ଯାଜପୁରର ରସୁଲପୁର ବ୍ଲକରେ ଭୟାବହ ଅଗ୍ନିକାଣ୍ଡ : ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ; ୭ ବଖରା ଘର ଜଳିପୋଡି ପାଉଁଶ

କନକ ବ୍ୟୁରୋ : ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ରାଧାନଗର ଗାଁରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ ହୋଇଯାଇଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବାବେଳେ ଦମକଳ ବାହିନୀ ପଂହଚି ନିଆଁକୁ ଆୟତ କରିଛି । ଅଗ୍ନିକାଣ୍ଡରେ ୭ ବଖରା ଘର ଜଳିଯାଇଛି । ନିଆଁ ଲିଭାଇବାକୁ ଦମକଳ ବାହିନୀକୁ ବହୁ କସରତ କରିବାକୁ ପଡିଥିଲା ।

ଗ୍ରାମର ଶଙ୍କର୍ଷଣ ରାଉତ, ଦଶରଥ ରାଉତ, ଖୁଲଣା ରାଉତ ଓ ମହେନ୍ଦ୍ର ରାଉତଙ୍କ ପରିବାର ସର୍ବସ୍ବାନ୍ତ ହୋଇଯାଇଛନ୍ତି। ଦଶରଥ ରାଉତଙ୍କର ଲକ୍ଷାଧିକ ଟଙ୍କାର ଟେଣ୍ଟ ହାଉସ ପୋଡ଼ି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଦର୍ପଣ ତହସିଲ ପକ୍ଷରୁ ଅଗ୍ନି ବିପନଙ୍କୁ ଆର୍ଥିକ ସହାୟତା ଓ ପଲିଥିନ ଯୋଗାଇ ଦିଆଯାଇଛି। ଯୁବସମାଜସେବୀ ସୁଦୀପ ସାମଲ ଏହି ବିପନ୍ନ ପରିବାରକୁ ଶୀତବସ୍ତ୍ର, ପଲିଥିନ ଓ ରୋଷେଇ ଉପକରଣ ସହିତ ୭ ଦିନ ପାଇଁ ରାସନ ସାମଗ୍ରୀ ଯୋଗାଇ ଦେଇଥିଲେ। ସେହିପରି ଯୁବନେତା କ୍ୟାପଟେନ୍ ରାଜନାରାୟଣ ମହାପାତ୍ର ବିପନ୍ନଙ୍କୁ ଆର୍ଥିକ ସହାୟତ ପ୍ରଦାନ କରିଥିଲେ।

from Kanak News
via <a href="https://ifttt.com/?

ଭକ୍ତ ଓ ଭଗବାନଙ୍କ ମହାମିଳନ : ଦ୍ୱିତୀୟ ଦିନରେ ଚାଲିଛି କାଳିଆ ଦର୍ଶନ; ସେବାୟତ ଓ ପରିବାର କରୁଛନ୍ତି ପ୍ରବେଶ

କନକ ବ୍ୟୁରୋ : ଶ୍ରୀମନ୍ଦିରରେ ଚାଲିଛି କାଳିଆ ଦର୍ଶନ । ସେବାୟତ ଓ ପରିବାର ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି । କରୋନା କଟକଣା ମଧ୍ୟରେ ଚାଲିଛି କାଳିଆ ଦର୍ଶନ । ଶାନ୍ତିଶୃଙ୍ଖଳାର ସହ ସେବାୟତ ମନ୍ଦିର ଭିତରେ ପ୍ରବେଶ କରୁଛନ୍ତି । ସେବାୟତ ଓ ପରିବାର ଆସନ୍ତାକାଲି ଯାଏଁ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ।

