୨୮ଦିନରେ କୃଷକଙ୍କ ଆନ୍ଦୋଳନ । ପୁଣି ଆଲୋଚନା ପାଇଁ ଚାଷୀ ସଂଗଠନକୁ ଡାକିଲେ ସରକାର, ଜିଦରେ ଅଟଳ ଚାଷୀ

କନକ ବ୍ୟୁରୋ : ରାଜଧାନୀ ଦିଲ୍ଲୀରେ ୨୮ଦିନରେ ପହଂଚିଛି ଚାଷୀଙ୍କ ଆନ୍ଦୋଳନ । ସରକାର ଓ ଚାଷୀ ସଂଗଠନ ମଧ୍ୟରେ ଆଲୋଚନା ପରେ ବି ସମାଧାନ ବାଟ ଫିଟୁନାହିଁ । ଏହାରି ଭିତରେ ପୁଣି ଚାଷୀଙ୍କୁ ଆଲୋଚନା ପାଇଁ ଡାକିଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ । ସେପଟେ ଡିସେମ୍ବର ୨୫ତାରିଖରେ ୬ଟି ରାଜ୍ୟର ଚାଷୀଙ୍କ ସହ ଭିଡିଓ କନଫରେସିଂ ମାଧ୍ୟମରେ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

୨୮ଦିନରେ ପହଁଚିଲା ଚାଷୀ ଆନ୍ଦୋଳନ । ସରକାର ଓ ଚାଷୀଙ୍କ ସହ ୫ ପର୍ଯ୍ୟାୟ ଆଲୋଚନା ପରେ ବି ଏଯାଏଁ ସମାଧାନର ବାଟ ବାହାରିନାହିଁ । ନିଜ ଜିଦରେ ଅଟଳ ଥିବା ଚାଷୀ ହାଡଭଙ୍ଗା ଶୀତରେ ଖୋଲା ଆକାଶ ତଳେ, ଶୀତ କାକରରେ ଆନ୍ଦୋଳନ ଜାରି ରଖିଛନ୍ତି ।

ଏହାରି ଭିତରେ ପୁଣି ଆଲୋଚନା ପାଇଁ ଚାଷୀଙ୍କୁ ଡାକିଛନ୍ତି ସରକାର । ନୂଆ କୃଷି ଆଇନରେ ଚାଷୀ ମାନେ କଣ ଯୋଡିବା ପାଇଁ ଚାହୁଁଛନ୍ତି ଏବଂ କଣ ବାଦ୍ ଦେବାକୁ ଚାହୁଁଛନ୍ତି ସେ ନେଇ ସରକାର ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି । ତେବେ ଷଷ୍ଠ ପର୍ଯ୍ୟାୟ ଆଲୋଚନାରୁ ସମାଧାନର ବାଟ ବାହାରିବ ବୋଲି ଆଶ ରଖିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ।

ରାଜଧାନୀର ପ୍ରବେଶ ପଥରେ ଜଗି ରହିଛନ୍ତି ଚାଷୀ । ଗାଜିପୁର ସୀମା, ଚିଲ୍ଲା ବୋର୍ଡର, ସିଂଘୁ ସୀମାରେ ପ୍ରତିବାଦ କରୁଛନ୍ତି ଚାଷୀ । ଆଗକୁ କଣ ହେବ ରଣନୀତି ଏନେଇ ଚାଷୀ ସଂଗଠନ ମଧ୍ୟରେ ଆଲୋଚନା ଜାରି ରହିଛି । ସରକାରଙ୍କ ପ୍ରସ୍ତାବ ଉପରେ ବିଚାର କରିପାରନ୍ତି ଚାଷୀ ନେତା । ପୁର୍ନବାର ବୈଠକ କରିବା ପାଇଁ ସରକାରଙ୍କ ପକ୍ଷରୁ ୪୦ଜଣ ସଂଗଠନକୁ ନୂଆ ପ୍ରସ୍ତାବ ଦିଆଯାଇଛି । ବୈଠକ କେବେ ହେବ ସେ ନିଷ୍ପତି ଚାଷୀଙ୍କ ଉପରେ ଛାଡିଛନ୍ତି ସରକାର ।

ଗୋଟିଏ ପଟେ ସରକାର ନୂଆ କୃଷି ଆଇନ ପ୍ରତ୍ୟାହାର ନକରିବା ପାଇଁ ଏକ ପ୍ରକାର ସ୍ପଷ୍ଟ କରିଥିବା ବେଳେ ଅନ୍ୟ ପଟେ ନିଜ ଜିଦରେ ଅଟଳ ଅଛନ୍ତି ଚାଷୀ ସଂଗଠନ । ନୂଆ କୃଷି ଆଇନ ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଆନ୍ଦୋଳନରତ ଚାଷୀ କହିଛନ୍ତି ।

ଡିସେମ୍ବର ୨୫ତାରିଖ ଅର୍ଥାତ ପୂର୍ବତନ ପ୍ରଧାନନ୍ତ୍ରୀ ଅଟଳ ବିହାରୀ ବାଜପାୟୀଙ୍କ ଜନ୍ମଜୟନ୍ତୀ ଅବସରରେ ଚାଷୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ନୂଆ କୃଷି ଆଇନର ଉପକାରିତା ସମ୍ପର୍କରେ ଚାଷୀଙ୍କୁ ଅବଗତ କରାଇବେ ମୋଦୀ । ଉତରପ୍ରଦେଶର ଅଢେଇ ହଜାର କୃଷକଙ୍କ ସହ ଚୌପାଲ ମାଧ୍ୟମରେ ଯୋଗଯୋଗ କରିବ ବିଜେପି ।

from Kanak News
via <a href="https://ifttt.com/?

