୍ଥିତିରେ ସରକାର ଏଭଳି କୃଷକ ବିରୋଧୀ କୃଷି ଆଇନକୁ ପ୍ରତ୍ୟାହାର କରିବାକୁ ପଡିବ ।

କହିରଖୁ କି ଏହା ପୂର୍ବରୁ ବି ରାହୁଲ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ୫ ଜଣ ନେତା ରାଷ୍ଟ୍ରପତିଙ୍କୁ ଭେଟି କୃଷି ଆଇନ ପ୍ରତ୍ୟାହାର ଦାବି କରିଥିଲେ । ଅନ୍ୟପଟେ କୃଷକ ମାନେ ଆଇନ ପ୍ରତ୍ୟାହାର ଦାବିରେ ଅଟଳ ରହିଛନ୍ତି । ଏନେଇ କେନ୍ଦ୍ରସରକାର ଦ୍ୱିତୀୟ ଥର ପାଇଁ ବି ଆନ୍ଦୋଳନରତ କୃଷକଙ୍କ ନିକଟକୁ ଆଇନ ବାବଦରେ ଆଲୋଚନା କରିବାକୁ ଚିଠି ଲେଖିଥିଲେ । ହେଲେ କୃଷକ ସଂଗଠନର ନେତା ମାନେ ଏନେଇ ବିଚାର ବିମର୍ଷ କରିବା ପରେ କେବଳ ଆଇନ ପ୍ରତ୍ୟାହାର ଉପରେ ସରକାରଙ୍କ ସହ ଆଲୋଚନା କରିବାକୁ ପ୍ରସ୍ତାବ ଦେଇଛନ୍ତି ।

from Kanak News
via <a href="https://ifttt.com/?

ଆଇଏଫଏସ ଅଭୟ ପାଠକଙ୍କ ୨ ଦିନିଆ ରିମାଣ୍ଡ ଅବଧି ଶେଷ : ଖବର ଅନୁସାରେ,  ସତ ଓଗାଳିଲେ ଅଭୟ; କହିଲେ, ଆକାଶ ଟାଟାର ଏମଡି ନୁହେଁ

କନକ ବ୍ୟୁରୋ : ସରିଲା ରିମାଣ୍ଡ, କୋର୍ଟରେ ହାଜର ପରେ ଜେଲ ଗଲେ ଅଭୟକାନ୍ତ ପାଠକ । ୨ ଦିନିଆ ରିମାଣ୍ଡରେ ଅଭୟକାନ୍ତ ପାଠକଙ୍କୁ ମାରାଥନ୍ ଜେରା କରିଥିଲା କମିଶନରେଟ୍ ପୋଲିସ । ଏହି ସମୟରେ ଅନେକ ସତ ଓଗାଳିଛନ୍ତି ସିନିୟର ପାଠକ । ଆକାଶ ପାଠକ ଟାଟା ଗ୍ରୁପର ଏମଡି ନୁହଁନ୍ତି ।

ପୁଅକୁ ଟାଟାର ନକଲି ଏମଡି ହେବାକୁ କହିଥିଲେ ବୋଲି ଜେରା ବେଳେ ସତ ଓଗାଳିଥିବା ପୋଲିସ ସୂଚନା ଦେଇଛି । ଅଭୟଙ୍କ ଟଙ୍କାରେ ପୁଅ ଆକାଶ ପାଠକ କରୁଥିଲେ ଅୟସ । ଅଭୟଙ୍କ ଟଙ୍କାରେ ବୁକିଂ ହୋଇଥିଲା ହୋଟେଲ ଓ ଫ୍ଲାଇଟ୍ । ସ୍କାଏକିଙ୍ଗ୍ ଠକେଇ ମାମଲାରେ ଅଭୟକାନ୍ତ ପାଠକଙ୍କୁ ୨ ଦିନିଆ ରିମାଣ୍ଡରେ ନେଇଥିଲା କମିଶନରେଟ୍ ପୋଲିସ ।

from Kanak News
via <a href="https://ifttt.com/?

ବ୍ରିଟେନର ନୂଆ ଷ୍ଟ୍ରେନକୁ ନେଇ ଡିଏମଇଟି ସିବିକେ ମହାନ୍ତିଙ୍କ ପ୍ରତିକ୍ରିୟା : ଓଡିଶାରେ କୁହାଯାଇପାରିବନି ଦ୍ୱିତୀୟ ୱେଭ; ସତର୍କ ରହିବା ଜରୁରୀ

