ବ୍ରିଟେନରୁ ଭୁବନେଶ୍ୱର ଫେରିଥିବା ବ୍ୟକ୍ତିଙ୍କ ଠାରେ କରୋନା ପଜିଟିଭ । ନୂଆ ଷ୍ଟ୍ରେନ କି ନୁହେଁ ହୋଇନି ସ୍ପଷ୍ଟ । ହସ୍ପିଟାଲରେ କରାଗଲା ଭର୍ତ୍ତି ।

କନକ ବ୍ୟୁରୋ : କରୋନାର ନୂଆ ରୂପକୁ ନେଇ ଆତଙ୍କ ଖେଳିଯାଇଥିବା ବେଳେ ଭୁବନେଶ୍ୱରର ଜଣେ ବ୍ରିଟେନ ଫେରନ୍ତା ପଜିଟିଭ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏହି ସୂଚନା ମିଳିଛି । ସଂପୃକ୍ତ ବ୍ୟକ୍ତି ଗତ ୧୮ ତାରିଖରେ ବ୍ରିଟେନରୁ ଭୁବନେଶ୍ୱରକୁ ଫେରିଛନ୍ତି । ଏହା ଜାଣିବା ପରେ ବିଏମସି ପକ୍ଷରୁ ତାଙ୍କର କୋଭିଡ ପରୀକ୍ଷା ପାଇଁ ନମୂନା ସଂଗ୍ରହ କରିଯାଇଥିଲା । ତାଙ୍କର ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଛି ଓ ପରିବାର ଲୋକଙ୍କ କୋଭିଡ ଟେଷ୍ଟ ପାଇଁ ନମୂନା ସଂଗ୍ରହ କରାଯାଇଛି ।

ବ୍ରିଟେନରେ ଚିହ୍ନଟ ହୋଇଥିବା କରୋନା ପ୍ରାୟ ୭୦ ପ୍ରତିଶତ ଅଧିକ ବେଗରେ ସଂକ୍ରମଣ କରିପାରିବ । ତେଣୁ ଏହି ଷ୍ଟ୍ରେନ ପ୍ରବେଶ କଲେ ଏହା ଅଧିକ ଚିନ୍ତାର କାରଣ ବନିଯିବ ।  ଏପଟେ କରୋନା ନୂଆ ଷ୍ଟ୍ରେନକୁ ନେଇ ଭୁବନେଶ୍ୱର ବିମାନବନ୍ଦର ପକ୍ଷରୁ ଏସଓପି ଜାରି କରାଯାଇଛି । ବିଦେଶରୁ ଫେରୁଥିବା ଯାତ୍ରୀଙ୍କୁ ନେଇ ସତର୍କତା ମୂଳକ ପଦକ୍ଷେପ ନିଆଯାଇଛି ।

– ଲକ୍ଷଣ ଥିବା ୫୫ ବର୍ଷରୁ ଅଧିକ ସମସ୍ତ ଯାତ୍ରୀଙ୍କ ଆଟିଂଜେନ ଟେଷ୍ଟ ବାଧ୍ୟତାମୂଳକ
– ବିମାନ ବନ୍ଦରରେ ରାପିଡ ଆଂଟିଜେନ ଟେଷ୍ଟ ସୁବିଧା ଓ ହେଲ୍ପ ଡେସ୍କ ରହିଛି
– ଡିସେମ୍ବର ୨୪ରୁ ବିମାନବନ୍ଦର ପରିସରରେ ଆରଟିପିସିଆର ଟେଷ୍ଟ ବ୍ୟବସ୍ଥା ଉପଲବ୍ଧ ହେବ
– ଗତ ୧୪ ଦିନ ଭିତରେ ବ୍ରିଟେନ ଫେରନ୍ତା ଯାତ୍ରୀଙ୍କ ଆରଟିପିସିଆର ଟେଷ୍ଟର ନେଗେଟିଭ ରିପୋର୍ଟ ନଥିଲେ ଆରଟିପିସିଆର ପରୀକ୍ଷା କରିବା ବାଧ୍ୟତାମୂଳକ
-ବିଦେଶ ଫେରନ୍ତା ଯାତ୍ରୀଙ୍କ ସଂପର୍କରେ ସୂଚନା ପାଇଁ ସମସ୍ତ ବିମାନ ସେବା ପ୍ରଦାନ କାରୀ ସଂସ୍ଥାକୁ ନିର୍ଦ୍ଦେଶ
-ବିମାନବନ୍ଦର ଟର୍ମିନାଲ ପରିସରରେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସ୍ୱତନ୍ତ୍ର କିଓସ୍କରେ ଯାତ୍ରୀଙ୍କ ଯାଂଚ କରାଯାଉଛି