ଚୀନ୍ ସହ ବିବାଦ ମଧ୍ୟରେ ଆର୍ମି ମୁଖ୍ୟଙ୍କ ଲଦାଖ ଗସ୍ତ । ଶୂନ ଡିଗ୍ରୀ ତାପମାତ୍ରାରେ ମୁତୟନ ସୈନିକଙ୍କ ସହ କଲେ ଆଲୋଚନା

କନକ ବ୍ୟୁରୋ : ଚୀନ୍ ସହ ବିବାଦ ମଧ୍ୟରେ ଲଦାଖ ଗସ୍ତ କରିଛନ୍ତି ଆର୍ମି ମୁଖ୍ୟ ଜେନରୋଲ ମନୋଜ ମୁକୁନ୍ଦ ନରଭଣେ । ପେଙ୍ଗଙ୍ଗ ହ୍ରଦର ଦକ୍ଷିଣ ତଟ ଅଂଚଳ ପରିଦର୍ଶନ କରି ବାସ୍ତବ ନିୟନ୍ତ୍ରଣ ରେଖା ଅଂଚଳର ସ୍ଥିତି ସମୀକ୍ଷା କରିଛନ୍ତି ସେନା ମୁଖ୍ୟ ।
ଭାରତ ଚୀନ୍ ସୀମା ବିବାଦ ମଧ୍ୟରେ ସେନା ମୁଖ୍ୟଙ୍କ ଲଦାଖ ଗସ୍ତ । ଦୀର୍ଘ ୮ମାସରୁ ଅଧିକ ସମୟ ଧରି ଦୁଇ ଦେଶ ମଧ୍ୟରେ ଉତେଜନା ଲାଗି ରହିଥିବା ବେଳେ ସେନା ମୁଖ୍ୟଙ୍କ ଲଦାଖ ଗସ୍ତର ବେଶ ଗୁରୁତ୍ୱ ରହିଛି । ଦିନିକିଆ ଲଦାଖ ଗସ୍ତ କରି ପେଙ୍ଗଙ୍ଗ ହ୍ରଦର ଦକ୍ଷିଣ ତଟ ଅଂଚଳ ପରିଦର୍ଶନ କରିବା ସହ ବାସ୍ତବ ନିୟନ୍ତ୍ରଣ ରେଖା ଅଂଚଳର ସ୍ଥିତି ସମୀକ୍ଷା କରିଛନ୍ତି ସେନା ମୁଖ୍ୟ ଜେନରୋଲ ମନୋଜ ମୁକୁନ୍ଦ ନରଭଣେ ।

ରେଚିନ ଲା ସମେତ ଫରୱାର୍ଡ ପୋଷ୍ଟ ଗୁଡିକରେ ମୁତୟନ ସୈନିକ ମାନଙ୍କର ସ୍ଥିତି ଅନୁଧ୍ୟାନ କରିଛନ୍ତି ସେନାମୁଖ୍ୟ । ଏଲଏସିରେ ସୁରକ୍ଷାକର୍ମୀ କିପରି ଆରାମରେ ଡ୍ୟୁଟି କରିପାରିବେ ସେଥିଲାଗି କରାଯାଇଥିବା ପ୍ରସ୍ତୁତିର ପ୍ରଶଂସା କରିଛନ୍ତି ।

ସେନା ମୁଖ୍ୟ ରେଚିନ ଲା ଫରୱାର୍ଡ ବେସ୍ରେ ‘ଫାୟାର ଆଣ୍ଡ ଫ୍ୟୁରି କର୍ପ୍ସ’ ଅଂଚଳର ଏକଦିବସୀୟ ଯାତ୍ରା କରିଛନ୍ତି । ଉଦ୍ଦମପୁର ସ୍ଥିତ ନର୍ଦ୍ଦନ କମାଣ୍ଡର ଅଂଶବିଶେଷ ଚତୁର୍ଦ୍ଦଶ କର୍ପ୍ସର ଯବାନ ମାନଙ୍କୁ ମଧ୍ୟ ଭେଟିଛନ୍ତି ସେନାମୁଖ୍ୟ । ଏହି ଅବସରରେ ସେ ଫରୱାର୍ଡ ବେସ ଗୁଡିକର ତଦାରଖ କରିଛନ୍ତି । ଏହି ସମୟରେ ଜିଓସି, ଫାୟାର ଆଣ୍ଡ ଫ୍ୟୁରି କର୍ପ୍ସ ଏବଂ ଅନ୍ୟ କମାଣ୍ଡୋ ମାନଙ୍କ ଦ୍ୱାରା ସେନାର ପରିଚାଳନା ପ୍ରସ୍ତୁତି ସମ୍ପର୍କରେ ସେନାମୁଖ୍ୟଙ୍କୁ ଅବଗତ କରାଯାଇଥିବା ସେନା ପକ୍ଷରୁ ସୂଚନା ଦିଆଯାଇଛି ।

