ଆଜି ରାଷ୍ଟ୍ରପତି ଭବନ ଅଭିମୁଖେ କଂଗ୍ରେସର ଶୋଭାଯାତ୍ରା : କୃଷିଆଇନକୁ ସମର୍ଥନ କରି ଶୋଭାଯାତ୍ରା କରିବ କଂଗ୍ରେସ 

କନକ ବ୍ୟୁରୋ : ଆଜି ରାଷ୍ଟ୍ରପତି ଭବନ ଅଭିମୁଖେ କୃଷି ଆଇନକୁ ବିରୋଧ କରି ଶୋଭାଯାତ୍ରା କରିବ କଂଗ୍ରେସ । କାର୍ଯ୍ୟକ୍ରମରେ କଂଗ୍ରେସର ବରିଷ୍ଠ ନେତା ସାମିଲ ହେବେ । କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କାର୍ଯ୍ୟକ୍ରମର ନେତୃତ୍ବ ନେବେ । କୃଷି ଆଇନ ବିରୋଧରେ ରାଷ୍ଟ୍ରପତିଙ୍କୁ ଏକ ସ୍ମାରକପତ୍ର ଦେବେ ରାହୁଲ । ଏଥିରେ ଦୁଇ କୋଟି ଚାଷୀଙ୍କ ଦସ୍ତଖତ ରହିବ ବୋଲି କଂଗ୍ରେସ କହିଛି ।

କେନ୍ଦ୍ର କୃଷି ଆଇନକୁ ପ୍ରତ୍ୟାହାର ଦାବିରେ କଂଗ୍ରେସ ଦେଶର ବିଭିନ୍ନ ସ୍ଥାନରେ ଦସ୍ତଖତ ସଂଗ୍ରହ କରୁଛି । ରନୂଆ କୃଷି ଆଇନକୁ ନେଇ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଦାବି କରିଛି କଂଗ୍ରେସ । କଂଗ୍ରେସ ଚାଷୀ ଆନ୍ଦୋଳନକୁ ସମର୍ଥନ କରିବା ସହ ନୂଆ କୃଷି ଆଇନକୁ ପ୍ରତ୍ୟୃାହାର କରିବା ପାଇଁ ଦାବି କରି ଆସୁଛି ।

from Kanak News
via <a href="https://ifttt.com/?

ସାରା ବିଶ୍ବକୁ ଡରାଇଲା ନୂଆ କରୋନା ଭୂତାଣୁ: ବ୍ରିଟେନକୁ ୪୦ ରାଷ୍ଟ୍ରର ବିମାନ ଚଳାଚଳ ବନ୍ଦ; ବ୍ରିଟେନ୍ ସମେତ ୮ ରାଷ୍ଟ୍ରରେ ନୂଆ ଭାଇରସର ଉପସ୍ଥିତି

କନକ ବ୍ୟୁରୋ: ବ୍ରିଟେନରେ ବ୍ୟାପିଥିବା ନୂଆ କରୋନା ଭୂତାଣୁ ବିଶ୍ବବ୍ୟାପୀ ଭୟ ସୃଷ୍ଟି କରିଛି। ପୂର୍ବ କରୋନାଭୂତାଣୁ ତୁଳନାରେ ନୂଆ ଭୂତାଣୁ ୭୦ ପ୍ରତିଶତ ଅଧିକ ଦ୍ରୁତ ଗତିରେ ବ୍ୟାପୁଛି ଏବଂ ଅତି ସହଜରେ ସଂକ୍ରମିତ କରିପାରୁଛି। ବିଭିନ୍ନ ରାଷ୍ଟ୍ରରେ ନୂଆ ଭୂତାଣୁର ମୁକାବିଲା ପାଇଁ କଟକଣା ଆରମ୍ଭ ହୋଇଯାଇଛି । ଆଜି ସୁଦ୍ଧା ୪୦ରୁ୍ ଅଧିକ ରାଷ୍ଟ୍ର ବ୍ରିଟେନ୍କୁ ବିମାନ ସେବା ବାତିଲ କରିଥିବା ଜଣାପଡ଼ିଛି। ୬ଟି ୟୁରୋପୀୟ ରାଷ୍ଟ୍ର ଇଟାଲି, ବେଲଜିୟମ, ଆଇସଲାଣ୍ଡ୍ , ଡେନମାର୍କ, ନେଦରଲାଣ୍ଡ୍ ଏବଂ ଜର୍ମାନୀରେ ମଧ୍ୟ ନୂଆ କରୋନା ଭୂତାଣୁ ଚିହ୍ନଟ ହୋଇଛି।

ସେହିପରି ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆରେ ମଧ୍ୟ ନୂଆ ଭୂତାଣୁ ଚିହ୍ନଟ ହୋଇଥିବାରୁ ନୂଆ କଟକଣା ଜାରି ହୋଇଛି। ଇତି ମଧ୍ୟରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ବୈଜ୍ଞାନିକମାନେ ମତ ରଖିଛନ୍ତି ଯେ, ନୂଆ କରୋନା ଭୂତାଣୁ ଅଧିକ ବିପଜ୍ଜନକ ବୋଲି କୌଣସି ବଳିଷ୍ଠ ପ୍ରମାଣ ନାହିଁ। ତେବେ ଜନସାଧାରଣଙ୍କୁ ସତର୍କତା ଅବଲମ୍ବନ କରି ଚଳିବାକୁ ହେବ ବୋଲି ‘ ହୁ ’ ଏମର୍ଜେନ୍ସି ମୁଖ୍ୟ ଡ. ରୢାନ୍ କହିଛନ୍ତି। ବ୍ରିଟେନରେ ବୈଜ୍ଞାନିକମାନେ ଏହି ନୂଆ ଭୂତାଣୁର ପ୍ରଭାବକୁ ଭଲଭାବେ ଅଧ୍ୟୟନ କରୁଛନ୍ତି।