କନକ ବ୍ୟୁରୋ : ବ୍ରିଟେନର ନୂଆ କରୋନା ଷ୍ଟ୍ରେନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଡିଏମଇଟି ସିବିକେ ମହାନ୍ତି । ୟୁକେ ଫେରନ୍ତାଙ୍କ ଉପରେ ନଜର ରଖାଯାଇଛି । ଷ୍ଟ୍ରେନ ସମ୍ପର୍କରେ ଅନୁଧ୍ୟାନ ଚାଲିଛି । ପୂର୍ବ କରୋନା ରୋଗୀଙ୍କ ପରି ଏହି ରୋଗୀଙ୍କ ଲକ୍ଷଣ ସମାନ ରହିଛି । ନୂଆ ଷ୍ଟ୍ରେନରେ ସଂକ୍ରମଣ ଅଧିକ ରହୁଛି ବୋଲି ବିଶେଷଜ୍ଞମାନେ ଆକଳନ କରୁଛନ୍ତି ବୋଲି ସୂଚନା ଦେଇଛନ୍ତି ଡିଏମଇଟି ସିବିକେ ମହାନ୍ତି ।

କିନ୍ତୁ ବ୍ରିଟେନର ଗତ ୩ ମାସର ସଂକ୍ରମଣ ହାର ଦେଖିଲେ ସେମିତି କିଛି ପ୍ରତିଫଳିତ ହେଉନାହିଁ ବୋଲି ସେ କହିଛନ୍ତି କିନ୍ତୁ ଆମକୁ ସତର୍କ ରହିବାକୁ ପଡିବ । ସରକାର ଏସବୁ ଉପରେ ନଜର ରଖିଛନ୍ତି । ମୁଖ୍ୟମନ୍ତ୍ରୀ ଏନେଇ ପ୍ରତିଦିନ ସମୀକ୍ଷା କରୁଛନ୍ତି । ବ୍ରିଟେନ ଫେରନ୍ତା ନିଜ ସମ୍ପର୍କରେ ସୂଚନା ଦେବାକୁ ଆହ୍ୱାନ କରାଯାଇଛି । ବ୍ରିଟେନ ଫେରନ୍ତା ସଂକ୍ରମିତଙ୍କ ଜେନେଟିକ୍ ଆନାଲିସିସ୍ ହେବ ।

ଏହି ବ୍ୟକ୍ତିଙ୍କ ଠାରେ ନୂଆ ଷ୍ଟ୍ରେନ ଅଛି କି ନାହିଁ ସ୍ପଷ୍ଟ ନହେବା ଯାଏଁ ଭୟଭୀତ ହେବାର ଆବଶ୍ୟକତା ନାହିଁ ବୋଲି ସୂଚନା ଦେଇଛନ୍ତି ଡିଏମଇଟି ସିବିକେ ମହାନ୍ତି । ସେ କହିଛନ୍ତି କିନ୍ତୁ ଏହାକୁ ଦ୍ୱିତୀୟ ୱେବ୍ କୁହାଯାଇପାରିବ ନାହିଁ । ୟୁରୋପୀୟ ଦେଶ ଗୁଡିକୁ ଛାଡିଲେ ଅନ୍ୟ କୌଣସି ଦେଶରେ ଦ୍ୱିତୀୟ ୱେଭ୍ କଥା ଦେଖାଯାଇନି । ଏହି ଷ୍ଟ୍ରେନ ଅଧିକ ସଂକ୍ରମିତ ବୋଲି ଯେଉଁ ଚର୍ଚା ହେଉଛି ତାହା ଲାବରେଟରି ଆନାଲିସିସ୍ ଓ ଫିଲଡ୍ ରିପୋର୍ଟ ମଧ୍ୟରେ ଫରକ ରହିଛି ବୋଲି କହିଛନ୍ତି ଡିଏମଇଟି ।

from Kanak News
via <a href="https://ifttt.com/?

ରାଷ୍ଟ୍ରପତି ଭବନ ଅଭିମୁଖେ ଯାତ୍ରା ବେଳେ ପ୍ରିୟଙ୍କା ଗାନ୍ଧିଙ୍କୁ ଅଟକ ରଖିଲା ପୋଲିସ । ପ୍ରୟଙ୍କା କହିଲେ, ସୀମାନ୍ତରେ ଛାଉଣି ପକାଇଥିବା କୃଷକଙ୍କ କଥା ଶୁଣିବାକୁ ସରକାର ଚାହୁଁ ନାହାନ୍ତି

କେନ୍ଦ୍ରର ନୂଆ କୃଷକ ଆଇନ ବିରୋଧରେ ୨ କୋଟି ଦସ୍ତଖତ ସମ୍ବଳିତ ଏକ ସ୍ମାରକପତ୍ର ଦାଖଲ କରିବାକୁ ଗୁରୁବାର ସକାଳେ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସର ପ୍ରତିନିଧି ଦଳ ରାଷ୍ଟ୍ରପତି ଭବନ ଅଭିମୁଖେ ପଦଯାତ୍ରାରେ ଯାଉଥିବା ବେଳେ ଦିଲ୍ଲୀ ପୁଲିସ ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ଅନ୍ୟ କଂଗ୍ରେସ ନେତାଙ୍କୁ ହାଜତକୁ ନେଇଛି ।