ପୂର୍ବ ଲଦାଖର ବିଭିନ୍ନ ପାହାଡିଆ ଅଂଚଳରେ ଶୂନ୍ୟ ଡିଗ୍ରୀ କମ୍ ତାପମତ୍ରାରେ ପ୍ରାୟ ୫୦ହଜାରରୁ ଅଧିକ ଯବାନ ସୀମାକୁ ଜଗିରହିଛନ୍ତି । ଯୁଦ୍ଧ ଭଳି ପରିସ୍ଥିତି ଉପୁଜିଲେ ଏମାନେ ତୁରନ୍ତ ଜବାବ ଦେବାର କ୍ଷମତା ରଖିଛନ୍ତି ।

ପ୍ରକୃତ ନିୟନ୍ତ୍ରଣ ରେଖା ଅଂଚଳ ନିକଟରେ ଭାରତ ଓ ଚୀନ୍ ମଧ୍ୟରେ ୮ମାସ ହେଲା ଉତେଜନା ଲାଗି ରହିଛି । ଏପରି ସମୟରେ ସେନା ମୁଖ୍ୟ ସୀମା ଗସ୍ତ କରି ଯବାନଙ୍କ ଉତ୍ସାହ ବଢାଇଛନ୍ତି । ଏହାରି ଭିତରେ ଗତ ୧୮ତାରିଖରେ ଉଭୟ ଦେଶର କୂଟନୈତିଜ୍ଞ ସ୍ତରୀୟ ଆଲୋଚନା ହୋଇଥିଲା, ଯାହା ବିଶେଷ ଫଳ ପ୍ରଦ ହୋଇପାରିନାହିଁ । ତେଣୁ ବରିଷ୍ଠ ସେନା କମାଣ୍ଡର ମାନଙ୍କର ଆଉ ଏକ ବୈଠକ ଆୟୋଜନ ପାଇଁ ଉଭୟ ପକ୍ଷ ରାଜି ଅଛନ୍ତି ।

from Kanak News
via <a href="https://ifttt.com/?

ଧାରା ୩୭୦ ଉଚ୍ଛେଦ ପରେ ଘାଟୀରେ ପ୍ରଥମ ନିର୍ବାଚନ ଫଳାଫଳ । ଜିଲ୍ଲା ବିକାଶ ପରିଷଦ ନିର୍ବାଚନରେ ବିଜେପି ଦଖଲରେ ଜମ୍ମୁ, କଶ୍ମୀରରେ ଗୁପକାର ମେଂଟର 

କନକ ବ୍ୟୁରୋ : ବିଜେପି ଦଖଲରେ ଜମ୍ମୁ, କଶ୍ମୀରରେ ଗୁପକାର ମେଂଟର ବାଜିମାତ । ଫାରୁକ ଅବଦୁଲ୍ଲାଙ୍କ ନେତୃତ୍ୱାଧିନ ଗୁପକାର ମେଂଟ ଜମ୍ମୁକଶ୍ମୀରରେ ଆୟୋଜିତ ଜିଲ୍ଲା ବିକାଶ ପରିଷଦ ନିର୍ବାଚନରେ ବାଜିମାତ କରିଛି । ଜମ୍ମୁକଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ପ୍ରଥମ ଥର ପାଇଁ ଏହି କେନ୍ଦ୍ର ଶାସିତ ଅଂଚଳରେ କୌଣସି ନିର୍ବାଚନ ଆୟୋଜିତ ହୋଇଥିଲା ।

ବିଜେପି ଦଖଲରେ ଜମ୍ମୁ, କଶ୍ମୀରରେ ଗୁପକାର ମେଂଟର ବାଜିମାତ । ଧାରା ୩୭୦ ଉଚ୍ଛେଦ ହେବା ପରେ ପ୍ରଥମ କରି ଆୟୋଜିତ ହୋଇଥିବା ନିର୍ବାଚନରେ ବାଜିମାତ କରିଛି ଗୁପକାର ମେଂଟ । ୨୮୦ଆସନରୁ ଗୁପକାର ମେଂଟ ୧୧୦ଅଧିକ ଆସନ ହାତେଇ ସାରିଛି । ସେପଟେ ବିଜେପିକୁ ୭୦ରୁ ଅଧିକ ଆସନ ମିଳିଛି ।

ଧାରା ୩୭୦ ଉଚ୍ଛେଦ ହେବା ପରେ କେନ୍ଦ୍ର ଶାସିତ ଅଂଚଳରେ ପ୍ରଥମ ଥର ପାଇଁ ଜିଲ୍ଲା ପରିଷଦ ନିର୍ବାଚନ ଆୟୋଜିତ ହୋଇଥିଲା । ନଭେମ୍ବର ୨୮ରୁ ନିର୍ବାଚନ ଆରମ୍ଭ ହୋଇ ୮ଟି ପର୍ଯ୍ୟାୟରେ ଶେଷ ହୋଇଥିଲା ଭୋଟିଂ । ଏଥିରେ ଜମ୍ମୁରେ ୧୪୦ ଓ କଶ୍ମୀରରେ ୧୪୦ଟି ଆସନ ପାଇଁ ହୋଇଥିଲା ମତଦାନ । ନିର୍ବାଚନର ଫଳାଫଳ ଆସୁଥିବା ବେଳେ ମୁହାଁମୁହିଁ ହୋଇଛନ୍ତି ବିଜେପି ଓ ଗୁପକାର ମେଂଟ ।