ବର୍ତମାନ ଭୁବନେଶ୍ୱରକୁ ଆନ୍ତର୍ଜାତୀୟ ବିମାନ ସେବା ବନ୍ଦ ଅଛି । ତେବେ ପ୍ରତ୍ୟେକ ଦିନ ପ୍ରାୟ ୨୭ଟି ବିମାନ ଆସୁଛି ଓ ୨୭ଟି ବିମାନ ଭୁବନେଶ୍ୱରରୁୁ ଯାଉଛି । ବ୍ରିଟେନରେ ନୂଆ ଷ୍ଟ୍ରେନ ଚିହ୍ନଟ ହେବା ପରେ ଏହି ସତର୍କତା ଅବଲମ୍ବନ କରାଯାଉଛି ।

from Kanak News
via <a href="https://ifttt.com/?

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନେଇ ବିଜେପିର ଅଭିଯୋଗ, କେନ୍ଦ୍ରୀୟ ଯୋଜନାକୁ ହଡପ କରୁଛି ବିଜେଡି ।

କନକ ବ୍ୟୁରୋ : ଆବାସ ଯୋଜନାକୁ ନେଇ ନବୀନ ସରକାରଙ୍କୁ ଘେରିଛି ବିଜେପି । ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ ଦେଇଥିବା ଆବାସ ଯୋଜନା ସମ୍ପର୍କିତ ଚିଠିକୁ ଚିରି ଦେଇଥିଲେ ବିଜେପି ନେତା । ବିଜେପି ଅଭିଯୋଗ କରିଛି, ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ହଡପ କରିବାକୁ ଉଦ୍ୟମ କରୁଛନ୍ତି ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ପ୍ରଆଜୋ ଏବଂ ଇନ୍ଦିରା ଆବାସ ଯୋଜନାକୁ ଇଆଜୋ ଲେଖି ବିଜୁ ବାବୁଙ୍କ ଫଟୋ ଲଗାଇ ଷ୍ଟିକର ମାରୁଛନ୍ତି । ଯୋଜନା ଚୋରିକୁ ବନ୍ଦ ନକଲେ ଆଗାମୀ ୨୮ ତାରିଖରେ ମୁଖ୍ୟମନ୍ତ୍ରୀ ଆବାସ ଯୋଜନା ପାଇଁ ଦେଇଥିବା ଚିଠିକୁ ସବୁ ବ୍ଲକ କାର୍ଯ୍ୟାଳୟ ଆଗରେ ଚିରିକି ପୋଡାଯିବ । ୨୯ରେ ରାଜ୍ୟର ସମସ୍ତ ଥାନାରେ ଷ୍ଟିକର ମାରୁଥିବା ଏଜେନ୍ସି ନାଁରେ ଏତଲା ଦିଆଯିବ ବୋଲି ରାଜ୍ୟ ବିଜେପି କହିଛି ।

ସେପଟେ ବିଜେଡି କହିଛ, ଯେତେବେଳେ କୌଣସି ପ୍ରସଙ୍ଗ ନଥାଏ ସେତେବେଳେ ବିଜେପି ଏମିତି ପ୍ରସଙ୍ଗହୀନ ବକ୍ତବ୍ୟ ରଖିଥାଏ । ଅନ୍ୟପଟେ କଂଗ୍ରେସ ନେତା କହିଛନ୍ତି ଭାରତରେ ଆବାସ ଯୋଜନା କହିଲେ, ଲୋକେ ଇନ୍ଦିରା ଆବାସକୁ ବୁଝନ୍ତି । କଂଗ୍ରେସର ଆବାସ ଯୋଜନାକୁ ହାଇଜାକ କରାଯାଇଛି ।

from Kanak News
via <a href="https://ifttt.com/?

ଆଇପିଏସ ସ୍ତରରେ ବଡଧରଣର ଅଦଳବଦଳ । ବଦଳିଲେ ନୟାଗଡ ଏସପି ପ୍ରତ୍ୟୁଷ ଦିବାକର । ନୂଆ ଏସପି ହେଲେ ସିଦ୍ଧାର୍ଥ କଟରିଆ 

କନକ ବ୍ୟୁରୋ : ଆଇପିଏସ ସ୍ତରରେ ବଡ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର । କିଛି ଜିଲ୍ଲାର ଏସପିଙ୍କୁ ଅଦଳବଦଳ କରାଯାଇଛି । ନୟାଗଡର ଏସପି ପ୍ରତ୍ୟୁଷ ଦିବାକରଙ୍କୁ ବଦଳି କରାଯାଇଛି । ଏହାସହ ସିଦ୍ଧାର୍ଥ କଟରିଆଙ୍କୁ ନୟାଗଡର ନୂଆ ଏସପି ଭାବେ ଦାୟିତ୍ୱ ଦିଆଯାଇଛି ।