ଆସନ୍ତା ୨୬ରୁ ୩୧ ତାରିଖ ପର୍ଯ୍ୟନ୍ତ ପୁରୀବାସୀ ଦର୍ଶନ କରିବେ । ୩ ତାରିଖ ଠାରୁ ପୁରୀ ବାହାର ଲୋକ ଦର୍ଶନ କରିବାର ବ୍ୟବସ୍ଥା କରାଯାଇଛିି । ୱାର୍ଡୱାରୀ ପୁରୀ ବାସିନ୍ଦା ୩ଟି ପର୍ଯ୍ୟାୟରେ ଦର୍ଶନ କରିବା ପାଇଁ ବ୍ୟବସ୍ଥା ହୋଇଥିବା ବେଳେ ଗୋଟିଏ ୱାର୍ଡ ପାଇଁ ମାତ୍ର ୪ଘଂଟା ସମୟ ଧାର୍ଯ୍ୟ ହୋଇଛି । ପୁରୀ ବାହାରର ଲୋକଙ୍କ ପାଇଁ କୋଭିଡ-୧୯ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି ।

 

from Kanak News
via <a href="https://ifttt.com/?

ବୋରୱେଲ ଖୋଳାଇ ଫସିଲେ ଚାଷୀ : ୨ବର୍ଷ ହେଲାଣି ସରିଲାଣି ଗଭୀର ନଳକୂପ, ଲାଗି ପାରୁନି ପମ୍ପସେଟ୍

କନକ ବ୍ୟୁରୋ : ଭଲ ଚାଷ କରିବା ପାଇଁ ଜମିରେ କରାଇଥିଲେ ଗଭୀର ନଳକୂପ । ହେଲେ ଆଶା ଆଶାରେ ରହି ଯାଇଛି । ବୋରୱେଲ ଖୋଳାଇ ଚାଷୀ ଏବେ ହନ୍ତସନ୍ତ ହେଉଛନ୍ତି । ଏହାରି ଭିତରେ ବର୍ଷକୁ ତିନି ଫସଲ ଚାଷ କରିବାକୁ ଯୋଜନା ରଖିଥିବା ଚାଷୀ ମୁଣ୍ଡରେ ହାତ ଦେଇ ବସିଛି । ନବରଙ୍ଗପୁର ଉମରକୋଟରୁ ଆସିଛି ଚାଷୀ ସମସ୍ୟାର ଏପରି ଚିତ୍ର ।

ଜମିରେ ଖୋଳାଇଥିଲେ ଗଭୀର ନଳକୂପ । ବିଜୁ କୃଷକ ଯୋଜନାରେ ଚାଷୀ ଟଙ୍କା ବି ବାନ୍ଧିଥିଲେ । ଗଭୀର ନଳକୂପ ଖୋଳାଯିବାକୁ ୨ ବର୍ଷ ପୁରିଲାଣି , ଲାଗି ପାରିନି ପାଣି ପମ୍ପ । ଏହାରି ଭିତରେ ବର୍ଷକୁ ଉଠା ଜଳସେଚନରେ ତିନି ଫସଲ ଚାଷ କରିବାର ଯୋଜନା ରଖିଥିବା ଚାଷୀ ଉମରକୋଟରେ ଉଠାଜଳସେଚନ ପ୍ରକଳ୍ପ ଅଧିକାରୀଙ୍କ ଅଫିସ ଘେରିଛନ୍ତି ।

ନବରଙ୍ଗପୁର ଜିଲ୍ଲା ଉମରକୋଟ୍ ଅଂଚଳରୁ ଆସିଛି ଏପରି ଅଭିଯୋଗ । ୨୦୧୭ – ୧୮ ମସିହାରୁ ଚାଷୀ ଅପେକ୍ଷା କରିଛନ୍ତି ଜମିରେ କେବେ ବସିବ ଉଠାଜଳସେଚନ ପମ୍ପ । ସେପଟେ ଟେଣ୍ଡର ହୋଇନି, କରୋନା ଆଳ ଦେଖାଇଛନ୍ତି ଉଠାଜଳସେଚନ ବିଭାଗ ଏସଡିଓ । ପାଣି ଅଭାବରୁ ଚାଷୀ ଏଥର ବି ଚାଷ କରିପାରିନାହାନ୍ତି । ଉଠାଜଳସେଚନ ବ୍ୟବସ୍ଥା କେବେ ହେବ, ଚାଷୀଙ୍କ ଭାଗ୍ୟ ସୁଧୁରିବା ତାକୁ ହିଁ ଅପେକ୍ଷା ।

from Kanak News
via <a href="https://ifttt.com/?