ବିଜେପି ନେତୃତ୍ୱାଧିନ କେନ୍ଦ୍ର ସରକାର ଜମ୍ମୁକଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିତିବାରୁ ଏହା ବିରୋଧରେ ନ୍ୟାସନାଲ କନଫରେନ୍ସ ଓ ମେହବୁବା ମୁଫତିଙ୍କ ପିଡିପି ଭଳି ୭ଟି ଦଳ ଏକାଠି ହୋଇ ଗୁପକାର ମେଂଟ ଗଠନ କରିଛନ୍ତି । ଡିଡିସି ନିର୍ବାଚନରେ ମେଂଟ ସପକ୍ଷରେ ୧୧୨ରୁ ଅଧିକ ଆସନ ଯାଇଥିବା ବେଳେ ବିଜେପି ୭୦ରୁ ଅଧିକ ଆସନ ହାତେଇଛି । ସେହିପରି କଂଗ୍ରେସ ୧୫ରୁ ଅଧିକ ଆସନରେ ଜିତିଛି । ଜିଲ୍ଲା ବିକାଶ ପରିଷଦ ନିର୍ବାଚନରେ ୪ହଜାର ୧୮୧ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେଉଛି । ଏଥିରେ ୩ହଜାର ୭୩୧ ପୁରୁଷ ପ୍ରାର୍ଥୀ ଓ ୪୫୦ମହିଳା ପ୍ରାର୍ଥୀ ରହିଛନ୍ତି ।

from Kanak News
via <a href="https://ifttt.com/?

ଯବାନଙ୍କ ଉପରେ ଆତଙ୍କବାଦୀଙ୍କ ଗ୍ରେନେଡ ଆକ୍ରମଣ । ଜମ୍ମୁକଶ୍ମୀର ଗାନ୍ଦେରବଲ ସିଆରପିଏଫ ଯବାନଙ୍କ ଉପରକୁ ଗ୍ରେନେଡ ମାଡରେ ୩ସୁରକ୍ଷା କର୍ମୀ ଆହତ ।

କନକ ବ୍ୟୁରୋ : ଯବାନଙ୍କ ଉପରେ ଆତଙ୍କବାଦୀଙ୍କ ଗ୍ରେନଡେ ଆକ୍ରମଣ । ଜମ୍ମୁକଶ୍ମୀର ଗାନ୍ଦେରବଲ ଅଂଚଳରେ ସିଆରପିଏଫ ଯବାନଙ୍କ ଉପରକୁ ଗ୍ରେନେଡ ମାଡ ହୋଇଥିବା ବେଳେ ୩ଜଣ ସୁରକ୍ଷା କର୍ମୀ ଆହତ ହୋଇଛନ୍ତି । ଆହତ ୩ଜଣ ଯବାନଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ ଗାନ୍ଦେରବଲର ଦୁଦେରହାମା ଅଂଚଳରେ ଏହି ଆକ୍ରମଣ ହୋଇଛି । ଆକ୍ରମଣ ସମ୍ପର୍କରେ ସୂଚନା ଦେଇଛନ୍ତି ଗାନ୍ଦେରବଲ ଏସଏସପି । ଏବଂ ଯବାନଙ୍କ ଚିକିତ୍ସା ପାଇଁ ତାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଥିବା କହିଛନ୍ତି ।

ଗତ ସପ୍ତାହରେ ଗୁରୁବାର ଦିନ ମଧ୍ୟ ଆତଙ୍କବାଦୀ ମାନେ ଅବନ୍ତିପୁରା ଅଂଚଳରେ ଗ୍ରେନେଡ ମାଡ କରିଥିଲେ । ଯେଉଁଥିରେ ସିଆରପିଏଫର ଜଣେ ସୁରକ୍ଷାକର୍ମୀ ଆହତ ହୋଇଥିଲେ ।

from Kanak News
via <a href="https://ifttt.com/?

ପଶ୍ଚିମବଙ୍ଗ ରାଜନୈତିକ ଲଢେଇ ପୁଣି ହିଂସାତ୍ମକ ରୂପ ନେଇଛି । ମେଦିନାପୁରରେ ବିଜେପି ଓ ଟିଏମି ସମର୍ଥକଙ୍କ ମଧ୍ୟରେ ରକ୍ତାକ୍ତ ସଂର୍ଘଷ ।

କନକ ବ୍ୟୁରୋ : ପଶ୍ଚିମବଙ୍ଗ ରାଜନୈତିକ ଲଢେଇ ପୁଣି ହିଂସାତ୍ମକ ରୂପ ନେଇଛି । ଆଜି ପୂର୍ବ ମେଦିନାପୁରରେ ବିଜେପି ଓ ଟିଏମି ସମର୍ଥକଙ୍କ ମଧ୍ୟରେ ରକ୍ତାକ୍ତ ସଂର୍ଘଷ ହୋଇଛି । ଟିଏମସି ଛାଡି ବିଜେପିରେ ସାମିଲ ହୋଇଥିବା ଶୁଭେନ୍ଦୁ ଅଧିକାରୀଙ୍କ ସମର୍ଥକ ଓ ଟିଏମସି ସମର୍ଥକଙ୍କ ମଧ୍ୟରେ ବିବାଦ ରକ୍ତ ସଂଘର୍ଷରେ ପରିଣତ ହୋଇଛି ।