ପୁଲିସ କଂଗ୍ରେସର ରାଷ୍ଟ୍ରପତି ଭବନ ପଦଯାତ୍ରା ଅଟକାଇବା ପରେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି, ଏ ସରକାରଙ୍କ ବିପକ୍ଷରେ ହେଉଥିବା ଯେକୌଣସି ମତପାର୍ଥକ୍ୟ ଭିତରେ ଆତଙ୍କବାଦ ତତ୍ତ୍ୱ ରହିଛି ବୋଲି ବିବେଚନା କରାଯାଉଛି । ଆମେ ଗଣତନ୍ତ୍ରରେ ବାସ କରୁଛନ୍ତି ଏବଂ ଲୋକେ ସାଂସଦମାନଙ୍କୁ ନିର୍ବାଚିତ କରିଛନ୍ତି। ରାଷ୍ଟ୍ରପତିଙ୍କୁ ଭେଟିବା ନିମନ୍ତେ ସେମାନଙ୍କର ଅଧିକାର ରହିଛି । ତେଣୁ ସେମାନଙ୍କୁ ଛଡ଼ାଯିବା ଉଚିତ । ଏଥିରେ କି ଅସୁବିଧା ଅଛି? ସୀମାନ୍ତରେ ଛାଉଣି ପକାଇଥିବା ଲକ୍ଷ ଲକ୍ଷ କୃଷକମାନଙ୍କର କଥା ଶୁଣିବାକୁ ସରକାର ପ୍ରସ୍ତୁତ ନାହାନ୍ତି।
ଦିଲ୍ଲୀରେ ପ୍ରତିବାଦ ପଦଯାତ୍ରା ଲାଗି ଅନୁମତି ପାଇ ନ ଥିବା ପ୍ରିୟଙ୍କା ଗାନ୍ଧୀ ଏବଂ ଅନ୍ୟ କଂଗ୍ରେସ ନେତାଙ୍କୁ ଅଟକାଇ ପୁଲିସ ବସ୍‌ ଯୋଗେ ନେଇଯାଇଛି।

ପୂର୍ବରୁ ଚାଣକ୍ୟପୁରୀ ଏସିପି ପ୍ରଜ୍ଞା କହିଥିଲେ ଯେ, କେବଳ ଅନୁମତିପ୍ରାପ୍ତ ନେତାଙ୍କୁ ରାଷ୍ଟ୍ରପତି ଭବନକୁ ଛଡ଼ାଯିବ।

ଗୁରୁବାର ସକାଳେ ନୂଆଦିଲ୍ଲୀର ଅତିରିକ୍ତ ଡିସିପି ଦୀପକ ଯାଦବ କହିଛନ୍ତି, ଆଜି କଂଗ୍ରେସର ରାଷ୍ଟ୍ରପତି ଭବନ ପଦଯାତ୍ରା ପାଇଁ ଅନୁମତି ମିଳିନାହିଁ। କିନ୍ତୁ, ରାଷ୍ଟ୍ରପତି ଭବନରୁ ଅନୁମତି ପାଇଥିବା ତିନିଜଣ ନେତାଙ୍କୁ ରାଷ୍ଟ୍ରପତି ଭବନକୁ ଛଡ଼ାଯିବ।

କୋଭିଡ୍‌-୧୯ ସଂକ୍ରମଣ ଯୋଗୁଁ ୧୪୪ ଧାରା ଜାରି ହୋଇଥିବାରୁ ନୂଆ ଦିଲ୍ଲୀରେ ସର୍ବସାଧାରଣ ସମାବେଶ ପାଇଁ ଅନୁମତି ଦିଆ ଯାଉନାହିଁ ବୋଲି ଡିସିପି କହିଛନ୍ତି।

from Kanak News
via <a href="https://ifttt.com/?

ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ପରେ ପଶ୍ଚିମବଙ୍ଗ ରାଜନୀତିରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରବେଶ । ବିଶ୍ୱଭାରତୀର ଶତାବ୍ଦୀ କାର୍ଯ୍ୟକ୍ରମରେ ଯୋଗଦେଇ ରାଜନୀତି ସହ ଯୋଡିଲେ ରବିନ୍ଦ୍ରନାଥ ଟାଗୋରଙ୍କ ସ୍ୱପ୍ନ