ସୀମା ବିବାଦର ପୂର୍ଣ୍ଣଚ୍ଛେଦରେ ପୁଣି ଲାଗିଲା ବ୍ରେକ । ସୀମା ନିର୍ଦ୍ଧାରଣ ଚୁକ୍ତିନାମାରୁ ଓହରିଗଲା ଆନ୍ଧ୍ର

କନକ ବ୍ୟୁରୋ: ଦୀର୍ଘ ଦିନ ଧରି ଲାଗି ରହିଥିବା ସୀମା ବିବାଦର ପୂର୍ଣ୍ଣଛେଦରେ ପୁଣି ଲାଗିଲା ବ୍ରେକ ।  ସୀମା ନିର୍ଦ୍ଧାରଣ ଚୁକ୍ତିନାମାରୁ ଓହରିଗଲା ଆନ୍ଧ୍ର । କୋରାପୁଟ ଜିଲ୍ଲାର ସମ୍ବାଇ ପଂଚାୟତ ସୀମାନ୍ତକୁ ନେଇ ଆନ୍ଧ୍ର ଓଡ଼ିଶା ମଧ୍ୟରେ ବହୁ ଦିନରୁ ଲାଗି ରହିଛି ବିବାଦ । ଆଉ ଏହାର ସମାଧାନ ପାଇଁ ୩ ତାରିଖରେ ଉଭୟ ରାଜ୍ୟର ସ୍ଥାନୀୟ ଅଂଚଳର ଅଧିକାରୀ ସମ୍ବାଇରେ ବୈଠକ କରି ସମାଧାନର ବାଟ ଖୋଜିଥିଲେ ।

ମାଡ଼୍ରାସ ପ୍ରେସଡ଼େନ୍ସି ଶାସନ କାଳର ନକ୍ସା ଅନୁସାରେ ୧୯୬୩ ମସିହାରେ ସେଟେଲମେଂଟ ଦ୍ୱାରା ପ୍ରସ୍ତୁତ ହୋଇଥିବା ନକ୍ସାକୁ ଉଭୟ ରାଜ୍ୟ ମାନିଥିଲେ । ସେହି ଆଧାରରେ ଦ୍ୱିତୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ମାଡ଼୍ରାସ ପ୍ରେସିଡ଼େନସି ଶାସନ କାଳର ପଥର ଚିହ୍ନକୁ ନେଇ ଉଭୟ ରାଜ୍ୟର ଅଧିକାରୀ ଏହି ବୈଠକରେ ସାମିଲ ହେବା ସହ ସୀମା ଚିହ୍ନଟର ପାହାଡ଼ ଚଢ଼ି ୩ ପଥରରେ ଦେଇଥିଲେ ଚିହ୍ନ । ୪ର୍ଥ ପଥର ପାଖକୁ ଯିବା ପୂର୍ବରୁ ଚୁକ୍ତିରୁ ଓହରିଲା ଆନ୍ଧ୍ର ।  ଓଡ଼ିଶା ଜମିକୁ ନିଜର କରି କହୁଥିବା ଆନ୍ଧ୍ର ଧରାପଡ଼ି ଯାଇଥିଲା ।  ଶେଷରେ ପୁଣି ଏକ ବୈଠକ କରି ସମାଧାନ କରିବା ପାଇଁ ଯୁକ୍ତି ରଖିଥିଲା ଆନ୍ଧ୍ର ।

 

from Kanak News
via <a href="https://ifttt.com/?