ରାମନଗର ଅଂଚଳରେ ବିଜେପିର ରାଲି ଚାଲିଥିବା ବେଳେ ଟିଏମସି କର୍ମୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । କିଛି ଦିନ ପୂର୍ବରୁ ଶୁଭେନ୍ଦୁ ଅଧିକାରୀ ଟିଏମସି ଛାଡି ବିଜେପିରେ ସାମିଲ ହୋଇଛନ୍ତି । ଶୁଭେନ୍ଦୁ ଅଧିକାରୀଙ୍କ ଗଡ କୁହାଯାଉଥିବା ମେଦିନାପୁରରେ ଏହି ଘଟଣା ଘଟିଛି ।

ଗତ ସପ୍ତାହରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ପଶ୍ଚିମବଙ୍ଗ ଗସ୍ତ ସମୟରେ ବିଜେପିରେ ସାମିଲ ହୋଇଥିଲେ ଶୁଭେନ୍ଦୁ ଅଧିକାରୀ । ଶୁଭେନ୍ଦୁଙ୍କ ସମେତ ତାଙ୍କ ଭାଇ ଓ ଅନ୍ୟ କର୍ମୀ ମାନେ ମଧ୍ୟ ବିଜେପିରେ ସାମିଲ ହୋଇଥିଲେ । ଆସନ୍ତାବର୍ଷ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ମୁହାଁମୁହିଁ ହୋଇଛନ୍ତି ବିଜେପି ଓ ଟିଏମସି ।

from Kanak News
via <a href="https://ifttt.com/?

ସୁନ୍ଦରଗଡ଼ରେ ଧାନ ବିକ୍ରି ବେଳେ ଚାଷୀଙ୍କୁ ଲୁଟୁଛନ୍ତି ଦଲାଲ । ଲ୍ୟାମ୍ସରେ ବସ୍ତା ପିଛା କଟାଯାଉଛି ମନଇଚ୍ଛା ଧାନ । ଚାଷୀଙ୍କୁ ମିଳୁନି ବସ୍ତା ପଇସା

କନକ ବ୍ୟୁରୋ : ଚାଷୀଙ୍କ ପିଛା ଛାଡୁନାହିଁ ସମସ୍ୟା । ଯେତେ ଯାହା କଲେ ବି ପ୍ରତି ବର୍ଷ ଧାନ ବିକ୍ରି ବେଳେ ଚାଷୀ ମୁଣ୍ରେ ବଜ୍ର ପକାଉଛି ମଣ୍ଡି ସମସ୍ୟା । ଧାନର ମାନକୁ ନେଇ ପ୍ରଶ୍ନ କରି, ମନଇଚ୍ଛା କଟନୀ ଛଟନୀ କରୁଛନ୍ତି ଅଧିକାରୀ ଓ ଦଲାଲ୍ । ସୁନ୍ଦରଗଡରେ ଗାଁ ଗାଁରେ ମଣ୍ଡି ଖୋଲିଥିବା ବେଳେ ଏମିତି ଶୋଷଣର ଶିକାର ହେଉଛନ୍ତି ଚାଷୀ । ସବୁ ଦେଖି ଚୁପ୍ ବସିଛି ପ୍ରଶାସନ ।

ଲ୍ୟାମ୍ପସକୁ ଧାନ ବିକିବାକୁ ଆସିଥିବା ବେଳେ ଚାଷୀ କେମିତି ହନ୍ତସନ୍ତ ହେଉଛି ଏ ହେଉଛି ତାହାର ଗୋଟିଏ ଉଦାହରଣ । କେତେବେଳେ ଟୋକନ୍ ତାରିଖ ଆସିନି, ତ କେତେବେଳେ କଟନୀ ଛଟନୀ ଆଳରେ ଚାଷୀଙ୍କୁ ଲୁଟୁଛନ୍ତି ଦଲାଲା । ସୁନ୍ଦରଗଡ ଜିଲ୍ଲାର ବାଲିଶଙ୍କରା ବ୍ଲକ କିଞ୍ଜିରିକେଲା ଲ୍ୟାମ୍ପସରୁ ଆସିଛି ଏପରି ଅଭିଯୋଗ । ଚାଷୀ ଶହ ଶହ ବସ୍ତା ଧାନ କଂଟା କରି ମାପ କରିବା ବେଳେ , ସମସ୍ତଙ୍କ ଆଖିରେ ଆଂଗୁଠି ଗେଂଜି ବସ୍ତା ପିଛା ୨ କେଜିରୁ ଅଧିକ ଧାନ ଲୁଟ୍ ହେଉଥିବା ଅଭିଯୋଗ ଆସିଛି ।

କେବଳ ଅନଙ୍ଗ ଦାସ ନୁହଁନ୍ତି । ପୁରା ଜିଲ୍ଲାର ଚାଷୀ ଏବେ ଏହାର ଶିକାର ବନିଛନ୍ତି । ଆଉ କିଞ୍ଜିରିକେଲା ଲ୍ୟାମ୍ପସ କେବଳ ନୁହଁ, ଜିଲ୍ଲାର ସବୁ ଲ୍ୟାମ୍ପସରେ ଚାଲିଛି ଏମିତି ଧାନ ଲୁଟ୍ । ଭାତ ହାଣ୍ଡିରୁ ଗୋଟିଏ ଦେଖିବା ପରି ଆମେ ଆପଣଙ୍କୁ ଗୋଟିଏ ଲ୍ୟାମ୍ପସର ଧାନ ଲୁଟର ଦୃଶ୍ୟ ଦେଖାଇଲୁ । ସରକାର ସମବାୟ ସମିତି ଜରିଆରେ ଧାନ ବିକିବାକୁ ବ୍ୟବସ୍ଥା କରିଛନ୍ତି ସତ, ହେଲେ ଚାଷୀଙ୍କ କଷ୍ଟ ଦୂର ହେଉନି ।