ନୂଆ କରୋନା ଭୂତାଣୁ ପାଇଁ ଯେଉଁ ନିୟମ ଲାଗୁ ହୋଇଛି ସେଥିପାଇଁ ଗତକାଲି ଭାରତର ବିଭିନ୍ନ ବିମାନବନ୍ଦରେ ଅଧିକ ଗହଳି ଓ ବିଶୃଙ୍ଖଳା ଦେଖିବାକୁ ମିଳିଛି। ଯାତ୍ରୀମାନଙ୍କୁ ନାନାଦି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି। ବ୍ରିଟେନ୍ ଫେରନ୍ତା ଯାତ୍ରୀମାନଙ୍କୁ ବିମାନବନ୍ଦରରେ ପହଞ୍ଚିବାପରେ ବାଧ୍ୟତାମୂଳକ କୋଭିଡ୍ ଟେଷ୍ଟ୍ କରିବାକୁ ପଡ଼ୁଛି। ଏଥିପାଇଁ ଯାତ୍ରୀମାନଙ୍କୁ ଦୀର୍ଘ ସମୟ ଧରି ଅପେକ୍ଷା କରିବାକୁ ପଡ଼ୁଛି। ସେହିପରି ଦେଶରବିଭିନ୍ନ ଅଂଶରେ ଟେଷ୍ଟିଂ ହୋଇଥିବା ନମୁନାରେ ନୂଆ କରୋନା ଭୂତାଣୁ ଚିହ୍ନଟ ହୋଇନାହିଁ ବୋଲି ଆଇସିଏମ୍ଆର- ନାରି (ନ୍ୟାସନାଲ୍ ଏଡ୍ସ ରିସର୍ଚ୍ଚ୍ ଇନଷ୍ଟିଚ୍ୟୁଟ୍) ନିର୍ଦ୍ଦେଶକ ଡ. ସମୀରଣ ପଣ୍ଡା କହିଛନ୍ତି। ଗତ ୬-୭ ମାସ ମଧ୍ୟରେ ୨,୦୦୦ ନମୁନାରେ ଯେଉଁ ଭାଇରାଲ୍ ଜେନୋମ୍ ଅଧ୍ୟୟନ ହୋଇଥିଲା ସେଥିରେ ମଧ୍ୟ ଏହି ନୂଆ ଭୂତାଣୁ ଚିହ୍ନଟ ହୋଇନି ବୋଲି ଡ. ପଣ୍ଡା କହିଛନ୍ତି।

from Kanak News
via <a href="https://ifttt.com/?

ବଡ଼ଦିନ ପାଳନ ପାଇଁ କୋହଳ ହେଲା କଟକଣା : ବଡ ଚର୍ଚ୍ଚରେ ୫୦ ଏବଂ ସାନ ଚର୍ଚ୍ଚରେ ୨୦ ଜଣ ରହି ପାଳନ କରିପାରିବେ ବଡଦିନ ଉତ୍ସବ

କନକ ବ୍ୟୁରୋ : ବଡ଼ ଦିନ ପାଇଁ କଟକଣାକୁ କୋହଳ କରିଛି ପ୍ରଶାସନ । ସୀମିତ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ଭିତରେ କନ୍ଧମାଳରେ ପାଳିତ ହେବ ବଡ଼ ଦିନ ପୂର୍ବ । ବଡ ଚର୍ଚ୍ଚରେ ୫୦ଜଣ ଏବଂ ସାନ ଚର୍ଚ୍ଚରେ ୨୦ ଜଣ ରହି ବଡଦିନ ପାଳନ କରିପାରିବେ ବୋଲି କନ୍ଧମାଳ ଜିଲ୍ଲା ପ୍ରଶାସନ ନିଷ୍ପତି ନେଇଛନ୍ତି । ଏହା ସହ ଚର୍ଚ୍ଚ ସଜାସଜ୍ଜା ଓ ମାଇକ୍ ଲଗେଇବାକୁ ମଧ୍ୟ ଅନୁମତି ଦେଇଛି ଜିଲ୍ଲା ପ୍ରଶାସନ ।

ଗତ ୨୧ ତାରିଖରେ ବସିଥିବା ଶାନ୍ତି ବୈଠକରେ ଖ୍ରୀଷ୍ଟିୟାନ୍ ସଂପ୍ରଦାୟ ପ୍ରଶାସନକୁ ବଡ ଦିନ ପାଳିବା ପାଇଁ ୧୫ଜଣ ବଦଳରେ ଅଧିକ ସଂଖ୍ୟକ ଶ୍ରଦ୍ଧାଳୁ ରହିବାକୁ ଅନୁରୋଧ କରିଥିଲେ । ତାହା ବିଚାର କରି ଜିଲ୍ଲା ପ୍ରଶାସନ ଏହି ଅନୁମତି ଦେଇଛି । ଏଣୁ ଖ୍ରୀଷ୍ଟୀୟ ସଂପ୍ରଦାୟ ଓ ଚର୍ଚ୍ଚ ପକ୍ଷରୁ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଦେଇଛନ୍ତି । ୟଏହି ଅନୁମତି ପରେ ବଡଦିନ ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି । ଏହା ପୂର୍ବରୁ କରୋନାକୁ ଦୃଷ୍ଟିରେ ରଖି ଏହା ଉପରେ କଟକଣା ଲଗାଯାଇଥିଲା । ଏମିତି କି ଘରେ ରହି ବଡ଼ଦିନ ପାଳନ କରିବାକୁ ପ୍ରଶାସନ ଅନୁରୋଧ କରିଥିଲା ।

from Kanak News
via <a href="https://ifttt.com/?