କାମାକ୍ଷାନଗର ମହାବୀର ରୋଡ ରେଞ୍ଜରେ ହାତୀ ଆକ୍ରମଣ : ବାପା ମୃତ, ଅଳ୍ପକେ ବର୍ତ୍ତିଗଲେ ପୁଅ

କନକ ବ୍ୟୁରୋ : ହାତୀ ଆକ୍ରମଣରେ ବାପା ମୃତ, ଅଳ୍ପକେ ବର୍ତିଗଲେ ପୁଅ । ମୃତକ ଜଣକ ହେଲେ ମହାବୀରରୋଡ ରେଞ୍ଜ ମଝିକା ଗାଁର ନିରଞ୍ଜନ ସ୍ୱାଇଁ । ସୂଚନା ଅନୁସାରେ ନିରଞ୍ଜନ ଓ ତାଙ୍କ ପୁଅ ବିଲରୁ ଫେରୁଥିବା ବେଳେ କାମାକ୍ଷାନଗର ମଝିକା କାଳୀମନ୍ଦିର ନିକଟରେ ହାତୀ ମୁହଁରେ ପଡ଼ିଯାଇଥିଲେ ।

ହାତୀଟି ନିରଞ୍ଜନକୁ ଶୁଣ୍ଢରେ ଟେକି କଚାଡ଼ି ଦେବା ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଆଉ ଅଳ୍ପକେ ବର୍ତି ଯାଇଥିଲେ ତାଙ୍କ ପୁଅ । ଦୀର୍ଘ ଦିନ ହେଲା ସ୍ଥାନୀୟ ଅଂଚଳରେ ହାତୀ ଉପଦ୍ରବ ବୃଦ୍ଧି ପାଉଥିବା ବେଳେ ବ୍ୟାପକ ଫସଲହାନୀର ମଧ୍ୟ ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । ହାତୀ ଉପଦ୍ରବକୁ ନେଇ ସ୍ଥାନୀୟ ଲୋକେ ଭୟଭୀତ ।

from Kanak News
via <a href="https://ifttt.com/?

ହାଡ଼ଭଙ୍ଗା ଜାଡ଼ରେ ଥରୁଛି କନ୍ଧମାଳ: ପୂର୍ବ ବର୍ଷର ଶୀତ ରେକର୍ଡ଼ ଭାଙ୍ଗିଲା ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ି

କନକ ବ୍ୟୁରୋ: ହାଡ଼ଭଙ୍ଗା ଜାଡ଼ରେ ଥରୁଛି କନ୍ଧମାଳ । ରେକର୍ଡ଼ ଭାଙ୍ଗିଛି ପୂର୍ବ ବର୍ଷ ଅପେକ୍ଷା ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ି । ଡ଼ିସେମ୍ବର ମାସର ତୃତୀୟ ସପ୍ତାହରୁ ଥଣ୍ଡା ବଢ଼ିବା ସଙ୍ଗେ ସଙ୍ଗେ ଜାଡ଼ ହେବା ସହ ଜିଲ୍ଲାର ସଦର ମହକୁମା ସମେତ ବାଲିଗୁଡ଼ା, ଜି ଉଦୟଗିରି, ରାଇକିଆ, କ ନୂଆ ଗାଁ, ଦାରିଙ୍ଗବାଡ଼ି, ବେଲଘର, ସିମନ ବଡି ଅଂଚଳରେ କାକରପାତ ଦୃଶ୍ୟ ଦେଖିବାକୁ ମିଳିଛି । ରାଜ୍ୟରେ କନ୍ଧମାଳକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

କନ୍ଧମାଳରେ ଶୀତର ଲହରୀ ଲାଗି ରହୁଛି। ଶୀତର ପ୍ରକୋପ ଏତେ ମାତ୍ରା ପଡୁଛି ଯେ ଦିନରେ ଘରେ ରହି ହେଉ ନାହିଁ କି ରାତିରେ ବାହାରେ ବୁଲି ହେଉ ନାହିଁ। ଘରେ ବି ଶୀତବସ୍ତ୍ର ପିନ୍ଧିବା ସହ ପିଇବା ହେଉ କି ସ୍ନାନ ପାଇଁ ପାଣି ଗରମ କରିବାକୁ ପଡୁଛି। ସଂଧ୍ୟା ହେଲେ ଶୀତ ମାଡି ଆସୁଛି। ବାହାରରେ ବୁଲିବା ମୁସ୍କିଲ ହୋଇ ପଡୁଛି। ଯଦି ବା କେହି ପଦାକୁ ବାହାରୁଛି ପାଦରୁ ମୁଣ୍ଡ ଯାଏ ଶୀତରୁ ତ୍ରାହି ପାଇଁ ଶୀତ ବସ୍ତ୍ର ପରିଧାନ କରିବାକୁ ପଡୁଛି।