କନକ ବ୍ୟୁରୋ : ୨୦୨୧ ରେ ପଶ୍ଚିମବଙ୍ଗରେ ଅନୁଷ୍ଠିତ ହେବ ବିଧାନସଭା ନିର୍ବାଚନ । ଏହାକୁ ନଜରରେ ରଖି ବିଜେପି ପକ୍ଷରୁ ଯୋଜନାବଦ୍ଧ ଭାବେ ମିଶନ ପଶ୍ଚିମବଙ୍ଗ ଆରମ୍ଭ କରାଯାଇଛି । ଏନେଇ ପୂର୍ବରୁ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ,ପି ନଡ୍ଡା ଓରେ ଗୃହମନ୍ତ୍ରୀ ଅମିତ୍ ଶାହା ପଶ୍ଚିମବଙ୍ଗ ଗସ୍ତ କରିଥିଲେ । ହେଲେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗରେ ଥିବା ବିଶ୍ୱଭାରତୀ ବିଶ୍ୱ ବିଦ୍ୟାଳୟର ଶତାବ୍ଦୀ ସମାରୋହ କାର୍ଯ୍ୟକ୍ରମରେ ଭିଡିଓ କନଫେରେନ୍ସିଂ ମାଧ୍ୟମରେ ଯୋଗ ଦେଇ ପଶ୍ଚିମବଙ୍ଗ ରାଜନୀତିରେ ପ୍ରବେଶ କରିଛନ୍ତି । ଆଜିର ଏହି ସମାରୋହକୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ କି ରବୀନ୍ଦ୍ରନାଥ ଟାଗୋରଙ୍କ ସ୍ୱପ୍ନ ପୂରଣ ପାଇଁ ବିଶ୍ୱଭାରତୀ ଶକ୍ତି ଯୋଗାଇଥିବା କଥା କହିଛନ୍ତି । ବିଶ୍ୱ ବିଦ୍ୟାଳୟର ୧ ଶହ ବର୍ଷର ଯାତ୍ରା ବେସ୍ ଐତିହ୍ୟମୟ ରହିଥିବା କଥା ସେ କହିଛନ୍ତି ।

ଚଳିତ ବର୍ଷ ଦୁର୍ଗାପୂଜା ସମୟରେ ମଧ୍ୟ ମୋଦି ଏଭଳି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ପକ୍ଷରୁ ଭୋଟର ମାନଙ୍କୁ ଆକୃଷ୍ଟ କରିବାକୁ ବିଭିନ୍ନ କାର୍ଯ୍ୟକ୍ରମ ମାନ ହାତକୁ ନିଆଯାଇଛି । ଏନେଇ ଦଳ ଯୋଜନାବଦ୍ଧ ଭାବେ ଟିଏମସିକୁ ଟାର୍ଗେଟ୍ କରିଛି । କ୍ରମାଗତ ଭାବେ ମମତାଙ୍କ ଟିଏମସିରୁ ବିଧାୟକ, ସାଂସଦ ଓ ମନ୍ତ୍ରୀ ମାନଙ୍କୁ ଆଣି ଦଳରେ ମିଶାଉଥିବା ଦେଖିବାକୁ ମିଳିଛି ।
୧୯୨୧ ମସିହାରେ ବିଶ୍ୱଗୁରୁ ରବୀନ୍ଦ୍ରନାଥ ଟାଗୋରଙ୍କ ଉଦ୍ୟମରେ ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାର ବୋଲପୁର ନିକଟରେ ଥିବା ଶାନ୍ତିନିକେତନ ଠାରେ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟ ସ୍ଥାପନା କରାଯାଇଥିଲା । ୧୯୫୧ ରେ ସଂସଦର ଏକ ଅଧିନିୟମ ଦ୍ୱାରା ବିଶ୍ୱଭାରତୀକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ମାନ୍ୟତା ପ୍ରଦାନ କରାଯାଇଥିଲା ।

from Kanak News
via <a href="https://ifttt.com/?

ଦକ୍ଷିଣ ଆଫ୍ରିକାର କରୋନାର ଏହି ନୂଆ ରୂପ କ’ଣ ? କେତେ ଭୟଙ୍କର ଆଫ୍ରିକା ଷ୍ଟ୍ରେନ ?

କନକ ବ୍ୟୁରୋ : ଦକ୍ଷିଣ ଆଫ୍ରିକାର କରୋନାର ଏହି ନୂଆ ରୂପ କ’ଣ ? କରୋନା ଭାଇରସର ଏହି ନୂଆ ଷ୍ଟ୍ରେନର ନାଁ ହେଉଛି ୫୦୧. ଭି-୨ । ସମ୍ବାଦ ସରବରାହ ସଂସ୍ଥା ଏଏନଆଇ ଅନୁସାରେ, ଦକ୍ଷିଣ ଆଫ୍ରିକାର ଇଷ୍ଟ କେପ୍ ଓ ୱେଷ୍ଟ କେପ ଓ କ୍ୱାଜୁଲୁ ନାତାଲରେ ପ୍ରଥମେ ଏହା ସୃଷ୍ଟି ହୋଇଛି । ବିନା ଲକ୍ଷଣଯୁକ୍ତ ରୋଗୀଙ୍କ ଶରୀରରେ ଏହି ନୂଆ ଭାଇରସ ଦେଖାଯାଉଥିବା କଥା ଦକ୍ଷିଣ ଆଫ୍ରିକାର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ।