ଚାଷୀଙ୍କ ଏପରି ସମସ୍ୟା ନେଇ ଲ୍ୟାମ୍ପସ ଏମଡିଙ୍କୁ ପ୍ରଶ୍ନ କରିଥିଲା କନକନ୍ୟୁଜ । କିନ୍ତୁ ସେ ଅଭିଯୋଗକୁ ଏଡାଇ ଯାଇଛନ୍ତି । ସୁନ୍ଦରଗଡ ଜିଲ୍ଲାରେ ଲ୍ୟାମ୍ପସ କର୍ମଚାରୀ ସିଧାସଳଖ ମିଲର ହାତରେ ମଣ୍ଡି କୁ ଟେକି ଦେଇଥିବାରୁ ମିଲରଙ୍କ ମନମାନୀ ବଢି ଯାଇଥିବା ଅଭିଯୋଗ ହୋଇଛି ।

from Kanak News
via <a href="https://ifttt.com/?

ବିଜେଡି ପାଠଶାଳାରେ ପରୀକ୍ଷା ଦେଲେ ଛାତ୍ର ନେତା । ନବୀନ ଓ ବିଜୁଙ୍କ ନେଇ ପଚରାଗଲା ୨୫ ପ୍ରଶ୍ନ । ପରୀକ୍ଷାର ନିୟନ୍ତ୍ରକ ସାଜିଲେ ପ୍ରଣବ ପ୍ରକାଶ ଦାସ

କନକ ବ୍ୟୁରୋ : ବିଜେଡି କାର୍ଯ୍ୟାଳୟରେ ଚାଲିଥିଲା ଛାତ୍ର କାର୍ଯ୍ୟକାରିଣୀ ବୈଠକ । ଯେଉଁଥିରେ ସାମିଲ ହୋଇଥିଲେ ଏହି ଛାମୁଆ ସଂଗଠନର ନେତୃମଣ୍ଡଳୀ । ବୈଠକ ସରିବା ପରେ ହଠାତ ଏକ ନିଆରା ଦୃଶ୍ୟ ସାମ୍ନାକୁ ଆସିଥିଲା । ୧୭୭ ଛାତ୍ର କାର୍ଯ୍ୟକର୍ତାଙ୍କୁ ନେଇ ଆରମ୍ଭ ହେଲା ପରୀକ୍ଷା ।

ଆଉ ଏହି ପରୀକ୍ଷାର ନିୟନ୍ତ୍ରକ ସାଜିଥିଲେ ଦଳର ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ । ୨୦ ମିନିଟ୍ର ଏହି ପରୀକ୍ଷା ପାଇଁ ଥିଲା ମୋଟ ୨୫ଟି ପ୍ରଶ୍ନ । ୧୦୦ ମାର୍କର ପରୀକ୍ଷା ଦେଇଥିଲେ ଦଳର ଛାତ୍ର ନେତା । ପରୀକ୍ଷାରେ ଭଲ କରିଥିବା ଛାତ୍ର ନେତାଙ୍କ ପାଇଁ ପୁରସ୍କାର ବ୍ୟବସ୍ଥା ମଧ୍ୟ କରାଯାଇଥିଲା ।

ବିଜୁ ଓ ନବୀନଙ୍କ ସଂପର୍କରେ ପ୍ରଶ୍ନାବଳୀ ପ୍ରସ୍ତୁତ ହୋଇଥିଲା । ବିଶେଷ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ ଶୈଳୀ, ତାଙ୍କ ସମୟରେ କେଉଁ କେଉଁ ବଡ଼ ବଡ଼ ପ୍ରକଳ୍ପ ହୋଇଛି, ସେନେଇ ପ୍ରଶ୍ନ ପଚରା ଯାଇଥିଲା । ସେପଟେ କିପରି ନିଜ ପରିବାର ପ୍ରତି ଦାୟିତ୍ୱ ତୁଲାଇବେ ଏବଂ ସମାଜରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବେ, ଏ ନେଇ ଛାତ୍ରନେତାଙ୍କୁ ଗୁରୁମନ୍ତ୍ର ଦେଇଥିଲେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ।

from Kanak News
via <a href="https://ifttt.com/?

ବ୍ରହ୍ମପୁରର କୋଟିପତି ଅଙ୍ଗନବାଡି କର୍ମୀ ଗିରଫ । ୨କୋଟି ୨୫ ଲକ୍ଷ ଟଙ୍କାର ସମ୍ପତ୍ତି ଠାବ କଲା ଭିଜିଲାନ୍ସ ।

କନକ ବ୍ୟୁରୋ : ବ୍ରହ୍ମପୁର ମହାନଗର ନିମର ୱାର୍ଡ ନମ୍ବର ୨ରେ କାର୍ଯ୍ୟରତ ଅଙ୍ଗନବାଡି ଦିଦି ନମିତା ଦଳାଇ । ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ୫ଟି ସ୍ଥାନରେ ଚଢାଉ କରିଥିଲା ।