ସେହିପରି ପ୍ରତ୍ୟୁଷ ଦିବାକରଙ୍କୁ ଏଆଇଜି ମୁଖ୍ୟାଳୟ, ଚରଣ ସିଂ ମିନା ହେଲେ ଭଦ୍ରକ ଏସପି, ସାର୍ଥକ ଷଡଙ୍ଗୀ ହେଲେ ଡିଆଇଜି ଅନୁଗୁଳ, ପଣ୍ଡିତ ରାଜେଶ ଉତ୍ତମରାଓ ହେଲେ ଡିଆଇଜି କୋରାପୁଟ, ବି. ଗଙ୍ଗାଧର ହେଲେ ସମ୍ବଲପୁର ଏସପି, କେ.ଶିବ ସୁବ୍ରମଣି ହେଲେ ଢେଙ୍କାନାଳ ଏସପି, ରାହୁଲଙ୍କୁ ଯାଜପୁର ଏସି ଦାୟିତ୍ୱ ଦିଆଯାଇଛି ।

ଏହାସହ ମଦକର ସନ୍ଦିପ ସମ୍ପଦ ହେଲେ କେନ୍ଦ୍ରାପଡା ଏସପି, ମୁକେଶ କୁମାର ଭାମୋ ହେଲେ ରାଉରକେଲା ଏସପି, କୁଶଲକର ନୀତିନ ହେଲେ ବଲାଙ୍ଗିର ଏସପି, ବିବେକାନନ୍ଦ ଶର୍ମା ହେଲେ ରାୟଗଡା ଏସପି, ବରୁଣ ଗୁଣ୍ଟୁପାଲି ହେଲେ କୋରାପୁଟ ଏସପି, ପ୍ରହଲ୍ଲାଦ ସାହାଇ ମୀନା ହେଲେ ନବରଙ୍ଗପୁର ଏସପି ।

from Kanak News
via <a href="https://ifttt.com/?

ପରୀ ହତ୍ୟା ମାମଲାରେ ଏସଆଇଟିକୁ ମିଳିଲା ଆଉ ଏକ ସୁରାକ । ତଣ୍ଟି ଚିପି ହତ୍ୟା ବେଳେ ପରୀ ନାକରୁ ବାହାରିଥିଲା ରକ୍ତ

କନକ ବ୍ୟୁରୋ : ପରୀ ହତ୍ୟା ମାମଲାରେ ଏସଆଇଟି ଆଉ ଏକ ସୁରାକ । ତଣ୍ଟିଚିପି ହତ୍ୟା ବେଳେ ପରୀ ନାକରୁ ବାହାରିଥିଲା ରକ୍ତ । ପୋଲିସ ଆଗରେ ବୟାନ ଦେଲା ଅଭିଯୁକ୍ତ ସରୋଜ । ରକ୍ତକୁ ଏକ ଟାୱେଲରେ ପୋଛିଥିବା ମାନିଲା ଅଭିଯୁକ୍ତ । ରକ୍ତଭିଜା ଟାୱେଲ ଏସଆଇଟିକୁ ମିଳିଥିବା ନେଇ ସୂଚନା । ଅଧିକ ତଥ୍ୟ ପାଇଁ ଲ୍ୟାବକୁ ଏସଆଇଟି ଟାୱେଲକୁ ଲ୍ୟାବକୁ ପଠାଇଛି ।

ପରୀ ହତ୍ୟା ମାମଲାରେ ଏସଆଇଟିକୁ ଗତକାଲି ପୋଖରୀରୁ ଏକ ଲେଗିଙ୍ଗସ ମିଳିଛି । ତେବେ ଏହି ଲେଗିଙ୍ଗସ ପରୀର କି ନୁହେଁ ତାହା ପରୀକ୍ଷା ପରେ ଜଣାପଡିବ । ଲେଗିଙ୍ଗସ ଖୋଜିବା ପାଇଁ ପୋଖରୀକୁ ଶୁଖାଇଥିଲା ଏସଆଇଟି ଟିମ । ଏହାସହ ଏବେ ବି ତଦନ୍ତ ଜାରି ରଖି ଏସଆଇଟି ।

ଏହି ହତ୍ୟାକାଣ୍ଡରେ ଏସଆଇଟି ତଦନ୍ତ ପରେ ଅଭିଯୁକ୍ତ ସରୋଜକୁ ଯଦୁପୁର ଗାଁରୁ ଗିରଫ କରିଥିଲା । ଗିରଫ ପରେ ପରୀକୁ ହତ୍ୟା ପରେ ଦୁଷ୍କର୍ମ କରିଥିବା ନେଇ ମାନିଥିଲା ଅଭିଯୁକ୍ତ ସରୋଜ ।

from Kanak News
via <a href="https://ifttt.com/?