ହାଇକୋର୍ଟରେ ଶୀତ ଅବକାଶ: ଜାନୁଆରି ୪ରେ ଖୋଲିବ ଓଡିଶା ହାଇକୋର୍ଟ; ଅବକାଶକାଳୀନ ବିଚାରପତି ଦାୟିତ୍ବରେ ରହିବେ ଜଷ୍ଟିସ ଏସ.କେ.ମିଶ୍ର

କନକ ବ୍ୟୁରୋ: ଓଡିଶା ହାଇକୋର୍ଟରେ ଶୀତ ଅବକାଶ ଆରମ୍ଭ ହେବାକୁ ଯାଉଛି। ଶୁକ୍ରବାର ଠାରୁ ଛୁଟି ରହୁଥିବା ବେଳେ ୨୦୨୧, ଜାନୁଆରି ୪ରେ ହାଇକୋର୍ଟ ଖୋଲିବ। ଶୀତ ଅବକାଶ ସମୟରେ ଜଷ୍ଟିସ ଏସ.କେ.ମିଶ୍ର ଡିସେମ୍ବର ୨୫ରୁ ୩୦ ତାରିଖ ପର୍ଯ୍ୟନ୍ତ ଅବକାଶକାଳୀନ ବିଚାରପତି ଦାୟିତ୍ବରେ ରହିବେ।

ସେହିଭଳି ଡିସେମ୍ବର ୩୧ରୁ ୨୦୨୧, ଜାନୁଆରି ୩ ତାରିଖ ପର୍ଯ୍ୟନ୍ତ ଜଷ୍ଟିସ ସଙ୍ଗମ କୁମାର ସାହୁ ଅବକାଶକାଳୀନ ବିଚାରପତି ଦାୟିତ୍ବରେ ରହିବେ ବୋଲି ହାଇକୋର୍ଟ ରେଜିଷ୍ଟ୍ରି ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରୁ ସୂଚନା ମିଳିଛି। ଶୀତ ଅବକାଶ ସମୟରେ କାର୍ଯ୍ୟ ଦିବସରେ ଦିନ ୧୧ଟାରୁ ୧୨ଟା ମଧ୍ୟରେ ନୂଆ ମାମଲା ଦାଖଲ କରାଯାଇ ପାରିବ। ଡ୍ରପ୍ ବକ୍ସ ବା ଇ-ମେଲ ବା ଇ-ଫାଇଲିଂ ଜରିଆରେ ନୂଆ ମାମଲା ଦାଖଲ କରାଯିବ ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି।

from Kanak News
via <a href="https://ifttt.com/?

ବର୍ଷା-ଅନୁଭବ ବିବାହ ବିଚ୍ଛେଦ ମାମଲା : ଆପୋଷ ବୁଝାମଣା ଭିତରେ ବାହାରିଲାନି ସମାଧାନ; ବର୍ଷାଙ୍କ ଓକିଲ କହିଲେ, ଏଣିକି କୋର୍ଟରେ ହିଁ କରିବେ ଆଲୋଚନା

କନକ ବ୍ୟୁରୋ : ଆପୋଷ ବୁଝାମଣା ଭିତରେ ବାହାରିଲାନି ବର୍ଷା-ଅନୁଭବ ବିବାହ ବିଚ୍ଛେଦ ମାମଲା । ୮ଥର ବର୍ଷା ଓ ଅନୁଭବ ପକ୍ଷ ମଧ୍ୟସ୍ଥତା କେନ୍ଦ୍ରରେ ଆମ୍ନା-ସାମ୍ନା ଆଲୋଚନା କରିବା ପରେ ବି କୌଣସି ସମାଧାନ ବାହାରିପାରିନାହିଁ । ଗତକାଲି ଶେଷ ଥର ପାଇଁ ବର୍ଷା ପ୍ରିୟଦର୍ଶିନୀଙ୍କ ପକ୍ଷରୁ ତାଙ୍କ ଓକିଲ ଦର୍ଶାଇଥିଲେ ଯେ, ବର୍ଷା ଆଉ ମଧ୍ୟସ୍ଥତା କେନ୍ଦ୍ରରେ ଏହି ବିବାଦ ନେଇ ଆଲୋଚନା କରିବେ ନାହିଁ । ବରଂ ଯାହା ଆଲୋଚନା କରିବେ କୋର୍ଟରେ ହିଁ କରିବେ ।

ଫଳରେ ଏହି କ୍ରମରେ ଆଗକୁ ବର୍ଷା-ଅନୁଭବ ବିବାଦ ମାମଲା ସୁପ୍ରିମକୋର୍ଟ ମଧ୍ୟସ୍ଥତା କେନ୍ଦ୍ରରେ ବନ୍ଦ ରହିଲା । ବର୍ଷା-ଅନୁଭବ ବିବାହ ବିଚ୍ଛେଦ ମାମଲା ସୁପ୍ରିମକୋଟକୁ ଯିବା ପରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ଉଭୟ ପକ୍ଷଙ୍କ ସମ୍ମାନକୁ ଦୃଷ୍ଟିରେ ରଖି ମଧ୍ୟସ୍ଥତା କେନ୍ଦ୍ରରେ ଆପୋଷ-ସମାଧାନ ପାଇଁ ପରାଶର୍ମ ଦେଇଥିଲେ । ହେଲେ ଏଥିରୁ କୌଣସି ସୁଫଳ ବାହାରି ପାରିନାହିଁ ।

from Kanak News
via <a href="https://ifttt.com/?