ବ୍ରହ୍ମପୁର ସହରରେ ଥିବା ୩ ମହଲା କୋଠା, ପୁରୁଣା ବ୍ରହ୍ମପୁରସ୍ଥିତ ଘର, ଭୁବନେଶ୍ୱରରେ ୨ଟି ଫ୍ଲାଟ, ବ୍ରହ୍ମପୁରରେ ଥିବା ଛତୁଆ ଫ୍ୟାକ୍ଟ୍ରି ଉପରେ ହୋଇଥିଲା ଚଢାଉ । ନମିତାଙ୍କ ଘର, ସୁନା ଓ ବ୍ୟାଙ୍କ ବାଲାନସ ମିଶାଇ ମୋଟ ୨କୋଟି ୨୫ଲକ୍ଷ ଟଙ୍କା ସମ୍ପତି ଠାବ କରିଛି ଭିଜିଲାନ୍ସ ।

ଆୟ ବର୍ହିଭୂତ ସଂପତି ଠୁଳ ଅଭିଯୋଗରେ ଭୁବନେଶ୍ୱର ପୂର୍ତବିଭାଗର ବରିଷ୍ଠ କିରାଣୀ ଅସିତ କୁମାର ନାୟକଙ୍କୁ ଗିରଫ କରାଯାଇଛି । ମଙ୍ଗଳବାର ଭୁବନେଶ୍ୱର ଭିଜିଲାନ୍ସ ତାଙ୍କ ଡୁମଡୁମା ବାସଭବନ ସମେତ ଏକକାଳୀନ ୫ଟି ସ୍ଥାନରେ ଚଢାଉ କରିଥିଲା । ଚଢାଉବେଳେ ବହୁ ପରିମାଣରେ ଟଙ୍କା ଓ ସୁନା ଅଳଙ୍କାର ଜବତ ହୋଇଥିଲା । ଏହି କିରାଣିଙ୍କ ନିକଟରୁ ୫ କୋଟି ୨୩ ଲକ୍ଷରୁ ଅଧିକ ଟଙ୍କାର ସଂପତି ଠାବ କରାଯାଇଛି ।

from Kanak News
via <a href="https://ifttt.com/?

ପ୍ରାୟ ୯ ମାସ ପରେ ଆଜି ଖୋଲିଲା ଶ୍ରୀମନ୍ଦିର । ପ୍ରଥମ ଦିନରେ ଶ୍ରୀଜିଉଙ୍କୁ ଦର୍ଶନ କଲେ ସେବାୟତ ପରିବାର । ଜାରି ହେଲା ନୂଆ ଏସଓପି ।

କନକ ବ୍ୟୁରୋ : ଯେଉଁ ଦିନଟିକୁ ଦୀର୍ଘ ୯ମାସ ଧରି ଭକ୍ତମାନେ ଅପେକ୍ଷା କରି ରହିଥିଲେ ଆଜି ସେହି ମୁହୁର୍ତ ଆସିଛି । ଖୋଲିଛି ପୁରୀ ଶ୍ରୀମନ୍ଦିର । ମନର ଠାକୁରକୁ ଦର୍ଶନ କରିଛନ୍ତି ଭକ୍ତ । ପୁରୀରେ ପ୍ରବଳ ଥଣ୍ଡା ସତ୍ୱେ ଭୋର ୪ଟା ୫୦ ମିନିଟରେ ଫିଟିଥିଲା ଶ୍ରୀମନ୍ଦିର ଦୁଆର । ପରେ ପରେ ସେବାୟତ ପରିବାରର ସଦସ୍ୟ ମୁହଁରେ ମାସ୍କ ପିନ୍ଧି ପରିଚୟ ପତ୍ର ଦେଖାଇ ମହାପ୍ରଭୁଙ୍କ ଦର୍ଶନ ପାଇଁ ମନ୍ଦିର ଭିତରକୁ ଯାଇଥିଲେ ।

୨୩,୨୪,୨୫ ତିନିଦିନ ଧରି ପୁରୀ ପ୍ରଶାସନ ପକ୍ଷରୁ ସେବାୟତଙ୍କ ପରିବାରଲୋକଙ୍କ ପାଇଁ ଦର୍ଶନ ବ୍ୟବସ୍ଥା କରାଯାଇଛି । ୨୨ଶହ ସବାୟତଙ୍କ ପରିବାରର ପ୍ରାୟ ୧୦ ହଜାର ସଦସ୍ୟ କିପରି ସୁରୁଖୁରୁରେ ଦର୍ଶନ କରିପାରିବେ ସେଥିପାଇଁ ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିର ଭିତରେ ଓ ବାହାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ତିନିଦିନ ଦର୍ଶନ ବ୍ୟବସ୍ଥାରେ ରହିଥିବା ତ୍ରୁଟିର ସମାଧାନ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।

ଆସନ୍ତା ୨୬ରୁ ୩୧ ତାରିଖ ପର୍ଯ୍ୟନ୍ତ ପୁରୀବାସୀ ଦର୍ଶନ କରିବେ । ୩ ତାରିଖ ଠାରୁ ପୁରୀ ବାହାର ଲୋକ ଦର୍ଶନ କରିବାର ବ୍ୟବସ୍ଥା କରାଯାଇଛିି । ୱାର୍ଡୱାରୀ ପୁରୀ ବାସିନ୍ଦା ୩ଟି ପର୍ଯ୍ୟାୟରେ ଦର୍ଶନ କରିବା ପାଇଁ ବ୍ୟବସ୍ଥା ହୋଇଥିବା ବେଳେ ଗୋଟିଏ ୱାର୍ଡ ପାଇଁ ମାତ୍ର ୪ଘଂଟା ସମୟ ଧାର୍ଯ୍ୟ ହୋଇଛି । ପୁରୀ ବାହାରର ଲୋକଙ୍କ ପାଇଁ କୋଭିଡ-୧୯ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି ।

from Kanak News
via <a href="https://ifttt.com/?