ଦକ୍ଷିଣ ଆଫ୍ରିକାରେ ଦେଖାଦେଇଥିବା ଦ୍ୱିତୀୟ ଲହର କରୋନା ଭାଇରସର ଏହି ନୂଆ ଷ୍ଟ୍ରେନ ଯୋଗୁଁ ହୋଇଥିବା ସେ କହିଛନ୍ତି । ପ୍ରଥମ ଲହର ତୁଳାନା ରେ କରୋନାର ଏହି ନୂଆ ରୂପ ଦ୍ରୁତ ଗତିରେ ସଂକ୍ରମିତ ହେଉଥିବା କଥା ପ୍ରାଥମିକ ତଥ୍ୟରୁ ଜଣାପଡିଛି । ପ୍ରଥମ ସଂକ୍ରମଣ ତୁଳନାରେ ଏହାଦ୍ୱାରା ବହୁ ଅଧିକ ସଂଖ୍ୟାରେ ରୋଗୀ ବଢିବା ଆଶଙ୍କା ଦେଖାଦେଇଛି । ସଂପୃକ୍ତ ଦେଶରେ ବର୍ତମାନ ୮ ହଜାର ୫ ଶହ କରୋନା ରୋଗୀ ଚିକିତ୍ସିତ ହେଉଛନ୍ତି ।

ଅଗଷ୍ଟରେ ଏହା ଥିଲା ୮ ହଜାର ୩ ଶହ । ସ୍ଥାନୀୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ପୂର୍ବ ଅପେକ୍ଷା ଦ୍ୱିତୀୟ ଲହରରେ କରୋନାର ଏହି ନୂଆ ରୂପ ଅତି ଦ୍ରୁତ ଗତିରେ ବୃଦ୍ଧି ପାଉଛି । ବର୍ତମାନ ସୁଦ୍ଧା ୮ଟି ଦେଶ ଦକ୍ଷିଣ ଆଫ୍ରିକାକୁ ବିମାନ ସେବା ବାତିଲ କରିସାରିଲେଣି । ଏହି ପ୍ରମୁଖ ଦେଶଗୁଡିକ ହେଲା, ବ୍ରିଟେନ, ଜର୍ମାନୀ, ତୁର୍କୀ, ଇସ୍ରାଏଲ, ସ୍ୱିଜରଲାଣ୍ଡ, ଉଜବେକିସ୍ତାନ ଓ ନେଦରଲାଣ୍ଡସ ।

from Kanak News
via <a href="https://ifttt.com/?

ସମ୍ବଲପୁରର ‘ଓଡ଼ିଆ ଅଭଡ଼ା’ ହୋଟେଲ ବିରୋଧରେ ଏତଲା । ପୁରୀ ସିଂହଦ୍ୱାର ଥାନାରେ ମାମଲା ରୁଜୁ ।

କନକ ବ୍ୟୁରୋ : ସମ୍ବଲପୁର ଚାରଭାଟି ଛକରେ ଖୋଲିଥିବା ‘ଓଡ଼ିଆ ଅଭଡ଼ା’ ରେଷ୍ଟୁରାଣ୍ଟ ନାଁରେ ପୁରୀ ସିଂହଦ୍ବାର ଥାନାରେ ଏତଲା ଦିଆଯାଇଛି । ଏଥିସହ ପୁରୀ ଜିଲ୍ଲା ଯୁବ ଅଧିବକ୍ତା ସଂଘର ଆବାହକ ଆଇନଜୀବୀ ଅନୀଲ କୁମାର ସାହୁ ଏହି ଘଟଣାରେ ରେଷ୍ଟୁରାଣ୍ଟର ମାଲିକଙ୍କୁ ଏକ ଲିଗାଲ୍ ନୋଟିସ୍ ପଠାଇଛନ୍ତି । ଅବଢ଼ା (ଶ୍ରୀମନ୍ଦିରର ମହାପ୍ରସାଦ) ନାଁରେ ରେଷ୍ଟୁରାଣ୍ଟରେ ଟେବୁଲ ଉପରେ ଖାଦ୍ୟ ବିକ୍ରି ମହାପ୍ରସାଦ ଓ ଶ୍ରୀଜଗନ୍ନାଥଙ୍କ ପ୍ରତି ଅସମ୍ମାନ ବୋଲି ଦର୍ଶାଇ ଏହି ରେଷ୍ଟୁରାଣ୍ଟ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସଂଘ ପକ୍ଷରୁ ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ ମଧ୍ୟ କରାଯାଇଛି ।