ଲଗାତାର ୩ ଦିନ ହେଲା ଫୁଲବାଣୀର ତାପମାତ୍ରା ୪ ଡିଗ୍ରି ରହୁଛି। ଦାରିଙ୍ଗବାଡିରେ ବି ପାରଦ ଖସୁଛି। ଆଜି ଦାରିଙ୍ଗବାଡିର ତାପମାତ୍ରା ୫କୁ ଖସିଛି। ଓଡିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଦୁଇ ଦିନ ହେଲା ତୁଷାରପାତ ପଡିଥିବା ବେଳେ ଆଜି ଫୁଲବାଣୀରେ ଏହା ଦେଖିବାକୁ ମିଳିଛି। ବସଷ୍ଟାଣ୍ଡ,ଏଫସିଆଇ ଛକ ଓ କଲେଜ ଛକରେ ଘାସ ଉପରେ ତୁଷାରପାତ ପଡିଥିଲା। ଆଉ ବାହାରେ ରହୁଥିବା ବହୁ ଲୋକଙ୍କ କାର ଓ ବାଇକ ଉପରେ ତୁଷାରପାତ ପଡିଥିବା ଦେଖିବାକୁ ମିଳିଥିଲା। ତୁଷାରପାତ ଦେଖିବାକୁ ଭିଡ ଜମି ଥିଲା। କନ୍ଧମାଳ ଥରୁଥିବା ବେଳେ ଶୀତରୁ ମଜା ନେବା ପାଇଁ ପର୍ଯ୍ୟଟକଙ୍କ ସୁଅ ଛୁଟିବାରେ ଲାଗିଛି।

from Kanak News
via <a href="https://ifttt.com/?

ସୁବର୍ଣ୍ଣପୁର ଜମିରା ଛକରେ ଜଳିଗଲା ଚାଉଳ ବୋଝେଇ ଟ୍ରକ୍ : ଅଳ୍ପକେ ବର୍ତ୍ତିଲେ ଟ୍ରକ୍ ଡ୍ରାଇଭର ଓ ହେଲପର

କନକ ବ୍ୟୁରୋ : ସୁବର୍ଣ୍ଣପୁର ଜିଲ୍ଲା କମିରା ଛକରେ ଜଳିଗଲା ଏକ ଚାଉଳ ବୋଝେଇ ଟ୍ରକ୍ । ଟ୍ରକ୍ଟି ରାଇସ୍ ମିଲ୍ରୁ ଚାଉଳ ବୋଝେଇ କରି ଡୁଙ୍ଗୁରିପାଲିକୁ ଯାଉଥିବା ବେଳେ ବିନିକା-ରାମପୁର ରାସ୍ତାର କାମିରା ଛକରେ ହଠାତ୍ ନିଆଁ ଲାଗି ଯାଇଥିଲା । ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡ଼ିନଥିଲେ ବି ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗି ଯାଇଥିବା ସନ୍ଦେହ କରାଯାଉଛି ।

ତେବେ ଏହି ଘଟଣାରେ ଅଳ୍ପକେ ବର୍ତିଯାଇଛନ୍ତି ଟ୍ରକ୍ ଡ୍ରାଇଭର ଏବଂ ହେଲପର । ଖବର ପାଇ ବିନିକା ଏବଂ ରାମପୁର ଦମକଳବାହିନୀ ଘଟଣାସ୍ଥଳରେ ପହଂଚିଛି ନିଆକୁ ଆୟତ କରିଥିଲେ । ବଡ଼ କଥା ହେଉଛି ରାସ୍ତା ଉପରେ ଟ୍ରେକ୍ଟି ଜଳିଯାଉଥିବା ବେଳେ ଶହ ଶହ ଗାଡ଼ି ମଟର ରାସ୍ତାରେ ଅଟକ ରହିଥିଲା । ଏମିତି କି କିଛି ପେଟ୍ରୋଲ ଟ୍ରକ୍ ମଧ୍ୟ ରାସ୍ତାରେ ଅଟକିଥିବା ଦେଖିବାକୁ ମିଳିଛି ।

from Kanak News
via <a href="https://ifttt.com/?