ଆଗାମୀ ରଥଯାତ୍ରା ଦେଖିବାକୁ ପୁରୀ ଆସିବେ ବଲିଉଡର ବିବାଦୀୟ ଅଭିନେତ୍ରୀ କଙ୍ଗନା ରାଣାୱତ । ଏନେଇ ନିଜେ ଟ୍ୱିଟ୍ ଯୋଗେ ସୂଚନା ଦେଲେ କଙ୍ଗନା । କହିଲେ ରଥଯାତ୍ରାରେ ଦେଖିବି ମହାପ୍ରଭୂଙ୍କ ରୂପ

କନକ ବ୍ୟୁରୋ : ଦୀର୍ଘ ୮ ମାସ ପରେ ଏବେ ପୁରୀ ଶ୍ରୀମନ୍ଦିର ଖୋଲା ଯାଇଛି । ମହାପ୍ରଭୂଙ୍କୁ ଦେଖିବାକୁ ଏବେ ବ୍ୟାକୁଳ ଭକ୍ତ । ହେଲେ ସରକାରଙ୍କ କିଛି କଟକଣା ଯୋଗୁ ଏବେ ମହାପ୍ରଭୂଙ୍କ ଦର୍ଶନ କରିବାରୁ ବଞ୍ଚିତ ହେଉଛନ୍ତି ଅନେକ ଭକ୍ତ । ଏହାରି ମଧ୍ୟରେ ଆସନ୍ତା ରଥଯାତ୍ରାରେ ପୁରୀ ଆସି ମହାପ୍ରଭୂଙ୍କୁ ଦର୍ଶନ କରିବେ ବୋଲି ସୂଚନା ଦେଇଛନ୍ତି ବଲିଉଡର ଲୋକପ୍ରିୟ ଅଭିନେତ୍ରୀ କଙ୍ଗନା ରାଣାୱତ୍ । ଏନେଇ ନିଜେ କଙ୍ଗନା ମଙ୍ଗଳବାର ଦିନ ଟ୍ୱିଟ କରି ଜଣାଇଛନ୍ତି । ସେ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଲେଖିଛନ୍ତି କି, ‘କିଛି ବର୍ଷ ତଳେ ମୁଁ ମୋ ମା’ଙ୍କ ସହ କାଶୀ ବିଶ୍ୱନାଥ ଯାଇ ଦର୍ଶନ କରିଥିଲି, ସେଠାରେ ମୁଁ ୭ଟି ଜ୍ୟୋର୍ତିଲିଙ୍ଗ ଦର୍ଶନ କରିବାର ସୌଭାଗ୍ୟ ଅର୍ଜ୍ଜନ କରିଛି । ଏବେ ନୂଆବର୍ଷରେ କେଦାରନାଥ ଯାଇ ସେଠାରେ ଥିବା ୮ ଟି ଜ୍ୟୋର୍ତିଲିଙ୍ଗ ଦର୍ଶନ କରିବାକୁ ଚାହୁଁଛି । ଏଥିସହ ଓଡିଶାର ପୁରୀ ଜଗନ୍ନାଥ ଧାମକୁ ଆସନ୍ତା ରଥଯାତ୍ରାରେ ଆସିବାକୁ ଇଚ୍ଛା କରିଛି’ ବୋଲି ସେ କହିଛନ୍ତି ।

ସୂଚନା ଥାଉକି ବର୍ତ୍ତମାନ ବଙ୍ଗନା ରାଣାୱତ ମନାଲିରେ ନିଜ ପରିବାର ସହ ଛୁଟି କଟାଉଛନ୍ତି । ଗତ ସପ୍ତାହରେ ସେ ତାଙ୍କର ସିନେତାମ ଥଲାଇଭିର ସୁଟିଂ ଶେଷ କରିଛନ୍ତି । ଅନ୍ୟପଟେ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ନେଇ ସେ କିଛି ବିବାଦୀୟ ବୟାନ ଦେଇଥିଲେ । ଯାହାକୁ ନେଇ ମହାରାଷ୍ଟ୍ର ସରକାର ଓ କଙ୍ଗନାଙ୍କ ଭିତରେ ଦେଖିବାକୁ ମିଳିଥିଲା ବାକ୍ ବିତଣ୍ଡା ।

from Kanak News
via <a href="https://ifttt.com/?