ଲେଗିଙ୍ଗସକୁ ଫରେନସିକ ଲ୍ୟାବକୁ ପଠାଇଲା ଏସଆଇଟି । ଅଭିଯୁକ୍ତର ବୟାନ ଓ ଏସଆଇଟିର ହତ୍ୟା ଥିଓରୀର ପ୍ରମାଣ ପାଇଁ ବେଶ ଗୁରୁତ୍ୱ ରଖୁଛି ଲେଗିଙ୍ଗସ ।

କନକ ବ୍ୟୁରୋ : ମଙ୍ଗଳବାର ଦିନ ପୋଖରୀରୁ ପାଣି ନିଷ୍କାସନ ପରେ ରାତି ପ୍ରାୟ ୧୦ଟା ୧୦ ପାଖାପାଖି ଓଡ୍ରାଫ୍ ଟିମକୁ ମିଳିଥିଲା ଏକ ଛୋଟ ପିଲାର ଲେଗିଙ୍ଗସ । ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ଦୁଷ୍କର୍ମ ଓ ହତ୍ୟାର ଯେଉଁ ଥିଓରୀ ଦେଇଥିଲେ ସେହି ଆଧାରରେ ଦିନତମାମ ପୋଖରୀରୁ ଜଳ ନିଷ୍କାସନ ହେବା ସହ ପ୍ରମାଣ ଖୋଜା ଚାଲିଥିଲା ।

ପ୍ରେସମିଟ୍ କରି ବୋଥ୍ରା କହିଥିଲେ ଅଭିଯୁକ୍ତ ସରୋଜ ସେଠୀ, ଏହି ଜଘନ୍ୟ କାଣ୍ଡ ଘଟାଇବା ପରେ ଲେଗିଙ୍ଗସକୁ ପୋଖରୀକୁ ଫିଙ୍ଗି ଦେଇଥିବା ପୋଲିସ ଆଗରେ କହିଥିଲା । ଏବେ ପ୍ରଶ୍ନ ଉଠୁଛି, ପୋଖରୀରୁ ମିଳିଥିବା ଲେଗିଙ୍ଗସ କାହାର?

ଅଭିଯୁକ୍ତ ସରୋଜ ସେଠୀ, ପରୀକୁ ହତ୍ୟା କରିବା ପରେ ଲେଗିଙ୍ଗସ ଘର ପଛପଟ ପୋଖରୀକୁ ପିଙ୍ଗି ଦେଇଥିବା ପ୍ରେସମିଟ୍ରେ କହିଥିଲେ ଅରୁଣ ବୋଥ୍ରା । ଯଦି ସେହି ଲେଗିଙ୍ଗସ ମିଳିଯାଇଛି, ତେବେ ତଦନ୍ତକାରୀ ଦଳ ହାତରେ ବଡ଼ ପ୍ରମାଣ ଲାଗିଛି ବୋଲି କୁହାଯାଇପାରିବ । ଯଦି ଏହା ପରୀର ନୁହେଁ, ତେବେ ଏସଆଇଟି ପାଇଁ ଚ୍ୟାଲେଂଜ ଆହୁରି ବଢ଼ିଯିବ ।

ମିଳିଥିବା ଲେଗିଙ୍ଗସ କାହାର, ଏଥିରେ ଆଉ କିଛି ପ୍ରମାଣ ଅଛି କି, ଏସବୁର ପରୀକ୍ଷା ପାଇଁ ପୋଖରୀରୁ ଉଦ୍ଧାର କରାଯାଇଥିବା ଲେଗିଙ୍ଗସକୁ ଫରେନ୍ସିକ୍ ଲ୍ୟାବକୁ ପଠାଇବ ଏସଆଇଟି । ବୈଜ୍ଞାନିକ ପଦ୍ଧତିରୁ ତଥ୍ୟ, ପ୍ରମାଣ ଖୋଜିବାକୁ ଉଦ୍ୟମ କରିବ ସ୍ୱତନ୍ତ୍ର ତଦନ୍ତକାରୀ ଦଳ । ତେବେ ଏହି ଲେଗିଙ୍ଗସ ପରୀର କି ନୁହେଁ, ପରିବାର ଲୋକଙ୍କ ସହମତି ମଧ୍ୟ ଆବଶ୍ୟକ ହୋଇପାରେ ।
ସେପଟେ ଅଧିକ ପ୍ରମାଣ ପାଇଁ ପୋଖରୀ ଭିତରେ ଓଡ୍ରାଫ ଟିମର ଖୋଜାଖୋଜି କାର୍ଯ୍ୟ ଜାରି ରହିଛି । ନୟାଗଡ଼ର ଯଦୁପୁର ଗାଁରେ ବୁଧବାର ଦିନ ବି ପହଁଚିଥିଲେ ଏସଆଇଟି ମୁଖ୍ୟ । ପୋଖରୀ ନିକଟରେ ଓଡ୍ରାଫ ଓ ଏସଆଇଟି ସଦସ୍ୟଙ୍କ ସହ ଆଲୋଚନା କରିଛନ୍ତି ଅରୁଣ ବୋଥ୍ରା ।

from Kanak News
via <a href="https://ifttt.com/?

Design a site like this with WordPress.com
Get started