ତେବେ ଏହି ବିବାଦକୁ ନେଇ ରେଷ୍ଟୁରାଣ୍ଟ ମାଲିକ ଅଜିତ ମହାନ୍ତି ପ୍ରତିକ୍ରିୟା ରଖିଛନ୍ତି । ଜଗନ୍ନାଥଙ୍କ ମହାପ୍ରସାଦ କିମ୍ବା ଜଗନ୍ନାଥଙ୍କୁ ଅବମାନନା କି ଅପମାନ କରିବା ଆଦୌ ତାଙ୍କ ଉଦ୍ଦେଶ୍ୟ ନୁହେଁ ବୋଲି ସେ କହିଛନ୍ତି । ସମ୍ବଲପୁର ଗ୍ରାହକଙ୍କୁ ନିଆରା ଢଙ୍ଗରେ ଶୁଦ୍ଧ ନିରାମିଷ ବ୍ୟଞ୍ଜନ ପରଷିବା ତାଙ୍କର ଉଦ୍ଦେଶ୍ୟ ଥିଲା । ଏହି ରେଷ୍ଟୁରାଣ୍ଟ ପାଇଁ ତାଙ୍କୁ ଖାଦ୍ୟ ସୁରକ୍ଷା ଲାଇସେନ୍ସ ମିଳିଥିବା ଶ୍ରୀ ମହାନ୍ତି କହିଛନ୍ତି । ତଥାପି ଯଦି କାହାରି ଧର୍ମୀୟ ଭାବନା ପ୍ରତି ଆଘାତ ଆସିଥିବ, ତେବେ ସେ ନାମ ପରିବର୍ତ୍ତନ ପାଇଁ ଚିନ୍ତା କରିବେ ବୋଲି ସମ୍ବାଦକୁ କହିଛନ୍ତି  । ରାଜ୍ୟର ବିଭିନ୍ନ ସ୍ଥାନରେ ମହାପ୍ରସାଦ, ନିର୍ମାଲ୍ୟ ନାଁରେ ହୋଟେଲ ଚାଲୁଥିବାର ମଧ୍ୟ ସେ କହିଛନ୍ତି ।

ସେପଟେ ପୁରୀ ଯୁବ ଅଧିବକ୍ତା ସଂଘ ଅଭିଯୋଗ କରିଛି ଯେ, ମହାପ୍ରଭୁଙ୍କ ଅବଢ଼ାର ଅସମ୍ମାନ କରି ହୋଟେଲର ଡାଇନିଂ ଟେବୁଲ ଉପରେ କଦଳୀ ପତ୍ର ପକାଇ ଲୋକଙ୍କୁ ଅବଢ଼ା ନାଁରେ ଭାତ, ଡାଲି, ବେସର ପରଷାଯାଉଛି  । ଏହାଦ୍ବାରା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦକୁ ଅବମାନନା କରାଯାଇଛି । ପ୍ରଭୁ ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦକୁ ତଳେ ବସି ଖାଇବାର ପ୍ରଥା ରହିଛି । କିନ୍ତୁ ଟଙ୍କା ଉପାର୍ଜନ ପାଇଁ କୋଟି କୋଟି ଓଡ଼ିଆଙ୍କ ଭାବନା ସହ ଖେଳ ଖେଳାଯାଉଛି ଓ ଅବଢ଼ା ନାମରେ ଭ୍ରମ ସୃଷ୍ଟି କରି କୁଡୁଆରୁ ଭାତ, ଡାଲି, ବେସର ପରସା ଯାଉଥିବା ଅଭିଯୋଗ ହୋଇଛି  । ଏ ନେଇ ଜିଲାପାଳଙ୍କୁ ଅବଗତ କରାଯିବା ସହିତ ଅବଢ଼ା ପ୍ରତି ଏପରି ଅପମାନକୁ ସହ୍ୟ କରାଯିବ ନାହିଁ ବୋଲି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଗଣମାଧ୍ୟମକୁ କହିଛନ୍ତି ।

from Kanak News
via <a href="https://ifttt.com/?

ନକ୍ସଲଙ୍କ ବର୍ବରକାଣ୍ଡ : ପୁଲିସ ଇନଫର୍ମର ସନ୍ଦେହରେ ଘରୁ ଡ଼ାକି ନେଇ କଲେ ନିର୍ମମ ହତ୍ୟା; ଆନ୍ଧ୍ର ଓଡ଼ିଶା ସୀମାନ୍ତ ଅଂଚଳରେ ଘଟିଛି ଘଟଣା

କନକ ବ୍ୟୁରୋ : ନକ୍ସଲଙ୍କ ବର୍ବରକାଣ୍ଡ । ପୁଲିସ ଇନଫର୍ମର ସନ୍ଦେହରେ ଘରୁ ଡ଼ାକି ନେଇ ନିର୍ମମ ହତ୍ୟା କଲେ ନକ୍ସଲ । ଏପରି ଛାତିଥରା, ଲୋମଟାଙ୍କୁରା ଘଟଣା ଆନ୍ଧ୍ର ଓଡ଼ିଶା ସୀମାନ୍ତ ଅଂଚଳରେ ଘଟିଛି ହତ୍ୟାକାଣ୍ଡ । ମୃତକ ହେଉଛନ୍ତି ଆନ୍ଧ୍ରପ୍ରଦେଶ ବିଶାଖାପାଟନାମ ଜିଲ୍ଲା ଚିନ୍ତାଗୁରୁ ଗାଁର ସତୀଶ ବାବୁ ।