ରାଉରକେଲାରେ ପୁଣି ଜିଏସଟି ଠକେଇ : ଜିଏସଟି ଠକେଇ ଅଭିଯୋଗରେ ଏଜାଜ ଅହମ୍ମଦ ଗିରଫ

କନକ ବ୍ୟୁରୋ : ବନ୍ଧା ହେଲେ ଜିଏସଟି ଅଧିକାରୀ । ଜିଏସଟି ଅଧିକାରୀ ଅଲେଖ ମହାନନ୍ଦଙ୍କୁ ଗିରଫ କରିଛି ଭିଜିଲାନ୍ସ । ୮୭ ଲକ୍ଷ ୯୭ ହଜାର ଟଙ୍କାର ଆୟବହିର୍ଭୁତ ସଂପତି ଠୁଳ ମାମଲାରେ ଗିରଫ ହୋଇଛନ୍ତି ଅଲେଖ । ଗିରଫ ଅଲେଖଙ୍କୁ ସୁନ୍ଦରଗଡ଼ ଭିିଜିଲାନ୍ସ ସ୍ୱତନ୍ତ୍ର କୋର୍ଟରେ ହାଜର କରିବ ରାଉରକେଲା ଭିଜିଲାନ୍ସ । ସରକାରୀ ଶିକ୍ଷକ ପତ୍ନୀ ଫୁଲ ଗରଡ଼ିଆଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ ହୋଇଛି । ରାଉରକେଲା ଭିିଜିଲାନ୍ସ ଏସପି ସୁବାସ ସ୍ୱାଇଁ ଏନେଇ ସୂଚନା ଦେଇଛନ୍ତି ।

ସେପଟେ, ଜିଏସଟି ଠକେଇ ଅଭିଯୋଗରେ ଏଜାଜ ଅହମ୍ମଦ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ସୋନି ଆଇରନ୍ ଓ ଷ୍ଟିଲ୍ ଏବଂ ହରିହର ଏଂଟରପ୍ରାଇଜେସ୍ ନାମକ ଦୁଇଟି ଜାଲ କଂପାନୀ ଖୋଲି ପ୍ରାୟ ୨୭ ବେପାର କରିଥିଲେ ଏଜାଜ୍ । ଆଉ ଜିଏସଟି ଇନଫଟ୍ କ୍ରେଡିଡ୍ ଟ୍ୟାକ୍ସ ବାବଦକୁ ୫ କୋଟି ଟଙ୍କା ଠକେଇ କରିଥିବା ନେଇ ଅଭିଯୋଗ ହୋଇଛି । ଅଭିଯୁକ୍ତ ଜଣକ ରାଉରକେଲା ଓ ଝାରସୁଗୁଡ଼ାରେ କାରବାର କରୁଥିଲେ । ଝାରସୁଗୁଡ଼ାରୁ ତାଙ୍କୁ ଗିରଫ କରିବା ପରେ ଗତକାଲି ତାଙ୍କୁ ରାଉରକେଲା ଏସଡିଜେଏମ୍ କୋର୍ଟରେ ହାଜର କରାଯାଇଥିଲା ।

from Kanak News
via <a href="https://ifttt.com/?

ରାଜଧାନୀରେ ଆଲୋଡନ, ବ୍ରିଟେନ ଫେରନ୍ତାଙ୍କୁ କରୋନା: ହସ୍ପିଟାଲରେ କରାଗଲା ଭର୍ତ୍ତି; ପରିବାର ଲୋକଙ୍କ କରୋନା ପରୀକ୍ଷା, ନୂଆ ଷ୍ଟ୍ରେନ କି ନୁହେଁ ହୋଇନି ସ୍ପଷ୍ଟ