ଆଜିର ଗ୍ରାହକଙ୍କ ପସନ୍ଦ ଜୀବନଶୈଳୀ ପାଇଁ ସୁବିଧା ସୁଯୋଗ ଥିବା ଘର: ତପନ କୁମାର ମହାନ୍ତି ବ୍ରାଣ୍ଡସ୍ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ

କରୋନା ମହାମାରୀ ଦ୍ବାରା ଗୁରୁତର ଭାବେ ପ୍ରଭାବିତ ହୋଇଥିବା ରାଜ୍ୟ ରିଅଲ ଇଷ୍ଟେଟ୍‌ ଶିଳ୍ପରେ ସୁଧାର ହେଉଛି। ଶିଳ୍ପ ଉପରେ ମହାମାରୀର ପ୍ରଭାବ, ବର୍ତ୍ତମାନର ସ୍ଥିତି, ରାଜ୍ୟର ଅନ୍ୟ ସହରଗୁଡ଼ିକରେ ଥିବା ସମ୍ଭାବନା ଓ ଗ୍ରାହକଙ୍କ ପସନ୍ଦକୁ ନେଇ ଜେଡ୍‌ଇଷ୍ଟେଟସ୍‌ର ପରିଚାଳନା ନିର୍ଦେଶକ ତପନ କୁମାର ମହାନ୍ତିଙ୍କ ସହ ହୋଇଥିବା ଆଲୋଚନାକୁ ଏଠାରେ ଉପସ୍ଥାପନ କରାଯାଇଛି:

ବିଗତ ବର୍ଷଗୁଡ଼ିକ‌େର ରାଜ୍ୟ ରିଅଲ ଇଷ୍ଟେଟ୍‌ କ୍ଷେତ୍ରରେ କିଭଳି ପରିବର୍ତ୍ତନ ହୋଇଛି?

କିଛି ବର୍ଷ ପୂର୍ବରୁ ରିଅଲ ଇଷ୍ଟେଟ୍‌ ବ୍ୟବସାୟରେ ଅନେକ ସଂସ୍ଥା ସକ୍ରିୟ ଥିଲେ। ସ୍ଥାନୀୟ ସଂସ୍ଥା ଠାରୁ ଆରମ୍ଭ କରି ସାରା ଦେଶରେ ପ୍ରତିଷ୍ଠା ଲାଭ କରିଥିବା ବଡ଼ ବଡ଼ ସଂସ୍ଥା ମଧ୍ୟ ଓଡ଼ିଶା ଆସି ପ୍ରକଳ୍ପ ସ୍ଥାପନ କରିଥିଲେ। ଇତି ମଧ୍ୟରେ ଅନେକ ସଂସ୍ଥା ବଜାରରୁ ସମ୍ପୂର୍ଣ୍ଣ ଓହରିଯାଇଛନ୍ତି। ରେରା ନିୟମ ଲାଗୁ ହେବା ପରେ ଅନେକ କିଛି ବଦଳିଯାଇଛି। ଯେଉଁମାନେ ବ୍ୟବସାୟକୁ ବିଶେଷ ଗୁରୁତ୍ବ ଦେଉନଥିଲେ ସେମାନଙ୍କୁ ଆଉ ଦେଖିବାକୁ ମିଳୁନି। ଖାମଖିଆଲି ମନୋଭାବ ରଖି କାରବାର କରୁଥିବା ସଂସ୍ଥାଗୁଡ଼ିକ ପାଇଁ ରିଅଲ ଇଷ୍ଟେଟ୍‌ କ୍ଷେତ୍ରରେ ଆଉ ସ୍ଥାନ ନାହିଁ।

ମହାମାରୀର ପ୍ରଭାବ କିଭଳି ରହିଥିଲା?

ରିଅଲ ଇଷ୍ଟେଟ୍‌ ଶିଳ୍ପ ପାଇଁ ମହାମାରୀ ଏକ ଶକ୍ତ ଧକ୍କା ସଦୃଶ ଥିଲା। ଗ୍ରାହକମାନଙ୍କ ଦୃଷ୍ଟିରୁ ପ୍ରଭାବ କମ୍ ରହିଥିଲା। ମାତ୍ର ଶ୍ରମ ଶକ୍ତି କ୍ଷେତ୍ର ଅଧିକ ପ୍ରଭାବିତ ହୋଇଥିଲା। ଅନେକ କଂପାନି ନିଜର ହ୍ବାଇଟ୍ କଲାର୍‌ କର୍ମଚାରୀଙ୍କ ସଂଖ୍ୟା କମ୍ କରିଥିଲେ। ଶ୍ରମିକମାନେ ନିଜ ଘରକୁ ପଳାଇଥିଲେ। ପ୍ରକଳ୍ପ କାର୍ଯ୍ୟ ଜାରି ରଖିବା କଷ୍ଟକର ହୋଇପଡ଼ିଥିଲା। ତେବେ ଏହି କ୍ଷେତ୍ରରେ ସେଭଳି ବଡ଼ ଧରଣର ଛଟେଇ ହୋଇନାହିଁ। ଅତିବେଶିରେ ୨୦% କର୍ମଚାରୀ ପ୍ରଭାବିତ ହୋଇଥିବେ ବୋଲି ମୁଁ ଭାବୁଛି।

ବର୍ତ୍ତମାନ ସ୍ଥିତି କ’ଣ ରହିଛି?