ବ୍ରିଟେନ ଫେରନ୍ତା କରୋନା ପଜିଟିଭ୍ । ପରୀକ୍ଷା ପରେ ଭୁବନେଶ୍ୱର ଫେରିଥିବା ବ୍ୟକ୍ତିଙ୍କ ନମୂନା ପଜିଟିଭ । ପରିବାର ଲୋକଙ୍କର ବି ହୋଇଛି ପରୀକ୍ଷା ।

କନକ ବ୍ୟୁରୋ: ବ୍ରିଟେନ ଫେରନ୍ତାଙ୍କୁ ନେଇ ବଡ ଖବର । ଭୁବନେଶ୍ୱରକୁ ବ୍ରିଟେନରୁ ଫେରିଥିବା ବ୍ୟକ୍ତି କରୋନା ପଜିଟିଭ । ପରୀକ୍ଷା ପରେ ତାଙ୍କ ନମୂନା ପଜିଟିଭ ଆସିଛି । ୧୮ ଡିସେମ୍ବରରେ ବ୍ରିଟେନରୁ ଓଡିଶା ଆସିଥିଲେ । ପଜିଟିଭି ଚିହ୍ନଟ ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ପରିବାର ଲୋକଙ୍କର ବି କରୋନା ପରୀକ୍ଷା କରାଯାଇଛି ।

ତେବେ ବ୍ରିଟେନ ଫେରନ୍ତାଙ୍କୁ ନେଇ କୌଣସି ଭୟଭୀତ ହେବାର ଆବଶ୍ୟକତା ନାହିଁ ବୋଲି କହିଥିଲେ ବିଏମସି କମିସନର ପ୍ରେମଚନ୍ଦ୍ର ଚୌଧୁରୀ । ବ୍ରିଟେନରେ କରୋନା ନୂଆ ଷ୍ଟ୍ରେନ ନେଇ ଏବେ ସାରା ବିଶ୍ୱ ଚିନ୍ତିତ ହୋଇପଡିଥିବା ବେଳେ ରାଜଧାନୀରେ ବ୍ରିଟେନ ଫେରନ୍ତା ପଜିଟିଭ ଚିହ୍ନଟ ହୋଇଛନ୍ତି ।

from Kanak News
via <a href="https://ifttt.com/?

ଆସନ୍ତା ୩୧ରେ ଅବସର ନେବେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । କିଏ ହେବେ ନୂଆ ମୁଖ୍ୟ ଶାସନ ସଚିବ ? ପାୱାର କରିଡରରେ ଚର୍ଚ୍ଚା

କନକ ବ୍ୟୁରୋ: ଅବସର ଗ୍ରହଣ କରିବେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ଡିସେମ୍ବର ୩୧ରେ ଅବସର ନେଉଛନ୍ତି ଅସିତ । ଅବସର ନେବାକୁ ସାଧାରଣ ପ୍ରଶାସନ ବିଭାଗର ବିଧିବଦ୍ଧ ବିଜ୍ଞପ୍ତି । ତେବେ ଅସିତଙ୍କ ଅବସର ପରେ କିଏ ହେବ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ତା ଉପରେ ନଜର ।

ତେବେ ୧୯ ଅଗଷ୍ଟ ୨୦୧୯ରେ ମୁଖ୍ୟ ଶାସନ ସଚିବ ଭାବ୍ୟ ଦାୟିତ୍ୱ ନେଇଥିବା ଅସିତ କରୋନା କାଳରେ ବଡ ଘୋଷଣା କରି ବେଶ ଚର୍ଚ୍ଚାରେ ରହିଥିଲେ । ନଅମାସ ଧରି କରୋନା ପାଇଁ ଲୋକେ ଭୟଭୀତ ଥିବା ବେଳେ କରୋନା ମୁକାବିଲା ପାଇଁ ସନ୍ଧ୍ୟାରେ ବଡ ବଡ ଘୋଷଣା କରୁଥିଲେ ଅସିତ ।