କନକ ବ୍ୟୁରୋ: ବ୍ରିଟେନରେ କରୋନାର ନୂଆ ଷ୍ଟ୍ରେନ ଚିହ୍ନଟ ହେବା ପରେ, ଚାରିଆଡେ ଭୟର ବାତାବରଣ ଖେଳି ଯାଇଛି । ଆଉ ଏହି ସମୟରେ ବ୍ରିଟେନରୁ ଓଡିଶା ଫେରିଥିବା ଜଣେ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ଏହି ବ୍ୟକ୍ତିଙ୍କ ଠାରେ ବ୍ରିଟେନର ସେହି ନୂଆ ଷ୍ଟ୍ରେନ ଆସିଛି କି ନାହିଁ ତାହା ସ୍ପଷ୍ଟ ହୋଇ ନାହିଁ । ଏପଟେ ବ୍ରିଟେନ ଫେରନ୍ତା ବ୍ୟକ୍ତି ନୂଆ ଷ୍ଟ୍ରେନରେ ସଂକ୍ରମିତ ହୋଇଛନ୍ତି ନା ନାହିଁ ସେ ନେଇ ପରୀକ୍ଷା ନିରୀକ୍ଷା କରୁଛି ଆରଏମଆରସି । ସେ ବ୍ରିଟେନରୁ ଭୁବନେଶ୍ୱର ଆସିବା ପରେ କାହା କାହା ସଂସ୍ପର୍ଶରେ ଆସିଛନ୍ତି, ସେନେଇ କଂଟାକ୍ଟ ଟ୍ରେସିଂ ମଧ୍ୟ କରାଯାଉଛି । ପଜିଟିଭ ଚିହ୍ନଟ ପରେ ବ୍ରିଟେନ ଫେରନ୍ତାଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଛି । ତାଙ୍କ ପରିବାର ଲୋକଙ୍କର ମଧ୍ୟ କୋଭିଡ ପରୀକ୍ଷା କରାଯାଇଥିବା ସୂଚନା ମିଳିଛି ।

ସଂପୃକ୍ତ ବ୍ୟକ୍ତି ଗତ ୧୮ ତାରିଖରେ ବ୍ରିଟେନରୁ ଭୁବନେଶ୍ୱରକୁ ଫେରିଥିଲେ । ଏହା ଜାଣିବା ପରେ ବିଏମସି ପକ୍ଷରୁ ତାଙ୍କର କୋଭିଡ ପରୀକ୍ଷା ପାଇଁ ନମୂନା ସଂଗ୍ରହ କରିଯାଇଥିଲା । ତାଙ୍କର ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଛି ଓ ପରିବାର ଲୋକଙ୍କ କୋଭିଡ ଟେଷ୍ଟ ପାଇଁ ନମୂନା ସଂଗ୍ରହ କରାଯାଇଛି । ଏପଟେ କରୋନା ନୂଆ ଷ୍ଟ୍ରେନକୁ ନେଇ ଭୁବନେଶ୍ୱର ବିମାନବନ୍ଦର ପକ୍ଷରୁ ଏସଓପି ଜାରି କରାଯାଇଛି । ବିଦେଶରୁ ଫେରୁଥିବା ଯାତ୍ରୀଙ୍କୁ ନେଇ ସତର୍କତା ମୂଳକ ପଦକ୍ଷେପ ନିଆଯାଇଛି । ଏସଓପିରେ କୁହାଯାଇଛି- ଲକ୍ଷଣ ଥିବା ୫୫ ବର୍ଷରୁ ଅଧିକ ସମସ୍ତ ଯାତ୍ରୀଙ୍କ ଆଟିଂଜେନ ଟେଷ୍ଟ ବାଧ୍ୟତାମୂଳକ । ବିମାନ ବନ୍ଦରରେ ରାପିଡ ଆଂଟିଜେନ ଟେଷ୍ଟ ସୁବିଧା ଓ ହେଲ୍ପ ଡେସ୍କ ରହିଛି । ଡିସେମ୍ବର ୨୪ରୁ ବିମାନବନ୍ଦର ପରିସରରେ ଆରଟିପିସିଆର ଟେଷ୍ଟ ବ୍ୟବସ୍ଥା ଉପଲବ୍ଧ ହେବ ।