ସ୍ଥିତିରେ ଉନ୍ନତି ହୋଇଥିବାର ସ୍ପଷ୍ଟ ସଙ୍କେତ ଦେଖିବାକୁ ମିଳିଛି। ରିଅଲ ଇଷ୍ଟେଟ୍‌ କ୍ଷେତ୍ର ଅଭିବୃଦ୍ଧି ପଥରେ ରହିଛି। ଏବେ ବହୁତ ଭଲ ପ୍ରକଳ୍ପ ଦେଖିବାକୁ ମିଳୁଛି। ନିବେଶ ଧାରା ସ୍ବାଭାବିକ ରହିଛି। ବ୍ୟାଙ୍କଗୁଡ଼ିକ ଠାରୁ ଋଣ ପାଇବାରେ କୌଣସି ଅସୁବିଧା ହେଉନାହିଁ। ଯେଉଁମାନଙ୍କ ପାଖରେ କାଗଜପତ୍ର ଠିକ୍ ଅଛି ଓ ସମସ୍ତ ପ୍ରକାର ମଞ୍ଜୁରି ରହିଛି ସେମାନଙ୍କୁ ଋଣ ଦେବାକୁ ବ୍ୟାଙ୍କଗୁଡ଼ିକ ନିଜ ଆଡ଼ୁ ଆଗ୍ରହ ଦେଖାଉଛନ୍ତି। ଯେହେତୁ ଅଧିକ ପ୍ରକଳ୍ପ ଘୋଷଣା ହେଉନାହିଁ ତେଣୁ ବିକ୍ରି ହୋଇପାରୁନଥିବା ଘର ସଂଖ୍ୟା ମଧ୍ୟ ନଗଣ୍ୟ ସ୍ତରରେ ରହିଛି। ବାସ୍ତବରେ ନୂଆ ଫ୍ଲାଟ୍‌ର ଅଭାବ ରହିଛି।

କମର୍ସିଆଲ୍ ରିଅଲ ଇଷ୍ଟେଟ୍‌ ବଜ‌ାର ସ୍ଥିତି କିଭଳି ରହିଛି?

ଯେଉଁ ସହରରେ ଅଧିକ ଲୋକ ବାସ କରନ୍ତି ସେଠାରେ କମର୍ସିଆଲ୍ କମ୍ପ୍ଲେକ୍ସ ସଫଳ ହୋଇଥାଏ। ଭୁବନେଶ୍ବର ସେହି ଦୃଷ୍ଟିରୁ ଏକ ବଡ଼ ବଜାର ହେବାକୁ ସମୟ ଲାଗିବ। ଏବେ ସହରରେ ଥିବା ଅନେକ କମର୍ସିଆଲ୍ କମ୍ପ୍ଲେକ୍ସରେ ଘର ଖାଲି ପଡ଼ିଛି। ସେଗୁଡ଼ିକ ଭଡ଼ାରେ ଲାଗୁନାହିଁ। ଯେଉଁ ସଂସ୍ଥା ପ୍ରକଳ୍ପ ସ୍ଥାପନ କରିଛନ୍ତି ସେମାନେ ରିଟର୍ଣ୍ଣ ପାଇବାକୁ ସଂଘର୍ଷ କରୁଛନ୍ତି। ଯେ‌ପର୍ଯ୍ୟନ୍ତ ଏହି ପ୍ରକଳ୍ପରେ ଥିବା ଦୋକାନଗୁଡ଼ିକରେ କିଣାବିକା ଦ୍ରୁତ ଗତିରେ ନବଢ଼ିବ ବା ବାଣିଜ୍ୟିକ ଦୃଷ୍ଟିରୁ ଲାଭଜନକ ନହେବ ସେପର୍ଯ୍ୟନ୍ତ କମର୍ସିଆଲ୍ କମ୍ପ୍ଲେକ୍ସ ବଜାର ସଂଘର୍ଷ କରିବ।

ଭୁବନେଶ୍ବର ବ୍ୟତୀତ ରାଜ୍ୟର ଅନ୍ୟ କେଉଁ ସହରରେ ରିଅଲ ଇଷ୍ଟେଟ୍ ଶିଳ୍ପ ବଢ଼ୁଛି?

ବ୍ରହ୍ମପୁର, ବାଲେଶ୍ବର, ରାଉରକେଲା, ସମ୍ବଲପୁର, ପୁରୀ, କଟକ, ଝାରସୁଗୁଡ଼ା ଓ ଯାଜପୁର ଭଳି ସହରରେ ରିଅଲ ଇଷ୍ଟେଟ୍‌ ଏକ ଶିଳ୍ପ ଭାବେ ଉଭା ହୋଇଛି। କିନ୍ତୁ ସେହି ଅଞ୍ଚଳର ଲୋକମାନେ ଫ୍ଲାଟ୍‌ କିମ୍ବା ଆଧୁନିକ ଜୀବନଶୈଳୀକୁ ଗ୍ରହଣ ନକରିବା ପର୍ଯ୍ୟନ୍ତ ସେଠାରେ ଦ୍ରୁତ ଗତିର ଅଭିବୃଦ୍ଧି ହାସଲ କରିବା କଂପାନିଗୁଡ଼ିକ ଲାଗି କଷ୍ଟକର ହେବ। ଏହି ସହରଗୁଡ଼ିକ ମଧ୍ୟରୁ କିଛି ସହରରେ ଚାରି ପାଞ୍ଚଟି ପ୍ରକଳ୍ପ ରହିଛି ଯେଉଁଥିରେ ଥିବା ଫ୍ଲାଟ୍‌ ସମ୍ପୂର୍ଣ୍ଣ ବିକ୍ରି ହୋଇପାରିନାହିଁ।

କେଉଁ ବର୍ଗର ଗ୍ରାହକମାନେ ଘର କିଣିବାକୁ ଆଗ୍ରହ ଦେଖାଉଛନ୍ତି?