ସେପଟେ ନୂଆବର୍ଷରେ ନୂଆ ଶାସନ ମୁଖ୍ୟ । କିଏ ହେବେ ନୂଆ ମୁଖ୍ୟ ଶାସନ ସଚିବ, ଏହାକୁ ନେଇ ପାୱାର କରିଡରରେ ଚର୍ଚ୍ଚା ଆରମ୍ଭ ହୋଇଛି । ଅସିତ ତ୍ରିପାଠୀଙ୍କ ଜାଗା କିଏ ନେବେ ତାକୁ ନେଇ ଜୋରଦାର ଲବି ହେଲାଣି । ବିଶେଷ କରି ଦୁଇଟି ନାଁ ଚର୍ଚ୍ଚାର ଆଗରେ ରହିଛି । ଜଣେ ହେଉଛନ୍ତି ବର୍ତମାନର ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର । ଏବଂ ଅନ୍ୟଜଣେ ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ।କିନ୍ତୁ ଏହାରି ଭିତରେ ସବୁଠୁ ଆଗରେ ରହିଛନ୍ତି ଦକ୍ଷ ତଥା ପ୍ରଭାବଶାଳୀ ଆଇଏଏସ ଅଫିସର ସୁରେଶ ମହାପାତ୍ର । ତାଙ୍କ ନାଁରେ ମୋହର ମାରି ପାରନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ବର୍ତ୍ତମାନର ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ କାର୍ୟ୍ୟକାଳ ଡିସେମ୍ବର ୩୧ ତାରିଖରେ ଶେଷ ହେବ । ତେଣୁ ତା ପୂର୍ବରୁ ନୂଆ ଶାସନ ମୁଖ୍ୟଙ୍କୁ ନିଯୁକ୍ତି ମିଳିପାରେ । ବରିଷ୍ଠତା ଦୃଷ୍ଟିରୁ ସବୁଠୁ ଆଗରେ ରହିଛନ୍ତି ୧୯୮୬ ବ୍ୟାଚର ପ୍ରଶାସନିକ ଅଧିକାରୀ ସୁରେଶ ମହାପାତ୍ର । ତା ପଛକୁ ବରିଷ୍ଠତା ଭିତିରେ ୧୯୮୭ ବ୍ୟାଚ ଆଇଏଏସ ପ୍ରଦୀପ୍ତ ମହାପାତ୍ରଙ୍କ ନାଁ ଆସୁଛି । ଏମାନଙ୍କଠାରୁ ମଧ୍ୟ ଆହୁରି ବରିଷ୍ଠ ଆଇଏଏସ ଅଧିକାରୀ ଦିଲ୍ଲୀ ଡେପୁଟସନରେ ଅଛନ୍ତି । କିନ୍ତୁ ଗତ ଦୁଇ, ତିନିଥର ହେଲା ଉନ୍ନୟନ କମିଶନର ଥିବା ଅଧିକାରୀଙ୍କୁ ମୁଖ୍ୟ ଶାସନ ସଚିବ ପଦବୀରେ ଅବସ୍ଥାପିତ କରାଯାଉଛି । ତେଣୁ ସୁରେଶ ମାହାପାତ୍ରଙ୍କ ପାଳି ପଡିବା ସମ୍ଭାବନା ବଢିଯାଇଛି ।

from Kanak News
via <a href="https://ifttt.com/?

ଅନୁସୂଚିତ ଜାତିର ଶିକ୍ଷାର୍ଥୀଙ୍କ ପାଇଁ ମୋଦି କ୍ୟାବିନେଟର ବଡ ଘୋଷଣା । ଲାଭବାନ ହେବେ ୪ କୋଟି ଛାତ୍ର ଛାତ୍ରୀ । ଉଚ୍ଚଶିକ୍ଷା ପାଇଁ ମିଳିବ ଏମିତି ସୁବିଧା

କନକ ବ୍ୟୁରୋ : ଆଜି ମୋଦି କ୍ୟାବିନେଟରେ ଅନୁସୂଚିତ ଜାତିର ଶିକ୍ଷାର୍ଥୀ ମାନଙ୍କ ପାଇଁ ଏକ ବଡ ଘୋଷଣା କରାଯାଇଛି । ଉକ୍ତ ଘୋଷଣା ମୁତାବକ ଅନୁସୂଚିତ ଜାତିର ଛାତ୍ର ଛାତ୍ରୀଙ୍କ ଉଚ୍ଚଶିକ୍ଷା ପାଇଁ କ୍ୟାବିନେଟରେ ୫୯ ହଜାର କୋଟିର ବଜେଟ୍ ବି ପାରିତ ହୋଇଛି । ଅନୁସୂଚିତ ଶିକ୍ଷାର୍ଥୀ ମାନେ ମାଟ୍ରିକ୍ ପାସ କରିବା ପରେ ସେମାନଙ୍କ ଉଚ୍ଚଶିକ୍ଷା ପାଇଁ କେନ୍ଦ୍ରସରକାର ୬୦ ପ୍ରତିଶତ ଓ ରାଜ୍ୟ ସରକାର ୪୦ ପ୍ରତିଶତ ଖର୍ଚ୍ଚ ବହନ କରିବେ ।