ଗତ ୧୪ ଦିନ ଭିତରେ ବ୍ରିଟେନ ଫେରନ୍ତା ଯାତ୍ରୀଙ୍କ ଆରଟିପିସିଆର ଟେଷ୍ଟର ନେଗେଟିଭ ରିପୋର୍ଟ ନଥିଲେ ଆରଟିପିସିଆର ପରୀକ୍ଷା କରିବା ବାଧ୍ୟତାମୂଳକ । ବିଦେଶ ଫେରନ୍ତା ଯାତ୍ରୀଙ୍କ ସଂପର୍କରେ ସୂଚନା ପାଇଁ ସମସ୍ତ ବିମାନ ସେବା ପ୍ରଦାନ କାରୀ ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଛି । ବିମାନବନ୍ଦର ଟର୍ମିନାଲ ପରିସରରେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସ୍ୱତନ୍ତ୍ର କିଓସ୍କରେ ଯାତ୍ରୀଙ୍କ ଯାଂଚ କରାଯାଉଛି । ବର୍ତମାନ ଭୁବନେଶ୍ୱରକୁ ଆନ୍ତର୍ଜାତୀୟ ବିମାନ ସେବା ବନ୍ଦ ଅଛି । ତେବେ ପ୍ରତ୍ୟେକ ଦିନ ପ୍ରାୟ ୨୭ଟି ବିମାନ ଆସୁଛି  ଓ ୨୭ଟି ବିମାନ ଭୁବନେଶ୍ୱରରୁୁ ଯାଉଛି । ବ୍ରିଟେନରେ ନୂଆ ଷ୍ଟ୍ରେନ ଚିହ୍ନଟ ହେବା ପରେ ଏହି ସତର୍କତା ଅବଲମ୍ବନ କରାଯାଉଛି ।

from Kanak News
via <a href="https://ifttt.com/?

ଦୁର୍ଘଟଣା ନେଲା ଜୀବନ : ଖୋର୍ଦ୍ଧା ୧୬ ନମ୍ବର ଜାତୀୟ ରାଜପଥରେ ବାଇକକୁ ପିଟିଲା ଟ୍ରକ୍; ଘଟଣାସ୍ଥଳରେ ୨ମୃତ

କନକ ବ୍ୟୁରୋ : ସଡ଼କ ଦୁର୍ଘଟଣା ନେଲା ଜୀବନ । ପୃଥକ ପୃଥକ ଦୁଇଟି ଦୁର୍ଘଟଣାରେ ୪ଜଣଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧା ୧୬ ନମ୍ବର ଜାତୀୟ ରାଜପଥ କୁରାଡ଼ମଲ୍ଲ ଛକରେ ଦୁଇ ବାଇକ୍ ଆରୋହୀଙ୍କୁ ଟ୍ରକ୍ ପିଟି ଦେବାକୁ ୨ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ଦୁଇଜଣ ପ୍ରାଣ ହରାଇଥିବା ବେଳେ ଦୁଇଜଣ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭିର୍ତି ହୋଇଛନ୍ତି । ବାଇକ୍ ଆରୋହୀମାନେ ବ୍ରହ୍ମପୁରରୁ ଭୁବନେଶ୍ୱର ଅଭିମୁଖେ ଆସୁଥିଲେ ।

ମୃତକଙ୍କ ପରିଚୟ ମିଳିନଥିବା ବେଳେ ଟ୍ରକ୍ ଡ୍ରାଇଭରକୁ ଥାନାରେ ଅଟକ ରଖାଯାଇଛି । ସେହିପରି ବାଲେଶ୍ୱର ନୂଆସାହି ରାମେଶ୍ୱର ମନ୍ଦିର ନିକଟରେ କ୍ରେନ୍ ଦୁର୍ଘଟଣା ଗ୍ରସ୍ତ ହୋଇ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । କ୍ରେନ୍ଟି ଏକ ଅଟୋ ସହ ଧକ୍କା ହୋଇଥିଲା, ଆଉ ଏଥିରେ ବଳିପଡ଼ିଯାଇଥିଲେ ସ୍କୁଟିରେ ଆସୁଥିବା ୨ ଆରୋହୀ । ଏହି ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started