ସବୁ ପ୍ରକାର ଗ୍ରାହକ ଘର କିଣୁଛନ୍ତି। ସ୍ଥାନୀୟ ଲୋକ, ବେତନଭୋଗୀ ଓ ବ୍ୟବସାୟୀ ଆଦି ସମସ୍ତେ ଘର କିଣୁଛନ୍ତି। ପ୍ରବାସୀ ଭାରତୀୟମାନେ ମଧ୍ୟ ଘର କିଣୁଛନ୍ତି। ଲୋକମାନେ ନିଜେ ରହିବା ପାଇଁ, ନିବେଶ ଉଦ୍ଦେଶ୍ୟରେ କିମ୍ବା ବୟସ୍କ ଅଭିଭାବକ ରହିବା ଲାଗି ଘର କିଣୁଛନ୍ତି। ଏବେ ଗ୍ରାହକମାନେ ଜୀବନଶୈଳୀ ପାଇଁ ଅଧିକ ସୁବିଧା ସୁଯୋଗ ଥିବା ଘର କିଣିବାକୁ ଅଧିକ ପସନ୍ଦ କରୁଛନ୍ତି। ସେମାନେ ସେଥିପାଇଁ ଆଉ କିଛି ଅଧିକ ଟଙ୍କା ଦେବାକୁ ମଧ୍ୟ ପ୍ରସ୍ତୁତ ଅଛନ୍ତି।

ବ୍ରାଣ୍ଡସ୍‌ ଅଫ୍‌ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ ସମ୍ବାଦ କର୍ପୋରେଟ୍‌ ଏକ୍ସିଲେନ୍ସ ଆୱାର୍ଡସ୍‌ ବିଷୟରେ ଆପଣଙ୍କ ମତ କ’ଣ?

ଏହା ଏକ ବହୁତ ଭଲ ଅଭିଯାନ। ମୁଁ ଏହାର ଦୁଇଟି ତିନିଟି ସଂସ୍କରଣ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲି। ଏହି ଅଭିଯାନ ଯେ ନୂତନ ଏବଂ ଉଦୀୟମାନ ଉଦ୍ୟୋଗୀଙ୍କ ପାଇଁ ପ୍ରେରଣାଦାୟୀ ଏଥିରେ କୌଣସି ଦ୍ବିମତ ନାହିଁ।

from Kanak News
via <a href="https://ifttt.com/?

ଦିଲ୍ଲୀ ଚାଷୀ ଆନ୍ଦୋଳନକୁ ପୁରିବାକୁ ବସିଲାଣୀ ଗୋଟିଏ ମାସ, ହେଲେ ବାହାରିପାରୁନି ସମାଧାନ : ଆସନ୍ତାକାଲି ୬ ରାଜ୍ୟର ଚାଷୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ

କନକ ବ୍ୟୁରୋ : ମାସେ ପୁରିବାକୁ ବସିଲାଣୀ ଦିଲ୍ଲୀରେ ଚାଷୀଙ୍କ ଆନ୍ଦୋଳନ । ସରକାର ଓ ଚାଷୀ ସଂଗଠନ ମଧ୍ୟରେ ଆଲୋଚନା ପରେ ବି ସମାଧାନ ବାଟ ଫିଟୁନାହିଁ । ଏହାରି ଭିତରେ ପୁଣି ଚାଷୀଙ୍କୁ ଆଲୋଚନା ପାଇଁ ଡାକିଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ । ସେପଟେ ଡିସେମ୍ବର ୨୫ତାରିଖରେ ୬ଟି ରାଜ୍ୟର ଚାଷୀଙ୍କ ସହ ଭିଡିଓ କନଫରେସିଂ ମାଧ୍ୟମରେ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ନୂଆ କୃଷି ଆଇନକୁ ପ୍ରତ୍ୟାହାର କରିବା ଦାବିରେ ରାଜଧାନୀ ଦିଲ୍ଲୀର ପ୍ରବେଶ ପଥରେ ବିଭିନ୍ନ ରାଜ୍ୟରୁ ଆସିଥିବା ଚାଷୀ ଜଗିରହିଛନ୍ତି । ଦିଲ୍ଲୀ-ହରିଆଣା, ଦିଲ୍ଲୀ-ଗାଜିଆବାଦ ଓ ଦିଲ୍ଲୀ-ଉତରପ୍ରଦେଶ ସୀମାରେ ଆନ୍ଦୋଳନ କରୁଛନ୍ତି ଚାଷୀ । ଫଳରେ ଏହି ରାସ୍ତା ଗୁଡ଼ିକରେ ଗାଡ଼ି ମଟର ଯାତାୟତ କରିବାରେ ବାଧା ସୃଷ୍ଟି ହୋଇଛି । ସେପଟେ ଚାଷୀ ଆନ୍ଦୋଳନକୁ ସମର୍ଥନ ଜଣାଉଛି ଆପ୍ । ଆମ ଆଦମୀ ପାର୍ଟି ନେତା ରାଘବ ଚଢଢା କହିଛନ୍ତି ସରକାରଙ୍କ ଅହଂକାର ସହ ଚାଷୀଙ୍କ ଲଢେଇ ଚାଲିଛି । ତୁରନ୍ତ ସରକାର ନିଜର ଅହଂକାର ଛାଡି ଚାଷୀଙ୍କ ଦାବି ମାନିବା ଉଚିତ । ଆନ୍ଦୋଳନରତ ଚାଷୀଙ୍କ ମଧ୍ୟରୁ ଜଣେ ବୃଦ୍ଧ ଚାଷୀ ଗତକାଲି ବିଳମ୍ବିତ ରାତିରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି । ସିଂଘୁ ସୀମାରେ ଧାରଣା ଦେଇଥିବା ନିଂରଜନ ସିଂ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ।

from Kanak News
via <a href="https://ifttt.com/?