କ୍ୟାବିନେଟ ପରେ ଏହି ସୂଚନା କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଡକର ଦେଇଛନ୍ତି । ଆଜିର ଏହି କ୍ୟାବିନେଟରେ ବି ଡିଟିଏଚ୍ ସେବାକୁ ନେଇ କିଛି ଆଇନର ସଂଶୋଧନ କରାଯାଇଛି । ସଂଶୋଧିତ ଆଇନ ମୁତାବକ ଡିଟିଏଚ୍ ଲାଇସେନ୍ସ ୨୦ ବର୍ଷ ପାଇଁ ଜାରି କରାଯିବ । ଏହାସହ ଡିଟିଏଚ୍ ସେବା କ୍ଷେତ୍ରରେ ଶତ ପ୍ରତିଶତ ବିଦେଶୀ ପୁଞ୍ଜି ନିବେଶକୁ ଅନୁମତି ମିଳିଛି । ଏହା ପୂର୍ବରୁ କ୍ୟାବିନେଟରେ ଏହି ଆଇନ ପାରିତ ହୋଇଥିଲେ ବି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଗାଇଡ ଲାଇନ ପାଇଁ ଏହା ଅଟକି ରହିଥିଲା । ଏବେ ଏହାକୁ ଲାଗୁ କରିବାର ବାଟ କ୍ୟାବିନେଟ୍ ତରଫରୁ ପରିସ୍କାର କରାଯାଇଛି ।

ଆଜିର କ୍ୟାବିନେଟରେ ଅନ୍ୟଏକ ଗରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ବି ନିଷ୍ପତ୍ତି ନିଆଯାଇଛି । ଦିଲ୍ଲୀରେ ଅନିୟମିତ ଭାବେ କଲୋନୀରେ ରହୁଥିବା ଲୋକଙ୍କୁ ଆଇନଗତ ଭାବେ ସଂରକ୍ଷଣ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ପୂର୍ବରୁ ଏନେଇ ପ୍ରଚଳିତ ଥିବା ଆଇନ ୩୧ ଡିସେମ୍ବର ୨୦୨୦ ରେ ଶେଷ ହେବାକୁ ଯାଉଥିବା ବେଳେ ଏବେ ଏହାର ଅବଧିକୁ ୩ ବର୍ଷ ଅର୍ଥାତ ୩୧ ଡିସେମ୍ବର ୨୦୨୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

from Kanak News
via <a href="https://ifttt.com/?

ଶୀତରେ ବଢୁଛି ଶୁଖୁଆର ଚାହିଦା । ସଜେଇ ହେଉଛି ସାରୁଅ ଓ ରାଜସୁନାଖଳାର ସୁଖୁଆ ବଜାର ।

କନକ ବ୍ୟୁରୋ : ଶୀତ ବଢିିବା ସହିତ ବଢୁଛି ଶୁଖୁଆ ଚାହିଦା । ଏହାରି ଭିତରେ ସଜେଇ ହେଉଛି ସାରୁଅ ଏବଂ ରାଜସୁନାଖଳାର ସୁଖୁଆ ବଜାର । ଓଡିଆଙ୍କ ଖାଦ୍ୟରେ ରହିଛି ଏହି ଶୁଖୁଆର ଚାହିଦା । ଶୀତ ଦିନେ ପଖାଳ କଂସା ପାଖକୁ ଏହି ଶୁଖୁଆର ଅଧିକ ଖୋଜା ପଡୁଛି ।

ଜାତୀୟ ରାଜପଥ ୫୭ ନମ୍ବର ଖୋର୍ଦ୍ଧା ବଲାଙ୍ଗୀର ଯିବାର ବାଟ କଡରେ ପଡେ ସାରୁଅ ଆଉ ସେଠାରୁ ୧୫ କିମି ଯିବା ପରେ ପଡେ ରାଜସୁନଖଳା ବଜାର । ଏହି ବଜାର ଦୁଇଟି ଶୁଖୁଆ ମାର୍କେଟ ପାଇଁ ବେଶ୍ ଜଣାଶୁଣା । ଏହି ବାଟ ଦେଇ ଗାଡ଼ିରେ ଯିବା ବେଳେ ଶୁଖୁଆ ବାସ୍ନାରେ ଲୋକେ ଅଟକି ଯାଅନ୍ତି । ଆଉ ସାଥିରେ ମନ ପସନ୍ଦର ଶୁଖୁଆ କିଛି କିଣିନେବାକୁ ଭୁଲି ନଥାନ୍ତି ।