ସତୀଶକୁ ଗତକାଲି ରାତି ପ୍ରାୟ ୨ଟା ବେଳେ ୨୦ରୁ ଅଧିକ ନକ୍ସଲ ଘରୁ ଡ଼ାକି ନେଇ ଗାଁ ମୁଣ୍ଡରେ ହତ୍ୟା କରିଥିଲେ । ପୁଲିସ ଇନଫର୍ମର କହି ହାତ ବାନ୍ଧି ଧାରୁଆ ହସ୍ତ୍ର ମାଧ୍ୟମରେ ତାଙ୍କୁ ହତ୍ୟା କରିଛନ୍ତି । ଏବଂ ଘଟଣାସ୍ଥଳରେ ଏକ ଚିଠି ଛାଡ଼ି ଦେଇ ଚାଲିଯାଇଥିଲେ । ମାଓବାଦୀମାନେ ଚିଠିରେ ପୋଲିସ ଇନଫର୍ମର ଓ ଗଂଜେଇ ବ୍ୟବସାୟ କରିବା ଏବଂ ଆଦିବାସୀଙ୍କୁ ହଇରାଣ କରୁଥିବାରୁ ମାଓବାଦୀମାନେ ତାଙ୍କୁ ହତ୍ୟା କରିଥିବା ଚିଠିରେ ଦର୍ଶାଇଛନ୍ତି ।

from Kanak News
via <a href="https://ifttt.com/?

ବ୍ରାଣ୍ଡସ୍ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ ସମ୍ବାଦ କର୍ପୋରେଟ୍ ଏକ୍ସିଲେନ୍ସ ଆୱାର୍ଡସ-୨୦୨୧ । ଆବେଦନର ଶେଷ ତାରିଖ ଜାନୁଆରି ୬ ।

କନକ ବ୍ୟୁରୋ : ସମ୍ବାଦ ଗ୍ରୁପ୍‌ର ବ୍ରାଣ୍ଡସ୍‌ ଅଫ୍‌ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ ସମ୍ବାଦ କର୍ପୋରେଟ୍ ଏକ୍ସିଲେନ୍ସ ଆୱାର୍ଡସ୍‌-୨୦୨୧ ପାଇଁ ଆବେଦନ କରିବାକୁ କର୍ପୋରେଟ୍ ଜଗତରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ଆଉ ଅଳ୍ପ ଦିନ ଭିତରେ ଆବେଦନ ପ୍ରକ୍ରିୟା ଶେଷ ହେବ । ତେଣୁ ଏହି ସମ୍ମାନଜନକ ପୁରସ୍କାରର ଅଂଶ ହେବାକୁ ଆଗ୍ରହୀ ଥିବା ସଂସ୍ଥାଗୁଡ଼ିକୁ ସୁଯୋଗ ହାତ ଛଡ଼ା ନକରିବା ଲାଗି ଶୀଘ୍ର ଆବେଦନ କରିବାକୁ ପଡ଼ିବ। ଆବେଦନର ଶେଷ ତାରିଖ ହେଉଛି ୨୦୨୧ ଜାନୁଆରି ୬ । ଆବେଦନକାରୀମାନେ ସହଜରେ ଏହି ପୁରସ୍କାର ପାଇଁ ଆବେଦନ କରିପାରିବେ ।

www.sambadawards.com ଓ www.sambadawards.in ମାଧ୍ୟମରେ ଆବେଦନ କରିବାକୁ ହେବ । ଓଡ଼ିଶାରୁ ବ୍ୟବସାୟ ଆରମ୍ଭ କରି ଦେଶବିଦେଶରେ ପରିଚିତ ହୋଇଥିବା ସଂସ୍ଥାଗୁଡ଼ିକ ଏଥିପାଇଁ ଆବେଦନ କରିପାରିବେ । କର୍ପୋରେଟ୍ ସାମାଜିକ ଦାୟିତ୍ବବୋଧ (CSR), ବୃହତ ଉଦ୍ୟୋଗ (LARGE), ମଧ୍ୟମ ଉଦ୍ୟୋଗ (MEDIUM), କ୍ଷୁଦ୍ର ଉଦ୍ୟୋଗ (SMALL) ଓ ଇମର୍ଜିଂ/ଷ୍ଟାର୍ଟଅପ୍ (EMERGING / START-UP) ଭଳି ପାଞ୍ଚଟି ବର୍ଗର ପୁରସ୍କାର ପାଇଁ ଆବେଦନ ଆହ୍ବାନ କରାଯାଇଛି । କଂପାନିଗୁଡ଼ିକ ନିଜ ଆଡ଼ୁ ବର୍ଗ ଚୟନ କରି ଆବେଦନ କରିବେ । ଏହି ପୁରସ୍କାର ଆବେଦନ କରିବା ଲାଗି କୌଣସି ଶୁଳ୍କ ଦେବାକୁ ପଡ଼ିବ ନାହିଁ । ଏହି ପୁରସ୍କାର ବିଷୟରେ ଅଧିକ ଜାଣିବା ଲାଗି ସଞ୍ଜୟ ଗୌରଙ୍କୁ ମୋବାଇଲ୍ ନମ୍ବର ୯୬୫୪୧୩୩୩୦୦ ଓ ଜ୍ଞାନ ରଞ୍ଜନ ମହାନ୍ତିଙ୍କୁ ୯୯୩୮୪୪୩୨୨୪ରେ ଯୋଗାଯୋଗ କରାଯାଇପାରିବ ।