ଆଉ ୨ ଦିନ ଶୀତ ଲହରୀ: ଆସନ୍ତା ୨୪ ଘଣ୍ଟାରେ ୧୧ ଜିଲ୍ଲାକୁ ପ୍ରବଳ ଥଣ୍ଡା ସମ୍ଭାବନା; ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ କେନ୍ଦ୍ର

କନକ ବ୍ୟୁରୋ: ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଶୀତ ଲହରୀ ଜାରି ରହିବ। ଏଣୁ ୨୪ ଓ ୨୫ ତାରିଖ ପାଇଁ ଝାରସୁଗୁଡ଼ା, ଅନୁଗୁଳ, ସୁନ୍ଦରଗଡ଼, ବରଗଡ଼, ନୂଆପଡ଼ା ଓ କନ୍ଧମାଳ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଅଞ୍ଚାଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଗତ ୨୪ ଘଣ୍ଟାରେ ଓଡ଼ିଶାରେ ପାଗ ମୁଖ୍ୟତଃ ଶୁଖିଲା ଥିଲା। ଏହି ସମୟରେ ଫୁଲବାଣୀର ସର୍ବନିମ୍ନ ରାତି ତାପମାତ୍ରା ୪ ଡିଗ୍ରି ସେଲ୍ସିୟସ୍ ରହିଥିଲା। ଏହାଛଡ଼ା ଓଡ଼ିଶାର ୧୨ଟି ସ୍ଥାନରେ ରାତି ତାପମାତ୍ରା ୧୦ ଡିଗ୍ରିରୁ କମ୍ ରହିଥିଲା। ଦାରିଙ୍ଗବାଡ଼ିରେ ୫ ଡିଗ୍ରି, ଅନୁଗୁଳଠାରେ ୫.୬, କୋରାପୁଟ ଓ ସୁନ୍ଦରଗଡ଼ଠାରେ ୭ ଡିଗ୍ରି ସେଲ୍ସିୟସ୍ ରେକର୍ଡ ହୋଇଛି।

କେନ୍ଦ୍ରର ସୂଚନା ମୁତାବକ, ରାଜ୍ୟକୁ ଏବେ ବି ଉତ୍ତରା ଥଣ୍ଡା ଓ ଶୁଷ୍କ ପବନର ପ୍ରବାହ ଜାରି ରହିଛି। ଫଳରେ ଆସନ୍ତା ୨୪ ଘଣ୍ଟାରେ ୧୧ ଜିଲ୍ଲାକୁ ତୀବ୍ର ଶୀତ ଲହରୀର ସମ୍ଭାବନା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଜିଲ୍ଲାଗୁଡ଼ିକ ହେଉଛି, ଝାରସୁଗୁଡ଼ା, ଅନୁଗୁଳ, ଢେଙ୍କାନାଳ, କନ୍ଧମାଳ, କୋରାପୁଟ, କଳାହାଣ୍ଡି, ସୁନ୍ଦରଗଡ଼, ନୂଆପଡ଼ା, ବରଗଡ଼, ନବରଙ୍ଗପୁର ଓ ମୟୂରଭଞ୍ଜ। ୨୪ ତାରିଖ ଓ ୨୫ ତାରିଖ ରାଜ୍ୟରେ ଶୀତ ଲହରି ସମ୍ଭାବନାକୁ ନେଇ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆଗାମୀ ୩ରୁ ୪ ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରାରେ କୌଣସି ପରିବର୍ତ୍ତନ ଦେଖାଯିବ ନାହିଁ। ଆଜି ଭୁବନେଶ୍ବର ଓ କଟକର ପାଗ ହାଲ୍କା କୁହୁଡ଼ିଆ ରହିବ।

from Kanak News
via <a href="https://ifttt.com/?

ମହାରାଷ୍ଟ୍ର ପରେ କର୍ଣ୍ଣାଟକରେ ଫେରିଲା ନାଇଟ କର୍ଫ୍ୟୁ : ଆଜି ଠାରୁ ରାତି ୧୦ଟାରୁ ସକାଳ ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତର ରହିବ

କନକ ବ୍ୟୁରୋ : ମହାରାଷ୍ଟ୍ର ପରେ କର୍ଣ୍ଣାଟକରେ ଫେରିଲା ନାଇଟ କର୍ଫ୍ୟୁ । କର୍ଣ୍ଣାଟକରେ ଆଜି ଠାରୁ ରାତି ୧୦ଟାରୁ ସକାଳ ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତର ରହିବ । ବ୍ରିଟେନରେ କରୋନା ଭୂତାଣୁର ନୂଆ ଷ୍ଟ୍ରେନ ଦେଖାଦେଇଥିବା ବେଳେ ଏହାକୁ ନେଇ ସତର୍କତା ମୂଳକ ପଦକ୍ଷେପ ନେଇ ରାତ୍ରୀକାଳିନ କର୍ଫ୍ୟୁ ବଳବତର କରିବା ଲାଗି ନିଷ୍ପତି ନେଇଛନ୍ତି କର୍ଣ୍ଣାଟକ ସରକାର । ଜାନୁୟାରୀ ୨ତାରିଖ ପର୍ଯ୍ୟନ୍ତ ଏହି ନାଇଟ କର୍ଫ୍ୟୁ ବଳବତର ରହିବ ।

ବ୍ରିଟେନରେ କରୋନା ଭୂତାଣୁର ନୂଆ ଷ୍ଟ୍ରେନ ଦେଖାଦେବା ପରେ ବିଭିନ୍ନ ଦେଶ ସମେତ ଭାରତରୁ ମଧ୍ୟ ବ୍ରିଟେନକୁ ଓ ବ୍ରିଟେନରୁ ବିମାନ ଚଳାଚଳ ଉପରେ କଟକଣା ଲଗାଯାଇଛି । ଏହାରି ଭିତରେ ମହାରାଷ୍ଟ୍ରରେ ମଧ୍ୟ ସତର୍କତା ମୂଳକ ପଦକ୍ଷେପ ଭାବେ ରାତ୍ରୀ କର୍ଫ୍ୟୁ ଲଗାଯାଇଛି ।

from Kanak News
via <a href="https://ifttt.com/?