ଖାରପାଣିଆ, ଖାଇଙ୍ଗା, କୋକଳି, ଚିଙ୍ଗୁଡି, ଚାନ୍ଦି , କଦଳିମଞ୍ଜ, ଖଙ୍ଗା, ଲାଞ୍ଜି, ବୋରାଗ, କାଉଆ, ପଥରମୁଣ୍ଡି, ଇଲିସି, ଲୁଣି ଆଉ ଚିଙ୍ଗୁଡିକୁ ମିଶାଇଲେ ୭୦ରୁ ଅଧିକ ପ୍ରକାର ଶୁଖୁଆ ମିଳୁଛି ଏହି ବଜାରରେ । ରାସ୍ତା କଡରେ ସବୁ ରହିଛି ଧାଡିକୁ ଧାଡି । ଅନ୍ୟ ଦୋକାନ ଅପେକ୍ଷା, ଏଠାରେ ଶୁଖୁଆ ଦୋକାନରେ ଭିଡ ହୋଇଥାଏ । ଶୁଖୁଆ ଦାମ ୧୦୦ ଟଙ୍କାରୁ ନେଇ ଦୁଇ ହଜାର ଟଙ୍କା ଯାଏଁ ରହିଛି । ଉଭୟ ଗ୍ରାହକ ଓ ବ୍ୟବସାୟୀ ସଭିଏଁ ଏଠାରୁ ଶୁଖୁଆ କିଣି ନେବାକୁ ଆସିଥାନ୍ତି ।

from Kanak News
via <a href="https://ifttt.com/?

ଅନୁଗୁଳରେ ନିଆରା ବାହାଘର । କିନ୍ନର ପ୍ରେମିକାର ହାତ ଧରିଲେ ଯୁବକ । ମା ବୁଢୀ ଠାକୁରାଣୀଙ୍କୁ ସାକ୍ଷୀ ରଖି ମଥାରେ ଦେଲେ ସିନ୍ଦୁର 

କନକ ବ୍ୟୁରୋ : ଷ୍ଟେଜ ସୋରୁ ବାହାବେଦୀ । ପ୍ରଥମେ ଦେଖା ଚାହାଁ, ତାପରେ ପ୍ରେମ, ଆଉ ସଂପର୍କ ନେଲା ବାହାଘରର ରୂପ । ପ୍ରେମରୁ ସିନ୍ଦୁରକୁ ଆସିଥିବା ଏହି ଏହି ବାହାଘର ଏବେ ଅନୁଗୁଳ ଅଂଚଳରେ ଚର୍ଚାର ବିଷୟ ହୋଇଛି ।

ପ୍ରେମ ବୁଝେନା ପରିସୀମା, ପ୍ରେମ ବୁଝେନା ବର୍ଣ୍ଣ, ପ୍ରେମ ବୁଝେନା ବୟସ। ପ୍ରେମ ଶାଶ୍ଵତ ଆଉ ପବିତ୍ର। ଥରେ ଭଲ ପାଇବା ଆସିଗଲେ, ତାହା ସାତ ସମୁଦ୍ର ପାର ହୋଇ ପ୍ରେମିକ, ପ୍ରେମିକା ପାଖକୁ ଚାଲିଆସେ। ଏମିତି ଏକ ପ୍ରେମ କାହାଣୀ ଏବେ ବାହାଘରର ରୂପ ନେଇଛି । ଅନୁଗୁଳରେ କିନ୍ନର ପ୍ରେମିକାକୁ ବିବାହ କରିଛନ୍ତି ପ୍ରେମିକ ବର । ଅନୁଗୁଳ ବୁଢି ଠାକୁରାଣୀ ମନ୍ଦିରରେ ସମ୍ପର୍ଣ୍ଣ ହୋଇଛି ବିବାହ ।

ଜଣେ ଯୁବକ ଜଣେ କିନ୍ନରଙ୍କୁ ବିବାହ କରିଥିବାରୁ ଏହି ବାହାଘର ଏବେ ଚର୍ଚାକୁ ଆସିଛି । ପ୍ରଥମେ ଏକ ଷ୍ଟେଜ ସୋରେ ଉଭୟେ ଉଭୟଙ୍କୁ ଦେଖାଚାହଁ। , ତା ପରେ ମନ ଦିଆ ନିଆ, ୫ ବର୍ଷର ଭଲ ପାଇବା ପରେ ଏବେ ସାରା ଜୀବନ ପାଇଁ ଚିନ୍ମୟୀଙ୍କୁ ଜୀବନ ସାଥୀ କରିଛନ୍ତି ବବୁଲୁ । ଆଉ ବିବାହ ପରେ ଏକ ଅନାଥ ଆଶ୍ରମରୁ ଶିଶୁ କୁ ପୋଷ୍ୟ କରି ଜୀବନ ବାଟ ଚାଲିବାକୁ ସ୍ୱପ୍ନ ଦେଖିଛନ୍ତି ଏହି ପ୍ରେମୀ ଯୁଗଳ।

from Kanak News
via <a href="https://ifttt.com/?

Design a site like this with WordPress.com
Get started