from Kanak News
via <a href="https://ifttt.com/?

ବ୍ରିଟେନରେ କରୋନାର ନୂଆ ରୂପ ବଢ଼ାଉଛି ଚିନ୍ତା : ବିଟ୍ରେନରୁ ଓଡ଼ିଶା ଆସୁଥିବା ଯାତ୍ରୀଙ୍କୁ ତୁରନ୍ତ ନିର୍ଦ୍ଦେଶ ଦେବା ସୂଚନା

କନକ ବ୍ୟୁରୋ : ବ୍ରିଟେନର ନୂଆ ଷ୍ଟ୍ରେନ ଚିନ୍ତା ବଢ଼ାଇଥିବା ବେଳେ ଇଂଲଣ୍ଡରୁ ଆସିଥିବା ବ୍ୟକ୍ତି ବିଶେଷସେମାନଙ୍କ ସମ୍ପର୍କରେ ସୂଚନା ତୁରନ୍ତ ଦେବାକୁ ପ୍ରେସ ବିଜ୍ଞପ୍ତି ଜାରି କରିଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଏନେଇ ଏକ ଫୋନ ନମ୍ବର ମଧ୍ୟ ଜାରି କରାଯାଇଛି । ଯେଉଁଥିରେ ବ୍ରିଟେନ ଫେରନ୍ତା ବ୍ୟକ୍ତି ନିଜର ତଥ୍ୟ ଦେଇପାରିବେ । ସୂଚନା ମିଳିବା ପରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ତ୍ୱରିତ ଅନୁସନ୍ଧାନକାରୀ ଦଳ, ସେମାନଙ୍କ ସୂଚନା ସଂଗ୍ରହ କରି ପରବର୍ତୀ ପଦକ୍ଷେପ ଗ୍ରହଣ କରିବେ ।

ସେପଟେ ବ୍ରିଟେନରୁ ଓଡିଶା ଫେରିଥିବା ଜଣେ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ତେବେ ଏହି ବ୍ୟକ୍ତିଙ୍କ ଠାରେ ବ୍ରିଟେନର ସେହି ନୂଆ ଷ୍ଟ୍ରେନ ଆସିଛି କି ନାହିଁ ତାହା ସ୍ପଷ୍ଟ ହୋଇ ନାହିଁ । ଏପଟେ ବ୍ରିଟେନ ଫେରନ୍ତା ବ୍ୟକ୍ତି ନୂଆ ଷ୍ଟ୍ରେନରେ ସଂକ୍ରମିତ ହୋଇଛନ୍ତି ନା ନାହିଁ ସେ ନେଇ ପରୀକ୍ଷା ନିରୀକ୍ଷା କରୁଛି ଆରଏମଆରସି ।

ସେ ବ୍ରିଟେନରୁ ଭୁବନେଶ୍ୱର ଆସିବା ପରେ କାହା କାହା ସଂସ୍ପର୍ଶରେ ଆସିଛନ୍ତି, ସେନେଇ କଂଟାକ୍ଟ ଟ୍ରେସିଂ ମଧ୍ୟ କରାଯାଉଛି । ପଜିଟିଭ ଚିହ୍ନଟ ପରେ ବ୍ରିଟେନ ଫେରନ୍ତାଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଛି । ତାଙ୍କ ପରିବାର ଲୋକଙ୍କର ମଧ୍ୟ କୋଭିଡ ପରୀକ୍ଷା କରାଯାଇଥିବା ସୂଚନା ମିଳିଛି । ସଂପୃକ୍ତ ବ୍ୟକ୍ତି ଗତ ୧୮ ତାରିଖରେ ବ୍ରିଟେନରୁ ଭୁବନେଶ୍ୱରକୁ ଫେରିଥିଲେ ।

from Kanak News
via <a href="https://ifttt.com/?

Design a site like this with WordPress.com
Get started