କରୋନାର ବ୍ରିଟେନ୍ ଷ୍ଟ୍ରେନକୁ ନେଇ ଭୟ ବଢ଼ୁଥିବା ବେଳେ ସାମ୍ନାକୁ ଆସିଲା ପୁଣି ୨ଟି ନୂଆ ଷ୍ଟ୍ରେନ୍: ୟୁକେ ଚିହ୍ନଟ ହେଲା ଆଉ ଦୁଇଟି ପ୍ରକାରର କରୋନା ଭୂତାଣୁ, ଦକ୍ଷିଣ ଆଫ୍ରିକାରୁ ଆସିଛି ୨ ନୂଆ ଷ୍ଟ୍ରେନ୍

କନକ ବ୍ୟୁରୋ: କରୋନାର ବ୍ରିଟେନ୍ ଷ୍ଟ୍ରେନ୍କୁ ନେଇ ଆଶଙ୍କା ବଢୁଥିବା ବେଳେ ଇଂଲଣ୍ଡରେ ଆଉ ଦୁଇଟି ନୂଆ ପ୍ରକାରର କରୋନା ଭୂତାଣୁ ଚିହ୍ନଟ ହୋଇଛି । କୁହାଯାଉଛି ଏହା ସବୁଠୁ ଅଧିକ ସଂକ୍ରାମକ । ଇଂଲଣ୍ଡର ସ୍ୱାସ୍ଥ୍ୟ ସଚିବ ଦେଇଥିବା ସୂଚନା ଅନୁସାରେ ଏହି ଦୁଇ ନୂଆ ଷ୍ଟ୍ରେନ୍ ଦକ୍ଷିଣ ଆଫ୍ରିକାରୁ ଆସିଛି । ଦକ୍ଷିଣ ଆଫ୍ରିକାରୁ ଫେରିଥିବା ଦୁଇ ଜଣଙ୍କ ନିକଟରେ ଏହି ନୂଆ ଦୁଇ ଷ୍ଟ୍ରେନ୍ ଚିହ୍ନଟ୍ ହୋଇଛି । ଏହାକୁ ଦୃଷ୍ଟିରେ ରଖି ଦକ୍ଷିଣ ଆଫ୍ରିକା ଯାତ୍ରା ଉପରେ ୟୁକେ ସରକାର କଟକଣା ଘୋଷଣା କରିଛନ୍ତି । ଆଉ ଯେଉଁମାନେ ଦକ୍ଷିଣ ଆଫ୍ରିକାରୁ ଫେରିଛନ୍ତି ସେମାନଙ୍କ କଂଟାକ୍ଟ ଟ୍ରାସିଙ୍ଗ୍ କରାଯାଉଥିବା ସୂଚନା ଦିଆଯାଇଛି । ବିଗତ ୧୫ ଦିନ ଭିତରେ ଯେଉଁମାନେ ଦକ୍ଷିଣ ଆଫ୍ରିକାରୁ ଫେରିଛନ୍ତି କିମ୍ବା ଦକ୍ଷିଣ ଆଫ୍ରିକୀୟଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନେ ନିଜ କ୍ୱାରେଟିନ୍ କରି ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

ଦକ୍ଷିଣ ଆଫ୍ରିକାରୁ ଆସିଥିବା ଏହି ଦୁଇ ନୁଆ ଷ୍ଟ୍ରେନ୍ ବା କରୋନାର ପ୍ରକାରଭେଦକୁ ନେଇ ଅଧିକ ପରୀକ୍ଷା ଚାଲିଛି । ୟୁକେରେ ବର୍ତମାନ କରୋନାର ଦ୍ୱିତୀୟ ସଂକ୍ରମଣ ନେଇ ଆଶଙ୍କା ବଢ଼ିଯାଇଛି । କେବଳ ଗତକାଲି ଗୋଟିଏ ଦିନରେ ୩୬ ହଜାର ୮୦୪ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । କରୋନା ମହାମାରୀ ଆସିବା ଦିନଠାରୁ ଏହା ଇଂଲଣ୍ଡରେ ସର୍ବାଧିକ କରୋନା ଆକ୍ରାନ୍ତ ସଂଖ୍ୟା । ବଡ଼ କଥା ହେଉଛି, କରୋନାର ବ୍ରିଟେନ୍ ଷ୍ଟ୍ରେନ୍ ବା ସାର୍ସ କୋ-ଭି-ଟୁ ନେଇ ଚର୍ଚ୍ଚା ଥମିନଥିବା ବେଳେ କରୋନାର ଭୂତାଣୁର ବିବର୍ତନ ପୁଣି ଦୁଇଟି ନୂଆ ରୁପରେ ସାମ୍ନାକୁ ଆସିଛି । ଯାହାକୁ ସବୁଠାରୁ ଅଧିକ ସଂକ୍ରମକ ବୋଲି କୁହାଯାଉଛି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started